ଛାନ୍ଦ-୧୯ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିଆଉଜାଇ ବସାଇ କୋଳେ କି ଆଶେଆଉ ଯାଇ ଆଣିବି ପ୍ରତେ ନ ଆସେ ରେମୋ ଅନୁସରଣକୁ ମନେ ଭାବରେଆଉ କି ରସାଇବି ତୋତେ ଭାବରେ ରେ ॥୧୨॥
ମାର ପାମର ମନରୁ ମନ ମରେଭିନ୍ନକୁ ଶର ଭେଦିବ ମରମରେ ରେଦେଇ ଯାଅ ତୋ ସ୍ତନ ଘୋଡ଼ା ବାସକୁକବଚ କରି ନେବ ପରବାସକୁ ରେ ॥୧୩॥
ଏ ସୁଖ ଏଣୁ ଯା ହେଉଛି ଖର୍ବରେହର ପୂଜିବା ଭ୍ରମ ଥିଳା ପୂର୍ବରେ ରେକିବା ମୁଁ ଭାଙ୍ଗିଥିଲି କାହା ବିହାରଏଣୁ ହେଉଛି ବନ୍ଧୁ ସଙ୍ଗୁ ବାହାର ଯେ ॥୧୪॥
ତୋ ରୂପ ନେବି ମୂତ୍ତ ଚିତ୍ର ବନାଇକାଳ ବଂଚୁଣ ଥିବି ତାକୁ ଅନାଇ ରେଭଙ୍ଗି ଭଙ୍ଗିତ ପୁଣି ସେ କି ରଚିବଧରପାନ ବୋଲି କେ ମୋତେ ଯାଚିବ ରେ ॥୧୫॥
ମରିବା ପାଇଁ ଅବା କରନ୍ତି ମନଭରସୁ ନାହିଁ ଲେଶେ ତ କିମ୍ବା ମନରେଓଷ୍ଠ ପୀୟୂଷ ପାନ ପ୍ରୀତି ପ୍ରଦରେବଇଶ ହିଂସା କରାଇଲା ବାଦରେ ॥୧୬॥
ତୋ ପରାଡ଼ୀନ ବିନା ନ ଜାଣେ ଆନଆନ ଏଥିରେ ନାହିଁ ଅଛି ଯେ ଆନରେଅଣ ଆୟୁତେ ଯାଉଅଛି ପ୍ରେୟସୀମିଛ ନୁହେଁ ଡକାଇ ପୁଚ୍ଛ ବୟସୀ ରେ ॥୧୭॥
ମୋ ଛାର ପାଇଁ ସିନା ନ ହେବୁ ଦୀନକାହିଁ ସରିବ ମୋର ରଜନୀ ଦିନରେହେ ରସନିଧି ଭାବୁଅଛି ଏଣିକିନ ସଜାଡ଼ିବୁ ପରା ଚାରୁ ବେଣୀ କି ରେ ॥୧୮॥
ଭାଲେ ମକରୀ ନୟନରେ କଜ୍ଜ୍ୱଳସ୍ତନେ ପତ୍ରଆବଳି କେଡ଼େ ଉଜ୍ଜ୍ୱଳରେଉଜ୍ଜ୍ୱଳ ରସେ ଭାବି ଭାବି ନିରତେମୋ ସ୍ନେହରେ ମଜ୍ଜିବୁ ଭାବି ନିରତେ ରେ ॥୧୯॥
ମୋ ଛାର ଦାରୁଣର ପାଇଁ ଭୁବନମୋହିନୀ ନେତ୍ରୁ ନ ତେଜିବୁ ଭୁବନ ରେପଲ୍ୟଙ୍କ ଲେଶ ବିନା ମାତ୍ର ଚଂଚଳେନ ରସିବୁ ତୁ ମହୀ ବସନାଂଚଳେ ରେ ॥୨୦॥
