ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୨୭ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୨୦୯)
ରାଣ ଅଛିଟି ରେ କିଶୋରୀ ପ୍ରମଦାବରତଳପେ ଅଳପ ରହରେ କଳପ-ଲତା ମୋ ହୃଦୟ ହାର (ପଦ)ଯାମିନୀ ଚରଣ କାଳେ ୟେ ରକମକି ବୋଲି ବାଣୀ ନ ଶୁଣାକଳାକରଚୂଡ଼ାହତ ଶର ପୀଡାକୁ କର ଊଣା ।୧।ହର ସିନା ଘନକେଶୀ ନିଧୂବନ ବିହିତ ନଖକ୍ଷତକୁସହିବାକୁ ସହୀ ହେଲା ମୋର ସହୀତୋର ଦୋ ଦୃଢ଼ ଘାତକୁ ।୨।ଚଞ୍ଚଳ ନୟନା ରଦାଞ୍ଚଳ ସିନାପ୍ରଦାନ କରିବୁ ଥରେଟେକି ଉରବର ଜାକତ ମୋହରହାର ପରଶ ମରେ ରେ ।୩।ନାହିଁ କି ଧରମ କରିଛନ୍ତି କାମକୁଚଚକ୍ର ନୀଳ ଛାଇସ୍ୱରୂପ ପରି ରେ ନିବିଡ଼ ଶ୍ଳେଷରେଆଉ ମୁଁ ପଡ଼ିବି ନାହିଁ ।୪।ଘଟ ପତି ଉଟ ଥନକୁ ନିପଟଦଳି ଦେବି ନାହିଁ ଆଉହାଟକ ଝଟକ କରନା କଟକଶୋଭା ରେ ଦେବୁ ଦାଉ ।୫।ଗିରିବରଧାରୀ ଶୁଣି ଶିରୀମତୀହେଲେ ଅତି ରତି ମତିଅଷ୍ଟଦୁର୍ଗ ପତି ବୋଲେ ସେ ଦମ୍ପତିପାଦେ ନ କର ପୀରତି ।୬।
(୨୧୦)
ରାତି ପାହିଗଲା ହେ ହାତୀ,ହୁଅ ଅପହୁଡ଼ ତେଜ ସୁପାତି ।ପଦ ।ହେମ ହେଲା ଉରମୁକୁତା, ପାନକଳ ଲାଗିଲା ପିତା,କରଟ କୁମ୍ଭାଟ ଚମକି ରଟନ୍ତିବାଜିଲା ଅରୁଣ କିରଣ କାନ୍ତି ।୧।ଛୁଇଁ ଗଙ୍ଗଶିଉଳି ବନ, ବହିଲାଣି ମୃଦୁ ପବନ,ରଥାଙ୍ଗ ଦମ୍ପତି, ହୃଦୟରୁ କିଛିଦୂର ହୋଇଲାଣି ବିରହ ତାତି ।୨।ବିଳସିଲେ କୁମୁଦ ନିଦ, ଅଳିକୁଳ ହେଲେ ପ୍ରମୋଦ,ଲାଗିଲାଣି ଭୟ, ସଙ୍ଗିନୀ ନିଶ୍ଚୟ,ଇଙ୍ଗିତରେଘେନି ଯିବେ ମୋ ଜାତି ।୩।ମନ ମୋର ଧୃତି ନ ଟଳୁ, ଧନ ମୋତେ ମେଲାଣି ମିଳୁ,ରାଧା ନନ୍ଦସୁତ ମାତିଲେ ବୋଲି ତ ତୁଚ୍ଛାକୁଏ ବ୍ରଜମଣ୍ଡଳେ ଖ୍ୟାତି ।୪।ଜଳନ୍ତର ଭୂପତି କହେ, ଅଙ୍ଗରାଗ ଅଛି ମୋ ଦେହେ,ଅତି ସେ ନଜରୁ ହେମ ଉରୋଜରୁଶିଥିଳାଇ ଦିଅ ଅଳପ ଛାତି ।୫।(୨୧୦)କରଟ—କୁଆ,ସୁପାତି—ଶେଯ
