ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିଛାନ୍ଦ-୧
କଠିନ ହେଲେ ରସିବେ ନାହିଁ କେହିଏ ଘେନି ସମଗ୍ର ନିୟମରେ କଲି ନାହିଁ ହେ ॥୪୦॥
ଘନରସେ ପୂରି ଅଳଙ୍କାର ହୋଇ ଯୁକ୍ତବନିତା ପରାଏ ସୁଖ ଦିଅଇ କବିତ୍ୱ ହେ ॥୪୧॥
କବିତା ଗୀତା କହିବା ଲୋକ ଉପମାତାଅନୁରାଗେ ମୂରତି ଜୀବନର ସଂସ୍ଥିତା ହେ ॥୪୨॥
ପଦ ସଂଯୋଗରେ ବଳି ଛନ୍ଦ କାମକେଳିଲକ୍ଷଣମାନ ସଂଯୋଗ ଅଛି ତହିଁ ମିଳି ହେ ॥୪୩॥
ସୂତା ସୁରତ ବୈଦଗ୍ଧ୍ୟ ନ ଜାଣଇ ପିତାପତି ସେ ଜାଣଇ ତାର ମତି ଅତି ଚିନ୍ତା ॥୪୪॥
ଅନୁଭବୀ ଅନୁରାଗେ ଆସ୍ୱାଦନ କଲେରସିକେ ଜାଣିବେ ସବୁ ସୁରସକୁ ବଳେ ହେ ॥୪୫॥
ନ ଜାଣି ମୁଁ ବୋଲିଥିଲେ ଆଉ କବି ଜାଣିକବି ରସେ ଦୋଷ ଘେନା ନ ଯାଏଟି ପୁଣି ହେ ॥୪୬॥
ପରମ୍ପରା ରୀତି ନୀତି ଯାକ ଦୃଷ୍ଟାନ୍ତରଭାଷା ଆଶୟ ଲକ୍ଷଣ ଗୁର ଅଳଙ୍କାର ହେ ॥୪୭॥
ନିତ୍ୟ ସ୍ଥାୟୀ ଏତେ ହେତୁ ନୂତନ କଳ୍ପନାଏହି ଘେନି ସୁଜନ ହୋଇବ ମୋର ସ୍ନେହା ହେ ॥୪୮॥
ଧୀର ମନ କରି ଶୁଣ ଚରିତକୁ ଏବେପ୍ରେମକଳା ଆଦି ଜନ୍ମ ଯେହୁ ଯେଉଁ ଭାବେ ହେ ॥୪୯॥
ନିତ୍ୟ ଲୀଳା କରୁ ଦିନେ ବୃଷଭାନୁ ଜେମାପ୍ରିୟତମ ପ୍ରେମ ବୁଝିବାକୁ ମନୋରମା ॥୫୦॥
ସ୍ୱକଳାରୁ ଜାତ କଲେ ସ୍ୱରୂପ କାମିନୀମନେ ଭାବି ନାମ ଦେଲେ ତୋଷେ ବିନୋଦିନୀ ହେ ॥୫୧॥
ଆଜ୍ଞା ଦେଲେ ତୁ ଗୋ ଏହିଠାରେ ବସିଥିବୁକୃଷ୍ଣ ମୋତେ ଲୋଡ଼ା କଲେ ‘ନାହାନ୍ତି’ ବୋଲିବୁ ହେ ॥୫୨॥
କଉତୁକେ ମନ ଘେନା କରି ଅଭିମତଗୋପନୀୟ ପୁରେ ଯାଇ ହୋଇଲେ ଗୁପତ ଯେ ॥୫୩॥
ଏ କାଳେ ରେ ହରି ଆସି ପୁରରେ ମିଳିଲେଅପୂର୍ବ ସୁନ୍ଦରୀ ଦେଖି ରସେ ବଶ ହେଲେ ॥୫୪॥
ପଚାରିଲେ “କାହୁଁ ଆସି ଅଛୁ ମନୋରମାତୁ କି ସଂସାର ଲାବଣ୍ୟ ସୁଷମାର ସୀମା ଗୋ ॥୫୫॥
କାହିଁ ନ ଥିଲା ନୋହିବ ତୋ’ ସମାନେ ଆନକାହିଁ ନ ଥିଲା ନୋହିବ ମାଗୁଛି ଯା ଘେନ ରେ ॥୫୬॥
ପୀରତି କୀରତି ଧରତୀରେ ସାତ ସାରରତି ଦାନ ଦେଇ ମୋତେ ପରିଚାର କର ଗୋ ॥୫୭॥
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
ଚିତ୍ତ ଚକୋର ମୋହର ଅତ୍ୟନ୍ତ ଆତୁର
ମନ୍ଦ ଚନ୍ଦ୍ରହାସ ବାରେ ପରକାଶ କର ଗୋ ” ॥୫୮॥
କହୁ କହୁ କାମଦେବ କଲା ଅଣାୟତ୍ତଆଲିଙ୍ଗନ କରି ମୁଖ ଚିମ୍ବିଲେତ୍ୱରିତ ଯେ ॥୫୯॥
ପ୍ରିୟତମ ପ୍ରେମ ଦେଖି ତମ ପ୍ରିୟା କରିମୋ ବଡ଼ାଇ ଛାଡ଼ାଇଲା ମନରେ ବିଚାରି ଯେ ॥୬୦॥
ସପତ୍ନୀ ହେବ ଏ ଭାଷି ତାପେ ଶାପ ଦେଲେ“ଜନ୍ମ ହୁଅ, ପତି ଭାବ ନମିଲୁ” ବୋଇଲେ ଯେ ॥୬୧॥
