(୫୯) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୫୯)
ରାଗ—କାମୋଦୀ, ତାଳ ଆଦିଜଣା ତ ଅଛି ମାତ୍ର ଏତିକି ରେ ।ଗଣା ନ ଯିବା ଗୁଣବତୀକି ରେ ।ପଦ ।ଉତ୍ତମ ଅଙ୍କଚ୍ଛେଦ, ଅନୁରାଗ ବିଚ୍ଛେଦ,ଦୁହିଁକି ନେଲି ଯେ ନିକିତିକି ରେ,ଟେକିଗଲା ପ୍ରଥମ, ଯହିଁ ତୁଟିବା ପ୍ରେମ,ଦ୍ୱିତୀୟ ଚୁମ୍ୱଦେଲା କ୍ଷିତିକି ରେ ।୧।ବଳ ପାଉଛି ମୋର, ସହି ପାରିବି ଘୋର,କଳପାନ୍ତର ଖରା ତାତିକି ରେ,ମଧୁରାଧରା ପ୍ରୀତି, ଅଧୁରା ହେବା କାତି,ସୁହାଇ ଜାଣି ନାହିଁ ଛାତିକି ରେ ।୨।ଅବଳାମଣି ଅବଧାନିଆ ପଣେଯୁବ-ଚକ୍ରେ ଟେକାଇଥିବ ଛତିକି ରେ ;ଖଚ ବଚନ ଶୁଣି, ଧନବଦନ ମ୍ଳାନି,ସମୟେ ଥାଇ ଆଉ ଗତି କି ରେ ।୩।ସୂଚକ ଆଗେ ସଡ଼ି, କହିବାର ଲେସଡ଼ି,ରୁଚଇ ନାହିଁ ମୋର ମତିକି ରେ ;ରୁଚକପୟୋଧରା, ତୁ ଚତୁରୀଙ୍କ ଧୀରା,ବିଚାରି ପାଳିବୁ ମୋ ପ୍ରୀତିକି ରେ ।୪।ସେବାରେ ତ ଫାବତ, ହେବାର ଯେବେ ସତ,ବାଣୀ କେ ଶୁଣାଇବ ଶ୍ରୁତିକି ରେ ;କବିମିହିର ଗୀତେ, ବୋଲେ ପରଖି ମୋତେ,ସମର୍ପି ଦେବୁ ରତିପତିକି ରେ ।୫।(୫୯) ଟୀକା- ସୂଚକ- ଖଳ ଲୋକ,ରୁଚକ- କଣ୍ଟାଭରଣ ।
(୬୦)
ଜବାଧରା, ଜାମ୍ବୁନଦ ଧରାଧର ପୟୋଧରାରେ ।୦।ମାନ ସରସାରେ ତୋର ରତେମାନସ ତ ଥାଏ ଅନାରତେଆନ ସବତ ମୁଁ ବନାଇଲେ ହେଲେତା ନ ସମଂଜୁ କାହିଁକି ସତେ ।୧।ଭୂରୁ ତରଣୀ ଯା ଭଙ୍ଗ ସଖୀ,କରୁ ତହିଁ ଅଙ୍ଗୀକାର ଯୋଖିଉରୁ କମନୀୟ ରମ୍ଭା ତ କଂପାଉଦୂରୁ ତରୁଣୀନ୍ଦ୍ର ମୋତେ ଦେଖି ।୨।ପାଜି ପାପୀ ଦୁଷ୍ଟ ଦଶା ମୋତେଆଜି କି ରଖିବ ରେ ଜୀବିତେସାଜି ନତନୁ ଲଢ଼ାଇ ମୁଁ ଲୋଡ଼ିଲିରାଜି ନ ଜାଣିଲି କଦାଚିତେ ।