ଛାନ୍ଦ- ୧୪ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିକିଏ ନାରୀ ରଥ ଆଶ୍ରା କରି ସାର୍ଥ କରୁଅଛନ୍ତି ଯେ ପଥକୁ ।
ନବନାଗରୀ,
କୁସୁମକାଳ ପରିଶୋଭା
କଳକଣ୍ଠି ନିଃସ୍ୱନ ଯେଣୁ ହେଉଛି କରାଉଛି ମନ ଲୋଭା ଯେ ॥୯॥
ନାନ ରସେ ରସି ଗର୍ଭ କଥା କହି ପ୍ରବେଶ ହୋଇଲେ ଆରାମେନାନା ବକ୍ର ଉକ୍ତି ମାନ ପ୍ରକାଶନ୍ତି ବୟଷି ବୟଷ ଭରମେ ।ନବନାଗରୀ,ପୁଷ୍ପେକ ନାମ ଧରି ଉଚ୍ଚେଚମକି ଉଠନ୍ତେ ସଜନୀ ଛଳିଲା ଏ କି ଜରିତ ଗୋ ସଙ୍ଗାତେ ॥୧୦॥
ହୁଁ କାର ସ୍ୱନକୁ ତହିଁରେ ଶୁଣିଣ ଭ୍ରମ ଆନ ପଦେ ସେ କଲାମାର ମାର ବୋଲି ପଶୁକୁ ଘୋଷିବା ଏଣେ କି ପ୍ରବେଶ ହୋଇଲା ।ନବନାଗରୀ,ଶୁଣିଣ କୋକିଳ ଭାରତୀକାମ ଦୂତ ବାଣି ନ ଶୁଣିବାପାଇଁ କର୍ଣ୍ଣ ମୁଦିଲା ସେ ଝଟତି ॥୧୧॥
ସୁମନା ହୋଇକି ମଲୁ ମଲୁ ଭାଷ ପରଭୃତ ବାଦ୍ୟେ କମ୍ପାଇସେ ବୋଇଲେ ହେମ ଗୋରୀ ପ୍ରେମୁ ନାରୀ ଦେଖି ଯା ଦେହ ଚମକାଇ ।ନବନାଗରୀ,ସେ ଭଳି ରୀତିକି ଛଳିଲେବନକାନ୍ତ ଦେଖି ଶରଧା ବଳିଲେ ତୁ କାନ୍ତ କର ବୋଇଲେ ॥୧୨॥
କେ ବୋଲେ ଏମନ୍ଦ ଅନିଳ ତ ଚୂତ କରାଉଛି ପତ୍ରଆବଳିଅମ୍ବରେ ଆଚ୍ଛନ୍ନ ତାହାକୁ କର ଅହିତ ବହୁଛି ସିନା ଆଳି ।ନବନାଗରୀ,କେ ବନୁ ବକୁଳ ତୋଳନ୍ତେବୋଇଲେ ଏ ପଦ ବଡ଼ ରସିଛି ତ ଗୁମାନ କରିଥାଅ ନିତ୍ୟେ ॥୧୩॥
ପୟଃ ପେଟିକା ଶ୍ରୀକରରେ ଦେଖାଇଣ ଜେମାକୁ କେ ତହିଁ ବୋଇଲାତୋହର ହୃଦୟ ଏପରିଟି ବୋଲି ତଳକୁ ଆନନ ସେ କଲାନବନାଗରୀ,ବୋଲେ ଯା’ କହିଲୁ ସଙ୍ଗାତଭାଳି ରସେ ତୋର ହୃଦ ପୂରି ନାହିଁ ଏଣୁ ତୁ ବୋଇଲୁ ଏମନ୍ତ ॥୧୪॥
ଶେଫାଳିକା ପାଶେ ଗମନ୍ତେ କେ ତହିଁ ଛଳିଲା ଆରେ ପ୍ରାଣଧନଅରୁଣ ଅଧର ଘୋଡ଼ାଇ ଯିବୁଟି ତହିଁ ଦେଲୁ ଯେବେ ଲୋଭନ ।ନବନାଗରୀ,ବୋଲେ ତୋ ପାଖରେ କେତକୀହେମ ଅଙ୍ଗକୁ ସେ ହରି ନିଅଇଟି ସର୍ବାଙ୍ଗ ଘୋଡ଼ାଅ ଝଟକି ॥୧୫॥
