ଛାନ୍ଦ-୨୧ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିଅର୍ଦ୍ଧ ଅଙ୍ଗେ ନାରୀ ସଦାଶିବ
ନୀଳକଣ୍ଠ କରିଛି ଦଇବ
ନାହିଁ ଯାର କୁଳ ଗୋତ୍ର ଠାବ ॥୭॥
ଦିନମଣି ସଦା ପ୍ରବାସୀ ଉଦାସୀପବନ ଅଟଇ ପୁଣିଚନ୍ଦ୍ରରେ କଳଙ୍କ ହୋଇଛି ଦିନେ ତହତ ଫୁଲ ଧନୁ ପାଣିଆଉ ନାହାନ୍ତି କେହିମହୀରାଜ ଶୋଭା ଏଡ଼େ କାହିଁଜଣା ନାହିଁ କି ବିହିଛି ବିହି ॥୮॥
ବିଷ୍ଣୁକୁ ଦିଅନ୍ତା ଈଶ୍ୱରୀ କ୍ରୋଧରେଶିରୀ ଆଉ ନ ରହିବନନ୍ଦେଶ୍ୱର ପୁତ୍ର ବତ ପୁତ୍ର ମୋରଚିତ୍ତ ଥିଲା ଅନୁଭବହେଲେ ରାଜ୍ୟରେ ଅଛନ୍ତି ରହିହୋଇ ନୃପବର କହିଶୋଭା ଗୁଣ ପୂର୍ଣ୍ଣ ତହିଁ ॥୯॥
ଶୁଣୁଥାଇ ସେ ଦୁ- ର୍ବାସା ମୁନି ସଙ୍ଗେହିମାଳୟରେ ଅଛଇନିକଟକୁ ସେହି ପଟିବ ନାହିଁ ତଏହା ତ ଅଛନ୍ତି ଚିନ୍ତିସ୍ୱୟମ୍ବର ଆଚାରମହୀମଣ୍ଡଳ ନୃପତି ବରଜେମାମଣି ବର ଇଚ୍ଛା ବରଆନ ମତେ ନାହିଁ ପ୍ରତିକାର ॥୧୦॥
ଯୋଗାଇଲା ଏହି ବିଚାର ସବୁରିମନକୁ ଅଭିରୁଚି ତରଙ୍ଗା ଜୀବ କରେ ଚିତ୍ରକୁ ଲେଖନ୍ତେନୋହିଲା ରାମା ସଂଘାତଦମ୍ଭ ରହିଲା ନାହିଁକାର ଥୟ ହେବ ଅବା କାହିଁଶିଳା ହେଲେ ଦ୍ରବି ଯିବା ନାହିଁ?ବିଲୋକନେ ଯୋଗୀ ହେବେ ମୋହି ॥୧୧॥
ବୃଦ୍ଧଶ୍ରବା ପାଟ ନନ୍ଦିନୀଗଉରୀନାଶେ ସେବିଣ ଗଉରୀଚିତ୍ରଲେଖା ବର ପାଇଁ ଚିତ୍ରଲେଖାବୋଲାଇଲେ ସେ ସୁନ୍ଦରୀସିଦ୍ଧ ଯୋଗିନୀ ସେହିଜେମାମଣି ସଙ୍ଗେ ଅଛି ରହରାମା ଚିତ୍ରପଟ ଦେଲା ଲିହିତାହା ସମାନେ ଦେଖିଲା ନାହିଁ ॥୧୨॥
ଦେଖି ନୃପତି ଆ- ନନ୍ଦ ହୋଇ ଅତିଗୂଢ ପୁରୁ ରାଇଅକ୍ଷିତ ଦେଇ ଆ- ଜ୍ଞା କଲେ ବରଣକର ମହୀରାଜ ପାଇଁନିଅ ଚିତ୍ରପଟକୁକହିବଟ ତୁମ୍ଭେ ଉଚ୍ଚାଟକୁବିଲୋକାଇବ ଚିତ୍ରପଟକୁଯଥା କହିବ ସର୍ବ ରାଟକୁ ॥୧୩॥