୩।ରହସ୍ୟ ତୁ ତ ମୋ ସୁଖ ସଙ୍ଗୀକହ ଶିରୀଷ ମୃଦୁଳ ଅଙ୍ଗୀଲହସି ଗଲାଣି ମୋ ଚାଟୁ ଚାତୁରୀନ ହସିଲୁ ଯାହା ଏ କି ଭଙ୍ଗୀ ।୪।ଆରେ ବଚନୀ ବିଜିତ ବୀଣାନିଧୁବନ ବିଧି ବିଚକ୍ଷଣାପାନ ବା କରନ୍ତି ଅଧରର ସୁଧାମାନ, କି ଲାଜ ନୋହିଲା ଜଣା ।୫।ଆଜ ନାହିଁ ରୋଷ ହେତୁ ଦୋଷଲାଜ ଭଳି ନୋହେ ନିଜ ଦାସପଙ୍କଜ ଲୋଚନା କରି ବିବେଚନା
ଅଙ୍କ ଜଗତିକି ଆସ ଆସ ।୬।
ମନ୍ଦେ ହସି ଦିଅ ନେତ୍ରୋତ୍ସବ
ସନ୍ଦେହ ମୋ ମନୁ ଦୂର ହେବ
ବନ୍ଦେ ହରି ପଦକମଳେ ସନ୍ଦେହ
ସନ୍ଦେହ ବିନା ଶ୍ରୀ ଜଗଦ୍ଦେବ ।୭।
(୬୦) ଜାମ୍ବୁନଦ- ସୁନା, ଧରାଧର- ପର୍ବତ, ସବତ- ସବୁତ, ସାକ୍ଷ୍ୟପ୍ରମାଣ, ତରଣୀ- ନଦୀ, ନତନୁ- କନ୍ଦର୍ପ, ନିଧୁବନ ବିଧି- ରତିକ୍ରୀଡ଼ାର ରୀତି, ଜଗତି- ବେଦୀ, ସନ୍ଦୋହ- ସମୂହ ।
(୬୧)
ପୂରବୀ—ଏକତାଳିଜାଣିଲି ପଛିଆଣି ଚାହାଣିରୁ ଧନକୁ । ଘୋଷା ।ପରବସୁଧା-ମୟୂଖ ଗରବ ଦଳଇ ମୁଖତାର ତନୁ ବଳଇ ହଜାର ପୁଟ କନକୁଁ ।୧।ଭଲା ମନୋହାରୀ ଧରା--- ଲଲାମମଣ୍ଡନା ପରାସଲାମ କରିବ ସାନୁମଣି ତାର ସ୍ତନକୁ ।୨।ମୁନିମନ-ମୋହନାର ସୁନୀଳ କବରୀଭାରମୁଁ ନିରେଖି ତୁଚ୍ଛ ମଣେ ଅଭିନବ ଘନକୁ ।୩।ଅରସିକାଏ ତା’ଠାରେ ଭରସି ନ କହିବାରେସରୁମଧ୍ୟା ଭୀରୁ ତ ଆଚରୁ ନାହିଁ ମନକୁ ।୪।କବିରବି ଗୀତେ ଭଣେ ଅବିରତ ସଙ୍ଗୀ ଜଣେକରିପକାଇଥାନ୍ତା ମୋ ପରି ପରିଜନକୁ ।୫।
(୬୨)
ଜାନପୁର ବିତାନରୁ ଅଭିମାନ ଛେଦରେଆନ ନ କର ସାନ ବଚନମାନ ଆଦରେଜ୍ଞାନ ପଥରେ ଧ୍ୟାନ କର ତୁ ତାନରେ ମୁନି ମାନନୀୟଜାନପଦ ବିଧାନ କର ସୁଗାନ ବାଦରେ ।୧।