ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୧୮ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୭୩)
କୃପାନିଧି ! କଟାକ୍ଷ କର ମୋ’ ଠାରେ ।୦।କମଳା-ରମଣ, ଆହେ ନାରାୟଣ,ଶରଣ ପଶୁଚି ପା’ ରେ ।୧।ତୁମେ ପ୍ରଭୁ ଥାଉ ‘ନାଥ’ ମହାବାହୁ,ଆଉ ଭଜିବି କାହାରେ ? ।୨।ତୁମେ ପରା ହରି ଉଦ୍ଧରିଲ ‘କରୀ’‘ନକ୍ର’ ହାଣି ଚକ୍ର ଘା’ ରେ ?କାହାର ବିପଦ ତୁମ ପଦ୍ମ-ପଦହରିନାହିଁ ଟି ରସାରେ ? ।୪।ନୃପ ଛୋଟରାୟ ହେଉ ଗତଭୟକୃପା-ସୁଧା ବରଷାରେ ।୫।(୭୩) କଟାକ୍ଷ କର-ଟିକିଏ ଦୃଷ୍ଟି ପକାଅ, ପା’ ରେ- ପାଦରେ, ମହାବାହୁ-ବଳୀୟାରଭୁଜ ବା ଶକ୍ତିମାନ୍, ‘କରୀ’-ହସ୍ତୀ,ନକ୍ର-କୁମ୍ଭୀର, ଚକ୍ର ଘା’ ରେ- ଚକ୍ର ଆଘାତ ରେ, ରସାରେ-ସଂସାରରେ
(୭୪)
ରାଗ—କାମୋଦୀ—ଝୁଲାକୃଷ୍ଣଚନ୍ଦ୍ର, ବନକୁ ନ ଯିବୁ ରେଧନକୁ ମାଗୁଛି ଏତେଦେଖିଲି ପାପ ସପନ ଆଜଅଜଗର ଗିଳୁଥିଲା ତୋତେ ।ପଦ ।ବରତନ କରି ଜଗାଅ ବାଛୁରୀଘରଧନ ସବୁ ଦେଇକର ଧରିକରି ମାଗୁଛି ମୁଁ ତୋତେଏ ପୁରୁ ନ ଯିବୁ କାହିଁ ।୧।ବତା କେଉଁକଥା ଦେଇ ନାହିଁଧାତା କି ନାହିଁ ନନ୍ଦ ସଦନେଦୁଃଖୀର ସଙ୍ଖାଳି ଦୁଃଖୀ ପରା ହୋଇବୁଲିବୁ ଘୋର କାନନେ ।୨।କାଢ଼ିବ ପୁରୁଣା ଧନ ତା’ସରିଲେ ବାଢ଼ିବ ଦଧି ପସରାତେଜିବି ନାହିଁ ମୋ ଆଖି ପାଖୁ ତୋତେତୁ ମୋର ଦୁଃଖ-ପାସୋରା ।୩।ଲଜ୍ଜା ଘରାନ୍ତରେ ଥିବାରଲୋକର ମଜ୍ଜାରେ ଅଳପ ଭୀତିହଜାରେ ଲୋକ ଥିଲେ ହେଲେଆମ୍ଭର ବଜାରେ ବିକିବା ଜାତି ।୪।ପୋଡ଼ିଯାଉ ପଛେ ଏ ଘର ସମ୍ପତ୍ତିପୋଡ଼ୁ ଏ ପାପ ସଦନଭଣେ ରାମଚନ୍ଦ୍ରଦେବ ଛୋଟରାୟତୁ ସିନା ମୋ ସର୍ବଧନ ।୫।
(୭୫)
