(୧୬୯) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୧୬୯)
ରାଗ---କାମୋଦୀ---ଆଦିତାଳଶିରୀଷ କୋମଳା ରେ, ପ୍ରୀତିବତ୍ସଳା ବାଳା । ଘୋଷା ।ନବ ଅବଳା ଲାଜେ କେଳି ବାହୁଡ଼ା ବିଜେ---କରନ୍ତେ ଆଳିମାଳା ମିଳି ପାଶେ,ବେଷ ବିଷମ ରୀତି ଦେଖି ଭଙ୍ଗୀ ଭାରତୀ—କହନ୍ତି ପରସ୍ପରେ ପରିହାସେ ।୧।କହ ରେ ଚନ୍ଦ୍ରମୁହୀଁ ଯାଇ ଯେ ଦେଇ ନାହିଁଆମ୍ଭେ ସଜାଡ଼ି ଦେବା ସଜବାଜଏ କିସ ମା କେଶରୀ-- ଧରା ଶଶାଙ୍କ ପରିଶିରୀ ଆଣିଛୁ ଚୋରି କରି ଆଜ ।୨।ଚିତ୍ର ଲାଗୁଛି ଦେଖି ନାହିଁ ଯା ତୋର ସଖିକାଲି ଚାଲି ଚପଳ ଲୀଳା ଲବେ,ଗତି ତୋ ଚକ୍ର ଭଙ୍ଗ ସକାଶରୁ ଅନଙ୍ଗଜୟ ମଙ୍ଗଳ ରଥ ପରି ଏବେ ।୩।ଦନ୍ତେ ଅଧର ପୀଡ଼ି, ନୀଳ କାଞ୍ଚଲା ଭିଡ଼ିଲୁଚାଉ ଥାଉ କୁଚ ପରା ସହି,ସଞ୍ଚାଣ ଚଞ୍ଚୁ ଗଳି ଚକ୍ରବାକ ଯୁଗଳିଲୁଳିଲା ପରି ଆଜି ରାଜେ କେହି ।୪।ଆହା ନ ସହୁ ଆମ୍ଭ-- ଶିଥିଳ ପରିରମ୍ଭଲେଶ ବତ ହେଲେ ହେଲେହେଁ ଯେତେ,ମୀନକେତନ ଭଲା, ଦିନକେ କି ନ କଲାଛଇଳା ଶିରୋମଣି ସତେ ତୋତେ ।୫।ଏପରି ପରିହାସେ ଲାଜେ ରଦନବାସେ,ହାସ ମିଶାଇ ବାସ ଦେବା ଭଙ୍ଗୀ,ନାସା ମଣିମୟୁଖେ ବିଶି ପୁର ଗବାକ୍ଷେ,କବିସୂର୍ଯ୍ୟ ଧଇର୍ଯ୍ୟ ଦେଲା ଭାଙ୍ଗି ।୬।
(୧୭୦)
ରାଗ—ପୂରବୀଶୁଝି ନୋହିବ ଯେ, ସୁଝୀନ ବସନା ‘ପ୍ରୀତି’ଯୁଝିବା କାଳରେ ରତିପତି ସଙ୍ଗେବୁଝିଚି ଭଲା ତା’ ରୀତି ।୦।ଭୟାକୁ ବିଚାରି ମତେ ସେ ଦୟାଳୁ ମାତିଥାଏ ରତେ;ଅଭୟ ହେବାକୁ କୁଚ-ଶମ୍ଭୁ ସେବାଅବକାଶ ଦିଏ କେତେ ! ।୧।ଝଲକା ଝଲକ ଆଞ୍ଚିବା ଖଡ଼ଗ ମଲ୍ଲକ ମଣିବି ବୋଲିଧୃତି ଖଣ୍ଡନା ମୋ’ ଶ୍ରୁତିକି ଫୁଙ୍କିଲା,ପଲକ ପକାଇ ଦେଲି ।୨।କିଙ୍କିଣୀ ମଧୁର ଧ୍ୱନି ଧନୁର୍ଗୁଣଟଙ୍କାର ଶଙ୍କା ବିଚାରିତାହାର ବିହାର ଭଙ୍ଗୀ ଭାଙ୍ଗିଥାଏଗାଢ଼େ ଆଲିଙ୍ଗନ କରି ।