ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୩ / ୨୦
ସମ୍ପୂର୍ଣ୍ଣ ସୂଚୀପତ୍ର
କୃଷ୍ଣଙ୍କ ସହିତ ଜରାସନ୍ଧର ଯୁଦ୍ଧ ଓ ବ୍ରହ୍ମଶକ୍ତି ପ୍ରୟୋଗ
ଶୁକ ବୋଲନ୍ତି ଯେ ଶୁଣ ଅଭିମନ୍ୟୁ ଶିଷ୍ୟସୁରଥକୁ ସଂଗ୍ରାମରେ ହାରି ଦମଘୋଷ ।ଜରାସନ୍ଧ ନୃପତିର ନିକଟକୁ ଯାଇସଂଗ୍ରାମ ବାରତା ସବୁ କହିଲା ମଣାଇ ।ଜରାସନ୍ଧ ଆପଣାର ସୈନ୍ୟ ହତ ଶୁଣିକ୍ରୋଧେ ଚକ୍ଷୁ ବୁଲାଇଲା କାଳଚକ୍ର ଜାଣିପଞ୍ଚାଶ ସହସ୍ର ରାଜା ଘେନି ନିଜ ସଙ୍ଗେସତ୍ୱରେ ମିଳିଲା ଯାଇ ଶ୍ରୀକୃଷ୍ଣଙ୍କ ଆଗେବାର ସହସ୍ର ନୃପତି ସଙ୍ଗତେ ଘେନିଣବାଟେ ଓଗାଳିଲା ବଳରାମଙ୍କୁ ରୁକ୍ମଣ ।ଘାଇ ବନ୍ଧାଇଲେ ଯେହ୍ନେ ଲେଉଟଇ ପୁଣିରଥ ଟେକାଇଲେ ପୁଣି ଦେବ ଚକ୍ରପାଣି ।ଆଗୁଆଣି ଥାଯେ ଜରାସନ୍ଧ ନୃପ ଥିଲାରେରେକାର କରି ରଥ ଛାମୁରେ ଟେକିଲାନାତିଙ୍କ ବିୟୋଗ ପୁଣି ଝିଅଙ୍କ ବିକଳଜାମାତା ମରଣ ଚିନ୍ତି ହୃଦୟ ଆକୁଳ ।ଦମଘୋଷ ହାରିଯାନ୍ତେ ବଢ଼ିଲା ତା କ୍ରୋଧତଦନ୍ତେ ଅଧର ଚାପି ବୋଲେ ଜରାସନ୍ଧ ।ଆରେ ଆରେ ଗଉଡ଼ ତୁ ଏଡ଼େକ ନିର୍ଭୟଆଜ ଜାଣିମା ନା ତୋର କେ ଅଛି ସହାୟ ।କଂସ ପରା ଜୁଆଁଇକି ମାଇଲୁ ମୋହରଦୁଇ ନାତି ମଲେ ପୁଣି କପଟେ ତୋହର ।ଏବେ ଯେ ମାଇଲୁ ମୋର ଅନେକ ସଇନତୋତେ ମାରି ପାସୋରିବି ମନରୁ ଏମାନ ।ଏମନ୍ତ ବୋଲିଣ କୋପେ ଗର୍ଜ୍ଜି ମହାବଳୀବୋଇଲେ ତୋ ମାଂସ କାଟି ଦେବି ବିଶାବଳି ।ସବୁ ଦୁଃଖ ପାସୋରିବି ଆଜ ତୋତେ ମାରିଛାମୁରେ ପଡ଼ିଛୁ କାହିଁ ଯିବୁ ତୁ ଉବୁରି ।ଏତେ କହି ଜରାସନ୍ଧ ରାଜା କୋପଭରେନଉସସ୍ର ବଳ ଧନୁ ଧରି ବାମ କରେ ।ଶତେ କଙ୍କପକ୍ଷ ବାଣ ଗୁଣରେ ସନ୍ଧିଲାଆକର୍ଷଣ କରି ତାହା କୃଷ୍ଣଙ୍କୁ ବିନ୍ଧିଲା ।ସହସ୍ରେ କତୁରି ବାଣ ଧନୁରେ ପୂରାଇପୁଣି କୃଷ୍ଣ ହୃଦୟକୁ ବିନ୍ଧିଲା ତୁହାଇ ।ନାରାଚ ଆସନ୍ତେ ଦୂରୁ ଦେଖି ନାରାୟଣସାରଙ୍ଗ ଧନୁରେ ସନ୍ଧି ତୀକ୍ଷ୍ଣ ପଞ୍ଚବାଣ ।ବିନ୍ଧନ୍ତେ ଚଳିଲା କାଣ୍ଡ ଗଗନରେ ଘୋଟିଜରାସନ୍ଧ ବାଣଯାକ ପକାଇଲେ କାଟି ।ଧନୁ ରଥ ଦେଖି ଜରାସନ୍ଧ ପ୍ରଶଂସିଲାଭଲାରେ ଗଉଡ଼ କାହୁଁ ପାଇଲୁ ବୋଇଲା ।ଧନୁର୍ଦ୍ଧର ପଣେ ଦେବା ପଟାନ୍ତର କିସପାଞ୍ଚକାଣ୍ଡେ ପାଞ୍ଚସସ୍ର ବାଣ କଲୁ ନାଶ ।ଏତେ ବୋଲି ଆପଣାର ଧନୁ କରେ ଟାଣିବାବଲ ଶର ସହସ୍ରେ ବିନ୍ଧିଲା ସେ ପୁଣି ।ପୁଣି କ୍ରୋଧ ହୋଇ କଲା ନାନା ଶରବୃଷ୍ଟିଗୁଣନାଦେ କମ୍ପମାନ ଚରାଚର ସୃଷ୍ଟି ।ଅବିଚ୍ଛିନ୍ନେ ବିନ୍ଧିଲା ସେ କୋଟି କୋଟି ଶରଆଦାନ ସନ୍ଧାନ ଜଣା ନ ଯାଏ ତାହାର ।ସେ କାଳେ ମଣ୍ଡଳାକାର ଦିଶିଲା ତା ଧନୁସୃଷ୍ଟିନାଶ ପାଇଁ କିବା ଉଦେ ହେଲେ ଭାନୁ ।କତୁରି ନାରାଚ ଅଧାଚନ୍ଦ୍ର ତୀକ୍ଷ୍ଣମୁନାକଙ୍କପତ୍ର ଆଦି ବାଣେ ବିନ୍ଧେ ଅକଳନା ।ଶ୍ୟେନପକ୍ଷୀ ପ୍ରାୟେ ଉଡ଼ି ଅନ୍ତରୀକ୍ଷ ମାର୍ଗେଚଳିଲେ ନାରାଚଗଣ ଧାଇଁ ଅଧାସ୍ୱର୍ଗେ ।ସେ ବାଣ ଦେଖନ୍ତେ କୃଷ୍ଣ ବିନ୍ଧି କ୍ଷୁରକାଣ୍ଡଦେହରେ ନ ବାଜି କାଟି କଲେ ଖଣ୍ଡ ଖଣ୍ଡ ।ଅସ୍ତ୍ର ହତ ହେବା ଦେଖି ଜରାସନ୍ଧ କୋପେପର୍ବତାସ୍ତ୍ର ବସାଇଲା କାଢ଼ି ନିଜ ଚାପେ ।ମହାମନ୍ତ୍ର ପଢ଼ି ରାଜା ବିନ୍ଧିଲା ସେ ଶରଘୋଟିଲେ ଗଗନମାର୍ଗେ ଲକ୍ଷେ ଗିରିବର ।