ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୫ / ୨୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଜରାସନ୍ଧର ଚତୁର୍ଥବାର ଧାଡ଼ି
ଏଥୁ ଅନନ୍ତରେ ପୁଣି ଶୁକ ତପୋଧନବୋଇଲେ କହିବା ଶୁଣ ପରୀକ୍ଷ ରାଜନ ।ଅପମାନ ପାଇ କୋପେ ମଗଧ ନୃପତିଚାରିଦିଗେ ଡଗରାଙ୍କୁ ପେଷିଲା ଝଟତି ।ଆଜ୍ଞାଦେଇ ଗଲେ ସର୍ବେ ବେଗହୋଇ ଯାଅରାମକୃଷ୍ଣ ବାର୍ତ୍ତା ଆଣି ସତ୍ୱରେ ଜଣାଅ ।ଅନେକ ଲଜ୍ଜା ଆମ୍ଭଙ୍କୁ ସେ ଦେଲେ ସମରେରଥ ଗଜ ଅଶ୍ୱ ମାରି ଲୁଚିଛନ୍ତି ଦୂରେ ।ସକଳ ଦେଶରେ କହ ଏ ବାରତା ଯାଇରାମକୃଷ୍ଣ ସମ୍ଭାଳିଲେ ହେବେ ରାଜଦ୍ରୋହୀ ।ଅଷ୍ଟଲୋକପାଳଙ୍କୁ ମୁଁ କରୁଅଛି ସାକ୍ଷୀରାମକୃଷ୍ଣ ସମ୍ଭାଳିବ ଯେ ମୋତେ ଉପେକ୍ଷି ।ଏ ମୋର ଆଜ୍ଞା ଲଙ୍ଘନ ଯେ କରିବ ଜାଣିତା ବଂଶ ନାଶିବି ମୁହିଁ ଖଡ଼ଗରେ ହାଣି ।ଯେବଣ ଦେଶକୁ ଯିବେ ନନ୍ଦ ବେନି ବତ୍ସିଅନ୍ନ ପାଣି ଆଦି ତାଙ୍କୁ ନ ଦେବଟି କିଛି ।ଶୁଣି ଚାରଗଣେ ତହୁଁ ଅନ୍ତରୀକ୍ଷେ ଗଲେସକଳ ଦେଶରେ ବୁଲି ଆଜ୍ଞାପତ୍ର ଦେଲେ ।ଟମକ ବଜାଇ ପୁଣ ଗ୍ରାମେ ଗ୍ରାମେ ପଶିବୋଲନ୍ତି ଗଉଡ଼େ ଜରାସନ୍ଧଠାରେ ଦୋଷୀ ।ରାମକୃଷ୍ଣ ବୋଲି ନାମ ବହନ୍ତି ସେ ଦୁହେଁତାଙ୍କୁ ଅନ୍ନପାଣି କେହି ନ ଦେବ କେବେହେଁ ।ବାସସ୍ଥାନ ନ ଦେବ କେ ନ କହିବ କଥାଆଜ୍ଞା ଲଘିଂବେ ନୃପତି କଟାଇବେ ମଥା ।ମନରେ ଚେତି ସମସ୍ତେ ଥିବ ଆଜ୍ଞା ମାନିବେନି ଭାଇଙ୍କୁ ଛାମୁରେ ଦେବ ବାନ୍ଧି ଆଣି ।ଗୌରବ ପାଇଣ ନେବ ଶାଢ଼ୀ ସୁନାବଳାନୃପତି ଆଜ୍ଞାରେ କେହି ନ କରିବ ହେଳା ।ଏମନ୍ତେ ଡଗରାମାନେ ଟମକ ବଜାଇଘୋଷଣା ଦିଅନ୍ତି ଦେଶ ଦେଶାନ୍ତରେ କହି ।ଏଥୁ ଅନନ୍ତରେ ବଳରାମ ଚକ୍ରଧରଅବହେଳେ ମଢ଼ିଆରୁ ହୋଇଲେ ବାହାର ।ଅଗମ୍ୟ ବନରେ ଥୋକେ ଦୂର ଚଳିଗଲେଭାନୁମତୀ ନଦୀକୂଳେ ପ୍ରବେଶ ହୋଇଲେ ।ଜରାସନ୍ଧ ଥିବାଠାରୁ ପାଞ୍ଚଯୂଣ ଛାଡ଼ିନିତ୍ୟକର୍ମ ସାରି ଦୁହେଁ ରହି ବେନିଘଡ଼ି ।ସେଠାରେ ଦେଖିଲେ ଶିବ ନାମେ ପରବତଯୋଜନେ ଉତ୍ସର୍ଗ ପାଞ୍ଚ ଯୋଜନ ବିସ୍ତୃତ ।ନଦୀର ଉତ୍ତର କୂଳେ ଅତି ରମ୍ୟସ୍ଥାନପୂର୍ବେ ତହିଁ ଥିଲେ ବାଲମୀକ ତପୋଧନ ।ସଦାଶିବ ନାମେ ତହିଁ ଛନ୍ତି ଲିଙ୍ଗରାଜାମାନ୍ଧାତା ନୃପତି ପୂର୍ବେ କରିଥିଲେ ପୂଜା ।ଶତେନଳ ଆୟତନ ମଣ୍ଡପ ଦେଉଳଅଗ୍ରଭାଗେ ପୁଷ୍କରିଣୀ ଦିଶେ ପରିମଳ ।ମହାରଣ୍ୟ ଭିତରେ ସେ ଏକ ରମ୍ୟସ୍ଥାନଜନଜନ୍ତୁରେ ଅଗମ୍ୟ ଅତ୍ୟନ୍ତ ଗୋପନ ।ଦୁଇଭାଇ ନଦୀତୀରେ ନିତ୍ୟକର୍ମ ସାରିଦେଉଳେ ପଶି ଦର୍ଶନ କଲେ ତ୍ରିପୁରାରି ।ଅରଖ ଦୁଦୁରା ଫୁଲ ବିଲ୍ୱପତ୍ର ଦେଇକରଯୋଡ଼ି ସ୍ତୁତିପାଠ କଲେ ବେନିଭାଇ ।କଇଥ କମଳା କେନ୍ଦୁଗୁଆ ବରକୋଳିନଇବେଦ୍ୟ କଲେ ନାନା ବନ୍ୟଫଳ ତୋଳି ।ପଞ୍ଚାକ୍ଷର ମନ୍ତ୍ର ଜପ କରନ୍ତେ କେଶବପ୍ରସନ୍ନ ହୋଇଣ ବିଜେ କଲେ ସଦାଶିବ ।ପଞ୍ଚମୁଖ ତ୍ରିନୟନ ଶିରେ ଗଙ୍ଗାଜଳଜଟାମୂଳେ ଖଣ୍ଡଇନ୍ଦୁ ଦିଶେ ପରିମଳ ।ଶ୍ରୀଭୁଜେ ପିନାକ ଧନୁ କପାଳେ କୁଠାରବିଭୂତି ଭୂଷଣ ଜଟାଧାରୀ ଦିଗମ୍ୱର ।ଡିବିଡିବି ଡମ୍ୱରୁ ଯେ ବାଜେ ନବକୋଟିବାମ ଡାହାଣେ ଅଛନ୍ତି ନନ୍ଦୀ ଯେ ଭୃକୁଟୀ ।କୋଳେ ହିମବନ୍ତ ସୁତା ଆରୋହି ବୃଷଭରାମକୃଷ୍ଣ ଆଗେ ଉଭା ହେଲେ ମହାଦେବ ।ଦେଖି ବେନିଭାଇ ଶିରେ କରପତ୍ର ଯୋଡ଼ିରୁଦ୍ର ଦେବତାଙ୍କୁ ସ୍ତୁତି କଲେ ପାଦେ ପଡ଼ି ।ହସିଣ ବୋଲନ୍ତି ଶିବ ତୁମ୍ଭେ ଦେବରାଜାବ୍ରହ୍ମା ଇନ୍ଦ୍ର ଘେନି ଆମ୍ଭେ କରୁ ପାଦପୂଜା ।ପୃଥ୍ୱୀଭାର ନିବାରଣ କରିବାର ପାଇଁକଉତୁକେ ଜନ୍ମିଅଛ ନରତନୁ ବହି ।ଦେବଙ୍କ ଉପରେ ତୁମ୍ଭେ ଦେବ ଶିରୋମଣିଶୁଭାଶୁଭ କର୍ମ ତୁମ୍ଭେ ଆନ କର ପୁଣି ।ତୁମ୍ଭେ ପ୍ରଭୁ ମାୟାଧର ଭକ୍ତ ଭାବଗ୍ରାହୀଶରଣପଞ୍ଜର ବାନା ଆପେ ଅଛ ବହି ।ନାମ ସୁମରନ୍ତେ ସବୁଦୁଃଖ ହୁଏ ପାରଅତ୍ରାହିର ତ୍ରାହି ତୁମ୍ଭେ ଶରଣ ସୋଦର ।ଅଜ୍ଞାନ ସେ ଜରାସନ୍ଧ ନ ଜାଣଇ କିଛିଧର୍ମ ଅର୍ଥ ନାଶକରି ଗୋଡ଼ାଇଣ ଅଛି ।ତାହାର ବଳେ ତୁମ୍ଭର ହୋଇପାରେ କିସତୁମ୍ଭେ ଆଜ୍ଞା ଦେଲେ ହେବେ ସମୁଳରେ ନାଶ ।କ୍ଷମାଶୀଳ ହେତୁ ତୁମ୍ଭ ହୃଦେ କୋପ ନାହିଁଦେବକାର୍ଯ୍ୟେ ଜନ୍ମିଅଛ ନରତନୁ ବହି ।ଜଗତ କରତା ତୁମ୍ଭେ ପ୍ରଭୁ ଆଦିକନ୍ଦମନ କଲେ ଜିଣି ପାର ଲକ୍ଷେ ଜରାସନ୍ଧ ।ଏତେ କହି ପାଶୁପତ ବାଣ କରେ ଧରିକୃଷ୍ଣ ହସ୍ତେ ସମର୍ପଣ କଲେ ତ୍ରିପୁରାରି ।ବୋଇଲେ ସମ୍ଭାଳି ଯତ୍ନେ ରଖ ଚକ୍ରପାଣିଏ ବାଣରେ ତ୍ରିଭୁବନ ପାର ତୁମ୍ଭେ ଜିଣି ।ଆବର କଥାଏ ଶୁଣ ଲକ୍ଷ୍ମୀଦେବୀ ସାଇଁଏହିଠାକୁ ଜରାସନ୍ଧ ଆସିବ ଯେ ବାହି ।ପୂର୍ବରୁ ଏ କଥା ଅଛି ତୁମ୍ଭଙ୍କୁ ଗୋଚରଅବଶ୍ୟ ସେ ଧାଡ଼ିଦେବ ଅଷ୍ଟାଦଶ ବାର ।ଏତେ କହି ବ୍ୟୋମକେଶ ହେଲେ ଅନ୍ତର୍ଦ୍ଧାନମଣ୍ଡପରେ ବସିଛନ୍ତି ରାମ ଭଗବାନ ।ସେଠାରୁ ସନ୍ଦେଶ ପାଇ ଦେଶାଉର ବେଗେବାହୁଡ଼ିଣ ଜଣାଇଲା ଜରାସନ୍ଧ ଆଗେ ।ଭୋ ମଣିମା ସାବଧାନେ ଶୁଣ ନୃପମଣିରାମକୃଷ୍ଣ ଦେଖି ଆମ୍ଭେ ଅଇଲୁ ଏକ୍ଷଣି ।ଭାନୁମତୀ ନଦୀତୀରେ ଶିବ ପରବତସଦାଶିବ ନାମେ ଶମ୍ଭୁ ତହିଁ ପ୍ରତିଷ୍ଠିତ ।ସେ ବଡ଼ ପ୍ରତ୍ୟକ୍ଷ ଶମ୍ଭୁ ଜ୍ୟୋତିର୍ମୟ ଲିଙ୍ଗଦରଶନେ ମହାପାପ ନ ରହଇ ଅଙ୍ଗ ।ସେ ଶିବଙ୍କୁ ଦରଶନ କରି ବେନିଭାଇମଣ୍ଡପରେ ବସିଛନ୍ତି ସଙ୍ଗେ କେହି ନାହିଁ ।ଏହି ଅନୁକୂଳେ ଚାଲ ଥାଟ ଘେନିଯିବାକିଛି ହିଁ ସନ୍ଦେହ ନାହିଁ ଏକ୍ଷଣି ଭେଟିବା ।ଶତ୍ରୁକୁ ମାରିବ ତୁମ୍ଭେ ତୁଟିବ ଅରିଷ୍ଟିବାଟ ନିକଟ ତା ପାଞ୍ଚ ଯୋଜନ ସେହିଟି ।ଶୁଣି ଜରାସନ୍ଧ ରାଜା ହେଲା ହସ ହସପରିଘାଇ ଆଗେ ରଥ ବାହେ ଦମଘୋଷ ।ଶାଲ୍ୱଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣପ୍ରତିଜ୍ଞା କରନ୍ତି କୋପେ ଉଠି ପୁଣ ପୁଣ ।