(୫୯) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୫୯)
ରାଗ—ପୂରବୀ—ଆଠତାଳିକିଣା ପରା ନିକୁଞ୍ଜ-ବିଳାସୀ, ରେ ବୀଣାଭାଷୀ ।୦।ବାମନୟନା ରେ, କଲୁ କି ନିରାଶଶ୍ୟାମ ଶ୍ରୀମୁଖେ ତ ନାହିଁ ଆଉ ହାସଝାମ ନ ଯାଉ ସେ ଏବେ ରଦବାସ,ଚଖାଇ କର ଉଲ୍ଲାସୀ ରେ ।୧।କଳନା କର ତ କି ଅପରାଧରେ,ଲଳନାମଣି ବଳନା ଏ ବିଧିରେଜଳଜାକ୍ଷ ଚାଲ ଚାଲ ତୁ ସଧୀରେ,ଦରହାସ ପରକାଶି ରେ ।୨।କାହିଁ ଛପିଅଛି ମୂରଲୀ ବାଜଣା,ନାହିଁଟି ଆଜ ତ ଶ୍ରୀଅଙ୍ଗ ମାଜଣାଚାହାଁ ସହିଅଛି ସହି ! ତୋ କରୁଣା,ବୀଣାଜଣା ମୃଦୁଭାଷୀ ରେ ।୩।ଭଣେ କବିରବି ଶୁଣ ଏ କପଟ,କ୍ଷଣେ ବରାକ୍ଷୀ କର କୃପା ପ୍ରକଟଜଣେ ତ ଅଟେ ସେ ନାଟୁଆମୁକୁଟ,ତା’ ଚରଣତଳେ ଦାସୀରେ ।୪।
(୬୦)
କି ନ କରେ ପ୍ରେମରୀତି ରେ, ସଜନି ।ସେ ଶ୍ୟାମ ଅନୁସରଣେ ସଖି ମୋରହେଉଛି ଯେତେ ଅନୀତି ରେ । ଘୋଷା ।ଶିରୀଷ କୁସୁମ ତାଡ଼ନରେ ସହୀମେଳେ ଯେ ମୋହକୁ ଯାଇ,ସେ କରକାମିଶା ପ୍ରଖର ବରଷାସହି ତୋରା ତୋରା ଯାଇ ।୧।ଉଠେ ଯେ ସଜନୀ କରେ କରଦେଇ ଦେହଳି ଲଙ୍ଘିବା ପାଇଁ,ସେ କଣ୍ଟା ଅବାଟ ନିଗଡ଼ ନିପଟନ ମାନି ସଙ୍କେତେ ଯାଇ ।୨।ଦିବସେ ଯେ ଡରେ ସହଚରୀମେଳେ ତମଧାମେ ନ ପଶଇ,ସେ ବିଜୁଳୀ ଦେଖା ହୋଇଣଅଶାଖା ନିତି ବୃନ୍ଦାବନେ ଧାଇଁ ।୩।ଭିତ୍ତିରେ ଚିତ୍ରରେ ଲେଖା ଉରଗରେଭୟେ ଯେ ନ ଦିଏ ପାଣି,ସେ ଶାଢ଼ୀ ଶେଷରେ ତନୁ ଛପାଉଛିଫଣିମଣି ତେଜ ଜାଣି ରେ ।୪।କବିରବି ବୋଲେ ସେ ମୋହନଛବିଯେ ଦେଖେ ନୟନ ଭୁଲେ,କହିଲେ କି ବାଳୀ ମାନିବ ଏ କଥାବୃଥା ହେବ କଥା ତୁଲେ ।୫।(୬୦)କରକା-କୁଆପଥର,ଦେହଳି-ଏରୁଣ୍ଡିବନ୍ଧ,ଦ୍ୱାରବନ୍ଧ
(୬୧)
