(୮୯) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିକେଉଁ ସତୀ ସେ ପୁଟ ଭେଦନେ ଅଛି ନଟବର
ସ୍ନେହୁଁ ନିପଟ ହୋଇ ନିରାଶ ।୧।
ଡାକ ତ ସେ ଯୋଷାକୁ, କହୁ କାହା ନାସାକୁ,
ବାଜି ନାହିଁ ସେ ବନମାଳିକା ବାସ ।୨।
ଲୋଡ଼ି ଶ୍ୟାମ ପ୍ରୀତିକି, ଘଟକ-ଯୁବତୀକି,
କେ କହୁ ନାହିଁ ଧରି ଦଶନେ ଘାସ ।୩।
ତୋ ସ୍ନେହୁଁ ନିଶୀଥରେ, ବନଦୁର୍ଗପଥରେ,
ଗତାଗତରୁ ଥିବ ପଦେ ପରାସ ।୪।
ଡାକୁଁ ଯାହା ମୁରଲୀ, ସ୍ୱାମୀକି ପେଲି ଠେଲି,
ଧାବନବଶେ ଖସେ ନିତମ୍ୱ ବାସ ।୫।
ଶ୍ରୀ ଜଗଦ୍ଦେବ ଭଣେ, ରାଧାବାଣୀ ଶ୍ରବଣେ,
ଆଳିଏ ହସି ଦେଲେ ଅଙ୍କ ନିବାସ ।୬।
(୯୧)ପୁଟଭେଦନ—ନଗର, ନିଶୀଥରେ—ଅର୍ଦ୍ଧରାତ୍ରରେ,ନିତମ୍ବ—କଟିର ପଶ୍ଚାଦ୍ଭାଗ
(୯୨)
ରାଗ—ତୋଡ଼ି, ଆଠତାଳିଚାହିଁଛି ମାତ୍ର ଶିଖଣ୍ଡ ଲୋ, ସଖି ମୁଁ ତୁଛା ଅପବାଦେଚମକି ପଡ଼ୁଛି ଏ ବ୍ରଜ ବଜାର ଦାଣ୍ଡ ଲୋ ।ଚିକ୍କଣ-ଶ୍ୟାମଳଚନ୍ଦ୍ର ନିକଟକୁ ଚାଲିନାହିଁଟି ପହଣ୍ଡ ଲୋ, ସଖି ମୁଁ ।ପଦ ।ଚପରାସିଚୟ ପେଷି କଂସରାୟ ନିର୍ଦ୍ଧୋଷେନେବ କି ତଣ୍ଡ ଲୋ ।୧।ଚଳୁଆ ଯେ ବଡ଼ ମୋହର ଗଉଡ଼ଶୁଣିଲେ ହେବ ପ୍ରଚଣ୍ଡ ଲୋ ।୨।ସଖୀ ଥିଲେ ମୋର ପରଶନ୍ତେନୀର ତାଙ୍କ ଯୋଗୁଁ ଲଣ୍ଡଭଣ୍ଡ ଲୋ ।୩।ଚୋରି ଯେବେ କରିଥିଲି ମୁଁ ତାଙ୍କରିଚୁମ୍ୱିଛି କି ଚାରୁ ଗଣ୍ଡ ଲୋ ।୪।ଅଷ୍ଟଦୁର୍ଗ ଭଣି ଶୁଣ ଠାକୁରାଣୀଶ୍ୟାମ ପଦକଞ୍ଜେ ମଣ୍ଡ ଲୋ ।୫।
(୯୩)
ରାଗ—ପୂରବୀ—ଝୁଲାଚାହିଁ ଜାଣଇଁ ଗୋ, ନାହିଁ ନାହିଁ ଶ୍ୟାମ ସରିସହି, ତା ନୟନ-ଅୟନ-ଅମିୟରସ ଢାଳିଦେଲା ପରି ।ପଦ ।ପ୍ରଫୁଲ୍ଲ ପଙ୍କଜ ଅଙ୍କରୁପାଟଳୀ କୁସୁମ ପାଶେ ବିହରିବିକାଶ ନବ ଇନ୍ଦିବର ଯୁଗଳେଅଳି ଚଳୁଥିଲା ପରି ।