(୪୩) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୪୩)
କହ ନାହିଁ କି ପହିଲୁ ତତେ ରେ ।୦।ନାହିଁ କରେ ଯହିଁକି ଚାହିଁ କରି ତହିଁକିବର ଯୋଷା ନ ରସିଲୁ ହିତେ ରେ ।୧।ବଂଚାଇ ନୀପତରୁ ନଚାଇବାରୁ ଭୂରୁସଖୀ ତା ନ ରଖିଲୁ ଚିତ୍ତେ ରେ ।୨।ନଗର ଯାକ ହଟା ନାଗର ପୀତ ଚେପଟାତୋ ଲାଗିରେ ଥିଲାକି ବିଭାତେରେ ।୩।କୀର ଖିଆ ବିମ୍ବର କି ରଖି ଆଡ଼ମ୍ୱରଦଶନ ବସନରେ ନିରତେ ରେ ।୪।ତାହା ସଙ୍ଗମେ ଅତି ସାହସ ନୁହେଁ ନୀତିହତ ସତୀ ବ୍ରଜ ଯାହା ସ୍ମିତେ ରେ ।୫।ନିତ୍ୟ ହେବ କି ସ୍ନେହ ସତ୍ୟ ମୋ ଧନ କହନ ପାରିବୁ ଛପାଇଲେ ମତେ ରେ ।୬।ରାଧା ଏ ଗିରା ଶ୍ଳେଷ ଘେନି କଲେ ଆଶ୍ଳେଷଅଷ୍ଟ ଦୁର୍ଗନାଥ କହେ ଗୀତେ ରେ ।୭।(୪୩) ବରଯୋଷା- ଶ୍ରେଷ୍ଠ ଯୁବତୀ, ପେଟା- ଲୁଗା, ବିଭାତେରେ- ପ୍ରଭାତରେ, କୀର- ଶୁଆ, ବ୍ରଜ- ବ୍ରଜପୁର ନାରୀ ।
(୪୪)
ରାଗ—ଜୌନପୁର ତୋଡ଼ି ତାଳ ଆଠତାଳିକହି ନାହିଁ କି ରେ ପହିଲୁ ତୋତେ ମୋ ଚାଲି,ମହୀମହିଳା ପରି ମୋ ଦୋଷପ୍ରାଣସହୀ ସହିନେବୁ ବୋଲି ।ପଦ ।ନବ ଛଇଳା ରେ ନାହିଁ କି ତୋଦିବ୍ୟ ଅବଧାନେ ତହୁଁ ଲବ,ପରିରମ୍ଭକାଳେ ଜଣାଇଥିଲିଯା ଧରି ତୋ ପାଣିପଲ୍ଲବ । ୧।ଛୁଆଇଁ ନ ଦେଇ ଯେ ଚାରୁଚିବୁକ ନୁଆଇଁ ବସିଛୁ ମଥା,କି ବନଜନେତ୍ରା ନ ଜାଣୁ ଏ ତମୋ ଜୀବନ ଘେନିବା କଥା ।୨।ଚୁମ୍ୱାଇ ମୋତେ ତୋ ଶ୍ରୀମୁଖମୋ ମୁଖ ଚୁମ୍ୱୁ ପରା ଅନୁରାଗେ,ଅନା ଥରେ ଏବେ ସଡ଼ିଗଲିନିଟିଅନାଥ ପରି ତୋ ଆଗେ ।୩।ବିଧୁବଦନାରେ ଏତିକି ମୋଦୋଷ ନିଧୁବନେ ବାରମ୍ୱାର,ବସନ ନ ରଖି ପ୍ରତି ଅଙ୍ଗଚୁମ୍ୱି ଦଶନଅଙ୍କ ଦେବାର ।୪।