ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୩୧ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୨୬୭)
ରାଗ—ବେହାରଡ଼ା, ଝୁଲାସୁନାଗୋରି ତୁ ଏକା ସିନା,ସୁନାଗରୀ ଶିର ଫୁଲବାସନା । ଘୋଷା ।ଏ ଜଗତୀ ଭିତରେ କେହିଗଜଗତି ତୋ ସମ ନାହିଁ,ରାଜା ନାରୀମଣ୍ଡଳେ ତୁହି,ସୁନ୍ଦରକୁନ୍ଦରଦନହସନା ।୧।ପଦନଖ କୋଣ କଣକୁ,ରସବତୀ ମଣି ପଣକୁ,ସାଧାରଣେତର ଗୁଣକୁ,ବରନି ପାରିବେ ନାହିଁ ଉଶନା ।୨।ଗିରିବର ଶିଖରେ ତପ,କରିଥିଲି କେତେ କଳପ,ବାଳାବର ମୋତେ ଅଳପ ସୁଲଭହୋଇଛି ତୋ ଉପାସନା ।୩।ପୟୋଧରେ ହାତ ନଚାଇ,ମୋ ସୁକୃତ ଫଳ ପଚାଇ,ମାରାଶୁଗ ଡର ଘୁଞ୍ଚାଇ, ବଜାଇଦେବୁ କି ଥରେ ରସନା ।୪।ବାଲୁକେଶ ନୃପତିମଣି,ଭଣେ ଶ୍ୟାମ ଭାରତୀ ଶୁଣି,ଲାଜେ ହସି ବରତରୁଣୀ,ହେଲେ ମୁଖବିନିହିତବସନା ।୫।
(୨୬୭)ସୁନାଗୋରୀ—ସୁନାପରି ଗୌରବର୍ଣ୍ଣ ଯାହାର,ସୁନାଗରୀ—ଶ୍ରେଷ୍ଠା ସ୍ତ୍ରୀ,ସାଧାରଣତର—ଅସାଧାରଣ,ଉଶନା—ଶୁକ୍ରାଚାର୍ଯ୍ୟ,ମାରାଶୁଗ—କନ୍ଦର୍ପବାଣ,ରସନା—ଚନ୍ଦ୍ରହାର ।
(୨୬୮)
ରାଗ—ବସନ୍ତ—ଝମ୍ପାସ୍ୱପ୍ନେ ଦେଖିଛି ପରା ସଖି ତୋତେଏ କି ପରଂପରା । ଘୋଷା ।ଅଞ୍ଜନ ଅତସୀ ମୃଗମଦ ମସୀନୀଳଶାଟୀ ନୀଳୋତ୍ପଳଏମାନ ନ ରୁଚିବାରୁ ତ ଧରିଚିମୁଁ ଏବେ ପୀତଦୂକୁଳ ।୧।ପହୁଡ଼ିବା ବେଳେ ଗଣ୍ଡ ପାଳିତଳେ ଥିଲା ଦିଶୁଥିଲା ଲାଲଉଭାରିଲେ କେଶ କାହା ଚୂର୍ଣ୍ଣକେଶଲୁଳି ନ ଆଚ୍ଛାଦେ ଭାଲ ।୨।ଝାଙ୍କି ଦେଉଁ କାଲି ବିକଚ ବଧୂଲୀଭ୍ରମରୁ ଭ୍ରମର ଯୁବାଏଣୁ ମୋ ଅଧର ଅଳପ ବନ୍ଧୁରଦିଶି ଯାଉଥିବ ଅବା ।୩।ସୂନବଲ୍ଲୀକଣ୍ଟା ମୂନ ବକ୍ର ହୋଇବାଜି ଯାଇଥିବ ଦେହେଘାତଜ ଚିହ୍ନ ଏ ବାଣିଜଳପୂଜାଜାଣିବାପଣ ଏ ନୁହେଁ ।୪।ଝଡ଼ିବାର ଫୁଲ ପରାଗ ନୟନେପଡ଼ିବାରୁ ଅବା କିଛିକଷା ଦିଶୁଥିବ ଏ କଥାକୁ ଏଡ଼େହସା କାହିଁକି ହେଉଛି ।୫।କଳି ତାମରସନେତ୍ରାଙ୍କର ରସଲଳିତା ରସେ ଭାସିଲେଜଗଦ୍ଦେବ ହରିଚନ୍ଦନ ଭୂପତିରସି ଏ ରସେ ଭାଷିଲେ ।୬।
(୨୬୯)