୧।ଗଜରାଜଗତି ଜଗତଯୁବତୀରାଜ ବିନୟ ବିଚାରିଭୂରୁ ଚାପେ ଶୂନ୍ୟ ନାରାଚମଦନରାଜ ସାଜିଥିଲା ପରି ।୨।କମନୀୟ କଳାବତୀଙ୍କଉରଜ କୁମ୍ଭଯୁଗ ଲକ୍ଷ୍ୟ କରିହୀରକ ଝକମକରୁ ମରକତଗୁଳି ବାହାରିବା ପରି ।୩।ସୁନ୍ଦର ବନ୍ଧୁକ ଅଧରେମଧୁର କୁନ୍ଦମନ୍ଦହାସ ଧରିରସବତୀ ଗଣେ ଗରଳ ପୀୟୂଷରସ ବୋଳିଦେଲା ପରି ।୪।ହଜାଇଣ ଜାତି କୁଳ ସତୀରୀତିବିବେକ, ମତି, ଚାତୁରୀପରିଣତ ବିମ୍ୱ-ଅଧରାଙ୍କ ଦମ୍ଭତରୁ ଛେଦିଦେଲା ପରି ।୫।ଶ୍ରୀହରିଚନ୍ଦନ କହଇ ନବୀନରସାଳସା ନେତ୍ରେ ହରିଅଳପ ଯତନେ ପୀରତି ରଚନେକିଣି ପକାଇଲା ପରି ।୬।
(୯୪)
ରାଗ—କାମୋଦୀ—ଆଠତାଳୀଚାହିଁଲା ରେ, ମନ ମୋହିଲା ରେ ।ପଦ ।ଜଳଖେଳା-ଶଫରୀ—ନୟନା ସୁନାଗୋରୀସତେ ମହେନ୍ଦ୍ର ଶୀରି—ମୋତେ ଯାଚିଲା ପରି ।୧।ଆଜ କି ତପବଳେ-ଜଳବାହୁଡ଼ା ବେଳେପ୍ରିୟ ସଖାଙ୍କ ମେଳେ—ବିରାଜି କି ଚପଳେ ।୨।ପରବ ସମୁଦିତ—ଶତ ମୟୁଖଜିତ—ମୁଖେ କି ମନ୍ଦସ୍ମିତ—ମଣ୍ଡି ମୋ ପ୍ରାଣମିତ ।୩।ମଦନ ମୁଖେ କାଳି—ଦେବାକୁ ନିକି ଭାଳିମୋ ଗଳା ମଣିମାଳି—କୃପା ଅପାଙ୍ଗ ଢାଳି ।୪।ବିରଞ୍ଚିଲେ ଶ୍ରୀହରିଚନ୍ଦନ ଶ୍ରୀକିଶୋରୀବ୍ରଜନବରେ ହରି—ହୟଙ୍କୁ ଫେରି ଫେରି ।୫।
(୯୫)
ରାଗ—କାମୋଦୀଚାହିଁବୁ ଯେବେ ଶ୍ୟାମ ଦ୍ୟୁତିକି ରେ,କାହିଁ ହଜାଇ ଦେବୁ ମତିକି ରେ ।ନାହିଁ ବୋଲିବା କଥା, ଜାଣିବୁ କି ସର୍ବଥା,ଆଉ କି ସମ୍ଭାଳିବୁ ଧୃତିକି ରେ । ଘୋଷା ।ଏ ନଗରେ ଏଣିକି, ଭ୍ରମେ ଚୁମ୍ୱିବ ନିକି,‘ସତୀ’ ଏ ଦୁଇ ବର୍ଣ୍ଣ ଶ୍ରୁତିକି ରେ,ସତେ ପ୍ରାଣମିତରେ ତା ସେବାରୁଇତରେ ଯୁବତୀଜନମକୁ ଗତିକି ରେ ।୧।ଯେବେ ସେ ହେବ କୋଳେ, କଳାବତୀ ମଣ୍ଡଳେ,ନ ଟେକିବୁ କି ଶ୍ୱେତ ଛତିକି ରେ,ଚୁମ୍ୱିଲେ ତା ବଦନ-କଞ୍ଜଟି ଗୁରୁଜନଗଞ୍ଜନ ଲଭିଲେହେଁ କ୍ଷତି କି ରେ ।