ରାଗ—ବାହାର—ଝୁଲାକି ଭଙ୍ଗୀରେ ଆଇଲା ରେ ନୂଆ ଛଇଳା ।୦।ମୋ ଧନ ରଙ୍ଗେ ମଦନସଙ୍ଗେଲଢ଼ିବା ଛଡ଼ିଯାକ ଧଇଲା ।୧।ତାହା ମାଧୁରୀ ସୁଧା ନିର୍ଝରୀନେତ୍ରେ ପାତକ ଫଳ ଧୋଇଲା ।୨।
ମୋ ମନ ଚୋରି କରି କିଶୋରୀ
ସ୍ତନ କନକ ଘଟେ ଥୋଇଲା ।୩।
ବନ୍ଧୁଆ ମୋର କେଡ଼େ ସୁନ୍ଦର
ଶ୍ରୁତି ମଣ୍ଡନ ଦୋହଲାଇଲା ।୪।
ସରସ ସ୍ମିତ ସୁଷମାରୁ ତ
ଚନ୍ଦ୍ରମା ଛବିକି ଛପାଇଲା ।୫।
ସେ କୃଶକଟୀ କଟୀରେ ରଟି
କିଙ୍କିଣିକି କିଣି ପକାଇଲା ।୬।
ଅଷ୍ଟଦୁର୍ଗେଶ ରଚିବା ରସ
କୃଷ୍ଣଚରଣକୁ ତକାଇଲା ।୭।
(୬୨)
ରାଗ—ଶଙ୍କରାଭରଣ-ଆଦିତାଳକି ରେ ବିପଞ୍ଚିବାଣୀ,ବଞ୍ଚାଇଲୁ ମୋର ଦୋଷ ଜାଣି ରେ ।୦।ସଞ୍ଚରିଲି କି ବିନା ନିର୍ଦ୍ଦେଶରେ ।୦।ମଞ୍ଚରେ କାହାକୁ ଦେଖି ଚଞ୍ଚଳ କଲିକି ଆଖିଅଞ୍ଚଳକୁ ରସିଲି କି ବିଦେଶରେ ।୧।ଚଞ୍ଚରୀକ ପରି କି ମୁଁ ହେଲି ଲୋଳ,ପଞ୍ଚମ ପଞ୍ଚମାର୍ଗଣାକ୍ଷୀରେ, ଦୁର୍ଗୁଣ ନ ଦେଖିହୋଇଲୁ କି ଅବା ସୁଖେ ପ୍ରତିକୂଳ ।୨।ମନମଥ ମଦଲାଗି ହୃଷ୍ଟ ମୋର,କେତେବେଳେ ରଖେ ଜ୍ଞାନ ଜ୍ଞାନ ନ ଥିବା ଦଶନବସନେ କଲେ କି ରଦବ୍ରଣ ତୋର ।୩।କୁଚ ଯୁଗଳ ତ କଲୁ ଗିରିଗରୁ,ଏକା ନୁହେଁ ଆଲିଙ୍ଗନ ଧରିବାରୁ ତ ବିଧାନଲାଗିଥିବ ନଖ ମୂନ ଧରୁ ଧରୁ ।୪।ନ ଜାଣେ ନଜିକେ ଥିଲା ସଖୀ ତୋରଖସାଇ ନିତମ୍ୱବିମ୍ୱ ଅମ୍ବର ରଚିଲି ଚୁମ୍ୱଏହିକି ରେ ଦୋଷ ବିମ୍ୱଓଷ୍ଠୀ ମୋର ।୫।ବ୍ରଜବନ୍ଧୁ ଚାଟୁବାଣୀ ବିଳସିଲେ,ହସି ହାରତୁଲେ ଅଙ୍ଗି- କାର କଲେ ଗଉରାଙ୍ଗୀଅଷ୍ଟଦୁର୍ଗ ପୁରନ୍ଦର ବୋଲେ ।୬।
(୬୩)
ରାଗ—ପଞ୍ଚମ ବିରାଡ଼ି—ଆଠତାଳିକିଶୋରୀମଣିଙ୍କି ମନ—ମାନରୁ ହେବାରୁ ମ୍ଳାନମୋହନ ମୂରଲୀପାଣି ଜାଣି ।ମୁଞ୍ଚି ଅବିଳମ୍ୱେ ରୁଷା—ହେବାପରି ଅଙ୍କଭୂଷାକହନ୍ତି ସାକୁତ ଚାଟୁବାଣୀରେ ମୃଦୁଳାଙ୍ଗୀ;ନଉକରି କରିବାର ଦାସ—ନିତି ନିତି କରୁଥାଏ ଦୋଷପ୍ରଭୁ ଯେବେ କରେ କ୍ଷମା—ପ୍ରସରଇ ନିରୁପମା-ମୃତ-କର-ବରାବର ଯଶ ।