ଛାନ୍ଦ-୧୫ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିତମାଳକୁ କୋଳ ପୁଣି କଲା ସିହାଣୀ
ରଖିବାକୁ ପ୍ରୀତି ଆଣି ତାପରେ ଏକା ସେ ଜାଣି
ସ୍ନେହ ଧନେ ମତେ କିଣି ଅଛି ରମଣୀ
ତାକୁ ଲକ୍ଷ୍ୟ କି ଦେବା ପୁଣି
ପ୍ରୀତିଚନ୍ଦ୍ର ଘେନି ଏକା ସେ ଚନ୍ଦ୍ରମଣି ॥୮॥
ମୋ ଲଭିବା ଆଶାଫଳ ଯେତେ ଦେଲାଟି ବ୍ୟାକୁଳତା ସହି କଲାଟି ମୂଳ ପ୍ରୀତି କେବଳମେରୁପରେ ହୋଇ ଭୋଳ ଚିତ୍ତ ଲେଖଇ କଜ୍ଜ୍ୱଳଘେନି ସେ ନିବେଶି ଭୋଳ ମୁଂଚଇ ଜଳଦଶା ବଶ ଏତେ ପ୍ରବଳନିଜ ଛାଇ ଦେଖିଲେ ସେ କରଇ କୋଳ ॥୯॥
ହେବାର ବିରହ ଜ୍ୱର ବିମୁକ୍ତ କରି କୁନ୍ତଳପକାଇ ଉରଜ ପର ଦେଖେ ସୁନ୍ଦରଶ୍ୟାମଳା ସକୀର କର ଧରି ବିଂଚଇ ବାସରପନ୍ଧିଲା ସେ ମେଘାମ୍ବର ଘେନି ଆଦରଏ ସଂଯୋଗ ନୋହିଲା ତାରତନୁ ସଦା କରୁଥାଇ ନିହାର ॥୧୦॥
ଧୀର ଧୀର ମଧ୍ୟା ଗୋରୀ ମଧୁ ସ୍ନେହା ବୋଲି କରିମୋହ ପୁରତେ ବିସ୍ତାରି ଥିଲୁ ସଂଚାରିଆଜ ଯାକ ସେହିପରି ଥିଲା ତ ବନ୍ଧୁ ଆଚରିଏବେ କେଉଁ ହେତୁ କରି ଦେଲା ପାସୋରୀମା ରାଣ ବୋଇଲେ ସୁନ୍ଦରୀଚେତାଇ ବୁଲୁଛି ଯାଇଁ ବୋଲେ କି କରି ॥୧୧॥
କାନ ଧନଞ୍ଜୟ ଯାନ ଭାବକୁ ଦେଲା ତ ଧନକିପାଁ ନିଜ ପରିଜନ ଏ କି ଯତନପ୍ରଭୁ ପଣକୁ ଏ ମାନ ଭଗାରି ହସାଟି ଘେନଗଲେ ସମନ ଭବନ ମୋହ ଜୀବନରସିକେ ମୁଁ ହୋଇବି ଧନ୍ୟତା ଲାଗି ଜୀବନ ଗଲେ ଦିଶିବ ପୁଣ୍ୟ ॥୧୨॥
ରାମା ଛବି ଅରିତ (?) ମୋରଇ ତ ଅପ୍ରମିତନ ଦେଖିଲେ ରମାସୁତ ମୋହ କେହି ତବିରହେ ବିରହ ଚିତ୍ତ ମଜ୍ଜି ବୁଦ୍ଧି ହୋଏ ହତଧଇର୍ଯ୍ୟ ଧରି ନୋହେ ତ ଦୁଃଖୀ ହେଲି ତବିଚ୍ଛେଦ ବିଚ୍ଛେଦ ଦେହ ତରାମା ଲେଉଟିଲା ପୁର ହୁଏ ପ୍ରତୀତ ॥୧୩॥
