ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୭ / ୨୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଜରାସନ୍ଧର ସପ୍ତମ ବାର ଧାଡ଼ି
ଶୁକମୁନି ବୋଲନ୍ତି ଯେ ଶୁଣ ପରୀକ୍ଷିତକଳୁଷନାଶନ ବାଣୀ ଶ୍ରୀହରି ଚରିତ ।ଏଥୁଅନନ୍ତରେ ପୁଣ ପାହିଲା ରଜନୀଗଗନେ ଉଦୟ ହେଲେ ପ୍ରଭୁ ଦିନମଣି ।ଫିଟିଲା ଅନ୍ଧ ପଟଳ ବିକାଶିଲା ଜ୍ୟୋତିପରିମଳ ହୋଇ ଦିଗ ଦିଶେ ଚଇକତି ।ଜୟନ୍ତ ପର୍ବତ ଥିଲା ଜରାସନ୍ଧ ବେଢ଼ିହରି ବଳରାମଙ୍କୁ ସେ ନ ପାଇଲା ଲୋଡ଼ି ।ଗଛେ ଗଛେ ପତ୍ରେ ପତ୍ରେ ଖୋଜିଣ ଡଗରେବନସ୍ତ ଗହ୍ୱର ଲତା ଗୁଳ୍ମ ଅଭ୍ୟନ୍ତରେ ।ଗିରି କନ୍ଦର ପାଷାଣ ଝେଲା ଗୁହା ଖାଲନାନାମତେ ଖୋଜାଇଲା ଜରାସନ୍ଧ ମଲ୍ଲ ।କୌଣସି ସ୍ଥାନରୁ କିଛି ନ ପାଇ ସନ୍ଦେଶବୋଲେ ଏବେ କି କରିବା କହ ଦମଘୋଷ ।ମୁଷା ପାରିଧିକି ରଥ ଗଜ ହୟ ଆଣିଛାର ଗଉଡ଼ଙ୍କ କଥା ନ ପାରିଲେ ଜାଣି ।କାର୍ଯ୍ୟ ନ ପାଇଲେ ତୁଛା ବାଇ ପ୍ରାୟ ହୋଇଶତ୍ରୁ ରାଜାମାନେ ଶୁଣି କରିବେ ସେ ଟାହି ।ଚାରିଉଣା ଲକ୍ଷେ ରାଜା ଅଙ୍ଗବଳ ଘେନିକାର୍ଯ୍ୟ ନ ପାଇଲେ ପୁଣି ହେଲା ଆମ୍ଭ ହାନି ।ଏଡ଼େ ବଡ଼ ଯୋଦ୍ଧାମାନେ ଜୁଝି ଅଙ୍ଗଛଳେଜୟ କରି ନ ପାରିଣ ପଛଘୁଞ୍ଚା ଦେଲେ ।ମୋର ଭଳି ଲୋକ ଆସି ନ ପାଇଲା କାର୍ଯ୍ୟନନ୍ଦ ଗଉଡ଼ର ପୋଏ କରାଇଲେ ଲାଜ ।କାହାମୁଖ ଚାହିଁବି ମୁଁ ମହାରାଜ ହୋଇପୋଡ଼ ପୋଡ଼ ରାଜ୍ୟ ମୋର ପ୍ରୟୋଜନ ନାହିଁ ।ଛୟାଣୋଇ ସସ୍ର ରାଜା ଅଛ ମୋର ତୁଲେପ୍ରତ୍ୟକ୍ଷ କରିଣ କଥା ଜାଣିଲ କି ଭଲେ ।ସରିଲା ମୋ ବଳବୀର୍ଯ୍ୟ ଗଲା ସଦବୁଦ୍ଧିକେବଣ ଶତ୍ରୁକୁ ଆଉ ପାରିବି ମୁଁ ସାଧି ।କା ଆଗେ କହିବି ଏହା କେ ଦେଖିବ ଭଲନନ୍ଦ ଗଉଡ଼ର ପୋଏ ହେଲେ ମୋତେ ଶଲ ।ସାମାନ୍ୟ ଶତ୍ରୁ ବୋଲିଣ ଭାବିଥିଲି ମୁହିଁସମ୍ମୁଖରେ ଥାଇ ଯୁଦ୍ଧ ନ କରନ୍ତି ସେହି ।ନିରନ୍ତର ପଳାନ୍ତି ସେ ପିଠି ଦେଇ ରଣେକେଉଁଠାରେ ଲୁଚିଯାନ୍ତି ନ ଦେଖନ୍ତି ଜଣେ ।ବୁଡ଼ିଲେ ସେ ପାଣିକୁଆ ଉଡ଼ିଲେ ଚକୁଆଏ କଥା ଦେଖିଣ ମୁଁ ଯେ ହୋଇଲି କାବୁଆ ।