ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୮ / ୨୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଉଗ୍ରସେନ ସହିତ ଯାଦବଙ୍କୁ ଘେନି ରାମ କୃଷ୍ଣଙ୍କର ମଥୁରା ପ୍ରବେଶ
ଏଥୁ ଅନନ୍ତରେ ପୁଣି ଶୁକବ୍ରହ୍ମା ଭଣିଶୁଣ ହେ ପରୀକ୍ଷ ରାଜା ହରିବଂଶ ବାଣୀ ।ହରିନାମ କୀର୍ତ୍ତନ ଏ ସୁଧାମୟ ରସଶୁଣନ୍ତେ ପାପାଧିପାପ ଅଙ୍ଗୁ ହୁଏ ଧ୍ୱଂସ ।ମଣିକର୍ଣ୍ଣିକାରେ ଶତେବାର ଝାସଦେଲେସହସ୍ରେ ବରଷ ବିଶ୍ୱେଶ୍ୱରଙ୍କୁ ସେବିଲେ ।ସହସ୍ରେ ବିପ୍ରଙ୍କୁ ଦେଲେ ସନ୍ତୋଷ ଭୋଜନହରିବଂସ ଶ୍ରବଣକୁ ନୁହଇ ସମାନ ।ଜଳଦାନ ବସ୍ତ୍ରଦାନ ଅନ୍ନଦାନ ଆଦିକାୟାକୁ ଦର୍ଶନ କରି ବ୍ରହ୍ମଜ୍ଞାନ ସାଧି ।ନାନାତୀର୍ଥ ବ୍ରତ ତପ ନିଷ୍ଠା ଆଦି କରିହରିବଂଶ ଶ୍ରବଣକୁ ନୁହନ୍ତି ଏ ସରି ।ଏଥୁଅନ୍ତେ ସୈନ୍ୟ ଘେନି ଜରାସନ୍ଧ ରାଜାଆପଣା ରାଜ୍ୟକୁ ଗଲା ବଜାଇଣ ବାଜା ।ସଙ୍ଗରେ ଅଛନ୍ତି ସବୁ ନରପତିମାନେରାଜ୍ୟରେ ପଶିଲା ପଥ ବାହି ସାତଦିନେ ।ପାତ୍ର ମନ୍ତ୍ରୀ ଅମନାତ୍ୟ ବନ୍ଧୁଜନ ଯେତେପାଛୋଟି ଅଇଲେ ବେନି ଯୋଜନ ପର୍ଯ୍ୟନ୍ତେ ।ନଗର ଭିତରେ ଯାଇ ହୋଇଲେ ପ୍ରବେଶରାଜାଙ୍କୁ ବୋଇଲା ସର୍ବେ ଯାଅ ଯେଝା ଦେଶ ।ଧନବସ୍ତ୍ର ଆଭରଣ ପୁରଷ୍କାର ଦେଲାଚତୁର୍ମାସ୍ୟା ଶେଷ ହେଲେ ଆସିବ ବୋଇଲା ।ପଦାତି ସାରଥି ରଥୀ ଅଶ୍ୱ ଗଜ ବଳଦ୍ୱିଗୁଣ କରି ଭିଆଣ କରିବ ସକଳ ।ସୂତ୍ରରଜ୍ଜୁ ଶାଢ଼ୀ ଘର କିଳା ତାଟି ବାଡ଼କୁନ୍ତ ଲାଙ୍କିଆ ଗୁରୁଜ ଛୁରୀ ଯମଦାଢ଼ ।ପରଶୁ ପରିଘ ଗଦା ଶାବେଳି ମୁଦ୍ଗରଧନୁ କାଣ୍ଡ ଖଣ୍ଡା ଢାଲ କବଚ ତୂଣୀର ।ଏମାନଙ୍କୁ ଆଦି ଯେତେ ଅସ୍ତ୍ର ଅସ୍ତ୍ର ଅଛିବରଷା କାଳରେ ସବୁ ସମ୍ପାଦିବ ବାଛି ।ନନ୍ଦ ଗଉଡ଼ର ପୁଅ ଦେଲା ଅପମାନତୁମ୍ଭେ ସର୍ବେ ମୋ କାର୍ଯ୍ୟରେ ହେବ ସାବଧାନ ।ମୋ ଆଜ୍ଞା ନ ପାଳି ଯେବା କରିବ ଅନ୍ୟଥାରାଜ୍ୟ ବିଧ୍ୱଂସିତ ତାର କଟାଇବି ମଥା ।ଜରାସନ୍ଧ ମୁଖୁଁ ଶୁଣି ଏସନ ଆଦେଶସନମତ କରି ନୃପେ ଗଲେ ଯେଝା ଦେଶ ।ଯେତେ ସୈନ୍ୟ ନେଇଥିଲେ ସକଳ ନୃପତିତିନିଭାଗ ମରି ଭାଗେ ବରତି ଅଛନ୍ତି ।ଦୁର୍ବୁଦ୍ଧି ଦୁରାତ୍ମା ଦୁଷ୍ଟ ପାପିଷ୍ଠ ସକଳଯାଦବଙ୍କ ହସ୍ତେ ମରି ଗଲେ ଯମଆଳ ।ଶ୍ରୀକୃଷ୍ଣ ଭକତ ଯେତେ ଥିଲେ ପୁଣ୍ୟଦେହୀମହାଘୋର ସଂଗ୍ରାମରୁ ବର୍ତ୍ତିଛନ୍ତି ସେହି ।ପୃଥ୍ୱୀଭାର ନିବାରିବା ପାଇଁ ଦେବହରିଅନେକ ଦୁଷ୍ଟଙ୍କୁ ରଣେ ପକାଇଲେ ମାରି ।ବରଷା ଆଗମ ଦେଖି ଜରାସନ୍ଧ ରାଜାଆପଣା ରାଜ୍ୟରେ ରହି ପାଳିଲା ପରଜା ।ଶୁଣ ହୋ ପରୀକ୍ଷ ରାଜା ଶୁକ ଯେ ବଦନ୍ତିଶ୍ରୀଭାଗବତ ପୁରାଣ ପୁଣ୍ୟମୟ କୀର୍ତ୍ତି ।ଜରାସନ୍ଧ ଡରେ ରାମ କୃଷ୍ଣ ଭାଇ ବେନିମଥୁରାରୁ ପଳାଇଲେ ଯାଦବଙ୍କୁ ଘେନି ।ଗୋମତ ପର୍ବତେ ଲୁଚି ଉଗ୍ରସେନ ଥିଲେସମସ୍ତେ ଯାଇଣ ତାଙ୍କ ପାଶରେ ମିଳିଲେ ।ପୁତ୍ର ଭାର୍ଯ୍ୟା ଜ୍ଞାତି ବନ୍ଧୁ ବାନ୍ଧବ ସୋଦରହାଟୁଆ ବାଟୁଆ ପ୍ରଜା ସମ୍ପଦ ଭଣ୍ଡାର ।ଅଗମ୍ୟ ବନ ଭିତରେ ସର୍ବେ ଛନ୍ତି ରହିଯାଦବଙ୍କୁ ଘେନି କୃଷ୍ଣ ପ୍ରବେଶିଲେ ତହିଁ ।ଉଗ୍ରସେନ ରାଜାଙ୍କୁ ସେ ନମସ୍କାର କଲେସଂଗ୍ରାମ ବାରତା ସବୁ ସଂକ୍ଷେପି କହିଲେ ।ଭୋ ତାତ ମଥୁରା ଗଡ଼ ଭାଙ୍ଗି ଜରାସନ୍ଧଆପଣା ରାଜ୍ୟକୁ ଗଲା ଘେନି ସୈନ୍ୟବୃନ୍ଦ ।ଚାରି ଊଣା ଲକ୍ଷେରାଜା ତା ସଙ୍ଗରେ ଥିଲେଯେ ଯାହାର କଟକକୁ ବିଜେକରି ଗଲେ ।ଉଗ୍ରସେନ ଆଗେ ଏହା କହି ଦେବରାୟବୋଇଲେ କରିବା ଆମ୍ଭେ କେବଣ ଉପାୟ ।ଉଗ୍ରସେନ ବୋଲେ ତୁମ୍ଭେ ଅଟ ଦେବରାଜାବ୍ରହ୍ମା ଇନ୍ଦ୍ର ଗଙ୍ଗାଧର କରୁଛନ୍ତି ପୂଜା ।ତୁମ୍ଭ ବିଚାରକୁ ବାବୁ ଆସଇ ଯେମନ୍ତଲାଭିହାନି ବୁଝି ତାହା କର ପଦ୍ମନେତ୍ର ।ଯାର ନାମ ସୁମରନ୍ତେ ରିଷ୍ଟ ହୁଏ କ୍ଷୟତା ସଙ୍ଗତେ ଥିଲେ ଶତ୍ରୁଠାରୁ କିସ ଭୟ ।ଶ୍ରୀକୃଷ୍ଣ ବୋଇଲେ ଚାଲ ମଥୁରାକୁ ଯିବାସମସ୍ତେ ବିଚାରି ଯାହା ହେବ ତା କରିବା ।ଦୁସ୍ତର ବରଷାକାଳ ହେଲାଣି ପ୍ରବେଶଆପଣା ରାଜ୍ୟେ ବଞ୍ଚିବା ରହି ଚାରିମାସ ।ରାଜ୍ୟଯାକ ଧ୍ୱଂସିଅଛି ଜରାସନ୍ଧ ରାଜାଆମ୍ଭଙ୍କୁ ଦେଖିଲେ ସୁସ୍ଥ ହୋଇବେ ପରଜା ।ଏମନ୍ତ ବିଚାରି ତହୁଁ ବାହାର ହୋଇଲେମଥୁରା କଟକେ ଯାଇ ସମସ୍ତେ ମିଳିଲେ ।ନବତାଳ ଉତ୍ସର୍ଗରେ ଯେବଣ ପାଚେରୀଦେଖିଲେ ଭାଙ୍ଗିଛି ତାହା ଭୂମିସମ କରି ।ପାଞ୍ଚତାଳ ଉତ୍ସର୍ଗରେ ମଡ଼ା ପଡ଼ିଛନ୍ତିବେନି ଯୋଜନ ପର୍ଯ୍ୟନ୍ତେ ଗନ୍ଧାଏ ବିକୃତି ।ଶ୍ୱାନ ଶୃଗାଳ ଶାଗୁଣା ବାଘ ଭାଲୁ ମୂଳେମଡ଼ା ମାଂସ ଖାଇ କ୍ରୀଡ଼ା କରନ୍ତି ସକଳେ ।ଗଡ଼ ଭିତରକୁ ପଶି ଯାଦବ ସଇନିଦେଖିଲେ ପୋଡ଼ିଛି ଲାଗି ପ୍ରଚଣ୍ଡ ବହନି ।ଜଉ ସଜଳସ ଗୁଆଘିଅ ଛଣପଟଅନଳେ ପଡ଼ନ୍ତେ ଜଳି ଉଠେ ଝଟପଟ ।ନନ୍ଦାବର୍ତ୍ତକ ଝିଙ୍କର ଛାଏଣି ଯେ ଘରଦିନମ ମଧ୍ୟେ ଭକ୍ଷିଲେ ସବୁ ବୈଶ୍ୱାନର ।ଅନଳ ଜଳନ୍ତେ ଧୂମ ଉଠି ଜ୍ୱାଳାବଳୀଦିବସ ଅନ୍ଧାର ଦିଶେ ଲୁଚି ଅଂଶୁମାଳୀ ।ଥୋକାଏ ଯାଦବ ଗଡ଼ ଭିତରେ ପଶନ୍ତିପୋଡ଼ୁଥିବା ଗୃହେ ଜଳ ପକାଇ ଲିଭାନ୍ତି ।ଥୋକାଏ ଯାଦବ ମନେ ପାଇ ଘୋରବ୍ୟଥାଏକକୁ ଆରେକ କହୁଛନ୍ତି ଦୁଃଖ କଥା ।କେ ବୋଲନ୍ତି ଯେବେ କଂସରାଜା ଥାନ୍ତା ଜୀଇଏସନକ ଉପଦ୍ରବ ହୁଅନ୍ତା କିପାଇଁ ।ଏକା ରାମକୃଷ୍ଣ ଯୋଗୁ ହେଲା ଏତେ ମନ୍ଦଜିଣିବା ବଳ ନ ଥାଏ କରନ୍ତି ସେ ଦ୍ୱନ୍ଦ୍ୱ ।ପଟୁଆର ଯୁଦ୍ଧେ ଯେବେ ନୁହନ୍ତି ସେ ସରିଆଗହୁଁ ଭେଟି ନ ଦେଲେ କିପାଁ ସନ୍ଧିକରି ।ଆନକୁ କହିଲେ ହେବ ପ୍ରୟୋଜନ କିସଉଗ୍ରସେନ ନୃପତିର ଅଟେ ସବୁ ଦୋଷ ।ଜରାସନ୍ଧ ପ୍ରାୟ ବନ୍ଧୁ କେତେକ ପାଇବାଧନ ରତ୍ନ ନେଇ କିପାଁ ନ କଲେ ତା ସେବା ।ଅଚଳାଚଳ ସମ୍ପଦ ଅର୍ଜିଥିଲା କଂସଏହାଙ୍କ ଅଯୋଗ୍ୟ ପଣେ ସବୁ ଗଲା ନାଶ ।ମେଘଦଣ୍ଡ ପାଚେରୀ ଯେ ସୁନିର୍ମାଣ ଗଡ଼ଅଠର ଯୋଜନ ସ୍ଥଳୀ ପାଷାଣେ ନିବାଡ଼ ।ଖଣା ପୋତି ଜରାସନ୍ଧ କରି ଗଲା ଯାହାଏହାଙ୍କ ବଳେ କି ଆଉ ହୋଇପାରେ ତାହା ।ମଥୁରା ଗଡ଼କୁ ସ୍ୱର୍ଗପୁର ନୋହେ ସମନିଶ୍ଚୟ ଜାଣିଲୁ ଏଥୁ ନାଶଗଲା ଧର୍ମ ।ଏସନକ ବିଚାରନ୍ତି ପୁରବାସୀ ଲୋକେଆପଣା କର୍ମ ସୁମରି ଶାନ୍ତ ହେଲେ ଥୋକେ ।ପ୍ରଜାଙ୍କ ବିକଳ ଦେଖି ଲକ୍ଷ୍ମୀଦେବୀ ସାଇଁଧାତିକାରେ ଆଜ୍ଞା ଦେଲେ ବିଶ୍ୱକର୍ମା ରାଇ ।ନାରାୟଣ ବୋଇଲେ ହେ ବିଶ୍ୱକର୍ମା ଶୁଣମଥୁରାକୁ ଧ୍ୱଂସ ଗଲା ଜରାସନ୍ଧ ରାଣ ।ସମସ୍ତ ଜନ ପରଜା ପାଉଛନ୍ତି ଦୁଃଖଏକାଳେ ତାହାଙ୍କୁ ତୁମ୍ଭେ ସାହା ହୋଇ ରଖ ।ମଥୁରାଗଡ଼ ପାଟଣା ତୁମ୍ଭେ ଅଛ ଜାଣିଚତୁର୍ଦ୍ଦଶ ଗୁଣ କରି ଭିଆଇବ ପୁଣି ।ରାଜାଙ୍କ ନଗର ପାତ୍ର ମନ୍ତ୍ରୀଙ୍କ ଉଆସଦେଉଳ ମଣ୍ଡପ ମେଢ଼ ପ୍ରଜାଙ୍କ ନିବାସ ।ଯେଝା ଅନୁରୂପେ ବାସଗୃହ ପରମାଣିପୂର୍ବ କଟକ ସ୍ଥାପନ କର ଏହିକ୍ଷଣି ।ଏସନକ ଆଜ୍ଞା ଯହୁଁ ଦେଲେ ନାରାୟଣବିଶ୍ୱକର୍ମା ଲାଗିକଲେ ନଗର ନିର୍ମାଣ ।ମେଢ଼ ମଣ୍ଡପ ଦେଉଳ ଜଗତୀ ଅଟାଳୀବିଚିତ୍ର ମନ୍ଦିର ମାନ କଲେ ଭଳି ଭଳି ।ଅପୂର୍ବ ପାଟଣା ବେନି ଯୂଣ ଆୟତନଝିଙ୍କର ଛାଏଣି ପିଢ଼ା ଊର୍ଦ୍ଧ୍ୱେ ବିତପନ ।ସ୍ଫଟିକ ପାବଚ୍ଛ ଝଲମଲ ବାଚବାଡ଼ହିଙ୍ଗୁଳ ହରିତାଳରେ କମ୍ପେ ଚାରିଆଡ଼ ।ରକତ ଚନ୍ଦନ କାଠ କାଣ୍ଡ ରୁଅ ଶେଣୀନେତ ପତାଙ୍ଗ ସୁବର୍ଣ୍ଣ କଲଶ ଖଞ୍ଜଣି ।ହୀରା ନୀଳା ମୋତି ମଣି ମାଣିକ୍ୟରେ ଝଳିସୁବର୍ଣ୍ଣ ଖମ୍ୱରେ ଗଜଦନ୍ତର ପିତୁଳୀ ।ରସାଣିଲା ପାନପତ୍ର ଝଲମଲ ଜ୍ୟୋତିଅମୂଲ୍ୟ ରତନ ଝରା ଶୋହା ପନ୍ତି ପନ୍ତି ।ରୂପିଲା ମର୍କତ ଖମ୍ୱେ ନାନା ରତ୍ନ ହେମଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ମଧ୍ୟେ ସୂଚୀକମ ।ନେତ ପତନୀ ସିନ୍ଧୁଆ ଧବଳ ମାଞ୍ଚିଷ୍ଠବସନ୍ତ ସୁପୀତ ନୀଳ ନାନା ବର୍ଣ୍ଣେ ପାଟ ।ପାରୁଶରେ ଉଭା ତ୍ରୋଣ କାଠର ମଣ୍ଡଣିଗଣ୍ଠିମୂଳେ ରଙ୍ଗପାଟ ଚାମର ଖଞ୍ଜଣି ।ରାଜାଙ୍କ ଏକାନ୍ତ ପୁରରାଣୀଙ୍କ ପାଟଣାଅମର ବାରସ୍ପତୀକି ଦିଶଇ ସେ ଜିଣା ।ସିଂହଦ୍ୱାର ପୂର୍ବଦ୍ୱାର ପଶ୍ଚିମ ଉତ୍ତରଭିତରେ ଭିତରେ ଦ୍ୱାର ରାଣୀହଂସ ପୁର ।ବିଚିତ୍ର ସଭାରେ ସ୍ଥାପି ରତ୍ନ ସିଂହାସନଏମନ୍ତେ ରାଜାଙ୍କ ପୁର କଲେ ସେ ନିର୍ମାଣ ।