(୧୨୦) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିହେଉ ମଞ୍ଜୁଳ ମଞ୍ଜୀର ସିଞ୍ଚିତ ହେ ।୪।
କି ରମ୍ୟ ଭଙ୍ଗୀ ନାଚିଯାଉ କି ନା
ତା ତା ଥେଇ ତା ଧିନା ଧିନା ହେ ।୫।
ଶ୍ରୀକୃଷ୍ଣଚନ୍ଦ୍ର ଏପରି ନାଚିଲେ
ଅଷ୍ଟଦୁର୍ଗ-ପୁରନ୍ଦର ରଚିଲେ ହେ ।୬।
(୧୨୩)
ରାଗ—କାମୋଦୀ—ଝୁଲାଧରାଶିର ଚମ୍ପାଝରା ରେ,ଧନ ମୁଁ ତୋ କିଣାଜନ ପରା ରେ । ଘୋଷା ।ତୁ ରୁଷିଲେ କାହିଁ ମୋ ସୁଖ,ବନ୍ଧୁ ତୋର ଏକା ଶ୍ରୀମୁଖଅଗତିର ସୁଧା ମୟୂଖ;ସୁରନାରୀଙ୍କ ମୁଁ ମଣେ ତୋରା ରେ ।୧।ରଚି ସ୍ମିତ ସୁଧା ବରଷ,ଖଚ ବଚନରେ ନରସଅଚଳ ମୋ କୁହାରେ ରସ,ଶୁଖିଲାଟି ତୋ ଗୁମାନ ଖରା ରେ ।୨।ମହୀ ଚାହିଁ ହୋଇ ବିରସ,ମାନିଲା କି ପିକଦାନୀ-ଧରା ରେ ।୩।ମହୀ ଉତପତି କ୍ଷିତିକି, ଜଣାଉଛି ନିତିନିତିକିତୋର ମୋର ପ୍ରୀତିରୀତିକି ସାକ୍ଷୀସିନା ଏକା ଆଖିଠରା ରେ ।୪।ଅଷ୍ଟଦୁର୍ଗ ଭୂପତି ଭଣି, ବିନତିଶ୍ରୀ ଶ୍ରୀମତୀ ଶୁଣିଧରି ଶ୍ୟାମ ମହେନ୍ଦ୍ର ପାଣି ମିଶାଇଲାଉରେ ଭୂଷାହାରାରେ ।୫।
(୧୨୪)
ରାଗ—ପଞ୍ଚମବରାଡ଼ି, ତାଳ—ତ୍ରିପୁଟାଧନ୍ୟ ହେ ନବକିଶୋର, ସତୀ-ଧୃତିଧନଚୋର,ନିଖିଳ ନାଗର ଶିରୋମଣି;ତୁମ୍ଭ ସଦୟ ମାନସ, କୁଳିଶରୁ କରକଶ,ବୋଲି ନ ଥିବାରୁ ଆମ୍ଭେ ଜାଣି ହେ, ଶ୍ୟାମବନ୍ଧୁଆମ୍ଭ ସଖି ଲଭିଲା କି ଦଶା, ଦମ୍ଭେ ଉଭା ହେବା ନାହିଁ ଆଶା,ଦେଲେ ତରୁଣ କେଶରୀ କୋଳେ କୁରଙ୍ଗୀ କିଶୋରୀ,ଦିଶଇ କି ବଞ୍ଚିବା ଭରସା ହେ ।୧।