ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୩ / ୨୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଜରାସନ୍ଧ କର୍ତ୍ତୃକ ଗୋମତ ପର୍ବତ ଦହନ
ଏଥୁ ଅନନ୍ତରେ କଥା ଶୁଣ ମହାରାଜରଥରେ ଆରୋହି ତେଣେ ଗଲା ବୃହଦ୍ଧ୍ୱଜ ।ଜରାସନ୍ଧ ନୃପତିର ସମୀପରେ ମିଳିନାନା ଉପହାର ଦେଇ କଲା ନିଉଛାଳି ।ରତ୍ନବସ୍ତ୍ର ଅଳଙ୍କାର ପାଦତଳେ ଥୋଇବିନୟୀ ହୋଇଲା ନାନା ଚାଟୁବାକ୍ୟ କହି ।ଜରା ଆଜ୍ଞାଦେଲା ମୋତେ ରାମକୃଷ୍ଣ ଦିଅସମସ୍ତ ଯାଦବ ତୁମ୍ଭେ ନିଶ୍ଚିନ୍ତରେ ଥାଅ ।ସେ ଦୁଇ ଭାଇଙ୍କ ଯୋଗୁଁ ପାଇଅଛୁ ଲାଜତାଙ୍କୁ ନ ମାଇଲେ ଫେରିଯିବୁ ନାହିଁ ଆଜ ।ବୃହଦ୍ଧ୍ୱଜ ବୋଲେ ନଗ୍ରୁ ଦେଲୁ ଦୂରକରିଏକ୍ଷଣି ଥାଟେ ପଶିଲେ ପଡ଼ୁଥିଲା ହୁରି ।ଅକଳିତ ସୈନ୍ୟ ସଙ୍ଗେ ଆୁସଛନ୍ତି ବାହିକେଣେ ସେ ଲୁଚିଲେ ତାଙ୍କୁ ଜାଣନ୍ତା କେ ନାହିଁ ।ଆମ୍ଭେ ତ ତୁମ୍ଭ ରାଜାର ନୋହୁ ନା ବଇରୀସମୟେ ଜୀବନ ଦେଇ ରଖ ତୋର କରି ।ରାଜାଧିରାଜା ତୁମ୍ଭେ ତ କକ୍ଷା ଜଗଜ୍ଜେଠିଅଙ୍ଗୁଳି ଦୋଷରେ ଜାନୁଯାକହିଁ ନ କାଟି ।ଏହି ସମୟେ କହିଲା ଆସିଣ ଡଗରଭୋ ଦେବ ସାବଧାନେ ହେ ଶୁଣ ନୃପବର ।ଯେ ନିମନ୍ତେ ତୁମ୍ଭେ ସମଦଣ୍ଡ ଅଛ ବାହିସେ ତୋର ଥାଟ ଭିତରେ ପଶିଛି ଗୋସାଇଁ ।ହାତେ ଶସ୍ତ୍ର ନାହିଁ ଦୁହେଁ ଯାଉଛନ୍ତି ଏକାଜରା ଶୁଣି ଆଜ୍ଞାଦେଲା ବେଗେ ବାନ୍ଧି ପକା ।ବୃହଦ୍ଧ୍ୱଜକୁ ଅନେକ ପଉରୁଷ କଲାତୁମ୍ଭେ ଯାହା କହିଥିଲ ପ୍ରତ୍ୟକ୍ଷେ ଘଟିଲା ।ଯାଦବ ସମସ୍ତେ ତୁମ୍ଭେ ଶତ୍ରୁ ମୋର ନୁହରାମକୃଷ୍ଣ ହେତୁ ସିନା ତୁମ୍ଭଠାରେ କୋହ ।ଦଇବେ ସନ୍ଧାନ ଘେନି ଅଇଲୁ ମୋ ପାଶତାହାଙ୍କୁ ପାଇଲେ ତୁମ୍ଭଠାରୁ ଯିବ ରୋଷ ।ଏମନ୍ତ ବିଚାର କରୁ କରୁ ମହାରଥାଧାଉଡ଼ିଆ ଡଗରା ଯେ କହିଲା ବାରତା ।ଭୋ ଦେବ ଦ୍ୱିଭାଇ ଆସି ପଶିଛନ୍ତି ଥାଟେଛାମୁକୁ ଧସାଇ ଆସୁଛନ୍ତି ଏହି ବାଟେ ।ସାବଧାନେ କରେ ଅସ୍ତ୍ର ଧରିବା ଗୋସାଇଁଜରାସନ୍ଧ ବୋଲେ କାହିଁଛନ୍ତି ଦେଖା ନେଇ ।ଶୁଣିଣ ଡଗରା ବାଟ କଢ଼ାଇଣ ନେଲେଯେଝା ଶସ୍ତ୍ର ଧର ବୋଲି ସଇନିଙ୍କୁ ବୋଲେ ।ଜରା ଆଜ୍ଞାରେ ଧାମନ୍ତି ସକଳ ସଇନିତର୍ଜ୍ଜନ୍ତି ଗର୍ଜ୍ଜନ୍ତି ବୀରେ କରେ ଶସ୍ତ୍ର ଘେନି ।ଯେଉଁ ମାର୍ଗେ ଆସୁଥିଲେ ହରି କାମପାଳମାଡ଼ି ପଡ଼ିଲେ ସଇନି ହୋଇ କୋପାନଳ ।ମତ୍ତହସ୍ତୀ ଧୂଆଁଇଲେ କରେ କୋନ୍ତ ଧରିଅସିପୁତ୍ର ବୁଲାବନ୍ତି ହୋଇ ଅସୁମାରି ।ରଥନ୍ତ ଆରୋହି ରଥୀ କ୍ଷେପନ୍ତି ତଡ଼୍ବଡ଼ିକୋଦଣ୍ଡେ କାଣ୍ଡ ପୂରାଇ ପଡ଼ନ୍ତି କେ ମାଡ଼ି ।ମାରିବା ଧରିବା ବୋଲି ମନେ ମନେ ଭାଳିସେ କଥା ଜାଣିଲେ ବଳରାମ ବନମାଳୀ ।ବଳରାମଙ୍କୁ ଚାହିଁଣ ଭଣି ପୀତବାସଭୋଦେବ ପିଠି ଦେଇଣ ଯିବା ବେଗେ ଆସ ।ରାମ ବୋଇଲେ ସଂଗ୍ରାମ କରିବା ହେ ରହିହରି ବୋଇଲେ ଆମ୍ଭର ହସ୍ତେ ଶସ୍ତ୍ର ନାହିଁ ।ନାନା ଉପାୟ କରିଣ ଏହିଠାରୁ ଯିବାସମୟେ ଜରାସନ୍ଧକୁ ବିନାଶ କରିବା ।ତେବେ ସେ ଛାଡ଼ିବ ସିନା ଯାଦବଙ୍କ ଭୟେଏତେ ବୋଲିଣ ଭୁଲାଇ ଦେଇ ଦେବରାୟେ ।ବିଶ୍ୱକୂଟ ମାୟାଧର ଯେଉଁ ଚକ୍ରପାଣିମହାମାୟା କଲେ ଜଳନ୍ଧର ମାୟା ଜାଣି ।କହୁଁ କହୁଁ ଚାଲିଗଲେ ଭୁଲାଇଣ ବେଗେଥୋକେ ବୋଲନ୍ତି ଏକ୍ଷଣି ଥିଲେ ଆମ୍ଭ ଆଗେ ।ଗଲା ଗଲା ବୋଲିକରି ଶୁଭେ ଉଚ୍ଚ ବାଣୀକେଣେ ଗଲେ କ୍ଷଣକେ ନ ପାରିଲେ ଜାଣି ।ଥୋକାଏ ଦୂର ଯାଇଣ ଦିଶିଲେ ଶ୍ରୀହରିସେଠାବକୁ ବୋଲି ସର୍ବେ ଗଲେ ବେଗକରି ।ସମସ୍ତେ ଯେ ଏକମୁଖ ଗଲେ ଶୀଘ୍ର ହୋଇପ୍ରବେଶ ମାତ୍ରେ ଅଦୃଶ୍ୟ ହୋଇଲେ ମାଧୋଇ ।ପୁଣିହିଁ ସେ ଖଣ୍ଡେଦୂରେ ଯାଇ ଦେଖାଦେଲେପୁନରପି ସଇନଙ୍କୁ ଅଦୃଶ୍ୟ ହୋଇଲେ ।ପୁଣି ଏକମନେ ଧୁଆଁଇଲେ ସର୍ବଥାଟପୁଣିହିଁ ଖଣ୍ଡେ ଦୂରରେ ଦିଶି ନନ୍ଦଚାଟ ।ଏରୂପେ ଲାଗନ୍ତେ ହସ୍ତୁ ପଳାନ୍ତି ସେ ବେନିଏକମୁଖେ ଗୋଡ଼ାବନ୍ତି ସକଳ ସଇନି ।ଅନେକ ଦୂର ପର୍ଯ୍ୟନ୍ତେ ଗଲେ ଏହିମତେଦୁଇଭାଇ ଉଠିଲେକ ଗୋମତ ପର୍ବତେ ।ସରସ୍ୱତୀ ନଦୀତୀରେ ବିସ୍ତାର ସେ ଗିରିଦ୍ୱାଦଶ ଯୋଜନ ଦୀର୍ଘ ଅଟଇ ତାହାରି ।ଉପରେ ବେନି ଯୋଜନ ତ୍ରିଯୋଜନ ଉଚ୍ଚଧବଳ ପିଙ୍ଗଳ ବର୍ଣ୍ଣେ ପାଷାଣ ସୁସଞ୍ଚ ।ସେହି ପର୍ବତେ ଉଠିଲେ ହଳୀ ଚକ୍ରପାଣିତଳେ ମିଳିଲେ ଯାଇଣ ସକଳ ସଇନି ।ଜରା ବୋଇଲା ଏ ଘାନ୍ତି ମୋର ପ୍ରାଣପୀଡ଼ାସହସ୍ରେ ପୁର କରିଣ ପର୍ବତକୁ ବେଢ଼ା ।ଖଞ୍ଜା ମୂଳରେ ପର୍ବତ ଆବୋରି ସମସ୍ତେଠଣା ବସାଇ ଜଗିଲେ ସର୍ବେ ଯେଝା ମତେ ।ବେଣ୍ଟକାର ଶ୍ୱାନ ବ୍ୟାଘ୍ର ଭାଲୁଙ୍କର ମେଳେତଇଲା କାଟି ଆସନ୍ତି ସଇନି ସକଳେ ।ରାଜାଜ୍ଞା ପ୍ରମାଣେ ଥାଟ ବେଢ଼ି ଚଉକତିଚୋଖା ତୁରଙ୍ଗ ପଦାତୀ ହାତୀ ଆଉ ରଥୀ ।ଯେଝା ଖଞ୍ଜାମୂଳେ ବାଣ୍ଟି ରହିଲେ ସକଳଚାରିଊଣା ଲକ୍ଷେ ରାଜା ବେଢ଼ି ତହିଁ ତଳ ।