ଦମଘୋଷ ବୋଲେ ବାବୁ ଏ ଲାଗିଲା ମୋତେକହରେ ଡଗରା କାହିଁଛନ୍ତି ନନ୍ଦସୁତେ ।ଡଗରା ବୋଲଇ ଏହି ପରବତ ତଳେଦୁହେଁ ବସିଛନ୍ତି ଭାନୁମତୀ ନଦୀକୂଳେ ।ମହାଘୋର ଅରଣ୍ୟ ଏ ଜନଜନ୍ତୁ ନାହିଁଧାତିକାରେ ଚାଲ ଯିବା ନିଶବଦ ହୋଇ ।ଏହା ଶୁଣି ବୋଲେ ଜରାସନ୍ଧ ନୃପବରହସ୍ତୀକନ୍ଧମାନଙ୍କରୁ ଘଣ୍ଟ ତୋଳି ଧର ।ଢୋଲ ଟମକ ନିଶାଣ ଆଦି ବାଦ୍ୟ ଯେତେନ ବଜାଇ ଯତନରେ ଧରି ଯେଝା ହସ୍ତେ ।ନିଶବଦେ ଚାଲ କେହି ନ କହିଣ କଥାକିଛିହିଁ ଶବଦ ଜାତ ନୋହିବ ସର୍ବଥା ।ପାଇକେ ଅଣ୍ଟାରୁ ଫେଇ ଦିଅନ୍ତୁ ଘାଗୁଡ଼ିଘୋଡ଼ାଙ୍କ ବେକରୁ ଘଣ୍ଟି ଯତ୍ନେ ରଖ କାଢ଼ି ।ଚାରିଭାଗ କରି ସୈନ୍ୟ ରଖ ପରିମାଣିଏସନକ ଧାଡ଼ି ଦେଲେ ଭେଟିବା ଏକ୍ଷଣି ।ଏମନ୍ତ ଆଜ୍ଞା ଦିଅନ୍ତେ ମଗଧ ନୃପତିଦମଘୋଷ ବୋଲେ ମୋର ସେନା ପୂର୍ବକତି ।ଶିଶୁପାଳ ବୋଲେ ଥିବି ମୁଁ ଉତ୍ତର ଦିଗେପଶ୍ଚିମ ହୋଇଲା ଶାଲ୍ୱ ଦନ୍ତବକ୍ର ଭାଗେ ।ଏହାଶୁଣି ବୋଲେ ଜରାସନ୍ଧ ନରପତିସମଦଣ୍ଡ ଘେନିଥିବି ମୁଁ ଦକ୍ଷିଣ କତି ।ଏମନ୍ତ ପ୍ରକାରେ ସାଜି ଚତୁରଙ୍ଗ ସୈନ୍ୟହସ୍ତୀଙ୍କ ବେକରୁ କାଢ଼ି ନେଲେ ଘଣ୍ଟିମାନ ।ଅଶ୍ୱଙ୍କ ବେକରୁ ଘଣ୍ଟି ଘାଗୁଡ଼ି ଫେଡ଼ିଲେପଦାତିମାନେ ଅଣ୍ଟାରୁ ଘଣ୍ଟି ଫିଟାଇଲେ ।ଢୋଲ ଦମାଲୁ ଟମକ ନିଶାଣ ରୁହାଇଧୀରେ ଧୀରେ ଚଳିଗଲେ ସର୍ବେମୌନ ହୋଇ ।କହୁଁ କହୁଁ ମିଳିଲେକ ଶିବଗିରି ଲାଗେଡଗରା ବାଟ କଢ଼ାଇ ଯାଏ ଆଗେ ଆଗେ ।ପଛରେ ଗୋଡ଼ାଇଛନ୍ତି ଅସଂଖ୍ୟ ସଇନିସ୍ୱର ଶବ୍ଦ ନାହିଁ ସର୍ବେ ହୋଇଛନ୍ତି ତୁନି ।ଯେବଣ ମଣ୍ଡପେ ରାମ କୃଷ୍ଣ ଥିଲେ ବସିଲକ୍ଷେପୁର କରି ତାକୁ ବେଢ଼ିଗଲେ ଆସି ।ଜରାସନ୍ଧ ଆଜ୍ଞା ଦେଲା ସଇନ୍ୟଙ୍କୁ ଚାହିଁଯେ ଯାହାରେ ଜଗିଥାଅ ନ ଯାନ୍ତୁ ପଳାଇ ।ଦନ୍ତବଜ୍ର ବୋଲେ ଆଜ ପଡ଼ିଛି ଅଖଡ଼େଏଠାରୁ ବାହାରି ଆଉ ଯିବ କେଉଁଆଡ଼େ ।ଜାଲର ଭିତରୁ କାହିଁ ଉବୁରିବ ଶଶାଜନ୍ତାରେ ପଡ଼ିଲେ ଯାଇ ପାରଇ କି ମୂଷା ।ଧାଉଡ଼ିରେ ପଶି କାହିଁ ବର୍ତ୍ତିଅଛି ମୀନବ୍ୟାଘ୍ରର ଛାମୁରୁ ଛେଳି ନ ପାଏ ଜୀବନ ।ଇନ୍ଦୁର ପଡ଼ିଛି କାଳ ଭୁଜଙ୍ଗର ଆଗେଶାର୍ଦ୍ଦୂଳ ମୁଖରୁ ମୃଗ ଯିବ କେଉଁ ବାଗେ ।କୃତାନ୍ତ ପୋଛିଲା ଆଜି ଏ ଦୁହିଁଙ୍କ ପାଞ୍ଜିସପତାଙ୍ଗେ ନାଶଯିବେ ହୋଇଣ ଏ ଗଞ୍ଜି ।ଏତେ ବୋଲି ଆପଣାର ଶସ୍ତ୍ର ଧରି କରେଗରଜି ପ୍ରହାର କଲା ଶ୍ରୀକୃଷ୍ଣ ଉପରେ ।ଛେଲ ଚକ୍ର ଲୋହଯଷ୍ଟି କୁନ୍ତ କାଣ୍ଡ ଖଣ୍ଡାପରିଘାଇ ନାନାଶସ୍ତ୍ର ମାରନ୍ତି ପ୍ରଚଣ୍ଡା ।ଆଦାନ ସନ୍ଧାନ ଗୁଣନାଦ ମୁଖଧ୍ୱନିଦଲ ଦଲ ହୋଇ କମ୍ପି ଉଠେ ପୁର ତିନି ।ଶ୍ରାବଣ ବରଷା ପ୍ରାୟ କଲେ ବାଣବୃଷ୍ଟିଦିବସେ ଅନ୍ଧାର ହୋଇ ନ ଦିଶିଲା ସୃଷ୍ଟି ।ଦୁଃସହ କଟାଳ ଯହୁଁ କଲା ଜରାସନ୍ଧଉଠିଲେ ଆସନ ଛାଡ଼ି ରାମ ଆଦିକନ୍ଦ ।ଦୁର୍ବାସାଙ୍କ ପାଦୋଦକ ଲେପିଛନ୍ତି ଦେହେଶ୍ରୀଅଙ୍ଗରେ ଶସ୍ତ୍ରାଘାତ ନୁହଇ କେବେହେଁ ।ଦୁହିଙ୍କ ଅଙ୍ଗରେ ସବୁ ଅସ୍ତ୍ର ଶସ୍ତ୍ର ବାଜିତିଳେ ନ ଭେଦିଣ ତଳେ ପଡ଼ିଯାନ୍ତି ଭାଜି ।ଅକ୍ଷୟ ଅଜରାମର ପ୍ରଭୁ ଜଗଦୀଶମାନବ ମାତ୍ରକେ ତାଙ୍କୁ କରିବେଟି କିସ ।ଅଭୟ କବଚ ଯଆର ନାମ ବଜ୍ରସେହ୍ନାଯା ଅଙ୍ଗରେ ବାଜି ମେରୁ ଗିରି ହେବ ଚୂନା ।ଚାରିଊଣା ଲକ୍ଷେ ରାଜା ଯେତେକ ସଇନୀଅନୁକ୍ଷଣେ ପ୍ରହାରିଲେ ନାନଶସ୍ତ୍ର ଘେନି ।ଏସନ କଟାଳ ଯହୁଁ ଦେଖିଲେ ଶ୍ରୀହରିରାମଙ୍କୁ ବୋଇଲେ ଚାଲ ଯିବା ଅପସରି ।ଶୁଣି ବଳରାମ କ୍ଷେପିଗଲେ ଶୂନ୍ୟମାର୍ଗେତ୍ରିଦଶ ଦେବତା ଦେଖୁଛନ୍ତି ଥାଇ ସ୍ୱର୍ଗେ ।ଆଗେ ବଳରାମ ପଛେ ଜଗତର ସାଇଁଅସଂଖ୍ୟ ସୈନ୍ୟ ଭିତରୁ ଗଲେ ପିଠିଦେଇ ।ମତ୍ତ ମାତଙ୍ଗ ଯୂଥରେ ଯେସନେ କେଶରୀତେସନ ଗମନ୍ତି ତହିଁ ରାମ ଚକ୍ରଧାରୀ ।କ୍ଷଣକେ ଦିଶନ୍ତି କ୍ଷଣେ ଅଦୃଶ୍ୟ ହୁଅନ୍ତିଖଣ୍ଡେଦୂର ଯାଇ ପୁଣି ଲେଉଟି ରହନ୍ତି ।ଦେଖିଣ ମଗଧେଶ୍ୱର କୋପଭର ହୋଇସଇନଙ୍କୁ ଆଜ୍ଞା ଦେଲା ମାର ବେଗେ ଧାଇଁ ।ହାତୀ ରଥୀ ମହାରଥୀ ସର୍ବେ ଅଛୁ ମିଳିଦୁଇଜଣ ପଳାଇଲେ ସମସ୍ତଙ୍କୁ ବଳି ।ଧନୁର୍ଦ୍ଧର ଚୂଡ଼ାମଣି ସର୍ବେ ଅଗ୍ରଲେଖାତ୍ରିଭୁବନ ଜୟ କରି ପାର ଏକା ଏକା ।ଗଉଡ଼ ମାତ୍ରକ ହୋଇ ଦେଲା ଏଡ଼େ ଲାଜତୁମ୍ଭ ବଳେ ହେବ ଆଉ କହ କେଉଁ କାର୍ଯ୍ୟ ।ଧିକ ତୁମ୍ଭ କ୍ଷତ୍ରିପଣ ଧିକ ତୁମ୍ଭ ବଳଅକାରଣେ ଏତେ ଯତ୍ନ ହୋଇଲା ନିଷ୍ଫଳ ।ଗଉଡ଼ ଯୋଡ଼ାକୁ ଆମ୍ଭେ ନ ପାରିଲେ ଜିଣିକି ବୋଲିବେ ଜଗତରେ ଏ କଥାକୁ ଶୁଣି ।ଶୁଣି ମନେ ଲଜ୍ଜାପାଇ ସବୁ ନୃପବରପବନହୁଁ ବେଗେ ଧୂଆଁଇଲେ ରହୁବର ।ରାଉତ ମାହୁନ୍ତେ ଅଶ୍ୱ ଗଜ ପୃଷ୍ଠେ ବସିସତ୍ୱରେ ଧାଇଁଲେ ଢାଲ ଖଣ୍ଡା କରେ ବସି ।କୋଟି କୋଟି ପଦାତିକ ଅପ୍ରମିତ ବଳକରେ ନାନା ଶସ୍ତ୍ର ଧରି ଧାମନ୍ତି ସକଳ ।ମାର ମାର ଧର ଧର ହାଣ ହାଣ ଡାକଭୟଙ୍କର ନାଦେ କମ୍ପେ ତିନିପୁର ଯାକ ।ଏକକୁ ପଛ କରିଣ ଆରେକ ଧାମନ୍ତିପଥୁକୀ ଦେଖିଲେ ବାଟେ ବାରତା ପୁଚ୍ଛନ୍ତି ।ଆପେ ଜରାସନ୍ଧ ରାଜା ଆଗୁଆଣି ଥାଟେକଟାଳ କରୁଛି ରାମ କୃଷ୍ଣଙ୍କ ନିକଟେ ।ପାଦଘାତେ ଶାଳ ଶିଳ ବୃକ୍ଷ ଅକଳନାଅରଣ୍ୟ ପର୍ବତ ଭାଙ୍ଗି ହେଉଛନ୍ତି ଚୂନା ।ଆଗେ ଆଗେ ରାମ କୃଷ୍ଣ ଯାନ୍ତି ପିଠିଦେଇପଛେ ଚତୁରଙ୍ଗ ସେନା ଅଛନ୍ତି ଗୋଡ଼ାଇ ।ଏମନ୍ତେ ଅନେକ ଦୂରୁ ଯହୁଁ ଗୋଡ଼ାଇଲେସମସ୍ତଙ୍କୁ ମାୟାଧର ସ୍ୱାମୀ ଭୁଲାଇଲେ ।କ୍ଷଣକେ ଦିଶନ୍ତି କ୍ଷଣେ ଅନ୍ତର୍ଦ୍ଧାନ ହୋଇତ୍ରୌଞ୍ଚ ପର୍ବତର ଶିରେ ଉଠିଲେ ସେ ଯାଇ ।ବତିଶ ଯୋଜନ ଆୟତନ ଗିରିବରତିନିଯୋଜନ ଉତ୍ସର୍ଗ ଯୋଜନେ ବିସ୍ତାର ।ଆନ ପର୍ବତ ତହିଁକି ପଟାନ୍ତର ନାହିଁଅଙ୍ଗିରା ନାମରେ ଋଷି ପୂରେଥିଲେ ତହିଁ ।