୧।ଦିବାରତ ଆଚରଣେ—କିବା ବ୍ରତ ନିଷ୍ଠା ରାଣେନିବାରିବାରୁ କି ଘେନି କାହୁଁଅନାଇଲା ପରି ବିଶ୍ୱମ୍ଭରାକୁ ଦୁର୍ଗୁଣ ନିଃସ୍ୱବିଶ୍ୱାସୀ ଜନକୁ ଚାହୁଁ ଚାହୁଁରେ ରସାଳସା,ଦଣ୍ଡିବୁ ତୁ ଅବଶ୍ୟ ମୁଁ ଜାଣେ—ନ ଦଣ୍ଡ ମାତ୍ରକ ଫୁଲବାଣେତୋ କରେ ଯେଉଁ ଦଣ୍ଡନ—ସେ ମୋ ବିଗ୍ରହ ମଣ୍ଡନ—ମଣି ବୋଲି ମନକୁ ମୁଁ ଆଣେ ।୨।ସତେ ମୁଁ ଦୋଷର ସୀମା—ରତିପ୍ରତିମା ତୁ କ୍ଷମା—କରିଛୁ କି ଆଣ ମାନସକୁକହିଲେ କୁନ୍ଦ-ଦଶନା-ଲଜ୍ଜିତ ହୋଇବୁ ସିନାଦଣ୍ଡ ବଳିପଡ଼ିଛି ଦୋଷକୁରେ ଶୋଭାନିଧି,କୁଚଗିରି ମଧ୍ୟେ ରଖି ରୁନ୍ଧି—ନିଜ ଭୁଜପାଶେ ଦୃଢ଼େ ବାନ୍ଧି-ପକାଇ ଦେବାରେ ନିଶା—ଗୋଟିଯାକ ଯେଉଁ ଦଶାବସନ ସରିକି ନାହିଁ ପିନ୍ଧି ।୩।ଚିବୁକ, ଅଧର, ଗଣ୍ଡ ଦଶନରେ ଖଣ୍ଡ ଖଣ୍ଡକରିଛି କି ନାହିଁ ସତ କହକରରୂହ ଶିତକୁନ୍ତ—ମୂନରେ ଜୀବିତ ମିତ,ଚିରି ପକାଇଛୁ ମୋର ଦେହରେ ବାଳାମଣି,ଉତ୍ତାନେ ପକାଇ ତଳେ ମୋତେ—ଉତ୍ତୁଙ୍ଗ ଉରଜ ପରବତେଅକରୁଣ ହୋଇ ଉର—ଛେଚି ପକାଉ ଯେ ମୋରନାହିଁ କି ଅଳପ ହେଲେ ଚିତ୍ତେ ।୪।ମୋତେ ଅଚେତନ ଦେଖି ଶରଦଚନ୍ଦ୍ରମାମୁଖୀରଦାମ୍ୱରୁ କିସଟି ପିଆଉସଚେତ ହୋଇଲେ ପୁଣି—ପ୍ରହାରିବି ବୋଲି ମଣିକର୍ଣ୍ଣ ଫୁଙ୍କି ପରା ତୁ ଜୀଆଉରେ କଳାବତୀ,ସହିଥାଏ ଯେ ଏତେ ଫଜିତ—ସେ କି ହୁଏ ଦଣ୍ଡକୁ ଲଜ୍ଜିତକଲେ ହେଲେ ତୁ ଅନ୍ତର—କ୍ଷମା ସରସୀରେ ତୋରଅନାରତେ ରହିବି ମଜ୍ଜି ତ ।୫।ଅଷ୍ଟଦୁର୍ଗ ଧରାପତି—ଶ୍ୟାମଚନ୍ଦ୍ର ପଦେ ନିତିବନ୍ଦି ମହା ଆନନ୍ଦରେ ଭାଷେ, --ଏପରି ସରସତର ଚାତୁର୍ଯ୍ୟ ଗର୍ଭକ ଗିରଚୁମ୍ୱିଦେଲେ ଯହୁଁ ଶ୍ରୁତିପାଶେସେ ବିମ୍ୱାଧରାସମ୍ଭାଳି ନ ପାରି ଅଟ୍ଟହାସେ-ଘନସାର ପରାଗ ବରଷେଘନେ ଶମ୍ପାପରି ସ୍ନେହେ—ମିଶି ଘନଶ୍ୟାମ ଦେହେମଣ୍ଡିଲେ ଯମୁନା ତଟ ରସେ ।୬।
