(୨୩୭) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୨୩୭)
ରାଗ—ତୋଡ଼ିପରଜ—ଆଦିତାଳରେ ସଙ୍ଗିନୀ, କାହାର ନୁହଁଇ କେହିଜାଣିଥିବୁ ଯେହି ଯାହାର ତଳପେଯାହାର ହୁଅଇ କେହି । ଘୋଷା ।ପ୍ରୀତି ପ୍ରତିବନ୍ଧୁ ଯାହା ମଣିବନ୍ଧୁ ଓହରି ପଡ଼ଇ ନାଡ଼ିଭାସିଯାଏ ଶୋକ ସିନ୍ଧୁରେ ବିବେକତାହାକୁ ମାତ୍ର କି ଛାଡ଼ି ।୧।ସ୍ୱାଦୁମୟ ଗୋଟି ଜାକୁ ଜାକୁଯେ ଟି ନ ଘେନଇ ଆଗପଛସ୍ନେହ ଅବାହାର ଜୀବିତ ଯାହାରତାହା ବିନା ସବୁ ମିଛ ।୨।ଏ ମୋହର ଲକ୍ଷ ମୋହର ଏ ପକ୍ଷଏହା ଘେନି ଏତେ ଶ୍ରମଏହା ଜଳ୍ପିବାର ସୁଖ କଳ୍ପିବାରକ୍ରମରେ ଏ ସବୁ ଭ୍ରମ ।୩।ପ୍ରୀତିଭଙ୍ଗ କ୍ଷଣ ସ୍ୱପ୍ରାଣ ପ୍ରମାଣତୁଲ୍ୟ ନ ଘେନନ୍ତି ଜନେଏଣୁ ନିଜେ ତୋର ଯାକ ଜାଣପର କେବଳ ଘେନିଲେ ମନେ ।୪।ଏପରି ଶ୍ରୀମତୀ ଶ୍ରୀମୁଖ ଭାରତୀଶୁଣି ହେଲେ ସଖୀ ସୁଖୀବନ୍ଦିଲେ ଶ୍ରୀ ହରିଚନ୍ଦନ କିଶୋରୀଙ୍କରପଦେ ଚିତ୍ତ ରଖି ।୫।
(୨୩୮)
ରାଗ—ତୋଡ଼ି ପରଜ, ଏକତାଳିରେ ସଜନୀ ଆଜ ତୋର ଏ କି ରୀତିଗଭାଫୁଲ ପାଦେ ମରଦିଲେ ମଦେ ଲଭିସିନା ଅକୀରତି ରେ ।ପଦ ।ଯାହା ପାଇଁ ତପ, କ୍ଳେଶରେ ପ୍ରତିପ,ଚନ୍ଦ୍ରପରି ମ୍ଳାନ ହେଉ,ଏବେ ସେ ଶରଣ, ପଶିଲେ ଚରଣ-କମଳେତ ପେଲି ଦେଉ ରେ ।୧।ଥରେ ଯା କଟାକ୍ଷ ଲକ୍ଷ୍ୟ ହେଲେ ଲକ୍ଷ୍ୟଇନ୍ଦ୍ରପଦ ମଣୁ ଊଣା,ତାହାକୁ ନିଷେଧୁ କେଉଁ ଅପରାଧୁନ ବହି ଲବେ କରୁଣା ।୨।ଲୋଡ଼ି ଯାହା ପ୍ରୀତି ଧରୁଥାଉ ଦୂତିକର ବଡ଼ପଣ ଛାଡ଼ି,ବିନୟେ ସେ ପୁଣି ଧରୁଛନ୍ତି ପାଣିରୋଷେ ଦେଉଛୁ ଛିଞ୍ଚାଡ଼ି ।୩।ଯାହା ଦେଖା ଆଶେ, ନ ଛାଡ଼ୁ ନିମିଷେସଉଧ ପଞ୍ଜର ପାଖ,ତା ଚାଟୁ ଚାତୁରୀ ନ ରୁଚିଲା ପରି,କାହିଁକି ମୋଡ଼ୁ ଶ୍ରୀମୁଖ ।୪।ଯାହା ରସେ ରସି ନିକୁଞ୍ଜକୁ ନିଶିନିବିଡ଼ ଅନ୍ଧାରେ ଯାଉ,ସେ କିଶୋର କୋଳେ ଧରୁଛନ୍ତି ତିଳେଭିଡ଼ି ହୃଦେ ନ ଜଡ଼ାଉ ।୫।ଚିନ୍ତାମଣି କରଗତ ହେଲା ପରିହୋଇଲେ ହେଲେ କିତବ,
