(୭୨) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିତା ନ ଘେନି ଜୀବଧନୀ
ମଥା ପୋତି ରହିଲା ରେ ।୨।
ଦିନେ ବସି ସଖୀ ସଙ୍ଗେ
ହରୁଥିଲା କାଳ ନାନା ରଙ୍ଗେ,
ସେ ସମୟେ ମୋତେ ଦେଖି ହସି
ଉଭା ତ ନୋହିଲା ରେ ।୩।
ତା ପ୍ରୀତି ଲଭିବା ଦିନୁ,
ଲବେ ନ ମାନଇ ଫୁଲଧନୁ,
ସେ କଷଣ ସହ ବୋଲି
ବିହି ଏହା କି ବିହିଲା ରେ ।୪।
ନ ସହି ମୋର ତ ଶିରୀ,
କି ବିଚାରି ସେ ତ କୋପ କରି,
ମୋତେ ପଞ୍ଚଶରେ ରଚି
ତାକୁ କି ଅବା କହିଲା ରେ ।୫।
ବୋଲେ ଅଷ୍ଟଦୁର୍ଗ ନାଥ,
କି କରିବି ନ ଦିଶଇ ପଥ,
ଚାହୁଁ ଚାହୁଁ ଦଶଦିଶ
କାମ ଅନ୍ଧାର ପିହିଲା ରେ ।୬।
(୭୫)
ରାଗ—ଆଶାବରୀ—ଆଡ଼ତାଳିଧନ, କେମନ୍ତେ ମୂର୍ଚ୍ଛିବି ରେ ମନରୁ ନ ଗଲୁ କ୍ଷଣେ ।ଶୟନେ ସ୍ୱପନେ ଦିଶିଲୁନୟନେ ଜଡ଼ିଲୁ ତୁ ଅନୁକ୍ଷଣେ । ଘୋଷା ।ତୋ ରୂପ ପଟରେ ଲେଖିଉରପରେ ନ ରଖିଲେ ନିଦ୍ରା ନୋହେଲଭିବାରୁ ଆନ ଆରେ ଜୀବଧନ,ନ ଯାଇ ଏ ଦେହ ସହେ ।୧।ଝାସଦେବି ଯାଇ ଗଙ୍ଗାସାଗରରେଏ ଜନ୍ମେ ଭେଟ ନୋହିଲେଦାସ ହୋଇଲେ ତ ବାସବପଣକୁ ବାଞ୍ଚା ନାହିଁ ମୋର ତିଳେ ।୨।ବସିଲେ ବସିବ ଅପବାଦହାଟ ହସିଲେ ହସିବେ ଲୋକେନାଶିଲେ ନାଶିବେ ସକଳ ସମ୍ପତ୍ତିଭାସିଲେ ଭାସିବି ଶୋକେ ।୩।ହେବ ଶିରଚ୍ଛେଦ ନୋହିବବିଚ୍ଛେଦ ଏହି ଚିନ୍ତା ଅନୁକ୍ଷଣକ୍ଷୋଭ ହେଉଥିଲେ ଲୋଭବଢ଼ୁଥାଇ ଚାହୁଁ ଚାହୁଁ ଶତଗୁଣ ।୪।ବାମ ହେଲେ ହେବ ଗୁରୁଗୁରୁଜନ ମୂର୍ଚ୍ଛିବା ପଦାର୍ଥ ନୋହୁବୋଲେ ଜଗଦ୍ଦେବ ଶ୍ରୀ ହରିଚନ୍ଦନକି ଦୁଃଖ ଦେବ ସେ ଦେଉ ।୫।
(୭୬)
