ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୨ / ୨୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଗୋପପୁରରୁ ଉଦ୍ଧବର ପ୍ରତ୍ୟାବର୍ତ୍ତନ
ଏଥୁଅନନ୍ତରେ ପରୀକ୍ଷ ନାମେ ମହାରାଜାଶୁକମୁନି ଚରଣରେ କରି ଦିବ୍ୟପୂଜା ।ବୋଇଲେ ଭୋ ମୁନି ତୁମ୍ଭ ଯୋଗେ ହରିବଂଶଶୁଣି କୋଟି ଜନ୍ମ ପାପ ହେଲା ମୋର ଧ୍ୱଂସ ।ଜରାସନ୍ଧ ପଞ୍ଚଦଶ ବାର ଧାଡ଼ି ଦେଲାଛୟାଣୋଇ ସସ୍ର ରାଜା ଘେନି ସେ ବାହିଲା ।ବାଣା ବଜ୍ରନାଭ ଆଉ ଶମ୍ବର ନାରକାଭୀଷ୍ମ ଦ୍ରୋଣ ଅଶ୍ୱତ୍ଥାମା ସମସ୍ତେ ହିଁ ସଖା ।ରଥୀ ମହାରଥୀ ସର୍ବେ ଯୁଝିଲେ ଝସାଇଜିଣି ନ ପାରିଣ ଗଲେ ଅପମାନ ପାଇ ।ରାମକୃଷ୍ଣ ମାଲ୍ୟବନ୍ତ ଗିରିରେ ଲୁଚିଲେତଦନ୍ତେ ବାହୁଡ଼ିଣ ସେ କେଉଁ କୃତ୍ୟକଲେ ।ଏକଥା ସଂକ୍ଷେପି ମୋତେ କହ ମୁନିବରପାଇବି ପରମ ଗତି ଶୁଣି ତୁମ୍ଭ ଗିର ।ଏତେ ବୋଲି ମୁନିଙ୍କର ଚରଣେ ବନ୍ଦିଲେଧୂପ ଦୀପ ନଇବେଦ୍ୟ ଗନ୍ଧ ପୁଷ୍ପ ଦେଲେ ।ରାଜା ଭକ୍ତି ଭାବ ଦେଖି ଗ୍ରନ୍ଥକୁ ସେ ବାଛିସନ୍ତୋଷ ହୋଇ ପୁସ୍ତକ ଫେଡ଼ି ବ୍ୟାସବତ୍ସି ।ଶୁଣ ପରୀକ୍ଷ ବଦନ୍ତି ମୁନି ବ୍ରହ୍ମବେତ୍ତାଜରା ପଞ୍ଚଦଶ ଧାଡ଼ି ଅନ୍ତେ ଯେଉଁ କଥା ।ଚାରି ଊଣା ଲକ୍ଷେ ରାଜା ସମଦଣ୍ଡେ ଥିଲେମଗଧେଶ୍ୱର ଆଜ୍ଞାରେ ଯେଝା ରାଜ୍ୟେ ଗଲେ ।ମାଲ୍ୟବନ୍ତେ ରାମକୃଷ୍ଣ ଦୁହେଁ ଥିଲେ ଲୁଚିଦେଖିଲେ ସେ ଜରାସନ୍ଧ ପଳାଇଲା ଘୁଞ୍ଚି ।ତହୁଁ ବାହାର ହୋଇଲେ ରାମ ବନମାଳୀଏକାଦିନେକ ମଥୁରା କଟକରେ ମିଳି ।ଦେଖିଲେ ରାଜ୍ୟ ପକାଇଅଛି ସେ ଉଜାଡ଼ିବେଶ ଗୃହ ଗଡ଼ ଆଦି ଯାଇଅଛି ପୋଡ଼ି ।ପ୍ରଜାଙ୍କ ବିପୁଳ ଲକ୍ଷ୍ମୀ ସୁନା ଧନଧାନ୍ୟମେଢ଼ ମଣ୍ଡପ ଅଟ୍ଟାଳୀ ହୋଇଅଛି ଭଗ୍ନ ।ତପୀ ଭଗବାନ ସାଧୁ ଜ୍ଞାନୀଜନ ପ୍ରଜାପାତ୍ର ମନ୍ତ୍ରୀ ଆଦି କରି ଉଗ୍ରସେନ ରାଜା ।ଜରାସନ୍ଧ ଭୟେ ଛାଡ଼ି ପଳାଇଣ ଥିଲେବାର୍ତ୍ତା ପାଇ ମଥୁରାରେ ଆସି ଠୁଳ ହେଲେ ।ଚୌରାଶୀକୋଟି ଯାଦବ କୁଟୁମ୍ବ ସହିତେନିଜ ସ୍ଥାନ ଆବୋରିଣ ରହି ଯେଝାମତେ ।ହାଟୁଆ ବାଟୁଆ ଆଦି ବଣିକ ସକଳକ୍ରମେ କ୍ରମେ ଆସି ସର୍ବେ ହୋଇଲେକ ଠୁଳ ।ଶାଢ଼ୀ ମଣ୍ଡପ ଚାନ୍ଦୁଆ ଲୁଗାମାନ ଟାଣିଯେଝା ସ୍ଥାନରେ ରହିଲେ ସକଳ ପରାଣୀ ।ଉଗ୍ରସେନ ବସୁଦେବ ପୁତ୍ରକୁ ଦେଖିଲେକୁଳଧର୍ମ ଯେଝା ମାନ୍ୟ ବିଚାରି ସେ କଲେ ।ଦେଖନ୍ତି ସେ ଭଗ୍ନରଥ ହୋଇ ଯୋଡ଼ାଯୋଡ଼ାପର୍ବତ ସମାନ ପଡ଼ିଛନ୍ତି ପାଶେ ମଡ଼ା ।ଛତିଶ କୁଳ ପାଟକ ଅଷ୍ଟାଦଶ ଜାତିହସ୍ତୀଘୋଡ଼ା ନରମୁଣ୍ଡେ ପୂରିଅଛି କ୍ଷିତି ।ଗଡ଼ ଦୁଆର କବାଟ ହୋଇଅଛି ଭଗ୍ନପୂଜାପୀଠ ମଣ୍ଡପାଦି ପଡ଼ି ଛିନ୍ନଭିନ୍ନ ।ଲୋକଙ୍କ ଉଚ୍ଛନ୍ନ ଦେଖି ଶ୍ରୀରାମ କହ୍ନାଇଏକାନ୍ତରେ ଆଜ୍ଞା ଦେଲେ ବିଶ୍ୱକର୍ମା ରାଇ ।ନାରାୟଣ ବୋଲନ୍ତି ହେ ବିଶ୍ୱକର୍ମା ଶୁଣମଥୁରା କଟକ ଗୋଟି ଏକ୍ଷଣି ନିର୍ମାଣ ।ଯେମନ୍ତେ ଗଡ଼ ପାତନା ହୋଇଥିଲା ପୂର୍ବେତହୁଁ ଶତେକ ଗୁଣରେ ନିରିମାଣ ଏବେ ।ବିଶ୍ୱକର୍ମା ବୋଲେ ତୁମ୍ଭେ ଅଟ ଅନ୍ତର୍ଯ୍ୟାମୀତୁମ୍ଭର ଆଜ୍ଞାରେ ଗଡ଼ ଭିଆଇବି ପୁଣି ।ଅପୂର୍ବ ଗଡ଼ ହୋଇବ ଇନ୍ଦ୍ରପୁର ଜିଣିନିରିମାଣି ଦେବି ଶତେ ଗୁଣେ ଚକ୍ରପାଣି ।ବିଚାର କରୁ କରୁ ସେ ସୂର୍ଯ୍ୟହେଲେ ଶେଷଅନ୍ନ ବ୍ୟଞ୍ଜନ ଭୁଞ୍ଜିଣ ସର୍ବେ ହେଲେ ତୋଷ ।ଭଗ୍ନ ଗଡ଼ ଭିତରେ ସେ ସୁଖେ ନିଦ୍ରା ଗଲେଶୁଣ ପରୀକ୍ଷ ନୃପତି ଶ୍ରୀ ଶୁକ କହିଲେ ।ଏଥୁଅନନ୍ତରେ ସାତଘଡ଼ି ଯେ ରଜନୀବିଶ୍ୱକର୍ମା ମିଳେ ନିଜ ଶସ୍ତ୍ର କରେ ଘେନି ।କୋଟିଏ ରୂପ ବହିଲେ ଆଜ୍ଞାରେ ଆପଣେନିଃଶ୍ୱାସ ମାତ୍ରକେ ପୁର ସୃଜିଲେ ତକ୍ଷଣେ ।