ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୨ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୧୫)
ରାଗ-ଭାଟିଆରୀ, ତାଳ-ଝୁଲାଆରେ ସହଚରୀ, ଥିବି ତୁମ୍ଭଙ୍କୁ ଏକା ଭରସା କରି ॥ପଦ ॥
ମଦୁଆ ମଦନ ରଣ କଥା, ଶୁଣି ଜନମେ ଯା’ ତନୁ ବ୍ୟଥାଏ ଦଣ୍ଡ ତା’ ଭଳି ନୁହେଁ ନା ବୋଇଲି ଲାଜେ ଛିଡ଼ି ଗଡ଼ୁଅଛି ମଥା ।୧।ଦିଆଇ ମୋତେ ଏତକ ଦଶା, କରାଇବାକୁ କି ଲୋକହସାକରୁଥିଲ ବେଶ ସମସ୍ତେ ଦିବସ ମଧ୍ୟରୁ ପ୍ରବେଶ ହେଲା ନିଶା ।୨।କହୁଛନ୍ତି ସହଚରୀ ବୋଲି, ମୁଁ ଉଲ୍ଲାସେ ସଧ କରିଗଲିତହିଁ ଫଳ ଜଣା ହେଲା ଯା ଆପଣା ଆବୁର ସହିତେ ସରିଗଲି ।୩।ରହିଥିଲି ବନ୍ଧା ଲୋକ ପରି, ଚୁମ୍ୱନେ ଚିବୁକ ଗଲା ପୂରିପ୍ରଦୀପ ଗୁଡ଼ିକ ଜଳି ଝକଝକ ଦିଶୁଥିଲା ହେଲି ଏତେ ସରି ।୪।ଏତେ ଯତନେ ସଧାଇ ତହିଁ, ପାଇଲି କି କି ବଧାଇ କାହିଁଉରକୁ କାଞ୍ଚଲା ନ ଘୁଞ୍ଚି ବଞ୍ଚିଲା ଉପାୟ ହିଁ ଯେ କହିଲା ନାହିଁ ।୫।
(୧୬)
ଆହା ମୋ ଖଞ୍ଜନାକ୍ଷି ଅନଙ୍ଗେ ମୋ ବିନା ଦୁଃଖୀ ରେ,ଅବନୀରେ ଢଳିପଡ଼ିବାରୁ ତୋଳି ଧରୁଥିବେ ପ୍ରିୟସଖି ରେ ।ପଦ ।ଅହର୍ନିଶ ଝୁରି ଝୁରି, ଅତି କୃଶ କୃଶୋଦରୀ,ଇନ୍ଦୁକଳା ତନୁ ତାକୁ ନିନ୍ଦିବନି ତାରତାର ତନୁଶିରୀ ରେ ।୧।ଅଶ୍ରୁଭରେ ନେତ୍ର ବେନି, ଅବିରତେ ପୁରିବନିଅସାର ମାର ଅକୂପାରେ ପଡ଼ିଣମୃଦୁହାସୀ ଭାସିବନି ରେ ।୨।ଆଭରଣ ଦୂର କରି, କେଉଁ କୁମ୍ଭ ପୟୋଧରୀ,ଅମଳ ମୃଣାଳ ଖଣ୍ଡ ପାଣିପିଣ୍ଡେମଣ୍ଡୁଥିବଟି କିପରି ରେ ।୩।ଅବଧିରେ ତେଜି ଆଶା, ଅଧିକରେ ଅଭରସା,ଅତି ଶ୍ୱାସ ଖର ପଡ଼ୁଥିବ ପରା ହେବନିଦଶମ ଦଶା ରେ ।୪।ଅଷ୍ଟଦୁର୍ଗେଶ୍ୱର ଭଣି, ଅଭିନବ ରାମାମଣି,ଉମାଧବ କୃପା ସତେ ହେବ ଅବାଜୀବ ଯିବାଯାଏ ପୁଣି ରେ ।୫।