ଧନକୁ କେ ମାନେ ବଳାଇଲେ ରେ ।କେ ଦେଲା ଏ ଦଣ୍ଡ ରୋଷ ଲୌହ ଦଣ୍ଡତା ମନ କୁନ୍ଦରେ ଖୁନ୍ଦାଇଲେ ରେ ।୦।ମୋ ସୁଖ ମୃଦୁଳ—ମାଳତୀର ମାଳକା ପାଦ ପାଷାଣେ ବଳାଇଲା ରେ ।୧।ମୋ ହୃଦ ଭିତରେଅନଙ୍ଗ ଅହିରେକି ସମୟ ଜାଣି ଖେଳାଇଲା ରେ ।୨।ବୋଲେ କବିସୂର୍ଯ୍ୟଆହା ମୋ ଧଇର୍ଯ୍ୟତୁଳା ପଟଳକୁ ଜଳାଇଲା ରେ ।୩।
(୭୬) ଖୁନ୍ଦାଇଲା- ଭର୍ତ୍ତି କଲା, ସୁଖ-ମୃଦୁଳ-ମାଳତୀ ମାଳ- ସୁଖ ରୂପକ କୋମଳ ମାଳତୀ ଫୁଲମାଳ, ଅନଙ୍ଗ ଅହିରେ- କନ୍ଦର୍ପ ରୁପକ ସର୍ପକୁ ।
(୭୭)
ରାଗ—କାମୋଦୀଧନ ଘନ ରସ ବରଷିଲା ରେ,ଚଞ୍ଚଳା ଜ୍ୟୋତି ପ୍ରକାଶି,ତୁରିତେ ଉତ୍କଣ୍ଠ ସରିତ ବଢ଼ିଲାଦମ୍ଭ ଦ୍ରୁମ ଗଲା ଭାସି ।ପଦ ।ପୁଲକକଦମ୍ୱ ପ୍ରଫୁଲ୍ଲ ହୋଇଲା,ନାଚିଲା ବେଣୀ ମୟୁରୀ,ଛିଡ଼ି ମୋତିମାଳ ଦିଶେ କି ଚଞ୍ଚଳକି ସେ ବକପନ୍ତି ପରି ।୧।ଖରଶ୍ୱାସ ଝଞ୍ଜା ପବନ ପ୍ରସରିଜନ୍ମାଏ ବଚନେ ମଲି,ଅଙ୍ଗ ଆମୋଦ ମାଳତୀବିକାଶଇ କି ପ୍ରସନ୍ନ ରସବଲ୍ଲୀ ।୨।ନଖକ୍ଷତ ଉକ୍ତ ଇନ୍ଦ୍ରଗୋପବ୍ୟକ୍ତ ଦିଶିଲା ଅତ୍ୟନ୍ତ ତ୍ୱରା,ସ୍ୱେଦବିନ୍ଦୁ ଛଳେ କରକା ନିପାତବୃଷ୍ଟିଜଳଧାରା ପରା ।୩।କଟିଘଣ୍ଟି ଭେକ ପ୍ରକଟି ରଟିଲେଚଳେ ପୀନପୟୋଧର,ଭୂଷଣ ରତନକିରଣେ କିଜ୍ୟୋତିରିଙ୍ଗଣଗଣ ପ୍ରଚାର ।୪।ହୀରକକରଙ୍କ ତାଟଙ୍କ ଅଟକନ ରହି କର୍ଣ୍ଣରୁ ଗଳି,ଅବନୀରେ ପଡ଼ି ଶିଳୀନ୍ଧ୍ରକୁସୁମଫୁଟିଲା ପରାଏ ଝଳି ।୫।ନୀଳ ପୀତ ରକ୍ତ ମିଶ୍ରିତ କୁସୁମପ୍ରାୟ ନିଶ୍ଚେଁ ଇନ୍ଦ୍ରଧନୁ,ବୋଲେ କବିସୂର୍ଯ୍ୟ ଅନଙ୍ଗଅନଳ ଲିଭାଇଲା ହୃଦବନୁ ।୬।
(୭୭) ଟୀକା- ରସ- ଜଳ, ଚଞ୍ଚଳା- ବିଜୁଳି, ପୁଲକକଦମ୍ବ- ରୋମାଞ୍ଚରୂପ କଦମ୍ବଫୁଲ, ନଖକ୍ଷତରକ୍ତ ଇନ୍ଦ୍ରଗୋପ- ନଖକ୍ଷତରୂପ ସାଧବାଣୀ ପୋକ, ଜ୍ୟୋତିରିଙ୍ଗିଣ- ଜୁଳାଜୁଳା ପୋକ, ହୀରକକରଙ୍କ ତାଟକ- ଯେଉଁ କାନଫୁଲ ମୁଣ୍ଡରେ ହୀରା ଲାଗିଥାଏ, ଶିଳୀନ୍ଧ୍ରକୁସୁମ- ଛତୁ ।
