ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୪ / ୨୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଜରାସନ୍ଧର ଦ୍ୱିତୀୟବାର ଧାଡ଼ି
ଜୟ ଜୟ ନାରାୟଣ ଅନନ୍ତ ସ୍ୱରୂପୀସପତ ସମୁଦ୍ର ମଧ୍ୟେ ଯେଉଁ ଦେହ ବ୍ୟାପୀଚୌରାଶୀ କାଠ ଗଭୀର ଯେଉଁ ମହାଜଳକାରୁଣ୍ୟ ବାରାନିଧି ଯେ ଅକଳିତ କୂଳ ।ସେ ଜଳ ଭିତରେ ତବ ଶରୀର ଅକ୍ଷୟେପୂରି ଉଛୁଳିଲା ଜଳ ଶୂନ୍ୟ ପଥଯାଏ ।ଶଙ୍ଖାସୁର ନାମେ ମହାଦୁଷ୍ଟ ଦୈତ୍ୟ ଥିଲାବ୍ରହ୍ମାଙ୍କର ବେଦପୋଥି ଚୋରାଇଣ ନେଲା ।କାନ୍ଦିଣ ବିକଳେ ବ୍ରହ୍ମା କଲେକ ଗୁହାରିତହିଁର ନିମନ୍ତେ ଜଳେ ମତ୍ସ୍ୟରୂପ ଧରି ।ବେଦ ଉଦ୍ଧରିଲେ ବଳେ ଦୈତ୍ୟ କରି ହତତେଣୁ ରକ୍ଷା ହେଳା ଚରାଚର ଏ ଜଗତ ।ଆଦ୍ୟରୁ ଶ୍ରୀଭୁଜେ ଶଙ୍ଖ ଚକ୍ର ଅଛି ବହିନିରାକାର ପୁରୁଷ ତୋ ରୂପ ରେଖ ନାହିଁ ।ସ୍ୱାମୀ ପୃଥ୍ୱୀ ଭାରାଭର ନିବାରିବା ଅର୍ଥେଦିବ୍ୟ ଦେହେ ଅବତାର ତୁମ୍ଭେ ପୁଣ୍ୟପଥେ ।ତୁମ୍ଭର ସର୍ଜିଲାସିନା ସର୍ବ ବସୁନ୍ଧରୀଶୁଭଶୁଭ କର୍ମ ତୁମ୍ଭେ ପାର ଆନ କରି ।ଦକ୍ଷିଣ ସମୁଦ୍ର ତୀରେ ନୀଳ ପରବତଚତୁର୍ଦ୍ଧା ରୂପରେ ତହିଁ ବିଜେ ଜଗନ୍ନାଥ ।ଅବିକାର ପରଂଜ୍ୟୋତି ପ୍ରତ୍ୟକ୍ଷେ ଉଦୟଦର୍ଶନ ମାତ୍ରକେ କୋଟି ପାପ ଯାଏ କ୍ଷୟ ।ଅପାର ମହିମା ଦେବ କେ ପାରିବ କହିଭକତ ଜନ ବାନ୍ଧବ ଲକ୍ଷ୍ମୀଦେବି ସାଇଁ ।ଶ୍ରୀଜଗନ୍ନାଥ ଦେବଙ୍କ ଚରଣେ ପ୍ରଣମିଅଚ୍ୟୁତ ଦାସ କବିକି ଉଦ୍ଧରିବା ସ୍ୱାମୀ ।ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜାଶୁକମୁନି ଚରଣରେ କଲେ ଦିବ୍ୟ ପୂଜା ।ଲକ୍ଷେକ ସୁବର୍ଣ୍ଣ ଦେଇ ପାଦତଳେ ପଡ଼ିପୁଣି ପଚାରଇ ରାଜା ଶିରେ କରଯୋଡ଼ି ।ଭୋ ସ୍ୱାମୀ ଜରାସନ୍ଧର ଆଦ୍ୟ ଧାଡ଼ି ବାଣୀପାପାଦି ପାତକ ମାନ କ୍ଷୟ କଲି ଶୁଣି ।ତଦନ୍ତରେ ଆନ କଥା ହେଲା ପୁଣ କିସବିସ୍ତାରି କହିବା ମୋତେ ବେଦବ୍ୟାସ ଶିଷ୍ୟ ।ଏହାଶୁଣି ବୋଲନ୍ତି ଯେ ଶୁକ ମହାଯତିଶୁଣ ହେ ପରୀକ୍ଷ ରାଜା ପଣ୍ଡୁ ପଣନାତି ।ସକଳ ରାଜାଙ୍କ ସୈନ୍ୟ ପରିଶ୍ରମ ପାଇରାତ୍ରରେ ଶୁତିଲେ ଯେ ଯାହାରେ ନିଦ୍ରାଯାଇ ।ସୁରଥ ସହିତେ ବଳଦେବ ବନମାଳୀପାଦୁକା ମନ୍ତ୍ର ସୁମରି ଧାତିକାରେ ଚଳି ।ତିନି ରଥରେ ତିନିହେଁ ଆରୋହିଣ ବେଗେତକ୍ଷ୍ଣେ ମିଳିଲେ ଆସି ମଥୁରାର ଲାଗେ ।ସିହଂଦ୍ୱାରେ ରଥ ରଖି ଭିତରକୁ ଗଲେଉଗ୍ରସେନ ନୃପତିର ଛାମୁରେ ମିଳିଲେ ।ତିନି ନାତି ଅଜାପାଦେ କରନ୍ତି ବନ୍ଦନଆସନ ତେଜିଲେ ତାଙ୍କୁ ଦେଖି ଉଗ୍ରସେନ ।ଆନନ୍ଦରେ ଗଦ ଗଦ ପୁଲକିତ ଗାତ୍ରସନ୍ନିଧିକୁ ହାକାରିଲେ ଅମନାତ୍ୟ ପାତ୍ର ।ସିଂହାସନେ ବିଜେ କଲେ ରାମକୃଷ୍ଣ ଧରିସଂଗ୍ରାମ ବାରତା ତାଙ୍କୁ କହିଲେ ଶ୍ରୀହରି ।ସମସ୍ତ ଯାଦବ ଶୁଣି ହରଷ ହୋଇଲେସଭାଭଙ୍ଗ କରି ଯେଝା ପୁରେ ଚଳିଗଲେ ।ବସୁଦେବ ନବରକୁ ରାମକୃଷ୍ଣ ବେନିବିଜେ କଲେ ସୁରଥକୁ ସଙ୍ଗତରେ ଘେନି ।ସ୍ନାହାନ ଭୋଜନ ସାରି ସୁଖେ ବେନି ଭାଇଅମୂଲ୍ୟ ରତ୍ନ ପଲ୍ୟଙ୍କେ ପହୁଡ଼ିଲେ ଯାଇ ।ପାଦ ମଞ୍ଚାଳଇ ବସି ସୁରଥ କୁମରନିଦ୍ରାବଶେ ଅଚେତନ ରାମ ଚକ୍ରଧର ।ଏଥୁଅନ୍ତେ ଜରାସନ୍ଧ ନିଶି ଅବସାନେଖଟଣି ସାମନ୍ତ ଘେନି ଉଦବେଗ ମନେ ।