ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୮ / ୨୦
ସମ୍ପୂର୍ଣ୍ଣ ସୂଚୀପତ୍ର
ମୁଚୁକୁନ୍ଦ ଗନ୍ଧର୍ବର ପୂର୍ବ ବୃତ୍ତାନ୍ତ ଓ କୃଷ୍ଣଙ୍କର ସ୍ୱର୍ଗପୁର ଗମନାନ୍ତର ଦ୍ୱାରକା ପ୍ରବେଶ
ଏଥୁ ଅନ୍ତେ ପରୀକ୍ଷିତ ନାମେ ମହାରାଜାଶୁକମୁନି ଚରଣରେ କଲେ ଦିବ୍ୟପୂଜା ।ଭୋ ମୁନି ପବିତ୍ର ହେଲି ହରିବଂଶ ଶୁଣିପାପାଧି ପାତକ ମୋର ଅଙ୍ଗୁ ଗଲା ପୁଣି ।କାହିଁ ମୁଚୁକୁନ୍ଦ କାହିଁ ସେ କାଳଦମନଏଡ଼େ ଦାନବ କିପରି ହୋଇଲା ନିଧନ ।ମୁଚୁକୁନ୍ଦ ନିଦ୍ରା ଯାଇଥିଲେ କିସ ଅର୍ଥେଏ କଥା ସଂକ୍ଷେପି ମୁନି କହିବାକ ମୋତେ ।ରାଜାଧିରାଜା ସେ କାଳଦମ୍ନ ମହାବଳୀନୟନେ ଚାହିଁବା ମାତ୍ରେ କିପାଁ ଗଲା ଜଳି ।ଶ୍ରୀହରି ଚରିତ ଏହି ସୁଧାରସ ବାଣୀଧନଧାନ୍ୟ ପ୍ରାପ୍ତ ହ୍ୱନ୍ତି ନରେ ଏହା ଶୁଣି ।ଏତେ ବୋଲିଣ ନୃପତି ବିନୟୀ ଯେ ହୋଇମୁନିଙ୍କୁ ପୁଚ୍ଛା କରଇ ସ୍ୱର୍ଣ୍ଣପାତ୍ର ଦେଇ ।ଏ ଭାବସାଗରୁ ମୋତେ ଉଦ୍ଧରି ଭୋ ନାଥମୋକ୍ଷ କରିଣ ମୋ କାୟା କର ହେ ପବିତ୍ର ।ଇଦଂ ପ୍ରତିବାକ୍ୟ କଥା କହନ୍ତି ସେ ମୁନିସାବଧାନେ ଶୁଣ ପଣ୍ଡବଂଶ ନୃପମଣି ।ମୋତେ ପୁଚ୍ଛା କଲ ମୁଚୁକୁନ୍ଦ ପୂର୍ବକଥାସଂକ୍ଷେପି କହିବା ଶୁଣ ତହିଁର ବ୍ୟବସ୍ଥା ।ଯାହା ପୁଚ୍ଛା କଲ ଏ ତ ଅଟେ ସୁଧାବାଣୀକାୟାକୁ ପବିତ୍ର କର ସେହି କଥା ଶୁଣି ।ଶୁଣ ତୁ ହୋ ମହାରାଜା ପୁରାତନ କଥାବଶିଷ୍ଠ କହିଅଛନ୍ତି ପୂର୍ବେ ଯେଉଁ ବାର୍ତ୍ତା ।ତାହା ଶୁଣିବାକୁ ଯେବେ ବଳିଛି ଉତ୍ସାହଯମ ଦଣ୍ଡକୁ ତୁମ୍ଭର ନାହିଁ ଆଉ ଭୟ ।ବସୁ ସତ୍ୟଯୁଗେ ସ୍ୱରୋଚିଷ ନାମେ ଇନ୍ଦ୍ରଭାନୁ ନାମେ ସୂର୍ଯ୍ୟେ ନିଶାକର ନାମେ ଚନ୍ଦ୍ର ।ବ୍ରହ୍ମାର ପଣନାତି ସେ ବିଶ୍ରବାର ସୁତତ୍ରିଲୋକଜୟୀ ରାବଣ ନାମରେ ଦଇତ୍ୟ ।ନିକଷା ନନ୍ଦନ ସେହୁ ବଳେ ମହାବଳୀଏକ ଦେହି ବିଂଶଭୁଜ ଦଶଟି ମଉଳି ।ଈଶ୍ୱରଙ୍କଠାରୁ ସେହି ପାଇଥିଲା ବରଛପନ ଗଣ୍ଡା ଯୁଗକୁ ହୋଇଲା ଅମର ।ଅଠାଣୋଇ ସସ୍ର ଭାର୍ଯ୍ୟା ତେରଶତ ନାତିଚାଳିଶ ସହସ୍ର ପୁତ୍ର ବିପ୍ର ଶୁଦ୍ଧଜାତି ।ଭ୍ରାତା ବନ୍ଧୁ ସହୋଦର କୁଟୁମ୍ବଙ୍କୁ ଘେନିଭୁଜବଳେ ବିଳସଇ ସକଳ ମେଦିନୀ ।ସର୍ବପୁତ୍ର ମଧ୍ୟେ ଇନ୍ଦ୍ରଜିତ ଯେ ଉତ୍ତମବିଦ୍ୟା ପଢ଼ିବା ପାଇଁକି ହେଲା ତାର ମନ ।ମୟ ନାମେ ବିଶ୍ୱକର୍ମା ପଢ଼ାଇଲେ ପାଠବିପରୀତି ମାୟାଯୁଦ୍ଧ ଜାଣେ ସେ ମୁରାଟ ।ଶରୀର କଦର୍ଥ କରି ବହୁତପ କଲାବ୍ରହ୍ମା ସେବାକରି ବହୁଶସ୍ତ୍ର ସେ ପାଇଲା ।ଶତେବାର ପରିଯନ୍ତେ ସ୍ୱର୍ଗେ ଦେଲା ଧାଡ଼ିଡରେ ଦେବଗଣମାନେ ସ୍ୱର୍ଗ ଗଲେ ଛାଡ଼ି ।ମାୟା ସମର କରି ସେ ଇନ୍ଦ୍ରେ ବନ୍ଦୀ କଲାସ୍ୱକୁଟୁମ୍ବ ଘେନି ଲଙ୍କା ଗଡ଼ରେ ରହିଲା ।