(୧୭)
ରାଗ-ମୁଖାରୀ, ତାଳ-ଝୁଲାଊଣା ତ ନାହିଁ ଚାକିରିରେ, ବନ୍ଧୁଗୁଣାମ୍ୱୁନିଧିରେ ଜଣା ତ ଯାଉଛିତୁ ମୋତେ ରୁଷିଲା ପରି ରେ ।ଘୋଷା ।ହଣା ବଳି ଦେଇ ଦେବୀଙ୍କି ମଣାଇପାଇଅଛି ନଉକରି ।ବଣା ମୃଗାକ୍ଷୀ ମୁଁ ତୋ ଗଣ୍ଡ ଯୁଗଳେଲେଖିଛି ଚିତ୍ର ମକରୀ ରେ ।୧।ବୀଣା ବାଣୀ ଯୋଡ଼ି ମାଙ୍ଗକୁ ସଜାଡ଼ିଅଳକା ଲାଗି ମୋହରି ।ଗୁଣା ମୋତି ଦଣ୍ଡି ସୁନାସାରେ ମଣ୍ଡିକଣ୍ଠେ ରତ୍ନ ଚାପସରି ରେ ।୨।ଟଣାଟଣି କରି ତୋ ଉରେ ବାନ୍ଧିଛିକାଞ୍ଚଲାରେ ଦେଇ ଜରି ।ବୀଣାନାଦ ଜିଣି କଟୀରେ କିଙ୍କିଣୀଭିଡ଼ିଛି ସୁଯତ୍ନ କରି ରେ ।୩।ଶୁଣା ପ୍ରଖର ଶବ୍ଦ ପଦେ ନୂପୁରଖଞ୍ଜିଛି ନବ ନାଗରୀ ।ଜଣାଉଛି କବିରବି –ବିପରୀତଦାନେ ବରତନ ସରି ରେ ।୪।
(୧୮)
ଏ କି ଦୀନେ ଗୋ !କୁନ୍ଦହାସୀ, ଗୁମାନ ଘେନନା ମନେ ।୦।କୁରଙ୍ଗଦୃଶା ରେ ଗତି କେ ତୋ ବିନାଏ ଋତୁ ରୀତିକି ଅନାଅ ନବୀନାଭେକ ଟେକ ଡାକ ଯୁବା ଜୀବ ଘେନାହେଉ ଅଛି ପ୍ରତି ସ୍ଥାନେ ॥୧॥
ଚନ୍ଦ୍ରବଦନା ରେ ହର ମୋ ବେଦନାଭର ଭର କରେ ଦୁଃଖ ନିବେଦନାନୀଳକଣ୍ଠ ନାଟ ପାଟବ ଘଟନାଘଟୁଚି ଗିରି ଗହନେ ॥୨॥
କାଳିକା କପଟେ ଏ କାଳ ଭୂଜଙ୍ଗୀଦେଖାଇ ବିଜୁଳି ଛଳେ ଜିହ୍ୱାଭଙ୍ଗୀବକାଳିକା ଏ ନୁହେଁ ରେ ଜୀବସଙ୍ଗୀ,ଦେଖ ବିଷଦାନ୍ତମାନେ ॥୩॥
ଘଡ଼ଘଡ଼ି ରଡ଼ି ଶ୍ରୁତି ପଥେ ହୁଡ଼ିମୁନିକରୁ ଜପା- ମାଳି ଯିବ ଝଡ଼ିଏ ସମୟେ କୃପା ପୀୟୁତା ନିଉଡ଼ିରଖ ପ୍ରାଣ ସମାଧାନେ ॥୪॥
ରସି ମୋର କ୍ଷଣେ ଚଞ୍ଚଳ ଇକ୍ଷଣେଚାହିଁଲେ ଭାସି ଗଲିଟି ଏକ୍ଷଣେନୃପ ରାମଚନ୍ଦ୍ର ଛୋଟରାୟ ଉଣେବରଷାଋତୁ ବିଧାନେ ॥୫॥
