ଛାନ୍ଦ-୨୭ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିକରି ଆଶ୍ରି ବଳି ଡ଼ାଳ ହେ ॥୭॥
ଅର୍ଜ୍ଜୁନ ଯଶ ବିସ୍ତାରି କୁସୁମ କାଣ୍ଡକୁଧରିତର୍ଜ୍ଜ୍ନନା କି କରୁଛି କାମିନୀକର ଜଳ ଯନ୍ତ୍ରପୁର ଦକ୍ଷିଣ ଦିଗ ଦୁଆରଚାନ୍ଦିନୀରେ ରହି ରାତି ମାନୀ ହେସାଧନାରେରାତ୍ରେ କର ତରଣୀ ବିନୋଦଚନ୍ଦନ ଚର୍ଚ୍ଚିତ ରଙ୍ଗେ ସଙ୍ଗିତ ରଙ୍ଗିତ ରଙ୍ଗେଆଲିଙ୍ଗନେ ବଢ଼ାଅ ପ୍ରମୋଦ ହେ ॥୮॥
ମିଥୁନ କରି ଭାବନା ମୀନ କଚ୍ଛ ପାଦି ଶୀର୍ଣ୍ଣାବହୁରସ ଇଚ୍ଛ କାମୀପରାଖଣ୍ଡିତା ନାରୀ ଚଂଚଳ କରେ ଯେସନପଥିକ ଗତି ତେସନ ତ୍ୱରା ହେସାଧୁନାରେପ୍ରଗଲ୍ଭା ପରା ଶିରିଷ ଫୁଟେସୁଷୁପ୍ତି ରତିକି ଚେତି କାନ୍ତର୍ଥିନୀ ଯଥା ରୀତିତଥା ଶେଫାଳିକା ମହୀ ଲୋଟା ହେ ॥୯॥
ଦେଖି ଉତ୍କଟ ପ୍ରକାଶରେ ଯୁବରାଟବାଳୀ ଭାବ ଭାବି ନିରନ୍ତରେବୋଲଇ ସେ ମେଷ ବୃଷ ଘାତ ସନ୍ତାପ ଅଶେଷମିଥୁନ ବିନା କେ ସମ୍ୟକରେ ହେସାଧୁନାରେକେହି ବତ୍ତଥିବ ମୋହ ବିନାପୃଥୁଳ ସ୍ତନେ ତାହାର ହାରମଣି ଥିବ ଭାରମୋତି ହେବଣି ତାପରେ ଚୂନା ହେ ॥୧୦॥
ଆରେ କଉଶଳ ବାଳା ତୁ ମୋହର ଗଳାମାଳାଅମଳା ପିତୁଳାନିଧିରତିକାଳ ସିନ୍ଧୁ ଭେଳା ମୃଦୁଳାଙ୍ଗୀ ପ୍ରେମଶାଳାକାମଜ୍ୱାଳା ଜଳ ମଉଷଧି ହେରସନିଧିବେନି ଯୋଗ ଛଡ଼ାଇଲା ବିହିନେତ୍ରଯୁଗ ହିଁ ନ ଗଲା କିମ୍ପାଇ ଦେହ ରହିଲାଯୋଗ ଭୁଂଜିବଇଁ ମୁହିଁଗୋ ॥୧୧॥
କର୍ପୂର ଚନ୍ଦନ ବୋଳି କାହା ଉପରେ ଦେବି ଗୋଳିଛଳ ଭାଷା ବୋଲିବି କାହାକୁକାହା ସଙ୍ଗେ ନବବାଳୀ କରିବଇଁ ଜଳକେଳିଜଳିକଇଁ ଭାବି ଏ ଭାବକୁ ରେରସନିଧିବିଂଚିଦେବି କେ ପିନ୍ଧାବସନେପୋଛି ଶୀଘ୍ର ଶ୍ରମ ସ୍ୱେଦ ମାନସେ ହୋଇ ପ୍ରମୋଦଚୁମ୍ବ ଦେବି କାହା ଚନ୍ଦ୍ରାନନେ ରେ ॥୧୨॥
ଶୀତଳ କମଳ ପାଣି ସ୍ନେହାନୁରାଗରେ ଆଣିହୃଦୟରେ ଲିହିବି କାହାରଚନ୍ଦନ ଅଙ୍ଗିତ ସ୍ତନ ମୋ ଅଙ୍ଗରେ ଘନ ଘନଠେସି କେ କରିବ ତାହା ଦୂର ରେଗୁଣନିଧିଫୁଲ ଗୁନ୍ଥି ଦେବଇଁ କାହାକୁଭାଷା ଭଙ୍ଗି ବାଣୀ କହି ତତ୍ପରା ଦେବାର ଚାହିଁନ ଦେଖାଇ ଆନ ତ ଲକ୍ଷ୍ୟକୁ ରେ ॥୧୩॥
ରଙ୍ଗ ସାରସ ଚରଣ କରି ମୁଁ ଅଙ୍ଗୀକରଣନବୀ ମୋକ୍ଷ ପଦ ପାଇଥିଲିକରି କୃଶ କେଶାବେଶ ଖାଇ ଓଷ୍ଠ ସୁଧାରସକେତୁ ପରା କଲବଲ ହେଲିରେଗୁଣନିଧିଜିହ୍ୱା ସ୍ୱାଦ ଲୋଭ ବଢ଼ାଇଲାଏତେଦୂର ଧାତା କଲା ପୋଡ଼ି ପ୍ରବାସ ନ ଗଲାମୁଣ୍ଡେ ମାରି ବଜ୍ର ନ ପଡ଼ିଲା ରେ ॥୧୪॥