କାଟ କଳୁଷ ଥାଟ ଭୟକବାଟ ସାଳରେ ହାଟଟି ଏହୁ ବାଟନ ତୁ ଉଚ୍ଚାଟ ହେଜରେ-ପାନ ନ କର ଭାଟ ପଣରହାଟକ ନଟ-ନାଟରେ ତୁ ବାଟରେ ହେବ ଘାଟଏହି ପାଟ ଶେଯରେ ।୨।ବାରକ ମୋ ନିବାରଣ ମଣ ସାରନିତିରେ ତାର ତନୁକୁ କାରଣପରଦାର ଭୀତିରେମାର ଭୟରୁ ବାର ରମଣୀ-ହାର ଉରଜଭାରକୁ ତୁହାର କରି ବିହାର ନ କର, ଜାର ଭୀତିରେ ।୩।ଯେବର ମଣୁ ସେ ବପୁକି ତୁ ଦେବ ସାତରେସେବକ ତୁଲେ ନେବ କି କରି ଏ ବନାତରେଭେବଳ ହେଲେ କେବଳ ତୋରହେବ ଏ ଘେନି ଦେବ ଦେବକେବଳ ଜଗଦ୍ଦେବ ବଚନେ ସେବ ତାତରେ ।୪।
(୬୩)
ରାଗ-କୋଳାହଳଜୀବବାନ୍ଧବୀ ରେ, ପ୍ରାଣବାନ୍ଧବୀ ରେତୋ ବିନା ମୋତେ ନ ଦିଶେ ଆନ । ଘୋଷା ।ଜଗତେ ନାଗରୀମାନଙ୍କୁ ମାଧୁରୀକରୁଥାଏ ମୁଁ ଯେ ଅନୁମାନ,ଗୋଟିଏ ଗୁଣରେ ତୋ ନଖ କୋଣରେତୁଳିବାକୁ ନ ବଳଇ ମନ ।୧।ପୂର୍ବ ତପବଳେ କରିବ ଯେ ବଳେ ତୋମଧୁର ରଦଚ୍ଛଦ ପାନ,ସୁଧା ନିର୍ଝରୀକି ମଧୁର କରି କି ଲେଖିବନ ଧରି ଅଭିମାନ ।୨।ତରୁଣୀ ତୋ ବାଣୀ ମୃଦୁ ମୃଦୁଠାଣି ଶୁଣିଥିବ ପୁଣି ଯାହା କାନ,ସେ କି ଗଉରବଯୋଗ୍ୟ ବିଚାରିବଶୁକ ପିକ ବେଣୁ ବୀଣା ଗାନ ।୩।ଥରେ ଯାହା ଉର କରିଥିବତୋର ଘନ ପୀନସ୍ତନ ଆଲିଙ୍ଗନ,କୁମ୍ଭି-କୁମ୍ଭସ୍ଥଳ ଯୁଗଳକୁ ସ୍ଥୂଳମଣିବ କି ନ ବିଚାରି ନ୍ୟୁନ ।୪।ମଧ୍ୟ ଥିଲେ ସିନା ତୋର ସୁଦର୍ଶନାଘଟନା କରନ୍ତି ଉପମାନ,ହରିକଟି ଡାକି ଦେବୀ ମଧ୍ୟରେ କିକୃତାର୍ଥ କରନ୍ତେ ରୂପମାନ ।୫।ହେଳେ ଯେ ମନ୍ଦରସ୍ତନା ତୋସୁନ୍ଦର ଚାଲିରେ କରିବ ଦୃଷ୍ଟିଦାନ,ଯେବେ ଥିବ ଲାଜ ରୁଚିବ କିରାଜହଂସ ଗଜରାଜ ଲୀଳାଯାନ ।୬।ଜଣାଇବି କିସ ଶେଷ ମୁଖେ ଶେଷହେବାର ଆୟାସ ଯେ ବିଧାନ,କହେ ଜଳନ୍ତର ମହୀପୂରନ୍ଦରଥିବ ମାତ୍ର କିଛି ଅବଧାନ ।୭।(୬୩) ଟୀକା- ରଦଚ୍ଛଦ- ଅଧର, କୁମ୍ଭୀ- ହସ୍ତୀ, ହରିକଟି- ସିଂହକଟି, ଡାକି ଡମରୁ ଶେଷ- ଅନ୍ତମୁଖଧାରୀ ଶେଷନାଗ
