(୧୩୫) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିଏବେ ହେଲେ ଏ ଭୀରୁ ନ ନିବର୍ତ୍ତିଲେ
ଊରୁ-ସ୍ତମ୍ଭେ ବନ୍ଧାଇ ପୀତପଟକୁ ଗୋ,
ହେଉ ଆବୁର ଧ୍ୱଂସ ଦେଖାଇ ଦେବା
କଂସକଟକୁ ଆସିବାର ଭାଟକୁ ଗୋ ।୫।
ଏହା ଚରଣକଞ୍ଜ ଚୁମ୍ୱି ଜାଣିଛି କୁଞ୍ଜ
ମନ୍ଦିରେ ସେ ବିଟମୁକୁଟକୁ ଗୋ,
ଲଗାଇ ଦେଇଥିବି ଏଣିକି ତ ମୁଁ
କବିତପନ ମନ-ମଧୁଲିଟକୁ ଗୋ ।୬।
(୧୩୬)ଅଟକୁ ଅଟକୁ—ଅଟକାଉଁ ଅଟକାଉଁ, କାଳିନ୍ଦୀ
ତଟକୁ—ଯମୁନାକୂଳକୁ,ଶତପୁଟହାଟ—ଅତି ଉଜ୍ଜ୍ୱଳ ସୁବର୍ଣ୍ଣ, ରାଜହଂସୁଲିତୂଳି ଶେଯ—ରାଜଭୋଗଯୋଗ୍ୟ ସୁକୋମଳ ତୁଳାଗଦି,ବାତାୟନ—ଝରକା, ଦନ୍ତଖଟ—ହାତୀଦାନ୍ତରେ ତିଆରି ଖଟ, କମଳକିଶଳୟକୂଟ—ନୂଆ ପଦ୍ମପତ୍ର ସମୂହ ଆବୁର—ମହତ୍ତ୍ୱ
(୧୩୭)
ରାଗ—ପୁରିକଲ୍ୟାଣ—ଆଠତାଳିନିଶୀଥରେ ମିଶି ଥରେ ଧନ,ଖେଳିବାଟି ଆଜ ରେ । ଘୋଷା ।ଆରୋହି ଦୁହିଙ୍କ ମନୋରଥ,ମାତୁଛି ଯେ ମଦେ ମନମଥକେ ପାରିବ କେ ହାରିବ,ହେବ ସେ ନ୍ୟାୟ ନିଆଜ ରେ ।୧।ତୋ କୁଚ ତ ଅତି କରକଶ,ତହିଁ ଖେଳାଇ ମୋ କର କଷଯା’କୁ ଜିଣିବାକୁ ମଣିସାନୂନ ବଳାଏ ଓଜ ରେ ।୨।ସମଝାଇ ରସ ପରିପାକ,ଚୁମ୍ବିବି ଯେ ଶ୍ରୀଅମ୍ୱୁଷ୍ଠିଯାକକଦାଚିତେ ଦିବ୍ୟଚିତ୍ତେ ଧନ,ନ ସଞ୍ଚିବୁ ଲାଜ ରେ ।୩।ମୁକୁରେ ମୋ ଦନ୍ତବ୍ରଣ ଚାହିଁ,ରସିକାରାଜ ରୁଷିବୁ ନାହିଁପ୍ରେମରସେ ଅମରଷେ ମନେରଖିବୁ ବ୍ୟାଜ ରେ ।୪।ଜଗଦ୍ଦେବ କହେ ଶ୍ୟାମବାଣୀରସିକା ଶ୍ରୀମନ୍ତମଣି ଗୁଣିଦରହାସ ପରକାଶ କଲେମୁଖ ଦ୍ୱିଜରାଜରେ ।୫।
(୧୩୮)