ମେଢ଼ ମଣ୍ଡପ ଅଟ୍ଟାଳି ଜଗତୀ ଦେଉଳହାଟ ବାଟ ପେଣ୍ଠ ଅଶ୍ୱଘର ଗଜଶାଳ ।ମେଘନାଦ ପାଚେରୀ ଯେ ଅଙ୍କିତ ପାତନାପୂର୍ବ ଅଧିକ ସୁନ୍ଦର ହୋଇଲା ଘଟନା ।କେତେହେଁକେ ବଳେ ଯହୁଁ ଫିଟିଲା ତିମିରୀନିଦ୍ରା ଭାଙ୍ଗନ୍ତେ ଯାଦବେ ଉଠିଲେ ଉଭାରି ।ଦେଖିଲେକ ଗୃହମାନ ହୋଇଅଛି ସଞ୍ଚନାହିଁ ପଟାନ୍ତର ସ୍ୱର୍ଗ ପାତାଳ ଯେ ମଞ୍ଚ ।ଭଙ୍ଗା କାନ୍ଥ ବାଡ଼ ଶୋଭା ଅତ୍ୟନ୍ତ ଦିଶିଲାଅମର ପୁର ପରାୟେ ଜ୍ୟୋତି ପ୍ରକାଶିଲା ।ଘରେ ଘରେ ପୂରିତ ଯେ ସ୍ୱର୍ଣ୍ଣ ବିପତନନେତ ସିନ୍ଧୁଆ ପତନି ଚିରାଳ ଶୋଭନ ।କୁବେର ଅଳକା କିବା ରତ୍ନାକର ପୁରକି ଅବା ବିଷ୍ଣୁ ମନ୍ଦିର କିବା ଶିବାଗାର ।ଦେଖିଣ ଯାଦବେ ମନେ ଆଶ୍ଚର୍ଯ୍ୟ ବିଚାରିବୋଇଲେ କିମ୍ଭୁତ ମାୟା ଜାଣିତ ନ ପାରି ।ପ୍ରତ୍ୟକ୍ଷେ ଦେଖିଲୁ ଜରାସନ୍ଧ ଗଲା ପୋଡ଼ିଅଦଭୂତେ ଦ୍ରବ୍ୟ କାହୁଁ ଅଇଲା ବାହୁଡ଼ି ।କେହୁ ବୋଲନ୍ତି ଏ ଅଟେ ଜଳନ୍ଧର ମାୟାକେ ବୋଲେ ବିଧାତା ଅବା କରିଲା ସୁଦୟା ।ସବୁକାଳେ ପ୍ରାଣୀମାନେ ନୁହନ୍ତି ତ ଦୁଃଖୀସମୟେ ଲଭନ୍ତି ଦୁଃଖ ସମୟରେ ସୁଖୀ ।ଅନିତ୍ୟ ସଂସାର କେହି କାହାର ନୁହଇତାଳ ଛାଇପରି ଯୁଗଗୋଟି ବହିଯାଇ ।ନ ଜାଣିଣ ଜରାସନ୍ଧ ଅର୍ଜ୍ଜୁଅଛି ଦ୍ୱନ୍ଦ୍ୱଥୋକାଏ ଦିନରେ ନିଶ୍ଚେଁ ହେବ ପ୍ରାଣେବଧ ।ଚକ୍ରକୂଟ ମାୟାଧର ଅଚନ୍ତି ଶ୍ରୀହରିକଲାକର୍ମମାନ ଯେହୁ ପାରେ ଆନକରି ।ରାମକୃଷ୍ଣ ଆହ୍ଲାଦରେ ଆପଦ ଯେ ନାହିଁସର୍ବେଶ୍ୱର ନାଥ ଯେଣୁ ଅନ୍ତର୍ଯ୍ୟାମୀ କହି ।ପୃଥିବୀର ଭାରାଭାର ନିବାରିବା ପାଇଁ ।ଏହି ପ୍ରଭୁ ସୃଜିଛନ୍ତି ଚରାଚର ମହୀ ।ଏ ସେ ଅପାର ମହିମା ଦେଖାଇଲେ ଆଣିଏହାଙ୍କ ଯୋଗରୁ ଆମ୍ଭେ ଦୁଃଖକୁ ନ ଗଣି ।ଯୁକତେ ଯାଦବମାନେ ଦେବ ଅବତାରଜଣ ଜଣକେ ନିର୍ମାଣି ପାରନ୍ତି ସଂସାର ।ଜାତି କୁଳ ପୌରୁଷ ମହତ ଗୁଣଶୀଳତିନିପୁରେ ଶୁଭିଲାକ ଯାଦବ ଚହଳ ।ମହତ୍ତ୍ୱ ମର୍ଯ୍ୟାଦାବନ୍ତ ସକଳେ ଆଚାରୀଯେ ବଂଶେ ଜନମିଛନ୍ତି ପ୍ରଭୁ ନରହରି ।କହିଲେ ଯେ ନ ସରଇ ଯାଦବ ମହିମାପାଞ୍ଚ ଯୋଜନ ଅଟଇ ମଥୁରାର ସୀମା ।ଯେତେକ ରହିଅଛନ୍ତି ତହିଁ ନରନାରୀଲକ୍ଷ୍ମୀଙ୍କ ପ୍ରସାଦେ ସର୍ବେ ଭଣ୍ଡାରାଧିକାରୀ ।ଜରାସୈନ୍ୟ ଯେଉଁ ରାଜ୍ୟ ଭାଙ୍ଗି ପକାଇଲେପୁନରପି ସେ ସମ୍ପଦ କ୍ଷଣକେ ପାଇଲେ ।ଯେଝା ଆଶ୍ରମରେ ଆସି ମିଳି ଜନପ୍ରଜାନବରେ ବିଜୟ କଲେ ଉଗ୍ରସେନ ରାଜା ।ସାତ୍ୟକି ଅକ୍ରୂର ଅନାଧୃଷ୍ଟ ସସ୍ରାଜିତଯେଝାର ପୁରେ ରହିଲେ ଯାଦବ ସମସ୍ତ ।ବସୁଦେବ ଅଗ୍ରେ ମିଳି ରାମ ବନମାଳୀତୋଷେ ଦେବକୀ ବନ୍ଦାଣ କଲେ ଅର୍ଘ୍ୟଥାଳି ।ପିତାମାତାଙ୍କୁ ପ୍ରଣାମ କରି ଦେବରାୟେମହାସୁଖରେ ରହିଲେ ତହିଁ ବିଶ୍ୱକାୟେ ।ଏଥୁଅନନ୍ତରେ ଗ୍ରୀଷ୍ମଋତୁ ହେଲା ଶେଷବରଷା ଋତୁ ଆସିଣ ହୋଇଲା ପ୍ରବେଶ ।ଆଷାଢ଼ ପୌର୍ଣ୍ଣମୀ ତିଥି ଶୁକ୍ଳ ଚନ୍ଦ୍ରବାରପୂର୍ବାଷାଢ଼ା ନକ୍ଷତ୍ର ଯେ ଭୋଗ ସେ ଦିନର ।ନବତନ ମେଘ ଆସି ହୋଇଲା ଉଦୟମେଦିନୀ ଦିଶିଲା ସବୁ ଅନ୍ଧକାର ମୟ ।ଦୁସ୍ତର ମେଘ ଉଠିଣ ବରଷଇ ଜଳଧରଣୀର ତୃଣପୂର୍ଣ୍ଣ ପଲ୍ଲବିଲେ ଡାଳ ।ମେଘ ଘଡ଼ଘଡ଼ି ଗରଜନ ଘୋର ରଡ଼ିଉଛୁଳେ ଯମୁନା ଉଠେ ତରଙ୍ଗ ଲହରୀ ।ଏପରି ବରଷାକାଳେ ରାତ୍ର ଘଡ଼ିମାନେଉଦ୍ଧବେ ଚିନ୍ତିଲେ ବଳରାମ ଭଗବାନେ ।ବୋଇଲେ ବରଷେ ହେଲା ଗୋପନଗ୍ରେ ଗଲାବାରତାଘେନି ଲେଉଟି ସେହୁ ତ ନଇଲା ।ଏତେ ଭାଳି ସୁମରଣା କଲେ ନନ୍ଦଚାଟତତକ୍ଷଣେ ଉଦ୍ଧବଙ୍କୁ ଲାଗିଲା ଉଚ୍ଚାଟ ।ଖୁଡ଼ ମହାଖୁଡ଼ ଆଦି ଗୋପାଳ ସକଳଚନ୍ଦ୍ରସେଣା ଆଦିକରି ଯେତେକ ଗୋପାଳ ।ଯଶୋଦା ନାରୀ ଆବର ରାଧିକା ସୁନ୍ଦରୀସମସ୍ତଙ୍କୁ ଉଦ୍ଧବ ଯେ ମାନ୍ୟବିଧି କରି ।