ମୁରୁଛିବ ଧନ କି ନନ୍ଦନନ୍ଦନ
କହେ ଶ୍ରୀମୁକୁନ୍ଦଦେବ ।୬।
(୨୩୯)
ରାଗ—ପୂରବୀରେ ସୁମୁଖି ! ପଚାରୁଚୁ କେଉଁ ଭଲ ?ଏଣିକି ଜୀବନ ଥିଲେ ହେବମନ ଏହିପରି କଲବଲ ।୦।ଗିରି-ଶିରେ ପରି ଶିରୀଷରେହୋ କୁଳିଶ ବିଳାସ ଦାଉ;କ୍ଷୀର ସରେ ତିକ୍ତ କଟୁ ହେଲା ଯୁକ୍ତ,କି ରସ ତହିଁରେ ଆଉ ? ।୧।ରଞ୍ଜି ଲଳିତ ଚରଣ ଦଣ୍ଡେ ଲାକ୍ଷାଖଞ୍ଜି ଲଲାମକୁ ମୁଣ୍ଡେସଂଖାଳି ମୁଁ କରିଥିଲି ଯାହାକୁ,ସେ ସଂଖୁଳିଲା ନାହିଁ ତୁଣ୍ଡେ ।୨।ଗୁରୁଜନ ମନା କଲେ ହେଲେ ଛପିପୁରୁଁ ଯେବେ ବିଜେ କରିସରୋବର ତୀରେ ଦେଖାହେବା ସୁଖବରାବର ଗଲା ସରି ।୩।ନାହିଁ ଯେ ଆଉ ସେ ଚାହିଁବାରସ୍ନେହ କୁଞ୍ଜର ପଞ୍ଜର ପାଶେ,ଚାହିଁଲେ ମୁଁ ମୁଖ ବଞ୍ଚାଇ ନେବାରସପ୍ରଣୟ ଲଜ୍ଜା-ହାସେ ।୪।କଳାରୁ ଇତର ବର୍ଣ୍ଣେ ଯା’ ଚିତ୍ତରବୋଧ ନୋହୁଥାଏ ଲବେ,ଅରୁଚି କରୁଚି କସ୍ତୁରୀ କଜ୍ୱଳଇନ୍ଦୀବର ଯେବେ ଏବେ ।୫।ହେଳି-କନ୍ୟା କୂଳ-କେଳି କଲା ଫଳତା’ ଚିବୁକ ଚୁମ୍ୱ ସିନା,ଠଉରିବି କି ସେ କନକ-କେତକୀଗଉରୀ କରୁଣା ବିନା ? ।୬।ଘନଶ୍ୟାମ ଦୁଃଖୀ ହେବା ଦେଖି ସଖୀଜଣାଇଁଲା ‘‘କ୍ଷମା ହେଉ’’,ଏଣିକି ଅଭୀଷ୍ଟ ସିଦ୍ଧି ହେବ ଅଷ୍ଟଦୁର୍ଗ-ପ୍ରଭୁ ସାକ୍ଷୀ ଥାଉ ।୭।
(୨୩୯)କୁଳିଶ ବିଳାଶ ଦାଉ—ବଜ୍ରପାତର ଦାଉ,ଲାକ୍ଷା—ଅଳତା,ଲଲାମ—ମଥାପାଇଁ ଏକପ୍ରକାର ଅଳଙ୍କାର,ଇନ୍ଦୀବର—ନୀଳ କଇଁ,ହେଳି କନ୍ୟା-କୂଳ—ସୂର୍ଯ୍ୟ କନ୍ୟା ଯମୁନା ନଦୀ ତଟ,ଗଉରୀ—ରାଧାଙ୍କ ଅର୍ଥରେ ।
(୨୪୦)
