(୧୪୯) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୧୪୯)
ରାଗ—ଗୁଜ୍ଜରୀବନ୍ଧୁ ଅଦୋଷେ, ରସନା ରୋଷେ,ଧରୁଛି ପଙ୍କଜପାଣି ।ଘୋଷା ।ଜନମରୁ ବୀଣାବଚନୀ ମୁଁ ଊଣାଜନ କି ନ ଜାଣୁ ତାହା ରେ,ସ୍ମର-ଶର ଧାରେ, ସରିଲିଟି ବାରେ,ଧନ ତୁ ନ ବୋଲୁ ଆହା ରେ ।୧।କରିଥିଲୁ ପରା, ମୋତେ ଜବାଧରା,ଜଣେ ତୋ ଚରଣ ଦାସୀ ରେ,ଟିକିଏ ବିକଳା ହେଉ ନାହୁଁକଳାକୁନ୍ତଳା ନୂଆବୟସୀ ରେ ।୨।ଅରଜିଛି ତୋତେ, ବନ୍ଧୁ କେତେ କେତେଜନ୍ମେ ତପ କରି କାଶୀରେ,ତୁ ଚିତ୍ତ ପଥରେ କଲେ ତ ଏଥର,ଭଗାରିଏ ଦେବେ ହସି ରେ ।୩।ସଖୀବନ୍ଧା ବେଣୀ ଫେଡ଼ି କୋଳେ ଆଣି,ନ ଦେଲେ ମୁଁ ଖୋସା ଖୋସି ରେ,କୃପା ଥାଉଁ ଚିତ୍ତେ, ତୁହି ପରା ମୋତେ,ଗେଲେ ବସୁଥାଉ ରୁଷି ରେ ।୪।ତେଡ଼େ ବଡ଼ ସ୍ନେହ, କି ଦୋଷରୁ କହ,ତୋ ମନୁ ଯାଉଛି ଖସି ରେ,ଜଗଦ୍ଦେବ ବୋଲେ, ଶ୍ୟାମ ଜଣାଇଲେପଡ଼ି ଦୁଃଖ ଜଳରାଶିରେ ।୫।
(୧୫୦)
ରାଗ—ବେଗଡ଼ା—ଏକତାଳିବନ୍ଧୁଜୀବାଧରା ଭୂଶିର ଝରା ଆରେ । ଘୋଷା ।ସୁନ୍ଦର ସରସସ୍ମିତ— ଅଧରେ କରି ସଞ୍ଚିତପ୍ରସରାଇ ଦେ’ ସୁଧାକୁ ବସୁଧାରେ ।୧।ଲାଗି ତୋ ଗହଣେ ସହି, ମାଗିବାର ସିନା ଏହିଅନାଇଁ ମୁଁ ନାହିଁ ବିନା କରୁଣାରେ ।୨।ଘେନି ମୋ ବିନୟ ଆଜି ରାଜିବାକ୍ଷୀ କର ରାଜିରଣରଣ ଧରଣୀ ଖେଳକୁ ବାରେ ।୩।ଅବଲମ୍ୱ ତୋତେ କରି ଭବାରି ପୁରୁ ନ ଡରିମୋହନାରେ ଠଉରିଛି ତୋହ ନାଁ ରେ ।୪।ନିଖିଳ ସୁଖ ସମାଜ ନାଶନରୁ ମାନ ଲାଜକରି ଚାମରକେଶା କି ପରିଚାରେ ।୫।ହରି ଗିରେ ଶ୍ରୀବଲ୍ଲଭୀ ହରଷେ ଗଲେ ପଲ୍ଲବିନୃପ ଜଗଦ୍ଦେବ ଭଣେ ଶରଧାରେ ।୬।
(୧୫୧)