୩।ଅୟଚକ୍ର ଲୟ ହେବା ପାଇଁମୋ’ର ସିନା ସେ କେଳି ଲାଳସୀଭାବଭୋଳେ ନୀଳ ନଳିନ ଡୋଳାକୁଭାଲେ ଦେଇଥାଏ ଖୋସି ।୪।‘ନବ ଦୁର୍ଗରାଣ’ ବନ୍ଦନ୍ତି କବରୀସ୍ରଜ ବୃଷ୍ଟି ହେଲେ ଯେତେବାଣଗଣ ମଣି ତ୍ରାସ କଲା
ପ୍ରାଣମଣି ‘ଶେଯ’ କରି ମତେ ।୫।
(୧୭୦)ରତେ-ରତିକ୍ରୀଡ଼ାରେ,ଆଞ୍ଚିବା-ବାହାର କରିବା,ମଲ୍ଲକ-ମଲ୍ଲଯୋଦ୍ଧା,ଧୃତିଖଣ୍ଡନା-ଧୈର୍ଯ୍ୟନାଶିନୀ,ଶ୍ରୁତିକି-କାନକୁ,ବିହାରଭଙ୍ଗୀ ଭାଙ୍ଗିଥାଏ-ଶୋଇବା ଭଙ୍ଗୀ ବଦଳେଇଥାଏ,ଅୟଚକ୍ର-ଭାଗ୍ୟଚକ୍ର,ନବଦୁର୍ଗାରାଣ-ନୂଆଗଡ଼ ରାଜା,ସ୍ରଜ-ମାଳାର ଫୁଲ ।
(୧୭୧)
ରାଗ---ପୂରବୀ---ଏକତାଳିସଂଯୋଗୁଁ ପଡ଼େ ପ୍ରମାଦ, ରେ ସଙ୍ଗାତ ।ରୋଗୀ, ଭୋଗୀ, ଯୋଗୀ, ଚୋର, ଅନୁରାଗୀପାଞ୍ଚକୁ ନ ମାଡ଼େ ନିଦ ରେ । ଘୋଷା ।ଶୁଭ ଆଗମନେ ବରଷକେଦିନେ ନିମିଷ ପରାୟେ ନିଶା,ଦଇବ ବିମୁଖ ଯୋଗୁଁ ତନୁ ଦୁଃଖକରାଇଲା ଦୁଷ୍ଟ ଦଶା ରେ ।୧।ସୁରତ ଉତ୍ସୁକେ ରତନ ପଲଙ୍କେଭୋଗେ ଯାଉଥାଏ ଦିନ,ତହିଁକି କିଞ୍ଚିତ ହେଲେ ଉପସ୍ଥିତସଂସାର ବିଷୟମାନ ରେ ।୨।ଯେଉଁ ମାନସରେ ଧିଆନ ବଶରେହେଉଥାଇ ବ୍ରହ୍ମଜ୍ଞାନ,କରି ସଙ୍କଳପ ଅଡ଼ିଲେ ଅଳପବାନ୍ଧବୀର ଅଭିମାନ ରେ ।୩।ଚଉପାଶେ ଚାହିଁ ଚଞ୍ଚଳତାବହି ପଶେ ଇତର ତତ୍ତ୍ୱର,ନିଶୀଥର କାଳେ ପରନାରୀ କୋଳେଥିବାକାଳେ ତା ପତିର ରେ ।୪।ନିଯୋଗ ଯୋଗାଇ ଗୁପତ ସୁରତବାଞ୍ଛାରୁ ସଙ୍କେତ ସ୍ଥାନ,ଭଜନ୍ତେ ହରଷେ କବିସୂର୍ଯ୍ୟ ଭାଷେତହିଁରେ ସପତ୍ନୀ ଜନ ରେ ।୫।
(୧୭୨)
ସଙ୍ଗିନୀ, ବରଜ ଗୁମାନସରଜ କେଳି ବିଧାନରେ ।ପାଜି ସ୍ମର ସାଜି ଶର ଭଜି ଅଭିମାନଗରଜି ତରଜେ ଅରଜି ନେବାକୁମୋର ଜୀବନ ନିଦାନ ରେ ।୧।କରଜ ଦାଉକୁ ନିକି ଧରଣୀ ଭାଜନକେହି ସହିପାରେ ବିବେଚନା ଥରେନ କଲୁ ତ ଅବଧାନରେ ।୨।