କେ ବୋଲେ ସୁନାରୀ ବିଟପୀ ଏଥି ଯେ ବହୁତ ରୁଣ୍ଡ ହୋଇଅଛିକାନ୍ତ କେ ଏହାର ପ୍ରେତେ ତ ନୋହୁଛି ଛବି କାନ୍ତ ତ ବଇରି ।ନବନାଗରୀ,କେ ବୋଲେ ତୁ ହୋଇବୁ କି କାନ୍ତସେ ଯେ ହେଲେ ନ ରସିବ ବୋଲିଣ କି ଯୁଥିକୁ ଦେଖାଇ ତ୍ୱରିତ ॥୧୬॥
କେ ବୋଲେ କମଳ କରୁଣା କରତ ଥିବାରେ ପ୍ରତେ ବିଷ୍ଣୁ ଦାସମୁନି କଦମ୍ବରେ ରଚିତ ହେବାରୁ ନ ଭାସି ସାରଙ୍ଗୀ ସଦୃଶ ।ନବନାଗରୀ,ମନ୍ଦାର ଥିବାରୁ ମଣୁଛିକିଏ ଗ୍ରହବାସ ଦୌତ୍ୟପୁର ଭ୍ରମ ଭାର୍ଗବ ଦେଖିଣ ହେଉଛି ॥୧୭॥
ଏକ୍ଷ୍ମଣ ଆରାମ ରାମ ବିରାଜିତ ଚନ୍ଦନ କୁମୁଦଡ଼ାଳିମ୍ବ ବସନ୍ତ ପବନ ଯେ କୁନ୍ଦ ଚନ୍ଦନ ସାରସ କାମୁଦ ।ନବନାଗରୀ,ହନୁ ଅଙ୍ଗଦ ଏକଠାଇଁଦେଖି କେ ସୁଗ୍ରୀବ ଢାଳି ଦେଲେ ଏ ତ ରାମ ସୈନ୍ୟ ପ୍ରାୟ ଦିଶଇ ॥୧୮॥
ହଳି ପ୍ରିୟ ଆଶେ ଅର୍ଜ୍ଜୁନକୁ ଦେଖ ପୁଲକ ସୁମନେ ବିହାରୀଦ୍ରୋଣ ଉଦର ସୁତକୁ ଆକ୍ରୋଶିଣ ନକୁଳକୁ ଦେଖି କରିଛି ।ନବନାଗରୀ,ଭୀମ ଭାବି ରଘୁ ହୋଇଛିଦ୍ରୋଣକୁ ଦେଖି ଭୀଷ୍ମ ଲଭିଣ ଆବିଳ ଶୟଳୁ ଭାବୁଛି ॥୧୯॥
ଭାରତ ପରାୟେ ପୟତେ ହୋୟେ ମୋତେ ଏ ରୀତି ମାନ ଦେଖି ଧନକେ ବୋଲେ ବେନି ଦଣ୍ଡଧର ନାହାନ୍ତି ଦିଶୁ ନାହିଁ କିଛି ଶୋଭନ ।ନବନାଗରୀ,କେ ବୋଲେ ଲୋଡ଼ା ଦଣ୍ଡ ଧରେଏ ବୟସେ କିମ୍ପା କରୁଛ ସୁନ୍ଦରୀ କି ଦୁଃଖ ହେଲା କି ମନରେ ॥୨୦॥
ସେ ପୁଣି ବୋଇଲା ଦଣ୍ଡଧରପୁର ଯିବାର ହେବ ତ ଅବଶ୍ୟକେ ଦଣ୍ଡଧରଯ ବୋଲେ ମୋହ ପୁରକୁ ଗମନ କର ହୋଇ ତୋଷ ।ନବନାଗରୀ,କେ ବୋଲେ ଏ କି ଗୋ ଚରିତବାଞ୍ଚାକଲା ମାତ୍ରେ କାମ ପୂର୍ଣ୍ଣ ହେଲା ଆଉ କି ମନେ ଅବା ଚିନ୍ତ ॥୨୧॥