ଉପରେ ରହିଅଛନ୍ତି ସ୍ୱାମୀ ନନ୍ଦବଳାନିଶ୍ଚିନ୍ତେ ବସି ଅଛନ୍ତି ଲଗାଇଣ ଲୀଳା ।ଇଦଂ ପ୍ରତିବାକ୍ୟ ବଦୟନ୍ତି ଶୁକ ଯତିଶୁଣ ତୁ ହୋ ସାବଧାନେ ସୁଭଦ୍ରାର ନାତି ।ଏହି ପ୍ରକାରେ ଚୌବିଂଶ ଦିନ ବହିଗଲାଗୋମତକୁ ବେଢ଼ି ଜରାସନ୍ଧ ଯେ ବସିଲା ।ଛୟାଣୋଇ ସହସ୍ରଙ୍କ ଚତୁରଙ୍ଗ ବଳଅକଳିତ ସୈନ୍ୟ ଯେହ୍ନେ ସିନ୍ଧୁର କଲ୍ଲୋଳ ।ପର୍ବତ ଚୌପାଶେ ଦୀର୍ଘେ ଅଛନ୍ତି ସେ ପୂରିତଳେ ଛଡ଼ା ନାହିଁ ସୈନ୍ୟ ଯେଝାମତେ ଘେରି ।ଦେଖନ୍ତି ପର୍ବତ ପରେ ଥାଇ ଦେବରାୟେପୂରି ଅଛନ୍ତି ସଇନି ସିନ୍ଧୁ ଜଳ ପ୍ରାୟେ ।ଏଥୁଅନ୍ତେ ଜରାସନ୍ଧ ନୃପ ଗୁଣନିଧିରାଜାଙ୍କୁ ହକାରି ବୋଲେ କରିବା କି ବୁଦ୍ଧି ।ରାମକୃଷ୍ଣ ଉଠିଲେ ଯେ ପର୍ବତ ଉପରଅଗମ୍ୟ ଗହନ ବଡ଼ ଏହି ଗିରିବର ।ଶାଳ ଶିଳ ଲଗାଲଗି ଅତି ଲତାମୟେଶିଖା ଲାଗିଛି ଏହାର ଅର୍ଦ୍ଧାକାଶ ଯାଏ ।ଦେବତାନ୍ତ ଘେନି ଯେବେ ଆସେ ବଜ୍ରପାଣିବଳବନ୍ତ ପଣେ କେବେ ନୁହଇ ନ ଜିଣି ।ପୂର୍ବେ ରହିଥିଲେ ଏଥେଁ ଗୋମତ ମହର୍ଷିଅନେକ ଯତନେ ଥିଲେ ଗଣ୍ଡାଟିଏ ପୋଷି ।କଂସ ସୁନାସ ଏ ଦୁହେଁ ଏଠାକୁ ଅଇଲେମୁନିଙ୍କ ଆଶ୍ରମେ ଭାଙ୍ଗି ଗଣ୍ଡା ଗୋଟି ନେଲେ ।ପୁଣି ବୋଇଲେ ମୁନିଙ୍କି ଭରତ୍ସନା ବାଣୀକୋପେ ପ୍ରଜ୍ଜ୍ୱଳିତ ମୁନି ତାଙ୍କ କଥା ଶୁଣି ।ବଳବନ୍ତେ ଏ ପର୍ବତ ନ ପାରନ୍ତି ଜିଣିମୋ ଆଶ୍ରମ ଭାଙ୍ଗି ଗଣ୍ଡା ନେଲେ ହାଦେ ପୁଣି ।ବଳବନ୍ତ ପଣ ମୋତେ ଦେଖାଇଲେ ଆସିବାଳକାଳୁ ଦୁଷ୍ଟ ମୋର ସଙ୍ଗେହେଲ ଦୋଷୀ ।ମୋର ପୋଷା ଗଣ୍ଡା ଗୋଟି ନେଉଅଛ ଛଳେତପୀଙ୍କର ତପ ସିନା ରାଜାଙ୍କର ବଳେ ।ଏତେ ମତେ ଆମ୍ଭେ ତୁମ୍ଭ ଦୋଷକୁ ସହିଲୁଆମ୍ଭର ବଚନ ଏବେ ଶୁଣ ଆରେ ଓଲୁ ।ବଳବନ୍ତେ ଯେବେ କେହି ଏ ପର୍ବତେ ଉଠିଦିଗପାଳ ହେଉ ପଛେ ମୂର୍ଦ୍ଧାଯିବ ଫାଟି ।ଏ କଥା ପୂର୍ବରୁ ରାମ କୃଷ୍ଣ ଜାଣିଥିଲେତେଣୁକରି ପର୍ବତରେ ନିସତେ ଉଠିଲେ ।ଏହି କଥା କହି ଆଜ୍ଞା ଦେଲା ନୃପମଣିଖଣ୍ଡ ଖଣ୍ଡ କରି ଗିରି ପକାଇବା ହାଣି ।କାଙ୍କ କୁରାଢ଼ି କଟୁରି ଘେନିବ ସାବଳପର୍ବତକୁ କାଟି ନେଇ ପକା ସିନ୍ଧୁଜଳ ।ଥୋକେ ୟା ଶୁଣି ବୋଇଲେ ପେଷି ବଜ୍ରଶରଏକାବେଳେ ପର୍ବତକୁ କରିଦେବା ଚୂର ।ଏହାଶୁଣି ବୋଇଲେ ଯେ ଥୋକେ ନୃପସାଇଁଚାରି ଊଣା ଲକ୍ଷେ ରାଜା ଏଠାରେ ଅଛଇଁ ।ଏକ ଏକ ରାଜାଙ୍କର ଦଶବିଂଶ ଥାଟଖଣ୍ଡ ଖଣ୍ଡ କରି ଗିରି କାଟିକା ଯେ ବାଣ୍ଟ ।ଥୋକାଏ ବୋଇଲେ ନେଇ ପିଟିବା ହେ ଗଦାମସିଗୁଣ୍ଡା କରି ଗିରି କରିଦେବା ପଦା ।ଏହା ଶୁଣିଣ ବୋଇଲା ମଗଧ ନୃସାଇଁପର୍ବତକୁ ପୋଡ଼ିଦେବା କାଠକୁ କୁଢ଼ାଇ ।ତୃଣ ନାନା ତରୁ କାଟି ଲତା ବୁଦାମାଳଏଠାରେ କୁଢ଼ାଅ ତହିଁ ଲଗାଇବା ଜାଳ ।ଆକାଶ ପରାୟେ କାଠ କୁଢ଼ା ଆଣି ବେଗେପାଉଁଶ କରିଣ ଦେବା ପର୍ବତକୁ ବ୍ୟଗ୍ରେ ।ମଗଧେଶ୍ୱର ବୋଇଲା ଯହୁଁ ଏହି ବାଣୀସବୁ ସୈନ୍ୟ ବୁଦା କାଟି ଜମା କଲେ ଆଣି ।କଞ୍ଚା ଶୁଖିଲା ବୋଲିଣ ନୁହେଁ ତହିଁ ବାରିପାରୁ ପର୍ଯ୍ୟନ୍ତେ ଆଣିଲେ ମୁଣ୍ଡେ ବୋହିକରି ।ରାଉତ ମାହୁନ୍ତ ରଥୀ ପଦାତି ସହିତେରାଜା ଆଜ୍ଞା ପାଇ କାଠ ଆଣନ୍ତି ସମସ୍ତେ ।ଏହିପରି ପାଞ୍ଚ ଦିନଯାକେ ଯେ ବୋହିଲେଗିରିବର ସମାନରେ ଆଣି ଜମା କଲେ ।ଦେଖିଣ ହରଷେ ହେଲା ଜରାସନ୍ଧ ରାୟେବୋଲନ୍ତି ଏଘନ୍ତି ଶତ୍ରୁ ମୋର ହେଲେ କ୍ଷୟେ ।ଏତେକ ବୋଲିଣ ରାଜା ଆପେ ଉଭା ହୋଇଚାରିଆଡ଼ରେ ଅନଳ ଦେଲା ସେ ଲଗାଇ ।ଲାଗିଲା ପ୍ରଚଣ୍ଡ ତେଜେ ବିକରାଳ ବହ୍ନିଧୂମ ବ୍ୟାପିଲା ସଚରାଚର ଯେ ମେଦିନୀ ।ଝଲ ଝଲ ଅନଳରେ ଭୟଙ୍କର ଜ୍ୟୋତିପର୍ବତଯାକ ଘୋଟିଣ ବେଢ଼ିଲା ଗୈକତି ।ମହାପ୍ରଳୟ କାଳରେ ସିନ୍ଧୁ ଯେହ୍ନେ ଦିଶିଜାଜ୍ୱଲ୍ୟମାନ ତେଜ ତା ଜ୍ୟୋତି ରୂପରାଶି ।ଲହଲହ ଜିଭ କରି ଦହେ ଦାବାନଳଦେଖି ଅପସରି ଗଲେ ସଇନ ସକଳ ।ବେଳକୁ ବେଳ ଅନଳ ଘୋଟିଲା ଚୌକତିଦେଖି ବନଜନ୍ତୁମାନେ ପାଇଲେକ ଭୀତି ।ହରିଣ ଶମ୍ବର ମୃଗ ବାହୁଟିଆ ଶଶାବ୍ୟାଘ୍ର ଭାଲୁ ହସ୍ତୀ ଗଣ୍ଡା ଯେ ନେପାଳି ମୂଷା ।ଶୁକ ଶାରିକା ଯିଆଦ ଝିଙ୍କାରି ବଳିଆମୟୁର ବକ ବାରେହା ଖୁରାଣ୍ଟି ଶାଳେହା ।ସିଂହ ଶାର୍ଦ୍ଦୂଳ ଗୟଳ ଜମ୍ବୁକ ସହିତେନିର୍ଧୂମ ଅନଳ ମଧ୍ୟେ ପୋଡ଼ି ମଲେ କେତେ ।ଆକାଶ ମଣ୍ଡଳଯାଏ ଅଗ୍ନିଶିଖା ବଢ଼ିପକ୍ଷୀ ଜନ୍ତୁମାନେ ଶୂନ୍ୟେ ନ ପାରିଲେ ଉଡ଼ି ।ନିର୍ଧୂମ ଅନଳ ଶିଖା ଅତିଅନ୍ତ ତେଜକାଷ୍ଠା ପାଷାଣ ମୃତ୍ତିକା ହୁଅନ୍ତି ଦହିଯ୍ୟ ।କଞ୍ଚା ଶୁଖିଲା ଯେ ହୋଇଗଲା ଦହିବନଜନ୍ତୁ ମାତ୍ର ତାହା ନ ପାରିଲେ ସହି ।ଭୟେ କାତର ହୋଇଣ ପଳାନ୍ତି ସକଳବିଶ୍ରାମ ନ ପାଇ ହେଉଅଛନ୍ତି ବିକଳ ।କାର ପାଦ ପୋଡ଼ିଗଲା ପୋଡ଼ିଲାକ ତନୁକାର ପେଟ ପୋଡ଼ିଲା କା ପୋଡ଼ିଗଲା ଜାନୁ ।ପ୍ରାଣ ଆକୁଳରେ କେହୁ ଧାମନ୍ତି ଆରତେଛଇ ଛଡ଼ରେ ପଳାନ୍ତି କେ ବିକଳ ଚିତ୍ତେ ।ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଚୌକତିପର୍ବତ ବେଢ଼ି ଜଳୁଛି ମହାନଳ ଜ୍ୟୋତି ।ବନଜନ୍ତୁଏ ଏରୂପେ ଧାମନ୍ତି ଆରତେଦୀର୍ଘ ରଡ଼ିକୁ ଛାଡ଼ଇ କେ ବିକଳ ଚିତ୍ତେ ।ପର୍ବତକୁ ଜରାସନ୍ଧ ରାଜାର ଧାଉଡ଼ିମୃଗ ପଳାଇ ଯାଉଛି ମୃଗୁଣୀ କି ଛାଡ଼ି ।ଏପରି ବ୍ୟାକୁଳ ହ୍ୱନ୍ତି ସର୍ବେ ବନଜୀବେସନ୍ନିଧେ ଥାଇ ଦେଖିଲେ କୃଷ୍ଣ ବଳଦେବେ ।ଶ୍ରୀକୃଷ୍ଣ ଆଜ୍ଞା ଦେଲେକ ବଳଦେବ ଚାହିଁକପାଳ ପଡ଼ିଲା ଏବେ ଆସିଣ ଗୋସାଇଁ ।ପାପିଷ୍ଠ ଜରାସନ୍ଧ ତ ଗିରି ଦେଲା ପୋଡ଼ିଦେଖୁଁ ଦେଖୁଁ ଦାବାନଳ ପଡ଼ୁଅଛି ମାଡ଼ି ।ପୃଥିବୀ ଘୋଟିଲା ଧୂମ ଅନ୍ଧକାରମୟବୈଶ୍ୱାନର ଜ୍ୟୋତ୍ସ୍ନାଲାଗି ପୋଡ଼ିଯାଏ କାୟ ।ବନଜନ୍ତୁଙ୍କ ବିକଳ ପ୍ରତ୍ୟକ୍ଷରେ ଦେଖଆମ୍ଭ ଆଗରେ ଏମାନେ ପାଉଛନ୍ତି ଦୁଃଖ ।କେବଣ ପ୍ରକାରେ ସ୍ୱମୀ ଏଥୁଁ ହେବାପାରକହୁଁ କହୁଁ ପାଶେ ଆସି ମିଳେ ବୈଶ୍ୱାନର ।ହଳୀ ବୋଇଲେରେ କୃଷ୍ଣ କିଛି ଚିନ୍ତା ନାହିଁଏହିକ୍ଷଣି ଦାବାନଳ ଯିବା ଆମ୍ଭେ ଡେଇଁ ।ଶ୍ରୀକୃଷ୍ଣ ବୋଇଲେ ଭାଇ ତୁମ୍ଭେ ଆଗ ହୁଅପୂର୍ବମୁଖ ହୋଇ ବେଗେ ଏଥୁ ଡେଇଁ ଯାଅ ।ଶୁଣିଣ ବିକ୍ରମ ମହାବଳୀ କାମପାଳଅନ୍ତରୀକ୍ଷେ ଡେଇଁଗଲେ ଯେସନ ଶ୍ୟାମଳ ।କଳାମେଘେ ଶୋହେଯେହ୍ନେ ବିଜୁଳିର ଜ୍ୟୋତିନୀଳମେଘେ ବଳାହକେ ଯେହ୍ନେ ଶୋଭାପାନ୍ତି ।କିବା ହିମବନ୍ତ ଗିରି ହୋଇ ଦେହବନ୍ତଉଡ଼ି ଆସଇ ବ୍ୟଗ୍ରରେ ଗଗନର ପଥ ।ସମ୍ପୂର୍ଣ୍ଣକଳା ବହି କି ଉଦେ ହୁଏ ଭାନୁଦିବ୍ୟ ଦେହ ଘେନି ଉଡ଼ି ଆସନ୍ତି ଗଗନୁ ।କ୍ଷୀରସମୁଦ୍ରୁ ହେଲେ କି ଉଚ୍ଚୈଃଶ୍ରବା ଜାତମନ୍ଥନେ ଅମୃତ ନିଧି ଉପୁଜେ ଯେମନ୍ତ ।ଶୁକ୍ଳାମ୍ବର ବିଷ୍ଣୁ ବୋଲି ଦେଶାନ୍ତରେ ଭାଷିତେସନେ ଉଡ଼ି ଆସନ୍ତି ପରଂବ୍ରହ୍ମ ରାଶି ।ଦକ୍ଷିଣ କରରେ ମୁଦ୍ରା ବାମରେ କୁଣ୍ଡଳକନ୍ଧରେ ପଇତା ହୃଦମଧ୍ୟେ ବନମାଳ ।ତାରାମଣ୍ଡଳୁ ନକ୍ଷତ୍ର ଯେହ୍ନେ ପଡ଼େ ଖସିବିଜୁଳିର ତେଜ ପ୍ରାୟେ ଦିଶି ବିଶ୍ୱବାସୀ ।ଶିରରେ ପିଙ୍ଗଳବର୍ଣ୍ଣ ଜଟା ସପ୍ତଫେଣୀନାଭି ପରିଯନ୍ତେ ପୃଷ୍ଠୁ ପଡ଼ିଅଛି ବେଣୀ ।କଟିତଟେ ନୀଳବସ୍ତ୍ର ଜାଜ୍ୱଲ୍ୟ ଯେ ଅତିମଣି ମାଣିକ୍ୟ ଯେସନେ କିବା ଗଜମୋତି ।ବଳଦେବ ଶ୍ରୀଚରଣେ ରହୁ ମୋର ମତିଭାବଇ ଅଚ୍ୟୁତ ଦାସ କରି ଏହା ନିତି ।ବଳରାମଙ୍କ ସହିତ ଜରାସନ୍ଧର ଯୁଦ୍ଧ ଓ କୃଷ୍ଣଙ୍କର ବାରୁଣୀବନ୍ତରେ ପ୍ରବେଶଏଥୁ ଅନନ୍ତରେ ପୁଣି ବଳରାମ ସ୍ୱାମୀଅର୍ଦ୍ଧାକାଶ ଯାଏ କ୍ଷେପିଗଲେ ଅନ୍ତର୍ଯ୍ୟାମୀ ।ଜରାସନ୍ଧ ଆଦିକରି ସକଳ ନୃପତିଦେଖିଲେ ଆକାଶମାର୍ଗେ ଦିଶେ ଦିବ୍ୟଜ୍ୟୋତି ।ନୟନ ସ୍ଥିର କରିଣ ଦେଖିଣ ସମସ୍ତେବୋଇଲେ କିମ୍ଭୁତ ମାୟା ଜାଣିବା କେମନ୍ତେ ।ତଦନ୍ତ କରିଣ ଏହା ଜାଣି ତ ନ ପାରିକୃତାନ୍ତ ଦେବତା ଅବା ଆସେ ଦେହ ଧରି ।ଜାଜ୍ୱଲ୍ୟମାନ ଶିଖା ଯେ ଅଗ୍ନିତେଜ ପ୍ରାୟେପାତାଳୁ ଘୋଟି ଆସୁଛି ଶୂନ୍ୟପୁର ଯାଏ ।କେ ବୋଲନ୍ତି ମୃତ୍ୟୁଦେବ ମୁଖରେ ଆହୁତିଆମ୍ଭଙ୍କୁ କରିବେ ଅବା ଆଜି ବେଦପତି ।ଏମନ୍ତ ଭାଳନ୍ତି ଚାହିଁ ନୃପତି ସମସ୍ତଅର୍ଦ୍ଧ ଆକାଶରୁ ଖସିପଡ଼ି ହଳହସ୍ତ ।ନିଃଶ୍ୱାସ ଘାତରେ ଯେହ୍ନେ ଜାଈଫୁଲ ଉଡ଼ିସେ ପ୍ରକାରେ ସ୍ୱାମୀ ଧୀରେ ଭୂମିପରେ ପଡ଼ି ।ଦମଘୋଷ ବୋଲେ ଜରା ବଦନକୁ ଚାହିଁଶୁଣ ସାବଧାନେ ଏବେ ମଗଧ ନୃସାଇଁ ।ଧନ୍ୟ ମହିମା ରଖିଲ ସ୍ୱାମୀ ରବିତଳେଚାରିଊଣା ଲକ୍ଷେ ରାଜା ଖଟି ପାଦତଳେ ।ଲକ୍ଷେପୁର କରି ଏଡ଼େ ଗିରି ଅଛି ବେଢ଼ିପାଉଁଶ ଗଦା ହୋଇଲା ଦେଲ ତାକୁ ପୋଡ଼ି ।ତୁମ୍ଭର ପେରୀହୋଇ କେ ଅଛି ଦେହ ଘେନିଅବହେଳେ ଜିଣପାର ସକଳ ମେଦିନୀ ।ଏବେ ଯେ ଦିଶିଲା ତୁମ୍ଭ ଭାଗ୍ୟବନ୍ତ ପଣକୃଷ୍ଣ ଜ୍ୟେଷ୍ଠଭାଇ ୟାଙ୍କ ନାମ ସଙ୍କର୍ଷଣ ।ଦାବାନଳର ପ୍ରଖର ତେଜ ଦେହେ ଲାଗିକୃଷ୍ଣ ମଲା ବୋଲି ଭାବି ପଳାଉଛି ବେଗି ।ବିପଦ କାଳରେ ଭାଇ ଛାଡ଼ି ପଳାଇଲେଯହିଁ ଡରୁଥିଲେ ତହିଁ ଆସି ପୋଡ଼ି ମଲେ ।ଦନ୍ତବକ୍ର ବୋଲେ ରାଜା କି କଥା ବିଚାରୁସମସ୍ତେ ହିଁ ବେଢ଼ି ମାର ସଙ୍କର୍ଷଣ ମରୁ ।କେ ବୋଲେ ଏଠାରୁ ଉଠି ଯିବ ଆଉ କାହିଁଆଣ୍ଠୁ ଗଣ୍ଠି ଭାଙ୍ଗିଅଛି ପର୍ବତରୁ ଡେଇଁ ।କେହୁ ବୋଲଇ ଏହା ତ ଅସମ୍ଭବ ବାଣୀନୟନରେ ଦେଖା ନାହିଁ କର୍ଣ୍ଣେ ନାହିଁ ଶୁଣି ।ଦ୍ୱାଦଶ ଯୋଜନ ଉଚ୍ଚ ଯେଉଁ ଗିରିବରତିନି ଯୋଜନ ସ୍ଥଳୀ ଯା ଯୋଜନେ ଓସାର ।ଏହାକୁ ଡେଇଁ ଯିବାକୁ କାହାର ସାହସଏଡ଼େ ବଡ଼ଲୋକ କିବା ଅଳ୍ପେ ଯାଇ ନାଶ ।ଏତେ ଭାଳି ସୈନ୍ୟ ଧାତିକାରେ ଗଲେ ଧାଇଁନୟନେ ଦେଖିଲେ ତାହା ରେବତୀର ସାଇଁ ।ହଳ ମୂଷଳ ସ୍ମରଣ କଲେ ହୃଦଗତେଆୟୁଧ ଆସି କରରେ ମିଳିଲା ତୁରିତେ ।ଦକ୍ଷିଣ କରେ ମୂଷଳ ବାମକରେ ହଳବିକ୍ରମ ସିଂହ ପରାୟେ ଦିଶେ କାମପାଳ ।ଦେଖିକରି ରାଜାଗଣେ ହୋଇଲେ ଆଶ୍ଚର୍ଯ୍ୟସୈନ୍ୟଙ୍କୁ ହକାରି ଆଜ୍ଞାଦେଲା ମହାରାଜ ।