ବଳଦେବଙ୍କ ଛାନ୍ଦ ଚଉତିଶା ଓ ଜଣାଣ — ବଳଦେବ ରଥ · ସ୍ୱର୍ଣ୍ଣଲିପି(୧)
ଜଗତେ କେବଳରାଗ-ଆଷାଢ଼ଶୁକ୍ଳଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ । ଘୋଷା ।ଜଟିଳ କରି ସ୍କନ୍ଧ ରୋମରାଜି । ଶିଖରିଦରୀରେ ମରୁ ଗରଜି ।କୁଟିଳ କରି ଭ୍ରୁକୁଟୀକୁ ଚାହୁଁ । ସରମା କଣ୍ଠୀରବ ହେବ କାହୁଁ ।୧।ଅଲକତଦ୍ରବ ନୟନେ ବୋଳି । ରସାଳ ଗହଳ ଶାଖାରେ ଖେଳି ।କବଳ କରୁ ତା କଳିକଳାପ । କାକ କି କରିବ ପଞ୍ଚମାଳାପ ।୨।ବରଜୀବ-ରସେ ଦେଇ ମାନସ । ବରଜି ବରଷେ ଅମେଧ୍ୟ ଗ୍ରାସ ।ଦେହେ ମନ୍ଦାକିନୀ ରଜ ଲଗାଇ । ଗ୍ରାମ ଶୂକର କି ହୋଇବ ଗାଈ ।୩।ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ । ନିଜ ତୁଣ୍ଡ ମଣ୍ଡି ଖଣ୍ଡ-ମୃଣାଳ ।ଚାଇଁ ପୂର୍ବ ଅଙ୍ଗ ବୁଲାଇ ବକୀ । ତେବେ ସେ ମରାଳୀ ବୋଲାଇବ କି ।୪।ରଞ୍ଜି ନାୟକ ରଙ୍ଗ ଚୋପଦାର । ଖଞ୍ଜିଲେ ହେଲେ ଚାବୁକ ସବାର ।ଖିଲାଇଲେ ହେଲେ ନାନା ମସଲା । ତୁରଙ୍ଗ ହୁଏ କି ରାସଭ ପିଲା ।୫।ବଦରିକା ବନେ ନିତ୍ୟ ନିବାସ । କରି ଆଚରି ବ୍ରତ ଉପବାସ ।ପ୍ରଯତ୍ନ କଲେହେଁ ନାନାପ୍ରକାର । ଖଦ୍ୟୋତ ହୋଇବ କି ପ୍ରଭାକର ।୬।ଯାହାକୁ ଯାହା କରିଛି ଦଇବ । ତହୁଁ ନିକି ସେ ଅନ୍ୟଥା ହୋଇବ ।ଘେନିଲେ ହେଲେ ଯତ୍ନେ କୋଟି ପୁଟ । ପିତ୍ତଳୁଟି କେହି ହେବ ପୁରଟ ।୭।ଦେବ ଉପନବେ ହୋଇ ଜନିତା । ସ୍ୱବାସ-ମଦରୁ ଜବସଲତା ।ତୁଳସୀ ତୁଲେ ହେଲେ ମିଶାମିଶି । ତାହାକୁ ଯେବେ ବୋଲିବା ତୁଳସୀ ।୮।
୧। ଟୀକା - ଶିଖରିଦରୀ - ପର୍ବତଗୁମ୍ଫା, ସରମା - କୁକୁର, କଣ୍ଠୀରବ - ସିଂହ, ଅଲକତଦ୍ରବ - ଅଳତାରସ, ରସାଳ - ଆମ୍ବ, କବଳ କରୁ - ଗ୍ରାସ କରୁ ବା ଖାଉ, ବରଜୀବରସେ - ଗୋରୁଦୁଧରେ, ଅମେଧ୍ୟ - ବିଷ୍ଠା, ମନ୍ଦାକିନୀରଜ - ଗଙ୍ଗାଧୂଳି, ଚଞ୍ଚୁ - ଥଣ୍ଟ, ଖଣ୍ଡମୃଣାଳ - ପଦ୍ମନାଡ଼ଖଣ୍ଡ, ବକୀ - ବଗୁଲି; ମରାଳୀ - ରାଜହଂସୀ; ଚୋପଦାର - ଅଗ୍ରଗାମୀ ସିପାହୀ, ତୁରଙ୍ଗ - ଘୋଡ଼ା, ରାସଭ - ଗଧ, ବଦରିକା ବନ - ବରକୋଳି ବଣ ଓ ତୀର୍ଥ ବିଶେଷ, ଖଦ୍ୟୋତ - ଜଳଜୁଳା ପୋକ, ପ୍ରଭାକର - ସୂର୍ଯ୍ୟ । ପୁରଟ - ସ୍ୱର୍ଣ୍ଣ, ଜବସଲତା - ଦୁବଘାସ,