(୬୪)
ରାଗ—ତୋଡ଼ିପରଜକିଶୋରୀ, ଲାଜେ କିମ୍ପା ପୋତୁ ମଥାନୁଚାଉ ଯେ ରସ-ବିଚକ୍ଷଣ ମୁଖନାହିଁ କି ସେ ମନ କଥାରେ (ପଦ)ବୟସ ସିନା ପନ୍ଦର ପୁରି ନାହିଁଗୁମାନେ ତ ନୋହୁ ଊଣାକହୁଥାୟେ ସବୁ ଚାଲିବା ଗରବୁତୋ ମଣି ବଳା ବାଜଣା ରେ ।୧।ପ୍ରତି ପଦନ୍ୟାସେ ଇଶି ଇଶି ଭାଷେବିଳାସ କେତେ ଦେଖାଇବିଷମ ବାଣକୁ ନିଦ୍ୟାସୀ ଖାଇବାଅଭିମାନ ଥାଉଁ ଥାଉଁ ରେ ।୨।ମୁକୁତା ଦଶନା ତନୁମାତ୍ର ସିନାଶିରିଷ କୁସୁମ ସମକଟାକ୍ଷ ତ ଗିରିବରକୁ ବିଦାରିମାରିବା ପରି ବିଷମ ରେ ।୩।ପଦେ ପରିହାସେ ମୁଖ ମଣ୍ଡି ହାସେପଳାଇ କେତେ ଆଗରୁମୋର ବି ପୁରତ ସୁରତ ସାଧନେପାଇଲି ମନ୍ତ୍ର ଆଗରୁ ରେ ।୪।ମୂରୁଖ ସଖୀକି ନାନା ପ୍ରବନ୍ଧରେନଚାଇବା ଗୁରୁ ତୁହିଅଷ୍ଟଦୁର୍ଗନାଥ କହେ ଯେବେ ନୋହେକହ ତ ମୋ ମୁଖ ଚାହିଁ ରେ ।୫।
(୬୫)
ରାଗ—କେଦାର, ଆଠତାଳିକି ସମୟେ ଜରତୀ ଆସି କିସୁଖେ ଦେଲା କରତି ରେ ।୧।ମନୋରଥ ପଥ ସଞ୍ଚାରିପଦାର୍ଥ ମିଳନ୍ତେ କରଲାଗକୁ ରେଦୂରେ ଥାଉ ଜନ୍ମ ଯଉବନଦୁଇ ସଫଳ ହୋଇବା ଭୋଗରେଉରେ ଜମାଇ ସମ୍ପାଦି ନ ପାରିଲିତା ଶ୍ରୀଅଙ୍ଗ ଅଙ୍ଗରାଗରେ ।୨।ଛନ ଛନ ହେଉଥିଲା କୋଳେନୀଳ ଘନକେଶା ବରବଧୂ ରେମନପୂରା ପରି ପିଇ ନ ଥିଲି ତାବଧୂଲୀ ଅଧର ମଧୁ ରେ ।୩।ରହିଲାବେଳେ ମୋ ଭୁଜାନ୍ତେ ସେମହୀମହିଳା ଚମ୍ପାଚଉଁରୀରେଖର ନଖର ଖେଳାଇ ତା କୁଚେମୋ କର ନ ଥିଲା ଠଉରି ରେ ।୪।ନବାରମ୍ଭ କାମ କେଳି ଭଙ୍ଗୁ ଶ୍ୟାମସୁନ୍ଦରବିବଶ ହେଲେ ରେଜବାରୁଣ ତାଙ୍କ ଶ୍ରୀଚରଣ-କଞ୍ଜଭାବି ଜଗଦ୍ଦେବ ବୋଲେ ରେ ।୫।
(୬୬)