ହଇରାଣ କାହିଁକି ଏତେ,ଆଉ ହଇରାଣ ନ କର ମୋତେ । ଘୋଷା ।ମୋଦେ ମୋଦେ ହସି ତୁମ୍ଭେ ଯିବ ଖସିମୋ ଦେହ ପୂରାଇ କରଜ କ୍ଷତେ ।ବୁକୁର ଶାଢ଼ୀ ତ ରଖି ଦେବ ନାହିଁମୁଁ କରତଳେ ଆଚ୍ଛାଦିତ କେତେ ।୧।ଚିକୁର ବେଶ ତ ରଖି ଦେଉ ନାହଁମୁକୁରରେ ଦିଶୁ ନାହିଁକି ମୋତେ ।ବ୍ରୀଡ଼ା-ଜଳଧିରେ ବୁଡ଼ିବି ମୁଁ କେହି ଉଭାହେବି ସଙ୍ଗିନୀଙ୍କ ପୁରତେ ।୨।ସଖୀଏ ମକରୀ ଗଣ୍ଡେ ଥିଲେ ଲିହି ନକରି ତା ଅନୁରୋଧ କିଞ୍ଚିତେ ।ଖଣ୍ଡକୁ ତ କେହି ସେପରି ନ କରେ,ଗଣ୍ଡକୁ ମୋ ଯାହା କର ସୁରତେ ।୩।ଆଜି ନ ପାରଇ ଭାଜିଛି ମୋ ବଳ ରାଜିକରାଉଛ କିଞ୍ଚିତେ ଚିତ୍ତେ ।ବାମଦେବ ପରିପନ୍ଥୀ ରଣ ଜୟ କାମନୋହିଛି କି ଆହୁରି ଫତେ ।୪।ଠାକୁରାଣୀ ପ୍ରେମବାଣୀ ଶୁଣି ବଂଶୀପାଣିପ୍ରେମମୟ ଅନ୍ତରଗତେ ।ସବିନୟେ ପୁଣି କୋଳରେ ଆଣିଲେକବି ଦିନମଣି ରଚିଲେ ଗୀତେ ।୫।(୨୬୯)କରଜକ୍ଷତ—ନଖକ୍ଷତ,ବୁକୁ—ବକ୍ଷ,ଚିକୁର—କେଶ,ବ୍ରୀଡ଼ା—ଲଜ୍ଜା,ବାମଦେବପରିପନ୍ଥୀ—ଶିବଶତୃ,କନ୍ଦର୍ପ;କାମ—କାମନା ।
(୨୭୦)
ହରିତୁଲେ କରିବୁ ଯେ ପ୍ରୀତି, ମୋ ଅଭିନ୍ନା ରେଧରିଛୁ କିପରି କହ ଧୃତି ।ପଦ ।ଥୋଇ ଯତନେ ସେ ଶ୍ୟାମଳ ଗାତ୍ର,ମୋ ସଖିଟି ରେ ।ସୀଇଁ ପାରିବୁ କି ଦୁଇ ନେତ୍ର;ନିତି ତ ସେ ବତ୍ସ ପଛେ ଚଳିବ,ନିମିଷ ତ ଶତଯୁଗୁଁ ବଳିବ,କାମାନଳ ତୋ ହୃଦେ ଜଳିବ,ମୋ ଦଅଣା ରେ, ନେତ୍ରୁ ନୀର ନିରତେ ଗଳିବ ।୧।ପରପୁରୁଷର ସ୍ନେହଭୂତ, ମୋ ସଜନି ରେ,ହରବର କରଇ ବହୁତ; ଲାଗେ ପରେ ସ୍ନେହପରବଧୂର, ଚାରୁ ସୁଧାଧାରାଠାରୁ ମଧୁର,ଈଷିତରେ କରଇ ବିଧୁର, ମୋ ବଉଳ ରେ,ବିଷ ହୁଏ କିରଣ ବିଧୁର ।୨।ବାରେ ଶ୍ୟାମଠାରେ ନେତ୍ରାଞ୍ଚଳ, ମୋ ଦ୍ୱିତୀୟା ରେ,ସଲୀଳେ କଲି ମୁଁ ଚଞ୍ଚଳ; ଥାଉ ଆଉ ବଡ଼ ସୁଖବିଭବ, ଯାଉ ଯାଉ କଷ୍ଟେ ରହିଲା ଜୀବ, ତାହାଜାଣେ ଏକା ମୋ ମନୋଭାବ, ମୋ ସଙ୍ଗାତ ରେ,ଯାହା ହୋଇଛି ମୋ ଅନୁଭବ ।୩।