ସମଜଇ ନାହିଁ ସ୍ୱଜାତି ଭାଷା । କହିଲେ ଯେ ହୁଅଇ ଲୋକହସା ।ଜଡ଼ ମୁଁ ବୋଲି ନ ଜନ୍ମି ନିର୍ବେଦ । ଷଡ଼ଦର୍ଶୀ ତୁଲେ କଲେ ବିବାଦ ।୯।ଦେହରେ ବାଜିଲେ ପର ନିଃଶ୍ୱାସ । ସମ୍ଭାଳିବାକୁ ନ ଥାଇ ବିଶ୍ୱାସ ।ନିର୍ଲ୍ଲଜ ଅଭିମାନେ ଡେରି ଛାତି । ହାତୀ ଲଢ଼ାଇକି ବାନ୍ଧିଲେ କାତି ।୧୦।କରମରେ ତ ହୋଇଅଛି ଲେଖା । କରମର୍ଦ୍ଦକ ଯୋଗ୍ୟ ତୋର ଶିଖା ।ହରମଉଳିଯୋଗ୍ୟ ଚମ୍ପକକୁ । ଭରମରେ ବୃଥା ପଡ଼ି ଯା ଟାକୁ ।୧୧।ଚାରୁଚଦ୍ରୋଦୟା ମଶାଲ ପାଖେ । ବହ୍ନି ଜାଳିବ ଯେବେ ଦିଶା ମୁଖେ ।ଧାତା ତ କରି ନାହିଁ ତାନୀକାଶ । କି ରୂପେ ହେବ ସେପରି ପ୍ରକାଶ ।୧୨।ବୋଳି ହୋଇ ଭୂତି ଧରି ପରାଶୁ । ବଳୀବର୍ଦ୍ଦବର ଚରମେ ବସୁ ।ଗଉରୀ-ପ୍ରାଣନାଥ ଅନୁଭାବ । ଠଉରି ପାରିବ ନାହିଁ ତା ଲବ ।୧୩।ସରପର୍ପଟି ଯାହାକୁ ମିଳଇ । ସେ ସୁଖେ ତା ଭୋଜନେ ପ୍ରବଳଇ ।ସଢ଼ାଇବାକୁ ତା ବଡ଼ାଇ ବସି । ଦୁର୍ମତି ଯେବେ ଚୋବାଇବ ଘଷି ।୧୪।
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
ଚିର ତପବଳୁ କେଉଁ ପୁରୁଷ । ସମ୍ପାଦି ଯୋଗ୍ୟ ଗୁଣ ପଉରୁଷ ।
କରିଷେ ସଞ୍ଚରିବା ନ ସହିବ । କରୀଷକଟେ ଯେବେ ଆରୋହିବ ।୧୫।
ଗଙ୍ଗାର ପ୍ରବାହେ ଅଳପେ ବୁଡ଼ି । ଅଙ୍ଗାର ନିକି ନିଜ ବର୍ଣ୍ଣ ଛାଡ଼ି ।
ବଳାହିତ ରତ୍ନ ପରି ଦିଶିବ । ବାଳା ପୟୋଧର ହାରେ ମିଶିବ ।୧୬।
ସତର ବୟସୀ ସତତ ମନ । କରଇ ଯାହାକୁ ଅନୁଗମନ ।
ଛବି - ଶୂନ୍ୟ, ଷଣ୍ଢ ବୃଦ୍ଧତା ତୁଲେ । ଅବିବେକବଶୁ ବିବାଦୀ ହେଲେ ।୧୭।
ଗୁଞ୍ଜର କେଉଁ ପୁଣ୍ୟବଳୁ ସିନା । ସଙ୍ଗକୁ ଅଙ୍ଗୀକାର କଲା ସୁନା ।
ହୋଇଲି ତ ବୋଲି କନକ ତୁଲ୍ୟ । ଲୋଡ଼ିବ ଯେବେ ତାହା ତୁଲ୍ୟ ମୂଲ୍ୟ ।୧୮।
ଗଜପତି କୁମ୍ଭସ୍ଥଳ ବିଦାରି । ସଜ ପଲଳ ଭୁଞ୍ଜିବାରୁ ହରି ।
ଦୃଷ୍ଟି ନ ଦେଲା ବୋଲି ଅନ୍ୟ ଶବେ । ଜମ୍ବୁକେ ଯଶସ୍ୱୀ ବୋଲିବା ଯେବେ ।୧୯।
ମାନୋଦ୍ଧାରଣ ଶରଣପଞ୍ଜର । ବଘେଲ ବାଦଶା ନୃପକୁଞ୍ଜର ।
ରାଜା ଜଗଦ୍ଦେବ ହରିଚନ୍ଦନ । ଲଙ୍ଘିଲେ ତାକୁ ନ କରି ବନ୍ଦନ ।୨୦।
ତାଙ୍କ ସୁଧର୍ମା ତୁଲ୍ୟ ସଭା କବି । ଭଣିଲେ ରାୟଗୁରୁ କବିରବି ।
ଶ୍ରବଣ – ସର୍ବାବୟବୀ ମାନବ । ସହସ୍ରାକ୍ଷ ସାମ୍ୟ ଯେବେ ଲୋଡ଼ିବ ।
ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ ।୨୧।