ବହୁ ଚମ୍ପା ମାଳାତୁଳ ସୁହାସ ହସ ମଙ୍ଗଳଅଧର ପ୍ରବାଳ ତନୁ ହେମଗଜ ଗତି ବଳାରଥି ପାହାଡ଼ୁ ତହିଁ ସାରଥିୀଜାନୁ ସିଂହାସନ ସମରେଗୁଣଧାନିନେତ୍ର ତରଙ୍ଗ ତୁରଙ୍ଗନାସିକା ଶର ଭାରତୀ ଭୁରୁ ରୂପ ପରାକୃତିଦୃଷ୍ଟି କାଣ୍ଡ କଳା ଗୁଣ ପରା ରେ ॥୧୬॥
କମ୍ବୁ କଣ୍ଠ ଦନ୍ତ ହୀରା କର୍ଣ୍ଣ ସୁରା ପରାକିଙ୍କିଣୀ ସୁବାଦ୍ୟ ନାଦ କରେ ।ଗୁଣଧାନିସ୍ୱର୍ଣ୍ଣ ଡେଉଁରିଆସହଜ କୁସୁମ ଯୁକ୍ତ ନେତ୍ରବଳୀ ମୀନବତଭ୍ରମରିକା ଚିତ୍ର ମଞ୍ଜୁଳରେ ॥୧୭॥
‘ଉହୁଁ’ ‘ଇଶି’ ଦୀନବାଣୀ ସହସ୍ରଧାରୀ ସୁପାଣୀସ୍ୱେଦ ବିନ୍ଦୁ ଝଳି ଗଳୁଥାଇଅଙ୍ଗ ଦେଶକୁ ଆଶ୍ୱାସି ଅଭିଷେକ ପରା ଦିଶିଆନନ୍ଦାର୍ଣ୍ଣବରେ ଭାସୁଥାଇ ରେରସନିଧିଏଡ଼େ ସିଦ୍ଧି ତୋ ସଙ୍ଗତେ ମୋରବ୍ରହ୍ମା ଇନ୍ଦ୍ର ।
ଛାନ୍ଦ -୨୮
କୁଟିଳ ଅଭି ଆକାରେଲୁଚିଲା କେଶ ସଙ୍ଗେ ମସ୍ତକରେ ॥୨॥
ଅଙ୍ଗ ଦେଶେ ରାଜା ହେବ ମଦନକାହାକୁ କି ଅବା ଦେବ କଦନ ॥୩॥
ଏ ଭୟେ ଛାଡ଼ିଲେ ଅବା ସଦନକାମକୁ ଦେଲେ ମରମ ଭେଦନ ॥୪॥
ସୁଜନେ ଶୁଣ ମୋ ବଚନସେହି ଶିରୀ ତ ଏମନ୍ତ ମୋହନ ॥୫॥
କନ୍ୟା କାଳ ଯହୁଁ ହୋଇଲାମଦନ ରାଜା ବାରତା ପାଇଲା ॥୬॥
ଭୟ କରିବାକୁ ହେଳେ ଧାଇଁଲାହୃଦକୁ ମାଇଲା ॥୭॥
ସେହି ଘାତ ଚିହ୍ନ ବ୍ୟକ୍ତ ହୋଇଲାଉନ୍ନତ କ୍ରମେ କ୍ରମେ ବଢ଼ାଇଲା ॥୮॥
ଭଙ୍ଗତମା ସାଜି ଦେଇ ଅଙ୍ଗରେସ୍ନେହ ବଢ଼ାଇଲା ପର ସଙ୍ଗରେ ॥୯॥
ଲୁଗାକୁ ଆଦର ସଖୀ ସଙ୍ଗରେଘେନାଘେନି ବଢ଼ାଇଲା ରଙ୍ଗରେ ॥୧୦॥
ଦୀପ୍ତିକି ଥୋଇ ଗଲା ସେ ଅଙ୍ଗରେଯେ ଯହିଁକି ଯୋଗ୍ୟ ଭାଗରେ ॥୧୧॥
କନ୍ୟାଯୁବା ସନ୍ଧି ଯହୁ ନକଲାରସ କଥାକୁ ଶରଧା ବଳିଲା ॥୧୨॥
ବୟସୀମାନଙ୍କ ପ୍ରୀତି ପାଳିଲାସଙ୍ଗୀତ ଇଙ୍ଗିତ ଭାଷ ଛଳିଲା ॥୧୩॥
ଲଉକିକ ସଦା ହୃଦେ କଳିଲାତନୁ ଯତନରେ ଲୋଭ ବଳିଲା ॥୧୪॥
ନାସା ଫୁଲାଇ ଭାଷା ପ୍ରକାଶିଲାଇଙ୍ଗିତ କର୍ଣ୍ଣ ଡେରି ଶୁଣିଲା ॥୧୫॥
ନ ହସିଲା ପରି ବୋଇ ହସିଲାରସ କଥାମାନଙ୍କୁ ପ୍ରକାଶିଲା ॥୧୬॥
ଭଙ୍ଗିମା ଭାଷା ରଙ୍ଗେ ସେ ଭାସିଲାଦିନୁ ଦିନ ଶୋଭା ରାଶି ଦିଶିଲା ॥୧୭॥
କିଶୋର ବୟ ନୃପତି ହୋଇଲାକରାଇ ମହୀ ସଙ୍ଗେତେ ଅଇଲା ॥୧୮॥
ଉର ସ୍ଥାନରେ ସ୍ୱସ୍ଥାନ ପାଇଲାକନକ ତମ୍ବୁ ତହିଁ ଡ଼େରାଇଲା ॥୧୯॥
ବଦନ ଦ୍ୱାରକୁ ଯେ ମଣ୍ଡାଇଲାଚୂତ ପଲ୍ଲବ ଓଷ୍ଠେ ବନ୍ଦାଇଲା ॥୨୦॥
ଅଙ୍ଗ ଦେଖି କ୍ଷଣୀ କଲା ପାଳକକରାଇଲା ଆନନ୍ଦରେ ପୁଲକ ॥୨୧॥