ରାଗ—କାଫି—ଆଡ଼ତାଳିନିହାରହାସୀ ତୁ ଟି ମୋର ସଙ୍ଖାଳି ରେ । ଘୋଷା ।ମୁଁ ପୂରୁବେ କେତେ ବ୍ରତ ଥିଲି ପରିପାଳିଗୁନ୍ଥିଛି ଯା ତୋତେ ଗଳାମାଳି ରେ ।୧।ଚଉଦ ଭୁବନେ ବିଳସିବା ଦ୍ୟୁତି ପାଳିତୋ ଚରଣତଳ ନିଉଛାଳି ରେ ।୨।ନ ଥିଲେ ତୁ ମୋଠାରେ କଟାକ୍ଷସୁଧା ଢାଳି,ତାପାନଳ ଦିଅନ୍ତାନି ଜାଳି ରେ ।୩।ତୋ ଭରସାରୁ ମୁଁ କରତାଳି ଧରି ଚାଳି,ଦେଉଛି ମଦନ ମୁଖେ କାଳି ରେ ।୪।କି ସ୍ନେହେ ତନୁରେ ତନୁ ଦେଉ ଧନୀ ଝାଳିମୋ ଶିରମଣ୍ଡନ ତୋର ଗାଳି ରେ ।୫।ଶ୍ୟାମଗିରି ଶୁଣି ସଙ୍କୁଚିଲେ ବ୍ରଜବାଳୀବସୁଦୁର୍ଗନାଥ ଭଣେ ଭାଳି ରେ ।୬।
(୧୩୯)
ରାଗ—ସୁରଟ—ଏକତାଳିନିତି ନିତି ନୂତନା ସେ ନାଗରୀମଣିତାକୁ ନିକି ମହୀ-ମହିଳାରେ ଗଣି ।ଘୋଷା ।କେବେ ବି ଭଙ୍ଗୀରେ ଉଭା,କେବେ ଝରା କେବେ ଗଭାକି ଜୂଡ଼ା ସେ, କି ଖୋସା ସେ,ସେ କି ବେଣୀରେ ।୧।ଜିତ ଶୀତ ମୟୂଖରୁ ସୁନ୍ଦର ତା’ ଶ୍ରୀମୁଖରୁକେତେବେଳେ କି ରସରେ ଗିର ଶୁଣି ରେ ।୨।ମୋ ସଙ୍ଗେ ମିଳି ଶରଧା ଲାଗେ ମୋତେ ସେ ବସୁଧା-ମଣ୍ଡନା ଅଧରୁ ସୁଧା-ସାର ଲୁଣି ରେ ।୩।ନ ସରେ ବାସର ଗଣ ଅସର ରସ ନିପୁଣଚାତୁର୍ଯ୍ୟନିଧିର ଗୁଣ ଗୁଣଗୁଣି ରେ ।୪।ସରଜେ ମୋ ଜୀବସଙ୍ଗୀ ନବନୀତ ମୃଦୁଜାଙ୍ଗୀକେତେବେଳେ କେଉଁ ଭଙ୍ଗୀ ଅନାଉଣି ରେ ।୫।ହରିଚନ୍ଦନ ରଚିଲେ, ହରି ବିଦେଶ ପାଞ୍ଚିଲେପାଇବି କି ହେବ ଶିବକୃପା ପୁଣି ରେ ।୬।
(୧୪୦)