ମୋତେ ତ କିଣିଅଛି କାମିନୀ ରତେତୋ ବିନା ହୋଇଥିବି କାମୀ ନିରତେ ରେକାହା କେଶ ସାଜିବ ସୁମନସରେଏହା ଚିନ୍ତ ମଜ୍ଜିବି ସୁମନ ଶରେ ରେ ॥୨୧॥
ଶରଣ ହୋନ୍ତି ଅବା ଶଦାଶିବଙ୍କୁହ୍ୱନ୍ତି ନ କଲେ ସେବା ସଦାଶିବକୁ ରେଏ ନାମ ଟେକୁ କାମ ରାଜକୁମାରୀମନୋଜ କଲେ କାମ ରାଜକୁ ମାରି ରେ ॥୨୨॥
ସେବନ୍ତି ବା କେଶୀ ମଙ୍ଗଳ ସଉରୀଅବଳ ହୋଇଛି ମଙ୍ଗଳ ସଉରୀରେଅଟେ ରତି ଆବତ୍ତ ସେ ସଲକ୍ଷଣାକହିଗଲା ରସବତୀ ସଲକ୍ଷଣା ରେ ॥୨୩॥
ତୁ ଫାନ୍ଦଛୁ ମୋହିନୀ ମନ୍ତ୍ରରେ ମନଭିନ୍ନେ କୁସୁମ କାଣ୍ଡ ହେବ କୋପନଲଭି କୁସୁମ କାଣ୍ଡ ହେବ କୋପନ ରେ ॥୨୪॥
ମାନସରେ ଯେମନ୍ତ ସାର ସଙ୍କୁଳମାନସରେ ଯେମନ୍ତ ସାରସଙ୍କୁଳ ରେମିତି ଆଦର ଯେହ୍ନେ ପଦ୍ମନୀ ଚକ୍ରମିତ ଆଦର ଯେହ୍ନେ ପଦ୍ମନୀ ଚକ୍ରରେ ॥୨୫॥
ପୁଂସ ଭ୍ରମର ଇଛେ ସର୍ବ ସୁମନପୁଂସ ଭ୍ରମର ଇଛେ ସର୍ବ ସୁମନରେତୁ ମୋର ମାନସ କୁମୁଦ ବନ୍ଧୁରେନ କଲି ମାନସ କୁମୁଦ ବନ୍ଧୁରେ ରେ ॥୨୬॥
ମନେ ଚାନ୍ଦ ମୁହିଁ ଯେ ଭାବ କିଙ୍କରଯହିଁ ଥିଲେ ମୁହିଁ ଯେ ଭାବ କିଙ୍କର ରେକଳ୍ପ ହୋଇବ ଭାବ ଗୁଣ ତିଳକଆଉ କି ହେବ ଭାବ ଗୁଣ ତିଳକ ରେ ॥୨୭॥
ସଙ୍ଗିନୀ ରସ ଭାଷା ଭାଷୁ ସଦୟେମୋ ସଙ୍ଗେ ସୁଖେ ରସୁ ପ୍ରେମ ନିର୍ଦ୍ଦୟେରେତୋ ଗିର ବିନା ନାହିଁ ଗତି ଶ୍ରୁତିକିସ୍ନେହ ରସଇ ମତି ନାହିଁ ଶ୍ରୁତିକି ରେ ॥୨୮॥
ଏ କହୁଁ କହୁଁ ମନ ମଥରେ ଥରେରାମା ଭିଡ଼େ ଗାଢ଼େ ହୃଦ ପଥର ସେଦେହ ଯେ ଚୁମ୍ବେ ଗଣ୍ଡେ ସୁଖରେ ଖରେବୋଲୁ ଆଜୁଁ ଗଲାଏ ସୁଖରେ ଖରେ ରେ ॥୨୯॥
ମୁଁ କହିଥିଲି ନ କରିବି ବିଦେଶକାଳେ ତ ବିଧି ମୋତେ କଲା ଉଦ୍ଦେଶ୍ୟ ରେତୁ କହିଥିଲୁ ମୁଁ ମନ ନ କରିବିତୁ ପାଳିଲୁ ଏହାକୁ ମୁଁ ପାସୋରିବି ରେ ॥୩୦॥