ମରଜିକି ଥରେ ମୋ ନ କଲୁ ଅନୁମାନପରଜି ପରଶୁ ଅଜରାଜ ଗରସରଜିବା ଦାସ ଜନରେ ।୩।ଊଣା ଯେବେ କଲି ଉରରୁହ ମରଦନବର ବରନାରେ କ୍ଷମା ନିକି ଥରେନ କରିବୁ କି ତୋ ଧନରେ ।୪।ଅଷ୍ଟଦୁର୍ଗ ପୁରନ୍ଦର ବିନୟ ବଚନରାଜିକଲା ଟେକି ରାଜୀବ ଲପନଖେଳାଇ ଖଂଜନୟନରେ ।୫।(୧୭୨)ବରଜ-ଛାଡ଼,କରଜ-ନଖ,ପରଜି-ଧାରୁଆ କରି,ପରଶୁ-କୁଠାର,ଅଜରାଜଗର-ବିଷ,ଉରରୁହ-ସ୍ତନ,ପୁରନ୍ଦର-ଇନ୍ଦ୍ର(ଏଠାରେ ରାଜା ଅର୍ଥରେ)
(୧୭୩)
ରାଗ---ମୁଖାରୀ---ଏକତାଳିସରସ ଯେତିକି ରେ ବନ୍ଧୁବିରସ ତେତିକି ରେ । ଘୋଷା ।ନାଗରୀ ମୁକୁଟ ହୀରା, ଉନ୍ମାଦ ପ୍ରେମ ପସରାସୁରତ-ରଙ୍ଗିଣୀ ଠାଣି, ଉହୁଁ ଉହୁଁ ଇଷିବାଣୀ(ପଡ଼ି) ନାହିଁ ନାହିଁ ମହୀମଣ୍ଡଳେ ସହୀ ପରିପରିଣତ-ବିମ୍ୱାଧରୀ ଧରାଶୀରିକରୀନ୍ଦ୍ରବରଗତି ସଙ୍ଗତ ଜଗତୀରେଗତି ମୋ ରତିପଣ୍ଡିତା ରମଣୀମଣି ।୧।ଆସେ ହୋଇ ରହରହ, ହାସେ ମଣ୍ଡୁଥାଏ ଦେହମୁଖେ ବାସଶେଷ ଦେବା, ପଛକୁ ଘୁଞ୍ଚି ଆସିବା(ପଡ଼ି) ଭେଟ ହେଲେ ଚାରି ନେତ୍ର, ପୁଲକେ ପୂରଇ ଗାତ୍ରଗଣ୍ଡେ ମଣ୍ଡଇ ପାଣିକି, ଡୋଳା ଢଳା ଚାହାଣୀକି ।୨।ବସାଇଲେ କୋଳେ ଭୋଳେ, ଚୁମ୍ୱନ୍ତେ ଅଧର ତଳେପ୍ରକମ୍ପଇ ଗଣ୍ଡପାଳି, ଆହା ସେ ଶ୍ରୀମୁଖ ଝଳି(ପଡ଼ି) ଜବାଧରେ ମନ୍ଦହାସ, ହୃଦୟ କରି ଉଲ୍ଲାସତୁଳିଲେ ସାରସ ଶଶୀ, ସରସ ଲପନ ଦିଶି ।୩।ସୁଧା ମଧୁର ନିଗଡ଼ା, ପାନେ ଆନ ଧ୍ୟାନ ଛଡ଼ାସେ ଯେଉଁ ମଧୁରାଧର, ମୃଦୁ ଭାଷାର ସଞ୍ଚାର(ପଡ଼ି) ଶ୍ରୀ ମୁକୁନ୍ଦଦେବ ଚିତ୍ତ, ବିଚାରୁଥାଇ ସତତମଣ୍ଡଳ ଉଚ୍ଚାଟ ମନ୍ତ୍ର, ହୋଇଛି କି ପୁଷ୍ପବନ୍ତ ।୪।
(୧୭୪)