ଆଜ୍ଞା ପ୍ରମାଣେ ଦୂତ ଗଲେ ବରଣେସମସ୍ତ ରାଜା ରାଜାକୁବୃଷଧ୍ୱଜ ଏଣେ ସମ୍ଭାର ସଂପାଦି-ବାରେ ଥୋଇଲେ ମତକୁରାଜ୍ୟେ ଘୋଷଣା ହେଲାବିଭା ହେବ ଜେମା ପ୍ରେମକଳାଇଚ୍ଛାବରେ ଦେବେ ବନମାଳାଆଚରିଲେ ସ୍ୱୟମ୍ବର ଲୀଳା ॥୧୪॥
ଏଣେ ବୃଷଧ୍ୱଜ- ସୁତା ନନ୍ଦେଶ୍ୱର-ସୁତ ଭିନ୍ନ ହେବା ଦିନୁଅସର ନିଶି ବା- ସର ପ୍ରତି ଦିନଭାବନା ନ ଯାଏ ମନୁତହିଁ ଶୁଣି ଏରୀତିସ୍ୱୟମ୍ବର ପିତା ଛନ୍ତି ଚିନ୍ତିତହୁଁ ଦିଗୁଣ ବିରସ ମତିସ୍ନେହ କତୁରୀ କାଟିଲା ଛାତି ॥୧୫॥
ନୀରଜ ନୟନେ ନୀର ଜର ଜରନିରନ୍ତରେ ନିତମ୍ବିନୀଅବନୀ ଶୟନ ଅବନୀ ଶୟନଅବଶ ରହିଲା ଘେନିଚିନ୍ତା ବହିଲା ମନଗଣ୍ଡେ କର ଦେଇ ଗଲା ଦିନବନ ପରା ମଣିଲା ସଦନବହେ ମୃଦୁ ଶ୍ୱାସ ଘନ ଘନ ॥୧୬॥
ବାସ କେଶ ହୋଇ ଗ୍ରାସ ରସ ରସ-ବତୀ ନ କଲା ଆଦରଦେହଳୀ ବଳି ଚ- ଳିବା ବଳ ଅଙ୍ଗେନ ରଖି ହେଲା କାତରଫୁଲ କୋଦଣ୍ଡ ବାଣେଧୀର ଭାର ହାର ଭର ମଣେଧରା ପରେ ବସି ଗୁଣେ ଗୁଣେପଦ ଶୃଙ୍ଖଳା ଶୃଙ୍ଖଳା ମଣେ ॥୧୭॥
ଶିର ଧମ ଧମ ଛାତି ଦମ ଦମହିୟା ଝମ ଝମ ହୋୟେମ୍ଳାନ ଆନନ ବି- ନା ଆନ ନବୀନାମଣିକି ନୋହିଲା ଜୟେଦଶା ଅବଶ କଲାନୀର ପାନ ହିଁ ଅରୁଚି ହେଲାମହୀ ଲେଖି ନ ଖୁସି ପଡ଼ିଲାଗଳେ ମୃଣାଳକୁ କଲା ମାଳା ॥୧୮॥
କମଳ ଦଳ ତ- ଳପରେ ଅନଳଧନୀ ତ ବିଳାପ କରେ“ହା ବନ୍ଧୁ ଅଭିନ୍ନ ଗୁଣମଣି ଧନ”ଭୂତାସି ପ୍ରତୀତ କରେଭାବ ଭାବନା କରିକଲାକର କଳାକାର ପରିକୃଶତର ହେଲା କୃଶୋଦରୀକର ମୁଦ୍ରିକା କଙ୍କଣ ସରି ॥୧୯॥
ବେନି ଅଳଙ୍କାରୁ ବେନି ଅଳଙ୍କାରଭୂଷଣ ମାତ୍ରକେ ବାଳାଶ୍ରୀ ଅଙ୍ଗେ ତ ପତି ଶ୍ରୀ ଅଙ୍ଗେ କଙ୍କଣଆନ ବିହି ନ ପାରିଲାବୋଲେ ଯେ ଯାହା ଯେତେଶ୍ରବଣରେ ଶୁଣି ତା ନ ଜାଣେଭଲମନ୍ଦ ମନେ ନ ପ୍ରମାଣେକାନ୍ତ ଭାଷାବତ ଛନ୍ନ ମଣେ ॥୨୦॥
ଖର ଖର ଜର ଜର ହର ହରବରେ ସରଜଇ ଭକ୍ତନିଜ ଉରଜ ନି- ଜ କରେ ପଡ଼ଇନିରତ କବରୀ ମୁକ୍ତଭାବ ଉଚ୍ଛନ୍ନ ଘେନିଓଷ୍ଠ ଦନ୍ତ ପୀଡ଼େ ପୀନସ୍ତନୀଭୋଳେ ଭାଲେ ଖୋସେ ଡୋଳା ବେନିକଣ୍ଠ କୁଣ୍ଠିତ ପିକ ବଚନୀ ॥୨୧॥