ତୂଳି ତଳପ ଶେଯାଇ, ଦେବାର କୋମଳ ଜାଇ ଦଳଯାହା ଅଙ୍ଗେ ବସେ ବୁଡ଼ି;ମରକତ ଅରଗଳ ବଳିଷ୍ଠ ବାହୁ ଯୁଗଳ,ଲଗାଇ କେଡ଼େ ନିବିଡ଼େ ଭିଡ଼ି ହେ, ଶ୍ୟାମବନ୍ଧୁ,କି ଚଞ୍ଚଳ ଭାବ ଥିଲା କାଲି,ବାଜି ତୁମ୍ଭ ଅଙ୍ଗ ସଙ୍ଗଭାଲି,ଭଗ୍ନଚକ୍ର ମନମଥ ଲେଖାଇ ନ ଦିଏ ଲବେ,ମୃଗମଦପଙ୍କେ ଲୀଳାଭୃଙ୍ଗୀ;ତୁମ୍ଭ ମହିମାରୁ ଅଙ୍ଗୀକାର କରିଛି ଶୁଭାଙ୍ଗୀ,ତହିଁ ଶୁଆଖିଆ ବିମ୍ୱ ଭଙ୍ଗୀ ହେ, ଶ୍ୟାମବନ୍ଧୁ,କିଶୋରୀକି କରି କଲବଲ, ତୁମ୍ଭ ସୁଖ ତୁମ୍ଭେ ଲୋଡ଼ା କଲ,ହେମ ନବନୀତ ବଲ୍ଲୀ କେହି ସହିବଟି ବୋଲି,ହୃଦୟରେ ଦୟା ନ ବହିଲ ହେ ।୩।ମହାମହୀଧର ଧରି, କଲା ଆତପତ୍ର ପରି,ଯେଉଁ କର ସେ ମୃଦୁ ବୟସେ;ସେ କରରେ ଯେବେ ଘନ-କେଶା ସମର୍ପିଲା ସ୍ତନ,କି ବିଚିତ୍ର ଦଳାଦଳି ରସେ ହେ, ଶ୍ୟାମବନ୍ଧୁ,ଫିଟି ତୁଟି ଯାଇଛି କାଞ୍ଚଲି, ସଞ୍ଚାରଣ ଚଞ୍ଚୁ ପୁଟ ଗଳି,ଲୁଳିଯିବା ଚକ୍ରବାକ-ମିଥୁନମାଧୁରୀଯାକ,ବାଳା ପୟୋଧରେ କରେ କେଳି ହେ ।୪।ଅନ୍ୟାୟ ତିମିର ହଂସ, ଭୋଜବଂଶ ଅବତଂସକଂସ ଶାସୁଅଛି ବସୁମତୀ;ତୁମ୍ଭେ ଧନବନ୍ତ ଘର କୁମର ହୋଇ ତୁମ୍ଭର ମାନସେନୋହିଲା ଲବେ ଭୀତି ହେ, ଶ୍ୟାମବନ୍ଧୁ,କିଶୋରୀକି କରି ବଟାବଟୀ,ଅସମ୍ଭବ ଭାବେ ହଟାହଟି, ଫିଟାଇ ନିତମ୍ୱପେଟୀନିବିଡ଼ ନୀବିକବାଟି, ମଦନମନ୍ଦିର କଲ ଲୁଟି ହେ ।୫।ଥରକେ ତ ଜଣାଗଲା, ଏଣିକି କି ରୂପେ ଭଲା,ପାଇବ ମୋ ପ୍ରିୟସଖୀ ପାଶ;ବୁଝିବା ତୁମ୍ଭର ବଂଶୀ, କିପରି ବିବେକଧ୍ୱଂସୀ,କେମନ୍ତ ମୋହନ ମନ୍ଦହାସ ହେ, ଶ୍ୟାମବନ୍ଧୁ,କେଡ଼େ ତୁମ୍ଭ ବିଚକ୍ଷଣ ଭାବ,ସବୁ ତ ଏଥର ଜଣାଯିବ,ବୋଲେ ମହୀପତିଶ୍ରେଣୀ-ମୁକୁଟ ମସ୍ତକମଣିଗଜପତି ଶ୍ରୀମୁକୁନ୍ଦଦେବ ହେ ।୬।
(୧୨୪) ତରୁଣକେଶରୀକୋଳରେ—ଯୁବକ ସିଂହ କୋଳରେ, ମରକତଅରଗଳ—ମରକତମଣିରେ ତିଆରି ହୋଇଥିବା କୀଳଣି, ଭାଲି—ଅସ୍ତ୍ରବିଶେଷ (ଭଲ୍ଲାସ୍ତ୍ର), ମୃଗମଦ—କସ୍ତୁରୀ, ଆତପତ୍ର—ଛତା ।