ଏଥୁ ଅନନ୍ତରେ ବେନିବର୍ଷ ଗଲା ବହିସ୍ୱର୍ଗପୁରଯାକ ସବୁ ଶୂନ୍ୟ ସେ ହୁଅଇ ।ସମସ୍ତେ ପଳାଇ ଗଲେ ଜଣେ କେହି ନାହିଁମୁଚୁକୁନ୍ଦ ଗନ୍ଧରବ ଏକା ଅଛି ରହି ।ଧନ ସମ୍ପଦ ରଖିଲା ଦଣ୍ଡୁ ଆସିପଣେସଙ୍ଗତରେ କେହି ନାହିଁ ହୋଇ ଏକ ଜଣେ ।ଧନ ସମ୍ପଦ କୁଟୁମ୍ବ ପୁତ୍ରଆଦି କରିଦେବତାଏ ପଳାଇଲେ ଛାଡ଼ି ଯେ ଯାହାରି ।ବାରସ୍ୱତୀ ପୁରେ ଥିଲା ଯେତେ ଧନଦ୍ରବ୍ୟପଳାଇଣ ଗଲେ ସେହୁ ତେଜିକରି ସର୍ବ ।ଶ୍ରୀରାମଚନ୍ଦ୍ର କରିଲେ ରାବଣକୁ ହତଦେବତାଏ ରହିଲେକ ସୁଖେ ସ୍ୱର୍ଗପଥ ।ସେହିଦିନୁ ଦେବଗଣେ ସୁସ୍ଥ ଯେ ଲଭିଲେସ୍ୱର୍ଗଭୁବନରେ ପୁଣି ସୁଖରେ ରହିଲେ ।ଯେଝା ଦ୍ରବ୍ୟମାନ ସବୁ ଅଖଣ୍ଡିତ ଥିଲେଦେଖିକରି ଦେବଗଣେ ସନ୍ତୋଷ ଲଭିଲେ ।ଧନ୍ୟ ମୁଚୁକୁନ୍ଦ ବୋଲି କରିଲେ ପ୍ରଶଂସାତୋହ ଯୋଗୁଁ ସବୁ ଦ୍ରବ୍ୟ ମିଳିଲା ସହସା ।ତୋହର ହେତୁରୁ ରକ୍ଷା ହେଲା ସ୍ୱର୍ଗପୁରୀସର୍ବ ଦେବତାମାନଙ୍କ ଅଟୁ ଉପକାରୀ ।ମାଗ ମାଗ ବର ତୋତେ ଦେବୁ ଆମ୍ଭ ଇଚ୍ଛାସକଳ ଦେବତାମାନେ ପୂରାଇବୁ ବାଞ୍ଛା ।ମୁଚୁକୁନ୍ଦ ବୋଲଇ ସେ ଦେବେନ୍ଦ୍ରଙ୍କୁ ଚାହିଁଭୋ ପିତା ତୁମ୍ଭ ପ୍ରସାଦେ ଭୋଗିପାରେ ମୁହିଁ ।ତୁମ୍ଭେ ମୋତେ ସୁପ୍ରସନ୍ନ ହେଲ ସସ୍ରଯୋନିସୁଖ ଭୋଗ କରିଲଇଁ ମୁହିଁ ତୁମ୍ଭ ଘେନି ।ଚୌରାଅଶୀ ଖଣ୍ଡ ଜ୍ଞାନ ଅଷ୍ଟାଙ୍ଗ ଯେ ଯୋଗନଦ୍ରା ଆହାର ମୈଥୁନ ସ୍ୱର୍ଗ ଉପଭୋଗ ।ଦେବତାମାନେ ବୋଇଲେ କହିଲ ଯେ ବିଧିଯେ ତୁମ୍ଭର ମନୋବାଞ୍ଛା ହେଉ ସର୍ବ ସିଦ୍ଧି ।ମୁଚୁକୁନ୍ଦ ବୋଲେ ଶୁଣ ସର୍ବ ଦେବତାଏଅନିଦ୍ରାରେ ଅଛି ମୁହିଁ ବହୁ ଯୁଗଯାଏ ।ରାତ୍ର ଦିବସ ଇନ୍ନିଦ୍ରେ ଜଗିଅଛି ପୁରୀନିଦ୍ରାବଳେ ଲଭିବଇଁ ମହାସୁଖ ଶିରୀ ।ଦେବଗଣ ଆଜ୍ଞାଦେଲେ ବିଶ୍ୱକର୍ମା ରାଇପୁରେକ ନିର୍ମାଣକର ତୁମ୍ଭେ ଏଥୁ ଯାଇ ।ଦେବତାଙ୍କର ଆଜ୍ଞାରେ ବିଶ୍ୱକର୍ମା ସ୍ୱାମୀଶୀଘ୍ର କୁଣ୍ଡୀ ନଗ୍ର ନାମେ ନିର୍ମାଣିଲେ ଭୂମି ।ମୁଚୁକୁନ୍ଦ ବୋଲେ ମୁହିଁ ଯେବେ ନିଦ୍ରା ଯିବିଆବର ବ୍ରତେକ ମୁଁ ଯେ ଦୃଢ଼ କରିଥିବି ।ଯେ ମୋ ନିଦ୍ରାକୁ ଭାଙ୍ଗିବ ନ ଡାକିଣ ବଳିପ୍ରଥମେ ଚାହାନ୍ତେ ନିଶ୍ଚେଁ ସେହୁ ଯିବ ଜଳି ।ତଦନ୍ତେ ଆଧାର ମୁହିଁ ଭୁଞ୍ଜିବି ସମୟେତତ୍ପରେ ବନିତା ଭୋଗ କରିବି ଥୋକାଏ ।ହେଉ କହି ଦେବତାଏ ଯେଝାପୁରେ ଗଲେସେହିଦିନୁ ମୁଚୁକୁନ୍ଦ ନିଦ୍ରା ଯାଇଥିଲେ ।ମାୟଧର ପୁରୁଷ ସେ କପଟ ରଚିଲେଯୁଦ୍ଧବ୍ୟାଜେ କାଳଦମନକୁ ଭଣ୍ଡିନେଲେ ।ଆଗହୁଁ ଏ କଥା ଜଣିଥିଲେ ବନମାଳୀମୁଚୁକୁନ୍ଦ କୋପାନଳେ ଗଲା ସେହୁ ଜଳି ।ଗର୍ଗ ମାଗିଥିଲେ ବର ନ ହୋଇଲା କିଛିଉପାୟରେ ଉପଦ୍ରବ ଖଣ୍ଡିଲେ ଶ୍ରୀବତ୍ସି ।