ଛାନ୍ଦ-୧୭ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଛାନ୍ଦ-୧୭
[ରାଗ- ପାହାଡ଼ିଆ କେଦାର]କାନ୍ତ ବଚନ ମନ ମୋଚନ ଚାଟୁ ବଚନ କହ କାଂଚନଅଙ୍ଗୀ ଶୋଚନ କି କେ ସଂଚନ କହ ବଚନ ରେ,ପ୍ରିୟେ ବଚନ ଜନ ମୁଂଚନ କରି କୁଚ ନଗରେ ସିଂଚନଦେଖି ପାଂଚନ ହେବି ସଂଚନ ବିନା ବଚନରେ,ହୃଦେ ଜଳୁଛି କାମ ବିରୋଜନ ରେ,କୃପା ଜଳ ଢାଳ ଦେଇ ଅର୍ଚ୍ଚନା ରେ,ଦାସ ନିତନ ରେତ ଉଚ୍ଚନ ଘଟେ ପଂଚନ କୋ ସଂକୋଚନଯତି ଯାଚନ ବ୍ୟାଧି ରେଚନରେ ॥୧॥
ଢାଳେ ନାଶରେ ହେଲେ ଦାସ ରେ ତୋହ ପାଶରେ ଏଥେଁ ଯଶରେହେବ କିସରେ ତୁ ମାନସରେ ଗୁଣ ଭାଷ ରେ,ମୁଁ କାମ –ଶରେ ନିଶ୍ଚୟ ସରେ ମୋହ ଆଶରେ ତୁ ନ ନାଶରେରତି ରସରେ ବେଗେ ରସରେ ମତି ତୋଷରେ,ମୋହ ଭାଷା ଗେନିଲେ ପରିହାସ ରେ,ନାଶ ହେବି ଆତୁର ଅହି ବିଷରେ,ପରକାଶରେ ମନ୍ଦହାସରେ ବନ୍ଧୁ ଆସରେ ହୃଦେ ମିଶରେଭୁଜ ପାଶରେ ବାନ୍ଧି ରୋଷରେ ଥିଲେ ଦୋଷରେ ॥୨॥
ମାନ ଏଡ଼ରେ ବସ କୋଡ଼ରେ ଭୁଜେ ଭିଡ଼ରେ ସ୍ନେହ ଜଡ଼ରେରସେ ବୁଡ଼େରେ ମୁଁ ନିବିଡ଼ରେ ରଦେ ପୀଡ଼ରେ ରେ,ତୋହ କୋଡ଼ରେ ମୋହ ଗଡ଼ରେ ତାହା ଛାଡ଼ରେ ଭାଙ୍ଗେ ହାଡ଼ରେମଲିଟି ଡରେ ମାର ମାଡ଼ରେ ବନ୍ଧୁ ଆଡ଼ରେ ରେ,ଆଲିଙ୍ଗନକୁ କରୁ ତାଡ଼ ତାଡ଼ରେ,ଏବେ ଦେଉ ତ ଭଗାରି ହାବୁଡ଼ରେ ରେ,ପ୍ରୀତି ବଡ଼ରେ ନ ନିବାଡ଼ରେ ବାସ ଫେଡ଼ରେ ହାର ତଡ଼ରେମୁଁ ପାହୁଡ଼ରେ ପାଦେ ଗୋଡ଼ରେ ବାନ୍ଧି ଜଡ଼ରେ ରେ ॥୩॥
ମୁଁ ତୋ ଦୀନରେ ତୁ ମୋର ଧନରେ କିମ୍ପା ମନରେ ତୋ ବିମନରେବସୁ ମାନରେ ଅତି ଛନ୍ନରେ ତୁ ଲୋକନରେ ରେ,ପରିଜନରେ ସୁପ୍ରସନ୍ନରେ ହୁଅ ମନରେ ମୋ ବଚନରେସ୍ନେହୀ ଜନରେ ତ ସୁଜନରେ ସୁମାର୍ଜନରେ ରେ,ତୋ ବିବେକ ପଣକୁ ଅକ୍ଷତୃନରେ,ଏଛାଡ଼ି ଦୁଃଖ ହେଲୁ ମଜ୍ଜନରେ,ଅଛି ଆନରେ ନାହିଁ ଆନରେ ତୋ ବିନା ନରେ ସୁର କିନ୍ନରେରତି ଦାନରେ ତୋ ସମାନରେ ମୋ ଭାବନା ରେ ॥୪॥
ମହା ଖେଦରେ ମଲିଟି ଦରେ କାମ ବାଦରେ ନରେ ସୁର କିନ୍ନରେରତି ଦାନରେ ତୋ ସମାନରେ ମୋ ଭାବନାରେ ରେ,ହସି ବଦରେ କଷ୍ଟ ଛେଦରେ ତୋହ ପାଦରେ ମୁଁ ତ ଆଦରେଭଜ ହୃଦରେ କୁଚ ଲଦରେ ଦୟା ପଦରେ ରେ,ଭାସି ଗଲାଟି କାମ ରସ ନଦରେ ରେ,ତୋ ପରି ଜନକୁ ବେଳୁ ସମ୍ପାଦରେ,ସ୍ନେହ ସ୍ୱାଦରେ ଘାରେ ମଦରେ ଏ ପ୍ରମାଦରେ ମୋ ବିପଦରେତୋ ସମ୍ପାଦରେ ତୋହ ଭେଦରେ ମୁଁ ନିର୍ବେଦରେ ରେ ॥୫॥
ତୋହ ଦେହରେ ମୋହ ଦେହରେ ମିଶା ସ୍ନେହରେ କୁ-ବିଦେହରେ