ସଜନୀ କର ପ- ରବତୀ ସଜନୀକର ରସେ କ୍ଷଣେପ୍ରୀତି ଭାବ ନିରତନ ଜାଣିଲା ଦିନ ଗତା ଗତମୋହେ ହୋଏ ପ୍ରାଣ କଣ୍ଠାଗତ ॥୨୨॥
ତମାଳ ତମାଳ ତମ ତମ ମଣେନାଗର କାନ୍ତି ସମାନନିକଟ ଅଇଲା ପରା ମଣି ନିଜଛାଇ କରେ ଆଲିଙ୍ଗନଚିତ୍ତ କଜ୍ଜ୍ୱଳେ ଲିହିଭ୍ରମେ ବୋଲେ ନାଥ କର ତ୍ରାହିବିଳପଇ ଆହା ଗୁଣ ଗ୍ରାହୀଓଷ୍ଠ ଗୋଜ କରେ ଲୋଭ ବହି ॥୨୩॥
ଶମ୍ବୂକ ଭେକ ଡ଼ା- ହୁକ ଶୁକ ପିକବସନ୍ତ କୋକା ଶବଦଶୁଣି ଗୁଣ ମଣି ତୁର୍ଣେ କଣ୍ଣେ ପାଣିମୁଦି ଲଭୁ ଥାଇ ଖେଦରାତି ଅପୂର୍ବ ହେଲାମନ୍ଦ ଗନ୍ଧବହ ଦାହ କଲାଦୃଷ୍ଟିପଥେ ଫୁଲ ନ ଆଣିଲାଶୀତ ଉପଚାରେ ଦିନ ନେଲା ॥୨୪॥
ମନ୍ତ୍ର ଅଭେଟ ହେ- ଲେ ଘଟ ରହିବାଅତ୍ୟନ୍ତ ଦୁର୍ଘଟ ହେଲାନାନା ଋତୁ ଉଦ୍ଦୀ- ପନ ଲଭି ଗୁଣ୍ଠଜୀତ୍ତନରେ ଦିନ ନେଲାଦେଖି ଅତ୍ୟନ୍ତ ଦଶାସଖୀମାନେ ହେଲେ ନିଭରସାନ ଆସଇ ବୁଦ୍ଧି ମନ୍ତ୍ର ଭାଷା ॥୨୫॥
ଛାନ୍ଦ-୨୨
ଚିର ପରଶ ଶ୍ରୀଅଙ୍ଗ ସୁବାସନର ବାରରେ ପଦ୍ମନୀ ପ୍ରକାଶ ସେତାର ତାର ଦରରେଡର ମୋର ଏଥି - ପାଇଁ ସାରସରହିତା ଅଟଇ ୟେ ପରର ॥୩॥
ଜୀବ-ଜୀବ-ନେତ୍ରୀ ଏ ଋତୁ ଭାଷେଥିବ ଜୀବ ବୋଲି ପ୍ରତେ ନଆସେଭାବ ଭାବନା ସେ କରି ନିରତେନବ ନବବାଳୀ ମୋ ସଙ୍ଗେ ଚିନ୍ତେ ସେଶିବ ଶିବ ଭଜୁଥିବଯିବ ଜୀବ ଧନ ପୁର ଯାଏ ଜୀବଜୀବ ବନ୍ଧୁ ମୋ ବୋଲିବ ସେ ॥୪॥
ଦିନ ଦିନକର ଭାବକୁ ଗୁଣିଛିନ୍ନ ଛିନ୍ନ ମନେ କୁମର ଭଣିଘନଘନ ହୋଇ ଛାଡ଼ି ନିଃଶ୍ୱାସମନ ମନରେ ଲଭେ ତରାସ ସେଧନ ଧନ ପାଇଁ ମୁହଁ ଯେଭିନ୍ନ ଭିନ୍ନ ହୋଇ ଦୀନ ଜନ ପରିକୃଷକୁ ଭଜିଲା ଦେହ ସେ ॥୫॥
ଶୂର ଧର ଦିନେ ଭାଳୁ କୁଜଟି (?)ତାର ତାର ଦେଖୁଥିଲା ବିମ୍ବୋଷ୍ଠୀଗିରିବର କର ମୁଁ ଯେ ବୋଇଲିନୀର ଭରନି ଓଷ୍ଠେ ଜାଲି ସେତାର ତରଳ ନୟନରେତରତର ହୋଇ ଅନାଇଁ ଶ୍ରୀକରଉରଜେ ଢାଙ୍କେ ନବୀନାରେ ॥୬॥