ସ୍ୱବାସମଦରୁ - ନିଜ ଜନ୍ମସ୍ଥାନ ଗର୍ବରୁ, ନିର୍ବେଦ - ବୈରାଗ୍ୟ, ଷଡ଼ଦର୍ଶୀ - ଦର୍ଶନଶାସ୍ତ୍ରଜ୍ଞ ପଣ୍ଡିତ, କାତି - ଛୋଟ କଟୁରୀ, କରମର୍ଦ୍ଦକ - କରଞ୍ଜଫୁଲ, ଶିଖା - ମସ୍ତକ, ହରମଉଳି - ଶିବଙ୍କ ମସ୍ତକ, ଟାକୁ - ଅପେକ୍ଷା କରୁ, ଚାରୁଚଦ୍ରୋଦୟ - ମନୋହର ଚନ୍ଦ୍ରଉଦିଆ ବଳିତା, ଦିଶାମୁଖେ - ଚାରିଆଡ଼େ, ତାନୀକାଶ - ତତ୍ସଦୃଶ, ଭୂତି - ପାଉଁଶ, ପରଶୁ - ଶସ୍ତ୍ରବିଶେଷ, ବଳୀବର୍ଦ୍ଦବର - ଷଣ୍ଢ, ଚରମ - ପିଠି, ଗଉରୀପ୍ରାଣନାଥ - ଶିବ, ଅନୁଭାବ - ତେଜ, ସରପର୍ପଟି - ଦୁଧସରରେ ତିଆରି ଏକପ୍ରକାର ମିଷ୍ଟାନ୍ନ, ବଡ଼ାଇ - ଗର୍ବ, ଘଷି - ଶୁଖିଲା ଗୋବର, କରିଷେ - ବିନ୍ଦୁମାତ୍ର, ଅତି ସାମାନ୍ୟ; ସଞ୍ଚରିବା - ପାଦରେ ଚାଲିବା, କରୀଷକଟ - ଘଷିବୁହା ପଟା, ବଳାହିତ ରତ୍ନ - ଇନ୍ଦ୍ରନୀଳମଣି । ଛବିଶୂନ୍ୟ - କୁରୁପ, ଷଣ୍ଢ ନପୁଂସକ, ଗୁଞ୍ଜ - କାଇଁଚ, ପଲଳ - ମାଂସ, ହରି - ସିଂହ, ଜମ୍ବୁକ - ବିଲୁଆ, ସୁଧର୍ମାତୁଲ୍ୟ ସଭାକବି - ଦେବସଭା ତୁଲ୍ୟ ତାଙ୍କ ସଭାର କବି, ସହସ୍ରାକ୍ଷ - ଇନ୍ଦ୍ର, ଶ୍ରବଣସର୍ବାବୟବୀ ମାନବ - ଯେଉଁ ଲୋକର ସମଗ୍ର ଶରୀରରେ ଶ୍ରବଣ ପରି ଚିହ୍ନ ଥାଏ ।
(୨)
କାହାକୁ ଅଡ଼ିବାରାଗ-ଆଷାଢ଼ଶୁକ୍ଳକାହାକୁ ଅଡ଼ିବା, କପାଳରେ ସିନା କର ତାଡ଼ିବା । ଘୋଷା ।ଭଜିଥିବ ଭାବି କଳପଲତା, କାଳେ ସେ ହୋଇଲେ ଅପରାଜିତା,କରି ଗୋଦାବରୀ ନିକଟେ ବସା, କାଳଦେବତା ଯେବେ ହେବ ତୃଷା ।୧।ନଥର ପରୀକ୍ଷିତ ହୀରାମଣି, ପଥରୁ ଯେବେ ହେବ ଊଣା ପୁଣି,କର ହାଜର ଥିବ ପଦ୍ମନିଧି, ଜମନିବ ଯେବେ ଯାଚକ ବୁଦ୍ଧି ।୨।ପିନ୍ଧିଥିବ ଜାମାନିମାଗୁଡ଼ିକି, ଗୁପତ ଅଙ୍ଗ ଦିଶିଲେ ଝଲକି,ହରିଭଜନମାଳା ଥିବ କରେ, ଧରି ନେବେ ଯେବେ ଯମ କିଙ୍କରେ ।୩।ଶୟନକୁ ଥିବ ହଂସୁଲିତୂଳି, ନିଜ ଅଙ୍ଗରୁ ଜନମିଲେ ଧୂଳି,ମାଧୁର୍ଯ୍ୟ ଲୋଭରେ ଖାଇଲେ ସିତା, କଣ୍ଠ ଉପକଣ୍ଠ ଲାଗିଲେ ପିତା ।୪।ଜୀଇଁବା ପାଇଁ ପିଇବା ପୀୟୁଷ, ପରିପାକେ ଯେବେ ହେବ ସେ ବିଷ,କୁନ୍ଦନ ଯେବେ ପାଲଟିବ ରଙ୍ଗ, କଟିସୂତ୍ର ଯେବେ ହେବ ଭୁଜଙ୍ଗ ।୫।କେତକୀରୁ ସମ୍ଭବିଲେ ଦୁର୍ବାସ, ଶିରଗଭାରୁ ଜନ୍ମିଲେ କୁଳିଶ,ନିଜ ନିଶ୍ୱାସରେ ପଡ଼ିଲେ ଜଳି, ଜଠରାନଳେ ଦେହ ଗଲେ ଜଳି ।୬।