ଏହି କ୍ଷଣି ଜନମି ମୋହିଲୁ ମୋ କାନ୍ତତୁ ଥିଲେ ମୋ ସୌଭାଗ୍ୟ ରହିବ ନାହିଁ ସତ ଯେ ॥୬୨॥
ଏ ବାଣୀକି ଶୁଣି ସେ ରମଣୀ ବର ମଣିପଦେ ପଡ଼ି କରଯୋଡ଼ି କହେ ସ୍ତୁତି ବାଣୀ ଯେ ॥୬୩॥
ଅନନ୍ତ କୋଟି ବ୍ରହ୍ମାଣ୍ଡ ଅଟ ଠାକୁରାଣୀଆତ୍ମ ଶକ୍ତିବନ୍ତ ଯେ ଅଶେଷ ଭାବେ ମଣି ଯେ ॥୬୪॥
ଇତି ଉକ୍ତି ଯୁକ୍ତ ନୋହେ ତୁମ୍ଭ ମହିମାକୁଈଦୃଶ ଦୁଃସହ ଶାପ ଦେଲୁ କି ଦୋଷକୁ ଗୋ ॥୬୫॥
ପଣ୍ଡିତ କହିବେ ନିଜ ଜନ ପରାଭବେଉତ୍ତମ ବୋଲିବେଟିକି ଏ କଥାକୁ ଭବେ ଗୋ ॥୬୬॥
ଗୁରୁ ଶାବକାକ୍ଷୀ ଭାନୁସୁତା ଏହାଶୁଣିରୁଚି ମଣି ଲଜ୍ଜିତରେ ଚାହିଁଲେ ଧରଣୀ ଯେ ॥୬୭॥
ଉଲ୍ଲାସ ସେ ମନୋରମା ମୂତ୍ତ ଦେଖି ହରିଲୁ କର୍ଣ୍ଣାକୁ ଦେଲେ ବର ଅନୁଗ୍ରହ କରି ଯେ ॥୬୮॥
ଏ ଶାପକୁ ଯୋଗ୍ୟା ତୁତ ନୋହୁରରେ ସୁନ୍ଦରୀଐଶ୍ୱର୍ଯ୍ୟ ଶୋଭାରେ ପୂର୍ଣ୍ଣ ଅଟେ ତୋ ମାଧୁରୀ ରେ ॥୬୯॥
ଓଦା ବାସ ପ୍ରାୟ ଜର ଜର ଦେହ ମୋରଔଷଧ ତୁ ମଦନ ଜ୍ୱରକୁ ରାମାବର ରେ ॥୭୦॥
ସଂସାରେ ତୁ ଅଯୋନି ଜନମ ହୁଅ ଯାଇସୃଷ୍ଟିରେ ରଖ ତୁ ସାର ପୀରତି ବଢାଇ ଯେ ॥ ୭୧॥
ଜନମ ଆମ୍ଭ ଅଂଶ ହୋଇବ ତୋର କାନ୍ତସମ୍ମତ କଥାକୁ କଲୁ ହୋଇ ତୋଷ ଚିତ୍ତ ଯେ ॥୭୨॥
ଶାପ ଦେଲା ମମ ପ୍ରିୟା ରବି ନୋହୁ ପ୍ରାପ୍ତଏ ଘେନି ଅନ୍ତର ସମ୍ବତ୍ସରେ ହେବ କାନ୍ତ ଯେ ॥୭୩॥
ଭଲ ଏ ବଚନ କାନ୍ତ ମୁଖୁ ଶୁଣି ରାଧାଯୁକ୍ତରେ ଏ ପ୍ରାପ୍ତ ହେଉ ବୋଲେ କରି ଶ୍ରଦ୍ଧା ଯେ ॥୭୪॥
ପୂର୍ଣ୍ଣମାସୀ ଯୋଗମାୟା ସେ କାଳେ ମିଳିଲେତୁଷ୍ଟ କରି ଠାକୁରାଣୀ ତାକୁ ଆଜ୍ଞା ଦେଲେ ଯେ ॥୭୫॥
ଯତ୍ନ କରି ଏ କନ୍ୟାକୁ ବର ଅଛୁ ଦେଇଯତ୍ନ ରତ୍ନବତ ଗୋପ୍ୟ କରି କୋଳ କର ନେଇ ଯେ ॥୭୬॥
ଜନ୍ମ ମତ୍ତ୍ୟପୁରେ ଅଯୋନିରେ କରାଇବଜନ୍ମ ପରେ ଆମ୍ଭପରି ଲୀଳା ପ୍ରକାଶିବ ଯେ ॥୭୭॥
ପରକୀୟ ଭାବେ ଆହା ହୋଇବ ପ୍ରବତ୍ତବହୁ ସମ୍ବତ୍ସର ଯାଏ ପୁଣି ହେବ ଭିନ୍ନ ଆତ୍ତୀ ଯ ॥୭୮॥
ପୁଣି ସ୍ୱକୀୟରେ ହେବ ପତି ସଂସର୍ଗଅବନୀରେ ଲଭିବେ ଆନନ୍ଦ ଚାରିବର୍ଗଯେ ॥୭୯॥
ପ୍ରେମରେ ମୋହିଲା ଏତ ମତ କାନ୍ତ ମର୍ମପ୍ରେମକଳା ନାମ ହେବ ଏ ବିହିତ କର୍ମ ଯେ ॥୮୦॥
ଏହା ଶୁଣି ଯୋଗମାୟା ମାୟା ବଳ କରିକମଳ କୋଷ ମଧ୍ୟରେ ରମଣୀକି ଭରି ଯେ ॥୮୧॥
କେଳା ବନେ ଯେ ଶବରୀ ନାରାୟଣତାଙ୍କ ଗୋଚରରେ ନେଇ କଲେ ସମର୍ପଣ ଯେ ॥୮୨॥
ନାରଦଙ୍କୁ ଜଣାଇ ଏ ବିଧାନ ସନ୍ଧାନତପ ଯୋଗେ କାରଣେ ସେ ସ୍ୱୟଂ ମୂତ୍ତମାନ ଯେ ॥୮୩॥
କାରଣ ନିମିତ୍ତେ ନାନା ରୂପମାନ ଧରିଜନମ ହେମାକୁ ଚିତ୍ତେ ହୋଇଲେ ବିଚାରି ଯେ ॥୮୪॥
ସେ ଦିନୁ ସେ କନ୍ୟାରୂପେ କୃଷ୍ଣ ଆଶ କରେକବି ଏହି ଅଧ୍ୟା ହାର କଲା ମାନସରେ ॥୮୫॥