ରାଗ—କଳହଂସକେଦାର—ଝୁଲାକେଡ଼େ ସୁନ୍ଦର ତୋ ଠାଣି ରେପରଭୃତ ରତ ବାଣୀ ରେସହୀ ତୋତେ ମହୀ ପୁଣ୍ୟବଳକୁ ବିହିଅବତରାଇଛି ଆଣି ରେ ।୦।ଲୋଚନ ହୃଦୟ ଥିବ ବଚନେ ଝରେ କରିବକେଉଁ ନିରକ୍ଷର ତୋ ଗଣନା ବର—ସୀମନ୍ତିନୀ ସାମନ୍ତାଣୀ ରେ ।୧।ଜଗତୀ ପାବନ ହେବ ବୋଲି ଅବା କେଉଁ ଦେବବୋଲାଉଛି ଧନ୍ୟ କି ତୋତେ ଲାବଣ୍ୟ—ପୀୟୂଷ ପୁରରୁ ଛାଣି ରେ ।୨।କାହିଁକିଟି ସେ ସୁରସେ, ଖାତର କରିବ ଲେଶେଖେଳିଯିବ ଯାହା ଦେହେ ଚମ୍ପାଦେହାତୋ ଭୂରୁନଚା ଚାହାଣି ରେ ।୩।ନାଗରେ, ନାକେ, ଭୂତଳେ ନାହିଁ ଜଣେ ତୁଳା ତିଳେକି ପଦାର୍ଥ ତୁ ଟି କି ପରିପାକଟିଅନୁମାନେ ନୋହେ ଜାଣି ରେ ।୪।ମୁଁ ମାତ୍ର ମାଗୁଛି ଏତେ, ପରଖି ନ ଦେଇ ମୋତେନ ମଣ୍ଡିବୁ ଗଣ୍ଡସ୍ଥଳକୁ ଅଖଣ୍ଡ—ସୁଷମ ପଲ୍ଲବ-ପାଣି ରେ ।୫।ଅଷ୍ଟଦୁର୍ଗନାଥ ବୋଲେ ଘନଶ୍ୟାମ ଗିରେ ଗେଲେସମନ୍ଦାକ୍ଷହସା ସ୍ନେହରସ ମିଶା—ମିଶି ହେଲେ ଠାକୁରାଣି ରେ ।୬।
(୬୭)
ରାଗ—କେଦାର, ଆଠତାଳିକେଡ଼େ କଉତୁକୀ କଳାଚାନ୍ଦ ଲୋ ।ପଦ ।କେଉଁ ଯୁବତୀକି ନେଉ ନାହିଁ ଝିଙ୍କିତା ନୟନ ଫାନ୍ଦ ଲୋ ।୧।କୁଚେ ଥାଏ କର ବଦନେ ମଧୁରହସିତ ଶୁଖିଲା କାନ୍ଦ ଲୋ ।୨।କର୍ଣ୍ଣକୁବଳୟ ଉଞ୍ଚାଇ ପ୍ରଣୟ-କୋପୁଟିକେଡ଼େ ପସନ୍ଦ ଲୋ ।୩।କା ମନ ନ ମୋହେ ସେ କିଶୋରନୁହେ ଶୃଙ୍ଗାରଭୂରୁହ କନ୍ଦ ଲୋ ।୪।କମନୀୟ କେକୀ-ଝାଲରିଆସେ କି ଜଗତୀ ନୟନାନନ୍ଦ ଲୋ ।୫।ଅଷ୍ଟଦୁର୍ଗନାଥ ତାଙ୍କ ପାଦପାଥରୁହମରନ୍ଦ ମିଳିନ୍ଦ ଲୋ ।୬।(୭୬)ପାଥରୁହ-ପଦ୍ମ,ମରନ୍ଦ-ମକରନ୍ଦ,ମିଳିନ୍ଦ-ଭ୍ରମର
(୬୮)
