ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୫ / ୨୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଜରାସନ୍ଧର ଅଷ୍ଟାଦଶ ବାର ଧାଡ଼ି
ଏଥୁ ଅନନ୍ତରେ ତହୁଁ କେତେଦିନ ଗଲାଜରାସନ୍ଧ ଆଗେ ଯାଇ ଚାର ଜଣାଇଲା ।ଭୋ ଦେବ ବଳବନ୍ତ ହେ ନୃପ ଗୁଣରାଶିମଥୁରା ବାରତା ଏବେ ଶୁଣ ଦଣ୍ଡେ ବସି ।ଗୋମତ ଗିରି ଉପରୁ ରାମ କୃଷ୍ଣ ଗଲେମଥୁରା କଟକେ ଯାଇ ବାହୁଡ଼ି ମିଳିଲେ ।ତହୁଁ ଦଶଗୁଣେ ନିରିମାଣି ସେହି ଗଡ଼କାଙ୍ଗୁଲା କମଳଶିରା ଚାଙ୍ଗବନ୍ଧା ଫେର ।ସାତବାଳ ଖଣା ଆଉ ନବତାଳ ଉଚ୍ଚରତ୍ନାକର ପାଟଣା ତହିଁକି ନୁହେ ସଞ୍ଚ ।ଚୌରାଶୀ କୋଟି ଯାଦବେ ସର୍ବେ ଛନ୍ତି ତହିଁଆନନ୍ଦରେ ବିହରନ୍ତି ମନେ ହିଂସା ନାହିଁ ।ଜରାସନ୍ଧ ବୋଲେ ତହିଁ ଜାଣଇ ସକଳଯାଦବଙ୍କ କଥା ଶୁଣି ଦେହେ ବାଜେ ଶଲ ।କୌଣସି ପ୍ରକାରେ ତାଙ୍କୁ ନ ପାରିଲି ଜିଣିଅନେକ କଟାଳ ସେ କଲେ ମୋତେ ପୁଣି ।ତାହାଙ୍କ ଯୋଗେ ପ୍ରମାଦ ପଡ଼େ ମୋତେ କିନାମନ ସିନା ଜାଣଇ ଯେ ମନର ବେଦନା ।ଚାରି ଊଣା ଲକ୍ଷେ ରାଜା ଜିଣି ଭୁଜବଳେଗୌଡ଼ ଦୁହିଙ୍କି ହାରିଲି କର୍ମର ଅବଳେ ।ମାୟାଯୁଦ୍ଧ ସପ୍ତଦଶ ବାର ସେ କହିଲେଧରୁ ଧରୁ ହାତରୁ ସେ ଫୋପଡ଼ାଇ ଗଲେ ।ଦେବଶସ୍ତ୍ର ଆଦି ତାଙ୍କ ଅଙ୍ଗେ ନ କାଟଇରଥୀ ମହାରଥୀମାନେ ଯାନ୍ତି ଯମଭୂଇଁ ।ଧନ ଭଣ୍ଡାର ଆଦି ମୋ ସର୍ବନାଶ ଗଲାଚାରି ସହସ୍ର ନୃପତିଗଣେ ବିନାଶିଲା ।ଛଅ ସହସ୍ର ପଡ଼ିଲେ ରଣେ ବୀରଗଣେକେ ତାହା ସଂକ୍ଷେପି କରି କହିବ ବଚନେ ।ମୋର ଭଳି ଲୋକ ହାରି ପଳାଇ ଅଇଲାପ୍ରାଣଭୟେ କିଏ କେଣେ ପଳାଇଣ ଗଲା ।ଚାରି ଊଣା ଲକ୍ଷେ ରାଜା ସୈନ୍ୟ ସଙ୍ଗେ ଥିଲେଅସମୟେ ଦେଖି ମୋତେ ଛାଡ଼ି ପଳାଇଲେ ।ପର୍ବତେ କଚାଡ଼ୁଥିଲା ବଳରାମ ମୋତେପୁଣି ସେ ଫୋପାଡ଼ି ଦେଲା କି ବିଚାରି ଚିତ୍ତେ ।ଦଇବେ ମୁଁ ବର୍ତ୍ତିଅଛି ପ୍ରାଣେ ଆଜିଯାଏସେ କଥା ମନେ ପଡ଼ନ୍ତେ ଚିତ୍ତେ ଲାଗେ ଭୟ ।ପୋଡ଼ୁ ମୋର ରାଜ୍ୟଭାର ଯିବି ଦେଶାନ୍ତରଈଶ୍ୱରଙ୍କୁ ସେବାକରି ମାଗିବଇଁ ବର ।