ଜାତ ହେଲେ ଯାଇ ସେ ମହୀରେ ଦ୍ୱିଜଘରେ.... ..... ..... ..... ...... ॥୮୬॥
ନିଜ ବାକ୍ୟ ସତ୍ୟ କରି ସ୍ନେହ ବଶ ହୋଇଅନ୍ୱେଷଣା କଲେ ତାକୁ ଅଂଶେ ଚଳି ଯାଇ ଯେ ॥୮୭॥
ଗୋବର୍ଦ୍ଧନ ପୁରେ ବଳି ଖାଉଥିଲେ ଯେହୁଗଲେ ଯାଇଥିବେ ବଡ଼ ଲୋଭୀ ମନା ସେହୁ ଯେ ॥୮୮॥
ଦିନେ ଦିନେ ଭ୍ରମୁ ଭ୍ରମୁ ନାରାୟଣ ସ୍ଥାନେସେ ନାରୀକି ଦେଖି ହେଲେ ଅବଶ ମଦନେ ଯେ ॥୮୯॥
କମଳ କୋଳରେ କରି ଅଛି ସେ ଶୟନଦେଖି ଲୋଭାହେଲାସେ ପ୍ରିୟ ନନ୍ଦନଯେ ॥୯୦॥
ଜ୍ଞାନ ଭ୍ରଂଶ ହୋଇ ବେଗେ କଲା ଆଲିଙ୍ଗନବିରସ ହୋଇଲେ ବତ ନ ଦେଖି ଜୀବନଯେ ॥୯୧॥
ତାହା ପ୍ରାପ୍ତି ଆଶ କରି ସେବେ ନାରାୟଣପଂଚ ତପ ଆଦି ସହି ଅନେକ କଷଣ ॥୯୨॥
ସେ ସୁନ୍ଦରୀ ଶୁଭ୍ର ଦେଖୁଥାଇ ବସିକରୁଥାଇ ତାକୁ ସ୍ନେହ ଚିତ୍ତେ ରସି ॥୯୩॥
କେତେ ଦିନେ ସ୍ୱପ୍ନେ ଆଜ୍ଞା ଦେଲେ ନାରାୟଣଜନମେ ହେବୁ ତୁ ତାହା ରମଣ ॥୯୪॥
ଏ ନିରାଶ ବାକ୍ୟେ ଆଶ ନ ହେଲା ତା ନାଶତୀର୍ଥାଟନ କଲା ଧରି ଯୋଗୀ ବେଶ ଯେ ॥୯୫॥
ବାଞ୍ଚାବଟ ନିକଟରେ ତ୍ରିବେଣୀ ସଙ୍ଗମେଝାସ ଚଦେଇ ନାସ ହେଲା ତା ପ୍ରାପ୍ତି ଆଗମେ ॥୯୬॥
ଏ ଅନ୍ତେ କହିବା ଆନ ଚିତ ବିଧାନଯେତେ ରୂପେ ଅନୁବନ୍ଧ ପରମ୍ପରା ସ୍ଥାନ ଯେ ॥୯୭॥
ଚତୁଃଷଷ୍ଠି ଛାନ୍ଦରେ ଏ ପ୍ରବନ୍ଧ ହୋଇବଚତୁଃଷଷ୍ଠି କାମକଳା ପୂର୍ଣ୍ଣ ହୋଇଥିବ ॥୯୮॥
ଚତୁଃଷଷ୍ଠି ନାୟିକା ନାୟକ ନୀତି ରୀତିୟେତେ ସରି ନିୟମ ଲକ୍ଷଣ ବନ୍ଧ ସ୍ଥିତି ॥୯୯॥
ଚତୁଃଷଷ୍ଠି ରାମାଳାପ ସମଗ ସଚିବଏକଶତ ପଦରେ ୟେ ରଚିତ ହୋଇବ ॥୧୦୦॥
କୃଷ୍ଣ ଭକ୍ତ ଦ୍ୱିଜ ବଇଷ୍ଣବକୃପାରୁ ଏ ସାଙ୍ଗେପାଙ୍ଗ ଅବିଘ୍ନରେ ହେବ ଯେ ॥୧୦୧॥
ବାଞ୍ଛା କଳ୍ପତରୁ କୃଷ୍ଣ ପାଦ ପଦ୍ମ ଚିନ୍ତିଅଭିମନ୍ୟୁ ସାମନ୍ତସଂହାର ରଚୟନ୍ତି ଯେ ॥୧୦୨॥
ଜମ୍ବୁ ଦ୍ୱୀପ ଭାରତ ଖଣ୍ଡେ ଏସାର ମହୀମହୋଦଧି ଯାଜନଗ୍ର ମଧ୍ୟ ରମ୍ୟ ତହିଁ ଯେ ॥୧୦୩॥
ସୁବେହାର ସ୍ଥାନ ଯେଣୁ ଥିବାରୁ ସେ ଦେଶଗୋଳକୁଣ୍ଡ ନାମେ ଗ୍ରାକ ତହିଁରେ ପ୍ରକାଶ ଯେ ॥୧୦୪॥
ବ୍ରାହ୍ମୀ ନଦୀ ବହଇ ସେ ଗ୍ରାମ ସୀମା ଦେଇବିରାଟ ଗୋଧନ ରହିବାର ସ୍ଥାନ ସେହି ଯେ ॥୧୦୫॥
ଏ ରାଜ୍ୟରେ ରାଜା ମିତ୍ରବଂଶ କ୍ଷେତ୍ର ବୀରଇନ୍ଦ୍ରଜିତ ସାମନ୍ତ ସିଂହାର ନାମ ବର ଯେ ॥୧୦୬॥
ତାଙ୍କ ଯଶ ପରି ପର କଟକରେଦାନୀ ମାନୀ ଜ୍ଞାନୀ ନୀତି ରୀତି ପ୍ରଚାରରେ ॥୧୦୭॥
ତାଙ୍କ ଜ୍ୟେଷ୍ଠ ପୁତ୍ର ଅଭିମନ୍ୟୁ ନାମ ମୋରଆଡ଼ମ୍ବର ରୀତିରେ ତ ସାମନ୍ତ ସିଂହାର ଯେ ॥୧୦୮॥
ମିତ୍ର ନାମ ବହୁଦିନ ରହିବାର ଭାଳିକୀତ୍ତ ରଖିବାକୁ ଏ କବିତ୍ୱ ପ୍ରକାଶିଲି ଯେ ॥୧୦୯॥