କେ ବୋଲେ ଏହା ନଗ୍ର ପାୟେ ପରତେ ସୁନାରୀ ରମଣୀ ଥିବାରୁକେବୋଲେ ବାନ୍ଧବୀ ଏଥି ପୁଣ ନାହିଁ କେ ବୋଲେ ପତି ଲୋଡ଼ା କରୁ ।ନବନାଗରୀ,ରସିକ ଯେ ତନୁ ହେବ ରେନାନା କାମ ଚିତ୍ତ ସେ ଯେ ଅଳଙ୍କାର ଦିଣ୍ଡି ପ୍ରଭା ପ୍ରକାଶିବ ଯେ ॥୨୨॥
କେ ବୋଲେ ରେ ଭୀରୁ ଦେଖ ଶତ ଉରୁ ବିଶ୍ୱାସ ଏ ପୁଣି ନୋହେ ସେସେ ବୋଲେ ଆରେ ପଦ୍ମଲତା ହୋଇ ତୁ କରି ବରଣ ଭରଷୁ ହେ ।ନବନାଗରୀ,ନାଗେଶ୍ୱର ତୋଳୁ କେଶରେକି ଛଳିଲା ନାଗେଶ୍ୱରକୁ ରସୁଛୁ ଏ କେଉଁ ସୁବୁଦ୍ଧି ପଣରେ ॥୨୩॥
ଏପରି ସେ ହାସ ରସ କଉତୁକ ପରିହାସ କଲେ ବିଶେଷଫଗୁ ଖେଳିବାକୁ ଶାଢ଼ୀ ଶେଷ ମଧ୍ୟେ ଭିଡ଼ିଲା ନୃପସୁତା ତୋଷ ।ନବନାଗରୀ,ଏରୀତିମାନ ଦେଖିକାରୀସେହି ସଂଯାତରେ ତ୍ୱରା ହୋଇ ବଶ ହେଲେ ସକଳ ସହଚରୀ ॥୨୪॥
ମୁଠାଏ ଫଗୁ ଘେନି କେ କାହା ମୁଖେ ମାରନ୍ତେ ଏମନ୍ତ ପ୍ରତୀତକୋକନାଦ ମଧ୍ୟୁ ପରାଗ ବୃଷ୍ଟିକି ଶୋଭଇ ଏମନ୍ତ ।ନବନାଗରୀ,ଶ୍ରୀମୁଖେ ଅବିର ପଡ଼ନ୍ତେଶଶୀ ସିନ୍ଦୂରେ ସ୍ନାନ କଲାପରି ଏସନକୁ ଅଇଲା ସଂପ୍ରତେ ॥୨୫॥
କାହା କୁଚରେ ଫଗୁ ପଡ଼ି ବିଚିତ୍ର ଶୋଭାରେ ମୋହଇ ନୟନହିମାଳୟ ବାସ ହେତୁରୁ ଇଶାନ ଘୋଡ଼ାଇ ହେଲେ କି ଅରୁଣ ।ହିମ ଶିଖରୀ,କିବା ଗିଳୁଛି ରଙ୍ଗଘନକାମ କଉତୁକୀ ବୀଣାତୁମ୍ବି କି କି ରଙ୍ଗକସେ କଲେ ଶୋଭନ ॥୨୬॥
ପିଚିକା କେ କାହା ମୁଖକୁ ମାରନ୍ତେ ଗ୍ରୀବା ମୋଡ଼ିଲା ବକ୍ରକରିବାତ ଯୋଗରେ ପଙ୍କଜ କି ଓଲଟି ରହିଛି ଏମନ୍ତ ଚାତୁରୀ ।ପତି ମୁଖରେ,ଗୋଲାପ ପାଣି ବିନ୍ଦୁ ବିନ୍ଦୁତମ ଦନ୍ତ ଘାତେ ରକତ ହୋଇ କି ଦିଶୁ ଅଛି ଇନ୍ଦୁ ॥୨୭॥
ମଧ୍ୟରେ ପିଚିକା ରଙ୍ଗ ଜଳପରି ଖସିବାରୁ ଦିଶେ ଏସନବିଧୁନ୍ତୁଦ ବିଧୁ ରଥାଙ୍ଗ ପାତେ କି ରକତ କରୁଛି ବମନ ।ପ୍ରତେ ହୁଅଇ,କିବା ଏମନ୍ତ ପାର ସେହିକେଏ ନୀଳାଦ୍ରିରୁ ଅନୁରାଗ ନଦୀ ଚରମେ ଆସୁଛି କି ବହି ॥୨୮॥