ମୋଷ ହୋଇଯାଏ ଚେତନାର ବନ୍ଧୁତୋ ସଙ୍ଗମେ ମାର ମୋଦେ,ସାରସରସାରେ ଘେନ ତ ମୁଁଜଗି ପାରଇ କି ପ୍ରତି ପଦେ ।୫।ସାଧାରଣେତର ଶ୍ୟାମଚନ୍ଦ୍ର ଗିରରାଧା ପିଅନ୍ତେ ଶ୍ରବଣେ,ଅଷ୍ଟଭୂତି ପରି ଆଲିଙ୍ଗନକଲେ ଅଷ୍ଟଦୁର୍ଗନାଥ ଭଣେ ।୬।
(୪୫)
ରାଗ—କାମୋଦୀକହିବାକୁ ସଙ୍ଗିନୀ ତୋ ଆଗେଲୋ ଲାଜେ ତୋଳି ନୁହ ମଥା ।
ସାଧିବାକୁ ମନ ଥିଲେହେଁ ପ୍ରାଣକୁ
ବାଧିବା ଯାଏ କି କଥା । ଘୋଷା ।
ଦେଖୁଛୁ ତ ମିତ ଚୁମ୍ୱିବାର ମର୍ତ୍ତ
ମିଳିନ୍ଦ ସୂନସମାଜ,
ପିଏ କି ବଲ୍ଲରୀ ଗୋଟିଯାକ
ଧରି ଘେନ ତ କି ଲୋକଲାଜ ।୧।
ଜଳି ଯାଇଥିବା ଦେବତାଟା ଅବା
ଅଳି କରୁଥାଏ କେତେ,
ବଳି ଦେବାକୁ କି ତାକୁ ଏତେ
ସରି ଦଳି ଦେଉଥାନ୍ତି ମୋତେ ।୨।
କଞ୍ଜମଞ୍ଜରୀରେ କୁଞ୍ଜରର ହେଲେ
କିଛି ଅନୁରାଗ ଥିବ,
ଅଞ୍ଜନନିଭର କୁଞ୍ଜ କଲଭର
ଚିତ୍ତେ ନାହିଁ କୃପା ଲବ ।୩।
ରଖ ରଖ ବୋଲୁ ବୋଲୁ କି ଖର
ସେ ନଖର ଶିଖର କେଳି,
ନୁହଇ ମୋ ଦେହ ଅଳପ ତଳପ
ତଳକୁ ଛୁଇଁବା ଭଳି ।୪।
ଯେ ଚରଣ ଧରି ଜଣାଉ ଏପରି
ଆଚରଣ ପରିପାକ,
ପୁଣି କି ଭଙ୍ଗୀରେ ନବନୀତାଙ୍ଗୀ ରେ
ବୋଲି ପଡ଼ୁଥାଏ ଡାକ ।୫।
କହି ଏ ରୂପରେ ପ୍ରଣୟ
କୋପରେ ପୂରାଇ ସୁଖ ସୁକେଶୀ,
ଛପି ଶୁଣୁଥିଲେ ତାପିଞ୍ଚ-ଶ୍ୟାମଳଚ୍ଛବି-
ଦେଲେ ଉଚ୍ଚେ ହସି ।୬।
ସେ ସରସ ପଳାଉଣୀ ବେଳ
ବଳାକଳାପକିଙ୍କିଣୀ ରବ,
ଧ୍ୟାନେ ଜ୍ଞାନେ ସେବି କି ସୁଖାନୁଭବୀ
ହେବେ ନୃପ ଜଗଦ୍ଦେବ ।୭।
(୪୫) ମିଳିନ୍ଦ- ଭ୍ରମର, ସୂନସମାଜ- ପୁଷ୍ପସମୂହ; ବଲ୍ଲରୀ- ଲତା; କଞ୍ଜମମଞ୍ଜରୀ- ପଦ୍ମକଢ଼ି; କୁଞ୍ଜର- ହାତୀ; ନଖର- ନଖ; ତାପିଞ୍ଛ ଶ୍ୟାମଳ- ତମାଳ ପରି ଶ୍ୟାମବର୍ଣ୍ଣ ଶ୍ରୀକୃଷ୍ଣ ।