ରାଗ---ଗୁଣ୍ଡକିରୀ---ଏକତାଳିସେ କି ପୁରୁଷରରେ ଜମା---ରସରୀତିଶ୍ରବଣରେ ଯା’ର ନାହିଁ ପ୍ରେମା ।ନୁହନ୍ତି ଯାଚକେ ମାଗି ଯା’କୁ ପୂର୍ଣ୍ଣକାମାମଣ୍ଡି ନାହିଁ କ୍ଷିତି ଯାର କୀରତି ଚନ୍ଦ୍ରମା ।୧।ଅଙ୍କେ ଧରି ଜାମାପରି କାମାତୁର ରାମାରତିରେ ଯେ ହରୁ ନାହିଁ ତୁହିନ ତ୍ରିଯାମା ।୨।ହରି ଗୁଣଗଣ ପ୍ରସରଣେ ଶ୍ରୁତିସୀମାରହୁ ନାହିଁ ଅଙ୍ଗ ଯାର ସପୁଲକ ରମା ।୩।ଦାତାପଣ ନାହିଁ ଯାର ଥାଉ ଥାଉ କ୍ଷମାବଳବନ୍ତ ହୋଇ ଯାର ନାହିଁ ପୂର୍ଣ୍ଣ କ୍ଷମା ।୪।ଯେ ତେଜି ବିପ୍ରଙ୍କୁ ଦ୍ରାକ୍ଷା କରେ ଖର ଜିମାକଣ୍ଠିରବ ଜୟ ଇଚ୍ଛି ପୋଷଇ ସରମା ।୫।ଯେ ବରଜି ଯାଏ ଯୁବାକାଳେ ପ୍ରିୟତ୍ତମାଛାର ମଧୁକରେ ବନ୍ଧୁ ଅଧର ଉପମା ।୬।ଭିକ ହୋଇ ନାହିଁ ଯାର ବଚନେ ପଟିମାକହୁଥାଇ ସଦମ୍ଭେ ଯେ ସ୍ୱଗୁଣ ଗରିମା ।୭।ନୟନରେ ପଡ଼ିଗଲେ ଯା ଅଙ୍କ ସୁଷମାନୋହେ ଯେବେ ସସମ୍ଭ୍ରମା ସୁତନୁ ମଧ୍ୟମା ।୮।କରି ନାହିଁ ଅନୁଗ୍ରହ ଯାକୁ ସିନ୍ଧୁଜେମାଯା’କୁ ଚାହିଁ ଅରିମୁଖ ନ ଭଜେ କାଳିମା ।୯।ଭାଷେ ଜଗଦ୍ଦେବ ଚଇତନ୍ୟଚନ୍ଦ୍ରନାମାବସୁଦୁର୍ଗ ଧରାମରାବତୀର ସୁତ୍ରାମା ।୧୦।
(୧୭୫)
ରାଗ---ମୁଖାରୀସେ କି ସାରାସାର ଜାଣେ,ପ୍ରୀତି ରୀତି ନ ପାଳେ ଯେ ଅଣୁ ପରମାଣେ ।ପଦ ।ରାଜମାର୍ଗ ଛାଡ଼ି ଉଠେ ଅବାଟ ଉଠାଣେ,ଦ୍ୱିଜସଙ୍ଗ ବିବର୍ଜି ଯେ ମିଶଇ ପଠାଣେ ।୧।ଶୁକଶାରୀ ମାରି ପଳ ଯେ ଦିଏ ସଞ୍ଚାଣେ,ଯେ କୁନ୍ଦନେ ଖଞ୍ଜେ ମଣି ନ ବସାଇ ଶାଣେ ।୨।ଫଳ ବିନା ଅତି ଲୋଭ ରଖି ଛାର ପ୍ରାଣେ,ଜଳଧିରେ ଯେ ନ ପଡ଼େ ପ୍ରିୟଜନ ରାଣେ ।୩।ତାହାକୁ କି କଳାବତୀ ନଜରକୁ ଆଣେ,ବିନ୍ଧା ହୋଇ ନାହିଁ ଥରେ ଯେ କୁସୁମବାଣେ ।୪।କନକ ବନିବ ବୋଲି ରୀତି କି ରସାଣେ,ସତ୍ୟବୁଦ୍ଧି କରୁଥାଏ ଯେ ଶଶ-ବିଷାଣେ ।୫।ଯେ ବାମା ଅଧର ମଧୁ ବସନରେ ଛାଣେ,ମୃଦୁଳ ମାଳତୀମାଳା ହୀରାମୁନେ ହାଣେ ।୬।ଯେ ଲେଖି ସୁଚିତ୍ରପଟ ସମରପେ କାଣେ,ମାଗିବା ଲୋକର କରେ ନ ଦିଅଇ ମାଣେ ।୭।