ଯେସନେକ ପକ୍ଷିଗଣ ଉଡ଼ନ୍ତି ଗଗନେତେସନ ଧାଇଁଲେ ଉଡ଼ି ସେ ପର୍ବତମାନେ ।ତା ଦେଖି ପେଷିଲେ କୃଷ୍ଣ ବଜ୍ରଶର କାଢ଼ିମସୀଗୁଣ୍ଡା ହୋଇ ଗିରିମାନ ଗଲେ ଉଡ଼ି ।ପୁଣି ଜରାସନ୍ଧ ରାଜା ପନ୍ନଗାସ୍ତ୍ର ଧରିଲକ୍ଷେ ନାଗ ପେଷିଲା ସେ ମହାମନ୍ତ୍ର ସ୍ମରି ।ବିକରାଳ ମୂର୍ତ୍ତିଧରି କାଳସର୍ପ ଗଣଧାମନ୍ତି ମୁଖରେ କରି ଗରଳ ବମନ ।ଲହ ଲହ ଜିହ୍ୱା ଦିଶେ ମୁଖ ବିସ୍ତାରିତଫୁଫୁକାର ଶବଦରେ ପୂରିଲା ଜଗତ ।ଗରୁଡ଼ାସ୍ତ୍ର ପେଷିଲେ ତା ଦେଖି ବନମାଳୀକ୍ଷଣକେ ସେ ଅସ୍ତ୍ର ଦେଲା ସବୁ ସର୍ପ ଗିଳି ।ଅସ୍ତ୍ର ପ୍ରତିହତ ହେବା ଜରାସନ୍ଧ ଦେଖିସତ୍ୱରେ ବିନ୍ଧିଲା ଅଗ୍ନିଶର ଗୁଣେ ଯୋଖି ।ଘୋଟିଲା ଅନଳ ଶିଖା ସ୍ୱର୍ଗପୁର ଯାଏଭୟେ ସ୍ୱର୍ଗ ଛାଡ଼ି ପଳାଇଲେ ଦେବତାଏ ।ଜଳଚର ସ୍ଥଳଚର ଆଦି ଜୀବ ଯେତେଅନଳ ତେଜରେ ତ୍ରାସ ପାଇଲେ ସମସ୍ତେ ।ଏହା ଦେଖି ଜଳଧାରା ବାଣ କରେ ଘେନିଶ୍ରୀକୃଷ୍ଣ ପେଷନ୍ତେ ଲିଭିଗଲା ସେ ବହନି ।ପୁଣି କୋପେ ଜରାସନ୍ଧ ମେଘାସ୍ତ୍ର ପେଷନ୍ତେବାୟବ୍ୟାସ୍ତ୍ରେ ଉଡ଼ାଇଲେ ତାହା ଜଗନ୍ନାଥେ ।ଦେଖି ଜରାସନ୍ଧ ରାଜା ହୋଇ କୋପାନଳକୃତାନ୍ତକ ନାମେ ଶର ଧରି ତତକାଳ ।ମନ୍ତ୍ରିଣ ପେଷିଲା କୋପେ କୃଷ୍ଣ ନାଶ ପାଇଁବାରୁଣାସ୍ତ୍ରେ ତାହା ନିବାରିଲେ ଲକ୍ଷ୍ମୀସାଇଁ ।ଦେଖି କୋପେ ଥରହର ମଗଧ ନୃପତିଆକ୍ରୋଶି ଧଇଲା କରେ ଟେକି ବ୍ରହ୍ମଶକ୍ତି ।ତିନିଥର ବୁଲାଇ ସେ ଅମୋଘ ଶକ୍ତିକିମଲୁରେ ଗଉଡ଼ ବୋଲି ଫିଙ୍ଗିଲା ସେ ଡାକି ।ଅକାରଣ ଅସ୍ତ୍ର କଲା ସଂକୋଚନ ବାଳସେ ଶକ୍ତି ଘୋଟିଲା ସ୍ୱର୍ଗ ମଞ୍ଚ ରସାତଳ ।ମହା ଭଇରବ ରୂପେ ଆସନ୍ତେ ସେ ଧାଇଁହନୁମାନ ଦେଖିଲେ ତା ରଥଧ୍ୱଜେ ଥାଇ ।ମାରୁତି ବୋଇଲେ ଦେବ ଶୁଣିମା ଗୋବିନ୍ଦବ୍ରହ୍ମଶକ୍ତି ପେଷିଲାଟି ଏବେ ଜରାସନ୍ଧ ।ଏ ଶକ୍ତି ମୁଖରୁ କେହି ନ ପାରଇ ବଞ୍ଚିଅକାରଣେ ଗଞ୍ଜି ନୋହି ଚାଲ ଯିବା ଘୁଞ୍ଚି ।ପ୍ରତ୍ୟକ୍ଷେ ଧର୍ମଦେବତା ଏ ଶକତି ଜାଣସେ ପିଠି ଦିଅଇ ତାର ନ ଘେନଇଁ ପ୍ରାଣ ।ମାରୁତି ମୁଖରୁ ଏହା ଶୁଣି ଜଗନ୍ନାଥଦାରୁକକୁ ଆଜ୍ଞା ଦେଲେ ଲେଉଟାଅ ରଥ ।ବ୍ରହ୍ମଶକ୍ତି ପେଷିଅଛି ଜରାସନ୍ଧ ଦମ୍ଭେପିଠି ଦେଇ ବଞ୍ଚାଇବା ସେ ଅସ୍ତ୍ରକୁ ଆମ୍ଭେ ।ଗୋବିନ୍ଦ ଆଜ୍ଞାରେ ରଥ ଲେଉଟାଇ ଖରେଦାରୁକ ରଖିଲେ ନେଇ ପାଞ୍ଚତ୍ରୋଶ ଦୂରେ ।ଶୁଣ ହୋ ପରୀକ୍ଷ ରାଜା ଶୁକମୁନି ଭାଷିଲେଉଟି ରହିଲା ଶକ୍ତି ଜରା ତ୍ରୋଣେ ପଶି ।ଦେଖିଣ ଚକିତ ହେଲା ମଗଧ ଈଶ୍ୱରସଇନକୁ ଚାହିଁ ବୋଲେ ଗୋଡ଼ାଅ ସତ୍ୱର ।ଯେ ଯାହାର ସୈନ୍ୟବଳ ଘେନିଯାଅ ବେଗେପଳାଇ ଯାଉଛି କୃଷ୍ଣ ଓଗାଳିବ ଆଗେ ।ଏ ଗଉଡ଼ ଟୋକା କେତେ ଗର୍ବେ କହୁଥିଲାବ୍ରହ୍ମଶକ୍ତି ଦେଖି ଭୟେ ପିଠି ଦେଇ ଗଲା ।ମୋ ଶପଥ ମାନି କେହୁ ଉପ୍ରୋଧ ନ କରସମଦଣ୍ଡ ଘେନି ଯାଇ ଶତ୍ରୁକୁ ସଂହାର ।ରାମକୃଷ୍ଣ ଆଣି ମୋର ଛାମୁରେ ଯେ ଦେବଠାକୁର ହୋଇ ମୋ ଠାରୁ ପୂଜା ସେ ପାଇବ ।ଅନେକ ଧନ ଭଣ୍ଡାର ରତ୍ନକୋଷ ଦେବିଭୃତ୍ୟପଣ କରି ତାର ପାଦେ ସେବିଥିବି ।ଜରାସନ୍ଧ ମୁଖୁ ଶୁଣି ଏସନକ ଆଜ୍ଞାରାଜାଗଣେ ବାହାରିଲେ କରିଣ ପ୍ରତିଜ୍ଞା ।