(୧୦୫) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୧୦୫)
ବିଳାହାରି—ଆଠତାଳିଠକଙ୍କ ରୀତିଙ୍କି ଛାଡ଼ ହେ ଶଠ,ଠଉରାଇଲୁଁ ତୁମ୍ଭ ପଢ଼ା ପାଠ ।୧।ଠରାରେ ଦେଖାଇ ଯମୂନା ତୁଠଠକି ତ ରଖିଲନି ଥର ଆଠ ।୨।ଠ-ବରତୁଳ ଚନ୍ଦ୍ରାନନ ଓଠଠଣ ତ ଲାଗିଲାନି ବଡ଼ ମିଠ ।୩।ଠ-ନେତ୍ର ହୋଇଥିବାରୁ ଗରିଷ୍ଠଠକାଇଲେ ଜଗଦ୍ଦେବ ସପଠ ।୪।
(୧୦୬)
ରାଗ—କାମୋଦି, ତାଳ—ଆଦିତଣ୍ଟାରେ ଜାଣି ଜାଣି ପଡ଼ିଲି ରେ !ଘଣ୍ଟା ପଥକୁ ଯା’ ଛାଡ଼ିଲି ରେ !କଣ୍ଟା ନିରୁଦ୍ଧ ଘାଟୀ ସଞ୍ଚାରୀ କ୍ଳେଶ ଧାଟୀବଣ୍ଟା ନେବି ମୁଁ ବୋଲି ଅଡ଼ିଲି ରେ ! ।୦।ମରିଚ, ଘନସାର, ଉତ୍ପଳ, କ୍ଷୀର-ସର ବିନା ତପିଚୁମର୍ଦ ଲୋଡ଼ିଲି ରେ !ଅଟ୍ଟ କୁଟ୍ଟିମ ମୂର୍ଦ୍ଧ ସ୍ଥଳ ଖେଳ ସଂଶ୍ରଦ୍ଧ ନୋହିଦୁର୍ଗନ୍ଧ ଗାଡ଼େ ବୁଡ଼ିଲି ରେ ।୧।ଜମ୍ଭାରାତି ପ୍ରେରିତ ଦମ୍ଭୋଳି ଦୃଢ଼ାଘାତ ବଞ୍ଚାଇବାକୁଛାତି ଆଡ଼ିଲି ରେ !ସମ୍ଭାଳିବାକୁ ଦଳ ନ ଥିବାରୁ କେବଳ କର ତଳେକପାଳ ତାଡ଼ିଲି ରେ ! ୨।ଦେବ ପ୍ରାସାଦ ମତି ଜନମିବାରୁ ନିତି ବଲ୍ମୀକ ଦେଖିକର ଯୋଡ଼ିଲି ରେ !କର୍ମ୍ମଠ ଧର୍ମଦକ୍ଷ ସାକ୍ଷାତେ ରାଜଶିଖ ନିତ୍ୟ ନିବାସବେଶ୍ମୁଁ କାଢ଼ିଲି ରେ ! ୩।ହଂସୁଲି ତୁଳ ତଳ୍ପ ପାସୋରି ଦେଇଅଳ୍ପ ଲୋକଙ୍କ ପରି ତଳେ ଗଡ଼ିଲି ରେ !ରାଧା ରମଣ ଘନଶ୍ୟାମ ବୋଲିବାଜନ ଦେଖି ସକ୍ରୋଧେ ଦନ୍ତଭିଡ଼ିଲି ରେ ।୪।ସମ୍ଭାଷଣ ନ କଲି ‘ରମ୍ଭା’ ସଦୃଶ ବଲ୍ଲୀ ଦେହାକୁ ଦୂରୁଁକ୍ରୋଧେ ଛାଡ଼ିଲି ରେ !ଚାଟୁ ଗିରେ ଆଶ୍ୱାସି ଜରତୀ ବହିର୍ଦାସୀମାନଙ୍କଅଙ୍କ ସ୍ଥଳେ ଜଡ଼ିଲି ରେ ।୫।ବନ୍ଧୁ କ୍ଷମାସରସୀ ହେବ ଅନ୍ୟାଭିଳାସୀ ମୁଁ ଅରଣ୍ୟରେପଶି ରଡ଼ିଲି ରେ !କହେ କବି ଅର୍ଯ୍ୟମା ‘‘ମୁଁ ଦୋଷ କଲେ କ୍ଷମା ଦେବକି ନାହିଁ ? ବୋଲି ବିଡ଼ିଲି ରେ ।୬।