୨। ଟୀକା - ନଥ - ନୋଥ, ପଦନିଧି - ଅତି ମୂଲ୍ୟବାନ ରତ୍ନବିଶେଷ, ଜାମାନିମାଗୁଡ଼ି - ପାଇଜାମା ପ୍ରଭୃତି, ହଂସୁଲିତୂଳୀ - କୋମଳ ତୁଳାଶେଯ, ସିତା - ନବାତ, କୁନ୍ଦନ - ସ୍ୱର୍ଣ୍ଣ ବା ରତ୍ନ, ରଙ୍ଗ - ଟିଣ, ଘନସାର - କର୍ପୂର, ଆନ୍ଧ୍ୟ - ଅନ୍ଧଭାବ, ଦୁରିତବ୍ୟୂହ - ପାପସମୂହ, ଡୁଣ୍ଡୁଭ - ଧଣ୍ଡସାପ, ହରିଦରୀ - ସିଂହ ରହିବା ଗୁମ୍ଫା ସାଯୁଜ୍ୟମୋକ୍ଷ - ଆମ୍ବା ଓ ପରମାତ୍ମାର ପୂର୍ଣ୍ଣ ମିଳନ, ଆମୟ - ରୋଗ, ଧରଣୀଦେବ - ବ୍ରାହ୍ମଣ, ତାଳବୃନ୍ତ - ବିଛଣା ।
ସକଳ ସଉଭାଗ୍ୟ ଅଭିଳାଷେ, ଅନୁସରି ସୁରସୁରଭି ପାଶେ,ଦୋହନକାଳେ ଦୁଧରୁ ତାହାର, ଧରାପରାଗ ହୋଇଲେ ବାହାର ।୭।ପିଞ୍ଜରମଣ୍ଡନ ପଢ଼ା ଶାରିକା, ପଢ଼ା ଛାଡ଼ି କଲେ ମଣ୍ଡୂକଡକା,କପିତ୍ଥ ଫଳିଲେ ରସାଳଲତା, ଅଶୁଭ ପାଞ୍ଚିଲେ ଇଷ୍ଟଦେବତା ।୮।ଜ୍ୟୋତିଷନ୍ତ ତାର ନୟନେ ଥିବ, ସମୀପ ଦୀପ ଯେବେ ନ ଦିଶିବ,ଘନସାର ସାର ସଙ୍ଗମ କ୍ଷଣେ, ଆନ୍ଧ୍ୟ ଯେବେ ଜନମିବ ଇକ୍ଷଣେ ।୯।ଦୂର ହୋଇବାକୁ ଦୁରିତ ବ୍ୟୂହ, ଗଙ୍ଗାପ୍ରବାହେ କରି ଅବଗାହ,ନିତ୍ୟ ନିବାସ କରିଥିବା କାଶୀ, ଆସି ଗ୍ରାସି ଦେଲେ ପାତକରାଶି ।୧୦।ହାତୀ ବିତରଣ କରି ଯାଚକେ, ଜାତି କୃପଣ ବୋଲାଇଲେ ଲୋକେ,ପାତିତ୍ୟଧ୍ୱଂସୀ ଶ୍ରୀମହାପ୍ରସାଦେ, ଜାତିବିଧ୍ୱଂସ ହେଲେ ପରମାଦେ ।୧୧।ଅବଲମ୍ବ କରି ଗରୁଡ଼ ନିଡ଼, ଡୁଣ୍ଡୁଭରୁ ହେଲେ ଭୟ ନିବାଡ଼,ହରିଦରୀମଧ୍ୟ କରି ଶରଣ, ଶଶ ସକାଶୁଁ ଲଭିଲେ ମରଣ ।୧୨।ସିନ୍ଧୁରେ ପଶି ନ ତିନ୍ତିଲେ ପାଦ, ସାଯୁଜ୍ୟ ମୋକ୍ଷରେ ଥିଲେ ବିପଦ,ମାଜି ନିର୍ମଳ ମୁକୁରକୁ ଚାହିଁ, ପ୍ରତିବିମ୍ବ ଯେବେ ଦିଶିବ ନାହିଁ ।୧୩।ଦ୍ରବ୍ୟରୁ ଯେବେ ଗୁଣର ବିଚ୍ଛେଦ, କାମକାଣ୍ଡରେ ହେଲେ ଶିରଶ୍ଛେଦ,ସେବିବା ସଂଜୀବନୀ ମହୌଷଧ, ନୋହିବ ଯେବେ ଆମୟ-ନିଷେଧ ।୧୪।ହିମଗିରିଦରୀ କରି ଆଶ୍ରୟ, ହେଲେ ନିଦାଘ ଭୟ ଅତିଶୟ,ପଣ୍ଡିତମଣ୍ଡଳୀରେ କରି ସ୍ଥିତି, ଜଣା ନୋହିଲେ ବଚନ ସଙ୍ଗତି ।୧୫।ଜାଣି ବେଦବିଦ୍ୟା ତତ୍ତ୍ୱସାରକୁ, ମୂରୁଖ ବୋଲାଇଲେ ଆଖରକୁ,ପରଶୁରାମଙ୍କୁ କରିବା ଗୁରୁ, ପଳାଇବା ଯେବେ ଅରି ଆଗରୁ ।୧୬।ବୀଣାବାଦ୍ୟ ଶିକ୍ଷା ଦେଇ ଅଶେଷେ, ଅତାଳଜ୍ଞାନୀ ବୋଲାଇଲେ ଶେଷେ,ଧରଣୀଦେବଙ୍କ ଚରଣରଜ, ଶିରେ ଘେନିବା ଯେବେ ହେବ ଲାଜ ।୧୭।ଶରୀର ଖେଦ ହୋଇବାକୁ ଶାନ୍ତ, ଚାଳିବା ମନ୍ଦ ମନ୍ଦ ତାଳବୃନ୍ତ,ତହୁଁ ନ ଜନମି ମୃଦୁ ଅନିଳ, ସମ୍ଭବିବ ଯେବେ ପ୍ରଳୟାନଳ ।୧୮।କହଇ ଜଳନ୍ତର ପୁରନ୍ଦର, ଶୋଭା ନିମନ୍ତେ ବହି ଅଳଙ୍କାର,ତହୁଁ ସୁନ୍ଦରଭାବ ନ ଦିଶିବ, ପିଶାଚ ପରି ଯେବେ ଆଭାସିବ ।କାହାକୁ ଅଡ଼ିବା କପାଳରେ ସିନା କର ତାଡ଼ିବା ।୧୯।