ଏକାହୋଇ ବଳରାମ ଭେଟ ପଡ଼ିଅଛିଏଥୁ ଉବୁରି ଗଲେ ତ ନୁହେଁ କାର୍ଯ୍ୟ କିଛି ।ହାତୀ ରଥୀ ଅଶ୍ୱ ସୈନ୍ୟ ପଦାତି ସହିତେବେଢ଼ିକରି ଧରି ମାର ଯେ ଯାହାର ମତେ ।ରାଜାର ଆଜ୍ଞା ପ୍ରମାଣେ ଧାମନ୍ତି ସଇନିକାମପାଳଙ୍କୁ ମାରନ୍ତି ଅସ୍ତ୍ର ଶସ୍ତ୍ର ଘେନି ।ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣବଜ୍ରନାଭ ନାରକା ଯେ ବାଣା ମହାରଣ ।ଶମ୍ବର ଶୌନିକ ଭଗଦତ୍ତ ବୀରସେନଦ୍ରୁପଦ ପୁରୁଜିତ ଯେ ରାଜା ଦୁର୍ଯ୍ୟୋଧନ ।କାଳିଞ୍ଜନ କୁନ୍ତଭୋଜ ଜୟଦ୍ରଥ ବୀରକୌଶିକ ପଦ୍ମକେଶର ସତ୍ୟବନ୍ତ ଧୀର ।ସୁବାହୁ ବୀରବାହୁ ଯେ ହରିସେନ ରାୟେଭୀଷ୍ମ ଦ୍ରୋଣ ଭୂରିଶ୍ରବା କୃପାଚାର୍ଯ୍ୟ ଯାଏ ।ରେରେକାର କରି ମାଡ଼ି ପଡ଼ି ଯେଝାମତେଧର ଧର ମାର ମାର ବୋଲନ୍ତି ସମସ୍ତେ ।ଛୁରୀ ଯମଦାଢ଼ ତୀର କମାଣ ଶକତିଶାବେଳି ଭୂଷଣ୍ଡି ଗଦା ଶସ୍ତ୍ର ନାନାଜାତି ।ଚନ୍ଦ୍ରକାନ୍ତି ପରିଘ ଯେ ଆଉ ତୀକ୍ଷ୍ଣ ମୁନାଅନିବାର ଶରମାନ ଧରିଛନ୍ତି ନାନା ।ଅନର୍ଯ୍ୟାପ୍ତ ସଇନିଏ ଏକମୁଖ ହୋଇହଳୀଙ୍କ ଅଙ୍ଗକୁ ଶସ୍ତ୍ର ବିନ୍ଧି ପରିଘାଇ ।ଏକଜଣ ଦଶସସ୍ର ଶର କରେ ଘେନିହଳୀଙ୍କୁ ବିନ୍ଧନ୍ତି ମିଳି ସକଳ ସଇନି ।ଶସ୍ତ୍ରଙ୍କର ତେଜ ଦେଖି ସେ ଦେବାଧି ରାୟେଅବ୍ୟକ୍ତ ବିଶ୍ୱ ମୂରତି ଧଇଲେ ସେ କାୟେ ।ଶ୍ରୀହସ୍ତେ ହଳ ମୂଷଳ ଘେନି କାମପାଳଶସ୍ତ୍ର ମାରନ୍ତେ ଦେଖାଇ ଦ୍ୟନ୍ତି ବକ୍ଷସ୍ଥଳ ।ମହା ମହା ଶରମାନ ତାଙ୍କ ଦେହେ ବାଜିଖଣ୍ଡ ଖଣ୍ଡ ହୋଇକରି ପଡ଼ୁଛନ୍ତି ଭାଜି ।ପୁଣି ଶସ୍ତ୍ର ଧରି ସର୍ବେ ମାରି ଯେ ଯାହାରେସବୁ ଶର ବାଜିଅଛି ହଳୀଙ୍କ ଶରୀରେ ।ଅତିବଳେ ବଳବନ୍ତ ରୋହିଣୀର ବତ୍ସିକୋଟିସିଂହ ପ୍ରାକର୍ମ ଯା ରୋମମୂଳେ ଅଛି ।କୀଟୁ ବ୍ରହ୍ମ ପରିଯନ୍ତେ ସବୁ ଦେହେ ପୂରିତାଙ୍କୁ ବଳି ସଂସାରରେ କେବା ଶସ୍ତ୍ରଧାରୀ ।ଅନନ୍ତ ମହୀଧର ଯେ ଦେବ ଦେହବନ୍ତାଠୁଳଶୂନ୍ୟ ବିବର୍ଜିତ ଶୟଳ ରଖନ୍ତା ।ଅନନ୍ତ ବିଶ୍ୱମୂର୍ତ୍ତି ଯା ଆଦିଅନ୍ତ ନାହିଁତାଙ୍କୁ ଘେରି ବନ୍ଦୀ କଲେ ପାରିଅବା କାହିଁ ।ଜରା ଆଦି ଚାରିଊଣା ଲକ୍ଷେକ ନୃପତିନୃପତିକେ ଦଶବିଂଶ କ୍ଷୌରୀ ସୈନ୍ୟ ଛନ୍ତି ।ରାଉତ ମାହୁନ୍ତ ରଥୀ ପଦାତି ସହିତେଅନର୍ଯ୍ୟାପ୍ତ ଶର ଧରି ମାରନ୍ତି ସମସ୍ତେ ।ବଜ୍ରଅଙ୍ଗ ପାତିଛନ୍ତି ଦେବ ଶୂଳପାଣିଶସ୍ତ୍ର ଉପୁଡ଼ି ପଡ଼ନ୍ତି ବର୍ଷା ପାଣି ଜାଣି ।ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣଶାଢ଼ୀ ପାଇ ଆଗୁଆଣି ହେଲେ ଚାରିଜଣ ।ବାମକରେ ଧନୁଶର ଧରି ଦୃଢ଼ମୁଷ୍ଟିତୂଣୀରେ ପୂରାଇଛନ୍ତି ବାଣ ଲକ୍ଷେ କୋଟି ।ଗୁଣ ଟଙ୍କାରିଣ ଧ୍ୱନି କରୁଛନ୍ତି ରାଗେରହ ରହ ବୋଲି ଉଭା ହେଲେ ଯାଇ ଆଗେ ।ବୋଲନ୍ତି ଆମ୍ଭ ମହିମା ଶୁଣିନାହୁଁ କାଳେପ୍ରାଣ ତୁ ଘେନି କି ଯିବୁ ଏଥୁ ଆଜ ଭଲେ ।ନିଶ୍ଚେଁ କୃତାନ୍ତକ ଦେବ ପୋଛିଲା ତୋ ପାଞ୍ଜିତୂଳା ପ୍ରମାଣରେ ମାଂସ ପକାଇବୁ ପିଞ୍ଜି ।ଏତେ ବୋଲି ଚାରିବୀରେ ବେଢ଼ି ଚାରିକତିପାର୍ଶ୍ୱେ ବେଢ଼ିଛନ୍ତି ପଞ୍ଚ ସହସ୍ର ନୃପତି ।ଏକମୁଖରେ ସମର କରନ୍ତି ସକଳଶ୍ରାବଣ ମାସରେ ଯେହ୍ନେ ବରଷା ପ୍ରବଳ ।ମେଘ ଘଡ଼ଘଡ଼ି ପ୍ରାୟେ ଶୁଭେ ଗୁଣମୁଷ୍ଟିଦିବସରେ ଅନ୍ଧକାର ଦିଶେ ନବସୃଷ୍ଟି ।ସୈନ୍ୟଙ୍କର ଆଗଭର ଦେଖି ନୀଳାମ୍ବରହଳ ମୁଷଳ ବୁଲାଇ ଧାଇଁଲେ ସତ୍ୱର ।ଦିବ୍ୟ ବିଶ୍ୱମୂର୍ତ୍ତି ବିକରାଳ ତେଜମୟେନୟନେ ଚନ୍ଦ୍ର ସୂର୍ଯ୍ୟକି ହୋଇଛି ଉଦୟେ ।ପ୍ରଖର ପବନ ବହେ ଅଣଚାଶ ଜାଣିଦନ୍ତବକ୍ର ରଥେ ତାହା ପିଟିଲାକ ଆଣି ।ବାମହସ୍ତରେ ମୂଷଳ ବୁଲାଇ ବୈରାଗେଶାଲ୍ୱରାଜା ରଥେ ନେଇ ପିଟି ତାହା ବେଗେ ।ଦୁର୍ଜ୍ଜୟ ବଜ୍ରାଘାତରେ ସେ ମୁଷଳ ବାଜିଏକାବେଳେ ଗଲା ଦୁଇଗୋଟି ରଥ ଭାଜି ।ଶତେଖଣ୍ଡ ହୋଇ ରଥ ଭାଙ୍ଗେ ଏକଘାଏସାରଥି ଚାରିଅଶ୍ୱେ ଯେ ମରିଲେ ସେଠାଏ ।ବିରଥୀ ହୋଇଲେ ଶାଲ୍ୱ ଦନ୍ତବକ୍ର ବେନିବିକଳେ ପଳାଇ ଗଲେ ହୋଇ ପାଦଗାମୀ ।ନିକଟେ ଦେଖିଲେ ଶିଶୁପାଳ ଯେ ରୁକ୍ମଣକରେ ଶସ୍ତ୍ର ଧରି ଆବୋରିଲେ ତତକ୍ଷଣ ।ଦେଖିକରି କୋପଭର ହେଲେ ହଳପାଣିଏକାବେଳେ ଲଙ୍ଗଳକୁ ପ୍ରହାରିଲେ ପୁଣି ।ନିର୍ଘାତ ଶବଦ ପ୍ରାୟେ ଶୁଭେ ପରଚଣ୍ଡାବେନି ରହୁବର ଭାଙ୍ଗି ହେଲେ ମସିଗୁଣ୍ଡା ।ବିକଳେ ପଳାଇ ଗଲେ ଦୁହେଁ ପ୍ରାଣ ଘେନିଦେଖିଣ ଶଙ୍କା ପାଇଲେ ସକଳ ସଇନି ।ରଥୀ ମହାରଥୀ ସହିତରେ ଆଦିକରିବଳରାମ ମୂର୍ତ୍ତି ଦେଖି ଗଲେ ଅପସରି ।ହାତୀ ରଥୀ ପୁଣି ଅଶ୍ୱ ପଦାତି ବହୁତସର୍ବଯୋଦ୍ଧା ପଳାଇଲେ ହୋଇ ମହାଭୀତ ।ପଳାନ୍ତି ସଇନିମାନେ ପଛକୁ ନ ଚାହିଁଗୋଡ଼ାଇ ଯାଆନ୍ତି ସ୍ୱମୀ ମୂଷଳ ବୁଲାଇ ।ସୈନ୍ୟ ପଳାଇବା ଦେଖି ମଗଧ ନୃପତିକାମପାଳ ଆଗେ ରଥ ଟେକିଲା ତଡ଼ତି ।ମାର ମାର ବୋଲି ସୈନ୍ୟ ଡାକି ମହାରାୟେମୁଁ ଥାନ୍ତେ କାହାକୁ ଅଛି ତୁମ୍ଭରରେ ଭୟେ ।