ହେଲା ଶ୍ରୀମୁଖ ଝଲକକରଜମାନ ରୁଚିର ଅଭ୍ରିକ ॥୨୨॥
ଘୂର୍ଣ୍ଣିତ ସର୍ବ ରାକ୍ଷୀ ପୁଲକଲେଖିଲା ଭାଳେ ସିନ୍ଦୂର ତିଳକ ॥୨୩॥
ହରିଦ୍ରା ଘେନି ଶ୍ରୀଅଙ୍ଗେ ମାଜିଲାକୁସୁମ ସଙ୍ଗରେ ଗଭା ସାଜିଲା ॥୨୪॥
ନୟନ ଯୁଗେ କଜ୍ଜ୍ୱଳ ରଞ୍ଜିଲାବାଙ୍କେ ଅନାଇ ଧଇର୍ଯ୍ୟ ଭଞ୍ଜିଲା ॥୨୫॥
ଉଜ୍ଜ୍ୱଳ ପୀରତି ଭାଷା ସଂଚିଲାରତିରେ ମତି ବିବେକ ରଞ୍ଜିଲା ॥୨୬॥
ଭ୍ରୂଲତା କମ୍ପାଇ ଗ୍ରୀବା ଫେରାଇଯୁବା ସୃଷ୍ଟିକି ଲୋଭାଇ ମରାଇ ॥୨୭॥
ଆସ ଗୋ ବୋଲି ସଜନୀ କି ରାଇକୁଚ ସନ୍ଧିକି ଶ୍ରୀମୁଖ ପୂରାଇ ॥୨୮॥
ଏହି ରୂପେ କେତେ ଦିନ ଅନ୍ତରେଛିନ୍ନ ଛିନ୍ନ ଦିନେ ଜାତ ଚିତ୍ତରେ ॥୨୯॥
କଟି ଦମକିତ ଅସକତରେଛାତି ଥର ଥର ସତ କାତରେ ॥୩୦॥
ପୁରୁଣା ହେବା ହିତରେବନେ ବିହରେ ସଖୀ ସଙ୍ଗତରେ ॥୩୧॥
ପରସ୍ପରେ ଘେନାଘେନି ରସରେସଜନୀ କହନ୍ତି ପରିହାସରେ ॥୩୨॥
ଦେଖି ପଦ୍ମନୀ କୋଷରେମଧୁ ଲମ୍ପଟ ଲମ୍ପଟ ରସରେ ॥୩୩॥
ନୃପଜା ବୋଲଇ ମନ୍ଦ ହାସରେହେଲେ ମଧୁ ତୋ ରସରେ ॥୩୪॥
ନୃପଜା ନାଗେଶ୍ୱରକୁ ତୋଳିଲାକେଉଁ ବୟସୀ ତା ଦେଖି ଛଳିଲା ॥୩୫॥
ଏଥେ କି ମିତଣୀ ସ୍ନେହ ବଳିଲାକେଶୁଣି ବୋଲେ ସଖୀ ମୋ ଭୁଲିଲା ॥୩୬॥
ଶୁଣି ତାହା ରାମା ହୃଦେ ଭାବିଲାଲାଜେ ଅବଳା କି ମୁଖ ଢଳିଲା ॥୩୭॥
କେ କାହାକୁ ମାଗେ ଦିଅ ମଲ୍ଲୀକିକେ କରେ ନେଇ ଦେଲା ନିଆଳୀକି ॥୩୮॥
ବୋଲେ ମଲ୍ଲୀକି ଦେଇ ନିଆଳୀକିଏଥୁପାଇଁ ତୁ ମୋହର ଆଳିକି ॥୩୯॥
ତୋଳନ୍ତେ କେହୁ ଗଙ୍ଗ ଶିଉଳିକିକେ ବୋଲେ ଓଷ୍ଠ ଦେଖାଇ ତୋଳିକି ॥୪୦॥
କେ ଯାଇଁ ଉଭା ପୁନ୍ନାଗ ତଳେ ରେଆନ କେ ବୋଲୁଛି ତାକୁ ଛନ୍ନରେ ॥୪୧॥
ଧନ୍ୟ ଧନ୍ୟ ସଖୀ ତୋ କପାଳରେମିଳିବୁ ପୁଣ୍ୟ ପୁନ୍ନାଗ ମେଳରେ ॥୪୨॥
ବିଧୁ ଦେଖିଣ ତୁ ଅଚଂଳରେବୋଇଲା ବନ୍ଧୁ ଭାବେ ସେ କାଳରେ ॥୪୩॥
ଏବେ ଅନ୍ତର ନିବାସ କାଳରେତରୁ ବୀଣାମାନ ସୁ-ମାନସରେ ॥୪୪॥
ମୋଦ ବଢ଼େ ମୃଦୁ ପିକ ସ୍ୱନରେତନୁ ପୁଲକେ ମନ୍ଦ ପବନରେ ॥୪୪॥
ଏହି ମାନ ଜେମା ଘେନି ମନରେମାର ପ୍ରହାର ଛୁଇଁଲା ସ୍ତନରେ ।୪୬॥
ହେଲା ସୁମନରେ ମଦନରେମିଳିଲା ଦର୍ପକ କରେ ॥୪୭॥
ପୁଲକ ବଢ଼ିଲା କାନରେକୁଶ ଆଳି ହେଲେ ବସନରେ ॥୪୮॥
ପଦ୍ମିନୀ ଚେଷ୍ଟିତ ତା ଏସନରେଦେଖି ସଜନୀ ଜାଣିଲା ମନରେ ॥୪୯॥
କେ ଧରି ଶ୍ରୀକରେ ରାମା କରକୁପିନ୍ଧାଇ ହରିଲେ ନାଟ ଚିରକୁ ॥୫୦॥
ସଖି ଆଣି ତା ବରକୁବିହିଲେ କସ୍ତୁରିକା ଭ୍ରମରକୁ ॥୫୧॥
