ଛାନ୍ଦ-୮ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଛାନ୍ଦ-୮
ଏ ଉତ୍ତାରୁ ଆଳି ମିଳି,ଜେମାକୁ କହନ୍ତି, ପ୍ରସଙ୍ଗେ ଉଳି ଯେଏବେ ବେଗ ଲଭ କାନ୍ତ ମେଳି, ମୋ ଧନି ଗୋ ॥୧॥
ଅପଲକେ ପଲ୍ୟଙ୍କରେ,ନାଥ ପଥ ଚାହୁଁ ସେ ଦେବାନ୍ତରେ ଗୋଏବେ ଉଠ ମଠ ତ ତହିଁରେ, ମୋ ଧନି ଗୋ ॥୨॥
କି ବୋଲେ ସୁରତି ଭାବ,ଆଜ ସିନା ହେବ କିବାନୁଭାବ ଗୋସେ ତ ବଳିଥାଇ କେହି ଯିବ, ମୋ ଧନି ଗୋ ॥୩॥
କେ ଜାଣେ କି ତହିଁ ହେବ,ଆଗୁହୁଁ ଲଳିତା ମୂଳ କରିବ ଗୋତହିଁ ବିଚାରିବାକୁ ନ ଥିବ, ମୋ ଧନି ଗୋ ॥୪॥
କେ ବୋଲେ ତାହାକୁ ଚାହିଁ,ତୁ ଯାହା ବୋଇଲୁ ଜାଣିଲି ସହି ଗୋଏଥି ସେ କଥା ଘଟଇ ନାହିଁ, ମୋ ଧନି ଗୋ ॥୫॥
ଦେଖ ହଂସ ନୀରକ୍ଷୀର,ଭେଦ କରେ ଚଂଚୁ ପ୍ରବେଶ ତାର ଯେସେ ତ ସେ ଲୋଭେ ଶିଖିବା ପର, ଧନି ଗୋ ॥୬॥
କାକ ପିକ ଯତ୍ନେ ପାଳେସେ କି ତାର ରକ୍ଷା ବୋଲଇ ତିଳେ ଗୋସେ ତ ଏହା ଉଲଟି ସକାଳେ, ମୋ ଧନି ଗୋ ॥୭॥
ଅଣ୍ଡିରୁ ଜନ୍ମି ମୟୂରତକ୍ଷଣେ ଉଲ୍ଲସେ କରେ ଆହାର ଗୋସେ ତ ସେ ତାର ଆଚାର, ମୋ ଧନି ଗୋ ॥୮॥
ବତିଶି ଦ୍ୱିଗୁଣ କଲେ,କେଳି କାଳେ ଜାଣେ ନବୀନ ବାଳେ ଯେସେହୁ ଭାବରେ ଲଭିଲା ଭାଳେ, ମୋ ଧନି ଗୋ ॥୯॥
ନ ଜାଣିଲା କଥାମାନ,କେତେ ତ କହିବ ଜୀବନ ଧନ ଯେସେ ତ ଏକ କରିବ ଆନ, ମୋ ଧନି ଗୋ ॥୧୦॥
କେ ବୋଲେ ମୋ ସଖି ଶୁଣ,ରସଦାନେ ନୋହିବୁଟ କୃପଣ ଯେସେ ତ ଦୟାସିନ୍ଧୁ ତୋର ଗୁଣ, ମୋ ଧନି ଗୋ ॥୧୧॥
କେ ବୋଲେ ଜୀବନ ଧନ,ମନେ ଘେନିବୁଟି ନାହିଁ ଏମାନ ଯେଫୁଲ ଲତିକା ଭାଙ୍ଗେ ପବନ, ମୋ ଧନି ଗୋ ॥୧୨॥
ଦେଖ ଦେଖ ତ ଶିରୀଷ,ଖେଳି କେଳି କଲେ ନୋହେ ବିନାଶ ଯେଦେଖି ପଦ୍ମ କି ଦଳଇ ହଂସ, ମୋ ଧନି ଗୋ ॥୧୩॥