ରାଗ—ବଙ୍ଗଳାଶ୍ରୀ—ଏକତାଳିଲାଗିବାର ବାର ମୁଁ ଗହଣେ ଚନ୍ଦ୍ରମୁଖ ହେ,ମାଗିବାର ଏତେ ମାତ୍ରଦିବ୍ୟଚିରେ ରଖ ହେ । ଘୋଷା ।ମୁଁ ତିନି ଥର ଜଣାଉଅଛି କାଳଗତି ହେଦୂତୀ ଖୁସାମତୀ ନ ଜାଣେ ସେ ମାନବତୀ ହେ,କାମର ଜୀବିକାଟି ସେ ପ୍ରବୀଣାତା ମରଜି ଏକା ତୁମ୍ଭଙ୍କୁ ଜଣାଆପଣ ତା’ ପଣ ସିନା କଳିବତା’ ମନ ପୁଆଇ ପରିପାଳିବ ।୧।ପେଟରେ ପୂରିଅଛି ଏ ପୂଟ ଭେଦନ ହେବାରିଜାକ୍ଷ କେହି ଉପକାରୀ ନାହିଁ ଜନ ହେ,ଖୁଣ ଖୋଜୁଥିବେ ରଜନୀ ଦିବା,ଗୁଣ ଗ୍ରହଣ କେ କରୁଛି ଅବା ?କଳାଭଗତୀକି କଣ୍ଠ ଭାଗରେଭଲ ଭଲ ବୋଲୁଥିବେ ଆଗରେ ।୨।କିଶୋରୀ ସବୁରି ତୁଲେ ପ୍ରେମକୁ ମନାସେ ହେଖଳ ଖେଳେ ତା’ଠାରୁ ତୁମ୍ଭର ପ୍ରେମ ନାଶେ ହେବନ୍ଧୁ ହେ ତା’ ଉଦୟ କେ ସହିବଛାମୁରେ ତା’ ଆଗେ କେ କିସ ହେବକସ୍ତୁରୀ ଆଗେ କି ମୁସ୍ତକ ବାସେଦୀପ କି ଦିଶଇ ମଶାଲ ପାଶେ ।୩।ଊଣା ହେଲେ ତାହାଠାରୁ ନାଥ ଗଉରବ ହେଖଞ୍ଜନାକ୍ଷୀ ଯେବେ ନିକୁଞ୍ଜରୁ ଫେରି ଯିବ ହେ,କୋଟିନିଧି ଗୋଟି ହୋଇଲା ପରି,ନିରସ ମନରେ ହରଷ ଭରି,ବାଳୀକି ମୂରୁଖ ଆଳି ଗୁଆଳୀଟାକୀ ନ ଦିଅନ୍ତୁ ବଜାଇ ତାଳି ।୪।ଯାହା ବାହା ଅମର ଭୂରୁହ ଅନାତପେ ହେଅଛନ୍ତି ଅସଂଖ୍ୟ ଧେନୁ ବତ୍ସା ଗୋପୀ ଗୋପେ ହେସେ ବାହୁତଳେ ଗୋଟିଏ କିଶୋରୀସେବା ନ ପାଇ ଗଲା ଅପସରିଏପରି ପରିବାଦ ନ ପ୍ରସରୁସରୁମଧ୍ୟାର ମନୁ ଚିନ୍ତା ସରୁ ।୫।ଅହିନକୁ ନ ଯା ଲଜ୍ଜାନିଧି ଏ ସର୍ବଥା ହେକହି ଜଣାଇଲି ପ୍ରଭୁ ଆଗେ ନିଜ ବ୍ୟଥା ହେଅହି ନକୁଳ ରୀତିରୁ ଡରଇମହୀ ନଖରେ ନ ଚିରି ପାରଇଇଷ୍ଟଙ୍କ ଅନୁମତି ଏକା ଜାଣେଅଷ୍ଟଦୁର୍ଗ ମହୀମହେନ୍ଦ୍ର ଭଣେ ।୬।
(୨୪୧)