ନବୀନା ମଦନ ରସେ ମଜ୍ଜିଲାରୁ ଜ୍ଞାନ ବଶେ‘ଆହାରେ’ ‘ଆହାରେ’ ଘୋଷେ ନିଶି ଦିବସେବିହରୁ ବିହରୁ ତୋଷ ଦୁଃଖ ଯେତେ ମୋ ମାନସେଆବିଳ ସେ ଅବିନାଶେ ବିନାଶ ଆସେପରହିତ ପରହିତ ସେମଜ୍ଜାଉ ମଜ୍ଜାଉ କ୍ଳେଶ କହ ତା ପାଶେ ॥୧୪॥
ହରିକର ଆମ୍ଭଧରୁ ଆଦ୍ୟବର୍ଣ୍ଣ ଛାଡ଼ିଭୀରୁଆଉ ବେଶେ ଦେଉ କରୁ ଦୁଃଖରଆଗକର ଆମ୍ଭଧରୁ ମୋହିନୀ ଅକୃପାରୁଆନ ଦେବା ଦତ୍ତକରୁ ଠାରେ ସୁଭୂରୁଆର ସ୍ଥିତି ହେବାରୁସୁନ୍ଦର ଏ ଭାବଟିକେ ମନେ ବିଚାରୁ ॥୧୫॥
କାମ ଶବ୍ଦକରୁ ବାପ ବହୁ ବଚନରେ ତାପବଢ଼ିଲା ମୋର ତା ମାପ ଏ କି ପ୍ରତାପମୁକତି ଲଭି ଦୂରାପ ତାହାଲେ ଏକେ ସ୍ୱରୂପମୋହର କରୁଛି ଲୋପ ପ୍ରକାଶ କୋପହର ହର ମୋହୀନି କୋପଦେଖି ଭଗ୍ନ କେ ମୋ ମାନସ ରସ କୂପ ॥୧୬॥
ବାର ସୁତ ସୁଖି ଆଶେ ସେ ମୁହିଁତ ସେହି ଆଶେକଞ୍ଜ ସୁତ କରିଛି ସେ କାହିଁକି ରୂପରବି ସୁତ ଯେଉଁ ଆଶେ ମନ ସୁତ ମୋତେ ଯଶେବିରାଟ ସୁତ ନ ଆସେ ଉଚ୍ଛନ୍ନ ବସେମାର ସୁତ ମାନ ସେସିନ୍ଦୁ ସୁତକୁ ଦେଖି ଚାତକ ବଂଚ ଯେ ଆପେ ॥୧୭॥
ତାହାର ବିଚ୍ଛେଦ କରି ସଗର ସୁତଙ୍କ ଶିରୀକରି ତନୁ ମୋହରୀ ପୀରତି ଆଦରିତାନ ହୀନ ସୁତ ପରି ତୁ ହୋଇ ପାରିଲେ ଗୋରୀମୋହ ଦୁଃଖ ଯିବ ସରି କରିଆଣି ଭେଟା ବେଗେ କିଶୋରୀସୁରତରଙ୍ଗିଣୀ ସିନା ଗତି ମୋହରି ॥୧୮॥
ଦୁର ଦେଖି ହାସ ଦନ୍ତ ଯେ କରଇ ଅବିଦିତବୋଲୁଥାଇ ପ୍ରାଣନାଥ ସ୍ନେହ ଏମନ୍ତଗଣେଶ ଚାତୁର୍ଥିରେତ ଶଶୀ ଲୋକରେ ଯେମନ୍ତମୋତେ କଲ ଏହି ମତ ଏ କି ଉଚିତକହିବୁ ତ ହେଲେ ତକଥା ଏତେ ସରିଯାଏ ଶୁଣି ଗଲୁ ତ ॥୧୯॥
ନ ଦେଖିଲେ ତାକୁ ଦଣ୍ଡେ ପ୍ରାଣ ନ ଧରଇ ପିଣ୍ଡେମାର ମାରଇ ପ୍ରଚଣ୍ଡେ କୁସୁମ କାଣ୍ଡେକର କମଳକୁ ଗଣ୍ଡେ ଗରୁ ବଶ ଯେବେ ମୁଣ୍ଡେସହି ନ ପାରଇ ଚାଣ୍ଡେ ‘ହା’ ବୋଲେ ତୁଣ୍ଡେଏବେ ସିନା ଦୋଷରେ ଦଣ୍ଡେମୁ ତାର ବୋଲି ବାଜୁଛି ନାଗରା ଦାଣ୍ଡେ ॥୨୦॥