୨।ଭବନ ମଣି ବିଷ, ସେ ନବ ଯୁବା ପାଶ,ରବିନନ୍ଦନାତୀର କ୍ଷିତିକି ରେ,କି ସୁଖ ଇନ୍ଦ୍ର ଅଙ୍କେ, ନନ୍ଦନରେ ନିଃଶଙ୍କେଆରୋହିଲେ ଅଭ୍ରମୁପତିକି ରେ ।୩।ଅବା ତା ପଥେ ଯିବା, ଜାଣି କଳପି ଥିବା,ତା ପଛେ ଯେତେ ପରାଭୂତିକି ରେ,ମୋହନସ୍ମିତ ଅବଲୋକେ ପାସୋର ଯିବନ ଆଚରିବ କି ବିନତିକି ରେ ।୪।ଶୁଣି ଶ୍ରୀଠାକୁରାଣୀ, ଚିତ୍ର ମଣିଲେ ଜାଣି,ନ ଥିଲାପରି ହରିପ୍ରୀତିକି ରେ,ସେ କାଳେ ଦୁଇ ସଖୀ, କୃପା କଲେ ସୁମୁଖୀ,ମୁକୁନ୍ଦଦେବ ଗଜପତିକି ରେ ।୫।(୯୫) ରବିନନ୍ଦନା—ଯମୁନା, ଅଭ୍ରମୁପତି—ଐରାବତ ହାତୀ
(୯୬)
ଶଙ୍କରା ଭରଣ—ଆଠତାଳିଚିତ୍ତକୁ ଯେବେ ପାଇଲା କର,ହିତକୁ ସିନା କହୁଛି ଚାକର ।୦।ତନୁ ଚୀନ ଚେଳ ଯାହା ସମାନ,ଅନୁଚିତ ତାହାଠାରେ ଗୁମାନ ।୧।ଖଳ କୁଗିର ଗଉରବେ ରସି,ତଳକୁ ହୋଇବାର ମୁଖଶଶୀ ।୨।କାହିଁ କି ଶୁଣି କିସ ଆଭାଷିଲା,କାହିଁକିଟି ଏତେ କଥା ଆସିଲା ।୩।ଖଞ୍ଜନ ମଞ୍ଜୁଳ ନେତ୍ରୁ ନିବାର,ଅଞ୍ଜନ ମିଶା ଅଶ୍ରୁ ବହିବାର ।୪।ନ ଧର ରେ ରସ କଳପଲତା,ଅଧର ପାନ ଦାନ କୃପଣତା ।୫।ଶ୍ରୀ ହରି ବିନୟେ କିଶୋରୀ ତୋଷେ,ବିହରିଲେ ହରିଚନ୍ଦନ ଭାଷେ ।୬।
(୯୭)
ରାଗ—ଖମ୍ୱାଜ—ଝୁଲାଜଗତ କରତା ନାଥ ମିଛେ ହରି ବୋଲାଇଛଅନ୍ତରେ କପଟ ରଖି କ୍ଷିତିରେ ଦାତା ହୋଇଛ ।ପଦ ।ଦେଲ ଯାହା ନେଲ ତାହା—ନ ଜାଣ କି ଚଉବାହା !ଏଥକୁ ଭାର୍ଗବୀନାହା, ପତାକା ଯା ଉଡ଼ାଇଛ ।୧।ବଳୀରାଜା ଦାନକାଳେ—ତାକୁ ଚାପିଲ ପାତାଳେଗୋପେ ସୁଦାମାକୁ ବଳେ ଅଇଶ୍ଚର୍ଯ୍ୟ ଦିଆଇଛ ।୨।ଗୋପୀଙ୍କ ବସ୍ତ୍ର ଗୋକୁଳେ—ଚୋରିକଲ ଆବହେଳେଦୌପଦୀ ଆତଙ୍କ କାଳେ, କୋଟି ବସ୍ତ୍ର ଦିଆଇଛ ।