ମୁଠାରୁ ଫଗୁ ଶୂନ୍ୟେ ବ୍ୟାପନ୍ତେ ମନକୁ ଏମନ୍ତ ଅଇଲାଅତନୁ ସୁତନୁ ଶ୍ରାନ୍ତ ଦେଖି ମୁଦା ଫାଟିଛି କି ତ ଫଟାଇଲା ।ପୁଣି ବ୍ୟଗ୍ର ସେ,ବ୍ୟାପି କରନ୍ତେ ସେହୁ ରତିବିପାଙ୍ଗି ଯା ରଙ୍ଗ ପାଟ ପିନ୍ଧିଥାଉ ଅଛି କି ଘେନୁ ଅଛି ମତି ॥୨୯॥
ଏରୂପେ କ୍ରୀଡ଼ା କରୁ କରୁ ସୁମୁଖୀ ସଖି ଜଣାଇଲେ ଛାମଚରେଦିବା ଉଛୁର ହେଲାଣି କ୍ରୀଡ଼ା ରହୁ ଶ୍ରମ ଘାରିବଣି ଅଙ୍ଗରେ ।ଶୁଣି ଏବାଣୀ,ନୃପଜା ଛାଡ଼ି ସେ ବିଧାନସେ ବେଶ ଉଲୁଗୀ ହୋଇ ତରୁତଳ ପିଠି ବସିଲାକ ବହନ ॥୩୦॥
ଏମନ୍ତେ ଯେତେ ରୀତି ନୀତି ବିଧାନ ତାହା କହିବା ଆର ଛନ୍ଦେବହୁତ ନିୟମ ଲକ୍ଷଣେ ନିପୁଣ କୋବିଦ ଘେନି ହେ ଆନନ୍ଦେ ।ନନ୍ଦ ନନ୍ଦନ,ଯୁଗଳ ପାଦ ପଦ୍ମ ଚିନ୍ତିଦୀନ ଅଭିମନ୍ୟୁ ସାମନ୍ତ ସିହାର ରଚି ଭାଳି ମତି ॥୩୧॥
ଛାନ୍ଦ-୧୪
[ରାଗ- ସଙ୍ଗମତିଆରି ବାଣୀରେ]ଧୀରେ ଧୀରେ କର୍ଣ୍ଣଦେଇ ଶୁଣ ଏମନ୍ତ,ସଜନୀମାନେ ଜଣାନ୍ତି ଜେମା ପୁରତ ॥୧॥
ମାଜଣା ରୀତି ଆଜି ଯେ ଉଛୁର ହେଲା,କି କି ଆଜ୍ଞା ଏଥକୁ ହେଉଅଛି ମହିଳା ॥୨॥
ଶୁଣି ଶୁଣି ମଣି ଅଙ୍ଗୀକାର ଆଣିଲା,ଜାଣି ଜାଣି କେଉଁ ଆଳି ଅଙ୍ଗେ ଲେପିଲା ॥୩॥
ଲଳିତ ଲୋଚନା କର ଧରି ଶ୍ରୀକରେ,ସ୍ନାନକୁ ଗମିଲେ ଜେମା ମଣି ସଧୀରେ ॥୪॥
କୁଳବତୀ ପ୍ରାୟେ କୂଳ ଉଜ୍ଜ୍ୱଳ କରି,କାମ ରସରେ ମିଳିଲେ ସର୍ବ ସୁନ୍ଦରୀ ॥୫॥
କାମ କହିବା ଶରଦ ପରି ନିର୍ମଳ,ଯେମନ୍ତେ ଉତ୍ତମ ସାଧୁ ହୃଦେ ପ୍ରାଞ୍ଜଳ ॥୬॥
ବିଧୁର ବିଧୁର କରୁଛି ଶୀତଳ ଗୁଣେ,ଅମୃତ ଅମୃତ ନିନ୍ଦେ ମଧୁର ପଣେ ॥୭॥
ବାମ ଲୋଚନା ଅପାଙ୍ଗ ସମ ତରଙ୍ଗ,କଳାବନ୍ତ କଳାବନ୍ତ ଯୋଡ଼ିକି ସରି,ଗଭୀରରେ ସମ ଧୀର ହୃଦୟପରି ॥୯॥