ରାଗ—ଏମନ କଲ୍ୟାଣ,ତାଳ—ଆଡ଼ତାଳଗଜଗତେ ଏ ଜଗତେ ତୁ କାହାରଚମ୍ପାଝରା ରେ ।ପଦ ।ନୟନ ମୋର ଏ ଭୂଲୋକରେ,ମନ ନାଗ ନାକ ଦ୍ୱିଲୋକରେ,ବୁଲୁଛି ଯେ, ଭୁଲୁଛି ଯେ,ନାହିଁ ନାହିଁ ତୋର ପରା ରେ ।୧।କ ତପ କରିଛି କେତେ ଯୁଗ,ଜିତପଙ୍କଜ ତୋ ପଦଯୁଗ,ସୁହାସି ରେ, ଯାହା ଶିରେଧରୁଅଛି ବସୁନ୍ଧରା ରେ ।୨।ମୁଖ ସିତପଞ୍ଚଦଶୀପତି,ଲାବଣ୍ୟ ନିକୁରମ୍ଭର ଶ୍ରୁତି,ଶେଷ କହି, ଶେଷ ନୋହି,ହୋଇଅଛି ତ ଅଧୁରା ରେ ।୩।ସୁରଶିଖରିଗରବଚୋର,ଉରସିଜକୁମ୍ଭ ବାଳା ତୋର,ନବତନୁ, ନବତନୁ ଲତାଭାଜି ଯିବ ପରା ରେ ।୪।ବନ୍ଧୁଜୀବ-ବନ୍ଧୁ ଦନ୍ତବାସ,ବନ୍ଧୁ ହେବାବେଳେ ମନ୍ଦହାସପୀୟୂଷର, ସରସାର,ସ୍ୱାଦୁ ପାଇ ଯାଏ ଧରାରେ ।୫।ଏ ଶୋଭା ଦେଖିଛି ଯେଉଁ ଆଖି,ସେହି ସେହି ସିନା ତହିଁ ସାକ୍ଷୀ,ଗିରେ କିସ କହି ଶେଷ ହେବମୋ ଦୁଃଖପାସୋରା ରେ ।୬।ଅଷ୍ଟଦୁର୍ଗେନ୍ଦ୍ର ସେକାଳେ ଭଜେ,ଶ୍ୟାମ ଗିରେ ସପ୍ରଣୟ ଲାଜେ,ବସି ମଥା ପୋତି କଥା ନକହିଲେ ବିମ୍ୱାଧରା ରେ ।୭।
(୭୫) ଗଜଗତେ- ଗଜଗମନେ,ନାଗଲୋକ-ପାତାଳ,ନାକ-ସ୍ୱର୍ଗ, ସିତପଞ୍ଚଦଶୀପତି-ପୂର୍ଣ୍ଣଚନ୍ଦ୍ର, ନିକୁରମ୍ଭ-,ଅଧୁରା-ଅକ୍ଷମ, ସୁରଶିଖରୀ-ସ୍ୱର୍ଣ୍ଣାଦୀ, ନବତନୁ-ହେ ନୂତନାଙ୍ଗି, ଦନ୍ତବାସ-ଅଧର, ବନ୍ଧୁଜୀବବନ୍ଧୁ-ବଧୁଲି ଫୁଲ ସଦୃଶ
(୭୬)
ରାଗ—ଭୈରବୀ, ଆଦିତାଳଗଲା ତ ଅନୁରାଗ ଜଣା ଯା ମୋହନ ଯା ।ପଦ ।ଯା ପଦ ଅଲକତ ଶିଖଣ୍ଡ ମଣ୍ଡି ସୁରତିସୁଖ ଅଖଣ୍ଡଦେଇଛି ସେ ବରତୁଳ ଉରଜାକୁ ତାକୁ ଭଜ ଯା ।୧।ଯା ସଙ୍ଗେ ମାତି ରଜନୀଯାକ, ସେହି ରସକଶଳାକୁଡାକ, ମୋ ନାମରେ ବୋଲିନିଳୟ ମୁରଲୀ ବାଜା ନ ବଜା ।୨।ଆଳି ନ ବିହ ବିଟକିଶୋର,ଗାଳି ନ ଶୁଣ ବଦନୁ ମୋରଚରଣ ନ ଧର ତୁ ମଧୁନଗର ରାଜା ଭଣଜା ।୩।ଭାଷଇ ଜଳନ୍ତର ମହୀନ୍ଦ୍ର, ନନ୍ଦନିଳୟ ଗଗନଚନ୍ଦ,ବରଜି ସୁନୟ କରୁ ଯେ ବିନୟ, ନାହିଁ କି ଲଜ୍ଜା ।୪।