ମୁଁ ସତ୍ୟଭ୍ରଷ୍ଟ ମିଥ୍ୟାଭାଗୀ ଜୀବନରଖିବାରୁ କି କାର୍ଯ୍ୟ ଜୀବ ଜୀବନ ରେଭୃତ୍ୟ ହୋଇଲେ ଦୋଷୀ ପ୍ରଭୁ ମନରେଘେନିଲେ ନାହିଁ ତାକୁ ଆନରେ ॥୩୧॥
ଛାଇ ସମାନ ଅଛି ମୁଁ ଅନୁସରିଏକଥା ଘେନିଥିବୁ ନାରୀ କେଶରୀ ରେଏତକ ମାଗୁଣିଟି ମୋର ଧନକୁମନେଥିବି ଦୁଃଖ ନ ନେବୁ ମନକୁ ରେ ॥୩୨॥
ଏହା ଶୁଣି ଶିରକେ ବଜ୍ର ପଡ଼ିଲାସେନେହ ସାତୁକ୍ୟେ ସାହସ ଉଡ଼ିଲାରେକପୋଳେ କର ମାରି ବୋଲେ ଜୀବଶକେ ଆବେଶ ବୋଲିବ ହେବାକୁ ବେଶ ଯେ ॥୩୩॥
ଦିନ ହରିବି ଚାହିଁ କାହା ବଦନକିପରି ସହିବି ମଦନ କଦନ ରେକ୍ଷଣକେ ଚେତିକର ରମଣୀମଣିବିଧାତା ବିଡ଼ମ୍ବଣ ବୋଲିଣ ମଣି ଯେ ॥୩୪॥
ପ୍ରତି ମୂଳ ନୋହିବା ଅଟଇ ସାରପ୍ରତି ବିରୋଧ ଜୀବ ଥିବା ଅସାର ହେସ୍ତିରୀ ଜନମ ପୋଡ଼ୁ ପୋଡ଼ୁ ସଂସାରେକି ବ ଲେଖ ପ୍ରଶଂସାରେ ଯେ ॥୩୫॥
କରିଛି ପ୍ରୀତି ବିଚ୍ଛେଦ ଅନୁଭବସେହି ମାତ୍ର ଜାଣଇ ଯେତେ ପ୍ରଭାବ ରେଉଦୟ ହୁଏ ମୋର ଭାବ ବେଦନାସେଦିନୁ ଘେନଇ ନ ସୁଖ ସଦନାରେ ॥୩୬॥
ତୁମ୍ଭେ ନରେନ୍ଦ୍ର ସୁତ ପୁଣି କୁମାରଇଛିଲେ ରମଣୀ ମିଳିବେ ଅପାର ରେମୋ ଛାର ନିଲକ୍ଷଣି ପାଇଁ ପରାଣଚିନ୍ତା ନ କରିବେ ଅଛି ମୋହ ରାଣ ହେ ॥୩୭॥
ଉଜାଗରରେ ବା ଜାଳି ଥିଲେ ଜାଗରଶିବ ତୋଷବା ଝାସି ଥିଲେ ସାଗର ହେଥିବ ଯେବେ ଜୀବନ ବିଧ ଯୋଗରେତେବେ ସିନା ରସିବି ତୁମ୍ଭ ସଙ୍ଗରେ ହେ ॥୩୮॥
ମରଇ କିନା ଘେନି ତୁମ୍ଭ ଆପଦଅଭାଗିନୀ କାହିଁ ହେବ ଏ ପଦ ହେଘେନିବ ବଲ୍ଲଭ ପୀରତି ଦୁର୍ଲ୍ଲଭଅ-ସୁକୃତିକୁ କାହିଁ ,ତେ ସୁଲଭ ହେ ॥୩୯॥
ମାଗୁଛି ଏତେ ମାତ୍ର କୃପା ହୃଦୟଏହି ସିନେହ କରିଥିବ ଉଦୟ ହେମନେ ପକାଇଥିବ ସଦୟଭାବେମୁଁ କେବଳ ନିର୍ମାଖୀ ଥିବି ଅଭାବ ହେ ॥୪୦॥
ଅବଶ୍ୟ ତୁମ୍ଭର ଶ୍ରୀକର ମୁଦକୁଦେଇ ଛଡ଼ାଉ ଥିବ ଦାସୀ ଖେଦକୁ ହେତୁମ୍ଭ କୁଶଳ ଶୁଣି ଅବା ଜୀବନଆଶାରୁ ବା ନ ଯିବ ଯମ ଭୁବନ ହେ ॥୪୧॥