କେ ବୋଲେ ରେ ଜୀବ ସହୀ,ଶିର ଟେକି ଗିର କହିବୁ ନାହିଁ ଗୋସେ ତ କାନ୍ତି ଶ୍ରୀମୁଖକୁ ଚାହିଁ, ମୋ ଧନି ଗୋ ॥୧୪॥
କାନ୍ତ ଧରି ଭୁଜ ଭୁଜେ,
କୋଳ କରି ଗଲାବେଳକୁ ବିଜେ ଗୋ
,ମୋ ଧନି ଗୋ ॥୧୫॥
କେ ବୋଇଲ ଦୟାଶୀଳା,ଦୟାରେ ତୁ ପୁଣି ନୋହିବୁ ଶିଳା ଯେତୁ ତ ଲୀଳାବତୀ କଉଶଳା, ମୋ ଧନି ଗୋ ॥୧୬॥
କାନ୍ତ ପକ୍ଷ ହେବୁ,କାନ୍ତ କାମରେ ବିପକ୍ଷ କରିବୁ ଗୋଲବ ରଖି ମନ୍ଦାକ୍ଷ ତେଜିବୁ, ମୋ ଧନି ଗୋ ॥୧୭॥
ପ୍ରିୟ ସଖି ବିହାରରେ,ଦୁଃଖ ପ୍ରିୟଟି ଲଭିବ ବେହାରେ ଯେଏହା ତଳରେ ଥିବ କାଳରେ, ମୋ ଧନି ଗୋ ॥୧୮॥
ସୁମନକୁ ଦୃଢ଼ ବନ୍ଧ,କରିଥାଅ ହେବା ବେଳକୁ ବନ୍ଦ ଯେସେତ ସୁମନ କରୀ ନ ବନ୍ଧ, ମୋ ସଖି ଗୋ ॥୧୯ ॥
ସମାନ ରସେ ବତ୍ତବ,ସମାନ ସରସରେ ନିବତ୍ତବ ଯେସେ ତ ଜାଣୁ କେଉଁ ପ୍ରସ୍ତାବ, ମୋ ବନ୍ଧୁ ଗୋ ॥୨୦॥
କ୍ରୀଡ଼ା ମନେ ମଦାଳସି,ତଳକୁ ପୋତିଲେ ଶ୍ରୀମୁଖ ଶଶୀ ଯେଦେଖି ହସି ଭାବିଲେ ବୟସି, ମୋ ସଖତ ଗୋ ॥୨୧॥
କାନ୍ତ ନାହିଁଛନ୍ତି ବୃଥା,ବସିବ ସେଠାରେ ପୋତିଣ ମଥା ଯେତହିଁ କହିବେ ସେ ଚାଟୁ କଥା, ମୋ ସଖି ଗୋ ॥୨୨॥
ବିଷ ପିତା ଚାହୁଁ ଚାହୁଁ,କଲୁ ଏକ ପଟ ଶିଖିଲୁ କାହୁଁ ଗୋପ୍ରିୟ ମୁଖ ଯେହୁ ଚାହୁଁ ଚାହୁଁ, ମୋ ସଖି ଗୋ ॥୨୩॥
କେ ବୋଇଲ ଗୁଣମଣି,ଏବେ ହୋଇଛି କି ଆରମ୍ଭ ମିତଣୀ ଗୋସେ ତ ହୃଦୟ ହୋଇବ ହାଣି, ମୋ ସଖି ଗୋ ॥୨୪॥
କେ ବୋଲେ ଏତେ ଉଛୁର,ତୋତେ ଘେନୁଅଛି ମନେ ବିକାର ଯେଆଉ କାହିଁକି ବିଳମ୍ବ କା ସଖି ଗୋ ॥୨୫॥
ଆନ କହିଛି ଏତିକି,ଲେଶେ ନ ରହିବ ପୁଣି କାଲିକି ଯେଆଝୁ ଗଲା ଏକଥା ଏଣିକି, ମୋ ଧନି ଗୋ ॥୨୬॥
ଲାଜ ବ୍ୟାଜେ ଗୁଣମଣି,ଶୁଣି ନ ଚାହିଁମୁଖ ବୋଲେ କମ୍ପାଇଣ ପୁଣି, ମୋ ସଖି ଗୋ ॥୨୭॥