ରାମା ଲେପ ପିନଲେହନ୍ତି ଆକ୍ଷି ଦେବି ଯେ ବିଦକ୍ଷମରାମା ଯେଉଁଠାରେ ଟି ସାନଯାଚଞ୍ଜ ବଚନ ସେହି ଘେନ ॥୨୧॥
କଣ୍ଠି ପାଳକ ବଦନ ରାମା ତିଳକରାମ ଅଇରି କି ଦେଇଛି ହେଜିକି ଘେନି ଗୁମାନ ତାର ମୋତେ ଘେନିଲା ବିକାରନୋହିଲେ ମୋତେ ଗୋଚର ତା ଭଙ୍ଗି ତେଜିଆସିଥିଲା ଆଜି ଏ ବନଲୋଡ଼ା ମୋତେ ନ କଲା ତ ନାରୀ ରତନ ॥୨୨॥
କଳ୍ପ ହେଲା ରାମ ସୁତ ତା ଭିନ୍ନେ ଯେତେ ଜଗତମଧରେ ସାର ନାହିଁ ତ ହୃଦ ତୋଷଣେସରିତ ପତି ଦୁହିତ ପତିର ସୁତ ମୋ ଚିତ୍ତପୁଷ୍କରିଣୀ ନାମ ଧରି ଲୋଡ଼େ ମାରଣେସେ ନାମର ବିପରିତକୁରାମାତୁଲେ ଜନ୍ମାଇ ତୁ ରଖ ଜୀବକୁ ॥୨୩॥
ନାମ ଯାର ଦୟାଶୀଳା ଏବେ ସେ ହୋଇଲା ଶିଳାମୋର ଦୁଃଖ ପ୍ରବଳାଇଲା ତ ଅବଳାମୋତେ ଭାବରେ କିଣିଲା ଜାଣ ସେ ମୋହର ଡ଼ୋଳାମଣ୍ଡନୀ ଯେ ମୁଖଶାଳା କାମକୁଶଳାହେଳା କଲେ ବୁଡ଼ିବ ଭେଳାମୋର ପ୍ରୀତି ଆଉ ନାହିଁ ଶୁଣ ରେ ବାଳା ॥୨୪॥
ଅହି ରିପୁ ଧ୍ୱଜ ମାତ ଜନକ କ୍ରୋଡ଼ ସଂଜାତମୋତେ ପ୍ରତେ ହୋଇଲା ତ ତା କିଣାଦାସକିତ ଅସ୍ତ ଅରି ପରି ଭୂଷଣ ହୋଇଲା ଭାରିକରି ନାମ ପରି ମଣୁଅଛଇ ବାସକହ ଯାଇଣ ତା ଛାମୁରେନୋହିଲେ ମରିବି ମୁହିଁ ବିଷାଶନରେ ॥୨୫॥
ଶୁଣି ରସିକ ବଚନ ଦୂତୀ ବୋଲଇ ଶୋଚନନ କର କର ମୁଂଚନ ଧର ଉଚ୍ଛନ୍ନତୁମ୍ଭ ଭାବେ ରାମା ମନ ନିରତେ ହୋଇ ମଜ୍ଜନକେବଳ ଶୁଣି କି ଭିନ୍ନ ତୁମ୍ଭ ବିଧାନଚିତ୍ତେ ନାହିଁରେ ଅନ୍ତରଯାଅ ତୁମ୍ଭେ ଜୀବ ପୁରତେ ବିକାର ॥୨୬॥
ବିଭୋ ରସିକ କେଶରୀ ଗୁଣଗ୍ରାହୀ ତାହା ପରିନାହିଁ ସଂସାରେ ଚତୁରୀ ପ୍ରୀତି ଆଦରିତୃଟି ଭିନ୍ନ ଯୁଗ ସରି ମନେ ଧିରତି ପାଶୋରିଭାବ ତପ ମାଳା କରି ଜପ ଆଦରିନୟନେ ସେ ଲୋତକ ଭରିଦିନ ନ ସରଇ ସହି ଲେଖା କରି ॥୨୭॥
ବୋଲଇ ପରାଣ ଧନ ନିରାଶ କଲେ ଜୀବନରଖିବ ନାହିଁ ନିଦାନ ଏମନ୍ତ ମନଚନ୍ଦ୍ର ହୋଇଲେ ତପନ ଶ୍ରାବଣ ହୋଇଲେ ଘନବୃଷ୍ଟି ବାସନ ଚନ୍ଦନ କଲେ ବର୍ଜନଅଭାଗ୍ୟକୁ ହେଲେ ଏସନମଧୁକର ମଧୁପର ନାହିଁ ତ ଆନ ॥୨୮॥