(୧୮) କୁରଙ୍ଗଦୃଶା- ମୃଗନୟନା, ଭେକ- ବେଙ୍ଗ, ଟେକ ଡାକ- ଉଚ୍ଚ ରବ, ଭରଭର କରେ- ଛାତିରେ ହାତ ଦେଇ, ନୀଳକଣ୍ଠ ନାଟ- ମୟୂରନାଚ, କାଳିକା- ମେଘମାଳା, କାଳ ଭୁଜଙ୍ଗୀ- କାଳସର୍ପିଣୀ, ବକାଳିବା- ବଗସମୂହ, ନିଉଡ଼ି- ଅଜାଡ଼ି, ଇକ୍ଷଣେ- ସୁଦୃଷ୍ଟିରେ ।
(୧୯)
ରାଗ-ସାବେରିଏହି ସ୍ନେହରେ ମୁଁ କିଣା,ତୁଳିଲେ କମଳ-ପୁଅ ପଦ ହେବ ଊଣା ।୦।ଲହୁଲୀ ବୟସୀ ରସି ହସି ବସି ପାଶେଦନ୍ତବାସେ ଶାଢ଼ୀ ଶେଷ ଭ୍ରୂଲତା ଉଲ୍ଲାସେ ।୧।ତଳପ ପକାଇ ତଳେ ବସିଥାଇ ଜଗିନ ଖାଇ ନ ଖାଇ, ଦେଉ ପାନ ଖିଲ ଭାଙ୍ଗି ।୨।ଭ୍ରମାଇଁ ମୋହର ନାମ ଡାକୁ ଶୁଆ-ସାରୀ,ତୁଚ୍ଛା ପରିରମ୍ଭ ଦମ୍ଭହର ପରି କରି ।୩।ପରଶଂସୁ ନିତି ରାତି ପୂର୍ଣ୍ଣିମାର ଏକାଖଞ୍ଜିଲେ ଗଳାରେ ହାର ହେଉ ତୁ ତାଟକା ।୪।ଗଜପତି ରାମଚନ୍ଦ୍ର ଦେବ ଏ ବଦତିରତି ‘ରତି’ ନୁହେ ସମ ହାତୀଗତି ରୀତି ।୫।
(୧୯) କମଳପୁଅ ପଦ-ପଦ୍ମରୁ ଜାତ ବ୍ରହ୍ମା-ପଦ, ଲହୁଲୀ (ନହୁଲି)-କୋମଳ, ଦନ୍ତବାସେ ଶାଢ଼ୀଶେଷ-ପଣତକାନି ଦାନ୍ତରେ ଧରି, ତଳପ-ଶେଯ, ନଖାଇ-ନଖରେ ଧରି, ପରିରମ୍ଭ-ଆଲିଙ୍ଗନ, ତାଟକା-ଆଶ୍ଚର୍ଯ୍ୟ, ରତି-ତିଳେମାତ୍ର, ରତି-କନ୍ଦର୍ପଙ୍କ ସ୍ତ୍ରୀ ।
(୨୦)
ରାଗ-କାମୋଦୀ, ଆଠତାଳିକମ୍ପି କମ୍ପାଇଲା ରେ ଘସା ଚୂନିବସା ଦଣ୍ଡିମୁଁ ନିକି ଶୁଝିବି ମୁନି-ମୋହନାର ତୁନିକୁହା ଭାବଖଣ୍ଡି ।ପଦ ।କୁସୁମ-ସମୟ ନ ଜାଣି କୁସୁମ-ବିଶିଖେ ହୋଇ କାତରକରିକୁମ୍ଭଯୁଗ ନିନ୍ଦିବା ଉରଜେ ପକାଇଦେବାକୁ କର ।୧।ଜାଣି ନିଶୀଶେଷ ଲାଜ ପାଇ ବେଶ ପାଶୁଁ ଉଠିବାର ବେଳେବଳିଆଇ କେଳି ସଦନେ ବାଳାକୁ ବସାଇ ଦେବାରୁ କୋଳେ ।୨।ଆଳି ନିକଟରେ ଥିବାର ନ ଜାଣି ନବୀନା ବାଳୀକି ଦିନେଛନ୍ଦି ବାହୁଯୁଗେ ଆବଦ୍ଧ କରିଣ ଚୁମ୍ୱଦେବାରୁ ବଦନେ ।୩।କବିରବି ରାୟଗୁରୁ ବୋଲେ ପ୍ରୀତେ ଦିନେ ସୁକନକ ଗୋରୀମଙ୍ଗଳାଙ୍କୁ ପୂଜୁଥିଲା ତା ନ ଭାବି ପଛୁ ପକାଇଲି ଧରି ।୪।