ରସନା କଟିରେ ଦେଖି,କେ ବୋଲେ ରସନା ପରଖ ସଖି ଗୋସେ ତ ମୁଖ ଭାବ ତ ସୁମୁଖୀ, ମୋ ସଖି ଗୋ ॥୨୮॥
କେ ଚାଳିଲା ଚୋଳ ପରେ,ଅମ୍ବର ଢ଼ାଙ୍କିଲା କି ପୟୋଧରେ ଗୋଏ ତ ଦେଖା ନ ଥିଲା ସଂସାରେ, ମୋ ଧନି ଗୋ ॥୨୯॥
କେ ବୋଲେ ଶୁଣ ସଂଗାତ,ମୁହିଁ ଘେନୁଅଛି ଏ ଉତପାତ ଯେଏଥି ପ୍ରମାଦ ହେବ ବହୁତ, ମୋ ସଖି ଗୋ ॥୩୦॥
କେ ବୋଲେ ହିରଣ୍ୟ ତନୁ,ନ ଖେଦି ମରଣ ହେବ ସୁତନୁ ଗୋଏ ତ ଜଣାଗଲା ଅନୁମାନ, ମୋ ଧନି ଗୋ ॥୩୧॥
କେ ବୋଲେ ଏ ଗତି ହେଲେ,ଅଙ୍ଗ ଦେଶ ପିତା (?) ଦଣ୍ଡ ବଉଳେ(?) ଗୋସେ ତ ଖୟକେ(?) ହୋଇବ ତଳେ, ମୋ ସଖି ଗୋ ॥୩୨॥
ମାନବରେ ଏହା ଚାହିଁ,ଛିନ୍ନ ଛତ୍ର ହୋଇ ରହିବେ କାହିଁ ଯେସେ ତ ପଳାଇବେ ବ୍ୟଗ୍ର ହୋଇ, ମୋ ସଖି ଗୋ ॥୩୩॥
କର ପୀଡ଼ା ଯେବେ ଦେବେ,ଉରଜେ କେହି ସହି ନ ପାରିବେ ଯେସେତ ମୂଳ ବାସ ଛଡ଼ାଇବେ, ମୋ ସଖି ଗୋ ॥୩୪॥
କୁନ୍ତଳେ ଆଉ ସୁମନ,ରହିବେ ନାହିଁ ତ ଲଭି ଉଚ୍ଛନ୍ନ ଯେନିଶ୍ଚେ ଦୂର ହେବ ସର୍ବ ସ୍ଥାନ, ମୋ ସଖି ଗୋ ॥୩୫॥
ଏହି ରୂପେ ଛଳ କହି,କର ଧରି ଉଭା ସହି ଯେସେ ତ ଲବ ବ୍ୟାଜେ ଚାହେଁ ମହୀ, ମୋ ସହି ଗୋ ॥୩୬॥
ଗତି କରନ୍ତେ ସଜନୀ,ଶାଢ଼ି ଅତି ଭିଡ଼ି ଘନଜଘନୀ ଯେସେ ତ ଦୃଢ଼େ ନିବାଡ଼େ ମୋହିନୀ, ମୋ ସଖି ଗୋ ॥୩୭॥
ସେ ଉଳିଲା ଚନ୍ଦ୍ରମୁଖୀ,ଘନରସ ବୃଦ୍ଧି ଆଗତ ଦେଖି ଯେବାଲି ବନ୍ଧେ ପାରିବୁ କି ରଖି, ମୋ ସଖି ଗୋ ॥୩୮॥
କେହି ଛଳ ଶ୍ଳେଷ ଭାଷା,ପହଣ୍ଡି ମଣାଇ ନିଅନ୍ତି ଯୋଷା ଗୋଗଜ ଗତିରେ ମୋହୁଛି ରସା, ମୋ ସଖି ଗୋ ॥୩୯॥
ପହଣ୍ଡ ପକାଇ ଗୋରୀ,ଦଣ୍ଡେ ରହେ ମହି ଲୋକନ କରି ଯେସେତ ଲବ ବ୍ୟାଜ ମନେ ଧରି, ମୋ ସଖି ଗୋ ॥୪୦॥