ନୀତିରୀତି ପ୍ରିତୀ ଯେ ଖୋଜିବ ଯାହାଏ କବିତ୍ୱ ମଧ୍ୟରେ ବର୍ଣ୍ଣନା ହେବ ତାହା ହେ ॥୧୧୦॥
ବିଂଶ ବରଷ ବୟସେ ଏହା ଆରମ୍ଭିଲିସୁଜନ ପଦାଶ୍ରିତରେ ଶଙ୍କା ହିଁ ନ କଲି ହେ ॥୧୧୧॥
ବିଚାରିଲି ଊଣା ହେଲେ ହେବ ହାସ୍ୟାସ୍ପଦପଂଚ ବିଧି ଶ୍ଳେଷ ଆଶ୍ରୟ ସହିତ ଛାନ୍ଦ ହେ ॥୧୧୨॥
ଏଣୁ ଲଜ୍ଜାକୁ ହିଁ ନାହିଁ ଚିନ୍ତା ମନେ ମୋରହରି ତ୍ରାହି କର ବୋଲି ସାମନ୍ତ ସିଂହାର ॥୧୧୩॥
ଛାନ୍ଦ-୨
ଧୀରେ ଶୁଣ କର୍ଣ୍ଣାନନ୍ଦ ରସ ନାମେ ଏକ ଦେଶଜମ୍ବୁ ଦ୍ୱୀପରେ ପ୍ରଦୀପ ତାହା ହେଜ ଉଜ୍ଜ୍ୱଳ ଅତି ବିଶେଷ ହେ ସୁଜନେ ॥୧॥
ମହୀ ମହିଳାର ଶିର ଗଭା ମନ ନୟନ କରଇ ଲୋଭାସର୍ବ ସୁମନ ସମ୍ପୂର୍ଣ୍ଣ ଦେଖି ହୋଇ କଇଳାସ ବତ ପ୍ରଭାହେ ସୁଜନେ ॥୨॥
ମଧୁ କଟକ ନାମ ତହିଁରେ ନଗ୍ରେ ବସଇ ଅତି ଯତ୍ନରେକି କହିବା ସେ କଟକ ଆଡ଼ମ୍ବର ଅନୁପମ ତ୍ରିଲୋକରେ ହେ ସୁଜନେ ॥୩॥
ପରମାନନ୍ଦ ସୁଖ ଦାୟକମଣିଲଇଁ ଏ କିଣି (?) ନାୟକକୁମୁଦ ଯଶ ପ୍ରକାଶ କରେ ଯେଣୁ ତେଣୁ ଏ ଉପଲକ୍ଷକ ହେ ସୁଜନେ ॥୪॥
ପୂର୍ଣ୍ଣ ନୟନାନନ୍ଦ ସମ୍ପତ୍ତ ରାମଜ୍ୟୋତିରେ ହରୁଛି ମତିକାମ କେଳିତ ନିବାସ ତହିଁ ସ୍ଥିତି ଏଣୁ ମଣି ଦ୍ୱାରା ବତୀ ହେ ସୁଜନେ ॥୫॥
ପୂରି ଅଛନ୍ତି ତ ସୁର ବର୍ଗ ॥୬॥
ପୁଣ୍ୟଜନ ଥିବାରୁ ବିଶେଷ ଯହିଁ ମନ୍ଦୋଦରୀ ଅଭିଳାଷବିଭୀଷଣ ଶ୍ରେଷ୍ଠ ଲୋକ ଦେଖି ହୋଇ ଲଜ୍ଜାଶଙ୍କା ପରକାଶ ହେ ସୁଜନେ ॥୭॥
ରତ୍ନାକର ପୂରି ଉଛୁଳଇ ତହିଁ ରସ ଅଛଇଅକୂପାରି ପରା ପାରକୁ ନ ପାଇ ବିଚିକିତ୍ସା ଜନମଇଁ ହେ ସୁଜନେ ॥୮॥
ବଳି ରାଜାରେ ପାଳିତ ଜନ ନାଗରେ ସୁରଙ୍କର ଭୁବନଅଧୋଭୁବନ ପ୍ରାୟ ଦିଶୁଛି ରତ୍ନାକର ଘେନି ଏ ଭୁବନ ହେ ସୁଜନେ ॥୯॥
କି କହିବା ତହିଁ ପ୍ରତକ୍ଷରେ କାମ ଜନନୀକିସୀତା ପାର୍ବତୀ ରେବତୀ ରତିଭ୍ରମ ରମା ନେତ୍ରାନନ୍ଦ ବା କି ହେ ସୁଜନେ ॥୧୦॥
ଦାସ କରନ୍ତି ବିଶେଷ ଆକ୍ଷି ଏହି ଘେନିଅଛି ତାକୁ ଲକ୍ଷୀମହାତାପ ହର ଘନରସ ଦାନୀ ଘେନି ଘନଶଶୀ ମୁଖୀ ହେ ସୁଜନେ ॥୧୧॥
ସେ ନଗ୍ରରେ ଯେତେ ଛନ୍ତି ବାଳୀ ତହିଁ କେବଳ ଗଉରୀ କାଳୀଅଳକଣା ହଂସ ଗତିକି ଅନାଇଁଗମନ ମନରେ ଭାଳି ହେ ସୁଜନେ ॥୧୨॥
ତହିଁରୁ ସେ ରାମ ଲଇକ୍ଷଣ ଯହିଁ ଛନ୍ତି ବୀର ଶତ୍ରୁଘନଅପୂର୍ବ ଆଭାକି ଥିବାରୁ ଅଯୋଧ୍ୟା ଚିତ୍ତେହୋଇଛି ସ୍ମରଣ ହେ ସୁଜନେ ॥୧୩॥
ଅରୁଣକୁ ଘନି ପ୍ରଭାକର ବିଷ୍ଣୁ ପଦରଂଜି ଶୁଭଙ୍କରକାବ୍ୟପରି ପ୍ରତେ ଆଭାସୁଛି ଗୁରୁ କବି ମଦନର ହେ ସୁଜନେ ॥୧୪॥
ବିଶେଷତ ଧନପତି ନାହିଁ ହେବ ଅଳକା କି ସମ ତହିଁଏଣୀନୟନା କଣିଆଇଁ ଚାହିଁଲେ ଅଣିମାଦିସୁଖ ନାହିଁ ହେ ସୁଜନେ ॥୧୫॥