ଚାରି ଦିଗେ ଚାରିଲକ୍ଷ ଡଗର ବରଗିଆଜ୍ଞା ଦେଲା ରାମକୃଷ୍ଣ ବାର୍ତ୍ତା ଆଣ ବେଗି ।ହେଳା ନ କରିଣ ବୁଲି ଯତ୍ନରେ ଖୋଜିବଲାଭ ହାନି ବାର୍ତ୍ତା ଦେଇ ଚାର ପେଷୁଥିବ ।ଧାଉଡ଼ିଆ ଆଡ଼ତିଆ ଯୋଡ଼ି ଯୋଡ଼ି ଥିବେଦେଶାଉର କଥା ଆଣି ଛାମୁରେ କହିବେ ।ଶତ୍ରୁ ନ ପାଇଲେ ଆମ୍ଭେ ଲେଉଟି ନ ଯିବୁଖୋଜି ଆସିବା ପର୍ଯ୍ୟନ୍ତେ ଏହିଠାରେ ଥିବୁ ।ଯେ ଆଗ ଖୋଜିଣ ମୋତେ ବାର୍ତ୍ତା ଆଣିଦେବମୋ ରାଜ୍ୟରେ ନିଶ୍ଚେଁ ସେହି ଅମନାତ୍ୟ ହେବ ।ଏତେ ବୋଲି ଜରାସନ୍ଧ ଶାଢ଼ୀମାଳା ଦେଇଆଜ୍ଞା ଦେଲା ରାମ କୃଷ୍ଣ ଖୋଜି ଆସ ଯାଇ ।ଶୁଣିଣ ଡଗରାମାନେ ଧାତିକାରେ ଚଳିନିଅବକାଶେ ଖୋଜିଲେ ନାନାଦେଶ ମିଳି ।ଏସନ ପ୍ରକାରେ ତହିଁ କେତେ ଦିନ ଗଲାମଥୁରା ନଗରୁ ଚାର ଆସି ଜଣାଇଲା ।ଭୋ ମଣିମା ସାବଧାନେ ଶୁଣ ନୃପମଣିରଣଭଙ୍ଗ ହୋଇ ଗଲେ ରାମ ଚକ୍ରପାଣି ।ମଥୁରା କଟକେ ଯାଇ ପ୍ରବେଶ ହୋଇଲେଉଗ୍ରସେନ ଆଗେ ଯୁଦ୍ଧ ବାରତା କହିଲେ ।ଯାଦବେ ପାଇଲେ ଶୁଣି ମନେ ଘୋରବ୍ୟଥାକାହାକୁ ନ ରୁଚେ ରାମ କୃଷ୍ଣଙ୍କର କଥା ।ଅଦ୍ୟାପି ସେ ତିନି ଜଣ ଅଛନ୍ତି ସେ ଦେଶେଗୁପତ ସମ୍ୱାଦ ଆମ୍ଭେ ବୁଝିଲୁ ବିଶ୍ୱାସେ ।ଏହା ଶୁଣି ଜରାସନ୍ଧ କ୍ରୋଧଭରେ କମ୍ପିନୟନ ତରାଟି ଚାହେଁ ଦନ୍ତେ ଦନ୍ତ ଚାପି ।ବିକରାଳ ମୂର୍ତ୍ତି ରଟ ମଟ ଦ୍ୟନ୍ତ ପାଟିପ୍ରଖର ନିଃଶ୍ୱାସ ବହେ ନୟନ ତରାଟି ।ରୋମ ପୁଲକଇ ବୀର ଛାଡ଼େ ସିଂହରଡ଼ିଯୁଗାନ୍ତ କାଳରେ ଯେହ୍ନେ ମେଘ ଘଡ଼ଘଡ଼ି ।ବାସ୍ତରି ଭାର ଗଦା ସେ ଉର୍ଦ୍ଧ୍ୱରେ ବୁଲାଇସିଂହାସନୁ ଡେଇଁ ତଳେ ଉଭା ହେଲା ଯାଇ ।ପାଦଭରେ କମ୍ପୁଅଛି ପୃଥ୍ୱୀ ନବଖଣ୍ଡକୋପେ ଆଜ୍ଞା ଦେଲା ବେଗେ ସାଜ ସମଦଣ୍ଡ ।ଶୁଣିଣ ସାଜିଲେ ନୃପେ ଯେ ଯାହାର ବଳହାତୀ ରଥୀ ମହାରଥୀ ପଦାତି ସକଳ ।ଚାରି ଊଣା ଲକ୍ଷେ ରାଜା ଅନର୍ଯ୍ୟାପ ଥାଟବନ ଗିରି ମାଡ଼ି କଲେ ସମତୁଲ ବାଟ ।ଚୁହାଣ ନୃପତି ବାଟ କଢ଼ାଉଛି ଆଗେସୈନ୍ୟ ଘେନି ଜରାସନ୍ଧ ଚଳେ ଅତି ରାଗେ ।ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃପତିହରିବଂଶ ପୁରାଣ ଏ ପବିତ୍ର ଭାରତୀ ।ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥି ଶୁକ୍ରବାରରେବତୀ ନାମେ ନକ୍ଷତ୍ର ଅଟେ ସେ ଦିନର ।ବାଣିଜ୍ୟ ନାମେ କରଣ ଇନ୍ଦ୍ରନାମେ ଯୋଗମେଷ ସଂକ୍ରାନ୍ତିରୁ ସପ୍ତବିଂଶ ଦିନ ଭୋଗ ।ସେ ଦିନ ବସନ୍ତଯାତ୍ରା ସମାପତ କରିହରଷେ ବାହୁଡ଼ା ବିଜେ କଲେ ରାମହରି ।ଉଗ୍ରସେନ ଆଦିକରି ସକଳ ଯାଦବେଗହଣ ଲଗାଇ ଯାତ୍ରା କରନ୍ତି ସରବେ ।ବଳଦେବ ସହିତରେ ସୁରଥକୁ ଘେନିପଛିଆଣି ଥାଟେ ବିଜେ କଲେ ଚକ୍ରପାଣି ।ଯତନରେ ପୃଷ୍ଠ ରକ୍ଷା କଲେ ଲକ୍ଷ୍ମୀସାଇଁଜାଣନ୍ତି ସେ ଜରାସନ୍ଧ ଆସୁଅଛି ବାହି ।ଚୌରାଶୀ କୋଟି ଯାଦବେ କରନ୍ତେ ଆରେଣିଜରାସନ୍ଧ ନୃପତିକି ନ ପାରିଲେ ଜିଣି ।ଏ ଯାଦବେ ପରାଭବ ପାଇବେ କିମର୍ଥେଆମ୍ଭେ ପଛେ ଥିବା ଯୁଦ୍ଧ କରୁ ଆମ୍ଭ ସାଥେ ।ଏମନ୍ତ ବିଚାରି ପ୍ରଭୁ ପଛଥାଟେ ରହିଲୀଳାରେ ଗମନ କଲେ କାହାକୁ ନ କହି ।ଏଥୁ ଅନନ୍ତରେ ଯହୁଁ ପାହିଲା ରଜନୀସମସ୍ତ ଦେବତା ଆଳେ ଶୁଭେ ଶଙ୍ଖଧ୍ୱନି ।ଦଣ୍ଡୁଆସିମାନେ ଠଣା ଛାଡ଼ି ଗୁହେ ଗଲେଦ୍ୱିଜଗଣ ସ୍ନାନସାରି ସନ୍ଧ୍ୟା ସୁମରିଲେ ।