ଇଦଂ ପ୍ରତିବାକ୍ୟ ପୁଣି ଦମଘୋଷ ପାଶେଦୃଷ୍ଟାନ୍ତର ଦେଇ ରାଜା କହଇ ବିଶ୍ୱାସେ ।କେବଣ ହିଁ ଦିନେ ଏକ କ୍ଷୁଦ୍ର ବେଙ୍ଗ ଗୋଟିଜଳଘାଟେ ବସିଥିଲା ସୂର୍ଯ୍ୟେ ଦେଇ ପିଠି ।ଏକାଳେ ଆସନ୍ତେ ଏକ ସିଂହ ପାଣି ଖାଇଦେଖିଲା ଜଳ କୁଳରେ ଭେକ ଅଛି ଶୋଇ ।ମାଡ଼ନ୍ତେ ଏ ମରିଯିବ ବୋଲି ଦୟାକଲାବାଟଛାଡ଼ ପାଣି ପିଇ ଯିବି ମୁଁ ବୋଇଲା ।ମଣ୍ଡୁକ ବୋଇଲା ତୋତେ କେତେବାଟ ନାହିଁମୋତେ ଘୁଞ୍ଚାଇବୁ ବୋଲି ଆସିଅଛୁ ଧାଇଁ ।ନ ଛାଡ଼ିବି ବାଟ ତୋତେ ନୁହଇ ମୁଁ ତୁଚ୍ଛବଳ ଥିଲେ ମୋ ଆଗରେ ଦେଖାଅ ପ୍ରତ୍ୟକ୍ଷ ।ତୋହର ମୋହର ଆଜ କରିବା ସମରତୁ ମୋତେ ଜିଣିଲେ ଯିବୁ ପାନକରି ନୀର ।ପିଇବୁ ମୋତେ ଅବଜ୍ଞା କରି ଯେବେ ଜଳନିଶ୍ଚୟେ ପାଇବୁ ରକ୍ତପାନ କଲା ଫଳ ।ସିଂହ ବିଚାରିଲା ମୋତେ ଲାଗୁଅଛି ତୃଷାଏ ପାମର ଥାଇ ଖଣ୍ଡୁଅଛି ମୋର ଆଶା ।ପାଦେ ମାଡ଼ି ଚାଲିଗଲେ ମରିବ ଏକ୍ଷଣିଜଳକୁ ଆଶ୍ରୟ କରି ହେଉଅଛି ଟାଣି ।ଏମନ୍ତ ବିଚାରି ସିଂହ ଧର୍ମ ନ ଲଙ୍ଘିଲାଉପରେ ଡେଇଁଣ ଜଳ ପିଇ ବାହୁଡ଼ିଲା ।ଏବେ ଆମ୍ଭର ଚରିତ ହେଲା ସେହିମତିଏତେ କହି ଅଟ୍ଟହାସ କଲା ସେ ଭୁପତି ।ଦନ୍ତବକ୍ର ବୋଲେ ତୁ ରାଜାଧିରାଜ ଦେବାଲକ୍ଷେନୃପ କରୁଛନ୍ତି ତୋ ପାଦରେ ସେବା ।ଅଳପ କଥାକୁ କିପାଁ କରୁଅଛୁ ଚିନ୍ତାତା ପରେ ଭରୋଇ ମଲ୍ଲ ଅଟୁ ବଳବନ୍ତା ।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତୁ ହେଳେ ପାରୁ ଜିଣିବୁଦ୍ଧିମନ୍ତ ବଳବନ୍ତ ବୀର ଶିରୋମଣି ।କେତେକାଳ ପଳାଇଲେ ପଳାନ୍ତୁ ନ ଦେଖିଅଯୋଗରେ ଗୋଡ଼ାଇଲେ ଭେଟ ପଡ଼ଇ କି ।ଯିବାର କଥାକୁ ଆଉ ଶୋଚନା କିପାଇଁଆଗରେ ପଡ଼ିଲେ ନିଶ୍ଚେଁ ଧରିବା ଗୋଡ଼ାଇ ।ପୂର୍ବରୁ ଏକଥା ଆମ୍ଭେ ବିଚାର ନ କଲେନ ଜାଣିମା ପଣେ ଏତେ ସୈନ୍ୟ ମରାଇଲେ ।ପରାକ୍ରମ କଲେ ଯେବେ ଶତ୍ରୁ ନୋହେ ଜିଣିଉପାୟେ ଜାଣିମା ଏହା ରାଜନୀତି ଭଣି ।ସାମ ଦାନ ଭେଦ ଦଣ୍ଡ ଚାରି ଉପାୟରେଶତ୍ରୁକୁ ଜିଣିଣ ସାଧ୍ୟ କରିବ ବିଚାରେ ।ଭୋ ଦେବ ବରଷାକାଳ ହେଉଛି ପ୍ରବେଶପୂର୍ଣ୍ଣମୀ ଦିନକୁ ଶେଷ ହେବ ଜ୍ୟେଷ୍ଠମାସ ।