ଏମନ୍ତ କୂଟରେ କାଳଦମନକୁ ମାରିଗରୁଡ଼କୁ ସୁମରଣା କଲେ ଦେବ ହରି ।ରମ୍ୟକ ଦ୍ୱୀପରେ ଥାଇ ଜାଗି ଖଗେଶ୍ୱରକୃଷ୍ଣଙ୍କ ଛାମୁରେ ଆସି ମିଳିଲେ ସତ୍ୱର ।ତା ଦେଖି ପରମ ତୋଷ ହୋଇ ନାରାୟଣଗରୁଡ଼ ପୃଷ୍ଠରେ ସ୍ୱାମୀ କଲେ ଆରୋହଣ ।କରେ ଶଙ୍ଖ ଚକ୍ର ଗଦା ସାରଙ୍ଗ ଯେ ଧନୁନୀଳ ଜୀମୁତ ପରାୟେ ଶୋହେ ଦିବ୍ୟ ତନୁ ।ହୃଦରେ କୌସ୍ତୁଭ ମଣି ମୁକ୍ତା ରତ୍ନାମାଳିଆଦିକନ୍ଦ ସ୍ୱାମୀ ତାର୍କ୍ଷ୍ୟ ପଠିପରେ ଚଳି ।ବିଦ ମୁଦି କଙ୍କଣ ଯେ କରରେ ବାହୁଟିମଣିମାଣିକ୍ୟ ବିରାଜେ ତହିଁ କୋଟି କୋଟି ।ମୁକୁଟ କର୍ଣ୍ଣାଞ୍ଚଳରେ ଗଣ୍ଡ ଶିର ଶୋହେମୃଗନାଭୀ କସ୍ତୁରୀର ଚିତା ଶୋଭାପାଏ ।କଟିରେ ଝୀନ ବସନ କନ୍ଧରେ ପଇତାକୋଟି କାମରୂପୀ ସ୍ୱାମୀ ଧରି ଜଗଜ୍ଜିତା ।ଗରୁଡ଼ ପିଠି ଉପରେ ବିଜେ କଲେ ଯାଇବାରସ୍ୱତୀରେ ମିଳିଲେ ଜଗତ ଗୋସାଇଁ ।ତେତିଶ କୋଟି ଦେବତା ଆସ୍ଥାନେ ବିଜୟେଦେଖିଲେ ଦୂରରୁ ଆସୁଛନ୍ତି ଦେବରାୟେ ।ତତ୍କ୍ଷଣେ ଦେବତାମାନେ ଆସ୍ଥାନୁ ଉଠିଲେଉର୍ଦ୍ଧ୍ୱମୁଖ ହୋଇ କରି ଉପରେ ଚାହିଁଲେ ।ଇନ୍ଦ୍ର ଦେବତା ସହିତେ ଅଇଲେ ପାଛୋଟିଦେଖିଣ ମହାସନ୍ତୋଷ ହେଲେ ପରମେଷ୍ଠୀ ।କରପତ୍ର ଯୋଡ଼ି ସର୍ବେ ହୋଇଲେକ ଉଭାକ୍ଷୀର ସମୁଦ୍ର ପରାୟେ ଦିଶି ଦିବ୍ୟ ଶୋଭା ।ସକଳ ଦେବତାଙ୍କୁ ଯେ ଦେଖି ନାରାୟଣଗରୁଡ଼ ପିଠିରୁ ଉତୁରିଲେ ତତକ୍ଷଣ ।ଦେବଙ୍କୁ ଘେନି ଆସ୍ଥାନେ ବିଜେକଲେ ଯାଇବୃହସ୍ପତି ବୋଇଲେକ ଆସିଲ କିପାଇଁ ।ଇନ୍ଦ୍ର ବୋଇଲେ ଭୋ ଗୁରୁ କ୍ଷଣେ ହୁଅ ସ୍ଥିର ।ସୁସ୍ଥ ହୋଇ ପ୍ରଭୁ ବିଜେ କରନ୍ତୁ ସଭାର ।ଏହାଶୁଣି ଦେବଗଣେ ନୀରବେ ରହିଲେଇନ୍ଦ୍ର ସଭାରେ ଉପେନ୍ଦ୍ର ସୁସ୍ଥେ ବିଜେ କଲେ ।ଏଥୁ ଅନନ୍ତରେ ଶୁଣ ପରୀକ୍ଷ ନୃପତିହରିବଂଶ ପୁରାଣ ଏ ପୁଣ୍ୟମୟ କୀର୍ତ୍ତି ।କାଳଦମନ ସଙ୍ଗରେ ଯେତେ ରାଜା ଥିଲେତା ମୃତ୍ୟୁ ଦେଖନ୍ତେ ସର୍ବେ ଭୟେ ପଳାଇଲେ ।ଯେ ଯାହାର ଚତୁରଙ୍ଗ ସେନା ଘେନି ସଙ୍ଗେପ୍ରବେଶ ହୋଇଲେ ଯାଇ ଜରାସନ୍ଧ ଆଗେ ।ବୁଝାଇ କହିଲେ କଥା ହୋଇଲା ଯେତେକଶୁଣି ଦୁଃଖ ଶୋକ କଲା ମଗଧ ନାୟକ ।କପାଳରେ କର ମାରି ବୋଲେ ମୋ ସମାନଜଗତ ମଧ୍ୟରେ କେହି ନାହିଁ କର୍ମହୀନ ।ଆପେ ଲଜ୍ଜା ପାଇ ପୁଣି ପରେ ଆଶାକଲିତଥାପି ତହିଁରୁ କିଛି ଫଳ ନ ପାଇଲି ।ଏତେ ବୋଲି ସବୁ ନୃପମାନଙ୍କୁ ହକାରିସମସ୍ତଙ୍କୁ ଆଜ୍ଞା ଦେଲା ମନେ ଦୁଃଖ ଧରି ।ଆପଣା ରାଜ୍ୟକୁ ସର୍ବେ ଯାଅ ଯେ ଯାହାରେରାଜ୍ୟ ପ୍ରଜା ସମ୍ଭାଳିଣ ଥିବ ନିଶ୍ଚିନ୍ତରେ ।ଦୂତ ବରଗିଲେ ପୁଣି ସତ୍ୱରେ ଆସିବଏ ମୋର ବଚନ ସର୍ବେ ପ୍ରତିପାଳି ଥିବ ।ଏହାଶୁଣି ରାଜାମାନେ ସୈନ୍ୟ ଘେନି ଗଲେଯେ ଯାହା ରାଜ୍ୟରେ ଯାଇ ପ୍ରବେଶ ହୋଇଲେ ।