କହୁ କହୁ ସାତ୍ତକ ହେଲା ଜନମବିରସକୁ ଭଜିଲା ଚାରୁ ଆନନ ହେ ।ସ୍ତମ୍ଭ କମ୍ପ ରୋମାଂଚ ଅଶ୍ରୁ ପୁଲକଦେଖୁ ଦେଖୁ ହୋଇଲା କନ୍ୟାକୁଳକ ଯେ ॥୪୨॥
ଛାଡ଼ି ଯିବା ସମୟ ହରି ଗୋକୁଳଯେହ୍ନେ ବ୍ୟାକୁଳ ହେଲେ ତେହ୍ନେ ବ୍ୟାକୁଳ ଯେରାମା ସଜନୀ ଶ୍ରେଣୀ ଦାସୀ ସଂକୁଳବାମା ଅବସ୍ଥା ଦେଖି ହେଲେ ଆକୁଳ ଯେ ॥୪୩॥
କଲା ରସିକ ଯେତେ ପ୍ରକାର ଶାନ୍ତିସେ କାଳ ରୀତି ଘେନେ ବଳ ଅଶାନ୍ତି ଯେହୋଇକି ପୀରତୀରେ ଅତି ସୋରହାବିଛେଦ ନ ସହେ ଯେ ସୁଖରେ ଏହା ହେ ॥୪୪॥
ବିଦା ହୋଇଗଲା ଯେ ରାଣୀ କେତନଦୃଶ୍ୟ ଯାଏ ପିଛାଡ଼ା ନୋହେ ପତନ ଯେଅନୁରାଗ ବନ୍ଧନ ଦୁହିଁଙ୍କ ଚିତ୍ତକବି କେତେ କରିବ ତାହା ରଚିତ ହେ ॥୪୫॥
ଆହେ ଶ୍ରୀ ଅନୁଭବୀ ଶ୍ୟାମ ସୁନ୍ଦରଶତ୍ରୁକୁ ନୋହୁ ଏ ବିଛେଦ ଚିର ହେମୋ ମନେ ହେଉଅଛି ଶଙ୍କା ଉଦୟକେବେ ମୋହଠାରେ ହୋଇବ ସଦୟ ହେ ॥୪୬॥
କେବେ ତୁମ୍ଭର ଦାସ ଜନ ଲାଞ୍ଛନ-ବାନା ବିଖ୍ୟାତ ହେବ ଜାଣିବେ ଜନ ହେକେବେ ସଙ୍ଗି ସଙ୍ଗକୁ ମୁଁ ଯେ ପାଇବିକେବେ ତୋ ନାମ ଉଚ୍ଚରେ ଗାଇବି ହେ ॥୪୭॥
କେବେ ପାଇବି ରାମାଚାରୁ ମାର୍ଗକୁକେବେ ପାଇବି ମୁଁ ଯମୁନା ବନକୁ ଯେକେବେ ପାଇବି ସ୍ୱଜାତି ସଙ୍ଗକୁକେବେ ପାଇବ ବ୍ରଜଭୂବି ସ୍ଥାନକୁ ଯେ ॥୪୮॥
କେବେ ଫେରିବ ନିତ୍ୟ କୁଞ୍ଜବନକୁଗୋବଦ୍ଧର୍ନୀ ଦିବାର ପାଟମାନକୁ ଯେହେ ରାଧାକାନ୍ତ ବୋଲି କେବେ ଡ଼ାକିବିମାନସ ଆଶାକୁ ମୋର ପୂରାଇବି ହେ ॥୪୯॥
ସୁଫଳେ ଏଦିନେ ମୁଁ କେବେ ପାଇବିଶ୍ରୀ ରାଧାକୃଷ୍ଣ କଳ୍ପତରୁ ଇଙ୍ଗିତଧ୍ୟାଇ ସାମନ୍ତ ସିଂହାର କଲେ ଗୀତ ହେ ॥୫୦॥
ଛାନ୍ଦ-୧୪