କରେ ଦାହରେ ଏ ଦୁର୍ବହରେ କେହି ସହରେ ରେ,
ହୃଦ ଲୋହରେ କିଙ୍କେ ବହରେ ଏ ସନ୍ଦେହରେ ହେଳାଇ ହରେ
ପରାଣ ହରେ ଏ ବିଗ୍ରହରେ ବ୍ୟାଧିକୁ ହରେ ରେ,
ଜାଣିବାରେ ମୁଁ କରି ନାହିଁ ଦ୍ରୋହରେ,
କୃପା କରି କାହିଁ ପାଇଁ ନ ଚାହରେ,
ପ୍ରାପ୍ତି ତୋହର ହେବା ଗେହରେ କେତେ ଯେ ହରେ ମୋହ ଦେହରେ
ସେ ବିରହରେ ମାନୀ ନୁହରେ ରେ ॥୬॥
ଆରେ ସଙ୍ଗିନି ରତିରଙ୍ଗିନି ମୃଦୁଅଙ୍ଗିନି ଯୋଗଭଙ୍ଗିନିକୃପାପାଙ୍ଗିନୀ ସୁତଭଙ୍ଗିନି ପ୍ରେମଡ଼ଙ୍କିନିରେଅନୁରାଗିଣି ! ନୁହ ରାଗିଣୀ ଦୁଃଖଭଗିନି ସୁପ୍ରସଙ୍ଗିନିମୋ ସଂଯୋଗିନି ସ୍ନେହ ତ୍ୟାଗିନି ତୁ ବିଯୋଗିନି ରେ,ବ୍ୟର୍ଥେ କିମ୍ପା ହୋଇ ଅଛୁ ଭଗିନୀ ରେତୁହି ମୋ ମହିଷୀ ନୋହୁ ଭୋଗିନୀ ରେସିଦ୍ଧା ଯୋଗିନୀ କୃପାମାଗିନୀ ଶଙ୍କେ ଭୋଗିନୀ ନିତ୍ୟେ ଜାଗିନି-ଷ୍ଠାରେ ଜାଗିନୀ କର ଅଙ୍ଗିନୀ ବତ ସାରିଣୀ ରେ ॥୭॥
ଗଙ୍ଗା ସାଗରରେ କି ପ୍ରୟାଗରେ ଶିବ ନଗରେ ତିଥି ଯୋଗରେମୁଁ ଉଜାଗର ଜାଳି ଜାଗରେ ଏହି ଭାଗ୍ୟରେ ରେ,ତୋହ ଆଗରେ ପ୍ରେମ ସାଗରେ ବୁଡ଼େ ସାଗରରେ କି ସୁର୍ଯୋଗରେକର ରାଗରେ କୁଚ ନାଗରେ ଟେକ ବେଗରେ ରେଏବେ ନ ଚାହୁଁ କାହିଁ ଅନୁରାଗରେ,ନାଶ ହେଲେଟି କାମ ସର୍ପଗରରେ ରେ ॥୮॥
ମାନ ପଥରେ ଶ୍ରମ ବ୍ୟର୍ଥରେ ନତ ମାଥରେ ହେଉ ହାଥରେଦାସୀ ଯୂଥରେ ରଖ ଦାସରେ ପୁରୁଷାର୍ଥରେମନ ମଥରେ ମୋ ତନୁ ଥରେ ମୁଁ ଅନାଥରେ ତୁ ଅନା ଥରେନାଥ ଶ୍ଳେଷରେ ହୃଦ ପଥରେ ତୁଳ ପଥରେ,ମୋତେ ଭଷାଇ ଦେଲେ ଦୁଃଖ ପଥରେକେଉଁ ନାଶଟି ହେବ ଭାବ ଏଥରରେ `॥୯॥
ମହୀ ନଖରେ କିକେ ଲେଖରେ ପୋତି ମୁଖରେ ଭୂ ନ ଦେଖରେତେଜି ସୁଖରେ ତୁ ବି ମୁଖରେ ବସୁ ଦୁଃଖରେ ରେକାଶ ଲାଖରେ ଜଳି ସୁଖରେ କଲା ଯୋଖରେ ମୁଁ ନିରେଖରେହେଉଛି ଖରେ ଏହା ଦେଖରେ ତୋହ ପାଖରେ ରେନେତ୍ର ଭୁବନେ କାହିଁ ତୁ ଉପେଖରେକଲି କି ଦୋଷ ମୁଁ ଆଗ ପରଖରେଭାବ ରଖରେ ହୃଦ ଯୋଖରେ ସ୍ତନ ମୁଖରେ ଚୁମ୍ବ ଚୋଖରେସୁଧା ଚାଖରେ ଦନ୍ତ ଶିଖରେ ଭେଦ ଶିଖରେ ରେ ॥୧୦॥
ତୋହ ବାହାରେ ମୋହ ସାହାରେ ନାହିଁ ଆହାରେ କୃତ୍ୟ କାହାରେକହୁ ଯାହାରେ ମନ ଦାହରେ ହୋଏ ତାହାରେକାହା କୁହାରେ ତୁ ଯେ ଏହାରେ ଘେନୁ ନାହାରେ ନିତି ଦେହାରେନର ସୁହାରେ ବନ୍ଧୁ ବାହାରେ ତୁ ସେନେହାରେ,ଏବେ ତ ଗଳେ ଦେଇ ରତି ନାହାରେ ରେମୋତେ ନେଇ ରଖିଲୁ ଅଙ୍ଗ ହାରରେ ରେବନ୍ଧୁ ଆହାରେ କାମ ଯୁହାରେ ମୁଖ ବାହାରେ ଲୁଚା ବାହାରେଦେଖି ଏହାରେ ଖେଦ ମହାରେ ହର ତାହାରେ ॥୧୧॥