(୩)
ଶିଖଣ୍ଡ ମୁକୁଟରାଗ-ଆଷାଢ଼ଶୁକ୍ଳଶିଖଣ୍ଡ ମୁକୁଟ, ଶିଖିଛି ଭଲା ଆଜନମୁ କୂଟ । ଘୋଷା ।ହେଲା ଯେ ସକଳ ଗୁଣ ପ୍ରକଟ, ପୁରୁଷ ଜାତି ତୁମ୍ଭେ ମଧୁଲିଟ,ନିରପରାଧେ ଅନୁରୋଧ ତୁଟ, କଞ୍ଜରୁ ଡେଇଁ କୁଟଜକୁ ଚାଟ ।୧।ପ୍ରତି ନିକୁଞ୍ଜ ତାଳ ପହପଟ, ଅବଶେଷକୁ ସାକ୍ଷୀ ନଦୀତଟ ।ବ୍ରଜବଜାରେ ବସେ ଏହି ହାଟ, ପୁଣି ସାହସେ ନିୟମକୁ ହଟ ।୨।କି ମନ୍ତ୍ରେ କରାଇ ମନ ଉଚ୍ଚାଟ, ଚାଟୁ କହୁ କହୁ ତୋଟିକି କାଟ ।ବଚନ ସୁଧାସାର ପ୍ରତିଭଟ, ପେଟୁଟିଯାକ ନିପଟ କପଟ ।୩।ପ୍ରିୟାକୁ ପିନ୍ଧାଇ ସ୍ୱ ପୀତପଟ, ଆପେ ପିନ୍ଧିବା ତାହାଲାଗି ପଟ ।ଆହା ଏ ଗୁଣ କରିବାକୁ ସ୍ଫୁଟ, ଜଗତେ ଘଟିବେ ନାହିଁ ଯେ ଭାଟ ।୪।ହୋଇଗଲ କେଡ଼େ ଅକଲ ଛୋଟ, ଚନ୍ଦ୍ରକେ ଲାକ୍ଷା ଲାଗି ହେଲା ଛିଟ ।ଏରୂପେ ଯେବେ ସକଳ ପାଲଟ, ମନମଥ ପେଷି ଥିଲା କି ଥାଟ ।୫।ବୋଲାଅ ପରା ପ୍ରଣୟଲମ୍ପଟ, ଯେ କରେ ବିଶ୍ୱାସ ତାହାକୁ ଜଟ ।ଏ ରୀତିରୁ କେ ନ ବହିବ ରୁଟ, ଋଷି ତ ହେଲେ ଛିଣ୍ଡାଇବେ ଜଟ ।୬।ତୁମ୍ଭ ବୁଦ୍ଧିବଳ ପରା ନିରାଟ, ଜାଇ ଫିଙ୍ଗିଦେଇ ତୋଳ ତରାଟ ।ମାଳା କରିବାକୁ ସଞ୍ଚି ବରାଟ, ଫିଙ୍ଗିଲ ମଞ୍ଜୁଷୁ ହୀରକରାଟ ।୭।ନୀପ ନିକୁଞ୍ଜ ଅବା କେତେ ବାଟ, ଶ୍ରମ ହୋଇଥିବ ବୋଲି ଉତ୍କଟ ।ଶ୍ରୀହସ୍ତେ ଚାଳି କୁସୁମ ଆଲଟ, କର ପରା ଉରଃ ସ୍ଥଳକୁ ଖଟ ।୮।
୩। ଟୀକା - ମଧୁଲିଟ - ଭ୍ରମର, କଞ୍ଜ - ପଦ୍ମ, କୂଟଜ - ବଣମଲ୍ଲୀ, କୂଟ - କପଟ, ଲାଗିପଟ - ପିନ୍ଧା ଲୁଗା, ପ୍ରତିଭଟ - ପ୍ରତିପକ୍ଷ ଯୋଦ୍ଧା, ଚନ୍ଦ୍ରବ - ମୟୂରପୁଚ୍ଛ, ଛିଟ - ଚିତ୍ରିତ, ଜଟ - ଠକାଅ, ରୁଟ - ଦୁଃଖ ବା ରୋଷ, ବରାଟ - କଉଡ଼ି, ମଞ୍ଜୁଷୁ - ପେଡ଼ିରୁ, ହୀରକରାଟ - ଶ୍ରେଷ୍ଠ ହୀରା, ଉରଃସ୍ଥଳ - ବକ୍ଷୋଦେଶ ବା ଛାତି, ସ୍ତନସଂପୁଟ - ସ୍ତନରୂପ ଫରୁଆ, ସେ ଶେଯେ କରି କଞ୍ଜଦଳକୁଟ - ସେ ଶଯ୍ୟରେ ପଦ୍ମପତ୍ରକୁଟ କରି ଅର୍ଥାତ୍ ଜମା କରି, କାଳକୂଟ - ବିଷ, ଘଟ ଛାଡ଼ିବା - ପ୍ରାଣ ତ୍ୟାଗ କରିବା, ଶୁକଟ - ଦୁର୍ଦଶା, କନ୍ୟାଟ - ସ୍ତ୍ରୀମାନଙ୍କ ରହିବା ଘର, କରଜର ମୁନେ ... ତୁମ୍ଭ ନାଟ - ଯେଉଁ ସ୍ତ୍ରୀ ତୁମ୍ଭକୁ ଦେଖି ଆନନ୍ଦିତ ହୁଏ, ସେ ଦୁଃଖରେ ନଖମୁନରେ ସ୍ତ୍ରୀୟ ରହିବା ଘରକୁ ଚିରେ, ଛାଟ - ଆଘାତ କରିବାର ଦଣ୍ଡ,