(୪୬)
କହି ମହତ୍ତ୍ୱ ସିନା ସରିବ ଗୋଆଉ କି ସହୀ ସହି କରିବ ଗୋ ।୦।ଶ୍ୟାମ ଗୁଣ ପରଖିଚିତ୍ତ ଭିତରେ ସଖୀରଖିଲାନି କିପରି ଭରିବ ଗୋମିଶି ଗଲାନି କ୍ଷୀରଭାଣ୍ଡରେ ଯେବେ କ୍ଷୀରଛାଣି କେ ସ୍ୱାଦୁ କରି ପାରିବ ଗୋ ।୧।ଦେଲାଣି ସ୍ନେହ ଭାଙ୍ଗିଶ୍ୟାମଠାରୁ ଶୋଭାଙ୍ଗୀତା ବୋଲ ଆଉ ସେ କି କରିବ ଗୋଛେଦି ପାଦକ ମୂଳଛିଞ୍ଚିଲେ ତହିଁ ଜଳନବ ପଲ୍ଲବ ସେ କି ଧରିବ ଗୋ ।୨।ବିଶାଖା ସହଚରୀଗଲାନି ତ ଓହରିଆଉ କେ ସାହସକୁ କରିବ ଗୋଗଲାଣି ଯେବେ ଦିବା-କାଳ ରଥାଙ୍ଗ ଯୁବାକାମ ତାପ କେ ହରି ପାରିବ ଗୋ ।୩।ଗଲା ତ ସରି ଅନୁ-ରାଗ ନାଗରୀ ମନୁଶ୍ୟାମ କଟାକ୍ଷ କିସ କରିବ ଗୋସରିଗଲା ତ୍ରିଯାମାଏବେଟି ସେ ଚନ୍ଦ୍ରମାଆଉ କି ତତ୍ତ୍ୱ କରିପାରିବ ଗୋ ।୪।ଅଷ୍ଟଦୁର୍ଗ ଅବନୀ-ପତି ବୋଲେ ସଜନୀଆଉ କେ ଶ୍ୟାମ ଦୁଃଖ ହରିବ ଗୋପ୍ରାଣ ଦେବାକୁ ଲାଞ୍ଚକଲାଣି ଦେବ ପାଞ୍ଚପଞ୍ଚବାଣକୁ ସେ କି ଡରିବ ଗୋ ।୫।(୪୬) ସହି କରିବ- ସ୍ୱୀକାର କରିବ, ରଥାଙ୍ଗ-ଚକ୍ରବାକ, ତ୍ରିଯାମା-ରାତି, ପଞ୍ଚବାଣକୁ-କନ୍ଦର୍ପ
(୪୭)
କା ମନେ ଥିଲା ଏ କଥା ଗୋ,ଶ୍ୟାମ ଅଙ୍ଗସଙ୍ଗ ହେବ ଅନ୍ୟଥା ଗୋ ।ପଦ ।ସ୍ୱପ୍ନ ହୋଇବ ଶିଖଣ୍ଡମଣ୍ଡନ,ନୋହିବ ନେତ୍ର ବିପଦଖଣ୍ଡନ ଗୋ ।୧।ସସ୍ମିତ କୋମଳ ସରସ ଭାଷା,ଶୁଣିବେ ମଥୁରା ନଗର ଯୋଷା ଗୋ ।୨।ପଙ୍କଜବାସିନୀ ପ୍ରିୟା ଯାର ସେ,ମଜ୍ଜିଯିବ ବୋଲି କୁଜୀଟା ପାଶେ ଗୋ ।୩।ଭାଜି ହେଉଥିବ କାମ ଦହନେ,ରାଜୀବ ପଦ ନ ଲଦିବା ସ୍ତନେ ଗୋ ।୪।କସ୍ତୂରୀମିଶା ନୀଳୋତ୍ପଳ ବାସ,ବ୍ରଜମଣ୍ଡଳେ ହେବ ଇତିହାସ ଗୋ ।୫।ସ୍ମରଜ୍ୱର ଶୋଷେ ଜୀବନ ଯିବ,ମଧୁରାଧର କୋକେ ନ ମିଳିବ ଗୋ ।୬।କେ ଜାଣିଥିଲା ଏ ଦଣ୍ଡ ପହିଲେ,ଅଷ୍ଟଦୁର୍ଗ ନରନାଥ କହିଲେ ଗୋ ।୭।