୩।ଶୁକ୍ର ମନ୍ତ୍ରୀ ନେତ୍ରେ କୁଶ—ମାରି ଲଭିବାର ଯଶଧୂଳିଖେଳେ ପୀତବାସ, ଅନ୍ଧେ ଲୋଚନ ଦେଇଛ ।୪।କଂସର ଯେ କୁବଳୟା—ତା’ଠାରେ କରିଣ ମାୟାଗଜକୁ କରିଣ ଦୟା, ଚକ୍ରେ କୁମ୍ଭୀର ହାଣିଛ ।୫।ହୃଦୟ ବଡ଼ କଠିନ—କମଠ ପୃଷ୍ଠରୁ ଟାଣବଳଦେବକୁ କଷଣ, ଭୂଜତଳେ ରୁହାଇଛ ।୬।
(୯୮)
ପୂରବୀ ଏକତାଳିଜଣାଗଲା ତୋ ମରଜି ବୀଣାଜିଣା-ବାଣୀ ରେ । ଘୋଷା ।ସଙ୍ଗିନୀଙ୍କ ସଙ୍ଗେ ସ୍ନେହ ଫିଙ୍ଗିଦେଇ ପାଣିରେତନାବି ନଜିକେ ଆଚରିଲୁ ଯା ପଛାଣି ରେ ।୧।କେତେ କଳ୍ପେ ଧାତା ତୋତେ ଅଛିଟି ନିର୍ମାଣି ରେଲେଖା ତୁ ସୁରେଖା ଏକା ରସିକା ସିହାଣୀରେ ।୨।ପାଉଁଜି-ମଞ୍ଜିର ପଦାଙ୍ଗଜ ରବ ଠାଣିରେବଜାଇଲୁ ଯା ବିଜୟଡ଼ିଣ୍ଡିମ ନିଶାଣି ରେ ।୩।ମହିଳା ମହେନ୍ଦ୍ରଭୂତି ଦେଲୁ ମୋର ହାଣି ରେସରସ ସ୍ମର-ସମର ସମର୍ଥ ଚାହାଣି ରେ ।୪।ବୋଲେ ହରିଚନ୍ଦନ ଭୂ-ପୂରନ୍ଦରମଣି ରେଯଦୁମଣି ବାଣୀ ବଶ ହେଲେ ଠାକୁରାଣି ରେ ।୫।
(୯୯)
ରାଗ—ରେଗୁପ୍ତ, ତାଳ ଆଠତାଳିଜଣାଥିଲା କି ମୋତେ ଏ ରୀତି ଗୋ,ଛଣାସୁଧା ସରପଣାରୁ ମଧୁର ଲାଗୁଥିଲାଶ୍ୟାମପ୍ରୀତି ଗୋ । ଘୋଷା ।ଲୁଣି ମଣିଲିଣି ମଧୁଝରକୁ,ଶୁଣି ତା ବିଷମ ବଂଶୀସ୍ୱରକୁ,କି ବାଇ ହୋଇଲି ନିଭାଇବିବୋଲି ସ୍ମର-ଧନଞ୍ଜୟ-ହେତି ଗୋ ।୧।ମହୀତଳେ ଯେତେ ଧୂର୍ତ୍ତ ପୁରୁଷେ,ସହି ସବୁରି ପରମଗୁରୁ ସେ;ଦୂରୁ ସେ ସ୍ନେହକୁ ଜୁହାରି ମୁ ହାରିରହିଅଛି ଲଭି ଭୀତି ଗୋ ।୨।ତାରତମ୍ୟ ସେ ନ ଜାଣେ ନିପଟ,ତାର ତନୁ ଗୋଟିଯାକ କପଟ,କଳାବତୀକୁଳ ମାରଣେକେବଳ କରିଅଛି ପରିଚିତି ଗୋ ।୩।ଆସିବି ମୁଁ ବୋଲି ଦେଇ ଭାଷାକୁ,ବାସି କଲା ଯେ ମୋ ଫୁଲଭୂଷାକୁ,ତୁ ହେଲେ ପହିଲୁ ଥରେ ନ କହିଲୁସେ କିତବର ଅନୀତି ଗୋ ।