(୧୨୫)
ରାଗ—କାନଡ଼ା ଝୁଲାନଚାଇଲା ଯାହା ସେ,ଭୂରୁଚାପ ଚପଳ ଚମରୀଦୃଶା ।ପଦ ।ମୋ ଧଇର୍ଯ୍ୟ ମୃଗକୁ ପାଞ୍ଚି,ନୟନାନ୍ତ ବରିଛି ଆଞ୍ଚି,ବନ୍ଧୁଆ ବନ୍ଧୁକ ବନ୍ଧୁ ଅଧରରେବନ୍ଦି କରି କୁନ୍ଦ ପସନ୍ଦହସା ।୧।ମୁନିଜନମାନସଭୁଲା, ଭଲା ମୋତି ଝଲକଝୁଲା,ବାସବରତନ ନଥ ନରତନରସିକା ନାସିକା-ପୁଟ ଉଲ୍ଲସା ।୨।ଧନ୍ୟ କାମ ଅମୋଘ ଶର,ମନ-କାରାଭଙ୍ଗୀ ତାହାର,କନକାଚଳ ତ ଛନକା ହୋଇବସ୍ତନକାନ୍ତି ଦେଖି କାହା ଭରସା ।୩।ଅଳଂକୃତ ନିତମ୍ୱ ଫରି ଶୋଭାଲୋଭେ ଅଳପ ଫେରି,ଅନାଇଲା ବେଳେ ବିବେକ ଦଳିଲାକି ବେକତଳିଆ ଲହସା ଖୋସା ।୪।ଛଣା ସୁଧା ବାଣୀ ବିଭ୍ରମ,ଜଣା କଲା ସେ ସବୁ କ୍ରମ,ଏଣିକି ଚରମେ ବେଣୀକି ଫଣୀକିପରି ଖେଳାଇବ ବରସାରସା ।୫।ଅଷ୍ଟଦୁର୍ଗ ମହେନ୍ଦ୍ର ଭଣେ, କିଶୋରୀଙ୍କଶୋଭା ବୀକ୍ଷଣେ, ଅଖଣ୍ଡ ଶିଖଣ୍ଡମଣ୍ଡନମଦନପଦନଦେ ଭାସି କଲେ ପ୍ରଶଂସା ।୬।(୧୨୫) ବନ୍ଧୁକବନ୍ଧୁ ଅଧର—ରକ୍ତବର୍ଣ୍ଣ ବନ୍ଧୁକ ପୁଷ୍ପ ସଦୃଶ ଓଷ୍ଠ ।
(୧୨୬)
ରାଗ—କାମୋଦୀ—ଏକତାଳିନବନୀରଦ ନୀଳଦେହ ମୁଖେଚୁମ୍ୱନ ଦିଅ ମାଧୋଇ । ଘୋଷା ।ତୋର ସୁଧାଧର ପାନ ନ କରିଣନ ରୁଚଇ ମୋତେ ଏ ଚନ୍ଦ୍ରବନ୍ଦନନିରୁପମାନ ସୁଧାକରାନନ ମନ୍ଦମନ୍ଦ ହାସ ଶୋଭନଧରଣୀଧର ଧର ମୁରଲୀ ମୋହନପ୍ରାଣଧନ ତୁ ତୋଷ ମନ ।୧।ଦେଖ ଏ ବସନ୍ତକାଳ, ମନ୍ଦମନ୍ଦ ଏ ମଳୟାନିଳଏ ପଞ୍ଚବାଣ ଚଳ ଚଣ୍ଡକାଣ୍ଡ,ଖଣ୍ଡ ଖଣ୍ଡ କରି କାଟୁଛି ପିଣ୍ଡଗୋପିକା ଜନ ଦୁଃଖ ହାରଣ,ମନ୍ଦଗତି ଜିତ ମତ୍ତବାରଣମନ୍ଦତନୁଜସ୍ୱ ଉଭୟ ଧାରଣ ନାଥମୋହର ବିରହ କାରଣ ।