ପଥିକ ଚାଲିଲେ ଉଚ୍ଚେ ରାମ ଦେଲା କାକବୃକ୍ଷ କୋରଡ଼ରେ ପଶି ଲୁଚିଲା ପେଚକ ।ଜମ୍ଭୁକ ଶଶକ ମୃଗଆଦି ବନଚରେସଭୟେ ଲୁଚିଲେ ପଶି ଅଗମ୍ୟ ବନରେ ।ପ୍ରଭାତ ହୁଅନ୍ତେ ସର୍ବେ ଫିଟାଇ କବାଟଛେରାପାଣି ପକାଇଣ ପହଁରନ୍ତି ବାଟ ।ତାଟି ଫେଡ଼ିଣ ପସରା ବାଢ଼ିଲେ ବେପାରିଚାଟପୋଏ ପଢ଼ିଗଲେ ହାତେ ଖଡ଼ି ଧରି ।ଦେବତା ପୂଜିଲେ ଦ୍ୱିଜେ ଧୂପଦୀପ ଦେଇଗୋପାଳେ ଦୋହନ ସାରି ଫଟାଇଲେ ଗାଈ ।ଯେ ଯାହାର ନିତ୍ୟକର୍ମ ସାରି ସର୍ବଲୋକେଆପଣା ଜୀବିକାମାନେ ଅରଜିଲେ ଥୋକେ ।ଚକ୍ରବାକ ଚକ୍ରବାକୀ ବିଚ୍ଛେଦରେ ଥିଲେସନ୍ତାପ ଛାଡ଼ିଣ ଏକ ଆସନେ ବସିଲେ ।କୁମୁଦ ମୁଦ୍ରିତ ହେଲା ଫୁଟିଲା କମଳଆଦିତ୍ୟ କିରଣେ ଦିଗ ଦିଶେ ପରିମଳ ।ଏମନ୍ତେ ଘଡ଼ିଏ ବେଳ ହେଲା ରାତ୍ର ପାହିଜରାସନ୍ଧ ନୃପ ଆସେ ସମଦଣ୍ଡ ବାହି ।ଗୁପତରେ ଜଗିଥିଲା ଆସିଣ ଆଗହୁଁମଥୁରାପୁରକୁ ଧାଡ଼ିଦେଲା ଚାହୁଁ ଚାହୁଁ ।ପାଦଗତି କରି ବିଜେ ରାମକୃଷ୍ଣ ବେନିଏମନ୍ତ ସମୟେ ମାଡ଼ି ପଡ଼ିଲେ ସଇନି ।ଜରାସନ୍ଧ ଦେଖି ବୋଲେ ଆରେ ରେ ଗଉଡ଼ନ ଜାଣି ମୋ ସଙ୍ଗେ ଦ୍ରୋହ ଅରଜିଲୁ ମୂଢ଼ ।କପଟେ ମାଇଲୁ ମୋର ଅନେକ ସଇନଏହି ଗଦାଘାତେ ତୋର ଘେନିବି ଜୀବନ ।ବାରେକ ଭଣ୍ଡାଇ ଗଲୁ କପାଳ ସୁଯୋଗେଆଜ କାଳ ପୂର୍ତ୍ତି ହେଲା ପଡ଼ିଲୁ ମୋ ଆଗେ ।ଏଠାରୁ ବରିତ ଯାଇ ନ ପାରିବୁ ଆଜତୋତେ ସଂହାରିଲେ ମୋର ସିଦ୍ଧ ହେବ କାର୍ଯ୍ୟ ।ରଥେ ଥାଇ ଜରାସନ୍ଧ କହେ କ୍ରୋଧ କରିତଳେ ଉଭା ହୋଇଛନ୍ତି ରାମ ଚକ୍ରଧାରୀ ।ଏକାଛନ୍ତି ରାମକୃଷ୍ଣ କରେ ଶସ୍ତ୍ର ନାହିଁଶତେପୁର କରି ସୈନ୍ୟ ରହିଲେ ବେଢ଼ାଇ ।ତାରାଗଣ ମଧ୍ୟେ ଯେହ୍ନେ ଚନ୍ଦ୍ରମାର କାନ୍ତିପଦ୍ମବନରେ ମରାଳ ଯେହ୍ନେ ଶୋଭାପାନ୍ତି ।ଶୃଗାଳ ଯୂଥରେ ଯେହ୍ନେ ସିଂହ ପାଏ ଶୋଭାକାଚ ମଣି ସଙ୍ଗେ ଯଥା ମାଣିକ୍ୟର ପ୍ରଭା ।ଛାଗଳ ପଲରେ ଦିଶେ ଶାର୍ଦ୍ଦୂଳ ଯେସନତେମନ୍ତ ଦିଶନ୍ତି ତହିଁ ରାମ ଭଗବାନ ।ସୈନ୍ୟକୁ ଚାହିଁଣ ଆଜ୍ଞା ଦେଲା ଜରାସନ୍ଧଜୀବନ୍ତା ଧରିଣ ୟାଙ୍କୁ ନ ମାରିଣ ବାନ୍ଧ ।ଆୟତ୍ତେ ପଡ଼ିଛି କାହିଁ ପଳାଇବ ଆଜଏ ଘାନ୍ତି ସଫଳ ନିଶ୍ଚେଁ ହେଲା ମୋର କାର୍ଯ୍ୟ ।ଏମନ୍ତ କହିଣ ରଥ ଧୂଆଇଁଲା ବେଗେରାମକୃଷ୍ଣଙ୍କୁ ଧରିବା ପାଇଁ ଅତି ରାଗେ ।ଏହା ଦେଖି ରାମକୃଷ୍ଣ ବିଶ୍ୱରୂପ ଧରିସୈନ୍ୟ ମଧ୍ୟେ ପଶିଗଲେ ପାଦଗତି କରି ।ଦେଖିଣ ସକଳ ନୃପେ ଧରନ୍ତି ଗୋଡ଼ାଇହାତେ ହାତ ଧରୁ ଧରୁ ଗଲେ ସେ ଫେଡ଼ାଇ ।ସଇନ ଭିତରେ ପଶି କ୍ଷେପିଣ ପଳାନ୍ତିଦେଖି ଚମତ୍କାର ହେଲେ ସକଳ ନୃପତି ।ଜରାସନ୍ଧ ଗୋଡ଼ାଇଛି ତାଙ୍କ ପୃଷ୍ଠଭାଗେତେଇଶି କ୍ଷଉଣୀ ବଳ ଅଛନ୍ତି ତା ସଙ୍ଗେ ।ଆବର ଅନେକ ରାଜା ଚତୁରଙ୍ଗ ଥାଟନାନାଶସ୍ତ୍ର ଧରି ଯତ୍ନେ ଜଗିଛନ୍ତି ବାଟ ।ସମସ୍ତଙ୍କୁ ପିଠି ଦେଇ ରାମ ବନମାଳୀସତ୍ୱରେ ପଳାନ୍ତି କେହି ନ ପାରେ ଓଗାଳି ।ଗଲା ଗଲା ବୋଲି ଡାକ ଶୁଭେ ଚଉକତିମୁଖରାବ ଶବଦରେ କମ୍ପଇ ଧରିତ୍ରୀ ।ଛାଗଳ ପଲରେ ଯେହ୍ନେ ଶାର୍ଦ୍ଦୁଳ ପଶଇତେସନ ପ୍ରକାରେ ପଶିଗଲେ ବେନିଭାଇ ।ଆଗେ ବଳରାମ ସ୍ୱାମୀ ପଛେ ଶିରୀପତିଦେବକାର୍ଯ୍ୟ ନିମନ୍ତେ ସେ ପିଠି ଦେଇଛନ୍ତି ।ସାହସ ଦେଖାଇ ଭଣ୍ଡିଗଲେ ତେଡ଼େ ଥାଟବେନିଧାଡ଼ି ପଟୁଆର ତିଳେ ନାହିଁ ବାଟ ।