ଏହୁ ହେଲେ ମୋହିନୀ କବରକୁକାଳେ ବାଳା ରୋଷ ପତ୍ନୀଦରକୁ ॥୫୨॥
ବାସ ପନ୍ଧୁ ବାଳୀ କାମ ବାସରେମଣିଲା ରକ୍ତ କେତେନ ॥୫୩॥
କି ଅବା ଅରୁଣ ତୀକ୍ଷ୍ଣ ଭାସରେଆଶ୍ରେ କଲା ଆସି ଶଶୀ ପାଶରେ ॥୫୪॥
କି ଅବା କେ ଯୁବା ହରି ରୋଷରେ-ଶିଶୁ ମୃଗୀ ହରେ ରକ୍ତ ନିଃସରେ ॥୫୫॥
ହରିତ ବସନେ ଜାନୁ ରୁନ୍ଧିଲାବିନିଡ଼ ନୀବୀ ନିବିଡ଼େ ବାନ୍ଧିଲା ॥୫୬॥
ଲାଜ ଲାଜ ହୋଇ ବାସ ପିନ୍ଧିଲାସଜନୀ କି ଦୃଷ୍ଟି ଶର ସନ୍ଧିଲା ॥୫୭॥
କେ ବୋଲେ ସାଧିଲାସଖୀ ଛଳ ଲାଜ ହୋଇ ବାଧିଲା ॥୫୮॥
କେ ବୋଲେ କପଟୀ ହୋଇଲୁ ତରେଲୋଡ଼ୁ ତ ଥିଲୁ ଚିତ୍ତରେ ॥୫୯॥
କୁସୁମ ବିକାଶ ବନ ଭିତରେହେଲେ କି ଲୁଚଇ ମଧୁ ବ୍ରତରେ ॥୬୦॥
ରବି କି ଗୁପତ ହାୟେ ପ୍ରାତରେଆକାଶ କି ଲୁଚେ କୋଳାଗ୍ରତରେ ॥୬୧॥
କହି ଏହି ରୂପେ ହାସ ରସରେପ୍ରବେଶ ହୋଇଲେ ଯାଇ ବାସରେ ॥୬୨॥
ଜଣା କଲେ ଦାସୀ ରାଣୀ ପାଶରେଜେମା ତ ଫୁଲ –ଶରେ ॥୬୩॥
ଶୁଣିଣ ଗୁଣିଲେ ସେ ମାନସରେମଜ୍ଜିଲେ ମାଏ ଶେଷ ବିରସରେ ॥୬୪॥
ଶୁଭେ ବୁଝନ୍ତି ଆଣି ଜ୍ୟୋତିଷରେମାଧବ ମାସରେ ରବି ବାସରେ ॥୬୫॥
ଶୁକ୍ଳ ଦ୍ୱିତୀୟା ତିଥି ପ୍ରବେଶରେଶର ଆସନ ଜୀମୂତ ବୃଷରେ ॥୬୬॥
କଲାକି ବାରଣ କି ବିଶେଷରେରୋହିଣୀ ନକ୍ଷତ୍ର ବୁଧ ବାସରେ ॥୬୭॥
ମେଷ ଲଗ୍ନ ସଉଭାଗ୍ୟ ଯୋଗରେକୁସୁମବତୀ ଦଇବ ଯୋଗ୍ୟରେ ॥୬୮॥
ଅଶୁଭ କେହି ନାହିଁ ସପ୍ତାଙ୍ଗରେକୁଶଳେ ଜଣାନ୍ତି ନୃପ ଆଗରେ ॥୬୯॥
ଜନକ ନନ୍ଦୀନି ଯେ ସରାଗରେବହୁ ଧନ ଦେଲେ ଅନୁରାଗରେ ॥୭୦॥
ତଣ୍ଡୁଳ ବାସ ସଖି ବନ୍ଦାଇଲେଜେମାକୁ ତହିଁ ବିଜେ କରାଇଲେ ॥୭୧॥
ଅଶନ ଅଲବଣ ଭୁଞ୍ଜାଇଲେପୁଷ୍ଫାଦି ଭୂଷଣକୁ ସଜାଇଲେ ॥୭୨॥
କୁମାରୀ କାମରେ ବନ୍ଦି ହୋଇଲେଆଜୁଁତା ଆୟତ୍ତ ଦଣ୍ଡେ ପାଇଲେ ॥୭୩॥
ସାତ ଦିନ ରଖି ବାଳୀ ଘରରେସାରଣା କଲା ମାର ସତ୍ୱରରେ ॥୭୪॥
ଲୀଳା ଦେଲା ବେଳା କଳେବରରେବେନି ଜନ ଅଧୀନ ପରସ୍ପରେ ॥୭୫॥
ଏମନ୍ତେ ସଖୀଏ ନିଶାନ୍ତରେହରିଦ୍ରା ବୋଳେ ବାଳା ଶ୍ରୀଅଙ୍ଗରେ ॥୭୬॥
ବାନ୍ଧି ଲଗାଇ ସ୍ନାନ ବଢ଼ାଇଲେସେହି ଦିନୁ ଆକଟକୁ ପାଇଲେ ॥୭୭॥
ରାଜା ରାଜ୍ୟାନ୍ତେ ବର ଖୋଜାଇଲେ॥୭୯॥
ଏ ଅନ୍ତେ କହିବା ଆନ ଚରିତସନ୍ଥ ସୁଜନେ ସୁରସ ସହିତ ॥୮୦॥
ମୁଁଅଛି ଆଶ୍ରୟ ତୁମ୍ଭେ କରିତପ୍ରାନ୍ତ ଯମକ ବୁଝ ବିଚାରିତ ॥୮୧॥
ଏହି ଛାନ୍ଦ ପ୍ରେମ ସୁଧା ପୂରିତକର୍ଣ୍ଣେ ଆଦର କର ହେ ତ୍ୱରିତ ॥୮୨॥