(୨୧)
ରାଗ-ପୂରବୀ-ଝୁଲାକରୁ କାହିଁକି ରେ, ସରୁକଟୀ ମୋତେ ଲାଜ ?ଅରୁଚି ଘୁଞ୍ଚିବା ସରୁ ଚୁମ୍ୱନକୁ ନ ରୁଚିଲା ପରି ଆଜ ।ପଦ ।ତନୁଟି ଛୁଆଁଇ ନ ଦେଲୁ ନିପଟ ଧନୁଟି ପରା ତୁ ମୋରଜାତି-କରଜା ରେ, ଛାତିରେ ନ ମିଶି ରାତିଯାକ ହରବର ।୧।ପୀଡ଼ିବି ସିନା ମୁଁ ଅଧର ଅଳପ ଭିଡ଼ିବି ସିନା ରେ ସହି,ଘରୁଟି ବୁଡ଼ିବ ଦରୁଟି ବଚନ ଥରୁଟିକୁ ନାହିଁ ନାହିଁ ।୨।ଆଉ ଟିକାକୁ ତ ସୁଖ ଯିବ ସରି ଦାଉ ବଳିଯିବ ସିନାପାରିବାର ସାଚି-ପାନଖିଲ ମୋର ଯାଚି ଦେଲେ ହେଲେ ମନା ।୩।ନୀବିକି ଫିଟାଇ କାମ ସଦନରେ ଦେବିକି ଚଳାଇ ନଖଠିକି କେ ମୋ କର ବଞ୍ଚାଇ ଦେଉଛୁ ପୋତି ଆଡ଼େ ଚନ୍ଦ୍ରମୁଖ ।୪।ଭାରତୀକି ଶୁଣି ଜଗଦ୍ଦେବଙ୍କର ଗାରସାର ଗୁଣନିଧିହସ ହସ ହୋଇ ଆରମ୍ଭି ଦେଲା ଯେ ବୃଷରାଜବନ୍ଧ ବିଧି ।୫।
(୨୨)
ରାଗ - ଶାବେରୀ, ଏକତାଳିକାନ୍ଦ ନା ମୁଁ ନୋହିବି ବିଦେଶୀ ରେ, ମନ୍ଦହାସୀ ।ପଦ ।କା’ର ବୋଲେ ସହି, ଗାର କାଟୁ ମହୀ,ହାର ପରି ନେତ୍ରଧାରକୁ ବୁହାଇ,ବାରଣଗତିକି କାରଣଟି ଏହି ଛାରକଥାକୁ କି ରୁଷିରେ ।୧।କୁନ୍ଦରଦନା ମୋ ପନ୍ଦରବୟସୀମନ୍ଦର-ଉରଜା ଚନ୍ଦ୍ରଜିତ ହାସୀକନ୍ଦର୍ପ ଶରେ ମୁଁ ଦେଖୁଁ ଗଲି ଭାସି, ସୁନ୍ଦର ନିକି ଏ ଦିଶି ରେ ।୨।ଦରପଣମୁଖୀ ପରସନ ହୁଅ,ଉରଜରେ କରଗଣ୍ଡକୁ ନ ଦିଅଦରହାସୀ ଦରହାସେ ଦୟା ବହ, ସରସ ବଚନ ଭାଷି ରେ ।୩।ହରିଣୀ-ନୟନା ଧରି ତୋର କର,ସରିଗଲିଣି ମୁଁ କହୁଛି ନିକର ।କରିବି କି ବୁଦ୍ଧି ହରସୁତ-ଶର, ମରମେ ଯାଉଛି ପଶି ରେ ।୪।ସେବିଥିବି ତୋର ପାଶେ ଅନୁବ୍ରତେ,ଯିବି ନାହିଁ କାହିଁ ଥିବା ରେ ଜୀବିତେକବି ରବି ବୋଲେ ଏ ଗୀତରେ ଏତେ ପାଇଛି ଗଙ୍ଗାରେ ଝାସି ରେ ।୫।