(୪୮)
ରାଗ—ତୋଡ଼ି ଜଙ୍ଗଲା, ଆଦିତାଳକା ମନେ ଥିଲା ବନ୍ଧୁ ଏ କଥା ଗୋକଳା ଅଙ୍ଗ ସଙ୍ଗ ହେବ ଅନ୍ୟଥା ଗୋ ।ପଦ ।ସଜ୍ଜିତ ମୃଦୁଳ ସରସ ଭାଷାଶୁଣିବେ ମଧୁରାନଗରୀ ଯୋଷା ଗୋ ।୧।ସ୍ୱପ୍ନ ହୋଇବ ଶିଖଣ୍ଡ ମଣ୍ଡନନୋହିବ ନେତ୍ର କିପରି ଖଣ୍ଡନ ଗୋ ।୨।କସ୍ତୂରୀ ନୀଳୋତ୍ପଳ ମିଶା ବାସବ୍ରଜମଣ୍ଡଳେ ହେବ ଇତିହାସ ଗୋ ।୩।ପଙ୍କଜବାସିନୀ ଦାସୀ ଯା ରସେମଜ୍ଜିଯିବେ ବୋଲି କୁବ୍ଜୀଟା ରସେ ଗୋ ।୪।ସ୍ମର ଜ୍ୱରେଶେଷେ ଜୀବନ ଯିବମଧୁରାଧର ଢୋକେ ନ ମିଳିବ ଗୋ ।୫।ଭାଜି ହେଉଥିବା କାମ ଦହନେରାଜୀବ ପଦ ନ ଲଦିବା ସ୍ତନେ ଗୋ ।୬।କେ ଜାଣିଥିଲା ଏ ଦଣ୍ଡ ପହିଲେଅଷ୍ଟଦୁର୍ଗ ଧରାଧୀଶ କହିଲେ ଗୋ ।୭।
(୪୯)
ରାଗ—ଇମନ କଲ୍ୟାଣ, ଆଠତାଳିକାଳିନ୍ଦୀକୂଳକୁ ମୋର ସଙ୍ଖାଳି ନ ଯା ରେ ।ପଦ ।ଯା ଶିରେ ଚନ୍ଦ୍ରିକାଚୂଳ, ରଙ୍ଗସ୍ଥଳ ନୀପମୂଳ,ତା ନୟନ ଅଞ୍ଚଳଟି ଜ୍ଞାନହଜା ରେ ।୧।ନବ ଯୁବତୀଙ୍କ ଜାତି, ନେବ ବୋଲି କେତେ ଜାତି,ସୁଆଗ ଜାଣଇ ସେ ନାଟୁଆ ରଜା ରେ ।୨।ଜାମ୍ୱୁନଦଘଟେ ବାରି, ଆଣନ୍ତୁ ତୋ ପରିବାରୀ,କୂପ ଉପକଣ୍ଠେ ଶ୍ରୀଅଙ୍ଗକୁ ମଜ୍ଜା ରେ ।୩।ଏହି ପୁରେ ତୋ କାମନା, ଭରତି ହୋଇବ ସିନା,ଶ୍ୟାମ ଅଙ୍ଗସଙ୍ଗ ଡର ଥିଲେ ମଜ୍ଜାରେ ।୪।ତା ବେଣୁନିସ୍ୱନ ଦୂରୁ, ଜନମାଉଛି ଦେହରୁ,ନୀପଫୁଲ ପରିରେ ପୁଲକଗଜା ରେ ।୫।ନ ଛପାଅ ମନ ଥିଲେ, ବନ୍ଦି କବିରବି ବୋଲେ,ସୁଖେ ବ୍ରଜମଣ୍ଡଳେ ଡିଣ୍ଡିମ ବଜା ରେ ।୬।
(୫୦)