ଜୟ ଜୟ ଜୟ ଦେବ ଶ୍ରୀଧରଗୋକୁଳେ ଛଳରେ ଧଇଲେ ଧରିଭାବେ ଶ୍ରୀବତ୍ସ ଚିହ୍ନେ ହୃଦେ ଧରିମହାନ ଅନାଥ ପ୍ରହାରି (?) ଧରି ॥୮୪॥
ନ ମାନି ପ୍ରଭୁ ହେ ଧରଣୀଧରଭାବୁ ସାମନ୍ତ ସିଂହାର ଉଦ୍ଧାର ॥୮୫॥
ଛାନ୍ଦ-୨୯
[ରାଗ-କାମୋଦି]ଶୁଣ ହେ ଧୀର କର ପ୍ରେମ କଳା ସୁନ୍ଦରସର୍ବାଙ୍ଗ ବର୍ଣ୍ଣନା ନିଧାନଯା ଅଙ୍ଗ ପରଶରେ ଶୋଭା ସଂସାରେସକଳ ଲକ୍ଷଣ ବିଧାନ ହେମନୋରମାକବି ବଚନ ନିରୂପମାକହିଲେ ନ ପାରିବେ ବ୍ରହ୍ମାକବି ବଚନ ସ୍ୱାର୍ଥ ହେବାକୁ ପୁରୁଷାର୍ଥନ ଥିଲେ ଦିଅନ୍ତି ଉପମା ହେ ॥୧॥
ଗୁଣେ ଗୁଣେକ ଘେନି ଉପମା ଅନୁମାନିମନେ କରନ୍ତି ସମଲକ୍ଷ୍ୟଉପମା ନ ଦେବାର ଅଟଇ ଏ ବେଭାରପରସ୍ପର ଅଛନ୍ତି ପକ୍ଷସେମନୋରମାଲାବଣ୍ୟ ସୁଧାନିଧି ସମାଅତୁଲ୍ୟ ଅମୂଲ୍ୟ ପ୍ରତିମାଅଧିକ ଉଚ୍ଚ ନୀଚ ନୁହଇ ସୁସଂଚଏକା ସରସ ସେ ଉପମାହେ ॥୨॥
କଳ୍ପତରୁ ଉଜ୍ଜ୍ୱଳ ସୂକ୍ଷ୍ମରେ ଶଇବାଳମନୋହର ଘନରୁଘନଶୋଇଛି କେଶୁ ଗୁଚ୍ଛ ଠାରୁ ଝଲକ ସ୍ୱଚ୍ଛବହଳେ ହେମନୋରମାକେଶ ତାପ୍ରଳମ୍ବ କେଶୁ ପୀଡ଼ୁ ଚଳନେ ଅତି ବଡ଼ଦୀପ୍ତିକ ବନମାଳ ସତ ହେ ॥୩॥
ଏଥିରେ ଗୁଣ ଯେତେ ସମୁଦାୟ ଉଚିତେକ୍ଳେଶ ଅଧିକ ଲକ୍ଷେ ଗୁଣେକିଂଚିତ ଲକ୍ଷ୍ୟ ଯେଣୁ କବି ଲକ୍ଷନ୍ତି ତେଣୁସକଳ ଉପମୟ ଗତେ ହେଅଳକାକୁବାଳ ବନ୍ଧନ ସକାଶରୁବଳିଛି କାମଶ୍ରୁ ରୁଦେଖି ଭ୍ରମର ପନ୍ତି କର୍ଣ୍ଣେ ବଢ଼ିଲା ଭୀତିଚିତ୍ତେ ଚାଂଚଲ୍ୟ ପ୍ରକାଶରୁ ॥୪॥
କଦନ ତର ତର ନାଶେ କାମ ଅନ୍ଧାରସୁଦୀପ୍ତ ସଂପୂର୍ଣ୍ଣ ପୀୟୂଷେପର୍ବ ଶର୍ବରୀ ଇଶ ପରାୟେ ପରକାଶଝଳି ଦର୍ପଣ ତୋର ଦିଶେ ସେମୁଖଶୋଭାହାସ୍ୟସ୍ପଦରେ ଯେବେ ପ୍ରଭାପ୍ରଫୁଲ୍ଲ ପଦ୍ମ କି ଶୋଭାଯୁବା ନେତ୍ର ଶଫରୀ କି ଧଇବତ ଶିରୀଯୋଗୀ ଜନଙ୍କ ମନ ଲୋଭା ସେ ॥୫॥
ଓଲଟା ତାର ସୁର ଠାଣି ଜାଣି ସୁନ୍ଦରଅଳକି ଦିଶେ ଅତି ଯତ୍ନମଦନ ଆମଂଚନ ଶରାସନ ସମାନବଂକିମା ଗୁଣେ ସୁରଂଜନ ସେଭୁରୁଲତାଖଡ଼ଗ ଅସି ରୁ ଶୋହିତାପ୍ରସାରି କେତୁ ଜିତାପକ୍ଷ୍ମଳ ଚାରୁବାଳ ଗହ ସୁ ସଂଚଳଯୁଝିଲା ଅତିକି ଲକ୍ଷିତା ସେ ॥୬॥
ଲୀଳା ବଢ଼ାଇ ଡ଼ୋଳା ଚଂଚଳ କରେ ଖେଳାନୀଳାରେ ଅସମାନ ଦିଶେଧଳା ମଧ୍ୟରେ କଳା ଥିବାରୁ ଜଣା ଗଲାପକ୍ଷିଣା ବା ତ୍ରିବେଣୀ କି ସେନେତ୍ର ତାରଠାରକୁ ଜିତ ଅତ୍ୟନ୍ତରଚଟକା କୃତ ସଫାରୀରନୀଳୋତ୍ପଳ ଦଳ ଆକାର ସେ ॥୭॥