ନୂଆ ଭୁଆସୁଣୀ ନିପଟ, ମୋ ମିତଣୀ ରେ,ଚାହିଁ ଚାହିଁ କେଳି ଚିତ୍ରପଟ; ଅରିଷ୍ଟେ ଯେ ହେତୁବକୀବଧର, ଅଙ୍ଗୁଳିଶିଖେ ଯେ ଧରିଲା ଧର, କିସେ ରଖିବ ନବ ପୟୋଧର, ମୋ କେତକି ରେ,ଖଣ୍ଡପରି ଖଣ୍ଡିବ ଅଧର ।୪।ନିଶି ନିଦ ନ ଜାଣିବ ଆଖି, ମୋ ମରୁଆ ରେ,ବିସିନୀଦଳରେ ଯିବୁ ଲାଖି; ନବନୀତରୁ ଯେହୁସୁକୁମାର, ବିନ୍ଧିବ କି ଦଶ ଇଷୁକୁ ମାର, ହସୁଥିବଯଶୋଦା ସୁକୁମାର, ମୋ ମୋହନା ରେ,ନାଚି ତଟେ ଅର୍ଯମାଜେମାର ।୫।ଚିତ୍ତକୁ ଯେ ଆସିବ କର, ମୋ ନିଆଳି ରେ,ଆଳି ଆଳି ହେଲେ ମୁଁ ଚାକର, ଫଳିଗଲା ନିକିବାଞ୍ଛା ସତେ, କଳିବାକୁ ଭାବ ପଚାରୁ ମତେ,ତୋ ତରସ ପୁରୁ ଶ୍ୟାମରତେ, ମୋ ସଙ୍ଗିନୀ ରେ,ଅଷ୍ଟଦୁର୍ଗପତି ବୋଲେ ଗୀତେ ।୬।
(୨୭୦)ବିଧୁର—ବିକଳ,ବିଧୁର—ଚନ୍ଦ୍ରର,ଅରିଷ୍ଟ—ଅନ୍ତୁଡ଼ିଶାଳ,ବକୀ—ପୂତନା,ଧର—ପର୍ବତ,ଦଶ ଇଷୁକୁ—ଦଶବାଣକୁ,ମାର—କନ୍ଦର୍ପ,ଅର୍ଯ୍ୟମାଜେମା—ଯମୁନା,ତରସ—ଅଭିଳାଷ ।
(୨୭୧)
ରାଗ—ତୋଡ଼ି ମରୁଆ—ଆଡ଼ତାଳିହସି ମୋତେ ଅନା ରେ,ଅସୀମ ଲାବଣ୍ୟନିଧି ରସିକାମୋହନା ରେ ॥ ଘୋଷା ॥
ଅପରାଧ ପରାଭୂତି ହେଲା ଯେ ରୁଷନା ରେସପରାଗ ବସୁନ୍ଧରା ପୃଷ୍ଠରେ ବସନା ରେ ।୧।କାରଣ ନ ଥାଉ ବର-ବାରଣ ଗମନା ରେକେ ସକଳ ସୁଖ ତୁଲେ ବେଶ କଲା ମନା ରେ ।୨।ବଲ୍ଲବ ବଲ୍ଲଭୀ ରାଜା ମୋ ଅଙ୍କ-ଆସନା ରେନ ଲଭିଲି ଚାରୁମୁଖ ସରୋଜ ବାସନା ରେ ।୩।ତରୁଣୀ ଅକରୁଣ ତା’ ସରଣୀକି ଯା’ନା ରେମୋ ସପତଟି ଉଡ଼ାଅ ରସବତୀ ବାନା ରେ ।୪।ଅଷ୍ଟଦୁର୍ଗାଧୀଶ ଭାଶେ ଶୁଣି ସେ ନବୀନା ରେବିହରିଲେ ଶ୍ରୀହରିଙ୍କ ଅଙ୍କେ ଶଙ୍କା ବିନା ରେ ।୫।
(୨୭୨)
ରାଗ—ପୁରୀ କଲ୍ୟାଣ—ଏକତାଳିହା ନିତମ୍ୱନୀ ମୋ ବାରବାନି-ସୁନା ରେ । ଘୋଷା ।ତା’ ଶୋଭା ପ୍ରତି ପ୍ରତିକେ ଘେନି ମୁଁ ମୁରତି ରତିକେକଷୁଥାଏ ରସୁଥାଏ ଏଣୁ ସିନା ରେ ।୧।ମୋ ମନ ମହାଜନକୁ ତା’ଠାରୁ ମୋ ମଣ୍ଡନକୁବିକୁଥାଏ କିଣୁଥାଏ ଚିନା ଚିନା ରେ ।୨।ମକରଧ୍ୱଜ ପ୍ରଧାନେ ହଟରେ ମୁଁ ଦିନେ ଦିନେସୁନାରୀ ହୁଏ ସେ କରୁ କରୁ ମନା ରେ ।୩।ଶଙ୍କାକୁ ନ ରଖି ଚିତ୍ତେ ଝଙ୍କାଇ ଦେଲେ କିଞ୍ଚିତେଫୁଙ୍କାଯାଏ ମୋ ଶ୍ୟାମଳ ଦେହ ସିନା ରେ ।୪।ଅଷ୍ଟଦୁର୍ଗ ନାଥ ବୋଲେ ହରି ଏପରି ଚିନ୍ତିଲେହରି ନେବାରୁ ହୃଦୟ ସେ ନବୀନା ରେ ।୫।