ବେହାଗ—ଏକତାଳିକେତେ କହିବି ଜଞ୍ଜାଳି ରେମୁଁ ଅଳି ତୁ ତ କଞ୍ଜାଳି ରେ ।ନ ବୋଲି ନିରସ, ଜନ୍ମା ମୋ ହରଷ,ମକରନ୍ଦ ରସ ଢାଳି ରେ ।ପଦ ।ନଚାଅ ଭୂରୁ ଯୁଗଳ—ପଚାଅ ମୋ ପୂଣ୍ୟ ଫଳସଞ୍ଚାଅ ଅମନ୍ଦ-ସୁଖ ବ୍ରହ୍ମାନନ୍ଦସରସ ନେତ୍ରାନ୍ତ ଚାଳି ରେ ।୧।ଧାରା ଜବାଦନ୍ତ ବାସୀ—ବିରାଜ ମୋ କୋଳେ ଆସିଉରଜ ଶଙ୍କରେ, କସ୍ତୂରୀ ପଙ୍କରେ,ସମର୍ପିବି ପରା ଢାଳି ରେ ।୨।ପାଞ୍ଚି ଚିତ୍ତେ ରତିଠାଣି—କାଞ୍ଚି ଚଞ୍ଚଳ କିଙ୍କିଣିବାଜି ବାଜି ଧିରେ, ରାଜୀବାକ୍ଷି ଧୀ ରେ,ଆଜି ମାନସ ଦେ’ ଝାଳି ରେ ।୩।ରଚ ରେ ମତ୍ତ ସିନ୍ଧୁର—ଗତି ପ୍ରବନ୍ଧ ବନ୍ଧୁରହେବାର ସୁରତି, କରିବା ଭରତି,ମଦନ ବଦନ କାଳି ରେ ।୪।ଶୁଣି ଏ ଶ୍ୟାମ ଭାରତୀ—ହସି ରସିଲେ ଶ୍ରୀମତୀଭଣେ ଜଗଦ୍ଦେବ, ମନୋଭବ ଗର୍ବ,ଉଡ଼ାଇଲେ କରତାଳି ରେ ।୫।
(୬୯)
ରାଗ—ମୁଖାବରୀ—ଆଡ଼ତାଳିକେ ସରିକି ପ୍ରଭୁପଣେ ନୀଳାଦ୍ରୀ-କେଶରୀକି !ଯାହାଠାରେ ଦୀନ ଦୟା ପୂରିଅଛିନଖଠାରୁ ଶିଖା ସରିକି ।ପଦ ।ଯା’ ପଦକଞ୍ଜ ଅଙ୍ଗୁଷ୍ଠ-ନଖଫିଙ୍ଗି ଦୁନ୍ଦୁଭି ଅସ୍ଥି ଶିଖରୀକିବାଳୀ ବଳମୁଖେ କାଳି ଦେଇରାଜପଦ ଦେଲେ ମିତ୍ର ହରିକି ।୧।ଚାପଳପ୍ରବଣ ନବ ଶ୍ରୀଚରଣପଦ୍ମ ଜିଣି ଯାର ତରୀକିରାକ୍ଷସ ଭବସମୁଦ୍ରରୁ ତାରିଲେଶକଟ ସ୍ୱରୂପଧାରୀକି ।୨।ଯାହାଙ୍କ ଉଦାର ବନ୍ଧନରୁ ଦରଫିଙ୍ଗିଦେଇ ଦୟା ବାରିକିଯାମଳ ତରୁକୁ ଯାନରେ ବସାଇପେଷିଲେ ଦିବ୍ୟ ନଗରୀକି ।୩।ଯାହାଙ୍କର ଛାତି ଛନ୍ନକରିକ୍ଷିତିସୁର ଅପରାଧ ଗିରିକିତାଙ୍କ ପଦଜାତ ଲାଞ୍ଛନକୁ ନେଲେକଉସ୍ତୁଭମଣି ସରିକି ।୪।କରି ପରିରମ୍ଭ ଯାହା ବାହାସ୍ତମ୍ଭସୁଦାମା ଦାରିଦ୍ର୍ୟ ଭାରୀକିନାଶି କନକେ ମଣ୍ଡିଦେଲେ ତାହାଙ୍କପରି ପଦ-ପରିଚାରୀକି ।୫।ଜାଣିବାରୁ ଯାହା ଶ୍ରବଣ ଦ୍ରୁପଦଜେମା ବିପତ୍ତି ଲହରୀକିପୁଆଇଲେ ଦୁଃଶାସନ ବସନବିଦୂରୀକରଣେ ତାହାରିକି ।୬।