ଆପେ ଜରାସନ୍ଧ ରାଜା ସଇନ୍ୟ ଚଳାଇବାହୁଡ଼ି ଆପଣା ରାଜ୍ୟେ ପ୍ରବେଶିଲା ଯାଇ ।ଗୁଣଭୂଷଣ ମନ୍ତ୍ରୀକି ପାଶକୁ ହକାରିବହୁତ ପ୍ରକାରେ ତାକୁ କହିଲା ତିଆରି ।ଅନେକ ସଇନ୍ୟ ମୋର ଯୁଦ୍ଧ କ୍ଷୟ ଗଲେବଡ଼ ବଡ଼ ଯୋଦ୍ଧାମାନେ ପ୍ରାଣ ହରାଇଲେ ।ବାକି ଯେ ଅଛନ୍ତି ତାଙ୍କୁ ସୁସ୍ଥେ ପ୍ରତିପାଳବହୁ ଦୁଃଖ ପାଇଛନ୍ତି ଅଙ୍ଗେ ନାହିଁ ବଳ ।କାଳଦମନ ପାତ୍ରକୁ ପୁଣି ସେ ହକାରିବହୁତ କହିଲା ତାକୁ ପ୍ରବୋଧନା କରି ।ମୋ ପାଇଁରେ ଆସି ତୁମ୍ଭେ କଷଣ ଭୁଞ୍ଜିଲପ୍ରାଣଗଲା ସିନା କାର୍ଯ୍ୟ ସାଧି ନ ପାରିଲ ।ଏବେ କାଳଦମନର ପୁତ୍ରକୁ ବସାଇରାଜ୍ୟେ ରାଜା କର ଦଣ୍ଡ ସିଂହାସନ ଦେଇ ।ଏମନ୍ତ ପ୍ରକାରେ କହି ତାଙ୍କୁ ବିଦାକଲାପାତ୍ର ମନ୍ତ୍ରୀ ଘେନି ନିଜ ପ୍ରଜାଙ୍କୁ ପାଳିଲା ।ଏଥୁ ଅନନ୍ତରେ ଶୁଣ ପରୀକ୍ଷ ନୃପତିସ୍ୱର୍ଗପୁରେ ବିଜେ କଲେ ପ୍ରଭୁ ଲକ୍ଷ୍ମୀପତି ।ବୃହସ୍ପତି ପଚାରନ୍ତେ ବଚନ ଉଚ୍ଚାରିରୁହାଇଣ ରଖିଲେ ତାହାକୁ ବଜ୍ରଧାରୀ ।ପୁଣି ବୃହସ୍ପତି ଉଠି ପୁଚ୍ଛିଲେ ଏସନକିମର୍ଥେ କରିଲେ ପ୍ରଭୁ ଶୁଭ ଆଗମନ ।ଶ୍ରୀଜଗନ୍ନାଥ ବୋଇଲେ ଗୋପେ ଆମ୍ଭେ ଥିଲୁକଂସକୁ ମାରିଣ ଆମ୍ଭେ ଏଥକୁ ଅଇଲୁ ।ତହିଁ ଲାଗିଲା ଆମ୍ଭଙ୍କୁ ଜରାସନ୍ଧ ଭୟେନିରନ୍ତର ଧାଡ଼ି ଦେଖି ଅଷ୍ଟାଦଶ ଯାଏ ।ସମରାଜ୍ୟ ଯାକ ସବୁ ହୋଇଲା ନିରେଖପଳାଇଲେ ଯାଦବେ ଯେ ପାଇ ମହାଦୁଃଖ ।ତେଣୁକରି ମଥୁରାକୁ ଆମ୍ଭେ ଯିବାନାହିଁସର୍ବ ଯାଦବେ ରହିଲେ ଦ୍ୱାରକାରେ ଯାଇ ।ଆମ୍ଭେ ବାହାରେ ବାହାରେ ଦ୍ୱାରକାକୁ ଯିବୁସର୍ବ ଯାଦବଙ୍କ ସଙ୍ଗେ ସେଠାରେ ରହିବୁ ।ତୁମ୍ଭେମାନେ ସଙ୍ଖୋଳା ଯେ କରିଥିବ ନିତିନିରନ୍ତର ଲାଗିଥାଇ ଅସୁରଙ୍କ ଭୀତି ।ଦେବତା ବୋଇଲେ ତବ ଦୈତ୍ୟ ହତବାନାକଳ୍ପନା କାମନା ନିଧି ଆର୍ତ୍ତ ବ୍ରଜସେହ୍ନା ।ଭାରାଭର ନିବାରଣ ହୋଇ ଅବତାରସଂସାର ନଉକା ତୁମ୍ଭେ ସିନା ତ କାଣ୍ଡାର ।ତୁମ୍ଭର ସ୍ଥାପିଲା ଆମ୍ଭେ ସକଳ ଦେବତାଭକତଜନ ବାନ୍ଧବ ତୁମ୍ଭେ ଜଗତ୍କର୍ତ୍ତା ।ତୁମ୍ଭେ ସ୍ୱର୍ଗପୁର କଲ ଆହେ ଦେବରାୟେନିଶ୍ଚିନ୍ତେ ରହିଲୁ ଆମ୍ଭେ ସର୍ବ ଦେବତାଏ ।ତୁମ୍ଭେ ପ୍ରଭୁ ଅଟ ଦ୍ୱାରକାର ଅଧିପତିଶଙ୍ଖନିଧି ପଦ୍ମନିଧି ଅଛି ତୁମ୍ଭ କତି ।ସୁଧର୍ମା ସଭାରେ ବିଜେ କର ତୁମ୍ଭେ ଆସିତୁମ୍ଭର ଅର୍ଜିଲା ଧନ ସବୁ ବିଶ୍ୱବାସୀ ।ସ୍ୱର୍ଗ ସମ୍ପାଦନା ଯେତେ ରତ୍ନ ଧନଧାନ୍ୟଅଶେଷ କୋଟି ଲକ୍ଷ୍ମୀର ବଲ୍ଲଭ ଆପଣ ।ଏତେ କହି ଇନ୍ଦ୍ର ଶଙ୍ଖନିଧି କରେ ଦେଲେସୁଧର୍ମା ସଭାରେ କୃଷ୍ଣ ଗୋଚରେ ଅର୍ପିଲେ ।ଅନେକ ବିନୟେ କହିଲେକ ସସ୍ରଯୋନିବୋଇଲେ ଦ୍ୱାରକା କୃଷ୍ଣ ଯାଅ ନିଧି ଘେନି ।