ମଧ୍ୟ କକ୍ଷରେ ନିର୍ମାଣି ଦିବ୍ୟ ଗନ୍ତାଘରତଦନ୍ତରେ ନିର୍ମାଣିଲେ ପାତ୍ର ମନ୍ତ୍ରୀପୁର ।ଆଖଡ଼ା ମନ୍ଦିର ନାଟ୍ୟଶାଳା ହସ୍ତିଶାଳଘୋଡ଼ାଶାଳ ଓଟଶାଳ ଗୋରୁଙ୍କ ଗୁହାଳ ।ନଗର ବାହାରେ ରଚି ରଖିଲେ ଏମାନଦାଣ୍ଡ ହାଟ କୂପ ବାମ୍ଫୀ ପ୍ରଜାଙ୍କ ସଦନ ।ଗତୁଁ ଶତେଗୁଣ କରି ସୁନିର୍ମାଣ କଲେଯେ ଯେତେ ଭାଜନ ତାକୁ ତେଡ଼େ ଗୃହ ଦେଲେ ।ଲେଙ୍କା ଲମତା ଖୁଣ୍ଟିଆ ଦ୍ୱାରୀ ପଢ଼ିହାରୀରଜକ ନାପିତ ବେଶକାର ଆଦିକରି ।ହାଟୁଆ ବାଟୁଆ ବେଶ୍ୟା ଭାଟ ବଣିଜାରେନିଶ୍ଚିନ୍ତେ ରହିଲେ ଗୃହେ ଯାଇ ଯେ ଯାହାରେ ।ଚୌରାଶୀକୋଟି ଯାଦବ ଇଷ୍ଟବନ୍ଧୁ ମୂଳେସୁସ୍ଥ ହୋଇ ଯେଝା ସ୍ଥାନେ ରହିଲେ ସକଳେ ।ବାହାରେ ପାଚେରୀ ନବତାଳ ଉତ୍ସର୍ଗରେପାଞ୍ଚତାଳମାନେ ଖଣା ଜଳି ତହିଁ ପରେ ।ଚାଙ୍ଗୁ ବାଙ୍ଗୁଲା କୋଳିଆ ଘର ବାଘମୁହୀଁଅଜୟ ଗଡ଼କୁ ଆନ ପଟାନ୍ତର ନାହିଁ ।ପାଞ୍ଚ ପାଞ୍ଚ ଆଙ୍କି ଅଛି ଭିତରେ ବାହାରେପୁଞ୍ଜା କାଠର ଅର୍ଗଳି ଫେଡ଼ା କବାଟରେ ।ନାନାଶସ୍ତ୍ର ଦାରୁ ଗୁଳି ନଳି ଛିଟିକିଣିବିଶ୍ୱକର୍ମାର ଘଟଣା ବିଚିତ୍ର ସାଜେଣି ।ଯାଦବେ ଦେଖି ଅପୂର୍ବ ପ୍ରାୟେ ତାହା ମଣିବୋଲନ୍ତି କିମ୍ଭୁତ ମାୟା ନ ପାଇଲୁ ଜାଣି ।ସୈନ୍ୟ ଘେନି ଜରାସନ୍ଧ ରାଇଜ ଉଜାଡ଼ିପ୍ରତ୍ୟକ୍ଷେ ଦେଖିଲୁ ଗଲା ଘରଦ୍ୱାର ପୋଡ଼ି ।କାଲି ମଧ୍ୟାହ୍ନ ସମୟେ କିଛି ହିଁ ନ ଥିଲାରାତିକ ଭିତରେ କିଏ ଆସି ଭିଆଇଲା ।କେ ବୋଲେ ବିଧାତା ଆସି ସରଜିଲା ଏହାକେ ବୋଇଲା ମାୟା କଲେ ଲକ୍ଷ୍ମୀଦେବୀ ନାହା ।ବଡ଼ଇ ଅପୂର୍ବ ଏହା କେବେ ଦେଖି ନାହୁଁଏତେ ବେଗେ ଏତେ ଦ୍ରବ୍ୟ ହେଲା ପୁଣକାହୁଁ ।ଯେବଣ କଟକେ ବାସ କରିଥିଲେ ପୂର୍ବେତହିଁରୁ ଅଧିକ ଦେଖା ଯାଉଅଛି ଏବେ ।କେ ବୋଲଇ ଯହିଁ ନାରାୟଣ ଆପେ ଅଛିତାହାଙ୍କୁ ଅପୂର୍ବ ଏହା ନୁହଇ ଯେ କିଛି ।ଯାହାର ଆଜ୍ଞାରେ ସୃଷ୍ଟି ହୁଏ ଆତଯାତଅବହେଳେ ଜିରିପାରେ ଯେ ବ୍ରହ୍ମାଣ୍ଡ ସାତ ।ଶୁଭାଶୁଭ କର୍ମକରି ପାରଇ ଯେ ଆନଦେବଙ୍କ ଉପରେ ଦେବ ଯେଉଁ ଭଗବାନ ।ତୁଳସୀ ବଲ୍ଲଭ ଲକ୍ଷ୍ମୀଦେବୀ ପ୍ରାଣବନ୍ଧୁଭକତବତ୍ସଳ ପ୍ରଭୁ କୃପାଜଳ ସିନ୍ଧୁ ।ପ୍ରତ୍ୟକ୍ଷେ ଦେଖିଲେ କୃଷ୍ଣ କଲେ ଯେଉଁ କୃତ୍ୟବଞ୍ଚାଇ ଆଣିଲେ ଯମଘରୁ ଷଡ଼ପୁତ୍ର ।ଅଷ୍ଟମଲ୍ଲ ତୁଲେ ଯେହୁ ବଧ କଲେ କଂସସେ କୃଷ୍ଣଙ୍କ ବଳେ ହୋଇ ନ ପାରଇ କିସ ।ମାଗଇ ଅଚ୍ୟୁତ ଦାସ କହି ଏହି ବରଯେ ତୁମ୍ଭର ଇଚ୍ଛା ପ୍ରଭୁ ସେହି ଆଜ୍ଞା କର ।
ବର୍ଷାଋତୁ ବର୍ଣ୍ଣନା ଓ କୃଷ୍ଣଙ୍କର ଗୋପଚିନ୍ତା
ଶୁକ ବୋଇଲେ ହୋ ଶୁଣ ପରୀକ୍ଷ ଭୂପାଳଏସନ ବିଚାର କଲେ ଯାଦବ ସକଳ ।ଉଗ୍ରସେନ ନୃପ ନିଜ ନବରେ ରହିଲେସମସ୍ତ ଯାଦବେ ଯେଝା ଭୁବନକୁ ଗଲେ ।କୁଟୁମ୍ୱ ବାନ୍ଧବ ଧନ ସମ୍ପଦ ସହିତେପୂର୍ବ ପରକାରେ ସୁଖେ ରହିଲେ ସମସ୍ତେ ।ହାଟ ପାଟଣା ନଗର ବିରାଜଇ ତେଜେସହସ୍ର ପାଦରେ ଲକ୍ଷ୍ମୀ ଆସି କଲେ ବିଜେ ।ଆଧି ବ୍ୟାଧି ରୋଗ ପୀଡ଼ା ନ ଜାଣିଲେ ପ୍ରାଣୀଧନୀପଣରେ ଯାଦବେ କୁବେରଙ୍କୁ ଜିଣି ।ରାମକୃଷ୍ଣ ଆହ୍ଲାଦରେ ଯାଦବେ ଦୁର୍ଜ୍ଜୟଇନ୍ଦ୍ର ଚନ୍ଦ୍ର ହେଲେ ମନେ ନ କରନ୍ତି ଭୟ ।ହରି ବଳରାମ ପାଦେ କରନ୍ତି ଭକତିଉଗ୍ରସେନ ରାଜଧର୍ମେ ପ୍ରଜାଙ୍କୁ ପାଳନ୍ତି ।ଗାର୍ଗଙ୍କ କନିଷ୍ଠ ଭ୍ରାତା ମହା ତପୋବନ୍ତସାତବଂଶ ଯାଦବଙ୍କ କୁଳ ପୁରୋହିତ ।ବସୁଦେବ ଅନାଧୃଷ୍ଟ ସାତ୍ୟକି ଅକ୍ରୂରଉଦ୍ଧବ ସହସ୍ରାଜିତ କୃତବର୍ମା ବୀର ।ସୁରଥ ପ୍ରସନ୍ନାଜିତ ଜୟନ୍ତ ପୁଷ୍ପକଏମାନଙ୍କୁ ଆଦିକରି ଯାଦବ ଯେତେକ ।ଦେବକୀର ଷଡ଼ପୁତ୍ର ଆଣି ଥିଲେ ହରିବିକ୍ରମ ବେଲାଳ ବୀରସେନ ବୀର ଚାରି ।ବୀରବାହୁ ଆଦିକରି କୁମାର ବୈନେତ୍ରରାମକୃଷ୍ଣ ମିଶି ଅଷ୍ଟ ଦେବକୀର ପୁତ୍ର ।ସୁଭଦ୍ରା ନାମରେ ପୁଣି ଦେବକୀର ଜେମାଏ ଆଠ ଭାଇଙ୍କ ଭଗ୍ନୀ ଅଟେ ସେହି ବାମା ।ଅତିସୁଖେ ରାଜ୍ୟ କରେ ଉଗ୍ରସେନ ରାଜାଐଶ୍ୱର୍ଯ୍ୟ ଭୋଗ କରନ୍ତି ରାଜ୍ୟେ ଜନପ୍ରଜା ।ସମସ୍ତଙ୍କୁ ପାଳେ ରାଜା ପାତ୍ର ମନ୍ତ୍ରୀ ଧରିବେନିଶତ ଯୋଜନରେ ଅଧିକାର କରି ।ଯମୁନା ଦକ୍ଷିଣ କୂଳେ ମଥୁରା ନଗରଆଡ଼ଦୀର୍ଘେ ପାଞ୍ଚଯୁଣ ଅଟଇ ବିସ୍ତାର ।ସପତ ବଂଶ ଯାଦବ ଚଉରାଶୀ କୋଟିରାମକୃଷ୍ଣ ପାଦେ ସର୍ବେ ରହିଥାନ୍ତି ଖଟି ।ଉତ୍ତମ ସେବକ ମଧ୍ୟେ ସାତଜଣ ଲେଖାସବୁ ଅବତାରେ ସେହି କୃଷ୍ଣଙ୍କର ସଖା ।ଉଗ୍ରସେନ ଅନାଧୃଷ୍ଟ ସାତ୍ୟକି ଅକ୍ରୂରଉଦ୍ଧବ ସୁରଥ ବସୁଦେବ ଯେ ଆବର ।ବିଶ୍ୱାସ କରନ୍ତି କୃଷ୍ଣ ଏମାନଙ୍କ ତୁଲେକିଛିକାର୍ଯ୍ୟ ନ କରନ୍ତି ତାଙ୍କୁ ନ କହିଲେ ।ଯେ ଦିନ ଅଇଲେ ଗୋପ ଛାଡ଼ି ଦେବରାୟେଦଶସସ୍ର କନ୍ୟା ଆଣିଦେଲେ ଦେବତାଏ ।ଏହାଙ୍କୁ ଘେନି ବିଳାସ କରନ୍ତି ଶ୍ରୀହରିଅପୂର୍ବ ସୁନ୍ଦରୀ ସର୍ବେ ବିଷ୍ଣୁ ମନୋହାରୀ ।ସେ କନ୍ୟାଏ ଅବତାର ଲକ୍ଷ୍ମୀକଳା ଘେନିଭ୍ରୂଭଙ୍ଗୀରେ ମୋହି ପାରନ୍ତି ସେ ପୁର ତିନି ।ବସୁଦେବ ପୁରେ ଥାଇ ସେ ସର୍ବ ଅଙ୍ଗନାଭକ୍ତିରେ ଶାଶୁଙ୍କ ପାଦେ କରନ୍ତି ମାନନା ।ସର୍ବଗୁଣେ ସୁଲକ୍ଷଣୀ ସେ ସକଳ ନାରୀସମୁଦ୍ର ମନ୍ଥନୁ ଜାତ ଲକ୍ଷ୍ମୀ ସହଚରୀ ।ଆଜନ୍ମରୁ ବ୍ରହ୍ମଚାରୀ ବଳଦେବ ସ୍ୱାମୀକଟିରେ ବଜ୍ର କାଛେଣି ପିନ୍ଧି ଅନ୍ତର୍ଯ୍ୟାମୀ ।ଉଜାଣି ତୋଳନ୍ତି ବ୍ରହ୍ମରନ୍ଧ୍ରେ ବ୍ରହ୍ମରସସୂର୍ଯ୍ୟମଣ୍ଡଳେ ଲଗାଇ ଚନ୍ଦ୍ରମାର ତ୍ରାସ ।ତେବେ ସେ ରହିଲା ବନ୍ଧ ଅଜ୍ରାମର ହୋଇରେବତୀ ବ୍ୟତ୍ରକେ ଆନ ଅଙ୍ଗ ସଙ୍ଗ ନାହିଁ ।ପରୀକ୍ଷ ଆଗେ କହନ୍ତି ଶୁକ ମହାମୁନିଇତି ଶ୍ରୀ ପୁରାଣ ହରିବଂଶ ପୁଣ୍ୟଧ୍ୱନି ।ଏଥୁ ଅନନ୍ତରେ ପୁଣି କେତେଦିନ ଗଲାନିଦାଘ ଅନ୍ତେ ବରଷାଋତୁ ପ୍ରବେଶିଲା ।ବନ ପର୍ବତ କନ୍ଦରେ ଘୋଟି ମେଘମାଳପବନ ଆଘାତେ ଉଠି ବରଷିଲେ ଜଳ ।ଦୁସ୍ତର ବରଷା ଘଡ଼ଘଡ଼ି ଚଡ଼ଚଡ଼ିଝଟକ ବିଜୁଳି ପଡ଼େ ଗଗନରୁ ଝଡ଼ି ।ବର୍ଷାଜଳରେ ପଙ୍କିଳ ହେଲା ମହୀସ୍ଥଳିମୟୂରେ ନାଚନ୍ତି ନାନାରଙ୍ଗେ କରି କେଳି ।ପଲ୍ଲବ ଉଠିଲେ ତରୁଲତା ଜଳ ପାଇକୁରଙ୍ଗେ ବୁଲନ୍ତି ରଙ୍ଗେ ନବତୃଣ ଖାଇ ।ଧରଣୀରୁ ତାପ ଶାନ୍ତି ହେଲା ଦିନୁଁଦିନଚାତକେ ହରଷ ହେଲେ କେଳି କଲେ ମୀନ ।ବରଷା ଜଳରେ ପରିପୂର୍ଣ୍ଣ ହେଲା ରସାଉତ୍ସାହରେ କୃଷିକର୍ମ ଆରମ୍ଭିଲେ ଚଷା ।କୁଳଟା ପରାୟେ ଦୁଇକୁଳକୁ ବୁଡ଼ାଇବିଷମ ସ୍ରୋତରେ ନଦୀମାନେ ଗଲେ ବହି ।ବାମ୍ଫୀ କୂପ ପୁଷ୍କରିଣୀ ପୂର୍ଣ୍ଣ ହୋଇ ଜଳେକୁଳବତୀ ନାରୀପ୍ରାୟ ରହିଲେ ନିଶ୍ଚଳେ ।ଫୁଟିଲେ ଶେଫାଳି କଇଁ କଦମ୍ୱ ମାଳତୀକୂଟଜ କଞ୍ଚନ ବଣମଲ୍ଲୀ ଜାଈ ଯୂଥୀ ।ନାବିକେ ଜଗିଲେ ନାବ ରଖି ଘାଟକୂଳେଭେକଗଣ ମକମକ ହେଲେ ବର୍ଷାକାଳେ ।ତା ଦେଖି ଭୁଜଙ୍ଗମାନେ ଗାତରୁ ବାହାରିଆନନ୍ଦେ ଗିଳିଲେ ତାଙ୍କୁ ଚଉପାଶେ ଘେରି ।ନବୀନ ତୃଣରେ ପୂର୍ଣ୍ଣ ହେଲା ବସୁମତୀଗାଭୀଏ ହୋଇଲେ ଗ୍ରାସ ପାଇ ଦୁଗ୍ଧବତୀ ।କ୍ରମେ କ୍ରମେ ଊଣା ହେଲା କୋକିଳର ଧ୍ୱନିବନ କୁସୁମରେ ଶୋଭା ଦିଶଇ ମେଦିନୀ ।ସଧବା ସ୍ତିରୀଏ ନିଜ ପତି ଘେନି ସଙ୍ଗେହରଷ ମନରେ କ୍ରୀଡ଼ା କଲେ ନାନାରଙ୍ଗେ ।ବିରହିଣୀସ୍ତିରୀ ନିଜ ଭର୍ତ୍ତାଙ୍କୁ ସୁମରିବସିଲେ ବିଷାଦମନେ ଶିରେ କର ମାରି ।ପ୍ରବାସୀଏ ଗୃହେ ଯିବା ପାଇଁ କଲେ ମନବନଚରେ ଆଶ୍ରାକଲେ ବୃଷ୍ଟିହୀନ ସ୍ଥାନ ।ଦେବେ ଶୁଅନ୍ତେ ହୋଇଲା କାଳ ଯେ ଅଶୁଦ୍ଧବିଚ୍ଛେଦୀ ନାୟକ ମନେ ଜାତ ହେଲା ଖେଦ ।ଏମନ୍ତ ଦୁସ୍ତର ବର୍ଷା ହେଲା ପରବେଶନିଅବକାଶରେ ବିଜେ ପ୍ରଭୁ ହୃଷୀକେଶ ।ଗୋପୀଙ୍କ ସଙ୍ଗତେ କ୍ରୀଡ଼ା କରିଥିଲେ ଯେତେସେ କଥା ସ୍ମରଣ କରି ନିଜ ଅନ୍ତର୍ଗତେ ।ନନ୍ଦ ଯଶୋଦାଙ୍କ ସ୍ନେହ ପଡ଼ିଲାକ ମନପବିତ୍ର କାଳିନ୍ଦୀନଦୀ ପୁଣି କୁଞ୍ଜବନ ।କଦମ୍ୱ ତରୁ ମାଧବୀ ଲତା ପରିମଳବୃନ୍ଦାବନ କେଳି ମନେ ଚିତୋଇ ସକଳ ।ଗାଈ ଗୋରୁ ବତ୍ସା ଗୋପୀ ଗୋପାଳଙ୍କ ସଙ୍ଗେବିରହ ବଂଶୀର ଗୁଣ ସୁମରି ଶ୍ରୀରଙ୍ଗ ।ବଧିକା ଦୂତିକା ଆଦି ଯେତେ ଗୋପାଳୁଣୀରାସକ୍ରୀଡ଼ା କେଳି ମନେ ଚିନ୍ତି ଚକ୍ରପାଣି ।ଉଦ୍ଧବ ଅକ୍ରୂରକୁ ସେ ଛାମୁକୁ ହକାରିଏକାନ୍ତ ବିଶ୍ୱାସେ ତାଙ୍କୁ କହିଲେ ଶ୍ରୀହରି ।ସବୁ ଅବତାରେ ତୁମ୍ଭେ ମୋର ସଙ୍ଗେ ଥାଅମୁହିଁ ଯେଣେ ଯାଏ ତୁମ୍ଭେ ଦୁହେଁ ତହିଁ ଯାଅ ।