ମନ୍ଦ ନାହିଁ ଶନି ବିନା ଦ୍ୱନ୍ଦ୍ୱ କେବଳ ଦଂପତୀ ସିନାଧରାପଦେ ମହୀଧର ବୋଲିକହି ପର୍ବତ ମାତ୍ର ରଖନାହେ ସୁଜନେ ॥୧୬॥
କେତୁ ବୋଲିବାରୁ ଜାଣି କେତୁ ତମ ତମ ବିନା ନାହିଁ ହେତୁ ॥୧୭॥
ସେ ଦେଶରେ ଭାଣ୍ଡ ମାତ୍ର ପାତ୍ର ଦଣ୍ଡବଳ ସସୈନ୍ୟରେ ଯୁକ୍ତଦଣ୍ଡିକାର ପୂର୍ଣ୍ଣ ମୁଣ୍ଡନ ଦଣ୍ଡନ କ୍ରୁର ଶାମ (?) ପାତ୍ର ସତ ହେ ସୁଜନେ ॥୧୮॥
କେତେ କହିବା ତା ଆଡ଼ମ୍ବର ବାଣୀ ବୁଦ୍ଧିରେ ନୋହେ ଗୋଚରକର ପୀଡ଼ାକୁପରଜା ଜାଣନ୍ତି ଦରଜ ବିନା ନାହିଁରହେ ସୁଜନେ ॥୧୯॥
ନାହିଁ ବିଶେଷ କପର୍ଦ୍ଦୀଖ୍ୟାତ କାଶୀବତ ହୋଏ ପରତୀତବରଜେ କରଜେ ଖୋଷା ନଜାଣନ୍ତି ଦରଜେ ଜପନ୍ତି ସତହେ ସୁଜନେ ॥୨୦॥
ଖ୍ୟାତି ପରଭୃତ କଳକଣ୍ଠ ମାତ୍ର ଚଂଚରୀକ ପ୍ରୀତିଶଠଶ୍ରୀବିମଳାକ୍ଷୀ ବାଣୀଘେନି ସଂପ୍ରତେ ବହେ ମହୀ ବଇକୁଣ୍ଠହେ ସୁଜନେ ॥୨୧॥
ଏକା ସୁର ଭଜନ୍ତି ବାରୁଣୀ ଜାଣି ମଧୁର ମଧୁପଶ୍ରେଣୀହରି ପ୍ରେମ ମଦ ପାନେ ମଗ୍ନଜନ ଆନ ନାହିଁ ତହିଁ ପୁଣିହେ ସୁଜନେ ॥୨୨॥
ଏକା ରସନ୍ତି ସାଧୁଙ୍କ ବିତ୍ତେ ସୁରତିରେ ଆସକ୍ତି ସୁଚିତ୍ତେପର ପରସ୍ତିରୀ ସଙ୍ଗ ଅଭିଳାଷୀ ବିନା ନ ରହେ ସତତେହେ ସୁଜନେ ॥୨୩॥
ଶୁଚି ଭଜନ ନିର୍ଗୁଣ ନର କରୁଣାକର ପଦେ ତତ୍ପରସର୍ବଭୂତ ଜ୍ଞାନି ହରପ୍ରିୟଙ୍କର ବିଶେଷ ଭାବେ ଗୋଚରହେ ସୁଜନେ ॥୨୪॥
ଭବ ପରାଏ ତ ବୀରପଣ ପିଠି ଦେବା ଯହିଁ ବିଚକ୍ଷଣବୀର ରଣେ ମାନି ମାନି ଏକା ରହି ହର ନିର୍ଗୁଣହେ ସୁଜନେ ॥୨୫॥
କେତେ କହିବା ଅବା ସେ କଥା ରସ ଅସର ହୋଇବ ପୋଥାଅଗଣା ବିପଣୀ ବସତି ତହିଁରେ କଳନେ କେ ସମାରଥାହେ ସୁଜନେ ॥୨୬॥
ଯୁବା ଯୁବତୀ ଲୀଳା ବିନୋଦେ ହାସ ରସ କୌତୁକ ପ୍ରମୋଦେକିଣାବିକା ଘନରସ ତରଙ୍ଗରେ ସମୁଦ୍ର ଉପମା ନିନ୍ଦେହେ ସୁଜନେ ॥୨୭॥
କର ପସରା ଜନକ ପୁରି ସୀତା ଥିବାରୁ ମନେ ବିଚାରିରମ୍ଭା ଅଇରାବତୀ ଦେଖଅମରାବତୀ ଭ୍ରମ କାହିଁ କରିହେ ସୁଜନେ ॥୨୮॥
ହରିତ(?)ଶର କାହିଁରେ ଦେଖି ହରିହର ପ୍ରାଏ ଉପଲକ୍ଷିଦେବଦାରୁଏ (?)ସଜ୍ଞାଦେଖି ମନରେ ନୀଳାଚଳ ଭ୍ରମି ରଖିହେ ସୁଜନେ ॥୨୯॥
ଘନରସ ଫଳ ବାର କି ଦେଇଛନ୍ତି ରମଣୀବରବୋଲେ ତୁମ୍ଭର ପସରା ନୁହଇ ଏହାର କଠୋରହେ ସୁଜନେ ॥୩୦॥
କେଉଁ ରସିକ ଲୋଡ଼ୁ ବରଜ କେଉଁ ନାୟିକା ବୋଲଇ ଆଜବାସ ପଦାର୍ଥ ଦାଣ୍ଡରେ ଖୋଜୁଅଛି ମୁଖେ ପାଉନାହିଁ ଲାଜହେ ସୁଜନେ ॥୩୧॥
ଚନ୍ଦ୍ରହାସ ଲୋଡ଼ୁଅଛି କେହି କେଉଁ ଯୁବତୀ ବୋଲୁଛି ତହିଁଯଦୁ ଚନ୍ଦ୍ରହାସେ ଭବ ପରିତ୍ରାସେ ତାହା କି ଦେଖିଲା ନାହିଁହେ ସୁଜନେ ॥୩୨॥