ପର୍ବତ ଉପରେ କୃଷ୍ଣ ଭସ୍ମ ହେଲା ପୋଡ଼ିଏକ୍ଷଣି ମରିବ ଏ ତ ଆଗେ ଅଛି ପଡ଼ି ।ଅନେକ ଶାସ୍ତି ଦେଇଣ ମାରିବଇଁ ଆଜତେବେ ସୁଫଳ ହୋଇବ ନିଶ୍ଚେ ମୋର କାର୍ଯ୍ୟ ।ଏତେ ବୋଲି ଧନୁ ରାୟେ ଧରେ ବାମକରସାରଥିକୁ ଆଜ୍ଞାଦେଲେ ବାହା ରହୁବର ।ଶୁଣି ସାରଥି ଚଳାଏ ରଥ ଅନ୍ତରୀକ୍ଷେଚାରିଊଣା ଲକ୍ଷେରାଜା ଯାନ୍ତି ପଛେ ପଛେ ।ଆଗେ ଓଗାଳିଲା ଯାଇ ସଂକୋଚନ ସୁତଅକଳିତ ସୈନ୍ୟ ତାର ନ ଯାଏ କଥିତ ।ବାରା ବଜ୍ରନାଭ ଆଉ ନାରକା ଶମ୍ବରଦୁର୍ଯ୍ୟୋଧନ ଆଦିକରି ବହୁ ନୃପବର ।ଜରାସନ୍ଧ ପାରୁଶରେ ସର୍ବେ ଛନ୍ତି ଖଟିଏକୁଁ ଆରେକ ଯୋଦ୍ଧା ଯେ ଲକ୍ଷେ ନବକୋଟି ।କୋପମୁଖରେ ନୃପତି ପେଶେ ମୋହଶରଦୁସ୍ତର ବର୍ଷାରେ ଯେହ୍ନେ ବର୍ଷେ ଜଳଧର ।ଏକା ବଳଦେବ ଅଙ୍ଗେ ଅସ୍ତ୍ରମାନ ପଡ଼ିଥୋକେ ଭାଙ୍ଗନ୍ତି ଥୋକାଏ ପଡ଼ନ୍ତି ଉପୁଡ଼ି ।କୋପେ ଜରା ଦଶସସ୍ର ନାରାଚ ପୂରାଇକାମପାଳଙ୍କ ଅଙ୍ଗରେ ବିନ୍ଧିଲା ତୁହାଇ ।କଙ୍କପକ୍ଷ ତୀକ୍ଷ୍ଣମୁନା ପଚିଶ ପୂରାଇନିଃଶ୍ୱାସ ମାତ୍ରକେ ପେଷେ କୋପଭର ହୋଇ ।ପୁଣି ଶତେକ ନାରାଚ ବିନ୍ଧେ ଚଉକତିମେଘ ଅଗ୍ନିଶର ପେଷେ ହୋଇ କୋପମୂର୍ତ୍ତି ।ରଥୀ ମହାରଥୀ ଆଉ ପଦାତି ସହିତେଅନର୍ଯ୍ୟାପ୍ତ ଶରବୃଷ୍ଟି କରି ଯେଝାମତେ ।ରଣ ଝଣ ଝଙ୍କାରରେ କରି ଶରବୃଷ୍ଟିଭୂମିରୁ ସ୍ୱରଗ ଯାଏ ପୂରିଅଛି ସୃଷ୍ଟି ।ଅକ୍ଷୟ ଅଜ୍ରାମର ଯେ ଆଦି ଅନ୍ତ ନାହିଁଅଗ୍ନିଶର ବିନ୍ଧିଲେ ନ ଲାଗେ ତାର ତହିଁ ।ଶସ୍ତ୍ର ମାରି ଅଙ୍ଗଭେଦ କରିବ କେ ତାକୁକେ ଆଗେ ଛିଡ଼ା ହୋଇବ ଏଡ଼େ ଧରି ବୁକୁ ।ଅନନ୍ତ ଯେ ଶେଷଦେବ କ୍ଷୀରସିନ୍ଧୁ ଶାୟୀଅଚିନ୍ତ୍ୟ ଚିନ୍ତାମଣି ଯେ ପ୍ରଭୁ ଭାବଗ୍ରାହୀ ।ନୃପତିମାନେ ତାହାଙ୍କୁ ଜରାର ସହିତେଅବିଚ୍ଛିନ୍ନେ ନାରାଚକୁ ବିନ୍ଧି ଯେଝାମତେ ।ଜୁଳୁଜୁଳା ପୋକ ପ୍ରାୟେ ସ୍ୱର୍ଗେ ଖସିପଡ଼ିଥୋକେ ଉପୁଡ଼େ ଥୋକାଏ ଅଧବାଟୁଁ ଝଡ଼ି ।ଲୁହାରେ ଲୁହା ବାଜିଣ ହୁଏ ସମତାଳଉଠେ ଅଗ୍ନିଶିଖା ଯେହ୍ନେ ମଧ୍ୟାହ୍ନର ବେଳ ।ଢୋଲ ମା ଟମକ ଯେ ବାଜେ କରତାଳଭୂଲୋକ ଆଦି କରିଣ କମ୍ପେ ସ୍ୱର୍ଗଆଳ ।ଟଳମଳ ବସୁନ୍ଧରା ବ୍ରହ୍ମାଣ୍ଡ ଯେ ତିନିଚାରିଊଣା ଲକ୍ଷେ ନରପତିଙ୍କ ସଇନି ।ଏକା ଜଣକୁ ସମସ୍ତେ ଅସ୍ତ୍ରାନ୍ତ ସନ୍ଧିଲେଦେବଶର ଆଦିକରି ରିଝାରି ବିନ୍ଧିଲେ ।କୌଣସି ଶସ୍ତ୍ର ନ କାଟେ ବଳଦେବ ଅଙ୍ଗେଲଜ୍ଜାପାଇ ରାଜାମାନେ ରହି ମାନଭଙ୍ଗେ ।ସୈନ୍ୟଙ୍କୁ ଚାହିଁଣ ବୋଇଲେକ ନୀଳାମ୍ବରଆରେ ଆଉ କେତେ ଅସ୍ତ୍ର ଅଛିରେ ତୁମ୍ଭର ।ଏ ଶସ୍ତ୍ରମାନଙ୍କେ ହୁଏ ଆମ୍ଭଙ୍କୁ କି ଜିଣିଦେବଶସ୍ତ୍ର ଶିଖିଥିଲେ ପ୍ରହାରରେ ଆଣି ।ଏସନ ବାକ୍ୟ ଶୁଣିଣ ରାଜା ଦୁଷ୍ଟବଳେପୁନରପି ବହୁଶର ପେଷ ଅଙ୍ଗଛଳେ ।ବାଣାସୁର କରେ ଧରି ମାଇଲା ଶକତିଗରୁଡ଼ାସ୍ତ୍ର ପେଷେ ବଜ୍ରନାଭ ନଭପତି ।ରୁଦ୍ରଶର ପେଷେ ବେଗେ ନାରକା ଅସୁରନାରାୟର ଶର ମନ୍ତ୍ର ପେଷଇ ସମ୍ବର ।ଆପଣେ ଜରାସନ୍ଧ ଯେ ଭୈରବାସ୍ତ୍ର ମାରିବିଜେ ଶକ୍ତି ମାରେ ମୃଗସେନ ଦଣ୍ଡଧାରୀ ।କଳିଙ୍ଗସେନ ପେଷଇ ଲୌହ ପଞ୍ଚବାଣକଙ୍କପକ୍ଷ ଦଶବାଣ ମାରେ ଦୁର୍ଯ୍ୟୋଧନ ।ଭୀଷ୍ମ ବିଂଶବାଣ ମାଇଲେକ ଖଣ୍ଡେଦୂରୁହାବୋଡ଼ା ତୀକ୍ଷ୍ଣ ନାରାଚ ମାରି ଦ୍ରୋଣଗୁରୁ ।କର୍ଣ୍ଣ ଏକାଦଶ ବାଣ ଦୁଃଶାସନ ସାତଚଉଦ ବାଣ ପେଷଇ ବୀର ଜୟଦ୍ରଥ ।ଅଶ୍ୱତ୍ଥାମା ତିନିବାଣ ସନ୍ଧିକରି ପେଷିନମସ୍କାର କରି ବାଣ ମାରି କୃତକେଶୀ ।ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣଅଭିମନ୍ତ୍ର କରି ପେଷି ସସ୍ରେ ସସ୍ରେ ବାଣ ।ଦ୍ରୁପଦ ବିରାଟ ରାଜା ଆବର କୌଶିକହରିସେନ ଶିବସେନ ସୁବାହୁ ଭୀଷ୍ମେକ ।ଏହିମାନେ ବାଛି ବାଛି ତୀକ୍ଷ୍ଣ ଶରମାନବଳରାମଙ୍କ ଉପରେ କରନ୍ତି ସନ୍ଧାନ ।ଶୁଣ ପରୀକ୍ଷିତ ରାଜା ବଦୟନ୍ତି ଯତିଇତି ଶିରୀ ହରିବଂଶ ପୁରାଣର କୀର୍ତ୍ତି ।ଶ୍ରୀବିଷ୍ଣୁଙ୍କ ପୁରାଣ ଏ ୟାର ଅନ୍ତ ନାହିଁସିନ୍ଧୁ ଶୁଖାଇ ପାରିବ କେବା କରେ ବୋହି ।ଏ ରୂପରେ ଚାରିଊଣା ଲକ୍ଷେରାଜା ସୈନ୍ୟବଳରାମ ପରେ ଶସ୍ତ୍ର କରନ୍ତି ସନ୍ଧାନ ।ବାଲି ପକାଇଲେ ସିନ୍ଧୁ ହୋଇବ କି ପୋତିପିମ୍ପୁଡ଼ିମାନେ କି ଗିରି ଉପାଡ଼ି ପାରନ୍ତି ।ହସ୍ତୀକୁ ମଶକେ କାହୁଁ ବିନାଶି ପାରନ୍ତିଶୃଗାଳ କି ମାରିପାରେ ଶାର୍ଦ୍ଦୂଳ ନୃପତି ।ତେସନ ପ୍ରକାରେ ରାଜାମାନଙ୍କର ଯୁଦ୍ଧଦିକ୍ପାଳ ଦେବେ ଦେଖନ୍ତି ଥାଇ ସ୍ୱର୍ଗମଧ୍ୟ ।ବୃହସ୍ପତି ବୋଇଲେକ ଶୁଣ ସୁରରାୟେଦେଖ ଏବେ ତୁମ୍ଭେ ହଳୀଙ୍କର ବିଶ୍ୱକାୟେ ।ଯୋଦ୍ଧାଙ୍କର ଶର ବାଜେ କାମପାଳ ଅଙ୍ଗେନିଃଶଙ୍କରେ ଛିଡ଼ା ହୋଇଛନ୍ତି କେହ୍ନେ ଆଗେ ।ଅଚଳ ପର୍ବତ ପ୍ରାୟ ଅଛନ୍ତି ସେ ରହିରାଜାମାନେ ଫୁଟିଲେଣି ମହାଲଜ୍ଜା ପାଇ ।ଏସନକ ବିଚାରକୁ କରି ସୁରଗଣହଳ ମୂଷଳ ବୁଲାଇ ଧାଇଁ ସଂକର୍ଷଣ ।ବକପକ୍ଷୀ ଦେଖି ଯେହ୍ନେ ଶାମଳ ଧାମଇଁସୌନନ୍ଦ ମୁଷଳ ଧରି ପିଟିଲେ ବୁଲାଇ ।