କନକ କୁଡ଼ୁଆ ଥାଉ ଯେ ପିଏ ପିହାଣେ,ଜାଈ ଥାଉଁ ଗିରିମଲ୍ଲୀ ଯେ ଲଗାଏ ଘ୍ରାଣେ ।୮।କର୍ଣ୍ଣ ଯେ ସମର୍ପି ନାହିଁ ଭ୍ରମରେ ପୁରାଣେ,ହରିଙ୍କି ଯେ କରି ନାହିଁ ମୂଳ ପରିତ୍ରାଣେ ।୯।କହେ ଜଗଦ୍ଦେବ ଶିକ୍ଷା ହେଲେ ହେଲେ ଟାଣେ,କେ କାହା ସ୍ୱଭାବ ଛାଡ଼େ ପରାଣ ପ୍ରୟାଣେ ।୧୦।(୧୭୫)ଟୀକା---ପଳ-ମାଂସ,କୁନ୍ଦନ-ସ୍ୱର୍ଣ୍ଣ,ରୀତି-ପିତ୍ତଳ,କନକ-ସୁନା,କାଣେ-ଅନ୍ଧକୁ,ଶଶବିଶାଣ-ଠେକୁଆ ଶୃଙ୍ଗ(ଅବାସ୍ତବ ବସ୍ତୁ)
(୧୭୬)
ସେ ଗଜେନ୍ଦ୍ରଗତି ମୋତେ ପ୍ରତି ଦିଶେ ଦିଶିଲା ।ପଦ ।ଏ ଜଗତେ ଭାବ ଯେତେ, ନ ରହିଲା ମୋର ଚିତ୍ତେ,ଯାହାକୁ ଚାହିଁଲେ ସେ ତ ତାହା ପରି ଦିଶିଲା ।୧।ସହଜେ କାନ୍ତିରେ ତୋରା, ଧଇଲେ ନ ଦିଏ ଧରା,ମାର ମାରଗଣ ଗାଢ଼େ ମରମରେ କଷିଲା ।୨।ମୁଁ ତାହାର ପ୍ରୀତି କିଣା, ହେବାରୁ ଅଧିକେ ବଣା,ମୃଗାକ୍ଷୀର ବିନା ଆନେ ମନ ମୋ ନ ରସିଲା ।୩।ଅତି ଯତ୍ନ କରି ବଳେ, ଶୟନ କରିବା କାଳେ,କ୍ଷଣେ ହେଲେ ନିଦ୍ରା ମୋ ଈଷଣକୁ ନ ଆସିଲା ।୪।ବୋଲେ ଅଷ୍ଟଦୁର୍ଗେଶ୍ୱର, ତା ପାଶୁ ହେବାରୁ ଦୂର,ଦିନକୁ ଦିନ ମଦନ ଜୀବନକୁ ଶୋଷିଲା ।୫।
(୧୭୭)
ରାଗ---ବରାଡ଼ୀ---ଆଦିତାଳସ୍ନେହ ଥିବା ଦେହର ନୁହେଁ ପ୍ରାଣ ପ୍ରାଣସେହି ସ୍ନେହୀ ଦେହୀ ତାର ପରିତ୍ରାଣ । ଘୋଷା ।ପଉଗଣ୍ଡ ଯିବାଯାଏଁ---ଅପ୍ରକଟ ହୋଇଥାଏପ୍ରାଣ ସହବାସ ସ୍ନେହୀ ବୋଲି ଜାଣ ।୧।ହୃଦୟ ନଦେ ସେ ସ୍ନେହ—କଲାକ୍ଷଣେ ଅବଗାହକରେ କେଡ଼େ ଉନ୍ନତକୁ କି ନୁଆଁଣ ।୨।ସାନ ବଡ଼ ବିବେଚନା—ଆନ ହୋଇଯାଏ ଚୂନାମାନ ଧନ ଜନର ମନରେ ଟାଣ ।୩।ପ୍ରକାରେ ନ ଥିଲେ ରୋଧ—ପ୍ରଣୟ ବଡ଼ ସୁବୋଧଅଳପକେ ତା ପରି ସେ ଅବୁଝାଣ ।୪।ଗୁରୁଜନ ଗରଜନ---ଶୁଣନ୍ତି ନଗରଜନପ୍ରତି ରଜନୀ ଜାଗର ହଇରାଣ ।୫।ଅଷ୍ଟଦୁର୍ଗ ନାଥ ଭାଷେ—ଯେ ହାରଇ ଜିଣଇ ସେପ୍ରବଳ ଯାହା ପକ୍ଷରେ ପଞ୍ଚବାଣ ।୬।