(୧୦୬) ତଣ୍ଟାରେ—ସଂକଟରେ, ଘଣ୍ଟା ପଥ—ଭଲ ରାସ୍ତା, କ୍ଳେଶ ଧାଟୀ—କଷ୍ଟକର ଧାଡ଼ି, ଘନସାର—କର୍ପୁର, ପିଚୁମର୍ଦ୍ଦ—ନିମ୍ବ, ଅଟ୍ଟ କୁଟ୍ଟିମ ମୂର୍ଦ୍ଧ ସ୍ଥଳ—ମଣି ଖଚିତ ଉଚ୍ଚ ଅଟ୍ଟାଳିକା ଥିବା ସ୍ଥାନ, ଗାଡ଼େ—ଖାତରେ, ଜମ୍ଭାରତି—ଇନ୍ଦ୍ର, ଦମ୍ଭୋଳି—ବଜ୍ର, ଆଡ଼ିଲି—ପତାଇ ଦେଲି, ବଲ୍ଲୀକ—ଉଇ ହୁଙ୍କା, ରାଜଶିଖ—ସମ୍ରାଟ ¸ ବେଶ୍ମୁଁ—ଗୃହରୁ, ହଂସୁଲି ତୁଳି ତଳ୍ପ—କଅଁଳ ତୁଳା ଶେଯ,ଦନ୍ତ ଭିଡ଼ିଲି—ଦାନ୍ତ କଡ଼ମଡ଼ କଲି, ଜରତୀ—ବୁଢ଼ୀ, କ୍ଷମାସରସୀ—କ୍ଷମା କରିବାରେ ପୁଷ୍କରଣୀ ଭଲି ଉଦାର, କବି-ଅର୍ଯ୍ୟମା—କବିସୂର୍ଯ୍ୟ,ବଡ଼ିଲି—ପରିକ୍ଷା କଲି ।
(୧୦୭)
କେଦାର—ଏକତାଳିତମାଳନୀଳକେଶା ଗୁମାନେ ରହନା ରେ । ଘୋଷା ।ପରଦସୁଧା-କଳାକରବଦନ ବାଳା,ନବ-ପଲ୍ଲବ କରେ ବହନା ରେ ।୧।ତୁ ମୋତେ ଦେବା ଶିରୀ ଦେଖି ସହି ନ ପାରିକେ କିସ କହିଲାଟି ମୋହ ନାଁ ରେ ।୨।ଯେତେ ଚାତୁରୀ-ହୀନ ହୋଇଥିଲା ହେଲେ ଜନଜୀବନେ କରଇ କି କହନା ରେ ।୩।ଦଳେ ଅଧରବିମ୍ବ-ଫଳେ ଯା ଦେଲି ଚୁମ୍ୱଏହି ଦୋଷକୁ ରୋଷ ବହନା ରେ ।୪।ଅହିତ ମାର ଦାଉ ସହି ନ ପାରେ ଆଉଗଲା କଥା ତ ଗଲା ତୁ ଅନାଁ ରେ ।୫।ଭଣିଲେ ଜଗଦ୍ଦେବ କହନ୍ତି ଶ୍ରୀକେଶବନୋହିବା ପରି ଗୋରୀ କହନା ରେ ।୬।
(୧୦୮)
କାମୋଦୀ—ଆଠତାଳିତାକୁ ହୁଏ କି ଋଷି, ତମସ୍ଥମାଳ ସ୍ତୋମସୁକେଶୀ ରେ । ଘୋଷା ।ତିଳକ ତୁଳେ ତୁଳନା ଥାଇନାହିଁ ମୂରତି ଯାହା ସଦୃଶି ରେତନୁ ଗୋଟିକଯାକ ଜନ୍ମାଏ ପୁଲକକୁଳ ନାଶନ ଯା’ ବଂଶୀରେ ।୧।ତପନ ଶିଶୁମଣ୍ଡଳୀ ପରି ଯାଉଁଯା ଶିଖଣ୍ଡ ଚୂଡ଼ା ଦିଶି ରେତରୁଣୀଙ୍କ ଶାଟୀ ପରିପାଟୀଭିଡ଼ୁ ଭିଡ଼ୁ ପଡ଼େ ଖସି ରେ ।୨।ତଟେ ଭାନୁଜାର ଶୋଭାମୃତଯା’ର ବରଷନ୍ତେ ଲିସି ଲିସି ରେତହିଁରେ ତରୁଣୀ ଶ୍ରେଣୀ ମନ ପୁଣିନ ଯାଇ ରହେ କି ମିଶି ରେ ।