ସାଗରରେ ଦେହ ଝାସି ମାଗିବଇଁ ଦୀକ୍ଷାରାମ କୃଷ୍ଣ ଜିଣିବାକୁ ଅଟେ ମୋର କକ୍ଷା ।ସାତବଂଶ ଯାଦବଙ୍କ ମାଂସକୁ କାଟିବିଆହୁତିରେ ଦେଇଆଣି ଶିଳାରେ ବାଟିବି ।ନୋହିଲେ ତ ଜୀବନକୁ ନାହିଁ ମୋର ଆଶକା ମୁଖ ନ ଚାହିଁ ଦେବି ଅନଳରେ ଝାସ ।କ୍ଷତ୍ରିୟ କୁଳକୁ ନିନ୍ଦା ଅଟଇ ଏମାନଯୁଦ୍ଧେ ହାରି କେତେକାଳ ରଖିବି ଜୀବନ ।ଯେବଣ ଦିନୁ ଅଇଲି ଯୁଦ୍ଧେ ଲଜ୍ଜା ପାଇସେ ଦିନୁ ହୃଦରେ ବ୍ୟଥା ରଖିଛି ପୂରାଇ ।ସାମ ଦାନ ଭେଦ ଦଣ୍ଡ ବିଷ ପ୍ରୟୋଗରେଶତ୍ରୁକୁ ଜିଣିବ ନୃପ ନାନା ଉପାୟରେ ।ରାମ କୃଷ୍ଣ ଜିଣିବାକୁ ଯାର ବଳ ଅଛିମୁଁ ତାକୁ ସେବା କରିବି ନିଶ୍ଚୟେ କହୁଛି ।ନୋହିଲେ ବା ଦେବତାଙ୍କୁ ପ୍ରସନ୍ନ କରାଇଧନ ଜୀବନ କୁଟୁମ୍ବ ନିଶ୍ଚେଁ ତେଜିବଇଁ ।ଏ ଦେହ ଅଜରାମର ହେବ କେତେ ଦିନଦିନେ ତ ହୋଇବ ନିଶ୍ଚେଁ କାଳର ଅଧୀନ ।ବିଶୁଦ୍ଧ କ୍ଷତ୍ରିୟ ମୁଁ ଯେ ଅଟେ ସୂର୍ଯ୍ୟବଂଶୀହୀନହାତେ ପରାଭବ ପାଇ ହେଲି ଧ୍ୱଂସି ।ମୋ ଲାଗି ସକଳ ନୃପେ ପାଇଲେ ଅବସ୍ଥାଯୁଗ ଯୁଗାନ୍ତର ଯାଏ ରହିଲା ଏ କଥା ।ଏସନ ଭାଳନ୍ତେ ରାଜା ଏକାନ୍ତରେ ବସିନାରଦ ପ୍ରବେଶ ହେଲେ ତା ଆଗରେ ଆସି ।ହସ୍ତେ ଦଣ୍ଡ କମଣ୍ଡଳୁ ବ୍ରହ୍ମବୀଣା ଶୋହେମସ୍ତକରେ ଜଟାଜୂଟ ଦିଶେ ତେଜୋମୟେ ।କାନ୍ଧେ ଉତ୍ତରୀ ପଇତା କାଖେ ବେଦ ପୋଥିତପତ କାଞ୍ଚନ ପ୍ରାୟେ ଦିଶେ ଦେହ ଜ୍ୟୋତି ।ଅଙ୍ଗରେ ଦ୍ୱାଦଶ ଚିତା କର୍ଣ୍ଣରେ କୁଣ୍ଡଳକଣ୍ଠତଟେ ଲମ୍ବିଅଛି ରୁଦ୍ରାକ୍ଷର ମାଳ ।ବ୍ରହ୍ମାଙ୍କ ନନ୍ଦନ ମହାଜ୍ଞାନୀ ଦେବଋଷିସାକ୍ଷାତେ ଧର୍ମ ଦେବତା ପରାୟେ ସେ ଦିଶି ।ମନଦଣ୍ଡ ଆରୋହଣ କରି ଯୋଗମାର୍ଗେଅଦ୍ଭୁତେ ମିଳିଲା ଆସି ଜରାସନ୍ଧ ଆଗେ ।ଦେଖି ମଗଧ ଈଶ୍ୱର ନିସ୍ତରିଲି ବୋଲିସାଷ୍ଟାଙ୍ଗରେ ପାଏ ପଡ଼ି ଶୋଏ ଗଡ଼ଘାଲି ।କରପତ୍ର ଯୋଡ଼ି ଆଗେ କରେ ବହୁ ସ୍ତୁତିଗନ୍ଧ କୁସୁମେ ପୂଜଇ ହୋଇ ତୋଷମତି ।ଅନେକ ବିନୟ ଭାବେ କରି ପାଦ ପୂଜାବହୁ ଅରଚନା ମାନ୍ୟ କରେ ମହାରାଜା ।ସୁବର୍ଣ୍ଣ ସିଂହାସନରେ କୃଷ୍ଣାଜିନ ପାଡ଼ିତା ପରେ ବସିଲେ ମୁନି ସିଂହାସନ ମାଡ଼ି ।