[ରାଗ-ପୂରବୀ]ଶୁଣ ସୁଜନେ ଏକ ମନେ କୁମର ମନେ କରନ୍ତେ ବିଚାରବନ୍ଦାପନା ବିଧି ସିଦ୍ଧି କଲେ କୁଶହସ୍ତ ହୋଇ ଦ୍ୱିଜବରସେକାଳେ, ବାଳା ଚନ୍ଦ୍ରାନନ ଦେଖି ଭୋଳେବୀର ଆନନ୍ଦ ସିନ୍ଧୁ ଉଛୁଳେମନ ବୁଡ଼ିଲା ପ୍ରେମ ଉଲ୍ଲୋଳେ ॥୧॥
କୁଶହସ୍ତ ହୋଇ ନ କଲେ କଲେ ସେ ଦୁଃଖ ସମିଧ ଦହନସେ ଅନ୍ତେ କ୍ଷଣେ ଭିନ୍ନ ଭିନ୍ନ ନୋହିଲେ ଲୋକାନ୍ତରେ ବେନି ଜନସେ ଆଳି, ମଧୁ ଶଯ୍ୟା ବାସେ ଯାଇ ମିଳିମଂଚେ ରଂଚିଲେ ହଂସୁଲି ତଳୀଅନୁକ୍ରମେ ଯୋଗ୍ୟ-ଯୋଗ୍ୟ ଭାଳି ॥୨॥
ରସିକ ବିଧୁ ମଧୁଶଯ୍ୟା ଉତ୍ସବ ନବର ମଧ୍ୟେ ଯେ କଲେରୀତିରେ ଚତୁଷଷ୍ଠି ବନ୍ଧ ଅନାଇ ଅଧଇର୍ଯ୍ୟରେ ବସିଲେସେ ବୀର, ମାର ଶର ବାରେ ସେ କାତରହୃଦ କମ୍ପ ହେଲା ଥର ଥରବାର ବାର ବୋଲେ ହର ହର ॥୩॥
ଉଚ୍ଛନ୍ନ ମନେ ଶୟନ ତେଜି ଘନ ଘନ ଅୟନେ ନୟନନିବେଶେ ଆବେଶେ ଆବେଶେ ବୀର ସେ ଦ୍ୱାରବନ୍ଧ ପୁନଃ ପୁନଃସେ ବସି, ବାଳାମଣି ନାମ ମନ୍ତ୍ର ଘୋଷିଇଷ୍ଟ ଦେବତା ମନେ ମନାସିଗଲା ଆତୁରାବର୍ଣ୍ଣରେ ଭାସି ॥୪॥
ବୋଲେ ପୀନସ୍ତନୀ ନବ ଯଉବନୀ ଚନ୍ଦ୍ରମାବଦନୀ ଘେନିସେତେ ଏତେ ଚିତ୍ତେ ପ୍ରତେ ନ ଆସଇ ସତେ ସାରିବି ରଜନୀତା’ ସଙ୍ଗେ, ଚତୁଷଷ୍ଠି ବନ୍ଧ ବିଧି ରଙ୍ଗେଚିତ୍ତ ହରିବି ଚାଟୁ ସଂଯୋଗେ ॥୫॥
ତା’ ସଙ୍ଗୀ ପାଇଲେ ଆନ ବିଷୟକୁ ରସନଦେ ଭସାଇବିପଲଙ୍କେ ପଲକେ ରସୁଆଇ ଉର ଉପରେ ପହୁଡ଼ାଇବିମୁଁ ତା’ର, ଗଣ୍ଠି କରିବି ହାରକୁ ହାରପିନ୍ଧି ବସିଥିବି ଏକା ଚୀରଛନ୍ଦି ପାଦେ ପାଦ କରେ କର ॥୬॥
ନୟନ ରଖିବି ଲୟ ନ ରଖିବି ତା’ କୁଚ ବଦନ ବିନାନାନା ସୁବେଶ ଆବେଶ ବନାଇବି ମନାଇବାକୁ ଲଳନାସେ ବାଳୀ, ମୋତେ ଚାହିଁଥିବ ଗ୍ରୀବା ଢାଳିଭାଷା କହୁଥିବା ରଙ୍ଗେ ଛଳିହାସ ସୁଧା କୁମ୍ଭ ଦେବ ଢାଳି ॥୭॥