କାର୍ତ୍ତିକେୟ ପଦା ଅଛି ସେ ପର୍ବତ ତଳେକାର୍ତ୍ତିକେୟ ଜନ୍ମିଥିଲେ ତହିଁ ପୂର୍ବକାଳେ ।ଅଠର ଯୂଣ ବିସ୍ତୃତ ସେ ପଦା ଅଟଇଅତି ଯତ୍ନେ ସଞ୍ଚିଥିଲେ ଅଙ୍ଗିରା ଗୋସାଇଁ ।ସେ ପଦା ମଧ୍ୟେ ମାନସ ନାମେ ଅଛି କୁଣ୍ଡଅଙ୍ଗିରା ମହର୍ଷି ତହିଁ ପୋତିଥିଲେ ଦଣ୍ଡ ।ଶତେ ନଳ ଆୟତନ କୁଣ୍ଡ ଦୀର୍ଘ ପ୍ରତିତହିଁରେ ମଜ୍ଜିଲେ ପ୍ରାଣୀ ଲଭେ ମୋକ୍ଷଗତି ।ସେ ଗିରି ଶିଖରେ ଯାନ୍ତେ କୃଷ୍ଣ କାମପାଳତଳରେ ମିଳିଲେ ଯାଇଁ ନୃପତି ସକଳ ।ସମସ୍ତଙ୍କୁ ବଣା କରାଇଲେ ଦେବ ହରିକେଉଁବାଟେ ଗଲେ କେହି ନ ପାରନ୍ତି ବାରି ।ପଥ ଅନୁସରି ଲୋକେ ଦୂରଯାଏ ଗଲେସଠା ଶବଦେ ସେ ଖୋଜି ଖୋଜି ନ ପାଇଲେ ।ଜରାସନ୍ଧ ବୋଲେ ଦମଘୋଷକୁ ଅନାଇଁସୈନ୍ୟ ଫୁଟିଲେଣି ଏଥେଁ ରହିବା ନ ଯାଇ ।ଆଜକ ବିଶ୍ରାମ କରି ଏଠାରେ ରହିବାକାଲି ପ୍ରଭାତରୁ ଉଠି ଦଣ୍ଡ ଚଳାଇବା ।ଏମନ୍ତ ବିଚାର କରି ସେ ପର୍ବତ ତଳେଜରାସନ୍ଧ ଆଦିକରି ରକହିଲେ ସକଳେ ।ଲୁଗା ଟାଣି କଲେ ବସା ମଣ୍ଡପ ନିର୍ମାଣନବର ବାହାରେ ଆବୋରିଲେ ନୃପଗଣ ।ହାଟୁଆ ବାଟୁଆ ତେଲି ତନ୍ତି ବଣିଜାରପସରାନ୍ତ ବାଢ଼ି କଲେ ଯେ ଯାହା ବେପାର ।ନିତ୍ୟ କର୍ମ ବଢ଼ାଇଣ ସକଳ ସଇନିରନ୍ଧନ ଭୋଜନ କରି ବଞ୍ଚିଲେ ରଜନୀ ।ଶୁଣ ହେ ପରୀକ୍ଷ ରାଜା ଶୁକ ଯେ କହନ୍ତିଇତି ଶିରୀ ଭାଗବତ ପୁଣ୍ୟମୟ କୀର୍ତ୍ତି ।ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟଶ୍ରବଣେ ଶୁଣିଲେ ମହାପାପ ହୁଏ କ୍ଷୟ ।ଗ୍ରହପୀଡ଼ା ରାଜପୀଡ଼ା ତ୍ରିବିଧ ଉତ୍ପାତଆଧି ବ୍ୟାଧି ଅପମୃତ୍ୟୁ ନ ରହେ କିଞ୍ଚିତ ।ଅପୁତ୍ରିକ ଶୁଣି ପୁତ୍ର ପାଏ ବରଷକେଅନ୍ତଃକାଳେ ବାସ ମିଳେ ବଇକୁଣ୍ଠ ଲୋକେ ।ହରିନାମ ଉଚ୍ଚାରି ଯେ ପଢ଼େ ହରିବଂଶମୁକତ ହୁଅନ୍ତି ତାର ଚଉଦ ପୁରୁଷ ।ରାମକୃଷ୍ଣ ପାଦେ ମୋର ସଦା ରହୁ ସେବାଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ।ଜରାସନ୍ଧର ପଞ୍ଚମ ବାର ଧାଡ଼ିଏଥୁ ଅନନ୍ତରେ ପୁଣି ଶୁକ ମହାଯତିବୋଇଲେ କହିବା ଶୁଣ ପରୀକ୍ଷ ନୃପତି ।ପର୍ବତ ଉପରେ ଛନ୍ତି ରାମକୃଷ୍ଣ ବେନିତଳରେ ରହିଲେ ସବୁ ନୃପେ ସୈନ୍ୟ ଘେନି ।ଏସନ ବାରତା କେହି ନ ଜାଣନ୍ତି ଆନକନ୍ଦମୂଳ ଫଳ ଭକ୍ଷି ରାମ ଭଗବାନ ।ଲବଙ୍ଗ ଲତାର ତଳେ କୋମଳ ପତ୍ରରେସୁଖେ ନିଦ୍ରା ଗଲେ ଶ୍ରମ ପାଇ ସେ ନିଶିରେ ।ଏଥୁ ଅନନ୍ତରେ ପୁଣ ପାହିଲା ରଜନୀପୂର୍ବ ଅଚଳରେ ଉଦେ ହେଲେ ଦିନମଣି ।ପର୍ବତ ଉପରୁ ରାମ କୃଷ୍ଣ ଦୁହେଁ ଆସିସ୍ନାନ କଲେ ସେ ମାନସ କୁଣ୍ଡଳେ ପଶି ।ଜରାସନ୍ଧ ଚାରେ ତହିଁ ଗୁପତରେ ଥିଲେସ୍ନାନ କଲା କାଳେ ରାମକୃଷ୍ଣଙ୍କୁ ଦେଖିଲେ ।ସନ୍ଦେଶ ବାରତା ଘେନି ବାହୁଡ଼ିଣ ବେଗେତକ୍ଷଣେ କହିଲେ ଯାଇ ଜରାସନ୍ଧ ଆଗେ ।ଭୋ ଦେବ ତୁ ସାବଧାନେ ଶୁଣ ନୃପସାଇଁବାରତା ଘେନିଣ ଆମ୍ଭେ ଆସିଅଛୁଁ ଧାଇଁ ।କାର୍ତ୍ତିକେୟ ନାମେ ପଦା ଏ ଗିରି ଉତ୍ତରେମାନସ ବୋଲିଣ କୁଣ୍ଡ ଅଛଇ ସେଠାରେ ।ସେ କୁଣ୍ଡ ଭିତରେ ପଶି କୃଷ୍ଣ କାମପାଳନିତ୍ୟକର୍ମ କରୁଛନ୍ତି ସେ ଦୁଇ ଗୋପାଳ ।ସେଠାରେ ଭେଟିବା ଆମ୍ଭେ ଏହିକ୍ଷଣି ଗଲେକାର୍ଯ୍ୟହାନି ହେବ ନିଶ୍ଚେଁ ବିଳମ୍ୱ ହୋଇଲେ ।ଏହାଶୁଣି ମହାରାଜା ସନ୍ତୋଷ ହୋଇଲାସମଦଣ୍ଡ ସାଜ ବୋଲି ଉଠି ଆଜ୍ଞା ଦେଲା ।ଆଜ୍ଞା ପରମାଣେ ସବୁ ନୃପେ ହେଲେ ସଜରଥୀ ମହାରଥୀ ପଦାତିକ ଅଶ୍ୱ ଗଜ ।ଧାମନ୍ତି ଆୟୁଧ ଘେନି ଛାଡ଼ି ସିଂହରଡ଼ିଜୁଆର ଟେକିଲେ ଯେହ୍ନେ ସିନ୍ଧୁ ଆସେ ମାଡ଼ି ।ତର୍ଜନ୍ତି ଗର୍ଜନ୍ତି ବୀରେ କରନ୍ତି ପହିଜକେ ବୋଲେ କରିବା ଚାଲ ଆଜି ରାଜକାର୍ଯ୍ୟ ।ରାମକୃଷ୍ଣ ବାନ୍ଧି ଆଣି ଶ୍ରୀଛାମୁରେ ଦେବାନୋହିଲେ ଜୀବନେ ମାରି ଶ୍ରମ ପାସୋରିବା ।କେହୁ ଯେ ବୋଲନ୍ତି ତୁମ୍ଭେ ନ କର ବଡ଼ିମାସାମାନ୍ୟ ନୁହନ୍ତି ସେହି ହରି ବଳରାମା ।ଦେଖିଲତ ଯାହା କଲେ ସେ ପ୍ରଥମ ରଣେଲକ୍ଷେ ରାଜା ଦର୍ପ ଗଞ୍ଜି ଗଲେ ତିନିଜଣେ ।ଆଉ ଯେତେ ଥର ବେଢ଼ି ମଧ୍ୟରେ ପଡ଼ନ୍ତିଦେଖୁଥାଇ ହାତେ ହାତେ ଫେଡ଼ାଇଣ ଯାନ୍ତି ।ଅଷ୍ଟମଲ୍ଲ ସହିତରେ କଂସ କଲେ ନାଶତାଙ୍କ ସଙ୍ଗେ ଯୁଦ୍ଧ କଲେ ନ ପାଇବା ଯଶ ।ଜାଣୁ ଜାଣୁ ମୂର୍ଖପଣ କଲେ ହେବ ଲାଜକଥା ହିଁ ରହିବ ଶେଷେ ନ ପାଇବା କାର୍ଯ୍ୟ ।ଥୋକାଏ ବୀର ପ୍ରତିଜ୍ଞା କଲେ ଏହାଶୁଣିରାମକୃଷ୍ଣଙ୍କର ବଳ ଜାଣିମା ଏକ୍ଷଣି ।ସମ୍ମୁଖରେ ଥାଇ ଯେବେ କରିବେ ସେ ରଣତେବେ ଜଣାଯିବ ତାଙ୍କ ବୀର ଶୂରପଣ ।ପ୍ରତିଥର ଏହିରୂପେ ବଡ଼ପଣ କହିସମୟ ପଡ଼ିଲେ ଭୟେ ଯାନ୍ତି ପିଠିକେଇ ।ବୀର ବିମର୍ଦ୍ଦନ ବାନା ଜରାସନ୍ଧ ରାୟେତା ଆଗେ ରହି ଯୁଝତୁ ବଳ ଥିଲେ କାୟେ ।ଦୁଷ୍ଟ ନଷ୍ଟ ରାଜାମାନେ ଏମନ୍ତ ବିଚାରିଆଗଭର ହେଲେ କରେ ନାନା ଶସ୍ତ୍ରଧରି ।ଜରାସନ୍ଧ ଆଦି କରି ସକଳ ନୃପତିଯେ ଯାହା ବଡ଼ିମା କହି ଗଲେ ଶୀଘ୍ରଗତି ।କେ ରଥେ ବସିଲେ କେତେ ଆରୋହିଲେ ଗଜରାଉତେ ଅଶ୍ୱ ପିଠିରେ ବସି ହେଲେ ସଜ ।ଯେ ଯାହାର ଶସ୍ତ୍ରମାନ କରେଛନ୍ତି ଧରିଆଗରେ ଧାମନ୍ତି ତୋକେ ଗରଜନ କରି ।ଏମନ୍ତ ପ୍ରକାରେ କେତେ ଦୂର ଚଳିଗଲେକାର୍ତ୍ତିକ ପଦାରେ ଯାଇ ପ୍ରବେଶ ହୋଇଲେ ।ଅତ୍ୟନ୍ତ ନିର୍ମଳ ଭୂମି ହୋଇଛି ସେ ସ୍ଥାନଦେଖିଣ ଆନନ୍ଦ ହେଲେ ସକଳ ସଇନ ।ମଧ୍ୟରେ ମାନସ କୁଣ୍ଡ ଦିଶେ ଅତି ଶୋଭାନିତ୍ୟକର୍ମ ସାରି ରାମକୃଷ୍ଣ ତହିଁ ଉଭା ।ଜରାସନ୍ଧ ଆସୁଅଛି ସଇନ ଚଳାଇଶ୍ରୀକୃଷ୍ଣ ଦେଖିଲେ ତାହା ଖଣ୍ଡେଦୂରେ ଥାଇ ।ଢୋଲ ଦମାଲୁ ଟମକ ବୀରତୂର ଧ୍ୱନିଶବଦରେ କମ୍ପୁଅଛି ସମଗ୍ର ମେଦିନୀ ।ରଥଧ୍ୱଜମାନଙ୍କରେ ବିଚିତ୍ର ଚିରାଳସମୁଦ୍ର ଲହରି ପ୍ରାୟେ ଦିଶଇ ଉଲ୍ଲୋଳ ।ପରିଘାଇ ଜରାସନ୍ଧ ଦେଇଅଛି ଧାଡ଼ିଚାହୁଁ ଚାହୁଁ ସୈନ୍ୟ ଆସି ପଡ଼ୁଛନ୍ତି ମାଡ଼ି ।