କରେ ନାନା ଶସ୍ତ୍ର ଧରି ଧାମନ୍ତି ସକଳେକେ କାହାକୁ ପଛକରି ଆଗ ହୋଇ ଚଳେ ।ଥୋକେ ଦୂର ବାଟେ ଥିଲେ ଜଗନ୍ନାଥେ ରହିଆଗୁଆଣି ଥାଟ ତାଙ୍କୁ ଭେଟିଲେକ ଯାଇ ।ଯେ ଯାହାର ଅନୁରୂପେ ଅସ୍ତ୍ର ଶସ୍ତ୍ର ଧରିଶ୍ରୀଜଗନ୍ନାଥଙ୍କୁ ବେଢ଼ି ଶତେପୁର କରି ।ପ୍ରତିଜ୍ଞା କରି ମାରନ୍ତି ଶସ୍ତ୍ର କୋଟି କୋଟିବର୍ଷାକାଳେ ମେଘ ଯେହ୍ନେ ବରଷଇ ଘୋଟି ।ଦିବସେ ଅନ୍ଧାର ନ ଦିଶିଲେ ଦିନମଣିବୀରଙ୍କର ପାଦଘାତେ କମ୍ପଇ ଧରଣୀ ।ସୈନ୍ୟ ଆଗମନ ଦେଖି ଜଗନ୍ନାଥ ସ୍ୱାମୀମନଭେଦୀ ନାରାଚକୁ କାଢ଼ି ଅନ୍ତର୍ଯ୍ୟାମୀ ।ମନ୍ତ୍ରିର ବାଣକୁ ଆଜ୍ଞା ଦେଲେ ଲକ୍ଷ୍ମୀସାଇଁରଥ ଗଜ ଅଶ୍ୱ ସବୁ ଛେଦ ବେଗେ ଯାଇ ।ପୁଣି ହିଁ ଚକ୍ରକୁ ଆଜ୍ଞା ଦେଲେ ଦେବରାୟସଜ୍ଜନଙ୍କୁ ରକ୍ଷା କରି ଦୁଷ୍ଟ କର କ୍ଷୟ ।ଆଜ୍ଞା ପାଇ ଚଳିଗଲେ ଚକ୍ର ମନଭେଦିହାତୀ ରଥୀ ପଦାତିଙ୍କି ପକାଇଲେ ଛେଦି ।ମର୍ଭୁତ ସହସ୍ର ଲକ୍ଷ କୋଟି ଶତ ଦଶଏକ ଏକ ପ୍ରହାରକେ ଗଲେ ସବୁ ନାଶ ।ପ୍ରଚଣ୍ଡ ବାତରେ ଯେହ୍ନେ ଲୋଟେ ରମ୍ଭାବନତେସନ ପଡ଼ିଲେ ତହିଁ ଜରାସନ୍ଧ ସୈନ୍ୟ ।ବହିଲା ରକତନଦୀ ତ୍ରିତାଳ ଉତ୍ସର୍ଗେଇନ୍ଦ୍ର ଆଦି ଦେବଗଣ ଦେଖୁଛନ୍ତି ସ୍ୱର୍ଗେ ।ଶୃଗାଳ ବାୟସ ଶ୍ୱାନ ବୃକ ଗୃଧ୍ର ପକ୍ଷୀରଣସ୍ଥାନେ ବିହରିଲେ ରକ୍ତମାଂସ ଭକ୍ଷି ।କଙ୍କାଳୀ ବେତାଳୀ ଚଣ୍ଡୀ ଅଶେଷ ଚାମୁଣ୍ଡାଜିହ୍ୱା ଲହଲହ କରେ ଖପର ଯେ ଖଣ୍ଡା ।ମେଦମେଦା ମାଂସ ଖାଇ ହେଲେ ମତୁଆଳିନାଚନ୍ତି ଆନନ୍ଦ ମନେ ଦେଇ ହୁଳହୁଳି ।ତଡ଼କୀ ଘୁମୁରା କଡ଼ା କୁଣ୍ଡଳୀ ଦାଉଣ୍ଡିମଦିରା ଭୋଳେ ଖେମଟା ନାଚି ନାଚଖଣ୍ଡି ।ନାଚନ୍ତି କବନ୍ଧ ଲକ୍ଷକୋଟି ରଣରଙ୍ଗେଅଶ୍ୱ ଗଜ ପଦାତିଏ ପଡ଼ି ଏକ ଯୋଗେ ।କର ଚରଣ ତାହାର ଛାଡ଼ିଲା ଅଙ୍ଗରୁକା ଅଣ୍ଟା ଛିଡ଼ିଲା କାର ଭଗ୍ନ ହେଲେ ଉରୁ ।ଏସନ ପ୍ରାଭବ ପାଇଲେ ଯେ ସୈନ୍ୟବଳଏକା ଚକ୍ର ମନଭେଦୀ ଛେଦିଲେ ସକଳ ।ଷଡ଼ଯୁଣ ପରିଯନ୍ତେ ତିଳେ ନାହିଁ ଛଡ଼ାପର୍ବତ ସମାନେ ତହିଁ ପଡ଼ିଅଛି ମଡ଼ା ।ଚାରିଊଣା ଲକ୍ଷେ ରାଜା ଅସଂଖ୍ୟକ ଥାଟପ୍ରାଣ ଭୟେ ପଳାଇଲେ ଖୋଜି ଯେଝା ବାଟ ।କେତେ ମଲେ କେତେ ବର୍ତ୍ତିଗଲେ ପ୍ରାଣ ପାଇଅସଂଖ୍ୟ ସଇନବଳ ଗଣନା ଯେ ନାହିଁ ।ଏହା ଦେଖି ଆନନ୍ଦରେ ହସି ପଦ୍ମମୁଖମୁଖେ ଭରି ବଜାଇଲେ ପାଞ୍ଚଜନ୍ୟ ଶଙ୍ଖ ।ଜୟ ଧ୍ୱନିକରି ଦେବେ ପୁଷ୍ପ ବରଷିଲେଦେବର୍ଷି ମହର୍ଷିଗଣ ଆନନ୍ଦ ହୋଇଲେ ।ଜୟଯୁକ୍ତ କୃଷ୍ଣଙ୍କର ଚରଣ କମଳେଅଚ୍ୟୁତ ଦାସର ମନ ରହୁ ସବୁକାଳେ ।
ବଳଦେବଙ୍କ ସହିତ ରୁକ୍ମଣର ଯୁଦ୍ଧ ଓ ପରାଜୟ
ଏଥୁ ଅନନ୍ତରେ ପୁଣି ଶୁକ ତପୋବନ୍ତବୋଇଲେ କହିବା ଶୁଣ ଅଭିମନ୍ୟୁ ସୁତ ।ଦକ୍ଷିଣ ଦିଗ ସଂଗ୍ରାମେ ବଳରାମ ଥିଲେରୁକ୍ମଣ ତୁଲେ ଅନେକ ସଂଗ୍ରାମ ସେ କଲେ ।ବାରସହସ୍ର ରାଜାଙ୍କ ଚତୁରଙ୍ଗ ବଳଏକମୁଖ ହୋଇକରି ବେଢ଼ିଲେ ସକଳ ।କୋପେ ପରିଘାଇ ନାନାଶସ୍ତ୍ର ବରଷନ୍ତିଛେଲ ଚକ୍ର ଭିନ୍ଦିପାଳ ପରିଘ ଶକତି ।ମୁଦ୍ଗର ପରଶୁ ଶୂଳ ଭାଲି କାଣ୍ଡ ଖଣ୍ଡାପ୍ରହାର କରନ୍ତି ରରେ ନାଚି ପରଚଣ୍ଡା ।ରଥୀ ମହାରଥୀ ସର୍ବେ ଏକରୁଣ୍ଡ ହୋଇଯେ ଯାହାର ଅସ୍ତ୍ର ଶସ୍ତ୍ର ମାରନ୍ତି ତୁହାଇ ।