(୭୭)
ରାଗ—ଖଣ୍ଡକାମୋଦୀଗଲା ସବୁ ସରି ରେ, ନବକିଶୋରି ।ପଦ ।ଯାହା ଶ୍ୟାମ ଅଙ୍ଗ ଚୁମ୍ୱି ଆସିବା ସମୀର,ଛୁଇଁଲେ କେବଳ ହୋଇ ରସ ଜରଜର,ପୁଲକେ ଭରତି କରୁ ମୃଦୁ କଳେବର,ସେ ଯେବେ ହୋଇଲେ ପର ।୧।ଯାହା ବେଣୁ ଶୁଣି ଏକା ଧାଇଁ ନିଶୀଥରେ,ବୋଲି ନାହୁଁ ଦିନେ ଆସ ଯିବା ମିଶି ଥରେ,ହୃଦ ମଦନ ବିଭବ ସମୁଲ୍ଲସି ଥରେ,ବିଗ୍ରହ ତାହା ସାଥରେ ।୨।ଦୂତୀ କର ଧରି କହି ଘେନାଇ ଘେନାଇ,ନୀପ ନିକୁଞ୍ଜ ପୁଞ୍ଜକୁ ଅନାଇ ଅନାଇ,ଦିନ ହରୁ ସୁମଝରା ବନାଇ ବନାଇ,ମୀନନେତ୍ରା ଯାହା ପାଇଁ ।୩।ସ୍ତନେ ଲଦି ଚୁମ୍ୱିବାର ଯା ପାଦକମଳେ,ମନେ ବାଞ୍ଛିବା କୁବେରବାମାଙ୍କୁ ନ ମିଳେ,ଚୁମ୍ୱିଲେ ସେ ତୋ ପଦ ଚନ୍ଦ୍ରକଚୂଳାଞ୍ଚଳେ,ଚାହିଁ ଦେଲୁ ନାହିଁ ହେଳେ ।୪।ରସବତୀ ଭଳି ନୋହୁ ଏ ଅପସନ୍ଦର,ଆସ ଏବେ ଯିବା କେଳିମଞ୍ଜରୀ ମନ୍ଦିର,ବନ୍ଦନ କରଇ ମୃଦୁ ପଦାରବିନ୍ଦର,ତୋଷ ଶ୍ୟାମଳ ସୁନ୍ଦର ।୫।ଅଷ୍ଟଦୁର୍ଗନାଥ କହେ ହୋଇ ଅଭିଳାଷୀ,ମିତଣୀ କଥିତ ବଚନରେ ଶ୍ରୁତିପାଶୀ,ଲମ୍ପଟ ହେବାରୁ ହୋଇ ଦରସ୍ଫୁଟହାସୀ,ବିଜେ କଲେ ବୀଣାଭାଷୀ ।୬।(୭୭)ପୁଲକ-ରୋମାଞ୍ଚ,ଥରେ-କମ୍ପେ,ବିଗ୍ରହ-ବିବାଦ,ସୁମ-କୁସୁମ,ଫୁଲ
(୭୮)
ରାଗ—ତୋଡ଼ି—ଏକତାଳିଗାନ-ପଣ୍ଡିତା ମୋ ସୁଖରାଶି ରେ,ମାନ ମାନସରୁ ଯାଉ ଖସି ରେ ।ପାନ ପିକଦାନୀ ଧରାରେ ଗୁମାନୀ,ହୋଇ କି ମହୀକି ଚାହିଁ ବସି ରେ ।ପଦ ।ମନ୍ଦାରଅଧରା କୁନ୍ଦହାସୀ ରେ,ମନ୍ଦାକିନୀ ଧୂନି ଗର୍ଭେ ଝାସି ରେ ।ଫନ୍ଦା କରି ତୋତେ, ହୋଇଛି ନିରତେଜଣେ ତୋ ଚରଣକଞ୍ଜ ଦାସୀ ରେ ।୧।ଅଗାଧ ହୃଦୟ ଘନକେଶୀ ରେ,ଲଗାଇ ମୋ’ଠାରେ ଅଙ୍କମସୀ ରେ,ଭଗାରି କେ ମୋର, ଶ୍ରୀଛାମୁରେ ତୋରଜଣାଇଛି ଯେବେ ଦିଅ କସି ରେ ।୨।