ରାଗ—ଏମନ କଲ୍ୟାଣ—ଆଦିତାଳବନ୍ଧୁ ମୋ ଲାବଣ୍ୟସିନ୍ଧୁ କେବଳ ଧନ୍ୟସିନ୍ଧୁର ଗତି ଗଣନାରେ । ଘୋଷା ।ଜମ୍ଭ ଦଳନ-ଗଜ କୁମ୍ଭରୁ ତା ଉରଜଊଣା କି ଗୋଟିଏ ଚିନାରେ ।୧।ମନ୍ଦ ମଧୁର ହାସେ ଚନ୍ଦ୍ରିକାକୁ ଯାହା ସେରୁନ୍ଧଇ କୁନ୍ଦଦଶନା ରେ ।୨।ଇନ୍ଦୁକୁ ନିଜାନନେ ନିନ୍ଦୁଛି ପ୍ରତିଦିନେସିନ୍ଦୂରାଧରା ନବୀନା ରେ ।୩।ପଞ୍ଚ ନାରାଚ କୁନ୍ତ ଚଞ୍ଚଳ ତା ନେତ୍ରାନ୍ତ—
ମୂନରୁ ହୋଇବ ଖୂନା ରେ ।୪।
କୁନ୍ଦନିବିଡ଼ା ଚାରୁ କୁନ୍ଦନ ପ୍ରତିମାରୁ
ସୁନ୍ଦର ମୋ ଧନ ସିନା ରେ ।୫।
ବର କିଶୋରୀ ମୋତେ ତରକି ମୃଦୁଚିତ୍ତେ
ସୁନାରେ କରଇ ମିନା ରେ ।୬।
ଅଷ୍ଟଦୁର୍ଗେଶ ଭାଷେ ଶ୍ୟାମ ଏହା ମାନସେ
ଚିନ୍ତିଲେ ଯମୂନା କିନାରେ ।୭।
(୧୫୨)
ରାଗ—କାଫି, ଏକତାଳିବନ୍ଧୁ, ବାରିଲେକ ମୋତେ ଗୋ । ଘୋଷା ।ଦୁଃଖସମାଜ ହଜିଲା ଆଜ ଦିନକି ସୁପ୍ରଭାତ ସତେ ଗୋ ।୧।ମୁଁ ଜାଣି ନାହିଁ ଦେଲେ କି ଚାହିଁଖେଳ ଅଞ୍ଚଳ ନୟନାନ୍ତେ ଗୋ ।୨।ମୂରଲୀଧର ରମ୍ୟଅଧର ମନ୍ଦେ କିମଣ୍ଡିଥିଲେ ସ୍ମିତେ ଗୋ ।୩।ମୁଁ ଅସଂଯତ ଥିଲି ଯେ ମିତ କିସବିଚାରିଥିବେ ଚିତ୍ତେ ଗୋ ।୪।ମୁଁ କି କରନ୍ତି ରେ କୁନ୍ଦଦନ୍ତୀ ଯେବେସେ ଦେଖନ୍ତେ ଏକାନ୍ତେ ଗୋ ।୫।ଥରେ ମଧୁର ତାଙ୍କ ଅଧରପାନଦିଆଇବୁ କି ମୋତେ ଗୋ ।୬।ପୂତ ନିଃସର୍ଗକୁ ଦୁଇ ଦୁର୍ଗ ମହୀ-ମହେନ୍ଦ୍ରବୋଲେ ଗୀତେ ଗୋ ।୭।
(୧୫୩)
ରାଗ—ଘଣ୍ଟାରବବନ୍ଧୁ ! ମୋ’ ମନେ ସ୍ନେହ ନାହିଁ କି ରେ ? ।୦।ଚରମେ ଯେ ଅପସର,ଛାମୁରେ ଯେ ତୋ’ ମୁକୁର ରେ!ତାହାକୁ ନ ଚାହୁଁ ଆଜି କାହିଁକି ରେ ? ।୧।ଏ ବ୍ରଜେ ପ୍ରମାଦେ ହେଲେଇତର ତରୁଣୀ ତୁଲେ ରେ !ଲାଗିଲି ବୋଲି ଟାପରା ଟାହି କି ରେ ? ।୨।କଦାପି କାମ ଅମଳେ ଓଷ୍ଠେ ଦନ୍ତ ବ୍ରଣ ହେଲେଅପରାଧ ଘେନୁ ଥାଇ ତା’ହି କି ରେ ? ।୩।ଦୋଷ ହେଲେ କ୍ଷମା କର କେଳତି ପ୍ରତିମା ମୋ’ରଦାସ ନାଶ-ରସେ ଅବଗାହି କି ରେ ? ।୪।ଅଷ୍ଟଦୁର୍ଗନାଥ ଭାଷେ ‘ଶ୍ୟାମ’ କହିଲେ ସହାସେ ରେ!‘‘ଏବେ ହେଁ ନ ଦେବୁ ଥରେ କାହିଁକି ରେ ?’’ ।୫।