ରାଗ—ଶାବେରୀ, ଆଠତାଳିକାହା ପ୍ରୀତିରେ, ମଜ୍ଜି ରହିଲେ ସଜନି !ଆଜ ରଜନୀରେ ।ପଦ ।ବାସ କୁସୁମ ମଣ୍ଡାଇ ବାସେ—ବାସ ତାମ୍ୱୁଳ ଭାଙ୍ଗି ହରଷେରତ୍ନଦୀପ ଜାଳି ଚଉପାଶେଶେଯ ସଜାଇଲି ପାଖୁଡ଼ା ସେବତୀରେ ।୧।ମୁଁ ହୋଇଥିଲି ଦିବ୍ୟବେଶ—ଚାହୁଁ ଚାହୁଁ ନିଶୀ ହେଲା ଶେଷ,ସେ କି ମୋ ଠାରୁ ଅଟେ ସୁରସକେଡ଼େ ମହାପାତକୀ ମୁଁ ଏହି ଧରିତ୍ରୀରେ ।୨।ମୁଁ ଯେ କରିଥିଲି କେଡ଼େ ଆଶା,ପାଇଁ କେଉଁ ରମଣୀ ଭରସାବୃଥା ହୋଇଗଲା ମୋର ଆଶାଭୃଙ୍ଗ ପରାୟେ ପର-ପୁରୁଷଙ୍କ ମତି ରେ ।୩।ରାମଚନ୍ଦ୍ର ଛୋଟରାୟ କହେ,ଯାହା ହୋଇଗଲା ସେ ସମୟେଶେଷମୁଖେ ଆଉ କହି ନୁହେଆଣିଦେବି ବ୍ରଜରାଜ କିଶୋର ରାତ୍ରିରେ ।୪।
(୫୧)
ରାଗ—ମୁଖାରୀ—ଆଠତାଳିକାହିଁକି ଆଜ ସୁନ୍ଦର କାନ୍ଦମଲି ମୁଁ ଆହା ମୋ ଶ୍ୟାମଳ ଚାନ୍ଦ ।୦।ସଜଳ ଦିଶୁଛି ନେତ୍ରାରବିନ୍ଦ,ଅରୁଚି ଦନ୍ତବାସ କୁରୁବିନ୍ଦ ।୧।କେ କଲା ତୁମ୍ଭ ତୁଲେ କଳି ଦ୍ୱନ୍ଦକହ କରିଦେବା ସେବା ବାସନ୍ଦ ।୨।ଆହା ମୋର ମନ ନୟନାନନ୍ଦ,ଚଳି ହେଲେ କି ତୁମ୍ଭ ତାତ ନନ୍ଦ ।୩।ଅଳିରେ କରୁ ଗୃହକୃତ୍ୟ ବନ୍ଦଧନ ବିନା ମୁଁ ନ ବୋଲେ ଗୋବିନ୍ଦ, ।୪।ଆ’ ମୋ ଚାନ୍ଦ ହସ ମନ୍ଦ ମନ୍ଦଦେବି ନବନୀତ ମିଶାଇ କନ୍ଦ ।୫।ପାଇ ତୋହ କୃପା ସୁଧା-ନିସ୍ୟନ୍ଦ,ହେଉ ବାଲୁକେଶ ଦେଉ ପସନ୍ଦ ।୬।
(୫୨)
ରାଗ—କଲ୍ୟାଣ—ଆଦିତାଳକାହିଁକି ନଇଲେ ଶ୍ୟାମ ଏ ଯାମିନୀ ସଖି ରେ ।୦।ମଣ୍ଡନ କେଳିବାସରେ ଥିଲି ତୋଷରେଖଣ୍ଡନ କଲେ ମୋ ସୁଖ ନ ଆସି ମାତି କା ପୁରେ ।୧।ଉଲ୍ଲାସେ ମୁଁ ବସିଥିଲି ଦିବ୍ୟ ବେଶରେ, ସଖି ରେ,ଭଲା ସେ ନାଗରବର ବିହିଲେ ସନ୍ତାପ ମୋରେ ।୨।ରଜନୀକର ମିଶାଇ ଗନ୍ଧସାରରେ, ସଖି ରେ,ସଜାଇ ମୁଁ ରଖିଥିଲି ଆସିବେ ବୋଲି ମୋ ପୁରେ ।