(୭୮)
‘ଧନ’- ମନ ମୋ’ ରସେ ରସିଲା ରେ ! ।୦।ପଞ୍ଚମ ଭାବ ବରଜି, ଚଟୁଳ ଚାଟୁ ସରଜିଫୁଲଚାପକୁ ତରଜି ମୋ’ କୋଳେ ବସିଲା ରେ ।୧।ଭିଡ଼ିଗାଢ଼େ ପୟୋଧର, ‘‘ମଲିଟି ଇଷି’’ ଏ ଗିରଭାଷି ରଙ୍ଗେ କି ସୁନ୍ଦର-ଦଶନା ହସିଲା ରେ ।୨।ଟେକି ଉରୁମୂଳ ଚେଳ ରଚିଲି କରଜ-ଖେଳ,କମ୍ପି ପୁଲକି ମଞ୍ଜୁଳ ‘ଅତନୁ’ ଦିଶିଲା ରେ ! ।୩।ଶିଥିଳାଇ ନୀବିବନ୍ଧ କଲି ସୁରତି ପ୍ରବନ୍ଧ,ଘନେ ବିଜୁଳିକି ବଳି ମୋ’ ଅଙ୍ଗେ ମିଶିଲା ରେ ! ।୪।ଜଳନ୍ତର ନାଥ ଭଣି ପ୍ରେମ—ହେମକୁ ତରୁଣୀମାନସ-‘କକ୍ଷ’ ପାଷାଣେ ଆଜ କି କଷିଲା ରେ ? ।୫।
(୭୮) ପଞ୍ଚମ ଭାବ- ମୈଥୁନ, ଫୁଲଚାପକୁ ତରଜି- କନ୍ଦର୍ପକୁ ଭୟ ଦେଖାଇ, ସୁନ୍ଦର ଦଶନା- ସୁନ୍ଦର ଦାନ୍ତ ଥିବା, ଊରୁମୂଳ ଚେଳ-ଜଙ୍ଘପାଖର ଶାଢ଼ୀ, କରଜ ଖେଳ- ହାତ ନଖର ଚାଳନା, ଅତନୁ- ଜନନେନ୍ଦ୍ରିୟ ଅର୍ଥରେ ପ୍ରଯୁକ୍ତ, ଘନେ- ମେଘରେ, ପ୍ରେମ ହେମକୁ- ପ୍ରେମ ରୂପକ ସୁନାକୁ, ମାନସକଷ-ପାଷାଣ- ମନ ରୂପକ କଷଟିପଥର ।
(୭୯)
ରାଗ—ବରାଡ଼ୀ—ଏକତାଳିଧନ ରେ, ଅବଶ୍ୟଟି ମୁଁ ବନରେ କରିବି ସ୍ଥାନମନରେ କି ଘେନି ପରିଜନରେ କରିଛୁ ମାନ । ଘୋଷା ।ମୁହଁ ନ ଅନାଇଁ ମୋରନୁହ ଲତାଙ୍ଗୀ ବିଶେଷରେଲୁହ ନ ବୁହାଇ ସରୋରୁହ ନୟନରୁ ହସ ରେ ।୧।ବଦନ ପୋତି ଯା ଚାଲୁନଖପଦ-ନଖକୁ ଧରାରେରଦନେ ଚେଳ କାମୁଡ଼ି ମଦନ ମୋ ଉରେ ମରା ରେ ।୨।ନ ଧର ରୋଷ ମୋ ଅଙ୍କକୁଧର ତୁ କେଳିଶମ୍ପା ରେବଧର ବିଚାରେ ମୋର ନ ଧର ବିମ୍ବ ନ କମ୍ପାରେ ।୩।ହରଷ-ବିହୀନ କ୍ଷଣବରଷ ହୁଏଟି ଜାଣ ରେନରସ କ୍ରୋଧେ ପୂରାଅ ତରସ ମୋର ତୁ ପ୍ରାଣ ରେ ।୪।ଛବି ରମଣୀମଣ୍ଡନାଅବିରତ ରତମନା ରେଅବିରସ ନେତ୍ରେ ଅନା ଜଗଦ୍ଦେବଙ୍କୁ ନବୀନା ରେ ।୫।