ଆଷାଢ଼ ପ୍ରବେଶ ହେବ ବରଷାର କାଳରାଜ୍ୟେ ଯାଇ ରାଜନୀତି କରିବା ସକଳ ।ଚତୁର୍ମାସ୍ୟାରେ ବଞ୍ଚିବା ସର୍ବେ ସୁସ୍ଥ ହୋଇଶରଦ ହେଲେ ଆସିବା ଦମଦଣ୍ଡ ବାହି ।ପଡ଼ିଲେ ଅନେକ ସୈନ୍ୟ ରଥ ଅଶ୍ୱ ଗଜରାଜାମାନଙ୍କର ଭାଙ୍ଗି ଯାଇଅଛି ଓଜ ।ଅନେକ ଧନ ଭଣ୍ଡାର ଦେଶ ଘୋଷ ଦେଇଯେ ଯାହାର ଅଙ୍ଗବଳ ଭିଆଇବେ ଯାଇ ।ବନ ପଲ୍ଲବିଣ ନଦୀ ପୂର୍ଣ୍ଣ ହେବ ଜଳେତରଣୀ ବିହୁନେ ଥାଟ ମରିବେ ଆକୁଳେ ।ଅଯୋଗରେ ଅଟକାଇ ସୈନ୍ୟ ହେବେ ଗଞ୍ଜିଯାହା ସଞ୍ଚିଥାଇ ଯିବି ସପତାଙ୍ଗେ ଭାଜି ।ଆଉ କିଛି ନ ବିଚାରି ବାହୁଡ଼ିବା ଚାଲସୁସ୍ଥ ହୋଇଣ ରହିବେ ଯେଝା ଘରେ ବଳ ।ଗୁପତେ ଡଗରା ପେଷି ତଦନ୍ତ ବୁଝିବାବର୍ଷାକାଳ ଶେଷହେଲେ ପୁଣି ଧାଡ଼ି ଦେବା ।ଦନ୍ତବକ୍ର ମୁଖୁଁ ଏହା ଜରାସନ୍ଧ ଶୁଣିବୋଇଲା ଆବର ଥରେ କରିବା ପଲାଣି ।ତୁମ୍ଭେ ଯା କହିଲ ତାହା ମୋ ବିଚାରେ ରୁଚିଚତୁର୍ମାସ୍ୟା ଶେଷଯାଏ ଯିବା ଆମ୍ଭେ ଘୁଞ୍ଚି ।ଏମନ୍ତ ବିଚାର ସର୍ବେ କରୁଥିଲେ ବସିସେ ସମୟେ ଦେଶାଉର ଜଣାଇଲା ଆସି ।ଭୋ ଦେବ ତୁ ସାବଧାନେ ଶୁଣ ନୃପନାହାସନ୍ଦେଶ ବାରତା ଆମ୍ଭେ ଆଣିଅଛୁ ଯାହା ।ଗଡ଼ ଛାଡ଼ି ରାମ କୃଷ୍ଣ ପଳାଇଣ ଥିଲେରାତ୍ରରେ ବାହୁଡ଼ି ଆସି ମଥୁରା ରହିଲେ ।ପ୍ରଭାତ ସମୟେ ଆମ୍ଭେ ଭେଟିଲୁ ନିର୍ଭରେରଥରେ ଆରୋହି ଦୁହେଁ ଥିଲେ ସିଂହଦ୍ୱାରେ ।ଗଡ଼ର ବାହାରେ ଆମ୍ଭେ ହେଲୁ ଭେଟାଭେଟିସନ୍ଦେଶ ବାରତା ଘେନି ଅଇଲୁ ଲେଉଟି ।ଏହା ଶୁଣି ଜରାସନ୍ଧ ନିଶେ ହସ୍ତ ଦେଲାଯାଦବଙ୍କ କଥା ଆଜ ଜାଣିବା ବୋଇଲା ।ରାମକୃଷ୍ଣ ଦୁହେଁ ଯେବେ ନ ଯାନ୍ତେ ପଳାଇଏତେବେଳ ଯାଏ ଲୁଚି ରହିଥାନ୍ତେ କାହିଁ ।କୁଟୁମ୍ବ ସମ୍ପଦ ତୁଲେ ଯାଦବଙ୍କୁ ମାରିଅଯାଦବ କରିବଇଁ ଆଜ ବସୁନ୍ଧରୀ ।ମାରିବି ଯାଦବ ବଂଶ ସମୂଳେ ନିରୋଧିରାମକୃଷ୍ଣ ଦୁଇ ବେନି ଜୀବନ୍ତରେ ବାନ୍ଧି ।ଏତେ କହି ଆଜ୍ଞାଦେଲା ସୈନ୍ୟ ବେଗେ ସାଜସବୁ ନୃପତିଙ୍କର ଯେତେ ରଥ ଅଶ୍ୱ ଗଜ ।ପଦାତି ସହିତେ ସର୍ବେ ସଜ ହୁଅ ବେଗେମଥୁରାପୁରକୁ ଧାଡ଼ି ଦେବା ଏହିଲାଗେ ।ଚତୁରଙ୍ଗ ସେନା ଥିଲେ ପର୍ବତକୁ ବେଢ଼ିଆଜ୍ଞାପାଇ ମଥୁରାକୁ ବାହିଲେ ବାହୁଡ଼ି ।