(୧୫୩)ଚରମେ—ମସ୍ତକରେ,ଅପସର—ତକିଆ,ମୁକୁର—ଦର୍ପଣ,ପ୍ରମାଦେ ଭ୍ରମରେ,କଦାପିକେତେବେଳେ,କାମଅମଳେ—କାମୁକତାରେ,କେଳତି ପ୍ରତିମା—ମୋ ପାଖରେ ରତିଦେବୀ ସଦୃଶା,ନାଶରସେ ଅବଗ୍ରାହୀ—ବିନାଶ ରୂପକ ଜଳରେ ବୁଡ଼ି ।
(୧୫୪)
ବନଜାନନୀ ମନ ଜାଣି ତ ଲୀଳା ବହିଲା ରେ,ଧନ ଯା’ ନିଧୂବନଯାକର ପୀଡ଼ା ସହିଲା ରେ ! ।୦।କରକଶ କୁଚ ଅଚଳ ମୂଳଖର କରୋରୁହ-ଶିଖର ଖେଳକୁସୁମବିଶିଖ ରଣ-ରସ-ସୁଖ-ଧାରା ବହିଲା ରେ ! ।୧।ମିଶି ମିଶି ଜିତ ତରୁଣ କୀର‘‘ଇଷି-ଇଷି ରଖ ମଲିଟି’’ ଗିରହସି ହସି ରସି ରସି ନିଶିତନେତ୍ରାନ୍ତେ କହିଲା ରେ ! ।୨।ସ୍ମର ସମର ସଦୃଶ ବିଳାସପରସନ୍ନ ମୁଖ ସରସ ହାସଦରଶନର ହରଷ ମନନିଶାନ୍ତେ ରହିଲା ରେ ! ।୩।ରଜନୀ ଚରମ ସମୟ ଜାଣିଗଜନିଉଗତି ସରସ ବାଣୀଅଜନିତ ରତି ରଣ ରଙ୍ଗେ ମୋ’ଅଙ୍ଗେ ଶୋହିଲା ରେ ! ।୪।‘‘କରୀଗତି, କର ପୀରତି’’ ଚିନ୍ତି ‘ହରି’ମନରେ ଏପରି ଧରନ୍ତି;କରି ଅନୁମତି ବସୁଦୁର୍ଗକ୍ଷିତି-ପତି କହିଲା ରେ ! ।୫।
(୧୫୪)ବନଜାନନୀ—ପଦ୍ମମୁଖି,ନିଧୁବନ ଯାକର—ସମୁଦାୟ ରତିକ୍ରୀଡ଼ାର,ଅଚଳ—ପାହାଡ଼,କରୋରୁହ-ଶିଖର ଖେଳ—ରତିକାଳୀନ ନଖ କ୍ଷତ,କୁସୁମବିଶିଖ—କନ୍ଦର୍ପ,ରଣରସ ସୁଖଧାରା—ରତିକ୍ରୀଡ଼ାର ସୁଖ ବା ଆନନ୍ଦଧାରା,କୀର—ଶୁଆ,ଗିର—ଭାଷା,ନିଶ୍ଚିତ ନେତ୍ରାନ୍ତେ—ତୀକ୍ଷ୍ଣ କଟାକ୍ଷରେ,ସ୍ମର ସମର—ରତିକ୍ରୀଡ଼ା,ନିଶାନ୍ତେ—ରାତି ଶେଷରେ,ଚ଼ରମ ସମୟ—ଶେଷ ବେଳ,ଗଜନିଶେଷ ବେଳ,ଗଜନିଭ ଗତି—ହାତୀ ପରି ଧୀର ଗତି,ଅଜନିତ—ଉତ୍ପାଦିତ ନ ହୋଇଥିବା