କେଉଁ ରାମା ନୀଳାଚଳ ନାହିଁ ଚଲେ ଯୋଗହରିତ ପଣନ୍ତ ଅନନ୍ତ ପ୍ରତୀତ ରଚେ ଅତି ବେଗ ବେଗହେ ସୁଜନେ ॥୩୪॥
ତହିଁ ନନ୍ଦନ ସମ କାନନ ଶୁଣ କରିବା ତା ଦିପ୍ତିମାନମୁନି କଦମ୍ବରେ ରାଜିତ ହେବାରୁ ନଉ ସରସୀ ସମାନହେ ସୁଜନେ ॥୩୫॥
ରସାଳ ପ୍ରତେ ହୋଇ ରସାଳ ନତ ବ୍ରତତୀ ଦେଖି ଗହଳବିଶାଖା ଦେଖି ମନରେ ଆଭାସିଲା କିବା ଏ ବ୍ରଜ ମଣ୍ଡଳହେ ସୁଜନେ ॥୩୬॥
ସର୍ବ ସୁମନ ସମ୍ପୂର୍ଣ୍ଣ ଚାହିଁ ମେରୁ କଇଳାସ ଭ୍ରମ ହୋଇତ୍ରାସ କର ଗୁରୁ ରକ୍ଷାରୁ ଲୋକନେ କି ଗ୍ରହ ଚନ୍ଦ୍ର ଅଟଇହେ ସୁଜନେ ॥୩୭॥
ରାଜି କାନ୍ତିରେ ବିଟପୀ ଶୋଭା ଲଭି ସୁନାମ ସୁମନା ପ୍ରଭାବ୍ରହ୍ମପଦ ତଳେ ବନ୍ଧୁଯିବ ରହି କରାଉଛି ମନ ଲୋଭାହେ ସୁଜନେ ॥୩୮॥
ଶତ ଭୀରୁ ଦୁର୍ଲ୍ଲଭ ସୁନାରୀ କାହା ମନ ନ ପାରନ୍ତି ହରିହରିତ କି ଶୋଭା ବର୍ଣ୍ଣନା ନ ଯାଇ ଆକାଶ ଶଙ୍କା ସେ କରିହେ ସୁଜନେ ॥୩୯॥
କେତେ କହିବ ସେଇ କୀରତି କାମ ଜନନୀ ସେ ସୁଖ ପାତ୍ରୀବିଶେଷ କମଳା କରୁଣାକର କାର ରସରେ ମନ ହୋନ୍ତିହେ ସୁଜନେ ॥୪୦॥
ତହିଁ ନିକଟରେ ରତ୍ନଗିରି କିସ ବର୍ଣ୍ଣିବା ତାହାର ଶିରୀଅବନୀ ବନିତା ଏକସ୍ତନପରି ତୁଙ୍ଗେ ଶୋହେ ବସୁନ୍ଧରୀହେ ସୁଜନେ ॥୪୧॥
ଅଷ୍ଟଧାତୁ ତହୁଁ ଉତପନ୍ନ ତେଣୁ ବିହାର ଅମୂଳ ସ୍ଥାନରଙ୍ଗ ଗିରି ପ୍ରଭା ପ୍ରକାଶିଛି ବେଣୁ ବୀଣାଠାରୁ ଏ ଚନ୍ଦନହେ ସୁଜନେ ॥୪୨॥
ତହିଁ ବିଚିତ୍ର ପ୍ରାସାଦ ରାଜେ ତ୍ରିଭଙ୍ଗିମାରୁ ଉତକୃଷ୍ଟ ଯେବଳଭଦ୍ର ପ୍ରଦ ବଳଭଦ୍ରାନୁଜ ଦେବାକୁ ପତିତ କାର୍ଯ୍ୟେହେ ସୁଜନେ ॥୪୩॥
ବଳିରେ ମଣ୍ଡନ ବନ ଶୁକ କରନ୍ତି ‘କୃଷ୍ଣ’ ଗାୟନଏହି ଘନି ସେ ବନ ଗିରି ମଣିଲି ମୁନିଙ୍କର ନିକେତନହେ ସୁଜନେ ॥୪୪॥
ସେ ନଗର ଆଦି ସୀମା ଭେଦି ବହୁଅଛି ଯେ ଯମୁନାନଦୀଘନରସ ବହି କଳାବନ୍ତ ଯୋଷା ସଙ୍ଗୀତେ ହୋଇଛି ବାଦୀହେ ସୁଜନେ ॥୪୫॥
ଧରି ତ୍ରିବର୍ଣ୍ଣ ପୂର୍ଣ୍ଣ ତରଙ୍ଗ କଳା ଧଳା ନଦୀ ଶୋଭା ଅଙ୍ଗଅବନୀ ନେତ୍ର ପରାଏ ମୋହୁଅଛି ଅଙ୍ଗ ତାର କର ଭଙ୍ଗହେ ସୁଜନେ ॥୪୬॥
କହୁଥିଲେ ବସି ମତେ ମୟ ହେବ ଅର୍ଥ ଗତେସେ କଟକ ଘରମାନଙ୍କୁ ଉପମାମାନ ସରୋବର କେତେହେ ସୁଜନେ ॥୪୭॥
ହଂସ ରତି ଗତି ଦେଖି ତହିଁ ଅନ୍ତରୀକ୍ଷ ପରାଏ ମଣଇଘନରସ ପୂରି ଯୁବତୀ ସମାନ ନେତ୍ରାନନ୍ଦ ସୁଖଦାୟୀହେ ସୁଜନେ ॥୪୮॥
ନତ୍ତକୀର ଠାରୁ ଦୀକ୍ଷା କରି ଶୋଭା ଦିଶଇ ଚାରୁ ଭଉଁରୀପଦ୍ମିନୀ ନେତ୍ର ଆହାଲ୍ଲାଦେ ସ୍ୱାଧୀନ ଭତ୍ତକାର ମୁଖଶିରୀହେ ସୁଜନେ ॥୪୯॥
ସ୍ୱାଦ ଗୁଣରେ ଅମୃତ ଖ୍ୟାତ ଶୀତକର ସମ ଆହ୍ଳାଦିତକୁମୁଦ ଜାତ ପ୍ରତ୍ୟକ୍ଷରେ ଯହିଁରେ ଆଉ କେଉଁ କଥା ଚିତ୍ରହେ ସୁଜନେ ॥୫୦॥