ରାଗ—କାମୋଦୀଶିଖଣ୍ଡମଣ୍ଡନ କି ବିହିଲେ ଗୋ,ଅଖଣ୍ଡ ଦଣ୍ଡକୁ ଯେ ସହିଲେ ଗୋ !ଏ ଖଣ୍ଡ ଏଥେ ପୂରି ରହିଛି ବୋଲି କରିଜଣା ନ ଥିଲା ପରା ପହିଲେ ଗୋ । ଘୋଷା ।ଛାମୁକୁ ନିତି ଯାଇ ତେତେ ଯେ ସମଜାଇଶୁଣି ସଂପଦ ଲବେ ନୋହିଲେ ଗୋ,ଜାଈଦଳକୁ ସହି ନ କରି ଏବେ କେହିମହୀଧ୍ରବର ଭର ବହିଲେ ଗୋ ।୧।ନବୀନ ସୁକୁମାର ସୁଖବଲ୍ଲୀ କି ଛାରଖଳଖେଳନାନଳେ ଦହିଲେ ଗୋ,ଏତେ ସରି ବିପଦେ ପୁଣି ଘେନାଇ ପଦେକହିବା ଯାଏ ନିକି ରହିଲେ ଗୋ ।୨।ବରଜି ଆଖଣ୍ଡଳଧେନୁକୁ ଛାଗଗଳ ଚମକୁଚିର ବୋଲି ଦୁହିଁଲେ ଗୋ,ରଖିଛି-ବୀଣାବାଣୀ ମୋହନବିଦ୍ୟା ଜାଣି କାହାକୁସେ କିଶୋର ମୋହିଲେ ଗୋ ।୩।ଶଙ୍କରଙ୍କର ଜାଇମାଳା ଧୂନୀରୁ ଯାଇପଙ୍କିଳପୁରେ ଅବଗାହିଲେ ଗୋ,ସିନ୍ଧୁରେ ଅନାଦର ରଚି ଶ୍ୟାମସୁନ୍ଦର ଅନ୍ଧୁରେପରା ତରୀ ବାହିଲେ ଗୋ ।୪।ନନ୍ଦନନ୍ଦନ ଦେହ ଦେଉ ଯେ ଥିବ ଦାହଚନ୍ଦନ ପ୍ରଭଞ୍ଜନ ବହିଲେ ଗୋ,ଏ ରସେ ଅଷ୍ଟଦୁର୍ଗ ଧରାବଳୟସ୍ୱର୍ଗ-ମଣ୍ଡଳଆଖଣ୍ଡଳ କହିଲେ ଗୋ ।୫।
(୧୪୨)ଶିଖଣ୍ଡମଣ୍ଡନ—ମୟୂରପୁଚ୍ଛ ଭୂଷଣଧାରୀ ଶ୍ରୀକୃଷ୍ଣ,ସହି ନ କରି—ନ ସହି,ମହିଧ୍ରବର—ବଡ଼ ପର୍ବତ,ସୁଖବଲ୍ଲୀ—ସୁଖରୂପ ଲତା,ଆଖଣ୍ଡଳଧେନୁ—କାମଧେନୁ,ଶଙ୍କରଙ୍କର ଜାଈମାଳା ଧୁନୀ—ମହାଦେବଙ୍କ ମସ୍ତକରେ ଜାଈମାଳ ପରି ହୋଇଥିବା ନଦୀ(ଗଙ୍ଗା),ପଙ୍କିଳପୁରେ—ପଙ୍କୁଆ ପାଣିରେ,ଅନ୍ଧୁ—କୂଅ ।
(୨୪୨)
ରାଗ—ଧନାଶ୍ରୀ‘ଶ୍ୟାମ’-ଅପବାଦ ଯେବେ ହେଲା ହେଉ ମା !ଯେ ଯାହା ବୋଲିବ ପଛେ ବୋଲୁଥାଉ ମା ।୦।ମଜ୍ଜାରେ ନାହିଁ ମୋ’ ଭୀତି ବଜାର ବୁଲିବା ଜାତିହଜାର ଦୁଆରେ ଦୁଧ ବିକିଯାଉଁ ମା ! ।୧।ପାଟକ ଜାତି ସହଜ, ହାଟକୁ ଗଲେ କି ଲାଜ ?ବାଟରେ ଦେଖିଲେ କେତେ ଆଡ଼ ହେଉ ମା ?।୨।ଦେହଳୀ ମୁହଁରୁ ଡେଇଁ ବିହ୍ୱଳି ନ ଯାଏ କେହିପହିଲି ଶାଶୁ ନଣନ୍ଦ ଥାଉ ଥାଉ ମା ! ।