(୬୪)
(ବେହାଗଡ଼ା-ଆଦିତାଳ)ଝଳିବରନା ରେ ! କଳିବୁଟି ମନେ ମନେ“ଲଳିତ ଚନ୍ଦ୍ରମୁଖୀ ରେ !” ବୋଲି କିମ୍ପା ଡାକନ୍ତିତୋ ସଖୀମାନେ ।ପଦ ।‘ଶଶ’ ପ୍ରାଣ ଖାଇ ଶଶାଙ୍କ ବୋଲାଇଆକାଶେ ବିହରି ମରେସଲିଳ ମଣ୍ଡୁକ ପରାୟେ ମାତ୍ରକକିରଣଗୁଡ଼ାଏ ଧରେ ।୧।ଯାହା କହୁଛନ୍ତି ଜନେ ତ ଶୁଣୁଛକାହାଠାରୁ କିସ ଆଣିଲାଗୁଆ କରିଲା ବଡ଼ ହୋଇବାରୁଆଗୁଳା ହୋଇଛି ପୁଣି ।୨।ନାନା କପଟରେ ଗେଲାଇ ଭୁଲାଇଗୁରୁପ୍ରିୟାକୁ ହରିଲାକଳାଗଣ୍ଡେ ମଣ୍ଡି ଆଖଣ୍ଡଳଦେବକୁଳ ବିଟାଳିଆ କଲା ।୩।କେଉଁ ଗୁଣ ତାର ଭଲ ଦେଖିଅବା ତୋତେ ତାକୁ ସମ କରିଗେଲାଇ ହୋଇ ଯା ଡାକିମରୁଥାନ୍ତି ଚନ୍ଦ୍ରମୁଖୀ ନାମ ଧରି ।୪।କେଉଁ ସଜନୀଟା ଆଜହୁଁ ସେନାମ ତୁଣ୍ଡେ ଆସି ବସାଇବଜଳନ୍ତର ସ୍ୱର୍ଗବଳବିପକ୍ଷଙ୍କସୁଧରମା ମନା ହେବ ।୫।
(୬୪) ସଲୀଳ ମଣ୍ଡୁକ- ପାଣିର ବେଙ୍ଗ, ନୀରଧର- ମେଘ, ସିନ୍ଧୁଆ ପଣ- ଚୋରପଣ, ଆଖଣ୍ଡଳ ଦେବ- ଇନ୍ଦ୍ର, କୁଳବିଟାଳିଆ- ଅଜାତିଆ, ଲାବାଡ଼- ଧାରୁଆ, ଆଗୁଳା- ଆକଟ,ବଳବିପକ୍ଷ- ଇନ୍ଦ୍ର, ସୁଧରମା- ଦେବସଭା ।
(୬୫)
ରାଗ-ପୂରବୀଝଳବରନା ରେ ! କଳିବୁଟି ମନେ ମନେ;‘‘ଲଳିତ ଚନ୍ଦ୍ରମୁଖୀ ରେ !’’ ବୋଲି କିପାଁଡାକନ୍ତି ତୋ ସଖୀମାନେ ? ।୦।‘ଶଶ’ ପ୍ରାଣ ଖାଇ ‘ଶଶାଙ୍କ’ ବୋଲାଇଆକାଶେ ବିହରି ମରେ,ସଲିଳ ମଣ୍ଡୁକ ପରାଏ ମାତ୍ରକକିରଣ ଗୁଡ଼ାଏ ଧରେ ।୧।ନୀରଧର ‘ପଙ୍କ’ ପରି ଯା’ଦିଶଇ ନାହିଁ କି ରେ ଗଳାହରା ?ସିନ୍ଧୁଆ ପଣ କା’ ମନ୍ଦିରେ କଲାରୁଦାଗ ସେ ବିହିଲା ପରା ? ।