ବିଶ୍ୱାସ ବଚନ ମୋର ଶୁଣ ପରିମାଣିଅକ୍ରୂର ବାରୁଣାବନ୍ତେ ଯାଉ ଏହିକ୍ଷଣି ।ଶତଶୃଙ୍ଗ ପର୍ବତରେ ପଣ୍ଡୁ ନାଶ ଗଲେତଦନ୍ତେ ପାଣ୍ଡବେ ତହିଁ ଥୋକେ ଦିନ ଥିଲେ ।ଛେଉଣ୍ଡ ହୋଇଲେ ଯହୁଁ ସେହି ପାଞ୍ଚଭାଇଧୃତରାଷ୍ଟ୍ର ନେଲେ ତାଙ୍କୁ ଗୌରବ କରାଇ ।ଭାଇ ଭାଗ ପ୍ରମାଣରେ ଅଧେ ରାଜ୍ୟ ଦେଲେବାରୁଣାବନ୍ତ କଟକେ ତାଙ୍କୁ ରଖାଇଲେ ।ଯୁଧିଷ୍ଠି ନକୁଳ ଭୀମାର୍ଜ୍ଜୁନ ସହଦେବସୋମବଂଶକୁ ଧାରଣା ଏ ପଞ୍ଚ ପାଣ୍ଡବ ।ସର୍ବଶୁଭେ ଅଛନ୍ତି ସେ ମୋର ପ୍ରାଣ ସଖାସେ ପାଞ୍ଚେ ଅଟନ୍ତି ବୀରପଣେ ଅଗ୍ରଲେଖା ।ପାଣ୍ଡବଙ୍କ ତହିଁ ମୋର ଅଛି ବହୁ କାର୍ଯ୍ୟବାର୍ତ୍ତା ଦେଇଛନ୍ତି ତାଙ୍କ ପିତା ପଣ୍ଡୁରାଜ ।ନଇଲେ ନ ଗଲେ ନିଶ୍ଚେଁ ବନ୍ଧୁ ହୁଏ ପରଅର୍ଜ୍ଜୁନଙ୍କ ସଙ୍ଗେ ଘେନି ଆସ ଧାତିକାର ।ଆମ୍ଭର କୁଶଳ ବାର୍ତ୍ତା ଯୁଧିଷ୍ଠିର ଆଗେକହି ତୋଷ କରାଇବ କଥା ଅନୁରାଗେ ।ଅକ୍ରୂର ଆଗେ ଏମନ୍ତ କହି ଚକ୍ରପାଣିଦୁର୍ବାକ୍ଷିତ କରି ଦେଲେ ଶକ୍ରାଜିତ ମଣି ।ବଚନରେ ସୁକଲ୍ୟାଣ କରି ଦେବରାଜବୋଇଲେ ଏକ୍ଷଣି ଯାଅ ହୋଇ ତୁମ୍ଭେ ସଜ ।ସ୍ୱାମୀର ଶ୍ରୀମୁଖ ଆଜ୍ଞା ଘେନିଣ ଅକ୍ରୂରଅପୂର୍ବ ରଥରେ ବସି ଗଲେ ଧାତିକାର ।ବାରୁଣାବନ୍ତେ ପାଣ୍ଡବେ ରହିଛନ୍ତି ଯହିଁତହିଁକି ବୋଲି ଅକ୍ରୂର ଗଲେ ରଥ ବାହି ।ଏଥୁଅନ୍ତେ ଉଦ୍ଧବଙ୍କୁ ଡାକି ଦେବରାଜଆଜ୍ଞାଦେଲେ ଗୋପପୁରେ ଯିବ ତୁମ୍ଭେ ଆଜ ।ଗୋପପୁରେ ଥିଲୁ ଆମ୍ଭେ ଲୁଚି କାଳେ କାଳେନାନାରୂପେ ବଢ଼ି ଗୋପୀ ଗୋପାଳଙ୍କ ମେଳେ ।ସେମାନେ ଆମ୍ଭଙ୍କୁ ଏବେ ବୋଲୁଥିବେ କିସନନ୍ଦ ଯଶୋଦା ଏ ଦୁହେଁ କରିଥିବେ ଆଶ ।ଗୋପର ନାୟିକାମାନେ ଆମ୍ଭ ଅର୍ଦ୍ଧ ଦେହଆମ୍ଭଠାରେ ଅଛିଟିକି ତାଙ୍କ ପୂର୍ବ ସ୍ନେହ ।ନିକୁଞ୍ଜ ବନର କୁଞ୍ଜ କାଳିନ୍ଦୀର ଜଳପୂର୍ବ ପ୍ରାୟେ ଅଛିଟିକି ଦେଖିବ ସକଳ ।କୋକିଳ ମୟୂର ଶୁକ ଆଦି ପକ୍ଷୀମାନେପୂର୍ବ ପ୍ରାୟେ ଧ୍ୱନି କରନ୍ତି କି ବୃନ୍ଦାବନେ ।ସେ ଗୋପପୁରରେ ରହି ଯେତେ ନାରୀଜନଆମ୍ଭର ତହିଁ ତାଙ୍କରି ଅଛିଟିକି ମନ ।ଫଳିତ ପୁଷ୍ପ ତ ବୃନ୍ଦାବନ ଲତା ତରୁସର୍ବଶୁଭେ ପାଳନ୍ତି କି ଗୋପେ ବତ୍ସା ଗୋରୁ ।ନନ୍ଦ ଯଶୋଦାଙ୍କୁ ସର୍ବ ଶୁଭବାର୍ତ୍ତା କହିସମସ୍ତଙ୍କୁ ପ୍ରବୋଧିବ ଥୋକେ ଦିନ ରହି ।କଂସକୁ ମାରିଣ ଆମ୍ଭେ ଅଛୁ ମଥୁରାରେଗୋପପୁର ଲୋଭ ମୋହ ନ ଛାଡ଼ି ନିର୍ଭରେ ।ଆମ୍ଭଙ୍କୁ ନ ଦେଖି ଗୋପୀ ପାଇଥିବେ ତ୍ରାସପ୍ରବୋଧ ବନେ ତାଙ୍କୁ ତୃପ୍ତ କରି ଆସ ।ସୁହୃଦପଣେ କହିବ ଆଶ୍ୱାସନା କଥାସବୁରି ମନରୁ ଯେହ୍ନେ ଦୂର ହେବ ବ୍ୟଥା ।ଆମ୍ଭ ମାତା ଯଶୋବନ୍ତୀ ନନ୍ଦ ମନୋହାରୀପୃଥ୍ୱୀ ହିତକାରିଣୀ ସେ ଭାଗ୍ୟବତୀ ନାରୀ ।ପ୍ରତ୍ୟକ୍ଷେ ଦେବୀ ସେହୁ ଯେ ଅଥି ପୁଣ୍ୟଦେହୀନୋହିଲେ ଆମ୍ଭ ଆର୍ଦ୍ଦୋଳି ପାରନ୍ତେ କି ସହି ।ନନ୍ଦ ମହାଖୁଡ଼ଗୁଣ କେ କହି ପାରିବସେ ଅଟନ୍ତି ଆମ୍ଭ ପିତା ଗୁରୁ ଇଷ୍ଟଦେବ ।ଆମ୍ଭଙ୍କୁ ପାଳିଲେ ଯତ୍ନେ କେତେ ଦୁଃଖ ପାଇସେ ଋଣ ଶୁଝିବୁ ଆମ୍ଭେ କିସ ଅବା ଦେଇ ।ଗୋପୀଙ୍କର ସ୍ନେହଭାବ ଗୋପାଳଙ୍କ ଗୁଣଜୀବ ଥିବାଯାଏ କାହିଁ ପାସୋରିବା ପୁଣ ।ସେ କଥା ବିଚାରି ଆମ୍ଭ ଜୀବନ ବ୍ୟାକୁଳବିଧାତା ଭିଆଇଅଛି ଏ କଥା ସକଳ ।ଏତେ ସ୍ନେହ ଛାଡ଼ି ଆମ୍ଭେ ହେଲୁ ଭିନ୍ନ ଭିନ୍ନଭାବିଲେ ନ ସରେ ରାତି ନ ସରଇ ଦିନ ।ଏବେ ସେ ଥୋକାଏ ଦିନ ଥାନ୍ତୁ ସ୍ଥିର ହୋଇଅବଶ୍ୟ ଗୋପରେ ଆମ୍ଭେ ବିହରିବୁ ଯାଇ ।ଏଥିପାଇଁ ଗୋପଲୋକେ ନ କରନ୍ତୁ ଭୀତିପ୍ରବୋଧ ବଚନ କହି କରାଇବ ଶାନ୍ତି ।ପଣ୍ଡିତ ଧାର୍ମିକ ତୁମ୍ଭେ ଅଟ ଗୁଣମଣିସର୍ବ ଶୁଭ ଅନୁକୁଳେ ଚଳ ଏହିକ୍ଷଣି ।ଏସନକ ଆଜ୍ଞା ତହୁଁ ଦେଲେ ଜଗନ୍ନାଥତକ୍ଷଣେ ଉଦ୍ଧବ ଯାଇ ଆରୋହିଲେ ରଥ ।ଜଗତ ସୋଦର କୃଷ୍ଣ ଦୀନଜନ ବନ୍ଧୁଭକ୍ତ ମନ ଜାଣନ୍ତି ସେ ପ୍ରଭୁ କୃପାସିନ୍ଧୁ ।ସେ କୃଷ୍ଣ ଅଭୟ ପାଦେ ରହୁ ମୋର ମନଅଚ୍ୟୁତ ଦାସର ଗତି ଶ୍ରୀ ମଧୁସୂଦନ ।ଉଦ୍ଧବର ଗୋପପୁର ଯାତ୍ରା ଓ ବୃନ୍ଦାବନ ଶୋଭା ଦର୍ଶନଶୁକ ମୁନି ବୋଇଲେ ହୋ ଶୁଣ ନୃପବରଉଦ୍ଧବ ବାହାର ହେଲେ ଚଢ଼ି ରହୁବର ।ମନ୍ଦର ପର୍ବତ ଜିଣି ଥୋକେ ଦୂର ଗଲେଗୋଧିକ ଘାଟରେ ଯାଇ ପ୍ରବେଶ ହୋଇଲେଯମୁନାରେ ସ୍ନାନ ସନ୍ଧ୍ୟା ନିତ୍ୟକର୍ମ ସାରିରଥରେ ବସିଲେ ପୁଣି ବୀରବେଶ ଧରି ।ମସ୍ତକେ ମୁକୁଟ ଶୋହେ କର୍ଣ୍ଣରେ କୁଣ୍ଡଳପଦକ ଭୂଷିତ ହୃଦ ଗଳେ ରତ୍ନମାଳ ।ତାଡ଼ ତୋଡ଼ର ବାହୁଟୀ ବଳୟ କଙ୍କଣସୁବର୍ଣ୍ଣ ମୁଦ୍ରିକା ନାନା ରତ୍ନ ଆଭରଣ ।ବାମେ ଯମଦାଢ଼ ଛୁରୀ ବୀରନେତ ବାନ୍ଧିସୁରଙ୍ଗ ପତନୀ ବାଛି କଟ୍ଟୀତଟେ ପିନ୍ଧି ।କବଚ ତୂଣୀର ଖଣ୍ଡା କାଣ୍ଡ ଶରାସନଆୟୁଧମାନଙ୍କୁ ଧରି ଆରୋହିଲେ ଯାନ ।ଦ୍ୱିତୀୟ ଇନ୍ଦ୍ର ପରାଏ ଶୋଭା ପରକାଶିରଥ ଦଣ୍ଡେ ଆଉଜିଲେ ସିଂହାସରେ ବସି ।ଅନଙ୍ଗ ଦେବତା ପ୍ରାୟେ ବିରାଜଇ ତନୁବାମ କରେ ଧରିଅଛି କିବା ପୁଷ୍ପଧନୁ ।କୁସୁମ ସାୟକ ଶୋହେ କିବା ଦକ୍ଷକରେସାରଥି ଚାଲଇ ଯାନ ବାହି ଧୀରେ ଧୀରେ ।ଚନ୍ଦ୍ରମା ପରାଏ ଯାନ ଜ୍ୟୋତି ପରକାଶିଗଗନ ମଣ୍ଡଳୁ କିବା ପଡ଼ୁଅଛି ଖସି ।ଥୋକେ ଦୂର ଚଳିଯାଇ କାଳିନ୍ଦୀର ତଟେପ୍ରବେଶ ହୋଇଲେ କୁଞ୍ଜ କାନନ ନିକଟେ ।ଦେଖିଲେ ଲବଙ୍ଗଲତା କଦମ୍ୱର ତଳଦେବତା ମନ୍ଦିର ଲତା-କୁଞ୍ଜ ପରିମଳ ।ଗଭୀର କାଳନ୍ଦୀ ନଦୀ ବହଇ ପ୍ରଖରଦିଶନ୍ତି ଅପୂର୍ବ ତରୁମାନେ ମନୋହର ।ବୃକ୍ଷ ଶିଖକୁ ଚାହିଁଲେ ଖସିପଡ଼େ ଗଭାନନ୍ଦନବନକୁ ନିନ୍ଦେ ସେ ବନର ଶୋଭା ।ଫଳିତ ପୁଷ୍ପିତ ତରୁ ଲତିକା ଶୋଭନ୍ତିସଳଖ ସୁନ୍ଦର ଧାଡ଼ି ଧାନି ପନ୍ତି ପନ୍ତି ।ଅଷ୍ଟରତ୍ନ ଚଉରା ସେ ବୃକ୍ଷଙ୍କର ମୂଳେମନ୍ଦ ମନ୍ଦ ହୋଇ ବାତ ବହଇ ଶୀତଳେ ।ଫଳଭରେ ବୃକ୍ଷ ଢାଳ ବଳେ ପଡ଼େ ଲୋଟିସୂର୍ଯ୍ୟତେଜ ନ ପଡ଼ଇ ତରୁ ଛାୟା ଘୋଟି ।ଯେବଣ ଶୁଖିଲା ପତ୍ର ବୃକ୍ଷୁ ପଡ଼େ ଝଡ଼ିପବନ ଘାତରେ ଯାଏ ଅନ୍ତରୀକ୍ଷେ ଉଡ଼ି ।ତଳରେ ସୁସଞ୍ଚ ବାଲି ଦିଶେ ଦିବ୍ୟ ଶୋଭାକର୍ପୂର ମୁକୁତା ଚୂରି ବିଞ୍ଚିଅଛି ଅବା ।କୋକିଳର କଣ୍ଠ ସ୍ୱନ ଝିଙ୍କାରିଙ୍କ ଧ୍ୱନିଠାବେ ଠାବେ ପଢ଼ୁଛନ୍ତି ଶୁକ ଶାରୀ ବେନି ।ଆମ୍ୱ ପଣସ ଖଜୁରୀ ଗୁଆ ନଟୀକାଳଅସଂଖ୍ୟ ତମାଳ ତହିଁ କରମଙ୍ଗା ତାଳ ।ଦାରାକ୍ଷ ପେଣ୍ଡୀ ଖଜୁରୀ କେନ୍ଦୁ ନରକୋଳିଭଇଞ୍ଚ ମହୁଲ ବେଲ ବେତ୍ର କ୍ଷିରୀକୋଳି ।ସରଳ ଚନ୍ଦନ ନିମ୍ୱ ଶାଳ ଦେବଦାରୁଜେଉଟ ତିନ୍ତୁଳି ଅଁଳା ପାଳଧୁଆ ତରୁ ।କୋଚିଲା କରଞ୍ଜ ନୀପ ଜମ୍ୱାଳ ପାଟଳୀଭାଲିଆ ଗମ୍ଭାରୀ ଜାମୁ ବାହାଡ଼ା ଶିମିଳୀ ।କୋରୁଆଁ ପଲାଶ ନାନାଜାତିର ହରିଡ଼ାସୁନାରୀ ବକୁଳତରୁ କୁମ୍ଭୀ ଯେ ବାହାଡ଼ା ।ବୃକ୍ଷଙ୍କ ଉପରେ ବେଢ଼ିଛନ୍ତି ନାନାଲତାଜାଈ ଯୂଇ ମାଳତୀ ଯେ ଅପୂର୍ବ ଶୋଭିତା ।ଟଗର ତରାଟ ମଲ୍ଲୀ ଚମ୍ପକ ଶେଫାଳିଅଶୋକ ପୁନ୍ନାଗ ଫୁଟି ଦିଶେ ଭଳି ଭଳି ।କଦମ୍ୱ ଆବର କିଆ ସେବତୀ ଦୟଣାକଞ୍ଚଣ କନ୍ୟର କୁନ୍ଦ କୁରୁବେଲୀ ବେଣା ।ଏମନ୍ତେ ଅନେକ ଫୁଲ ଫୁଟି ସେ ବନରେସୁଗନ୍ଧ ଗନ୍ଧରେ ସର୍ବ ଜନମନ ହରେ ।ହରିଣ ହରିଣୀ କଳାବାହୁଟିଆ ଶଶାମୟୁର କୁକ୍କୁଟ ବାଘ ଭାଲୁ ବଣ୍ୟମୂଷା ।ଗଣ୍ଡା ଗୟଳ ଖୁରାଣ୍ଟ ସିଂହ ଓଟ ହସ୍ତୀଶୁକ ଶାରୀ ହଳଦିଆ ବସନ୍ତ କପୋତୀ ।କୋକିଳ ଝିଙ୍କାରୀ ବଣିଆଦି ଜୀବ ମେଳେବିହରନ୍ତି ନାନାପଶୁ ପକ୍ଷୀ ବନସ୍ଥଳେ ।ବସନ୍ତରେ ବସନ୍ତ ବହେ ଘନ ଘନଦେଖିଣ ଉଦ୍ଧବ ବୋଲେ ଧନ୍ୟ କୁଞ୍ଜବନ ।ଧନ୍ୟ ଏ ଯମୁନାନଦୀ ଧନ୍ୟ ୟାର ତଟଏ ନଦୀରେ କ୍ରୀଡ଼ା କରୁଥିଲେ ନନ୍ଦଚାଟ ।କୋଟି କୋଟି ପୁଣ୍ୟତୀର୍ଥ ନୁହେଁ ଏହାସରିନୋହିଲେ ବିହାର କିପାଁ କରନ୍ତେ ଶ୍ରୀହରି ।ଗୋପିକାମାନଙ୍କୁ ଧରି ଏହି ଜଳେ ପଶିଜଳକ୍ରୀଡ଼ା କରୁଥିଲେ ଆପେ ହୃଷୀକେଶୀ ।କୈବର୍ତ୍ତ ସ୍ୱରୂପ ଧରି ବାହୁଥିଲେ ନାବଗୋରୁଙ୍କୁ ଏଠାରେ ପାଣି ପିଆନ୍ତି ମାଧବ ।ବନ ଦଇତ୍ୟକୁ ବଧ କଲେ ଏହି ଜଳେବତ୍ସାନ୍ତ ଚରାନ୍ତି ହରି ଏହି ନଦୀକୂଳେ ।ଯମୁନା ମହିମା କହି ନୁହେ ଅନ୍ତକରିବିଚାରିଲେ ୟାଙ୍କୁ ଗଙ୍ଗା କେଉଁ ଗୁଣେ ସରି ।ଈଶ୍ୱର ଜଟାରୁ ଫୁଟି ଗଙ୍ଗାଜଳ ବହିସୁମେରୁ ମେଖଳ କ୍ରୋଟେ ଲୁଚିଥିଲା ରହି ।