ପଚାର କେ ଆଣିଛି ଗଜଗତିକିସେ ମୋ ଏ ଜଗତୀକି । ଘୋଷା ।କି ସୁନ୍ଦର ଦରହସିତ, ଶୀତକରକର ଲଳିତ,ଦଶନବସନ ନବ ଜବାସୂନ ଉପରେକେ ରଖି ଦେଲା ମୋତିକି ।୧।ଆହା ତାହା ଚାହାଣି ଠାଣି, ବଣାମୃଗ ନ ପାରେ ଆଣିମଳିନ ନୋହିବା ନଳିନ ଯୁଗଳେଅଳି କରୁଥିଲା ଚଳି ରତିକି ।୨।ସ୍ଫୁଟ ତିଳକୁସୁମ ନାସା, ପୁଟ ଫୁଲା ସରସ ଭାଷା,ଆଳୀକି ଆଳାପି ଚାଳି ଦେଉଥିଲାପ୍ରତିପଦରେ କେଳତିପତିକି ।୩।ହେମରମ୍ଭା ତରୁ ଊରୁକୁ, ପ୍ରେମରଙ୍କ ନଟ ଭୂରୁକୁ,ରୁଚକ ରୁଚିର କୁଚକଲଶକୁ ଚାହିଁହଜାଇବେ ଯତି ମତିକି ।୪।ଇଷ୍ଟତମା ସଖିଙ୍କି ରସେ, ଅଷ୍ଟଦୁର୍ଗ ମହେନ୍ଦ୍ର ଭାଷେ,ମୋଦେ କୋଳେ ବସି ପଦେ କହୁ ହସିମୋ ସବତଟି ସେ ରସବତୀକି ।୫।
(୧୪୦)ଜଗତୀ—ପୃଥିବୀ,ଶୀତକରଲଳିତ—ଚନ୍ଦ୍ରକିରଣ ପରି ମନୋହର,ଦଶନବସନ—ଅଧର,ନବଜବାସୂନ—ନୂଆ ମନ୍ଦାର ଫୁଲ,କେଳତିପତି—କନ୍ଦର୍ପ,ରୁଚକ—କଣ୍ଠାଭରଣ,ହାର;ସବତ—ରାଣ
(୧୪୧)
ରାଗ—ଇମନ କଲ୍ୟାଣ, ଆଡ଼ତାଳପର ମଣି ତ ରମଣୀ ଦେଲୁ କରମଣି ଛାଡ଼ି ରେ । ଘୋଷା ।ମୋ ଜୀବନ କାହିଁ ହଜାଇଲି,ଖୋଜି ଆଣି ଦିଅ ଆଳି ବୋଲି,ଜଳପୁଛୁ, ବିଳପୁଛୁ, ଏବେ ଉରେ କର ତାଡ଼ି ରେ ।୧।ଜାଣି ତୋହର ମାନସ ବ୍ୟଥା,ଆଣିଥିଲୁ ଭାଳି କେତେ କଥା,ଘନପ୍ରଥା ସୂନଗଭା,ଅତି ଯତନେ ସଜାଡ଼ି ରେ ।୨।ବିମ୍ୱ ରଦନାମ୍ୱରା ରେ ଧନ,ନିମ୍ୱଦଳ ଦ୍ରବେ ଦେଇ ମନ,ସୁଧାଧାରା, ମୁଧା ଧରା-ତଳେଦେଲୁ ତ ଅଜାଡ଼ି ରେ ।୩।ଗୋପ ଯୁବରାଜ ଶିରୋମଣି,ତୋ ପଦକଞ୍ଜ ଚୁମ୍ୱିଲା ପୁଣି,ଭୁଜେ ଧରି, ତୁ ଯେ ହରିଣାକ୍ଷୀନ ରଖିଲୁ ଭିଡ଼ି ରେ ।୪।ଯାହା ପାଇଁ ଶିବ ପୂଜୁଥାଉ,ତାହାଙ୍କ ପ୍ରିୟାଙ୍କୁ ଭଜୁଥାଉ,ତାଙ୍କ ଦୁଃଖ କରି ସୁଖ,ମୂଳ ଦେଲୁ ତ ଉପାଡ଼ି ରେ ।୫।ବୋଧି କହେ ଅଷ୍ଟଦୁର୍ଗନାହା,ବୁଦ୍ଧିହୁଡ଼ରୁ ତ ହେଲା ଏହା,ଏବେ ଚାଲ, ନନ୍ଦଲାଲ ମନୁମାନ ଦେବା ଝାଡ଼ି ଗୋ ।୬।