ମଗଧେଶ୍ୱର ପଚାରେ କିପାଁ ଆଗମନପୁର ମୋର ପ୍ରତିଷ୍ଠା ତ କଲ ତପୋଧନ ।ନାରଦ ବୋଇଲେ ରାଜା କହଇ ମୁଁ ତୋତେଅମଳାନ କ୍ଷତ୍ରୀ ଅଟୁ ସୂର୍ଯ୍ୟ କୁଳ ଗୋତ୍ରେ ।ତ୍ରିଭୁବନଜିତା ତୁହି ଏକେ ମହାବଳୀସମ୍ଭର୍ବେ ଥାଟ ଚଳାଉ ଧନ୍ୟ ଏ ଆର୍ଦୋଳି ।ଜମ୍ବୁଦ୍ୱୀପ ମଧ୍ୟେ ଚାରି ଊଣା ଲକ୍ଷେ ରାଜାତୁମ୍ଭ ଚରଣେ କରନ୍ତି ସର୍ବେ ପାଦପୂଜା ।ତୁମ୍ଭଠାରେ ଶ୍ରଦ୍ଧା ମୋର ରହିଥାଏ ଜହୁଁତେଣୁ ତୁମ୍ଭର ଛାମୁକୁ ଅଇଲଇଁ ତହୁଁ ।ଜରା ବୋଇଲା ତୁମ୍ଭେ ତ ଅଟ ମୋର ପିତାଭୂତ ଭବିଷ୍ୟତ ଆଦି ତିନିକାଳ ଜ୍ଞାତା ।ପ୍ରତ୍ୟକ୍ଷରେ ବ୍ରହ୍ମବେତ୍ତାଅଂଶୁ ଅବତାରସତ୍ୟବନ୍ତ ପୁରୁଷ ଯେ ପରଂଯୋଗେଶ୍ୱର ।ଭୋ ମୁନି ତୁମ୍ଭର ଆଗେ କହିବି ଯେ କଥାତୁମ୍ଭେ ମହାତ୍ମା ଖଣ୍ଡିବ ମୋର ମନୋବ୍ୟଥା ।ନନ୍ଦ ଗଉଡ଼ର ପୁଅ କଲା ବହୁ ହାନିମୋର ଭଳି ଲୋକ ପୁଣି ହେଲା ହୀନମାନୀ ।ଚାରି ଊଣା ଲକ୍ଷେ ରାଜାଙ୍କର ସେ ସଇନିପରାଜୟ ପାଇକରି ହେଲେ ମାନହାନି ।ସତର ବାର ଧାଡ଼ିରେ ଯୁଝିଲି ରିଝାଇଜିଣି ନ ପାରିଣ ତାଙ୍କୁ ଅଇଲି ପଳାଇ ।ବଡ଼ ମାୟାବୀ ଅଟନ୍ତି ସେହି ବେନିଭ୍ରାତଆକର୍ଷି ଧରୁ ଧରୁ ଯେ ଯାନ୍ତି ହାତୁ ହାତ ।ଭୋ ମୁନି ଅଟ ତୁମ୍ଭେ ତ ମହା ତପୋନିଧିରାମକୃଷ୍ଣ ଧରିବାକୁ ଅଛି କେଉଁ ବୁଦ୍ଧି ।ନାରଦ ବୋଇଲେ ରାଜା ପଚାରିଲୁ ଯାହାସାବଧାନ ହୋଇ ଶୁଣ କହୁ ଆମ୍ଭେ ତାହା ।ବଡ଼ ଗୁପତ କଥା ଏ ନ ଜାଣନ୍ତି ଆନଏକା ଜାଣନ୍ତି ଗାର୍ଗବ ମହା ତପୋଧନ ।ଚନ୍ଦ୍ରକାନ୍ତି ପରେ କାଳଦମନ ନୃପତିଅତ୍ୟନ୍ତ ବଳବନ୍ତ ସେ ଶକ୍ତି ମହାରଥୀ ।ବୀର ଅଭିମାନୀ ବଳବନ୍ତ ଶିରୋମଣିଏକା ନିଃଶ୍ୱାସେ ଯାଦବେ ପାରେ ସେହୁ ଜିଣି ।ଶତେ ରାମ କୃଷ୍ଣ କୋଟି କୋଟି ଯେ ଯାଦବଆରେଣି କରିବ ପଟୁଆରେ ଅସମ୍ଭବ ।ଗଣ ଗନ୍ଧର୍ବ ଦେବତା ଘେନି ବଜ୍ରପାଣିକାଳଦମନକୁ କେବେ ନ ପାରିବେ ଜିଣି ।କହନ୍ତେ ନ ସରେ କାଳଦମନର ରୀତିଯାଦବେ ଜିଣିବା ପାଇଁ ଏକା ସେହି କ୍ଷତ୍ରୀ ।ଆବର ବିଶେଷେ ବର ଦେଲେ ଉମାସାଇଁକାଳଦମନ ଜନ୍ମିଛି ଯାଦବଙ୍କ ପାଇଁ ।