୩।ତରଳ ମଞ୍ଜୁଳ ଚିତ୍ର ନେତ୍ରାଞ୍ଚଳଅଳପ ଗଲେ ବିଳସି ରେତକ୍ଷଣରେ ବିକି ନୋହିବ ବିବେକୀହୋଇ କି ତେଡ଼େ ସାହସୀ ରେ ।୪।ତର୍କିବ ତାହାରି ଧୃତିପଣୁ ହାରିହେଲେ ତା ଭଙ୍ଗୀ ସାରସୀରେତାଳୁଯାଏ ମଜ୍ଜିଯାଇ ନ ସମଝିକେ ମାନୀ ହେବ ଭରସି ରେ ।୫।କଥା କହୁଥିବ ଶ୍ୟାମ, ପୁଣି ଥିବମଥାପୋତି ଯୋଷା ବସି ରେଚାହୁଁ ଚାହୁଁ ତାହା କ୍ରମ କହୁଥାଉକାହୁଁ କି ଗୁଡ଼ାଏ ଆସି ରେ ।୬।ତରଣୀଜା ତୀରେ ତରୁଣୀ ଜାତିରେନୋହିବ କେ ତାହା ଦାସୀ ରେବସୁଦୁର୍ଗ ମହୀନାଥ କହେ ସହିହୋଇ ଏ ବ୍ରଜନିବାସୀ ରେ ।୭।
(୧୦୯)
କାଫି—ଏକତାଳିତା ମରଜି ଭରଜି ତୁ ତ ହେଉ ବଣା ରେସେ କି କରିବ ଦୂତୀକି ଜଣାମଣା ରେ । ଘୋଷା ।ତହୁଁ ଦିପତରୁହାରେ ପଞ୍ଚରୋପ ତରୁ ହାରେଗଲେ ପଛେ ଯିବ ଉତ୍ତମାଙ୍ଗ ହଣା ରେ ।୧।ଯିବ ବୋଲି ସେ ପଥରେ ଶତ ଶପଥରେ ଥରେପିଇଲୁ ନି କି ତା ଗିର-ସରପଣା ରେ ।୨।ଥିଲେ ହେଁ ପୂରିତ ରସ ମୋ ସଖୀ ପୀୟୂଷରସଛୁଇଁବ କି ଛ’ଥର ନୋହିଲେ ଛଣା ରେ ।୩।ତୁମ୍ଭେମାନେ ସିନା ନିଶୀ ଅଭିସାର-ରସେ ରସିକରେ ରୁନ୍ଧିପାରେ ବିଷଧର ଫଣାରେ ।୪।ବାଳା ଅଭିମାନ-ମନା ନୁହେ କାହାର ଅଧୀନାଲାଘବ ମୁଣ୍ଡରେ ଫରମାସେ ଠଣା ରେ ।୫।ଛାଡ଼ି ସବୁ କପଟକୁ ବିଟ ମଣି ମୁକୁଟକୁବାଳା ପଦଜଳଜ ତଳକୁ ଅଣା ରେ ।୬।ବସୁ ଦୁର୍ଗନାଥ ବୋଲେ ଘନଶ୍ୟାମ ମନ ଥିଲେଆସିଣ ଲାବଣ୍ୟଧନେ ହେଉ କିଣା ରେ ।୭।
(୧୧୦)
ରାଗ—କଳହଂସ କେଦାରତାର ଗିରେ କି ବିଶ୍ୱାସ, ତାର ସ୍ନେହେ କି ବିଶ୍ୱାସ,ତାର ପରେ କି ବିଶ୍ୱାସ, ଯାର ଜାରବିଳାସ ଗୋ ।ପଦ ।ବୋଲେ ଶତ ଥର ଶପଥରେମୋର ଆନେ ନାହିଁ ଅଭିଳାଷ,ହୋଇଥାଏ ବୋଲି ଚନ୍ଦ୍ରାବଳୀକେଳିନିକୁଞ୍ଜ କୁସୁମବାସ ଗୋ ।୧।