ଅଶ୍ୱ ଗଜଙ୍କୁ ସଇନ୍ୟେ ଜଳ ତୃଣ ଦେଇରନ୍ଧନ ଭୋଜନ କଲେ ଅଧବାଟେ ରହି ।ଆଦିତ୍ୟ ଅସ୍ତ ହୁଅନ୍ତେ ଶେଷ ହେଲା ଦିନରାତ୍ର ବେନି ଘଡ଼ି ଠାରେ ଉଠିଲେ ସଇନ ।ପବନ ସମାନେ ଥାଟ ଗଲେ ଅତି ବେଗେଅର୍ଦ୍ଧରାତ୍ରମାନେ ମିଳି ମଥୁରାର ଲାଗେ ।ଗଡକୁ ବେଢ଼ିଲେ ଶତେ ପୁର କରି ବାଣ୍ଟିଚନ୍ଦ୍ରମଣ୍ଡଳକୁ ଯେହ୍ନେ ରାହୁ ଥାଏ ଘୋଟି ।ଯାଦବମାନଙ୍କୁ ସଙ୍ଗେ ଘେନି ନିର୍ଭୟରେରାମକୃଷ୍ଣ ଦୁହେଁ ଛନ୍ତି ସେ ଗଡ଼ ଭିତରେ ।ବାହାରେ ବେଢ଼ିଛି ଜରାସନ୍ଧ ସୈନ୍ୟ ଘେନିଚାରି ଊଣା ଲକ୍ଷେ ରାଜା ଅସଂଖ୍ୟ ସଇନି ।ଏଥୁ ଅନନ୍ତରେ ନିଶି ହେଲା ଅବଶେଷଯାଦବେ ଚାହିଁଲେ ଉଠି ଗଡ଼ ଚଉପାଶ ।ଦେଖିଲେ ଜରାସନ୍ଧର ସୈନ୍ୟ ଛନ୍ତି ବେଢ଼ିଅକଳିତ ଥାଟ ଯେହ୍ନେ ସମୁଦ୍ର ଲହଡ଼ି ।ଥୋକାଏ ହରଷ ହେଲେ ଥୋକେ କଲେ ଭୟକ୍ରୋଧାଗ୍ନିରେ ଜଳି ଥୋକେ ହୋଇଲେ ଅଥୟ ।ଯେ ଯାହା ସୁଖରେ ଉଠି ଅସ୍ତ୍ର ଶସ୍ତ୍ର ଧରିଅନେକ ସମର କଲେ ଦ୍ୱାରକୁ ଆବୋରି ।ଚୌରାଶୀ କୋଟି ଯାଦବ ଲକ୍ଷେ ରାଜା ଥାଟଘୋର ଯୁଦ୍ଧ କଲେ ଦୁଇ ବଳ ପଡ଼ି ଭେଟ ।ହାତୀ ରଥୀ ମହାରଥୀ ପଦାତି ସହିତେନାନା ଶସ୍ତ୍ର ଧରି ଯୁଦ୍ଧ କଲେ କ୍ରୋଧଚିତ୍ତେ ।କୃଷ୍ଣଙ୍କ ସହିତେ ରଣ କଲା ଜରାସନ୍ଧଶିଶୁପାଳ ସଙ୍ଗେ ବଳଦେବ କଲେ ଦ୍ୱନ୍ଦ ।ଦନ୍ତବକ୍ର ସଙ୍ଗେ ଯୁଦ୍ଧ କରଇ ସୁରଥଶାଲ୍ୱକୁ ସମରେ ଆବୋରିଲେ ସସ୍ରାଜିତ ।ଅକ୍ରୁର ଦମଘୋଷ ଏ ଭେଟାଭେଟି ହେଲେଜରାସନ୍ଧ ପୁତ୍ର ସଙ୍ଗେ ସାତ୍ୟକି ଯୁଝିଲେ ।ଯାଦବ ମଧ୍ୟେ ପ୍ରସନ୍ନାଜିତ ମହାବୀରଶ୍ରୀକାଳ ବାସୁଦେବର ସଙ୍ଗେ ଯୁଦ୍ଧ ତାର ।କଳିଙ୍ଗସେନର ଅନାଧୃଷ୍ଟ ସଙ୍ଗେ ରଣବୃହଦ୍ଧ୍ୱଜ ଆଗେ ମିଳି ଯୁଝିଲା ରୁକ୍ମଣ ।ବଳିଷ୍ଟ ଯାଦବ ଯେତେ ଥିଲେ ଏହିପରିନୃପତି ମାନଙ୍କ ସଙ୍ଗେ ଯୁଝିଲେ ଆବୋରି ।ହାତୀଙ୍କ ସଙ୍ଗତେ ହାତୀ ଭେଟାଭେଟି ହ୍ୱନ୍ତିପଦାତିଙ୍କ ସଙ୍ଗତରେ ଯୁଝିଲେ ପଦାତି ।ଅଶ୍ୱାରୋହୀ ସଙ୍ଗତରେ ମିଳି ଅଶ୍ୱାରୋହୀସମର କରନ୍ତି ନିଜ ବିକ୍ରମ ଦେଖାଇ ।ଲକ୍ଷେ କୋଟିଏ ସହସ୍ରେ ବାଣ କରେ ଧରିକର୍ଣ୍ଣଯାଏ ଗୁଣ ଟାଣି ବିନ୍ଧନ୍ତି ହୁଁକାରି ।