ଚଣ୍ଡିଠାରେ ଚଣ୍ଡିପାଠ ପଢ଼ାଇବି ମହିମ୍ନେତୋଷିବି ହରହିମ ଋତୁକୁ ଅଣାଇବି କ୍ଷଣଦା ବୃଦ୍ଧି, ଖଣ୍ଡିବି ବାସରସେ ରସ, ବିଶେଷରେ ହେବ ପରକାଶପୂର୍ଣ୍ଣ ହେବାକୁ ବେନି ମାନସଦୂର କରିବ ତାପ ବିଶେଷ ॥୮॥
ଏ ରୂପେ ବୀର ବିଚାର କରୁ କରୁ ସଖୀ ବାର ତେଣେ ମିଳିରମଣୀ ମଣିକି ସୁବେଶ କରାଇ କରନ୍ତି ରଙ୍ଗେ ଢମାଳିସେ କହି, କେ ବୋଲଇ ଉଡ ଚନ୍ଦ୍ରମୁହୀଁକାନ୍ତ ବସିଥିବେ ପଥ ଚାହିଁଅବକାଶ ତେଣୁ ସହୁ ନାହିଁ ॥୯॥
କେ ବୋଲେ ଯେତେ ନୀତି ତା ମନେ ବିଚାରି ମୂଳେ କରିବଅନୁଭବ ବିନା ରମଣୀ ମୁକୁଟ କେହି ବଳିଆଇଁ ଯିବସେ ଭୀରୁ, ବୋଲେ ସ୍ୱଭାବ ଜାତ ମନରୁକହେ କାମଦେବ ଯହିଁ ଗୁରୁଭାସେ କଉଶଳା ତ ରମ୍ଭୋରୁ ॥୧୦॥
ଗୁଣ ଗୁଣମଣି ତଳକୁ ଲମ୍ବାଇ ବସିଲେ ବଦନ ଶଶୀକଉଁ ବୟସୀ ଛନ୍ଦିଲେ କାନ୍ତ ସିନା ଚାଟୁ କରିବେ ସୁକେଶୀରେ ଧନ, ତହିଁ କରିବୁ ପଲକେ ମାନରସେ ଆତୁର ହେବନି ମନବେଗେ ତହିଁକି କରିଣ ମନ ॥୧୧॥
ବାଳୀ ଆଳି ଛନ୍ଦିବାର ଘେନି ନାସାମଣିକି ନଚାଇ ଦେଲାକେ ବୋଲେ ଘନରସ ଦୃଷ୍ଟି ସୂଚକ ଗୁରୁଜନ କେ ଚଳିଲାରେ ବାଳା, ପାଣି ପୟୋଦ ବହିବା ହେଲାହେବ ମିଥୁନ ତ ଜଣାଗଲାସବୁ ଉପାୟ ହିଁ ଜଣାଗଲା ॥୧୨॥
ସ୍ତନେ ବସନ ଆଚ୍ଛନ୍ନ ଦେଖି ବୋଲେ ଚାହିଁ ସଖୀ ବିପରୀତପୟୋଧର ସିନା ଅମ୍ବର ଢାଙ୍କଇ ଯେହେତୁ ଏ ଉତପାତରେ ଗୋରୀ, ତଥ୍ୟ କରିନି ମୋତେ ବିଚାରିଆଜି ହରିବି କି ହର ଅରିଅଛୁ ମାନସେ ଏହା ବିଚାରି ॥୧୩॥
ନର କେଶରୀ ବରନ ହେ ହିରଣ୍ୟ ତନୁ ଆଜି ବିରାଜିବଅଙ୍ଗ ଦେଶରେ ଦଇତାପତି ହେବ ବାସ ଆଗଜର ହେବସେ ଛନ୍ନ, କର ପୀଡ଼ାରେ ଉରଜ ମାନମାଳବରେ ହେବେ ଛିନ୍ନ ଭିନ୍ନଦୂର କୁନ୍ତଳୁ ହେବେ ସୁମନ ॥୧୪॥