(୮୦)
ରାଗ—କାମୋଦୀ—ଆଠତାଳିନ କରିବୁ ଊଣା ପ୍ରୀତି ଚାଲିରେତୋତେ ସିନା ଜଣା ପ୍ରୀତିଚାଲି ରେ ॥ପଦ ॥
ହିମବାଲୁକା ଥାଉ ଥାଉ, ଛୁଇଁ ନ ଯାଉ ଲୋଡ଼ୁମୋର କଠାଉ ତଳ ଝଡ଼ା ବାଲି ରେ ।୧।ହୁଡ଼ ରଖି ନିରତେ ଜଣାଇବାକୁ ମୋତେପଟ ବାହୁ ସେ ଚିତ୍ତେ ଚଦରଙ୍ଗ ପାଲିରେ ।୨।ଆରମ୍ଭ ପରିରମ୍ଭ, ସ୍ତନ କନକ କୁମ୍ଭହାରାବଳୀ ନ ରଖି କରିଥାଉ ଖାଲି ରେ ।୩।ନ ଦେଉ କେଉଁ ତୋଷ, ହୋଇ ସମନ୍ଦ ହାସଚାହୁଁ ଯା ଅତଳସ ଯବନିକା ଜାଲି ରେ ।୪।ଶ୍ରୀ ଜଗଦ୍ଦେବ ଭାଷେ ଆଜି ଯାଉ ଏ ରସେଧନ ରେ ମୁଁ ତୋ ବଶେ ଆସିବିଟି କାଲି ରେ ।୫।
(୮୧)
ନବଛଇଳୀ, ଯାଉଛି ବିଦେଶ ମୁଁ କାଲି । ଘୋଷା ।ତୋ ପାଶୁଁ ମୁଁ ଅନ୍ତର ହେବି,---ବୋଲି ଚିତ୍ତରେ ନ ଥିଲା ପ୍ରାଣବାନ୍ଧବୀ ।ବିଧାତା ବିଧାନ କଥା, କେ କରିପାରେ ଅନ୍ୟଥାଥିବି ମାତ୍ର ତୋର ଦିବ୍ୟଚିତ୍ତେ ଅନବରତେ ।୧।ଯେତେ ଦୂରେ ଥିଲେ ମୁଁ ତୋର,କିଣା ଚାକର ମନେ ତୁ ନ କରିବୁ ପରକରକରଦନା କର ଧରି ମାଗୁଛି ନିକରହସି ତୁ ମୋତେ କହି ଗିର ମେଲାଣି କର ।୨।ଏ ବଡ଼ ଚିନ୍ତା ହୁଏ ଏକା,ମୋର ବିହୁନେ କିପରି ବଞ୍ଚିବୁ ରସିକାଥିବୁ ସର୍ବଶୁଭେ ତୁହି, ଲେଉଟି ଭେଟିବି ମୁହିଁଈଶ୍ୱର କରିବେ କି ସତେ ନାହିଁ ପରତେ ।୩।ନୃପକୁଳଶେଖର ଚନ୍ଦ୍ର, କିଶୋରଚନ୍ଦ୍ରଛୋଟରାୟ ବଚନେ ଚନ୍ଦ୍ର—ବଦନ ବିରସ ଜାଣି ଧରି ପ୍ରିୟା ବେନିପାଣିବୋଲି କିରେ ପ୍ରାଣବାନ୍ଧବୀ ନିଶ୍ଚେ ଆସିବି ।୪।
(୮୨)
ରାଗ—କାମୋଦୀ—ତ୍ରିପୁଟାନବୀନା ସେ ଯାହା ନ ବିନାଶେ ॥