ତୁମ୍ଭେ ଏଥିରେ ଦାରୁଣ ପର କର କି କାରଣତୁମ୍ଭଙ୍କୁ ନୋହେ ଭୂଷଣ ମନ ସେ ଗୁଣତୁମ୍ଭେ ତ କଲ କି ପୁରେ ବିଜ୍ଞ ନିପୁଣକଲ ଭଲା ବିଚାର ପୁଣକାଳେ କାମିନୀ ତେଜନ୍ତି ଅନ୍ତ ପରାଣ ॥୨୯॥
କାଳଯାକ ପ୍ରୀତି କରି କୁସୁମ କାଳେ ପାସେରିରହିଲ କେମନ୍ତ କରି ଶରୀର ଧରିହୃଦରେ କରକୁ ମାରି ବୋଲି ଥିବାର ପାସୋରିଅଭିନ୍ନକୁ ଭିନ୍ନ କରି କଲ କିପରି॥ ୩୦॥
ୟେତେ ଦୁଃଖ ରାମାବର କହିବ ତା କହିବାରହେଲା ୟେତ ହୋଇବାର ଚିନ୍ତା ନ କରକହି ଚଳେ ଦୂତୀ ସତ୍ୱରନୃପ ସୁତ ଉତ୍ସାହ ଦ୍ୱିଗୁଣ ପ୍ରଖର ॥୩୧॥
ବୃନ୍ଦାରଣ୍ୟ ନଭ ଶଶୀ ଘେନି କୁମୁଦ ପ୍ରକାଶିଦୀନ ମହାତାପ ଶଂସି ଏହୁ ପ୍ରକାଶିଅତି ରସେ କୁଶ ସ୍ଥଳେକେଶରୀ ବିନାଶି ବାରେ ପ୍ରଶଂସିରଧ ଅମୃତଦାୟିସାମନ୍ତ ସିଂହାର ଜୀବ ଆସଇ ॥୩୨॥
ଛାନ୍ଦ-୧୬
(ସ୍ୱାଧୀନ ଭତ୍ତକା ଲକ୍ଷଣ)ସୁମତି ଗତି ପ୍ରୀ- ତିରେ ଅତିଶୟମତି କରି ପରକାଶରସାଳସା ଦଶାବଶେ ତ୍ରାଣଆଶା ବଶକୁ ବିରସି ॥୧॥
ସହି କି କହିଲେ ରହିଲେ କାହିଁରେନଇଲେ ଆଜ ତ କାନ୍ତକରୁଣା ଉଣା କି- ଣା ଜନେ କାହିଁକିଜଣା ନ ଗଲା ଉଦନ୍ତ ॥୨॥
ଏ ସମୟେ ଏକ ସଖୀ କହିଲା ରେଶୁଣ ରେ କୁଟିଳ କେଶୀକଟକେ ପ୍ରକଟ ହେଲା କି ତୋହରଲମ୍ପଟ ରସ ତ ଆସି ॥୩॥
ଜାଳେ କୁହା କୁହି ନନ୍ଦେଶ୍ୱର ସୁତବୃଷଧ୍ୱଜ ସୁତା ପ୍ରୀତିକି କି ସତେ ହେଲା ଜନ ମୁଖେ ଶୁଣିକମ୍ପିତ ହେଲା ମୋ ଛାତି ॥୪॥
ଯେ ହେଲା ସେ ହେଲା ଆଉ ଏହୁ ଏବେତହିଁ ତୁ ନ ବଳା ଆଶଶ୍ୟାମ ସୁନ୍ଦର ପ୍ରୀତି ହେବ ମୂଳଅପବାଦ ପରକାଶ ॥୫॥
ଶୁଣି ଏ ବାଣୀ ର- ମଣୀ ଗୁଣି ଗୁଣିକାନ୍ତ ଭାବମାନକି କହିଲୁ ସହି କହି ଚାନ୍ଦ ମୁହିଁନେତ୍ର କଲା ଥନଥନ ॥୬॥