ପୁଣି ଭଣିଲି ମୁଁ ଗିରି କମଳେପୁଣି ଶୁଣି ଘୋଡ଼ା ନାଇଁ ବିକଳେଶୁଣି ଏଣୀକ୍ଷଣୀ ଗ୍ରୀବା ମୋଡ଼ିଲାପୁଣି ଜାଣିଛି କେ ଲହା ବୋଲଇ ସେଟାଣିଆଣୁ ତାଙ୍କ ଶାଢ଼ୀରେଆଣିଠାଣି ଦେଖି ଟଳିଗଲେ ପୁଣିଭିଣିଲେ ମୁଁ କର ଯୋଡ଼ିରେ ॥୭॥
ଚରମ ରମଣୀ ଦେଲୁ କି ମୋତେଜୁରକର ପୂର୍ବ ସତ୍ୟ ନିହତେବାର ବାରଣ ଗତି ଏହା ଶୁଣିହାର ଯୁରକରି ଚାରୁ ସିଂହାଣୀରେତର ତର ଆଲିଙ୍ଗନ ସେଥର ଥର ହୋଇ ମୋତେ ଅଧୀର ସେକିଣା ନେଲା ବେଗେ ମନ ସେ ॥୮॥
ଏତେ ମୋତେ ମାତ୍ର ଦେଇଛି ପଥଚିତ୍ତ ଏତେ ସ୍ନେହ ବହଇ ସ୍ୱଚ୍ଛଯେତେ ଯେତେ ମୋତେ ଦେଲା ସେ ଭାବକେତେ ତାତେ ଇଚ୍ଛ ବାଣୀ ସ୍ୱଭାବ ସେମୋତେ ଚିତ୍ତେ ସେ ଗୁଣିବେ ରେଯେତେ ଭୀତେ ଭୀତି- ବାର ମୋତେ ନିତ୍ୟେଗଣିଲେ ସେ ନ ସରିବ ଯେ ॥୯॥
ବଡ଼ ଯାକୁ ଯେ ଡ଼ରଇ ମୋ ଧନକୋଡ଼ ଗଡ଼ଭିନ୍ନ ନୁହଇ ଆନଭିଡ଼ଇ ଡମ୍ବରୁ ମଧ୍ୟାକୁ ସ୍ନେହେତାଡ଼ବିତ ସୁଦ୍ଧା ନ ଦିଶେ ଦେହେ ସେବଡ଼ ବଡ଼ ଉଦରରୁ ରେଯାଡ଼ ଭିଡ଼ ବିନା ଆଉ ଛାଡ଼ିଲେ ସେନୁହଇ ଚାଶ (?) ରମ୍ଭୋରୁରେ ॥୧୦॥
ଘଡ଼ି ଘଡ଼ି ବସେ ଏ ଭାବ ଚେତିଛାଡ଼ି ନାଡ଼ି ତା’ର ଯିବ ତଡ଼ତିପଡ଼ି ପଡ଼ି ମହୀ ଶେଯେ ସଜନୀଝଡ଼ ତଡ଼ିତ ତା ତନୁ ଯିବଣି ସେଲୋଡ଼ା ଲୋଡ଼ା ମୋହ ସଙ୍ଗ ସେଯୋଡ଼ା ଯୋଡ଼ା ହୋଇ ଦମ୍ପତି ଦେଖିଲେସଢ଼ି ଝଡ଼ିବନି ଅଙ୍ଗ ସେ ॥୧୧॥
ନଟକୁଟ ବିହି ଏହା ବିହିଲାବଟ କଟହହାସୀର(?) ହରିଲାକଟ କଟ ମନ ମଦନ ତା’ରକଟ କଟ ନିଏ ମାର ଧନୁର ସେଝମ ଝମ ସୁଖ ଦେଖି ॥୧୨॥
ହାର ଉରଜକୁ ହେବଣି ଭାରଶର ଥିର ହୋଇ ନଥିବ ତା’ରତା’ର ମୁଦି କଟକ ପରିଘୋର ଦରରେ ହେବଣି ଏ ସରି ସେମୋର ପରସଙ୍ଗ ଗୁଣି ସେ ॥୧୩॥
ସୁସାର ସଖି ଯେ ମୋର ବିହୁନେରସା ଭୂଷାମଣି ହୃଦ ହୃଦରେରସାଳତା ଠେସି ଥାଇ ସ୍ନେହରେକସା ନିଶାରେ ନୟନ ସେଯୋଷାର ସାଧନି ନିକରେ ସରୋଷାପଶା ଖେଳେ ଦେଇ ମନ ଯେ ॥୧୪॥