ଦନ୍ତବାସେ ସତୀ ଯୁବତୀଙ୍କ ଜାତିନେବା ଭଙ୍ଗୀମିଶା ହାସ,କଥାକୁ ଶାଶୁଙ୍କ ମଥାକୁ ଛୁଅଇଁଏପରି ଯାହା ସାହସ ଗୋ ।୨।ପ୍ରତି ରାତି ନାରୀମଣିତ ରମଣେତରେ ବଳାଏ ମୁହାଁସପାଚେରୀ ଡେଇଁବା ଆପଦୁ ଯାପଦଜଳଜତଳ ପରାଗ ଗୋ ।୩।ହୁଏ କେଡ଼େ ପ୍ରିୟ ଗିରେ ସବିନୟପ୍ରକାଶି ମୋହନ ରସ,ମୁରଲୀ ବଜାଇ ଡାକେ ଯହୁଁଯାଇ-ଆଚରେ ବଡ଼ ନିରାଶ ଗୋ ।୪।ମୁଁ ନଗର ଯୁବରାଜ ବୋଲିଅବଲେପରେ ବହେ ଉଲ୍ଲାସ,ଯେ ପୁଣି କପଟେ ଲୁଚି ନଦୀତଟେଲୁଟଇ ପାଲଟା ବାସ ଗୋ ।୫।ତେବେ ହେଲେ ଏ କି ଚିତ୍ର ଧିକତାର ଧନ ଜୀବନ ନିବାସ,ଅଷ୍ଟଦୁର୍ଗପୁରନ୍ଦର ବୋଲେଯାର ଗତି ନୁହେ ପୀତବାସ ।୬।
ଜାରବିଳାସ—ଉପପତି ରୂପେ ବିହାର, ଶପଥରେ—ରାଣରେ,ଦନ୍ତବାସ—ଅଧର, ମୁହାଁସ—ଅଭିମାନ, ରମଣେତରେ—ଅନ୍ୟ ପତିଠାରେ, ପାଦଜଳଜ—ପାଦପଦ୍ମ, ଅବଲେପ—ଗର୍ବ ।
(୧୧୧)
ତାର ସୁଆଗ ଗୋ, ନୂଆ ଗରଳରୁ ବଳେଛୁଆ ଗଜପର ସେ କୁଳ ଦ୍ୱୀପରତୁ ଆଗ କସି ଯା ବେଳେଜମ୍ଭା ହିତ କର ଦମ୍ଭୋଳି ପ୍ରକରସମ୍ଭାଳି ହୋଇବ କିଛିଜୃମ୍ଭାହୀନ ଶ୍ୟାମ ନେତ୍ରାନ୍ତ ବିକ୍ରମସ୍ମରଣ ପ୍ରାଣ ହରୁଛି ।୧।ଭୂରୁ ଭଙ୍ଗି ତାର ଦୂରୁ ବନିତାରଜୁରୁଛି ଧୃତି ପସରାଦ୍ୱିଖଣ୍ଡ କରୁଛି ବିବେକକୁ ଯାହାଅଖଣ୍ଡ ଶିଖଣ୍ଡ ଝରା !।୨।କରୀରଜା ଚୁମ୍ୱୁ ଗାନ ରସେ ସର୍ବଶରୀର ଭରେ ପୁଲକେପିଇବ ଯେ ବଧୂ ତା ଓଷ୍ଠ ବିଚ୍ଛେଦେଜୀଇଁବଟି କିଏ ଲୋକେ ।୩।ସ୍ମିତକୁ ଚାହିଁ ତା ମୋହନ ମୂରଲୀଗୀତକୁ ଶୁଣିଲେ କାନେଉରୁ ଜଡ଼ିମାକୁ ଚୁମ୍ୱିବ କଂପନଗୁରୁଜନେ ଥିବା ସ୍ଥାନେ ।୪।ଯେ ବାର ବାମା ସେ ପାରିବ ତା ତୁଲେହେବାର ଟାପରା ଟାହିରଖି ମନେ ତାକୁ ଘାଣ୍ଟି ହୋଇବାରେସଖୀ ମତେ ଲୋଡ଼ା ନାହିଁ ।୫।ନିଶ୍ୱାସ ମାତ୍ରକ ରହିଲା ଉତ୍ତାରୁବିଶ୍ୱାସ ଜାଣି ନାହିଁ କି ?ଯା ଶିବ କରିବେ ହେବ ଜାଣୁ ଜାଣୁଭାଷିବ ପ୍ରାଣୀ କାହିଁକି ।୬।ପଲ୍ଲବ ତଳ୍ପେ ପହୁଡ଼ି ଦୁଃଖେ ଏହାବଲ୍ଲବ ବାମା କହିଲେକଷ୍ଟ ଜାଣି ଦୁଃଖୀ ହେଲେ ପ୍ରାଣ ସଖୀଅଷ୍ଟଦୁର୍ଗ ନାଥ ବୋଲେ ।୭।