ବଳରାମଙ୍କୁ ଚାହିଁଣ ବୋଲନ୍ତି ଶ୍ରୀହରିଯୁଝିବା କି ପଳାଇବା ଏଥୁଁ ଅପସରି ।ଶ୍ରୀକୃଷ୍ଣ ବଚନ ଶୁଣି ପ୍ରଭୁ କାମପାଳବୋଲନ୍ତି ଏ ପଦାଗୋଟି ଅତି ପରିମଳ ।ପାଷାଣ କଣ୍ଟକ ବୃକ୍ଷ ଖୁଣ୍ଟା ଲତା ନାହିଁୟା ସମାନେ ଭୂମି ଆଉ ନ ପାଇବା କାହିଁ ।ଏହିଠାରେ ଥାଇ ଆମ୍ଭେ ସମର କରିବାଦୁଷ୍ଟ ରାଜାମାନଙ୍କର ଗରବ ଗଞ୍ଜିବା ।ଏସନ କିହଲେ ଯହୁଁ ଦେବ ହଳପାଣିଶ୍ରୀଜଗନ୍ନାଥ ସନ୍ତୋଷ ହେଲେ ତାହା ଶୁଣି ।ଶଙ୍ଖ ଚକ୍ର ଆୟୁଧ ଯେ ନନ୍ଦିଘୋଷ ରଥତତକ୍ଷଣେ ସୁମରଣା କଲେ ଲକ୍ଷ୍ମୀକାନ୍ତ ।ତାଳଧ୍ୱଜ ସୁମରିଲେ ପ୍ରଭୁ କାମପାଳଆପଣା ଆୟୁଧ ବଜ୍ର ଲଙ୍ଗଳ ମୂଷଳ ।ଗନ୍ଧମାଦନ ପର୍ବତେ ଥିଲେ ରଥବେନିଦେବଦୂତ ରାଇ ଆଜ୍ଞା ଦେଲେ ସସ୍ରଯୋନି ।ଇନ୍ଦ୍ର ବୋଇଲେ ମାତଳି ଶୁଣ ମୋର ବାଣୀରାମ କୃଷ୍ଣଙ୍କ ଛାମୁକୁ ଯିବ ଏହିକ୍ଷଣି ।ଗନ୍ଧମାଦନ ପର୍ବତେ ଅଛି ଦୁଇ ରଥକାର୍ତ୍ତିକ ପଦାରେ ଛନ୍ତି ରାମ ଗୋପୀନାଥ ।ଲଙ୍ଗଳ ମୂଷଳ ଚକ୍ର ସାରଙ୍ଗ ସହିତେସମର୍ପଣ କର ନେଇ ତାହାଙ୍କ ଅଗ୍ରତେ ।ଜରାସନ୍ଧ ଧାଡ଼ି ଦେଇ କରୁଛି କଟାଳନିରାୟୁଧ ହୋଇଛନ୍ତି କୃଷ୍ଣ କାମପାଳ ।ବିଳମ୍ୱ ନ କରି ତୁମ୍ଭେ ଏହିକ୍ଷଣି ଯାଅବେନି ରଥ ନେଇ ରାମକୃଷ୍ଣ ପାଶେ ଦିଅ ।ଇନ୍ଦ୍ରଆଜ୍ଞା ପରମାଣେ ଚଳିଲେ ମାତଳିଗନ୍ଧମାର୍ଦ୍ଦନ ପର୍ବତେ ତତକ୍ଷଣେ ମିଳି ।ସକଳ ଆୟୁଧ ଦୁଇ ରଥରେ ସଜାଇଗଗନ ମାର୍ଗରେ ଗଲେ ଅତି ବେଗେ ବାହି ।କାର୍ତ୍ତିକ ପଦାରେ ଥିଲେ ରାମ ଜଗନ୍ନାଥଦୁହିଁଙ୍କ ଗୋଚରେ ନେଇ ଦେଲେ ଦୁଇ ରଥ ।ଦେଖିଣ ଆନନ୍ଦ ମନେ ଲକ୍ଷ୍ମୀଦେବୀ ସାଇଁପ୍ରଦକ୍ଷିଣ କରି ରଥ ଆରୋହିଲେ ଯାଇ ।ସିଂହାସନ ମାଡ଼ି ସ୍ୱାମୀ ବସିଲେ ନିର୍ଭରେଲଙ୍ଗଳ ମୂଷଳ ଚକ୍ର ଗଦା ଧରି କରେ ।ନନ୍ଦୀଘୋଷରେ ସାରଥି ହୋଇଲେ ମାତଳିତାଳଧ୍ୱଜରେ ଦାରୁକ ନାମେ ମହାବଳୀ ।ଏକଯୋଗେ ବେନି ରଥ ହୋଇଛନ୍ତି ଉଭାନିଦାଘ କାଳରେ ଯେହ୍ନେ ଦିନକର ପ୍ରଭା ।ଉପରେ କପିକେତନ ଉଡ଼େ ଫରଫରଯାହାକୁ ଦେଖିଲେ ଶତ୍ରୁ ହୁଅନ୍ତି କାତର ।ତାଳଧ୍ୱଜେ ଅଛି ଶ୍ୱେତନାଗ ଯେ ଚିରାଳଅସୁର ଧ୍ୱଂସନ ବାନା ଅତି ବିକରାଳ ।ମାଣିକ୍ୟ ପ୍ରବାଳ ହୀରା ନୀଳା ମଣି ଜ୍ୟୋତିମାରଗ ବୈଡୁର୍ଯ୍ୟ ମରକତ ଗଜମୋତି ।ରସାଣିଲା ପାନପତ୍ର ଷାଠିବାନୀ ସୁନାଜାଈ ଯୁଈ ପାରିଜାତ ପୁଷ୍ପ ଅକଳନା ।ନେତ ପତନୀ ସିନ୍ଧୁଆ ଧବଳ ମାଞ୍ଜିଷ୍ଠବସନ୍ତ ସୁପୀତ ନୀଳ ନାନା ବର୍ଣ୍ଣେ ପାଟ ।ଆପେ ବିଶ୍ୱକର୍ମା ମଣ୍ଡିଅଛି ବେନିରଥଆନନ୍ଦରେ ବିଜେ କଲେ ରାମ ଜଗନ୍ନାଥ ।ଜରାସନ୍ଧ ସହିତରେ ସର୍ବ ନୃପବରସେ ବେନି ରଥକୁ ଦେଖି ହୋଇଲେ କାତର ।ଏକକୁ ଆରେକ ଚାହିଁ ପୁଚ୍ଛନ୍ତି ବାରତାକେଉଁମାନେ ବୋଲନ୍ତି ଏ ଅସମ୍ଭବ କଥା ।ଏଥିର ତଦନ୍ତ ଆମ୍ଭେ ଜାଣିମା କେମନ୍ତେକେବଣ ଦେବତା ଅବା ଆସିଛି ଗୁପତେ ।ମାନବ ରଥ ନୁହଇ ଏତ ଦେବଯାନଆଦିତ୍ୟ ମଣ୍ଡଳ ପ୍ରାୟେ ଦିଶେ ତେଜୀୟାନ ।ବାସବ ବରୁଣ ଯମ କିବା ନଈର୍ଋତକୁବେର ବିମାନ କିବା ସୂର୍ଯ୍ୟଦେବ ରଥ ।କି ଅବା ଗନ୍ଧର୍ବ ଯକ୍ଷ ବାୟୁ ବୈଶ୍ୱାନରନୋହିଲେ ବା ବ୍ରହ୍ମା ଏହି ଅନାଦି ଈଶ୍ୱର ।କେବଣ ଦେବତା ଏହା ଜାଣିମା କେମନ୍ତେକାହିଁପାଇଁ ଏ ସ୍ଥାନକୁ ଅଇଲେ ଅଦ୍ଭୁତେ ।ଏ ବଚନ ଶୁଣି ବୋଲେ ଦନ୍ତବକ୍ର ରାୟେଏ ଦୁହେଁ ଦିଶନ୍ତି ମୋତେ ଯୁଦ୍ଧ କଲା ପ୍ରାୟେ ।କରେ ଶସ୍ତ୍ର ଧରି ପୁଣି ବୀରବେଶ ହୋଇନିର୍ଭୟରେ ରହିଛନ୍ତି ମନେ ଶଙ୍କା ନାହିଁ ।ମୋ ବିଚାରେ ଜାଣୁଅଛି ମୁହିଁ ତଥ୍ୟ କରିନିଶ୍ଚୟେ ଅଟନ୍ତି ଦୁହେଁ ରାମ ଚକ୍ରଧାରୀ ।ଜରାସନ୍ଧ ବୋଲେ ମୋର ଏଡ଼େ ଭାଗ୍ୟ କାହିଁସମର କରିବେ ରାମ କୃଷ୍ଣ ଆଗେ ରହି ।ଜୁଆଇଁ ମରଣ ଶୋକ ଝିଅଙ୍କ ବିକଳନାତିଙ୍କ ମରଣ ପାସୋରିବି ମୁଁ ସକଳ ।ଚାରିବେଳ ମୋ ଆଗରୁ ପଳାଇଲେ ଡରେସେ ଏବେ ଯୁଝିବେ ରହି କେଉଁ ଭରସାରେ ।ଏମନ୍ତ ସମୟେ ଆସି କହିଲା ଡଗରସାବଧାନ ହୋଇ ଶୁଣ ମଗଧ ଈଶ୍ୱର ।ରାମକୃଷ୍ଣ ଦୁଇ ଭାଇ ରଥେ ରଥେ ଚଢ଼ିସଂଗ୍ରାମ କରିବେ ବୋଲି ଆସୁଛନ୍ତି ବଢ଼ି ।ଏହାଶୁଣି ଜରାସନ୍ଧ ନିଶେ ହାତ ଦେଲାଯାହା ଲୋଡ଼ୁଥିଲି ତାହା ପାଇଲି ବୋଇଲା ।ଦଣ୍ଡୁଆସି ଅଗ୍ରତରେ ପଡ଼ିଅଛି ଚୋରଛାଗଳ ମିଳିଲା ଆସି ଶାର୍ଦ୍ଦୁଳ ଛାମୁର ।ମାର୍ଜ୍ଜାର ଦାଢ଼ରେ ଆସି ପଡ଼ିଅଛି ମୂଷାଲୁବ୍ଧକ ଜାଲରେ ଆପେ ପଶିଲା କି ଶଶା ।କୈବର୍ତ୍ତ ଆଗରେ ଆସି ପଡ଼ିଅଛି ମୀନଏତେକାଳେ ଦେଖାଗଲା ମୋର ପୂର୍ବ ପୁଣ୍ୟ ।ଏତେ ବୋଲି ଆପଣାର ରଥକୁ ଧୂଆଇଁସଇନ୍ୟକୁ ଆଜ୍ଞା ଦେଲା ବେଢ଼ ବେଗେ ଯାଇ ।ଜାଣିଥାଅ ରାମକୃଷ୍ଣ ଦେବ ଯେହୁ ଜିଣିଆଜିଠାରୁ ମୋ ରାଜ୍ୟରେ ସେ ହେବ ତରଣି ।ଧନରତ୍ନ ଦେଇ ଆପେ ହେବି ତାର ଭୃତ୍ୟମାନ ଉଦ୍ଧରିବି ନିଶ୍ଚେ କରି ଏହି କୃତ୍ୟ ।ଜରାସନ୍ଧ ମୁଖୁଁ ଏହା ଶୁଣି ନୃପରାଣରେରେକାର କରି ସର୍ବେ ଧାଇଁଲେ ତକ୍ଷଣ ।ଯେବଣ ରଥରେ ଥିଲେ ରାମ ଯଦୁନାଥଲକ୍ଷେ ପୁର କରି ତହିଁ ବେଢ଼ିଲେ ସେ ରଥ ।ଧାମନ୍ତି ସକଳ ଦିଗେ ଘୋଟିଣ ସଇନିସମୁଦ୍ର ଗର୍ଜ୍ଜନ ପ୍ରାୟ ଶୁଭେ ମୁଖଧ୍ୱନି ।କରେ ଶସ୍ତ୍ର ଧରି ବୀରେ କରନ୍ତି ପହିଜବୋଲନ୍ତି ଗଉଡ଼ ଆରେ କାହିଁ ଯିବୁ ଆଜ ।ଭଣ୍ଡି ଯାଉଥିଲୁ ଆଜି ପଡ଼ିଅଛୁ ଭେଟଏଘାନ୍ତି ଜାଣିମା ତୋର ଦେହ କେଡ଼େ ଆଣ୍ଟ ।କୃତାନ୍ତ ଦେବତା ଆଜି ପୋଛିଲା ତୋ ପାଞ୍ଜିଏହିକ୍ଷଣି ତୁଳା ପ୍ରାୟେ ଦେବୁ ତୋତେ ପିଞ୍ଜି ।ଏତେ ବୋଲି ଜରାସନ୍ଧ ଧାଇଁ ଅତି ବେଗେରଥ ଟେକାଇଲା ନେଇ ବଳରାମ ଆଗେ ।ବାମକରେ ଧନୁ ଧର ନାରାଚ ସନ୍ଧିଣକର୍ଣ୍ଣଯାଏ ଝିଙ୍କିଆଣି ବିନ୍ଧେ ପୁଣ ପୁଣ ।ବାବଲ ନାରାଚ ଗୁଣେ ସନ୍ଧି ସେ ଭୂପତିବଳରାମ ଉପରକୁ ମାରେ ଶୀଘ୍ରଗତି ।