ନିନ୍ଦନ୍ତୁ ପ୍ରିୟ ବା- ନ୍ଧବ ଗୁରୁଜନଗୁଞ୍ଜନ୍ତୁ ମୁଂଚନ୍ତୁ ଅବାକଳଙ୍କି ଦୁବାଦ ନିଶାଣି ଘୋଷଣାତିନିପୁରେ ଶୁଭେ କିବା ॥୭॥
ଦୂଷଣକୁ ମୁହିଁ ଭୂଷଣ କଲଣିକଷଣକୁ ନାହିଁ ଡ଼ରଯେ ହେଉ ସେ ହେଉ ଶ୍ୟାମ ବନ୍ଧୁ ପ୍ରୀତିଛାଡ଼ି କି ହୋଇବ ମୋର ॥୮॥
କାନ୍ତ ଅନ୍ତର ସ- ହିବାର ଦୁସ୍ତରବାରୁଦେ ଅନଳ ପ୍ରାୟେକଲେ ଅନ୍ତର୍ଦାହ କଲେ ନିର୍ବାପନପାଇଁ ନାହିଁ ତ ଉପାୟେ ॥୯॥
ତମ୍ବା ତାପତ କ- ରି ତାପ ବିହିଲେତାହିଁ ଦେହେ ସୁହାଯିବକାଳୀ କୁଣ୍ଡଳୀ ଦ- ଶନ ଦଂଶନକୁବଳାତ୍କାର ହେଲେ ହେବ ॥୧୦॥
ବିଛା ବିଛାଇ ଶ- ୟନ କରାଇବଗରଳ ଦିଆଇ ପେଇଚର୍ମ ଦଉଡ଼ି ବନ୍ଧନପଥର ହୃହେ ଲଗାଇ ॥୧୧॥
ମାୟେ ସ ରାଇ ପୂରାଇମନ ହେଲେ ଏହାଙ୍କରନ ବୋଲିବ ଆଉ ଦୀନେ ଶ୍ୟାମବନ୍ଧୁପ୍ରୀତି ଅନ୍ତର ହେବାର ॥୧୨॥
ଦୂଷିତ ହୋଇଲେ ଭୂଷିତ ପକାଅଭଲେ ଭଲେ ଇଚ୍ଛା ଯେବେପ୍ରଗତି ଧିରିତ କରଇ ବାରେ ତପାସୋର ନୋହିବ ଲବେ ॥୧୩॥
କିଙ୍କରୀ କରି ଚ- ରଣେ ରଖନ୍ତୁ ବାନ ରଖନ୍ତୁ ତାଙ୍କ ଇଚ୍ଛାତାଙ୍କ ସର୍ବ ଶୁଭେ ଥିଲେ ମୋର ଲାଭନିତି ଏହି କଥା ବାଞ୍ଛା ॥୧୪॥
ଯହିଁ ତହିଁ ସେ ର- ସିକ ବିଦଗ୍ଧଚିତ୍ତ ମନେ ହେଲେ ହେଉତାଙ୍କ ବାହାରେ ସା - ହା ନାହିଁ ମୋହରସଂସାର ଭିତରେ ଆଉ ॥୧୫॥
ଏହା କି କହ ଯା- ହାକୁ ଯାହା ଇଚ୍ଛାକରିବେ ତାହାକୁ ସେବିବୁଝାଇ ଶୁଝାଇ ମଣାଇ ଅଣାଇମୋ ଗୁଣ ନିଧିକି ଦେବି ॥୧୬॥
ପତି ବ୍ରତ ବିପ୍ର ଯୁବତୀ କୀରତିଧରତି ଭିତରେ ମୁହିଁରଖିବା ସୁକୃତ କୃତ ସତେ ଥିବଏ ଭାଗ୍ୟ ତ ଦିଶୁ ନାହିଁ ॥୧୭॥
ଯୁବତୀ କି ପତି କ୍ଷତିମଧ୍ୟେ ଗତିସ୍ମୃତିରେ ଭକତିଦ୍ରୋହୀ ହୋଇ ଦିନ ଗଲେ ସେ ସେବାରେହୋଇବ ପ୍ରାଣ ମୁକତି ॥୧୮॥
ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ, ହରି, ହର , ବ୍ରହ୍ମାବାମା ହୋଇ କଲେ ଭୋଗକ୍ଷେଣେ ତ ମନରୁ ପାଶୋର ନ ଯିବତାଙ୍କ କଲା ଅନୁରାଗ ॥୧୯॥