ଆରେ ବାରଣ ଅତିକାରଣ ପଦ୍ମଚରଣ ମୋର ଶରଣସଦା ସ୍ମରଣ ଅନୁଶରଣ ଅବିସ୍ମରଣ ରେଏ ରଣରଣ ସିନ୍ଧୁ ତାରଣ କୃତ କାରଣ ଶିଳା ମାରଣକୁ ସଂଚାରଣ କଲେ କାରଣ ଯେ ପ୍ରଚାରଣ ରେତୁହି ସିନା ମୋହ ଦୁଃଖ ପାସୋରଣ ରେଦମ୍ଭଧର କିଂପାଇ କରୁଛି ରଣ ରେଚନ୍ଦ୍ରକିରଣ ହାସ ସ୍ଫୁରଣ ବିନା ମରଣ କଲା ବରଣଧି ମୋ ହରଣ ଅନ୍ତ କରଣ ହେଲା ଦାରୁଣ ରେ ॥୧୨॥
ଦେଇ ସୁରତି ରସ କୀରତି ଏହୁ ଧରତି ପରେ ତୋ ରତିସମାନ ଗତି ଏକ କୀରତି ପର ବରତୀରେକହ ପୀରତି ଯୁକ୍ତ ଭାରତୀ ମୋହ ଧିରତି ପରେ ତୋ ରତୀସମାନ ରତି ଏକ କୀରତି ପର ବରତୀ ରେ,ତୋ ଅନାଦର କାମ ଦିଏ କରତିରେବନ୍ଧୁ ମୁଁ ତୋହ ସିନା ଆଜ୍ଞା ବରତିରେତୋର ସଙ୍ଗତି କଳନ୍ତରତି ନୀର ସରତି ଶିରୀ କରତିକ୍ଷଣ କରତି ସ୍ପୀତ କରତି ତଳେ ବରତିରେ ॥୧୩॥
କିଣା ଲୋକରେ ଏକି ଲୋକରେ ଶୋଭା ଶୋକରେ ତ ଲୋତକରେଭାଷେ ଦୁଃଖରେ ଅହେତୁକରେ ହାସିଲେ କରେନିଶି ଯାକରେ ରସି ଅଙ୍କରେ ମୁଁ ପଲ୍ୟଙ୍କରେ ନିଦ୍ରାଆକରେତମ ଫାଙ୍କରେ କର ଯା କରେ ରେସ୍ୱପ୍ନେ ଦେଖି ମାନ କଲୁ କିଙ୍କରେ ରେବିନୟ ଘେନିକି ସୁଖ ନ ଟେକରେ ରେଆଶ୍ରେ ଯେ କର ନାଶ କୋକରେ ତାକୁ କିଙ୍କରେ ରଜନୀ କରେକଟେ ଟେକରେ ଶିବ ନଗରେ ବିବେକ କରେ ରେ ॥୧୪॥
ଯେବେ ଦଣ୍ଡରେ ଇଚ୍ଛା ମୁଣ୍ଡରେ ପାଦ ମୁଣ୍ଡରେ ମୋର ଦଣ୍ଡରେରଦେ ଖଣ୍ଡରେ ନଖେ ପିଣ୍ଡରେ ଖର ଚାଣ୍ଡରେ ରେଫୁଲ କାଣ୍ଡରେ ଫୁଲ କାଣ୍ଡରେ ମାରେ କାଣ୍ଡରେଖଣ୍ଡ ଖଣ୍ଡରେଦଣ୍ଡ ଦଣ୍ଡରେ କଲା ଚଣ୍ଡରେ ତାପ ରୁଣ୍ଡରେ ରେପଦେ କଥା ନ କହୁ ହସି ତୁଣ୍ଡରେ ରେମୁଁ ତୋର ବୋଲି ନାଗରରେଏ ବ୍ରହ୍ମାଣ୍ଡରେ ଏହୁ ଦଣ୍ଡରେ ନାହିଁ ଦଣ୍ଡରେ ପିଣ୍ଡ ଖଣ୍ଡରେପକା ଗଣ୍ଡରେ ନହ ଭାଣ୍ଡରେ ନୁହେ ଭଣ୍ଡରେ ରେ ॥୧୫॥
କାନ୍ତ ଉତ୍ତର ଶୁଣି ସତ୍ୱର ଦୟା ଚିତ୍ତର ମାନ ଅନ୍ତରଏତେ ମାତର ଦେଖି କାନ୍ତର ହୃଦ ଭିତର ତୋଷ ଭିତରମନେ କାତର ହାତ ପୋତର ପ୍ରାପ୍ତ ବତର ଯେଆହା ବୋଲି ଆଲିଙ୍ଗନ କଲା ଝରେ ରେଗଲା ବେନି ଜନ ମାନ କାତର ଯେକଲା ରତିର ସିନା ଇତର ପାଶରୁ ତର ଲାକ୍ଷି ପିତରପୁରେ ସତ୍ୱର ଗଲା ମିତର ସହ ଭିତର ଯେ ॥୧୬॥
କୃଷ୍ଣ ଚରଣ ଲୋକ ଶରଣ ଜନ ତାରଣ ହେତୁ କାରଣମୁନି ଚାରଣଙ୍କର ସ୍ମରଣ ତାପ ବାରଣ ଯେଗ୍ରାହ ମାରଣ କରି ବାରଣ ଦର ହରଣ କଲେ ଧାରଣବିପ୍ରଚରଣ ନମୋ ଚାରଣ ତମ ଯାଇଣ ହେକର ଅଭିମନୁରେ ବିତରଣ ହେଅନୁସରଣ ମୋର କାରଣ ଅନ୍ତଃକରଣ କର ପୂରଣଗର୍ବ ଚୂରଣ ମନୋଧାରଣ କର କାରଣ ହେ ॥୧୭॥