ମୋ ସଙ୍ଖାଳି ବୀଣାଜିଣାଭାଷୀ ରେ,ଦୋଷ ଥିଲେ ଦଣ୍ଡ ଫରମାସୀ ରେ,କି ସକାଶୁଁ ରୁଷା ଆଚରି ସୁଦୃଶା,ମୋ ସମ୍ପଦ ପଦ ଦେଉ ନାଶି ରେ ।୩।ଚୁମ୍ୱିଅଛି କି ତୋ କର୍ଣ୍ଣପାଶୀ ରେ,ହେବି ବୋଲି ଆଉ ପରବାସୀ ରେ,ତୋ କଠାଉ ରାଣ ଅଛି ରେ ପରାଣଧନ, ସେବିଥିବି ବାରମାସୀ ରେ ।୪।ଘନନୀଳକେଶା ଚାରୁକେଶୀ ରେ,ଅନାଇଁ ନେତ୍ରାନ୍ତେ ଥରେ ଆସି ରେ,ବନାଇଁଦେ, ମୋର କୁଭାଗ୍ୟକୁ ଉର—ସ୍ଥଳେ ପୀନସ୍ତନ ଘଟ ଠେସି ରେ ।୫।ଏ ବିନୟୁଁ ମୋଦ ସୁଧାରାଶି ରେ,ଦେବୀ ରୁଷି ନୋହି, ଗଲେ ଭାସି ରେ,ସେବି ସେ ଯୁଗଳ ଚରଣ କମଳ,ସେ ହରିଚନ୍ଦନ ହେଲେ ତୋଷି ରେ ।୬।
(୭୯)
ରାଗ—ମୂଲତାନୀ, ଆଠତାଳିଗୁମାନ ବହନା ରେ, ମୋହନା ରେ !ମୁଁ ଦେହଧରି ବିହରୁଛି ତୋହ ନାଁ ରେ ।ପଦ ।ଡରିଲି କି ନାହିଁ ତୋର କରିବା ମନା ରେମହିଳା ମଣିକି କେ ମିଛ କହିଲା ମୋ ନାଁ’ରେ ।୧।ତୁଟିଗଲେ ତୋ କରୁଣା ଗୋଟିଏ ଚିନାରେକରୀନ୍ଦ୍ରଗତି ମୁଁ ଦୁଃଖେ ସରିବି ସିନା ରେ ।୨।ବର ତୁ ସବୁ ରସିକାବରବରନା ରେକର କୃପାମନେ ମାଳ ଉର ଭରନା ରେ ।୩।ଜାଣୁ ତ ଘେନେ ମୁଁ ତୋତେ ପ୍ରାଣୁ ଅଭିନ୍ନା ରେସରୁ ମଧ୍ୟା ଲେଖା ନୁହ କରୁଣା-ହୀନା ରେ ।୪।ଭାଷେ ଜଗଦ୍ଦେବ ଶୁଣି କିଶୋରୀ ବିନା ରେରମା ରସିକଙ୍କୁ କଲେ ସମାନ ମିନା ରେ ।୫।
(୮୦)
ରାଗ—ଇମନ କଲ୍ୟାଣ—ଆଦିତାଳଗୁମାନ ମାନସୁ ତେଜ ନିଜ ଦାସରେଜମାଅ ମାଳତୀ ମୃଦୁଦେହ ହାସରେ ।ପଦ ।ରସନିଧି ଦୟାଳୁ ତା ଯଶ ପରକାଶରେ,କର ମୋର ଉତ୍ସଙ୍ଗେ ନିବାସ ରେ ।୧।ଧନ, ମହା ସୁଖଳତା ଲଭିଲାଟି ନାଶରେ,ମନମଥ ଧନଞ୍ଜୟ ଝାସରେ ।୨।ଦୁଃଖ ତପତ ମୋ ବକ୍ଷସ୍ଥଳକୁ ଆଶ୍ୱାସରେ,ସ୍ତନ ସୁଧା କଳଶ ବିନ୍ୟାସରେ ।୩।ଚମ୍ପାଗଉରବେହା ମୋର ବିନା ଦୋଷରେ,କମ୍ପକୁ ନ ପାଳ ରଦବାସରେ ।୪।ରଚି ଶୁଚି ସ୍ମିତ ନବମଲ୍ଲୀ ସମୁଲ୍ଲ ସରେ,ଶୁଭାଙ୍ଗୀ ଭାରତୀ ପଦେ ଭାଷ ରେ ।୫।ମଣ୍ଡିଲେ ଶ୍ରୀମତୀ ହରିଗିର ଶୃତିପାଶରେ,ତୋଷେ ବସୁଦୁର୍ଗ ଧରାଧୀଶ ରେ ।୬।