(୨୭୩)
ରାଗ—ପୂରବୀ—ଆଦିତାଳହେ ଧର ଧର ଏବେ କରୁଣା କରୁଣା-କର କରହୋଇଗଲାଣି ତ ବାଳା ଥରଥର ହେ । ଘୋଷା ।ଶାଣିବାରୁ ଫୂଲଶର ଶର ମୋସଖୀ ଲଭି ଆଦର ଦରନିଶୀ ନିଦ ନାହିଁ ବିଶିନୀ ପଲ୍ଲବ—ତଳପେ ରଟୁଛି ହରହର ହେ ।୧।ଚିତ୍ତ କରି ସ୍ନେହେ ଜରଜର,ତାର ପୀନ ପୟୋଧର ଧରବିନା ଅପରାଧେ ନାଗରୀ ବରକୁନ ଦିଅ ବରନାଗର ଗର ହେ ।୨।ହୁଅ ପଛେ ସ୍ୱେଦ ସରସର,ବିଜେ କର ହୋଇ ଖରଖରକିଶୋରୀମଣିର ପ୍ରାଣ ପରିତ୍ରାଣ—ପତାକା ଉଡ଼ାଅ ଫରଫର ହେ ।୩।ଚୋର ସଦୃଶ ତ ଡରଡର,ହୋଇ ପଶୁଥାଅ ଘରଘରଆଦରେ ଆଦର ନ କରେ ଯେ ନରବୋଲିବେ ବାଇନା ବରବର ହେ ।୪।ଏ ତାପ ସିନ୍ଧୁକୁ ତର ତର,ହୋଇ ନ ଦେଇ ଆତର ତରଚୁମ୍ୱିଣ ଶ୍ରୀମୁଖେ ଭୋଗକରି ସୁଖେପଙ୍କଜ ସଉରଭର ଭର ହେ ।୫।ତା’ ଅଙ୍ଗ ରାଗରେ ଗରଗର,ହେଲେ ଝିଙ୍କିନେବ ଝରଝରବୋଲେ ଅଷ୍ଟଦୁର୍ଗ ଧରା ଦମ୍ଭ ସ୍ୱର୍ଗ—ମହେନ୍ଦ୍ର ଦୁଃଖକୁ ମରମର ହେ ।୬।
(୨୭୪)
ରାଗ—ତୋଡ଼ି, ଆଦିତାଳହେ ନବ ଯୁବତୀ-ହୃଦୟ ବିହାରୀମନମୋହନ ମୂରଲୀଧାରୀ । ଘୋଷା ।କହ କେ ଆଉ କିଶୋରୀ ସତୀ ତତି ଧୃତି ଗିରିଗ୍ରାମଣି ଚଳନ କରିପାରେ ତୁମ୍ଭ ବିନା ହରି ।୧।ବାଳ କାଳେ ଗୋବର୍ଦ୍ଧନ ଧରି ଯେସନ ସୁମନତୋଳିଲ ତୁମ୍ଭ ସମାନ ଅଛି କେ ବ୍ରଜ ନଗରୀ ।୨।ଏଣୁ ତୁମ୍ଭଙ୍କୁ ନିଶ୍ଚୟ କଲୁ ଆମ୍ଭେ ସଖୀଚୟଭାଷେ ରାଜ ହରିହୟ ଚରଣ କଞ୍ଜେ ଜୁହାରି ।୩।
(୨୭୫)
ହେ ବଂଶୀପାଣି, ଏବେ ହେଉଶ୍ରୀଛାମୁରୁ ମେଲାଣି ହେ । ଘୋଷା ।କୃପାସିନ୍ଧୁ କୃପାଚିତ୍ତ ମୋଠାରେ ଥାଉ ସତତଯାଉ ଜୀବନ ନିୟତ ତୁମ୍ଭ ଗୁଣ ଗୁଣି ହେ ।୧।ଜଟିଳା କୁଟିଳା ରୀତି ଜାଣିଛ ତ ଶିରୀପତିତୁମ୍ଭେ ଏକା ମୋର ଗତି ସୁପଥର ଶ୍ରେଣୀ ହେ ।୧।ରାଧା ବାଧା ତ ତୁମ୍ଭର ଶ୍ରଦ୍ଧାରେ କର ଉଦ୍ଧାରକା ଧବ ନୁହଁ ଶ୍ରୀଧର ଚିତ୍ତେ ମୋ ମାଗୁଣି ହେ ।୩।କବିରବି ଭାଷେ ଗୀତେ ସଦ୍ମ ଉତ୍ତରରୁ ଚିତ୍ତେଜାତ ହୁଏ ବାଧା ଯେତେ କି ବର୍ଣ୍ଣିବି ପୁଣି ହେ ।୪।(୨୭୫)ସତତ—ସବୁବେଳେ,ଧବ—ସ୍ୱାମୀ ବା ପ୍ରଭୂ,ସଦ୍ମ—ବାସଗୃହ ।