ଗୁରୁଜ ପରୀଘ ଗଦା ଘେନି ଆଣ୍ଟେ ପିଟିପ୍ରହାର କରନ୍ତି ନାନାଶସ୍ତ୍ର କୋଟି କୋଟି ।ମାର ମାର ଧର ଧର ଶୁଭେ ଘୋର ଧ୍ୱନିରଣଗୋଳ ଶବଦରେ କମ୍ପିଲା ମେଦିନୀ ।ଶ୍ରାବଣ ବରଷା ଜାଣି ପଡ଼ୁଅଛି ଶରନ ଦିଶିଲେ ଦିନମଣି ଦିବସେ ଅନ୍ଧାର ।ଜୁଳୁଜୁଳା ପୋକ ପ୍ରାୟ ଦିଶେ ବାଣାନଳଅବିଛିନ୍ନେ ପୂର୍ଣ୍ଣ ହେଲା ଆକାଶ ମଣ୍ଡଳ ।ନିର୍ଘାତ ପଡ଼ିଲା ପ୍ରାୟ ଶୁଭେ ଘୋର ରଡ଼ିପ୍ରଳୟ କାଳରେ ଯେହ୍ନେ ମେଘ ଘଡ଼ଘଡ଼ି ।ରଣଝଣ ରଟମଟ ଧ୍ୱନି ବିକରାଳଶସ୍ତ୍ରରେ ଶସ୍ତ୍ର ବାଜନ୍ତେ ଉଠେ ପରିତାଳ ।ଭୟଙ୍କର ହୋଇ ଜାତ ହେଲା ପ୍ରତିଧ୍ୱନିବନଗିରି ସହିତରେ କମ୍ପଇ ମେଦିନୀ ।ଦିଶିଲା ସକଳ ସୃଷ୍ଟି ଉଲ୍କାପାତମୟେଅର୍ଦ୍ଧ ଆକାଶେ ଦେଖନ୍ତି ରହି ଦେବତାଏ ।ପଡ଼ିଲେ ସଇନ୍ୟ ଯାଦବଙ୍କ ଶସ୍ତ୍ରାଘାତେଯେସନେ କଦଳୀବନ ପଡ଼େ ମହାବାତେ ।ଲକ୍ଷେ ରାଜାଙ୍କର ଯେତେ ସୈନ୍ୟ ଅଙ୍ଗବଳଛିନ୍ନ ମସ୍ତକ ହୋଇଣ ଲୋଟିଲେ ଭୂତଳ ।ନାଚନ୍ତି କବନ୍ଧ ରଣେ ଲକ୍ଷ ଲକ୍ଷ ଉଠିକେହୁ ଲୟ ଧରି ନାଚେ କେ ପଡ଼େ ଲେଉଟି ।ଏମନ୍ତ ସଂଗ୍ରାମ ହେଲା ମହାଭୟଙ୍କରଶୁକମୁନି ବୋଲନ୍ତି ଯେ ଶୁଣ ନୃପବର ।ରାମଙ୍କୁ ଚାହିଁଣ ଧୀରେ କହିଲେ ଶ୍ରୀହରିଜରାସନ୍ଧ ଜିଣୁ ଆମ୍ଭେ ଯିବା ଅପସରି ।ନ ଗଲେ ଦେବଙ୍କ କାର୍ଯ୍ୟ ନ ହୋଇବ କିଛିଆଜ ସଂଗ୍ରାମରୁ ଆମ୍ଭେ ପଳାଇବା ଘୁଞ୍ଚି ।ରାମ ବୋଇଲେ ରେ ବାବୁ ଯେ ତୋହର ଇଛାତୁ ଯେ ସର୍ବଜ୍ଞ ପୁରୁଷ ପୁରୁ ତୋର ବାଞ୍ଛା ।ତୁହି ବାବୁ ଜାଣୁ ସବୁ କାଳର ତଦନ୍ତଯାଦବଙ୍କ ବଂଶରକ୍ଷା ହୁଅଇ ଯେମନ୍ତ ।ଏମନ୍ତ ବିଚାରି ବଳଦେବ ଚକ୍ରଧରଯାଦବ ମାନଙ୍କୁ ଡାକି କରାଇଲେ ସ୍ଥିର ।ନଗର ଦକ୍ଷିଣ ଦ୍ୱାର କରିଣ ମୁକୁଳାଯାଦବଙ୍କୁ ସଙ୍ଗେ ଘେନି ଗଲେ ନନ୍ଦବଳା ।ଯେ ଯାହାର ନିଜ ଶସ୍ତ୍ର କରେ ଛନ୍ତି ଧରିଧନୁରେ ଗୁଣ ଚଢ଼ାଇ ଆମଞ୍ଚନ କରି ।ତଇଲା କାଟନ୍ତେ ଯେହ୍ନେ ବନେ ଫିଟେ ବାଟତେସନେ ବାହାର ହେଲେ ମାରି ଶତ୍ରୁ ଥାଟ ।ଥୋକେ ମଲେ ଥୋକେ ପଳାଇଲେ ଭୟପାଇଯାଦବ ବାହାର ହେଲେ ଭେଳିକି ଦେଖାଇ ।ଆଗେ ଯାନ୍ତେ ବଳରାମ କରେ ଶସ୍ତ୍ର ଧରିମଧ୍ୟରେ ସୁରଥ ପଛେ କୃଷ୍ଣ ବିଜେ କରି ।