ପୂରି ଘନସାରସାଳ(?) ସିନା ସଦୃଶ,ତୋଷ କରୁନାହିଁ ଅବା କାହା ମାନସ ॥୧୦॥
ସ୍ୱଚ୍ଛ ସ୍ଫଟିକ ସୋପାନ ମାନ ସୁନ୍ଦର,ବଳ ପ୍ରଭ ବିମ୍ବିବାରେ ଭ୍ରମନ୍ତି ନର ॥୧୧॥
ସ୍ୱାଧୀନ ଭତ୍ତକା ମୁଖ ପ୍ରସନ୍ନବତ,ନଳିନ ସମୂହ ପ୍ରଫୁଲିତରେ ଶୋଭିତ ॥୧୨॥
କହ୍ନାଇ ଆଦି ବଳାଇ ବାଳା ଶୋଭନ,କାମ ଉଦ୍ଦୀପନ ହୁଏ ପଡ଼ି ନୟନ ॥୧୩॥
ମତ୍ସରଙ୍କା ତହିଁ କରନ୍ତି ନାଟ ॥୧୪॥
ଘନରସ ଦାୟୀ ନେତ୍ର ଠାରିଲାପରି,କ୍ରୀଡ଼ା କରନ୍ତି ଛଟକି ତହିଁ ଶଫାରୀ ॥୧୫॥
ମୀନ ଅନୁସାରି ବକ ଯୋଗୀ ପରାୟେ,କାୟେ ଅଳ୍ପକରି କରିଛନ୍ତି କି ଲୟେ ॥୧୬॥
କାନ୍ତା ଉଚ୍ଚ କୁଚପରି ରଥାଙ୍ଗ ଯୁଗ,ଶଇବାଳ ବାଳ ସଙ୍ଗେ କିଏ ସଂଯୋଗ ॥୧୭॥
ଦୀପଦଣ୍ଡି ମନୋହର ସୁଧା ଚତୁର,ଏକ ଏକ ହୋଇଛନ୍ତି ସେ; ମୋଦକର ॥୧୮॥
ତଟରେ କୁସୁମ ବନ ମନ ମୋହଇ,ଗନ୍ଧ ଘେନି ଗନ୍ଧବହ ମନ୍ଦେ ବହଇ ॥୧୯॥
କେକ କେକି କୋକ କକ୍ନଂ କାକକେ କକ୍ନଂ,ଧ୍ୱନିରେ ବଢ଼ାଉଛନ୍ତି କାମ ଉତ୍ସୁକ ॥୨୦॥
ଶୁକ ପିକ ଶାରୀ ଏ ଡାହୁକ କପୋତ,ନାନା ବର୍ଣ୍ଣେ ପକ୍ଷୀ କରୁଛନ୍ତି ହୁଁ କୃତ ॥୨୧॥
ଆଦ୍ୟ ଯମକ ଭ୍ରମରେ ଭ୍ରମନ୍ତି ନୀରେ,ପଦ୍ମିନୀରେ ପଦ୍ମିନୀରେ ଦେଖ ଦୃଷ୍ଟିରେ ॥୨୨॥
ମାନସରେ ମାନସରେ ହେବ ଏ ନାହିଁ,ପଦ୍ମକରେ ପଦ୍ମକରେ କି ଚିତ୍ତ ସହି ॥୨୩॥
କୁମୁଦ କୁମୁଦ ହସିକରେ ରସରେ,ରସରେ ରସି ସହି କହିଲେ ସଧୀରେ ॥୨୪॥
ପରିହାସମାନ କରି ଜଳେ ପଶିଲେ,ଜଳଶାୟୀ କୁଚଶମ୍ଭୁ ମାନଙ୍କୁ କଲେ ॥୨୫॥
ବାସ ଛଳେ କେ ବୋଇଲେ କାହୁଁ ପାଇଲେ,ଉରଗ ନ ଧର ବଳେ ଭସାଇ ଦେଲେ ॥୨୬॥
ଆକୁଣ୍ଠବଳେ କାହାକୁ କେ ଦେଖି ଭାଷେ,ତୁମ୍ବି ବୁଡ଼ିଲା ବିଷମ କି ପ୍ରତି ଆଶେ ॥୨୭॥