ମହୀନ୍ଦ୍ର ସୁତ ଘୋ- ଷିତ ଶତ ଶତଚିତ୍ତ କଲେ ତ ମିଳିବପ୍ରଭୁତ୍ୱ ଥିଲେ ଭୃ- ତ୍ୟ ପରା ମୋତେ ସେକରନ୍ତି ବିନୟ ଭାବ ॥୨୦॥
ମୁଁ କେଉଁ ସୁନ୍ଦରୀ କେତେ ମୋହପରିସଂସାରେ ପୂରି ଅଛନ୍ତିଯୋଗ୍ୟ କି ତାହାଙ୍କ ଭୋଗ୍ୟକୁ କି ଭାଗ୍ୟବଳେ ମତେ ରସିଛନ୍ତି ॥୨୧॥
ଛଇଳା ପଣରେ ଚାତୁରୀ କରିତନ ଆସଇ ଲେଶେ ମୋତେରତି ପୀରତି ନ ଜଣାଇ କେମନ୍ତେକରୁଣା କରନ୍ତ ଏତେ ॥୨୨॥
ବନ୍ଧୁ ଅଭିନ୍ନ ଜୀ- ବ ଧନ ବିନା ତଆନ ନ ଡ଼ାକନ୍ତି ଦିନେପଲ୍ୟଙ୍କେ ପଲକେ ହୃଦ ବିନା ମୋତେଶୁଆଇ ନାହାନ୍ତି ଭିନ୍ନେ ॥୨୩॥
ମୋ ମୁଖ ଶୁଖିବା ଦେଖି ସେ ମଜ୍ଜନ୍ତିମାନ କଲା ପରି ମଣିଆଲିଙ୍ଗନ ପୀଡ଼ା ହେବ ବୋଲି ମୋତେହାର ନ ରଖନ୍ତ ପୁଣି ॥୨୪॥
ବୋଲନ୍ତି ଅଶ୍ୱିନୀ କୁମାର ପରାୟେତୋ ମୋହ ଶରୀର ସିନାଏକ ଜୀବ ଦୁଇ ଦେହ ବିହି କଲାପ୍ରୀତି ହେବାକୁ ଘଟନା ॥୨୫॥
ଗୋଟିକ ଗୋଟିକ ପୀରତି ତାଙ୍କରକୋଟିକ ରତନ ସରିବନ୍ଧୁ ପ୍ରାପତକୁ ଭାଗ୍ୟଛାର କେତେବୋଲି ବିଲକ୍ଷଣ କରି ॥୨୬॥
ଗୁଣ କହିବାକୁ ବିହିତ ବିହିତନକଲା କୋଟି ଆନନଅୟୁତ କର୍ଣ୍ଣ ହେ- ବାକୁ ମନ ହୁଏଶୁଣିଲେ ତାଙ୍କ ବଚନ ॥୨୭॥
ଶ୍ରୀଅଙ୍ଗ ମାଧୁରୀ ଦେଖିବାକୁ ଆଖିଲକ୍ଷ କୋଟୀ କଲା ନାହିଁଦୁଇ କଲା ଯେବେ ପଲକ ଅଛନ୍ନକି ବିଚାରି କଲା ନାହିଁ ॥୨୮॥
ବନ୍ଧୁ ଇନ୍ଦୁ ମନେ ଉଦେ ହେଲାବେଳେଆନନ ସିନ୍ଧୁ ବଢ଼ଇଇନ୍ଦ୍ରିମାନେ ରୁଣ୍ଡ ହୋଇ ବିଚାରନ୍ତିଏକ ତନୁ ହେବା ପାଇଁ ॥୨୯॥
ଯାହା ସେ କାଳରେ ମନେ ହୁଏ ତାହାକହି ନୁହଇ ବଚନରସନା ସ୍ୱାଦ ନ ଚାଖିଲେ କି ହେବଦେଖି ତ ନାହିଁ ନୟନ ॥୩୦॥
ଆଖି ଦେଖିଲେ କି ସଖି ଚାଖି ନାହିଁତାଙ୍କରି ଲାବଣ୍ୟ ସୁଧାରସନା ଆଖି ଲାଖି ସେ ରସନାକଲା ନାହିଁ କିମ୍ଫା ବେଧା ॥୩୧॥