ପବନହୁଁ ବେଗ ହୋଇ ଗଲେ ନନ୍ଦବତ୍ସେଶତେଯୁଣ ମାଡ଼ି ସେନା ଗୋଡ଼ାଇଲେ ପଛେ ।ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃମଣିସମରୁ ବାହାର ହୋଇଗଲେ ଭାଇ ବେନି ।ଅନେକ ନିର୍ଝର ବନ ଶାଳଶିଳ ଗିରିନିମେଷ ମାତ୍ରକେ ଗଲେ ଅତିକ୍ରମ କରି ।ମାୟାରେ ପଳାନ୍ତି ବେନି ମାୟାଧର ଆଗେଜରାସନ୍ଧ ଗୋଡ଼ାଇଛି ହାତେ ହାତେ ଲାଗେ ।କଞ୍ଚନ ନାମରେ ଏକ ପର୍ବତ ସୁସଞ୍ଚଯୋଜନେ ବିସ୍ତାରସ୍ଥଳୀ ଦଶଯୂଣ ଉଚ୍ଚ ।ବତିଶ ଯୋଜନ ଦୀର୍ଘ ନବଯୂଣ ପ୍ରତିସମସ୍ତ ପାଷାଣ ତହିଁ ଦିଶେ ଏକଜାତି ।ସେ ଗିରି ଦକ୍ଷିଣ ଭାଗେ ନରମଦା ନଦୀବେନିତ୍ରୋଶ ମାଡ଼ି ବହେ ଉତ୍ତରକୁ ଭେଦି ।ସେଠାରେ ପ୍ରବେଶ ହୋଇ କୃଷ୍ଣ କାମପାଳଦେଖିଲେ ଅତ୍ୟନ୍ତ ବେଗେ ବହୁଅଛି ଜଳ ।ନାବ ନ ଦେଖିଲେ ନଦୀ ପାରହେବା ପାଇଁତେଣୁ ସେ କୂଳରେ ଉଭା ହେଲେ ବେନି ଭାଇ ।ପଛେ ଜରାସନ୍ଧ ସୈନ୍ୟ ପଡ଼ିଅଛି ମାଡ଼ିଚାରିଊଣା ଲକ୍ଷେରାଜା ଦେଇଛନ୍ତି ଧାଡ଼ି ।ରାମକୃଷ୍ଣ ଉଭା ହୋଇଥିଲେ ନଦୀତଟେଚତୁରଙ୍ଗ ସେନା ଆସି ମିଳିଲେ ନିକଟେ ।ଅତ୍ୟନ୍ତ କଟାଳ ଯହୁଁ କଲେ ଆସି କୋହେନଦୀ ଭିତରକୁ ଡେଇଁ ପଡ଼ିଲେ ସେ ଦୁହେଁ ।ଅକାତ ଜଳରେ ପଡ଼ି ପହଁରିଣ ଗଲେନିଃଶ୍ୱାସ ମାତ୍ରକେ ଆର କୁଳରେ ଲାଗିଲେ ।ମଗର କୁମ୍ଭୀର ସୁସୁମ୍ୱର ଭେଳା ଭେଳାପ୍ରଖର ଲହରୀ ଉଠେ ସ୍ରୋତ ଅନର୍ଗଳା ।ଆତଙ୍ଗେ ପଡ଼ିଲେ ତହିଁ କାହ୍ନୁ ସଙ୍କର୍ଷଣକୂଳେ ଥାଇ ଦେଖୁଥାନ୍ତି ସବୁ ନୃପଗଣ ।ବେନିଭାଇ ନଦୀ ପାର ହୋଇ ଚଳିଗଲେମଗଧ ଦେଶରେ ଯାଇ ପ୍ରବେଶ ହୋଇଲେ ।ଥୋକାଏ ଦୂରେ ଦେଖିଲେ ନଗ୍ରେକ ଉତ୍ତମବିଷ୍ଣୁ ପୁର ପାଟଣା ଯେ ଅଟେ ତାର ନାମ ।ଷାଠିଏ ସହସ୍ର ଘର ବସଇ ତହିଁରେକୁବେର ସମାନ ଛନ୍ତି ଧର୍ମବନ୍ତ ନରେ ।ମେଢ଼ ମଣ୍ଡପ ଦେଉଳ ଅଟ୍ଟାଳୀ ଜଗତୀଚାରିବର୍ଣ୍ଣ ଲୋକେ ତହିଁ ବାସ କରିଛନ୍ତି ।ସେ ନଗ୍ରେ ବିଶ୍ରାମ ଯାଇ କଲେ ଭାଇ ବେନିଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନି ।ସୈନ୍ୟ ଘେନି ଜରାସନ୍ଧ ନଦୀକୂଳେ ଥିଲାଏଠାରେ ବିଶ୍ରାମ କର ବୋଲି ଆଜ୍ଞାଦେଲା ।ଜରାସନ୍ଧ ନୃପତିର ଆଜ୍ଞା ଶିରେ ଘେନିଶାଢ଼ୀଘର ବାନ୍ଧି ବସା ପାଡ଼ିଲେ ସଇନି ।ଯେ ଯାହାର ନିତ୍ୟକର୍ମ ସାରି ନଦୀଜଳେଭୋଜନ କରିଣ ନିଦ୍ରାଗଲେ ନିଶାକାଳେ ।ଜଳ ପାନକରି ଅଶ୍ୱ ଗଜ ସୁସ୍ଥ ହୋଇଯେ ଯାହା ସ୍ଥାନରେ ନିଦ୍ରା ଗଲେ ଶ୍ରମପାଇ ।ବିଷ୍ଣୁପୁର ପାଟଣାର ରାମକୃଷ୍ଣ ବେନିମଣ୍ଡପରେ ନିଦ୍ରାକରି ବଞ୍ଚିଲେ ରଜନୀ ।ଧ୍ୟାନରେ ଜାଣିଲେ ତାହା ଦୁର୍ବାସା ମହର୍ଷିଜଗବନ୍ଧୁ ନାଥ ଆଗେ ପ୍ରବେଶିଲେ ଆସି ।କର୍ଣ୍ଣରେ ତମ୍ୱକୁଣ୍ଡଳ ଶିରେ ଦିବ୍ୟଜଟାକଟୀତଟେ କଉପୀନ ଦେହ ଅତିମୋଟା ।ଶଙ୍ଖ ଗୋକ୍ଷୀର ପରାୟ ବିରାଜଇ ତନୁଅଳ୍ପ ଆଦି ପୁରୁଷ ସେ ଯୁଗକଳ୍ପ ମନୁ ।ହସ୍ତେ ଶୋହେ ବ୍ରହ୍ମଦଣ୍ଡ ଦଶମୁଦ୍ରା ବାନ୍ଧିକନ୍ଧେ ଉତ୍ତରୀ ପଇତା ଦିବ୍ୟଛନ୍ଦେ ଛନ୍ଦି ।ଗଳେ ତୁଳସୀ ରୁଦ୍ରାକ୍ଷ ସ୍ଫୁଟିକର ମାଳଲମ୍ୱିତ ଜୁଡ଼ା ପାଚିଲା ଦାଢ଼ି ଅଧେ ବାଳ ।ଭଷ୍ମ ବିଲେପନ ଗୋପୀଚନ୍ଦନ ଯେ ଚିତାକରେ ଶୋହେ ଜପାମାଳି ପରଂବ୍ରହ୍ମବେତ୍ତା ।ଓଢ଼ଣୀ ବସ୍ତ୍ର କଟିରେ ଅଛନ୍ତି ସେ ଭିଡ଼ିଯୋଗ ଆସନରେ ଉଭା ତଳୁ ହାତେ ଛାଡ଼ି ।