ସଂଗ୍ରାମେ ଅପରାଜିତ ପ୍ରଭୁ କାମପାଳଯା ଅଙ୍ଗରେ ପୂରିଅଛି କୋଟି ସିଂହବଳ ।କାଦମ୍ୱରୀ ପାନେ ସଦା ଭୋଳ ଯାର ମତିଅଷ୍ଟାଙ୍ଗ ଯୋଗରେ ସିଦ୍ଧ ନିରଞ୍ଜନ ଜ୍ୟୋତି ।ସୌନନ୍ଦ ମୂଷଳ ହଳ ଧରି ବେନି ହସ୍ତେବିଜେ କରିଛନ୍ତି ସ୍ୱାମୀ ତାଳଧ୍ୱଜ ରଥେ ।ନୃପତିମାନଙ୍କୁ ରାମ ନଜରେ ନ ଗଣିରୁକ୍ମଣ ଆଗରେ ରଥ ଟେକାଇଲେ ଆଣି ।ଭୀଷ୍ମକନନ୍ଦନ ତାଙ୍କୁ ସମ୍ମୁଖରେ ଦେଖିସହସ୍ରେ ବାଣ ବିନ୍ଧିଲା ଉପ୍ରୋଧି ଉପେକ୍ଷି ।ପୁଣି ହସ୍ତବ୍ୟଗ୍ରେ ଶତ ନାରାଚ ପୂରାଇକାମପାଳ ଉପରକୁ ବିନ୍ଧିଲା ନିଠାଇ ।ଚାହୁଁ ଚାହୁଁ ପାଞ୍ଚସସ୍ର ବାଣ ପୁଣି ଧରିହୃଦୟକୁ ଲକ୍ଷ୍ୟକରି ବିନ୍ଧିଲା ଓଟାରି ।ସେ ବାଣ ଆସନ୍ତେ ଦୂରୁ ଦେଖି କାମପାଳଧନୁ ଧରି ଛାଡ଼ିଲେ ସେ ଲାଙ୍ଗଳ ମୂଷଳ ।ସେ ଧନୁ ଗୁଣରେ ସନ୍ଧି ସାତଗୋଟି କାଣ୍ଡରୁକ୍ମଣ ନାରାଚ କାଟି କଲେ ଖଣ୍ଡ ଖଣ୍ଡ ।ପୁଣି ସେ ବାବଲ ଶର ଶତେକ ସନ୍ଧିଲେରୁକ୍ମଣ ବକ୍ଷକୁ ଲକ୍ଷ୍ୟ କରି ଛାଡ଼ିଦେଲେ ।ସେ ବାଣ ପକ୍ଷୀଙ୍କ ପ୍ରାୟେ ଅନ୍ତରୀକ୍ଷେ ଚଳିସେହ୍ନା ଫୁଟି ରୁକ୍ମଣର ହୃଦେ ଗଲା ଗଳି ।ପୁଣି ପାଞ୍ଚବାଣ ବିନ୍ଧି ରୋହିରୀ ଶିଷ୍ୟସାରଥି ସହିତେ ବଧ କଲେ ଚାରି ଅଶ୍ୱ ।ବିରଥୀ ହୁଅନ୍ତେ କ୍ରୋଧେ ଭୀଷ୍ମକର ବଳାରଥରୁ ଡେଇଁଲା କରେ ଘେନି ଖଡ଼୍ଗଫଳା ।ପ୍ରବେଶ ହୋଇଣ ବଳଦେବଙ୍କ ଛାମୁରେବାହାନାଦ କରି ବୀର ରେରେକାର କରେ ।ରୁକ୍ମଣ ଆସନ୍ତେ ଦୂରୁ ଦେଖି ହଳପାଣିବାବଲ ନାରାଚ ଗୁଣେ ବସାଇଲେ ଆଣି ।ମନ୍ତ୍ରିଣ ପେଷନ୍ତେ ବାଣ ଅନ୍ତରୀକ୍ଷେ ଗଲାରୁକ୍ମଣ ହସ୍ତରୁ ଖଡ଼୍ଗଫଳା କାଟିଦେଲା ।ଖଡ଼୍ଗଫଳା ଭଗ୍ନହେବା ଦେଖି ସେ ରୁକ୍ମଣଯୁଦ୍ଧ ଛାଡ଼ି ପଳାଇଲେ ନିରସ୍ତ୍ର ହୋଇଣ ।ରୁକ୍ମଣ ପଳାଇଯାନ୍ତେ ମୃଗସେନ ଦେଖିବଳରାମ ଆଗେ ଉଭାହେଲା ରଥ ଟେକି ।ଷାଠିଏ ସହସ୍ର ବଳ ଧନୁ ଧରି କରେମହାମେଘ ପରାୟ ସେ ଗର୍ଜିଲା କ୍ରୋଧରେ ।ତା ସଙ୍ଗେ ମିଳିଲା ଆସି କଳିଙ୍ଗ ରାଜନନବଲକ୍ଷ ମତ୍ତଗଜ ସଙ୍ଗେ ଘେନାଇଣ ।ଦୁଇ ରାଜା ମିଶି ରୁକ୍ମଣକୁ ଆବୋରିଲେଅନେକ ଭୂୟାଁ ଭୂପାଳ ଛନ୍ତି ତାଙ୍କ ତୁଲେ ।ଯେ ଯାହାର ଅସ୍ତ୍ର ଶସ୍ତ୍ର ଧରି ନିଜ କରେକ୍ରୋଧ ହୋଇ ପ୍ରହାରିଲେ ରାମଙ୍କ ଉପରେ ।ବିଶ୍ୱରୂପ ଧରିଛନ୍ତି ପ୍ରଭୁ କାମପାଳତେଜ ବିରାଜଇ ଯେହ୍ନେ ପ୍ରଳୟ ଅନଳ ।ଯେତେ ଶସ୍ତ୍ର ପ୍ରହାରିଲେ ପ୍ରଭୁ ଅଙ୍ଗେ ପଡ଼ିପର୍ବତେ ସୋରିଷ ପ୍ରାୟେ ବାଜି ପଡ଼େ ଝଡ଼ି ।ଦଣ୍ଡେ ପରିଯନ୍ତେ ସର୍ବେ କଲେ ଶରବୃଷ୍ଟିଗୁଣନାଦ ଶବଦରେ କମ୍ପେ ନବସୃଷ୍ଟି ।ଦଲ ଦଲ ନବସୃଷ୍ଟି ବ୍ରହ୍ମାଣ୍ଡ ହିଁ ସାତଯୁଗାନ୍ତ କାଳରେ ଯେହ୍ନେ ପଡ଼ଇ ନିର୍ଘାତ ।ଏକା କାମପାଳ ସର୍ବେ ବିନ୍ଧୁଛନ୍ତି ବାଣସଂଗ୍ରାମେ ବିଶ୍ରାମ ନାହିଁ ତୁଚ୍ଛା ହେଲା ତୂଣ ।ଫୁଟିଣ ରହିଲେ ନୃପେ ମନେ ଲଜ୍ଜାପାଇପାଶୁପତ ଶର ସନ୍ଧି ରେବତୀର ସାଇଁ ।ଅସ୍ତ୍ରକୁ ତିଆରି କର୍ଣ୍ଣେ କହି ମନ୍ତ୍ର ଗୋଟିବୋଇଲେ ରାଜାମାନଙ୍କ ଶିର ଦିଅ କାଟି ।ଆଜ୍ଞା ପରମାଣେ ପାଶୁପତ ଶର ଗଲାଅନେକ ନୃପତି ଶିର ଛେଦି ପକାଇଲା ।ରଥ ଗଜ ପଦାତିକ ମଲେ ଅପ୍ରମିତଯେ ଆଗେ ପଡ଼ିଲା ତାର ଘେନିଲା ଜୀବିତ ।