କଙ୍କପକ୍ଷ ତୀକ୍ଷ୍ଣମୁନା ସହସ୍ରେକ ବାଣହସ୍ତ ବ୍ୟଗ୍ରେ ବିନ୍ଧିଲା ସେ ମନ୍ତ୍ର ସୁମରିଣ ।ନାରାଚ ଆସନ୍ତେ ଦୂରୁ ଦେଖି ନୀଳାମ୍ୱରମୂଷଳ ଥୋଇଣ ଧନୁ ଧଇଲେ ସତ୍ୱର ।କତୁରୀ ନାରାଚ ଶତେ ଧନୁରେ ପୂରାଇରେରେକାର କରି କୋପେ ବିନ୍ଧିଲେ ନିଠାଇ ।ସେ ନାରାଚମାନ ଯୁଦ୍ଧ ପ୍ରାଙ୍ଗଣରେ ଘୋଟିଜରାସନ୍ଧ ବାଣମାନ ପକାଇଲେ କାଟି ।ଦେଖିଣ ମଗଧେଶ୍ୱର କୋପେ କୋପାନଳକାଳସର୍ପ ପ୍ରାୟେ ଗରଜଇ ଅନ୍ତରାଳ ।ଅଧାଚନ୍ଦ୍ର ବାଣ ଶତେ ଭାରତୀରୁ ଆଣିଆକ୍ରୋଶି ବିନ୍ଧିଲା କର୍ଣ୍ଣ ଯାଏ ଗୁଣ ଟାଣି ।ବାବଲ ବାଣେକ ଧରି ରାମ ଦେଲେ ଛାଡ଼ିଜରାସନ୍ଧ ବାଣେ ଗଲା ଅନ୍ତରୀକ୍ଷେ ଉଡ଼ି ।ଦେଖି ମନେ ଖେଦପାଇ ସଙ୍କୋଚନ ବତ୍ସିଶାଣଦିଆ ଶତେବାଣ ପୂରାଇଲା ବାଛି ।ଦନୁର୍ବେଦ ସୁମରିଣ ପେଷିଦେଲା ବେଗେଗର୍ଜିଣ ଧାଇଁଲେ ବାଣ ଅନ୍ତରୀକ୍ଷେ ମାର୍ଗେ ।ପୁଣି ହିଁ ସହସ୍ରେ ବାଣ ତୂଣୀରରୁ କାଢ଼ିସମ୍ଭାଳ ଗଉଡ଼ ବୋଲି କୋପେ ଦେଲା ଛାଡ଼ି ।ଧନୁର୍ଗୁଣ ଶବଦରେ କମ୍ପଇ ବ୍ରହ୍ମାଣ୍ଡନିମିକେ ବରଗିଲା ଲକ୍ଷେ ଲକ୍ଷେ କାଣ୍ଡ ।ପନ୍ଦର ସହସ୍ର ବାଣ ପୂରାଇଣ ଗୁଣେବଳଦେବ ଉପରକୁ ବିନ୍ଧିଲା ତକ୍ଷଣେ ।ଚଳିଲେ ସେ ବାଣମାନେ ଦଶଦିଗେ ଘୋଟିଦିବସେ ଅନ୍ଧାର ହୋଇ ନ ଦିଶିଲା ସୃଷ୍ଟି ।ନାରାଚ ଆସନ୍ତେ ଦେଖି ବଳରାମ ସ୍ୱାମୀଚକ୍ରମୁନା ପାଞ୍ଚସସ୍ର ପେଷି ଅନ୍ତର୍ଯ୍ୟାମୀ ।ଜରାସନ୍ଧ ବାଣମାନେ ଆସୁଥିଲେ ଉଡ଼ିପାଞ୍ଚ ପାଞ୍ଚ ଖଣ୍ଡ ହୋଇ ମଧ୍ୟୁ ଗଲେ ଛିଡ଼ି ।ବାଣହତ ଦେଖି ଜରା କୋପେ ପରଜ୍ୱଳିଗୁଣେ ବସାଇଲା ଆଣ ଶର ଆର୍ଦ୍ରାବଳି ।ବେଦମନ୍ତ୍ରେ ମନ୍ତ୍ରି ତାହା ବିନ୍ଧିଲା ସତ୍ୱରସେ ଅମୋଘ ବାଣ ଦୂରୁଁ ଦେଖି ହଳଧର ।କାଳାନ୍ତକ ନାମେ ଏକ ମହାବାଣ କାଢ଼ିମନ୍ତ୍ରପୂତ କରି ତାକୁ ବେଗେ ଦେଲେ ଛାଡ଼ି ।ଦୁଇବାଣ ଗଗନରେ ବାଜି ସମତାଳଉଠିଲା ବହନିଶିଖା ଜ୍ୟୋତି ଅନ୍ତରାଳ ।ଦେଖି ମହାକୋପ କରି ମଗଧ ନୃପତିକୁହୁକୁ ବାଣକୁ କରେ ଘେନିଣ ଝଟତି ।ମହାମନ୍ତ୍ରେ ମନ୍ତ୍ରୀ ତାକୁ ପେଷିଦେଲା ରାୟେଦିଶିଲା ସକଳ ସୃଷ୍ଟି ଅନ୍ଧକାର ମୟେ ।ଘଡ଼ ଘଡ଼ ହୋଇ ଶବ୍ଦ ଶୁଭେ ଭୟଙ୍କରଘୋଟିଲା ଅକାଳ ନିଶା ନିବିଡ଼ ଅନ୍ଧାର ।ଏକକୁ ଆରେକ ବଣା ନ ଦିଶଇ ବାଟଯେ ଯାହାର ସ୍ତମ୍ଭୀଭୂତ ହେଲେ ସର୍ବଥାଟ ।ତତକ୍ଷଣେ ସୂର୍ଯ୍ୟ ଅସ୍ତ୍ର କଲେ ହଳଧରଆଦିତ୍ୟ ତେଜରେ ଲୀନ ହୋଇଲା ଅନ୍ଧାର ।ପନ୍ନଗାସ୍ତ୍ର କଲା ପୁଣି ଜରାସନ୍ଧ କୋପେଗରୁଡ଼ାସ୍ତ୍ରେ ସଂହାରିଲେ ବଳରାମ ଆପେ ।କୋପେ କୋପାନଳ ତାହା ଦେଖି ଦୈତ୍ୟମଣିଦଶସସ୍ର ପର୍ବତାସ୍ତ୍ର ବିନ୍ଧେ ଗୁଣ ଟାଣି ।ସେ ପର୍ବତେ ପକ୍ଷବନ୍ତ ପକ୍ଷୀ ପ୍ରାୟେ ଉଡ଼ିମନ୍ତ୍ରବଳେ ଆସୁଥିଲେ ଶୂନ୍ୟପଥ ମାଡ଼ି ।ବଳବନ୍ତା ସ୍ୱାମୀ ଦେଖି ନ କରି ଶୋଚନାବଜ୍ରାସ୍ତ୍ର ବିନ୍ଧିଣ ସବୁ ଗିରି କଲେ ଚୂନା ।ବେଳୁଁ ବେଳ ବଢ଼ିଲା ଯେ ରଣ ମହାଗୋଳଅନ୍ୟୋନ୍ୟରେ ଦୁହେଁ ମହାକ୍ଷତ୍ରୀ ଅନର୍ଗଳ ।ଧାତିକାରେ ଜରାସନ୍ଧ ମେଘାସ୍ତ୍ର କାଢ଼ିଲାବଳରାମ ଉପରକୁ ମନ୍ତ୍ରି ଛାଡ଼ିଦେଲା ।ମହାଭୟଙ୍କର ରୂପେ ମେଘମାଳ ଘୋଟିଉଲ୍କାପାତ ହେଲା ପ୍ରାୟ ଦିଶେ ନଭସୃଷ୍ଟି ।ଘଡ଼ ଘଡ଼ ଗରଜନ ବଜ୍ରସମ ଧ୍ୱନିନିର୍ଘାତ ଶବଦେ କମ୍ପିଗଲା ପୁର ତିନି ।ମାରଇ ବିଜୁଳି ଅନ୍ତରୀକ୍ଷେ ଘନ ଘନଘୋର ବରଷାରେ ଦିଗ ହୋଇଲା ଆଛନ୍ନ ।ପବନାସ୍ତ୍ର ପେଷିଲେ ତା ଦେଖି କାମପାଳଛିନ୍ନଛତ୍ର ହୋଇ ଉଡ଼ିଗଲେ ମେଘମାଳ ।ଦେଖି ମନେ ଲଜ୍ଜାପାଇ ଜରାସନ୍ଧ ରାଣଗରଜି ଧଇଲା ବୀର କରେ ଅଗ୍ନିବାଣ ।ମନ୍ତ୍ରି ପଢ଼ି କର୍ଣ୍ଣଯାଏ ଓଟାରିଣ ରାଗେବଳରାମ ଉପରକୁ ବିନ୍ଧିଲା ତା ବେଗେ ।ପ୍ରଚଣ୍ଡ ଅନଳଶିଖା ଅନ୍ତରୀକ୍ଷେ ଉଠିଚାହୁଁ ଚାହୁଁ ମାଡ଼ିଆସେ ଦଶଦିଗ ଘୋଟି ।ଗୋପନ ଦୋହରା ଅଗ୍ନି ଜଳେ ଅନ୍ତରାଳଚରାଚର ପ୍ରାଣୀ ଦେଖି ହୋଇଲେ ଆକୁଳ ।ପୃଥୀଠାରୁ ଘୋଟିଅଛି ଧ୍ରୁବଲୋକ ଯାଏଦେଖି ଭୟେ କମ୍ପମାନ ହେଲେ ଦେବତାଏ ।ବଳରାମ ଜଳଧାରା ବାଣ କରେ ଘେନିମାରନ୍ତେ ଘୋଟିଲା ବାଣ ଆକାଶ ମେଦିନୀ ।ମୂଷଳ ଧାରା ପ୍ରମାଣେ ବୃଷ୍ଟି ହୋଇ ଜଳତତକ୍ଷଣେ ଲିଭିଗଲା ପ୍ରଚଣ୍ଡ ଅନଳ ।ଦେଖି ଜରାସନ୍ଧର ଯେ ନ ସ୍ଫୁରଇ କିଛିଅନେକ ଲଜ୍ଜା ପାଇଲା ସଙ୍କୋଚନ ବତ୍ସି ।ଛୟାଣୋଇସସ୍ର ରାଜା ଦେଖୁଛନ୍ତି ରହିରାମ ସଙ୍ଗେ ଜରାସନ୍ଧ ସମର କରଇ ।ସହସ୍ର ଲକ୍ଷ ଯେ କୋଟି ଅର୍ବୁଦ ନିଖର୍ବଦେବଶସ୍ତ୍ର ଆଦିକରି ପ୍ରହାରିଲା ସର୍ବ ।ବିନ୍ଧି ବିନ୍ଧି ବଳହାନି ହେଲା ନୃପରାଣରାମ ଅଙ୍ଗେ ନ ଭେଦିଲା ତୁଚ୍ଛା ହେଲା ତୂଣ ।ମନେ ମନେ ବିଚାରଇ ଜରାସନ୍ଧ ରାୟେଏହାକୁ ଜିଣିବି ଆଉ କେବଣ ଉପାୟେ ।ଧନୁଶର ଧରି ଯହୁଁ ନ ପାରିଲା ଜିଣିମନେ ମନେ ମହାଲଜ୍ଜା ପାଇ ନୃପମଣି ।ଅମୋଘ ବାସ୍ତରୀ ଭାର ଗଦା ଘେନି କରେରଥୁ ଡେଇଁ ତଳେ ଉଭାହେଲା କୋପଭରେ ।ଧାମଇଁ ବିକ୍ରମ ସିଂହ ପ୍ରାୟେ ଦେଇ ରଡ଼ିସତେ କିବା ମେରୁଗିରି ପଡ଼ୁଅଛି ଝଡ଼ି ।ଗଦା ବୁଲାଇଣ ବୀର କରନ୍ତେ ପହିଜପ୍ରଚଣ୍ଡ ପବନେ ଉଡ଼ିଗଲେ ରଥ ଗଜ ।ପାଦଘାତେ ଦଲଦଲ କମ୍ପଇ ଧରଣୀଟଳମଳ ହୋଇଲା ଯେ ବାସୁକୀର ଫଣି ।ବୀରଦର୍ପ ଗଞ୍ଜନ ସେ ସଂଗ୍ରାମେ ଅଜେୟସୁରାସର ମାନବକୁ ନାହିଁ ତାର ଭୟ ।ମର୍ତ୍ତ୍ୟ ମଣ୍ଡଳରେ ସେହି ବୀର ଶିରୋମଣିଯତନେ ସନ୍ଧିଛି ତାକୁ ଜରା ରାକ୍ଷସୁଣୀ ।ଛୟାଣୋଇ ସସ୍ର ରାଜା ଜିଣିଲା ସେ ବଳେତା ସମାନେ ବଳବନ୍ତ ନାହିଁ ରବିତଳେ ।ନବଦ୍ୱୀପ ସାତସିନ୍ଧୁ ହେଳେ କଲା ସାଧ୍ୟବସୁଦେବ ସୁତ ହସ୍ତେ ନୁହଇ ସେ ବଧ ।ପବନହୁଁ ଖରେ ବୀର ଧାଇଁ ଅତିବେଗେପ୍ରବେଶ ହୋଇଲା ଯାଇ ବଳରାମ ଆଗେ ।ବାହାନାଦ କରି ଗଦା ଉର୍ଦ୍ଧ୍ୱରେ ବୁଲାଇତାଳଧ୍ୱଜ ରଥପରେ ପିଟିଲାକ ନେଇ ।