(୮୧)
ରାଗ—ମୁଖାବରୀ—ଆଡ଼ତାଳିଗୋ, ତା’ ତୁଲେ ହେବ କେ’ ସମଯେ ସୁଧାସ୍ୱାଦୁ ବିଷରୁ ବିଷମ ।ପଦ ।ରାଜୀବ ଅଜୀବ ଯା ପଦଭ୍ରାନ୍ତିନିନ୍ଦିବ ଇନ୍ଦିବରକୁ ଯା’ କାନ୍ତି ।୧।ମୁଖଜିତ ହୋଇ ଯାର ଶିଖଣ୍ଡସେବିଛି ହୋଇ ଶଶୀ ଖଣ୍ଡ ଖଣ୍ଡ ।୨।ମଦନ ମଦନ ହୋଇବ ଲବଆନ ସମାନ ସଂସାରେ କେ ହେବ ।୩।ସ୍ମର ସମର ସମୟ ପାଟବେତରୁଣୀ ତ ଋଣୀ ତା’ଠାରୁ ହେବେ ।୪।କେବଳ ସେ ବଳ ନୁହେଁ ଆମ୍ଭରଜଗତୀର ଗତିଟି ପୀତାମ୍ୱର ।୫।ଅଷ୍ଟଦୁର୍ଗସ୍ୱର୍ଗମଘବା ଭଣେକଷ୍ଟ ଦୂର ହୁଏ ଯାହା ବିଷୟେ ।୬।
(୮୨)
ରାଗ—ପୂରବୀଗୋ ରସନାଟି, କୃଷ୍ଣନାମ ଛାଡ଼ିଆନେ ରସ ନା ଟି । ଘୋଷା ।ଅଟକ ନ ରହି ଅଳସରେ,ରଟ ଚଟ ଚଳ ବିଳାସରେ ।କୃଷ୍ଣ କେଶବ କେଶି-କଂସ-ଦଳନବଲ୍ଲବୀଜନବଲ୍ଲଭ ହରେ ।୧।ଉପଳ ଶାକର ରସଫେଣା,ମଧୁ ମଧୁରସା ସରପଣା,ସୁଧା ତାମରସ-ନେତ୍ରା ରଦବାସ,ଏ ସବୁ ଶ୍ୟାମ ନାମରୁ ଊଣା ।୨।ମକରନ୍ଦ ପକ୍ୱ ଚୂତ ରସ,ପ୍ରବାହେ ନ ରଖ ତୁ ତରସ,ବିଲକ୍ଷଣ ହରିନାମଙ୍କ ମାଧୁରୀ,ଇତର ସକଳ ଗତରସ ।୩।ବୃନ୍ଦାବନବ୍ୟୋମ କଳାକର,ବିରାଜଧ୍ୱଜ ହେ ବିଶ୍ୱମ୍ଭର,ଅଜ ବାସୁଦେବ ମୁକୁନ୍ଦ ମାଧବ,ଗୋବିନ୍ଦ ବୋଲି କୀର୍ତ୍ତନ କର ।୪।ଖଣ୍ଡ ମରିଚ କର୍ପୂର ଚୂରି,ଦେଲେହେଁ ସୁରଭି-କ୍ଷୀରେ ଭରି,ଶ୍ୟାମ ରମଣୀୟ ମୋହନବିଗ୍ରହ,ନାମର କଳାକୁ ନୋହେ ସରି ।୫।ବୋଲ ବୋଲ କଂସନିସୂଦନ,ଜୟ ଜୟ ଦେବ ଜନାର୍ଦ୍ଦନ,ଅଷ୍ଟଦୁର୍ଗପତି କହିବା ଭାରତୀଇଷ୍ଟ ସୁଧାରସ ପରି ଘେନ ।୬।