ଦକ୍ଷିଣ ଭୁଜରେ ଗଦା ଚକ୍ର ପାଏ ଶୋଭାବାମକରେ ବିରାଜଇ ଶଙ୍ଖ ପଦ୍ମ ପ୍ରଭା ।ଜାଜ୍ଜଲ୍ୟମାନ ମୁରତି ରାଜେ ବିଷ୍ଣୁ ତେଜଶ୍ରୀମଧୁସୂଦନ ରୂପ ଧରି ଦେବରାଜ ।ନୀଳେନ୍ଦିଦଳ ପରାୟେ ଦିଶେ ଦିବ୍ୟକାୟକୋଟି କନ୍ଦର୍ପର କାନ୍ତି ହୋଇଛି ଉଦୟ ।ସ୍ୱର୍ଗେ ଥାଇ ଦେବଗଣ ଦେଖି କଲେ ସ୍ତୁତିବୃହସ୍ପତି ଉଠି ଇନ୍ଦ୍ର ଆଗରେ କହନ୍ତି ।ମୋ ବଚନେ ଇନ୍ଦ୍ର ତୁମେ ସାବଧାନ ହୋଇମଥୁରା ପୁରକୁ ଦେଖ ଦିବ୍ୟଦୃଷ୍ଟି ଦେଇ ।ପଳାଇଅଛନ୍ତି ଜରାସନ୍ଧ ଭୟେ ହରିମାୟାରେ ମଧୁସୂଦନ ରୂପଗୋଟି ଧରି ।କୋଟିଏ ଜରାସନ୍ଧକୁ ଯେ ପାରନ୍ତି ଜିଣିବିଶ୍ୱକୁଟ ମାୟା ପ୍ରଭୁ କରୁଛନ୍ତି ପୁଣି ।ସମସ୍ତ ଦେବତାମାନେ ସ୍ୱର୍ଗପୁରେ ଥାଇଦେଖିଲେ ଯାଦବମାନେ ଯାଉଛନ୍ତି ପିଠିଦେଇ ।ବେନି ଯୋଜନ ଓସାରେ ବେଢ଼ିଛନ୍ତି ଥାଟଏମୁଣ୍ଡୁ ସେମୁଣ୍ଡ ଯାଏ ଫିଟିଗଲା ବାଟ ।ସୁର ସିଦ୍ଧ ସହିତରେ ସନକାଦି ମୁନିକଲ୍ୟାଣ ବାଞ୍ଛିଲେ ମୁଖେ କରି ବେଦ ଧ୍ୱନି ।ବୃହତ ସାମ ଗାୟନ କଲେ ସୁରଲୋକେଅମର ଦୁନ୍ଦୁଭି ଘେନି ବଜାଇଲେ ଥୋକେ ।ଅପସରା ନୃତ୍ୟ କରି କଲେ ପୁଷ୍ପବୃଷ୍ଟିଆକାଶ କୁସୁମେ ଶୋଭା ଦିଶେ ନବସୃଷ୍ଟି ।ଏମନ୍ତ ସମୟେ ସ୍ୱାମୀ ହୋଇଲେ ବାହାରଚମତ୍କାର ଲଗାଇଣ ପ୍ରଭୁ ମାୟାଧର ।ଆକାଶ ମଣ୍ଡଳୁଁ ଯେହ୍ନେ ଛିଡ଼େ ତାରାପନ୍ତିତେସନେ ସଂଜାତ ଦିଶେ ଯାଦବଙ୍କ ଜ୍ୟୋତି ।ଅବ୍ୟକତ ବିଶ୍ୱରୂପ କରେ ଶସ୍ତ୍ର ଧରିପଛିଆଣି ଥାଟେ ବିଜେ ପାଦଗତି କରି ।ଚକ୍ଷୁ ପିଛଡ଼ା ମାତ୍ରକେ ହୋଇଲେ ବାହାରଅବହେଳେ ଚାହୁଁ ଚାହୁଁ ଗଲେ ଗଦାଧର ।ଥୋକାଏ ଦେଖିଲେ ଥୋକେ ନ ପାରିଲେ ଦେଖିମାୟାଧର ବନ୍ଦି କଲେ ସମସ୍ତଙ୍କ ଆଖି ।ମଥୁରା ଦକ୍ଷିଣ ଭାଗେ ଗୋମତି ଯେ ନଦୀଯମୁନାରୁ ଫୁଟି ଆସେ ଦକ୍ଷିଣକୁ ଭେଦି ।ସେ ନଦୀକୁ ଜିଣି ଥୋକେ ଦୂର ପଥ ଗଲେମନ୍ଦର କାନନେ ଯାଇ ପ୍ରବେଶ ହୋଇଲେ ।ପାଞ୍ଚଯୁଣ ଆୟତନ ସେହି ତୋଟା ଗୋଟିକଞ୍ଚନ ପର୍ବତଠାରୁ ନଦୀ ଯାଏ ଘୋଟି ।ଅମୃତ ସମାନେ ସ୍ୱାଦୁ ଫଳ ମୂଳ ଜଳସେ ତୋଟା ଭିତରେ ପୁରି ରହିଛି ସକଳ ।