ବେଦପୋଥି କୁଶବିଡ଼ି ପ୍ରୋକ୍ଷଣି ଏ ତିନିଜଳପାତ୍ର ବେଦକାଣ୍ଡି ସହିତରେ ଘେନି ।ଆସନ ନିମନ୍ତେ ପୃଷ୍ଠେ ବାନ୍ଧି କୃଷ୍ଣାଜିନଏମନ୍ତ ବେଗେ ମିଳିଲେ ଆସି ତପୋଧନ ।ବୃହତ୍ସାମ ଗାୟନ ସେ ମୁନିମୁଖୁଁ ଶୁଣିସାଷ୍ଟାଙ୍ଗେ ପ୍ରଣାମ କଲେ ହଳୀ ଚକ୍ରପାଣି ।କମଣ୍ଡଳୁ ଜଳେ ମୁନି ଚରଣ ପଖାଳିବେନିଭାଇ ସେ ପାଦୁକ ଅଙ୍ଗେ ହେଲେ ବୋଳି ।କେବଳ ଚରଣ କାଣି ଅଙ୍ଗୁଳି କୋଣରେନ ଲାଗି ରହିଲା ଛିଦ୍ର ଶ୍ରୀକୃଷ୍ଣ ଅଙ୍ଗରେ ।ଅଛିଦ୍ର ହୋଇ ଲାଗିଲା ବଳରାମ ଦେହେତିହେହେଁ ଛିଦ୍ର ହୋଇଣ ନୋହିଲା କେବେହେଁ ।ଏତେମାତ୍ର କୃଷ୍ଣଙ୍କର ଅନ୍ତର୍ଦ୍ଦଶା ଭୋଗଜରା ଶବରର ବାଣ ହେବ ତହିଁ ଯୋଗ ।ଯୋଗବଳେ ମୁନିବର କଲେ ଏହି ଚିନ୍ତାଅନ୍ତର୍ଯ୍ୟାମୀ ନାରାୟଣ ଜାଣନ୍ତି ସେ କଥା ।ଜଗନ୍ନାଥ ପ୍ରଭୁଙ୍କର ଗୁପ୍ତକଥା ଏହିବଳରାମ ଆଦିକରି ନ ଜାଣନ୍ତି କେହି ।ଦୁର୍ବାସା ଜାଣନ୍ତି ମୃତ୍ୟୁଭେଦ କୃଷ୍ଣଙ୍କରଦେବ ଦାନବ ମାନବେ ଅଟେ ଅଗୋଚର ।ମୁନିଙ୍କୁ ଅନେକ ସେବା କଲେ ରାମ ହରିଦେଖିଣ ପରମ ତୋଷ ହେଲେ ତପଚାରୀ ।କାମଧେନୁ ରାଇ ଆଜ୍ଞା ଦେଲେ ତପିମଣିଏକପୁର ନିର୍ମାଣ ତୁ କର ଏହିକ୍ଷଣି ।ଇଚ୍ଛାସୁଖେ ରାମକୃଷ୍ଣ ଲୋଡ଼ୁଥିବେ ଯାହାପରିବାରଗଣେ ଆଣି ଯୋଗାଇବେ ତାହା ।ଧରଣୀର ଭାରାଭର ନିବାରିବା ପାଇଁକଳା ଧଳା ବେନି ଲୋମ ଜନ୍ମିଛନ୍ତି ଏହି ।ଜରାସନ୍ଧ ଭୟେ ଯାନ୍ତି ସଙ୍ଗେ ନାହିଁ ସଖାସେବାକାରୀପଣ ତୋର ଏତେବେଳେ ଦେଖା ।ଶୁଣି କାମଧେନୁ ମନେ ସୁମରଣା କଲାତକ୍ଷଣେ ଅପୂର୍ବ ପୁର ନିର୍ମାଣ ହୋଇଲା ।ମୁଗୁନି ପାଷାଣ ବାଢ଼ ବିଚିତ୍ର ମନ୍ଦିରବାହାରେ ବୃଷାଳ ଖଣା କୋଶେକ ଓସାର ।ତହିଁ ଭିତରେ ନବର ଦିଶେ ଜ୍ୟୋତର୍ମୟକୋଟିଚନ୍ଦ୍ର ସୂର୍ଯ୍ୟ କିବା ହୋଇଛି ଉଦୟ ।କୁବେର ଅଳକା ଅବା ଇନ୍ଦ୍ର ବାରସ୍ୱତୀଯଶୋବନ୍ତୀପୁର କି ସେ ବ୍ରହ୍ମାଙ୍କ ବସତି ।ଅପୂର୍ବ ଭୁବନ ଶୋଭା ଦିଶଇ ସୁସଞ୍ଚନାହିଁ ପଟାନ୍ତର ସ୍ୱର୍ଗ ପାତାଳ ଯେ ମଞ୍ଚ ।ବେନି ସହସ୍ର ବଖରା ସବୁ ସ୍ୱର୍ଣ୍ଣମୟଶୁକ୍ଳାମ୍ୱର ଜ୍ୟୋତି କିବା ହୋଇଛି ଉଦୟ ।ପାଞ୍ଚନଳ ଆୟତନ ବଖରା ଆରମ୍ଭନବରତ୍ନ ଯୋଗକରି ଗଢ଼ିଅଛି ଖମ୍ୱ ।ସୁବର୍ଣ୍ଣ କଳସ ପରେ ବିତପନ ଉଡ଼େନୀଳମେଘରୁ ବିଜୁଳି ଯେହ୍ନେ ଖସି ପଡ଼େ ।ଝିଙ୍କର ଛାଏଣି ଚାଳ ଦିଶେ ଶୁକ୍ଳ ଜ୍ୟୋତିବଖରା ମୁଣ୍ଡେ ମଣ୍ଡପ ବେଦି ପନ୍ତି ପନ୍ତି ।ପାଟିଆ ଶେଣି ଉପରେ ଗଜଦନ୍ତ ଖମ୍ୱନନ୍ଦାବର୍ତ୍ତ କମତୁଲେ ମୋତିମାଳ ଲମ୍ୱେ ।ହିଙ୍ଗୁଳ ହରିତାଳରେ ଚିତ୍ରଲେଖା ଘରନିର୍ମଳ କାଚର ବାଡ଼ ନାନା ପରକାର ।ଦ୍ୱିତୀୟ ପ୍ରାଙ୍ଗଣ ପଦ୍ମପୀଢ଼ ଯେ ସୁସଞ୍ଚତାଳେକ ଉପରେ ତାହା ଅଧିକରେ ଉଚ୍ଚ ।ସ୍ଫଟିକ ପାବଚ୍ଛ ତହିଁ ଦିଶେ ଦିବ୍ୟଜ୍ୟୋତିଗଜଦନ୍ତ ପିତୁଳିକାମାନେ ଶୋଭା ପାନ୍ତି ।ଝଲକ ପାତିଆ ପାନପତ୍ର ଶୁଦ୍ଧହେମହିଙ୍ଗୁଳ ପଗଡ଼କାଠି ନାନାରତ୍ନେ କମ ।କର୍ପୂର ପନୀର ଧୂପ ନାନାଜାତି ଫୁଲଅପୂର୍ବ ମଣ୍ଡଣି ପୁର ନାହିଁ ସମତୁଲ ।ମଧ୍ୟେ ହେମ ଗଜଦନ୍ତ ପଲ୍ୟଙ୍କ ସୁଷମଅଷ୍ଟରତ୍ନରେ ନିର୍ମାଣ ପିତୁଳିକା କମ ।ମୟୂରକଣ୍ଠ ସୁପାତି ହଂସୁଲୀ ଯେ ତୁଳୀପାରୁଶରେ ହଂସାବଳି ସିନ୍ଧୁଆ ମୁକୁଳି ।