(୮୨) ରସନା-ଜିଭ,ବଲ୍ଲବୀ-ଗୋପୀ,ଉପଳ-ଏକପ୍ରକାରର ପଣା, ତାମରସନେତ୍ରାରସବାସ-ପଦ୍ମଲୋଚନା ସ୍ତ୍ରୀର ଅଧର, ତରସ-ପୂର୍ଣ୍ଣଇଚ୍ଛା ବା ଅଭିଳାଷ,କଳାକର-ଚନ୍ଦ୍ର, ବିରାଜଧ୍ୱଜ-ବିଷ୍ଣୁ, ସୁରଭିକ୍ଷୀର-କାମଧେନୁର ଦୁଧ
(୮୩)
ରାଗ—ପୁରବୀ—ଆଡ଼ତାଳିଗୋ, ସେ କି ଧରି ଦୂତୀ ପାଣି,ସହିବ ସେ ଲାଘବ କହିବ ଚାଟୁବାଣୀ ।ପଦ ।ଯା’କର ପଙ୍କଜେ ଭ୍ରମେ ଲଭିଲେ ସ୍ପରଣଚାକର ହେବାକୁ ହେବ ଶକ୍ରର ତରସ ।୧।ହେଲେ ହେଲେ ଭୁବନ ମୋହନ ବିଶାରଦଶୁଣି ଯାହା ବାଣୀ ବୀଣା ଛାଡ଼ିବେ ନାରଦ ।୨।ଯେ ରାଜି କରଇ କୋଟି ସଂଖ୍ୟକ ସବତେବ୍ରଣ ଲେଶ ନ ଦିଶଇ ନଖଦନ୍ତ କ୍ଷତେ ।୩।ନ ଚାହୁଁ ଯେ ଚାହୁଁଥାଏ ସ୍ନେହେ ନେତ୍ରାଞ୍ଚଳେଚାହିଁ ନ ଚାହିଁବା ଭଙ୍ଗୀ ପ୍ରକାଶଇ ଛଳେ ।୪।ଶ୍ରୀମତୀ ସଖୀଙ୍କି କେଉଁ ସହଚରୀ ଭାଷେଶ୍ରୀହରିଚନ୍ଦନ ଜଗଦ୍ଦେବ କହେ ତୋଷେ ।୫।
(୮୪)
ରାଗ—ଧନାଶ୍ରୀଘେନ ଘେନ ମନ ଘନସମ ଶ୍ୟାମଳିଆକୁ,ପିଲାଟି ଦିନୁ ପୂତନା ପ୍ରାଣକବଳିଆକୁ ।ପଦ ।ବରଙ୍କୁ ଗୋପୀଙ୍କର ମକରକୁଣ୍ଡଳିଆକୁ,ଅଖଣ୍ଡଚନ୍ଦ୍ର, ସୁନ୍ଦର ମୁଖମଣ୍ଡଳିଆକୁ ।୧।ମଦଗଜଗମନକୁ କଦମ୍ୱମୂଳିଆକୁ,ମଖଶାଳାଭିଖାରୀକୁ ଶିଖଣ୍ଡଚୂଳିଆକୁ ।୨।ସମୁଦ୍ରକୁ କରୁଣାର ଯମୁନାକୂଳିଆକୁ,ଗୀତ ନଟ ଲମ୍ଫଟକୁ ପୀତଦୁକୂଳିଆକୁ ।୩।ବଲ୍ଲବେନ୍ଦ୍ରନନ୍ଦନକୁ ପଲ୍ଲବମାଳିଆକୁ,ଭଜେ କବିରବି ତାହାଙ୍କର ପା’ତଳିଆକୁ ।୪।
(୮୫)
ରାଗ—ତୋଡ଼ି—ରୂପକଚନ୍ଦନ-ଗନ୍ଧବହ ବହିଲା ରେ ।ପଦ ।କିଂଶୁକ ସୂନଚୟ ଜ୍ୱଳିତ ଧନଞ୍ଜୟବିପ୍ରଯୋଗୀ ହୃଦୟ ଦହିଲା ରେ । ୧।ଚୂତ ମୁକୁଳିତର-ଜନିରେ ତର୍ଜି ସ୍ମରକାହାର ଭୟଙ୍କର ନୋହିଲା ରେ ।୨।ବିରହୀକୁଳ କଳ କଳ କରି କବଳକରିବ କି କୋକିଳ କହିଲା ରେ ।୩।ନବମାଳିମଞ୍ଜରୀ ନବ ପ୍ରସୂନ ଶିରିମିତ, ତୋ ସ୍ମିତପରି ମୋହିଲା ରେ ।୪।ହୁଙ୍କାର ମାତ୍ରେ ଦାବ ଦେଇ ମଦରେ ଲମ୍ୱତୋ ସ୍ନେହୁ ମୋ ଗରବ ସରିଲା ରେ ।୫।ଅଷ୍ଟଦୁର୍ଗେଶ ଭାଷେ ଶ୍ୟାମବାଣୀ ବିଳାସେହସି ରସିଲେ ବ୍ରଜମହିଳା ରେ ।୬।