ଫଳିତ ପୁଷ୍ପିତ ତରୁ ଲତା ଶୋଭା ପାନ୍ତିସକଳ ସୁଢ଼ଳ ଧାଡ଼ି ଧାଡ଼ି ପନ୍ତି ପନ୍ତି ।ସେ ତୋଟା ମଧ୍ୟରେ ଯାଇ ମିଳିଲେ ଶ୍ରୀହରିସଙ୍ଗରେ ଯାଦବେ ଛନ୍ତି ରାମ ଆଦିକରି ।ଦୁର୍ବାର ସମରେ ମହାଘୋର ପୀଡ଼ା ପାଇଜରାସନ୍ଧ ସୈନ୍ୟ ଥିଲେ ଥୋକେ ଦୁରେ ଯାଇ ।ଡଗରେ ବାରତା ନେଇ ରାଜାଙ୍କୁ କହିଲେଭୋ ଦେବ ଯାଦବେ ଗଡ଼ ଛାଡ଼ି ପଳାଇଲେ ।ତାଙ୍କ ସଙ୍ଗେ ପଳାଇଲେ ରାମକୃଷ୍ଣ ବେନିସମରେ ପଡ଼ିଲେ ଆଜ ବହୁତ ସଇନି ।ରାଜାମାନେ ପରିଘାଇ ଯୁଦ୍ଧ କରୁଥିଲେକିପରି ସେ ଗଲେ କେହି ଜାଣି ନ ପାରିଲେ ।ଶୁଣି ଜରାସନ୍ଧ କ୍ଷଣେ ହେଲା ସ୍ତମ୍ଭୀଭୂତରାଜାଙ୍କୁ ଚାହିଁଣ ବୋଲେ ଏ କି ଆଚମ୍ୱିତ ।ଏତେ ପ୍ରକାରେ କେମନ୍ତେ ଭୁଲାଇ ସେ ଗଲାକେ ବୋଲଇ ଜଳନ୍ଧର ବ୍ୟୂହ ଅବା କଲା ।କୌଣସି ପ୍ରକାରେ ତାଙ୍କୁ ନ ପାରିଲେ ସାଧିଆବର ସେ ଗଉଡ଼ଙ୍କୁ ନାହିଁ ଆମ୍ଭ ବୁଦ୍ଧି ।କେଉଁ ବାଟେ ଗଲେ କାହିଁ ପଶିଲେ ସେ ଯାଇଡଗରେ ବୁଲିଣ ବେଗେ ଖୋଜି ଆସ ଯାଇ ।ସେ ବେନି ଭାଇଙ୍କୁ ଯେବେ ନ ପାରିବା ମାରିଆପଣା ରାଜ୍ୟକୁ ଆଉ ଯିବା କିପାଁ ଫେରି ।ଜରାସନ୍ଧ ମୁଖୁ ଶୁଣି ଏସନ ଭାରତୀକରଯୋଡ଼ି ଜଣାଇଲା ଗୁଣମଣି ମନ୍ତ୍ରୀ ।ଭୋ ଦେବ ଶୁଣିମା ସାବଧାନେ ମହାରାୟେବଳିଷ୍ଠ ଶତ୍ରୁଙ୍କୁ ନୃପେ ଜିଣନ୍ତି ଉପାୟେ ।ସାମାନ୍ୟ ଶତ୍ରୁ ନୁହନ୍ତି ହଳୀ ଚକ୍ରପାଣିଅଷ୍ଟମଲ୍ଲଙ୍କୁ ମାଇଲେ ଅବହେଳେ ଜିଣି ।ଗୁରୁ ଦକ୍ଷିଣା ନିମନ୍ତେ ଯମପୁରେ ଗଲେମଲାଲୋକଙ୍କୁ ସେଠାରୁ ଜୀଆଇଁ ଆଣିଲେ ।ଅନନ୍ତ ମାୟାଧର ସେ ସ୍ୱୟଂ ବିଶ୍ୱବାସକାହାରି ବଳରେ କେବେ ନୁହଇ ସେ ନାଶ ।ଦେବାଧିଦେବଙ୍କ ରାଜା ପୁଣ୍ୟମୟ ଦେହୀଏ ସେ ନାରାୟଣ ବୋଲି ଲୋକମୁଖେ କହି ।ତା ସଙ୍ଗେ ବିବାଦ କଲେ ଯଶ ନାହିଁ କିଛିଥୋକେଦିନ ଅପସରି ଚାଲ ଯିବା ଘୁଞ୍ଚି ।ଦୁସ୍ତର କଟକାଇରେ ଗଞ୍ଜି ହେଲେ ବଳକ୍ଷୁଧା ତୃଷା ବେଳେ ନ ପାଇଲେ ଅନ୍ନଜଳ ।ଅଶ୍ୱ ଗଜ ଚରିବାକୁ ନ ମିଳଇ ଘାସସବୁ ନୃପଙ୍କର ସୈନ୍ୟ ରଣେ ଗଲେ ନାଶ ।ଅସଂଖ୍ୟ ସଇନ୍ୟ ମଲେ ଥୋକେ ଛନ୍ତି ରହିଯେ ଯାହାର ସୈନ୍ୟ ଘେନି ଯାନ୍ତୁ ଆଜ୍ଞା ପାଇ ।