ଶୁଣି ତୋଷ ହେଲା ଜରାସନ୍ଧ ନରପତିସଂକ୍ଷେପି କରି କହିଲେ ମୁନି ପୂର୍ବରୀତି ।ନାରଦ ବତାଇ ଦେଲେ ଗୁପ୍ତକଥାମାନଆଗହୁଁ ଭିଆଇଛନ୍ତି ଏହା ପଞ୍ଚାନନ ।ଶୂରବନ୍ତ ପଣ ତାର କି କହିବା ଅବାଜନମ ହୋଇବା ମାତ୍ରେ କରେ ଶିବସେବା ।ସେ ନିଶ୍ଚେଁ ଫେଡ଼ିବ ରାଜା ଦୁଃଖକୁ ତୁମ୍ଭରଏହା କହି ଅନ୍ତର୍ଦ୍ଧାନ ହେଲେ ମୁନିବର ।ଶୁକମୁନି ବୋଇଲେ ହେ ପରୀକ୍ଷ ନୃମଣିଜରାସନ୍ଧ ତୋଷ ହେଲା ମୁନି କଥା ଶୁଣି ।ପାତ୍ର ମନ୍ତ୍ରୀଙ୍କୁ ପାଶକୁ ଡାକି ନୃପନିଧିବିନୟେ ବୋଲଇ କହ କରିବା କି ବୁଦ୍ଧି ।ନାରଦ ମୁନି କହିଲେ ମୋତେ ତ ବିଶ୍ୱାସିକାଳଦମନ ସେ ରାମକୃଷ୍ଣେ ପାରେ ନାଶି ।ଆଗହୁଁ ଏ କଥା ମୋତେ କେ କହି ନ ଥିଲାସରିଲା ସମ୍ପଦ ବଡ଼ପଣ ନାଶଗଲା ।ଚାରିଊଣା ଲକ୍ଷେରାଜା ଚତୁରଙ୍ଗ ବଳସର୍ବ ବିନାଶ କରିଲେ କରିଣ କୌଶଳ ।କୌଣସି ପ୍ରକାରେ ତାଙ୍କୁ ନ ପାରିଲେ ଜିଣିଏତେକାଳେ ଦୈବ ବୁଦ୍ଧି ଦେଉଅଛି ଆଣି ।ବାଣାସୁର ବଜ୍ରନାଭ ଶମ୍ବର ନାରକାମହାବଳୀ ରାଜାମାନେ ହେଲେ ମୋତେସଖା ।ନାନାଛନ୍ଦ କୂଟ କପଟରେ ଯୁଦ୍ଧ କଲିଯୁଝି ନ ପାରିଣ ମୁଁ ଯେ ଗଞ୍ଜିଣ ହୋଇଲି ।ତୁମ୍ଭେ ମୋର ମନ୍ତ୍ରୀ ଅଟ ରାଜ୍ୟକୁ କାରେଣୀକି ଉପାୟ କରିବଇଁ କହ ହେ ଏକ୍ଷଣି ।ଜରାର ବଚନ ଶୁଣି କହେ ମନ୍ତ୍ରୀବରନୁହସି ଆରତ ଦେବ ମନ କର ସ୍ଥିର ।ତୁମ୍ଭେ ମହାବଳବନ୍ତ ଧାରମିକ ରାଜାବୁଦ୍ଧି ପରାକ୍ରମେ ପାଇ ସର୍ବଦେଶେ ପୂଜା ।ବୁଦ୍ଧିବଳ କଲେ ସିନା ହେବ କାର୍ଯ୍ୟସିଦ୍ଧିମୁଁ କିସ କରିବି ତୁମ୍ଭ ମନକୁ ଯେ ବୋଧି ।କାଳଦମନ ଛାମୁକୁ ଦୂତ ବରଗିବାପ୍ରୀତି ଉପୁଜାଇ ତାକୁ ସମାଧା କରିବା ।ଉଭୟ ଅନୁମତରେ ବନ୍ଧୁପଣ ଗଢ଼ିତେବେ ଯାଇ ସବୁକାର୍ଯ୍ୟ କହିବା ଯେ ଫେଡ଼ି ।ମନ୍ତ୍ରୀର ବଚନ ଶୁଣି ମଗଧ ନୃପତିତଥ୍ୟବାର୍ତ୍ତା ପାଇ ତୋଷ କଲା ନିଜମତି ।ସତ୍ୱରେ ରଥବରକୁ ଆଣିଲା ସଜାଇଷାଠିଏ ସହସ୍ର ଅଶ୍ୱ ତହିଁରେ ଯୋଗାଇ ।ନେତ ପତନୀ ସିନ୍ଧୁର ଆବର ମାଞ୍ଜିଷ୍ଠବସନ୍ତ ମାଧବୀ ନାନାବର୍ଣ୍ଣେ ରଙ୍ଗପାଟ ।