(୮୬)
ରାଗ—ସାରଙ୍ଗଚନ୍ଦ୍ରବଦନା ସ୍ନେହେ କହ ରେକାହାର ହାରମଣି ତୁ ।ପଦ ।ତୋର ଚରଣ ନଖର ଗଣ,ଶରଦୁଦିତ ତାରା କିରଣପରମ୍ପରା ସୁସମରୁ କଣ,ବରବାମା ବୃନ୍ଦେ ନାହିଁ ଏ ବ୍ରଜ ସହରେ ।୧।ବଳାହକରୁ କବରୀ କଳାକଳାକର – ବିମ୍ୱ ମୁଖ ତୁଳା,କଳା ମାତ୍ର ନାହିଁ ରେ ଅବଳା,ବଳା ବଳୟ କି ଋତୁ ଭୂଷାନିବହ ରେ ।୨।ତନୁବର୍ଣ୍ଣ ବଳିଛି କୁନ୍ଦନୁ,ତନୁ- କଟିଟି କି ଯିବ ମନୁଅନୁମିତ ହୁଏ ମଣିସାନୁ,ସ୍ତନୁ ଊଣା ହୋଇବ, ଏ ତହୁଁ ଦୁର୍ବହ ରେ ।୩।ଯଉବନମଦ ଚାଲି ଲବ,କେଉଁ ବନ ମଦରାଜେ ଥିବ,କଉୁତକର ତୁ ତ ଅର୍ଣ୍ଣବ,ବତ – ବନ୍ଧୁ କି ତୁ ସ୍ପର ସିନ୍ଧୁ ପ୍ରବାହ ରେ ।୪।ପଟାଟୋପେ ଲୋକେ ବିରତ୍ତମ,ଛଟା କଟାକ୍ଷରୁ କି ବିଷମକଟିଟିନୁଚ୍ୟ କି ହେବ ସମ,ସଟାବଟା ନ କର ରୋଷେ ମୋ ଆଗ୍ରହରେ ।୫।ଧନ ହୁଅ ଯାହାର ତାହାର,ମୁଁ ତୋ ଚାକରୁଁ ନୁହେଁ ବାହାର,ମୁଖ ପଙ୍କଜ ମଉଳା ହାର,ଦେବୁଟି କି ମୋତେ, ମଜ୍ଜାଅ ଦେହରେ ।୬।ବସୁଦୁର୍ଗ ପୁରନ୍ଦର ଭାଷେ,ଶ୍ୟାମସୁନ୍ଦର ବାଣୀ ବିଳାସେ,ଲାଜେ ମଜ୍ଜିବାର ମହୀ ବାସେ,ହସି ପଳାଇଲେ ମହା – ମଦନ ମୋହରେ ।୭।
(୮୭)
ରାଗ—ସାରଙ୍ଗ, ଆଦିତାଳଚନ୍ଦନବାସି କୁନ୍ଦବରହାସି ରେ ।ପଦ ।କରୁଣାମୟ ବରୁଣାଳୟ ହୃଦୟା ଘନକେଶି ରେ,ପରାପତ ତୁ ମତେ,ହେଲୁ ପରା ନିରତେ ହରାଙ୍ଘ୍ରିଭଜନରୁ କାଶୀରେ ।୧।ଶରଣାଙ୍କିତ ଅରୁଣାମ୍ୱୁଜଚରଣା ମୃଦୁଭାଷି ରେ,ଧରା ତରୁଣୀ ଶିର, ଝରା ରତନମତେ କରା ଆଜ ତୋ ନିଜ ଦାସୀ ରେ ।୨।ମଦନେଷୁଜକଦନେ ଗଲି ଭାସି ରେ,ତରୀ ପରି ଅଙ୍କରେ,କରି ନିବିଡ଼ତରେ ପରିରମ୍ଭରେ ରଖ ଆସି ରେ ।