ଛାନ୍ଦ -୧୮
[ରାଗ-ମାଳବ]ଏମନ୍ତ ଶୁଣ ସୁଜନ ହୋଇ ସାବଧାନକୁମାରୀ କୁମାର ପ୍ରୀତି ଦିନୁ ଦିନ ଆନବଢ଼ିଲା ସେ ଶଶୀକଳା ଜାଣିଏହିରୂପେ କେତେ ଦିନ ବହିଗଲା ପୁଣି ॥୧॥
ରମଣିମଣି ନିଶିରେ ଦେଖିଲା ସ୍ୱପନବୃକ୍ଷ ଶିଖରେ ନିବର୍ନ୍ଧ କଲେ ଆରୋହଣବାନର ଶବ ଅଛି ଘେନିରକ୍ତ ଅନ୍ନ ଭୁଞ୍ଜୁଛି ବିଚିତ୍ର ସୁଲକ୍ଷଣୀ ॥୨॥
ଏ ସ୍ୱପନ ଦେଖି ବାଳା ଉଡିଲା ତକ୍ଷଣେଛଟ ପରି ଛିଙ୍କିଲା ବିଧବା ନାରୀ ଜଣେଦେଖିଲା ସେ ଏକଇ ସୁନ୍ଦରୀକେଶ ବାସ ମୁକୁଳା କାନ୍ଦଇ କ୍ରୋଧ କରି ॥୩॥
ଗୁଣମଣି ଗୁଣି ବୋଲେ ଅଶୁଭ ଲକ୍ଷଣନୋହେ ମଙ୍ଗଳ ଫଳିବ କାହାକୁ ନିଧନଏମନ୍ତ ସେ କରନ୍ତେ ଭାବନାବଳାତ୍କାରେ ନେତ୍ରୁ ଲୁହ ତେଜିଲା ନବୀନା ॥୪॥
ଛନ୍ନ ଛନ୍ନ ଘନ ଘନ ଲତା ପ୍ରାୟେ ହୋଏବିନା ଘନେ ଗର୍ଜନ ଆକାଶେ ପ୍ରତେ ହୋଏଉଲ୍ଲୁକ ଯେ ରାବନ୍ତି ଦିବସେପ୍ରମାଦ ହେବ ଯେ ଭବେ ରମଣୀ ମାନସେ ॥୫॥
ଏହି ଦିନ ନନ୍ଦେଶ୍ୱର ନୃପତି କେଶରୀବଡ଼ ସମ୍ଭର୍ବେ ସଭାର ମଧ୍ୟେ ବିଜେ କରିଅଛନ୍ତି ତହିଁ ମାତ୍ର ଅମାତ୍ୟପଟୁର ହୋଇ ଅଛନ୍ତି ଖଟଣି ସାମନ୍ତ ॥୬॥
ଗଣିକା ନାଚନ୍ତି ତୌର୍ଯ୍ୟତ୍ରିକ ରଙ୍ଗେ ରସେତାନା ତାନି ତାତା ଥେଇ ଥେଇ ଅଭିଳାଷେଗାବନ୍ତି ସେ ସଙ୍ଗୀତ ବିଧିରେଗାନ୍ଧାର ଆଳାପ ରାଗ ପଂଚମ ସ୍ୱରରେ ॥୭॥
ତାଦ୍ରିକା, ତାଦ୍ରିକା ଦ୍ରିମିଟିକା ଦ୍ରିମିକଟତାଧିକ ତାଧିକ ଛନ୍ନ ଛନ୍ନ ନରେ ରଟନୁହଇ ଯେ ଲୟ ଭେଦ ତହିଁଧୁ ଧୁ ଧୁ ଧୁ ଫୁ ଫୁ ଫୁ ଫୁ ନାଦେ କଂପେ ମହୀ ॥୮॥
ମୃଦଙ୍ଗ କଂସାଳ ତାଳ ରଞିବ ଖଞ୍ଜରୀବେଣୁ ବୀଣା ପଟହ ଉପାଙ୍ଗ ଆଦି କରିବାଦନ୍ତି କେ ଜଳ ତରଙ୍ଗକୁଢୋଲ ଦାମା ଭେରିତୁରୀ ମହୁରୀ ନାନକୁ ॥୯॥
ନାଟକାର ହଟ କରୁଛନ୍ତି କେତେ ରୂପେବାଂଶ ଶଳାକା ଆରୋହୀ ବାଦନ୍ତ କି ରାମ୍ପେହରନ୍ତି ସେ ନୟନ କୁହୁକେଚମତ୍କାର ଚେଷ୍ଟାକୁ ଦେଖନ୍ତି ଅବଲୋକେ ॥୧୦॥
ଚତୁରଙ୍ଗ ବଳ ଆଗେ କରୁଛନ୍ତି ଦେଖାବିଭୋ ପ୍ରଭୋ ଜୁହାର ମଣିମା ନୃପଶିଖାବୋଲନ୍ତି କେତେ ସ୍ୱରୂପେ ବାଣୀସାବଧାନ ସବୁରୀ କଥାକୁ ନୃପମଣି ॥୧୧॥
ଘୁଂଚି ଘୁଂଚି ପାଂଚି ପାଂଚି ଆଂଚି ଆଂଚି କରିଯୋଡ଼ି ଯୋଡ଼ି ଧାଡ଼ି ଧାଡ଼ି ଫର ଝଡ଼ି ଝଡ଼ିକେହୁ ହାହା ନାଦ କରେନାହିଁ ନାହିଁ ଆଉ ଛାଡ଼ ଦେଇ ଚିରା ମାରେ ॥୧୨॥