(୧୫୫)
ରାଜ—କନକଗୌଡ଼—ଆଠ ତାଳିବରନାଗରୀ, ଆଜ ଥରେ ହେବୁ ମୋ ପରି ରେ ।୦।ଦୀପ ଥିଲେ କି ପରୁଆ ରେ ପ୍ରାଣବନ୍ଧୁଆ !ଘେନ ତୁ ମୁଁ ତୋର କି ପରୁଆ ରେ ? ।୧।ବିବସନ ବେଶୁଁ କି ଲାଜ, ରେ ରସିକାରାଜ !ଦିବସ କାଳ ତ ନୁହେଁ ଆଜ ରେ ।୨।ରଟୁ କଳାପ କିଙ୍କିଣି, ରେ ତରୁଣୀମଣି !କେ ଆସିପାରେ କି ତାହା ଶୁଣି ରେ ।୩।ବୁଜିଥିବି ମୁଁ ମୋ ଆଖି, ରେ ବଣା ମୃଗାକ୍ଷୀ !ଚାହିଁଲେ ମୋ ଅଙ୍ଗେ ଯିବୁ ଲାଖି ରେ ।୪।ଦେଖାଇବି ଦରପଣ ରେ ତୁ ରଣରଣ-ରଣେ କର ବାହାଦୁର ପଣ ରେ ।୫।ଶ୍ୟାମ ଗିରେ ବାଳା ରସେ, ବ୍ରୀଡ଼ା ବିଳାସେବସୁଦୁର୍ଗ ପୁରନ୍ଦର ଭାଷେରେ ।୬।
(୧୫୬)
ରାଗ—ହୁସେନ୍, ଆଦିତାଳବରନାରି ! ଗୁମାନ ମନେ ଧର ନା ରେ ।ପଦ ।ଅମ୍ୱୁଜ ନେତ୍ର ସାଞ୍ଜନ, ଆମ୍ବୁ ନ ବରଷ ଧନ,କମ୍ୱୁକଣ୍ଠି ଜାମ୍ୱୁନଦ ବରନା ରେ ।୧।ନ ଖେଳ ମୋ କୋଳ ରସେ,ସଖେଦେ ମାନସରୋଷେ,ନଖେ ଧରା ଚିରିବାର କର ନା ରେ ।୨।କର ବଦନେ ପ୍ରକାଶ, ପରବ ଚନ୍ଦ୍ରିକା ହାସ,ଗରବ ଗିରିକି ମୋର ଚୂର ନା ରେ ।୩।କୀରାଧିପଭାଷୀ ଆସ, ବିରାଜୁ କୁଞ୍ଜନିବାସ,ଧୀରା ମୋରେ ନିରାଶ ଆଚର ନା ରେ ।୪।ଅନ୍ତର ରଖି ଭିଡ଼ିବି, ଯନ୍ତର ହୋଇ ଜଡ଼ିବି,ଦନ୍ତର ବ୍ରଣ ନୋହିବ ଡର ନା ରେ ।୫।ଗାଳି ପଛେ ଦିଅ ପଦେ, ମାଳି ହୁଅ ତୁ ମୋ ହୃଦେ,କାଳିନ୍ଦୀରେ ପଡ଼ିବାର କର ନା ରେ ।୬।ରାଧାକୃଷ୍ଣ ପଦ ଭାବି, ବିରଚିଲେ କବିରବି,ନରନାଥ ଜଗଦ୍ଦେବଙ୍କର ନାଁ ରେ ।୭।
(୧୫୭)