ଆକଟ କରାଇ ତୁମ୍ଭେ ସମସ୍ତଙ୍କୁ ଛାଡ଼ଯେ ଯାହାର ଅଙ୍ଗବଳ କରନ୍ତୁ ସେ ଦୃଢ଼ ।ବର୍ଷାକାଳ ଶେଷ ହେଲେ ସାଜି ଜେଝା ବଳଯୁଦ୍ଧର ସାମଗ୍ରୀ ଘେନି ଆସି ହେବେ ଠୁଳ ।ଏବେ ସେ ଯାଦବେ ଗଲେ ରଣେ ପିଠି ଦେଇଆବର ଲୋଡ଼ିଲେ ତାଙ୍କୁ ପାଇବା ନା କାହିଁ ।ଭଲ ହେଲା ଯେବେ ଛାଡ଼ି ପଳାଇଲେ ଡରେଆମ୍ଭେ କିପାଁ ଗୋଡ଼ାଇବା ତାହାଙ୍କ ପଛରେ ।କ୍ଷତ୍ରିୟ ବେଭାର ଏହୁ ନୁହଇ ରାଜନମଲା ଗଲା ଦୁଇଲୋକ ଅଟନ୍ତି ସମାନ ।ଛାଡ଼ ସବୁ ପରିତାପ ହୁଅ ଦେବ ଶାନ୍ତିଯଶ ଘେନି ବାହୁଡ଼ିବା ଯିବାକ ଏଘାନ୍ତି ।ଗୁଣଭୁଷଣ ମନ୍ତ୍ରୀର ଏ ବଚନ ଶୁଣିସନ୍ତୋଷ ହୋଇଲା ଜରାସନ୍ଧ ନୃପମଣି ।ନିଶରେ ହାତ ଦେଇଣ ବୋଲେ ଦଣ୍ଡଧାରୀମଥୁରା ଗଡ଼କୁ ଭାଙ୍ଗ ନବନସ୍ତ କରି ।ହାଟ ବାଟ ଜୁର କର ରାଜ୍ୟନ୍ତ ଉଜାଡ଼ିଘରେ ଘରେ ଅଗ୍ନି ଜାଳ ସବୁ ଦିଅ ପୋଡ଼ି ।ଯାହାକୁ ଦେଖିବ ଆଗେ ତାକୁ କର ବନ୍ଦୀମୋ ଛାମୁକୁ ଆଣିଦିଅ ହାତ ଗୋଡ଼ ବାନ୍ଧି ।ରାଜା ଆଜ୍ଞା ପରମାଣେ ଧାଇଁଲେ ସଇନିକୁରାଢ଼ି ଶାବେଳି କାଙ୍କ କାତି କୋଡ଼ି ଘେନି ।ପ୍ରାସାଦ ଅଟ୍ଟାଳି ଘରଦ୍ୱାର କାନ୍ଥ ବାଡ଼ଦଣ୍ଡକ ମଧ୍ୟରେ ଭାଙ୍ଗି ଚୂର୍ଣ୍ଣ କଲେ ଗଡ଼ ।ଦେଉଳ ମଣ୍ଡପ ମେଢ଼ ଜଗତୀ ପାଚେରୀନବତାଳ ଉତ୍ସର୍ଗ ଯେ ଅଧାସ୍ୱର୍ଗ ସରି ।ଦୁର୍ଜ୍ଜୟ କବାଟ ନାଟ୍ୟ ମନ୍ଦିର ପାଟଣାପାଞ୍ଚତାଳ ଗଭୀରରେ ଖୋଳି କଲେ ଖଣା ।ସୁନା ରୁପା ଖମ୍ୱ ବଜ୍ର ବିନ୍ଧଣୀ କବାଟଧୁଳିସମ କଲେ ଭାଙ୍ଗି ଜରାସନ୍ଧ ଥାଟ ।ଖଣ୍ଡ ଖଣ୍ଡ କରି ନେଲେ ଯେ ଯାହାର ବହିଯମୁନା ନଦୀ ଜଳରେ ଭସାଇଲେ ନେଇ ।ଇଟା ପଥର ମୁଗୁନି ସବୁ ଗଲା ନାଶଭଣ୍ଡାର ଜୁରିଲେ ଯାହା ଥିଲା ଅବଶେଷ ।ଅସଂଖ୍ୟ ଧନ ଭଣ୍ଡାର ସବୁ ବହି ନେଇଭଗ୍ନଗଡ଼ ପୋଡ଼ିଦେଲା ଅନଳ ଲଗାଇ ।ଉଠିଲା ପ୍ରଚଣ୍ଡ ଶିଖା ଦିଶିଲା ଆକାଶେଧୁମ ଆଦୃତେ ଅନ୍ଧାର ଦିଶେ ଦଶଦିଶେ ।କ୍ଷଣକେ ମଥୁରା ପୁର ଭସ୍ମ ହେଲା ପୋଡ଼ିଜୟଶଙ୍ଖ ବଜାଇଣ ଗଲେ ସେ ବାହୁଡ଼ି ।ଛୟାଣୋଇସସ୍ର ରାଜା ସଙ୍ଗେ ଜରାସନ୍ଧଆପଣା ରାଜ୍ୟକୁ ଗଲା ଘେନି ସୈନ୍ୟ ବୃନ୍ଦ ।ଇତିଶିରୀ ହରିବଂଶ ଗ୍ରନ୍ଥ ପୁଣ୍ୟମୟେଇଦଂ ତୃତୀୟ ଅଧ୍ୟାୟ ସମାପତ ହୁଏ ।