୨।ନୋହିଲେ ମୋ’ ମନେ ବିଚାରୁଚିଯେଣୁ ଗୁରୁ ପତ୍ନୀକି ହରିଲା,‘କଳା’ ଗଣ୍ଡେ ମଣ୍ଡି ଆଖଣ୍ଡଳଦେବ କୁଳବିଟାଳିଆ କଲା ।୩।ଯାହା କହୁଚନ୍ତି ଜନେ ତ ଶୁଣୁଚୁ,କାହାଠାରୁ କିସ ଆଣିଲାଗୁଆ କରି ଲାବାଡ଼ ହୋଇବାରୁଆଗୁଳା ହୋଇଚି ପୁଣି ।୪।କେଉଁ ଗୁଣ ତାର ଭଲ ଦେଖିଅବା ? ତୋତେ ତାକୁ ସାମ୍ୟ କରିଗେଲାଇ ହୋଇ ଯା’ ଡାକିମରୁଥା’ନ୍ତି ‘ଚନ୍ଦ୍ରମୁଖୀ’ ନାମ ଧରି ।୫।ଯେଉଁ ସଜନୀଟା ଆଜହୁଁ ସେ‘ନାମ’ ତୁଣ୍ଡେ ଆଣି ବସାଇବ,ଜଳନ୍ତର-ସ୍ୱର୍ଗ ‘ବଳ ବିପକ୍ଷ’ଙ୍କସୁଧରମା ମନା ହେବ ।୬।
(୬୬)
ରାଗ-ବଙ୍ଗଳାଶ୍ରୀଟମକ ବାଜଇ ଜଗତୀଯାକେତୁ ନ ଜାଣୁ ବୋଲି କପଟ;ଟଭା ପୀନସ୍ତନା ସେ ଗୁଣକୁମନା କରି ଦେଲୁ କି ନିପଟ ।୧।ଟଳିଗଲା ଅନୁରାଗ ଯେ ତୋ ମନୁକି ଦୋଷୁ କର ପ୍ରକଟ;ଟପ ଟପ ନୀର ବରଷୁଅଛି ଯେ ତୋ ନୟନ ଖଞ୍ଜରୀଟ ।୨।ଟକ ଟକ କରି ତୋର ରୁଷାଅଜଗର ଗଳିଲା ସୁଖସମ୍ପୁଟ;ଟାଣି ପଛେ ପଦେ ବୋଲନ୍ତୁକାହିଁକି ମନ କଲୁ ସ୍ନେହତୁଟ ।୩।ଟସର ମିଶାଇ ଦେଲେ ନିକିଆଉ ପସନ୍ଦ ଦିଶଇ ପାଟ;ଟଣକପଣକତୁରୀ ଦେଲୁକହେ ଅଷ୍ଟଦୁର୍ଗ ଧରାରାଟ ।୪।(୬୬) ଟୀକା- ସୁଖସଂପୁଟ- ସୁଖରୂପ ଫରୁଆ, ଟକଣପଣ- ଟାଣପଣ
(୬୭)
(କାଫି—ଆଡ଼ତାଳି)ତୁ ମୋ ପରାଣ ପୂର୍ଣ୍ଣଚନ୍ଦ୍ରମୁଖୀ ରେ । ଘୋଷା ।କେତେ ତପ କରିଥିଲା ପୁରୁବେ ମୋ ଆଖି ରେହେଲା ଧନ୍ୟ ଏ ଲାବଣ୍ୟ ଦେଖି ରେ ।୧।କାହାର ରସନା ଯିବ ପୀୟୂଷକୁ ଚାଖି ରେଥରେ ତୋ ଅଧରେ ଥିଲେ ଲାଖି ରେ ।୨।କେ ରମ୍ଭାର ସମ୍ଭୋଗକୁ ନ ଦେବ ଉପେକ୍ଷି ରେତୋ ରସକୁ ପାରିଲେ ପରଖି ରେ ।୩।ମୁଁ ରାଣ ପକାନ୍ତେ ମୋ ପରି ରେ ମନେ ରଖିହସୀ ସଖି ବୋଲୁ ନଖି ନଖି ରେ ।୪।ମିଛେ ବୋଲୁ ନାହିଁ ମା ଦେଖିବେ ମୋର ସଖିପୃଷ୍ଠେ ‘ହେଉ’ ବୋଲି ଦେଉ ଲେଖି ରେ ।୫।ଅଷ୍ଟଦୁର୍ଗନାଥ କହେ କେତେ ଭଙ୍ଗୀ ଶିଖି ରେସରୁମଧ୍ୟା କରୁ ମୋତେ ସୁଖୀ ରେ ।୬।