(୨୩)
ରାଗଝଂ – ଝୋଟି - ରୂପକକଳାକେଶୀ କଳାକରହାସୀ, ଋଷିମୋହିନୀ ନ ବସ ରୁଷି । ଘୋଷା ।ବଳାନାଦେ ପଳା ପଳା ବୋଲି ଚଳା କାମକୁ ତୁ ଚଳାଚଳଦୃଶୀ ।୧।ରସବତୀ କୁଳ ଚକ୍ରବର୍ତ୍ତୀ ହୋଇ ନ ଘେନିଲେ ମୋ ମିନତିନୀରସବତୀ ବୋଲିଣ ରହିଯିବ ଜଗତରେ ତୋର ଅକୀରତି ।୨।ସୁନାଗୋରୀ ଯେବେ ଏତେ ସରି—କରିବାକୁ ଥିଲୁ ତୁ ବିଚାରିପୀୟୂଷ ରସକୁ ମଧୁର ଅଧରୁ ପିଆଇ ନ ଥାନ୍ତୁ କୃପା କରି ।୩।ଭାଷା ବିନିର୍ଜିତ ମଧୁରସା—ସୁଖୀ କରି ପଦେ କହି ଭାଷାଆଶାକୁ ମୋହର ନ ଭାଙ୍ଗରେ ବର-ରସାଳସା ତୁ ତ ମୋ ଭରସା ।୪।ଜିତକଣ୍ଠୀରବ କଟୀକଟୀ—ଚିତ୍ତ ଜାଣିଥିବାଠାରେ ଖଟିନବଳୁ ବିଦୁର ହରି ପରିହର ତୋତେ ଏ ବିଚିତ୍ର ନୁହଇଟି ।୫।ପ୍ରାଣକୁ ପରି ପ୍ରୀତିକି ପାଳି—ଥାଉ ପରା ମୋର ଗଳାମାଳିଜାଣିଥାଉ ଦୁଃଖ ଖଣାକୁ ପେଲୁଛୁ ଚିତ୍ତେ ମୋର କେଉଁ ଦୋଷ ଭାଳି ।ଶ୍ରୀ ବାଲୁକେଶ ନୃପତିବର—ତୋ ଛାମୁରେ ଅଛି ନିରନ୍ତରତେବେ ହେଲେ ରସ ବିଚକ୍ଷଣା, ଶୁଣା ନ ଗଲା ଛଣା ପୀୟୂଷ ଗିର ।୭।
(୨୪)
ରାଗ-ସାବେରୀ - ଆଠତାଳିକଳାବତୀ ରେ, ଚଳା ମୋରେ କୃପା ଅପାଙ୍ଗଟିକି ରେ ।ପଦ ।ଏ କି ଭଙ୍ଗୀରେ ତୋ ଜବାଧରା,କେ କି କହେ କି ବାଧି ସୁଧୀରା,ଟେକିଅଛୁ ବିବେକିନୀଙ୍କ ଚକ୍ରେ ଛତିରେ ।୧।ଜଟାଧାରୀ-ମୋହିନୀ ବିବେକୀ,ହଟା ଅରିମଣ୍ଡଳେ କରିକି,ଫିଟା ମୋ ସନ୍ଦେହ ଗଣ୍ଠିଟିକି,ଖଟା ତ ମୁଁ କରି ନାହିଁ ଦିନେ ତୋ ନୀତିରେ ।୨।କାନେ ନ ଶୁଣି ମୋ ନିବେଦନା,ମାନେ ବଳିଲେ ରେ ସୁନୟନା,ଧାନେ ହେଲେ ପ୍ରାଣଧନ ବିନା,ଆନେ ନ ଥାଏ ତ କେବେ ମୋର ସମ୍ମତିରେ ।