(୧୭୮)
ସୁନାଗୋରୀ ରେ ନାଗରୀ ଏ କି ଆଜି ।ପଦ ।ଆସିଛି ଆଶାରେ, ଦାସୀ ପରିବାରେ,କୁସୁମଭୂଷାରେ ଦେବି ବୋଲି ସାଜି ।୧।ଧୀରା ମୋର କୋଳେ ବିରାଜ ଗୋଲୋଳେ ଦିଅଇ ପନିରେ ମୁଖଚନ୍ଦ ମାଜି ।୨।ଦୋଷ ନାହିଁ ଲେଶେ, ରୋଷବୁହା ବେଶେ,ବସାଇଛି ତୋତେ ବନ୍ଧୁ କେଉଁ ପାଜି ।୩।ଏଡ଼ି ମନୁ ଦମ୍ଭ, ଭିଡ଼ି ପରିରମ୍ଭ,ଦେଇ ମୋତେ ରଖ ରାଜୀବାକ୍ଷିରାଜି ।୪।କରୀନ୍ଦ୍ରଗମନା, ସରିଲିଟି ଅନା,ମଦନପଠାଣ ବାଣରାଜି ବାଜି ।୫।ଅଷ୍ଟଦୁର୍ଗେଶ୍ୱର କଷ୍ଟମିଶା ଗିର ଶୁଣିଗଲା ମହିଳାର ମାନ ଭାଜି ।୬।
(୧୭୯)
ରାଗ—ମୁଖାରୀ—ତ୍ରିପଟାସୁରସବତୀଟି ରେ, ମୋହ ସପତଟି ରେ । ଘୋଷା ।(ପଡ଼ି)ଭାଷ ଭାଷ ମୃଦୁହାସ ମଧୁର କରି—କରୀଗତି ଚନ୍ଦ୍ରାନନୀ କନକଗୋରୀଗତ ନିଶି ବିପରୀତ ରତିରେ ମୋହପରିହେଲୁ ଯା ମନ କି ଲାଗିଲା ସେ ସମୟରେ ।କଙ୍କଣ ହେବାରୁ ମୂଳ—କିଙ୍କିଣୀ ଦେଲା କି ଡାକଦୀପକୁ କିପାଁ ଚଞ୍ଚଳେ—ବଞ୍ଚିଲୁ ଦୁକୁଳାଞ୍ଚଳେ(ପଡ଼ି) ।୧।ଆଣନ୍ତେ ମୁଁ ସେ ପ୍ରସଙ୍ଗ—ପୁଲକିଲା କି ଶ୍ରୀଅଙ୍ଗଚମକିଲା କି ମଦନ—ଭୂପତି କେଳି ସଦନ(ପଡ଼ି) ।୨।ହେଲା କି ମୋର ଯୁଗଳି—ଶିଖେ ଗଙ୍ଗାଧାରା ଦୋଳିଭ୍ରମରକୁ ପଙ୍କେରୁହ—ଚୁମ୍ୱିଲା କି ବହି ସ୍ନେହ(ପଡ଼ି) ।୩।ସେ ଚାରୁ ଚତ୍ର ଭୁଲାକି—ଦରଭରୁ କମ୍ପିଲା କିଭାଷେ ଜଳନ୍ତର ନାଥ—ପୂରିଲା କି ମନୋରଥ(ପଡ଼ି) ।୪।
(୧୮୦)
ରାଗ—ପିଲୁ—ଝୁଲାହସି ଦେଇଛି ଯେ ରସିକା ରଖିଛି ମନେ ।ରୁଷିଲା ପରି ତା’ ଶଶୀଜିତମୁଖଦିଶିଯାଏ ଦିନେ ଦିନେ । ଘୋଷା ।ସବିନୟ ପ୍ରେମଗୀତ ମୋହପାଇଁକବି ଅଭିମାନେ ଭଣିଶାବକ ମୃଗାକ୍ଷୀ ସଖୀଙ୍କିଘେନାଇଁ ଭାବ କହିବାର ଗୁଣି ।୧।ମୋଦେ ବାସ ଟେକି ମୁଁ ଦେବାନଖର ଲାଞ୍ଛନ ତା ଉରମୂଳେନିରେଖିବା କାଳେ କି ରେଖା କି ଧନ,ବୋଲି ପଛୁଁ ଧରି କୋଳେ ।