କେଳିବାସ ଦୁରୁ ଦେଖି,ଧୀର ଗତି କଲା ପଙ୍କଜ ମୁଖୀ ଯେତାହା ଦେଖି ବୋଲି କେଉଁ ସଖି, ମୋ ସଖି ଗୋ ॥୪୧॥
ଆମ୍ଭର ଥିବାର ବାଳା,ସେ ମନ ପଦରେ କରୁଛି ହେଳା ଯେହୃଦ ସରଳ ତ ଜଣାଗଲା, ମୋ ସଖି ଗୋ ॥୪୨॥
କେ ବୋଲେ ପରାଣ ସହି,ମନ୍ଦ ଗତି କରିବ ନାହିଁ ଗୋଘନରସ ସୃଷ୍ଟି ହେବ କାହିଁ, ମୋ ସଖି ଗୋ ॥୪୩॥
ଏକାଳେ ବାଜେଣି ବଳା,ବନ୍ଦ କଲେ କାମ ବହନ ପଳା ଗୋତହୁଁ ଝୁଂଟିଆ କି ଅବା ହେଲା, ମୋ ସଖି ଗୋ ॥୪୪॥
ବାର ବାର ମାର ମାର,ପାହୁଡ଼ ଘଉଡ଼ ବୋଲଇ ଗିରି ଯେରଣ ତୂର ବାଜିଲେ ନୂପୁର, ମୋ ସଖି ଗୋ ॥୪୫॥
ଶୁଣି କୋପେ ପଂଚ ଶର,ରୋମକେ ବାନ୍ଧିଲା ଅମାପ ଶର ଯେବୀର ଧୀର ନେତ୍ରେ ଥର ଥର, ମୋ ସଖି ଗୋ ॥୪୬॥
ପାରିଧିଆ ଘଂଟା ଶୁଣି,କର୍ଣ୍ଣ ଡେରି ଯଥା ଚାହେଁ ହରିଣୀ ଯେତଥା ରସିକ କିଙ୍କିଣୀ ଶୁଣି, ରସିକ ହେ ॥୪୭॥
ସ୍ତକିତ ଶଙ୍କିତ ମନେ,ଛନ୍ନେ ନୟନ ନିବେଶି ଅୟନ ଯେସେ ତ ଶୟନ ତେଜି ବହନେ, ସୁଗନେ ହେ ॥୪୮॥
ଦେଖିଲା ରସ ନିଧିକି,ଏବେ ସେ ଆତମା ରସ ନିଧିକି ଯେସେ ତ ଜାଣି ବୋଧିଲା ବୁଦ୍ଧିକି, ନାଗର ହେ ॥୪୯॥
ବୋଲେ ସୁର ତରଙ୍ଗିଣୀ,ହୋଇବ ଆଜି ମୋ ତାପ ମୋଚିନୀ ଯେଅବଧିରେ ବିଧି ମହାଦାନୀ, ମୋ ଧନି ଯେ ॥୫୦॥
ଭାଳନ୍ତେ ରସିକ ବସି,ଦ୍ୱାରରେ ମିଳିଲା ରମଣୀ ଆସି ଯେସ୍ତମ୍ଭୀଭୂତେ ଉଭା ମଦାଳସୀ, ସୁକେଶୀ ଯେ ॥୫୧॥
ଲାଜ ବଂଚାଇବା ବ୍ୟାଜେ,ପଦକଣ୍ଠକରେ ଚାରୁ ଦରଜେ ସେରସି ଭାଷି ଭଙ୍ଗିମା ସରଜେ, ସୁତନୁ ଯେ ॥୫୨॥
ଚକ୍ରବାତ ପରା ଭାଳି,ଅମ୍ବୁଜ ପଦ ଲବ ଦିଏ କାଳି ଯେସେ ତ ଦେହଳି ତଟରେ ମିଳି, ମୋହିନୀ ଯେ ॥୫୩॥
କେ ଚଳିଲା ଗଜ ଗତି,ସିଂହ ଦ୍ୱାର ଭ୍ରମେ ନ କରୁ ଗତି ଯେଦୌତ୍ୟ ପୁଣ୍ୟଜନ ରୀତି, ସୁମତି ଯେ ॥୫୪॥