୩।ହଟା ବସାଇଣ ରାଣ୍ଡେ ଭଟାଚାର କରି ଦାଣ୍ଡେବାଟ ତ ଚଲାଇ ନ ପାରିବେ ଆଉ ମା ! ।୪।‘ଛୋଟରାୟ’ ଭାବି ବୋଲେ ଅପବାଦ ହେଉ ହେଲେ,ସେହି କୃଷ୍ଣ ଚରଣେ ମୋ’ ଚିତ୍ତ ଥାଉ ମା ! ।୫।(୧୪୨)ମଜ୍ଜାରେ—ଅନ୍ତରତମ ସ୍ଥାନରେ,ଦେହଳୀ—ଏରୁଣ୍ଡି,ଭଟାଚାର—ଭାଟ ଭଳି ଖରାପ ଆଚରଣ
(୨୪୩)
ଶ୍ୟାମ କେଡ଼େ ଅବୁଝାଣ, ତା ଲାଗିଯିବ ଏ ପ୍ରାଣ ଗୋ ।ପଦ ।ଚୋରପଣେ ଆସି ମୋର ପାଶେ ବସିଘୋର ଆଚରଇ ଟାଣ ଗୋ ।ସ୍ମର ମରଦଇ ତା ବଚନ ପାଇବିଷମ ଶର ପଠାଣ ଗୋ ।୧।ପଚାଇ ଦେବାକୁ ଅଭିଳାଷ ଫଳନଚାଇ ଭୂରୁ କମାଣ ଗୋ;ଫଟାଇ ଦିଅଇ ଧୃତିକି ପ୍ରହାରିକଟାକ୍ଷ କପଟବାଣ ଗୋ ।୨।ଗୋଟିଏ ଗୋଟିଏ ଅଳପ କଥାକୁକୋଟିଏ ପକାଏ ରାଣ ଗୋ;ସରେ ସେହି ଅବସରେ ସବୁ ସହିକରେ ଯେଡ଼େ ହଇରାଣ ଗୋ ।୩।ଜମି ରହେ ମନ ତା ଭଙ୍ଗୀରେ କାହିଁନ ମିଳଇ ପରିତ୍ରାଣ ଗୋ;ଲାଜବିହଙ୍ଗକୁ ଝାମ୍ପଇ ତାଶୋଭାଦମ୍ଭଚପଳ ସଞ୍ଚାଣ ଗୋ ।୪।ଜଣାଇଲେ ସଖୀ ଧୂର୍ତ୍ତ ସେଭୂଜଙ୍ଗଫଟାନାଟୁଆ ପ୍ରମାଣ ଗୋ;ଜଗଦ୍ଦେବ କହେ ତା ସ୍ନେହ ବିରହେପବିପାତ ଭଲ ଜାଣ ଗୋ ।୫।(୧୪୩)ଭୂରୁକମାଣ—ଭ୍ରୂଲତାରୂପ ଧନୁ,ଭୁଜଙ୍ଗଫଟାନାଟୁଆ—କଳିୟ ଫଣା ଉପରେ ନୃତ୍ୟକାରୀ,ପବି—ବଜ୍ର ।
(୨୪୪)
ରାଗ—ସାରଙ୍କ, ଝୁଲାଶ୍ୟାମ ତୁ ଏଣିକି ଛାଉଲି ଛାଡ଼ହୋଇବଟି ଆଜି ଆଖର ମାଡ଼ ॥
ଆଳି ମୋତେ ଗାଳି ଦେବ କରମାଳି ପୂଜାକୁମୁଁ ଧରିଯିବି ଯୋଗାଡ଼,ଅଟଳୀ ବୋଲି ଯେ ଭିଡ଼ି ଦେଇ ଭୂବେମୋ ତନୁ ଅତନୁ ଜାତ ଉଜାଡ଼ ।୧।ନୂଆ ଦୁକୂଳ ମୁଁ ଉରେ ଧରିଅଛିଛୁଆଁଇ କରି ତୁ ନ ବିଗାଡ଼,ଡର ଛାଡ଼ି ମନ ପର ଭୂଆସୁଣୀଘରବୁଡ଼ା କଥା ଅନିଗାଡ଼ ।୨।ଅନାଇଁ ରହିଲି ତତେ ଚାହିଁ ହାତେପକାଇ ଦେଲି ଯେ ନାହି କବାଡ଼ଖଣ୍ଡିଦେଇ ମୃଦୁ ଗଣ୍ଡେ ଯେ ବସନଛାଡ଼ିଯିବ ହୋଇ ଅବାଡ଼ ।