ତେଜି ବାଜି ରାଜି ରାଜି ପୁଞ୍ଜୀ ପୁଞ୍ଜୀ କରେମନେ ପ୍ଳୁତ ପ୍ଳୁତ ଗତି କି ରଙ୍ଗେ ବିସ୍ତାରେଚମକି କେ କହେ ଖଣ୍ଡ ଦୂରେବରଛାରେ ଛାରି ଦେଖାନ୍ତି ଅମୁଆଁରେ ॥୧୩॥
ନୀରଦ ପରି ଦ୍ୱିରଦ କାନ୍ତି ପ୍ରକାଶନ୍ତିଥୋର ହସ୍ତ ଟେକି ମହାଗର୍ଜନ କରନ୍ତିଘର ପ୍ରତିହାରୀ ଅନୁଗତେକେ ଲୋକ ଛାମୁରେ ଦେଖା ନିମନ୍ତେ ନିଅନ୍ତେ ॥୧୪॥
ପଡ଼ଇ ଯେ ନାନା ଦେଶ କଥାପୁରାତନ ଦୃଷ୍ଟାନ୍ତର ସ୍ୱକୀୟ ବ୍ୟବସ୍ଥାଲୋକଙ୍କୁ ସେ ଆଡ଼େ ଆଡ଼େ କହିସାବଧାନ ମଣିମା ମଣିମା କହେ ତହିଁ ॥୧୭॥
ଏକାଳେ ଦୁର୍ବାସା ମହାତାପ ବିଜ୍ଞବନ୍ତଯୋଗବଳେ ଘେନି ହେଲେ ସଭାକୁ ଆଗତଦେଖିତ ସେ ଚମତ୍କାର ହେଲେନୃପ ଆଦି ପାଦେ ପଡ଼ି ସମ୍ଭାଷଣ କଲେ ॥୧୮॥
ପାଦାର୍ଘ୍ୟ ଆସନ ପଂଚାମୃତ ଧୂପଦୀପଅର୍ଘ୍ୟ ଆଚମନେ ତୋଷ କଲେ ପୂଜା ନୃପଭକତି ଦେ ଦେଖି ମୁନିବରବୋଲନ୍ତି ସର୍ବକୁଶଳଟି କି କି ନୃପବର ॥୧୯॥
ସୁଧର୍ମ ନୀତି ଆଚାର କରୁନା ରାଜନପ୍ରତିପାଳି ଥାଉଟିକି କହିଲେ ବଚନଅଛନ୍ତିଟି ପ୍ରଜା ସୁଖୀ ହୋଇଉପଦ୍ରବ ଅନ୍ୟାୟ ନାହିଁ ତ ନୃପସାଇଁ ॥୨୦॥
ବିତ୍ତ ସନ୍ଧାନରେ ପାଳିଅଛି ଟିକି ବଳଧନୁର୍ଦ୍ଧର ପଣେ ନାଶୁଟିକୁ ରିପୁବଳବୁଝୁନା ତୁ ଅନ୍ତଃପୁର ଛିଦ୍ରଯଥାକାଳେ ଚିତ୍ତ ଦେଉନାହିଁ କି ନରେନ୍ଦ୍ର ॥୨୧॥
ବେଦ ବ୍ୟାଧି କରୁନା ପରୀକ୍ଷାଅଛୁନା ଯେ ବିଷୟଅଛଇନା ଆଜ୍ଞା ଅଲଙ୍ଘିତକେମନ୍ତେ ଚାତୁର୍ଯ୍ୟ କରାଉଛୁ ତୋର ସୁତ ॥୨୨॥
କରପତ୍ର ବେନି ଯୋଡ଼ି କହେ ନୃପବରତବ କୃପାରୁ କୁଶଳ ସବୁ ନୃପବରସୌଭାଗ୍ୟ ଏବେ ମୋ ପ୍ରକାଶିଲାବ୍ରହ୍ମମୁନି ପଦରେଣୁ ମୋ ପୁରେ ପଡ଼ିଲା ॥୨୩॥
କି କାର୍ଯ୍ୟେ ଆଗତ ଆଜ୍ଞା ହେଉ ମହାମୁନିମନର ଶଂସୟମାନ ହେଉ ବେଗେ ହାନିକହନ୍ତି ଯେ ହସି ମୁନିବରସତ୍ୟ କଲେ କହିବି ହେ ନୃପତି ଶେଖର ॥୨୪॥
ପର ଦୁଃଖେ ଦୁଃଖୀ ଯେ ଅଟଇ ୟେ ସଂସାରେତାହା ସମ ପୁଣ୍ୟବନ୍ତ ନାହିଁ ତିନିପୁରେପୂର୍ବରେ ଥିଲା ରାଜା ଜାଣିବକପୋତ ହିତରେ ସମର୍ପିଲା ନିଜ ଜୀବ ॥୨୫॥
ଶୁଣି ନୃପବର ବୋଲେ ସତ୍ୟମୋର ହେଲାତବ ପ୍ରୟୋଜନ ହେଲେ କାଟିଦେବ ଗଳାକହନ୍ତି ଯେ ମୁନି ଚୂଡ଼ାମଣିଯାଗ କରିବାକୁ ଆଜ୍ଞାଦେଲେ କୁଶପାଣି ॥୨୬॥
ଶ୍ୟାମ ସୁନ୍ଦରକୁ ମୋତେ ଦେବୁସଂସାରେ ନାମ ପ୍ରତିଷ୍ଠା ପୁଣ୍ୟ ଅରଜିବୁନାଶିବ ସେ ଅନେକ ଅସୁରସମ୍ବତ୍ସର ଅନ୍ତେ ଆଣିଦେବି ତୋ କୁମର ॥୨୭॥
ବଜ୍ରପାତ ପ୍ରାୟେ ନୃପମଣି ଏ ବଚନବିସ୍ମୟ ଚିତ୍ତେ ମହୀକି ନିବେଶୁ ନୟନକହଇ ଯେ ମୁନି ଚୂଡ଼ାମଣିନିସତ ହୋଇଲେ ଧମ ନ ମିଳଇ ପୁଣି ॥୨୮॥