ସେହି ଭାବମାନ ଚେତେଇ ଚିତ୍ତକୁଚିତ୍ତ ତାହା ଭଜୁ ଅଛିତାଙ୍କ ଭବନରେ ପ୍ରାଣ ଗଲେ ଯିବକ୍ଷଣେ କି ପାରିବୁ ମୂର୍ଚ୍ଛି ॥୩୨॥
ତାଙ୍କରି ମୋହର ପୀରତି ପ୍ରଚାରନଥିବାର କାଳେ ସେହିଯେତେ ମୋତେ ସେ ଅ- ନୁସରି ଅଛନ୍ତିକେତେ ତା କହିବି ମୁହିଁ ॥୩୩॥
ଶୁଣିଲା ଦିନରୁ ମୋ ନାମ ଗାୟନକରି ସେ ବଂଚନ୍ତି ଦିନତନୁ ତନୁ ହେଲା ମନୁ ତ କିଶୋରନୋହିବାରେ ହେଲେ ଦୀନ ॥୩୪॥
ମୋ ଗତି ପଥରେ ଲେଖି ଦେଇ ଥାନ୍ତିକୁଙ୍କୁମ ଚନ୍ଦନ ଘେନିଶ୍ୟାମ ସୁନ୍ଦର ତୋ ଚରଣେ ଶରଣତାରଣ କର କାମିନୀ ॥୩୫॥
ମୋ ଚରଣ ଚିହ୍ନ ରେଣୁକୁ ଭୂଷଣକରନ୍ତି ଶିର ହୃଦରେଗଳେ ଲମ୍ବାଇଲେ ମୋ ମୂରତି ସିନାଫୁଟାଇ ପଦକ ପରେ ॥୩୬॥
କ୍ରୀଡ଼ା ବନୁ ଝଡ଼ା ପଡ଼ା ଛଡ଼ା ଫୁଲଲୋଡ଼ାଇ ଆଣନ୍ତି ସେ ତଜୁଡ଼ାରେ ଛଡ଼ାଇ ବଡ଼ାଇ କରନ୍ତିୟେତିକେ ଏଡ଼ିକି କାନ୍ତ ॥୩୭॥
ମୋର ସ୍ନାନ କଲା ଜଳ ଘାଟେ ସ୍ନାନକରନ୍ତି ସା ସ୍ନେହ ହୋଇମୋର ଅଙ୍ଗକୁ କୁ- ଙ୍କୁମ ଭାବି ଅଙ୍ଗେଲାଗିବ ଏତକ ପାଇଁ ॥୩୮॥
ଯେଉଁ ରଜକୀ ଠା- ରେ ଦାସୀ ଦିଅନ୍ତିମୋର ପିନ୍ଧା ବସନକୁତାଙ୍କ ବାସ ତାକୁ ଦେଇଣ କହନ୍ତିଏକ ସଙ୍ଗେ କରିବାକୁ ॥୩୯॥
ଆମ୍ଭ ର- ତି ହୋଇଲେମୋ ଫୁଲ ଗୁନ୍ଥିବା ଲାଗିଦେଖିବାକୁ ନାରୀ ବେଶି ବସିଥାନ୍ତିପଥକୁ ଜଗି ॥୪୦॥
ଯାହାକୁ କହିଲା ପରାୟେ କହନ୍ତିଆଶା ତ ନୋହିବ ନାଶଶଶୀ କାଳେ ଶଶା ମିଳିଲା ପରାୟେଅବଶ୍ୟ ହେବ ପ୍ରକାଶ ॥୪୧॥
ଆହା ବୋଲି ହୃଦ ପଥେ ସେ ମାରନ୍ତିଭୋଳା ହୋଇ ଡ଼ୋଳା ଖୋସୀଶିଳା ହେଲେ ତ ଦ୍ର- ବି ଯିବ ଅବଳାହୃଦ ମାତ୍ରକ ବୟସୀ ॥୪୨॥
ଆମ୍ଭ ପୁଷ୍ପବନ ଏବନ କଥାରେଲେଖିଥାନ୍ତି ପଦ କେତେପ୍ରବୀଣ ବୀଣା ଭା- ଷିରେ କିଣା ହେଲିଗଣ ତୋ ଗଣ ସଙ୍ଗତେ ॥୪୩॥
ମୋର କାନ୍ତ ସରି ହରିତ ଅମ୍ବରହେବାରୁ ପିନ୍ଧନ୍ତି ରସିଚ୍ୟୁତ ପକ୍ୱ ପତ୍ର ହୃଦରେ ଲେଦନ୍ତଏ ବିଚାରେ ମଦାଳସୀ ॥୪୪॥