୨।ପ୍ରାଣନାଥ ଏ ତୋ ରୀତି,ମୁଁ ଯେ ନା ଜାଣି କଲି ପୀରତିଏ ଚନ୍ଦ୍ରକିରଣ ଅନଳ ସମାନ,ଛାଡ଼ ପ୍ରାଣନାଥ ଏ ତୋ ମାନଶୁଣ ନାଗରବର ଏ ମୋର ଉତ୍ତରତୋ ବିରସ ଅଭିମାନ ଦୂର କରନିତ୍ୟକରୁଣା କର ହେ ମନସାଗରମୋ ବିନୟ ଘେନ ଘେନ ରସିକବରଶୁଣି ସନ୍ତୋଷ ମୁରଲୀପାଣିରାଧେ କହନ୍ତି ମଧୁର ବାଣୀଅଷ୍ଟଦୁର୍ଗ ନୃପ ଜଗଦ୍ଦେବ ଭଣିରକ୍ଷାକର ମୋତେ ପ୍ରଭୁ ଚକ୍ରପାଣି ।୩।
(୧୨୭)
ରାଗ—ସାରଙ୍ଗନବୀନା, ତୁ ମୋ’ର ପରିତ୍ରାଣ ରେ ! ।୦।ଠିକ ପିକବାଣି ! ମୁଁ ‘ମୀନ’, ତୁ ‘ପାଣି’ମୁଁ ‘ଚକୋର’, ‘ବିଧୁ’ ଟି ତୁ ଜାଣ ରେ !।୧।ତୁ ‘କିରଣମାଳୀ’, ‘ସରସିଜ’ ପାଳିଧନ ! ମୋ’ ମନଟିକ ଛାଣ ରେ ! ।୨।ମୋ’ ସୁଖ ଯେ ନାଶେ, ତୋ’ର ଦୋରେହା ସେ;ବନ୍ଧୁ, ତୋ’ ଏପରି ନିଶାଣ ରେ ! ।୩।ତୁ ରୁଷିଲେ ସାରିଦେବ ଗିରୀଶାରି;କମ୍ପୁଚି ନିଶିତ କୃପାଣ ରେ ! ।୪।ପରୁଷ ବିଳାସା, ଖଳ ଜନ ଭାଷାରତୀଶର ଶର-ବିଷାଣ ରେ ! ।୫।‘ହରି’ ଗିରୁଁ ‘ବାଳା’ ହେଲେ ଲୀଳା-ଲୋଳା,ଭଣିଲେ ବସୁଦୁର୍ଗ-ରାଣ ରେ ! ।୬।
(୧୨୭) ପିକବାଣି—ରେ କୋମଳ ସ୍ୱର ଭାଷିଣୀ, କିରଣମାଳୀ—ସୂର୍ଯ୍ୟ,ସରସିଜ ପାଳି—ପଦ୍ମକୁ ସମ୍ଭାଳି, ଦୋରେହା—ଦ୍ରୋହୀ ବା ଶତୃ, ଗିରୀଶାରି—ଶିବ ଶତୃ କନ୍ଦର୍ପ, ନିଶିତ—ଶାଣିତ,ପରୁଷ ବିଳାସା—କର୍କଶ ଆମୋଦରେ ଆସକ୍ତା, ରତୀଶ— କନ୍ଦର୍ପ, ରତୀଶର ଶର-ବିଷାଣ—ଶିଙ୍ଘ ତିଆରି ଶର,ଲୀଳା ଲୋଳା—ରତିକ୍ରୀଡ଼ା ପାଇଁ ଆଗ୍ରହୀ,ବସୁଦୁର୍ଗ-ରାଣ ରେ—ଆଠଗଡ଼ ରାଜା
(୧୨୮)