ବୋଇଲା ଯହିଁ ନିମନ୍ତେ ପେଷିଥିଲେ ହରିମୁହିଁ ସେହି କଥା ଜାଣିଅଛି ତଥ୍ୟକରି ।ଏବେ ମୁହିଁ ମଥୁରାକୁ ଯାଉଛି ଫେରିଣକହିବଇଁ ତୁମ୍ଭ କଥା ରାମ କୃଷ୍ଣେ ଜାଣ ।ୟା ଶୁଣି ଗୋପାଳମାନେ ଆଶ୍ଚର୍ଯ୍ୟ ହୋଇଲେଆଉ ଦିନାକେତେ ଥାଅ ବୋଲିଣ କହିଲେ ।ଉଦ୍ଧବ ବୋଇଲେ ମୁହିଁ ଧାତିକାରେ ଯିବିରାମ କୃଷ୍ଣଙ୍କୁ ଘେନିଣ ଦ୍ୱିଦିନେ ଆସିବି ।ନନ୍ଦ ଯଶୋଦା ବୋଇଲେ ଉଦ୍ଧବଙ୍କୁ ଚାହିଁତୁମ୍ଭର ଆସିବା ବାଟ ଥିବୁଟି ଅନାଇ ।ଅନେକ ବିନୟୀ ହୋଇ ତାଙ୍କୁ ଘେନି ଆସଚନ୍ଦ୍ରମା ବଦନ ଦେଖି ହେବୁ ମହାତୋଷ ।ଉଦ୍ଧବ ବୋଇଲା ଏଥେ ମିଥ୍ୟା କେବେ ନାହିଁନିଶ୍ଚୟ ପୁଅଙ୍କୁ ତବ ଆଣିବି କଢ଼ାଇ ।ଯାହା ମୁହିଁ ଆସି ଏଥେ ତୁମ୍ଭଙ୍କୁ ଦେଖିଲିକୋଟି ଜନମ ପାତକ ସକଳ ନାଶିଲି ।ଗୋପନଗ୍ରେ ଯେତେ ତୁମ୍ଭେ ସାମାନ୍ୟତ ନୁହନିଶ୍ଚୟ ଜାଣିଲି ସର୍ବେ ଶ୍ରୀକୃଷ୍ଣର ଦେହ ।ବାଳଲୀଳା ସମୟରୁ କୃଷ୍ଣେ କଲ ସେବାପୁଣ୍ୟବନ୍ତ ଦେହୀ ତୁମ୍ଭେ କି ତୁଳନା ଦେବା ।ଧନ୍ୟ ଏ କାଳିନ୍ଦୀ ନଦୀ ଧନ୍ୟ କୁଞ୍ଜବନଧନ୍ୟ ଏ ଗୋପ ନଗରୀ ଧନ୍ୟ ସର୍ବଜନ ।ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ଯାକୁ କରି ଲୟେଦେଖିଲେ ଯେ ବିଶ୍ୱରୂପୀ ଦେବଜ୍ୟୋତିର୍ମୟେ ।ଏତେ ବୋଲି ଗୋପାଳଙ୍କୁ ବହୁ ପ୍ରଶଂସିଲେରାମ କୃଷ୍ଣ ଆଣିବଇଁ ପ୍ରବୋଧ କହିଲେ ।ଉଦ୍ଧବଙ୍କୁ ନନ୍ଦ ଆଣି ବହୁଧନ ଦେଲେଗୁପତ ବାରତା ତାଙ୍କୁ ଏକାନ୍ତେ କହିଲେ ।ଯଶୋଦା ବୋଇଲେ ଚାହିଁ ଉଦ୍ଧବଙ୍କୁ ପୁଣିନ ଆଣିଲେ କୃଷ୍ଣ ହେବ ହତ୍ୟାର କାରେଣି ।ନନ୍ଦ ବୋଇଲେ ବିଳମ୍ବ ହେଲେ ମୁହିଁ ଯିବିଦୁହିଁଙ୍କର ଭୂଜ ଧରି ଓଟାରି ଆଣିବି ।ଛଦ୍ମ ଭାବରେ ଭଣ୍ଡିଲେ ରାମ ଭଗବାନଦିନେକ ଆସିବୁ ବୋଲି ଗଲା ଏତେ ଦିନ ।ଗୋପୀମାନେ ବୋଇଲେ ଯେ ଉଦ୍ଧବଙ୍କୁ ଚାହିଁଜଣ ଜଣକେ ସମସ୍ତେ ଅଟୁ ତାଙ୍କ ଦେହୀ ।ସେ ଅବା ଆମ୍ଭ ଉପରୁ ଛାଡ଼ିଦେଲେ ସ୍ନେହଦିନେ ଓଳିକ ଅନ୍ତରେ ଉଠେ ଆମ୍ଭ କୋହ ।ରଖୁଆଳ ବାଳଯାଏ ଆସି ଆଗଭରିଜଣ ଜଣକେ ସନ୍ଦେଶ କହିଲେ ଯେଝାରି ।ସମସ୍ତଙ୍କୁ ଉଦ୍ଧବ ଯେ ପ୍ରବୋଧି ଏମନ୍ତଅବଶ୍ୟ ଘେନି ଆସିବି ନ ହୁଅ ଚିନ୍ତିତ ।ଏହିପରି ଉଚ୍ଚବାଚେ ପାହିଲା ରଜନୀଦେବତାଙ୍କ ଆଳୟରେ ଶୁଭେ ଶଙ୍ଖଧ୍ୱନି ।କାକ କୁମ୍ଭାଟୁଆ ରାବଦେଲେ କୋଳାହଳସ୍ୱଭାବରେ ପୂର୍ବଦିଗ ଦିଶିଲା ଉଜ୍ଜ୍ୱଳ ।ଉଦ୍ଧବ ଏକାଳେ ନନ୍ଦଠାରୁ ବିଦା ହୋଇନିତ୍ୟକର୍ମ ସାରି ରଥେ ଆରୋହିଲେ ଯାଇ ।ରଜନୀ ପାହିଲେ ଆସି ହେବ ଗୁରୁବାରଶ୍ରୀହରି ସ୍ମରି ଉଦ୍ଧବ ହୋଇଲେ ବାହାର ।ରଥ ଚଳାଇଣ ତହୁଁ ଯାଇ ଅତିବେଗେପାଞ୍ଚଦଣ୍ଡେ ପହଞ୍ଚିଲେ ମଥୁରାର ରାଜ୍ୟେ ।ଦେଖିଲେ ମଥୁରା ଗଡ଼ ନୂତନ ଘଟଣାପାଞ୍ଚତାଳ ଗଭୀରରେ ଚଉପାଶେ ଖଣା ।ଅଳକା ଭୁବନ ପ୍ରାୟେ ଦିଶେ ଶୋଭାବନମୁକତି ମନ୍ଦିରେ ଯେହ୍ନେ ପୁଣ୍ୟବନ୍ତ ଜନ ।ଯାଦବେ ତେସନେ ତହିଁ କରନ୍ତି ବିହାରରାମ କୃଷ୍ଣ ଆହ୍ଲାଦରେ ନାହିଁ ତାଙ୍କୁ ଡର ।ଦେଖିଣ ଉଦ୍ଧବ ନିଜ ମନରେ ବିଚାରେଜରାସନ୍ଧ ଭାଙ୍ଗିଥିଲା ଏ ଗଡ଼ କ୍ରୋଧରେ ।ଗତୁଁ ଶତେଗୁଣ ଏବେ ହୋଇଲା କେମନ୍ତେଆଶ୍ଚର୍ଯ୍ୟ ପରାୟେ ଏହା ଲାଗୁଅଛି ମୋତେ ।ପୁଣି ବିଚାରଇ ଯହିଁ ବିଜେ ବ୍ରହ୍ମରାଶିକ୍ଷଣକରେ କୋଟିଲକ୍ଷ୍ମୀ ମିଳିପାରେ ଆସି ।ଏତେ ବିଚାରିଣ ତହିଁ ଗମେ ଶୀଘ୍ର ହୋଇବାସୁଦେବ ମନ୍ଦିରରେ ପ୍ରବେଶିଲେ ଯାଇ ।ଦ୍ୱାରରେ ରଥ ରୁହାଇ ଭିତରରେ ପଶିଚନ୍ଦ୍ରଶାଳା ପୁରେ ଭେଟିଲାକ ବ୍ରହ୍ମରାଶି ।ଇନ୍ଦ୍ର ଦେଇଛନ୍ତି ଦଶସହସ୍ର ନାୟିକାବିହାର କରନ୍ତି ସ୍ୱାମୀ ଘେନିଣ ଯେ ଏକା ।