କେ ବୋଲେ ରାଜକୁମାର ସୁକୁମାରୀ ଲାବଣ୍ୟ ପିତୁଳା ସରିଆଜି ଗାଢ଼ ଭିଡ଼ ସହି ବନ୍ଧ କରି ଏଥକୁ ଅଛୁ ସୁମରିରେ ବାଳୀ, ଲାଜ ଫାନ୍ଦିବୁ ନା ଉଜପଳୀ (?)ପରିଚୟ ଏବେ ସିନା ଆଳୀଜାଣିନ ଥିଲୁ କପଟୀ ବୋଲି ॥୧୫॥
କେ ବୋଲେ କଉଶଳା ତୁ ପ୍ରେମଶୀଳା ଏ ଭାବେ ବଜନ ଘେନିଭାବ- ଦାନରେ କୃପଣ ନୋହିବଟି ଶିଳା ହୋଇ ପୀନସ୍ତନୀରେ ବନ୍ଧୁ, ତୁ’ତ ବୋଲାଉ କରୁଣା ସିନ୍ଧୁସାର ନାହିଁଟି ପ୍ରେମ ନିର୍ବନ୍ଧୁତୁ’ତ ସର୍ବଗୁଣେ ଅଟୁ ସାଧୁ ॥୧୬॥
ପତି ଅତି ତୋଷେ କର ତୋର ଧରି ବସାଇବା ବେଳେ କୋଳେପୀରତି ରତି ବଢ଼ାଇଥିବୁ ବାର ବାର ଖସି ବସି ତଳେରେ ସହୀ, ଶିର ପୋତି ଗୀର ଦେବୁ ନାହିଁଲାଜ ବ୍ୟାଜରେ ଥିବୁଟି ବହିଦମ୍ଭ ଆରମ୍ଭ ଛାଡ଼ିବୁ ନାହିଁ ॥୧୭॥
କହ ସହୀ ଏହି ରୂପେ ଛଳି ଶ୍ଳେଷ ପୁରାତନ ଅନୁମାନିଚଳ ଚଳ ବେଳ ନ ସହୁଛି ହେଳାମତି ଦ୍ୱିରଦ ଗମନୀଗୋ ଯୁବା, କର ଧରି ଉଠାଇଲା କେବାଆଚରିଲେ ବଳିଆଇଁ ନେବାକଉଁ କାରଣୁ ମଠ କରିବା ॥୧୮॥
ଉଠି ବିମ୍ବଓଷ୍ଠୀ ଶାଢ଼ୀ ଯୁଡ଼ି ଭିଡ଼ି ସଜାଡ଼ି ଘେନିବା ଦେଖିକେତେବେଳେ ପାଇ କେତେ ଶ୍ଳେଷ ସହି ଛଳ ଦେଳା କଉଁ ସଖୀସେ କହେ, ବୃନ୍ଦାବ୍ଜ କି ବୋଲେ ବନ୍ଧେ ରହେମତ୍ତଗଜ ମୁଣ୍ଡେ ବନ୍ଧା ନୋହେବାରି ନୋହିବ କି ତୋ ନିଗ୍ରହେ ॥୧୯॥
କାନ୍ତ ଚିତ୍ତ ବିତ୍ତ ସତ ଚୋରାଇଲୁ ତୋତେ ଘେନିଯିବୁ ଧରିଅଙ୍ଗ ଦେଶଈଶ ପାଶରେ ପ୍ରବେଶ କରାଇବୁ ବିମ୍ବାଧରୀରେ ବାମା, ଯେବେ ଦେବୁ ପ୍ରେମରତ୍ନ ସୀମାତେବେ ତୋ ଦୋଷ କରିବୁ କ୍ଷମାଚଳି ନ କର ଏଥି ଭାବନା ॥୨୦॥
ଗଜ ଗତି କରୁ ସଖୀ କରୁଅଛନ୍ତି ଯେ ଛଳ ଉକ୍ତିକେଳି ମନ୍ଦିର ମନ୍ଦର ନେତ୍ରୀ ଦେଖି ବେଗ ଗତି କଲା ଯୁକ୍ତିସେ ବୋଲେ, ମନ୍ଦ ଗତି ୟେବେ ସଖୀ କଲେଘନରସ ବୃଷ୍ଟି ହେବ ଭଲେଆମ୍ଭ ଥିବାରୁ ଅବା ନ ଚାଲେ ॥୨୧॥