ହୁଂକାର ନାଦ କରିଣ ପିଟନ୍ତେ ସେ ଘୋଟିପଡ଼ିଲେ ମୁକୁଟବନ୍ଧା ଯୋଦ୍ଧା କୋଟି କୋଟି ।ରଥର ଉପରେ ରଥ କଚାଡ଼ନ୍ତି ଧରିଗଜ ଉପରେ ଗଜକୁ ପିଟି ରୋଷଭରି ।ପାଦରେ ମର୍ଦ୍ଦନ୍ତି କାକୁ ମାରନ୍ତି ଯେ ନାତମୁଷଳ ମାରି କାହାକୁ ହସ୍ତରେ ନିପାତ ।ପଡ଼ିଲେ ଅନେକ ଯୋଦ୍ଧା ଚତୁରଙ୍ଗ ବଳଉଲ୍ଲୋଳ ପ୍ରଖରେ ରକ୍ତ ବହେ ବେନିତାଳ ।ହାତୀ ରଥୀ ମଡ଼ା ଅଶ୍ୱ ପଦାତିକ ମୂଳେକାଠଭେଳା ପ୍ରାୟେ ଭାସିଯାନ୍ତି ରକ୍ତଜଳେ ।ଚଣ୍ଡୀ ଚାମୁଣ୍ଡା ମାତଙ୍ଗୀ ଦେବୀ ଭଦ୍ରକାଳୀରକ୍ତ ମାଂସ ଖାଇ ତହିଁ କରିଲେକ କେଳି ।ବୀରତୂର ବାଜଣା ଯେ ବାଜେ ଲକ୍ଷକୋଟିସହସ୍ର ସଂଖ୍ୟା କବନ୍ଧ ନୃତ୍ୟ କଲେ ଉଠି ।ଏସନ ମାରନ୍ତେ ସୈନ୍ୟ ପଶି କାମପାଳଭୟେ ଭାଜି ପକାଇଲେ ଜରାସନ୍ଧ କଳ ।ବସାଭଗ୍ନେ ପକ୍ଷୀ ଯେହ୍ନେ ବିଚଳିତ ଚିତ୍ତଜାଲରୁ ଫିଟି ଯେସନ ଯାନ୍ତି ମୀନଯୂଥ ।ବ୍ୟାଧକୁ ଦେଖି ପଳାଏ ଯେହ୍ନେ ମୃଗ ଡରେଛାଗଳ ନ ରହେ ଯେହ୍ନେ ବ୍ୟାଘ୍ରର ଛାମୁରେ ।ସେପରି ଲୋକେ ପଳାନ୍ତି ସଂଗ୍ରାମକୁ ଛାଡ଼ିପ୍ରାଣ ବିକଳେ ଧାମନ୍ତି ହୋଇ ତଡ଼ବଡ଼ି ।ପ୍ରଳୟ କାଳ ପଡ଼ିଲେ ଯେହ୍ନେ ହତମେରୁଧନ ତେଜି ଜୀବ ଘେନି ପଳାଏ କେ ଦୂରୁ ।ତିନିତାଳ ଉଚ୍ଚେ ମଡ଼ା କୁଢ଼ ଜମା ହେଲାଭାଗ୍ୟବନ୍ତ ଲୋକ ତହୁଁ ଉବୁରିଣ ଗଲା ।ରଥର ଉପରେ ଗଜ ପଡ଼ିଲେକ ମାଡ଼ିଅଶ୍ୱ ସଙ୍ଗତେ ପଦାତି ହେଲେ ଗଡ଼ାଗଡ଼ି ।ଆନୁ ଆନରୂପ ସ୍ୱାମୀ ବଳରାମ ଧରିଚାରିଊଣା ଲକ୍ଷେରାଜା ସୈନ୍ୟ ଶେଷକରି ।ଜାନୁ ଭଗ୍ନ ହେଲା କାର ଭଗ୍ନ ହେଲା ମୁଣ୍ଡମୁଷଳ ବା ଜିଣ କାର ଭାଙ୍ଗେ ଭୁଜଦଣ୍ଡ ।ଆଣ୍ଠୁ ଭାଙ୍ଗିଗଲା କାର ଭାଙ୍ଗେ ବକ୍ଷସ୍ଥଳବହୁ ପ୍ରାଭବ ପାଇଲେ ନୃପତି ସକଳ ।ଜରାକୁ ଛାଡ଼ି ପଳାନ୍ତି ସର୍ବେ ଭୟ ପାଇନୃପତି ଏକା କେ ଅଛି ଆରମ୍ଭ ଦେଖାଇ ।ଦେଖିଣ ରାମ ବିକ୍ରମ ସ୍ୱରୂପକୁ ଧରିରଥର ପରେ ମୁଷଳ ପିଟି ରୋଷଭରି ।ଖଣ୍ଡ ବିଖଣ୍ଡ ହୋଇଣ ପଡ଼େ ରହୁବରଅଖ ଚକ ଦଣ୍ଡାମାନ ସବୁ ହେଲା ଚୂର ।ନିର୍ଘାତ ଶବଦ ପ୍ରାୟ ଶୁଭିଲାକ ରଡ଼ିସାଥି ଅଶ୍ୱ ସହିତେ ମଲେ ତଳେ ପଡ଼ି ।ରଥଗୋଟି ଭାଙ୍ଗିଯାନ୍ତେ ମଗଧ ନୃପତିଧାଇଁ ଧପଡ଼ିଣ ରଥୁଁ ଉତୁରି ତଡ଼ତି ।ବାସ୍ତରି ଭାର ଗଦାକୁ ଘେନି ନିଜକରେବଳରାମଙ୍କ ଉପରେ ପିଟେ ଧାତିକାରେ ।ଦେଖି କାମପାଳ ପ୍ରଭୁ ଲଙ୍ଗଳ ପ୍ରହାରିଉଠିଲା ପ୍ରଚଣ୍ଡ ବହ୍ନି ସର୍ବ ବସୁନ୍ଧରୀ ।ପୁଣି ଚକ୍ରଗତି କରି ମଗଧ ନୃପତିଖଣ୍ଡେଦୂରେ ଉଭା ହେଲା କରି ପାଦଗତି ।ପୁଣି ମନେ ବିଚାରଇ ଧରିବି ଆଣ୍ଟରେବେକଷଣ୍ଢା ମୋଡ଼ି ପେଷିଦେବି ଯମପୁରେ ।ଏହାର ପାଇଁକି ପଛେ ଜୀବ ଯାଉ କିନାସମର ସରୁ ପଛକେ ନାହିଁ ମୋ ଭାବନା ।ନାନା ପରକାରେ ଆଜ ଏହାକୁ ମାରିବିନୋହିଲେ ତୋ ପାଇଁ ପଛେ ମରିଲେ ମରିବି ।ଆବର ଦେଖିଲା ତାଙ୍କ ସଙ୍ଗେ କେହି ନାହିଁଜୀବ ବିସର୍ଜନ କରି ପଡ଼େ ବେଗେ ଧାଇଁ ।ବଳରାମ ଅଣ୍ଟାଧରି ଭିଡ଼ି ରୋଷଭରେକଚାଡ଼ି ଦେଲେ ପର୍ବତେ ବୁଲାଇଣ ଥରେ ।ଏମନ୍ତ ବିଚାରି ମାଡ଼ି ବସିବ ବୋଲିଣମନ କରନ୍ତେ ତା ଜାଣିପାରି ସଙ୍କର୍ଷଣ ।ଦକ୍ଷିଣ ପାଦ ସିଞ୍ଚାଡ଼ି ଦେଲେ ତତକ୍ଷଣିଘୁମାଇ ପଡ଼ିଲା ଜରା ଖଣ୍ଡେ ଦୂରେ ପୁଣି ।ଦେଖିଣ ପ୍ରତିଜ୍ଞା କରି ଧାଇଁ ହଳପାଣିକେଶ ଧରିଣ ଜରାକୁ ବନ୍ଦୀ କଲେ ଆଣି ।ଜରାସନ୍ଧର ଯେତେକ ସୈନ୍ୟ ରହିଥିଲେରାଜା ବନ୍ଦୀ ହେବା ଦେଖି ସର୍ବେ ପଳାଇଲେ ।ଜରାସନ୍ଧେ କାଖେ ଯାକି ପ୍ରଭୁ ହଳପାଣିଆନନ୍ଦରେ ଚାଲିଯାନ୍ତେ ମତ୍ତଗଜ ଜାଣି ।ଜଗନ୍ନାଥେ ଚାହିଁ ଛନ୍ତି ଗିରିପରେ ଥାଇଦେଖନ୍ତି ଜରାକୁ ନ୍ୟନ୍ତି ରେବତୀର ସାଇଁ ।ଗିରି ପୋଡ଼ିଯାନ୍ତେ ଜୀବଜନ୍ତୁଏ ଆରତଦୟାବନ୍ତ ସ୍ୱାମୀ ତାହା ଦେଖନ୍ତି ସାକ୍ଷାତ ।ମେଘକୁ ଆଜ୍ଞା ଦେଲେ ତୁ ଏକ୍ଷଣି ବର୍ଷିବୁଆଜ୍ଞା ପାଇ ମେଘମାନେ ଏକ ହେଲେ ସବୁ ।ପୁଣି ମନେ ବିଚାରିଲେ ଅନାଦି ମାଧବଘୋଟୁ ଘୋଟୁ ଘଡ଼ିଏକ ବିଳମ୍ବ ହୋଇବ ।ଚାହୁଁ ଚାହୁଁ ପୋଡ଼ିଯିବେ ଜୀବଜନ୍ତୁମାନେକିପରି ଉଦ୍ଧାର ହେବେ ଏଥିରୁ ଏମାନେ ।ଏତେ ବୋଲିଣ ବିକ୍ରମ ରୂପକୁ ସେ ଧରିଅଙ୍ଗୁଷ୍ଠି ଘେନି ପର୍ବତ ଯାକି ଆଣ୍ଟ କରି ।ଡେଇଁବା ବେଳରେ ଗିରି ତଳେ ଗଲା ଲସିରସାତଳରେ ପର୍ବତ ପ୍ରବେଶଇ ଆସି ।ସେ ବାଟେ ପାତାଳୁ ପଡ଼େ ଉଛୁଳି ସଲିଳସୂର୍ଯ୍ୟମଣ୍ଡଳକୁ ଜିଣି ଉଠେ ମହାଜଳ ।ବତିଶ ଯୋଜନ ପାଞ୍ଚଯୋଜନ ଓସାରଗିରି ଲସି ସରୋବରେ ହୋଇଲା ଏଠାର ।ପହଁରିଣ ଜନ୍ତୁମାନେ କୂଳରେ ଲାଗିଲେଦରପୋଡ଼ା କାଠ ସବୁ ଜଳେ ଭାସିଗଲେ ।ଜୀବମାନେ ମହାସୁଖେ ଖାଇ ତହୁଁ ପାଣିବତିଶ ଯୋଜନ ଦୀର୍ଘେ ଉଠେ ତରଙ୍ଗିଣୀ ।ସମସ୍ତେ ଆଶ୍ଚର୍ଯ୍ୟ ହେଲେ ନେତ୍ରେ ତାହା ଦେଖିସର୍ବଜନ୍ତୁ ଉପକାର କଲେ ପଦ୍ମଆଖି ।ଶୁକ ପରୀକ୍ଷେ ବଦନ୍ତି ଶୁଣ ମହାଯତିଇତି ଶିରୀ ହରିବଂଶ ପୁଣ୍ୟମୟ କୀର୍ତ୍ତି ।