(୨୭୬)
ରାଗ—ତୋଡ଼ିପରଜ—ଏକତାଳିହେ ରସିକେ, କି ବର୍ଣ୍ଣିବ ତାହା କବି ?ପଙ୍କଜନେତ୍ରା ମୋ ଅଙ୍କ ଜଗତୀକିଆସିବା ସମୟ ଛବି । ଗୋଷା ।ଝରି, ଚାଦର, ନାଗବଲ୍ଳୀ ତାବୁକୁହେମ ପିକଦାନୀ ଧରିପାଞ୍ଚବାରି ପରିଚାରୀ ଘେରିଥାନ୍ତିଯା ଚନ୍ଦ୍ରକୁ ତାରାପରି ।୧।ଖସନ୍ତେ କିଞ୍ଚିତେ ଗାଢ଼ାଶ୍ଳେଷସୁଖ ଦୁଇ ଦେହ ସିଆଁ ତାଗକିବା ସେ ତଳ୍ପ ତେଜିବା ସମୟେତା’ବିମର୍ଦ୍ଦିତ ଆଙ୍ଗରାଗ ।୨।ଫଳି ସ୍ତନବ୍ୟାଜେ ଫୁଲ ଫୁଟି ଲାଜେମିଶି ଯା ମଧୁରହାସେମୋ ପୂର୍ବ ପୁଣ୍ୟ କଳପ ବଲ୍ଲରୀକିମୂର୍ତ୍ତିମତୀ ହୋଇ ରସେ ।୩।ଜାଣି ମୋ ଆଗ୍ରହ ଦନ୍ତେ ତୃଣଗ୍ରହ ଠାରି ଆଚରି ଜୁହାରହସିହସି ତୋଳିବାର ବେଗବେଗହୋଇ କେଳି ଶେଯୁଁ ହାର ।୪।ସମାନ ବୟସୀ କେହି କର୍ଣ୍ଣଫାଶୀପାଶେ ହସି କିଛି କହେକି ସୁନ୍ଦର ତାକୁ ମାରିବାର ଶ୍ରବଅବତଂସ ଫୁଲେ ସ୍ନେହେ ।୫।ନୀବିକି ନିବାଡ଼ି ଭିଡ଼ି ଖସିପଡ଼ିଥିବାର କସିଦାଚୂଳିସଖୀଜନ ହସାଭୟରୁ ଲହସାଖୋସା ଦେବାର ସାଉଁଳି ।୬।ଉଠାଇ ଆଣେ କି କାମ ହେମଫୁଲଖୋପମଣ୍ଡା ପାଟଖଣ୍ଡାଅଥବା ରଥବାହିନୀ ହେଉଥାଏଶୃଙ୍ଗାର ମଙ୍ଗଳ ଝଣ୍ଡା ।୭।ଚାହାଁ-ଦରପଣ ବାଡ଼େ ଦନ୍ତବ୍ରଣଅଧରେ ଗଣ୍ଡେ ଚିବୁକେମୋର ସୁସ୍ନେହାଟି ଲୁକାଏ ଯାହାଟିସେ କି କରକଞ୍ଜେ ଲୁକେ ।୮।ରୁଚିର ଚରଣଯୁଗ ଯହୁଁକେଳି-ନିଳୟ ଦେହଳୀ ଲଙ୍ଘେମନପୁର ପୂରି ପ୍ରମୋଦ ଲହରୀହୋଇଯାଏ ମୋତେ ଜଙ୍ଘେ ।୯।ଚେଳାଞ୍ଚଳ ଲୁଟୁଥାଏ ଯାହା ସେ କିଛାଡ଼ ଛାଡ଼ ବୋଲି ବାଟବଦାଉ ଛେଲ ଘୋଷାରି ଚାଲୁଥାଏମଦନ ମଦୁଆ ଭାଟ ।୧୦।ପଞ୍ଚ ଶିଳୀମୁଖ ପଞ୍ଚମ ବିଶିଖଦୁଇ ଯୁଗ ଦୃଷ୍ଟି ତୁଲେଧୂପୀ ପ୍ରଦୀପ ନିର୍ବାପ ଆରମ୍ଭଇପାଲୀଳାରବିନ୍ଦ ଫୁଲେ ।୧୧।ଅମନ୍ଦ ମନ୍ଦାକ୍ଷ ପ୍ରମୋଦ ବଲକ୍ଷସ୍ମିତେ କି ସୁନ୍ଦର ମୁଖତମିଯାକ ଦେହେ ଜମିଯାଏସ୍ନେହେ ଦିଅଇ ଯେମନ୍ତ ସୁଖ ।୧୨।