ନିଅବକାଶେ ବିଜୟ ଲକ୍ଷ୍ମୀଦେବୀ ସାଇଁଭୁଟିଭାଟି ହୋଇକରି ଉଦ୍ଧବ ଚଳଇ ।ଦୂରରୁ ତୁଣ୍ଡ ଶୁଣାଇ ଭିତରକୁ ଗଲେନିଉଛାଳି କରି ପାଦପଦ୍ମରେ ପଡ଼ିଲେ ।ଉଠ ଉଠ ବୋଲି ଆଜ୍ଞାଦେଲେ ଦେବହରିଗୋପନଗରରେ ଶୁଭ କହ ତ ବିଚାରି ।ଉଦ୍ଧବ ବୋଲଇ ଗୋପ ନଗର ବୃତ୍ତାନ୍ତମନ ଦେଇକରି ତୁମ୍ଭେ ଶୁଣ ଲକ୍ଷ୍ମୀକାନ୍ତ ।ଜଣ ଜଣକେ ତୁମ୍ଭର କୁଶଳ ପୁଚ୍ଛିଲେନନ୍ଦ ଯଶୋଦା ତୁମ୍ଭଙ୍କୁ ଯିବାକୁ କହିଲେ ।ଶୁଣିକରି ସନ୍ତୋଷ ଯେ ଲକ୍ଷ୍ମୀଦେବୀ କାନ୍ତବୋଇଲେ ଯିବାକୁ ଅଛି ଆମ୍ଭ ମନୋରଥ ।କିଛି ଦିନରେ ଅବଶ୍ୟ ଆମ୍ଭେ ଗୋପେ ଯିବୁପ୍ରିୟଜନ ପିତାମାତା ବନ୍ଧୁଙ୍କୁ ଦେଖିବୁଁ ।ଉଦ୍ଧବ ବୋଇଲେ ତୁମ୍ଭେ ସଂସାରର ନାହାମୁଁ କିସ କହିବି ତୁମ୍ଭେ ନ ଜାଣ ବା କାହା ।ଯାହାର ଶରୀରେ ବିଶ୍ୱ ବ୍ରହ୍ମାଣ୍ଡ ପୂରିଛିସଂସାରେ ଉବାର ତାଙ୍କୁ ନାହିଁ ପୁଣି କିଛି ।ଗୋପନଗ୍ରେ ଲୋକେ ତୁମ୍ଭନାମ ଜପୁଛନ୍ତିକ୍ଷଣେ କ୍ଷଣେ ସୁମରିଣ ମୂର୍ଚ୍ଛିତ ହୁଅନ୍ତି ।ଏସନକ ବିଚାରନ୍ତେ ସାତଘଡ଼ି ବେଳମଣୋହିକି ବିଜେ କଲେ କୃଷ୍ଣ କାମପାଳ ।ଉଦ୍ଧବକୁ ସଙ୍ଗେ ଘେନି ମଣୋହିକୁ ଗଲେସବୁଙ୍କୁ ଦେବକୀ ଆଣି ଅନ୍ନ ପରଷିଲେ ।ଆଚମନ ସାରି କଲେ ତାମ୍ବୁଳ ଭୋଜନଶୁକ ବୋଇଲେ ହୋ ଶୁଣ ପରୀକ୍ଷ ରାଜନ ।ଅଚିନ୍ତେ ଯାଦବମାନେ ରହି ନିଜ ପୁରେନିତ୍ୟକର୍ମ ବିଧାନରେ ଲାଗିଲେ ଯେଝାରେ ।ରାଜ୍ୟ ଅଧିକାର କରି ଉଗ୍ରସେନ ରାଜାଉପଦ୍ରବ ବାଧା ନାହିଁ ପାଳନ୍ତି ପରଜା ।ପାଖଲୋକେ ନିଯୋଗରେ ହୋଇଥାନ୍ତି ମେଣ୍ଟଅଚିନ୍ତେ ପ୍ରଜାପାଳନ୍ତି ହୋଇ ସମରାଷ୍ଟ୍ର ।ଜୟ ଜୟ ଜଗନ୍ନାଥ ପ୍ରଭୁ ବିଶ୍ୱମୟଅଲେଖ ଅଚିନ୍ତ୍ୟ ଶୁଦ୍ଧ ଅଟେ ଯାର କାୟ ।ନୟନ କମଳ ତୁଲ୍ୟ ସୁଧା ଯାର ବାଣୀସପତ ବ୍ରହ୍ମାଣ୍ଡ ଗର୍ଭେ ଅଛି ଯାର ପୁଣି ।ପକ୍ୱ ବିମ୍ବଫଳ ପ୍ରାୟ ସୁରଙ୍ଗ ଅଧରଆଜାନୁଲମ୍ବିତ ବାହୁ ଅତି ମନୋହର ।ସୁବିଶାଳ ବକ୍ଷସ୍ଥଳେ ବନମାଳ ଲୋଟିହର ଡମ୍ବରକୁ ଜିଣି ଶୋଭାପାଏ କଟି ।ହୀରା ନୀଳା ବଇଡୁର୍ଯ୍ୟ ପ୍ରବାଳ ମୁକୁତାଯେଉଁ ଶ୍ରୀଅଙ୍ଗରେ ଥାଇ ଦିଶନ୍ତି ଶୋଭିତା ।ଜାତୀ ଯୂଥୀ ପାରିଜାତ ସେବତୀ ବକୁଳଦୟଣା ସହିତେ ଶୋହେ ତୁଳସୀର ମାଳ ।ସିନ୍ଧୁତଟ ବଟବୃକ୍ଷ ନିକଟରେ ବିଜେଅଷ୍ଟରତ୍ନ ସିଂହାସନେ ପ୍ରଭୁ ଦେବରାଜେ ।ଚତୁର୍ଦ୍ଧା ମୂରତି ଧରି ଭକ୍ତ ଜନ ହିତେକଳିଯୁଗେ ଅବତାର ଆପେ ଜଗନ୍ନାଥେ ।ଛାମୁରେ ବିନତାସୁତ ଅଛି ଖଗେଶ୍ୱରଅନ୍ନ ବ୍ୟଞ୍ଜନାଦି ଭୋଗ ଅନେକ ପ୍ରକାର ।ତେତିଶ କୋଟି ଦେବଙ୍କୁ ଘେନିଣ ସଙ୍ଗତେକଳ୍ପତରୁ ସିଂହାସନେ ବିଜେ ଜଗନ୍ନାଥେ ।ଏକବାର ଦରଶନେ ସର୍ବପାପ ଖଣ୍ଡିନାମ ସୁମରନ୍ତେ ଯମ ନ ପାରଇ ଦଣ୍ଡି ।ନିର୍ମାଲ୍ୟ ତୁଳସୀ ସେବା କରେ ଯେଉଁ ପ୍ରାଣୀବିଷ୍ଣୁଲୋକେ ବସଇ ସେ କର୍ମବନ୍ଧ ଜିଣି ।ବୃକ୍ଷରାଜ ପକ୍ଷୀରାଜ ତୀର୍ଥରାଜ ମୂଳେଦେବରାଜ ସହିତରେ ସେବି ପାଦତଳେ ।ଜଗନ୍ନାଥ ଶ୍ରୀଚରରେ ସଦା ମୋ ଭକତିଅଚ୍ୟୁତ ଦାସ କବିକୁ ଦିଅ ସଦଗତି ।
ଜରାସନ୍ଧର ଷୋଡ଼ଶ ଏବଂ ସପ୍ତଦଶ ବାର ଧାଡ଼ି
ଏଥୁ ଅନନ୍ତରେ ପୁଣି ପରୀକ୍ଷ ରାଜନକରଯୋଡ଼ି ବୋଲେ ଆହେ ଶୁକ ତପୋଧନ ।ତବ ସୁଦୟାରୁ ଶୁଣି ଶ୍ରୀହରି ଚରିତଖଣ୍ଡିଲି ସକଳ ପାପ ଶୁଦ୍ଧ ହେଲା ଚିତ୍ତ ।ଆବର ସଂକ୍ଷେପି ମୋତେ କହ ମୁନିବରତହିଁପରେ କିସ କଲେ ରାମ ଦାମୋଦର ।ରାଜାର ବଚନ ଶୁଣି ବ୍ୟାସଙ୍କ ତନୟବୋଲନ୍ତି କହିବା ତାହା ଶୁଣ ନରରାୟ ।ଉଦ୍ଧବ ଗୋପରୁ ଆସି ବାର୍ତ୍ତା ଜଣାଇଲେଶୁଣି ରାମକୃଷ୍ଣ ଦୁହେଁ ଆନନ୍ଦ ହୋଇଲେ ।ଏଥୁ ଅନନ୍ତରେ ତହୁଁ କେତେଦିନ ଗଲାବସନ୍ତ ଋତୁ ଆସିଣ ପ୍ରବେଶ ହୋଇଲା ।