ପର୍ବତ ଉପରୁ ହରି ବିକ୍ରମିଣ ଯାନ୍ତେବିଦ୍ୟାଧରି ନୃତ୍ୟକଲେ ମିଳି ଶୂନ୍ୟପଥେ ।ଗନ୍ଧର୍ବେ ଗାଇଲେ ଗୀତମାନ ତାଳ ଧରିମୁନିମାନେ ସାମବେଦ ପଢ଼ିଲେ ଉଚ୍ଚାରି ।ଆନନ୍ଦରେ ସିଦ୍ଧଗଣ ସ୍ୱସ୍ତି ସ୍ୱସ୍ତି ଭଣିଅପସରାମାନେ ପୁଷ୍ପ ବରଷିଲେ ଆଣି ।କୈଳାସ କନ୍ଦରେ ଥାଇ ଭବାନୀ ଶଙ୍କରସିଂହନାଦ ବଜାଇଣ କଲେ ଜୟକାର ।ଇନ୍ଦ୍ର ଆଦି କରେ ଯେତେ ଦେବତା ନିଚୟସାନନ୍ଦରେ ସ୍ୱର୍ଗେ ଥାଇ କଲେ ଜୟ ଜୟ ।ଅନେକ ଦୂର ପର୍ଯ୍ୟନ୍ତ ଶ୍ରୀହରି ଚଳିଲେବାରୁଣା ପର୍ବତେ ଯାଇ କ୍ଷଣକେ ମିଳିଲେ ।ଡଗରେ କହିଲେ ଯାଇ ଯୁଧିଷ୍ଠି ଅଗ୍ରତେଭୋ ଦେବ ତୁମ୍ଭପୁରରେ ବିଜେ ଜଗନ୍ନାଥେ ।ବଳଦେବ ଆଦି ସଙ୍ଗେ କେହି ଜଣେ ନାହିଁଶ୍ରୀପୟରେ ବିଜେକରି ଆସନ୍ତି ଗୋସାଇଁ ।ଡଗରା ବାରତା ଶୁଣି ଯୁଧିଷ୍ଠିର ରାଜବୋଇଲେ କୃତାର୍ଥ ହେଲି ନିସ୍ତରିଲି ଆଜ ।ଜଗବନ୍ଧୁ ନାଥ ମୋର ପୁରେ ବିଜେ କଲେଏଥିରୁ ପୁଣ୍ୟ ଅଧିକ ଅଛି କି ମୋ ଭାଲେ ।ଏତେକ ବୋଲିଣ ଭୀମ ଅର୍ଜ୍ଜୁନ ଯୁଧିଷ୍ଠିନକୁଳ ସହଦେବ ଯେ ଚଳିଲେ ପାଛୋଟି ।ନଗ୍ରରୁ ବାହାର ହୋଇ ଖଣ୍ଡେଦୂର ଲାଗେଦେଖିଲେ ଶ୍ରୀଜଗନ୍ନାଥ ଆସୁଛନ୍ତି ଆଗେ ।ନୀଳ ଇନ୍ଦୀବର ପ୍ରାୟେ ବିରାଜଇ ତନୁନିର୍ମଳ ଗଗନେ ଯେହ୍ନେ ଶୋହେ ଇନ୍ଦ୍ରଧନୁ ।ଗଗନେ ଆର୍ଦ୍ରାବଳି କି ତେଜ ବିଶ୍ୱମୟେଅଶେଷ କୋଟି କନ୍ଦର୍ପ କି ଅବା ଉଦୟେ ।ସବୁ ଜନ ପ୍ରଜା ଦେଖି ହୋଇଲେକ ମୋହିବୋଇଲେ ନିଶ୍ଚୟ ପ୍ରଭୁ ନାରାୟଣ ଏହି ।କେହୁ ବୋଲନ୍ତି ଆମ୍ଭର ବହୁତର ପୁଣ୍ୟକମଳାକାନ୍ତକୁ ଆଜି ଦେଖିଲୁ ନୟନ ।ଏହାଙ୍କ ବାସ ବୈକୁଣ୍ଠେ ଏହି ଅନ୍ତର୍ଯ୍ୟାମୀଦେବାଧିଦେବଙ୍କ ପରେ ଏ ତ ଶିରୋମଣି ।ପୃଥିବୀର ଭାରାଭର ନିବାରିବା ପାଇଁକଉତୁକେ ଜାତ ମର୍ତ୍ତ୍ୟେ ନରତନୁ ବହି ।ଅକ୍ଷୟ ଆଜରାମର ପ୍ରଭୁ ବିଶ୍ୱବାସସନ୍ଥଜନ ପାଳିବେ ଏ ଦୁଷ୍ଟ କରି ନାଶ ।ଏସନ ବିଚାର କରୁଛନ୍ତି ନର ନାରୀଜଗବନ୍ଧୁ ପଛେ ପଛେ ଯାନ୍ତି ଅନୁସରି ।କୁଳବଧୂମାନେ ଲଜ୍ଜା ଛାଡ଼ିଣ ଆରତକେଶବାସ ଅସମ୍ଭାଳେ ହୋଇ ଏକଚିତ୍ତ ।କେ ବୋଲେ ଏହାକୁ ଯେଉଁ ବିଧାତା ଗଢ଼ିଲାବୈକୁଣ୍ଠେ ନ ରଖି କିପାଁ ମର୍ତ୍ତ୍ୟକୁ ଆଣିଲା ।ଭ୍ରୂଲତାକୁ ଫୁଲାଇଣ ଚାହାନ୍ତି ଅପାଙ୍ଗେବିନ୍ଧେ ପଞ୍ଚବାଣ ଯାଇ କାମିନୀଙ୍କ ଅଙ୍ଗେ ।ରାଜହଂସ ଲୀଳା ନିନ୍ଦେ ଚାଲିବାର ଠାଣିଅଣ୍ଡିର କୋକିଳ ପରି କହିବାର ବାଣୀ ।ସୁସଞ୍ଚ ନାସିକା ତାଙ୍କ ବଧୂଲି ଅଧରସିନ୍ଦୂରେ ମୁକୁତା ଶୋଭାପାଏ ଯେ ପ୍ରକାର ।ସଂକୀର୍ଣ୍ଣମଝା ଶଙ୍କର ଡମ୍ବରକୁ ଜିଣିମତ୍ସ୍ୟ ଅଙ୍କିତ ଲୋହିତ ଦିଶେ ପାଦପାଣି ।ବିସ୍ତାରିତ ବକ୍ଷମୂଳ ଜାନୁ ଯାଏ ଭୁଜକଲ୍ଲୋଳ କର୍ଣ୍ଣମୂଳ ଯା ଅତିଶୟ ତେଜ ।ଅଙ୍ଗୁଷ୍ଠି ଚମ୍ପକ କଢ଼ୀ ପ୍ରାୟେ ଦିବ୍ୟ ଶୋଭାମସ୍ତକରେ ବାନ୍ଧିଅଛି ଜାଈଫଳ ଗଭା ।ଭୂମିକି ଆକର୍ଷି ଚାଲୁଛନ୍ତି ସିଂହଠାଣିଦେଖିଣ ମୂର୍ଚ୍ଛି ପାରିବ କେବଣ ତରୁଣୀ ।ଚାଚର ଚିକୁର କେଶ ଅତିଶୟ ଘନଚାହାଣୀ ଛଟକେ ମୋହୁଛନ୍ତି ତ୍ରିଭୁବନ ।କେ ବୋଲଇ ମୋହ ଘରବରେ କାର୍ଯ୍ୟ ନାହିଁଏହାର ପାଶେ ଥିବଇଁ ଦାସୀ ପ୍ରାୟ ହୋଇ ।ଏତେ ବୋଲି ନରନାରୀ ଧାମନ୍ତି ଆରତେବାରୁଣାବନ୍ତେ ଉଚ୍ଚାଟ ହୋଇଲେ ସମସ୍ତେ ।ଶ୍ରୀକୃଷ୍ଣ ସଙ୍ଗେ ସକଳେ ଅଛନ୍ତି ଗୋଡ଼ାଇଥୋକାଏ ଦୂରେ ପାଣ୍ଡବେ ଭେଟିଲେକ ଯାଇଯୁଧିଷ୍ଠିଙ୍କ ମୁଖ ଚାହିଁ ପ୍ରଭୁ ବନମାଳୀଛାମୁରେ ନିଉଛାଳିଣ ଶୋଇ ଗଢ଼ଘାଲି ।ମନ୍ତ୍ରୀ ସହଦେବ ଆଉ ନକୁଳ ଅର୍ଜ୍ଜୁନନମସ୍କାର କଲେ ଯାଇ ଗୋବିନ୍ଦ ଚରଣ ।ଜଗବନ୍ଧୁ ଅର୍ଜ୍ଜୁନକୁ ସମ୍ଭାଷଣ କଲେଶ୍ରୀକରେ ଦେବ ଆଉଁଷି ମୁଖେ ଚୁମ୍ବ ଦେଲେ ।ନିସ୍ତରିଗଲି ବୋଲନ୍ତି ଲକ୍ଷ୍ମୀଦେବୀ ସାଇଁଅନେକ କଲ୍ୟାଣ କଲେ ପୁଣି ତାହାକୁହିଁ ।ନକୁଳ ସହଦେବ ଏ ସମ୍ଭାଷଣ କରିଇଷ୍ଟବନ୍ଧୁ ମର୍ଯ୍ୟାଦାକୁ କଲେ ଯେ ଯାହାରି ।କୁଇନ୍ତା ନନ୍ଦନ ଧର୍ମଶୀଳ ଯୁଧିଷ୍ଠିରଜଗନ୍ନାଥ ରୂପ ଦେଖି ଆନନ୍ଦ ଅପାର ।ଅନେକ ଚାଟୁ ବଚନ ପ୍ରବୋଧି କହିଲେନବର ଭିତରେ ପ୍ରଭୁ ବିଜେ କରିଗଲେ ।ଯେ ସ୍ଥାନରେ ବିଜେ କୋନ୍ତଭୋଜର ନନ୍ଦିନୀସେ ସ୍ଥାନେ ପାଣ୍ଡବ ସହ ମିଳି ଚକ୍ରପାଣି ।ଏକତ୍ରେ ଯାଇଣ କୁନ୍ତୀ ପାଦରେ ଶୁତିଲେସୋମବଂଶ ଠାକୁରାଣୀ ଦେଖି ହୃଷ୍ଟ ହେଲେ ।କୁଇନ୍ତା ବୋଇଲେ ଉଠ ଉଠ ଚକ୍ରପାଣିଉଠ ଉଠ ପୁତ୍ରେ ମୋର କୁଳର କାରେଣୀ ।ଧନ୍ୟ ଧନ୍ୟ ପୁତ୍ରେ ସୋମବଂଶର ଧାରଣତୁମ୍ଭର ବଂଶରେ ଛନ୍ତି ଦେବ ନାରାୟଣ ।ସର୍ବ ଅନ୍ତର୍ଯ୍ୟାମୀ ନାଥ କଳପନାନିଧିଅଷ୍ଟଧାତି ନାଟକାଦି ପାର ତୁମ୍ଭେ ସାଧି ।ଧନ୍ୟ ମୋହର ଭଗିନୀ ଅଟେ ତୁମ୍ଭ ମାତଅନ୍ତର୍ଯ୍ୟାମୀ ପୁରୁଷଙ୍କୁ ଗର୍ଭୁ କଲା ଜାତ ।ଅଶେଷ ବ୍ରହ୍ମାଣ୍ଡ ରୋମେ ଅଛନ୍ତି ଯେ ବହିସ୍ତିରୀମାତ୍ର ହୋଇ ଗର୍ଭେ ଧରେ ତାହାଙ୍କୁହିଁ ।