ମହାଗୋଳ ଧନ୍ଦୋଳ ଯେ ହେଲା ଅପ୍ରମାଣପର ଆପଣା ବୋଲିଣ ନୋହିଲେ ବାରଣ ।ମୃଗସେନ ଯେ କଳିଙ୍ଗସେନ ଦୁଇ ରାଜାଦେଖିଣ ଆଶ୍ଚର୍ଯ୍ୟ ହୋଇ ଅସ୍ତ୍ର କଲେ ତେଜ୍ୟା ।ଶସ୍ତ୍ରଛାଡ଼ି ଥୋକେ ସୈନ୍ୟ ଅପସରି ଗଲେବଳରାମ ବାଣାଘାତେ ଥୋକେ ସୈନ୍ୟ ମଲେ ।ସେନାଏ ଭାଜିଲେ ଯହୁଁ ଅସ୍ତ୍ର ଶସ୍ତ୍ର ଛାଡ଼ିପାଶୁପତ ଶର ତ୍ରୋଣେ ରହିଲା ବାହୁଡ଼ି ।ଦେଖି ବଳରାମ ସ୍ୱାମୀ ହୋଇଣ ହରଷବାହୁଡ଼ି ମିଳିଲେ ଯାଇ ଶ୍ରୀକୃଷ୍ଣଙ୍କ ପାଶ ।ଗୋବିନ୍ଦ ସୁରଥ ଦୁହେଁ ଦେଖିଣ ଆନନ୍ଦେନମସ୍କାର କଲେ ଉଠି ବଳରାମ ପାଦେ ।ତିନିଭାଇ ଏକ ସ୍ଥାନେ ବସି ମନତୋଷେଯେ ଯାହା ସମର କଥା କହନ୍ତି ହରଷେ ।ହରିବଂଶ ପୁରାଣ ଏ ସୁଧାସାର ଗୀତଧାଡ଼ି ଖଣ୍ଡରେ ପ୍ରଥମ ଅଧ୍ୟାୟ ଚରିତ ।ଶ୍ରବଣେ ଶୁଣିଲେ ସର୍ବ ପାପ ହୁଏ ଧ୍ୱଂସଅନାୟାସେ ଲାଭ ହୁଏ ବଇକୁଣ୍ଠ ବାସ ।ଅପୁତ୍ରିକ ପୁତ୍ର ପାଏ ଏ ପୁରାଣ ଶୁଣିକହଇ ଅଚ୍ୟୁତ ଦାସ କବି ଗୀତେ ଭଣି ।ବିଷ୍ଣୁ କାମପାଳ ପାଦେ ସଦା ମୋର ସେବାଏ ଦୀନଜନକୁ ପ୍ରଭୁ ଗତି ମୁକ୍ତି ଦେବା ।
ଜରାସନ୍ଧ ସହିତ ରାମକୃଷ୍ଣଙ୍କର ଦ୍ୱିତୀୟବାର ଯୁଦ୍ଧ ଓ ପଳାୟନ
ଶୁକ ବୋଲନ୍ତି ଯେ ଶୁଣ ଅଭିମନ୍ୟୁ ଚାଟବଳରାମ ଭୟେ ଭାଜି ପଳାଇଣ ଥାଟ ।ଜରାସନ୍ଧ ନୃପତିର ଛାମୁରେ ମିଳିଲେସଂଗ୍ରାମ ବାରତା ସବୁ ବୁଝାଇ କହିଲେ ।ସାବଧାନ ହୋଇ ତୁମ୍ଭେ ଶୁଣ ନୃପନିଧିସମରେ ବିନାଶ ଗଲା ତୁମ୍ଭର ସମୃଦ୍ଧି ।ଜମ୍ୱୁଦ୍ୱୀପ ମଧ୍ୟେ ତୁମ୍ଭେ ରାଜ ଶିରୋମଣିଛୟାଣୋଇ ସସ୍ର ରାଜା ବନ୍ଦୀ କଲ ଜିଣିଯେ ତୁମ୍ଭର ବୈରୀ ସେହି ସମସ୍ତଙ୍କ ବାଦୀତବ ଆଜ୍ଞା ପରମାଣେ ଗଲୁ ତାକୁ ସାଧି ।ଅସଂଖ୍ୟ ସଇନ ଆମ୍ଭେ ସେ ତିନିହେଁ ଏକାରଥ ଗଜ ସୈନ୍ୟ କେହି ସଙ୍ଗେ ନାହିଁ ସଖା ।ତୁମ୍ଭର ପରାଏ ରାଜା ରଣରଙ୍ଗେ ପଶିକିଛି କାର୍ଯ୍ୟ ନ ପାଇଲ ଏତେ ସୈନ୍ୟ ନାଶି ।ମୂଷଳ ବେଣ୍ଟକୁ ଗଜଦନ୍ତ ସାଜିଆଣିହାନିଲାଭ ଦୁଇ କଥା ନ ପାରିଲ ଜାଣି ।ସବୁ ରାଜାଙ୍କର ଥିଲେ ଯେତେ ସୈନ୍ୟବଳରଥ ଗଜ ଆଦି କରି ପଡ଼ିଲେ ସକଳ ।ଲୋକେ ଅପବାଦ ପୁଣି ଆପଣାର ବ୍ୟଥାକ୍ଷତ୍ରିୟ ନିନ୍ଦିବେ ନିଶ୍ଚେଁ ଶୁଣିଲେ ଏ କଥାଚତୁରଙ୍ଗ ସେନା ରଥୀ ମହାରଥୀ ଥାଇତିନିଜଣଙ୍କୁ ତ ଜିଣି ନ ପାରିଲା କେହି ।ରାଜାମାନଙ୍କର ମୁଖୁଁ ଏ ବଚନ ଶୁଣିକ୍ରୋଧ ହୋଇ ଜରାସନ୍ଧ ବୋଲେ ଶିରଝୁଣି ।ଦେଖ ମୋ ପ୍ରତିଜ୍ଞା ଆଜ କରି ଘୋର ରଣଜୀବିତେ ବାନ୍ଧିବି ଗଉଡ଼ଙ୍କୁ ଏହିକ୍ଷଣ ।ତୁମ୍ଭେ ସକଳ ନୃପତି ଥାଅ ମୋର ପଛେକିପରି ମୋ କ୍ଷତ୍ରିପଣ ଦେଖିବ ପ୍ରତ୍ୟକ୍ଷେ ।ଏତେ ବୋଲି ଗରଜିଣ କୋପେ ମହାବଳୀବୋଲେ ସେ ତିନିଙ୍କି ଆଜ ଦେବି ବିଶାବଳି ।ମୋ ଛାମୁରେ ଯେବେ ଯାଇ ନ ଥାନ୍ତା ପଳାଇଏତେବେଳେ ଯାଏ କିପାଁ ରହିଥାନ୍ତେ ଜୀଇ ।ଗର୍ବିତ ପଣରେ ଆସି ଯୁଦ୍ଧ କରୁଥିଲାବ୍ରହ୍ମଶକ୍ତି ଦେଖି ଭୟେ ପିଠିଦେଇ ଗଲା ।ଅମୋଘ ସେ ବ୍ରହ୍ମଅସ୍ତ୍ର ଧର୍ମ ନ ଛାଡ଼ଇପିଠିଦେଇ ଗଲେ ଆପେ ବାହୁଡ଼ି ଆସଇ ।ତେଣୁ ବଳେ ପଳାଇଲା ମୋ ଆଗରୁ ଫିଟିଆଉବେଳେ ଦେଖାଦେଲେ ନ ଯିବ ଲେଉଟି ।ଏତେ କହି ଜରାସନ୍ଧ ଧୂଆଁଇଲା ଯାନକରେ ଧରି ନଉସସ୍ର ବଳ ଶରାସନ ।