ଦୃଢ଼ ହେଲେ ସୁକୃତ ଯେ ମିଳେସତ୍ୟବନ୍ତ ଯଶ ନାଶ ନୁହେଁ ଅଗ୍ନି ଜଳେନୃପତି ଯେ ଶୁଣି ତୋଷମତିଆଜ୍ଞା ଦେଲେ କୁମରକୁ ଆଣ ମୋର କତି ॥୨୯॥
ଅନ୍ତଃପୁର ଯୋଗ୍ୟଲୋକ ସଚିବ ପେଶିଲେବାରତା ପାଇ ଜନନୀକୁଳ କ୍ରୋଧ ହେଲେକାନ୍ଦନ୍ତି ସେ ଦଇବ ସୁମରିକାହିଁ ବସି ଏ ବିଚାର ଥିଲୁଟି ବିଚାରି ॥୩୦॥
ମୂର୍ଚ୍ଛିତ କାହାରି ନେତ୍ରୁ ନ ବହଇ ଜଳଶରୀର ବିକାଶୁ ଅଛି ବ୍ୟାକୁଳ ଅନଳପୁତ୍ରକୁ ସେ କୋଳକରି ମାତବୋଲେ ପରିମୁଣ୍ଡା ତୋର ଯାଇଛି କି ସୁତ ॥୩୧॥
ନିଜ ମାତ ଆତୁରେ ସାଉଁଟି କୋଳେ ଧରିମୁଖେ ଚୁମ୍ବ ଦେଇ ମହା ବିଳାପ ବିସ୍ତାରିବୋଲଇ ସେ ବିଧିକି ଉଦ୍ଦେଶିବିଡ଼ମ୍ବଣ କର୍ମ ମୋତେ କରୁଅଛ ଆସି ॥୩୨॥
ଅନ୍ଦର ଲଉଡ଼ି ମୋର ଦୁଃଖୀର ସୋଦରଗଳାକାଟି କଣ୍ଠମାଳ ନେଇଛି କେ ତୋରକେମନ୍ତ ମୁଁ ଧରିବେଇଁ ଜୀବ ॥୩୩॥
ଫୁଟିଯାଉ ନେତ୍ର ଫାଟିଯାଉ ହୃଦ ମୋରକିମ୍ପାଇଁ ଅଛଇ ପୋଡ଼ୁ ପୋଡ଼ୁ ମୋ ଉଦରନିର୍ଲଜ୍ଜ ମୋ ପ୍ରାଣ କିମ୍ପା ଅଛିଏ କୁମାର ଗଲେ କାହୁଁ ପାରିବି ମୁରୁଛି ॥୩୪॥
କୋଳ ମୋର ଶୂନ୍ୟ କରି କାହିଁ ଯିବା ବଳାଅଗାଧ ସମୁଦ୍ରେ ମୋର ବୁଡ଼ିଯିବ ଭେଳାବିଧାତା ହେ ମର ମରସୁଖଦେଇ ନର ଯାହା ଦୁଃଖ ଭୋଗୀନର ॥୩୫॥
କାହା ନେତ୍ରରେ ରଞ୍ଜନ କରିବଇଁ ଏବେଚିକୁର ମୁଁ ଯାଇ ବାନ୍ଧିବଇଁ ଭାବେକାହାର ମୁଁ ସହିବଇଁ ଅଳିକିଏ ଆଉ ଗୋଳକରି ବାଗିଚାଟି କୋଳି ॥୩୬॥
ଚାନ୍ଦମୁଖେ ମାତା ବୋଲି କେ ଡାକିବ ମୋତେପୁରୋଦର ସୁନ୍ଦର ମୋ ଦିଶିବ କେମନ୍ତେଅଲେଖ ମୋ ନନ୍ଦନ ଅଟଇସର୍ବଦା ଉଟିବା ଖାଇବାର ନ ଜାଣଇ ॥୩୭॥
ଶେଯେ ଶୋଇ ଯେ ସେବତୀ କୁଞ୍ଜ ଦେହେ ବସେଖରା ଲାଗେ ତାର ମୁଖ ଶୁଷ୍କ ପରି ଦିଶେକି ରୂପେ ସେ ଯିବ ବନସ୍ତକୁମନ ଜାଣି ଖଟିବାକୁ କେ ଅବା ଏହାକୁ ॥୩୮॥
ଅନ୍ଧାର ଘରକୁ ଯେଉଁ କୁମର ଡ଼ରଇଭୟଙ୍କର ଦେଖିଲେ ସେ ଶଙ୍କିତ ହୁଅଇସେହି ପୁଣି ରଖିବ ଯେ ଯାଗଯୁଦ୍ଧ ପୁଣି କେମନ୍ତେ କରିବ ଦୈତ୍ୟ ସଙ୍ଗ ॥୩୯॥
ଏକଥାମାନଙ୍କ ଆଣି କରାଉଛି ବିହିମୋ ହତ୍ୟାକୁ ଚନ୍ଦ୍ର ପରି ବହିବୁଟି ଦେହୀକୁମର ଯେ ଜନନୀ ବିରସଦେଖି କୋଳୁ ଉଠି କରେ ବଚନ ପ୍ରକାଶ ॥୪୦॥
“ଭୋ ମାତ କିମ୍ପାଇ କରୁଅଛୁ ଗୋ ଭାବନପିତାର ଅର୍ଜିତ ସିନା ଅଟେ ମୋ ଜୀବନକଲେଟି ସେ ମୁନି ଆଗେ ସତ୍ୟସେ କଥାରେ ଯିବ ମୋର ଅଟଇ ବିହିତ ॥୪୧॥