(୨୧୧)
ରାଗ—ଗୁଜୁରୀ—ତିପଟାରାଧେ, ଅନଙ୍ଗ ରଙ୍ଗ ରଣକୁ ଆଜ ସାଜ ରେ,ରାଜ ବଦନ ମାଜ ସଖି ସମାଜରେ,ମନୁ ଲାଜ ତେଜ ହାଜର ଜରିତାଳଧରି ବିରାଜ ଆଜ ରେ ।୦।ମଞ୍ଜଳତର କୁଞ୍ଜ ନିଳୟ ମଣ୍ଡ ଆଦରେ,କଞ୍ଜ କୁସୁମ ଗଞ୍ଜନ କମନୀୟ ପାଦରେ,ଅଞ୍ଜନ ରୁଚି ପୁଞ୍ଜ ବିହଗ ପଞ୍ଜରନିଭକୁଞ୍ଜରେନ୍ଦ୍ରରଞ୍ଜନ ଶୁଣ ଗର୍ବିତ ମତ ନିର୍ବିବାଦରେ ।୧।କୁଞ୍ଜ ସଦୃଶ ସୁନ୍ଦରତର ମନ୍ଦହାସୀ ରେ,ଚନ୍ଦନ ଘନସାର ସକଳ ବୃନ୍ଦବାସୀ ରେ,ନନ୍ଦ ନିଳୟ ଚନ୍ଦ୍ରମୁଖ ପସନ୍ଦ ସୁଅରବିନ୍ଦ-ସୂନ ନିର୍ଗତ ମକରନ୍ଦର ହୁଅ ଯା ପିପାସୀ ରେ ।୨।ମୁଞ୍ଚ ସୁଦନ୍ତୀ ରଞ୍ଜନ ନିସୀ ରଚ ଖେଳରେ,କୁ଼ଞ୍ଚିତ ଭୂରୁ ଭଙ୍ଗୀ ଜିତ ବିରଚ କୁଳରେ,ଚଞ୍ଚଳ ନୟନାଞ୍ଚଳ ମିଶି ସଞ୍ଚିତ ମଦଚଞ୍ଚ-ରୀକ ସଞ୍ଚରୁ ନବ କାଞ୍ଚନ ନିଭ ଚାରୁଚେଳରେ ।୩।ଶାନ୍ତରସ ପିଚିଣ୍ଡିଳମତି ମନ୍ତ୍ର ପାଳି ରେ,ସୀମନ୍ତ ମଣି ସୁକୁନ୍ତଳ ମତି ତୁ ଆଳି ରେଦନ୍ତକ ତୃଣବନ୍ତ କରୁ ନିରନ୍ତର ସେ ଦୁରନ୍ତକାମକୁନ୍ତ ସଦୃଶ ପାଣିରୁହ ନିତାନ୍ତ କେଳି ରେ ।୪।ବାରଣଗତି ହାର ରେ କୁଚଭାର ମଣ୍ଡ ରେ,ନିବାର ମୁଦିର ବାର ତନୁରୁ ମାରଦଣ୍ଡରେ,ଆରକତ ସୁସାରସ ବାରବାର ବିଜୟୀ ସାର—ପଦଦ୍ୱନ୍ଦକୁ ଭାବି ବନ୍ଦଇ କବିମାରତଣ୍ଡ ରେ ।୫।
(୨୧୨)
ରାଗ—ଶଙ୍କରାଭରଣରାଧେ ରସିକରାଜ, ତୋ ପ୍ରବୀଣାପଣ ଜଣାଯିବ ଆଜ,ନନ୍ଦର ତନୟ ପୁରନ୍ଦର ମଣି ମକରନ୍ଦଲିଟ ତୁ ଅରବିନ୍ଦଟି ସୁନ୍ଦରି ।ପଦ ।ହେବା ଦିନୁ ସ୍ତନ ପୀନ କରକଶ,ମଦଗତେ ବସୁନ୍ଧରା ମଣ୍ଡଳିକି ମଣ୍ଡୁ ପରା,ଏବେ ଧରାଧରଧରା କରେ କସ ।୧।