ଐରାବତ ଚାରିଦନ୍ତ କରନ୍ତେ ପ୍ରହାରଦନ୍ତେ ଭାଙ୍ଗି ତିନିଦନ୍ତ ହୋଇଲା ବାହାର ।ଗଙ୍ଗା ଯମୁନା ଆବର ସରସ୍ୱତୀ ତିନିସେ ତିନି ମାର୍ଗରେ ଫୁଟି ପଡ଼ିଲେ ଅବନୀ ।ସବୁହିଁ ଶ୍ରେଷ୍ଠ ଯମୁନାନଦୀ ବିଷ୍ଣୁପଦିମର୍ତ୍ତ୍ୟମଣ୍ଡଳରୁ ଯାନ୍ତି ପାତାଳକୁ ଭେଦି ।କଳ୍ମଷଧ୍ୱଂସିନୀ ନଦୀ କାଳିନ୍ଦୀ ୟା ନାମବ୍ରହ୍ମଭାଗେ କହିଛନ୍ତି ଦେବ ବୃହତ୍ସାମ ।ଯା ପାଦରୁ ପଡ଼ି ଗଙ୍ଗା ପବିତ୍ର ଜଗତେସେ ପ୍ରଭୁ ଶ୍ରୀଅଙ୍ଗେ ଗୁଣ ନାହିଁ ଅବା କେତେ ।ଏ ନଦୀ ଭିତରେ ଯେତେ ଜନ୍ତୁ ଛନ୍ତି ରହିପାପ ବିବର୍ଜିତ ଅଙ୍ଗ ଜନ୍ମ ମୃତ୍ୟୁ ନାହିଁ ।ଏ ନଦୀ କୂଳରେ ଖେଳୁଥିଲେ ଦେବରାଜତେଣୁ ଏ ଭୂମି ପବିତ୍ର ପଡ଼ି ପାଦରଜ ।ଏତେ ବୋଲି ବାଲିମୁଠେ ଧରି ଅଙ୍ଗେ ଘଷିନମସ୍କାର କରି ଥୋକେ ମଥାରେ ନିବେଶି ।ତହୁଁ ଥୋକେଦୂର ଗଲେ ରଥକୁ ଚଳାଇକଦମ୍ବ ତରୁର ତଳେ ପ୍ରବେଶିଲେ ଯାଇ ।ଦେଖିଲେ ଅମରବୃକ୍ଷ ଅତି ପରିମଳଆକାଶ ମଣ୍ଡଳ ଯାଏ ଗୋଟିଅଛି ଡାଳ ।ବୃକ୍ଷମୂଳରେ ଅଛଇ ଅଷ୍ଟରତ୍ନ ବେଦୀବିଶ୍ୱକର୍ମା ଗଠନ ସେ ଶୋଭାକୁ ସମ୍ପାଦି ।ବିଚାରିଲେ ଏ କଦମ୍ୱବୃକ୍ଷ ପୁଣ୍ୟମୟତେଣୁ ଏହା ତଳେ କ୍ରୀଡ଼ା କଲେ ଦେବରାୟ ।ଗୋପିକାମାନଙ୍କୁ ଘେନି ଏ ବୃକ୍ଷର ତଳେନାନାରଙ୍ଗରେ ବିନୋଦ କଲେ କୁତୂହଳେ ।ଗୋପୀଙ୍କ ବସ୍ତ୍ର ହରଣ କପଟରେ କରିଏ ମହାବୃକ୍ଷରେ ବାନ୍ଧି ରଖିଥିଲେ ହରି ।ନାନାରଙ୍ଗେ ନୃତ୍ୟକରି ଗୋପସୁତ ମେଳେଷଣ୍ଢାସୁର ବଧ କଲେ ଏହି ବୃକ୍ଷ ତଳେ ।ଏ ବୃକ୍ଷରେ ବସି କୃଷ୍ଣ ମୂରଲି ବଜାଇଜଗତ ମୋହିଲେ ନାନାଛନ୍ଦେ ଗୀତ ଗାଇ ।ପ୍ରୟାଗରେ ଝାସ ଦେଇଥିବ ଯେଉଁ ଜନସେ ଆସି ଏ ପୁଣ୍ୟଭୂମି କରିବ ଦର୍ଶନ ।ଏମନ୍ତ ବୋଲି ଉଦ୍ଧବ ସ୍ତୁତିବାକ୍ୟ ପଢ଼ିସାଷ୍ଟାଙ୍ଗେ ପ୍ରଣାମ କଲେ ବୃକ୍ଷତଳେ ପଡ଼ି ।ଆନନ୍ଦେ ପୁଲକି ଉଠେ ଅଙ୍ଗ ରୋମାବଳୀକଦମ୍ବତରୁ ଉପେକ୍ଷି ଧୀରେ ଧୀରେ ଚଳି ।କୁଞ୍ଜବନ ବୃନ୍ଦାବନ ଦେଖି ସ୍ତୁତି କଲେମଧୁବନ ରୁଦ୍ରବନ ପୁଣି ସେ ଦେଖିଲେ ।ଅମ୍ୱିକା ନନ୍ଦନ ଦୁଇ ବନଶୋଭା ଦେଖିମନେ ମନେ ହୋଇଲେ ସେ ଅତିଶୟ ସୁଖୀ ।ଏ ଯେ ଷଡ଼ବନ ଏକୁ ଆରେକ ସୁସଞ୍ଚନାହିଁ ପଟାନ୍ତର ସ୍ୱର୍ଗ ପାତାଳ ଯେ ମଞ୍ଚ ।ଅତି ମନୋହର ବନ ଦିଶଇ ପ୍ରତ୍ୟକ୍ଷଧାଡ଼ି ଧାଡ଼ି ରେଖ ରେଖ ସୁସଞ୍ଚିତ ବୃକ୍ଷ ।ଉଦ୍ଧବ ବିଚାର କଲେ ଦେଖି ମନେ ମନେପାତକ ଖଣ୍ଡିଲି ମୁଁ ଏ ବନ ଦରଶନେ ।ଧନ୍ୟ ଧନ୍ୟ ମୋ ଜନମ ଧନ୍ୟ ମୋର ତାତଧନ୍ୟ ମୋର କୃଳଗୋତ୍ର ଗର୍ଭଧାରୀ ମାତ ।ବିଷ୍ଣୁ ବାଳ୍ୟଲୀଳା ଭୂମି ଦେଖି ଚର୍ମଡୋଳେଜନ୍ମ ମରଣ ଖଣ୍ଡିଲି ପୂର୍ବ ପୁଣ୍ୟବଳେ ।ଏମନ୍ତ ବିଚାରି ରଥ ଚାଳି ଧୀରେ ଧୀରେଗୋପରେ ମିଳିଲେ ବେଳ ସାତ ଘଡ଼ିଠାରେ ।ଗୋପରେ ନାୟିକାମାନେ ଦେଖି ଦୂରେଥାଇଏକକୁ ଆରେକ ଗୋପୀ ପଚାରନ୍ତି ଚାହିଁ ।ଅପୂର୍ବ ରଥ ଗୋଟାକ ଆସୁଅଛି ଭଲାଏସନ ସଞ୍ଜାତ ପୂର୍ବେ ଦେଖାତ ନ ଥିଲା ।ଦିଶଇ ଜାଜ୍ଜ୍ୱଲ୍ୟମାନ ତେଜ ଜ୍ୱାଳାବଳିସ୍ୱର୍ଗର ଦେବତା ଅବା ଆସେ ମହୀସ୍ଥଳି ।ନାନାରତ୍ନ ଭୂଷଣ ଏ ହୋଇଛି ଶରୀରେସ୍ୱର୍ଗ ଛାଡ଼ି କିପାଁ ଏହୁ ଆମେ ମର୍ତ୍ତ୍ୟପୁରେ ।ଦିଗପାଳନ ସମାନରେ ଦିଶୁଅଛି ପଠାଚାହୁଁ ଚାହୁଁ ଆମ୍ଭ ମନ ହରିନେବ ଅବା ।କେ ବୋଲଇ ସଖି ଏହା ଜାଣିବା କିପରିଶ୍ରୀକୃଷ୍ଣ ଅଇଲେ ଅବା ଚିତ୍ତା ଦୟାକରି ।ଆମ୍ଭମାନଙ୍କର ବାଞ୍ଛା ହେଲା ଆଜ ସିଦ୍ଧିଏ ନିଶ୍ଚେଁ ଅଟନ୍ତି ଗୋପୀନାଥ ଗୁଣନିଧି ।ଥୋକାଏ ବୋଲନ୍ତି ସଖି ନ ବୋଲ ଏ ବାଣୀସେ କଥା ବିଚାରି କଲେ ହୃଦ ହୁଏ ହାଣି ।ଆବର କୃଷ୍ଣଙ୍କୁ ଆମ୍ଭେ ପାଇବା ଯେ କାହିଁସ୍ୱପ୍ନପ୍ରାୟ ଗଲେ ମାୟାପଟଳ ଦେଖାଇ ।କେଉଁ ଗୁଣ ବାହୁନିବା ଆମ୍ଭେ ତାହାଙ୍କରନିରଞ୍ଜନ ପୁରୁଷ ଯେ ନିତ୍ୟ ନିରାକାର ।କଳ୍ପନା କାମନାନିଧି କୋଟି କାମରୂପଯା ମୁଖ ଦେଖିଲେ ଖଣ୍ଡେ କୋଟି ଜନ୍ମ ପାପ ।ଜଗତମୋହନ ରୂପ କୋଟି ଗୁଣରାଶିକେତେକାଳ ଲାଗି ଧାତା ଗଢ଼ିଗଲା ବସି ।ତା କଥା ଚିନ୍ତିଲେ ଅଙ୍ଗେ ପ୍ରାଣ ନୋହେ ଧରିସନ୍ତାପ ଜଳେ ବୁଡ଼ାଇ ଗଲେ ଗୋ ଶ୍ରୀହରି ।କେମନ୍ତେ କରୁଣାନିଧି ଅଟେ ତାଙ୍କ ବାନାଆରତ ପ୍ରାଣୀର କେହ୍ନେ ହ୍ୱନ୍ତି ବଜ୍ର ସେହ୍ନା ।ଡକାଇତ ଆଚରଣ କଲେ ନନ୍ଦବଳାଅମୃତ ବଚନ କହି କାଟି ଗଲେ ଗଳା ।ଗଗନର ଶଶୀ ଯେହ୍ନେ ଲୋଡ଼ିଲେ ନ ପାଇଇନ୍ଦ୍ରଜାଲ ବିଦ୍ୟା ଯେହ୍ନେ ଦେଖୁ ଦେଖୁ ଯାଇ ।ସେହିମତି କୃଷ୍ଣ କଲେ ଆମ୍ଭଠାରେ ମାୟାନିରପେକ୍ଷ ପୁରୁଷ ତା ହୃଦେ ନାହିଁ ଦୟା ।ପବନ କି ଧରା ପଡ଼େ ପାତିଲେ ଗୋ ଫାନ୍ଦହାତେ ଧରି ଲୋଡ଼ୁଥିଲେ ଗଗନର ଚାନ୍ଦ ।ଭେଳା ବାନ୍ଧି ତରିବାକୁ ଲୋଡ଼ି ବାରାନିଧିବାଇ ବାତୁଳ ପରାୟେ ହେଲା ଆମ୍ଭ ବୁଦ୍ଧି ।ଆଉ ଏକସଖୀ ବୋଲେ ଶୁଣ ସଙ୍ଗାତୁଣିସେ କୃଷ୍ଣର କଥା ମୁହିଁ ଥୋକେ ଅଛି ଜାଣି ।ସବୁକାଳେ ମାୟାଧର ଅଟେ ସେ ପୁରୁଷସର୍ବ ଅନ୍ତର୍ଯ୍ୟାମୀ ତାର ସର୍ବଭୂତେ ବାସ ।ଅକ୍ଷୟ ସେ ଅବିନାଶୀ ଅଟେ ପୁଣ୍ୟଦେହୀସବୁଠାରେ ସମ ତାର ଶତ୍ରୁ ମିତ୍ର ନାହିଁ ।ସବୁ ଏକ ମଣନ୍ତି ସେ ନ ବିଚାରି ପରନ ଜାଣିବା ଲୋକେ ତାକୁ ବୋଲନ୍ତି ମୋହରମୃଗତୃଷ୍ଣା ସ୍ଥାନେ ଲୋଡ଼ି କେ ପାଇଛି ପାଣିଅଜ୍ଞାନରେ ପଡ଼ି ଭ୍ରମି ହେଉଥାନ୍ତି ପ୍ରାଣୀ ।ବ୍ରହ୍ମା ଇନ୍ଦ୍ର ରୁଦ୍ରଙ୍କୁ ସେ ଭୁଲାଇବେ ଏକାଆମ୍ଭେ ସ୍ତିରୀମାତ୍ର ତାଙ୍କୁ କେଉଁଗୁଣେ ଲେଖା ।ଲକ୍ଷ୍ମୀର ବଲ୍ଲଭ ସରସ୍ୱତୀ ପ୍ରାଣବନ୍ଧୁଅନନ୍ତ ମାୟାଧର ସେ କୃପାଜଳ ସିନ୍ଧୁ ।ତାହାକୁ ଆମ୍ଭର ବୋଲି ବୋଲ ଯେ ନ ଜାଣିଚାଲୁଣୀ ଭିତରେ କାହିଁ ରହିବ ଯେ ପାଣି ।ବଢ଼ିଲା ନଦୀରେ ଖୋଜି କେ ପାଇବ ସ୍ଥଳଯେତେ ପୁଣ୍ୟ ଥିଲା ତେତେ ଲଭିବଇଁ ଫଳ ।ସବୁକାଳରେ ପ୍ରାଣୀର ନ ଥାଇଟି ଦୁଃଖସମୟେକ ଦୁଃଖ ପାଇ ଭୋଗ କରେ ସୁଖ ।ଲାବଣ୍ୟନିଧି ଅର୍ଜିଲେ ଆମ୍ଭେ ଭାଗ୍ୟବଳେହସ୍ତୁ ଫଟି ପଳାଇଲା କର୍ମର ଅବଳେ ।ତହିଁକି ଶୋଚନା କଲେ ହେବ ଆଉ କିସବିଧାତାର ଘଟସୂତ୍ର ଏସନ ଭବିଷ୍ୟ ।ଦେହକୁ ଆବୋରି ପ୍ରାଣ ରହିଅଛି ଭଲେପିଣ୍ଡଅକାରଣ ହେବ ପ୍ରାଣ ଛାଡ଼ିଗଲେ ।ଶ୍ରୀକୃଷ୍ଣ ପ୍ରୀତିରେ ଆମ୍ଭେ ହୋଇଥିଲେ ମୋହତାଙ୍କ ହୃଦରେ ଆମ୍ଭଙ୍କୁ ତିଳେ ନାହିଁ ସ୍ନେହ ।ନବ ନାଗର ପୁରୁଷ ଅଟେ ଭଗବାନବାହାରେ ଯାହା କରଇ ଭିତରେ ତା ଆନ ।ସେ ବଡ଼ ନିଷ୍ଠୁର ତାହା ହୃଦେ ନାହିଁ ଦୟାଯେତେ କଥା କହଇ ସେ ସବୁ ତାର ମାୟା ।ଆମ୍ଭେ ଯେ ଷୋଳ ସହସ୍ର ଅଟୁ ଗୋପବାଳୀସୁକୁମାର ସୁଲକ୍ଷଣ ଏକୁ ଏକ ବଳି ।ଅନୁପମ କାମମୁଦ୍ରା ସର୍ବ ଗୁଣଗ୍ରାହୀଜଣ ଜଣକେ ଇନ୍ଦ୍ରଙ୍କୁ ପାରୁ ଆମ୍ଭେ ମୋହି ।ବଢ଼ିଲୁ ଅସତ ମାର୍ଗେ ଛାଡ଼ି ଜାତି ଲଜ୍ଜାଘର ବର ଆଦି ସବୁ କଲୁ ପରିତ୍ୟଜ୍ୟା ।ନିସ୍ତରିବୁ ବୋଲି ଘେନିଥିଲୁ ବଡ଼ ବାଛିଅସତୀ ହୋଇଲୁ କାର୍ଯ୍ୟ ନ ପାଇଲୁ କିଛି ।ସପତ ସମୁଦ୍ରେ ପଶି ନ ତିନ୍ତିଲା ପାଦସପ୍ତନିଧି ଆବୋରିଣ ହୋଇଲୁ ଦରିଦ୍ର ।କାମଧେନୁ ଆଶ୍ରେ କଲୁ ନ ତୁଟିଲା କ୍ଷୁଧାମୃତ ସଂଜୀବନୀ ଶିଖି ଲାଗେ ମୃତ୍ୟୁ ବାଧା ।ସବୁ ଛାଡ଼ି ଶ୍ରୀକୃଷ୍ଣର ପାଦ ଆଶ୍ରେ କଲୁକିଛି କାର୍ଯ୍ୟ ନ ହୋଇଲା ଉପହାସେ ମଲୁ ।ଏହାଶୁଣି ବୋଲେ ଆନ ଏକ ଗୋପାଳୁଣୀସତେ କି ଆମ୍ଭଙ୍କୁ ତ୍ୟାଗ କଲେ ବେଣୁପାଣି ।ବୁଦ୍ଧିମନ୍ତ ଗୁଣବନ୍ତ ଅଟନ୍ତି ଗୋ ସେହିଆମ୍ଭଠାରେ ନିର୍ଦ୍ଦୟ ସେ ହେବେ କାହିଁପାଇଁ ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚୌଖାନିପାଳନ କରନ୍ତି ନିତ୍ୟେ ଦୟା ଗୁଣ ଘେନି ।ମନ ବୁଦ୍ଧି ଅହଙ୍କାରେ ନୁହନ୍ତି ସେ ସଙ୍ଗସର୍ବଗୁଣେ ପରିପୂର୍ଣ୍ଣ ଯାହାର ଶ୍ରୀଅଙ୍ଗ ।ଆରତ ଭଞ୍ଜନବାନା କୃପାଜଳ ରାଶିଦୟାସିନ୍ଧୁ ବୋଲି ବେଦ ବେଦାନ୍ତରେ ଭାଷି ।ଦେବଙ୍କ ଉପରେ ଦେବ ପରଂବ୍ରହ୍ମ ସ୍ୱାମୀସବୁରି ମନ ଜାଣନ୍ତି ସେହି ଅନ୍ତର୍ଯ୍ୟାମୀ ।ଯା ନାମ ଧରନ୍ତେ ପ୍ରାଣୀ ଭବଜଳୁଁ ତରେଭାବ ଜାଣି ଅନୁଗ୍ରହ ସର୍ବଦା ସେ କରେ ।ଏଥକୁ ଅଭାବ କେହି ନ ଭାଳ କିଞ୍ଚିତେଆମ୍ଭଙ୍କୁ ସୁଦୟା କୃଷ୍ଣ କରିଛନ୍ତି ଚିତ୍ତେ ।ଯାହାର ଆଶ୍ରୟେ ପ୍ରାଣୀ କଷ୍ଟହୁଏ ପାରିତା ସହିତେ ଅଙ୍ଗସଙ୍ଗ କଲେ ବ୍ରଜନାରୀ ।