ବୁଡ଼ି କେ କାହାଚରଣ ଯାଇ ଧରିଲେ,ଏକି ବୋଲି ଚମକି ସେ ରଡ଼ ହୋଇଲେ ॥୨୮॥
କେ ବୋଲଇ ନକ୍ର କି ସେ ଗଜଗମନା,କେହୁ ସେ ଚିହ୍ନିଲୁଚିକି ତାକୁ ନବୀନା ॥୨୯॥
କେ ବୋଇଲା ସୁଦରଶନକୁ ଡ଼ରିଲା,ଏହି ଘେନି ସଜନୀ ସେ ଚିହତନା ନ ଦେଲା ॥୩୦॥
ବର ବାଳ ଫିଟାନ୍ତେ ଚାତକ ଧାଇଁଲେ,ଚଂଚଳା ବରସିବାର ଦେଖି ଭାବିଲେ ॥୩୧॥
ଉଭାନ ପ୍ଳାବନେ ଅତି ହରଷ ମତି,ଉରଜେ ଦିଅନ୍ତେ ପଦ୍ମ କରି ଆବୃତି ॥୩୨॥
ବୁଡ଼ନ୍ତି ଉଠନ୍ତି ଜଳ ଫିଙ୍ଗନ୍ତି କରେ,ତୁଣ୍ଡେ ଫୁ ଫୁ କରି ସେ ସିଚନ୍ତି ସୁଧୀରେ ॥୩୩॥
ବୁଡ଼ି ଗୋଡ଼ାଗୋଡ଼ି ଧରାଧରି ରଙ୍ଗରେ,ପକ୍ଷିଏ ଚଂଚଳ ତହିଁ ହେଲେ ଭୟରେ ॥୩୪॥
କେ ବୋଲେ ଚତୁର ଚାତୁରୀ ଦେଖୀ,ପଳାଉଛନ୍ତିଟି ହଂସେ ଦେଖରେ ସଖି ॥୩୫॥
କମଳେ ବୁଡ଼ନ୍ତି କମଳାକ୍ଷି ଚଂଚଳ,ନୋହିବାରୁ ତୋର ଚାରୁ ମୁଖକୁ ତଳୁ ॥୩୬॥
କେ ବୋଇଲା ଦେଖ ସଖି ଏକି ଅଦ୍ଭୁତ,କୁଠିଳ କୁନ୍ତଳି ଚାହିଁ ଭିନ୍ନ ଲୋକିତ ॥୩୭॥
କେ ବୋଇଲା ତେଜରେ ଭୁବନ କ୍ରୀଡ଼ାକୁ,କେ ବୋଇଲା ହେବରେ ଭୁବନ କ୍ରୀଡ଼ାକୁ ॥୩୮॥
କାନ୍ତ ଏକାନ୍ତରେ ହୋଇଥିବେ ତ ଗତ,ନ ପାଇ ତବ ଦର୍ଶନ ହେବେ ଦୁଃଖିତ ॥୩୯॥
ହର ପରାଶରୁ ତାପ ହେବ ତାହାର,ହର ପରାଶରୁ ତାପ ହେବ ତାହାର ॥୪୦॥
କହି ଏହି ରୂପେ ସହି ପ୍ରୀତି ବଚନ,କରାଇଲେ ବାଳାଚିତ୍ତେ ସ୍ନେହ ବର୍ଦ୍ଧନ ॥୪୧॥
ଜଳ କ୍ରୀଡ଼ା ସାରି କୂଳେ ହୋଇଲେ ଉଭା,ଶ୍ରୀଅଙ୍ଗେ ଓଦା ବସନ ଏସନ ଶୋଭା ॥୪୨॥
ତାରା ପତି ସୁଖୀ ତନୁ ତାର କେତକୀ,ଉର୍ଣ୍ଣନାଭୀ ସତାବେଢ଼ି ଶୋଭା ଦିଶେକି ॥୪୬॥
କିତୋରା ଦିଶନ୍ତି ତହିଁ କୁଚ ଯୁଗଳ,କାଇ ବସାରେ କି ଅଛି ପକ୍ୱ ରସାଳ ॥୪୭॥
ଜଳାଧାର ବହିବାର ସୁନ୍ଦର ଦିଶେ,ପୟୋଧାର ନାମ ସାର୍ଥ କରୁଛି କିସେ ॥୪୮॥