୩।ତ୍ରାସେ ସରିଲିଟି ମଦନର,ହାସେ କିପାଁ ନ ମଣ୍ଡୁ ଅଧର,ଦାସେ ଥିଲେ ଯେତେ ଦୋଷ ତାର,ନାଶେ ବଳଇ କି ମତି ମତିକ ମତିରେ ।୪।ଦାସବତ୍ସଳା ରେ ଘନକେଶା,ଭାଷ ପଦେ ସୁଧା-ସ୍ୱାଦୁ ଭାଷା,କାଶହାସୀ ନ ନାଶି ମୋ ଆଶା,ଆସ ମୋ ଅଙ୍କ ଜଗତୀକି ଗଜଗତି ରେ ।୫।କଳକଣ୍ଠୀ ରସିଲେ ସଦୟ,ଜଳନ୍ତର ବସୁଧା ବଳୟ,ଛଦ୍ମ ସୁର ସଦ୍ମ ହରିହୟ,ଶ୍ରୀ ପୁରୁଷୋତ୍ତମ ଛୋଟରାୟ ଭାରତୀ ରେ ।୬।
(୨୫)
ରାଗ-ପଞ୍ଚମ ବରାଡ଼ିକଳା ବଳାହକତୁଳାଦଳିତନୀଳକୁନ୍ତଳାଚଳାଚଳାଚାରୁନେତ୍ରାଞ୍ଚଳା ।ବାଳାବଳୟଇଟଳାଗଭାସଦୃଶୀ ମଞ୍ଜୁଳା ଦଳାଗୋରୋଚନାଙ୍ଗୀ କୋମଳା ରେ, କଳାବତି,କଳାନିଧି ଶ୍ରୀମୁଖମଣ୍ଡଳା, ଢଳା ନେତ୍ରେକର ମୋ ସଙ୍ଖଳା, ବାଳାହଳାହଳଗିଳାଚୂଳାଭରଣକୋମଳାଜଳାତି ନିର୍ମିଳାତିବତ୍ସଳା ରେ ।୧।କି ମାନିବା ସୀମା ଦେଖି ପ୍ରମାଦ ମାର୍ଗଉପେକ୍ଷି ରମା ସମାଜମାନଙ୍କୁ ହରି ।ସମାନ ବିମ୍ୱ ଚନ୍ଦ୍ରମାମୁହୀଁ ତୋ କୁନ୍ତଳେଜମା ହେଲା ତମାଳମାଳ ମାଧୁରୀ ରେ, କ୍ଷମାନିଧି,ଗୁମାନ ମାତ୍ର ନ ଧର ମୋରେ,ଜମାଅ ମାଗୁଛି ପୟୋଧରେ,ରମା ଉମା ତୁରଙ୍ଗମା ସମାନସାଧ୍ୟ ମଧ୍ୟମାଗମାର ମାର ମାରୁ ନା ଶରେ ରେ ।୨।ତୁଷାରସାମ୍ୟସୁପ୍ରହସାନନା ତୁ ମୋଶୁଭ-ଦଶାର ସାର ସାମଗ୍ରୀବର ।ତୁ ସାରସାକ୍ଷୀକି ହେଜି ପ୍ରାସାଦ ସାମ୍ରାଜ୍ୟତେଜି ରୁଷା-ରୁଷାରୁ ସାମର୍ଥ୍ୟ ମୋର ରେ, ରସାଳସା,ମୁଁ ସାରସ ଚରଣରେ ପଶି,ଅସାର ସଙ୍ଗରେ ନାହିଁ ବସି,ତୁ ସାରାସାରବିବେକି ଭୂଷା ତୁ ସାକ୍ଷୀତହିଁକି ରସାଅ ସାର୍ଥରେ ଥରେ ହସି ରେ ।୩।ହରାପରାଧୀ ଦୁର୍ଜର ନାରାଜରାଜିରେମୋର ପରାଭବ ଏକା କଲେ ଫନ୍ଦା ।