ତହିଁ ଲୀଳା ମର୍କତ ପାବଚ୍ଛ କେଉଁ ସରସ୍ୱତୀ କରେ ସ୍ୱଚ୍ଛସ୍ଥଳ ପଦ୍ମରାଗ କାହିଁ ଇନ୍ଦ୍ରମଣି ପ୍ରତିବିମ୍ବ ତାଳ କଚ୍ଛହେ ସୁଜନେ ॥୫୧॥
ତହିଁ ପଥିକେ ତୃଷା ଆତୁରେ ଜଳ ଆଶେ କୁମ୍ଭ ଘେନି କରେଜଳ ସ୍ଥଳ ସ୍ଥଳ ଢାଳି ଭ୍ରମେ ହୋଇ ସଙ୍କୋଚ ଲଭନ୍ତି ନରେହେ ସୁଜନେ ॥୫୨॥
ସରେ ଦୀପଦଣ୍ଡି ଗୃହମାନ ମଣି ମାଣିକ୍ୟ କେତେ ନିର୍ମାଣହାର ପ୍ରବାଳ ତ୍ରୋଣା ମୋତି ଝରାଦି ଅତି ଯତନହେ ସୁଜନେ ॥୫୩॥
କାହିଁ ମର୍କତ ମଣ୍ଡପବର କାଚ ବାଡ଼ରେ ସୁଦଣ୍ଡିକରସୁନା ରୁପା ଘର ବେନି ପାଶେ ପ୍ରଭା ବିମ୍ବ କି ସେହୁ ମିହିରହେ ସୁଜନେ ॥୫୪॥
କେତେ ଅଛଇ କବି ଚାତୁରୀ କେତେ କହିବାଟି ଅନୁସରିଏ କଟକ ପାବନରେ କ୍ଷେମ ବୃଷଧ୍ୱଜ ନୃପତି କେଶରୀହେ ସୁଜନେ ॥୫୫॥
କୁମୁଦ ଆନନ୍ଦ ସୁଖଦାୟୀ ଶାଶୀକୀତ୍ତ ବଡ଼ ପ୍ରସରଇମହୀ ମଣ୍ଡଳରେ ଏକ ଚକ୍ରବତ୍ତୀ ନେତ୍ର ପରା ପ୍ରକାଶଇହେ ସୁଜନେ ॥୫୬॥
କୁଳ ଉଜ୍ଜ୍ୱଳ ଜ୍ୟୋତି ନିର୍ମଳ ମଣିଲଇଁ ଏଣୁ ଗଙ୍ଗାଜଳଗଉରୀ ସାଗର ଧୀରରେ ମନ୍ଦର ଗୁଣରେ ନଭ ମଣ୍ଡଳହେ ସୁଜନେ ॥୫୭॥
ଯେଉଁ ଦେଶ ଜଳ ଯଶ କୀତ୍ତ ବର୍ଣ୍ଣିଲେ ହେଁ ନୋହିବ ସମାପ୍ତିକି ବର୍ଣ୍ଣିବା ସେ ନୃପତି ଆଡ଼ମ୍ବର ହୃଦେ ବିଚାର ସୁମତିହେ ସୁଜନେ ॥୫୮॥
ଶତେ ନୃପତିଙ୍କ ମନୋହରୀ ଭଗ୍ନୀ ସ୍ନେହମାନ ସେ ସବୁରିପଟ୍ଟମହିଷୀ କୀତ୍ତ ନାମରେ ସମାନତ ନାହିଁ ଶିରୀହେ ସୁଜନେ ॥୫୯॥
ତାର କରୁଣା ତାରକା ତାହା ସମାନରେ ସେହି ଏକାମୁକୁର ବିମ୍ବେ ଭାଙ୍ଗେ ନାହିଁ କାମ ତ୍ରିଜଗଜ୍ଜୟ ପତାକାହେ ସୁଜନେ ॥୬୦॥
ଅଦ୍ୱିତୀୟ ଆଶା ରାଜାଙ୍କର ଯୋଗୀ ଯୋଗ ବିଟପୀକୋଠାରଦ୍ୱିଜରାଜ ମୁଖୀ ମୃଗରାଜ କଟି ଗଜରାଜ ଗତି ସାରହେ ସୁଜନେ ॥୬୧॥
ଏବେ ଶୁଣ ହେ ଆନ ଚରିତ ନୃପ ମନ୍ତ୍ରୀ ନାମ ‘ନ୍ୟାୟବନ୍ତ’ବତିଶ ଲକ୍ଷଣ ଗୁଣରେ ନିପୁଣ କରେ ରାଜ୍ୟ ଆତଜାତହେ ସୁଜନେ ॥୬୨॥
ଚତୁରଙ୍ଗ ବଳ ତା ଅଗଣା ଯହୁଁ ସେ କାଳି ନ ଯାନ୍ତି ଜଣାପାଣ୍ଡବ ମଧ୍ୟ ସମାନ ଧନୁର୍ଦ୍ଧର ଲୋକ ନାହିଁ ତାକୁ ସମାହେ ସୁଜନେ ॥୬୩॥
ଶୁଣ ନୃପତି ସ୍ୱପୁର ରୀତି ଦୁର୍ଗ ଅରିକି ଦେଉଛି ଭୀତିକନକ ପ୍ରକାର ବଳୟ ଆକାର ସପ୍ତପୁର ପ୍ରତି ପ୍ରତିହେ ସୁଜନେ ॥୬୪॥
କୁବଳୟ ପୁରୀ ଦିଶେ ଶୋଭବେଢି ପରଖା ଅତ୍ୟନ୍ତ ଶୋଭାବୃତ୍ତର କମଳ ସିର ଶୁକାଙ୍ଗୁଳ ନେତ୍ରକୁ କରନ୍ତି ଲୋଭାହେ ସୁଜନେ ॥୬୫॥
ଜଗତୀକି ନାହିଁ ସରିସମ ଜଗତୀ ମଧ୍ୟରେ ଅନୁପମସୁନା ସ୍ଫଟିକ ମାଣିକ୍ୟ ପଦ୍ମରାଗ ହୀରା ନିର୍ମିତ ଉତ୍ତମହେ ସୁଜନେ ॥୬୬॥