(୧୪୧)କରମଣି—ହସ୍ତସ୍ଥିତ ମଣି,ଜଳପୁଛୁ—ବୃଥା ଅନେକ କଥା କହୁଅଛୁ,ବିଳପୁଛୁ—କାନ୍ଦୁଛୁ,ଉରେ—ବକ୍ଷରେ,ସୂନ—ଫୁଲ,ମୁଧା—ବୃଥା,ତାହାଙ୍କ ପ୍ରିୟା—ଶିବଙ୍କ ପ୍ରିୟା ପାର୍ବତି
(୧୪୨)
ରାଗ—ଖମ୍ୱାଜ—ଝୁଲାପୀରତି ଲଗାଇ ଶ୍ୟାମ,ଦୂରଦେଶ ତୁ ନ ଯା’ରେ । ଘୋଷା ।ମୁହିଁ କରି ନାହିଁ ଦୋଷ, ଅକାରଣେ ତୁ ନ ରୁଷପୀୟୂଷ ବଚନ ଭାଷ, ତୋଷ କର ମତିକି ରେ ।୧।ଏ ମୋ ନବ ଯଉବନ, ମାନହୀନ କଲେ ଧନଏ ଯୁବା ବୟସେ କାନ୍ତ ନ ଚିରା କ୍ଷିତିକି ରେ ।୨।ବାଲି ଯେ ତବତି ପାଇ, ଲୋଡ଼ିଲେ ବୃକ୍ଷର ଛାଇଆହା ବୋଲିବାକୁ ସାହା ନ ଥିବଟି କେହି କି ରେ ।୩।ଆପେ ରୋପିବା ବୃକ୍ଷର, ଶ୍ରୀହସ୍ତେ କାଟିଲେ ଚେରଦାଣ୍ଡେ ହେବ ଅସୁନ୍ଦର ତୋ ମନକୁ ତୁ ବୁଝା ରେ ।୪।ସୂର୍ଯ୍ୟର କିରଣ ଲାଗି, ହେଉଥିବି ଦୁଃଖଭୋଗୀଦାସୀଗଣମାନେ ଜଗି, ବୋଳୁଥିବେ ଚନ୍ଦନରେ ।୫।କହେ କବିସୂର୍ଯ୍ୟ ଦାସ, ବାଲ୍ୟକାଳୁ ତୋତେ ଆଶପୀରତି ପାଶୋରା ମନ୍ତ୍ର ମୋତେ ତୁ ତ ଦେଇଯା’ରେ ।୬।
(୧୪୩)
ରାଗ—ମରୁଆ—ଝୁଲାପୋଡ଼ୁ ପର ଅନୁରାଗ-ତହୁଁ ଭଲ ତନୁତ୍ୟାଗ ଗୋ ।ଘୋଷା ।ଜଗାଇ ମାରଇ ରାତିଯାକକେଳି-ଅଗାରେ ଲଗାଇ ବାଗ ଗୋଦଗା ଦେଇ ମୋତେ ଭଗାରି ହସାଇଲଗାଇ କଳଙ୍କ ଦାଗ ଗୋ ।୧।ସରୁ ବାସ ମେରୁ ଗରୁ ହୋଇଯାଏନ ରୁଚେ ଆହାର ଆଗ ଗୋରସି ଚାହୁଁ ଚାହୁଁ ନୀପ ଉପରକୁଖସି ପଡ଼େ ଫୁଲ ପାଗ ଗୋ ।୨।