୩।ଶେଯାଇ ଫୁଲ ଶେଯରେ ଥିଲି ତୋଷରେ, ସଖି ରେ,ମଜ୍ଜାଇ ତୁ ନ ଆଣିଲେ ଜୀବ ଯିବ ମାର ଶରେ ।୪।ଆଣ ଯା ବେନୁପାଣୀଙ୍କି ଶ୍ରୀମତିଙ୍କ ରେ, ସଖିରେ,ଭଣେ ରାମଚନ୍ଦ୍ର ଦେବ କୃଷ୍ଣଙ୍କୁ ଗୁଣି ମନରେ ।୫।
(୫୩)
ରାଗ—ପୁରକଲ୍ୟାଣ, ଏକତାଳିକାହିଁକି ମା କାହିଁକି ଗୋ,କାହିଁକି ସେ ଚାହିଁ ରହିଲେ ମୋତେ ଆଜ ।୦।ନ ଥିଲି ମୁଁ ଏକା ଜଣେ, ଥିଲା ତ ମୋର ଗହଣେରସ ରୂପବତୀଙ୍କ ସମାଜ ।୧।ମୋ ପ୍ରିୟ ସଖୀ ବୋଲାଇ, ପ୍ରିୟ ବଚନେ ଭୁଲାଇଆଚରିଛି କି ଗୋ କିଛି ବ୍ୟାଜ ।୨।ମୁଁ ପରାଧୀନା ଯୁବତୀ, କୁଳ—ଶୀଳ—ଲାଜବତୀମୁଁ କେ, କେ ସେ ବ୍ରଜ ଯୁବରାଜ ।୩।ଜନ ବଦନେ କେ ହାତ, ଦେବ ହେବ ଏଥୁଁ ଖ୍ୟାତପ୍ରୀତି ହେଲା ପରା ଏ ନିଆଜ ।୪।ଜଗଦ୍ଦେବ ବୋଲେ ଗୀତେ, ତେତିକି ବେଳରୁ ମୋତେବୁଡ଼ାଇ ଦେଉଛି ବଡ଼ ଲାଜ ।୫।
(୫୪)
ରାଗ—ବେଗଡ଼ା—ଏକତାଳିକାହିଁକି ଲପନ ଇନ୍ଦୁ ଶୁଖାଇଛୁ ରସସିନ୍ଧୁ,କହ ମୋ ପରାଣବନ୍ଧୁ ରେ ।୦।ତୁ ପରା ମୋ ଗଳାମାଳା ପୀରତି-ପଦ ଶୃଙ୍ଖଳାନଳୀନାକ୍ଷି ପ୍ରେମଶାଳା ଅପରାଧ ବିନା ବାଳା ।୧।ବାଳିକାମଣି ମଉନ ବରଜି ରଙ୍କ ରତନଅରଜି ଗୁମାନ ଧନ ସରଜି ଏକା ମଉନ ।୨।ନବୀନ ତମାଳ କେଶୀ ସବିନୟ ମୃଦୁଭାଷୀକି ମନାସୀ ଦରହାସୀ ବିମନା ରତି ଲାଳସୀ ।୩।ତରୁଣାଙ୍ଗୀ ପ୍ରିୟ ସହି, ଅରୁଣାଧରୀ ସୁସ୍ନେହୀକରୁଣା ଅପାଙ୍ଗ ଫେଇ ଶରଣାଗତେ ନ ଚାହିଁଦ୍ୱିଜ କବିରବି ଭାଷେ ଗଜପତି ବାହୁପାଶେବାନ୍ଧିବା ଉଚିତ ଦାସେ ବ୍ରଜରମଣୀ ନିର୍ଦ୍ଧୋଷେ ।୫।
(୫୫)