ରାଗ—କାମ୍ୱୋଜୀ—ଏକତାଳିବରଜି ନ ପାରେଁ ଘନଶ୍ୟାମ ପ୍ରୀତି ଗୋ । ଘୋଷା ।ସରସିଜମୁଖୀ ଚାହୁଁ, ବରସିଜ ମୁଖେ କହୁ,ମରଜି ହୁଅଇ, ଯାଉ ପଛେ ଜାତି ଗୋ ।୧।ଗେଲେ ଚାଟୁ କହିବାର, ମଲେ ନ ଯିବ ପାଶୋରହେଲେ ହେଉ ଏ ବଜାରେ ଅପଖ୍ୟାତି ଗୋ ।୨।ଗୁରୁଜନ ତରଜନା, କରୁଥିବେ କି ଶୋଚନାସରୁ ଦିନ କେବଳ ତା ରସେ ମାତି ଗୋ ।୩।ନିନ୍ଦିଲେ ନିନ୍ଦିବେ ଜନେ, ଇନ୍ଦିବର ନେତ୍ରମୁନେବିନ୍ଧିଦେଲେ ସମ୍ଭାଳି ପାରେ କି ଛାତି ଗୋ ।୪।ପରଜନ ବୋଲେ ପଡ଼ି, ମରମରୁ ଦେଲେ ଛାଡ଼ିଦରଜିଆ କରିଦେବ ରତିପତି ଗୋ ।୫।ପତି ଅଷ୍ଟଦୁର୍ଗ ଭଜେ, ନିତି ତାର ପଦରଜେପତି ସିନା ଉଗ୍ରସେନା ନୃପତି ନାତି ଗୋ ।୬।
(୧୫୮)
ରାଗ—ରଣବିଜେବଳା ନା ସ୍ନେହ କଳାନାଗରେ,ସରିଯିବୁଟି ରଜନୀ ଜାଗରେ । ଘୋଷା ।ଦେଖୁଛୁ ତ ଗର୍ବକୁଟିଳ ଚାଲି,ଭୁଜଙ୍ଗପୁଙ୍ଗବ ମୁଁ ସିନା ବୋଲି ।୧।ତାହାର ଅତି ପ୍ରୀତି କଳାପୀରେ,ତହୁଁ ବହଇ ତା କଳାପ ଶିରେ ।୨।ମୁରଲୀଧ୍ୱନି ଦମ୍ଭ ଗରଜନ,କେ ସହିବ ନୋହି ମୋହିତ ମନ ।୩।କଲେ ତା ଭୋଗେ ଅଭିଳାଷ ଲବ,ଅଣ୍ଟିବ ନାହିଁଟି ବନପଲ୍ଲବ ।୪।ଘାରି ହୋଇ ସରିଯିବୁ ସଦନେ,ବଂଶୀ ଦେବ ଯେବେ ବଂଶୀବଦନେ ।୫।କବିମାର୍ତ୍ତଣ୍ଡ ରାୟଗୁରୁ କହେ,ଗଜ ଚରମେ କାହା ସ୍ନେହ ନୋହେ ।୬।(୧୫୮)ଭୁଜଙ୍ଗପୁଙ୍ଗବ—ସର୍ପଶ୍ରେଷ୍ଟ ଓ ବିଟଶ୍ରେଷ୍ଟ,କଳାପୀ—ମୟୂର ଓ ବିରହିଣୀ,ଗଜଚରମ—ହାତିପିଠି ।
(୧୫୯)
ରାଗ—ପୂରବୀବଂଶୀଧାରୀ, ସରି ଯିବନିଜୀବନେ କିଶୋରୀ ହେ । ଘୋଷା ।ବିରହରେ ସଖୀ ହୋଇଛି କାତର,ସରୁ ସରିଲାଣି ସରୋଜ ପତର,ଦେଖିଲି ସଖୀର କଣ୍ଠରେ ମାତର,ଜୀବନକୁ ଅଛି ଧରି ହେ ।୧।ଲାଗୁ ନ ଥିଲା ମୋ କରକୁ ନାଟିକା,ସଜନୀମାନେ ଦେଖି ହେଲେ ତାଟକା,ଧାଇଁ ଅଇଲି ନ ସହି ତାଙ୍କ ଡକା,ଥିବ କି ଯିବନି ସରି ହେ ।୨।ନାସାଗ୍ରତେ ତୂଳା ଦେଲେ ତତପର,ନ ଚଳିଲା ପରି ଦିଶିଲା ନାଗର,ସଜନୀମାନେ ବସିଣ ସେହି ପୁର,ହା ରାବରେ ଥିଲେ ପୂରି ହେ ।