୨।ବିବିଧ ଚାଟୁରେ ନୀବି ଧରିବାରୁଚଳି ମୋତେ ଉଠି ବସିଛଳେ ଚପଳେ ବିଜେ କରୁଁଦଇବବଳେ ପଡ଼ିବାରୁ ଖସି ।୩ ।ଅଳସ ଲାଗିବାପରି ମୁଁ ରଚିବାଛଳେ ଶୟନର କାଳେସଦନେ ପଦ ନ ଶୁଣାଇ ଆସିମୋ ବଦନ ଚୁମ୍ୱିବା ବେଳେ ।୪।ଯାମିନୀ ମୁଖେ ମୁଁ କାମିନୀବେଶରେ ଯିବାର ନ ଜାଣି ହସିସ୍ନେହରେ ନିଆଳୀ ଆସ ବୋଲିମୋର ଦେହରେ ଯିବାର ମିଶି ।୫।ପୁରତେ ଭଲେ ତ ଉଭାହୋଇଲାଜେ କରୁଥାଏ ନାହିଁ ନାହିଁସୁରତେ ସୁନ୍ଦର ଜଘନ ନିରେଖିତେଣେ ତା’ ଶ୍ରୀମୁଖ ଚାହିଁ ।୬।ମୋ ନାଥ କାମନା ପୂର ବୋଲିଦେବୀ ଛାମୁରେ କର ପଲ୍ଲବଟେକି ଦେଉଁ ଶିରେ ଉରଜମଣ୍ଡଳ ଅନାଇଁ ଶ୍ରୀ ଜଗଦ୍ଦେବ ।୭।
(୧୮୧)
ରାଗ—ଇମନ୍ହୀରକ ଦଶନା ମୋ’ ପଦକ-ହୀରା ରେ ! ।୦।ଅଙ୍କାରୋହା ହେବା ଦେଖି ଶଙ୍କା ମୁଁ କରେ ନିରେଖି‘‘ରାମା ଶିରୋମଣି-ସ୍ନେହ ଗଲା ପରା’’ ରେ ! ।୧।କରୀବର ଗତି ‘ରତି’ –କାଳେ ମୋ’ ଛାତିରେ ମାତିଅନ୍ତର କରଇ ତା’ର ହୃଦ-ହାରା ରେ ! ।୨।ଶିରୀଷ କୋମଳା ବାଳା ବାହୁରେ ମଣ୍ଡି ମୋ ଗଳାରସୁଥାଏ ରସବତୀ ମୋ’ର ପରା ରେ ।୩।ପଙ୍କଜ ଲୋଚନା ଆସି ଭାଷନ୍ତେ ‘ସ୍ମିତ’ ପ୍ରକାଶିଚାହିଁ ବିଚାରେ ‘‘ମୋ’ ସମ ନାହିଁ ଧରାରେ’’ ।୪।‘ଛୋଟରାୟ ନୃପବର’ ଭାଷେ ଅତି ଦୁଃଖେ ଗିର—ଦେଖିବି କି ସତେ ‘ସୁଖ’ ଶିକ୍ଷା-ଧୀରା ରେ ? ।୫।
(୧୮୧)ହୀରକ ଦଶନା-ହୀରା ଭଳି ଦନ୍ତଯୁକ୍ତା,ପଦକହୀରା-ମାନ୍ଦାରେ ଥିବା ପଦକର ହୀରା ସଦୃଶ,ଅଙ୍କାରୋହା-କୋଳାଗତା,ଅନ୍ତର କରଇ-କାଢ଼ି ପକାଏ,ହୃଦହାରା-କଣ୍ଠରେ ଥିବା ମାଳା,ଶିକ୍ଷାଧୀରା-ଶିକ୍ଷାପ୍ରାପ୍ତିରେ ପଣ୍ଡିତା ।
(୧୮୨)