୩।କଅଁଳା ପୁଅ ତୁ ରାତିଯାକ ବୁଲୁନ’ଥର ଡେଉଁ ତୁ ପଥରବାଡ଼,ଚାରିପହର ଯେ ବେଶ୍ୟା ଘର ପରିକଲୁ ମୋ ଶାଶୁଙ୍କ ଘର ଖୁଆଡ଼ ।୪।ତୋର ବାପ ଗୋପ ନଗରର ଭୂପହେରୁ ନ ଥିଲେ ହେଁ ହେଟ ତିଆଡ଼ସେ ସହି ଧସିଲେ ସହି ହେବ କେତେସେ ସହିବ ତ ଚାହାଣୀ ତିଆଡ଼ ।୫।ନନ୍ଦଘରେ ଯେଉଁ ସୁନ୍ଦରୀ କେ ଥିବତାର ପାଇଁ ଫୁଲଶେଯ ସଜାଡ଼କବିରବି ବୋଲେ ଟାପରାଟାପରିଯେବେ ଥିବ ତା’ ଉପରା ଅଜାଡ଼ ।୬।
(୨୪୫)
ରାଗ—ଭୈରବୀ, ତାଳ—ଆଠତାଳିଶ୍ୟାମସମ କମନୀୟ ନାହିଁ ଆଉ,ତା ବାହୁଭିଡ଼ାରେ ମୋର ଦିନ ଯାଉ । ଘୋଷା ।କି ସୁନ୍ଦର ପୀତପଟ, ତ୍ରିଭଙ୍ଗ ମୁରଲୀନଟ,ତା ଶିର ମୁକୁଟ ଦିଶେ ଦାଉ ଦାଉ ।୧।ଆଳି ମଙ୍ଗଳାକୁ ଜଣା, ଥିଲେ ନ ଥିଲେ କରୁଣା,ନୟନସମ୍ପତ୍ତି ମୋର ଜୀଇଥାଉ ।୨।ପଡ଼ିଗଲେ ତା ନଜରେ, ମଦନ ମାଦକ ଶରେ,ନାରୀ ହୃଦୟରୁ ଖସି ପଡ଼େ ହାଉ ।୩।ନିନ୍ଦିଲେ ନିନ୍ଦନ୍ତୁ ଜନେ, ତା ପଛେ ମୁଁ ବନେ ବନେ,ଶିରେ ଘେନି ବୁଲୁଥିବି ତା କଠାଉ ।୪।କବିରବି ଭାଷେ ରସେ, ମନମଥ ରତିହ୍ରାସେ,ତା ପ୍ରେମସାଗରେ ଚିତ୍ତ ବୁଡ଼ିଯାଉ ।୫।
(୨୪୬)
ରାଗ—ଦେଶ—ରୂପକ ତାଳଶ୍ୟାମ ସୁଆଗ ଲୋଡ଼ୁ କାହିଁକି । ଘୋଷା ।ବଳି ପଡ଼ିବ ବ୍ୟଥା—ନିତି ନୁଆଁଇ ମଥାମୁକୁର କରିବୁଟି ମହୀକି ।୧।ବୁଲି ଲଟାକୁଲଟା—ବୋଲାଇବୁ କୁଳଟାହଟହଟାକୁ ଡର ନାହିଁ କି ।୨।ଭଲ ନାହିଁଟି ସହି—ଖିଆଲ ଭାବ ବହିଖେଳାଇବାର କଳା ଅହିକି ।୩।ଗଲେ ଯିବ ଜୀବନ—ଲଭି ନବ ଯୌବନଚନ୍ଦ୍ରକ ଚୂଳ ଛଟା ଚାହିଁକି ।୪।ଜଳନ୍ତର ବାସବ—କହଇ ହେ କେଶବଭଗାରି ହସା ମିଶା ଟାହିକି ।୫।
(୨୪୭)