୩।ତୁମ୍ଭ ଭଳି ଯେବେ ନୋହିଲା ପାତର,ପଚାରୁଛି ଶ୍ୟାମ ନ ଦିଅ ଉତ୍ତର,ଅନ୍ତର୍ଗତେ ଯେବେ ଥିଲାଟି ଅନ୍ତର,ଚିତ୍ତ କିପାଁ କଲ ଚୋରି ହେ ।୪।ଲାଗିଥିଲେ ଜବାଧରୀର ସେବାରେ,ଆସ ହେ ରାଜୀବନେତ୍ର ଯିବା ବାରେ,ହଟି ବସିଅଛି ପରାଣ ନେବାରେ,ପାପୀ କାମ ଯମ ସରି ହେ ।୫।ଦିନବନ୍ଧୁ ଥାଉଁ ବିରହ-ତୁଷାର,ନାଶ କଲେ ପଦ୍ମିନୀକି ଏ ଅସାର,ବୋଲେ କବିରବି ସାର କି ଅସାର,ହସିବେ ସିନା ଭଗାରି ହେ ।୬।
(୧୬୦)
ରାଗ—ତୋଡ଼ି—ଆଠତାଳିବାଜିବା-ଭୂଷା ପଦରାଜୀବ ଯୁଗଳରେଆଜି ବରବରନା ଭରନା ରେ । ଘୋଷା ।ଛଣା ମଧୁବଚନା ଜଣାଣ ବୋଲି ସିନାଜଣାଇ ଦେବେ ସେ ତୋହର ନାଁ ରେଦଳା କସ୍ତୁରୀ ଘନେ ବୋଳାଅ ଅପଘନେଧଳା-କଳାପ ମନେ ଧରନା ରେ ।୧।ନିକୁଞ୍ଜକୁ ସଜନୀ ଆଜ ଯିବା ରଜନୀମୁଁ ଆଗେ ଅଛି ପଛେ ଡରନା ରେ ।୨।କହେ ଶ୍ରୀ ଜଗଦ୍ଦେବ ନିନ୍ଦା ସଫଳ ହେବବ୍ରଜେ ତୋ ନାମେ ବଂଶୀଧର ନାଁ ରେ ।୩।
(୧୬୧)
ରାଗ—ସାବେରୀ—ଏକତାଳିବାରବାର ତୁ ପରିଚାର-ଜନକୁ ଗୋରୀନ ମାର ସ୍ମର-ଶର ଧାରରେ ॥
ଭରମ ବଶେ ହେଲେ—ମୋର ଦୋଷ ଦିଶିଲେକରନ୍ତୁ ସିନା ପ୍ରତିକାର ରେ ।୧।ଅମ୍ୱୋଜନେତ୍ରା ଜାଣ—ଦମ୍ଭୋଳିର କଷଣ,ଯୋଗ୍ୟ କି କିଶଳୟ ଛାର ରେ ।୨।ଅଗାଧ ନୋହୁ ମାନ—ଲଗା ମୋ ଉରେ ସ୍ତନଅଗାର ନ ପୂରାଅ ଗାର ରେ ।୩।ଘେନ ଧନ ମାନସେ—ଯେ ନଳିନୀକୁ ହସେସେ ନୟନୁ କି ଅଶ୍ରୁଧାର ରେ ।୪।ସଲିଳ ଗତି ଭଙ୍ଗୀ—ବଲ୍ଲୀ କମନୀୟାଙ୍ଗୀମଲିଟି ମଦନ ବେଜାରରେ ।୫।ଶ୍ରୀ ଜଗଦ୍ଦେବ ଭାଷେ—ଶ୍ୟାମ ବିନୟ ତୋଷେକିଶୋରୀ କଲେ ଅଙ୍ଗୀକାର ରେ ।୬।
(୧୬୨)