ଏ ନିଧି ଅଟେ ଅମର ଭଣ୍ଡାରର ଆୟେଯେତେ ବ୍ୟୟ କଲେ କେବେ ନୁହଇଟି କ୍ଷୟେ ।କୋଟିଏକ ଶଙ୍ଖନିଧି ପୂରିଅଛି ଏଥିଏକା ନିଧିକେ ତୁଳନା ନାହିଁ ଏହି ପୃଥ୍ୱୀ ।ସମୁଦ୍ର ମନ୍ଥନ କାଳେ ଉପୁଜିଲା ଏହିତୁମ୍ଭେ ତ ଏହା ମହିମା ଜାଣ ଭାବଗ୍ରାହୀ ।ଅନେକ ଯତ୍ନେ ସାଇତି ଥିଲି ୟାକୁ ମୁହିଁଏ ରତନ ପାଶେ ଥିଲେ କିଛି ଭୟ ନାହିଁ ।ପଦ୍ମନିଧି ନେଇ ଦେଖାଇଲେ ପୁଣି ପୁଣିବୋଇଲେ ୟାର ମହିମା ଶୁଣ ଚକ୍ରପାଣି ।ହସ୍ମେ ପଦ୍ମ ପାଦେ ପଦ୍ମ ବିଜେ କରିଛନ୍ତିକ୍ଷୀର ସମୁଦ୍ରୁ ଉପୁଜିଅଛି ଚନ୍ଦ୍ରକାନ୍ତି ।ଏହା ଯୋଗେ ଉପୁଜଇ ଦେହେ ବୁଦ୍ଧିବଳଏ ପଦ୍ମନିଧି ପ୍ରସାଦେ ଜିଣିବ ସକଳ ।ରୋଗ ଶୋକ ବାଧା ନାହିଁ ନାହିଁ ଶତ୍ରୁଭୟେଦେବ ଶସ୍ତ୍ରରେ ନିର୍ଜିତ ରଣେ ହୁଏ ଜୟେ ।ଯେତେବେଳେ ବାଞ୍ଛା କରିବଟି ଯେଉଁ ଦ୍ରବ୍ୟତତକ୍ଷଣେ ପ୍ରାପ୍ତ ହୁଏ ଆସିଣ ସେ ସର୍ବ ।ଇଦଂ ପ୍ରତିବାକ୍ୟ ବଦୟନ୍ତି ବଜ୍ରଧାରୀଏ ସୁଧର୍ମା ସଭାକଥା ଶୁଣ ଦେବହରି ।ଏ ସଭାଗୋଟି ସମୁଦ୍ର ମନ୍ଥନରୁ ଜାତମହା ପ୍ରଳୟକାଳେ ଏ ସାଇତି ଜଗତ ।କହନ୍ତେ ନ ସରେ ଏହି ସଭାର ମହିମାନିରନ୍ତର ନିର୍ମାଣନ୍ତି କୋଟି ବିଶ୍ୱକର୍ମା ।କୁଳଶୂନ୍ୟ ବିବର୍ଜିତ ଏହି ସଭାଗୋଟିଏହାକୁ ପଟନ୍ତର ଯେ ନାହିଁ ଲକ୍ଷକୋଟି ।ଅମର ବାରସ୍ୱତୀ ଏ ଅଟେ ଦେବସଭାବୃଦ୍ଧିହିଁ ବସିଲେ ଏଥେ ହେବ ନବଯୁବା ।ତେତିଶ କୋଟି ଦେବତା ହୋଇ ଏକମୂର୍ତ୍ତିଖମ୍ବାଶେଣି ରୁଅ ହୋଇଛନ୍ତି ନାନାପ୍ରତି ।ରାତ୍ର ଦିନ ବିଜର୍ଜିତ ସଭା ପୁଣ୍ୟମୟେନିରନ୍ତର ଚନ୍ଦ୍ର ସୂର୍ଯ୍ୟ ହୁଅନ୍ତି ଉଦୟେ ।ତୁମ୍ଭେ ଯେବେ ଦ୍ୱାରକାରେ ରହିବ ଅଚ୍ୟୁତତୁମ୍ଭ ହେତୁ ଶୋଭା ଏହୁ ପାଇବ ଅତ୍ୟନ୍ତ ।ଏସନକ କୃତ୍ୟକୃତ୍ୟ ହୋଇ ବଜ୍ରପାଣିବହୁ ଉପହାର କୃଷ୍ଣଚନ୍ଦ୍ରେ ଦେଲେ ଆଣି ।ଯେଝାରେ ଅନୁରୂପରେ ସର୍ବ ଦେବବୃନ୍ଦକୃଷ୍ଣେ ଅକ୍ଷତ ଦିଅନ୍ତି ହୋଇଣ ଆନନ୍ଦ ।ଜଗନ୍ନାଥଙ୍କର ପାଦେ ସର୍ବେ କଲେ ପୂଜାଗରୁଡ଼ ପିଠିରେ ବିଜେ ସେ ଦେବାଧିରାଜା ।ସର୍ବ ଦେବତାମାନଙ୍କୁ ଦେଇଣ ମେଲାଣିଅନ୍ତରୀକ୍ଷ ମାର୍ଗେ ଚଳିଗଲେ ଚକ୍ରପାଣି ।ଅନନ୍ତ ମାୟାଧର ଶ୍ରୀପ୍ରଭୁ ବିଶ୍ୱବାସକୁଶସ୍ଥଳୀ ଭୁବନରେ ଯାଇଣ ପ୍ରବେଶ ।ଖଣ୍ଡେ ଦୂରରେ ଥାଇଣ ଦେଖିଲେ ଶ୍ରୀହରିଅତ୍ୟନ୍ତ ସୁନ୍ଦର ଦିଶେ ଦ୍ୱାରକା ନଗରୀ ।ନବ ରତନେ ନିର୍ମାଣ ଅତ୍ୟନ୍ତ ଘଟଣଲକ୍ଷେଗୁଣ ଶୋଭା ପାଏ ଅପୂର୍ବ ଭୁବନ ।ସକଳ ନର ନାରୀଏ ନିଦ୍ରା ଯାଇଥିଲେରଜନୀ ପ୍ରଭାତେ ନିଦ୍ରା ତେଜିଣ ଉଠିଲେ ।ଦେଖିଲେ ସୁବର୍ଣ୍ଣମୟ ପୁର ବିତପନଘରେ ଘରେ ଚାନ୍ଦୁଆ ଯେ ଅତ୍ୟନ୍ତ ଘଟଣ ।ହାଟ ବାଟ ଦାଣ୍ଡଆଦି ବଣିଜ ପସରାପୂର୍ବହୁଁ ଦିଶୁଅଛଇ ଅତିଶୟ ତୋରା ।