ତା ଦେଖି ସାରଥି ରଥ ଘୁଞ୍ଚାଇଲା କାଢ଼ିଅସମ୍ଭାଳ ହୋଇ ରାଜା ପଡ଼େ ମୁହଁ ମାଡ଼ି ।ଦେଖି ଅଟ୍ଟହାସ କଲେ ସଇନ୍ୟ ସକଳଦମଘୋଷ ଦନ୍ତବକ୍ର ଶାଲ୍ୱ ଶିଶୁପାଳ ।ରୁକ୍ମଣକୁ ଆଦିକରି ଥିଲେ ଯେତେ ରାଜାହସନ୍ତେ ତା ଦେଖି ଜରାସନ୍ଧ ପାଇ ଲଜ୍ଜା ।ସତ୍ୱରେ ଧାଇଁଲା ପୁଣି ଗଦାବର ତୋଳିକଳାସର୍ପ ପ୍ରାୟେ ଗରଜଇ ମହାବଳୀ ।ରେରେକାର କରି ଗଦା ବୁଲାଇ ପ୍ରଖରେଉଞ୍ଚାଇ ପିଟିଲା ବଳଦେବଙ୍କ ରଥରେ ।ଗଦା ଦେଖି ବଳରାମ କୋପମୁଖ ହୋଇବିନ୍ଧିଲେ କତୁରୀବାଣ ଧନୁରେ ପୂରାଇ ।ସେ ବାଣ ଗଗନ ମାର୍ଗେ ଚଳି ଅତିଚାଣ୍ଡେଗଦା କାଟି ବେନିଖଣ୍ଡ କଲା ରଣଦାଣ୍ଡେ ।ଗଦା ଭଗ୍ନହେବା ଦେଖି ମଗଧ ଈଶ୍ୱରପୁଣି ଆନ ଗଦା କରେ ଧଇଲା ସତ୍ୱର ।ଉର୍ଦ୍ଧ୍ୱକୁ ବୁଲାଇ ତାହା ପିଟନ୍ତେଣ ତୋଳିପାଞ୍ଚଗୋଟି ଅଧାଚନ୍ଦ୍ର ବିନ୍ଧିଲେ ମୂଷଳି ।ପାଞ୍ଚଖଣ୍ଡ ହୋଇ ଗଦା ପଡ଼ିଲା ଭୂତଳେଦେଖିଣ ମଗଧେଶ୍ୱର କ୍ରୋଧାଗ୍ନିରେ ଜଳେ ।ମାନଭଙ୍ଗ ହୋଇଣ ସେ କ୍ଷତ୍ରିୟ ପ୍ରଚଣ୍ଡାଆକ୍ରୋଶି ଧଇଲା କରେ ଟେକି ଫରି ଖଣ୍ଡା ।କୃପାଣ ବୁଲାଇ ରାଜା ଧାମେ ଅନ୍ତରାଳେବାବଲ ଶର ପେଶିଲେ ଦେଖି କାମପାଳେ ।ସେ ବାଣରେ ବେନିଖଣ୍ଡ ହୋଇ ଅସିବରଖଣ୍ଡେ ହସ୍ତେ ରହି ଖଣ୍ଡେ ପଡ଼ିଲା ଭୂମିର ।ସମରେ ନିଃଶସ୍ତ୍ର ହୋଇ ନ ଦେଇ ସେ ପିଠିମାଲ ବିନ୍ଧାଣି ଗତିରେ ଧାଇଁଲା ପାଲଟି ।ଠାଣିମାଣି କରି ବୀର ବାହାସ୍ଫୋଟ ମାରେହାବୋଡ଼ା ବାଣେକ ରାମ ପେଷିଲେ ସତ୍ୱରେ ।ବକ୍ଷରେ ବାଜିଲା ବାଣ ବଜ୍ରପ୍ରାୟେ ଘୋଟିମୂର୍ଚ୍ଛାଗତ ହୋଇ ରାଜା ପଡ଼େ ମହୀଲୋଟି ।ଦମଘୋଷ ଆଦି ଯେତେ ନରପତି ଥିଲେପ୍ରାଣପଣ କରି ତାକୁ ଆବୋରି ରହିଲେ ।ଚନ୍ଦନ କର୍ପୂର ଗୋଳା ପାଣି ମୁଖେ ସିଞ୍ଚିକୋଳକରି ବସାଇଲେ ଆଲଟରେ ବିଞ୍ଚି ।କିଛିକ୍ଷଣେ ଜରାସନ୍ଧ ଅଙ୍ଗେ ଚେତା ପାଇସୈନ୍ୟ ଭିତରେ ରହିଲା ରଥେକ ଆରୋହି ।ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣଜଗନ୍ନାଥଙ୍କର ତୁଲେ ଆରମ୍ଭିଲେ ରଣ ।ହାତୀ ରଥୀ ମହାରଥୀ ସୈନ୍ୟ ଅପ୍ରମିତଏକକୁ ଆରେକ ଯୋଦ୍ଧା ହେଲେ ସୁସଜ୍ଜିତ ।କରେ ନାନା ଶସ୍ତ୍ର ଧରି ଏକମୁଖ ହୋଇଗୋବିନ୍ଦ ଉପରେ ମାଡ଼ି ପଡ଼ିଲେକ ଧାଇଁ ।ରେରେକାର କରି ସର୍ବେ ଧରିଣ ଆୟୁଧଏକାବେଳେ ପ୍ରହାରନ୍ତି ନ ରଖି ଉପ୍ରୋଧ ।ଛେଲ ଛତ୍ର କୁନ୍ତ ଅସି ନାରାଚ ମୁଦ୍ଗରପରିଘ ଶାବେଳି ଗଦା ଗୁରୁଜ ତୋମର ।କତୁରୀ ନାରାଚ ଯମଦାଢ଼ ତୀକ୍ଷ୍ଣ ମୁନାପରଶୁ କୃପାଣ ଭାଲ କାଣ୍ଡ ଅକଳନା ।ଅକଳିତ ଶସ୍ତ୍ର ଘେନି କରନ୍ତି ପ୍ରହାରଦଶଦିଗେ ପୂରି ହେଲା ଦିବସ ଅନ୍ଧାର ।ଅବିଚ୍ଛିନ୍ନେ ଶୂନ୍ୟୁ ଘୋଟି ପଡ଼ୁଅଛି ବାଣଶ୍ରାବଣ ମାସରେ ଯେହ୍ନେ ବରଷଇ ଘନ ।ସମୁଦ୍ର ଗର୍ଜ୍ଜନ ପ୍ରାୟେ ଶୁଭେ ମୁଖଧ୍ୱନିଏକା ରଥକୁ ବେଢ଼ିଲେ ସକଳ ସଇନି ।ନନ୍ଦିଘୋଷ ସ୍ୟନ୍ଦନରେ ବିଜେ ଚକ୍ରଧରସାରଙ୍ଗ ଧନୁକୁ ଧରିଛନ୍ତି ବାମକର ।କୋଟି କୋଟି ଅସ୍ତ୍ର ଶସ୍ତ୍ର ଦେଖି ଚକ୍ରପାଣିମନଭେଦୀ ବାଣ ଗୁଣେ ବସାଇଲେ ଆଣି ।ଯେବଣ ଯୋଦ୍ଧାଏ ଯେତେ ଶସ୍ତ୍ର ପେଷିଥିଲେଏକା ପ୍ରହାରକେ ତାହା ସବୁ ଛେଦି ଦେଲେ ।ପୁଣି ପାଞ୍ଚଶତ ତୀକ୍ଷ୍ଣମୁନା କାଣ୍ଡ ସନ୍ଧିସୈନ୍ୟ ଉପରକୁ ଲକ୍ଷ୍ୟ କରିଦେଲେ ବିନ୍ଧି ।ଚାହୁଁ ଚାହୁଁ ସହସ୍ରେକ ଅଧାଚନ୍ଦ୍ର ବାଣମନ୍ତ୍ର ପଢ଼ି ନିମିଷକେ ବରଗିଲେ ପୁଣ ।ପୁନରପି ନିଜ ହସ୍ତ ଲାଘବ ଦେଖାଇଶତ ଶତ କ୍ଷୁର କାଣ୍ଡ ବିନ୍ଧିଲେ ତୁହାଇ ।ସେକାଳେ ମଣ୍ଡଳା କାମର ହେଲା ଶରାସନକେହି ଦେଖି ନ ପାରିଲେ ଆଦାନ ସନ୍ଧାନ ।ସେ ନାରାଚେ ପକ୍ଷୀ ପ୍ରାୟ ଶୂନ୍ୟପଥ ଭେଦିଚଉଦିଗେ ପଡ଼ି ଶତ୍ରୁ ସୈନ୍ୟ ଦେଲେ ଛେଦି ।ଯହିଁକି ଚାହିଁଲେ ତହିଁ କୁଢ଼ କୁଢ଼ ମଡ଼ାକେଡ଼େବଡ଼ ପଦା ଗୋଟା ତିଳେ ନାହିଁ ଛଡ଼ା ।ନାରାଚ ବାଜନ୍ତେ ହାତୀ ଘୋଡ଼ା ମୁଣ୍ଡ ଛିଡ଼ିବୃକ୍ଷୁତାଳ ଫଳପ୍ରାୟ ତଳେ ପଡ଼େ ଝଡ଼ି ।ସାରଥି ଅଶ୍ୱ ସହିତେ ରଥ ହେଲା ଚୂନାକେତେ ମହାରଥୀ ମଲେ ନ ଗଲା କଳନା ।ବହିଲା ରକତ ନଦୀ ଖଳ ଖଳ ହୋଇଶୁଷ୍କ କାଠ ଭେଳା ପ୍ରାୟେ ମଡ଼ାଙ୍କୁ ଭସାଇ ।ମଗର କଚ୍ଛପ ହେଲେ ତହିଁ ମୁଣ୍ଡମାଳଧଣ୍ଡ ସାପ ପ୍ରାଏ ତହିଁ ଭାସେ କରବାଳ ।ନାଚନ୍ତି କବନ୍ଧେ ଉଠି ଯୁଦ୍ଧେ ଲୟ ଦେଇଭୟାଳୁଏ ଶସ୍ତ୍ର ଧରି ନ ପାରିଲେ ରହି ।ଜମ୍ୱୁକ ବାୟସ ବୃକ ଶ୍ୱାନ ଗୃଧ୍ରପକ୍ଷୀଆନନ୍ଦରେ ନୃତ୍ୟ କଲେ ରକ୍ତ ମାଂସ ଭକ୍ଷି ।କଙ୍କାଳୀ ବେତାଳୀ ଚଣ୍ଡୀ ଚାମୁଣ୍ଡା ଡାକିନୀମେଦମେଦା ଖାଇ କଲେ କିଳିକିଳା ଧ୍ୱନି ।ଅବିଚ୍ଛନ୍ନେ ବିନ୍ଧୁଛନ୍ତି ପ୍ରଭୁ ନାରାୟଣଯହିଁକି ଚାହିଁଲେ ତହିଁ ପଡ଼ୁଅଛି ବାଣ ।ଅଠର ଯୋଜନ ଦୀର୍ଘ ପ୍ରତିରେ ସେ ପଦାତାଳେକ ଉଚ୍ଚରେ ମଡ଼ା ପଡ଼ି ହେଲେ ଗଦା ।ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃମଣିଅନେକ ସୈନ୍ୟ ମାଇଲେ କୋପେ ଚକ୍ରପାଣି ।ଜରାସନ୍ଧ ଆଦିକରି ସକଳ ନୃପତିଘୋର ଯୁଦ୍ଧ ଦେଖି ମନେ କଲେ ମହାଭୀତି ।ଦମଘୋଷ ବୋଲେ ଶୁଣ ମଗଧ ଈଶ୍ୱରଆଜର ସଂଗ୍ରାମ ହେଲା ଅତି ଗୁରୁତର ।ପଡ଼ିଲେ ଅସଂଖ୍ୟ ହାତୀ ରଥୀ ସୈନ୍ୟବଳଲକ୍ଷେ ରାଜାଙ୍କର ସୈନ୍ୟ ମଲେଣି ସକଳ ।ଏକାକେ ସେ ଦୁଇ ଭାଇ ଏଡ଼େ କୃତ୍ୟକଲେଇଷ୍ଟ ବନ୍ଧୁ ସହୋଦର ସର୍ବେ ନାଶ ଗଲେ ।ଏତେ ବୋଲି ସଇନ୍ୟଙ୍କୁ ଦୁହେଁ ଦେଲେ ଚାହିଁଅକ୍ଷତ ହୋଇଣ ଯୋଦ୍ଧା ଜଣେ କେହି ନାହିଁ ।ଚାରିଆଡ଼େ କୁଢ଼ କୁଢ଼ ଦିଶୁଛନ୍ତି ମଡ଼ାପ୍ରାଣଥିବା ଲୋକେ ହୋଇ ନ ପାରନ୍ତି ଛିଡ଼ା ।କର ଚରଣ କାହାର ଯାଇଅଛି ଛିଡ଼ିଜାନୁ ଭଗ୍ନ ହୋଇ ଥୋକେ ରହିଛନ୍ତି ପଡ଼ି ।ସବୁରି ଶରୀରେ କ୍ଷତ ଶସ୍ତ୍ର ଆଘାତରୁମନ୍ଦାର କୁସୁମ ପ୍ରାୟେ ଦିଶୁଅଛି ଦୂରୁ ।