ସଞ୍ଜବେଳ କଞ୍ଜ ମଞ୍ଜୁ ହୋଇଥାଏଜାଗର କଷା ନୟନଝୁମି ଝୁମି ଢଳୁଥାଏ କମଣ୍ଡଳୁପୀବରସ୍ତନା ମୋ ଧନ ।୧୩।କତୁଳା ନୀଳ ଝାଲରୀଆ ଅଳକେଗୁନ୍ଥା ଘର୍ମବିନ୍ଦୁ ମୋତିକି ମାନୁଥାଏ ସେ ମୋ ଅଧରେଅଧେ ଲାଗିବା ମକରୀ ଧୃତି ।୧୪।ଯିବା ଆସିବା ସମୟେ କି ସୁବାସମୟହୁଏ ମହୀ ସତେଏପରି ଶ୍ରୀହରି ଘେନିବାରହରିଜନ ରଚିଲେ ଗୀତେ ।୧୫।
(୨୭୭)
ହେଲେ କି ହେବ ଗୋ ନୂଆ ପରା ସେ କିଶୋରପରଷିବ କହି ଭରଷି ଅଧରୁ ସୁଧାକୁ ରସିକାବର (ପଦ)ରସିଲାନି ଚିତ୍ତ ଚକୋର ତମୁଖଚନ୍ଦ୍ର-ସୁଧା ପିଇବାକୁହେଲାନି ମାନସ ଘନଶ୍ୟାମଅଙ୍କେ ସ୍ଥିର ଚପଳା ହେବାକୁ (୧)ଝଳିଲାଣି ମନ ଶ୍ରୀଖଣ୍ଡମଣ୍ଡନରସରତ୍ନ ଲୁଟିବାକୁଝାଂପିଲାନି ନେତ୍ର ଖଞ୍ଜରୀଟନଟ ଶୋଭାମୃତ ଚାଖିବାକୁ ।୨।ଶ୍ୟାମ ତମାଳେ ମାଳି ଭାଳିଲାଣିତା ତନୁ ହେମ ମଞ୍ଜରୀମନ ସାରି କାଢ଼ି ପଡ଼ିଲାଣି ବଳୀସେ ବିଟ ପ୍ରେମ ପଞ୍ଜୁରୀ ।୩।କମ୍ପିତ ହେଲାଣି ଭୁଜବଲ୍ଲୀଛନ୍ଦିବାକୁ ଶ୍ୟାମବକ୍ଷ ସ୍ଥଳେପ୍ରଫୁଲ୍ଳ ହେଲାନି ନେତ୍ର ଇନ୍ଦୀବରମୋହନ ଲାବଣ୍ୟ ଜଳେ ।୪।ହେଲାନି ସୁଧା ସୁମଧୁର ଅଧରମଧୁ ପାନେ ଆସକତକଲାନି ବିହାର ସଖୀ ହୃଦ-ପଦ୍ମେଶ୍ୟାମ ମଧୁବ୍ରତ ।୫।ସାଜିଲାଣି ଡୋଳା ସମ୍ପାଦେନାରାଚ ଭ୍ରୂର ନୀଳ ଶୂଳ ଚାପେମଜ୍ଜିଲାଣି ମୋଦେ ତା ମଧୁରମନ୍ଦହାସ ମନ୍ଦାକିନୀ ଆପେ ।୬।କହଇ ଶ୍ରୀଜଗଦ୍ଦେବ ଦରହାସୀହୃଦୟ ନିଦରେ ପୂରିପୀରତି ପବନେ ପ୍ରସରିଲାନିତା ପ୍ରସନ୍ନ ରସ ଲହରୀ ।୭।
(୨୭୮)
ରାଗ—ଭୈରବୀ, ତାଳ—ଝୁଲାହେଲା ତୋ ଅନୁରାଗ, ଏଥର ଯା’ ମୋହନ ଯା’ମୋହ ନ ଯା’ ।୦।ଯା ପାଦ ଆଲିଙ୍ଗିତ ଶିଖଣ୍ଡ ମଣ୍ଡିତ ଭୁଜର ମଣି ଦଣ୍ଡଦେଇଚି ସେ ବିରସେ ତରଳା ଭରଜାକୁ ଭରଜା ।୧।ଜାଗରେ ବସି ରଜନୀଯାକ, ସେ ରତିକୁଶଳାକୁ ଡାକମୋହ ନାମ ଧରି ମୋହନ,ମାଧୁରୀ ବଇଁଶୀ ନ ବଜା ।୨।କାଳି ନ ବୋଳ ବଦନେ ମୋର,ଗାଳି ନ ଶୁଣ ବିଟ କିଶୋରଚରଣ ନ ଧର ହେ ମଧୁନଗର-ରାଜା ଭଣଜା ।୩।ଭାଷଇ ଜଳନ୍ତର ନରେନ୍ଦ୍ର ନନ୍ଦ-ନିଳୟ- ଗଗନ-ଚନ୍ଦ୍ରମିନତି କରି କହୁଚି—ତା’ ପାଶକୁ ଯା’ ।୪।(୨୭୮)ତରଳା—ଦୀପ୍ତିମୟୀ,ଭରଜା—ବୁଝା ବା ସମଜା,ମଧୁନଗର-ରାଜା ଭଣଜା—ମଥୁରାର ରଜା କଂସଙ୍କ ଭଣଜା କୃଷ୍ଣ