ହୃଦରେ ଲଦି ଯା ସ୍ତନ-ସମ୍ପୂଟ, ପିଅ ଯାହା ସ୍ୱାଦୁ ଅଧରପୁଟ ।ସେ ଶେଯେ କରି କଞ୍ଜଦଳକୂଟ, ବସିଛି ଗିଳିବାକୁ କାଳକୂଟ ।୯।ଆଉ ଯେ ହୁଅଇ ନାହିଁ ସେ ଲଟ, କିସ ହୋଇବ ହେଲେ ଛଟପଟ ।ଏତିକି ମୋ ପ୍ରାଣସଖୀର ଭେଟ, କାଳକୁ ହୋଇଲାଣି ଅନିକଟ ।୧୦।ହେବାରୁ ତୁମ୍ଭ ସ୍ନେହେ ଲଟପଟ, ଉତ୍ତମ ପକ୍ଷ ଛାଡ଼ିବାର ଘଟ ।ଯାହାର ଥିବ ତେଡ଼ିକି ଆକଟ, ଦେଖିବ ତୁମ୍ଭେ ତାହାରି ଶୁକଟ ।୧୧।କରଜର ମୁନେ ଚିରି କନ୍ୟାଟ, ଯେ ଦେଖି ଫୁଲୁଥାଏ ତୁମ୍ଭ ନାଟ ।ଯେ ତୁମ୍ଭ ଦରଶନ ଚିତ୍ରପଟ, ତା ସୁଖ ମୁଖେ ଛୁଟାଇଲ ଛାଟ ।୧୨।ଜାଣି ଯେ ଯିବାର ଯମୁନାଘାଟ, ଦେଖିବାକୁ ତାକୁ ଆଗେ ଝପଟ ।ବହ ଯାହାକୁ ରଚି ବାହାପଟ, କହ କି ଦୋଷୁ ନୁହ ତାହା ପଟ ।୧୩।ନିଶିତମ ହୋଇଥାଏ ବିକଟ, ଆସି ନଖେ ଠୁଙ୍କ ଯାହା କବାଟ ।ଯେ ତୁମ୍ଭ ସ୍ନେହବିଦ୍ୟା ବଡ଼ଚାଟ, କରି ଟିକି ତାକୁ ଏଡ଼େ କପଟ ।୧୪।ଜଳଦ ହୋଇଥାଏ ସର୍ବଘାଟ, ଚପଳା ଖେଳୁଥାଇ ଝଟ ଝଟ ।ଦୂରୁ ଡାକୁଥାନ୍ତି ଯାମିକ ଭଟ, ଆସି ପରା ତୁମ୍ଭେ ତା ସେବା ଖଟ ।୧୫।କର ଆହୁରି ତୁମ୍ଭେ ସର୍ପଘଟ, କୁଞ୍ଜ ଖବର କହୁଛି କରଟ ।କ୍ଷଣେ ଯତନେ କଲେହେଁ ଆପଟ, ନ ବାସିଯାଏ କି ଚମ୍ପକପୁଟ ।୧୬।ଦେଖାଇ ମାମୁ ବୋଲି ଦ୍ୱିଜରାଟ, କାଲି ଦେଉଥିଲୁଁ ଯା ନେତ୍ରେ ଅଟ ।ତୁମ୍ଭେ ତ ସେହି ଶ୍ୟାମବନ୍ଧୁ ଅଟ, ଶିକ୍ଷା କଲ କାହୁଁ ଏତେ କପଟ ।୧୭।କାହିଁକି ଦେଲ ଏ ପ୍ରାଣ ସଙ୍କଟ, ନୋହୁଁ ବଳୀ ବକ କେଶି ଶକଟ ।କି ହେବ ଆଉ ହୋଇ ଭଟ ଭଟ, କର୍ମକୁ ଭର୍ମ ହେଲା ଆରକୁଟ ।୧୮।ଶୁଣି ଭଣିଲେ ହସି ନବ ନଟ, ଆନ ସଙ୍ଗ ମୋର ହଟଚମଟ ।ଏକା ତୋ ସଖୀ ଜୀବନ ମୁଁ ଘଟ, ତା ଜାଣେ ଅଷ୍ଟଦୁର୍ଗ ତୁରାସାଟ ।ଶିଖଣ୍ଡ ମୁକୁଟ, ଶିଖିଛ ଭଲା ଆଜନମୁଁ କୂଟ ।୧୯।
ବାହାପଟ - ବାହୁବଳ, ପଟ - ପକ୍ଷ, ଯାମିକଭଟ - ପ୍ରହରୀ, ଚୌକିଦାର; କରଟ - କୁଆ, ଆପଟ - ନିରୁଦ୍ଧ, ଚମ୍ପକପୁଟ - ଚମ୍ପାଫୁଲର ଆବରଣ, ଦ୍ୱିଜରାଟ - ଚନ୍ଦ୍ର, ଅଟ - କଜ୍ଜଳ, ଭର୍ମ - ସୁନା, ଆରକୂଟ - ପିତ୍ତଳ, ତୁରାସାଟ୍ - ଇନ୍ଦ୍ର !