କେବଳ ସହାୟ ହୋଇ ନାହାନ୍ତିସେ ପଣ୍ଡୁରାଜକୁଳ ନାରୀକିଜଗତ ଭରିଲେ ଯଶେ ଉଦ୍ଧରିଲେଅରି ଧରି ବରକରୀକି ।୭।ନେତ୍ର ଯାହାଙ୍କର ଚଞ୍ଚଳ କପଟେପ୍ରସାରି କରୁଣା ଫରିକିଦବାଇଲେ ଉରୁ ଖଡ଼୍ଗେ ବ୍ରଜଭୀରୁଙ୍କରଶମ୍ୱରା ବଇରୀକି ।୮।ବାରନାରୀ ବାଳତୁଲେ ଫୁଲମାଳଦେଲାକାଳେ ଧଣ୍ଡଧାରୀକିଶିଖା ଯାହାଙ୍କର ଶୁଣିଲେ କିଙ୍କରମହାବିପତ୍ତି ଗୁହାରିକି ।୯।ଭୋଗ କରୁ କରୁ ଅଷ୍ଟଦୁର୍ଗ ପରାସ୍ୱର୍ଗ ତୁଲ୍ୟ ଧରାଶିରିକିଚିତ୍ତେ ଶ୍ରୀ ବାଲୁକେଶ୍ୱର ଦେବଲୋକେସୁଖଦ ବୋଲି ଯା ଧରିକି ।୧୦।
(୭୦)
କେହି ସରି କି ପ୍ରଭୁ ପଣେ ନୀଳାଦ୍ରୀ-କେଶରୀକି,ଯା ଠାରେ ପୁରିଛି ଦୁଃଖୀଜନଦୟାନଖଠାରୁ ଶିଖା ସରିକି ।ପଦ ।କି କହିବା ଆଉ ତାଙ୍କ ଶ୍ରୀଚରଣଅନୁସରଣ ଚାତୁରୀକି,ବଜାଉଛନ୍ତି ବିଭୀଷଣ ଆଗରେଜଗତ ବିଜୟତୁରୀକି ।୧।ସାନକୁ ବଡ଼ କରିବାରେ ଉଡ଼ାଉଅଛନ୍ତିଧ୍ୱଜ ମଞ୍ଜରୀକି,ଦେଖ ନାଗ ନର ଗନ୍ଧର୍ବକିନ୍ନର ଉପରେ ଧ୍ରୁବ ନଗରୀକି ।୨।କି କହିବି ତାଙ୍କ ପୀରତି କରିବାକୀରତିଚନ୍ଦ୍ର ମାଧୁରୀକି,ରଙ୍କ ବିପ୍ରପାଦ ଧୁଆଇ ଯାଦେଲେ ରମାକରେ ରତ୍ନଝରିକି ।୩।କ୍ଷମାସାଗର ଯେ ତାହାଙ୍କୁ ଭଜିଲେକାଳ କିଙ୍କରଙ୍କୁ ଡରିକି,ବୋଲେ କବିସୂର୍ଯ୍ୟ ଆନ ଉପାୟକୁପେଲିଦିଅ ଗିରିଦରୀକି ।୪।
(୭୧)
ରାଗ—ମୋହନା, ଆଦିତାଳକୁଞ୍ଜନିଳୟଭୂଷା, ଅଞ୍ଜନ ପୁଞ୍ଜ ମସାର ଘନକେଶା,କଞ୍ଜଚନ୍ଦ୍ରମଦଗଞ୍ଜନାସ୍ୟରୁଚି,କୁଞ୍ଜର-ଗତି ମନୋରଞ୍ଜନବେଶା ।ପଦ ।ଆସ ମୋ କୋଳରେ ବିରାଜ,ଦାସର ସରିକି କରି କି ଲାଜବାସକୁ ପରିକର ଆଜ,ନାଶ ଦୁଃଖ ସମାଜ, ଧନମୋତେ ବାସବାଦି ପରିହାସ ଚତୁର କର,ବରବରନାବର ନାଗରୀରାଜ ।୧।କୁନ୍ଦ ସୁନ୍ଦର ଦଶନାଳିସୁନ୍ଦରୀମଣି ତୁ ମୋର ସଙ୍ଖାଳି,ଚନ୍ଦନ ସଉରଭପାଳୀ, କୁନ୍ଦନମୟମାଳି,ବୃଶରବି-ନନ୍ଦନୀନ୍ଦ୍ରମଣି ମଞ୍ଜମୁଜଗଭୂରୁ,ଚଳ ନୟନାଞ୍ଚଳ ଦେ ଥରେ ଢାଳି ।