ସେବତୀ ମଲ୍ଲୀ ପାଖୁଡ଼ାମାନ ତହିଁ ସିଞ୍ଚିପନୀର ପାଣି କର୍ପୂରଗୁଣ୍ଡି ତହିଁ ବିଞ୍ଚି ।କୁସୁମ ବିଞ୍ଚଣି ବାତପାଶେ ଧୂପକାଠିସେବତୀ ମାଳତୀ ଧଣ୍ଡା ଲମ୍ୱେ କୋଟି କୋଟି ।ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ସୂଚିକମ ପନ୍ତିମୁକୁତାଝରା ସୁବର୍ଣ୍ଣ ଦର୍ପଣ ଶୋଭନ୍ତି ।ପୁର ଦେଖି ଜଗନ୍ନାଥେ ମୁନିଙ୍କୁ ପ୍ରଶଂସିବୋଇଲେ ସକଳ ଗୁଣେ ଧନ୍ୟ ତୁମ୍ଭେ ଋଷି ।ତୁମ୍ଭେ ମହାଜ୍ଞାତା ମୁନି ବନେ ବାସ କରକାହୁଁ ଆଣି ଭିଆଇଲ ଏ ବିଚିତ୍ର ପୁର ।ଦୁର୍ବାସା ବୋଇଲେ ତୁମ୍ଭେ ଶୁଣ ଆଦିମୂଳଏ ସୁରଭି ପ୍ରସାଦରୁ ମିଳଇ ସକଳ ।ଲକ୍ଷ୍ମୀର ବଲ୍ଲଭ ତୁମ୍ଭେ ଅଟ ହୃଷୀକେଶତୁମ୍ଭେ ଯହିଁ ଥିବ ତହିଁ ନ ମିଳଇ କିସ ।ଅଶେଷ ବ୍ରହ୍ମାଣ୍ଡ ତୁମ୍ଭେ ଗର୍ଭେ ଅଛ ବହିଆବର କଥାଏ ଏବେ ଶୁଣ ଭାବଗ୍ରାହୀ ।ଦେବମାତା କପିଳାର ସହସ୍ରେକ ବତ୍ସାବତ୍ସାକରେ ଚଉବିଂଶ ସସ୍ର ହେଲେ ବତ୍ସା ।ନନ୍ଦିନୀକେ ଜାତ ଦଶସହସ୍ର ସୁରଭିସୁରଭିକେ ଚଉବିଂଶ ସହସ୍ର ଯେ ଗାଭୀ ।ବ୍ରହ୍ମଲୋକ ଜିଣି ସର୍ବେ ଗୋଲକରେ ଥାନ୍ତିବାଞ୍ଛାବଟ ତଳେ ଶୋଇ ସୁଖେ ବିହରନ୍ତି ।କଳ୍ପନାରୁ କାମଧେନୁ ନାମ ସେ ବୋଲାଇତପସିଦ୍ଧ ହେଲେ ମୁନି ଏକ ଧେନୁ ପାଇ ।ଶ୍ରୀମନ୍ତ ପୁରୁଷ ତୁମ୍ଭେ ପ୍ରଭୁ ଚକ୍ରପାଣିକୋଟିପାଦେ ଖଟିଛନ୍ତି ଦେବୀ କମଳିନୀ ।ଏତେ କହି ଅନ୍ତର୍ଦ୍ଧାନ ହେଲେ ମହାମତିଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃପତି ।ଏଥୁଅନ୍ତେ ଆପଣାର ନିତ୍ୟକର୍ମ ସାରିକୋମଳ ଶଯ୍ୟାରେ ବିଜେ କଲେ ରାମ ହରି ।କୃଷ୍ଣର ଅଶେଷ ମାୟା କେ ପାରିବ ଜାଣିଶୁଭାଶୁଭ କର୍ମଦାତା ସେହି ଚକ୍ରପାଣି ।କାଳକ୍ରମେ ଶୁଭାଶୁଭ ଭୋଗକରି ବେଳେନିଶ୍ଚେଁ ଦୋଷ ନ ଲାଗଇ ସଂହରଇ କାଳେ ।ଥୋକାଏ ପୃଥ୍ୱୀରେ ରଖିବ ସଂହରଇ ଶେଷେକାଳପାଶ ଲାଗି ପ୍ରାଣୀ ପଡ଼େ ନିଜ ଦୋଷେ ।ସେ ମାୟାଧର ପୁରୁଷ ପାଦେ ମୋର ସେବାଅଚ୍ୟୁତ ଦାସ କବିକୁ ଗତିମୁକ୍ତି ଦେବା ।ଜରାସନ୍ଧର ତୃତୀୟବାର ଧାଡ଼ିଏଥୁଅନ୍ତ ଜରାସନ୍ଧ ନୃପତିର ଆଗେଡଗର ଯାଇ ବାରତା ଜଣାଇଲା ବେଗେ ।ଭୋ ମଣିମା ସାବଧାନେ ଶୁଣ ନୃପସାଇଁବିଷ୍ଣୁପୁର ପାଟଣାରେ ରାମକୃଷ୍ଣ ରହି ।ଅପୂର୍ବ ନବର ତହିଁ ଥିଲା କେ ନିର୍ମାଣିନିଶ୍ଚିନ୍ତେ ରହିଲେ ସେହି ପୁରେ ଭାଇ ବେନି ।ଅଦ୍ୟପି ଅଛନ୍ତି ସେହିଠାରେ ରାମ ହରିଏ କଥା ନିଶ୍ଚୟ ଅଟେ ଜାଣ ଦଣ୍ଡଧାରୀ ।ଏହା ଶୁଣି ଜରାସନ୍ଧ ଲୋମ ପୁଲକଇନିଶ୍ଚେ ହସ୍ତଭରି ବୀର କୋପେ ଗରଜଇ ।ସାଜରେ ସଇନି ବୋଲି ଆଜ୍ଞାଦେଲା ରାଗେଶୁଣି ନୃପତିଏ ସୈନ୍ୟ ସଜାଇଲେ ବେଗେ ।ଗଜ ଅଶ୍ୱ ପହଁରିଣ ଗଲେ ନଦୀଜଳେଗଜ ଲଗାଇ ମାହୁନ୍ତେ ରଥ ପାର କଲେ ।ଅଶ୍ୱ ଉପରେ ସଭାରେ ଅସ୍ତ୍ର ଶସ୍ତ୍ର ଧରିପଦାତି ପାର ହୋଇଲେ ଜଳରେ ପହଁରି ।ଥୋକେ ସୈନ୍ୟ ପାରହେଲେ ଗଜ ଓଟେ ବସିଥୋକେ କାଷ୍ଠ ଭେଳା କଲେ ଥୋକେଗଲେ ପଶି ।ଏସନକ ପାର ହେଲେ ଚତୁରଙ୍ଗ ଥାଟଆଗରେ ଡଗରା ଥାଇ କଢ଼ାଇଲା ବାଟ ।ନଦୀ ପାର ହୋଇ ସୈନ୍ୟ ଥୋକେ ଦୂର ଗଲେପର୍ବତ ଉତ୍ତର ଭାଗେ ପ୍ରବେଶ ହୋଇଲେ ।ବିଷ୍ଣୁପୁରେ ଭେଟାଇଲା ନେଇ ପଢ଼ିହାରୀରାତ୍ର ଥାଉଁ ବେଢ଼ିଲେ ସେ ଲକ୍ଷେପୁର କରି ।