ଝଂଝୋଟୀ—ଆଦିତାଳନାରୀବରମଣି ନିବାର ସୁନୟନବାରିରୁହରୁ ତ ବାରି ରେ ।୦।ରସନିଧି ନବୀନା, ତୋ ଦନ୍ତବାସ ବିନାସୁଧାକୁ ଗଣଇଁ ଖାରି ରେ ।୧।କି ଦୋଷୁଁ ମୁଖ ପୋତି ମଣ୍ଡୁଛୁ ରେ ସୁଦନ୍ତିଧରାକୁ ନଖଶିଖ ଗାରି ରେ ।୨।କି ମୋ ଭାରକୁ ବହି ନ ପାରୁ ପ୍ରାଣସହିକୁଚାଚଳରୁ କି ସେ ଭାରି ରେ ।୩।ହୁଅ ଶ୍ରୀମୁଖଶଶୀ ଟେକ ଅଳପ ହସିମୋ ଅଙ୍କ-ଜଗତୀ-ବିହାରୀ ରେ ।୪।ଉଗ୍ର ନିସର୍ଗ ମାର ନିଗ୍ରହ ଜାଣି ତୋରଦେଲାଟି ଶରସାରେ ସାରି ରେ ।୫।କଳାବତୀ-ଲଲାମ କରୁଣାରେ ମୋ ନାମଲେଖାଇ ଦିଅ ପରିଚାରୀ ରେ ।୬।ଛ-ଦୁଇ ଦୁର୍ଗପତି କହେ ଶ୍ୟାମ ମିନତିଘେନ ରସିକା ମନୋହାରୀ ରେ ।୭।
(୧୨୯)
ରାଗ—ବରାଡ଼ି—ଆଦିତାଳନାହିଁ କରି ନାହିଁ ତ ମୁଁ କାହିଁକି ଗୋ ରାଣ । ଘୋଷା ।ତାଙ୍କ ସୁଖ ପାଇଁ ସିନା ଶଙ୍କରଙ୍କ ଉପାସନାଏ ଦେହ, ଏ ଭୋଗ, ଏ ପରାଣ ।୧।ଶ୍ୟାମ ମୋର ଉନ୍ମାଦକ ଶ୍ୟାମ ମୋ ଗଳାପଦକଶ୍ୟାମ ତ ମୋ ହୃଦ-ପଞ୍ଚବାଣ ।୨।ବ୍ରଜବନ୍ଧୁ ମୋ ରତନ ମୋ ସେବାର ବରତନସେହି ତ ମୋ ବରତ ବସାଣ ।୩।ମନ ଜାଣି ଅଛି ଭଜି ଜାଣି ଜାଣି ମୋ ମରଜିଧନ ମୋର କେଡ଼େ ଅବୁଝାଣ ।୪।ଦୁଃଖ ଥିବ ପରା ମନେ ତାଙ୍କ ପଦକଞ୍ଜ ସ୍ତନେ—ଲଗାଇ ଚୁମ୍ୱାଇ ଦିଅ ପ୍ରାଣ ।୫।ନୃପ ଜଗଦ୍ଦେବ ଭାଷେମୋ ବେଶ ସେ, ମୋ ଶୋଭା ସେତାହା ବାହାରେ କେ ପରିତ୍ରାଣ ।୬।
(୧୩୦)
ନାହିଁ ସୁଷମା ପରି ତୋ ଶୋଭାର ରେ ।୦।ମଜାରୁ ମୋ ସଙ୍ଗମରେ ଲଜ୍ଜାକୁ ନିବାରସୁନାଗୋରୀ ମୁଁ ତୋ ପରିଚାର ରେ ।୧।ନିଶି ଦିବା ମିଶିଥିବା ନୋହିବୁ ବାହାର ରେତୁ ରମଣୀ ମୋର ମଣିହାର ରେ ।୨।ସଜନୀ ନିରେଖି ତୋ ମୁଖ ରଜନୀ ନାହାର ରେସହି ଧୃତି ରହିବ କାହାର ରେ ।୩।ସିତରଶ୍ମିକଳା ମୃଦୁ ଭିତର ବାହାର ରେଜିତ ହୁଏ ସ୍ମିତରୁ ନିହାର ରେ ।