ପୁର ପୁର ସେ ଦୁର୍ଲ୍ଲଭ ନ ଭାବେଯାର ପରିଚାର ହୋଇଲା ଯେବେକୀର ଗରଗତ କରି ସିହାଣୀଧୀରେ ଧୀରେ କରି ପଢାଇ ପୁଣି ସେତାର ଚରମ ଭାଗରେ ॥୧୫॥
ତର ତର ହୋଇ ଦେଲା ଅନାଇଁଜର ଜର ଲାଗେ ଆବେଶ ହୋଇଥର ଥର ମୁଖ କଂପନ କରିଧରଣୀ ରହିଲେ ଲୋକମୋ ଧୀର ହରି କେ ନେଲାସରସ ରମଣୀ ଚେତୁଥିବ କୀରଦରଶନେ ହୋଇ ଭୋଲୀରେ ॥୧୬॥
ତା ରତି ରସକୁ ଗୁଣି ଯା ପୁଣକାରଣ ରସିକେ ଲଭିବୁ ପୁଣହେ ରସ ରସ ମୋ ପରାଣ ହେରବର ବରନା ମୋତେ ଦୟାକର ସେନିରକ୍ଷ ରକ୍ଷକ ସୁତ ହେକର ପରିଚାର ତାତ ସିଦ୍ଧି ତୋରସାର ଯଶ ହେଉ ଖ୍ୟାତ ହେ ॥୧୭॥
ସୁରତି ବସୁ ସରିସରତି ସମାନ କରି ନ ପାରିତା ରତି ରସକୁ ପୁଣି ଯା ମୁହିଁବରତିଛି କିମ୍ଫା ଏ ଦୁଃଖ ସହି ଯେକରତି ପକାଅ ସାରପୀରତିରେ ମଲେ ଧରତୀ ନିତିକୀରତି ହୋଇବ ସାର ରେ ॥୧୮॥
ଅଶିତ କେଶିନୀ ଭଙ୍ଗମା ବାରଦିଶୁଛି ଆସୁଛି ନୟନେ ମୋରବସି ତ ଅଛିକି ମୋହର ପାଶେମିଶି ତ ଗଲାଣି ପର ମାନସେ ସେହସିତ କର ରଦନା ରେନିଶି ତ ମୋହର ଅସର ହୋଇଲାଏ ଶୀତ କରି ଭାବନା ରେ ॥୧୯॥
ମୋ କୋଳରେ ଦିନେଦେଇ ତ ଗଲି ମୁଁ ପ୍ରୀତି ଅଜ୍ଞାନେଦଇତ ସତ କି ବୋଲି ନବୀନାହୋଇ ତ ଗଲେ ମୋଠାରେ ବିମାନ ସେପାଇ ତ ଏ ଅଭିମାନ ରେବାଇ ତରୁଣାଙ୍ଗିୀ ହେବନି ଗାଇ ତଗୁଣ ସାରୁଥିବ ଦିନରେ ॥୨୦॥
ନକର ଯାଉନିଯା ହେଲେ ହୋଇବ ମୋହିନିକର ଝଲକା ଝରକା ଦେଖିଶଙ୍କର ପଲକ ରହିବ ଲାଖି ସେଯାକର ବକ୍ର ଚାହାଣୀ ସେଲୋକର ଭିତରେ ଅନାଇଁ କିଙ୍କରକେ ନୋହିବ ତାର ପୁଣି ସେ ॥୨୧॥
ଭ୍ରମର ବୁଝିଲା ପରାପଲକ ପତନ ଦିଶଇ ତୋରାବୋଇଲେ ଏ ଦଶା ଯେ ଲେଖାଇ ରେଯୋଷାମଣି ଆଣିଥିଲୁ ପୁଣି ରେକେତେ ବସି ଥିବା ଲେଖିଭାବିନୀ ଭାବି କି ଲେଖି ରଖି ଥିଲାଏତେ କଥା କୁଶ ପାଣି ॥୨୨॥