ଜରାସନ୍ଧ ବୋଲେ କେହି ନ କର ଶୋଚନାହାରିବା ଜିଣିବା ବୃତ୍ତି କ୍ଷତ୍ରିୟର ସିନା ।ଯେବଣ କାଳକୁ ଯୋଗଥାଏ ଯେଉଁକଥାଅବଶ୍ୟ ଘଟଇ କେଭେଁ ନୁହଇ ଅନ୍ୟଥା ।ଏଥକୁ ଶୋଚନା କଲେ ହେବ ଆଉ କିସକ୍ଷତ୍ରିୟ ବିଦ୍ୟାରେ ମୁଖ୍ୟ ଅଟଇ ସାହସ ।ଏ କଥାକୁ ଡରି ଆମ୍ଭେ ଯୁଦ୍ଧ କଲେ ତ୍ୟଜ୍ୟାଲୋକେ ଅପଖ୍ୟାତି ହେବ ଉପୁଜିବ ଲଜ୍ଜା ।ଦୁଇଜଣ ଯୁଦ୍ଧକଲେ ଜଣେ ନିଶ୍ଚେଁ ହାରେଛିଦ୍ର ଜଗିଥିଲେ ଶତ୍ରୁ ପଡ଼େ ଆୟତରେ ।ସବୁକାଳରେ ପ୍ରାଣୀର ନ ଥାଇଟି ଦୁଃଖସମୟେକ ଦୁଃଖ ପାଇ ଭୋଗକରେ ସୁଖ ।ଲାଭହାନି ଶୁଭାଶୁଭ ଜନ୍ମ ମୃତ୍ୟୁ ଭୟସଙ୍ଗେ ଘେନି ପ୍ରାଣୀମାନେ ହୁଅନ୍ତି ଉଦୟ ।ଯେବଣ କାଳକୁ ଯେଉଁ କଥା ଥାଏ ଯୋଗମେଣ୍ଟଣ ନ ଯାଇ ନିଶ୍ଚେ ହୁଅଇ ତା ଭୋଗ ।ଏ କଥା ବିଚାରି କେହି କିଛି ହିଁ ନ ଡରଏକମୁଖ ହୋଇ ଚାଲ କରିବା ସମର ।ସଂସାରେ ଅଜରାମର ନୁହେଁ କାହା ଦେହୀସାହସକୁ ଲକ୍ଷ୍ମୀ ବୋଲି ଶାସ୍ତ୍ରେ ଅଛି ବହି ।ନନ୍ଦ ଗଉଡ଼ର ପୋଏ ଆମ୍ଭ ସଙ୍ଗେ ସରିହେଲେ କିପାଁ ଚାରିବେଳ ଯାଇଥାନ୍ତେ ହାରି ।ଆଜ ସଂଗ୍ରାମରେ ତାଙ୍କୁ ଥିଲା ଏତେ ଯଶଆମ୍ଭଙ୍କୁ ନ ପାରି ଆମ୍ଭ ସୈନ୍ୟ କଲେ ନାଶ ।ଏହି ଥର ଜଣାଯିବ ଥିଲେ ବୀର ପଣସମସ୍ତେ ବେଢ଼ି ଘେନିବା ଚାଲ ତାଙ୍କ ପ୍ରାଣ ।ଏମନ୍ତ ବିଚାରି ସର୍ବେ ବାହାରିଲେ ବେଗେରଥ ଚଢ଼ି ଜରାସନ୍ଧ ଧାଏଁ ଆଗେ ଆଗେ ।ତା ପଛରେ ଗୋଡ଼ାଇଲେ ସକଳ ନୃପତିଯେ ଯାହାର ଦଣ୍ଡ ସାଜି ସତ୍ୱରେ ଚଳନ୍ତି ।ଢୋଲ ଦମାଲୁ ଯମକ ବୀରତୂର ଧ୍ୱନିପାଦଘାତେ କମ୍ପମନ ହୋଇଲା ମେଦିନୀ ।ସମସ୍ତେ ଧନୁରେ ସନ୍ଧି ଧରିଛନ୍ତି ବାଣତର୍ଜନ୍ତି ଗର୍ଜନ୍ତି ବୀରେ ବହି ଯେଝା ଟାଣ ।ସିଂହନାଦ କରି ବାହାସ୍ଫୋଟ କେ ମାରଇକେ କାହାକୁ ପଛ କରି ଆଗକୁ ଚଳଇ ।ଊର୍ଦ୍ଧ୍ୱବାହୁ ହୋଇ କେହି ଶସ୍ତ୍ର ଫୋପାଡ଼ନ୍ତିବିଚିତ୍ର ଗତିରେ ଥୋକେ ଡେଇଁଣ ଧରନ୍ତି ।ଥୋକେ ଆଡ଼ଚିରା ମାରି କରନ୍ତି ପହିଜମାଲ ବିନ୍ଧାଣରେ ଥୋକେ ଯୋଦ୍ଧା ହ୍ୱନ୍ତି ସଜ ।କିଳିକିଳା ରାବ ଦେଇ ଧାମନ୍ତି ସକଳେଭୟଙ୍କର ଶବଦରେ କୁରୁମ ଉଛୁଳେ ।ମାର ମାର ହାଣ ହାଣ ଧର ଧର ଧ୍ୱନିପାଦଭରେ ଥରହର କମ୍ପଇ ମେଦିନୀ ।ଶୁକମୁନି କହୁଛନ୍ତି ପରୀକ୍ଷିତ ଆଗେଏମନ୍ତେ ଅସଂଖ୍ୟ ସୈନ୍ୟ ମାଡ଼ିଯାନ୍ତେ ରାଗେ ।ଶ୍ରୀକୃଷ୍ଣ କହିଲେ ବଳରାମଙ୍କୁ ଦେଖାଇଜରାସନ୍ଧ ଆସୁଅଛି ଦେଖ ଆହେ ଭାଇ ।ପ୍ରତିଜ୍ଞା କରିଅଛଇ ସୈନ୍ୟର ବିକଳେଅନେକ ଯୁଦ୍ଧ କରିବ ଆଜି ଅଙ୍ଗଛଳେ ।ବଳରାମ ବୋଇଲେ ମୁଁ ତୋତେ କରେ ଭୟମାରିବୁ କି ନ ମାରିବୁ କହ ତା ନିଶ୍ଚୟ ।ଚାରିଊଣା ଲକ୍ଷେ ରାଜା ହୋଇଛନ୍ତି ମେଳିମୋ ଆଗରୁ ଜଣେ କେହି ନ ଯିବେ ଉବୁରି ।ସମସ୍ତଙ୍କୁ ଆଜ ସଂହାରିବି ମୂଷଳରେ ଆଜପୃଥ୍ୱୀଭାରା ନାଶଯାଇ ହେବ ଦେବକାର୍ଯ୍ୟ ।ରାମଙ୍କ ମୁଖରୁ ଏହା ଶୁଣି ଚକ୍ରପାଣିବିନୟରେ ଜଣାଇଲେ ଯୋଡ଼ି ବେନିପାଣି ।ମୋ ବଚନ ଘେନି ସ୍ୱାମୀ କୋପ ନ କରିବାଦେବକାର୍ଯ୍ୟ ପାଇଁ ଏଥୁ ଅପସରି ଯିବା ।ପଣ୍ଡୁରାଜା ହୋଇଛନ୍ତି ଯମପୁରେ କଷ୍ଟୀତାଙ୍କ ପାଇଁ ରାଜସୂୟ କରିବେ ଯୁଧିଷ୍ଠି ।ଅତି ବଳୀୟାର ଜରାସନ୍ଧ ଦଣ୍ଡଧାରୀଛୟାଣୋଇ ସସ୍ରରାଜା ଅଛି ବନ୍ଦୀକରି ।ସମୟରେ ଜରାସନ୍ଧ କରି ମହାରଣଏକାବେଳେ ନେବୁ ସବୁ ରାଜାଙ୍କର ପ୍ରାଣ ।ଥୋକାଏ ଦୁଷ୍ଟଙ୍କ ପ୍ରାଣ କରିବ ଏ ନାଶମହାଭାରତ ଯୁଦ୍ଧକୁ ହୋଇବ ଉଶ୍ୱାସ ।ସବୁ ରାଜା ରୁଣ୍ଡ କରିଥିବ ଏହି ଜରାଅସୁରଙ୍କୁ ନାଶଇ ଆମ୍ଭେ ଖଣ୍ଡିବା ଭୂଭାରା ।ଏବେ ତ ଅନେକ ସୈନ୍ୟ ହୋଇଲେଣି ନାଶପିଠିଦେଇ ଗଲେ ଆମ୍ଭେ ନାହିଁ ଅପଯଶ ।ଏଥିରୁ ପୌରୁଷ ପାଇ ସବୁ ନୃପମଣିଲେଉଟି ଆସିବେ ସମଦଣ୍ଡ ସାଜି ପୁଣି ।ଏସନକ ଆଜ୍ଞା ଯହୁଁ ହେଲେ ଜଗନ୍ନାଥସନ୍ତୋଷ ହୋଇଲେ ଶୁଣି ରେବତୀର କାନ୍ତ ।ଏମନ୍ତ ବିଚାରି ରାମକୃଷ୍ଣ ବେନି ଭାଇସ୍ଥିର କଲେ ସଂଗ୍ରାମରୁ ପିଠି ଦେବାପାଇଁ ।ସମୁଦ୍ର ଭିତରୁ ଯେହ୍ନେ ଉଠଇ ଲହରୀତେସନ ପ୍ରକାରେ ସୈନ୍ୟ ଆସୁଛନ୍ତି ଘେରି ।ସାରଥିକି ଆଜ୍ଞା ଦେଲେ ଲକ୍ଷ୍ମୀଦେବୀ ନାହାପିଠିଦେଇ ଯିବା ରଥ ଲେଉଟାଇ ବାହା ।ଆଜ୍ଞା ପ୍ରମାଣେ ସାରଥି ଫେରାଇଲା ଯାନସଂଗ୍ରାମରେ ପିଠି ଦେଲେ ରାମ ଭଗବାନ ।ଅଶ୍ୱଭାଗ ଧରି ସୂତ ବାହେ ଅତିବେଗେପବନହୁଁ ଖରେ ଯାନ ଗଲା ଶୂନ୍ୟମାର୍ଗେ ।ରାମକୃଷ୍ଣ ପିଠି ଦ୍ୟନ୍ତେ ହସି ଜରାସନ୍ଧସୈନ୍ୟଙ୍କୁ ବୋଇଲା ଦେଖ ଏ ଗଉଡ଼େ ମନ୍ଦ ।ଊଣାବଣା ସୈନ୍ୟ ଦେଖି ମାରୁଥିଲେ ରହିଆଣ୍ଟ ଆକଟ ପଡ଼ନ୍ତେ ଗଲେ ପିଠିଦେଇ ।କେଶରୀ ଆଗରେ କାହୁଁ ରହିବ ଶୃଗାଳମାର୍ଜ୍ଜାର ସଙ୍ଗତେ ମୂଷା କରଇ କି ଗୋଳ ।ମଣ୍ଡୁକ ବଳେ କି ଜିଣିପାରେ କାଳସର୍ପହରିଣ ହରିବ କାହୁଁ ଶାର୍ଦ୍ଦୂଳର ଦର୍ପ ।ପର୍ବତ ସମାନେ ଯେବେ ହେବ ତୁଳାରାଶିକିଞ୍ଚିତ ଅନଳ ତାକୁ ପାରିବ କି ଧ୍ୱଂସି ।ମିଛେହେଁ ପ୍ରତିଜ୍ଞା କରି କହୁଥିଲା କଥାକାର୍ଯ୍ୟକାଳେ ତାହା ସବୁ ହୋଇଲା ଅନ୍ୟଥା ।ଏତେ ବୋଲି ସଇନ୍ୟଙ୍କୁ ଆଜ୍ଞା ଦେଲେ ଦୃଢ଼େପଛରୁ ଗୋଡ଼ାଇ ମାର ପଳାନ୍ତୁ ଗଉଡ଼େ ।ଶାଲ୍ୱରାଜା ବୋଇଲା ସେ ଏହିମତି ହୋଇପାଞ୍ଚବେଳ ପରିଯନ୍ତେ ଗଲେଣି ପଳାଇ ।ହାତେ ହାତେ ଧରୁ ଧରୁ ଫେଡ଼ାଇଣ ଯାନ୍ତିଆଉ କି ଲୋଡ଼ିଲେ ଧରି ପାରିବା ଏ ଘାନ୍ତି ।ପାଦେ ପାଦେ ଲାଗିଥାଏ ନ ପାରନ୍ତି କେହିସେ ଏବେ ଅଛନ୍ତି ବେନି ରଥରେ ଆରୋହି ।ଦେବ ଆସନ ପରାୟ ଦିଶଇ ସେ ଯାନପବନ ବେଗରେ ଶୂନ୍ୟେ କରୁଛି ଗମନ ।ଅନିମିତ୍ତେ ଗଞ୍ଜିହେବା କିପାଁ ଆମ୍ଭେ ଆଉଏ ଘାନ୍ତି ଯାଇ ସେ ଥୋକେଦିନ ବଞ୍ଚିଥାଉ ।ଶାଲ୍ୱର ବଚନେ ଜରାସନ୍ଧ ହେଲା ତୁନିଦମଘୋଷ ବୋଲେ ଆଜ ରୁହାଅ ସଇନି ।କାଲି ଜଣାଯିବ ରାମକୃଷ୍ଣ ଥିବେ ଯହିଁଦେଶାଉର ବୋଲେ ଯିବା ସମଦଣ୍ଡ ବାହି ।