ଚଂଚଳେ ମୃଗୀବତ ଅଶିତ ଶୋଭା ନେତ୍ରବିଚିତ୍ର କାରଣବିଂଚିବା ଛଟକରୁ ଚାହାଣୀ ଅତି ଚାରୁସୃଷ୍ଟି ମୋହନ ମନୋହର ସେନାସା ଶୋଭାପ୍ରଫୁଲିତ ତିଳ ଫୁଲବତଶୁକଚଂଚୁ ଠାବମଦନର ଆକାରକୁ ସେ ଯିବନୀଳ ମୋହନେ ନୀଳ ହେବ ହେ ॥୮॥
ଇଙ୍ଗିମାରେ ଅଧରୁଚାଳନା ପଲ୍ଲବ ତମାଳସ୍ନିଗ୍ଧରେ ପରି ଅରୁଣକାନ୍ତି ଧରିବିଦ୍ରୁମ ରେଖା ଅନୁମାନ ସେଦନ୍ତବସକର ପୂର୍ଣ୍ଣ ବଧୁକଲକ୍ଷ୍ୟରେ ରସା ହେବ ଟେକଅନୁରାଗ ସ୍ଥଳ ସେ ତାହା ସମଘଟିବ କି ଭଙ୍ଗିମା ଯେବେ ହେ ॥୯॥
କରୁ ତ ଜ୍ୟୋତି ମୋତି କରକା ବିଜି କୃତିଶୀତଳ କୋରକସଂନ୍ଦ୍ର ସଂଚଶିଶିର କୁନ୍ଦା କରୁ ବିନ୍ଦରପଂକ୍ତି ନିନ୍ଦଇ ଦନ୍ତରିତେଦାସଗୁରୁଶୀତ କର୍ପୂର ଜିତ ସତପ୍ରସନ୍ନ ପୁଣ୍ଡରୀକ ବତଆହାଲ୍ଲାଦ କାରକ ଶଶୀ କର ପ୍ରାୟେକଅତ୍ୟନ୍ତ କାଶରୁ ଉଦ୍ଧିତ ହେ ॥୧୦॥
ସୁକୋକନଦ ଦଳ ପ୍ରଚଳରୁ ଚଂଚଳରସବା ଅତି ମନୋହରପୀୟୂଷ ମିଶା ବାଣୀ ଜନମ ସ୍ଥଳ ପୁଣିରସ ଆସ୍ୱାଦନରେ ମନ୍ଦରସ୍ୱାଦୁ ବାଣୀପିକ ବଚନରୁ ମଧୁରବାଣୀରୁ ଅତ୍ୟନ୍ତ ସୁସ୍ୱରଶଶସ୍ୱନେ ଭ୍ରମର ଆଦର ରାଗଭରିଲୌଲ୍ୟତା ପ୍ରଭା ଶିର ॥୧୧॥
ଝଳି ଦର୍ପଣ ଖଣ୍ଡେ ତ୍ରିରାଗି ସୁଧାପିଣ୍ଡଲାବଣ୍ୟ ଦର୍ପଣ ସୁଗଣ୍ଡଅତି ସାନ୍ଦ୍ର ମଧୁକ ଆକୃତିରୁ ଅଧିକଦୀପ୍ତି ସର୍ବ ବାତ ହିଁ ଗୁଣ ରୁଣ୍ଡ ସେରାମାବରଚିବୁକ ଅତ୍ୟନ୍ତି ସୁନ୍ଦରଅର୍ଦ୍ଧ ମାତ୍ରା ଆକୃତି ତାରଚତୁର୍ଥୀ ଇନ୍ଦୁ ଠାଣି ଆଣିକି ହେଲେ ଜିଣିମୁନି ପୁଷ୍ପ ସୂକ୍ଷ୍ମ ସାର ସେ ॥୧୨॥
ରସାଳ ଫଳ ଫାଳି କୋମଳ ତାରେ ବଳିସୁବର୍ଣ୍ଣ ଆକୃତିରୁ ବାରମନ ବନ୍ଧନ ଘେନି ମଦନ ପାଶ ମାନିଶ୍ରବଣ ଅତି ସୂକ୍ଷ୍ମସାର ତାଗ୍ରୀବାଚାରୁହୁଁ କାର ବେକର କପୋତଶୋଭାକୁ ବଳି ବିରାଜିତଦକ୍ଷିଣା ବାତ ଦରେ ରେଖା ସହ ଆକାରେଦିଶଇ ଅଶକ୍ତ ଶୋଣିତ ॥୧୩॥
ନିଷ୍କଂଟକେ ମୃଣାଳ ବତ ବାହୁ ଯୁଗଳବଳନେ କରି ବରକରକୋକନଦ ଆକାର କରପତ୍ର ସୁନ୍ଦରକେନ୍ଦୁପତ୍ର ପଲ୍ଲବୁ ରେଖା ତାର ସେନବକାଳୀଝଳି ବିରାଜଇ ଅଙ୍ଗୁଳିବଳିନ ସାନ୍ଦ୍ର ଚଂପା କଳିଜାତି କୁସୁମ ଦଳ ବଳି କରଜ ଜାଳଉପମା ମାନ ଦିଏ ଦଳି ସେ ॥୧୪॥
ବେନି ଯୁଗ କପାଟ ଆକୃତି ପରକଟମୁଦିଲା ପରାୟେ ତାହାରବିସ୍ତାରି ଠାଣି ଆଣି ଫଳକ ପରାମଣିବିରାଜମାନ ଅତି ଭାର ତାକୁଚଯୁଗଯୁବା ଚିତ୍ତେ ହବି କି ରବିତା ଶୋଭା କି ବର୍ଣ୍ଣବ କବିରତି କନ୍ଦର୍ପ ବେନି ରୂପନେତ୍ର ମୋହିବାର ବା ଭାବି ହେ ॥୧୫॥