ରାଗ—ତୋଡ଼ି ପରଜହେ ସରସେ, ମଉଳି ଗଲେହେଁ ଜୀବ ।ମଉଳି ନ ଯିବା ଜବାଅଧରାକୁଅଭୋଗରେ କେ ତେଜିବ । ଘୋଷା ।ସେହି ନିକି ଯୁବା ତା ଜୀବନଯିବା ଉଚିତ ଜନ ଧିକ୍କାରେ,ଯା ଭୋଗୁଁ ସୁହାସୀ ନୁହଇଟିବାସି କୁସୁମମାଳା ପ୍ରକାରେ ।୧।କୁବେରକୁମରଦ୍ୱୟ ସୁରପୁରଗଣିକାକୁ ପରି ଧରି,ରସବଶ ହେଲା ଜନ ସିନାଭଲା ଦଶବଦନର ପରି ।୨।ଚନ୍ଦ୍ରଚୁହାଁ ସୁଖ ବଡ଼ କି ତାମୁଖ ଦେଖା ବଡ଼ ବିଡ଼ୁ ବିଡ଼ୁ,ମଧୁର ଅଧର ପିଇ ପୟୋଧରଉରେ ଦେଇ ଭିଡ଼ୁ ଭିଡ଼ୁ ।୩।ଅର୍ଭକ ଗର୍ଭକ କେତକୀ ଦଳରେପ୍ରେମଲେଖ ଚଳୁ, ଚଳୁ,ହେଉ ପଛେ ବାଧ ସେ ଥିବାସଉଧ ଗବାକ୍ଷରେ ଗଳୁ ଗଳୁ ।୪।ଅଷ୍ଟ ଦୁର୍ଗନାଥ ବୋଲେ ମନୋରଥତା ବିନା ଆନେ କାହାରେ,ତାଠାରୁ ନିରାଶ ନ ଲଭି କିନାଶ ଯାଇ ମାର ତରୁଆରେ ।୫।(୧୮୨)ମଉଳି ନ ଯିବା ଜବାଅଧରା-ଅମ୍ଳାନ ଜବାଫୁଲ ପରି ଅଧର ଯାହାର,ଅର୍ଭକ-ଶିଶୁ,ତରୁଆର-ଖଣ୍ଡା
(୧୮୩)
ହେ ସୁନ୍ଦର, ଏହା ପୁଣି ଦେଖାଗଲା ।ଶିରୀଷ ଦେହାକୁ ଆହା ନ ବୋଲିବବୋଲି କାହା ପ୍ରତେ ଥିଲା ।୦।ଯା ଅଙ୍ଗେ ସରାଗେ ପରାଗ ପକାଇବ୍ୟାଥା ପାଇଁ ପରା ଡରସେ ଅଙ୍ଗେ ରୋମକେ କାଣ୍ଡେ କାଣ୍ଡେ ଏବେମଣ୍ଡୁ ଅଛି ଫୁଲଶର ।୧।ହଁସୁଲି ତୁଳୀରେ ଶୁଆଇ ନ ଦିଅହୃଦ ବିନା ପରାଣକୁଧରା ଧୂଳି ଏବେ ତୂଳି ଶେଯ କଲାଆଶା କିବା ବଂଚିବାକୁ ।୨।ଯା ପଦ ଲାକ୍ଷାରେ କକ୍ଷା କରିଥାଅଭିନ୍ନ ନୋହିବାକୁ ଲବେତା ନେତ୍ର ପଥରେ ସ୍ୱପନେ ହେଁ ଥରେନ ଆସିବ ତୁମ୍ଭେ କେବେ ।୩।ଯା ନାମ ମନ୍ତର ପରି ନିରନ୍ତରଅନ୍ତରଗତରେ ଜପତା ପ୍ରେମ ପାଶୋରା ପସରା ବାଢ଼ିଲଏହି ବଡ଼ ମହାପାପ ।୪।ଯା ଦୁଆର ଆଶ ପାଶେ ଭ୍ରମି ଯାଅଥରେ ହେଲେ ନ ଦେଖିଲେତା ଦଶା ମୁଁ ପୁଣି କହି ଆସୁଅଛିରାମଚନ୍ଦ୍ର ଦେବ ବୋଲେ ।୫।(୧୮୩)ଲୋମକେ-ପ୍ରତ୍ୟେକ ଲୋମରେ,କକ୍ଷା-ଗୃହ ମଣ୍ଡନ,ଅନ୍ତଗତରେ-ଅନ୍ତର୍ଗତେ ।ଚଉପଦୀ (ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)