(୧୧୧) ଛୁଆ ଗଜପର—ସାନ ସିଂହ, ଦ୍ୱୀପର—ହାତୀର, ଦମ୍ଭୋଳି ପ୍ରକର—ବଜ୍ର ସମୂହ, ଜୃମ୍ଭା—ଆଳଖ, ଜୁରୁଛି—ଲୁଟି କରୁଛି, ଧୃତି—ଧୈର୍ଯ୍ୟ, କରୀରଜା—ବଂଶୀ, ଉରୁ—ଜଂଘ, ବଲ୍ଲବ ବାମା—ଗୋପାଳ ସ୍ତ୍ରୀ ।
(୧୧୨)
ରାଗ—କାମୋଦୀତେଣ୍ଟାରେ ଜାଣି ଜାଣି ପଡ଼ିଲି ରେ,ଘଣ୍ଟାରବ ପଥ ମୁଁ ଛାଡ଼ିଲି ରେ ।କଣ୍ଟା ନିରୁଦ୍ଧ ଘାଟୀ, ସଞ୍ଚାର କ୍ଳେଶ-ଧାଟୀ,ବଣ୍ଟା ନେବି ମୁଁ ବୋଲି ଅଡ଼ିଲି ରେ ।ପଦ ।ମରୀଚ ଘନସାର, ଉପଳ କ୍ଷୀର ସର,ବିନା ତ ପିଚୁମର୍ଦ୍ଦ ଲୋଡ଼ିଲି ରେ,ହଟ୍ଟକୁଟ୍ଟିମମୂର୍ଦ୍ଧ ସ୍ଥଳ-ଖେଳ-ସଂଶ୍ରଦ୍ଧ,ନୋହି ଦୁର୍ଗନ୍ଧ ଗର୍ତ୍ତେ ବୁଡ଼ିଲି ରେ ।୧।ଦେବପ୍ରାସାଦମତି ଜନମିବାରୁ ନିତି,ବଲ୍ମୀକ ଦେଖି କର ଯୋଡ଼ିଲି ରେକର୍ମଠ ଧର୍ମଦକ୍ଷ ସାକ୍ଷର ବିପ୍ରମୁଖ୍ୟନିତ୍ୟନିବାସ ବେଶ ପୋଡ଼ିଲି ରେ ।୨।ଜମ୍ଭାହିତପ୍ରେରିତ ଦମ୍ଭୋଳି ଦୃଢ଼ାଘାତବଞ୍ଚାଇବାକୁ ଛାତି ଆଡ଼ିଲି ରେ,ସମ୍ଭାଳିବାକୁ ବଳ ନୋହିବାରୁ କେବଳକରତଳେ କପାଳ ତାଡ଼ିଲି ରେ ।୩।ହଂସୁଲି ତୂଳିତଳ୍ପ ପାସୋରି ଦେଇ ଅଳ୍ପଲୋକଙ୍କ ପରି ତଳେ ଗଡ଼ିଲି ରେ,ରାଧାରମଣ ଘନଶ୍ୟାମ ବୋଲିବା ଜନଦେଖି ସକ୍ରୋଧେ ଦନ୍ତ ଭିଡ଼ିଲି ରେ ।୪।ସମ୍ଭାଷଣ ନ କଲି ରମ୍ଭସଦୃଶବଲ୍ଲୀଦେହାକୁଦୂରୁଁ ଦେଖି ତଡ଼ିଲି ରେ,ଚାବୁଗିରେ ଆଶ୍ୱାସି ଜରତିବହିର୍ଦାସୀମାନଙ୍କ ଅଙ୍କସ୍ଥଳେ ଜଡ଼ିଲି ରେ ।୫।ବନ୍ଧୁ କ୍ଷମାସରସୀ ହୋଇ ଅନ୍ୟାଭୀଳାଷୀଅରଣ୍ୟରେ ପଶି ମୁଁ ରଡ଼ିଲି ରେ,କହେ କବିଅର୍ଯ୍ୟମା ମୁଁ ଦୋଷ କଲେ କ୍ଷମାହେବ ନାହିଁ କି ବୋଲି ବିଡ଼ିଲି ରେ ।୭।