ଧରାଧରାଧିପସ୍ତନା ଚରାଚରାନ୍ତେ ତୋ ବିନାପରାଭବ କାହିଁ ହେବ ନିନ୍ଦା ରେ, ଧରାଝରା,ଅରାତି ନୁହଇ ମୁଁ ସୁକେଶା,ଖରାପ ନ କର ଏଡ଼େ ଆଶା,ସ୍ମରାତୁର ଜଳନ୍ତରଧରାମରାବତୀସୁରପରାଣ ପାଇଲେଟି ପ୍ରଂଶସା ରେ ।୪।(୨୫) ଟୀକା- କଳାବଳାହକ-କଳାମେଘ, ଜଳାତି-(ଜଳାତ୍ୟୟ ଶବ୍ଦଜ)-ଶରତ୍କାଳ, ଧରାଧରାଧିପ-ପର୍ବତରାଜ ।
(୨୬)
ରାଗ-କାମୋଦୀ, ଆଦିତାଳକହିବାକୁ ଲାଜ, ସଖି ଯାହା ହେଲା ଆଜ । ଘୋଷା ।ପହୁଡ଼ିଥିଲେ ଜଣା ନ ଥିଲା ମୋତେବୀଣା ଆଳାପେ ଲଗାଇଲି ଗେଲେ ଲୟ,କାନ୍ତ ମୋ ଗଣ୍ଡେ ଆସି ଚୁମ୍ୱିଲେ ପରଶଂସିମରଣୁ ବଳିଗଲା ସେ ସମୟ ।୧।ଖସି ପଡ଼ିଲା କରୁ ବିପଞ୍ଚୀ ଧରୁ ଧରୁ,ମେରୁଗରୁଆ ହେଲା ଗଭାଫୁଲ,ଟେକି ନୋହିଲା ମୁଖ ତହିଁ ପଞ୍ଚବିଶିଖଚଣ୍ଡାଳ କଲା କେତେ କଲବଲ ।୨।ଚୁମ୍ୱିଲେ ଅଙ୍ଗସୀମା, ଜାତ ପୁଲକରମାଶୀତ୍କାର ଉପୁଜିଲା ବାରମ୍ୱାର;ନିବିଡ଼ ଭୁଜବନ୍ଧୁ ଛାଡ଼ି ନ ଦେଲେ ବନ୍ଧୁ,ପଳାଇବାକୁ କାହିଁ ରାହା ମୋର ।୩।କେତେ କଥାକୁ ଏତେ ଦଶା ଲଭିଲି ଚିତ୍ତେ,କି ନ କଲା ଏ ଲାଜ ଘେନ ମନେ;କିପରି ଗୋ ସଙ୍ଗାତ ବିପରୀତସୁରତ ରସକୁ ରସୁଥାନ୍ତି ବାମାମାନେ ।୪।ଭାଷଇ ଜଳନ୍ତର ଅବନୀ ପୁରନ୍ଦରହେଲେ ହୋଇବ ଏକ ଗୁଣ ଲୋପ;ଆଉ ପାପ ସଙ୍ଗୀତ ବିଦ୍ୟାସଧରେ ଚିତ୍ତନ ଦେବି ବୋଲି କଲି ସଂକଳପ ।୫।(୨୬) ଟୀକା- ବିପଞ୍ଚୀ-ବୀଣା, ପଞ୍ଚବିଶିଖ-କନ୍ଦର୍ପ, ଜାତପୁଲକରମା-ରୋମାଞ୍ଚଶୋଭା ଜାତ ହେଲା-।
(୨୭)
ରାଗ - କାମୋଦୀ, ଏକତାଳିକହିବି କେତେ ଥର ଥରକୁ ରେ, ମହୀ ମଉଳିଭୂଷାବରକୁ ରେ ।ସହିବି କେହି ଦଣ୍ଡଧର ସଦୃଶ ଚଣ୍ଡ ଚଣ୍ଡୀରମଣ-ପର ଶରକୁ ରେ ।୦।ମାଦରଚୋଦ ପାପ କର୍ମତ କଲା ଅପବାଦ ନିରତ ଲୀଳା ଗାରକୁ ରେଚାଦରଧରା ଦାସଠାରେ କରି ନିରାଶ ଆଦର କଲା ରୁଷା ଛାରକୁ ରେ ।