ଜୟ ଅନୁଭବୀ ଜନକ ନନ୍ଦିନୀଶତ୍ରୁକୁ ନ ହୁଏ ଦରବୀର ଜୟିତି ଅଭିମନ୍ୟୁ ସାମନ୍ତସିଂହାର ସୁଦୟା କରତବ ପଦ ପଲ୍ଲବୀ,ଭାବନାରେ ଯାଉ ମୋର ଜୀବଯାହା ଚିନ୍ତୁଛନ୍ତି ଭବ ସାଗର ଚରଣେ ନାବ ॥୨୩॥
ଛାନ୍ଦ-୨୩
ଏଥୁଅନ୍ତେ ଶୁଣ ରସହେମନ୍ତ ଋତୁ ପ୍ରବେଶ ॥୧॥
ନୂଆ ବିଧି ଅଧିକାରଅବଧି କଲା ପ୍ରଚାର ॥୨॥
ଜାନୁ ଭାନୁ ହୁତାଶନେଦିନକୁ ବଂଚିଲେ ଦିନେ ॥୪॥
ମନ୍ଦ ହେଲା ଗନ୍ଧବହଅଗ୍ନିକି ଲୋଡ଼ିଲା ଦେହ ॥୫॥
ଭୟ ମନେ ହଂସ ବେଗେଗତି କଲେ ଅଗ୍ନି ଦିଗେ ॥୬॥
ପରମାନନ୍ଦନ୍ଦା ଶଶୀଗୁଣ ମିତଠାରେ ଦିଶି ॥୭॥
ଚନ୍ଦ୍ର ମନପ୍ରୀତିକି ନେଲା ବନସ ॥୮॥
ନଦୀଜଳ ମନୋରମ୍ୟକୂପୋଦକ କଲା ସାମ୍ୟ ॥୯॥
ବ୍ୟାଜ ନ ଗବାକ୍ଷ ସ୍ନେହହସନ୍ତୀରେ କଲା ଗୃହ ॥୧୦॥
ପଦ୍ମିନୀ ସୁନାରୀ ମତଆନ ବିଟପୀ ॥୧୧॥
ଦିନକୁତ ଖିନ୍ନ କଲାତମକୁ ବଂଚାଇ ଦେଲା ॥୧୨॥
ନିଶାରେନ ମାନିଲାସ୍ୱଭାବରେ ବନ୍ଧାଇଲା ॥୧୪॥
ନିର୍ଭୟ ଲୋକ ଭୟରେକମ୍ପଲେ ଅତି କାତରେ ॥୧୫॥
ହରି ପ୍ରେମ ବିନା ଲୋକଅଙ୍ଗରେ ଦେଲା ପୁଲକ ॥୧୬॥
ବିପରୀତ ଏହି ମତେଶୀତ କଲାକେତେ କେତେ ॥୧୭॥
କେ ବୋଲଇ କାଲି ଜାଡ଼ଭାଙ୍ଗି ପକାଇଲା ହାଡ଼ ॥୧୮॥
ଦିନ ବିତିଆଡ଼କୁ ନ କଲେ ଛାଡ଼ି ॥୧୯॥
ଭିଡ଼ା ଭିଡ଼ିହାର କୁହିଁ କଲେ ତଡ଼ି ॥୨୦॥
ଦେଖି ଏଋତୁ ଅନୀତିନୃପ ଜେମା ଦୁଃଖ ଅତି ॥୨୧॥
କରଇ ବସି ବିଳାପରସିକ ଗୁଣ କଳାପ ॥୨୨॥
ଆହା ମୋ ଜୀବ ଜୀବନକାହିଁ ସାରୁଥିବେ ଦିନ ॥୨୩॥
ଶୟନେ ବିଳାପ ହୃଦହେଲେ ଲଭୁ ଥାଅ ଖେଦ ॥୨୪॥
ଚମ୍ପା ଗଉରୀର ଭାଷଆହା କି ରଙ୍ଗେ ଆଶ୍ୱାସ ॥୨୫॥
ଘୋଡ଼ାଅ ପିନ୍ଧା ବସନଆଉ କେ ବୋଲିବ ଧନ ॥୨୬॥
ଘୋଡ଼ାଇ ଦେଇ ପଣନ୍ତକାହାକୁ ଦେବି ସୁରତ ॥୨୭॥
ଏକେ ନୃପତି କୁମାରଆଜନମ ସୁକୁମାର ॥୨୮॥
ଏକାଳେ ଛାଡ଼ି ସଦନସହିଲେ କେତେ କଦନ ॥୨୯॥
ମୋହ ପରା ଅଭାଗିନୀକେ ଆଉ ଅଛି ମେଦିନୀ ॥୩୦॥