(ରାଗ-ମୁଖାବରୀ)ବାଳାବର ରେ, ଶଙ୍ଖକଣ୍ଠି ତୁ ସଙ୍ଖାଳି ମୋର ରେ ।ନ ଥାଇ ତୁ କୋଳେ କି ସମ୍ପତ୍ତିବଳେ ଇନ୍ଦ୍ର ହେଲେସୁରେଶ୍ୱର ରେ । ଘୋଷା ।ଚନ୍ଦ୍ରମା ଚନ୍ଦନ କଳକଣ୍ଠ ସ୍ୱନମିଳିନ୍ଦବୃନ୍ଦ ଝଙ୍କାର ରେ ।ଏବେ ମୁଁ କଟାକ୍ଷ ଫିଙ୍ଗୁ ନାହିଁପକ୍ଷ ହେବାରୁ ତୁ ଅହଙ୍କାର ରେ ।୧।ସୁରଭି ଋତୁ ତା ମରୁତ ମରୁ ତ ଜୀଉତ ସେ ମୋ କିଙ୍କର ରେ ।ତରୁଣୀ ତୋତେ ମୋ ଧନ କଲେଯହୁଁ କରୁଣାନିଧି ଶଙ୍କର ରେ ।୨।ଅସୁର ସୁରଙ୍କ ରମ୍ୟ ଦ୍ରବ୍ୟ ରଙ୍କପଣ ଶୁଣି ସିନ୍ଧୁ ଜୂର ରେ ।ମୋ ପାଇଁ ତୁ ଲୁକି ଯତନେ ଥିଲୁକି ଲାବଣ୍ୟ ପୀୟୂଷପୂର ରେ ।୩।ସୁଲକ୍ଷଣ ବଧୂମାନଙ୍କର ମଧୁଥାଏ ଜାଣି ରଦାମ୍ୱର ରେ ।ପୂରିଅଛି ତୋର ପ୍ରପଦୁଁ ଚିକୁରପାଶଯାଏ ସୁଧାଝର ରେ ।୪।ଫୁଲା ମନମଥ ଗୁଲାମରୁ ମୋରଏଣିକି ଆଉ କି ଡର ରେ ।ଝୁଲା ମଞ୍ଜୁଳ ତୋ ଲଲାମ ଛବିକି ସଲାମ ସହସ୍ରେ ଥର ରେ ।୫।ଏପରି ପ୍ରଶଂସାମୃତ ସ୍ଫୁରୁକଂସାହିତ ମୁଖଶଶଧର ରେ ।ଅଷ୍ଟଦୁର୍ଗପତି ରଚିଲେ ଶ୍ରୀମତୀସଙ୍କୁଚିଲେ ଲଜ୍ଜାଭର ରେ ।୬।
(୧୬୨)କଳକଦଣ୍ଠସ୍ୱନ—କୋକିଳଶବ୍ଦ,ମିଳିନ୍ଦବୃନ୍ଦ—ଭ୍ରମର ସମୂହ,ସୁରଭି ଋତୁ—ବସନ୍ତ କାଳ,କିଙ୍କର—ଚାକର,ପୀୟୂଷପୁର—ଅମୃତ ପ୍ରବାହ,ରଦାମ୍ୱର—ଅଧର,କଂସାହିତ—ଶ୍ରୀକୃଷ୍ଣ,ଶଶଧର—ଚନ୍ଦ୍ର
(୧୬୩)
ରାଗ—କାନନଗୌଡ଼ା, ତାଳ—ତ୍ରିପୁଟାବିଧାତା କି ନ କରଇ ଗୋ,ଏକେ ନବୀନ ପ୍ରୀତି, ତହିଁ ବିଦେଶେ ପତିଏ ତ ଘୋର ବିପତ୍ତି ଏଥି ମୋର କି ଗତି ।ପଦ ।ମନେ ଥିଲା ଯାହା ତାହା ନୋହିଲା ଗୋ,ଯାହା ନ ଥିଲା ତା ମନେ ହେଲା ଗୋ;ଏବେ ପିକବଚନ, ମନ୍ଦ ମଧୁ ପବନ,ମଧୁର ଭୃଙ୍ଗସ୍ୱନ ଦହୁଛନ୍ତି ଜୀବନ ।୧।ଆଲିଙ୍ଗନେ ମୋର ଅନ୍ତର ଡରେ ଗୋ,ପ୍ରିୟ ନ ରଖନ୍ତି ତରେ ହାର ଗୋ;ଏବେ ମଧୁରେ ପୂରି ରହିଲା ବନଗିରି,ଆହା ମୋତେ ପାସୋରି ରହିଲେ ମଧୁପୁରୀ ।