(୬୮)
ରାଗ—ପୂରବୀତାଳ—ଆଠତାଳିତୁହି ପରା, ମୋ ହୃଦୟ ମଣିମୟହାରା ରେ । ଘୋଷା ।ସହି ତୁ ମୋହର ସକଳ ସମ୍ପଦ,ମଦନ-ଫଣି ରଦନ-ବିଷଗଦ,ଅଖିଳ ବିଭବ ଆଖଣ୍ଡଳ ପଦ,ଆରୋହଣ ପରମ୍ପରା ରେ ।୧।ରସିକରାଜି ମସ୍ତକ ଅଳଙ୍କାର,ବିଦ୍ରୁମ ନବପଲ୍ଲବ ଗର୍ବହର,ତୋ ପୟର ଲାକ୍ଷା-ରଞ୍ଜକ ଦାସମୁଁ ବିରହ ଦୁଃଖ ପାସୋରା ରେ ।୨।କହିଥିବେ ସହୀ ଜାଣି ବା ନ ଜାଣି,ମଣିଲୁ କି ସତ ଶୁଣି ତାଙ୍କ ବାଣୀ,ଧରିଛୁ ବିରସ ବିବେକିନୀଶ୍ରେଣୀ,ମସ୍ତକ ମଣ୍ଡନଝରା ରେ ।୩।ନ ମଣ୍ଡିବୁ ସିନା ମୋର ବକ୍ଷସ୍ଥଳ,ହୃଦୟରୁ ଯିବୁ କରି କେଉଁ କଳ,ମୋ ମନ-ଗଗନ ତଟ ସମୁଜ୍ଜ୍ୱଳଉଦୟ ନିର୍ମଳ ତାରା ରେ ।୪।ସଜନୀ ଗୋ ନବସୁରତୀ-ବିଭବ,ପାସୋରି ଯିବ କି ମନୁ ଥିଲେ ଜୀବ,ଦୀନ କବିରବି ଚାତକର ନବଘନରସ ଜଳଧାରାରେ ।୫।(୬୮) ଟୀକା- ଫଣି- ସର୍ପ, ଆଖଣ୍ଡଳପଦ- ଇନ୍ଦ୍ର, ଆରୋହଣପରମ୍ପରା- ପାହଚସବୁ, ବିଦ୍ରୁମ- ପୋହଳା ।
(୬୯)
ତୋ ଉପମା ତୁହି ରାମାମଣି ଏ ସଂସାରେ ।୦।କର ତ ଏ ଅନୁମାନ ନାନା ବଶୁଁ ସାରେ;ତୋ’ ସମାନେ ମନକୁ ନ ଆସଇ ସୁସାରେ ।୧।ରସିଥାଏ ଯେ ରସନା ସୁମଧୁର ସାରେଘେନ ତ ମୋ ଧନ ! ସେ କି ଖେଳଇ ‘କଷା’ ରେ ? ।୨।ମୋହନା, ମୁଁ ତୋହ ଅନୁଗ୍ରହ-ଭରସା ରେ !ପ୍ରମୋଦେ ଚାଲଇ ଦେଇ ପ୍ରପଦ ରସାରେ ।୩।ମନାଇଁ ତୁ ରସନ୍ତେ ମୋ’ ଉତ୍ସଙ୍ଗ ବସାରେ,ବାସବ ମୋ’ ସମ ନୁହେ ଅଖଣ୍ଡ ଦଶାରେ ।୪।