ରାଗ—କାମୋଦୀ—ଝୁଲାଶ୍ୟାମସୁନ୍ଦର ତୁ ଶୁଖିଲା ସୁଆଗ ଲଗାନା । ଘୋଷା ।ଯା’ରସେ ହୋଇଛୁ ବଶ, ତୁ ଯାଇ ତା’ ପାଶେ ବସ,ଉଡ଼ୁ ତା’ର ସୁନ୍ଦରୀବାନା ।୧।ଯା’ ପାଦ ରଙ୍ଗ ଅଳତା କପୋଳେ ଘେନିଛୁ ଚିତାସେ ଛବି ମୋ ଆଗେ ଦେଖାନା ।୨।ଯା’ ରତି ରସରେ ମାତି ଉନ୍ନିଦ୍ରେ ବଞ୍ଚିଛୁ ରାତିତା’ ଅଙ୍କେ ଶୁଅ ଯା’ ଘୁମା ନା ।୩।ସେ ବାଳା ନବ ପଦ୍ମିନୀ, ତୁ ତ ମଧୁବ୍ରତ ଜିଣିମୁଁ କେତକୀ କି ମୋ ପାଶେ ଆ’ନା ।୪।ବୋଲେ ଜଗଦ୍ଦେବ ହରି-- ଚନ୍ଦନ ଭାଷେ ଚତୁରୀମୋତେ ତୁ ଭଗାରି ହସାନା ।୫।
(୨୪୮)
ରାଜ—ମୁଖାବରୀ—ଆଠତାଳିଶ୍ୟାମ ହେ, ସଙ୍ଗେ କାହିଁକି ଲାଗ,ମୁଁ ଜାଣି ନାହିଁ କେଉଁ ଅନୁରାଗ ॥ ଘୋଷା ॥
କେ ବୋଲେ ତୁମ୍ଭ ମୁକୁଟେ ଅଳତାଗେରୁ ଗୁହାରେ ଖେଳିବା ଫଳ ତା ।୧।ସାକ୍ଷୀ ଅଛି ରବିନନ୍ଦନା ବାଟଫିଟି ତ ନାହିଁ କାହାରି କବାଟ ।୨।ଗଣ୍ଠରେ ଲାଗିବା ବିଡ଼ିଆ ବୋଳଦାଣ୍ଡରେ କେହି ନ ଦେଖୁ ସମ୍ଭାଳ ।୩।ତୁମ୍ଭଠାରେ କି ଦୁଷ୍ଟ ଆଚରଣ,ଲୁଚିଯାଉ, ମୋତେ ହେଉ ମରଣ ।୪।ଓଷ୍ଠ କଜ୍ଜ୍ୱଳ ନ ଦିଅ ଲିଭାଇଅଶୋଭା ଦେଖିଟି ମୁଁ ହେଲି ବାଇ ।୫।ପୁଣି ସଙ୍କୋଚେ କିଶୋର ହସିଲେଅଷ୍ଟଦୁର୍ଗ ନାଥ ରସେ ଭାଷିଲେ ।୬।
(୨୪୯)
ରାଗ—ମୁଖାରୀ—ଆଦିତାଳଶ୍ରୀ ନୀଳଶିଖାରୀ-କନ୍ଦର-ସଞ୍ଚାରୀ କଳାକେଶରୀ ହେ ! ଜୟ ଜୟଯା’ ନାମ ସୁମରଣ କୁଠାର ହାଣେଜନତାପ ସାକ୍ଷୀ ସମୁଦାୟ । ଘୋଷା ।ସିନ୍ଧୁ ଜେମା ହାତୀ ନୟନ ସମ୍ପତ୍ତି,ବରାଙ୍ଗନା ମନମୋହନ ମୂରତି,ଯା’ ପଦାରବିନ୍ଦର ବରକନ୍ଦର ସୁତ୍ରାମାଦି ସୁମନସ ଚୟ ।୧।ହେ ନିଖିଳ ଦୁଃଖୀ ନିବହ ସମ୍ପଦଅଟକ ବିନା ମୋ ମନ ଷଟପଦହାକିମ ହୁକୁମ କର କରୁତବ ଚରଣାବିନ୍ଦ ମଧୁବ୍ୟୟ ।୨।ପରଖି ଜାଣିଛ ଅରକ୍ଷିତ ବୋଲି,ହରି ଖିଆଲକୁ ସମୟ ନ ସହେତରତରେ ଥରେ ମୋ ଦୁଃଖ ଦୁଷ୍ଟକୁ ତରଜ କୃପା ଅପାଙ୍ଗ ଦ୍ୱୟ ।