ଶୁଣ ତା ଦେଖିଲି ଦେଖିତା ଭୁଲିଲିଭୁଲି ତା ପୀରତୀ କଲିପୀରତି ବିଚ୍ଛେଦ ଲବେ ସହି ନୋହେଝୁରି ଝୁରି ଆସି ମଲି ॥୪୫॥
କାଶୀ ବାସୀ ମନା- ସିବି ମୁଁ ପୁରୁଷହୋଇବି ସେ ହେବେ ନାରୀମନ ବୁଝା ବୁଝି ପ୍ରୀତି ଶୁଝା ଶୁଝିତେବେ ଅବା କରିପାରି ॥୪୬॥
ବୟସୀ ଭାଷିଲା ସୁକେଶୀ! ଯଦ୍ୟପିପୁରୁଷ ହୋଇବ ନାରୀଆମ୍ଭ ମନ କି ସେ ଜାଣିବେ ତୁ କିଂପାଏମନ୍ତ କହୁ ଚତୁରୀ ॥୪୭॥
ଏମନ୍ତ ପ୍ରସଙ୍ଗ ବିଚାର କାଳରେଦୂତିକା ପ୍ରବେଶ ହେଲାନୃପ ନନ୍ଦନ ବି- ମନ ମନ ଘେନାକରି ଅନେକ ହସିଲେ ॥୪୮॥
ଆରେ ସୁଶୀଳା ପ୍ରେ- ମ-କଳା କୁଶଳାଅବଳା ଦାସ ବତ୍ସଳାପତି ମତି ରତି ପତି ଅତିଶୟଆରତି ତୋ ଥାଉଁ କଲା ॥୪୯॥
ହରିତାଳେ ତବ ଚିତ୍ର ଲେଖି ଦେଖିଦିନ ସାରୁଛନ୍ତି ବସିକହି ଅଛନ୍ତି କ- ହିବୁ ମୋ ବନ୍ଧୁଙ୍କୁମୁଁ ଦୋଷୀ ତୁ କୃପା ରାଶି ॥୫୦॥
କରୁଣା ଜଣା ଅ- ରୁଣାଧରି ! କରେବିଷ ଖାଇ ନାଶ ହେବିହେଳା କଲେ ବାଳା ଗଳା କାଟି ଦେବକାମ କି ଆଉ ବଂଚିବି ॥୫୧॥
ଦଶ ଦଶାର ମା- ନସୀଶୁଣି ଭାଷାଦେବା ଅନାୟତ ହେଲାହା ହା ପ୍ରାଣ ମୋହ ଛାର ପାଇଁ ଦୁଃଖୀହେଲେ ବୋଲି ଦ୍ରବିଗଲା ॥୫୨॥
ରମଣୀ ମଣ ହୃ- ଦ-ମଣି ମିତଣୀବିଚିତ୍ର ସୁବେଶ କଲେଆଚ୍ଛନ୍ନ ସଂକେତ ସ୍ଥାନ ନେଇ ପତିଯୁବତୀକି ଭେଟାଇଲେ ॥୫୩॥
ଆନନ୍ଦ ମଗ୍ନ ହୋ- ଇ ସେ ବେନି ଜନନିଧୂବନ ଆରମ୍ଭିଲେକୁସୁମ ଶଯ୍ୟା ସ- ଜାଡ଼ ରତି ଅନ୍ତେଆଳସ୍ୟରେ ପହୁଡ଼ିଲେ ॥୫୪॥
ଘନି ସୁଜନେ ଏ ଛାନ୍ଦ ପ୍ରୀତି ରୀତିଯେତେ ରୂପେ ପରଚାରଅମୂଲ୍ୟ ରସ ର- ତ୍ନମାଳା ହୋଇଛିରସିକେ ଲମ୍ବାଅ ଉର ॥୫୫॥
ବୃନ୍ଦାବନେଶ୍ୱରୀ ବୃଷ ଭାନୁ ଜେମାସ୍ୱଧୀନ ଭତ୍ତକା ରୀତିଭାବି ଅଭିମନ୍ୟୁ ସାମନ୍ତ ସଂହାରସର୍ବଦା ଆନନ୍ଦ ମତି ॥୫୬॥