ନ କହି ମୋ ହୃଦୟ କେଉଁ ଅସହୃଦୟଜନ ଜଣାଏଁ ଚିନ୍ତି ମୋ ଲାଘବ,ରଖି ତା’ ଠାରେ ଦୁଃଖ, ପଲ୍ଲବାଏ ମୋ ସୁଖ ।୧।ଗାଢ଼େ ମୁଁ ଅପରାଧ, କଲେ ହେଲେ ସକ୍ରୋଧ –ହୃଦୟା ନୋହେ ସତେ ଦୟାଳୁସେ ଦିନ କରେ ମୋହଠାରେ ଦ୍ୱିଗୁଣ ସ୍ନେହ ।୨।ବ୍ରତ ନିୟମ ସାରା, ଦିନରେ ଆସି ଧାରା—ସମ ଆଚାରେ ହରୁଥାଏ କାଳ,ନ ଦଣ୍ଡେ ମୋତେ ପ୍ରାଣେଶ୍ୱରୀ କୁସୁମ ବାଣେ ।୩।ଅନବସର ଜାଣି, ସେ ବୀଣାଜିଣାବାଣୀପାଶକୁ ନ ଯାଏଁ ମୁଁ ଯେଉଁ ଦିନକେତେ ସରସ ଭାଷା ଲେଖି ପୂରେ ମୋ ଆଶା ।୪।ଶିଷ୍ଟ ପର୍ବ ଭୂଷାର, ଶିଷ୍ଟ ମୁଁ ଗୁଣସାର,ଅଷ୍ଟଦୁର୍ଗ ରସାର ନାଥ ଭାବେମୋହି ମୋହର ମତି, ସେହି ଜାଣେ ସେ ପ୍ରୀତି ।୫।
(୮୩)
ରାଗ—କଳହଂସ କେଦାର—ଝୁଲାନାଗେନ୍ଦ୍ରଗତି ଆହା ଘନଜଘନାନାରିକେଳରୁ ଚାରୁ ପୃଥୁଳ ସ୍ତନା । ଘୋଷା ।ନାଟ ମଞ୍ଜୁଳ ଖଞ୍ଜରୀଟ ନୟନାନାକ ନାରୀଙ୍କ ରୂପେ ଯାହାଙ୍କ ବାନା ।୧।ନାସେ ମଣ୍ଡିତ ନାସାତିଳ ପ୍ରସୁନାନାରୀନିବହ ରୀତି ବିଶୁଦ୍ଧ ସୁନା ।୨।ନାୟିକା ଶିରୋମଣି ବରବରନାନାହିଁ ତା ଅଙ୍ଗତୁଲ୍ୟ ମୃଦୁ ସୁମନା ।୩।ନାଥ ନ ଥିଲେ ଯଥା ଦିଗଅଙ୍ଗନାନାଗରୀନ୍ଦ୍ର ମୋ ତଥା ହେଲା ବିଶନା ।୪।ନାଲିକ ଦଳେ କରି ତଳ୍ପ କଳ୍ପନାନାନା ଉପାୟ ଆଳି କରିବେ ସିନା ।୫।ନାଡ଼ି ଓହରି ହୋଇ ଜୀବନ କ୍ଷୀନ୍ନାନାଦ ପିକର ଯହିଁ ଜୀବନଘେନା ।୬।ନାସ୍ତିକ ସ୍ୱର ମୋର ଆଶ୍ଳେଷ ବିନାନାଶ ନ ଯିବ ନିକି ସତେ ନବୀନା ।୭।ନାରାଚ ମାରି ହରିବାରୁ ଚେତନାନାସାପୁଟକୁ ଚାହିଁଥିବେ ଲଳନା ।୮।ନାହକ ଅନୁଭବ କଲା ନୂତନାନାଖରା ଦଶା ହେତୁ ଦୁଃଖ ବେଦନା ।୯।ନାପୁସି ତୁଳେ ହୁଏ ବୋଲି ବଚିନାନାଦାର ହୁଏ ଜଗଦ୍ଦେବ ଚେତନା ।୧୦।
(୮୪)