ଭିନ୍ନ ସଖୀ ଦେହେ ସ୍ନେହେ ଜଡ଼ିବାର,ଭିନ୍ନ ସେ ଶିଖଣ୍ଡଚୂଳ ମରକତ ଅରଗଳ,ବଳିଷ୍ଠ ବାହୁ ଯୁଗଳ ଭିଡ଼ିବାର ।୨।ଆମ୍ଭେ ସିନା ପ୍ରଭୁ ବୋଲି କରୁ ଭୀତି,ତୁ ଯାହା କଲେ ତା ସହୁ, କ୍ଷମା କରିବେ ସେକାହୁଁ ବାମାଗର୍ବ-ଚନ୍ଦ୍ର ରାହୁ କଳାହାତୀ ।୩।କି ହେବ ମନ୍ଦିରେ ଭୂରୁ ନଚାଇଲେ,ଯଶ ହେବ ସେହି କାଳେ ନଟ-ମୁକୁଟକୁ କୋଳେ,ନଚାଇ ସେ ରସେ ବଳେ ରୁଚାଇଲେ ।୪।ମୃଦୁ ତନୁ ବୋଲି କେ ଛାଡ଼ିବ ଆଉ,ଅଙ୍କୁ ଯିବାଯାଏ ଶାନ୍ତ ହୋଇବ ନାହିଁ ଯେ ଦାନ୍ତ,କରରୁହ-ପ୍ରାନ୍ତକୁନ୍ତ ଖେଳା ଦାଉ ।୫।ବୋଲେ ଅଷ୍ଟଦୁର୍ଗନାଥ ଜଗଦ୍ଦେବ,ସଖୀ ପରିହାସ ଶୁଣି ଲାଜେ ହସି ଠାକୁରାଣୀ,ମନେ କଲେ ହେଲେ ପୁଣି ବୁଝାଯିବ ।୬।
(୨୧୩)
ରାଜାରାଜ ରେ, ସତେ ରୁଷି ନାହୁଁ ତୁ ଯେ ଆଜ ରେଆଡ଼ରୁଷାରୁ ତ ଜାଡ଼ରୁ ସାରସପରି ହୁଅଇ ମୋ ଓଜରେ ।୦।ଅନ୍ତଃସ୍ମିତ ରୁଚି ଅଳପ ସ୍ଫୁରୁଚିରମ୍ୟ ମୁଖ ଦ୍ୱିଜରାଜରେଟେକୁ ଯେଉଁ ମଥା ପଦେ ହେଲେ କଥାକହୁ ନାହୁଁ ଏ କି ବ୍ୟାଜରେ ।୧।କି କଳ ବୀଣା ତୁ ନୂତନା ହେବାରୁବିକଳ ହେଉଛୁ ଲାଜରେଆନ ଅଛିଟି ଏ ବିନୟ ବଚନମାନ ମୋ କୋଳେ ବିରାଜ ରେ ।୨।ଲୋକୁଟାରେ ବ୍ରୀଡ଼ା ନ ଧରି ଅଧରୁଢ଼ୋକୁଟାଏ ଦେଇ ସାଜରେତୋର ଶତ ମାନ, ଶଙ୍କା, କଳଙ୍କକୁଛଡ଼ାଇ ମୋ ମନ ମାଜ ରେ ।୩।ଦୋଷ ସିନା ତୁଚ୍ଛା ରୋଷ କଲେ କୁଚ୍ଛାନେବୁ ଛଇଲା ସମାଜରେମନ୍ଦେ ହସ ମୋର ସନ୍ଦେହ ସନ୍ଦୋହନାଶି ମୋଦକୁ ନିଆଜ ରେ ।୪।ଅଷ୍ଟଦୁର୍ଗନାଥ ବିରଚିଲେ ଏହାବୋଲୁ ବ୍ରଜ ଯୁବରାଜରେମଜ୍ଜିଗଲା ଲଜ୍ଜା ସ୍ନେହ ଜଳଧିରେଦେବୀଙ୍କ ମନ ଜାହାଜରେ ।୫।
(୨୧୩)ସାରସ—ପଦ୍ମ,ଓଜ—ତେଜ,ଦ୍ୱିଜରାଜ—ଚନ୍ଦ୍ର,ବ୍ୟାଜରେ—କପଟରେ,ଆନ—ରାଣ,ଲୋକୁଟାରେ —ଦୀନହୀନ ବ୍ୟକ୍ତିଠାରେ,କୁଚ୍ଛା—ଅପନିନ୍ଦା,ସନ୍ଦୋହ—ସମୂହ,ନିଆଜ—ମନେକରିବା ।