କର୍ପୂର କସ୍ତୁରୀ ଗନ୍ଧ ଚନ୍ଦନୋପହାରନବଲକ୍ଷ ସଜାଡ଼ିଣ ବହି ବୋଝଭାର ।ଉଦଣ୍ଡ ଲକ୍ଷେକ ପାଟଛତ୍ର ଯେ ବିମଳସନ୍ତୋଷେ ସଜ କରିଲା ମଗଧ ଭୂପାଳ ।ଉତ୍ସୁକରେ ଆଜ୍ଞାଦେଲା ଦନ୍ତବକ୍ରେ ରାଇକାଳଦମନ ପାଶକୁ ଯିବ ମୋହପାଇଁ ।ତୁମ୍ଭେ ଦେଖୁଛ ବେଦନା ମୋର ଯେତେଯେତେଭାସୁଛି ଚିନ୍ତାଜଳେ ମୁଁ କହିବଇଁ କେତେ ।ଧାର୍ମିକ ବିବେକ ତୁମ୍ଭେ ଅଟ ଗୁଣବନ୍ତାତୁମ୍ଭବିନୁ ଫେଡ଼ି ନୁହେ ମୋର ଯେତେ ଚିନ୍ତା ।ତୁମ୍ଭେ ଅପମାନ ପାଇ ଆସିଛ ଆପଣେଚନ୍ଦ୍ରକାନ୍ତି କଟକକୁ ଯାଅ ଏହିକ୍ଷଣେ ।ଯେମନ୍ତେ କାଳଦମନ ସଙ୍ଗେ ବଢ଼େ ପ୍ରୀତିତେମନ୍ତ କରିବ ତୁମ୍ଭେ ଯାଇଣ ଝଟତି ।ଗୁଣବନ୍ତ ମନ୍ତ୍ରୀ ତୁମ୍ଭ ସଙ୍ଗେ ସଙ୍ଗେ ଥିବନାନାବିଧିରେ କଥା ସେ ସନ୍ଧାଇ କହିବ ।ତୁମ୍ଭେ ଶୁଣିଅଛ ପୁଣି ନାରଦଙ୍କ ବାଣୀକାଳଦମନ ଯାଦବଗଣେ ପାରେ ଜିଣି ।ଏହିପରି ସମ୍ମାନନା କରି ନରନାଥରତନ ମୁକୁଟ ବାନ୍ଧେ ଦନ୍ତବକ୍ର ମାଥ ।ତାଡ଼ ତୋମର ସୀମନ୍ତ ଆଉ ଜଗଦ୍ବଳାପଦକ ହୃଦରେ ହାର କାଞ୍ଚନରମାଳା ।ବହୁ ପୁରଃସରି ରାଜା ସମ୍ମାନନା କଲାମନ୍ତ୍ରୀକୁ ଏହି ପ୍ରକାରେ ଉପହାର ଦେଲା ।ବାଜଇ ଯେ ଜୟଶଙ୍ଖ ମଙ୍ଗଳ ମହୁରୀଦୂତପଣେ ଗମେ ଦନ୍ତବକ୍ର ଦଣ୍ଡଧାରୀ ।ହସ୍ତୀ ରଥୀ ପଦାତିକ ସୈନ୍ୟ ଚତୁରଙ୍ଗେଅନେକ ବଳ ଗୋଡ଼ାଇ ଯାଆନ୍ତି ତା ସଙ୍ଗେ ।ପାରୁଶେ ଗୁଣଭୁଷଣ ମନ୍ତ୍ରିବର ଥାଇଉତ୍ତର ମୁଖେ ମଗଧ ଦେଶୁ ବାହାରଇ ।ରାଜାର ଆତଙ୍ଗ ଦେଖି ଶୀଘ୍ର ଚଳିଗଲେଚନ୍ଦ୍ରକାନ୍ତି ଦେଶେ ଦଶଦିନରେ ମିଳିଲେ ।ରାଜ୍ୟେ ପଶନ୍ତେ ଦେଖିଣ ଦମନର ଥାଟକରେ ଶସ୍ତ୍ର ଧରି ଆସି ଓଗାଳିରେ ବାଟ ।ଦନ୍ତବକ୍ର ବୋଲେ ନୃପେ ବେଗେ ଜଣାଯାଇଆମ୍ଭେ ଆସିଛୁ ରାଜାର ଦରଶନ ପାଇଁ ।ମଗଧେଶ୍ୱର ଯେ ଜରାସନ୍ଧ ମହୀପତିସଙ୍ଗାତ ବେଭାର ଦେଇଛନ୍ତି ତାଙ୍କ କତି ।ତାହାଙ୍କ ଆଜ୍ଞା ପ୍ରମାଣେ ଆସିଅଛୁଁ ଆମ୍ଭେଶୁଣିକରି ଚାରଗଣେ ଚଳିଗଲେ ଭବେ ।ବାର୍ତ୍ତା ଜଣାଇଲେ କାଳଦମନର ଆଗେକର ଯୋଡ଼ିଣ କହନ୍ତି ଅତ୍ୟନ୍ତ ସରାଗେ ।ଭୋ ଦେବ ସାବଧାନେ ହେ ଶୁଣ ନୃପସାଇଁଦନ୍ତବକ୍ର ରାଜା ଆସେ ଦରଶନ ପାଇଁ ।