ହାସ୍ୟରସେ କେଉଁ ବାଳୀ,ଏ ଦେଲେ ଯେ ପେଲି ଯେ,ସେ ତ ବଳାଇ ରଙ୍ଗେ ଦେହଳି, ସୁମୁଖି ଗୋ ॥୫୫॥
ରସିକ ଶୁଣିବା ପାଇଁ,କେଉଁ ସଖି ବୋଲେ ଉଚ୍ଚେ ଶୁଣାଇ ଯେସେ ତ ସଖି ସ୍ନେହ ବଶ ହୋଇ ,ସୁମୁଖି ଗୋ ॥୫୬॥
ଚିତ୍ତେ ଶ୍ରୀରସିକ ଭଜ,ଆମ୍ଭ ବୟସୀ ଅଟଇ ପଙ୍କଜ ହେତୁମ୍ଭେ ପ୍ରତ୍ୟକ୍ଷରେ ମତ୍ତଗଜ, ନାଗର ହେ ॥୫୭॥
ଅବଳା ମୃଦୁ କୋମଳା,ଆନନ ବାସୁ କୁମାରୀ ଛଳଇ ଯେତୁମ୍ଭେ ବିଚାରି ପ୍ରକାଶ ଲୀଳା, ନାଗର ହେ ॥୫୮॥
କେ ବୋଲେ ପ୍ରାଣ ମିତଣି,ଯେ ଯାହାର ସେ ତାହାରଟି ପୁଣି ଯେକେଉଁ ପ୍ରୟୋଗ ଆମ୍ଭର ବାଣୀ, ମିତଣି ଯେ ॥୫୯॥
କେ ବୋଲେ ଲତାରୁ ମାଳି,ଫୁଟିଲା କୁସୁମ ନିଅଇ ତୋଳି ଯେଆଶା ରଖି ନ ଛେଦଇ କଳି, ସୁମୁଖି ଯେ ॥୬୦॥
ଶଶୀର ପୀୟୂଷ ରସ,ସୁମନ ସର୍ବାଂଶ କରନ୍ତି ଗ୍ରାସ ଯେଆସ ବସର ରଖନ୍ତି ଲେଶ, ସୁମୁଖି ଯେ ॥୬୧॥
ମଧୁର ରସକୁ ପାଇ,କମଳ କୋଷରେ କଳି ହୁଅଇ ଯେଅଳି ପ୍ରେମେ ଫୋଡ଼ି ନ ପାରଇ, ସୁମୁଖି ଯେ ॥୬୨॥
ଚଣ୍ଡକର ତାପ ପାଇପଙ୍କଜ ବିରସ କେଭେ ନୁହଇ ଯେସୁଖୀ ପ୍ରେମ ମାତ୍ର କହିଲଇଁ, ସୁମୁଖି ଯେ ॥୬୩॥
ଏତେ କହି ସଖିଶ୍ରେଣୀ,ତକ୍ଷଣେ କିଳିଲେ ଯନ୍ତ୍ର କିଳିଣ ଯେସେ ତ ଅନ୍ତର ହୋଇଲେ ପୁଣି, ସୁମୁଖି ଯେ ॥୬୪॥
ନାୟକ ଆଗେ କାମିନୀ,ଉଭା ହୋଇ ଚାହିଁଅଛି ଅବନୀ ଯେନାହିଁ ସେ ସୁଷମା ବେନି, ସୁଜନ ହେ ॥୬୫॥
କୁତ ସୁଧାକୁମ୍ଭ ଘେନି,ଇନ୍ଦ୍ରଆଗେ ଉଭା କିଏ ମୋହିନୀ ଯେଏହିପରି ଅନୁଭବ ଘେନି, ସୁଜନ ହେ ॥୬୬॥
ପଲ୍ୟଙ୍କରୁ ଉଠିବାରେ,ଆହା ମରିବାକୁ ପ୍ରକାଶି ଗିର ଯେ,ଆଲିଙ୍ଗନ କରି ତତପର, ନାଗର ହେ ॥୬୭॥