୪।ବାଣୀ ବୀଣାପାଣି ଟେକି କରିବେ ଜୁହାର ରେରଚନୁ ତୋ ବଚନକୁ ହାତରେ ।୫।ଶ୍ୟାମ ଭଣି ପ୍ରେମବାଣୀ ସେ ବରରୋହାତରେଅଙ୍କ କଲେ ସଙ୍ଗତ ବାହାର ରେ ।୬।ଏ ସମୟେ ବସୁଦୁର୍ଗ ସରବ-ସଂହାର ରେନାଥ ହୃଦେ ବିହିଲେ ବିହାର ରେ ।୭।
(୧୩୧)
ନିକୁଞ୍ଜବିଳାସି ହେ, ନିରୂପମ ହାସୀନିଶ୍ଚେ ଗଲା ଭାସି ହେ ।୦।ପୂରୁବରେ କାଶୀ-ସରିତରେ ଝାସିହୋଇଥିଲା ପରା ତୁମ ହେବ ନିବାସୀ ହେ ? ।୧।କେତେ ସୁଖରାଶି !! କି ବିଚାରି ନାଶିଛଳେ ନିରପରାଧୀର ଗଳେ ଦେଇ ଫାଶୀ ହେ ।୨।ନିଧୁବନବାସୀ ହେବା ଅଭିଳାଷୀଯେଟି ହୋଇଥିଲା, ତାହା‘ବେଶ’ କଲ ବାସି ହେ !।୩।ପ୍ରଣୟ ପିପାସୀ ପ୍ରଖର ନିଶ୍ୱାସୀହେଲା ଯେ, ମୋହନ ! ତୁମେକେଡ଼େ ଅବିଶ୍ୱାସୀ ହେ ! ।୪।କୃପା ସୁଧାରାଶି କେ ଦେଲା କି ଗ୍ରାସି ?ଛାଡ଼ି ଚାପ-ଶର ‘ସ୍ମର’ ହେଲାକି ସନ୍ନ୍ୟାସୀ ହେ ? ।୫।ଏବେ ହେ, ଆଶ୍ୱାସି ରଖ ବାରମାସିଅଷ୍ଟଦୁର୍ଗନାଥକୁ ସେବାରେ ଫରମାଶି ହେ ! ।୬।
(୧୩୧) ନିରୂପମ ହାସୀ—ଅପୂର୍ବ ହାସ୍ର ପ୍ରକାଶିକା, କାଶୀ ସରିତରେ—ଗଙ୍ଗା ନଦୀରେ,ନିବାସୀ—ସହବାସୀ, ନିଧୁବନବାସୀ—ରତିକ୍ରୀଡ଼ାରତା,ସ୍ମର— କନ୍ଦର୍ପ, ଫରମାଶି—ଆଜ୍ଞା ଦେଇ
(୧୩୨)
ନିଖିଳ ବିମୋହରନିଦାନ ତୁ ମୋହରମାନସ ବନ୍ଦୀ ହେବା କାରା ।୦।ତ୍ରିଲୋକ ତାମରସ—ନେତ୍ରା, କୁଚ କଲଶକନକ ବିନିର୍ମିତ ହାରା ।୧।ପ୍ରସନ୍ନମୁଖୀ ସ୍ମରରସନିଧି ମୁଁ ତୋରବଶ୍ୟ ନୋହିବାକୁ କି ଚାରା ।୨।ଘନେ ଚପଳା ପରିଖେଳ ମୋ କୋଳେ ଗୋରୀମ୍ଳାନିବେ ନଭେ ଚନ୍ଦ୍ର ତାରା ।୩।ରାଜି କର ନ କରଆଜି ଅଧରୁ ତୋରପିଇବି ଢୋକେ ସୁଧା ଧାରା ।୪।ଅଷ୍ଟଦୁର୍ଗ ଭୂପତିକହେ ଶୁଣି ଶ୍ରୀମତୀରଚିଲେ ଅପାଙ୍ଗ ଇସାରା ।୫।(୧୩୨)ତାମରସ—ପଦ୍ମ,ଅପାଙ୍ଗ ଇସାରା—ଆଖିଠାର ବା ନେତ୍ରକୋଣର ଇଙ୍ଗିତ ।