୨।ମାର ରଖିଛି ଶର ଶାଣି,ତାର ତ ଚରିତ ଅଛୁ ପରା ଜାଣି,ସାରକୁ ଘେନିଯିବ ଛାଣି, କାର ସେ ରଖେ ଠାଣି,ମୋର ହୃଦୟ ତାର ହାର ହୁଅ ଆରେ ସୁଗୁଣବତୀରତିଚତୁରା ନବ ପଲ୍ଲବପାଣି ।୩।କାଞ୍ଚନଗଉରୀ ବିଚାର, ବଞ୍ଚନବିଧିକି ବିରଚିବାର,ମୁଞ୍ଚ ଧନ ମୁଁ ପରିଚାର, ମଞ୍ଚରେ ତ ତୁ ସାର,ଅବିରତ ପଞ୍ଚବାଣ ରଣକୌଶଳ ପରିଚୟକର ସୁରସାବର ସାର୍ଥରେ ମୋର ।୪।ଏପରି ନବଘନଶ୍ୟାମ, ଚାଟୁ ବିରଚି ଲଭୁ ବିରାମ,ସସ୍ମିତତରୁଣୀ ଲଲାମ, ପୂରିଲେ ହରିକାମ,ନୃପ ଜଗଦ୍ଦେବ ସେ ସମୟ ବେଶ ଲଳିତପଦଯୁଗ ଯୁଗଳୀଜଳଜାବଳୀଦାମ ।୫।(୭୧) ମସାର-ଇନ୍ଦ୍ରମଣି,କଞ୍ଜ-ପଦ୍ମ, କୁଞ୍ଜର-ହାତୀ,ବୃକ୍ଷରବିନ୍ଦିନୀ-ବୃଷଭାନୁକନ୍ୟା
(୭୨)
ରାଗ—କେଦାର କାମୋଦୀ, ଆଡ଼ତାଳିକୁନ୍ଦକଳିଦଶନା, ନନ୍ଦନନ୍ଦନଶୋଭାକୁ ଅନା ଗୋ ।୦।ଇନ୍ଦ୍ରନୀଳସାର ଶରୀର ଏହାରକଟିତଟପଟ ସୁନା ଗୋତ୍ରିଭଙ୍ଗୀରେ ଉଭାହେବା ଛବିକିମୁଁ ଲୁଚି ହୋଇଯାଏଁ କି ନା ।୧।ଶରଦଚନ୍ଦ୍ର ବିମ୍ୱରେ ଏ ଦ୍ୟୁତିରୁନାହିଁ ବୋଲି ଅଧଚିନା ଗୋକମ୍ପୁଛି ଅଖଣ୍ଡ ଶିଖଣ୍ଡ ମଣ୍ଡନମୁକୁଟ କପଟବାନା ଗୋ ।୨।ମଧୁର ଅଧର ବଧୂଲୀକି ତହିଁମୂରଲୀ ମୋହନ ସୁନା ଗୋକହି କହି କୁଳବ୍ରତ ଲତାମୂଳଏହି ଟାଳୁଅଛି ସିନା ଗୋ ।୩।ଶ୍ରୀଅଙ୍ଗ ଛୁଇଁ ଆସିବା ମରୁତରକରୁଅଛି ଆଶ୍ୱାସନା ଗୋମୃଗମଦସାର ଦଳ ଇନ୍ଦିବରମିଶାମିଶି ସୁବାସନା ଗୋ ।୪।କୁଙ୍କୁମ ଚନ୍ଦନ ମୃଗମଦ ଘନସାରଶିର ଗୋରୋଚନା ଗୋଏହାଙ୍କୁ ସେବି କୃତକୃତ୍ୟ ହେବାକୁକରିଛି ଧାତା ରଚନା ଗୋ ।୫।ଜଗତୀ ଧୃତି ବିଧ୍ୱଂସ ନୁହଇ ଏନେତ୍ରାଞ୍ଚଳ ଖେଳ ବିନା ଗୋବୋଲେ ଜଗଦ୍ଦେବ ଏଥୁଁ ମନୋଭାବମାର୍ଗଣ ଗଣ କି ଶୁଣା ଗୋ ।୬।