୩।ଲଳନାବର ତୁଳନା ପରିକଳନା ଗୁଣରାଶି ରେ,ଅନା ଅନା ଚପଳା,ନୟନାନ୍ତରେ ତୁ ମଦନାହବକୁ ଫରମାସି ରେ ।୪।କରି ବନ୍ଦନ ହରିଚନ୍ଦନ କହେ କୁଞ୍ଜବିଳାସି ରେ,ରୁଷା ବରଜି ମୃଗଦୃଶାପଡ଼ିଲେ ମୃଦୁ ମସାରନିଭ ଭୂଜପାଶୀ ରେ ।୫।
(୮୮)
ରାଗ—କାମୋଦୀ, ତାଳ—ଏକତାଳିଚରଣାୟୁଧବୃନ୍ଦ ରଟିଲା ରେଅରବିନ୍ଦ ହିଁ ବନ୍ଧୁ ଫୁଟିଲା ରେ,କର କରୁଣା ବୋଲି ଯେତେ ଚାଟୁ ରଚିଲିଗୁମାନ ଗଣ୍ଠିଟି ନ ଫିଟିଲା ରେ । ଘୋଷା ।ଖଚବଚ ମୁଦ୍ଗର, ପ୍ରହାରି କୋଟି ମୋର,ମୋଦପୀୟୂଷ ଘଟି ପିଟିଲା ରେ,ପିଶାଚ ସ୍ମର ଆସି, ଦେବାରୁ ମୋତେ ଗ୍ରାସି,ନିଶା ଚରମଦଶା ଘଟିଲା ରେ ।୧।ରାତିତିମିରତତି ଗଲେ ଯେ ପ୍ରୀତିପ୍ରତିବନ୍ଧକଅନ୍ଧକାର ଘଟିଲା ରେ ;ନ ବୁଝିଲୁ ଗୁହାରି, ତୋ ରୁଷା ଯେ ମୋହରିପରାଣ ଲୁଟିବାକୁ ହଟିଲା ରେ ।୨।ଲୋଚନରେ ଲୋଚନ, ସଙ୍ଗମେ ଯେଉଁ ଦିନରଚଇ ଅନ୍ତରାୟ ଜଟିଳା ରେ;ତ୍ରୁଟି ହେଲେ ବରଷୁଁ, ଏବେ ମୋର କି ଦୋଷୁଁକୁଟିଳାକ୍ଷି ତୋ ସ୍ନେହ ତୁଟିଲା ରେ ।୩।ଭରମରମ୍ୟଦେହା, ଚରମ କଲୁ ଯାହା,ଜାଣିଲି ମୋ କରମ ଫାଟିଲା ରେ;ସକାମ କରି ମାରି, ପକାନ୍ତୁ ସୁକୁମାରୀ,ନ କାଟନ୍ତା ଏ ଯେଡ଼େ କାଟିଲା ରେ ।୪।କିଶୋରୀଙ୍କର ମନମୀନକୁ ଏ ବଚନ-ମିଷବଡ଼ିଶଲାଠି ଛାଟିଲା ରେ;ଅଷ୍ଟଦୁର୍ଗ ଭୂପତି, ମିଳିନ୍ଦ ସେ ଦମ୍ପତି,ପଦାବ୍ଜ ମକରନ୍ଦ ଚାଟିଲା ରେ ।୫।
(୮୮) ଚରଣାୟୁଧ-କୁକୁଡ଼ା,ଅରବିନ୍ଦ-ପଦ୍ମ,ମୋଦପୀୟୂଷଘଟି-ଆନନ୍ଦରୂପ ଅମୃତର କଳସ, ତତି-ସମୂହ,ତ୍ରୁଟି ହେଲେ ବରଷୁଁ-କ୍ଷଣକାଳ ବର୍ଷକ ପରି ହୁଏ,ଭର୍ମ-ସୁବର୍ଣ୍ଣ, ମନମୀନକୁ-ମନରୂପ ମାଛକୁ, ବଚନ ମିଷ ବଡ଼ିଶ ଲାଠି-କଥାରୂପ ବନଶୀଖଡ଼ା, ମିଳିନ୍ଦ-ଭ୍ରମର