(୧୩୩)
ରାଗ—ଆରାବୀନିନ୍ଦା ନ ଲଭ ସଖୀ ରେ,ମନ୍ଦାରଅଧରା ଧୀରା ଆଜନ୍ମସୁଖୀ ରେ ।କୁନ୍ଦସୂନ ଶରବିନ୍ଦୁ କିରଣଗଣସୁନ୍ଦରହସରୁଚିବୃନ୍ଦଲଳିତମୁଖି ରେ ॥
ଚିରକାଳରୁ ମୁଁ ତୋର, କୁଞ୍ଜ ମନ୍ଦିର,ମଣ୍ଡନପ୍ରିୟ କିଙ୍କର, ରୋଷାବେଶେ ନିର୍ଭର,ଘୋଷା ମନେ ନ ଧର, ଯୋଷାମଣି ମସାର,କେଶାସାର ନ ସାର, ଭାଷ ଅତନୁ ବିଳାସ,ନିଧି ପରକାଶ, ରୁଚିର ବିକାଶ,ମଦହରହାସ, ନବ ନବ କାଶ-ଯୁତରଦବାସବତୀ ନିଜ ଦାସ ସଦୃଶ ଜନେ ।୧।ମଥା ନୁଆଇଁ ନ ବସ, ଦୁଃଖେ ନ ମଜ୍ଜିନ ଯାଉ ନିଶା ଦିବସ,ଆଲିଙ୍ଗନରେ ରସ, ନାଳିକନିଭବାସଅଙ୍ଗିନୀ ନ ପ୍ରକାଶ,ଦାଶନାଶ ଅଯଶ, ବାରିରୁହ ପରିହାରୀନୟନରୁ ଚାରି ପ୍ରହରେ ଯେ ବାରିଜନମୁଛି ନାରୀମଣିକି ବିଚାରି ସବୁସୁଖ ସାରି ଥାରି ହେବି ମୁଁ କେହି ।୨।ତେଡ଼େ ପୀରତି ପାସୋରି, କିଶୋରୀବର,ବିହିଲୁ ଯା ଏତେ ସରି, ଘେନିଲୁ ପର କରିପାରୀନ୍ଦ୍ରମଧ୍ୟା ଗୋରୀ, ନାରୀନ୍ଦ୍ର ଧରାଶିରୀ,ଶିରୀଷ ସୁକୁମାରୀ, ଢାଳ ପୃଥୁଳ ବିଶାଳରୁଚି ହରିତାଳ ସୁଘଟିତ ତାଳସ୍ତନି ରେ କଟାଳନ କରଟି କାଳପୁରୁଷ କରାଳ ସ୍ମରକବାଳବଦନେ ଦେଇ ।୩।ଶୁଣି ଶ୍ରୀମତୀ ହସିଲେ, ଜଗଦ୍ଦେବଧରଣୀନାଥ ଭାଷିଲେ,ଦେହେ ଦୁହେଁ ମିଶିଲେ, ଆନନ୍ଦ ବରଷିଲେ,ମାରକୁ ଭରସିଲେ, ତାର ଶରେ ରସିଲେ,ଶମ୍ୱଧରମଣି ଜାମ୍ବୁନଦ ବିଧୁ ବିମ୍ୱ ଯୁଗ ଘନଚୁମ୍ୱ ବିଭବରୁ ଶମ୍ୱରପରକଳମ୍ୱ ସମୁଦାୟଡମ୍ୱର ଦଳିଲେ ଲମ୍ୱ ଚିକୁରବତୀ ।୪।