(୪)
ଚାହିଁଲା ତ ନାହିଁରାଗ-ଆଷାଢ଼ଶୁକ୍ଳଚାହିଁଲା ତ ନାହିଁ, ଚକ୍ଷୁକୋଣେ ଚାରୁଚନ୍ଦ୍ରମାମୁଁହୀ । ଘୋଷା ।ଚାମରକୁନ୍ତଳା ବସନ୍ତେ ରୁଷି, ଚିନ୍ତାଜଳେ କେଉଁ ତରୁଣ ଭାସି ।ଚତୁରା ସହଚରୀ ଆଗେ ବୋଲେ, ଚିତ୍ତରେ କି ଘେନି ଟିକିଏ ହେଲେ ।୧।ଚରମ ଆଡ଼େ ଡରି ଉଭା ହେଲି, ଚାକର ଛାମୁରେ ଭେଟୁଛି ବୋଲି ।ଚାଟୁ ଚାତୁରୀ ଚଟୁଳବଚନ, ଚାରିଶ ପଦ କଲି ନିବେଦନ ।୨।ଚିବକ କମ୍ପାଇ ହୋଇ ବିକଳ, ଚିରିଲା ଚରଣନଖେ ଭୂତଳ ।ଚିର ଅରଜିତ ସ୍ନେହସମ୍ପଦେ, ଚଡ଼କ ପକାଇ ନିର୍ଭୟେ ହୃଦେ ।୩।ଚିନାଏ ଅପରାଧ ନାହିଁ ବୋଲି, ଚେଳ ଅଞ୍ଚଳ ପ୍ରସାରି କହିଲି ।ଚଣ୍ଡ ମୂରତି ଧଇଲା କା ବୋଲେ, ଚରଣପଙ୍କଜ ଧଇଲେ ହେଲେ ।୪।ଚମ୍ପକଗଉରାଙ୍ଗୀ ପ୍ରଭୁପଣେ, ଚେଟୀଙ୍କ ତୁଲେ ମୁଁ ହୋଇଲି ଜଣେ ।ଚେର ଦେବା କାଳେ ମୋ ଭାଗ୍ୟବଲ୍ଲୀ, ଚଳି ଉପୁଡ଼ାଇ ଦେଲା କି ବୋଲି ।ଚଡ଼ାଇ ଉନ୍ନତ ସୁଖପାଦପେ, ଚକିଆଇ ମୂଳୁଁ କାଟିଲେ କୋପେ ।ଚିକ୍କଣ ନୁହଁଇ ବୋଲି ନ ଜାଣି, ଚିଟା ହେଲା ମୋରେ କାହୁଁକି ଶୁଣି ।୬।ଚଣ୍ଡାଳ ଦୁର୍ଯ୍ୟୋଗରୁ ହୋଇ ଦୋଷୀ, ଚିହ୍ନ ଯେବେ ମୋରେ ରହିଛି ଗ୍ରାସି ।ଚଦି ଥରେ ଆଗ ପଛେ ନବୀନା, ଚତୁର୍ଥ ଉପାୟ କରନ୍ତା ସିନା ।୭।ଚାତୁର୍ଯ୍ୟବତୀ ନଉକରି କରି, ଚାଲି ନ ଜାଣେ ମୁଁ ଗବେ ପୂରି ।ଚିରାଳ ଯୁବାଗଣେ ବାନ୍ଧିଥାଇ, ଚୂନା କରି ମୋର ତେଡ଼େ ବଡ଼ାଇ ।୮।ଚାରୁବେଶାର ମୁହିଁ ଅନ୍ତରଙ୍ଗ, ଚଉପଦୀ ଗୀତ ରଚନା ସଙ୍ଗ ।ଚଉଠେ ନ ରଖିଲା ସେ ସ୍ନେହରୁ, ଚପଳେ ଛଡ଼ାଇ ଦେଇ ଦେହରୁ ।୯।ଚାମୀକରସାରଦେହା ଦେହରେ, ଚୀନବାସ ପରି ଦିନ ଯେ ହରେ ।ଚଉକେ ଅନ୍ତର ନୁହଇ କେବେ, ଚୋର ହେଲି ତାହା ଛାମୁକୁ ଏବେ ।୧୦।ଚିହ୍ନିଥାଇ ଯାକୁ କାଳକେ ଦିନେ, ଚେତି ତ ପୁଣି ସେ ପଡ଼େ ନୟନେ ।ଚାଦରଧରାକୁ ଏହା କି କରି, ଚତୁରକ୍ଷ କେବେ ନ ହେଲା ପରି ।୧୧।ଚଣ୍ଡମୟୂଖମଣ୍ଡଳ ସମାନ, ଚାହୁଁ ଚାହୁଁ ଯହୁଁ କଲା ବଦନ ।ଚାବୁକ ବାଜିଲା ପରି ମୁଁ ଡରେ, ଚିହିଁକି ପଡ଼ଇ ପହିଲୁ ଥରେ ।୧୨।ଚମରୀନେତ୍ରା କି ସୁଖ ପାଦରେ, ଚକଟି ପକାଇଲା ଅନାଦରେ ।ଚଖାଇ ସୁଧା ଯା କଲା ଅନ୍ୟଥା, ଚମତ୍କାର ଲାଗୁଛି ଏହି କଥା ।୧୩।ଚିରନ୍ତନ ଜନ୍ମ ସୁକୃତରାଶି, ଚନ୍ଦ୍ରଚୂଳପାଦ ପ୍ରସାଦ ମିଶି ।ଚାଣ୍ଡେ ଦେଇଥିଲା ବାଳମଣିକି, ଚିପୁଡ଼ି ଦେଲା ସେ ଭାବ ଏଣିକି ।୧୪।ଚେତ ମୋ ଯେବେ ନ ବଳେ ଅନ୍ନକୁ, ଚକାମୁଆଁ ସହେ ଦେବୀମାନଙ୍କୁ ।ଚଳୁଆ ସ୍ମର ଶାର୍ଦ୍ଦୁଳକୁ ଯେବେ, ଚର୍ବଣ କର ବୋଲି ଦେଲା ଏବେ ।