(୨୭୯)
ରାଗ—କାମୋଦୀ, ଆଦିତାଳକ୍ଷମାନିଧି ନିରୂପମା, ଏପରି ଗୁରୁ ଗୁମାନସରଜି ନ ବସଟି ରେଅରାତି ନୁହଇ ମୁଁ ତ ରାସଦୃଶାହାସ ଧରାଅମୁଖ ମିଶ ଶଶାଟି ରେ । ଘୋଷା ।ଲଲାମଗିରି ମୋର ସଲାମତ ତୁ ଅଛୁଗଲା ମଦନୁ ଧୃତି ଖସିଟି ରେ ।କି ଲାଜକୁ ଭରସିଲା ଚରଣେ ଅଛି ପିଲାଦିନୁ ଶରଣ ପଶିଟି ରେ ।୧।ପାଣି ଗଣ୍ଡେ ନ କର ଠାଣି ମଣ୍ଡନା ବରମାଣିକ୍ୟ ମଣି ଦତ୍ତ ବାସିଟି ରେଜାଣି ନିଗ୍ରହ ତୋର ହାଣିବାକୁ ମୋ ଶିରଶାଣିଲାଣିଟି ସ୍ମର ଅସିଟି ରେ ।୨।କୃଶାବନତ ତନୁ ରୁଷା ନ କରତନୁ ବିଶାଳସୁଖ ଭଳି ନିଶିଟି ରେଆଶାର ଅକୁଶଳ କି ସାର ମୁଁ କୁଶଳବିଶାରଦ ପଣରେ କଷିଟି ରେ ।୩।ହରିବଚନୁ ମଦ କରୀବର ଗତି ସେ ହରିମନରୁ ମ୍ଳାନ ମଣିଟି ରେହରିଚନ୍ଦନ ବୋଲେ ପରିଚୟ ରଚିଲେଧରିତ୍ରୀ-ଭୂଷା ରସେ ରସିଟି ରେ ।
୭.ତୁଡ଼ୁକ—ମୁସଲମାନ,ତୁର୍କ ଶବ୍ଦଜ ୮.ପଟ୍ଟଦେବୀ—ପାଟରାଣୀ ୯.ଆଠଗଡ଼ ରାଜା ବାଲୁଙ୍କେଶ୍ୱର ନାମରେ ଭଣିତ ଏହି ବିରୁଦରେ ଅନେକ ଅଂଶର ପାଠ ଅଶୁଦ୍ଧ ରହିଛି ।
ଲୌକିକକଳି ନୁହଇ ଯେ, ନଳୀନବାସୀ ବିଳାସଝଳି ମନେ ଧୃତି, ଟଳି ଗଲେ ହେଲେବଳି ପଡ଼ୁଥାଏ ରସ ॥ପଦ ॥
ମଳି ମସ କାମ, କୁହୁ ନାଶିବାକୁ,ଝଳି ହେମାଙ୍ଗି ମୋ ବନ୍ଧୁ ।ଲଳିତ କରି କି ରଙ୍ଗେ ଘେନିଥାଏଅଳପକେ ସିନ୍ଧୁ ବିନ୍ଦୁ ।୧।କଳି କଲା ପରି ପରତେ ହୁଅଇ,ଚଳି ଦମ୍ଭେ ଦୂରୁ ଆସେଅଳି କଲା ହୋଇ, ଗେଲାଇ ମୋ ଉରସ୍ଥଳିରେ ଯା ସ୍ତନ ଠେସେ ।୨।ଫଳିଗଲା ମୋର ଛାତି ଯେ ବୋଲନ୍ତେ,ଅଳିକେଶା ହସି ଭଣେଦଳି ଦେବା ମହାଦାଉକୁ ସହିବାଭଳି ସିନା ଏକା ଜଣେ ।୩।ଗଳିବାର ସ୍ନେଦ, ଚାହିଁ ମୋ ତନୁରୁ,ଦଳିତ ପଙ୍କଜମୁଖୀତଳିଆଇ ମୋତେ ତଳପେ ମୋ ବ୍ୟଥାମଳି କରେ ଯେଡ଼େ ସୁଖୀ ।୪।ପଳିତ ପାନ ସମାନୁ ଯେତେବେଳେ,ଚଳି ଯାଏ କଳାକରଜ୍ୱଳିତ ତେଜ ବିଜୁଳି ପରି କମ୍ପି,ଚଳି ନେତ୍ର ଖୋସିବାର ।