ମଦନ ବାହ ତାପ କରିବାକୁ ନିର୍ବାପରତିକି କୁମ୍ଭଦ୍ୱୟ ଘେନିହୃଦୟ ହ୍ରଦ ପାଶେ କାନ୍ତ ନାଶେ ବିଶେଷେବାରଣ ପାଇଲା କାମିନୀ ସେକାନ୍ତ ଭାବେଲାବଣ୍ୟ ଜଳେ ଝାସି ଅଛିସେ କୁମ୍ଭଦ୍ୱୟ କି ଭାସୁଛିଯେ ବା ଦୃଷ୍ଟି ଦିଅଇ ତା ମନକୁ ଲାଗଇପ୍ରେତ ଶଙ୍କା ଏଣୁ ହୋଇଛି ॥୧୬॥
ତୁଙ୍ଗରେ ଶିରୀ ସରି ମିଥୁନେ କୋକ ପରିରସାଳ ଫଳରୁ ଅଧିକଘନରସରେ ପୂରି ନାରୀକୋଳରେ ସରିକୋମଳେ କମଳ କୋରକକୁଚଯୁଗକରି କୁମ୍ଭରୁ ସେ ମାଂସଳମାତୁଳଙ୍ଗଠାରୁ ବରତୁଳକଠିନ ରେ ଶ୍ରୀଫଳ ସଂପୁଟକୁ ପୃଥୁଳକନ୍ଦକୁ ଟେକରୁ ମଂଜୁଳ ॥୧୭॥
ଜଳା ପ୍ରସାଦଠାରୁ ଅଟଇ ମହାଗରୁଆରମ୍ଭ ମୁଦ୍ରିତ ଛତ୍ରରୁଓଲଟି କି ତରୁ ଘନ ଅଟଇ ଚାରୁସବୁ ଉପମାରୁ ସେ ଚାରୁ ସେପୟୋଧରସ୍ୱୟମ୍ବୁତରୁ ଜମ୍ବୁକହିପଦ ପୂର୍ଣ୍ଣ ସ୍ତବକ ସେହିମୋହନ ବାସ ଯେଣୁ ମଣ୍ଡପ କହି ତେଣୁକମ୍ପନ ଯୋଗ ତମ୍ବୁ ସହି ହେ ॥୧୮॥
ପଦ୍ମ କୋଷ ଭିତରେ ଆଳି ଥିଲା ବାସରେନିଜ ଅନୁରାଗ ଦେଖାଇମୁଖ ଦିଶୁଛି ତାର ଚୂଚୁପକ ପଟାନ୍ତରଅତି ମନୋହର ଅଟଇ ତାକକ୍ଷ ବକ୍ଷସାନ୍ଦ୍ର ସଂଚ ରୂପଟି ଲକ୍ଷ୍ୟଲକ୍ଷଣା ନିନ୍ଦଇ ପ୍ରତ୍ୟକ୍ଷଚରମ ମନୋରମ ରମ୍ଭା ପତର ସମକଲେ ତା ନୁହଇ ତା ଦକ୍ଷ ॥୧୯॥
ଉଦର ଆତପତ୍ର ଆଣି ମୁଁ ଦୂରୁ ଚିତ୍ରନିମ୍ନରୁ ନାଭୀ ରସ କୂପତ୍ରିବଳି ରେଖା ଘେନି ମନ୍ଦୋଦରୀ କାନନୀକହି ବାଳା ସଂକ୍ଷପରେ ସେମଧ୍ୟଦେଶଦିଶଇ ସିଂହ କଟି ଟାଣିଡମ୍ବରୁ ବଳ ଆଣି ଯେ ବାଙ୍କ ପରା ଠାଣିସୂକ୍ଷ୍ମ କି ସର୍ବ ପ୍ରମାଣ ॥୨୦॥
ମୃଦୁ ସାନ୍ଦ୍ରରୁ କରି ସ୍ଥିତ ଜଳ ଭଉଁରୀକୁଶଳ ଯୁଗ ସମ ନୋହେତୁରଙ୍ଗ ପେଟି ଭାବି ବତ୍ତଳ ବୀଣା ତୁମ୍ବୀନିତମ୍ବ ବିମ୍ବ ମୋହ ତାସୂକ୍ଷ୍ମ ବାସମାଂସଳେ କରି କନ୍ଧ ରୀତିପୃଥୁଳେ ରିଷ୍ଟ କମଳ କୋଷ ପୁଷ୍ଟକୋମଳ ଶରୁ ସେ ॥୨୧॥
କୋମଳ ଗୁଂଜାଦଳ ପରେ କିବା କମଳଏକ ଚରଣ ପଡ଼ି ଅଛିଅନୁରାଗ ଜନର ଶୁଣି ମନୋହରଉପମାକୁ କରୁଛି ଛି ଛି ସେତହିଁ ପୁଣିରୋମାଳି ଲତା ଥତି ଚାରୁସୂକ୍ଷ୍ମ ସେ ଧୂମ ଲତାରୁସ୍ଥିତିରେ କୃଷ୍ଣ ଳ ଚାରୁ ରେ ଶଇବାଳକଳାପି କାଚ ରୁ ସେ ॥୨୨॥
କାମ ବାସ ଚତ୍ୱର କି ତାକୁ ପଟାନ୍ତରତଦାକୃତିରେ ଆର୍ଯ୍ୟବେନିପକ୍ୱ ରସାଳ କାନ୍ତି ପୂର୍ଣ୍ଣ ଚନ୍ଦ୍ରମା ଭାତିପୁଣି ନ ବଳିକ ସଂପାଦି ସେଜଙ୍ଘମୂଳଉଜ୍ଜ୍ୱଳ କାମ ବାସସ୍ଥଳକେ ହୋଇବ ତାହାର ତୁଲଘନ ଜଘନ ସରି ବଳି ନତା ସୁନ୍ଦରୀଲକ୍ଷଣା ଗୁଳୁଚି ଜମ୍ବାଳ ସେ ॥୨୩॥