ଯେତିକି ଯେତିକି କତିକି କତିକି ଗଜଗତି ଗତି କରେତେତିକି ତେତିକି ହାଙ୍କି ଝିଙ୍କି ଶର ସଜାଡ଼ି ମଦନ ମାରେସେ ବୀର, ଭେଦ ମଦନେ ଅତି କାତରେଦେହ ଥର ଥର ଜର ଜରହୋୟେ, ଆତୁରେ ସେ ତର ତର ॥୨୩॥
ଜଳୀ ପାରିଧିଆ ଘଂଟି ଶୁଣି ଏଣୀପରା କର୍ଣ୍ଣକୁ ଡେରଇସତେ ରସନିଧି କି ଶ୍ୟାମନିଧିକି ଢସଇ ମନେ ଭାଳଇଏକାଳେ, କଉଁ ସଖୀ,ପରିହାସି ବୋଲେକି କେ ହେଳା କରୁଛ ମହଲେପର (ତୋର?) ଦିଶୁକୁନି (?) ସଖୀ କୁଳେ ॥୨୪॥
କେ ବୋଲେ ରସିକ ବିଧୁ ମଧୁଶଯ୍ୟା ପୁରୋଦରେ ଦେଖି ବାଳାଅମ୍ବୁଜ ପଦ ବଳାଇ ନ ପାରୁଛି ଜାତି ପଦ୍ମିନୀ ସୁଶୀଳାକେ ଆଳୀ, ଦେଲା ଏ କିସ ଗୋ ବୋଲି ପେଲିକହୁ ଅଛି ସଖୀ ପ୍ରୀତି ପାଳି ॥୨୫॥
ଆହେ ରସିକ ମିତ୍ର ଆମ୍ଭ ସଜନୀ ପଦ୍ମିନୀ ଲାବଣ୍ୟ ଅଙ୍ଗୀତୋର ଭଙ୍ଗୀ ଅନୁରାଗ ଅଙ୍ଗୀକାର କରାଇ କରିବ ସଙ୍ଗୀକେ କହେ, ଯେ ଯାହାର ସେ ତାହାର ନୋହେଅଳି ସ୍ନେହେ ବନ୍ଦୀ ପଦ୍ମେ ରହେମାତ୍ର କହିଲୁ ସଖୀ ସେନେହେ ॥୨୬॥
ଘାନ୍ତି କିଳିଣୁ ଶ୍ରେଣୀ ନିରିବନ୍ଧେ କି କଳି ହୋଇଲେ ଅନ୍ତରପଲକେ କେ’ ବୀର ପଲଙ୍କ ଅଙ୍କକୁ ଘେପି କଲେ ରାମାବରସେ ବୀର, ତୋଷେ ବସାଇ ଜାନୁ ଉପରବାମା କୁଚେ ଦେଇ ବାମ କରଚିବୁକରେ ଦେଇ ଦକ୍ଷ କର ॥୨୭॥
ମୁଦିତ ମୃଦୁ ପଦ୍ମାଳାକ୍ଷୀ ଚନ୍ଦ୍ରମା ବଦନ ଅନାଇଁ ବୀରଆନନ୍ଦ ସାଗରେ ଉଛୁଳି ପଡ଼ିଲା ନ ରଖିଲେ ଧୈର୍ଯ୍ୟ ତୀରସେ କାଳେ, ଉଠିଲେ ତ ଉତ୍ସୁକ କଲ୍ଲୋଳେମନ ମୀନ ମଗ୍ନ ପ୍ରେମ ଜଳେଦୂର ହୋଇଲେ ତା’ ସଖୀ କୁଳେ ॥୨୮॥
କିଶୋରୀ କିଶୋରୀ ନବୀନ ସଙ୍ଗମ ଦେଖିବାକୁ ମନେ ଆଶବୋଲୁ ଅଭିମନ୍ୟୁ ସାମନ୍ତ ସିଂହାର ପାଶେ ନେଇ କର ଦାସହେ ନାଥ, କୃପା ନ କଲେ ହେବି ଅନାଥତାର ଭବାର୍ଣ୍ଣବ ଦୁଃଖ ନାଥଦେଇ ନାହିଁ କାହା ମନୋରଥ ॥୨୯॥