କୁମ୍ଭମାସ ଶୁକ୍ଳପକ୍ଷ ତିଥି ଗୁରୁବାରରେବତୀ ନାମେ ନକ୍ଷତ୍ର ଅଟେ ସେ ଦିନର ।ବେଳ ପାଞ୍ଚଘଡ଼ିମାନେ ମଗଧ ନୃପତିଆସ୍ଥାନେ ବିଜୟ କଲା ହୋଇ ଶୁଦ୍ଧମତି ।ସକଳ ରାଜାମାନଙ୍କୁ ଦୂତ ବରଗାଇଶ୍ରୀକରେ ପତ୍ର ଲେଖଇ ଅତି ମୋହ ହୋଇ ।ଲେଙ୍କା ଲମ୍ବହତା ଜେନା ଆଉ ପଡ଼ିହାରୀଏମାନଙ୍କ ନିକଟକୁ ଲେଖେ ଦଣ୍ଡଧାରୀ ।ଆଜ୍ଞାପତ୍ର ଦୂତମାନେ ଘେନିଣ ଚଳିଲେଆଠଦିନେ ସମସ୍ତଙ୍କୁ ନିମନ୍ତ୍ରଣ ଦେଲେ ।ସକଳ ଭୂପତିମାନେ ବରଣକୁ ପାଇମଘଦେଶେ ପ୍ରବେଶିଲେ ସମଦଣ୍ଡବାହି ।ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମର କତିସମ୍ଭର୍ବେ ଆସି ପ୍ରବେଶ ସକଳ ନୃପତି ।ଜରାସନ୍ଧ ରାଜ୍ୟେ ଯାଇ ସର୍ବେ ହେଲେ ରୁଣ୍ଡପାଦଭରେ କମ୍ପୁଅଛି ପୃଥ୍ୱୀ ନବଖଣ୍ଡ ।ହାତୀ ରଥୀ ଅଶ୍ୱ ଗଜ ପଦାତି ବହୁତମରଦଳ ବଡ଼କାଠ ଗୋମୁଖା ସହିତ ।ଭେରୀ କାହାଳି ଶଙ୍ଖ ଯେ ମର୍ଦ୍ଦଳ ଘୁମୁରାଉପାଙ୍ଗ ଅଧାଟି ବାଜେ ହୋଇ ଅତିତୋରା ।ଦାଉଣ୍ଡି ବୀରତୁର ଯେ ବିଜିଘୋଷ ଗୁଣାପଞ୍ଚସ୍ୱର ସପ୍ତସ୍ୱର ଆବର ଯେ ବୀଣା ।ପଟ୍ଟହ ଝାଞ୍ଜ ମହୁରୀ କଂସାଳ କନ୍ୟାଳବଇଁଶୀ ଆଦିକରି ଏ ବାଇଦ ସକଳ ।ବାଜେ ତହିଁ ଉଚ୍ଚସ୍ୱରେ ହୋଇ ଘନ ଘନଫିରିଫିରା ଢାଉଁଢାଉଁ ବାଜେ ଅପ୍ରମାଣ ।ହସ୍ତୀ ଘଣ୍ଟି ଘାଗୁଡ଼ି ଯେ ଅଶ୍ୱଙ୍କର ଘଣ୍ଟରଥଙ୍କର ଘୋର ଭାବେ ପୂରେ ସମରାଷ୍ଟ୍ର ।ଫରିକାର ଧନୁ ଧରିସେନା ପଏଦାରଭୟଙ୍କର ରୂପ ବହି ଧାମନ୍ତି ଅସୁର ।କରରେ କାଣ୍ଡ ଖଣ୍ଡା ଯେ କଟିରେ ଘାଗୁଡ଼ିନେତ ପତନୀ ସିନ୍ଧୁଆ ଅଣ୍ଟାରେ ସେ ଭିଡ଼ି ।ଆଗଭର ହୋଇ କେହୁ ଧାମେ ଅଶ୍ୱପରେରେରେକାର ଗଦାଗୋଟି ବୁଲାଏ କେ କରେ ।ରାଜାଏ ଆସିବେ ବୋଲି ଜରାସନ୍ଧ ବୀରତାହାଙ୍କ ପାଇଁ ଆଗରୁ ତୋଳିଅଛି ଘର ।ଅଶ୍ୱ ଗଜାଶାଳ ପାତ୍ରଙ୍କର ଯେଉଁ ବିଧିଛତିଶ ନିଯୋଗମାନ କରାଇଣ ସିଦ୍ଧି ।ଖୁଣ୍ଟିଆ ଲମ୍ବହତା ଯେ ଲେଙ୍କା ପଡ଼ିହାରୀଅନୁକ୍ରମେ ବସାମାନ ରହିଲେ ଆବୋରି ।ଗୁଣଭୁଷଣ ମନ୍ତ୍ରୀ ଯେ ଥାଇଣ ଆପଣେସମସ୍ତ ଚରଚାମାନ କରେ ଜଣେ ଜଣେ ।ଯଥାକ୍ରମରେ ସମ୍ଭାର ଯାକୁ ଯେତେ ଲାଗିତତକ୍ଷଣେ ଆଣି ସବୁ ଦିଅନ୍ତି ସେ ବେଗି ।ଏହିରୂପେ ସର୍ବସୈନ୍ୟ ରୁଣ୍ଡ ହେଲେ ଆସିଅଲଙ୍ଘିତ ନିୟମକୁ କଲେ ତହିଁ ବସି ।ସକଳେ ବୋଲନ୍ତି ରାମ କୃଷ୍ଣଙ୍କୁ ମାରିବାଧ୍ୱଂସିଣ ମଥୁରାଗଡ଼ ଉଜାଡ଼ିଣ ଦେବା ।ଯେବେ କି ଇନ୍ଦ୍ର ଦେବତା ଆସେ ପରିଘାଇନିଶ୍ଚୟ ବିନାଶ ତାକୁ କରିବାଟି ଯାଇ ।ଏଥିରୁ ବଳି ଆମ୍ଭର ନାହିଁ ଆଉ ଲଜ୍ଜାହରାଇଲେ ଗୌଡ଼ପିଲା ଦୂର ଏଡ଼େ ରାଜା ।ଏତେ ବୋଲିଣ ଛୁଇଁଲେ ଖଣ୍ଡା ତରବାରୀଧାନ ସୁନା ତା ଉପରେ କଅଁଳା ବାଛୁରୀ ।ବୃଷଭ ବଳଦ ଛୁଇଁ ସର୍ବେ ସତ୍ୟ କଲେମାରିବୁ ମାରିବୁ ବୋଲି ଦୀକ୍ଷା ସେ ବାନ୍ଧିଲେ ।ଏଡ଼େ ପ୍ରତିଜ୍ଞା ଦେଖିଣ ଜରା ମହୀପାଳକରପତ୍ର ଯୋଡ଼ି ଭଭା ଆସ୍ଥାନର ତଳ ।ବହୁସ୍ତୁତି କଲା ନରପତିଗଣେ ଚାହିଁଏ ମୋହର ମାନ ସର୍ବେ ରଖ ସଙ୍ଗ ହୋଇ ।ନାନା ଉପାୟ କରିଣ ଯେବେ ଜିଣିପାରତେବେ ଶୋକସାଗରରୁ ମୁଁ ହୋଇବି ଉଦ୍ଧାରତାହାଙ୍କୁ ଜିଣିବା ପାଇଁ ଭରସା ମୋ ନାହିଁପନ୍ଦର ବାର ଆସିଲ ମହାଲଜ୍ଜା ପାଇ ।ବଡ଼ଇ ମାୟାବୀ ସେହି ଗଉଡ଼େ ଅଟନ୍ତିହାତେ ଧରୁ ଧରୁ ତର୍କେ ପଳାଇ ଯାଆନ୍ତି ।କୌଣସି ପ୍ରକାରେ ମୋର ତାଙ୍କୁ ନାହିଁ ବୁଦ୍ଧିଏହା କହି କରପତ୍ର ଯୋଡ଼େ ନୃପନିଧି ।ରାଜାମାନେ ବୋଇଲେ ଏ ଆମ୍ଭ ଦୃଢ଼ବ୍ରତତୁମ୍ଭ କାର୍ଯ୍ୟ କରୁ କରୁ ହେଉଁ ପଛେ ହତ ।ଆମ୍ଭେ ଅଟୁ ଚାରିଊଣା ଲକ୍ଷେ ନୃପବରଦଶବିଂଶ କ୍ଷୌଣୀବଳ ଏକ ଏକଙ୍କର ।ତୁମ୍ଭର ନିମନ୍ତେ ଆମ୍ଭେ ଯୁଝିବୁ ଝସାଇମଙ୍ଗଳ ମହୁରୀ ଯୋଡ଼ାଶଙ୍ଖକୁ ବଜାଇ ।