ଏ କଥା ଶୁଣି ଚୂହାଣ ବେଗ ହୋଇ ଗଲାଆଗୁଆଣି ଥାଟ ଯାଉଥିଲେ ରୁହାଇଲା ।କ୍ରୌଞ୍ଚଗିରି ତଳଭାଗେ ଥୋକେଦୂର ଗଲେକାବେରୀ ତଟିନୀ ତୀରେ ପ୍ରବେଶ ହୋଇଲେ ।କୁଣ୍ଡଳି ନାମରେ ତହିଁ ଏକ ଗିରିବରପଚାଶ ଯୋଜନ ଦୀର୍ଘ ଯୋଜେନ ଓସାର ।ସେ କୁଣ୍ଡଳି ଗିରିତଳେ ବସ୍ତ୍ରଘର ଟାଣିଭଗ୍ନବଳ ଘେନି ବସା କଲେ ନୃପମଣି ।କେତେବଳ ପଡ଼ିଲେ ତା ଆଦିଅନ୍ତ ନାହିଁଯେ ଯାହାର ଅନୁରୂପେ ଛନ୍ତି ପୀଡ଼ା ପାଇ ।କାହାର ପିତା ପଡ଼ିଲା ପଡ଼ିଲା କା ପୁତ୍ରକାହାର ମଉଳା ମଲା ମଲା କାହା ଭ୍ରାତ ।ଇଷ୍ଟବନ୍ଧୁ ସହୋଦର ପ୍ରିୟପୁତ୍ର ସଖାକାହାର ବଂଶ ପଡ଼ିଲେ ଜଣେ ଥିଲେ ଏକା ।ଆର୍ତ୍ତନାଦେ ଯେ ଯାହାର ନାମମାନ ଧରିବିକଳେ କାନ୍ଦିଲେ ବନ୍ଧୁବାନ୍ଧବଙ୍କୁ ସ୍ମରି ।ଖୁଡ଼ୁତା ପୁତୁରା ଭାଇ ତନୟ ସ୍ୱଜନଗୁଣ ବାହୁନି କରନ୍ତି ବିକଳେ ରୋଦନ ।ନିରନ୍ତର ଥାଟ ମଧ୍ୟେ ପଡ଼ିଲା ବୋବାଳିସମସ୍ତେ ସନ୍ତାପ ଚିତ୍ତେ କଲେ ହାଲୋହୋଳି ।ମନର ବେଦନା ଜାଣି ମନେ ଦୁଃଖ ଘେନିଏକକୁ ଆରେକ ବୋଧି କରୁଛନ୍ତି ତୁନି ।ଏମନ୍ତ ସମୟେ ଅସ୍ତ ହେଲେ ଛାୟାପତିକହୁଁ କହୁଁ ପରବେଶ ହେଲା ଆସି ରାତି ।ଜରାସନ୍ଧ ଆଦି ନୃପେ ଘେନି ଯେଝା ସୈନ୍ୟନିତ୍ୟକର୍ମ ସାରି ସର୍ବେ କଲେକ ଭୋଜନ ।ଜଳପାନ କରି ହାତୀ ଘୋଡ଼ା ସୁସ୍ଥ ହେଲେକାବେରୀ ନଦୀର ତୀରେ ନିଶାରେ ଶୋଇଲେ ।ସ୍ୱଭାବେ ଗ୍ରୀଷମ ଋତୁ ପୁଣି ଜ୍ୟଷ୍ଠମାସପ୍ରଚଣ୍ଡ ପବନ ନାହିଁ ସୂର୍ଯ୍ୟର ତରାସ ।ଆବର ସବୁରି ଅଙ୍ଗେ ଶସ୍ତ୍ର ଅଛି ଫୁଟିଚନ୍ଦ୍ର ଆହ୍ଲାଦରେ ନିଦ୍ରାଗଲେ ଭୂମି ଲୋଟି ।ଶୁଣ ହୋ ପରୀକ୍ଷ ରାଜା ବଦନ୍ତି ଯେ ମୁନିଇତି ଶ୍ରୀପୁଣ୍ୟ ପୁରାଣ ହରିବଂଶ ଧ୍ୱନି ।ଏଥୁ ଅନନ୍ତରେ ବଳଦେବ ଜଗନ୍ନାଥଥୋକେଦୂର ଯାଏ ବାହିଗଲେ ଯେଝା ରଥ ।ଜରାସନ୍ଧ ସୈନ୍ୟ କ୍ଷୟକରି ଦେବସ୍ୱାମୀପାଦୁକା ମନ୍ତ୍ର ସ୍ମରଣା କଲେ ଅନ୍ତର୍ଯ୍ୟାମୀ ।ସାରଥି ଗୋଚରେ ଦୁହେଁ ଦୁଇରଥ ଦେଇବୋଇଲେ ଗନ୍ଧମାଦନେ ଥୁଅ ଏଥୁ ନେଇ ।ଏତେ ବୋଲି ରଥୁ ଓହ୍ଲାଇଲେ ଭାଇ ବେନିଆଜ୍ଞା ପ୍ରମାଣେ ସାରଥି ଗଲେ ରଥ ଘେନି ।ଗନ୍ଧମାଦନ ପର୍ବତେ ଥୋଇଲେ ଯେ ଯାନଶ୍ରୀପୟରେ ବିଜେ କଲେ ରାମ ଭଗବାନ ।ଶଙ୍ଖ ଚକ୍ର ଗଦା ହଳ ମୂଷଳାଦି ଥୋଇଶୂନ୍ୟହସ୍ତ ହେଲେ ରାମକୃଷ୍ଣ ବେନି ଭାଇ ।ପାଦୁକା ମନ୍ତ୍ର ସୁମରି ଯାଇ ଅତିବେଗେତକ୍ଷଣେ ପ୍ରବେଶ ହେଲେ ମଧୁପୁର ଲାଗେ ।ସମସ୍ତ ଯାଦବମାନେ ଥିଲେ ବାଟ ଚାହିଁଦୁଇଭାଇ ଦରଶନ କଲେ ବେଗେ ଯାଇ ।ଉଗ୍ରସେନଙ୍କୁ ଦେଖିଣ ରାମ ଚକ୍ରଧାରୀପାଦରେ ଶୁତିଲେ ଆଗେ ନିଉଛାଳି କରି ।ବସୁଦେବ ପାଦେ ନମି ଭିତରକୁ ଗଲେଇନ୍ଦୁମତୀ ଦେବକୀ ଏ ଦୁହିଁଙ୍କୁ ବନ୍ଦିଲେ ।ସଭାରେ କହିଲେ ପୁଣି ଯୁଦ୍ଧର ବାରତାଶୁଣି ଶଙ୍କା କଲେ ଉଗ୍ରସେନ ମହାରଥା ।ଅନ୍ତଃପୁର ମଧ୍ୟେ ଯାଇ ନିତ୍ୟକର୍ମ ସାରିରାତ୍ର ପ୍ରହରେ ମଣୋହି କଲେ ରାମହରି ।ଆପେ ଇନ୍ଦୁମତୀ ପରଷନ୍ତି ଅନ୍ନକ୍ଷୁଧା ଆରତେ ଭୁଞ୍ଜିଲେ ରାମ ଭଗବାନ ।ନାନାଦି ବ୍ୟଞ୍ଜନ ସୂକ୍ଷ୍ମ ଶାଳିଅନ୍ନ ଘୃତଦଧି ଦୁଗ୍ଧ ଛେନା କ୍ଷିରୀ କ୍ଷିରିସା ନବାତ ।ଇକ୍ଷୁ ପଇଡ଼ର ପଣା ଖଣ୍ଡ ବାସପାଣିନାନାଦି ପ୍ରକାରେ ପିଠା ପରଷନ୍ତି ରାଣୀ ।ଲକ୍ଷ୍ମୀବଲ୍ଲଭ ମଣୋହି କରୁଛନ୍ତି ଯହିଁକେବଣ ପଦାର୍ଥ ଅବା ନ ମିଳିବ ତହିଁ ।ଚଉରାଶୀ ମଢ଼ଫୁଲି ଯୋଗାଡ଼ ଯେ ପ୍ରତିସମତୁଲ କରି ପରଷିଲେ ଇନ୍ଦୁମତୀ ।ଦେବକୀ ଦେବୀ ଆଲଟ ଘେନିଣ ଶ୍ରୀକରେବିଞ୍ଚିଲେ ସନ୍ନିଧେ ଉଭା ହୋଇ ଧୀରେ ଧୀରେ ।ଭୋଜନେ ସନ୍ତୋଷ ହୋଇ ଉଠି ଭାଇ ବେନିଆଚମନ କଲେ ଦୁହେଁ ବାସଜଳ ଘେନି ।ଶ୍ରୀମୁଖ ପୋଛିଣ ପୁଣି ତାମ୍ୱୁଳ ଭୁଞ୍ଜିଲେପରିଶ୍ରମ ପାଇ ରତ୍ନଖଟେ ନିଦ୍ରା ଗଲେ ।ଇତି ଶ୍ରୀ ଭାଗବତ ପୁରାଣ ପୁଣ୍ୟମୟେଇଦଂ ଦ୍ୱିତୀୟ ଅଧ୍ୟାୟ ସମାପତ ହୁଏ ।ଜୟ ଦିନକର ନାଥ ଜୟ ଜ୍ୟୋତିର୍ମୟଅକ୍ଷୟ ଅବିନାଶ ତୁ ଅବିଶ୍ରାମ କାୟ ।ତିମିର ବିଦାରଣ ତୁ ଛାୟାଦେବୀ ସାଇଁକଳ୍ପାଦି ପୁରୁଷ ତୋର ଜନ୍ମ ମୃତ୍ୟୁ ନାହିଁ ।କାଳାନ୍ତକ ଯୁଗାନ୍ତକ ଲୟାନ୍ତକ ମୂର୍ତ୍ତିନିହନ୍ତା ବିହନ୍ତା ତୁ ହେ ଅଗତିର ଗତି ।ତାର ବାର ନକ୍ଷତ୍ର ଯେ ଗ୍ରହ ତିଥିଆଦିଆଦି ଅନ୍ତ ମଧ୍ୟେ ତୋର ଜ୍ୟୋତି ଶୂନ୍ୟଭେଦୀ ।ପୃଥିବୀ ସଲିଳ ତେଜ ବାୟବ୍ୟ ଆକାଶଏ ପଞ୍ଚମହାଭୂତ ତୋ ଶରୀରୁ ପ୍ରକାଶ ।ଭୂତ ଭିବଷ୍ୟତ ବର୍ତ୍ତମାନ କାଳଜ୍ଞାତାସର୍ବଭୂତ ଅନ୍ତର୍ଯ୍ୟାମୀ ଆଦିତ୍ୟ ଦେବତା ।କାର୍ଯ୍ୟ କାରଣ କରତା ତ୍ରୈଲୋକ୍ୟର ଚକ୍ଷୁଅନୁବ୍ରତେ ଜଗତର ହାନିଲାଭ ଦେଖୁ ।ଚାରିବେଦ ଷଡ଼ଶାସ୍ତ୍ର ଅଠର ପୁରାଣଏ ତୁମ୍ଭ ଶରୀରୁ ସ୍ୱାମୀ ହୋଇଛି ନିର୍ମାଣ ।ଚଣ୍ଡ ପ୍ରଚଣ୍ଡ ବିଚଣ୍ଡ ପୁଣି ମହାନୀଳବହଳ ଚଞ୍ଚଳ ଉଚ୍ଚୈଃଶ୍ରବା ମହାବଳ ।ଏମନ୍ତେ ସପତ ଅଶ୍ୱ ରଥେ ଅଛୁ ଯୋଚିଜନ୍ମ ମରଣ ଏହାଙ୍କୁ ନ ବାଧଇ କିଛି ।ଏ ଅଶ୍ୱେ ଅଟନ୍ତି ଉଚ୍ଚୈ ବତିଶ ଯୋଜନଅପ୍ରମେୟ ପୁରୁଷ ତୁ ସ୍ୱୟଂ ଭଗବାନ ।ଏକଗୋଟି ଚକ୍ର ଶୋଭାପାଏ ତୋର ରଥେକ୍ଷଣେହେଁ ବିଶ୍ରାମ ନାହିଁ ଗମେ ଶୂନ୍ୟପଥେ ।କଶ୍ୟପ ନନ୍ଦନ ନାଥ ନାମ ଦିବାକରତିନି ମେରୁ ପ୍ରଦକ୍ଷିଣ କରେ ରଥ ଯାର ।ପଞ୍ଚଭୂତ ପଞ୍ଚତତ୍ତ୍ୱ ପଚିଶ ପ୍ରକୃତିଅନ୍ତର୍ଯ୍ୟମୀ ପୁରୁଷ ତୁ ସର୍ବଭୂତେ ସ୍ଥିତି ।ତୁ ଉଦେ ହୁଅନ୍ତେ ସୃଷ୍ଟି ହୁଅଇ ପ୍ରକାଶସ୍ୱାମୀ ତୋ ଅଭାବେ ପୁଣି ସୃଷ୍ଟି ଯାଏ ନାଶ ।ତୁମ୍ଭେ ଦେବ ଆଦିଅନ୍ତ ତୁମ୍ଭେ ଯେ ଅନାଦିତୁମ୍ଭେ ଜଳ ସ୍ଥଳ ବାୟୁ ଅଗ୍ନି ଶୂନ୍ୟଭେଦୀ ।ଅଶେଷ ମହିମା ଯାର ଆଦିଅନ୍ତ ନାହିଁମୁଁ କିସ ବର୍ଣ୍ଣିବି ଅବା ନରଦେହ ବହି ।ଶ୍ରୀବିରଞ୍ଚି ନାରାୟଣ ପାଦେ ମୋର ସେବାଅଚ୍ୟୁତ ଦାସ କବିକୁ ଗତି ମୁକ୍ତି ଦେବା ।