ଅନେକ ରଥ ଗଜ ତା ଚତୁରଙ୍ଗ ସଙ୍ଗେଗୁଣଭୂଣେ ମନ୍ତ୍ରୀ ଯେ ଅଛଇ ସରାଗେ ।ଶୁଣିଣ କାଳଦମନ ହୋଇଲା ହରଷଆଜ୍ଞା ବିହିଲା ଛାମୁକୁ ବେଗେ ଘେନିଆସ ।ରାଜା ବଚନେ ଖୁଣ୍ଟିଆ ଅଇଲେକ ଧାଇଁତାଙ୍କୁ ପାଛୋଟି କରିଣ ଆଗ କଲେ ନେଇ ।ଦେଖା ଦରଶନି ଯେତେ ଦ୍ରବ୍ୟ କରି ସଜଦେଖି ହୃଷ୍ଟହେଲା କାଳଦମନ ଯେ ରାଜ ।ଦନ୍ତବକ୍ର ନୃପତିକୁ ଷଡ଼ର୍ଘ୍ୟେ ପୂଜିଲାଆସନାଦି ଦେଇ ବହୁ ଗଉରବ କଲା ।ଅଷ୍ଟରତ୍ନ ସିଂହାସନେ ବସାଇ ଆଦରେସର୍ବକୁଶଳ ପୁଚ୍ଛଇ ଅତି ହରଷରେ ।ଦନ୍ତବକ୍ର ବୋଲେ ଶୁଣ ଗୋପାବଳୀ ବତ୍ସିଦୂତପଣେ ତୁମ୍ଭପାଶେ ମୁହିଁ ତ ଆସିଛି ।ମଗଧ ଈଶ୍ୱର ଜରାସନ୍ଧ ନରପତିତାଙ୍କର ବେନି ଦୁହିତା ହେତୀ ଯେ ପ୍ରହେତୀ ।ସୁକୁମାରୀ ସୁଲକ୍ଷଣୀ ହ୍ୱନ୍ତେ ନବଯୁବାଦିଗବିଜେବେଳେ ତାଙ୍କୁ କଂସ ହେଲା ବିଭା ।ବଡ଼ାଇ ପ୍ରତାପୀ ସେହି ମଥୁରା ନୃନାଥହଂସ ଡିମ୍ବ ବୋଲିକରି ତାଙ୍କ ବେନିପୁତ୍ର ।ରାମକୃଷ୍ଣବୋଲି ଦୁଇ ବସୁଦେବ ବାଳେନନ୍ଦ ଗଉଡ଼ର ଘରେ ଥିଲେ ବାଳକାଳେ ।ବଡ଼ାଇ ହୀନବୁଦ୍ଧି ସେ ଦୁର୍ଦ୍ଦାନ୍ତ ଦର୍ପିଷ୍ଠଖୁଡ଼ୀ ମଉଳାଣୀ ସବୁ ହରିଲେ ପାପିଷ୍ଠ ।ଅଷ୍ଟମଲ୍ଲ ମୂଳେ କଂସେ ବିନାଶ କରିଲେକପଟରେ ହଂସ ଡିମ୍ବ ବେନି ନାଶ କଲେ ।ପୁତ୍ର ଭର୍ତ୍ତା ହତେ ହେତି ପ୍ରହେତି ସୁକେଶୀଉଚ୍ଚସ୍ୱରେ ରୋଦିଲେ ସେ ପିତା ପାଶେ ଆସି ।ଦୁହିତାଙ୍କର ବିକଳ ଦେଖି ଜରାସନ୍ଧଲକ୍ଷେରାଜା ସଙ୍ଗେଘେନି ହୋଇଲେ କ୍ରୋଧାନ୍ଧ ।ମଥୁରା କଟକେ ବେଢ଼ି ସଂଗ୍ରାମ କରିଲେରଥୀ ମହାରଥୀ ତହୁଁ ବହୁ ବିନାଶିଲେ ।ଯେଉଁ ଜରାସନ୍ଧ ତ୍ରଇଲୋକ୍ୟ ପାରେ ଜିଣିଦୁଇଗୋଟା ଗୌଡ଼ ଶିଶୁ ଦୁଃଖ ଦେଲେ ଆଣି ।ଲକ୍ଷେ ରାଜାଙ୍କର ଅଟେ ଅଲୋକିତ ବଳସତର ବେଳ ଧାଡ଼ିରେ ନାଶିଲେ ସକଳ ।ଅସଂଖ୍ୟ ସୈନ୍ୟ ମରିବା ସଂଖ୍ୟା କେ କରିବରଥୀ ମହାରଥୀ ମୂଳେ ଅଶ୍ୱାରୋହୀ ସର୍ବ ।ତିନିତାଳ ଉତ୍ସର୍ଗରେ ବହେ ରକ୍ତ ନଦୀଅନେକ ସଇନି ନାଶକଲେ ସେ ଦୁର୍ବୁଦ୍ଧି ।ତେଣୁ ମହାରାଜା ମନେ ପାଇ ମହଖେଦଦିନେ କ୍ଷୁଧା ନାହିଁ ରାତ୍ରେ ନ ମାଡ଼ଇ ନିଦ ।