ନାନା ପ୍ରେମ କଉତୁକ ହାସ ପରିହାସେସ୍ୱଚ୍ଛନ୍ଦେ ବିହରି ଦିନ ବଞ୍ଚିଲେ ତା ପାଶେ ।କେତେ ପୁଣ୍ୟେ ସେ ଶ୍ରୀଅଙ୍ଗ ଲାଗି ଆମ୍ଭ ତହିଁଖଣ୍ଡିଲେ ସକଳ ଦୋଷ ସ୍ତିରୀ ଜନ୍ମ ପାଇ ।ଆମ୍ଭଙ୍କୁ ଉପେକ୍ଷି ଏବେ ଗଲେ ଶିରୀବତ୍ସିଅଇଲେ ଏ ଦୁଃଖ ଆଉ ନ ରହିବ କିଛି ।ଅଳପ ଚାଖିଲେ ଜାଣି ଅମୃତର ସ୍ୱାଦଅଳପ ଘେନନ୍ତି ଲୋକେ ଶିବଙ୍କ ପ୍ରସାଦ ।ଅଳ୍ପ ରାମ ନାମ ହୃଦେ ଘୋଷି ଯୋଗୀଜନଅଳପେ ଖଣ୍ଡିଲେ ମାୟା ସଂସାର ବନ୍ଧନ ।ଅଳପ ଅନଳ ପାରେ ସୃଷ୍ଟି ଧ୍ୱଂସ କରିଅଳପ ପ୍ରୀତିରେ ବୋଧ କରି ଗଲେ ହରି ।ଅଳପ ମଣିର ମୂଲ୍ୟେ ପାଇ ବହୁଧନଅଳପ ଭକ୍ତିରେ ତୋଷ ହ୍ୱନ୍ତି ଭଗବାନ ।ପରଶ ପଥର ଲାଗି ଲୁହା ହୁଏ ସୁନାତେସନ ସଞ୍ଜାତ ଆମ୍ଭେ ହେଲେ ଗୋପାଙ୍ଗନା ।ଖାଲ ଡିଙ୍ଗର ପର୍ବତୁ ଯେତେ ଜଳ ଆସିପବିତ୍ର ହୁଅଇ ତାହା ସମୁଦ୍ରରେ ପଶି ।ସେହି ଜଳ ପ୍ରାୟ ଆମ୍ଭେ ସବୁ ଗୋପୀଯାକଶ୍ରୀକୃଷ୍ଣ ସମୁଦ୍ରେ ପଶି ଖଣ୍ଡିଲୁ ପାତକ ।ଏ ବଚନ ଶୁଣି ବୋଲେ ଏକଇ ମୃଗାକ୍ଷୀଜୀବ ଥିଲେ ଶ୍ରୀକୃଷ୍ଣଙ୍କୁ ମୂର୍ଚ୍ଛି ନୋହେ ସଖି ।ପୁରୁଷଙ୍କ ଉତ୍ତମ ସେ ସର୍ବଗୁଣ ରାଶିକେତେଗୁଣ ତାହାଙ୍କର ବାହୁନିବା ବସି ।ନୀଳେନ୍ଦ୍ରୀ ଦଳ ପରାୟେ ଦିଶେ ତନୁ କାନ୍ତିଯା ପାଦପଦ୍ମକୁ ସମ ନୁହେ ରତିପତି ।କୁଟିଳ କୁନ୍ତଳେ ଶୋହେ ବର୍ହିପୁଚ୍ଛ ବେଣୀନୀଳଘନ ମଧ୍ୟେ ଯେହ୍ନେ ଉଦେ ତାରାଶ୍ରେଣୀ ।ନାନାଜାତି କୁସୁମରେ ହୋଇ ପରିମଳମସ୍ତକ ଉପରେ ଶୋଭାପାଏ ଦିବ୍ୟଚୁଳ ।ଭାଲପଟେ ବିରାଜଇ ଗୋରଚନା ଚିତାକନ୍ଦର୍ପ ଧନୁକୁ ନିନ୍ଦେ ଚାରୁ ଭୁରୁଲତା ।କଟାକ୍ଷରୁ ସରି ନୋହେ ମଦନର ବାଣଚାହିଁଲା ମାତ୍ରକେ ହରିନିଏ ମନପ୍ରାଣ ।ବିମ୍ୱାଧରେ ମନ୍ଦହାସ ଅପୂର୍ବ ଚାହାଣିସେ କଥା ଚିନ୍ତିଲେ ସଖି ହୃଦ ହୁଏ ହାଣି ।ବିକଚ କମଳ ପ୍ରାୟ ଶୋହେ ବେନି ଡୋଳାମୁଖଚନ୍ଦ୍ର ଦେଖି ମୋହି ହେଲେ ଗୋପବାଳା ।ସୁସଞ୍ଚ ସୁନ୍ଦର ନାସା ଅପୂର୍ବ ଶୋଭନଶତବାନି ସୁବଣ୍ଣ କି ଯା ପୀତ ବସନ ।ତାରାବର୍ତ୍ତକ ମୁକୁତା ଧାଡ଼ି ଥାଇ ଲମ୍ୱହିମବନ୍ତ ପର୍ବତେ କି ଶ୍ୱେତନାଗ ଚୁମ୍ୱ ।ଅପୂର୍ବ ସୁନ୍ଦର ଦିଶେ ବିମ୍ୱାଧର କାନ୍ତିସିନ୍ଦୂର ରେଖା ଲଳିତ ମୁକ୍ତା ଦନ୍ତପନ୍ତି ।କଣ୍ଠେ ଶୋଭାବନ ନାନା ବର୍ଣ୍ଣ ରତ୍ନହାରତାରାଗଣ ଘେନି ଯେହ୍ନେ ଉଦେ ନିଶାକର ।ହସ୍ତାଙ୍କର ଥୋର ହସ୍ତ ଜାଣି ଭୁଜଦଣ୍ଡସେ ଭୁଜର ବଳେ ଜିଣି ପାରଇ ବ୍ରହ୍ମାଣ୍ଡ ।ବିଦ ମୁଦି ତାଡ଼ ତୋଡ଼ କଙ୍କଣ ବାହୁଟିହୀରା ନୀଳା ଅଷ୍ଟରତ୍ନ ଖଞ୍ଜା ଗୋଟି ଗୋଟି ।ଅଙ୍ଗୁଳି ଶୋଭା ଯେସନ ଚମ୍ପାଫୁଲ କଢ଼ିନଖ ସେବତୀକି ଯାଈଫଳର ପାଖୁଡ଼ି ।କଟୀ ଶୋଭାକର ହର ଡମ୍ୱରକୁ ଜିଣିଆରକତ ପଦ୍ମପ୍ରାୟ ଶୋହେ ପଦ୍ମପାଣି ।ତ୍ରିକଚ୍ଛ ପୀତବସନ ଅର୍ଦ୍ଧାଞ୍ଜଳି ଫେଡ଼ିନବରତ୍ନ ଓଢ଼ିଆଣୀ ତଥିପରେ ଜଡ଼ି ।ତେଣୁ ଅତି ଶୋଭାବନ ଦିଶୁଥାଇ କଟୀଗୋପ ନାୟିକାଙ୍କ ଧୈର୍ଯ୍ୟ କରଇ ସେ ଲୁଟି ।ସଧୀରେ ଚାଳଇ ଯେହ୍ନେ ରାଜହଂସ ଚାଲିବିରହିଣୀ ହୃଦୟକୁ ହୁଅଇ ସେ ଭାରୀ ।ଅଣ୍ଡିର କୋକିଳ ପ୍ରାୟ କହନ୍ତି ବଚନସେ ବଚନେ ବନ୍ଦୀ ହେଲା ଗୋପୀଙ୍କର ମନ ।ଭୋ ସଖି ଏମନ୍ତ ଯେତେ ଶ୍ରୀକୃଷ୍ଣଙ୍କ କଥାସୁମରନ୍ତେ ହୃଦ ଫାଟି ଜାତ ହୁଏ ବ୍ୟଥା ।କେଉଁ ଦଇବର ଆମ୍ଭେ କଲୁ କେତେ ଦୋଷଏଡ଼େ ସୁଖ ଭାଙ୍ଗି କଲା ଆମ୍ଭଙ୍କୁ ନିରାଶ ।ଭାବ ଲଗାଇ ବିଚ୍ଛେଦ କଲେ ଦେବହରିକେଉଁଦୋଷେ ଛାଡ଼ିଗଲେ ସ୍ୱହସ୍ତେ ନ ମାରି ।ନୋହିଲେ ଆମ୍ଭଙ୍କୁ ସଙ୍ଗେ ନେଇଥାନ୍ତେ ଅବାପରିଚାରୀ ପଣେ ଆମ୍ଭେ କରୁଥାନ୍ତେ ସେବା ।ଏତେ ବୋଲି ଶୋକେ ଗଦ ଗଦ ଗୋପନାରୀବେନି ନୟନରୁ ଫାଟି ବହେ ଅଶ୍ରୁବାରି ।ଭୋ ବିଧାତା କି ବିଚାର କରି ଏହା କଲୁପ୍ରାପ୍ତ ହେବା ନିଧି ଆମ୍ଭ ହସ୍ତ ଘେନିଗଲୁ ।ଆବର କୃଷ୍ଣଙ୍କୁ ଆମ୍ଭେ ପାଇବୁ ଯେ କାହିଁନିଶ୍ଚେଁ ପ୍ରାଣ ବିସର୍ଜିବୁ ବିଷ ଗୋଳି ଖାଇ ।ଏମନ୍ତ ବୋଲି ବିକଳ ହୁଅନ୍ତେ ତରୁଣୀଆବର ଗୋପୀଏ ବୋଲେ ଶୁଣ ସଙ୍ଗାତୁଣି ।ଶ୍ରୀକୃଷ୍ଣର ମାୟା ତୁମ୍ଭେ ନ ଜାଣ ଗୋ କିଛିତାଠାରେ ଆମ୍ଭର କିସ ପ୍ରୟୋଜନ ଅଛି ।ବଡ଼ ନିରପେକ୍ଷ ଦେହୀ ଅଟଇ ସେ କହ୍ନାପ୍ରତ୍ୟକ୍ଷରେ ଦେଖିଅଛ ମାଇଲା ପୂତନା ।ତାକୁ ଆଶ୍ରେ କରି ବୃନ୍ଦା ପ୍ରାଣ ବିସର୍ଜିଲାଚନ୍ଦ୍ରାବଳୀ ମରୁଥିଲା ଭାଗ୍ୟରେ ବଞ୍ଚିଲା ।ଷଣ୍ଢା ଶକଟା ଯାମଳାର୍ଜ୍ଜୁନ କେଶୀ ବକାଅଘା ତୃଣା ଆଦି ଯେତେ କଂସାସୁର ସଖା ।ଧେନୁ କୁବଳୟା ଗଜ ମୁଷ୍ଟିକ ଚାଣୂରଏମାନଙ୍କୁ ମାରି କଲା କଂସକୁ ସଂହାର ।ଏତେ ମାରି ହତ୍ୟା ଦୋଷ ନ ଲାଗିଲା ଯାକୁଆମ୍ଭେମାନେ ମଲେ କିଏ ଭୟ ଅଛି ତାକୁ ।ଆପଣାର ସୁଖ ଆପେ ଜାଣେ ବନମାଳୀବଚନେ ଯା କହେ ତାହା ନ ପାରଇ ପାଳି ।ଅନେକ ପୀରତି କରି ଆମ୍ଭଙ୍କୁ ଭଣ୍ଡିଲାଏବେ ରାଜ ଭୋଗ ପାଇ ତାହା ପାସୋରିଲାଅକ୍ରୂର ସଙ୍ଗତେ ଗଲାବେଳେ ସେ ମାଧୋଇଆମ୍ଭେମାନେ ବୋଲୁଥିଲୁଁ ସଙ୍ଗେ ଯିବାପାଇଁବେନି ତ୍ରୋଶ ଯାଏ ଗଲୁ ପଛରେ ତାହାରିଲେଉଟି ଆମ୍ଭଙ୍କୁ ଥରେ ନ ଚାହିଁଲା ହରି ।ଗୋପ ଛାଡ଼ିଯାନ୍ତେ ଏଡ଼େବଡ଼ ସେ ହୋଇଲାଏକାବେଳେ ସବୁ ସ୍ନେହ ମନରୁ ଭୁଲିଲା ।ଏବେ ସିନା ଜଣାଗଲା ସଖି ତାର ମନତଣ୍ଟିକଟା ଅଟଇ ସେ ନନ୍ଦର ନନ୍ଦନ ।ଆମ୍ଭ ହୃଦୟରେ ବୁଦ୍ଧି ନ ଥିବାରୁ ଲେଶଜାଣି ନ ପାରିଲୁ ତାର କପଟ ବିଶ୍ୱାସ ।ଅମୃତ ଦେଖାଇ ବିଷ ଖୁଆଇଲା ପରିକପଟ ପ୍ରୀତିରେ ଗଲା ଆମ୍ଭଙ୍କୁ ସେ ମାରି ।ଏବେ ଗୋଷ୍ଠୀ କଲା ଯାଇ ଯାଦବଙ୍କ ମେଳେଗୋପୀଗୋପାଳଙ୍କୁ କିପାଁ ଚାହିଁବ ସେହେଳେରାଜକୁମାରୀମାନଙ୍କୁ ହେବ ତହିଁ ବିଭାସେ କନ୍ୟାଙ୍କ ଆଗେ ଆମ୍ଭେ ଦିଶିବା କି ଶୋଭାମଥୁରା ନଗରେ ଯେତେ ନାଗରୀ ଯୁବତୀଚଉଷଠି ବନ୍ଧ ନାନା ବିନୋଦ ଜାଣନ୍ତି ।ନାଗର ପୁରୁଷ ତାଙ୍କ ହସ୍ତେ ଅଛି ପଡ଼ିଶୁଦ୍ଧ ସୁବର୍ଣ୍ଣରେ ଯେହ୍ନେ ମରକତ ଜଡ଼ି ।ଦିନକୁ ଦିନ ପୀରତି ବଢ଼ିଲାକ ଯହୁଁତାଙ୍କଠାରୁ ଉବୁରି ସେ ଆସିବ ବା କାହୁଁ ।ପଦ୍ମବନ ମଧ୍ୟେ ସଦା ବେଙ୍ଗ ରଖୁଆଳଭ୍ରମର ବିହାର କରେ ଫୁଟିଲେ କମଳ ।କର୍ପୂର କସ୍ତୁରୀ ଗନ୍ଧ ପନିଅର ଆଣିମୁଦି ହୋଇଥିଲେ କେହି ନ ପାରନ୍ତି ଜାଣି ।ସମ୍ପୂଟ ଫିଟାଇ ଦେଲେ ଚହଟଇ ବାସସୁଗନ୍ଧ ଆମୋଦ ପୂର୍ଣ୍ଣ ହୁଏ ଦଶ ଦିଶ ।ସେହି ପ୍ରାୟ ତିନିପୁରେ ଶ୍ରୀକୃଷ୍ଣର କୀର୍ତ୍ତିଶୁଭିଲାଣି ବଶ ହେବେ ଅନେକ ଯୁବତୀ ।ବନ ପଶୁ ପ୍ରାୟେ ଆମ୍ଭେ ଅଟୁ ଗୋପଙ୍ଗନାଆମ୍ଭପାଇଁ କିପାଁ ସେ ଗୋ କରିବ ଶୋଚନା ।ଅମେଧ୍ୟରେ ପଡ଼ିଥିଲେ ବ୍ରହ୍ମଜାତି ହୀରାଉତ୍ତମ ଲୋକେ କରନ୍ତି ତାକୁ ଗଳେ ହାରା ।ସଂଯୋଗରେ କାଚ ସ୍ୱର୍ଣ୍ଣ ଏକ ବର୍ଣ୍ଣ ଦିଶେବିଚାରି ଜାଣିଲେ ଏକ ମୂଲ୍ୟ ନୁହଇ ସେ ।କୋକିଳ ଶିଶୁକୁ ଯେବେ କାକ ପ୍ରତିପାଳେନିଜ ଗୁଣ ଧରଇ ସେ ବସନ୍ତର କାଳେ ।ଗଜମୁକ୍ତା ପଡ଼ିଥିଲେ ଅରଣ୍ୟ ମଧ୍ୟରେକାଳେ ସେ ବସଇ ଯାଇ ନୃପତିଙ୍କ ଶିରେ ।ଶାଳଗ୍ରାମ ଶିଳା ଯେବେ ନୀଚଗୃହେ ଥିବେବେଦ ଶାସ୍ତ୍ରମତେ ତାଙ୍କୁ ବ୍ରାହ୍ମଣେ ପୂଜିବେ ।ଉତ୍ତମ ପୁରୁଷ ସ୍ୱାମୀ ଅଟନ୍ତି ଶ୍ରୀଅଙ୍ଗକିଛି କାଳ ଆମ୍ଭ ସଙ୍ଗେ କଲେ ଅଙ୍ଗସଙ୍ଗ ।ପୁଣି ସେ ଲେଉଟି କିପାଁ ଆସିବେ ଏଥକୁସବୁଠାରେ ଭୋଗ ମିଳେ ଶ୍ରୀମନ୍ତ ଲୋକଙ୍କୁ ।ବଳବନ୍ତ ଗୁଣବନ୍ତ ଲକ୍ଷ୍ମୀଦେବୀ ସାଇଁଯହିଁ ଥିବେ ତହିଁ ତାଙ୍କୁ କିସ ନ ମିଳଇ ।ଧନ ରତ୍ନ ଅଳଙ୍କାର ସ୍ତିରୀ ନାନା ଦ୍ରବ୍ୟବାଞ୍ଛାକଲେ ଅବହେଳେ ପାଇବେ ସେ ସର୍ବ ।ଏହା ଶୁଣି ବୋଲେ ଆଉ ଏକ ଚନ୍ଦ୍ରମୁଖୀମୁଁ କହିବା କଥା ତୁମ୍ଭେ ଶୁଣ ସର୍ବ ସଖି ।ଅଖିଳ ବ୍ରହ୍ମାଣ୍ଡ ନାଥ ସେହି ନାରାୟଣହୃଦୟ ପୋଡ଼ୁଛି ମନେ ଚିନ୍ତି ତାଙ୍କ ଗୁଣ ।ଯେଉଁଦିନ ଅବତାର ହେଲେ ନନ୍ଦଘରେଚାରିପାଦେ ଲକ୍ଷ୍ମୀ ବିଜେକଲେ ଗୋପପୁରେ ।ଅଚାଳାଚଳ ସମ୍ପଦ ପୁତ୍ରକନ୍ୟା ନାତିଚାହୁଁ ଚାହୁଁ ଅଦଭୂତେ ବଢ଼ିଲା ବିଭୂତି ।ସ୍ୱର୍ଗସମ ଗୋପପୁରେ ବିକାଶିଲା ଶୋଭାବୃଦ୍ଧମାନେ ପାଲଟିଣ ହେଲେ ନବଯୁବା ।ଧରଣୀରେ ଉପୁଜିଲା ନାନା ପୁଷ୍ପ ଫଳଇଚ୍ଛା କଲେ ମେଘମାନେ ବରଷିଲେ ଜଳ ।