(୧୧୩)
ମୋହନା—ଆଡ଼ତାଳିତୁଚ୍ଛା କଥାକୁ ଆନ କାହିଁକିଏତେ ରେ ବନ୍ଧୁ ! କାହିଁକି ଏତେ ?ମୋ ଛାର ସ୍ନେହୁ ସୁଖ ମୋର ହୋଇ କେତେ । ଘୋଷା ।ଧନ ହେ, ତୁମ୍ଭ ସ୍ନେହ— ଧନେ କିଣା ଏ ଦେହମୋ ଅଧିକୃତି ଏଥି ନାହିଁ କିଞ୍ଚିତେ ।୧।ବ୍ରତବାସରେ ହେଲେ ଆପଣ ଅଳି କଲେସେବା ହାଜର ହେଉଥାଏ ନିରତେ ।୨।X X X X ଅଙ୍ଗରାଗ, ଚନ୍ଦନଏସବୁ ଜାଣ ପ୍ରାଣ ତୁମ୍ଭ ନିମିତ୍ତେ ।୩।ଏତିକି ଏକା ହୁଡ଼ ଲାଜ ଲାଗଇ ବଡ଼ହୋଇ ନ ପାରେ ତୁମ୍ଭ ପରି ଚରିତେ ।୪।ଶୁଣି ଏ ରାଧାଗିର ଚୁମ୍ୱିଲେ ଶ୍ରୀକିଶୋରଅଷ୍ଟଦୁର୍ଗ ଭୂବର ରଚିଲେ ଗୀତେ ।୫।
(୧୧୪)
ବେହାଗ—ଏକତାଳିତୁମ୍ଭେ ସିନା ପାର ଗୋ ରଜନୀ-ବିହାରମୋର ସେ ନଟକୂଟକୁ ଜୁହାର ଗୋ ।ପଦ ।ପରିଚୟ କରିଛ ଯଶୋଦାସୁତ ସଙ୍ଗରେହରିଛ ଯମୁନାକୂଳେ କାଳ ନାନା ରଙ୍ଗରେ ।୧।ଘର-ଜନ ଗରଜନ ପରିଭବ ସହିବବରଜ ନଗରଜନ ବଦନ ନ ଚାହିଁବ ।୨।ନୀରଜରୁ ନିରଜରୁ ଜରୁ ପ୍ରତି ପ୍ରତୀକେସ୍ମରଜରୁ ସରିଯାଉଥିବ ନିତି ନିତି କେ ।୩।ଆସିବେ ସେ ବୋଲି ଭୁଲି ଭାସି ଆଶା-ସାଗରେବାସି ବେଶ ହେବାଯାଏ ବସିବାର ଜାଗରେ ।୪।ବନ୍ଦେ ତରଳତା ଛାଡ଼ି ମନ୍ଦେତର ଆଦରେବସୁଦୁର୍ଗ ବସୁନ୍ଧରାଧୀଶ ରାଧାପଦରେ ।୫।
(୧୧୫)
ପୁରିକଲ୍ୟାଣ—ଆଦିତାଳଥରେ ଅନାଁ ରେ ମୋହନା ତେଜି ମାନ ।୦।ଧନ ମୁଁ ସ୍ନେହରେ ଜନମୁଁ ଦେହରେଭଜି ନାହିଁଟି ତୋହରିଠାରୁ ଆନ ।୧।ସୁଧାଗତ ରସ, ମୁଁ ଧାତା ତରସ-ମଣି ଲୋଡ଼େ ମୁଁ ତୋ ଦନ୍ତବାସ ପାନ ।୨।ସରୁ ମଧ୍ୟା ମତେ, ନ ରୁଚେ କିଞ୍ଚିତେତୋ ବଚନ ବିନା ବେଣୁ ବୀଣା ଗାନ ।୩।ଚାହିଁଲେ ତୋ ଗତି, କାହିଁ ବୋଲେ ପ୍ରୀତିନ ଚାହେଁ ମୁଁ ଲୀଳାଳସ-ହଂସଯାନ ।୪।ପିକଭାଷୀ ହସ, ନ କର ନିରାଶମୋହର ଅଛିଟି କୋଟି କୋଟି ଆନ ।୫।ଶ୍ୟାମ ଚାଟୁଗିରେ, କାମବଶେ ଧୀରେହସି ରସେ ରାଧା ହେଲେ ସାବଧାନ ।୬।ଅଷ୍ଟଦୁର୍ଗେଶ୍ୱର, କଷ୍ଟ ପରିହରକଲେ ଶ୍ରୀ କିଶୋର ବନି ସେ ବିତାନ ।୭।