୪।ନିଚୋଳରେ ହେଲାନି ମୋ ଅରୁଚି,ପୀତପଟ ସେ କାହିଁକି ଧରୁଛି,ତାହାରି ସଦୃଶ ପିନ୍ଧୁଥାଉ ବାସଯା ତୁଲେ ମାତୁଛି ନିତି ଗୋ ।୫।ଶୁଣି ଏପରି ସନ୍ତୋଷ ଗିରକୁ,ନିଜ ନୟନେ ଥକାଇ ନୀରକୁ,ଆଳି ପ୍ରବୋଧିଲେ କିଶୋରୀକି ବୋଲେଅଷ୍ଟଦୁର୍ଗ ଧରାପତି ଗୋ ।୬।(୯୯) ସ୍ମରଧନଞ୍ଜୟହେତି—କନ୍ଦର୍ପ ରୂପ ଅଗ୍ନିର ଶିଖା, ପରିଚିତି—ପରିଚୟ,କିତବ—କପଟୀ, ନିଚୋଳ—ପ୍ରଚ୍ଛଦପଟ, ଘୋଡ଼ିହେବା ଲୁଗା; ଆଳି—ସଖୀ
(୧୦୦)
ରାଗ—ଭାଟିଆରିଜବାଧରା, ରାଜ ଭଟ-ହାତେ ପଛେ ଯିବା ଧରା ରେ ।ରସି ରସେ ଯଶ ରଖିଯିବା ଧରାରେ ।୦।କର ନାନା କେଳି ମିଳି ରାସେଡରନା ଗୁରୁଜନକୁ ଲେଶେବରନାଗରି, ଯା, କରନା ମନାସୁଲଭ ତୋ ବିଭ୍ରମ ପରକାଶେ ।୧।ବଜାର ମଧ୍ୟରେ ଜନ ଗାଉରଜାର ସମାଜେ ପଡ଼ିଯାଉହଜାର ଆକଟ ହେଲେ ବି ପ୍ରକଟକରିବା, ଡରିବା ନାହିଁ ଆଉ ।୨।ଅଦକ୍ଷ ତ ନୋହି ଯାଉ ଦେଖାରଦକ୍ଷତ ନଖଶିଖରେଖାଭୁଲାଇ ବଚନେ ତୁଲାଇ ଦେବାରଲେଖିଅଛି ଦୁଇ ଭାଲେ ଲେଖା ।୩।ତଳପ ସଙ୍ଗମ ବେଳେ ତୋରକଳ ପଦାମୃତ ଜରଜରଜଳପ ଅଳପ ଶୁଣିଲେ ମଣନ୍ତିବଳପର ସମ୍ପତ୍ତିକି ଛାର ।୪।ରାଜାଧିପୟକୁ ଖୁଣିବାକୁବାଜାବୃନ୍ଦ ନିନ୍ଦା ଭଣିବାକୁଖଞ୍ଜ ରଖିଅଛି ଶ୍ରୁତିକି ତୋ ପଦମଞ୍ଜୀର ଶିଞ୍ଜିତ ଶୁଣିବାକୁ ।୫।ଏପରି ନିଶି ପ୍ରସରି ବଂଶୀନିନାଦ-ଭୁଜଙ୍ଗୀ ଦେଲା ବଂଶୀଅଷ୍ଟଦୁର୍ଗ ନେତା ବୋଲେ ହତଚେତାହେଲେ ଗତିଜିତ କଳହଂସୀ ।୬।
(୧୦୦) ରାଜଭଟ—ରାଜଉଆସର ଦ୍ୱାରପାଳ,ସମାଜେ—ସଭାରେ¸ରଦକ୍ଷତ—ଦାନ୍ତଚିହ୍ନ, ନଖଶିଖରେଖା—ନଖାଗ୍ରର ଚିହ୍ନ, ତଳପ—ଶେଯ,ଜଳପ—କଥା, ବଳପ—ଇନ୍ଦ୍ର,,ରାଜାଧିପୟ—ଗଙ୍ଗା ¸ଖୁଣିବା—ନିନ୍ଦିବା, ଶ୍ରୁତିକି—କାନକୁ,ଶିଞ୍ଜିତ—ଧ୍ୱନୀଲ, ବଂଶୀନିନାଦ; ଭୁଜଙ୍ଗି—ବଂଶୀଧ୍ୱନି ରୂପକ ସର୍ପିଣୀ,