ଗୃହ ବାସ୍ତୁ ଆଦିକରି ଯେ ଯାହାର ଦ୍ରବ୍ୟଅଖଣ୍ଡିତ ଭାବେ ପୂରି ଅଛନ୍ତି ସେ ସର୍ବ ।ମେଢ଼ ମଣ୍ଡପ ଦେଉଳ ଅଟ୍ଟାଳି ଜଗତୀବ୍ରାହ୍ମଣ କ୍ଷତ୍ରିୟ ଆଦି ଷଡ଼ତ୍ରିଂଶ ଜାତି ।ଯେସନ ଦିଶେ ମଥୁରା ଗଡ଼ର ପାତନାବାମ୍ଫୀ କୂପ ତଡ଼ାଗାଦି ନଦୀ ଘାଇ ଖଣା ।ପୁର ଦ୍ୱାରମାନ ସବୁ ଅତିଶୋଭା ପାନ୍ତିରେଖ ରେଖ ଧାଡ଼ି ଧାଡ଼ି ମନ୍ଦିର ଶୋଭନ୍ତି ।ଉଭା ତ୍ରୋଣା ମେଲା କାଠ ସମସ୍ତଙ୍କ ଦାଣ୍ଡେଯେଝାରେ ସାଇତି ଆବୋରିଣ ଖଣ୍ଡେ ଖଣ୍ଡେଫଳିତ କୁସୁମ ତରୁ ଅତି ବିତପନନନ୍ଦନବନ ପରାୟେ ଦିଶଇ ଶୋଭନ ।ଭୂମି ଆଦିକରି ପୁଣି ଷାଠିବାନି ସୁନାଆବର କେତେ ସମ୍ପଦ ଅଟେ ଅଳିକଣା ।ମନ୍ଦ ମନ୍ଦ ଗନ୍ଧବହ ମଳୟର ବାୟେଝିଙ୍କାରୀଙ୍କର ଶବଦେ ପୁଲକିତ କାୟେ ।ଅଚଳାଚଳ ସମ୍ପଦ କିସ ଯେ କହିବାଘରେ ଘରେ ଲକ୍ଷ୍ମୀଦେବୀ ପାଉଛନ୍ତି ଶୋଭା ।ସକଳ ଯାଦବେ ଦେଖି ଅପୂର୍ବ ମଣିଲେକିମ୍ଭୂତ ମାୟା ହେଲା ତ କେହି ନ ଜାଣିଲେ ।ସମସ୍ତଙ୍କୁ ଭ୍ରମ କରାଇଣ ଦେବରାୟେଥୋକାଏ ମଣନ୍ତି ଏହା ସ୍ୱପନ ପରାୟେ ।ଥୋକେ ଯାଦବେ ଜାଣିବେ ପୁଣି ତଥ୍ୟକରିବୋଇଲେ ଜରାର ହେତୁ ଛାଡ଼ି ମଧୁପୁରୀ ।ଏଠାରେ ରହିଲୁ ଆମ୍ଭେ ଆସିକରି ପୁଣିଦ୍ୱିତୀୟ ସ୍ୱର୍ଗ ପରାୟେ ଧାତା ଦେଲା ଆଣି ।ଏଥେ ବିଳସିବା ନାରାୟଣଙ୍କ ସଙ୍ଗରେଅଶେଷ କୋଟି ପାତକ ଥିଲା ଯା ଅଙ୍ଗରେ ।ଦେବ ଶାସ୍ତ୍ରମାତେ ତାହା ହୋଇବ ବିନାଶକୋଟିଜନ୍ମ ଯାଏ ଯେହୁ ସେବିବ ମହେଶ ।ପ୍ରୟାଗ ମଣିକର୍ଣ୍ଣିକା ଆଦିରେ ଝାସିଲେଏହିପରି ଭୂମି ତାକୁ ମିଳବଟି ଭଲେ ।ଜଳ ତିଳ ଅନ୍ନ ବସ୍ତ୍ର ଆବର ଭୂଦାନପଞ୍ଚ ଇନ୍ଦ୍ରିୟ ନିଗ୍ରହ ସାଧି ବ୍ରହ୍ମଜ୍ଞାନ ।ନାନାବାର ବ୍ରତ କରିଥିବ ତୀର୍ଥ ଜପସମଭକ୍ତିରେ କରିଣ ଥିବ ଘୋରତପ ।ସତ ସତ କ୍ରିୟା ରଖି ହେବ ବନଚାରୀକନ୍ଦମୂଳକୁ ଭକ୍ଷିବ ଆଉ କ୍ଷୀର ବାରି ।କୋଟି କୋଟି ଯାଗକରି ଶୁଦ୍ଧପୂତକାୟା କଦର୍ଥ ନ କରି କହୁଥିବ ସତ୍ୟ ।ଆଜନମ ପରିଯନ୍ତେ ଯେତେ ପୁଣ୍ୟକରିଗୋବିନ୍ଦ କୀର୍ତ୍ତନେ କେହି ନୁହଇଟି ସରି ।ଯୋଗିଜନମାନେ ମୂଳମନ୍ତ୍ର ଜପି ଯାହାକେବଣ ଭାଗ୍ୟରେ ଆମ୍ଭେ ଦେଖିଲୁଟି ତାହା ।ପୁରାଣ ପୁରୁଷ ଯେହୁ ମହା ବିଶ୍ୱମୂର୍ତ୍ତିଚାରିଖାନି ଚାରିବାନି ହୋଇ ନାନାଜାତି ।ସେହି ସେ ଜାଣଇ ସିନା ଯାବତ କପଟଏ ସଂସାର ଗୋଟି ତାର ଅଟେ ଖେଳ ନାଟ ।ଶୁଣ ହେ ପରୀକ୍ଷ ରାଜା ଭଣି ଶୁକଯତିଯାଦବମାନେ ଏମନ୍ତ ଭାବନା କରନ୍ତି ।ବଳରାମ ଉଗ୍ରସେନ ବସୁଦେବ ସହଉଦ୍ଧବ ଅକ୍ରୂର ଅନାଧୃଷ୍ଟ ଯେ ଦୁର୍ଜ୍ଜୟ ।ସୁରଥ ଯେ ବୃଦ୍ଧଶବା ଆବର ସାତ୍ୟକିଶତଧନୁ ପ୍ରଶ୍ନାଜିତ ମୂଳେ ଯେତେ ଲେଖି ।