(୨୧୪)
ରାମା—କେଦାର—ରୂପକ ତାଳରାମା ରଥାଙ୍ଗ ଦମ୍ପତ୍ତି ରତେ ରସିଲା ରେ । ଘୋଷା ।ସଞ୍ଜରୁ ବନ୍ଦିଲି ତୋତେ କଞ୍ଜ ବିକାଶ ପର୍ଯ୍ୟନ୍ତେଅଞ୍ଜନାଶ୍ରୁ କେବଳ ବରଷିଲା ରେ ।୧।ନୋହେ ସେ କଞ୍ଜବିକାଶ ଅହେତୁରେ ବନ୍ଧୁ ରୋଷଜାଣିବେ କି ସେ ସାରସ ହସିଲା ରେ ।୨।ତୁଷାର ହେଲା ମଣ୍ଡନ ସୁସାର ପଦେ ବଚନତୋ ସାରସ ବଦନୁ ନ ଖସିଲା ରେ ।୩।ସେବା ନ ଘେନି ଆନନ୍ଦ ହେବାର ଏ ପରିବନ୍ଧଜବାଧରା କି ପସନ୍ଦ ଦିଶିଲା ରେ ।୪।ଯା’ ତୁଲେ ରତି ଶରଣ କରୁ ତୋ ମୃଦୁ ଚରଣନ ରଖିଲା ସେ ଶରଣ ପଶିଲା ରେ ।୫।ଊଣା କରବାରୁ ପ୍ରେମ ହଣାଇ ଦେଲା ଉତ୍ତମ—ପରି ମୋର ମତିକି ଆଭାସିଲା ରେ ।୬।କହେ ଅଷ୍ଟଦୁର୍ଗ ପତି ଶୁଣି କିଶୋର ଭାରତୀହୋଇଲେ ଅମନାବତୀ ସୁଶୀଳା ରେ ।୭।
(୨୧୫)
ରାଗ—ତୋଡ଼ି ପରଜରେ କିଶୋରି, ତୁ ଲୋଡ଼ୁଅଛୁ ମାଡ଼କୁ,ନାହିଁ କରୁ କରୁ ଚାହିଁଲୁ କାହିଁକି ଶ୍ୟାମଳଚାନ୍ଦ ଆଡ଼କୁ ରେ ।ପଦ ।ମୋରେ ତ ନଜର ନ ଦେଉ ନଜରନ ଦେଉ ଯେ ବିଶାଖାରେ,ବୃଥା ନିତି ରସେ କି ଥାଏ ତୋରସେ ତମାଳ ତରୁ ଶାଖାରେ ।୧।ଆନ ମହାଧନ ବିବିଧ ବସନଛାମୁରୁ ନେଉଛି ମାଗି,ତୋର ତ ଜୀବିକା ହୋଇଅଛି ଏକାକଳାମେଘି ଶାଢ଼ୀ ଲାଗିରେ ।୨।ତଳପ ପରି ଅନଳପ ସୁରଭି ଫୁଲଝଡ଼ି ପଡ଼େ ତଳେ,ମତ୍ତ ସୀମନ୍ତିନି ! ମଣି ମିଶାଇଛୁଅତସୀ-କୁସୁମ ଦଳେ ।୩।ଗଣି ନୋହିବାର ମଣିଭୂଷା ଅଛିତହିଁକି ନ ଚାହୁଁ ଢାଳେ,ଗଳାଇ ଦେଇ ଗୁନ୍ଥିଛୁ ମନୁଟିକିକଳା ଇନ୍ଦୀବର ମାଳେ ।୪।ଜଳାବାଟେ ହେଲେ ବଳାହକେଚାହିଁ ପୁଲକେ ହେଉ ଭରତି,କଳା ବୋଲି ସ୍ନେହେ ଦଳା ମଳୟଜବୋଳାଭ ଯା ଅଙ୍ଗେ ନିତି ।୫।ମାରି ଜାଣିଅଛୁ ବାରିଜାକ୍ଷୀ ହସିସର୍ବ ଅବତଂସ ଫୁଲେ,କଷ୍ଟ ପାଇବୁ ତୁ କାହାର କି ଯିବଅଷ୍ଟଦୁର୍ଗନାଥ ବୋଲେ ।୬।