ରୋଗ ଶୋକ ମୃତ୍ୟୁବାଧା ନ ଜାଣିଲେ କେହିନାନା ଉପଦ୍ରବୁ ରକ୍ଷା କଲେ ବେନି ଭାଇ ।ରାତ୍ର ଦିବସ ବର୍ତ୍ତନ୍ତି ରାହାସ ବିନୋଦେସର୍ବ ଗୋପୀଙ୍କି ମୋହିଲେ ଏକା ବଂଶୀନାଦେନାନାରଙ୍ଗେ କ୍ରୀଡ଼ା କଲେ ଆମ୍ଭସଙ୍ଗେ ହରିସେ କଥା ସ୍ମରିଲେ ହୃଦ ହେଉଛି ବିଦାରି ।ବତିଶ ଯେ ଆଲିଙ୍ଗନ ଷୋଳକଳା ରତିଚୌଷଠି ବନ୍ଧେ ଶୃଙ୍ଗାର ଆଳାପ ପୀରତି ।ଜାରଣ ମାରଣ ଆଦି ସମ୍ଭାଷଣ ଲୀଳାସବୁ ରସେ ରସାଇଲେ ସେହି ନନ୍ଦବଳା ।କଦମ୍ୱ ବୃକ୍ଷରେ ଉଠି ବଜାଇଲେ ବେଣୁଆମ୍ଭ ପଞ୍ଚଭୂତ ଆତ୍ମା ହରି ନେଲେ ତେଣୁ ।ଲଳିତ ଗାନ୍ଧାର ରାଗେ ଗାଇଲେ ସେ ଗୀତଶୁଣିଲା ମାତ୍ରକେ ଅଙ୍ଗ ହେଲା ପୁଲକିତ ।ମୃଦଙ୍ଗ କଂସାଳ ବୀଣାଯନ୍ତ୍ର ଅଳାବେଣୀମର୍ଦ୍ଦଳ ପଟ୍ଟହ ବଜାଇଲେ ଚକ୍ରପାଣି ।ତାଣ୍ଡବ ରଙ୍ଗରେ ପଶି କଲେ ଦିବ୍ୟ ନାଟଷୋଳସସ୍ର ଗୋପୀ ଆମ୍ଭେ ହୋଇଲୁ ଉଚ୍ଚାଟ ।ଆମ୍ଭଙ୍କୁ ସୁଦୟା ଚିତ୍ତେ କଲେ ପୀତବାସଖଟିଲୁ ଅଭେଦ ଆତ୍ମା ହୋଇ ତାଙ୍କ ପାଶ ।ଘର ବର ତେଜି ଲଜ୍ଜା ନ ଧଇଲୁ ମନେସର୍ବଦା ସେବିଲୁ ତାଙ୍କୁ ବୁଲି କୁଞ୍ଜବନେ ।ଶାଶୁ ଶ୍ୱଶୁର ଦିଅର ପତି ପୁତ୍ର ମୂର୍ଚ୍ଛିପିତା ମାତା ସହୋଦର ଭାଇ ବନ୍ଧୁ ଲେଛି ।ଇଚ୍ଛାସୁଖେ ବରିଥିଲୁ ଯାକୁ ଭର୍ତ୍ତା କରିକେବଣ ଦଇବ ତାକୁ ନେଲା ଏବେ ହରି ।ଅସତୀ ହୋଇଲୁ ମାତ୍ର ନ ପୂରିଲା ଆଶଏଡ଼େ ବଡ଼ ପ୍ରୀତି ହେଲା ଅଳ୍ପକରେ ନାଶ ।ଏତେ କହିଣ ଆକୁଳ ହେଲେ ଗୋପାଙ୍ଗନାକହୁ କହୁ ନ ରହିଲା ଅଙ୍ଗରେ ଚେତନା ।ଶୁକମୁନି ବୋଲନ୍ତି ହୋ ଶୁଣ ପରୀକ୍ଷିତପବିତ୍ର ପୁରାଣ ଏ ଯେ ଶ୍ରୀହରିଚରିତ ।ଏକ ସଖୀ ଅସାଷ୍ଟମେ ଆରେକ ତରୁଣୀବିକଳ ହୋଇଣ ବୋଲେ ଶୁଣ ସଙ୍ଗାତୁଣୀ ।ଶ୍ରୀକୃଷ୍ଣ ଚିନ୍ତାରେ ଏତେ ଆରତ ତୁ ନୁହତୋ ବିକଳ ଦେଖି ମୋର ନ ସହଇ ଦେହ ।ସରିଲାଣି ଦମ୍ଭପଣ କୃଷ୍ଣ ଗଲା ଦିନୁତିଳେ ହେଲେ ତାଙ୍କ କଥା ନ ଛାଡ଼ିଲା ମନୁ ।ନ ଲାଗଇ କ୍ଷୁଧା ତୃଷା ନିଦ୍ରା ନାହିଁ ରାତ୍ରେପୋଡ଼ୁଛି ବିରହାନଳ ପଶି ମୋର ଗାତ୍ରେ ।ସବୁକାଳେ କରି କରି ସେହି କୃଷ୍ଣ ଚିନ୍ତାଖାଇବାକୁ ଅନ୍ନ ମୋତେ ଲାଗିଲାଣି ପିତା ।ଚକ୍ଷୁ କର୍ଣ୍ଣ ନାସା ଆଦି ଇନ୍ଦ୍ରିୟଙ୍କ ଭୋଗବସନ ଭୂଷଣ ମାଲ୍ୟ ସବୁ କରି ତ୍ୟାଗ ।ଗଜଦନ୍ତ ପଲ୍ୟଙ୍କରେ ଶେଯାଇ ହଁସୁଲୀକର୍ପୂର ପନୀର ଗନ୍ଧ ରଖିଥାଏ ଗୋଳି ।ଯେତେବେଳେ ନ ଦେଖିଲି ଶ୍ରୀକୃଷ୍ଣ ବଦନତା ମୋତେ ଲାଗିଲା ଯେହ୍ନେ ପ୍ରଳୟ ଦହନ ।ବାଲିରେ ପଡ଼ିଛି କୃଷ୍ଣ ଚରଣ ପଙ୍କଜଯମୁନାକୁ ଗଲାବେଳେ ଦେଖିଲି ମୁଁ ଆଜ ।ସାଉଁଟି ଆଣିଲି କରେ ସେ ଚରଣ ଧୂଳିମସ୍ତକରୁ ପାଦଯାଏ ଅଙ୍ଗେ ଦେଲି ବୋଳି ।ଗତ କଥାମାନ ସବୁ ମନ ମଧ୍ୟେ ସ୍ମରିଅସାଷ୍ଟମ ହେଲି କାମବାଣେ ହୋଇ ଘାରି ।ଏକାନ୍ତ କ୍ରୀଡ଼ାରେ ଭୂମି ଲତା କୁଞ୍ଜବନଏକାହୋଇ ବୁଲି ବୁଲି ଦେଖିଲି ସେମାନ ।ଯେଉଁଠାରେ କୃଷ୍ଣ ମୋତେ କରିଥିଲେ ଯାହାଆଦି ଅନ୍ତ କରି ରଖି ଚିତୋଇଲି ତାହା ।ତେତେବେଳୁ ପ୍ରାଣ ମୋର ହେଉଛି ଆଉଟିନିରନ୍ତର ଜପୁଅଛି କୃଷ୍ଣନାମ ଗୋଟି ।କବୀରର ଫୁଲ ମୋତେ ଲାଗୁଅଛି ଭାରସର୍ପ ପ୍ରାୟ ମଣିଲି ମୁଁ ଗଳା ରତ୍ନହାର ।କର୍ପୂର କସ୍ତୁରୀ ଗନ୍ଧ ଯେ ପନୀର ପାଣିପରିତ୍ୟାଗ କଲି ସଖି ଅଗ୍ନି ପ୍ରାୟ ମଣି ।ପରିଧାନ ଝୀନବାସ ହେଲା ମୋତେ ଗରୁଖଳ ଖଳ ହୋଇ ଜାଳ ବହଇ ଦେହରୁ ।ଭାସିଲି ମଦନ ଜଳେ ନ ପାଇଣ କୂଳତାରିବାକୁ ନାବ ଏକା ସେହି ନନ୍ଦବାଳ ।ସତେ କି ଦେଖିବି ଆଉ ସେ ମୁଖ ମାଧୁରୀଏତେ ବୋଲି ଉଚ୍ଚେ ଶୋକ କଲା ଗୋପନାରୀଆଉ ଏକ ସଖୀ ବୋଲେ ସତ ପ୍ରାୟ ମଣୁଆଉ କି ଶୁଣିବା କର୍ଣ୍ଣେ ସେ ବିରହ ବେଣୁ ।ବାହୁଡ଼ି ନିକୁଞ୍ଜବନେ ସେହିମତି ହୋଇଏ ଜନ୍ମେ ଲୋଡ଼ିଲେ ଆମ୍ଭେ ପାଇବା ଯେ କାହିଁଯେଉଁଦିନ ଗଲେ ରାମକୃଷ୍ଣ ଗୋପ ଛାଡ଼ିସେହି ଦିନୁ ସବୁ ସୁଖ ସଙ୍ଗେ ନେଲେ କାଢ଼ି ।ଆବର ଏଠାରେ ଆମ୍ଭେ ରହି କି କରିବାସେ ଯହିଁ ଅଛନ୍ତି ଚାଲ ସେହିଠାକୁ ଯିବା ।ପରିବାରୀପଣେ ତାଙ୍କ ପାଦେ ଥିବା ଖଟିଏଠାରେ ରହିଲେ ପ୍ରାଣ ଯିବ ହୃଦ ଫାଟି ।ଆଉ ଏକ ଗୋପୀ ବୋଲେ କୃଷ୍ଣର କି ଦୋଷକେବଳ ଅକ୍ରୂର ଆସି ସବୁ କଲା ନାଶ ।ତାହାଠାରୁ କ୍ରୂରକର୍ମା ଜଗତେ କେ ନାହିଁକେମନ୍ତେ ଅକ୍ରୂର ବୋଲି ନାମ ଅଛି ବହି ।ଏହିମତେ ପରସ୍ପରେ ସର୍ବ ଗୋପବାଳୀଆକୁଳ ହୁଅନ୍ତି ରାମକୃଷ୍ଣ କଥା ଭାଳି ।ଭୋଜନ ଶୟନ ଗୃହ ଦାଣ୍ଡ ଜଳଘାଟେବାତୁଳୀ ପରାଏ ହ୍ୱନ୍ତି ଶ୍ରୀକୃଷ୍ଣ ଉଚ୍ଚାଟେ ।ନବଲକ୍ଷ ସଂଖ୍ୟା ଗୃହ ବସେ ଗୋପପୁରେଯେତେ ନରନାରୀ ବାସ କରନ୍ତି ତହିଁରେ ।ସମସ୍ତେ କହନ୍ତି ବାଟଘାଟେ ସେହି କଥାରାମକୃଷ୍ଣ ବିନୁ ଆନ ନ ରୁଚେ ସର୍ବଥା ।ଶୁଣ ହେ ପରୀକ୍ଷରାଜ ଶୁକ ଯେ କହନ୍ତିଇତି ଶ୍ରୀପୁରାଣେ ହରିବଂଶ ପୁଣ୍ୟକୀର୍ତ୍ତି ।ସେ ଶୁକମୁନିଙ୍କ ପାଦେ କୋଟି ନମସ୍କାରକହଇ ଅଚ୍ୟୁତ ଦାସ ହରିବଂଶ ସାର ।ଜଗତ ବନ୍ଦନ କୃଷ୍ଣ ରାଧିକାବଲ୍ଲଭକୃପାକରି ପ୍ରଭୁ ମୋତେ ଦିଅ ସଦଭାବ ।ଉଦ୍ଧବର ଗୋପପୁରରେ ରାମ କୃଷ୍ଣଙ୍କ ବାର୍ତ୍ତା ପ୍ରଦାନଏଥୁଅନ୍ତେ ଶୁକମୁନି ବୋଇଲେ ରାଜନକହିବା ଶ୍ରୀକୃଷ୍ଣ ଲୀଳା ହେତୁକରି ଘେନ ।ଏସନେ ଗୋପିକାମାନେ ଖଳବଳ ହ୍ୱନ୍ତେଉଦ୍ଧବ ଗୋପକୁ ଗଲେ ବସି ନିଜ ରଥେ ।ଆନନ୍ଦେ ଗଦ୍ଗଦ ପୁଲକଇ ରୋମାବଳିନଗ୍ର ଚଉକତି ଚାହିଁ ନ ପାରନ୍ତି କଳି ।ଗୋପୀଜନମାନେ ତାହା ଦେଖନ୍ତେ ନେତ୍ରରେଧାଇଁଲେ ଅପୂର୍ବ ପ୍ରାୟେ ମଣି ଯେ ଯାହାରେ ।ଉଦ୍ଧବ ରଥର ଚଉପାଶେ ବେଢ଼ିକରିନିରୋପି ଚହିଁଲେ ସର୍ବେ ଏକ ଦୃଷ୍ଟି କରି ।ତଥ୍ୟକରି ଜାଣିଲେ ଏ ନୁହନ୍ତି ମାଧବଥୋକାଏ ବୋଲନ୍ତି ଏ ତ ଅଟଇ ଉଦ୍ଧବ ।କେ ବୋଲଇ ଗୋପକୁ ଏ ଆସିଛି କିପାଁଇତଥ୍ୟ ଜଣାଯିବ ସଖି ପଚାର ଗୋ ଯାଇ ।କେ ବୋଲଇ ରାଜାଙ୍କର ଅଟଇ ଏ ଦୂତଅମନାତ୍ୟ ଅଧିକାରୀ ଯଦୁବଂଶ ଗୋତ୍ର ।ଏଡ଼େ ବଡ଼ଲୋକ ଯେବେ ଏଥକୁ ଆସିଛିଅବଶ୍ୟ ଏଥିରେ କଥା ସନ୍ଧି ଥିବ କିଛି ।ଏହା ପ୍ରାୟ ରଥେ ବସି ଅକ୍ରୂର ଅଇଲାଗୋପ ନଗରରୁ ଶିରୀ ଘେନି ପଳାଇଲା ।ଏ ଉଦ୍ଧବ ସେହିମତି ରାଜାଙ୍କର ଦୂତକି ନିମନ୍ତେ ଆସିଅଛି ବୁଝ ଗୋ ତଦନ୍ତ ।ଥୋକାଏ ବୋଲନ୍ତି ଏଥୁ ନେବ କେଉଁଦ୍ରବ୍ୟରାମକୃଷ୍ଣ ଗଲାଦିନୁ ସରିଲାଣି ସର୍ବ ।ଥୋକେଗୋପୀ ବୋଲନ୍ତି ଗୋ କିପାଁ କର ଭୟବାରତା ଶୁଣିବା ଯାଏ ହୋଇଥିବା ଥୟ ।ଏସନକ ପରସ୍ପରେ ଭାଳି ଗୋପନାରୀଉଦ୍ଧବ ମୁଖକୁ ଚାହିଁ ବାରତା ପଚାରି ।ହେ ଉଦ୍ଧବ ତୁମ୍ଭେ ଗୁଣବନ୍ତ ଶିରୋମଣିମଥୁରା ରାଜାଙ୍କ ପାତ୍ର ରାଜ୍ୟରେ କାରେଣି ।ତୁମ୍ଭପରା ଲୋକ କିପାଁ ଏକରଥେ ଚଢ଼ିଗୋପପୁରେ ଆସିଅଛି କହ କୂଟ ଛାଡ଼ି ।ତୁମ୍ଭ ଆଗମାନେ ଆମ୍ଭେ ଆତଙ୍କ ହେଉଛୁତେଣୁ ତୁମ୍ଭ ଆଗେ ମିଳି ବାର୍ତ୍ତା ପଚାରୁଛୁ ।ଗୋପିକାମାନଙ୍କ ମୁଖୁଁ ଏ ବଚନ ଶୁଣିଉଦ୍ଧବ କହିଲେ ତାଙ୍କୁ ହସି ମଞ୍ଜୁବାଣୀ ।ତୁମ୍ଭେ ଗୋପିମାନେ ଅଟ ଶ୍ରୀକୃଷ୍ଣଙ୍କ ଦେହବାର୍ତ୍ତା ଘେନି ଆସିଅଛି ଆର୍ତ୍ତ କେହୁ ନୁହ ।ତୁମ୍ଭ ସମାପକୁ ମୋତେ ପେଷି ନାରାୟଣଯାହା କହିଛନ୍ତି ତାହା ଏକମନେ ଶୁଣ ।ତୁମ୍ଭ ଗୁଣମାନ ହରି ଅନ୍ତର୍ଗତେ ଗୁଣିନ ସରଇ ଦିନ ତାଙ୍କୁ ନ ରୁଚଇ ପାଣି ।ଅନ୍ନ ମଧ୍ୟ ନ ରୁଚଇ କରିବାରୁ ଖେଦସେହିମତ ନିଶାକାଳେ ନ ଲାଗଇ ନିଦ ।ସନକାଦି ଋଷି ଯାକୁ କରୁଥାନ୍ତି ଧ୍ୟାନତୁମ୍ଭଠାରେ ମନଦେଇ ସେହି ଭଗବାନ ।ରାଜଭୋଗ ଆଦି ସୁଖ ତୁଚ୍ଛପ୍ରାୟ ମଣିଆରତ ହୁଅନ୍ତି ସଦା ତୁମ୍ଭ ଗୁଣ ଗୁଣି ।ସ୍ୱର୍ଗ ମଞ୍ଚ ପାତାଳରେ ତୁମ୍ଭ ଜନ୍ମ ସାଧୁଏ ଦେହେ ନିସ୍ତାର ଯେଣୁ ହେଲ ଗୋପବଧୁ ।କେବଣ ତୀର୍ଥରେ ବସି କଲ ବେତେ ତପନିରନ୍ତରେ କରୁଅଛ କୃଷ୍ଣ ନାମ ଜପ ।ଜଗତମୋହନୀ ଅଟେ ଯେଉଁ ବିଷ୍ଣୁ ମାୟାଜନ୍ମ ମରଣ ଖଣ୍ଡିଲ ଦେଖି ତାଙ୍କ କାୟା ।ଯେଉଁ ପାଦ ପଖାଳିଲେ ଆପେ ବେଦବରଯେଉଁ ପାଦୋଦକ ଶିରେ ଧରିଲେ ଶଙ୍କର ।ଶାପେ ଶିଳା ହୋଇଥିଲେ ଗଉତମ ନାରୀଯେଉଁ ପାଦରଜ ଲାଗି ଗଲେ ସେ ନିସ୍ତରି ।ଯେଉଁ ପାଦେ ବିଭୀଷଣ ପଶନ୍ତେ ଶରଣଚିରଜୀବୀ ହୋଇଲା ସେ ନ ପାଇ ମରଣ ।ଯେଉଁ ପାଦେ ରସାତଳଗାମୀ ହେଲା ବଳିଯେଉଁ ପାଦ ଆଶ୍ରୟରେ ହନୁ ବହାବଳୀ ।