ମତ୍ତକରୀ ପଦ୍ମଲତା,ତୋଳି ଘନିଗଲା ପରି ଶୋଭିତା ଯେକେତେ ଧନ୍ୟ ହୁଏ ନୃପସୁତା, ସୁଜନ ହେ ॥୬୮॥
ପଲ୍ୟଙ୍କରେ ବୀର ବିଜେ,ବଳେ ବଳେ କୋଳେ ବସାଇ ଶେଯେ ସେବାର ବାର ଖସି ଶେଯେ, ସୁମୁଖି ହେ ॥୬୯॥
ଦରିଦ୍ର ପାଇଲା ଧନ,ଜନ୍ମାନ୍ଧ ପାଇଲା କି ଚକ୍ଷୁଦାନ ଯେମୃତ ଶବେ କି ପଶେ ଜୀବନ, ଏସନ ହେ ॥ ୭୦॥
ଦେଖି ରାମା ମୁଖଇନ୍ଦୁ,ବଢ଼ିଲା ନାଗର ଆନନ୍ଦ ସିନ୍ଧୁ ଯେଯଥା ବ୍ରହ୍ମାନନ୍ଦ ପାଇ ସାଧୁ, ଏସନ ହେ ॥୭୧॥
ଶ୍ରୀକର ବୁକେ ଚିବୁକେ,ଦେଇ ବ୍ରହ୍ମପଦ ଗଣେ ପ୍ରତୀକେ ଯେଭାଳେ କେଉଁ ସିଦ୍ଧି ଥିବ ଲୋକେ, ସୁଜନ ହେ ॥୭୨॥
ମନ ବୁଡ଼ି ପ୍ରେମ ରସେ,ସଂସାର ସୁଖ ନ ରଖିଲା ଲେଶେ ଯେପ୍ରବତ୍ତଲେ ଚାଟୁ ପଟୁରସେ, ସୁଜନ ହେ ॥୭୩॥
ଶିବ ଯେଉଁ ଅନୁରଙ୍ଗେ,ଯୁବତୀ ବହିଅଛନ୍ତି ଅର୍ଦ୍ଧଙ୍ଗେ ହେକେଉଁ ସିଦ୍ଧିବନ୍ତ ତହିଁ ସଙ୍ଗେ, ସୁଜନ ହେ ॥୭୪॥
ହରି ରସେ ବଶ ହେଲେ,ବାସବ ହେଲେ ଯେବ୍ରହ୍ମା ଉର୍ବଶୀ ସଙ୍ଗେ ମଜ୍ଜିଲେ, ସୁଜନ ହେ ॥୭୫॥
ସୁରେଶ ଦିନେଶ ଶଶୀ,ତାରା ଅହଲ୍ୟା ସୁରସରେ ରସି ହେସେ ତ କେତେ ହୋଇଛନ୍ତି କ୍ଲେଶି, ସୁଜନ ହେ ॥୭୬॥
ଋଷ୍ୟଶୃଙ୍ଗ ଆଦି ମୁନି,କାମିନୀ ଭାବ କେ ନାହାନ୍ତି ଘେନି ହେନପୁଂସକେ ନିନ୍ଦନ୍ତି ନ ଚିହ୍ନି, ସୁଜନ ହେ ॥୭୭॥
ନଷେଧ ଶ୍ରୁତ ବଚନେ,ସୁରମନି ଯାହା କଲେ ଯତନେ ହେଅନୁଭବ ହେଉଛି ଏସନେ, ସୁଜନ ହେ ॥୭୮॥
ସୃଷ୍ଟି-ବାଳୀ-ବଧ (?) ହେଲେ,ବାଳକ ଆକଟ କରନ୍ତି ଭଲ ସେଏହି ରୂପେ ଶାସ୍ତ୍ର କଲେ, ସୁଜନ ହେ ॥୭୯॥
ଘେନ ହେ ରସିକ ରସ,ଜୟ ଜୟ କୃଷ୍ଣ ଶ୍ରୀ ଜଗଦୀଶ ହେଫେଡ଼ି ସାମନ୍ତ ସିଂହାର କ୍ଲେଶ, ସୁଜନ ହେ ॥ ୮୦॥
ଛାନ୍ଦ-୯
ନାହିଁ ହେ ବାରଣ ଗତି ଗତି ତୋ ବିନା ଧରତୀରତି ସଭୟ ରସନା ତୁ ନିଜ ଦାସଦାସ ବତ୍ସଳ ସୁରସ- ॥ ୧॥