(୨୧୬)
ରାଗ—ତୋଡ଼ିପରଜ—ଏକତାଳିରେ କିଶୋରି, ନ ସହିବୁ କେ ସହିବ ?ନ ସହିଲେ ଶ୍ୟାମ ମୂରତି ପୀରତିବଲ୍ଲୀଫଳ କିସ ହେବ ? । ଘୋଷା ।ଦେଖୁଛୁ ତ ଯେଉଁ ରୂପେ କୁସୁମକୁଦେଉଅଛି ଅଳି ଦଳି,ବାମ ଅଙ୍ଗେ ଦକ୍ଷ ଅଙ୍ଗ ବାରିଜାକ୍ଷକରେ ସିନା ଅଳି ଦଳି ।୧।ବ୍ରଜରାଜ ସୁତ ମୃଦୁପୁରୁହୂତମଣି ବିରଚିତ ଚୂତ,ପୁରଭିଦରୀଦର୍ପଣ-ଗଣ୍ଡସ୍ଥଳାସୁରଭି ଇନ୍ଦିରା ତୁ ତ ।୨।ହଜାରେ ନିଷେଧି ଜଣାଇଲେହେଲେ ନ ଜାଣି ଆପଣା ବାଧ,ଯାହା କଳାବତୀ, ଘେନି ବସିଥାଉତାହା କଲା ଅପରାଧ ।୩।ହର-ପରିପନ୍ଥୀ ଦେବାବେଳେ ଗୁନ୍ଥିମନରେ ମନ ଗଳାଇ,କହିଲୁ କି ପ୍ରିୟସଖି, ମୁଦେ ପଦେପହିଲୁ ଦେଲୁ ବଳାଇ ।୪।ଆନ ସହାୟ କେ ଅଛି କି ଭୂଲୋକେମାନସରେ ବିଚାରିଲେ,ତା ଚରଣ ସିନା ଶରଣ ସେ ନାନାଆଚରଣ କଲେ ହେଲେ ।୫।ଶୁଣି ଆଳି ବାଣୀ ହସି ଠାକୁରାଣୀନିମଜ୍ଜି ରହିଲେ ସ୍ନେହେ,ତୁଷ୍ଟ ହେଲେ ସହୀ ଶ୍ୟାମଚନ୍ଦ୍ରମୁହୀଁଅଷ୍ଟଦୁର୍ଗ ନାଥ କହେ ।୬।
(୨୧୭)
ରାଗ—ତୋଡ଼ି ପରଜ, ଆଦିତାଳରେ କିଶୋରି, ପଛେ ଛୁଇଁବୁ ମୋ ତନୁ,ପାସୋରି ପକାଅ ନୀପଅନାଉଣିସୁଆଗ ତୋ ଆଗ ମନୁ । ଘୋଷା ।ମାତିଲା ନିକୁଞ୍ଜେ ଜଣାଯାଇ କୁଞ୍ଜେବୋଲି ହେଉଛି ଖବର,ନୋହି ମନ୍ଦାବର ଏ ଅପବାଦରଅପାୟ ଉପାୟ କର ରେ ।୧।ହିତକୁ ଛାଡ଼ି ମୁଁ ନ କହେ ମୋପ୍ରାଣମିତକୁ କଦାପି ଆନ,ଚିତ୍ତକୁ ନ ଆସୁ ଆସୁ ତା ମୁରଲୀଗୀତକୁ ନ ଦିଅ କାନ ରେ ।୨।ନ ଜାଣିଲା ପରି ଇନ୍ଦୀବରଧରୀଚୁମ୍ୱୁ ଯେ ଅନବରତ,ହର ତୋତେ କୃପା କରନ୍ତୁମଦନକରତ ମୁଖୁଁ ବରତ ରେ ।୩।ଧନ ମାନରେ ତୋ ଅଙ୍ଗେ ଯେପୁରିଛି ବନମାଳିକା ବାସନା,ଛାଡ଼ିବି ମୁଁ ଆଜ ଏକଥା ନିଆଜପହିଲେ କହିଲେ ସିନା ରେ ।୪।