(୧୧୬)
ଦିଅ ପଛେ ଗାଳି ରେ, ଦୁଃଖୀସଙ୍ଖାଳି ।୦।ଅନେକ ଦିନରୁ ଆଶା ଅଛି ସମୁଲ୍ଲାସକନକଗଉରୀ ତୋର ସ୍ୱାଦୁ ରଦବାସପୀୟୂଷ-ପାନରୁ କରିବାକୁ ତୃଷା ନାଶପୂରି ଚିର ଅଭିଳାଷ ରେ ।୧।ମନମଥ ଅମଳରେ ଘୁମାଇ ଘୁମାଇସ୍ତନଘଟ ଯୁଗଳ ମୋ ଛାତିରେ ଜମାଇଘନକୁନ୍ତଳା ତୋ କୃପାଧରକୁ କିମ୍ପାଇମହାସୁଖ ଜନମାଇ ରେ ।୨।ସହି ସହିପାରୁ ନାହିଁ ମୁଁ ମାର ବଡ଼ାଇପ୍ରସରୁଛି ଯା ପ୍ରତାପ ପତାକା ଉଡ଼ାଇରଣ ଧରଣୀରେ ତାକୁ ତା’କରୁ ଛଡ଼ାଇଆଜ ଦେବା ଘଉଡ଼ାଇ ରେ ।୩।ମୋ ସପତଟି ରେ ମନମୋହନ ମୂରତିରସବତୀ ଅଙ୍ଗେ କର ମୋ ଅଙ୍କ ଭରତିଥିଲେ ଏବେ ସମ୍ଭାଳିବା ପୀଡ଼ାରୁ ବରତିକରି ସିନା ପୁଣି ରତି ରେ ।୪।ମଦନମୋହନ ବାଣୀ ଶୁଣି ସବିଳାସେବଦନ ନୁଆଁଇ ଲାଜ-ମିଶାମିଶି ହାସେରଚିଲେ କିଶୋରୀ ସେ ସମୟ ତାପ ନାଶେଅଷ୍ଟଦୁର୍ଗନାଥ ଭାଷେ ରେ ।୫।
(୧୧୭)
ରାଗ—ଦେଶାକ୍ଷ—ତ୍ରିପୁଟାଦିନେ ଦିନେ କାହିଁକି ରୁଷେ,ଧନ ! ମନ ତେଡ଼େ ନାହିଁକି ରସେ । ଘୋଷା ।ଅଭିନବ ଏ ଯଉବନଦେହଛବି କୁସୁମ-ବନଗୁଣଗଣମୟ କଦନ ଏଥିରେତ ରୁଷା କ୍ଷଣେ ବରଷେ ।୧।ଘେନିଛି ମୁଁ ମାନସେ ଏହାନୁହେଁ ନାରୀ ସେ ମୃଦୁଦେହାସେ ପରଶମଣି ମୁଁ ଲୁହା ମୁଁ ସୁନାବନିଛି ତା’ ରମ୍ୟରସେ ।୨।କାମପ୍ରଦ ପ୍ରବାହେ ପଡ଼ିଦନ୍ତେ ଦନ୍ତ ଦୂକୁଳେ ଭିଡ଼ିଦେଇଥିବି ରଦନ ପୀଡ଼ି ବସିଲାଦିଶିଲା କି ଆଦରଶେ ।୩।ପ୍ରିୟସଖୀ ଆଗେ ଏ ଗିରକହେ ଅଷ୍ଟଦୁର୍ଗ ଭୂବରରମାରୀତି ବିଚାରି ମୋରମେରୁତୁଲ୍ୟ ଧୃତି ହୁଏ କି ରସେ ।୪।
(୧୧୮)