ଧନ୍ୟ ମୋହର କନକ ଧନ୍ୟ ମୋର ମାୟେଚର୍ମ ନୟନେ ଦେଖିଲି ଦିବ୍ୟ ଜ୍ୟୋତିର୍ମୟେ ।ଶୁଭାଶୁଭ କର୍ମ ବାବୁ ଆନ କରିପାରୁଅଭିମାନ ଭଞ୍ଜନ ତୁ ଆଶା କଳ୍ପତରୁ ।ଅପାର ମହିମା ତୋର କହିବଇଁ କେତେଏକା ପଞ୍ଚୁ ପାଣ୍ଡବଙ୍କ କଥା ଲାଗେ ତୋତେ ।ଦେଢ଼ଶୁର ପୁତ୍ରେ ଅଟନ୍ତି ତ ଅଗ୍ରଲେଖାଭୀଷ୍ମ ଦ୍ରୋଣ ଆଦି ବୀରେ ଯାହାଙ୍କର ସଖା ।ତାହାଙ୍କ ପକ୍ଷେ ଏମାନେ ସାମାନ୍ୟ ତ ଜାଣକକ୍ଷାରେ କାରେଣି ମାତ୍ର ହେଲେ ଅକାରଣ ।ତୁମ୍ଭେ ଯେବେ ଅନୁରାଗ କରିବ ଶ୍ରୀପତିତେବେ ସଂସାରେ ରହିବ ପାଣ୍ଡବଙ୍କ କୀର୍ତ୍ତି ।ଜଗନ୍ନାଥ ବୋଇଲେ ଗୋ ଚିନ୍ତା ତୁ ନ କରଅଚଳା ଶିରୀ ଭୋଗିବେ ତୋହର କୁମର ।ବଳବନ୍ତ ଗୁଣବନ୍ତ ଅଟନ୍ତି ତୋ ପୋଏତୁମ୍ଭ ପ୍ରସାଦେ ଏହାଙ୍କୁ ନାହିଁ କିଛି ଭୟେ ।ମାଗୋ ଜାଣ ଧର୍ମ ସବୁ କାଳରେ ଯେ ରଖିଇହ ପରଲୋକେ ସିନା ଧର୍ମ ଅଟେ ସାକ୍ଷୀ ।ଧର୍ମ ହିଁ ଅତ୍ୟନ୍ତ ସୂକ୍ଷ୍ମ ଖଣ୍ଡେ ସର୍ବଭୟେଧର୍ମରେ ପ୍ରାଣୀଏ ଥିଲେ ନାହିଁ ଅପଚୟେ ।ମାଗୋ ତୁମ୍ଭ ନିଜ ସ୍ୱାମୀ ପଣ୍ଡୁରାଜା ଥିଲେଧର୍ମପାଳି ରାଜ୍ୟେ ଭାଇ ଥାପି ବନେ ଗଲେ ।ଭାଗ୍ୟ ବଳେ ପାଇଅଛ ତୁମ୍ଭେ ପାଞ୍ଚସୁତଯୁଧିଷ୍ଠିର ରୂପେ ଧର୍ମ ହୋଇଛନ୍ତି ଜାତ ।ସତ୍ୟବାଦୀ ଅଟନ୍ତି ଏ ଶ୍ରୀମନ୍ତ ପୁରୁଷନାମ ସୁମରିଲେ ମହାପାପ ଯିବ ନାଶ ।ଅକ୍ଷୟ ଅଜରାମର ଅଟନ୍ତି ଗୋ ଏହିଜନମ ମରଣ ବାଧା ନାହିଁ ୟାଙ୍କ ଦେହୀ ।ମଞ୍ଚମଣ୍ଡଳେ ଏ ହେବେ ଏକ ଚକ୍ରବର୍ତ୍ତୀଏହାଙ୍କ ପାଦେ ପୂଜିବେ ଲକ୍ଷେକ ନୃପତି ।ତୁ ପରମ ମାହେଶ୍ୱରୀ ଅଟୁ ଗୋ ସାକ୍ଷାତେତୁ କିସ ନ ଜାଣୁ ମାତ କହିବି ମୁଁ ତୋତେ ।ଦ୍ୱିତୀୟ ପୁତ୍ର ତୋହର ଭୀମ ମହାବଳୀପୃଥ୍ୱୀଦେବୀ ନ ସହଇ ଏହାର ଆର୍ଦ୍ଦୋଳି ।ଦ୍ୱାପରେ ଭାରୋଇ ମଲ୍ଲ ଭାରା ନିବାରଣଏ ତୋତେ କରିବ ନିଶ୍ଚେଁ ବହୁତ କାରଣ ।ଅରଜୁନ ନାମେ ଯେଉଁ ପୁତ୍ର ଅଛ ପାଇସାକ୍ଷାତେ ଦ୍ୱିତୀୟ କୃଷ୍ଣ ଅଟଇ ଗୋ ସେହି ।ପୃଥ୍ୱୀଭାର ନିବାରିବୁ ଆମ୍ଭେ ତାକୁ ଘେନିସର୍ବ ଜଗଜ୍ଜିତା ଅଟେ ବୀର ଫାଲଗୁନି ।ଇନ୍ଦ୍ର ଗଙ୍ଗାଧର ତାକୁ ହାରିବେ ସମରେଚାରିଊଣା ଲକ୍ଷେ ରାଜା ଏକା ଜିଣିପାରେ ।ଗଣ ଗନ୍ଧର୍ବ ଦେବତା ସୁରାସୁର ଯେତେଜିଣିପାରଇ ଏ ଏକାବାଣକେ ଜଗତେ ।ନକୁଳ ବୋଲି କରି ଯେଉଁ ପୁତ୍ର ଗୋଟିକୁନ୍ତମୁନେ ଜିଣିପାରେ ଚରାଚର ସୃଷ୍ଟି ।ଅଶ୍ୱପିଠିରେ ସେ ଯେବେ ଥିବଟି ଆରୋହିତ୍ରଇଲୋକର ଭିତରେ ଜିଣନ୍ତା କେ ନାହିଁ ।ସହଦେବର ମହିଁମା କହିବଇଁ କିସଭୂତ ଭବିଷ୍ୟ ତ୍ରିକାଳ ୟାକୁ ହୁଏ ଦୃଶ୍ୟ ।ଅଂଶାବତାର ଏହି ତ ନର ଶିରୋମଣିବୁଦ୍ଧିବଳେ ଜିଣିପାରେ ସକଳ ମେଦିନୀ ।ଏମନ୍ତ ପୁତ୍ର ଜନମ କରି କିପାଁ ଭୟେସଂସାରର ଉପଦ୍ରବ ନାହିଁ ଅପଚୟେ ।ଏମନ୍ତ ବେଳେ ବିଦୁର ଦାସୀପୁତ୍ର ମିଳିଜଗନ୍ନାଥଙ୍କ ପୟରେ କଲେ ନିଉଛାଳି ।ଛାମୁରେ କର ଯୋଡ଼ିଣ ଭଣି ବହୁ ସ୍ତୁତିଜୟ ଜୟ ଜଗନ୍ନାଥ ଅଟ ଲକ୍ଷ୍ମୀପତି ।ଜୟ ପ୍ରଭୁ ଜଗନ୍ନାଥ କର୍ମାକର୍ମ ଦାନୀବିହନ୍ତା ପୁରୁଷ ତୁମ୍ଭେ କର ଲାଭ ହାନି ।ଜୟ ଆହେ ଜଗନ୍ନାଥ କ୍ଷୀର ସିନ୍ଧୁଶାୟୀକରୁଣା ସାଗର ନାଥ ଅଟ ଭାବଗ୍ରାହୀ ।ଜୟ ଆହେ ଜଗନ୍ନାଥ କଳ୍ପାଦି ପୁରୁଷକଳିକାଳ ପୁଂସ ଦେଖି ପାପ ହୋଏ ଧ୍ୱଂସ ।ଜୟ ଆହେ ଜଗନ୍ନାଥ ଦେବ ଚିନ୍ତାମଣିଅଶେଷ କୋଟି ବ୍ରହ୍ମାଣ୍ଡେ ତୁମ୍ଭେ ଯେ କାରେଣି ।ଜୟ ଜୟ ଜଗନ୍ନାଥ ମହାଯୋଗଜିତାସ୍ଥାବର ଜଙ୍ଗମ କୀଟ ଆଦି ପଡ଼ିଦାତା ।ଜୀବ ଅଜୀବ ତୁମ୍ଭେ ଯେ ସବୁ ଜୀବମୟେବାସନା ବର୍ଜିତ ଅଜରାମର ଅକ୍ଷୟେ ।ଏହି ସଂସାର ତୁମ୍ଭର ଖେଳଘର ଲୀଳାଭବସାଗର ତରଣେ ତୁମ୍ଭ ନାମ ଭେଳା ।ତୁମ୍ଭେ ଭଗବନ୍ତ ନାଥ ସର୍ବ ଗୁଣମଣିସପ୍ତଦ୍ୱୀପା ପୃଥିବୀରେ ତୁମ୍ଭେ ଯେ କାରେଣୀ ।ସେ ଜଗନ୍ନାଥ ପୟରେ ରହୁ ମୋର ଚିତ୍ତଅଚ୍ୟୁତ ଜାସ କବିର ଭାବନା ଏମନ୍ତ ।ଏସନକ ସ୍ତୁତି ଯହୁଁ କରିଲେ ବିଦୁରଶୁଣିଣ ସନ୍ତୋଷ ହେଲେ ଜଗତ ଈଶ୍ୱର ।ଆହେ ବିଦୁର ବୋଲିଣ ପାଖକୁ ହକାରିଶ୍ରୀକରରେ ଆଶ୍ୱାସନା ଦେଲେ ଦଇତ୍ୟାରି ।ତୁମ୍ଭେ ଆମ୍ଭର ଜନ୍ମାନ୍ତ ବାସନାକୁ ଘେନିଶାନ୍ତଶୀଳ ପୁରୁଷ ଯେ ଅଟ ମହାଜ୍ଞନୀ ।ବ୍ୟାସଙ୍କ ନନ୍ଦନ ତୁମ୍ଭେ ସର୍ବ ଗୁଣଗ୍ରାହୀଧୃତରାଷ୍ଟ୍ର ପଣ୍ଡୁ ଯାର ବୈମାତ୍ରେୟ ଭାଇ ।ଭାଗ୍ୟରେ ତୁମ୍ଭ ଆମ୍ଭର ସାକ୍ଷାତ ହେଲାଇଁପାଣ୍ଡବ କଥା ତୁମ୍ଭଙ୍କୁ ଲାଗେ ସର୍ବଦାଇ ।ବିଦୁର ବୋଲେ ନ କହ ମୋତେ ସ୍ୱାମୀ ଏହାପାଣ୍ଡବେ ଅଟନ୍ତି ସିନା ମୋର ପ୍ରାଣସାହା ।ଏହା କହି ବୀର ଛିଡ଼ା କରପତ୍ର ଯୋଡ଼ିପୁନରପି ସ୍ତୁତି କଲେ ହୋଇ ଆଗବଢ଼ି ।ଏହି ସମୟରେ ଆସି ଡାକେ ସୂପକାରମଣୋହି ସଞ୍ଚାମାନ ହେ ବେଗେ ନିର୍ଭାକର ।ତାହା ଶୁଣି ଯୁଧିଷ୍ଠିର ସହିତେ ଶ୍ରୀହରିରାଜନୀତି ବେଭାରରେ ମଣୋହିକୁ କରି ।ଆଚମନ ସାରି କଲେ ତାମ୍ବୁଳ ଭୋଜନଅଚ୍ୟୁତ ଦାସକୁ ତ୍ରାହି କର ଭଗବାନ ।