‘‘ନାହିଁ’’ କରୁ କାହିଁକି ? ରେ ଗଳା-ମଣି ମାଳି ! ।୦।ନ ଯିବି କେବେ ବିଦେଶ, ତୁ ଦେଉଥିବା ନିଦେଶଶିରେ ବହିଥିବି ପରିପାଳି ।୧।ପରଜନଠାରେ ପରି ପରିଜନରେ କିଶୋରୀ !ବସିଛୁ ମାନସେ କିସ ଭାଳି ? ।୨।ତୋ ଚରଣ-କଞ୍ଜତଳ ସ୍ଥଳେ ମୋ’ ନିଆଳୀ ଚୂଳକରୁଥିବି ନିତି ନିଉଁଛାଳି ।୩।ମୋ’ କୋଳେ ରବି ବିହାର ଅରାତିମାନଙ୍କୁ ମୋ’ରମରାଇବାକୁ ମୋ’ କରେ ‘ତାଳି’ ।୪।ଆରେ କାମ କଳାନିଧି ! ହେଲି ଯେବେ ଅପରାଧୀ,ଦେଉଥିବୁ ପଛେ ପଦେ ‘ଗାଳି’ ।୫।ଆରୋହି ଅଙ୍କ-ତଳପ ପୂରାଅ ମୋ’ ସଙ୍କଳପଦେବାକୁ ‘ମଦନ’-ମୁଖେ ‘କାଳି’ ।୬।ପୀଡ଼ିବି ନାହିଁ ଦନ୍ତରେ, ଲାଲ ଦନ୍ତବାସେ ଥରେରସନାକୁ ସିନା ଦେବି ଚାଳି ।୭।‘ଅଷ୍ଟଦୁର୍ଗ-ଭୂପ’ ଭଣେ ଉଚ୍ଚ ‘କୁଚ-କୁମ୍ଭ’ କ୍ଷଣେଦେବାକୁ ମୋ ଉର ସ୍ଥଳେ ଝାଳି ।୮।
(୮୪) ନିଦେଶ- ଆଜ୍ଞା, ପରିଜନ- ଚାକର, ଚରଣକଞ୍ଜ- ପାଦପଦ୍ମ, ନିଆଳୀ ଚୂଳ- ନିଆଳୀ ଫୁଲ ସଜ୍ଜିତ ମସ୍ତକ, ନିଉଛାଳି- ବନ୍ଦାପନା, ଅଙ୍କତଳପ- କୋଳ ରୂପକ ଶେଯ, ସଙ୍କଳପ(ସଙ୍କଳ୍ପ)- ମନୋରଥ, ଦେବାକୁ ମଦନ ମୁଖେ କାଳି- କନ୍ଦର୍ପକୁ ପରାଭବ ଦେବାକୁ, ଦନ୍ତବାସେ- ଓଠରେ, ରସନାକୁ- ଜିହ୍ୱାକୁ, ଉରସ୍ଥଳେ-ଛାତିରେ, ଝାଳି- ଯୋଡ଼ି ।
(୮୫)
ରାଗ—ତୋଡ଼ି—ପହପଟ୍ଟ‘ନାହିଁ’ କରୁ କାହିଁକି ମୋ ଗଳାମୋତିମାଳି ରେ । ଘୋଷା ।ପୀଡ଼ିବି ନାହି ଦନ୍ତରେ, ଲାଲ ଦନ୍ତବାସ ଧୀରେରସନାକୁ ଦେବି ସିନା ଚାଳି ରେ ।୧।ଆରୋହ ଅଙ୍କ ତଳପ, ପୂରୁ ମୋର ସଙ୍କଳପଦେବାକୁ ମଦନ ମୁଖେ କାଳି ରେ ।୨।ଡରୁ କରଜଲାଞ୍ଛନ, ହେବାରୁ କଠିନ ସ୍ତନହେଲେ ହେବ ଦେବୁ ପଛେ ଗାଳି ରେ ।୩।ଆରେ କାମ-କଳାନିଧି, ହେବି ଯେବେ ଅପରାଧୀନୟନାନ୍ତେ ଧୃତି ଦେବୁ ଟାଳି ରେ ।୪।ଶ୍ରୀ ମୁକୁନ୍ଦଦେବ କହେ, ହେବକୁମ୍ଭ ସ୍ତନ ସ୍ନେହେଉର ସ୍ଥଳେ ଦିଅ ମୋର ଢାଳି ରେ ।୫।