ଓଟାରିଲେ ହେଲେ ଗୁରୁଜନଙ୍କରତରଜନମୟ ତାଗ ଗୋମନମଥ-ଶର ଘନଶ୍ୟାମଳରହୋଇଯାଏ ଲାଗଲାଗ ଗୋ ।୩।ଜଳନ୍ତର ପତି ବୋଲେ ଆଗୋ ଦୂତୀଶ୍ୟାମରେ ନୁହ ବିରାଗ ଗୋତାଙ୍କୁ ଭଜିବାରୁ ମରମରେ ମାରୁପଛେ ମନମଥ ନାଗ ଗୋ ।୪।
(୧୪୪)
ରାଗ—ତୋଡ଼ି, ତାଳ—ରୂପକପ୍ରମଦକୁଞ୍ଜର-ରାଜଗତି ରେ,ତୁ ମୋ ଓଜଗଣ ଏ ଜଗତୀରେମୋଠାରେ କରୁଣା ଆଚରିଲେ ଊଣାବୋଲାଇବୁ ନାହିଁଟି ଏ କ୍ଷିତିରେ ॥
ରତିପଣ୍ଡିତା, ମୁଁ ଚଣ୍ଡୀପତିରେ—ଚଢ଼ାଇ ଚମ୍ପକ ଶୁଦ୍ଧମତିରେତୋ ଚରଣ ଦାସ ବୋଲାଇବା ଯଶ-କୁସୁମେ କରିଛି ପରିପନ୍ଥୀ ରେ ।୧।ଆଭୀର ନଗରୀ ଶୋଭା ଭୂତିରେ,ଗଭୀର ହୃଦୟା ଦୟାବତୀ ରେ ।ବ୍ରଜେ ଥିବା ଆଉ ମିଳିବ ଯେ କାହୁଁତୋହ ପରା ପ୍ରଭୁ ବସୁମତୀରେ ।୨।ବଣାମୃଗନେତ୍ରା ଆଗେ ଭୀତିରେ –ଜଣାଇଁ ନ ଜାଣେ ସବିନତିରେକରିଛି ମୁଁ ଅନୁମାନରେ ସୁତନୁପରସନ ନୋହୁ ଅତି ସ୍ତୁତିରେ ।୩।ନିପଟ କପଟଶୂନ୍ୟ ପ୍ରୀତିରେ—କରିବାରୁ ତୁମ୍ଭ ଅଙ୍ଗୀକୃତିରେଟେକାଇଛି ସୁଖ-ଦାୟିନୀରେ ଦେଖସରସେନ୍ଦ୍ର ପଦ ଶ୍ୱେତଛତୀରେ ।୪।ଶ୍ୟାମବାଣୀ ବିଳସନ୍ତେ ଶ୍ରୁତିରେ,କିଶୋରୀ ଜମିଲେ ଲାଜେ ଛାତିରେକିଶୋର କିଶୋରୀ କର କୃପାଭରଅଷ୍ଟଦୁର୍ଗ ବସୁମତୀ-ପତିରେ ।୫।
(୧୪୫)
ରାଗ—କଲ୍ୟାଣ—ଏକତାଳିପ୍ରାଣସଜନୀ, ଘେନି ରାଣକୁ ଗୋଶାଣ ଦେଇ ମଦନ, ବାଣଗଣରେ ପୁଣ,ଜାଣ ନେବଟି ଆଜ ପ୍ରାଣକୁ ଗୋ ।ଅକଳଙ୍କ ଶରଦ, ପରବ-ବିଧୁ ମଦ-ଦଳନ ମୁଖ-ଦରପଣକୁ ଗୋଦେଖାଇ ଥରେ ମୋତେ, ଅଧରୁ ମଧୁ ଯେତେ,ଚଖାଇ କରା ପରିତ୍ରାଣକୁ ଗୋ ।୧।