ବତିଶ ଦ୍ୱିଗୁଣ କଲା କଳାବତୀ ପ୍ରେମଶୀଳାଶିଳା ପରି ମୋହ ପଦେ ।ପଦେ ତୋର ମୁଁ କିଙ୍କରି କର ଗତି ରାମାବରକର ବରଦାନ ଯେ ଆପଦେ ॥ ୨॥
ପଦେ କହି ସ୍ନେହୋତ୍ତର ତରଳାକ୍ଷି ତାପ ହରହରଶ ଚନ୍ଦ୍ର ଆନନ କରି ।କରୀନ୍ଦ ଗତି ନ ମାର ମାର ଶର ମୁଖୁଁ ତାରତାରକା ଶୋଭିନୀ ସୁଖ ଶିରୀ ॥ ୩॥
ଶିରୀଷ କୋମଳ ଅଙ୍ଗୀ ଅଙ୍ଗୀକାରେ ଯିବ ସଙ୍ଗୀସଙ୍ଗୀତ ପ୍ରବୀଣ ମୋତେ କର ।କର କର କଲି ବିହି ବିହିଛି ମୋ ରତି ତୁହିତୁ ହିନିମାନ ମୋତେ ନକର ॥ ୪॥
କରତା ମୋର ସୁଯୋଗ ଯୋଗ ଭଙ୍ଗୀରେ ସୁଯୋଗଯୋଗମାୟା କରାଇଲେ ଆଣିଆଣି ତୋର କରଗତ ଗତ ଜନମ ସୁକୃତକୃତ ଫଳ ଅବା କଲ ପାଣି ॥ ୫॥
ପାଣିଜି ପଦ୍ମ ପଲ୍ଲବ ଲବଣି ଦେହି ଦୁର୍ଲ୍ଲଭଲଭଇ ମୁଁ ପ୍ରାପତ ହେବାରେ ।ବାରେ ମୋ ମସ୍ତକେ ଧର ଧରସ୍ତନା ତାପ ହରହରଣ ହେଉ ତୋହ କୃପାରେ ॥ ୬॥
ପାରେନ୍ଦ୍ର ମଧ୍ୟାକୁନ୍ତଳେ ତଳେ ରବିର କବଳେବଳେ ହେଲି ତୋର କିଣା ଲୋକ ।ଲୋକହସା କଲେ ସହି ସହିବ ନାହିଁଟି ବିହିବିହିତ ତୋର ପଦ ଯାବକ ॥ ୭॥
ବକତକ ପ୍ରେମ ଧନ ଧନ ନ ଦେଇ କୃପଣପଣ କଲେ ଅସୁନ୍ଦର ହେବ ।ହେବ ଭାଙ୍ଗ ଯଶା କେଶି! କେଶିବ ଆଉ ‘ପ୍ରିୟେସି’ୟେସି ଉକାର ପ୍ରକାଶ ଭାବ ॥ ୮॥
ଭାବନା ବରଜବଂଧୁ ବଧୁଲୀ ଅଧୁର ମଧୁମଧୁକର ମାନସ ମୋ ରତ ।ରତନ ବେଣୀ ଅବଳା ବଳାଇ ସୁରତି କଳାକଳାବତୀ କି ଯା କରୁ ଦତ୍ତ ॥ ୯॥
ଦନ୍ତରେ ମୋ ଗଣ୍ଡ ଖଣ୍ଡ ଖଣ୍ଡ ପଶୁ ପରଦଣ୍ଡଦଣ୍ଡକରେ କରେ ।କରେ ଆଲିଙ୍ଗନ କର କରଜରେ ତନୁ ଚିରଚିର ତେଜି ବସ ମୋ କୋଡ଼ରେ ॥ ୧୦॥
ଡରେ ମାର ଅପସରୁ ସରୁ ଚୁମ୍ବ ଦିଅ ତରୁତରୁଣୀ ମଣି ତୋ ପରିଜନ ।ଜନମ ସଫଳ ହେଉ ହେଉ ତ ସୁକେଶି ଯାଉଯାଉ ଜବରେ ଅତ୍ୟନ୍ତ ମନ ॥ ୧୧॥