୨।ପ୍ରିୟ ଥିଲେ ଏ ମଧୁ ରଜନୀ ଗୋ,କେଉଁ ସୁଖ ନ ଦିଏ ସଜନି ଗୋ,କହି ମୋତେ ବଚନ କରନ୍ତେ ସେ ଗମନ ତାଙ୍କପଛେ ଦହନ, ନ ଗଲା ଏ ଜୀବନ ।୩।ଯେବେ ହେଲେ ଏ ଜୀବନ ଯାଉ ରେ,ପ୍ରୀତିଭଙ୍ଗ କଳଙ୍କ ନ ଥାଉ ରେ,ଚିନ୍ତି ଏବେ ସେ ରୀତି, ଫାଟି ଯାଉଛି ଛାତି,ନ ସରେ ଦିବାରାତି ପ୍ରୀତି ହେଲା ବିପତ୍ତି ।୪।ଏହା କରମରେ ମୋର ଥିଲା ଗୋ,ପ୍ରୀତି ଏତେ ସରିକି ତ ଗଲା ଗୋ,ଏସନେ ସଖୀ ଶୁଣି, ଦୁଃଖେ କହନ୍ତି ବାଣୀ,ଆସିବେ ବେନୁପାଣି, ହରିଚନ୍ଦନ ଭଣି ।୫।
(୧୬୪)
ରାଗ—ସାବେରୀ, ଏକତାଳିବିଧାତା ରେ, କି କାଳେ କି ଦଣ୍ଡ ଦେଲୁ ଆଣି,ମୁଁ ଯିବି ବୋଲି ବିଦେଶ ବନ୍ଧୁ ଛାମୁରୁନିଦେଶ ନେବାକୁ କହିବି କେହି ବାଣୀ । ଘୋଷା ।ଯେବେ ମୁଁ ପ୍ରବଳ ଦୁଃଖ-ଭରରୁ ଶୁଖାଇ ମୁଖ,ମାନସ ଯୋଡ଼ିକି ଜାଣି ପାଣି,ପଲକେ ଜୀବନ ଧରି ପାରିବ କି ସେକିଶୋରୀ-ସୀମନ୍ତମଣିଙ୍କ ସାମନ୍ତଣୀ ।୧।ପ୍ରଳୟ ସମୟ ଭୟ କମ୍ପାଇ ଦେବ ହୃଦୟ,କି ବଞ୍ଚିବ ତେଡ଼େ ମୃଦୁ ପ୍ରାଣୀ,ସେହିକ୍ଷଣି ଯିବ ଭାଜି, ରୋହିଣୀରମଣରାଜି,ରାଜୀବାକ୍ଷୀଜିଣା ମୁଖ ଠାଣି ।୨।ଥରାଇ ଓଷ୍ଠପଲ୍ଲବ, ଚରଣ ନଖେଚିରିବ ଧରଣୀ ବରଷି ନେତ୍ରୁଁ ପାଣି,ମାନସ ସରରୁ ତାର, ସନ୍ତାପଧୀବର ବର,ଧଇର୍ଯ୍ୟ ଝଷକୁ ନେବ ଛାଣି ।୩।ଆଚରୁ ଏହା ଯା ମନ୍ଦ, ଏଥିରୁ ବଡ଼ ପସନ୍ଦ,କରେ କରି କୃପାଣକୁ ଶାଣି,ନ ଥାଉ ଥାଉ ବା ଦୋଷ, ଲଭ ବା ଯଶ ଅଯଶ,ଦେବାର ଶିରକୁ ମୋର ହାଣି ।୪।ପରାର୍ଦ୍ଧଧିକ ମୋହର ଠାରୁ ତ ବଳେ ମୋହର,ପ୍ରାଣପ୍ରିୟା ବୋଲି ଜାଣି ଜାଣି,ଦେହେ ପ୍ରାଣ ବହି ରହି, ତା ଛାମୁ ଛାଡ଼ିବି କେହି,କହେ ଜଗଦ୍ଦେବ ଭୂପମଣି ।୫।(୧୬୪)ଝଷ—ମାଛ,କୃପାଣ—ଖଡ଼୍ଗ,ମୋହର —ସ୍ୱର୍ଣ୍ଣମୁଦ୍ରା