କ୍ଷତ୍ରୀୟ ନନ୍ଦନ ମୁଁ ଅଟଇ ବିଦ୍ୟମାନରଣ କରିବାର ତ ଅଟଇ ସୁବିଧାନଯିଣି କି ସେ ଯଶ ପ୍ରକଟିବହାରିଲା ପର ହିତରେ ନିନ୍ଦା ନ ଦିଶିବ ॥୪୨॥
ଭାଗ୍ୟବନ୍ତ ଲୋକ ପର ଦୁଃଖେ ଦୁଃଖୀ ହୁଏଇହ ପର ଲୋକେ ଯଶ ହୁଅଇ ଉଦୟେସୁଚିତ୍ତରେ କର ଗୋ ମେଲାଣିସୂତ ପାଶେ ଯିବି ଆଜ୍ଞା ଦେଲେ ନୃପମଣି” ॥୪୩॥
ଏତେ କହି ମାତାଙ୍କ ଚରଣେ ବିନୟିଲେକୋଳ କରି ମାତା ମାନେ କଲ୍ୟାଣ ବାଞ୍ଛିଲେକେ ବୋଲେଇ ରଖ ଗୋ ମଙ୍ଗଳାସେ ପାଂଚ ନାହିଁ ଆମ୍ଭ ଏକୋଇର ବଳା ॥୪୪॥
କେ ବୋଲଇ କାଳବେଳେ ସାରୁଥିବୁ ନୀତିତୁଆମ୍ଭ ନୟନ ଦୁଃଖ ପାସୋରା ସମ୍ପତ୍ତନ ଗଲାରେ ପରାଣ ବାହାରିଯଶ ଏକା ରଖିଲେ ଅଯୋଧ୍ୟା ଦଣ୍ଡଧାରୀ ॥୪୫॥
କଟକେ ପ୍ରକଟ ହେଲା କୁମର ଯିବାରମହା ଆକୁଳେ କରନ୍ତି ସର୍ବେ ହାହାକାରକେମନ୍ତ ଗୋ ଜନକ ଜନନୀଏକୁମାର ଛାଡ଼ି କାହିଁ ଜୀବ ଥିବ ଘେନି ॥୪୬॥
କେ ବୋଲେ ବିହି ବିହିତ ଅଟଇ ଭବିଷ୍ୟରାହୁକୁ ସୁଧା ଅଶନ ବୃଷଭାକୁ ଘାଷବକାସୁରସଦାଶିବକୁ ପାଉଁଶ ଦେବାକୁ ବିଚାର ॥୪୭॥
କେତେ ବା କହିବା ସେହି ନଗ୍ର ହୁଳହୁଳିଜାର ସଙ୍ଗେ ସଭା ମଂଚ ଯାଇ ବୀର ମିଳିନମିଲା ସେ ମୁନିଙ୍କ ପୟରେକଲ୍ୟାଣ କର ସାନନ୍ଦ ମୁନି ମାନସରେ ॥୪୮॥
ରାଜା ଭାଷେ କୁମର ପରାଣ ମୋହରତୁମ୍ଭ ପଦେ ସମର୍ପିଲି ଯାହା ଇଚ୍ଛା କରଘେନାଇ ଏ ଚତୁରଙ୍ଗ ବଳଆଜ ମାତ୍ର ଏଥେ ରହି ପ୍ରଭାତରେ ଚଳ ॥୪୯॥
ରଷି ଭାଷିଲେ ଶୁଣିମା ହେଉ ନୃପବରବରଷକ ପଥ କାହିଁ ଯିବେ ସୈନ୍ୟ ତୋରନିକଟ ତ ହେଲା ଯାଗକାଳଯିବୁ ଆମ୍ଭେ ଘେନି ଯୋଗବଳେ ॥୫୦॥
ବିଚାରି ସଚିବ ସୁତ ସଙ୍ଗେ ଯିବା କଲେକର ଧରି ପୁତ୍ର ରାଜା ନେଇ ସମର୍ପିଲେନୃପତିଙ୍କ ଭକତି ଘେନିସେ ନିଶି ତହିଁ ବଂଚିଲେ ରହି ମହାମୁନି ॥୫୧॥
ସଖା କୋଳେ ଧରି ବୀର କରେ ପ୍ରବୋଧନାଚିନ୍ତା ନ କରିବଟି କଦାପି ଆମ୍ଭ ବିନାରଖିବଟି ମନେ ପ୍ରତି ଦିନପ୍ରଚ୍ଛନ୍ନ କରୁଥିବଟି ରଖି ସ୍ଥଳ ମାନ ॥୫୨॥
କାନ୍ଦ କାନ୍ଦ ହୋଇ ସଖା କହନ୍ତି ବଚନତୁମ୍ଭ ଭେଟ ଯାଏ ଆଉ ଥିବଟି ଜୀବନଜାଣି ବେଳେ ପୁଣି ଆମ୍ଭ ମନକ୍ରୀଡ଼ାରଙ୍ଗେ କାହାସଙ୍ଗେ ନେବୁ ନିଶିଦିନ ॥୫୩॥
କପଟୀ ବିଧି ହେ କାହିଁ ଏ ବୁଦ୍ଧି ଶିଖିଲଭାଗ୍ୟହୀନ ଦେଖି ସିନା ସଙ୍ଗତେ ନ ନେଲକହନ୍ତି ସେ ବୀର ବୋଧକରିପ୍ରୀତିଲେଶେ ନ ଦିଏ ପୁରୁଣା ମାନ କରି ॥୫୪॥
ସେ ରାତି ଦୂତୀ ନେଇ ନୃପତି ନନ୍ଦନବିନୟେ ବୋଲନ୍ତି ଭେଟାଇବୁ ଜୀବଧନଯାଉଛି ମୁଁ କୁସୁମ କାନନେବନ୍ଧୁ ଘେନାଇଁ ଆସ ବହନ ସେ ସ୍ଥାନେ ॥୫୫॥