ମନରେ ନ ଧର ଆନ ଆନ ଅରଟି ଜୀବନବନଜ ବଦନା ଟେକି ଅନାଅଣାୟତ୍ତ କରେ କାମ କାମ ଦାମ ଦ୍ରୁମଦ୍ରୁମ କଲେ ମଲି ନବୀନା ॥ ୧୨॥
ବିନାୟକ ଚତୁର୍ଗୀତ ଗୀତ ଚନ୍ଦ୍ର ଆଲୋକିତକି ତଥା ସଂଜାତ ମୋତେ କରକରକ ରଦନା ସହି ସହିଁତେ ଚାହିଁ ସୁମୁହିଁମୁଁ କି ଅଷ୍ଟ ମଙ୍ଗଳବାର ॥ ୧୩॥
ବରସ୍ତନା ପିକ ଭାଷି ଭାଷିଛି ମୁଁ ହସି ହସିହସି ହେବି ମଲେ କାମ ଜଳେଜଳେ ମୋର କଳେବର ବରଷ ତୋର ଉତ୍ତରତରଳାକ୍ଷୀ ସିଂଚ ଅବଲୀଳେ ॥ ୧୪॥
ନୀଳେନ୍ଦି ବର ଈକ୍ଷଣେ କ୍ଷଣେ ଚାହଁ ଦୟାପଣେପଣେ ବ୍ରତ କରି ମୁଁ ପାଇଛି ।ଇଚ୍ଛିତ ବିଦ୍ଗଧା କର କର ହେବା ପାଇଁ ହରହର ରସେ ସେ ଅନେକ ଅଛି ॥ ୧୫॥
ଅଛି ତ ପ୍ରେମ କାମଦା ମଦାଳସି ହୃଦନିଦାନିଦାନ କରି ମୁଗ୍ଧା ମୁଁ ହସି ।ହସି ମୋ ହୃଦ କୁମୁଦ ମୁଦକର ଏ ପ୍ରମାଦମାଦକ ତୁଟୁ କରୁଣା ରାଶି ॥ ୧୬॥
ରାଶି ତୁଙ୍ଗ ତୁଙ୍ଗସ୍ତନା ପ୍ରେମ ରଙ୍ଗରଙ୍ଗ ବିମ୍ବୋଷ୍ଠି ହେବ ନିରତେ ।ରତେ ନୋହିବୁ ଦାରୁଣ ରୁଣ ଦେଇ ଭବଗଣଗଣମତେ ତୋ ଗଣ ସଙ୍ଗତେ ॥ ୧୭॥
ଗତେ ସତ୍ୟ କଲି ଭାବି ଭାବିନୀ ଛାଡ଼ିଣ ଯିବିଜୀବିତରେ ଥିବି ଯେତେଦିନ ।ଦିନମଣି ପଦେ ଆନ ନାରୀଏବେ ତୁ ତ ନକରିବୁ ମାନ ॥ ୧୮॥
ମାସସେ କାନ୍ତ ବିନୟ ନୟନେ ରମା ଅନ୍ୟାୟନ୍ୟାୟ ଛଳ ମାନ କଲେ ହେଲା ।ହେଳା ନୀଳା ହାବଭାବ ଭାବ ବତୀରେ ସଦ୍ଭାବଭାବପର-ଶିଷ(?) ଆଣିକଲା ॥ ୧୯॥
କଲା ଏହି ଶିଶୁ ଅଙ୍ଗୀ ଅଙ୍ଗୀକାର ନେତ୍ର ଭଙ୍ଗୀଭଙ୍ଗୀତ ପତନି କଲା ସତ ।ସତ ଦେଖି ଏ କାନ୍ତ କାନ୍ତବାଣୀ ସନମତମତରେ ସମ୍ମତ କଲା ଜାତ ॥ ୨୦॥
ଜାତ ଯାହାର ଶ୍ରୀପତ ତଜବ ଭବ ଭବ ଜଣେ ।କାନ୍ତ ପଦେ ଅବିରତ ଶ୍ୟାମସାମନ୍ତ ସିଂହାର ବୀର ଭଣେ ॥ ୨୧॥