(୧୩୩) କୁନ୍ଦସୂନ—କୁନ୍ଦଫୁଲ,ଘୋଷା—କ୍ରୋଧ, ମସାରକେଶା—ଇନ୍ଦ୍ରନୀଳ ପରି କେଶ ଯାହାର,ନାଳିକ—ପଦ୍ଣ, ବାରିରୂହପରିହାରୀ—ପଦ୍ମକୁ ପରାସ୍ତ କରିଥିବା,ଥାରି—ସ୍ଥିର,ପାରୀନ୍ଦ୍ର—ସିଂହ,କରବାଳ—ଖଡ଼୍ଗ,ଶମ୍ୱଧରମଣି—ଇନ୍ଦ୍ରମଣି,ଜାମ୍ବୁନଦ—ସୁବର୍ଣ୍ଣ,ଶମ୍ୱରପର—କନ୍ଦର୍ପ,କଳମ୍ୱ—ଶର,ଡମ୍ୱର—ଆଡ଼ମ୍ୱର
(୧୩୪)
ନିରତ ମୁଁ ମନେ ମଣୁଛି ରେପ୍ରମୋଦ ଗଜେନ୍ଦ୍ରଗତି ।୧।ଦେହ ବହି ମଞ୍ଚ ପୁରେ ସଂଚରୁଛୁତୁ କାବ୍ୟ ସରସ ରୀତି ।ବିଜେ କଲା ବେଳେ ମଣ୍ଡନ ସିଂଚିତଲମ୍ୱ ଆଡ଼ମ୍ୱରେ ତୁହିଘଉଡ଼ି ଦେଇ ଯା ମନ କର୍ଣ୍ଣ ଦୁଃଖ‘ଗଉଡ଼’ ଏ ଘେନି ତୁହି ।୨।ଚରଣାଦି ଅବ- ୟବର ବିନ୍ୟାସଲଳିତ ବିଳାସୁ ଜାଣି‘ବଇଦର୍ତ୍ତ’ ନବ, କେତକୀ ଗର୍ଭକଗର୍ଭ ଚଉରୀ ସୁବେଶୀ ।୩।ମୋ ଅଙ୍କ ବିଳାସେ ‘କିଳକିଂଚିତ’ରତିଳକ କୃତ ତୋ ଭଙ୍ଗିଆଉ କେ ‘ପାଞ୍ଚାଳୀ’ ବୋଲାଇବ ଭାଳିକହ ତ ମୋ ପ୍ରାଣ ସଙ୍ଗୀ ।୪।ବେଣୁ ବୀଣା ଜିଣା ମୃଦୁ ମୃଦୁ ବାଣୀମୋ ବନ୍ଧୁ ଭାଷ ଯାହାଟିନିକଷାଟି କଟି- ମଣ୍ଡନା ରେ ମଣେଅତୁଲ ଟିକି ତୁ ‘ଲାଟୀ’ ।୫।ରସ ତୋ ଜୀବନ ଆଧାୟକ ବନ—ରୁହାକ୍ଷୀ ମତେ ଗୋଚରପ୍ରବନ୍ଧ ରଚନା କଲେ ହେବି ସିନାମୁଁ ଆଳଙ୍କାରିକ ତୋର ।୬।ଶୋଭାଙ୍ଗୀ ଏ ଭଙ୍ଗୀ ଗିର ହରି ମୁଖୁଶୁଣି ହସି ସଂକୋଚିଲେଅଷ୍ଟଦୁର୍ଗ ତ୍ରିପି— ଷ୍ଟପ ପୁରୁନ୍ଦରପୁଲକେ ଗୀତି ରଚିଲେ ।୭।
(୧୩୪) କାବ୍ୟ ସରସ ରୀତି—ସାହିତ୍ୟବିଦ୍ୟାର ରୀତି, ଗଉଡ଼—ଗୌଡ଼ା ରୀତି,ବଇଦର୍ତ୍ତ—ବୈଦର୍ଭୀ,’କିଳକିଞ୍ଚିତ—ଏକଶୃଙ୍ଗାରୀ ଭାବ,ପାଞ୍ଚାଳୀ—ପାଞ୍ଚାଳୀ ରୀତି,ଲାଟୀ—ଲାଟୀ ରାତି,ନିକଷା—କଷଟିପଥର,ବନରୁହାକ୍ଷୀପଦ୍ମନେତ୍ରା,ତ୍ରିପିଷ୍ଟପ—ସ୍ୱର୍ଗ