ବସୁଦେବ ଅଷ୍ଟପୁତ୍ର ଉଗ୍ରସେନ ପୁତ୍ରଶ୍ରୀକୃଷ୍ଣ ସୁମରି ରଚି ସାମ୍ରାଜ୍ୟ ସମସ୍ତ ।ଯେ ଯାହାର ନିତ୍ୟକର୍ମ ସର୍ବେ ଆବୋରିଲେପ୍ରହରେ ଆସିଣ ଯହୁଁ ଦିନମଣି ହେଲେ ।ମକର ଶୁକଳ ତ୍ରୟୋଦଶୀ ବୁଧବାରପୁନର୍ବସୁ ନକ୍ଷତ୍ର ଯେ ଅଟେ ସେ ଦିନର ।ବେଳ ଦଶଦଣ୍ଡେ ମୀନଳଗ୍ନେ ଅନୁକୂଳଦ୍ୱାରକାରେ ବିଜେ କଲେ ପ୍ରଭୁ ଆଦିମୂଳ ।ନକ୍ଷତ୍ର ଯେସନେ ଆକାଶରୁ ପଡ଼େ ଖସିମଧ୍ୟାହ୍ନ ଆଦିତ୍ୟ ପରି ଦିଶେ ତେଜରାଶି ।ଆର୍ଦ୍ରାବଳୀ ମାସେଯେହ୍ନେ ବାଳସୂର୍ଯ୍ୟୋଦୟେରୂପ ତେଜ ଲାଗଇଟି ତେସନ ପରାୟେ ।ଆକାଶରୁ ଗଣ୍ଡପକ୍ଷୀ ଯେହ୍ନେ ଦିଏ ଝାମ୍ପତେସନ ପ୍ରକାରେ ଅଟେ ବୈନତେୟ ଧାପ ।ଖଗେଶ୍ୱର ପିଠିପରେ ଦିବ୍ୟମୂର୍ତ୍ତି ଧରିଚତୁର୍ଦ୍ଧାରୂପେ ହରି ତହିଁ ବିଜେକରି ।ଶଙ୍ଖ ଚକ୍ର ଗଦା ପଦ୍ମ ଚାରିକରେ ଶୋହେପୀତ ଅମ୍ୱର ଶୋଭିତ ନାନା ରତ୍ନମୟେ ।ବିନତା ନନ୍ଦନ ପରେ ନାରାୟଣ ବସିଧୀରେ ଧୀରେ ଖଗବର ଆକାଶରୁ ଖସି ।ପ୍ରେମ ଆନନ୍ଦେ ଶବଦେ ଯେହ୍ନେ ଘଡ଼ଘଡ଼ିଶ୍ରାବଣ ମାସେ ମାରଇ ଯେହ୍ନେ ଚଡ଼ଚଡ଼ି ।ଅଣଚାଷ ପ୍ରାୟେ ଶୁଭେ ଆସନ୍ତେ ତୁରିତଦଲଦଲ ବସୁନ୍ଧରୀ ମହୀ ଖଣ୍ଡ ସାତ ।ଶବଦକୁ ଅନାଇଣ ସର୍ବ ଯଦୁବୃନ୍ଦଦେଖିଲେ ଚତୁର୍ଦ୍ଧାରୂପେ ବିଜୟେ ଗୋବିନ୍ଦ ।ନବରର ସିଂହଦ୍ୱାରେ ଆସି ବିଜେକରିଦେଖିବାପାଇଁ ଯାଦବେ ଆସନ୍ତେ ଯେଝାରି ।ଅଗ୍ରତରେ ନିରନ୍ତର ହୁଏ ଶଙ୍ଖଧ୍ୱନିହୁଳହୁଳି ଦେଲେ ଦ୍ୱାରକାର ଯେ କାମିନୀ ।ମେଘାଡ଼ମ୍ବର ଉଦ୍ଧଣ୍ଡ ଉଡ଼େ ଏକଲକ୍ଷଆଲମ୍ୱ ବିରାଳ ବିମଳାଦି ପଞ୍ଚମୁଖ ।ଧୂପକାଠି ଯେ ପନୀର ପାଣିମାନ ସିଞ୍ଚିବନ୍ଦନ ଛେରା ସେବତୀ ପାଖୁଡ଼ାକୁ ବିଞ୍ଚି ।ବୀରତୂର କାହାଳି ଯେ ବାଜେ ଅଳାବେଣୀବୀଣା ବଇଁଶୀ ଉପାଙ୍ଗ ସିଂହନାଦ ପୁଣି ।ସୁବର୍ଣ୍ଣ ବେତ ଘେନିଣ ପଡ଼ିହାରୀ ଆଗେସୁଧର୍ମା ସଭାକୁ ବିଜେ କରାବନ୍ତି ବେଗେ ।କୋଟିଏ କିନ୍ନର ସେହି ସଭା ଛନ୍ତି ବହିଶଙ୍ଖନିଧି ପଦ୍ମନିଧି ପୂରଅଛି ତହିଁ ।ଭକ୍ତି ମୁକ୍ତିଦାତା ପରି ଦିଶେ ଜ୍ୟୋତିର୍ମୟେକୋଟିଚନ୍ଦ୍ର ସୂର୍ଯ୍ୟ କିବା ହୋଇଛି ଉଦୟେ ।ଦେଖିଣ ସନ୍ତୋଷ ହେଲେ ସେ ସମସ୍ତ ଲୋକେଏ କେବଣ ଦ୍ରବ୍ୟ ବୋଲି ପଚାରନ୍ତି ଥୋକେ ।ଜାଣିମା ଲୋକେ ବୋଲନ୍ତି ଶଙ୍ଖ ପଦ୍ମନିଧିଶ୍ରୀଜଗନ୍ନାଥଙ୍କୁ ଏହା ଦେଲେ ଜମ୍ଭଭେଦୀ ।ସୁଧର୍ମା ସହିତେ ଦେଇଛନ୍ତି ସସ୍ରଯୋନିଆବର ଅନେକ ଦ୍ରବ୍ୟ ଆସିଛନ୍ତି ଘେନି ।ଏତେ ବୋଲିଣ ସକଳେ ଧାମନ୍ତି ଯେ ବେଗେତୁରିତେ ମିଳିଲେ ଯାଇ ସିଂହଦ୍ୱାର ଲାଗେ ।ବଳଦେବ ଉଗ୍ରସେନ ବସୁଦେବ ହରିଏମାନେ ବାଟକୁ ଅଇଲେକ ଅନୁସରି ।ଇନ୍ଦୁମତୀର ନବରେ ପାର୍ଥ ରହିଥିଲେଶ୍ରୀକୃଷ୍ଣ ଆସନ୍ତେ ଯାଇ ଦରଶନ କଲେ ।