୩।ଭରସି ଛାମୁରେ ଜଣାଉଛି ପ୍ରଭୋ,ନଷ୍ଟ ଅଷ୍ଟାକ୍ଷି ମୋ ଦୁଃଖ ପକ୍ଷପାତଏଣୁ ଏ ହେମନ୍ତ ଯେମନ୍ତେ ରହିବ ବିଳସୁ ହୃଦୟ କିଶଳୟ ।୪।ବିଳମ୍ୱରେ ଆଉ କାରଣ ଏଣିକିଅରଜିବାକୁ ନାହିଁ ହେ ମହାବାହୁସରିବ ସନ୍ତାପ ଭୁଜଙ୍ଗ ଦଂଶନେ ଛଟପଟେ ରାଜା ଛୋଟରାୟ ।୫।
(୨୫୦)
ରାଗ—କାମୋଦୀ, ଏକତାଳସଖି, କେ ସେ ନୀପମୂଳେ ଗୋ ।ପଦ ।ଅସିତ ଆକାଶଖଣ୍ଡେ, ରବିପରି ତାର ଗଣ୍ଡେ,ମଣି ମକରକୁଣ୍ଡଳ ଲୋଳେ ଗୋ ।୧।ମୁଁ ହାରେ ନାୟକ ଆଣି, କରନ୍ତି ସେ ନୀଳମଣି,କିଣା ହେବ ସଖି କେଉଁ ମୂଲେ ଗୋ ।୨।ଚାହିଁ ତା ଚାରୁ ବଦନ, ମନ୍ଦିରେ ନ ରହେ ମନ,ଖେଳୁଛି ଅର୍ଯ୍ୟମାଜେମାକୂଳେ ଗୋ ।୩।ସଖି ମୁଁ କହୁଛି ସତ, ଛାଡ଼ି ସବୁ କୁଳବ୍ରତ,ଖୁରିଏ ଖେଳନ୍ତି ତାର ତୁଲେ ଗୋ ।୪।ଘୁମି ଆନନ୍ଦ ଅମଳେ, ତା ପଦପଙ୍କଜତଳେ,ଶ୍ରୀ ମୁକୁନ୍ଦଦେବ ଚିତ୍ତ ଭୁଲେ ଗୋ ।୫।(୨୫୦)ଖୁରିଏ—ମୁହୂର୍ତ୍ତେ,ନାୟକ—ହାରମଧ୍ୟବର୍ତ୍ତୀ ମଣି ।
(୨୫୧)
ରାଗ—ପୂରବୀସଖୀ ତୁ ତୁନି ହୁଅ ରେ ତୁ ତ ଅନୁଭବୀ ନୋହୁସ୍ନେହ ସୁଖ ଜାତ, ତା ବିଚ୍ଛେଦ ଦୁଃଖଯେ ଜାଣେ ସେ ଆସି କହୁ ।ପଦ ।ଝଡ଼ି ପଡ଼ି ସଢ଼ି ଯାଉଛନ୍ତି ଯେବେକୁସୁମ ଚୟରେ ଚାହିଁଫୁଲ ପାନରଙ୍କ ମନାସି ମୁଁତାଙ୍କ ଆଡ଼କୁ ଅନାଉ ନାହିଁ ।୧।ଟେକିଚି ମାନସ ଆଗସରିକି ମୁଁଟେକି ପାରୁ ନାହିଁ ମଥାଟେକି ଦେଲେ ଫୁଲି ଫୁଲି ଯିବେ ବୋଲିୟେ କି ସଟା ବଟା କଥା ।୨।ଅନୁବରତେ ସେ ସ୍ମରଣ ହେଲାନିବନଜ ପଲ୍ଲବାବଳିଘନଶ୍ୟାମ ନାମ ଦୁଃଖାନଳେ ମୋରହୃଦୟ ଯାଉଛି ଜଳି ।୩।ନୀଳାଞ୍ଚଳ ଚୂଳେ ପ୍ରସାଦ ନ ହେଲେଟେକି ଥିଲେ ତିନି ଥାଳିକବି ରବି ରାୟଗୁରୁ ବୋଲେ ପ୍ରୀତିକେହି ନ ପାରନ୍ତି ପାଳି ।୪।