ଝୀନବାସେ ଜେମା ତନୁ ଖରେ ପୋଛିଲେ,ନୀଳାଚୋଳ ଭଙ୍ଗୀ କୁଂଚ ଶ୍ରୀକରେ ଦେଲେ ॥୪୯॥
ପିନ୍ଧଳା ଚତୁରୀ ବାହୁ ସିନ୍ଧିକି ରୁନ୍ଧି,ସୁନ୍ଦର କେଳିରେ ନୀବୀ ଯତନେ ବାନ୍ଧି ॥୫୦॥
ବାସ ଆଲିଙ୍ଗନେ ଅବା ଅତ୍ୟନ୍ତ ଶୋଭା,ଶଙ୍କିତ ବିବେକ ହେବ ମୀନର ପ୍ରଭା ॥୫୧॥
ବାଳା ମୁଖୁଁ ବିଜୁଳିକା ଦେଉଛି ଦେଖା,ନୀଳ ଇନ୍ଦ୍ରମଣିରେ କି କୁନ୍ଦନ ରେଖା ॥୫୨॥
ସଙ୍ଗୀତ ପ୍ରବୀଣା ବୀଣା ଜିଣା ବଚନି,ଇଙ୍ଗିତ ପ୍ରସଙ୍ଗେ ଗତି କଲେ କାମିନୀ ॥୫୩॥
ମନ୍ତ୍ରୀଜା ବୋଇଲେ ନୃପ ଜେମାଙ୍କୁ ଚାହିଁ,ମୁଁ ଯାହା ପଚାରୁଅଛି କହନି ସହି ॥୫୪॥
ଏକାକ୍ଷରେ ଚନ୍ଦ୍ରନାମ ଖ୍ୟାତ ଜଗତେ,ମାସକେ ଦ୍ୱିତୀୟ ବର୍ଣ୍ଣେ ବିଚାର ଚିତ୍ତେ ॥୫୫॥
ସ୍ୱାଦୁ ପ୍ରସୂବ- ତୃତୀୟ ମଣିଲେ ହେବ,ଚତୁର୍ଥ ବର୍ଣ୍ଣ ମିଶିଲେ ହୋଇବ ଜୀବ ॥୫୬॥
ପ୍ରଥମ ଦ୍ୱିତୀୟ ବର୍ଣ୍ଣ ଦେବ –ଆସନ,ପ୍ରାନ୍ତ ବେନି ଲୋକ କର୍ମ କରେ ସନ୍ଧାନ ॥୫୭॥
ତୃତୀୟ ପ୍ରଥମ ପଥ କାରକ କର୍ମ,ଦ୍ୱିତୀୟ ରହିତ କାମ ଯାନ ଉତ୍ତମ ॥୫୮॥
ଦ୍ୱିତୀୟ ଚତୁର୍ଥ ଦୀର୍ଘ ସରିଣ ନାମ,ଆଦ୍ୟ ପ୍ରାନ୍ତ ପରାକୁଟି ବାଞ୍ଚିତ କାମ ॥୫୯॥
ବେଗ ପ୍ରାନ୍ତାଦ୍ୟ ଯାଇରେ ପ୍ରସ୍ତୁତ ତୁଲେ,ଗୁଣି ଗୁଣି ଗୁଣମଣି ତୁରିତେ ବୋଲେ ॥୬୦॥
ତୃତୀୟ ବାହାରେ ଇଚ୍ଛା କରୁକି ମତି,ତିନି ଚାରି ଏକ ଥିଲେ ହେବପ୍ରାପତ ॥୬୧॥
ୟେହାଶୁଣି ବହୁତ ଯେ ପ୍ରଶଂସା କଲେ,ରୁଷି କୁହାଗିରୁ ହରି ବିଶେଷ ବୋଲେ ॥୬୨॥
ରୁଷି ମଦନ କଲାଜାଲ ବୋଲେ ହସି ,ମୁଁ ଯାହାତ ପଚାରୁଛି କହ ସୁକେଶି ॥୬୩॥
ଶ୍ରୀକୃଷ୍ଣ ନାମ ସଂସାରେ କେମନ୍ତେ ଅଟେ,ପଥ ଦୀର୍ଘ ହେଲେ କିସ ଭାଷା ପ୍ରକଟେ ॥୬୪॥
ବିରହେ ରାମା କେମନ୍ତ ମଣନ୍ତି ହାର,ବିଭାଦିନ କି ନାମକୁ କହନ୍ତି ନର ॥୬୫॥