ଶୁଣି ପ୍ରାଣନାଥ ଗୁଣରହିଛି ନିର୍ଲ୍ଲଜ ପ୍ରାଣ ॥୩୧॥
ଓଷ୍ଠ ସୁଧାପାନ ଆସିକରାଇଲା ଲୋକ ଦାସୀ ॥୩୨॥
ତାହାକୁ ଜୀବନେ ମୂର୍ଚ୍ଛିମୁଁ କି ଲାଭ ପାଇଅଛି ॥୩୩॥
ଆହା ମୋ ଦୁଃଖ ପାସୋରାରଙ୍କୁଣୀ ରତନ ହୀରା ॥୩୪॥
ଆହେ ପୀରତି ଗ୍ରାହକଛାଡ଼ ନିକି କୀଣା ଲୋକ ॥୩୫॥
ଦାସୀକେ ବୋଲିବ ହୁଅ ବେଶ ॥୩୬॥
କେ ମୁଖ ଶୁଖିଲେ ମୋରବୋଲିବେ ଚାଟୁ ଉତ୍ତର ॥୩୭॥
ବାଧିଲା କି ମୋ ସୁରତେକେ ଆଉ ବୋଲିବେ ମୋତେ ॥୩୮॥
ଏକ ପାନ ଅଧେ ବାଂଟିକେ ଆଉ ମୋତେ ଦେବଟି ॥୩୯॥
ନେତ୍ରେ ନ ଥିଲେ ଅଞ୍ଜନକେ ଦେବ କରି ରଞ୍ଜନ ॥୪୦॥
ମୁଣ୍ଡେ ସିନ୍ଦୂର ବୋହିବପୋଛିବ କେ ଆଉ ଅବା ॥୪୧॥
ଫିଟିଲେ ପରା ଏଣିକିସାଜି ଦେବ କେ ବେଣିକି ॥୪୩॥
ଋତାନ୍ତେ ପାଲଟ ନାଟକେ କରି କରିବ ନଟ ॥୪୪॥
ଆହା ବୋଲିବାକୁ ସାହାତୁମ୍ଭ ବିନା ନାହିଁ ନାହା ॥୪୬॥
ଏମନ୍ତେ ନିରେଖ ଶିରୀଅରଜିବ କେଉଁ ଶିରୀ ॥୪୭॥
ଭୋଖୀ ଜନେ ଆଶା ଦେଇନିରାଶ କଲ କିମ୍ଫାଇ ॥୪୮॥
ଗଛରେ ଚଢ଼ାଇ ଦେଲମୂଳ ଛେଦି ପକାଇଲ ॥୪୯॥
ବସାଇଛାଡ଼ି ଗଲ କି ଦୋଷରେ ॥୫୦॥
ନାବ ନଦେ ଭସାଇଲେଦୁଇ କୁଳରେ ନ କର ॥୫୧॥
ଏବିଚାର କଲ ମନେକହି ନ ଢାଳ ବଚନେ ॥୫୨॥
ତଥ୍ୟ ଜାଣିଲେ ରମଣକିଂପା ରଖନ୍ତି ପ୍ରମାଣ ॥୫୩॥
ପଥ ଦିଶୁ ନାହିଁ ମୋତେଅମରୁ ଅଛି ଜୀବିତେ ॥୫୪॥
କରିବ ନାହିଁ ବିଦେଶଏବେ ତ କଲ ନିରାଶ ॥୫୬॥
ଆଜନମ ସୁକୁମାରୀଡାକି କଲେ ଏତେ ସରି ॥୫୮॥
ଦେଇଛ ଯେତିକ ଭାବମଲେ ସିନା ମନୁ ଯିବ ॥୫୯॥
ଆସ ନାଶ ନାଶ ରସରସ ଭାଷ ଭାଷ ହସ ॥୬୧॥
ହଂସ ଗତି ରତି ପ୍ରୀତିନିତି ପ୍ରୀତି ସତୀ ଗତି ॥୬୨॥
ବିଦଶିନ ଆନୟନେବନ୍ଧ ସଂଯୋଗ ॥୬୩॥
ଜଳି ଉଠିଲା ହସନ୍ତିକଳି ମୁଁ ଜଗତେ ମତି ॥୬୪॥
ପାଇଛି ନେତ୍ର ସୁଲଭବୋଲିବାଇକି ଦୁର୍ଲ୍ଲଭ ॥୬୫॥
ଜୀବ ଯେତେ ଦିନ ଥିବସେହିକି ମନରୁ ଯିବ ॥୬୬॥