ଦିଗବିଜେ ଅନୁକୂଳ କଲେ ଦଣ୍ଡଧାରୀଆପଣା ସଇନି ସଜ ହେଲେ ଯେ ଯାହାରି ।କୁମ୍ଭ ଶୁକଳ ଅଷ୍ଟମୀ ତିଥି ବୁଧବାରମୃଗଶିରା ନକ୍ଷତ୍ର ଯେ ଅଟେ ସେ ଦିନର ।ବାଳବ ନାମେ କରଣ ଇନ୍ଦ୍ର ନାମେ ଯୋଗକୁମ୍ଭ ସଂକ୍ରାନ୍ତିରୁ ଚଉବିଂଶ ଦିନ ଭୋଗ ।ବେଳ ବାଇଶି ଦଣ୍ଡରେ ଲଗ୍ନମାନ ଘେନିଅନୁକୂଳ କଲେ ନୃପେ ଚଳାଇ ସଇନି ।ଥୋକେ ଦୂର ଯାଇ ସରସ୍ୱତୀ ନଦୀତୀରେଅରବିନ୍ଦ ପଦା ମଧ୍ୟେ ରହିଲେ ସନ୍ଧ୍ୟାରେ ।ରାତ୍ର ପ୍ରହରେକ ଥାଉଁ ଚଳାଇଲେ ତହୁଁପବନ ବେଗରେ ମାଡ଼ିଯାନ୍ତି ଚାହୁଁ ଚାହୁଁ ।ସୁବର୍ଣ୍ଣପ୍ରଭା ନାମରେ ପର୍ବତେ ବିସ୍ତାରସେଠାରୁ ଗୋମତୀନଦୀ ବହେ ତିନିଧାର ।ସେ ଦିନ ସେ ନଦୀକୂଳେ ସମଦଣ୍ଡ ରହିଉଷାଲାଗ୍ନେ ଉଠି ତହୁଁ ଗଲେ ପଥ ବାହି ।ଚୌରାଶୀ ଯୋଜନ ମାଡ଼ି ଚଳେ ମହାଥାଟଖାଲ ଡିଙ୍ଗର ଭାଙ୍ଗିଣ ହେଲା ସମବାଟ ।ଅନେକ ହାଟ ବାଟ ଯେ ହୋଇଲା ଉଜାଡ଼ଛିନ୍ନ ଛତ୍ର ହୋଇଗଲା ଭାଙ୍ଗି କେତେ ଗଡ଼ ।ଦିନକୁ ଦିନ ସେ ଥାଟ ଗହଣେ ଚଳିଲେକଟକୁଁ ଦଶଯୋଜନ ଯାଇଁଣ ମିଳିଲେ ।ଯମୁନା ନଦୀକୂଳରେ ବସ୍ତ୍ର ଘର ଟାଣିଚତୁରଙ୍ଗ ବଳ ତହିଁ ରହିଲେକ ପୁଣି ।ରଣରଖା ସଜମାନ ଘେନିଛନ୍ତି କରେଗଡ଼ ବେଢ଼ିବା ବୋଲିଣ କେହୁ ବା ବିଚାରେ ।ରନ୍ଧନ ଭୋଜନ କରି ତାମ୍ବୁଳାଦି ସାରିକଟୁଆଳଙ୍କୁ ଜଗାଇ ନିଦ୍ରା ନେତ୍ରେ ଘାରି ।ଏଥୁଅନନ୍ତରେ ଶୁଣ ଶୁକମୁନି ଭଣିଶୁଣ ପରୀକ୍ଷିତ ରାଜା ଅତି ପୁଣ୍ୟବାଣୀ ।ଏହି ବାରତା ଘେନିଣ ଚଳିଲେ ଡଗରମଥୁରା କଟକରେ ସେ ମିଳି ଧାତିକାର ।ରାଜା ଉଗ୍ରସେନ ଆଗେ ପ୍ରବେଶିଲେ ଯାଇଛପନକୋଟି ଯାଦବେ ରହିଛନ୍ତି ଯହିଁ ।ରାମକୃଷ୍ଣ ବସୁଦେବ ସାତ୍ୟକି ଅକ୍ରୂରଅନାଧୃଷ୍ଟ ଉଦ୍ଧବ ସେ ଶକ୍ରାଜିତ ବୀର ।କଞ୍ଚନ ଶ୍ରୀକୃପବ୍ରହ୍ମା ଆଉ ଶତଧନୁବୃହଦ୍ଧ୍ୱଜ ବୃଷଶ୍ରବା ପ୍ରଶ୍ନାଜିତ ଭାନୁ ।ରବିଜିତ କେତନ ଯେ ଆଉ କଳିନାଗକୁନ୍ଦ ମାମୋଦି ବିରାଜ ବିକର୍ଣ୍ଣ ଉଡ଼ଙ୍ଗ ।ବସୁଦେବ ଷଡ଼ପୁତ୍ର ସୁରଥ ସହିତେକେତନ କାନ୍ତିମାଳା ଯେ ମହୀଧ୍ର ସମେତ ।ଏପରି ସର୍ବ ଯାଦବେ ଛନ୍ତି ରୁଣ୍ଡ ହୋଇଦେଶାଉର ବାରତାକୁ କହେ ଶବଦାଇ ।ଭୋଦେବ ସାବଧାନରେ ଶୁଣ ନୃପମଣିଜରାସନ୍ଧ ରାଜା ପୁଣି ସଇନ୍ୟଙ୍କୁ ଘେନି ।ସନ୍ଧ୍ୟା ସମୟରେ ଆଜି କଟକେ ମିଳିଲେସମ୍ଭର୍ବେ ଅଛନ୍ତି ଦେବାର୍ଚ୍ଚନା ଗିରିତଳେ ।ଅଗୋଚର ସଇନି ଯେ ନାହିଁ ଥଳ କୁଳଯେସନେ ମାଡ଼ି ଆସଇ ସମୁଦ୍ରର ଜଳ ।ରାତ୍ର ପାହିଲେ ଦେବେ ସେ ମଥୁରାକୁ ଧାଡ଼ିଲକ୍ଷେପୁର କରି ଗଡ଼ ବସିବେକ ମାଡ଼ି ।କେଉଁ ଉପାୟ କରିବା ଏବେ ଦଣ୍ଡଧାରିବେଳ ଥାଉଁ ଥାଉଁ ଆଗୁ ଯିବ ଅପସରି ।ଚାରିଊଣା ଲକ୍ଷେ ରାଜା ପ୍ରତିଜ୍ଞା କରନ୍ତିରାମକୃଷ୍ଣେ ବିନାଶିବୁ ନିଶ୍ଚୟେ ଏ ଘାନ୍ତି ।ତାଙ୍କ ଛାମୁରେ ରହି କେ କରିବ ସମରରଥୀ ମହାରଥୀ ଛନ୍ତି ଅପାରୁ ଅପାର ।ସ୍ୱର୍ଗ ମଞ୍ଚ ପାତାଳକୁ ପାରନ୍ତି ସେ ଜିଣିଶୁଣି ଶଙ୍କାପାଏ ଉଗ୍ରସେନ ନୃପମଣି ।ଅନେକ ଶୋକ କଲା ସେ ରାମକୃଷ୍ଣ ଆଗେବୋଇଲା ପ୍ରମାଦେ ଆସି ପଡ଼ିଲାକ ବେଗେ ।ଚାରିଊଣା ଲକ୍ଷେ ରାଜା ବନ୍ଧନ ଯା ଘରେତାର ବୈରୀ ହୋଇ ଯାଇ ରହିବା କାହିଁରେ ।କହୁଁ କହୁଁ ଆସି ସୈନ୍ୟ ମିଳିଲେ ନିକଟେକି ଉପାୟ କରି ଆମ୍ଭେ ଯିବା କେଉଁବାଟେ ।କୁଟୁମ୍ବ ଭାଇ ଭାରିଯା ପୁତ୍ର ଧନଧାନ୍ୟଶରୀରରେ ପ୍ରାଣଥିଲେ ଛାଡ଼ିବା କେସନ ।ମଥୁରା ଆମ୍ଭର ପିତୃ ପିତାମହ ବୃତ୍ତିଏତେକାଳ ଧାତା କଲା ଏସନକ ରୀତି ।କର୍ମନିପାକ କାଳକୁ ଲକ୍ଷ୍ମୀ ଛାଡ଼ିଯାଇନିଶ୍ଚୟେ ଜାଣିଲୁ ନାଶ ଯିବା ଏହିଠାଇଁ ।ଯାଦବେ ବୋଇଲେ ଆମ୍ଭେ କଲୁ କେଉଁଦୋଷଅନିମିତ୍ତେ ଜରା କିପାଁ କରିଅଛି ରୋଷ ।