ପବନ ସମାନ ରଥ ଚଳଇ ପ୍ରଖରେଶାଣଦିଆ କାଣ୍ଡ ବାଛି ଧରିଅଛି କରେ ।ଅସଂଖ୍ୟ ସୈନ୍ୟ ଗୋଡ଼ାଇଛନ୍ତି ତାର ପଛସବୁରି ଆଗରେ ଚଳେ ସଙ୍କୋଚନ ବତ୍ସ ।ବେନିପାର୍ଶ୍ୱେ ଅଙ୍ଗବଳ ସତାଇଶ କ୍ଷୌଣୀଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃମଣି ।ଥୋକେ ଦୂରେ ବଳରାମ ଶ୍ରୀକୃଷ୍ଣ ସୁରଥଶସ୍ତ୍ର ଧରି ରହିଛନ୍ତି ଚଢ଼ି ଯେଝା ରଥ ।ମହାଘୋର ସଂଗ୍ରାମକୁ ନାହିଁ ତାଙ୍କ ଭୀତିଏ ସମୟେ ଆସି ଜରାସନ୍ଧ ନରପତି ।ସେ ଯହିଁ ଅଛନ୍ତି ତହିଁ ଥୁଆଇଲା ରଥହସ୍ତ ଟେକି ଗୋବିନ୍ଦଙ୍କୁ ଦେଖାନ୍ତି ସୁରଥ ।ପଛକତି ଧାଇଁଛନ୍ତି ଚତୁରଙ୍ଗ ବଳବନ୍ଧ ଭଗ୍ନ ହେଲେ ଯେହ୍ନେ ମାଡ଼ିଆସେ ଜଳ ।ତେସନ ପ୍ରକାରେ ସୈନ୍ୟ ଆସୁଛନ୍ତି ମାଡ଼ିଅନେକ ଦୂର ପର୍ଯ୍ୟନ୍ତ ଲାଗିଅଛି ଧାଡ଼ି ।ଖଣ୍ଡେଦୂରୁ ଗୋବିନ୍ଦଙ୍କୁ ଦେଖି ଜରାସନ୍ଧବୋଲେ ଆରେ ଗଉଡ଼ ତୁ ଅଟୁ ବଡ଼ ମନ୍ଦ ।ସାମାନ୍ୟ ଶତ୍ରୁ ବୋଲି ମୁଁ ଦୟାକଲି ତୋତେତେଣୁ ସିନା ଏତେ ସରି କଲୁରେ ତୁ ମୋତେ ।ଏଡ଼େ ବଡ଼ଥାଟ ନାଶଗଲା ତୋର ଯୋଗେଏତେ ବୋଲି ଶତେବାଣ ବିନ୍ଧିଲା ସେ ରାଗେ ।ରାଜାମାନଙ୍କୁ ବୋଇଲା ସର୍ବେ ଧନୁ ଧରିବ୍ରହ୍ମାସ୍ତ୍ର ଏହାଙ୍କୁ ପେଷ କିଛି ନ ବିଚାରି ।ଏ ତିନି ଏଠାରୁ ଯେହ୍ନେ ନ ଯିବେ ବରତିତେମନ୍ତ ପ୍ରକାରେ ମାର ବେଢ଼ି ଚଉକତି ।ଏତେ ବୋଲି ଜରାସନ୍ଧ ଝିଙ୍କି ଶରାସନବଳରାମ ଉପରକୁ ବିନ୍ଧିଲା ମାର୍ଗଣ ।ଧାତିକାରେ ସହସ୍ରେକ ନାରାଚ ପୂରାଇସୁରଥକୁ ବିନ୍ଧିଲା ସେ କୋପମୁଖ ହୋଇ ।ନାରାଚ ଆସନ୍ତେ ଦୂରୁ ଦେଖି ଚକ୍ରପାଣିକାଟି ଖଣ୍ଡ ଖଣ୍ଡ କଲେ ଶାର୍ଙ୍ଗଧନୁ ଟାଣି ।ଦେଖି ଜରାସନ୍ଧ କ୍ରୋଧ ବଢ଼ଇ ଦ୍ୱିଗୁଣନିମିଷକେ ବରଗିଲା ତିନିଶତ ବାଣ ।ପୁଣି ସହସ୍ରେକ ବାଣ ଧନୁରେ ପୂରାଇଚାହୁଁ ଚାହୁଁ ବିନ୍ଧିଲେ ସେ କୋପମୂର୍ତ୍ତି ହୋଇ ।ସେ କାଳେ ତା ଅଙ୍ଗ ତେଜ ଦିଶିଲା କରାଳପ୍ରଳୟ କାଳରେ ଯେହ୍ନେ ଘୋଟଇ ଅନଳ ।ଜରାସନ୍ଧ କୋପ ଦେଖି ସକଳ ସଇନିନିର୍ଭୟରେ ପ୍ରହାରିଲେ ନାନାଶସ୍ତ୍ର ଘେନି ।ରଥଗଜ ପଦାତି ଯେ ଅଶ୍ୱ ଅପ୍ରମାଣଏକମୁଖ ହୋଇ ସର୍ବେ କଲେ ଘୋରରଣ ।ଜଣକେ ସହସ୍ର ଶତ ଦଶ ବିଂଶ ବିନ୍ଧିସେ ତିନି ଭାଇଙ୍କ ରଥ ଗତି ଦେଲେ ରୁନ୍ଧି ।ବୀରଙ୍କ ଚରଣାଘାତେ ପୃଥ୍ୱୀ ଟଳମଳବାଣେ ବାଣ ଘଷି ହୋଇ ଉଠିଲା ଅନଳ ।ମାର ମାର ଧର ଧର ଶବଦ ପ୍ରଚଣ୍ଡବୀରଙ୍କର ସିଂହନାଦେ କମ୍ପିଲା ବ୍ରହ୍ମାଣ୍ଡ ।ହାତୀ ରଥୀ ମହାରଥୀ ପଦାତି ସହିତେବିନ୍ଧନ୍ତି ଯେ ଯାହା ବାଣ ଘେନି ଅବିରତେ ।ଆକାଶରେ ପୂର୍ଣ୍ଣ ହେଲା ଶର କୋଟି କୋଟିଦିବସେ ଅନ୍ଧାରମୟ ନ ଦିଶଇ ସୃଷ୍ଟି ।ମହା ଘୋର ମେଘ ଯେହ୍ନେ ବରଷଇ ପାଣିଅସ୍ତ ହେଲା ପ୍ରାୟେ ଲୀନ ହେଲେ ଦିନମଣି ।ଘୋରନିଶା ପ୍ରାୟେ ସୃଷ୍ଟି ଦିଶଇ ଅନ୍ଧାରକାହାରି ନେତ୍ରକୁ କିଛି ନୋହିଲା ଗୋଚର ।ବଳରାମ ନ ଜାଣିଲେ ସୁରଥର ଗତିସୁରଥ ବୋଇଲା ଅବା ଶ୍ରୀକୃଷ୍ଣ ନାହାନ୍ତି ।ରଥୀଙ୍କର ନୟନକୁ ସାରଥି ନ ଦିଶେସାରଥି ବିଚାରେ ରଥେ ନାହାନ୍ତି କି ଅଶ୍ୱେ ।କେବଳ ଶୁଭଇ ମୁଖରଡ଼ି ଗୁଣଘୋଷନିର୍ଘାତ ପରାୟେ ବାଣ ପଡ଼େ ଚଉପାଶ ।ଛୟାଣୋଇ ସସ୍ର ରାଜା ଏକମୁଖ ହୋଇରାମ କୃଷ୍ଣ ସୁରଥକୁ ବିନ୍ଧନ୍ତି ତୁହାଇ ।