ଭୁଲାଉ ନୟନେ ଯେବେ ଲହସା ଖୋସାରେଫୁଲଇ ମୋ’ ଛାତି ଭଲେ କୁଲାଏ ଓସାରେ ।୫।‘ଉରୁବଶୀ’ ବେଶ ହେଲେ ତୋ ସାମ୍ୟ ଆଶାରେମରିବ ସେ ଉଲୀ ସତେ କି ଲୋକହସାରେ ! ।୬।ମଣ୍ଡୁଥାଉ ଓଷ୍ଠକୁ ଯେ ସୁମନ୍ଦ ହସାରେଜର ଜର ହୁଏ ମୋ’ ନୟନ ଘନସାରେ ।୭।ଜଳନ୍ତରାଧିରାଜର ସସ୍ନେହ ଭାଷାରେତିନ୍ତିଲା ସୁଦନ୍ତୀ ଲଜ୍ଜାଭର ବରଷାରେ ।୮।
(୬୯) ନାନା ବଶୁଁ- ବିଭିନ୍ନ କାରଣରୁ, ସାରେ- ସାର ବୋଲି ଭାବେ, ସୁସାରେ- ସହଜରେ, ସୁମଧୁର ସାରେ- ଉତ୍ତମ ମିଷ୍ଟାନ୍ନରେ, କଷାରେ- କଷା ଖାଦ୍ୟରେ, ପ୍ରପଦ- ପାଦ, ରସାରେ- ମାଟିରେ, ଉତ୍ସଙ୍ଗ ବସାରେ- କୋଳରେ ବସାଇବାରେ, ବାସବ- ଇନ୍ଦ୍ର, ଅଖଣ୍ଡ ଦଶାରେ- ଉତ୍ତମ ଜୀବଦ୍ଦଶାରେ, ଲହସା- ହୁଗୁଳା, ଘନସାରେ- କର୍ପୂର ବା ଚନ୍ଦନପାଣିରେ, ଲଜ୍ଜାଭର ବରଷାରେ- ଲାଜ ରୂପକ ବର୍ଷା ଜଳରେ
(୭୦)
ତୋ ସରସ ପଣେ ଜଣେନାହିଁ ନାହିଁ ଆଉ ରେ ।୦।ଲଜ୍ଜାରେ ମୋର ପ୍ରସଙ୍ଗବାକ୍ୟେ ନ ପକାଉ ରେମଜ୍ଜାରେ ମୋ ଅନୁଧ୍ୟାନେଅଙ୍ଗ ପୁଲକାଉ ରେ ।୧।ମିତ ମୋ ନାମକୁ କଳ----ପିତ ଗୀତ ଗାଉ ରେଶଙ୍କି ପ୍ରିୟ ସଖୀ ନାମଅଙ୍କିତ ଲଗାଉ ରେ ।୨।ସୁଚାରୁ ଚାହାଣୀ ଛଟାମୋ ମୁଖେ ନଚାଉ ରେମୁଁ ଚାହିଁଲେ କୁଚାଚଳେଶ୍ରୀମୁଖ ଲୁଚାଉ ରେ ।୩।ସ୍ମର ନରତନେ ଯେବେମାନସ ମଜ୍ଜାଉ ରେକେତେ ରସେ ମୋତେ ପ୍ରାଣ----ଧନ ସମଜାଉ ରେ ।୪।ପଣ୍ଡିତ ପଦ ମଣ୍ଡନଡିଣ୍ଡିମ ବଜାଉ ରେଧୀରେ ମୋ ଅରାତି ଛାତିକରତାଇ ଯାଉ ରେ ।୫।ରଦ କ୍ଷତୁ ମୁଁ ତୋ ଓଷ୍ଠବଂଚାଉ ବଂଚାଉ ରେମଦ ଗଜଗତି ଶ୍ରୁତିଉତ୍କଳ ଉଞ୍ଚାଉ ରେ ।୬।ନ ବାଧିବାକୁ ମନ୍ମଥକରବାଳ ଦାଉରେମୋ ବଳ କେବଳ ତୋରନିତମ୍ୱ ବଦାଉ ରେ ।୭।ଜଗଦ୍ଦେବ ଭାଷେ ତୋରସଙ୍ଗ ସୁଖ ପାଉ ରେହୀରକ ଦଶନା ମୋରଚିରକାଳ ଯାଉ ରେ ।୮।