ଯେଉଁ ପାଦପଦ୍ମ ସେବା କରନ୍ତି ଚଞ୍ଚଳାଶକଟାସୁର ଯେବଣ ପାଦଘାତେ ମଲା ।ଯେଉଁପାଦ ଆଶ୍ରେକରି ଶୁକ ମହାମୁନିମାତାଗର୍ଭେ ଥାଇ ବେଦ ପଢ଼ି ହେଲେ ଜ୍ଞାନୀ ।ଯେଉଁ ପାଦେ ସେବାକରି ଜନକ ତନୁଜାମହାଯତି ହୋଇଣ ସେ ପାଇଥିଲେ ପୂଜା ।ଯେଉଁ ପାଦରଜ ଘେନି ଗଙ୍ଗାନଦୀ ବହିପତିତପାବନୀ ନାମ ଆପେ ଛନ୍ତି ବହି ।ଯୋଗୀ ମୁନି ଆଦିକରି ଯେତେ ସିଦ୍ଧଯତିଯେଉଁ ପାପପଦ୍ମ ପୂଜି ଲଭିଲେ ସଦ୍ଗତି ।ଯେଉଁ ପାଦ ଆଶ୍ରେକରି ଉଗ୍ରସେନ ରାଜାମଥୁରା ନଗରେ ବସି ପାଉଛନ୍ତି ପୂଜା ।ଯେବଣ ପାଦକୁ ହର ବ୍ରହ୍ମା ପୂଜାକରିସେହି ପାଦ ମଞ୍ଚାଳିଲ ତୁମ୍ଭେ ଗୋପନାରୀ ।ଆବର କି ତୁମ୍ଭ ଅଙ୍ଗେ ଅଛି ଆଉ ପାପଏ ଦେହେ ଖଣ୍ଡିଲ ଜନ୍ମ ମରଣ ସନ୍ତାପ ।ତୁମ୍ଭଙ୍କୁ ଦେଖିଲି ମୋର ଥିଲା ପୂର୍ବଭାଗ୍ୟଷଡ଼ାର୍ଘ୍ୟ ପୂଜାକୁ ତୁମ୍ଭେମାନେ ଅଟ ଯୋଗ୍ୟ ।ତୁମ୍ଭ ଦର୍ଶନରେ ଆଜ ମୁକ୍ତ ହେଲି ମୁହିଁଖଣ୍ଡିଲି ସକଳ ପାପ ନରତନୁ ବହି ।ଜଣ ଜଣକରେ ତୁମ୍ଭେମାନେ ମହାଜ୍ଞାତାକୃଷ୍ଣର ବଲ୍ଲଭୀ ତୁମ୍ଭେ ଅଟ ମୋର ମାତା ।ଲକ୍ଷ୍ମୀଅଂଶେ ଜନ୍ମିଅଛ ସର୍ବ ଗୋପାଙ୍ଗନାତୁମ୍ଭର ମହିମା କେବା କରିବ ବର୍ଣ୍ଣନା ।ତେଣୁ ତୁମ୍ଭଠାରେ କୃଷ୍ଣ ବଢ଼ାଇଲେ ସ୍ନେହଆବର ବିଶେଷେ ତୁମ୍ଭେ ଅଟ ତାଙ୍କ ଦେହ ।ଅଶେଷ କୋଟି ବ୍ରହ୍ମାଣ୍ଡ ଯା ମାୟାରୁ ଜାତମାୟାରେ ଭୁଲାଇ ନେଲ ତୁମ୍ଭେ ତାଙ୍କ ଚିତ୍ତ ।ତୁମ୍ଭଠାରେ କୃଷ୍ଣଙ୍କର ମନ ଅଛି ରହିତୁମ୍ଭ ମନ ତାଙ୍କଠାରୁ ଭିନ୍ନ ହୋଇ ନାହିଁ ।ଭକ୍ତିରେ ପ୍ରଭୁଙ୍କ ମନ ତୁମ୍ଭେ ନେଲ ହରିବ୍ରହ୍ମାରୁଦ୍ର ଇନ୍ଦ୍ର ଯାହା ନ ପାରନ୍ତି କରି ।ତୁମ୍ଭମାନଙ୍କର ଗୁଣ କହିବଇଁ କେତେମୂର୍ତ୍ତିମନ୍ତ ବିଷ୍ଣୁପ୍ରାୟ ଦିଶୁଛନ୍ତି ମୋତେ ।ଆବର ମଥୁରାପୁରେ ଯିବି ମୁଁ କିପାଇଁତୁମ୍ଭ ସେବା କରୁଥିବି ଏହିଠାରେ ଥାଇ ।ତୁମ୍ଭ ମୁଖୁଁ ରାମକୃଷ୍ଣ ନାମ ଶୁଣୁଥିବିଯମୁନା ନଦୀର ଜଳେ ସ୍ନାହାନ କରିବି ।ତୁମ୍ଭ ସଙ୍ଗେ ସଙ୍ଗୀ ହୋଇ ଆନନ୍ଦ ମନରେଚିନ୍ତା ଛାଡ଼ି ବୁଲୁଥିବି ନିକୁଞ୍ଜ ବନରେ ।ଇଚ୍ଛାସୁଖେ ଗାଈକ୍ଷୀର କରୁଥିବି ପାନଏଥିରୁ ଅଧିକ ଆଉ ଅଛଇ କି ପୁଣ୍ୟ ।ଏତେ ବୋଲି ଉଦ୍ଧବ ଯେ ପୁଲକିତ ଦେହୀକଣ୍ଠ ଗଦଗଦ ନେତ୍ରୁ ଆନନ୍ଦାଶ୍ରୁ ବହି ।ସମାଦିବିବରେ ମନ ଲାଗି ଅନୁପମସମସ୍ତ ପାସୋରି ଏକା ସ୍ମରେ କୃଷ୍ଣନାମ ।ହରେ କୃଷ୍ଣ ହରେ ରାମ ବୋଲି ମୁଖେ ଘୋଷିରଥରୁ ଓହ୍ଲାଇ ତଳେ ଉଭା ହେଲେ ଆସି ।ଶତେବାର ପ୍ରଣିପାତ କରିଣ ନିର୍ଭରେଭୂମିରେ ଶୁତିଲେ ଗୋପୀମାନଙ୍କ ଛାମୁରେ ।ଶୁକ ବୋଇଲେ ହୋ ଶୁଣ ପରୀକ୍ଷ ନୃମଣିଉଠ ଉଦ୍ଧବ ବୋଲନ୍ତି ସର୍ବ ଗୋପାଳୁଣୀ ।ଶୁଣି ଉଦ୍ଧବ ଉଠିଣ ଯୋଡ଼ି କରପତ୍ରଆନନ୍ଦରେ ଜରଜର ଉଲ୍ଲସଇ ଗାତ୍ର ।ଗୋପୀଏ ବୋଇଲେ ତୁମ୍ଭେ ଛାଡ଼ ସବୁକଥାସଂକ୍ଷେପିଣ କହ ରାମ କୃଷ୍ଣଙ୍କ ବାରତା ।ଦୁରାତ୍ମା ଅକ୍ରୂର ଏଡ଼େ କ୍ରୂରକର୍ମ କଲାଶରୀର ଭିତରୁ ଆମ୍ଭ ପ୍ରାଣ କାଢ଼ିନେଲା ।ଆମ୍ଭଙ୍କୁ ଉପେକ୍ଷି ବାବୁ ଗଲେ ଭଗବାନଆମ୍ଭ ତହିଁ ତ ତାଙ୍କର ଅଛିଟି କି ମନ ।ସର୍ବଶୁଭେ ରାମକୃଷ୍ଣ ଅଛନ୍ତି କି କହସେଠା ଲୋକେ କରନ୍ତି କି ତାଙ୍କଠାରେ ସ୍ନେହହସଖେଳ କରନ୍ତି ସେ ବୁଲି କାହା ସଙ୍ଗେଗୁପତ କଥା କହନ୍ତି ବିଶ୍ୱାସେ କା ଆଗେ ।କୀର୍ତ୍ତ ଅପକୀର୍ତ୍ତି ଧନ ଅରଜି ପୌରୁଷେମଥୁରା ଲୋକଙ୍କ ମନ ରଞ୍ଜାଇଲେ କି ସେ ।ଆମ୍ଭମାନଙ୍କର ଆଶା ଦେଇଛନ୍ତି ଖଣ୍ଡିସତ୍ୱରେ ଆସିବି ବୋଲି କହିଗଲେ ଭଣ୍ଡି ।ଏବେ ସେ ଆସିବା ପାଇଁ କରନ୍ତି କି ମନପଥୁକୀ ପ୍ରାୟେ ବିଚ୍ଛେଦ କଲେ ଭଗବାନ ।ବିଶ୍ୱାସଘାତକ ପାପ ଅର୍ଜିଲେ ଶ୍ରୀବତ୍ସିଆମ୍ଭେ ଗୋପବାଳୀ ତାଙ୍କୁ ନ ପାରୁ ମୁରୁଛି ।ଉଦ୍ଧବ ବୋଇଲେ ତୁମ୍ଭେ ନ ହୁଅ ଆକୁଳବାର୍ତ୍ତା ଦେଇ ପେଷିଛନ୍ତି ମୋତେ ଆଦିମୂଳ ।ଅତି ସ୍ନେହେ କହିଛନ୍ତି ପ୍ରଭୁ ବାସୁଦେବଗୋପୀଗୋପାଳଙ୍କ ଆଗେ ବୁଝାଇ କହିବ ।ଆପେ ଆସୁଥିଲେ ରାଜକାର୍ଯ୍ୟ ପଡ଼ିବାରୁବାହୁଡ଼ାଇ ନେଲା ଚାର ଆସିଣ ବାଟରୁ ।ତେଣୁ ମୋତେ ଆଜ୍ଞାଦେଇ ପଠାଇଲେ ବେଗେବୋଇଲେ କହିବ ନନ୍ଦ ଯଶୋଦାଙ୍କ ଆଗେଗୋପୀମାନଙ୍କର ଆଗେ କହିବ ଏ କଥାତୁମ୍ଭେମାନେ କେହି କିଛି ନ ପାଇବ ବ୍ୟଥା ।ବିଳମ୍ୱ ହୋଇଲା ବୋଲି ନୋହିବ ବିମୁଖଆମ୍ଭ ଶ୍ରୀହସ୍ତର ଭାଷା ପତ୍ର ଘେନି ଦେଖ ।ଶ୍ରୀକୃଷ୍ଣ ଆଜ୍ଞାରେ ମୁହିଁ ରଥ ଚଢ଼ି ବେଗେଆସିଲି କହିବା ପାଇଁ ଏହା ତୁମ୍ଭ ଆଗେ ।ଉଦ୍ଧବ ବଚନେ ଗୋପୀଗଣ ହୋଇ ଶାନ୍ତିବିଚାରିଲେ ନିଶ୍ଚେଁ କୃଷ୍ଣ ଆସିବେ ଏଘାନ୍ତି ।ଏ ଉଦ୍ଧବ ଅଟନ୍ତି ତ କୃଷ୍ଣଙ୍କର ପ୍ରାଣଏହାଙ୍କ ବଚନ କିପାଁ ହେବ ଅପ୍ରମାଣ ।ସତ୍ୟବାଦୀ ପୁରୁଷ ଏ ନ କହନ୍ତି ମିଛଅବଶ୍ୟ ଏଠାକୁ ଆସିବେ ସେ ନନ୍ଦବତ୍ସ ।ଏମନ୍ତ ବିଚାରି ଦାଣ୍ଡ ଖରକାଇ ଲୋକେଚନ୍ଦନ ଗୋଳିଣ ଛେରା ପକାଇଲେ ଥୋକେ ।ଦ୍ୱାରେ ଦ୍ୱାରେ ପୂର୍ଣ୍ଣକୁମ୍ଭ ଆରୋପିଲେ ଆଣିମଙ୍ଗଳ ଆଳତି ସଜ୍ଜା କରନ୍ତି ତରୁଣୀ ।ଦଧି ମତ୍ସ୍ୟ ଅନୁକୁଳ ଥୋଇ ଆନନ୍ଦରେପୋତିଲେ କଦଳୀ ସ୍ତମ୍ଭ ଆଣି ଦ୍ୱାରେ ଦ୍ୱାରେ ।କାନ୍ଥବାଡ଼ ଧଉଳାଇ ଲେଖନ୍ତି ପିତୁଳୀଆନନ୍ଦ ଉତ୍ସବେ ମନ ପଡ଼ଇ ଉଛୁଳି ।ମେଲା କାଠମାନଙ୍କର ବାନ୍ଧି ଉଭା ତ୍ରୋଣାସୁବର୍ଣ୍ଣ କଳଶ ପରେ ନେତ ଜଗଜ୍ଜିଣା ।ଅନେକ ଉତ୍ସବ କରି ମଣ୍ଡିଲେ ନଗରବୋଲନ୍ତି ଆସିବେ ନିଶ୍ଚେ ରାମ ଦାମୋଦର ।ଉଚ୍ଚାଟ ହୋଇ ଆସିଲେ ସର୍ବେ ଆଶା ଟେକିବାଟକୁ ଯାଇଣ ଥୋକେ ଚାହାନ୍ତି ନିରେଖି ।ବାରତା ଶୁଣନ୍ତି ଥୋକେ ଆଗଭର ହୋଇକେ ବୋଲଇ ଅଧବାଟେ ହେଲେଣି କହ୍ନାଇ ।କେ ବୋଲଇ ମିଳିଲେଣି ଆସି ନନ୍ଦଘରେଶୁଣିଣ ଧାମନ୍ତି ଥୋକେ ଉଠି ଯେ ଯାହାରେ ।ବିରହେ ବିହ୍ୱଳା ହୋଇ ସର୍ବ ଗୋପାଳୁଣୀଦଧି ବୋଲି ଘୃତଭାଣ୍ଡେ କେ ପୂରାଏ ପାଣି ।କ୍ଷୀର ବୋଲି କେଉଁ ଗୋପୀଢାଳେ ତୈଳ ଘଟଘର ବୋଲି ବାହାରେ କେ ପକାଇଲା ଖଟ ।ହଳଦୀ ବୋଲି ଗୋବର କେ ହୁଅଇ ବୋଳିଦଧି ବୋଲି ଚୂନଭାଣ୍ଡ ମନ୍ଥେ କେଉଁବାଳୀ ।ଘଟୀ ବୋଲି ବେସରକୁ ଘଷନ୍ତି କେ ଅଙ୍ଗେସ୍ୱାମୀ ବୋଲି ମିଳଇ କେ ଦେଢ଼ଶୁର ଆଗେ ।ଚଉଁରୀ ବିଭ୍ରମେ କେହୁ ଖୋଷେ କଳାକନାପଣାବୋଲି ଗୋମୂତ୍ରରେ କେ ଭରଇ ଛେନାଝୀନବସ୍ତ୍ର ପ୍ରାଏ ମଣି ଜାଲ କେହୁ ପିନ୍ଧେରତ୍ନବସ୍ତ୍ର ବୋଲି ସୂତା ଦଉଡ଼ି କେ ବାନ୍ଧେ ।ଶିବଲିଙ୍ଗ ବୋଲି ଶିଳପୁଆ କରି ପୂଜାନୈବେଦ୍ୟ କରନ୍ତି ଛେନା ଗୁଡ଼ ଖଣ୍ଡ ଗଜା ।ପାଦର ନୂପୁର କେବା ପିନ୍ଧଇ ଗଳାରେକସଣୀ ଘେନଇଁ କେଉଁ ଗୋପିକା କର୍ଣ୍ଣରେ ।ବତ୍ସା ବୋଲି ପୁତ୍ରକୁ କେ କରଇ ବନ୍ଧନବିରହେ ବିହ୍ୱଳ ହେଲା ଗୋପୀଙ୍କର ମନ ।ଉଦ୍ଧବ ଜାଣିଲେ ଅନ୍ତର୍ଗତରେ ନିରୋପିନିଶ୍ଚୟ ବାତୁଳୀ ହେଲେ ଏ ସକଳ ଗୋପୀ ।କୃଷ୍ଣ ବିନା ଏହାଙ୍କର ଅନ୍ୟଗତି ନାହିଁଏମନ୍ତ ବିଚାରି ତାଙ୍କୁ କହିଲେ ବୁଝାଇ ।ଅଶେଷ ବ୍ରହ୍ମାଣ୍ଡେ ଯେହୁ ଠାକୁର ଅନନ୍ତକେ ଜାଣି ପାରଇ ତାଙ୍କ କଥା ଆଦି ଅନ୍ତ ।ସୁପହଧନକୁ କିପାଁ ବୋଲୁଛ ମୋହରଚନ୍ଦ୍ରକୁ ଧରିବା ପାଇଁ ବଢ଼ାଉଛ କର ।ପବନ ବାନ୍ଧିବା ପାଇଁ ପାଶ ଅଛ ପାତିସମୁଦ୍ରକୁ ଅଙ୍ଗୁଳିରେ କେ ପାରଇ ମନ୍ଥି ।ଦେବାଧିଦେବଙ୍କ ରାଜା ଲକ୍ଷ୍ମୀଦେବୀ ସାଇଁସେ ଦୟା ନ କଲେ ତାଙ୍କୁ ପାଇବ ଯେ କାହିଁ ।ଭକ୍ତଜନ ବାନ୍ଧବ ସେ ପ୍ରଭୁ ନନ୍ଦବତ୍ସିଭାବର ପ୍ରଭୁ ଅଭାବେ ନୁହଇ ସେ କିଛି ।ଏମନ୍ତ କହି ଉଦ୍ଧବ ଚଳେ ପାଦଗତିସମସ୍ତ ଗୋପିକା ପଛେ ଗୋଡ଼ାଇ ଅଛନ୍ତି ।ଗୋପନଗ୍ରେ ଯେତେ ଲୋକ କରିଥିଲେ ବାସଉଦ୍ଧବ ଆଗମ ଶୁଣି ସମସ୍ତେ ହରଷ ।ଏକର ତହୁଁ ଆରେକ କ୍ରମେ ବାର୍ତ୍ତା ପାଇଦେଖା ଦରଶନୀ ଘେନି ଅଇଲେ ସେ ଧାଇଁ ।ବାଟେ ମିଳି ରାମକୃଷ୍ଣ ବାରତା ପୁଚ୍ଛନ୍ତିଜଣ ଜଣ କରି ବୋଧି ଉଦ୍ଧବ କହନ୍ତି ।ଏମନ୍ତ ପ୍ରକାରେ ଚାଲି ଦାଣ୍ଡେ ଦାଣ୍ଡେ ଗଲେନନ୍ଦ ସିଂହଦ୍ୱାରେ ଯାଇ ପ୍ରବେଶ ହୋଇଲେ ।ଦେଖବଲେ ସେ ପୁର ଦିଶେ ଅପୂର୍ବ ଘଟଣାବାରସ୍ୱତୀ ଭୁବନ କି ବରୁଣ ପାଟଣା ।ଉଦ୍ଧବ ଭାଳନ୍ତି ମନେ ପରଶଂସା କରିନୋହିଲେ କେମନ୍ତେ ଏଥି ଥାନ୍ତେ ରାମ ହରି ।ଏମନ୍ତ ବିଚାରି ତହୁଁ ଭିତରକୁ ଗଲେଅବାରିତ ହୋଇ ପୁର ମଧ୍ୟରେ ପଶିଲେ ।