ଭାଳି ଭାଳି ଦୁର୍ବଳ ଯେ ହେଲେଣି ନୃପତିଲଜ୍ଜା ପାଇବାରୁ ମୁଖ ଟେକି ନ ପାରନ୍ତି ।ଏକମାତ୍ର ତୁମ୍ଭଙ୍କୁ ସେ କରିଛନ୍ତି ଆଶତେଣୁ ପଠାଇ ଅଛନ୍ତି ମୋତେ ତୁମ୍ଭପାଶ ।ବହୁ ଅଳଙ୍କାର ଦେଇଛନ୍ତି ହସ୍ତ ପାତିଭୃତ୍ୟ ପଣରେ ସେବିବେ ମଗଧ ନୃପତି ।ଗୁଣବନ୍ତ ମନ୍ତ୍ରୀ ଯହୁଁ ଜଣାଏ ଏ ବାଣୀସନ୍ତୋଷ ହୋଇଲା କାଳଦମନ ତା ଶୁଣି ।ବୋଇଲା କାଳଦମନ ଯେବେ ମୋତେ ଆଶସାତବଂଶ ଯାଦବଙ୍କୁ କରିବି ବିନାଶ ।ମୋର ପିତାଙ୍କୁ ସଭାରେ ଦେଇଛନ୍ତି ଲାଜକରିବି କାର୍ଯ୍ୟ ଶୁଝିବ ପିତା ମାନ ଆଜ ।ରାମକୃଷ୍ଣ ଆଦି ଯେତେ ଚଉରାଶୀ ବଳଏକା ନାରାଚକେ ସାଧି ମାରିବି ସକଳ ।ଯଦ୍ୟପି ଇନ୍ଦ୍ରାଦି ଦେବେ ଯୁଝିବେ ରିହାଇଏ ମୋହର ଛାମୁରୁ କି ଯିବେ ପ୍ରାଣ ପାଇ ।ସାଜ ସାଜ ସମଦଣ୍ଡ ବୋଲେ ଦଣ୍ଡଧାରୀଆଜ୍ଞା ପ୍ରମାଣରେ ସଜହେଲେ ଯେ ଯାଝାରି ।ହାତୀ ରଥୀ ଅଶ୍ୱ ସୈନ୍ୟ ବଳ ଅପ୍ରମାଣନିର୍ଘାତ ଶବ୍ଦ କି ଘଡ଼ଘଡ଼ି ବଜ୍ରବାଣ ।ଢୋଲ ଦମା ଟମକାଦି ବାଦ୍ୟ ବୀରତୂରଶଙ୍ଖ ମହୁରୀ ଭେରୀର ଶବ୍ଦ ମହାଘୋର ।ଦମା ଉଦ୍ଦଣ୍ଡ ଘୁମୁରା ମରଦଳ ବେରୀଅପାଙ୍ଗ ଅଳାବେଣୀ ଯେ ବାଜଇ କାହାଳୀ ।ଚାଙ୍ଗୁ ଦମାଲୁ ପଟ୍ଟହ ଆଦି ବିଜିଘୋଷକମ୍ପଇ ବ୍ରହ୍ମାଣ୍ଡ ଖଣ୍ଡ ପୁର ଦଶଦିଶ ।ହେମର ବିମଳ ଛତ୍ର ଉଡ଼େ ପନ୍ତି ପନ୍ତିନେତ ଉଦଣ୍ଡ ପତାକାମାନ ବିରାଜନ୍ତି ।ରଥନ୍ତ ଆରୋହି ରଥୀ ହେଲେ ବେଗେ ସଜପରାର୍ଦ୍ଧେ ମାହୁନ୍ତ ଚଢ଼ିକରି ମତ୍ତଗଜ ।ଅଶ୍ୱନ୍ତ କ୍ଷୁରି ଦେଇଣ ଧାଇଁଲେ ପ୍ରବଳେପଏକାର ଆଗୁଆଣି ଥାଟ ମଧ୍ୟେ ଚଳେ ।ମଇଁଷ ଗର୍ଦ୍ଦଭ ଓଟ ଗଜ ଶାରଦୂଳଭାଲୁ ଶ୍ୱାନ ଆରୋହି କେ ଗମନ୍ତି କେବଳ ।ବିକରାଳ ବଦନ ଯେ ଭୟଙ୍କର ମୂର୍ତ୍ତିଅତିଦୀର୍ଘ କେଶ ଦନ୍ତ ବିଭୀଷଣ ଜ୍ୟୋତି ।ଚର୍ମ ଆଭରଣ ଗଳେ ଜବାପୁଷ୍ପ ମାଳପ୍ରଚଣ୍ଡ ଆଦିତ୍ୟ ପରି ନେତ୍ର ବିକରାଳ ।ରଙ୍ଗମାଟି ଆଭରଣ ବିଭୂତି ଲେପନହାଡ଼ମାଳ କଙ୍କାଳ କା ବିକଟାଳପଣ ।ଅସିପତ୍ର କୋନ୍ତ କେହୁ ଘେନି କାଣ୍ଡ ଖଣ୍ଡାକିଳିକିଳି କୁହୁକୁହୁ ରାବେ ନାଚି ଭେଣ୍ଡା ।