ଏତେ କହି ସଂକେତ ସ୍ଥାନକୁ ଗଲେ ବୀରଏଣେ ଦୂତୀ ଭେଟ କଲା ଯାଇଁ ରାମାବରକହିଲା ସେ ସଂକେତ ଚରିତଆନନ୍ଦେ ସଖୀ ସହିତେ ଚଲିଲା ତ୍ୱରିତ ॥୫୬॥
ଦକ୍ଷିଣ ନେତ୍ର ସ୍ଫୁରିଲା ଫିଟିଗଲା ବାଳଉଠନ୍ତେ ମାତି ଉଠିଲା ବସନ ଅଂଚଳଗମନ୍ତେ ସେ ଝୁଂଟିଲାକ ବାଳିକାହିଁ ଯାଉଛି କି ଝୁଂଟି ଆଳି ଦେଲା ଛଳି ॥୫୭॥
ମାର୍ଜାରା ଯୁଦ୍ଧ ଆଗରେ ଦେଖିଲେ ଯୁବତୀସଙ୍ଗେ ଯାଉଁ ଏକ ସଖୀ ହେଲା ପୁଷ୍ପବତୀଘେନିଛି କେ ଲୌହ କାର୍ପାସକଭସ୍ମ ବିଲୋପନ ହୋଇ ଧାଏଁ ପୁରତୋକ (?) ॥୫୮॥
ଦକ୍ଷିଣାୟନ ଶୃଗାଳ ଶବ କୁମ୍ଭ ତିନିବାମେ ଗାବ, ମୃଗ ଦ୍ୱଜ କଲେ ଉଚ୍ଚ ଧ୍ୱନିଦେଖାଇ ସେ ଗମନ ପଥରେକଷାୟ ବସନ ପିନ୍ଧି ଗମେ ଏକ ନରେ ॥୫୯॥
ଶିର ପରେ କରଷିକ ପକ୍ଷୀ ଉଡ଼ିଗଲାକାଳସର୍ପ ଗତିପଥ ଓଗାଳି ରହିଲାକରିଛି କେ କବରୀ ମୁକୁଳବସି କେ କରଇ ଅଙ୍ଗେ ଜର୍ଜର ତଇଳ ॥୬୦॥
ଅଶୁଭ ଶକୁନ ମାନ ଦେଖି ଜେମାମଣିବିଚାରେ ଦଇବ ଦୁଃଖ ବିହିବ କି ପୁଣିଲେଉଟି ମୁଁ ଗଲେ ଏହା ଦେଖିପ୍ରାଣବନ୍ଧୁ ମୋହ ଛାର ପାଇଁ ହେବେ ଦୁଃଖୀ ॥୬୧॥
ଯାହା ସୁଖେ ସୁଖୀ ପୁଣି ଦୁଃଖେ ଦୁଃଖୀ ମୁହିଁପୀୟୂଷ ପରି ତ ସୁଖ ବାରେ ଥିବି ଚାହିଁସୁଲଭେ ମୋ କାନ୍ତ ଥିଲେ ଏକାଯେ ହେବାର ହେଉ ପଛେ ନାହିଁ ମୋର ଶଙ୍କା ॥୬୨॥
ସେ ପ୍ରୀତିବତ୍ସଳା ଏତେ ଚିତ୍ତେ ବିଚାରିଲାନିଶଙ୍କେ ସଂକେତ ସ୍ଥାନ ଯାଇ ପ୍ରବେଶିଲାକହିବା ଏ ଅନ୍ତେ ଯେତେ ରୀତିବୁଧେ ଘେନି ଅଛି ଏଥେ ଯେତେ ଜାତି ନୀତି ॥୬୩॥
ଜୟ ଜୟ ମାଧବ ସାଧବ-ପ୍ରାଣ ବନ୍ଧୁଦୀନଜନ ମନ ତୋଷଣକୁ ଦୟାସିନ୍ଧୁଦେଖିଛି ମୁଁ ସଂସାରେ ଯେତେକକୀଟୁ ବ୍ରହ୍ମଯାଏ ଅନୁମାନେ ତୁହି ଏକ ॥୬୪॥
କରି କରାଉ ତୁହି ସକଳ ଗୁଣଗ୍ରାହୀକେ ପାପ କେ ପୁଣ୍ୟ ଯୋଗ୍ୟାଯୋଗ୍ୟ ଅଛି କାହିଁଠାକୁର ତୁ ଅଶେଷ ଭୂତରେଅଜ୍ଞାନ ପଥକୁ ଜ୍ଞାନ ନେଉଟି ମାୟାରେ ॥୬୫॥
ମନେ ପ୍ରଭୁ ମୁକୁନ୍ଦ ଅଛନ୍ତି ଯେବେ ମୋରସୁଗତି ତ ଅତି ନିଶ୍ଚେ ହୋଇବ ବିଚାରଯହିଁକି ସେ ନେବେ ତାହା ହେବସ୍ୱର୍ଗ ଅପବର୍ଗ ନିକି ଏକା ଅଟେ ଭାବ ॥୬୬॥
ମୁହିଁ ମୋହର ଏ ହାତ ସଦା କହେ ମନମୁଁ ଜ୍ଞାନ ଘେନୀ ଘେନଇ ସବୁ ଗତି ଭଗବାନଦେହକୁ ପୋଡ଼ି ପୋତି ପକାଭସ୍ମ, କୃମି, ବିଷ୍ଠା ତିନି ହେବ ଗତି ଏକା ॥୬୭॥
ଅନୁଭବି ଏହି ଘେନି ସମ୍ଭବିଲା ନାହିଁଅବଶ୍ୟ ହୋଇଣ ଯାହା କହିଥିବେ ବିହିନମାମି ହେ ପୁରୁଷ ପୁରାଣସାମନ୍ତ ସିଂହାର ମତି ଗତି ନାରାୟଣ ॥୬୮॥