ତାହାରି ଦୟାବଳ, ମଣିମୟ ମଞ୍ଜୁଳ-ସ୍ତମ୍ଭ ଭୁଜ ପରିରମ୍ଭଣକୁ ଗୋଟାକି ରହିଛି ମନ, ଢାଳିଣ ଅପଘନ,କରିବି ଚୁମ୍ୱ ବରଷଣକୁ ଗୋ ।୨।ଦ୍ରାକ୍ଷା ମଧୁ ମଧୁର, ସାକ୍ଷାତେ ଚାଟୁଗିର,ବିଖ୍ୟାତ କରି ମୋ ଶ୍ରବଣକୁ ଗୋଭିକ୍ଷା କରେ ସୁରତ, ଲକ୍ଷ ବିଧି ସବତ,କକ୍ଷା କି ହେବ ସତୀ ପଣକୁ ଗୋ ।୩।ମଦନ ଅମଳରେ, ରଦନକ କ୍ଷତରେକଦନ ଯେତେ ଦେଇ ଟାଣକୁ ଗୋଭାଙ୍ଗିବା ଯାଏ ସହି, ଇଙ୍ଗିତେ ଦେବି ନାହିଁ,‘ନାହିଁ’ ଭଙ୍ଗୀର ଆଚରଣକୁ ଗୋ ।୪।ଅଭିନବ ମୁଦିର, ଶୋଭାକୁ ତ ନଜର,ଗଭୀର ସେ ହଂସର ସ୍ନାନକୁ ଗୋକରିବା କାଳେ ଲଜ୍ଜା, ବରଜି ଦେଇ ମଜା,ହେଲାଣି ତ ମଜ୍ଜିବା ଜଣକୁ ଗୋ ।୫।ଚାରୁ ଚନ୍ଦ୍ରକ ଚୂଳ, ଶୋଭା ନେତ୍ର ଯୁଗଳଚାହିଁ କଲି ଚଣ୍ଡୀବରଣକୁ ଗୋଅନୁକମ୍ପା କି ହେବ, ନାହିଁ କି ଜଗଦ୍ଦେବ,ପିତଳର ଗୁଣାର ଶୁଣାକୁ ଗୋ ।୬।
(୧୪୬)
ରାଗ—କୁମ୍ଭକାମୋଦୀ, ତାଳ-ଆଦିପ୍ରିୟସଖି କରିବି କି ବୁଦ୍ଧି ଗୋ,ଗଲିନି ମୁଁ ଲାଜେ ସଢ଼ି ।କେଉଁ ଗୁଣେ ରସି ନିକୁଞ୍ଜବିଳାସୀମୋ ସ୍ନେହେ ଅଛନ୍ତି ବୁଡ଼ି । ଘୋଷା ।ମୁଁ ତ ଯଉବନ ଗୁମାନେ ମଦନମନ୍ଥର ଚାଲି ନ ଜାଣେ;ମୋତେ ଜଳକେଳିଅଳସୀମରାଳୀଗମନା ବୋଲନ୍ତି କେଣେ ।୧।ବ୍ରଜେ କେତେ ବାମା ନାହାନ୍ତିସୁଷମା ସମ୍ଭାରେ ରମ୍ଭାରୁ ବଳି;ସେ ଶିଖଣ୍ଡଚୂଳ ନୟନଅଞ୍ଚଳଆନେ ତ ନ କଲା କେଳି ।୨।ମୁଁ ଚାହିଁ ନ ଜାଣେ, ଲବେ ନେତ୍ରକୋଣେନଚାଇ ଭୂରୁକୁ ଗେଲେ;ତେବେ ପୀତପଟ ନଟଖଞ୍ଜରୀଟ-ନୟନାମୋ ନାମ ଦେଲେ ।୩।ମନ ଜାଣିବାକୁ ଯେଉଁ ଦିନଭଲେ ନ ମଜାଇ କଣ୍ଠଭୂଷା;ବିଗୁଣ ନ ଘେନି ଦ୍ୱିଗୁଣ ସେ ଦିନକରନ୍ତି ଶୋଭା ପ୍ରଶଂସା ।୪।ଏଥୁଁ ଅବା ଖେଦ ହେଉଛି କି ମୋଦନ ଜାଣନ୍ତି ଆନ ସଖୀ;କ୍ଷିତିପତିବୃନ୍ଦ-ମୁକୁଟ ମୁକୁନ୍ଦଦେବକେବଳ ମୋ ସାକ୍ଷୀ ।୫।