ବ୍ରହ୍ମାଇନ୍ଦ୍ର ଗଙ୍ଗାଧର କାକୁ ନାହିଁ ଶଙ୍କାବୀର ବେଶରେ ଧାମନ୍ତି ଦୈତ୍ୟ ରଣ ରଙ୍କା ।ରଥେକ ଆରୋହି କାଳଦମନ ଯେ ବୀରଅନୁକୂଳ ଘେନି ପୁରୁଁ ହୋଇଲା ବାହାର ।ଗୁଣଭୂଷଣ ଯେ ଦନ୍ତବକ୍ର ହେଲେ ସଜବାମ ଡାହାଣରେ ଛନ୍ତି ଅର୍ବୁଦେକ ଗଜ ।ବତିଶ କ୍ଷଉଣୀ ବଳ ଚଳାଏ ନୃମଣିପାଦଭରେ କମ୍ପୁଅଛି ସକଳ ମେଦିନୀ ।ପାଞ୍ଚ ଯୋଜନ ମାଡ଼ିଣ ଚଳିଯାନ୍ତି ଥାଟଖାଲ ଡିଙ୍ଗର ପର୍ବତ ହେଉଅଛି ବାଟ ।ହାତୀ ଘୋଡ଼ା ବ୍ୟାଘ୍ର ନର ଯେ ଆଗରେ ପଡ଼ିତତକ୍ଷଣେ ଧରି ତାଙ୍କ ବେକ ଦ୍ୟନ୍ତି ମୋଡ଼ି ।ଗୋ ବ୍ରାହ୍ମଣ ଋଷି ଦେବଆଦି ନ ମାନନ୍ତିପାଇଲା ମାତ୍ରକେ ତାଙ୍କୁ ତତ୍କ୍ଷଣେ ଭକ୍ଷନ୍ତି ।ଜରାସନ୍ଧ ଏହିରୂପେ ବାରତାକୁ ପାଇପାଣିଦ୍ରବ୍ୟ ଘେନିକରେ ପାଛୋଟିଣ ଯାଇ ।ଗୋମତୀ ପାଶରେ ସିଂହନାଗ ଗିରିଗୋଟିସେଇଠାରେ ଦୁଇରାଜା ହେଲେ ଭେଟାଭେଟି ।ଧାତିକାରେ ଦୁଇରାୟେ ରଥୁ ଓହ୍ଳାଇଲେଏକକୁ ଆରେକ କୋଳ ସମ୍ଭାଷଣ କଲେ ।କୁଶଳ ବାର୍ତ୍ତା ହୋଇଲେ ପଚରା ପଚରିମଗଧେଶ୍ୱର କଟକେ ଗଲେ ବିଜେକରି ।କଟକ ଅନ୍ତରେ ନଗ୍ର ଏକ ବିତପନସାନନ୍ଦେ ରହିଲା କାଳଦମନ ରାଜନ ।ପାତ୍ର ପୁରୋହିତ ଖୁଣ୍ଟିଆ ଯେ ପଢ଼ିହାରୀଆନନ୍ଦେ ବସା ଆବୋରି ରହିଲେ ଯେଝାରି ।ଆଗେ ଉଭାହେଲା ଆସି ସେ ଗୁଣ ଭୂଷଣସମ୍ଭାର ରଖାଇ ଡାକ ଦିଏ ଜଣ ଜଣ ।ରାନ୍ଧଣା ଯୋଗାଡ଼ମାନ ଯାକୁ ଯେତେ ଅଣ୍ଟିଅଶ୍ୱଙ୍କୁ ଘାସ ବ୍ରୀହି ସେ ଖାଦ୍ୟ ଦିଏ ବାଣ୍ଟି ।ସକଳ ଯୋଗାଡ଼ ଦ୍ୟନ୍ତି ବେଳ କାଳ ଜାଣିସବୁଙ୍କ ଚର୍ଚ୍ଚା ବୁଝନ୍ତି ଆପେ ନୃପମଣି ।ଅନ୍ନ ବ୍ୟଞ୍ଜନାଦି ଖାଇ ସର୍ବେ ସୁସ୍ଥ ହେଲେରଜନୀ ହୁଅନ୍ତେ ସୈନ୍ୟ ଶୟନ କରିଲେ ।କେତେହେଁ କବେଳେ ତହୁଁ ପାହିଲା ରଜନୀଗଗନେ ଉଦୟ ହେଲେ ପ୍ରଭୁ ଦିନମଣି ।ଅନେକ ସଇନି ଦଣ୍ଡ ଭୂପାଳକୁ ଘେନିଆସ୍ଥାନେ ବିଜେ ଜରା କାଳଦମନ ବେନି ।ସକଳ ନୃପତିମାନେ ଘେନି ଅଙ୍ଗବଳକ୍ରମେ କ୍ରମେ ଆସି ସର୍ବେ ହୋଇଲେକ ଠୁଳ ।ଶୁଣ ପରୀକ୍ଷ ରାଜନ ଭଣି ଶୁକଯତିଅତିଭାଗ୍ୟେ ଭାଗବତ ପୁରାଣର କୀର୍ତ୍ତି ।ଚାରିଊଣା ଲକ୍ଷେରାଜା ଅଇଲେକ ବାହିଜରା କଟକେ ରହିଲେ ଗଉରବ ପାଇ ।