(୮୬)
ରାଗ—ପୂରବୀ—ଝୁଲାନାହିଁ ରୁଷିଲା ଯେ କମ୍ପାଇ ଶ୍ରୀମୁଖ-ଶଶୀନବ ବିଦ୍ରୁମ ବିଡ଼ମ୍ୱିତ ଅଟରେଦରହାସ ଥିଲା ମିଶି । ଘୋଷା ।ଚନ୍ଦ୍ର ଖଣ୍ଡ ଗଣ୍ଡେ ଚୁମ୍ୱ ଦେଇଦିନେ ବୋଇଲି ରାମାମଣିକିନବସପତବୟସୀ ମୋ ଶପଥନଚା ତୋ ନାସାମଣିକି ।୧।ବିଜେ ରତିଅନ୍ତେ ବସାଇପୂରତେ ରସାଇ ଚୁମ୍ୱନମିଶାଦନ୍ତକ୍ଷତ ଦତ୍ତ କରି ମୁଁ ଅଧରେଦିଅ ବୋଲୁ ମୋତେ ରସା ।୨।ଦିନେ ପୁଷ୍ପଭେଦେ ରତିରସମୋଦେମାଗନ୍ତେ ମୁଁ ନିଧୁବନକେଶୁଁ କରବୀର କୁସୁମପକାଇ କ୍ଷତିକି କଲା ଲପନ ।୩।ଦ୍ୱିରଦ-ଦଶନ ପଲଙ୍କ ଉପରେକରି ଯେ ଥିଲା ଶୟନଫିଟାନ୍ତେ ନୀବିକି ଚାହିଁସ୍ୱାଭାବିକ ବୁଜି ନଳିନୀନୟନ ।୪।ଅଷ୍ଟଦୁର୍ଗାଧିପ ବାଲୁକେଶନୃପ ଜଗଦ୍ଦେବ ରସେ ଭଣିଧନ, ତୁ ମନରେ ମାନ ନକରିବୁ ବୋଲି ଧରନ୍ତି ତା’ ପାଣି ।୫।
(୮୭)
(ରାଗ—ସାବେରି)ନାହିଁ ତୋହର ସମାନ ‘ମୋହ’ ‘ରସ’ –ସ୍ଥାନବନ୍ଧୁ ମୋହର ସନ୍ତାନ ।୦।ତୋ କେଶକୁ ଅତି ପରବଳ ‘ପର’ ମଣି,ଜିଣି ନ ପାରବେ କେବେ ବଳପ ରମଣୀ ।୧।ଚନ୍ଦ୍ରର ତୋ ମୁଖ ଦେଖି ସାର ସରିଗଲାକଣ୍ଟକରେ ବିଦ୍ଧ ହେଲା ‘ସାରସ’ର ଗଳା ।୨।ଜାଣିଥିବ ଯେ ବା ଅକପଟ ନୟ ନର,‘‘ତୁଳା ନାହିଁ’’ ବୋଲିବ ନିପଟ ‘ନୟନ’ର ।୩।ଧନ ! କି ଜିଣିଚୁ ଘନ ସାରକୁ ‘ହାସ’ ରେ ?ଏ ସଂସାରୁ ‘କୁନ୍ଦ’ ପ୍ରଶଂସାର କୁହା ସରେ ।୪।ଘେନୁଚି ମୁଁ ମନେ ଏହା ସୁଗଜଗତି ରେ !ଝଷଧ୍ୱଜର ‘ଆଶୁଗ’ ତୁ କି ଜଗତୀରେ ? ।୫।ତୋ’ ଗଣ୍ଡକୁ ଅନାଇଁଲେ ‘ଆଦରଶ’ ହିତେଘେନାଯାଏ ନାହିଁ ‘ମଜ୍ଜା’ ଆଦର ସହିତେ ।୬।‘ଜଗଦ୍ଦେବ’ ବୋଲେ ‘‘ଧନ୍ୟ ନବ ସରସା ରେ !ମଣ୍ଡିଥା ମୋ’ ଅଙ୍କ, ଖସି ନ ବସ ‘ରସା’ ରେ’’ ।୭।