ଅନୁକମ୍ପା ଯେହୁ କ୍ଳେଶ କି ନାମ ତାର,କୋକରେ କି ବୋଲନ୍ତି ଅହିତଟି ନର ॥୬୬॥
ବୀରଙ୍କର ଟେକ ଅଟେ କେଉଁ ବାଜଣା,ପଦ୍ମିନୀକି କରେ ମିତ କାହିଁ ପୁଂରୁଣା ॥୬୭॥
ରାମା ବୋଲେ ସାଧୁଭାବ ଚିର (?) ତୁ କର,ଶୁଣି ପ୍ରଶଂସିଲେ ସର୍ବ ସଖୀ ନିଜର ॥୬୮॥
ନୃପଜା ବୋଲଇ ରତ୍ନ ରେଖାକୁ ଚାହିଁ,ମୁଁ ଯାହା କହୁଛି ତାହା ଆଣରେ ସହି ॥୬୯॥
ବ୍ରାହ୍ମକାମ ଶିବାପତି ନାମକୁ ଘେନ,ତିନିତିନି ବର୍ଣ୍ଣ ହୋଇଥିବ ରଞ୍ଜନ ॥୭୦॥
ଆଦ୍ୟନ୍ତ ଲୋଭ ମଧ୍ୟକୁ ଆଣିତ ଯାଇଁ,ତହିଁ ଚାନ୍ଦି ରସାଇ ଆଳି ଭାଷଇ ॥୭୧॥
କହି ଏହି ରୂପେ ନାନାବିଧ ବଚନ,ପ୍ରବେଶ ହୋଇଲେ ଯାଇଁ ନିଜ ସଦନ ॥୭୨॥
କେଳି ରସ ଦେଖି ରସେ ରସିଲେ ମତି,ମଦନ ଉତ୍କଣ୍ଠା ରାମା ହେଲେ ଝଟତି ॥୭୩॥
ଦୂତିକି ଅଣାଇଁ ନିଜ ଦୁଃଖ କହିଲେ,କି ଘେନି ଏକାଳେ ମୋର କାନ୍ତ ନଇଲେ ॥୭୪॥
ପ୍ରାଣନାଥ ଆସିବାର ଉପାୟ କର,ନୋହିଲେ ନିଶ୍ଚୟ ଜୀବ ଗଲାଟି ମୋର ॥୭୫॥
ଭେଟାଇବି କହି ଦୂତୀ କହି ବଚନ,ଗହନେ ଭେଟିଲେ ଯାଇ ନୃପ ନନ୍ଦନ ॥୭୬॥
ଗୁରୁତାପରେ ଦୂତୀ ଗମନ୍ତେ ସେ ପଥେ,ବୀର ସ୍ନେହ ଭାଷାକୁ କହଇ ଯଥାର୍ଥେ ॥୭୭॥
ଏମନ୍ତ ଚରିତ ଆର ଛନ୍ଦେ କହିବା,ରସିକ କର୍ଣ୍ଣ ପଥକୁ ଅଶନ ଦେବା ॥୭୮॥
ପୁଣ୍ୟ ଜନ ପାଳନ ନରକ ନାଶକ,ନରକ ପାଳନ ପୁଣ୍ୟ ଜନ ନାଶକ ॥୭୯॥
ମକର (?) ପ୍ରଭୁ ମାଧବ ସୁଗତି ଦାନୀ,ଅଶେଷ ଭୂତେ ବିହାର ତ୍ରିଗୁଣ ଘେନି ॥୮୦॥
ଆଦ୍ୟ ଅନ୍ତ ମଧ୍ୟ ସ୍ଥଳ ସୂକ୍ଷ୍ମ ବିଭୂତି,ବିଷୟ ମନ୍ତ୍ରତ ଯନ୍ତ୍ରକାର ଅଟନ୍ତି ॥୮୧॥
ସମ ଅସମ ନାହିଁ ଯା ଅଇରି ମିତ୍ର,ନାହିଁ ଯୋଗ୍ୟାଯୋଗ୍ୟ ଯାର ଦେଶ କାଳତ ॥୮୨॥
ନିର୍ଗୁଣ ସଗୁଣ ଭୁବି ଆଶ୍ରୟ ପାୟେ,ସାମନ୍ତସିଂହାର ଭାବେ ଶ୍ରୀକୃଷ୍ଣ ପାୟେ ॥୮୩॥