ଶୁକ ବୋଲନ୍ତି ଶୁଣ ହେ ପରୀକ୍ଷ ନୃପତିଅନେକ ସଂଗ୍ରାମ କରେ ମଗଧାଧିପତି ।ହସ୍ତୀଙ୍କର ଗରଜନ ରଥଘୋଷ ରଡ଼ିପଦାତିଙ୍କ ପାଦଧ୍ୱନି ଅଶ୍ୱ ତଡ଼ବଡ଼ି ।ଭୟଙ୍କର ଶସ୍ତ୍ରପାତ ମୁଖରାବ ଗୋଳବୀରଙ୍କର ସିଂହନାଦେ କମ୍ପେ ଭୂମଣ୍ଡଳ ।ଜରାସନ୍ଧ ଆଦିକରି ଯେତେକ ନୃପତିଯେ ଯାହାର ମତେ ଧାଇଁଆସି ଶୀଘ୍ରଗତି ।ରାମ କୃଷ୍ଣ ସୁରଥକୁ ଧରିବା ମାନସେବେଢ଼ିଲେ ସହସ୍ର ପୁର କରି ଚଉପାଶେ ।ଏକ ଯୋଗେ ବେଢ଼ନ୍ତେ ସେ ଚତୁରଙ୍ଗ ଥାଟସୂଚିମୁନ ଭେଦିବାକୁ ନ ରହିଲା ବାଟ ।ଚାରି ଊଣା ଲକ୍ଷେରାଜା ଅସଂଖ୍ୟ ସଇନିପ୍ରହାର କରନ୍ତି କୋପେ ନାନାଶସ୍ତ୍ର ଘେନି ।ଏସନ କଟାଳ ଯହୁଁ ଗଲା ଜରାସନ୍ଧସୁଦର୍ଶନ ଚକ୍ର କରେ ଧଇଲେ ଗୋବିନ୍ଦ ।କୋଟିଏ ସୂର୍ଯ୍ୟର ତେଜ ଯେ ଅଙ୍ଗେ ବହଇକ୍ଷଣକରେ ଚରାଚର ସୃଷ୍ଟି ପାରେ ଦହି ।ସେ ଚକ୍ର ଧଇଲେ ଯହୁଁ ଦେବ ନାରାୟଣହଳ ମୂଷଳ ତୋଳିଲେ ଦେଖି ସଂକର୍ଷଣ ।ସୁରଥ ହସ୍ତେ ଧଇଲା ଲୋହସାର ଧନୁଦେଖିଣ ଶଙ୍କିତ ହେଲେ ସ୍ୱର୍ଗେ ଶତମନୁ ।ମହାବିଷ୍ଣୁ ରୂପ ଧରିଛନ୍ତି ଲକ୍ଷ୍ମୀନାହାସୁର ସିଦ୍ଧ ମୁନିମାନେ ଭାବୁଥାନ୍ତି ଯାହା ।ଜାଜ୍ଜ୍ୱଲ୍ୟମାନ ମୂରତି ତେଜ ବିକରାଳଯେଉଁ ରୂପ ଦେଖି ପୂରେ ଅସୁରଙ୍କ କାଳ ।ଚକ୍ରକୁ ବୁଲାନ୍ତି କରେ ଧରି ଚକ୍ରପାଣିଅଦଭୂତେ ଆକାଶରୁ ଶୁଭଲାକ ବାଣୀ ।ଭୋ ଦେବ ଶ୍ରୀନାରାୟଣ ସର୍ବ ଅନ୍ତର୍ଯ୍ୟାମୀସମୟେ ଏହାକୁ ରକ୍ଷା କର ଦେବସ୍ୱାମୀ ।ତୁମ୍ଭେ ଦେଖିଅଛ ପଣ୍ଡୁ ରାଜାଙ୍କର କଷ୍ଟରାଜାସୂୟ କରାଇବେ ପାଣ୍ଡବଙ୍କ ଶ୍ରେଷ୍ଠ ।ଲକ୍ଷେ ନୃପ ମିଳି ତହିଁ ଦେବେ ହବିର୍ଭାଗସେ ଦିନୁ ଭାରତଯୁଦ୍ଧ ହୋଇବ ଉଦ୍ଯୋଗ ।ଏଣୁ ଏ ରାଜାଙ୍କୁ ଏବେ ଜୀବନେ ନ ମାରିକପଟ କରିଣ ଏଥୁ ଯାଅ ଅପସରି ।ତୁମ୍ଭେ କି ନ ଜାଣ ପ୍ରଭୁ ଏ କଥା ସକଳଏହିରୂପେ ଧାଡ଼ି ଦେବ ଅଷ୍ଟାଦଶ ବେଳ ।ତା ସବୁ ସହିବ ତୁମ୍ଭେ ଦେବକାର୍ଯ୍ୟ ପାଇଁନୋହିଲେ ଧରଣୀ ଭାର ଉଶ୍ୱାସ ନୁହଇ ।ଏ କଥା ବିଚାର କର ପ୍ରଭୁ ହୃଦଗତେମହତ ବିବେକ ତୁମ୍ଭେ ଠାକୁର ଜଗତେ ।ଭକ୍ତକୁ ତାରିବା ପାଇଁ ତୁମ୍ଭ ଅବତାରକାର୍ଯ୍ୟ ନାଶଯିବ ଏହା ନ କଲେ ବିଚାର ।ଆବର ଏହାକୁ କିଛି କଟାଳ ନ କରିଉପହାସ ହେଉ ପଛେ ଯାଅ ଅପସରି ।ଏମନ୍ତ ଆକାଶ ବାଣୀ ଶୁଣି କର୍ଣ୍ଣପଥେସୁଦର୍ଶନ ଚକ୍ର ସଂହରିଲେ ଜଗନ୍ନାଥେ ।ବଳଦେବ ସଂହରିଲେ ଆପଣା ଆୟୁଧସାରଥିକୁ ଚାହିଁ ଆଜ୍ଞାଦେଲେ ଚକ୍ରାୟୁଧ ।ରଥ ଲେଉଟାଇ ଏଥୁ ନିଅ ବେଗେ ବାହିସମର ନ କରି ଆମ୍ଭେ ଯିବା ପିଠିଦେଇ ।ଶୁଣି ତା ସାରଥି ରଥ ପାଲଟାଇ ବାହେଦେବକାର୍ଯ୍ୟେ ପିଠି ଦେଇଗଲେ ସେ ତିନିହେଁ ।ପଛେ ବଳଦେବ ସ୍ୱାମୀ ଆଗେ ଜଗନ୍ନାଥମଧ୍ୟେ ନିଜ ରଥ ଚଢ଼ି ଚଳଇ ସୁରଥ ।ସଇନ ଭିତରେ ପଶିଗଲେ ନିଃଶଙ୍କରେଦେଖଣାହାରୀଏ ଦେଖୁଛନ୍ତି ଯେ ଯାହାରେ ।ସବୁଙ୍କୁ ଭେଳିକି ଲଗାଇଲେ ଦେବହରିତାଟକା ହୋଇଣ ସର୍ବେ ଚାହୁଁଛନ୍ତି ହେରି ।ଗଲା ଗଲା ବୋଲି ଶୁଭେ ମୁଖରାବ ଗୋଳଚମତ୍କାର କରି ସର୍ବେ କଲେ କୋଳାହଳ ।କେ ବୋଲଇ ଏତେ ଲୋକ ଥାଉ କାହିଁଗଲାକେ ବୋଲଇ ଜରାସନ୍ଧ ଭୟେ ପଳାଇଲା ।