ଦିହୁଡ଼ି ଜାଳି ଖୋଜନ୍ତି ଘରେ ଘରେ ପଶିଚହଳ ପଡ଼ନ୍ତେ ଲୋକେ ନିଦ୍ରା ତେଜି ଆସି ।ଗୋଟି ଗୋଟିକରି ସବୁ ସଙ୍ଖୋଳି ଧଇଲେରଜନୀ ପାହିଲେ ଚିହ୍ନି ଛାଡ଼ିବା ବୋଇଲେ ।ନବର ଭିତରେ ରାମକୃଷ୍ଣ ଛନ୍ତି ଶୋଇପାଚେରୀ ଡେଇଁ ପଶିଲେ ନିଶୁଣି ଲଗାଇ ।ଭିତରେ ପଶି କବାଟ ଭାଙ୍ଗି ଅତିବେଗେପଦାଘାତେ ଦ୍ୱାରବନ୍ଧ ଉପାଡ଼ିଲେ ରାଗେ ।କବାଟ ପଞ୍ଜରମାନ କାଢ଼ି ଦୂରେ ଫିଙ୍ଗିକୋଳିଆ ଦୁଆର କାନ୍ଥ ପକାଇଲେ ଭାଙ୍ଗି ।ଯେ ଯାହା ମୁହିଁରେ ପଶି ଅପ୍ରମାଣ ଥାଟତିଳେ ଛିଦ୍ର ନ ରଖିଣ ରୋଧ କଲେ ବାଟ ।ଯେବଣ ମନ୍ଦିରେ ରାମକୃଷ୍ଣ ଥିଲେ ଶୋଇଡଗରା ଚିହ୍ନାଇ ଦେଲା ଆଗେ ଆଗେ ଯାଇ ।ରାତ୍ର ପାହିବାକୁ ଆଉ ଅର୍ଦ୍ଧ ଘଡ଼ି ଅଛିଶ୍ରମେ ନିଦ୍ରା ଯାଇଛନ୍ତି ନନ୍ଦ ବେନିବତ୍ସି ।ପ୍ରଦୀପ ଦିହୁଡ଼ି ହୁଳା ଜାଳି ନିରନ୍ତରନିର୍ବନ୍ଧେ ଜଗିଲେ ଶତେପୁର ବେଢ଼ି ଦ୍ୱାର ।ଏମନ୍ତ ପ୍ରକାରେ ଦ୍ୱାର ନିରୋଧନ୍ତେ ଯାଇଜରାସନ୍ଧ ବୋଲେ ପଶ କବାଟ ଫିଟାଇ ।ଜୀବ ଥାଉଁ ଧରି ଆଣ ଛାମୁକୁ ମୋହରଅନଳେ ଆହୁତି ଦେବି ମାଂସ କାଟି ତାର ।ସାମାନ୍ୟ ଶତ୍ରୁ ନୁହନ୍ତି ସେ ଗଉଡ଼ ବେନିକପଟେ ମାଇଲେ ମୋର ଅସଂଖ୍ୟ ସଇନି ।ଯତ୍ନବନ୍ତ ହୋଇ ସର୍ବେ ବାନ୍ଧିଆଣ ଯାଇହସ୍ତରୁ ଫିଟିଲେ ନ ପାରିବଟି ଗୋଡ଼ାଇ ।ପୁଣି ପଚାରିଲା ପାତ୍ର ସାମନ୍ତଙ୍କୁ ଚାହିଁତୁମ୍ଭେମାନେ ଦେଖ ନିଶ୍ଚେଁ ଅଛିଟି କି ସେହି ।ଶୁଣି ପାତ୍ର ଅମନାତ୍ୟେ ତତକ୍ଷଣେ ଗଲେଗବାକ୍ଷ ମାର୍ଗରେ ହୁଳା ଲଗାଇ ଚାହିଁଲେ ।ଦେଖିଲେ ପଲ୍ୟଙ୍କ ପରେ ରାମକୃଷ୍ଣ ଦୁଇସୁଖେ ନିଦ୍ରା କରିଛନ୍ତି ଦେହେ ଜ୍ଞାନ ନାହିଁ ।ନୀଳେନ୍ଦୀଦଳ ପରାୟେ ବିରାଜଇ ତନୁନିର୍ମଳ ମେଘରେ ଯେହ୍ନେ ଉଦେ ଇନ୍ଦ୍ରଧନୁ ।ଅମୂଲ୍ୟ ମନ୍ଦିରେ ରତ୍ନଖଟେ ଛନ୍ତି ଶୋଇଆପେ ଜରାସନ୍ଧ ଦେଖେ କବାଟ ଫିଟାଇ ।ମନ୍ଦିର ଦେଖି ଅନେକ ପ୍ରଶଂସା ସେ କଲାଧନ୍ୟରେ ଗଉଡ଼ ତୋର ମହିମା ବୋଇଲା ।ଏଡ଼େକ ସମ୍ପଦ ଏଥେ ସମ୍ପାଦିଲା କାହୁଁକେ ବୋଲନ୍ତି ଏ ମନ୍ଦିର ଥିଲାକ ଆଗହୁଁ ।ଏସନକ ଉଚ୍ଚବାଚ ହୁଅନ୍ତେ ସକଳେଅନ୍ତର୍ଗତେ ଜାଣିଲେ ତା କୃଷ୍ଣ କାମପାଳେ ।ବେନିଭାଇ ତତକ୍ଷଣେ ନିଦ୍ରା ତେଜି ଉଠିଦେଖିଲେ ଚୌଦିଗେ ସୈନ୍ୟ ରହିଛନ୍ତି ଘୋଟି ।ଆପେ ଜରାସନ୍ଧ ରାଜା ଧନୁ ଧରି କରେନାରାଚ ପୂରାଇ ଉଭା ହୋଇଛି ଆଗରେ ।ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଆଦିକରିପୂର୍ବ ପରାକ୍ରମମାନ ହୃଦେ ଛନ୍ତି ଧରି ।ଯେଝା ଅନୁରୂପେ ସର୍ବେ କରି ପ୍ରାଣପଣନାରାଚ ପୂରାଇ ଟାଣି ଧରିଛନ୍ତି ଗୁଣ ।ରାମ ବୋଲନ୍ତି ଯେ ହେଲା ବିଷମ ସମୟଅଯୋଗେ ବେଢ଼ିଲେ ଆସି ସବୁ ନରରାୟ ।ସମୁଦ୍ର ଲହରୀ ପ୍ରାୟ ଦିଶୁଅଛି ଥାଟତିଳେ ଛିଦ୍ର ନାହିଁ ସୂଚି ଭେଦିବାକୁ ବାଟ ।ଏମନ୍ତ ଭାଳି ଉଠିଲେ ହଳୀ ଚକ୍ରପାଣିଜରାସନ୍ଧ ଡାକଦେଲା ସେ ଉଠିବା ଜାଣି ।କରେ ଅସ୍ତ୍ର ଶସ୍ତ୍ର ଧରି ଜଗ ଯେଝା ପଥେଏକ୍ଷଣି ଭୁଲାଇ ଏଥୁ ଯିବେ ହାତେ ହାତେ ।ପୁଣି ଆଜ୍ଞାଦେଲା ଦଶସସ୍ର ମାଲ ରାଇମନ୍ଦିର ଭିତରେ ପଶି ଧର ବେଗେ ଯାଇ ।ଯେ ଯେଉଁ ଉପାୟ ଜାଣ ତା କରେ ସତ୍ୱରେନୋହିଲେ ପଳାଇ ଯିବେ କ୍ଷଣକ ଭିତରେ ।ଶୁଣିଣ ଧାମନ୍ତି ସର୍ବେ ଘୋର ନାଦକରିମନ୍ଦିରୁ ବାହାର ହେଲେ ରାମ ଚକ୍ରଧାରୀ ।