୫।ଅଳି ଆଏ ଜଳନ୍ତର ଭୂପେ ପରବଳିବା କାମୋପଦ୍ରବବଳି ସଦ୍ମ ନର ନାକେ ନାହିଁ କୁନ୍ଦ,କଳିକା ଦଶନା ଭାବ ।୬।ଲୌକିକକାହିଁକି ରେ, ମନେ ନାହିଁ କି ରେ ।ପଦ ।ଜାଣି କରୁଣା ତୋର । ଦେଇ ବିନୟୋତ୍ତରପେଷିଲି ଶିଶୁ ଚର । ନ ଲେଖିଲୁ ଉତ୍ତର ।୧।ହୁଡ଼ି ଗଲେ ଛପଟ କ୍ଷମା କର ନିପଟଯେ ହେବ ଲାଗି ପଟ । ତହିଁ ଏଡ଼େ କପଟ ।୨।ମୋ ଗୁଣ ଚିହ୍ନାଇଲୁ । ସଖିଙ୍କି ଘେନାଇଲୁସବୁତ ବନାଇଲୁ । ହସି ନ ଅନାଇଲୁ ।୩।ଏବେ ମୋ ଅଙ୍କେ ରାଜ । ହଂସ ଗତି ବିରାଜସ୍ୱଜନେ ଗଣି ଆଜଠାରୁ ବରଜ ରାଜ ।୪।ନ ଜାଣି ବିଷମକୁ । ମୋ ନଖ ବିକ୍ରମକୁକାମ ଖଣ୍ଡା ଝମକୁ । ଥିଲା ପରି ଚମକୁ ।୫।ସୁଖ ମନୋରଥରେ ଗଲି ପ୍ରେମ ପଥରେଅଷ୍ଟଦୁର୍ଗ ନାଥରେ । ଦୃଷ୍ଟି ନ ଦେଲୁ ଥରେ ।୬।ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକରାଗ-କାମୋଦୀନିଦ ନାହିଁଟି ନଟବରକୁ ଗୋ,ନେତ୍ରୁ ନିରତେ ମୁଞ୍ଚେ ନୀରକୁ ଗୋନ ଲିଭିବାରୁ ନବନୀତାଙ୍ଗି ତୋ ପଲ୍ଲବଅଧର ମଧୁର ନିର୍ଝରକୁ ଗୋ ।ପଦ ।ନୂଆ ନାଗରୀ କେଣେ ନାହାନ୍ତି ଏ ଜଗତେନଚାଇ ନୟନାନ୍ତେ ସ୍ମରକୁ ଗୋ ॥
ନିର୍ମଳ କେଡ଼େ ତୋର ପୂର୍ବ ପୁଣ୍ୟ ନାଗରନ ଚିନ୍ତେ ତୋ-ବିନା ଇତରକୁ ଗୋ ।୧।ନିପଟ ତ କପଟୀ । ନୋହୁ ତୁ ଆମ୍ଭେ ହଟିହଟି ସିନା ତୋ ବିଦ୍ୟାତରକୁ ଗୋନଉକରିକି ବାଇ । ହେବା ଯାଏ ଲଗାଇ ।ଜାଣୁ ତୁ ମୋହନ ମନ୍ତରକୁ ଗୋ ।୨।ନିୟମ କରୁ ପରା । ନାହିଁ ଶିଖଣ୍ଡ ଝରାଚାହିଁ ମୁଁ ବୋଲି ଥର ଥରକୁ ଗୋନୟନ ବାଣ ତୋର । ନ ବାଜି ନିକି ସ୍ମରନୀଳ ଦେହରେ ହେଲା ଜ୍ୱରକୁ ଗୋ ।୩।ନ ଜାଣି ଅବା ଜାଣି ବତାଇଲୁ ତ ପାଣିବ୍ୟୋମ ସଂଚାରି କଳାକରକୁ ଗୋନ ହସୁ ଜନେ ଯେବେ । ଉପାୟ ବଳେ ଏବେଅଣାଅ ତାକୁ ନିଜ କରକୁ ଗୋ ।୪।ନଳିନ ଦଳ ଶେଜ ନେତ୍ର ଦେଖିଲି ଆଜନୀରଦ ନିଭ କଳେବରକୁ ଗୋନାସାଗ୍ରେ ଶ୍ୱାସ ବହେ । କବି ମିହିର କହେସମୁଦ୍ଧରଇ ଦୃଶ ନରକୁ ଗୋ ।୫।---ସମାପ୍ତ---