ସବୁ ରାଜାମାନେ ଛନ୍ତି ଯେଝା ସୁଖେ ଜଗିହାତୀ ଘୋଡ଼ା ରଥ-ରଥୀ ଦେହେ ଦେହଲାଗି ।କେଣେ ପଳାଇଲେ କେହି ନ ପାରିଲେ ଦେଖିଜଣକରେ ବନ୍ଦୀ ହେଲା ସମସ୍ତଙ୍କ ଆଖି ।ଏବେ ହୋ ଖୋଜିବା ଚାଲ ଗଲା କେଉଁବାଟେଥୋକାଏ ବୋଲନ୍ତି ଲୁଚିଥିବେ ଏହି ଥାଟେ ।ଶତେକ ଯୋଜନ ମାଡ଼ି ଅଛନ୍ତି ସଇନିଏଥୁ କେମନ୍ତେ ପଳାଇ ଯିବେ ପ୍ରାଣ ଘେନି ।ଜରାସନ୍ଧ ବୋଲେ ନୃପଗଣଙ୍କୁ ଅନାଇଁପଥ ଅନୁସରି ଚାଲ ମାରିବା ଗୋଡ଼ାଇ ।ନିସତ ହେଲେଣି ଫିଟିଯିବ କେତେ ଦୂରଗୋଡ଼ାଇଲେ ନିଶ୍ଚେଁ ଆଗେ ପଡ଼ିବ ଆମ୍ଭର ।ଏମନ୍ତ ବୋଲିଣ ସର୍ବେ ଚାହିଁ ଚଉଦିଗେଦେଖିଲେ ସେ ତିନିରଥ ଯାଉଅଛି ଆଗେ ।ସହସ୍ରେ ଆଦିତ୍ୟ ଅବା ଉଦୟ ହୋଇଛିଧ୍ୱଜରେ ବାନର ବସି ଶୋଭା ପାଉଅଛି ।ଆଗେ ଯାନ୍ତି ବଳରାମ ମଧ୍ୟରେ ସୁରଥସବୁ ପଛେ ଲୀଳା ବିଜେ ପ୍ରଭୁ ଜଗନ୍ନାଥ ।ଏମନ୍ତ ଦେଖିଣ କୋପେ ମଗଧ ନୃପତିଗୋଡ଼ାଇଲେ ସୈନ୍ୟ ସଖା ଘେନି ପଛକତି ।ପିଠଦେଉ ତିନି ରଥ ଯାଉଅଛି ଆଗେପଛେ ପଛେ ଜରାସନ୍ଧ ଗୋଡ଼ାଇଲେ ରାଗେ ।ଆଡ଼ ତିଆଡ଼ ଯେ ବକ୍ର ହୋଇଣ ଚଳନ୍ତିଥୋକେ ଦୂର ଲୁଚି ଥୋକେ ଦୂରେ ଦେଖାଦ୍ୟନ୍ତି ।ଖଣ୍ଡେ ଦୂରେ ଦେଖି ଧରି ନ ପାରନ୍ତି କେହିପୁଣି ଆଗସରି ଯାନ୍ତି ଏକମୁଖ ହୋଇ ।ଧରାଦେଲା ପ୍ରାୟେ ଖଣ୍ଡେ ଦୂରେ ରହିଥାନ୍ତିସଇନ ଗୋଡ଼ାଇ ଯାନ୍ତେ ପୁଣି ସେ ପଳାନ୍ତି ।ରଥୀ ମହାରଥୀ କେହି ନ ପାରିଲେ ଧରିସମସ୍ତଙ୍କୁ ଅତିକ୍ରମି ଗଲେ ଦେବ ହରି ।ଘାଏ ଘୁମାଇଲେ ଥୋକେ ସେନା ମହୀଲୋଟିଥୋକେ ଚଳି ନ ପାରିଣ ରହିଲେ ପାଲଟି ।ଥୋକେ ସେନା ହେଲେ କ୍ଷୁଧା ତୃଷ୍ଣାରେ ଆକୁଳଶ୍ରାନ୍ତ ହୋଇ ଥୋକେ ଆଶ୍ରେ କଲେ ବୃକ୍ଷମୂଳ ।ଶସ୍ତ୍ରାଘାତେ ଅଙ୍ଗମାନ ଯାଇଥିଲା ଛିଡ଼ିବାଣପୀଡ଼ା ହେତୁ ଥୋକେ ମଲେ ବାଟେ ପଡ଼ି ।ଥୋକାଏ ରହିଲେ ଆଗେ ନ ଦିଶଇ ବାଟପ୍ରାଣ ବିକଳରେ ଥୋକେ ହେଲେ ଛଟପଟ ।ଏମନ୍ତେ ପନ୍ଦର ଘଡ଼ି ହୋଇଲାକ ବେଳଦିନକର ଦେବ ଆରୋହିଲେ ଅସ୍ତାଚଳ ।ଚାହୁଁ ଚାହୁଁ ପରବେଶ ହୋଇଲା ରଜନୀପ୍ରଦୀପ ଦିହୁଡ଼ି ହୁଳା ଲଗାନ୍ତି ସଇନି ।ଅନ୍ଧାର ନିଶାରେ ଚଳି ଥୋକେ ଦୂର ଗଲେଗନ୍ଧର୍ବୀ ନଦୀର ତୀରେ ପ୍ରବେଶ ହୋଇଲେ ।ଗନ୍ଧର୍ବ ପର୍ବତେ ମଲ୍ଲ ନାମେ ଅଛି ପଦାମଳୟ ନାମରେ ତହିଁ ଅଛି ଏକ ଗଦା ।ସେ ଗନ୍ଧର୍ବ ଗିରି ଅଟେ ଅତ୍ୟନ୍ତ ସୁସଞ୍ଚତିନିଯୋଜନ ବିସ୍ତାର ପାଞ୍ଚଯୂଣ ଉଚ୍ଚ ।ସୁସ୍ୱାଦୁ ଶୀତଳ ଜଳ ଦେଖି ସେ ନଦୀରେସ୍ନାନପାନ କଲେ ସର୍ବେ ମିଳି ଯେ ଯାହାରେ ।ପଥଶ୍ରମେ ପୀଡ଼ା ପାଇ ହାତୀ ଘୋଡ଼ା ରଥୀପଦାତିକ ଆଦି କେହି ଚଳି ନ ପାରନ୍ତି ।ଜରାସନ୍ଧ ବୋଲେ ଆଜ ରହିବା ଏଠାଇଁପରଭୂମି ରାତ୍ରକାଳେ ପଥ ନ ଦିଶଇ ।ଖୋଜି ନ ପାଇବା ଆଉ ଅନ୍ଧାର ନିଶାରେକାହିଁ ଗଲା ଜଣାଯିବ କାଲି ପ୍ରଭାତରେ ।ଏସନକ ଆଜ୍ଞା ଯହୁଁ ଦେଲା ସେ ରାଜନଠଣା ମାଡ଼ି ବସା କଲେ ସକଳ ସଇନ ।ଶୁଣ ପରୀକ୍ଷ ବଦନ୍ତି ଶୁକ ମହାମୁନିଇତି ଶିରୀ ଭାଗବତ ପୁଣ୍ୟମୟ ଧ୍ୱନି ।ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେଧାଡ଼ି ଖଣ୍ଡର ପ୍ରଥମ ଅଧ୍ୟା ଶେଷ ହୋଏ ।ଅଚ୍ୟୁତ କହଇ କର୍ଣ୍ଣେ ଶ୍ରୀହରି ଚରିତଶୁଣି ସାବଧାନେ ହୁଅ ସଂସାରୁ ମୁକତ ।