ଅର୍ଜ୍ଜୁନର ହସ୍ତ ଧରି ପ୍ରଭୁ ଦେବହରିନବରକୁ ବିଜେ କଲେ ଗରୁଡ଼ୁଁ ଉତୁରି ।ଉଗ୍ରସେନ ନମସ୍କାର କଲେ ନାରାୟଣପ୍ରଣାମ କରିଲେ ବସୁଦେବଙ୍କ ଚରଣ ।ତଦନ୍ତରେ କଲେ ବଳଦେବ ପାଦପୂଜାତତ୍ପରେ ଇନ୍ଦୁମତୀକୁ ନମି ଦେବରାଜା ।ଆବର ଯାଦବଗଣେ ଯେଝାମାନ୍ୟ କଲେଦେବକୀଙ୍କୁ ନମସ୍କାର ଯାଇଣ କରିଲେ ।ସନାତନ ପୁରୁଷ ଯା ଆଦିଅନ୍ତ ନାହିଁସମସ୍ତେ ହେଉ ଅଛନ୍ତି ଦେଖି ତାଙ୍କୁ ବାଇ ।ସେ ଯେବେ ଆପଣା ଧର୍ମ ନ କରେ ପାଳନାସମସ୍ତ ପ୍ରାଣୀମାନେ ଯେ ହୋଇବେଟି ବଣା ।ଯାହାରେ ଆନ ନୁହଇ ଶୁଭାଶୁଭ କର୍ମଲୋକଙ୍କ ମନ ମନାଇ କରି ନାନାଧର୍ମ ।ଏଥୁ ଅନ୍ତରେ ସକଳ ଯଦୁବୀରମାନେଆନନ୍ଦ ମନରେ ଗଲେ ଯେ ଯାହା ଭୁବନେ ।ନବରତନ ଜଡ଼ିତ ସବୁ ଗୃହମାନଥୋକେ ବୋଲନ୍ତି ଏହା ତ ଅପୂର୍ବ ଗଠନ ।ଥୋକାଏ ବୋଲନ୍ତି ଆଉ ଜରା ଭୟ ନାହିଁଥୋକାଏ ବୋଲନ୍ତି ଆମ୍ଭେ ରହିଲେ ଯେ କାହିଁଥୋକାଏ ବୋଲନ୍ତି ଜଗନ୍ନାଥେ ଯେ ଆସନ୍ତେକେବଣ କଥା ଅପୂର୍ବ ହୋଇବଟି ଏଥେ ।ଏସନେକ ବିଚାରନ୍ତେ ନଗ୍ର ନରନାରୀସ୍ନାହାନ ସାରିଲେ ଯାଇ ସ୍ୱାମୀ ଦେବହରି ।ଭୋଜନରେ ବସିଲେ ସେ ଆନନ୍ଦ ମନରେଦେବକୀ ଦେବୀ ପର୍ଷନ୍ତି ଆଣି ହରଷରେ ।ସୁସିଦ୍ଧ ପାକ ଅମୃତ ପରାୟ ରାନ୍ଧଣାସୁପକ୍ୱ ଅନ୍ନ ବ୍ୟଞ୍ଜନ ଏକୁ ଏକ ଜିଣା ।ଭୁଞ୍ଜିଣ ତୃପତ ହେଲେ ଦେବ ଭଗବାନଆଚମନ ସାରି କଲେ ତାମ୍ୱୁଳ ଭୋଜନ ।ସିଂହଦୁଆରେ ସୁଧର୍ମା ସଭାଗୋଟି ଥୋଇଶଙ୍ଖନିଧି ପଦ୍ମନିଧି ପୁରରେ ରଖାଇ ।ଏଥୁ ଅନନ୍ତରେ ଅସ୍ତ ହେଲେ ଦିନମଣିକହୁଁ କହୁଁ ପ୍ରବେଶିଲା ଆସିଣ ରଜନୀ ।ଦ୍ୱାରକାପୁରେ ରହିଲେ ସର୍ବ ନରନାରୀନିତ୍ୟକର୍ମ ସାରି ନିଦ୍ରାଗଲେ ଯେ ଯାହାରି ।ସମସ୍ତଙ୍କ ମନ ମୋହିଛନ୍ତି ଲକ୍ଷ୍ମୀସାଇଁଜଗବନ୍ଧୁ ଦେଖି ସର୍ବେ ଆନନ୍ଦିତ ହୋଇ ।ଏହିପରି ପ୍ରସଙ୍ଗରେ କେତେଦିନ ଗଲାସବୁଦେଶେ ବାର୍ତ୍ତା ଯାଇ ଚାର ଜଣାଇଲା ।ଅଷ୍ଟାଦଶ ବେଳ ଜରା ଦେଲାକ ଯେ ଧାଡ଼ିଉଗ୍ରସେନ ରାଜା ଗଲେ ମଥୁରାକୁ ଛାଡ଼ି ।ସବୁ ଯାଦବେ ଘେନିଣ ତ୍ରିଦଶର ସାଇଁଗଡ଼ ବାନ୍ଧିଣ ରହିଲେ ଅବ୍ଧି ମଧ୍ୟେ ଯାଇ ।ସୁବର୍ଣ୍ଣମୟ ଅଟଇ ଦ୍ୱାରକା ଭୁବନଆଡ଼ ଦୀର୍ଘ ପ୍ରତି ତାର ସହସ୍ରେ ଯୋଜନ ।ସୁନ୍ଦର ଯେ ଶୋଭାକର ଜାଜ୍ଜ୍ୱଲ୍ୟ ତା ଜ୍ୟୋତିକପିଳାସ କନ୍ଦର କି ପୁର ବାରସ୍ୱତୀ ।ସେ ପୁରେ ଯାଦବେ ଘେନି ରହି ନାରାୟଣଏସନ ବାରତା ଯାଇ କହି ଚାରଗଣ ।ଦେଶେ ଦେଶେ ବୁଲି ବୁଲି କହନ୍ତେ ଏସନକେତେ ହର୍ଷହେଲେ କେତେ ଦୁଃଖକଲେ ମନଇତି ଶିରୀ ଭାଗବତ ପୁରାଣର ଧ୍ୱନିଧର୍ମବାଣୀ ଶୁଣି ନରେ ମୁକ୍ତ ହୁଅ ପୁଣି ।ପବିତ୍ର ଗଙ୍ଗାଜଳ ଏ ଅତି ପୁଣ୍ୟମୟେଇଦଂ ଚତୁର୍ଦ୍ଦଶ ଅଧ୍ୟା ସମାପତ ହୁଏ ।