ସେ ଆମ୍ଭର ବାନ୍ଧବ ତ ଅଟଇ ଯୁକତେନ ଜାଣିଣ ଏଡ଼େ କୋପ କରେ ଅନିମିତ୍ତେ ।ଥୋକାଏ ବୋଲନ୍ତି ରାମ କୃଷ୍ଣ ବଡ଼ ମନ୍ଦଏହାଙ୍କ ଯୋଗୁ ଆମ୍ଭରେ କୋପେ ଜରାସନ୍ଧ ।ଏ ଯେବେ କଂସକୁ କରି ନ ଥାନ୍ତେ ବିନାଶମଥୁରା ଲୋକେ କିପାଇଁ ପାନ୍ତେ ଏଡ଼େ ପ୍ରାସ ।କଂସକୁ ଏ ଜରାସନ୍ଧ ହାରିବାରୁ ରଣେଡରେ ଦୁହିତାକୁ ଦେଲା ପଶିଣ ଶରଣେ ।ସେ ମହାବଳିଷ୍ଠ କଂସେ ନାଶି ଚକ୍ରପାଣିତେଣୁ ଉପଦ୍ରବ ଜରା କରୁଅଛି ଜାଣି ।ଥୋକାଏ ବୋଲନ୍ତି ଆଉ ଉପାୟ ତ ନାହିଁବହୁଲୋକ ନାଶଯିବା ଏକା ଜଣ ପାଇଁ ।ସକଳ ଯାଦବେ ବସି ବିଚାର ସୁମନେଏ ରାମକୃଷ୍ଣଙ୍କୁ ଦେବା ଜରା ସନ୍ନିଧାନେ ।ଆଗହୁଁ ତ ଜରାସନ୍ଧ ନିୟମ କରିଛିରାମ ହରି ପାଇଲେ ସେ ନ କରିବ କିଛି ।ଥୋକାଏ ବୋଲନ୍ତି କିଛି ନ ଜାଣ ବ୍ୟବସ୍ଥାରାମ କୃଷ୍ଣ ଆୟତ୍ତ ତ ନୁହନ୍ତି ସର୍ବଥା ।ଚଉଦ ବ୍ରହ୍ମାଣ୍ଡେ ପ୍ରଭୁ ଯେଉଁ ଦେବରାୟେତା ପାଶେ ଥିଲେ ଆମ୍ଭର ନାହିଁ କିଛି ଭୟେ ।ଭାରାଭର ଅର୍ଥେ ଜାତ ଯେଉଁ ଭଗବାନକପଟରେ ଜଳନ୍ଧର ମାୟାର ସେ ସ୍ଥାନ ।ଅବହେଳା ସମରେ ଯେ କଂସ କଲେ ନାଶତାଙ୍କ ମନ ହେଲା ଜରା କରିପାରେ କିସ ।ଥୋକେ ଯାଦବେ ବୋଇଲେ ଗତପରି ହୋଇଶୀଘ୍ର କୁଟୁମ୍ବକୁ ଘେନି ଯିବାକୁ ପଳାଇ ।ଥୋକେ ଯାଦବେ ବୋଲନ୍ତି ନଗ୍ରେ ରହିଥିବାରାମକୃଷ୍ଣଙ୍କୁ ପଚାରି ସମର କରିବା ।ଅନେକ ସମର ହେଲା ଦେଖି ଏହିମତେବେଳୁବେଳ ଜରା ସୈନ୍ୟ ମାରନ୍ତି ଅଚ୍ୟୁତେରାଜାମାନଙ୍କର ଯେତେ ଚତୁରଙ୍ଗ ବଳରଥୀ ମହାରଥୀ ନାଶ ଗଲେଣି ସକଳ ।ଏତେମତେ ଜରାସନ୍ଧ ମନେ ଶଙ୍କା ନାହିଁପୁଣି ନିର୍ଲଜ୍ଜ ପଣରେ ଆସିଅଛି ବାହି ।ଏସବୁ ମାରିଣ ଆମ୍ଭେ ରୁହାଇବା କୀର୍ତ୍ତିକେହି ଜଣେ ରଣମଧ୍ୟୁ ନ ଯିବେଟି ବର୍ତ୍ତି ।ଏସନକ ଉଚ୍ଚବାଚ ହ୍ୱନ୍ତି ସର୍ବ ବୀରେବୃହଦ୍ଧ୍ୱଜ କହେ ତହୁଁ ବଚନ ସଧୀରେ ।ତୁମ୍ଭେମାନେ ସମସ୍ତେ ହେଁ ଶୁଣ ମୋର ବୋଲପଣ୍ଡିତ ବିଚାରେ ଏହା ନୁହଁଇଟି ଭଲ ।ରାମକୃଷ୍ଣଙ୍କୁ ଯେ ପୁରୁ ଦୂର କରି ଦେବାଯୁଦ୍ଧ ନ କରି ଜରାକୁ କରିବାଟି ସେବା ।ଗଳାରେ କୁଠାର ଦନ୍ତେ ତିନିରଣକୁ ଘେନିବାଟରେ ପାଛୋଟି ଯାଇ କରିବା ଦଇନୀ ।ଥୋକେ ଯାଦବେ ବୋଲନ୍ତି ଏତ ସୁବିଚାରବିଳମ୍ବ ନ କରି ଏହା କର ଧାତିକାର ।ଉଗ୍ରସେନ ବୋଲୁଛନ୍ତି ଦେହେ ପ୍ରାଣ ଥାନ୍ତେଏସନ ଦୁବୁର୍ଦ୍ଧ କଥା କରିବା କେମନ୍ତେ ।ରାମକୃଷ୍ଣ ହେତୁ ସିନା ଆମ୍ଭର ବିଭୂତିପଞ୍ଚଭୂତ ଆତ୍ମା ଜାଣ ଅଟନ୍ତି ଶ୍ରୀପତି ।ତାଙ୍କୁ ଉପେକ୍ଷି କେମନ୍ତେ ଧରିବା ଜୀବନଅନ୍ଧର ଲଉଡ଼ି ସେହି କାହ୍ନୁ ସଙ୍କର୍ଷଣ ।ଏ ମଥୁରାପୁର ପଛେ ଶ୍ମଶାନ ହୋଇବଏଥୁଁ ରାମକୃଷ୍ଣ ଗଲେ ଜୀବନ ନ ଥିବ ।ଶତେବାର ପଛେ ଜରାସନ୍ଧ ଧାଡ଼ିଦେଉମଥୁରା ସମ୍ପଦ ପଛେ ସବୁ ବହିନେଉ ।ଧନ ଧାନ୍ୟ ରତ୍ନ ଆଦି ସମସ୍ତେ ହେଁ ଗଲେରାମକୃଷ୍ଣଙ୍କୁ ମୁରୁଛି ନ ପାଇବି ଭଲେ ।ଶୁଣ ପରୀକ୍ଷ ରାଜନ ଭଣି ଶୁକଯତିଏପରି ସର୍ବ ଯାଦବେ କୁହାକୁହି ହ୍ୱନ୍ତି ।ଯାଦବେ ଆକୁଳ ହେବା ଜାଣି ଦେବରାୟେବୋଲନ୍ତି ନ କର ତୁମ୍ଭେ ମନେ କିଛି ଭୟେ ।ଆମ୍ଭେ ନିବାରିବା ସିନା ସବୁ ଉପଦର୍ପପୃଥ୍ୱୀଭାରା ନିବାରିବା ପାଇଁକି ଏ ରୂପ ।ଅସୁର ନିବାରି ମହୀ କରିବା ଉଶ୍ୱାସତେଣୁ ମର୍ତ୍ତ୍ୟରେ ଜନ୍ମିଣ ବିନାଶିଲୁ କଂସ ।ଯାଦବେ ବୋଇଲେ ଆମ୍ଭେ ଜାଣୁ ସବୁ ଏହାତୁମ୍ଭେ ତ ଦେବାଧିଦେବ ଲକ୍ଷ୍ମୀଦେବୀ ନାହା ।ତୁମ୍ଭ ଯୋଗୁଁ ସିନା ଚର ଅଚର ମେଦିନୀଆରତଭଞ୍ଜନ ନାଥ ଦେବ ଚିନ୍ତାମଣି ।ତୁମ୍ଭେ ସର୍ବଜ୍ଞ ପୁରୁଷ ଶୁଭାଶୁଭ କର୍ତ୍ତାତୁମ୍ଭଙ୍କୁ ଅଗୋଚର ତ ନାହିଁ କେଉଁ କଥା ।