(୭୦) ବାକ୍ୟେ- କଥାବାର୍ତ୍ତାରେ, କଳପିତ- କଲ୍ପିତ, କଳ୍ପନା କରି, କୁଚାଚଳେ- ଉଚ୍ଚ ସ୍ତନକୁ, ଶ୍ରୁତି ଉତ୍ପଳ- କାନ ରୂପକ ପଦ୍ମ, ବଦାଉ- ଢାଲ, ହୀରକ ଦଶନା- ହୀରା ଭଳି ଦାନ୍ତ ଯାହାର ।
(୭୧)
ରାଗ—କାମୋଦୀ—ଏକତାଳିଦମ୍ଭେ ବା ସତେ ସହି କହିଲୁ ରେ,ଦମ୍ଭୋଳିଗଢ଼ା ଛାତି ବହିଲୁ ରେ,ମାନସରସ-ମହୁ ପାନ ସମଗ୍ର ନୋହୁବିଚ୍ଛେଦ କେହି ସହୁ ସହିଲୁ ରେ ।ପଦ ।ଜାତିଘାତୀ ସେ ପ୍ରେମ କ୍ରମ ବଡ଼ ବିଷମନୋହିଲେ ନୋହିଥିବ ପହିଲୁ ରେ,ହୋଇ ନୋହିବା ପରି ହେଲେ ଧଇର୍ଯ୍ୟ ଧରିକି ରୂପେ ରହୁ ଦେଖି ରହିଲୁ ରେ ।୧।ତୁଟିଲେ ହେଲେ ସ୍ନେହ ଠଉରିବାକୁ ଦେହ—ରକ୍ଷା ତୁ ତୋର ଅବା ବହିଲୁ ରେ,ଏ ଯେବେ ନୋହେ ସତ ହୋଇ ମୋ ପ୍ରାଣମିତମୋପରି କାହିଁକି ତୁ ନୋହିଲୁ ରେ ।୨।ସୁଖସିନ୍ଧୁ ସରିକି ଯିବା ମନ-ତରୀକିପ୍ରତିକୂଳରେ ପୁଣି ବାହିଲୁ ରେ,ଯୁଗ ନୋହିଲା କ୍ଷଣ ସଂସାର ବିଲକ୍ଷଣରସେ ତୁ ଅବା ଅବଗାହିଲୁ ରେ ।୩।ସମଝି ନାହିଁ ତ ମୁଁ କି ଯୋଗେ ତୁ ପ୍ରଥମୁକି ଭଙ୍ଗୀ ଅପାଙ୍ଗରେ ଚାହିଁଲୁ ରେଗାଢ଼ ପ୍ରୀତି ବିନା ସେ ବଞ୍ଚୁ ଯା ଅନାୟାସେପୂର୍ବେ ବା କେଉଁ ତପେ ଦାହିଲୁ ରେ ।୪।ସରସ ପ୍ରାଣ ତୃଣ ବିଶେଷ ବଜ୍ରବାଣପ୍ରୟୋଗ କରି କେହି ଦହିଲୁ ରେ,ବଳକ୍ଷକୁ ସେ ସୟନେତ୍ରା ହୃଦେ ହୃଦୟଟାଳି ନ ଜାଣି ତୁ କି ସହିଲୁ ରେ ।୫।ମଣିମ ସେ ତୋ ଚାଲି ନୋହେ ତ ଧେନୁ ବୋଲିବଳୀବର୍ଦ୍ଦକୁ ନିକି ଦୁହିଁଲୁ ରେ,ଭଣିଲେ ଅଷ୍ଟଦୁର୍ଗ ଧରାବଳୟ ସ୍ୱର୍ଗଛଳେ କି ବଳେ ମୋତେ ମୋହିଲୁ ରେ ।୬।