ସେ ଦିନୁ ହେଲେ ସୁରତହାର ନୋହିଲା ମଧ୍ୟସ୍ଥ ॥୬୮॥
ଏଜାତ ଯେତେ ସେନେହକରାଉଛି ଅନ୍ତର୍ଦାହ ॥୬୯॥
ପଡ଼ିଲେ ସେ କଥା ମନେକି ହେବ ମନ ଉଚ୍ଛନ୍ନେ ॥୭୦॥
ହେର ତାଙ୍କ ଅପ୍ରମାଦପଡ଼ ମୋ ମୁଣ୍ଡେ ଆପଦ ॥୭୧॥
ଆନବଳାତିଥି ବେନି ପାସୋରି ॥୭୨॥
ତହିଁ ତହିଁ ମୋ ବଲ୍ଲଭଯେଣେ ଥିଲେ ତ ସୁଲଭ ॥୭୩॥
ପୁଚ୍ଛୁବା ଭଙ୍ଗିକି କହିଲୁଚି ଯାଇ କିନା ମହୀ ॥୭୪॥
ଅଛି କି ମହୀରେ ଆନପୁଚ୍ଛିବାକୁ ସେ ସମାନ ॥୭୫॥
ବାଛିବାକୁ ଗୁଣ ଗଣକିଛି କି ହେବ ପୁରାଣ ॥୭୬॥
ମୋପଦେ ଅଳପ ଚାହିଁବୋଲନ୍ତି ଏପରା ମୁହିଁ ॥୭୮॥
ସେ ହେଲେ ଏଡ଼େ ଦାରୁଣଜାଣିଲି ବିଧି କଷଣ ॥୭୯॥
ଅରଜି ଆଣିଛି ଯାହାଅବଶ୍ୟ ଭୁଞ୍ଜିବି ତାହା ॥୮୦॥
ତାହାଙ୍କ ଶ୍ରୀକର ଧରକି ହେବ କର୍ମ ଭଗାରି ॥୮୧॥
ଥିଲେ ପରା ରାମ ରାହୁବାହୁ ॥୮୨॥
ଦିନନାଥ କରି ନାଥପଦ୍ମିନୀ ହିମେ ଅନାଥ ॥୮୩॥
ଏମନ କରମ ପୋଡ଼ୁମୋ ଶିରେ କୁଳିଶ ପଡ଼ୁ ॥୮୪॥
ଏତେ କହି ନବ ବାଳୀମହୀରେ ପଡ଼ିଲା ଢଳି ॥୮୫॥
ସଖୀକୁଳ କରି କୋଳହୋଇଲେ ଅତି ଆକୁଳ ॥୮୬॥
ସିଂଚି ନୀର ଚନ୍ଦ୍ରାନନେବିଧି ॥୮୭॥
ରଚିଲେ ବିରହ ବେଶମୁଂଚିଲେ ଲାଜ ଅବଶ ॥୮୮॥
ପାଂଚିଲେ ଯିବ ଜୀବନବଂଚିଲେ ଦୁଃଖରେ ଦିନ ॥୮୯॥
ମୁଷ୍ଠ ସରୋଷ୍ଟକ ମତେଭାବଗ୍ରାହୀ ଭାବ ଚିନ୍ତେ ॥୯୦॥
ମୃତ୍ୟୁ ବିଭୁ ତା ବିଭବଭ୍ରମର କରି ପ୍ରଭାବ ॥୯୧॥
ବିଭୋ ପ୍ରଭୁ ବ୍ରହ୍ମରାମବିପୁ ଭାବି ବିଭ୍ରମ ॥୯୩॥
ବ୍ରହ୍ମପ୍ରେମ ମର୍ମ ଭାବେଭାବି ଭୂମେକ ପୂର୍ବେ ॥୯୪॥
ଷୋଳଦଳ ସାରସରଚିତ୍ତବଳ ମନୋହର ॥୯୫॥
ବରଙ୍କର ନରଙ୍କରଡର ହର ତାର ଘର ॥୯୬॥
ବାରଣ ବର ପରମାର ଶର ପରଚାର ॥୯୭॥
ଘୋର ତର ଦରକାରଧର ଧର ମୋର ବାର ॥୯୯॥
ଆଦି ଅନାଦି କରଣଗୁଣ ଗଦାବନ୍ଧେ ଶୁଣ ॥୧୦୦॥
ରାମ ଶ୍ୟାମ କାମ ସମସର୍ବଦା କ୍ଷମ ଯା ନାମ ॥୧୦୧॥
କାହିଁ ତହିଁ ସେହି ସହିସହି ମହୀ ବହି ରହି ॥୧୦୨॥