(୧୦୧)
ଜବାଧରୀ, ଯିବା ଆସ ତାଙ୍କୁ ଅନୁସରି । ଘୋଷା ।ଜପୁଥିବା କେତେ ଶିବନାମ ବସିଜୀବ ଯିବାଭଳି ହେଲୁଣି ତ ଦିଶିଜଳପିବା ବଳ ନାହିଁ କଳଭାଷୀଯାଉ ପଛେ ମାନ ସରି ରେ ।୧।ଜାଣି ଜାଣି ଶ୍ୟାମପ୍ରେମ-ଜଳଧିରେଯେତେ ଉପଚାର କଲେ ହେଁ ସଧୀରେଜାଣୁ ଜାଣୁ ଅବଗାହନ ବିଧିରେଯିବ ବେଦନା କିପରି ରେ ।୨।ଜଳ ସିଞ୍ଚି ତଳେ ପଲ୍ଲବ ତଳପେଜାଈଦଳେ ବିଞ୍ଚି ପହୁଡ଼ିଲେ ଆପେଜାଣୁଚୁ ତା ଜୀବ ଯିବାର କି ରୂପେଜମ୍ୱୁନଦସାର ଗୋରୀ ରେ ।୩।ଜାତ କରେ ସ୍ପଷ୍ଟ କର୍ପୂର ଚନ୍ଦନଜଳଜ-ଜଳକୁ ପକାଇବା ଆଣଜନମିବ ତହୁଁ ରସ ବିଲକ୍ଷଣବଳିବ ଦେଖ କିପରି ରେ ।୪।ଜୀବ ଥିଲେ ସିନା କରିବି ଗୁମାନଯାଉଛୁ ତ ସରି ହୋଇ ହୀନମାନଯାହା ଦିଶିଲାଣି ଚନ୍ଦ୍ରମାବଦନଜାଣେ ଦରପଣ ଧରି ରେ ।୫।ଜଳଜ-ବାନ୍ଧବ-ନନ୍ଦନା ତଟରେଜମ୍ଭାଳି ନୀଳ ନିଉଛାଳି ଖଟରେଜମିଆସେ ଯେହୁ ରାତି ପ୍ରକଟରେଜଗଦ୍ଦେବ ବୋଲ କରି ରେ ।୬।
(୧୦୨)
କୋଳାହଳ—ଆଠତାଳିଜାଣି ନାହିଁ କି ମୁଁ ଶ୍ୟାମ-ସ୍ନେହ ଗୋ ॥ ଘୋଷା ॥
ଆଉ କି ଜଣାଥିଲେ କହ ଶୁଣିବି ଭଲେତା’ ଚରିତ ମୋ ଆଗେ ନ କହ ଗୋ ।୧।ଏଥର ମିଶି ସହି ! ନ’ଥର ସହି ସହିପଥର କରିଛି ମୁଁ ଏ ଦେହ ଗୋ ।୨।ମୃଦୁ ଗିରେ ମଣାଇଁ ବଳିଆଇ ଜଣାଇଁକ୍ରୋଧାନଳେ ମୋ ହୃଦ ନ ଦହ ଗୋ ।୩।ରଚୁଥିଲେ ତା’ ପ୍ରୀତି ସେ ସୁଖ, ସେ ବିପତ୍ତିତୁହି ଭୋଗ କର, ତୁହି ସହ ଗୋ ।୪।କେତେ ଯତନ କରି କଦନ-ନଦୀ ତରିଅଛି ମୁଁ ବରଜି ମହାମୋହ ଗୋ ।୫।ଅଛି କି ତାହା ଦତ୍ତ ନଖକ୍ଷତ ରହିତଏ ନଗରେ ନାଗରୀ ନିବହ ଗୋ ।୬।କଳା କିଶୋର ପ୍ରେମ ହିମାନିଠାରୁ ହିମପ୍ରଳୟାନଳରୁ ଡହ ଡହ ଗୋ ।୭।ଅଷ୍ଟଦୁର୍ଗେଶ ଭାଷେ ଶୁଣି ଲଳିତା ହସେକହିଲେ ମୋ ସଖୀ ଦୁଃଖୀ ନୁହ ଗୋ ।୮।