କାହିଁକି ହେଲାଟି ଏପରି ପଲ୍ଲବତଳପରେ ସଢ଼ି ଦେହ,ଜନେ ଯେ ପୁଚ୍ଛିବେ ତହିଁକି ଜବାବଜଳପ ଅଳପ ରହ ରେ ।୫।ସହଚରୀ ପରିହାସୁ ହସି ଗୋରୀତାଡ଼ି ଅବତଂସଫୁଲେ,ସେ ସମୟ ଛବି ଚିନ୍ତି ଚିତ୍ତେ କବିରବିରାୟଗୁରୁ ବୋଲେ ରେ ।୬।(୨୧୭)ନିଆଜ—ଅନୁମାନ କରିବା,ତାଡ଼ି—ଫିଙ୍ଗିଦେଇ,ଫୋପାଡ଼ି
(୨୧୮)
ରାଗ—ତୋଡ଼ି ପରଜରେ କିଶୋରି, ରୁଷିବାର ସିନା ଜାଣୁ,ରସ-ଜଳଧିରେ ଅବଗାହି ଧୀରେ,ତହୁଁ ତ ସାର ନ ଛାଣୁ ରେ । ଘୋଷା ।ରମଣୀୟ ଜାଣି, ରସି ଯହିଁ ପୁଣି,ନ ଡରି ପରିବାଦକୁ;ରୋଷ ଅଙ୍ଗୀକାର କରି କି ତାହାରଅଳପ କଥା ପଦକୁ ।୧।ରତ୍ନ ତ ମୃଦୁଳ, ନୋହେ ତାକୁଅଳଙ୍କାରକୁ ନିକି ନ ଆଣି;ରସିକାଙ୍କ ଶିଖାମଣି ଘେନୁ ଶିଖାଶିଖି ତୁହି କାହୁଁ ଶୁଣି ରେ ।୨।ରକତ ବ୍ୟକତ, ହେଲେ ଯଦି କ୍ଷତ,ହୁଅଇ ଆସେଚନକ;ରଦାଗ୍ର ସ୍ପରଶ ଅବା କେଡ଼େ ଦୋଷନ କରି ଚିତ୍ତେ ବିବେକ ।୩।ରତିଈଶରଣ ଯାହାର ଶରଣଦେଖିଥିଲେ ତାକୁ ନେତ୍ରେ;ରହନ୍ତୁ କି ଲାଜ କ୍ରୋଧେ ଜମି ଆଜଭୁଜେ ଭିଡ଼ି ଦେବା ମାତ୍ରେ ।୪।ରଙ୍କରତନ ଲାଭକୁ ପରି ଏବେରଚି ଯତନକୁ ଭଲେ;ରମ୍ୟ ଶ୍ୟାମଚ୍ଛବି କିଶୋରରେକବିରବି ରାୟଗୁରୁ ବୋଲେ ।୫।(୨୧୮)ଆସେଚନକ—ତୃପ୍ତିକାରକ,ରଦାଗ୍ର—ଦାନ୍ତ ଅଗ ।
(୨୧୯)
ରାଗ—ତୋଡ଼ି ପରଜ—ଏକତାଳିରେ କିଶୋରି, ଲାଜେ ପୋତୁ କେତେ ମଥା ॥
ଲୁଚାଉ ଯେ ରସ ବିଚକ୍ଷଣା ଜଣାନାହିଁକି ତୋ ମନ କଥା ରେ । ଘୋଷା ।ବୟସ ସିନା ପନ୍ଦର ପୂରି ନାହିଁ,ଗୁମାନେ ତ ନୋହୁ ଊଣା,କହୁଥାଏ ସବୁ ଚାଲିବା ଗରବୁଁ,ତୋ ମଣି-ବଳା ବାଜଣା ରେ ।୧।ପ୍ରତି ପଦ ଚାଲି ଇସି ଇସି ଭାଷିବିଳାସ କେତେ ଦେଖାଉ,ବିଷମ ବାଣକୁ ବିଦ୍ୟା ଶିଖାଇବାଅଭିମାନ ଥାଉ ଥାଉ ରେ ।୨।ମୁକୁତା-ଦଶନା ତନୁ ମାତ୍ର ସିନାଶିରୀଷ କୁସୁମ ସମ,କଟାକ୍ଷ ତ ଗିରିବରକୁ ବିଦାରିପାରିବା ପରି ବିଷମ ରେ ।