ରାଗ—କେଦାର—ଆଠତାଳିଦେଖ ଦେଖ ସଙ୍ଗାତ,ନନ୍ଦନନ୍ଦନ ଚନ୍ଦନଯାତ ଲୋ ।ପଦ ।କି ମାନୁଛି ଦିବ୍ୟମୋତି ଝାଲରିଆବିମାନମାନଙ୍କେ ରହି ଲୋପଞ୍ଚ ମହାଜନେ ମଞ୍ଚମଣ୍ଡଳରେପାପ ଦେଉଛନ୍ତି ଦହି ଲୋ ।୧।ଚାହିଁ ଏ ମଦନମୋହନ ବଦନଚନ୍ଦ୍ରଶୋଭାସୁଧା ଚାଖି ଲୋକୁଣ୍ଡଳୀମଣ୍ଡଳ ପ୍ରଭୁ ଆଖଣ୍ଡଳଲୋଡ଼ୁଛନ୍ତି ଲକ୍ଷ ଆଖି ଲୋ ।୨।ଅହିନାଥଙ୍କ ସହିତେ ଆସିଛନ୍ତିବହୁ ବିଷଧରଚୟ ଲୋକେ ସେ ଫଣାମଣି କେ ମଶାଲଶ୍ରେଣୀହେଉନାହିଁ ପରିଚୟ ଲୋ ।୩।ଗଉଦ ନ ବାଧି ବୋଲି ଶ୍ରୀଅଙ୍ଗକୁଚଉଦ ଲୋକ ସହିତେ ଲୋଅମରଙ୍କ ଶ୍ରେଣୀ ଚାମର ଆଢ଼େଣୀଆଲଟ ଖଟନ୍ତି କେତେ ଲୋ ।୪।ମାପ ଅଛି କି ଏ ସୁଷମା ରମାରଯା’ପରି ନୁହଇ ତିଳେ ଲୋଯା’ ପାଦକଞ୍ଜ କଞ୍ଜସୁତ ବନ୍ଦେସେ ଚାପରେ ଖେଳୁଛି ଜଳେ ଲୋ ।୫।ନେବେ ମନ୍ଦିରକୁ ଏବେ ସୁନ୍ଦରକୁସହି ସଙ୍ଗତେ ବୁଲାଇ ଲୋଅଳ୍ପ ଯେବେ ହସିଦେବେ କେ ସୁକେଶୀରହିବ ସତୀ ବୋଲାଇ ଲୋ ।୬।ବାଜାରାଜି ତୁଲେ ବାଦ କରି ଗେଲେଗରଜେ ସିନ୍ଧୁ ଅମନ୍ଦେ ଲୋଅଷ୍ଟଦୁର୍ଗପତି କର ଯୋଡ଼ିଛନ୍ତିତଳେ କି ସୁନ୍ଦର ବନ୍ଦେ ଲୋ ।୭।
(୧୧୯)
ରାଗ—କାମୋଦୀଦେବି ମୁଁ ପରାଣକୁ ବରଜି ଗୋ ।ବୁଝ ତୁ ଥରେ ଶ୍ୟାମ ମରଜି ଗୋ ।ପିଇ ଜୀଇବି ବୋଲି, କେତେ କଷ୍ଟରେ ଥିଲି,ପୀୟୂଷ ରସପାନ ସରଜି ଗୋ;ସହି ମୋତେ ନ ସହି, ପାରିଟି ତହିଁ ନେଇ,କେ ଦେଲା କାଳକୂଟ ପରଜି ଗୋ ।୧।ଧନଜୀବନଚୟ, ପ୍ରିୟ ବାନ୍ଧବ ଭୟ,ଜାତି ମହତ୍ତ୍ୱ ଆଶା ବରଜି ଗୋ;ସଜନି କୋଟିକାମ, ବିଗ୍ରହଜିଣା ଶ୍ୟାମ,ସଙ୍ଗତେ ଥିଲି ପ୍ରେମ ଅରଜି ଗୋ ।୨।ମୋ ତହୁଁ ରୂପବତୀ, କେଉଁ ବ୍ରଜଯୁବତୀ,ଧନ୍ୟ ତା ପ୍ରୀତିରେ ସେ ଭରଜି ଗୋ;ଫିଟାଇ ନେଲା ମନ, ମୋହଠାରୁ ମୋହନ,ସୀଇଁବାଠାରେ ସ୍ମର ଦରଜି ଗୋ ।୩।ଚଞ୍ଚଳ ବିଦ୍ୟୁଲ୍ଲେଖା, ସହିତେ ଦେଇ ଦେଖା,ବିରହୀ ସମୁଦାୟ ତରଜି ଗୋ;ଶ୍ରୀ ଜଗଦ୍ଦେବ ଦୁଃଖ, କହେ ସଜନି ଦେଖ,ଘୋଟି ଆସୁଛି ଘନ ଗରଜି ଗୋ ।୪।