ପ୍ରତିବିମ୍ବଛଳେ ତାହା ଜ୍ୟୋତି କଳି ପାରିବ ନାହିଁ ତା ମତିତହିଁ ବସିଥିଲେ ଲୋକେ ମୂତ୍ତ ପ୍ରତି ସ୍ଥାନ ଦିଅ ଆନ ରୀତିହେ ସୁଜନେ ॥୬୭॥
ବଡ଼ ବଡ଼ଭିମାନ ନିର୍ମାଣ ମଣିମାଣିକ୍ୟରେ ସୁଘଟଣକାଚ କାଂଚନ ରଜତ ପ୍ରବାଳରେ ସେ ପୁରମାନ ରଚନହେ ସୁଜନେ ॥୬୮॥
ଘାଟ ପଥରେ ପ୍ରାସାଦ କାହିଁ ଅଟ୍ଟାଳି ଅଛନ୍ତି ବହିମୁକୁତା ଚୂନ ପ୍ରତିଭା ଲେପନରେ ସଖୀ ଶୁଭ କେତେ ତହିଁହେ ସୁଜନେ ॥୬୯॥
କେତେ ପ୍ରବାଳ ତ୍ରୋଣା କାହିଁରେ କେତେ ମୋତିଝରା ଲମ୍ବେ ପୁରେକରି ହରି ବୃଷ ନଳତର ନିକି ଚନ୍ଦ୍ର ସୂର୍ଯ୍ୟରେହେ ସୁଜନେ ॥୭୦॥
ସ୍ୱଚ୍ଛ ରତ୍ନ ଗବାକ୍ଷ ବିଶେଷ କରି ଦନ୍ତ ପଲ୍ୟଙ୍କ ଅଶେଷମଶାରି ଚନ୍ଦ୍ରତାପେ ଚାନ୍ଦି ଦର୍ପଣ ଚାମର ଲଲିତ ପାଶହେ ସୁଜନେ ॥୭୧॥
ଶଯ୍ୟା ଗୋକ୍ଷୀର ଫେନ ସଂଜାତ ଚାରୁ ପଲ୍ୟଙ୍କ ପରେ ନିର୍ମିତଅତୁଲ୍ୟ ନାଗେଶ୍ୱର ସୁମାଣ୍ଡି ଦେଖି ମାନସ ଲୋଭିତହେ ସୁଜନେ ॥୭୨॥
ଦ୍ୱାରମାନଙ୍କେ ଧାତ କପାଟ କେତେ କହିବା ପୁର ସୁରାଟଶୁକ ଜନ(?)ସାରୀ କଉତୁକ କରି କେତେ ପାଳିଛନ୍ତି ରାଟହେ ସୁଜନେ ॥୭୩॥
ଅବକାଶ ଯେ ନିଅବକାଶ ଚନ୍ଦ୍ରଶାଳା ଦେବାଙ୍କ ନିବାସଅବଦନ୍ତିଚିତ(?) ଶ୍ୱାନ ବାସରତା ବଣ୍ଣିବାର କେଉଁ ରସହେ ସୁଜନେ ॥୭୪॥
କୂପ ଦୀର୍ଘିକା ଜୀବନ ଧର ଘନ ମଣ୍ଡିଲାଇଁ ଦୀପ୍ତିତାରଘନରସ ଦାୟୀ ଘନରସ ନେଇ ଯାଇଛନ୍ତିକେତେ ବରହେ ସୁଜନେ ॥୭୫॥
ଚାହିଁ ଚଂଚଳା ସେ ପୁର ଅଙ୍କେ ଚିତ୍ତେ ବିଚାରନ୍ତି ଏକେ ଏକେଘନଶ୍ୟାମ ଗିରେ(?) ନ ପାରିତ ଧୀରେ ମାନସ ଭ୍ରମରେ ଏକେ?ହେ ସୁଜନେ ॥୭୬॥
ଚନ୍ଦ୍ରହାସ ରତି ରାମା ତହିଁ ମନ୍ଦ ଆନ ସେ ପୁରରେ ନାହିଁବଚନ ନୟନ କବରେ କୁଟିଳ ଅଳକା ଅଛନ୍ତି ବହିହେ ସୁଜନେ ॥୭୭॥
ରମ୍ଭା ଉରୁବଶୀ କାରେ ଚାହିଁ ଧଇର୍ଯ୍ୟ ରହିବ କାହିଁରମ୍ଭା ଉରୁବଶୀ କାରେ ହେବ କାହିଁ ତିଳୋତ୍ତମ ସମ ନୋହିହେ ସୁଜନେ ॥୭୮॥
ଗୁରୁଶିରେ ବିଚିତ୍ର କଳଶ ନାନା ବର୍ଣ୍ଣ ପତାକା ପ୍ରକାଶତ୍ରିଭଙ୍ଗି ଚନ୍ଦନ ବ୍ୟାଜେ କି କହୁଛି ନାହିଁ ନାହିଁ ଏ ସଦୃଶହେ ସୁଜନେ ॥୭୯॥
କେତେ କହିବା ଏହା ବିଶେଷି ଶୁଣି ଧୀର କର ଚିତ୍ତ ଭାଷିଅଭଙ୍ଗ ସଭଙ୍ଗ ଭଙ୍ଗାଭଙ୍ଗ ଶ୍ଳେଷ କୁସୁମ ସ୍ତବକ କଷିହେ ସୁଜନେ ॥୮୦॥
ମହାଧର ଯା ପ୍ରାଣ ନାୟକ ଚଉବର୍ଗର ସୁଖଦାୟକକୁକ୍ଷୀ (?) ଭୂତ ପତି ଅନନ୍ତ ଭୂଷଣ ତ୍ରିପୁର ସୁର ଅନ୍ତକହେ ସୁଜନେ ॥୮୧॥
ଆହେ ବଳବନ୍ତ ଛବିଧର ହେଳେ କୃତାନ୍ତ ଯାତନା ହରବୋଲେ ଅଭିମନ୍ୟୁ ସାମନ୍ତସିଂହାର ଚିନ୍ତି ରାମ ହରି ହରହେ ସୁଜନେ ॥୮୨॥
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