ଦ୍ୱାର ଜିଣି ବାହାରକୁ ଯାନ୍ତେ ଭାଇ ବେନିମାଲେ ଧଇଲେ ବିନ୍ଧାଣଯନ୍ତ୍ର କରେ ଘେନି ।ଜଡ଼ଣ ଜାଡ଼ଣ ଭିଡ଼ାଭିଡ଼ି ଯେ ଉଞ୍ଚାଣଚୋଟଣ ଚାଟଣ ଆଡ଼ ଘୁଞ୍ଚାଣ ପଞ୍ଚାଣ ।ଲୋଟଣ ଯୋଟଣ ବନ୍ଧ ନିର୍ବନ୍ଧ ଫିଟାଣଆଡ଼ଣ ତାଡ଼ନ ଆଦି ଯେତେକ ବିନ୍ଧାଣ ।ବିଧା ଗୁରୁଦା କହୁଣି ମାଡ଼ ଗଡ଼ାଗଡ଼ିପାଦେ ପାଦ ଛନ୍ଦି ଭୁଜେ ଭୁଜ ଭିଡ଼ାଭିଡ଼ି ।ଅଙ୍ଗେ ଅଙ୍ଗ ପରିତାଳ ମୁଣ୍ଡେ ମୁଣ୍ଡ ବଜାଚଉଦ ବିନ୍ଧାଣି ଯୁଦ୍ଧ କଲେ ଦେବରାଜା ।ସମସ୍ତ ମାଲେ ଧରନ୍ତେ ସେ ଦୁହିଁଙ୍କୁ ଯାଇଶ୍ରୀଅଙ୍ଗ ଛିଞ୍ଚାଡ଼ି ଦୁହେଁ ଦେଲେ ଫୋପଡ଼ାଇ ।ତକ୍ଷଣେ ସେ ମାଲମାନେ ଅନ୍ତରୀକ୍ଷେ ଉଡ଼ିଅନେକ ଦୂରେ ପଡ଼ିଲେ ପ୍ରିୟପ୍ରାଣ ଛାଡ଼ି ।ମାଲେ ଉଡ଼ିଯିବା ଦେଖି ମାଡ଼ିପଡ଼ି ଦୁଷ୍ଟେଆବୋରିଲେ ଯେ ଯାହାର ଶସ୍ତ୍ର ଧରି ଆଣ୍ଟେ ।ମାରନ୍ତେ ଶସ୍ତ୍ର ବଞ୍ଚାଇ ରାମ ଯଦୁସାଇଁନିମିଷ ମାତ୍ରକେ ଫିଟିଗଲେ ପିଠିଦେଇ ।ଗଲାରେ ଗଲାରେ ବୋଲି ପଡ଼ିଲା ଚହଳଛଦ୍ମରେ ପଳାଇ ଯାନ୍ତି କୃଷ୍ଣ କାମପାଳ ।ତିଳେ ଛିଦ୍ର ନାହିଁ ବେଢ଼ ରହିଥାନ୍ତି ଥାଟମଧ୍ୟେ ପଶିଯାନ୍ତି ଦୁହେଁ ଲଗାଇ ଉଚ୍ଚାଟ ।ତାହା ଦେଖି ରାଜାମାନେ ହୋଇଲେ ତାଟକାବଳବୀର୍ଯ୍ୟଚ୍ୟୁତ ହୋଇ ଜାତ ହେଲା ଶଙ୍କା ।ମହିମା ସାଗର କୃଷ୍ଣ ବଳରାମ ସ୍ୱାମୀହାତେ ହାତେ ଫେଡ଼ାଇଣ ଗଲେ ଅତିକ୍ରମି ।ଅସଂଖ୍ୟ ସୈନ୍ୟ ଭିତରୁ ହୋଇଲେ ବାହାରସକଳ ନୃପତି ଦେଖି ହେଲେ ଚମତ୍କାର ।ଏକ ଆଗରେ ଆରେକ କହନ୍ତି ବାରତାବିଚାରି ବୋଇଲେ ଏତ ଅସମ୍ଭବ କଥା ।ଏତେ ରାଜା ଶସ୍ତ୍ର ଧରି ଜଗିଛନ୍ତି ଦୃଢ଼େସମସ୍ତଙ୍କୁ ଭୁଲାଇ ସେ ଗଲେ କେଉଁଆଡ଼େ ।ଗଗନରୁ ଛିଡ଼ି ତାରା ପଡ଼େ ଯେହ୍ନେ ଖସିସେହିମତେ କେଉଁଆଡ଼େ ଗଲେ ଥାଟ ପଶି ।ପରିଘାଇ ନାନାଶସ୍ତ୍ର ପ୍ରହାରିଲୁ ରାଗେତା ସବୁ ବଞ୍ଚାଇ ଗଲେ ନ ଭେଦିଲା ଅଙ୍ଗେ ।ଏହିକ୍ଷଣି ଯାଉଛନ୍ତି କେତେଦୂର ଯିବେପାଦ ଶ୍ରମପାଇ ବନେ ଲୁଚିଣ ରହିବେ ।ବିଳମ୍ୱ ନ କରି ଚାଲ ଏକମୁଖେ ଯିବାପଛେ ପଛେ ଗୋଡ଼ାଇଲେ ଅବଶ୍ୟ ଭେଟିବା ।ଏତେବୋଲି ରଥ ଚଳାଇଲେ ଶ୍ରୀଘ୍ରଗତିପଛରେ ଗୋଡ଼ାଇ ଯାନ୍ତି ଅନେକ ନୃପତି ।ବାଜଇ ବିବିଧ ବାଜା ଟମକ ନିଶାଣନିର୍ଘାତ ଶବଦ ଜାଣି ପଡ଼ୁଅଛି ଜାଣ ।ମର୍ଦ୍ଦଳ କାହାଳି ଶଙ୍ଖ ମୃଦଙ୍ଗ ମହୁରୀଢୋଲ ଦମା ବିଜିଘୋଷ ବୀରତୂର ଭେରୀ ।ଏମନ୍ତେ ଅନେକ ବାଦ୍ୟ ବାଜେ ନାନାଛନ୍ଦେସମୁଦ୍ର ଉଛୁଳି ପୃଥ୍ୱୀ କମ୍ପେ ଘୋରନାଦେ ।ରଥ ଗଜ ପଦାତି ଯେ ଅଶ୍ୱ ଅପ୍ରମିତସୈନ୍ୟ ଘେନି ନୃପଗଣେ ଖୋଜିଲେ ବହୁତ ।ରାମକୃଷ୍ଣ ନ ଦେଖିଣ ମନେ ଲଜ୍ଜାପାଇବାହୁଡ଼ି କହିଲେ ଜରାସନ୍ଧ ଆଗେ ଯାଇ ।ଶୁଣିଣ ମଗଧେଶ୍ୱର ମନେ ପାଇ ବ୍ୟଥାକିଛି ନ କହିଣ ଲାଜେ ପୋତିଦେଲେ ମଥା ।ପୃଥ୍ୱୀଭାରା ନିବାରଣେ କୃଷ୍ଣ ଅବତାରଯାର ମାୟା ନ ଜାଣନ୍ତି ଇନ୍ଦ୍ର ବ୍ରହ୍ମା ହର ।ସନକାଦି ସିଦ୍ଧଗଣ ଯୋଗଧ୍ୟାନେ ବସିଯେଉଁରୂପ ଚିନ୍ତା କରୁଥାନ୍ତି ଅହର୍ନିଶି ।ଏ ଛାର ନୃପଗତିଗଣ ପାଇବେ ତା କାହୁଁକ୍ଷଣକରେ ଅନ୍ତର୍ହିତ ହେଲେ ଚାହୁଁ ଚାହୁଁ ।ଭକତ ବାନ୍ଧବ ପ୍ରଭୁ କରୁଣା ସାଗରଅଚ୍ୟୁତ ଦାସକୁ ଗତି ଦିଅ ଚକ୍ରଧର ।ସୁଦୟା କରିଣ ମୋତେ ଏହି ଆଜ୍ଞା ଦେବାଜନ୍ମେ ଜନ୍ମେ ରହୁ ମୋର ତପ ପାଦେସେବା ।