୧।ନିନ୍ଦଇ ଯେଉଁ ମୁଖ ସୁଧାମୟ ମୟୂଖ ସୁନ୍ଦର ବିଭାବରୀ-ବରକୁ ରେକୁନ୍ଦନାଙ୍ଗୀ ତା’ ଶିରୀ ସାରିଦେଲା ପ୍ରସାରି କ୍ରନ୍ଦନୁ ଅଜ୍ଞାନାଶ୍ରୁ ଝରକୁ ରେ ।୨।ସୁହାଇ କ୍ରମେ କ୍ରମେ ଦୟାଳୁ ମଣି ପ୍ରେମେ ବୁହାଇଥିଲା ପୟୋଧରକୁ ରେମୁହାଇଟାକୁ ପ୍ରାଣ ରଖିଛି ପଞ୍ଚବାଣ ତୁହାଇ କରେ ଯେ ପ୍ରହାରକୁ ରେ ।୩।ଜଣା ନ ଥାଏ ତେବେ ହେଲେ ଦୟାଳୁଭାବେ ମଣାଇଧରି କଞ୍ଜକରକୁ ରେ ।ବଣା ନୋହିବୁ ପ୍ରୀତିପଦବୀ ବୋଲି ନିତି ଜଣାଉଥାଏ ଏହି ଗିରକୁ ରେ ।୪।ନିକିତି ତୁଳ ପରି ଭଜିଅଛି ନ କରି ଟିକିଏ ହେଲେ ପରିହରକୁ ରେକି କି ପରି ନ ପାରେ ପ୍ରଭୁ ଯେ ଯାହାଠାରେ ବିକିଥାଇଟି ନିଜ ଶିରକୁ ରେ ।୫।କରୁଣା ସୁଧାରାଶି ଅନାଉ ଥାଉ ଭାସିଯିବାର ପସନ୍ଦ ନିତରକୁ ରେଶ୍ରୀ ଜଗଦ୍ଦେବ ବୋଲେ ରସିକା ଏବେ ହେଲେ ସଦୟ କରୁ ହୃଦନ୍ତରକୁ ରେ ।୬।
(୨୮)
ରାଗ - ତୋଡ଼ିକାଞ୍ଚନ ବରନା ଚଞ୍ଚଳେ ଅନା ରେ ବଞ୍ଚନା କର ନା ॥ପଦ ॥
ମାରଦର ପରିଚାର ଜନର ନିବାରଯୁବ ମଦବାରଣେନ୍ଦ୍ର-ଗତି ସାରସାରସ ସୌରଭ ଭାର ବାସିନୀ ॥୧॥
କନ୍ଦର୍ପ ସାଳସୀ ସୁନ୍ଦରହାସୀ ପନ୍ଦର ବରଷୀମନ୍ଦ ବିଦଳିତ କୁନ୍ଦ ବିଚକିକତୁନ୍ଦ ଗଳିତମରନ୍ଦ ରସଝର ବିନ୍ଦୁ ସନିଭ ମୋହନ--ସ୍ମିତ କାନ୍ତି ତୁନ୍ଦିଳ ଗଣ୍ଡ ମଣ୍ଡଳୀ ॥୨॥
ନିର୍ଧୁତକଦନା ଚନ୍ଦ୍ରବଦନା ରେ ମୋ ଶ୍ରମସଦନାଦୋଷ ନ ସମଝି ରୋଷ ନ କର ଏ ଘୋଷ ତରୁଣୀ ରେତୋ ସମାନ ତ ନାହିଁ ଚାହିଁଲି କାହିଁରେଅବଗାହିବା ମନା ନ ଥାଇ ରେ ଧନ ॥୩॥
ମାନସମୋହନା ମାନ ତୁ ସହନା ବିରସେ ରହନାଖଣ୍ଡ ରସନିଧି ଖଣ୍ଡ-ପରଶୁ ପରଚଣ୍ଡ ଶର ଦର ଦଣ୍ଡଭୂପର-ପୃଷ୍ଟ ଭାଷିନୀ ଅନ୍ତ ତୋ ବଶଅଷ୍ଟଦୁର୍ଗ ପୁରନ୍ଦର ରେ ॥୪॥