(୧୪୬) ନିକୁଞ୍ଜବିଳାସୀ—ଶ୍ରୀକୃଷ୍ଣ; ମନ୍ଥର—ଧୀର; ମରାଳୀ—ହଂସୀ; ସୁଷମା—ଶୋଭା; ରମ୍ଭା—ସ୍ୱର୍ଗବେଶ୍ୟା; ଶିଖଣ୍ଡଚୂଳ—ମୟୂରପୁଚ୍ଛଧାରୀ; ଖଞ୍ଜରୀଟନୟନା—ଖଞ୍ଜରୀଟ ପକ୍ଷୀପରି ଚଞ୍ଚଳ ନୟନ ଯାହାର ।
(୧୪୭)
ରାଗ—କରୁଣାଶ୍ରୀପ୍ରିୟ ସଜନି ରେ ! ମରା ଯିବା ପରାଶ୍ୟାମ-ଗୋରା ପ୍ରୀତି ଘେନି ! ।୦।ଟାଣି ଘେନି ଯାଉଛି କେ ଅଖିଳ ଇନ୍ଦ୍ରିୟ ?ଜାଣି ହେଉ ନାଇଁ କି ହେଉଚି ଟି ହୃଦୟ !! ।୧।‘ମାନସ’ ଅଶନ-ଭୂଷା-ବେଶେ ନ ମିଶିଲା;ପ୍ରତିଦିଗେ ନୀଳମଣି ମୟୁଖ ଦିଶିଲା ।୨।ଲଗାଇବ କି ବଲ୍ଲବ ଜାତିରେ ଦୂଷଣସେ କେଳି କଦମ୍ୱକୁଞ୍ଜ-ମଣ୍ଡପ-ଭୂଷଣ ? ।୩।ତନୁରୁ ‘ପତନ’, ନେତ୍ର ଯୁଗଳରୁ ‘ନିଦ’ଦୂର କରାଇଲାଣି ସେ ନାଟୁଆ-ନୀରଦ ।୪।ତେଣେ ‘କୁଳ ଧର୍ମ’ ବୋଲି ଅଛି ଏକ ‘ଦଣ୍ଡ’ଏଣେ ନାଚୁଅଛି ହୃଦେ ଆନତ ଶିଖଣ୍ଡ ।୫।ଚୂରୁଅଛି ଅଭିଳାଷ ମହୀଧର ଚୂଳଗୁରୁଜନ – ଗରଜନ – କୁଳିଶ କନ୍ଦଳ ।୬।ମଜ୍ଜ ତରୀ ମୋଦ – ସରିତରେ ଅଛି ଚାଲି;‘ଲଜ୍ଜା’ ପ୍ରତିକୂଳ ବାତ ଆଣୁଅଛି ପେଲି ।୭।ଜାଳି ଦେଉଅଛି ‘ବଳ’ – ବନ – ସ୍ମର – ଦାବ;ଭାଳି ଭାଷେ ଅଷ୍ଟଦୁର୍ଗନାଥ ‘ଜଗଦ୍ଦେବ’ ।୮।