୩।ପଦେ ପରିହାସେ ମୁଖ ମଣ୍ଡି ବାସେପଳାଉ କେତେ ଆଗରୁ,ମୋର ଏ ବିଚାର ସୁରତ ସାଧନେପାଇଲି ମୁଁ ନୂଆ ଗୁରୁ ରେ ।୪।ମୂରୁଖ ସଖୀଙ୍କି ନାନା ପ୍ରବନ୍ଧରେନଚାଇବା ଗୁରୁ ତୁହି,ଅଷ୍ଟଦୁର୍ଗ ନାଥ କହେ ଯେବେ ନୋହେକହ ମୋ ମୁଖକୁ ଚାହିଁ ରେ ।୫।
(୨୨୦)
ରାଗ—ପୂରବୀ—ଝୁଲାରେ ବନ୍ଧୁଆ, ଅଛି ପରା ଅବଧାନେନୋହୁ ନବସଙ୍ଗ ଦୁହେଁ ଯେ ଅନଙ୍ଗବଶ ହୋଇଲାଇଁ ଦିନେ । ଘୋଷା ।ବେଣୀ ବାମସ୍ତନ କନକକୁମ୍ଭକୁ ଆଣି ଫିଟାଇ ଫିଟାଇ,ଗେଲାଇ ବିଜେ କରିବା ବେଳେ ଧାତାଦେଲା ଯେ ଭେଟ ଘଟାଇ ।୧।ଚାରୁଚନ୍ଦ୍ର ଜିଣା ବଦନକୁଟେକୁଁ ଚାରି ଚକ୍ଷୁ ମିଶିଗଲା,ସ୍ନେହ ଆନନ୍ଦ ମନ୍ଦାକ୍ଷ ସୁଖମୟସେକ୍ଷଣେ ଯେ ଦିଶିଗଲା ।୨।ମନୋରଥ ପଥ ସଞ୍ଚାରି ପଦାର୍ଥହୋଇଗଲା ନୀର ସରି,ମନ୍ଦହାସ ଯେ ଜନ୍ମିଲା ଦୁହିଙ୍କରକୁନ୍ଦ ଉପହାର ପରି ।୩।ପୁଲକ କମ୍ପ ସମ୍ପଦ ଲମ୍ପଟହୋ/ଇବାରୁ ଚାରି ବାହା,ନ ସମ୍ଭାଳି ପରିରମଣ ଆରମ୍ଭେବଳିଲାଇଁ ଆମ୍ଭେ ଯାହା ।୪।ଜରତି ପାଶରୁ ଜଣେ ଆସି ହେଲାଭରତି ନୋହୁଁ ସେ ରସ,ସକଳ ସୁଖ ସମ୍ପତ୍ତି ହଜି ଯେଡ଼େବିକଳ ହେଲା ମାନସ ।୫।ପଳାଇଲୁ ବଳା ଝୁମୁଝୁମୁ କରିଲାଜରେ ନୁଆଁଇ ମଥା,କହେ ଅଷ୍ଟଦୁର୍ଗ ନାଥ ସେ ସମୟେମୋହର ଯେଉଁ ଅବସ୍ଥା ।୬।
(୨୨୧)
ରାଗ—ପୂରବୀ—ଏକତାଳିରେ ବନ୍ଧୁ, ଊଣା ତ ନାହିଁ ଚାକିରୀ,ଗୁଣାମ୍ୱୁନିଧିରେ ଶୁଣାଗଲା ଆଜି ମତେତୁ ରୁଷିଲା ପରି । ଘୋଷା ।ହେଜ ମାନସେ ତୋ ପହୁଡ଼ ସମୟେଶେଜ ମୋ ହୃଦୟ ପରାଜାମ୍ବୁନଦସାର ଗୋରୀ ରେ ମୁଁ ତୋରତାମ୍ୱୁଳ-ତାବକ ଧରା ।୧।ଗଇରିକ ଚିତ୍ର ଉରଜେ କରିବାସଇରିନ୍ଧ୍ରୀ ତ ମୁଁ ତୋର,ସଙ୍ଗୀତ ସମୟେ ମୁଁ ବୀଣାବାଦକସଂଗାତା, ନୁହଇ ପର ।