ଯେଉଁଠାରେ ଥିଲେ ନନ୍ଦ ଯଶୋଦାଏ ବେନିସେଠାରେ ମିଳିଲେ ଯାଇ ଭେଟିଦ୍ରବ୍ୟ ଘେନି ।ପାପାନ୍ତକ ନାମେ ମଣି କୃଷ୍ଣ ଥିଲେ ଦେଇନନ୍ଦ ଯଶୋଦା ଛାମୁରେ ଥୋଇଲେ ତା ନେଇ ।ଆବର ସେ ନେଇଥିଲେ ଯେତେଯେତେ ଦ୍ରବ୍ୟପାଏ ପଡ଼ି ଛାମୁରେ ତା କୁଢ଼ାଇଲେ ସର୍ବ ।ବିନୟ ଚାଟୁ ବଚନେ ବହୁ ସ୍ତୁତି ବୋଲିସାଷ୍ଟାଙ୍ଗେ ଶୁତିଲେ ପାଦତଳେ ଗଡ଼ଘାଲି ।ଦେଖି ନନ୍ଦ ଯଶୋବନ୍ତୀ ଆନନ୍ଦିତ ହେଲେଷଡ଼ଅର୍ଘ୍ୟେ ପୂଜାକରି ପାଶେ ବସାଇଲେ ।ଆନନ୍ଦରେ ଉତ୍କଣ୍ଠିତ ହୋଇ ବ୍ରଜପତିଉଦ୍ଧବଙ୍କୁ ରାମକୃଷ୍ଣ କୁଶଳ ପୁଚ୍ଛନ୍ତି ।ସକଳ ଯାଦବମାନେ ଅଛନ୍ତି ନା ଭଲେଉଗ୍ରସେନ ବସୁଦେବ ଦେବକୀର ତୁଲେ ।ଉଦ୍ଧବ ବୋଇଲେ ତୁମ୍ଭେ ପୁଣ୍ୟବନ୍ତ ପ୍ରାଣୀତେଣୁ ତୁମ୍ଭ ପୁତ୍ରେ ହେଲେ ତ୍ରୈଲୋକ୍ୟ କାରେଣୀକେବଣ ତୀର୍ଥରେ ତପ କରିଥିଲ ବସିଜଗନ୍ନାଥ ଜନ୍ମ ହେଲେ ତୁମ୍ଭ ଘରେ ଆସି ।ଯାହାଙ୍କୁ ଯୋଗୀଏ ଦେଖି ନ ପାରନ୍ତି ଧ୍ୟାନେସେ ତୁମ୍ଭ କୋଳରେ ବିଜେକଲେ ବିଦ୍ୟମାନେକୁଙ୍କୁମ ଚନ୍ଦନ ଘଟୀ ଶ୍ରୀଅଙ୍ଗେ ବୋଳିଲଅନେକ ଯତ୍ନରେ ପୁଣି ତାହାଙ୍କୁ ପାଳିଲ ।ବିଚିତ୍ର ଦୋଳିରେ ବସାଇଲେ ଗାଇ ଗୀତତେଣୁ ସୁପ୍ରସନ୍ନ ହେଲେ ଜଗତର ତାତ ।ସ୍ତନ ମେଲାଇଣ ଦୁଗ୍ଧ ଦେଲ ପଦ୍ମମୁଖେଅନ୍ତର୍ଯ୍ୟାମୀ ନାଥ ତାହା ପାନ କଲେ ସୁଖେ ।ଶ୍ରୀଅଙ୍ଗେ ହଳଦୀ ଘଷି ଶିରେ ତୈଳ ଦେଲନାନାମିଷ୍ଟ ଦ୍ରବ୍ୟ ନିଜ ହସ୍ତେ ଖୁଆଇଲ ।ମୁଖେ ଚୁମ୍ବ ଦେଇ ପୁଣି ବସାଇଲ କୋଳେଯାହା ନ କରନ୍ତି ଯୋଗୀଜନ ଜ୍ଞାନବଳେ ।ଆନନ୍ଦରେ ପିନ୍ଧାଇଲ ନାନା ଅଳଙ୍କାରତାଡ଼ ତୋଡ଼ର ବାହୁଟି ନବରତ୍ନ ହାର ।ଝୀନବାସ ପିନ୍ଧାଇଲ ପୁଣି କଟୀଭାଗେବାଳଭାବେ ନୃତ୍ୟ କଲେ ସେ ତୁମ୍ଭର ଆଗେ ।ଅଧାମ ଲବଣୀ ସର ଗୋଟିକା ଗୋରସଅମୃତ ଆହାର ଦେଇ ମନ କଲ ତୋଷ ।ଏହି ମନ୍ଦିରରେ ରହିଥିଲେ ଦେବରାୟେଏ ପୁର ଦିଶୁଛି ମୋରେ ବଇକୁଣ୍ଠ ପ୍ରାୟେ ।ଏ ଭୁବନେ ପଡ଼ିଅଛି କୃଷ୍ଣ ପାଦଧୂଳିଏତେବୋଲି ସାଉଁଟିଣ ଅଙ୍ଗେ ହେଲେ ବୋଳି ।ଆନନ୍ଦରେ ଗଦ ଗଦ ପୁଲକିତ ତନୁପଦ୍ମ ବିକାଶଇ ଯେହ୍ନେ ଉଦେ ହେଲେ ଭାନୁ ।ନିଧି ପାଇଲେ ଦରିଦ୍ର ଯେହ୍ନେ ତୋଷ ହ୍ୱନ୍ତିଅନ୍ଧ ନେତ୍ର ପାଇ ଯେହ୍ନେ ଆନନ୍ଦିତ ମତି ।ଅପୁତ୍ରକ ତୋଷ ଯେହ୍ନେ ପୁତ୍ର ହେଲେ ଜାତମଲା ଲୋକ ଜୀଇ ଥାଇ ଯେହ୍ନେ ଆନନ୍ଦିତ ।ତେହ୍ନେ ଉଦ୍ଧବର ମନ ଆନନ୍ଦିତ ହେଲାପୁରକୁ ଚାହିଁ ଅନେକ ପ୍ରଶଂସା ଯେ କଲା ।ବିଷ୍ଣୁଙ୍କ ମନ୍ଦିର ବିଶ୍ୱକର୍ମାର ଘଟଣମନୋହର ଦିଶଇ ସେ ଅପୂର୍ବ ଭୁବନ ।ତା ଦେଖି ଉଦ୍ଧବ ହୋଇ ଅତ୍ୟନ୍ତ ତୃପତିବିଚାରିଲେ କୃତପୁଣ୍ୟ ହେଲି ମୁଁ ଏ ଘାନ୍ତି ।ନିଶ୍ଚୟେ ସୁଦୟା ମୋତେ କଲେ ଜନାର୍ଦ୍ଦନନୋହିଲେ ଏ ପୁର କାହୁଁ କରନ୍ତି ଦର୍ଶନ ।ଏମନ୍ତ ବିଚାରି ନନ୍ଦ ଯଶୋଦାଙ୍କୁ ଚାହିଁବୋଇଲେ ତୁମ୍ଭର ଜନ୍ମମୃତ୍ୟୁ ଆଉ ନାହିଁ ।ତୁମ୍ଭର ଛାମୁକୁ ମୋତେ ପେଷି ହୃଷୀକେଶବୋଇଲେ ଆମ୍ଭର ଘରୁ ବାର୍ତ୍ତା ଘେନି ଆସ ।ରାଜକାର୍ଯ୍ୟ ହେତୁ ଆମ୍ଭେ ନ ପାରିଲୁ ଯାଇଆମ୍ଭର ବାରତା ଗୋପେ କହି ଆସ ତୁହି ।ପିତାମାତା ଦୁହେଁ ବର୍ତ୍ତିଅଛନ୍ତି ନା ଭଲେଗୋପ ଗୋପୀ ଗାଈ ଗୋରୁ ଷଣ୍ଢ ବତ୍ସାତୁଲେ ।ଗୋପପୁରେ ଉପଦ୍ରବ ନୁହଇ ତ କିଛିପୂର୍ବ ପ୍ରାୟ ଧନଧାନ୍ୟ ପୂରି ତ ରହିଛି ।ଆମ୍ଭପାଇଁ ପିତାମାତା ଚିନ୍ତା ନ କରିବେତାଙ୍କ ସୁକୃତରୁ ଆମ୍ଭେ ଅଛୁଁ ସର୍ବଶୁଭେ ।ଗୋପନଗରକୁ ଆଉ କିଛି ଭୟ ନାହିଁଆକଟ ପଡ଼ିଲେ ଦୂତ ଦେବେ ପଠିଆଇ ।ଉଗ୍ରସେନ ରାଜା ପାଶେ ଆମ୍ଭେ ଅଛୁ ରହିକରିବୁ ସକଳ କାର୍ଯ୍ୟ ଛାମୁରେ ଜଣାଇ ।ରାଜା ରଖିଛନ୍ତି କରି ବହୁତ ଆଦରଆଉ ଥୋକେ ଦିନ ରହି ଯିବୁ ଗୋପପୁର ।ଆମ୍ଭର କଥାକୁ ଭ୍ରାନ୍ତି ନ କରିବେ କିଛିରାଜା ପାଶେ ଥିଲେ ସବୁ କଥା ଲାଭ ଅଛି ।ଅନେକ ସୁକୃତ ଯେବେ ପୂର୍ବେ କରିଥାଇତେବେ ସିନା ଲୋକ ରାଜସଭାରେ ବସଇ ।ଆବର ବିଶେଷେ ଆମ୍ଭେ ତାହାଙ୍କର ପ୍ରଜାସମସ୍ତେ ତ ଜାଣିଅଛ ମଲା କଂସରାଜା ।ଏମନ୍ତ ସମୟେ ଆମ୍ଭେ ରାଜ୍ୟ ଗଲେ ଛାଡ଼ିଶତ୍ରୁରାଜାମାନେ ଆସି ବସିବେ ସେ ମାଡ଼ି ।ଉଗ୍ରସେନ ନରପତି ହୋଇଲେ ବିନାଶରାଜ୍ୟ ନାଶ ଯିବ ଆମ୍ଭେ ନ ପାଇବା ବାସ ।ଏଣୁ ଆମ୍ଭେ ଥୋକେ ଦିନ ରହିବୁ ଏଠାରେଆମ୍ଭ ପାଇଁ କେହି ଚିନ୍ତା ନ କର ମନରେ ।ଶୁକ ବୋଲନ୍ତି ହୋ ଶୁଣ ପରୀକ୍ଷ ନୃପତିନନ୍ଦ ଯଶୋଦାଙ୍କ ଆଗେ ଏସନ ଭାରତୀ ।କହିଣ ଉଦ୍ଧବ ତାଙ୍କୁ କରାଇଲେ ତୋଷଗୋପ ଗୋପୀମାନେ ଶୁଣି ଲଭିଲେ ହରଷ ।ଯେଝା ଅନୁକ୍ରମେ ସର୍ବେ ହୋଇଲେ ଆନନ୍ଦପ୍ରତେ ଉପୁଜିଲା ନିଶ୍ଚେଁ ଆସିବେ ଗୋବିନ୍ଦ ।ନନ୍ଦ ଯଶୋଦା ବୋଇଲେ ରାମ ଭଗବାନଯେ ଦିନୁ ଏଠାରୁ ଗଲେ ପୁର ହେଲା ଶୂନ୍ୟ ।ପୁଅଙ୍କୁ ନ ଦେଖି ମନ ହେଉଅଛି ଦହିଘରେ ବାହାରେ ନା ଆମ୍ଭେ ନ ପାରିଲୁ ରହି ।ଯେଉଁ ବାଟରେ ଅକ୍ରୂର ନେଲା ରଥ ଗୋଟିସେ ବାଟକୁ ଚାହିଁ ମୂର୍ଦ୍ଧା ଯାଉଅଛି ଫାଟି ।ଦିବସରେ କ୍ଷୁଧା ନାହିଁ ରାତ୍ରେ ନାହିଁ ନିଦନିରନ୍ତର ହୃଦୟରେ ବଢ଼ୁଅଛି ଖେଦ ।ଏତେ କହି ପତି ପତ୍ନୀ ହୋଇଲେ ବିକଳବେନି ନୟନରୁ ଫୁଟି ବହେ ଅଶ୍ରୁଜଳ ।ରାମକୃଷ୍ଣଙ୍କର ଗୁଣ ବିଚାରି ସମସ୍ତକ୍ରୋଟରାଗ୍ନି ପ୍ରାୟ ଦହି ହେଲା ପଞ୍ଚଭୂତ ।ଉଦ୍ଧବ ବୋଇଲେ ତୁମ୍ଭେ ବିକଳ ନ ହୁଅଅଳ୍ପ ଦିନରେ ଆସିବେ ତୁମ୍ଭ ବେନି ପୁଅ ।ଅର୍ଜିବେ ଅନେକ ଧନରତ୍ନ ପୁରୁଷାର୍ଥଈଶ୍ୱର ପୁରୁଷ ସେହି ରାମ ଜଗନ୍ନାଥ ।ତାଙ୍କ ପ୍ରସାଦେ ତୁମ୍ଭଙ୍କୁ କିଛି ଭୟ ନାହିଁଅନିମିତ୍ତେ ଏତେ ଶୋକ କର କାହିଁପାଇଁ ।ମଲା ହଜିଲାକୁ ସିନା ହୁଅନ୍ତି ବିକଳରାଜାଠାରେ ପୂଜ୍ୟ ହେଲେ ତୁମ୍ଭ ବେନିବାଳ ।ଅନେକ ଧନ ସମ୍ପଦ ଅରଜିଲେ ତହିଁଅନିମିତ୍ତେ ଶୋକ ତୁମ୍ଭେ କର କାହିଁପାଇଁ ।ନନ୍ଦ ଯଶୋଦା ବୋଲନ୍ତି ନ ପାରୁ ମୁରୁଛିଆମ୍ଭ ପଞ୍ଚଭୂତ ଆତ୍ମା ରାମ ଶିରୀବତ୍ସି ।ଧନ ଦ୍ରବ୍ୟରେ ଆମ୍ଭର ନାହିଁ କିଛି କାର୍ଯ୍ୟଅନୁବ୍ରତ ଦେଖୁଥିବୁ ସେ ମୁଖ ପଙ୍କଜ ।ପୁତ୍ରମୁଖ ଦେଖୁଥିଲେ ଯିବ ଆମ୍ଭ ଦୁଃଖଆଉ କିଛି ଲୋଡ଼ା ନାହିଁ ଧନଦ୍ରବ୍ୟ ସୁଖ ।କେତେ ଗୁଣ ବାହୁନିବୁ ବସି ତାହାଙ୍କରନିରାଶ କରିଣ ଗଲେ ରାମ ଚକ୍ରଧର ।ଏତେବୋଲି ପିତା ମାତା ହୁଅନ୍ତି ବିକଳପୁଣି ବେନି ନୟନରୁ ବହେ ଅଶ୍ରୁଜଳ ।ଉଦ୍ଧବ ବୋଇଲେ କିଛି କର ନାହିଁ ଭ୍ରାନ୍ତିମୋହର ବଚନ ଶୁଣି ହୁଅ ତୁମ୍ଭେ ଶାନ୍ତି ।ମୁଁ ଗଲା ଦିନରୁ ଲେଖୁଥିବ ଦିନ ଗଣିନିକଟେ ଆସିବେ ନିଶ୍ଚେଁ ରାମ ଚକ୍ରପାଣି ।ତୁମ୍ଭ ଆଗେ ଏହି କଥା କହିବାର ପାଇଁଆସିବା ଆଗରୁ ମୋତେ ଦେଲେ ପଠିଆଇ ।ଉଦ୍ଧବର ଶାନ୍ତି ବାକ୍ୟେ ନନ୍ଦ ନନ୍ଦ ରାଣୀଶୋକ ଶାନ୍ତି କଲେ ପୋଛି ନୟନରୁ ପାଣି ।ଆନନ୍ଦରେ ଗୋପ ଗୋପୀ ନିଜପୁର ଗଲେଉଦ୍ଧବଙ୍କୁ ନନ୍ଦରାଜା ଗୌରବେ ରଖିଲେ ।ସ୍ନାନ ଆଦି ନିତ୍ୟକର୍ମ ବଢ଼ାଇ ତ୍ୱରିତେଦେବାର୍ଚ୍ଚନ କଲେ ନନ୍ଦ ଉଦ୍ଧବ ସହିତେ ।ତହିଁପରେ ଷଡ଼ରସ ଭୋଜନ ସେ କଲେଆପେ ଯଶୋବନ୍ତୀ ରାଣୀ ଅନ୍ନ ପରଷିଲେ ।ସନ୍ତୋଷେ ଭୋଜନ ସାରି କଲେ ଆଚମନତଦନ୍ତେ ସେ କଲେ ପୁଣି ତାମ୍ବୁଳ ସେବନ ।ଦେବାଙ୍ଗ ବସନ ରତ୍ନ ଦିବ୍ୟ ମାଲ୍ୟ ଗନ୍ଧଉଦ୍ଧବଙ୍କୁ ସମର୍ପଣ କଲେ ଆଣି ନନ୍ଦ ।ଦିନକୁ ଦିନ ଅତ୍ୟନ୍ତ ଗଉରବ ପାଇଉଦ୍ଧବ ରହିଲେ ଗୋପେ ଆନନ୍ଦିତ ହୋଇ ।ପରୀକ୍ଷ ଆଗେ କହନ୍ତି ଶୁକ ମହାମୁନିଇତି ଶ୍ରୀ ପବିତ୍ର ହରିବଂଶ ପୁଣ୍ୟଧ୍ୱନି ।ଜୟ ମଦନମୋହନ ପ୍ରଭୁ ଗୋପୀନାଥଲଳିତ ବିରହ ବେଣୁ ଶୋହେ ପଦ୍ମହସ୍ତ ।କଦମ୍ବ ବୃକ୍ଷେ ମଧୁର ସ୍ୱରେ ଗୀତ ଗାଇଗୋପୀଙ୍କି ମୋହିତ କଲ ମୂରଲୀ ବଜାଇ ।ଚାଚର ଚିକୁର ଶିରେ ବର୍ହିପୁଚ୍ଛ ବେଣୀବେଦ ବେଦାନ୍ତରେ ତୁମ୍ଭ ନାମ ପରିମାଣି ।ନମସ୍ତେ ହେ ଗୋପୀନାଥ ଜଗତ ଜୀବନନମସ୍ତେ ହେ ଗୋପୀନାଥ କଂସ ନିସୂଦନ ।ନମସ୍ତେ ହେ ଗୋପୀନାଥ କାମକଳ୍ପନିଧିତୁମ୍ଭ ନାମ ସୁମରନ୍ତେ ବାଞ୍ଛା ହୁଏ ସିଦ୍ଧି ।ଧରଣୀର ଭାରାଭର ଉଦ୍ଧରିବା ପାଇଁକଉତୁକେ ଜନ୍ମ ହେଲ ନର ତନୁ ବହି ।ପତିତପାବନ ବୋଲି ଉଡ଼େ ତୁମ୍ଭ ବାନାଗରବଗଞ୍ଜନ ନାଥ ହୁଅ ବଜ୍ରସେହ୍ନା ।ଶ୍ରୀ ଗୋପୀନାଥ ଚରଣେ ଶରଣ ମୁଁ ନିତିଅଚ୍ୟୁତ ଦାସ କବିକି ଦିଅ ଶୁଦ୍ଧମତି ।