(୧୪୭)ଅଖିଳ—ସମସ୍ତ,ଅଶନ-ଭୂଷା-ବେଶେ—ଭୋଜନ-ଅଳଙ୍କାର ସାଜସଜ୍ଜାରେ,ନୀଳମଣୀ ମୟୂଖ—ଶ୍ରୀକୃଷ୍ଣଙ୍କ ଶ୍ୟାମଳ ଆଭା,ବଲ୍ଲବ ଜାତି—ଗୋପାଳ ଜାତି,ପତନ—ଉଦଯୋଗ ବା ପ୍ରଚେଷ୍ଟା,ନାଟୁଆ ନୀରଦ—ନୀଳ ମେଘବର୍ଣ୍ଣର ନାଟୁଆ ଶ୍ରୀକୃଷ୍ଣ, ଆନତ ଶିଖଣ୍ଡ—ଅବନତ ମୟୂରଚୂଳିଆ ଶ୍ରୀକୃଷ୍ଣ, ଗରଜନ କୁଳିଶ—ବଜ୍ରକନ ଗର୍ଜନ,ମଜ୍ଜତରୀ—ମଜ୍ଜିତ ପ୍ରେମର ଜାହାଜ,ସ୍ମରଦାବ—କାମାଗ୍ନି ।
(୧୪୮)
ରାଗ—କାମୋଦୀ, ଏକତାଳିଫୁଲ ମଲ୍ଳୀହାସୀ ରେ, ସତେ ତୁ କି ସାହସୀ ।ପଦ ।ଶୁଣିଥିବୁ ନୂତନା ଗରସ୍ତନା ପୂତନା,ଲଭିଲା ଅରିଷ୍ଟରେ ସୁଖ ଯେଡ଼େ;ତାକୁ ସୁଧା ମଧୁର ଗୁଣବନ୍ତ ଅଧର,ପିଆଇବାକୁ କିପାଁ ବାଞ୍ଛା ଏଡ଼େ ।୧।ସାତ ବରଷୁଁ ଯାର, ଅଣ୍ଟିଲା ନାହିଁ କର,କମଳ କନିଷ୍ଠକୁ ଗୋବର୍ଦ୍ଧନ;ପଡ଼ିଛୁ ତା ହାବୁଡ଼େ, ପୁଣି କାହିଁକି ଏଡ଼େଉନ୍ନତ କୁଚାର୍ପଣେ ଅଭିମାନ ।୨।ଚିରବଚାରୁ ପେଟ, ହେବାକାଳେ ଶକଟହେଲାଟି ଯାହା ସେ ବିଲୋଳ ମୃଦୁ;ନ ଥିଲା କିଛି, ଜଣା, ଏବେ ଯାଉଛି ଶୁଣାତୁ ପୁଣି ଚୁମ୍ୱି ତହିଁ ସ୍ତନେ ଲଦୁ ।୩।ଚମରୁନେତ୍ରା ଶତ, ଚେଳ ଚୋରି ପଣ୍ଡିତବୋଲି ପ୍ରସୁରିଅଛି ଯାହା ନାମ;ଏକାକିନୀ ଅବଳା, ଚେଳହରଣ ଲୀଳା,କି ଚିତ୍ର ଚିନ୍ତିଲେ ସେ ଘନଶ୍ୟାମ ।୪।ହରିକ୍ଷାଣିରେ ନାନା ହରି ଗନ୍ଧକୁ ଯା ନା,ବୋଲି ଯେ କହୁଥାଉଁ ବାରବାର;ତନୁମଧ୍ୟ କିଶୋରୀ, ମନୁ ଦେଇ ପାସୋରି,ସେ ସ୍ନେହ ସମ୍ପାଦୁଛୁ ଭାର ଭାର ।୫।କହିଲେ ବସୁଦୁର୍ଗ, ବସୁଧାଚନ୍ଦ୍ର ସ୍ୱର୍ଗମହେନ୍ଦ୍ର ସଖୀ ମୁଖୁଁ ଶୁଣି ଏହା;ରଚି ସବ୍ରୀଡ଼ ହାସ, ଶ୍ରବଣ ଅବତଂସ,ଡରାଇ ଉଞ୍ଚାଇଲେ ଚମ୍ପାଦେହା ।୬।(୧୪୮)ଗରସ୍ତନା—ବିଷପୂର୍ଣ୍ଣ ସ୍ତନ ଯାହାର,ଚମରୁନେତ୍ରା—ମୃଗନୟନା ।