୨।ବେହରଣ ବେଳେ ତୁ ମୋତେକରିବା ମେହରବାନି ବିଶେଷସ୍ନେହର କ୍ରମକୁ ଘେନିଲେ ମୁଁ ତୋରଦେହର ଏକ ପ୍ରବେଶ ।୩।ଶାଢ଼ୀ ଲାଗି ବେଳେ ସ୍ନେହ ମୋହଠାରୁଛାଡ଼ିଲାକି ବିନା ଦୋଷୁଁ,ଖାଲି ସରିକରି ମୋ ହୃଦପଟକୁକାଲି ସରିକି ତ ରସୁ ।୪।ତଳପ କେଳିରେ ନିଉନ ଜାଣିଲେଅଳପମାତ୍ର ତୋ ସ୍ନେହ,ରହିବି କି ଦେହ ବହିବି ସେ ଦଣ୍ଡସହିବି କାହିଁକି କହ ।୫।ନ ସମଝେ ଯାହା ଭଲମନ୍ଦମହା-ବିଷମ ଫୁଲ-ଧନବାହୁଡ଼ି ଯାଇଥିବି ଅଧରେ ମୋଦନ୍ତ ବୁଡ଼ିଯାଇଥିବ ଅବା ।୬।ଶ୍ୟାମ ନର୍ମ ଗିର ଭାବ ଘେନିବର ବାମନୟନା ହସିଲେହରିଚନ୍ଦନ ଶ୍ରୀଜଗଦ୍ଦେବ କହେପରିରମ୍ଭରେ ତୋଷିଲେ ।୭।
(୨୨୨)
ରାଗ—ତୋଡ଼ିପରଜରେ ମୋ ବନ୍ଧୁ, ଶିଶୁବଣାମୃଗଦୃଶାଦିଶୁଥାଉ କୃପାମୟ, ପୁଣି ଯାହା ରୁଷୁସେ କେମନ୍ତ ରୁଷା । ଘୋଷା ।ରସୁଥାଉ ଥାଉ କୋଳୁ ମୋରପୁଣି ଖସି ମଣ୍ଡୁ ବସୁମତୀ;ବସୁ ମୁଖଚନ୍ଦ୍ର ନୁଆଇଁ ଯାହାଟିକଷୁଥାଉ କି ମୋ ଧୃତି ।୧।ହସୁଥାଉ କୋଳେ ଖେଳି ଯେତେବେଳେବସୁ କୋଟି ଦେଉ ଗଣି;ନ ଶୁଣୁ ଚାଟୁ ଶତକୁ କାହିଁକିମୋ ଅସୁ ଘେନିବାକୁ ପୁଣି ।୨।ଠେସୁଥାଉ ଉରେ ଉରୋଜକୁସମୁଲ୍ଲାସୁଥାଉ ସ୍ମିତେ ଗଣ୍ଡ;କି ଶୁଣି କାଟି ଦେଉ ସେ ସୁଖସ୍ୱର୍ଗନିଶୁଣୀଟି ଏ କି ଦଣ୍ଡ ।୩।ମିଶୁଥାଉ ସ୍ନେହେ ନିମଜ୍ଜି ମୋ ଦେହେକି ସୁଖେ ପୁଣି କି କୋପୁଁ;ତ୍ରିଶୂଳମଣ୍ଡିତକରପରିପନ୍ଥୀ-ଇଷୁମୁଖେ ସମରପୁ ।୪।ପଶୁପ-ମହେନ୍ଦ୍ର ନନ୍ଦନ ଭାରତୀରସୁଁ ରାଧା ସଙ୍କୋଚିଲେ;ବସୁଦୁର୍ଗ ସ୍ୱର୍ଗପୁରନ୍ଦରଭାବବଶୁଁ ଏ ଗୀତ ରଚିଲେ ।୫।
(୨୨୨)ବସୁକୋଟି—ଅସଂଖ୍ୟ ରତ୍ନ; ତ୍ରିଶୂଳମଣ୍ଡିତକରପରିପନ୍ଥୀ—ମହାଦେବଙ୍କ ଶତୃ ଅର୍ଥାତ୍ କନ୍ଦର୍ପ,ଇଷୁ—ବାଣ,ପଶୁପ-ମହେନ୍ଦ୍ର—ଗଉଡ଼ଙ୍କ ରାଜା ଅର୍ଥାତ୍ ନନ୍ଦ ।