ବୃହଦ୍ଧ୍ୱଜ ବୋଇଲା ଯେ ରାମକୃଷ୍ଣେ ଚାହିଁଅନେକ ଦୁଃଖ ପାଇଲୁ ପଳାଇ ପଳାଇ ।ଏବେ ଆସି ପଡ଼ିଅଛି ପୁଣି ସେ ବିପତ୍ତିକେଣିକି ଯିବୁ ହେଲାଣି ଆସି ଅଧରାତି ।ପ୍ରଭାତ ହୋଇଲେ ଗଡ଼ ବସିବ ସେ ମାଡ଼ିଏହିକ୍ଷଣି ଉଠି ସର୍ବେ ପଳାଇବା ଛାଡ଼ି ।ଲକ୍ଷେ ରାଜା ଉପରେ ସେ ଅଟେ ଶିରୋମଣିଭୀଷ୍ମ ଦ୍ରୋଣ ଆଦି ରଥୀ ସଙ୍ଗେ ଅଛି ଆଣି ।କେ ତାଙ୍କ ଆଗରେ ରହି କରିବ ସମରମନ କଲେ କ୍ଷଣକରେ ଜିଣିବ ତ୍ରିପୁର ।ଛୟାଣୋଇ ସସ୍ର ରାଜା ଭୂୟାଁ ଭୂମିପାଳଜଣେ ଜଣେ ପାରନ୍ତି ସେ ଜିଣି ଦିଗପାଳ ।ଆବର ସେ ନୃପଙ୍କର ଅଙ୍ଗବଳ ଯେତେଏକ ଏକ କରି ତାହା କହବିଇଁ କେତେ ।ଏକମୁଖ ହୋଇ ସର୍ବେ ଯୁଝିବାର ପାଇଁତିନିବାର ସତ୍ୟକରି ଆସିଛନ୍ତି ବାହି ।ସୈନ୍ୟଘେନି ଆମ୍ଭେ ଯୁଦ୍ଧ କଲେ ତାଙ୍କ ସଙ୍ଗେଜିଣି ନ ପାରିଣ ନାଶଯିବ ସପତାଙ୍ଗେ ।ମୁଁ ତୁମ୍ଭର କୁଳବୃଦ୍ଧ ମୋର ବୋଲ କରଜରାର ଛାମୁକୁ ମୋତେ ପେଷ ଧାତିକାର ।ମୁଁ ଯାଇ ସକଳ କଥା କରିପାରେ ଭଲପୂର୍ବପ୍ରୀତି ରହି ଯାଉ ମଥୁରାରୁ ସଲ ।ସବୁ ଯାଦବେ ବୋଇଲେ ଏହି କଥା କରରାମକୃଷ୍ଣ ବୋଇଲେକ ସମ୍ମତ ଆମ୍ଭର ।ତୀର୍ଥଯାତ୍ରା ବିବାଦରେ ବୃଦ୍ଧଲୋକ ଲୋଡ଼ିବୃଦ୍ଧଲୋକ ବୋଲେ ସବୁ ମାନ ଯାଏ ଫେଡ଼ି ।ତୁମ୍ଭ ପାଶୁଁ ଆମ୍ଭେ ଯାଉଁ ବାହାର ଯେ ହୋଇଜରାସନ୍ଧ ଆଗେ କହ ଏହିକଥା ଯାଇ ।ଏହା ବୋଲୁ ହେଲା ରାତ୍ର ନବଘଡ଼ି ଆସିମଥୁରାଗଡ଼ୁ ବାହାର ରାମ ହୃଷୀକେଶୀ ।ହସ୍ତେ ଅସ୍ତ୍ର ଶସ୍ତ୍ର ନାହିଁ ପାଦରେ ଗମନ୍ତିଚାଲିଯାନ୍ତେ ଶୋଭାବନ ଦିଶେ ବସୁମତୀ ।ବୃହଦ୍ଧ୍ୱଜ ଯାଦବ ଯେ ରଥେକ ଆରୋହିଜରାସନ୍ଧ ଆଗେ ଯାଏ ସମାଧାନ ପାଇଁ ।ହରି ବଳରାମ ଚଳିଗଲେ ସେହି ମାର୍ଗେଦେଖିଣ ରଥ ଚଢ଼ିଣ ଜରା ଆସେ ବ୍ୟଗ୍ରେ ।ରାତ୍ର ଘଡ଼ିଏକ ଥାଉଁ ବେଢ଼ିବାର ପାଇଁସମୁଦ୍ର ଲହରୀ ପ୍ରାୟେ ଅଛନ୍ତି ସେ ଧାଇଁ ।ଯେଉଁ ମାର୍ଗେ ରାମକୃଷ୍ଣ ଯାଆନ୍ତି ପଳାଇଯୋଗେ ଜରା ସେହି ପଥେ ଆସେ ସୈନ୍ୟବାହିରାତ୍ର ପାହାନ୍ତା ହୋଇଛି ଅନ୍ଧାର ରଜନୀଅଯୋଗରେ ଭେଟ ପଡ଼ିଗଲେ ଭାଇ ବେନି ।ଆଗୁଆଣି ଥାଟେ ଯାଇ ହେଲେ ଭେଟାଭେଟିଅକୁଳ ସାଗରେ ଯେହ୍ନେ କ୍ଷୁଦ୍ର ନଦୀ ଯୁଟି ।ଥାଟର ଭିତରେ ପଶିଗଲେ ଭାଇ ବେନିଚିହ୍ନି ନ ପାରିଲେ ସୈନ୍ୟ ଥାଆନ୍ତେ ରଜନୀ ।ପଛଥାଟେ ପଶିକରି ଯାନ୍ତେ ଦେବରାୟେହସ୍ତେ ଶସ୍ତ୍ର ନାହିଁ ପୁଣି ଗମନ୍ତି ନିର୍ଭୟେ ।କେତେହେଁକ ବେଳେ ଆସି ପାହିଲା ରଜନୀଅନ୍ଧକାର ଗଲା ଉଦେ ହ୍ୱନ୍ତେ ଦିନମଣି ।ମୁହଁକୁ ମୁହଁ ଦିଶନ୍ତେ ଚିହ୍ନି ତଥ୍ୟକରିନୁହନ୍ତି ଅବା ସେ ବଳଦେବ ଚକ୍ରଧାରୀ ।କେହୁ ବୋଲଇ ଅପୂର୍ବ ଅଟଇ ଏ କଥାକେହୁ ରାଜା ବୋଲନ୍ତି ୟା ନୁହଇ ସର୍ବଥା ।ଜାଣି ତ ନ ପାରୁ ଏହା ବିଧାତାର କୂଟଛେଳି କଟୁରୀ ଆସିଣ ହେଲା ଏବେ ଭେଟ ।ଜରାସନ୍ଧ ରାଜାର ତ କାର୍ଯ୍ୟ ହେଲା ସିଦ୍ଧିକେ ବୋଲଇ ଧର ବେଢ଼ିକରି ହାଦେବୁଦ୍ଧି ।ଏହା କହିଣ ଥୋକାଏ ହସ୍ତକୁ ବଢ଼ାନ୍ତିଭରସି ନ ପାରି ପୁଣ ଅପସରି ଯାନ୍ତି ।ଥାଟ ଭିତରେ ପଶିଣ ଯାନ୍ତି ଦେବରାୟେସର୍ବେ ଦେଖନ୍ତି ଦେଖଣାହାରୀଙ୍କ ପରାୟେ ।ସମସ୍ତଙ୍କ ମନ ହରି ଯାଉଛନ୍ତି ହରିହସ୍ତକୁ ବଢ଼ାଇ କେହି ନ ପାରନ୍ତି ଧରି ।ଗଜଯୂଥେ ମଧ୍ୟେ ଯେହ୍ନେ ବିକ୍ରମ କେଶରୀସେପରି ଗମନ୍ତି ସୈନ୍ୟ ମଧ୍ୟେ ରାମହରି ।ପଦ୍ମଦଳ ମଧ୍ୟେ ଯେହ୍ନେ ରାଜହଂସ ଯାଏଅଜାଯୂଥ ମଧ୍ୟେ କିବା ବ୍ୟାଘ୍ରର ପରାୟେ ।ସେହିପରି ଜରା ସୈନ୍ୟ ମଧ୍ୟେ ଯାନ୍ତି ପଶିନିଃଶଙ୍କେ ଗମନ୍ତି ବଳରାମ ବିଶ୍ୱବାସୀ ।ଶୁଣ ପରୀକ୍ଷ ରାଜନ ଭଣି ଶୁକଯତିଇତି ଶିରୀ ହରିବଂଶ ପୁରାଣର କୀର୍ତ୍ତି ।