(୧୦୩)
ଖମାଚ—ଏକତାଳିଜାଣିଲି ଠିକ ପିକବାଣୀ ରେ ! ତୋ ବିବେକଠାଣିଏ ଚାହାଣୀରୁ ଆଜ ରେ । ଘୋଷା ।ଦେଖି ଭଲେ ମୋ ନେତ୍ର ହୋଇଯାଉ ପବିତ୍ରଅବା ନବୀନା ବିନା ଲାଜରେ ।୧।ଧନରେ ! ଧନ୍ୟ ଧନ୍ୟ ତୋ ଶ୍ରୀମୁଖ-ଲାବଣ୍ୟନାହିଁ ଶାରଦ ଦ୍ୱିଜରାଜରେ ।୨।ମୋତେ ଅବଲୋକନ ଦେବାକୁ ଏ ବିଧାନନିକୁଞ୍ଜ ଆଗମନ ବ୍ୟାଜରେ ।୩।ଭେଟ ତ ମୁଁ ହେଲିଣି ଆଉ ଦୂତୀଙ୍କି ଘେନିକି ଫଳ ଆପେ ତୁ ନିଆଜ ରେ ।୪।ମୁଁ କରିବା ସେବାରେ ସମ୍ମତି କରିବାରେମାର ବାରଣ ତେଜ ସାଜ ରେ ।୫।ଏ ଅଷ୍ଟଦୁର୍ଗନାଥ ସୁବିତ୍ତ ମନୋରଥଭରି ଦୁଷ୍ଟ ଦଶାକୁ ମାଜ ରେ ।୬।
(୧୦୪)
ପୁରବୀ—ଆଠତାଳିଜୀବସଙ୍ଗିନୀ ରେ ଯହିଁ ରିପୁ ଫୁଲଚାପ—ନାହାର ବାହାର ବାହାରେ କାହାରଯତନ ଏ ତନୁତାପ ।ପଦ ।ଚୁମ୍ୱାଇ ବଦନେ ପ୍ରତିଚୁମ୍ୱଦାନେନ ଚୁମ୍ୱି ପ୍ରିୟ ଶ୍ରୀମୁଖଗଲାନି ଭଲା ନିତମ୍ୱନୀ ମଣିରେକହ ତ କାହାର ଦୁଃଖ ।୧।ଜାଣୁ ତ ବଣାମୃଗାକ୍ଷୀ ଏ ବୟସେସାକ୍ଷୀ ଏ ମନକୁ ମନରତିବନ୍ଧୁ ବିନା ବଞ୍ଚିବ ନବୀନାକି ରୂପେ ଯାମିନୀ ଦିନ ।୨।ଚନ୍ଦ୍ରିକା ଚନ୍ଦନ ଚନ୍ଦ୍ରପରାଗରୁଜାଣି ଯାହାର ଅଭେଦସେ ରମଣ ଛାତି ଶୀଳ ସୁପାତିରବିନା କି ଲାଗଇ ନିଦ ।୩।ଯାହା ଚାଟୁରୁଚି ଘେନୁଥିଲେଲୁଚି ଯାଉଥାଏ ଶଶୀ ଶିରିତହିଁମାନେ ହଟି କାହିଁକି ଗଲାଟିବସୁଧା ଚରମ ଚିରି ।୪।ଗଣ୍ଡ ଲଦି ସ୍ତନ ତକିଆରେଘନଶ୍ୟାମ ପହୁଡ଼ିବେ ନାହିଁବରଜିଣ ତାଙ୍କୁ ଆମ୍ଭ ଜୀଇବାକୁଉପାୟ ଅଛି କି ନାହିଁ ।୫।ଚାଲୁଁ କେଳି ନିକୁଞ୍ଜକୁ ଶ୍ରୀମତୀଙ୍କିସଖୀ କହିବାର ସ୍ନେହେବାଲୁକେଶ ରଣରଣ ଅଷ୍ଟଦୁର୍ଗଭୂନାଥ ପ୍ରିୟକୁ କହେ ।୬।