୧୫।ଚିକିତ୍ସାଭଙ୍ଗୀ ମୋ ଅଙ୍ଗରେ ହେଜି, ଚଣ୍ଡିକା ସ୍ତୋତ୍ର ପଣ୍ଡିତାଙ୍କୁ ଖୋଜି ।ଚନ୍ଦ୍ରଚନ୍ଦନ ବୋଳାଇ ମୋଦରେ, ଚାପସରି କାଢ଼ି ଦିଏ ଆଦରେ ।୧୬।ଚାଳଇ ଯେବେ ମୁଁ ଶୁଭ ସନ୍ଦେଶ, ଚିଟାଉରେ ଲେଖି ରହି ବିଦେଶ ।ଚାଙ୍ଗଡ଼ାଘର ଜୁରେ ଫରମାସେ, ଚରଚା କରେ ଚାରକୁ ହରଷେ ।୧୭।ଚନ୍ଦ୍ରକୁ ଚନ୍ଦ୍ରିକା ପିଇବା ଆଶେ, ଚକୋର ପରି ଅନୁସରି ପାଶେ ।ଚିନ୍ତୁଥାଇ ଅସାଧାରଣ ଫଳ, ଚହକିଲା କାଳେ ସମ୍ପତ୍ତିମୂଳ ।୧୮।ଚିକୁରପାଶରେ ଦନ୍ତପତ୍ରିକା, ଚଳାଇବାକୁ ହେବାରୁ ମୋ ଦକା ।ଚାକୁରେ କରଜ ଚିରୁଣୀ ପରି, ଚିରି ସଜଡ଼ାଇ ଆଶ୍ୱାସି କରି ।୧୯।ଚେତା ବିହୁନେ ପହୁଡ଼ିବା କାଳେ, ଚିତ୍ରଇ – ଚରଣ ଅଳତାବୋଳେ ।ଚେତିଲେ ଯାହା ବୋଲେ ଲଭି ଲାଜ, ଚେତାଉ ନାହିଁ ସେ ରସକୁ ଆଜ ।ଚନ୍ଦ୍ରିକାବିହୀନ ରଜନୀକାଳେ, ଚାନ୍ଦନୀସୋପାନ ଉଠିବାବେଳେ ।ଚନ୍ଦ୍ରଦୀପ ତୁ ଛାମୁରେ ନ ଥିଲେ, ଚେତନା ମୋ ଦେହେ ନ ଥାଇ ଭଲେ ।ଚାନ୍ଦୁଆ ଅବନ୍ଧା ମନ୍ଦିର ତଳେ, ଚାଲଇ ଯେବେ କେବେ କୁତୂହଳେ ।ଚଉପହରା ଦାସୀଙ୍କ ଉପରେ, ଚାପଡ଼ା ଫରମାସଇ କୋପରେ ।୨୨।ଚାକଚକ୍ୟବନ୍ତ ସୁନ୍ଦର ଗାଲେ, ଚୁମ୍ବଇ ଯେବେ ମୁଁ କାମଅମଳେ ।ଚମକିବ ଭୀରୁ ବୋଲି ଏ ଡରେ, ଚୁମୁତ୍କାର ରବ ନ କରେ ଥରେ ।୨୩।ଚଉଦରୁ ବଳି ବୟସ ହେଲା, ଚଞ୍ଚଳ କ୍ରମ ତା କେବେ ନ ଗଲା ।ଚାକିରୀ କଲେ କରୁଥାଏ ହଟ, ଚଉଡ଼ାଇ ଦେଇ କି ସ୍ନେହ ଘଟ ।୨୪।ଚୁହାଁଚୁହିଁ ନାହିଁ ଆନରେ ବୋଲି, ଚକାରେ ନିୟମ ଯେତେ ମୁଁ କଲି ।ଚଉବିଂଶ ପଦୁଁ ବଳେ ଗଣିଲେ, ଚତୁର ଶ୍ରୀ ଛୋଟରାୟ ଭଣିଲେ ।ଚାହିଁଲା ତ ନାହିଁ, ଚକ୍ଷୁକୋଣେ ଚାରୁଚନ୍ଦ୍ରମାମୁହିଁ ।୨୫।
୪। ଟୀକା - ଚେଟୀ - ଦାସୀ, ଭାଗ୍ୟବଲ୍ଲୀଚେର ଦେବାବେଳେ - ମୋ ଭାଗ୍ୟରୂପ ଲତାରୁ ଚେର ବାହାରିବା ବେଳରେ, ଚଦି - ଗାଳି ଦେଇ, ଚତୁର୍ଥ ଉପାୟ - ଭେଦ ବା ବିଚ୍ଛେଦ, ଚିରାଳ - ପତାକା (?), ଚାମୀକର - ସୁବର୍ଣ୍ଣ, ଚୀନବାସ - ସୂକ୍ଷ୍ମ ବସ୍ତ୍ର । ଚକାମୁଆଁ - ଗୋଲାକାର ମୁଆଁ ନାମକ ମିଷ୍ଟାନ୍ନ, ଚିକିତ୍ସାଭଙ୍ଗୀ - ସ୍ୱାସ୍ଥ୍ୟଭଙ୍ଗ, ଚନ୍ଦ୍ର - କର୍ପୂର, ଚାଙ୍ଗଡ଼ାଘର - ଗନ୍ତାଘର ବା ସରଘର, ଦନ୍ତପତ୍ରିକା - (ଏଠାରେ), ପାନିଆ, ଚାନ୍ଦନୀସୋପାନ - ମଣ୍ଡପୁର ପାହାଚ, ଚଣ୍ଡମୟୂଖ - ସୂର୍ଯ୍ୟ, ଚଉଡ଼ାଇ ଦେଇ - ଚଡ଼କାଇ ଦେଇ ବା ଫଟାଇ ଦେଇ ।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