ରାଗ—ଖମ୍ୱାଜ—ଏକତାଳିକାହିଁରେ ମନ ନାହିଁଟି ହେ ମୋହନ,ଚାହିବାବେଳକୁ ଏ ପାଣି ।୦।ଆଣିଲ କିପରି ତା ମନ-ସଫରିନେତ୍ରାନ୍ତ ବଡ଼ୀଶେ ଟାଣି ।୧।ସେହି କାଳଟାକି ସ୍ମର ପୀଡ଼ିଲାକି ରଖିଥିବା ଶର ଶାଣି ।୨।ଆଜଯାଏ ରାଧା ନେତ୍ରପ୍ରତି ବାଧାପାରି ନ ଥିଲାଟି ଜାଣି ।୩।ମୁଁ କାହା ଆୟତ୍ତ ନୁହଇ ରେ ମିତବୋଲି ଯେ ହୁଏ ବଖାଣି ।୪।ସ୍ୱମନୋରଥର ପୂରଣ ଏଥରକରିଦିଅ ରସ ଛାଣି ।୫।ପ୍ରବଳିଲା ନନ୍ଦ ସୁତଙ୍କ ଆନନ୍ଦଶୁଣି ଲଳିତାଙ୍କ ବାଣୀ ।୬।ଅଷ୍ଟଦୁର୍ଗ-ପତି ଦେଲେହରିସ୍ତୁତି-ଖଡ଼ଗେ ଦୁରିତ ହାଣି ।୭।
(୫୬)
ରାଗ—କାମୋଦୀ, ତାଳ—ଏକତାଳିକାହିଁରେ ମନ ସହି, ପ୍ରସନ୍ନ ହେଉ ନାହିଁ,ଏଥିରେ କହ ମୋର ଗତିକି ରେ;କି କରି ଅରଜିବି, କି କରି ବରଜିବି,ସେ ନବ ଘନଶ୍ୟାମ ପ୍ରୀତିକି ରେ ।ପଦ ।ଯୁଗଠାରୁ ଅଧିକ ହୋଇଲାନି ପଲକ,କେମନ୍ତେ ସମ୍ଭାଳିବି ଧୃତିକି ରେ ।ତ୍ରିଭୁବନମୋହନ ବିଷମ ବଂଶୀସ୍ୱନକାହୁଁ ଚୁମ୍ୱିଲା ମୋର ଶ୍ରୁତିକି ରେ ।୧।ଇନ୍ଦ୍ରନୀଳକପାଟପୁଟରୁଚି ସେନଟବର ମୁକୁଟମଣି ଛାତିକି ରେମାସସେ ଭାବି ଭାବି କ୍ରମେ କି ଛାଡ଼ିଦେବି କୁଳବରତ ଜାତିନୀତିକି ଗୋ ।୨।ଗରଳ ଗିଳି ଅବା ରବିବନ୍ଦନାସେବା-ବିଧିରେ ବଳାଇବି ମତିକି ଗୋ ।ଅବା ଶ୍ୟାମ ସଙ୍ଗତି ଲଭି ସୁଭାଗ୍ୟବତୀମଣ୍ଡଳେ ଟେକାଇବି ଛତିକି ଗୋ ।୩।ନିକୁଞ୍ଜେ ସତେ ବେଳେ ଘେନି ବସିବିକୋଳେ ସେ ନବକିଶୋର ମୂରତିକି ଗୋ ।ପରତେ ନାହିଁ ମୋର କରତେ ମଦନରବସି ପାରିବି କି ବରତିକି ଗୋ ।୪।କହେ ଶ୍ରୀ ଛୋଟରାୟ ନୃପତିକୁବଳୟନେତ୍ରେ ଲପନ-ନିଶାପତିକି ଗୋ ।ଦେଖାଇ ଦେଇ ଥରେ ଏବେ ଭାଗ୍ୟପଥରେପକାଇ ନେବେ ଅକୀରତିକି ଗୋ ।୫।(୫୬) ଇନ୍ଦ୍ରନୀଳକପାଟ ପୁଟରୁଚି-ଇନ୍ଦ୍ରନୀଳ ମଣିରେ ତିଆରି ହୋଇଥିବା କବାଟ,ରବିବନ୍ଦନା-ଯମୁନା,ଗରଳ-ବିଷ,କରତେ-କରତ ନାମକ ଅସ୍ତ୍ରରେ,କୁବଳୟ-ନୀଳପଦ୍ମ,ଲପନ-ମୁଖ, ଲପନନିଶାପତିକି-ଚନ୍ଦ୍ରମୁଖକୁ ।