ହେମ କଦନୀତରୁ ଓଲଟାଇ ଦେବାରୁଚିକ୍ଣ ଆକୃତି ସମାନମନ ବନ୍ଧନ ଘେନି ଅର୍ଗଳ ଅନୁମାନିସୁଉରୁ କାମ ସିଂହାସନ ସେଜାନୁଦ୍ୱୟଏକବି ଜଣକ ସଂଜାତବର୍ତୁଳ ଆକାର ସାକ୍ଷାତଗଣ୍ଡା ଶୃଙ୍ଗ ପରାୟେ ଭଣ୍ଡା ବଳିକି ଶୋହେଆଳିନ (?) ଠାଣି ଉପନତ ସେ ॥୨୪॥
ପକ୍ଷୀ ଶୟନ ଡାଳ ଗ୍ରୀବା ପରା ମଞ୍ଜୁଳଆକୃତି ପାଦ ଊର୍ଦ୍ଧ୍ୱ ଗଣ୍ଠିପ୍ରପଦ ଊର୍ଦ୍ଧ୍ୱ ଆଣି ହେମ କଚ୍ଛପ ଜିଣିଚମ୍ପା ବଳି ଝଳି ବିମ୍ବୋଷ୍ଠି ସେତହିଁଦ୍ୱିତୀୟ ଚନ୍ଦ୍ରମା ପରାୟେଠାଣି ପରମ୍ପରା ଉଦୟେରମ୍ୟ ଚରଣ ତଳ ସାମରଙ୍ଗୀ ମୃଦୁଳଓଲଟ କୋକନଦ ପ୍ରାୟେ ॥୨୫॥
ଗର୍ଭାଳସୀ ବରଟା ସଂଜାତ ଗତି ଛଟାମନ୍ଦ ଚାତୁରୀ ପରକାଶଉଲଟ ମଦ ମତ୍ତ ଗଜବତ ସାକ୍ଷାତମନ୍ଥର ଗରିମା ବିଶେଷେ ସେଗତି କାଳେପଦ ଜିଣି ସ୍ଥଳ କମଳେସାନ୍ଦ୍ର ସଂଚ ରଙ୍ଗି ବିରୋଳେବେନି ପାଖକୁ ତଳେ ଅଙ୍ଗମନ୍ଦ ଅନଳେକନକଲତା ଯଥା ଚଳେ ସେ ॥୨୬॥
ଗଭୀର ଛବି ଝଳି ବାହ କନକ ବଳିସଂଚାର ଝଟକ ଅଧିକକେତକୀରୁ ସେ ଯୁର କି ଜମ୍ବୁ ମନୋହରଷଣଫୁଲ ଉଦ୍ଧିତ ଟେକ ସେଶୋଭାତାରଚମ୍ପାରୁ ତହୁଁ ଚାରୁତରକୁଙ୍କୁମରୁ ପ୍ରଛଳ ସାରହରିଦ୍ର ବର୍ଣ୍ଣ ତାହା ଲକ୍ଷ୍ୟକୁ ଜାଣଆଭାରୁ ଘଟାନ୍ତି ସୁଧୀର ସେ ॥୨୭॥
ଲାବଣ୍ୟରେ ଲବଣୀ କୋମଳେ ତୁଳା ଜିଣିସୂକ୍ଷ୍ମେ ଶିରୀଷ ଫୁଲତୁଲଅତୁଳା କଳେବର ଅତି ମୃଦୁ ମଞ୍ଜୁଳଅଶେଷ ଲାବଣ୍ୟ ଉତ୍ସଳ ସେବାଳାବରଅଙ୍ଗ ସୁବାସ ମନୋହରପଦ୍ମଠାରୁ ସାରପ୍ରବୀଣା ସର୍ବ ଗୁଣା- ଶ୍ରୟ ଭଙ୍ଗିଲେ ଜୀଣାତା ସମେ ସେହି ପଟାନ୍ତର ସେ ॥୨୮॥
କଳ୍ପି କଳ୍ପି ମନୋର- ମା କୁ ଯେଉଁ ଉପମାଦେଲି ସେ ଲବେ ଲକ୍ଷ୍ୟ କାହିଁଜନ ସହଜ ଘନ ଭୁଜରେ ମାନବସି ପଳାଇଛନ୍ତି ମହୀ ସେକଳ୍ପଲତାଉପମା ସମ୍ଭବର ସ୍ଥାନକାମ ଦାହୀ ମୁଖ ମଦନଶୂନ୍ୟ ଖଦ୍ୟୋତ କୀଟ ଆର କୂଟ ପୁରଟଲକ୍ଷଣା ହେବାର ଯେ ସମାନ ସେ ॥୨୯॥
ମଦନ ରାଜାଙ୍କର ବିଚିତ୍ର ଜୟଶରକିସୃଷ୍ଟି ମୋହନ ମନ୍ତରଭୂତ ଭବିଷ୍ୟ ବତ୍ତ- ମାନ ତାହା ସଂଜାତ-କାରୀ କେ ହେବ ପଟାନ୍ତର ହେସାଧୁଜନେଶକ୍ତି ଅନୁକ୍ରମେ ବିଚାରିକହିଲେ ସର୍ବାଙ୍ଗ ମାଧୁରୀପରସ୍ପର ବଚନ କିଛି ଯା ଅନୁମାନଘେନିବ ହୃଦରେ ବିଚାର ହେ ॥୩୦॥
ମୋର ସାମନ୍ତ ହରି ନିତ୍ୟ ପୁର ବିହାରୀକିଶୋରୀ ରତନ ଜୀବନପୀରତି ଆସ୍ୱାଦନ ପାଇ ହୋଇ ଭିନ୍ନକରନ୍ତି ଲୀଳା ବର୍ଦ୍ଧନ ହେରାଧାକୃଷ୍ଣଅମୂଲ୍ୟ ଚରଣ ସାରସେଲୋହିତ ମକର ଜିଣା ସେଅଭିମନ୍ୟୁ ସାମନ୍ତ ସିଂହାର ଅପିରତମଧୁପ ହେବା ପାଇଁ ରଥୀ ସେ ॥୩୧॥