(୫୭)
କି ଘେନି ମନେ ରୁଷୁଥାଇ ମତେ ଦିନେ ଦିନେ (ପଦ)ମୋ ସମ୍ପତ୍ତି ପରା ତୁହି ରୋଷ କାହିଁକି ରେ ସହୀଦୋଷ ତ ମୁଁ କରି ନାହିଁ ଧ୍ୟାନେ ।୧।କା ଲାଗି ନିଜ ବେଦନା ମୋ ଲାଘବ ଧନ ବିନାଥିଲା ପରି ଅନାଉଣି ଆନେ ।୨।ଆରେ ମୋ ଜୀବର ଧନ ବାରେ ତୋଷ ମୋର ମନକାଲି ପରି ଆଲିଙ୍ଗନ ଦାନେ ।୩।ରେ ପ୍ରଣୟବତୀ ଝରା ତୁ ପ୍ରମୋଦେ ଫୁଲୁ ପରାମୋ ପ୍ରଶଂସା ପଡ଼ିଗଲେ କାନେ ।୪।ଦଣ୍ଡ ହେଲାଟି କଳପ ମଣ୍ଡ ମୋ ଅଙ୍ଗ ତଳପଖଣ୍ଡ ତୁଲ୍ୟାଧରୁ ଦେଇ ପାନେ ।୫।ଅଷ୍ଟଦୁର୍ଗ ନାଥ ଭାଷେ କପଟେ ଶ୍ରୀମତୀ ରସେକୃପା କଲେ ବିହର ତୁ ଯାନେ ।୬।
(୫୮)
ରାଗ—କରୁଣା ଶ୍ରୀକାହୁଁ କି ହେଲା ? କେ କି କହିଲା ରେ ?ମହିଳା ମୋ’ ଠାରେ ‘ହେଳା’ ଥୋଇଲା ରେ ! ।୦।ଥିଲେ ମୁଁ ଯାହାର ପାଖେ, ରସେ ନିଜେ ସ୍ୱର୍ଗ ସୁଖେ,‘ସେ’ ମୁଠା ଲୁଆଇଁ ଦୁଃଖେ ରହିଲା ରେ ! ।୧।ମୋ’ର କି ‘ଭାଗ୍ୟ-ବିଭବ-କୁସୁମ ବଲ୍ଲୀ ପଲ୍ଲବ’କିଶୋରୀ ‘ଗୁମାନ-ଦାବ’ ଦହିଲା ରେ !! ।୨।ପରାଣୁଁ ଅଧିକ ସ୍ନେହ ପରମ୍ପରା ଅନୁଗ୍ରହପାସୋରି ଦେଲା; ଏ ଦେହ ସହିଲା ରେ ! ।୩।କି କି ମୋ’ ନାମରେ କହି, କେ କଲା ଭାଗ୍ୟ ବିରହୀ,ତା’କୁ ଏ ବସୁଧା କେହି ବହିଲା ରେ ? ।୪।ଏପରି ଶ୍ରୀ ରାଧା ମାନେ ‘ହରି’ ଘେନିବାର ଧ୍ୟାନେ‘ଅଷ୍ଟଦୁର୍ଗ ନାଥ’ ମନେ ଗାଇଲା ରେ ! ।୫।(୫୮) ‘ହେଳା’ ଥୋଇଲା-ଅଶ୍ରଦ୍ଧା ଦେଖାଇଲା, ‘ଗୁମାନଦାବ’-ଅଭିମାନ ରୂପକ ଅଗ୍ନି, କେହି-କିପରି,ମାନେ- ଅଭିମାନକୁ ।