ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୧ / ୨୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଜରାସନ୍ଧର ଦଶମ ବାର ଧାଡ଼ି
ସ୍ୱରସ୍ୱତୀ ନଦୀତୀରେ ଜରାସନ୍ଧ ରହିଦେଶାଉର ଆସି କହେ ଶିରେ କରଦେଇ ।ଭୋ ଦେବ ତୁ ସାବଧାନେ ଶୁଣ ନୃପମଣିଦେଶାଉର ବାର୍ତ୍ତା ଆମ୍ଭେ ଆସିଅଛୁ ଶୁଣି ।ଭୟରେ ଗୁମ୍ଫାରୁ ରାମ କୃଷ୍ଣ ପଳାଇଲେବାଟେ ଯାଉ ଯାଉ ପର୍ଶୁରାମକୁ ଭେଟିଲେ ।ଅର୍ଜ୍ଜୁନ ପରଶୁରାମ ସଙ୍ଗେ ବେନି ଭାଇଖଣ୍ଡଗିରି ପରବତେ ଏବେ ଛନ୍ତି ରହି ।ଯାନ ବାହନ ଆୟୁଧ ଆଦି ନାହିଁ କିଛିକିରାତ ପରାଏ ବନେ ବସିଛନ୍ତି ଲୁଚି ।ଏହାଶୁଣି ହସିଲା ଯେ ଶାଲ୍ୱ ନରପତିବୋଇଲା ଗଉଡ଼ ମାତ୍ର ଜାଣେ କିସ ରୀତି ।ତୁମ୍ଭର ଭୟରେ କାହିଁ ନ ପାରିଲେ ରହିକେତେ ଦୁଃଖ ପାଇଲେଣି ପଳାଇ ପଳାଇ ।ଶୁଣି ଡଗରାକୁ ରାଜା ପୁଚ୍ଛେ ସାବଧାନେଆଉବେଳେ କହ ସର୍ବେ ଶୁଣନ୍ତୁ ନା କର୍ଣ୍ଣେ ।ଡଗରା ବୋଇଲା ମୁହିଁ ଗୁପତରେ ଥିଲିଭୟରେ ସେ ବସିଛନ୍ତି ନିରୋପି ଦେଖିଲି ।ଜରାସନ୍ଧ ବୋଲେ ଆଉ ବିଳମ୍ବ ନ କରଯେ ଯାହାର ସଜ ହୁଅ ଯିବା ଧାତିକାର ।ଯହିଁର ନିମନ୍ତେ ସର୍ବେ ପାଉଅଛ ଦୁଃଖସେ କାର୍ଯ୍ୟ ସାଧିଲେ ସିନା ହେବ ଆମ୍ଭ ସୁଖ ।ଦୁଇଗୋଟା ଗଉଡ଼କୁ ନ ପାରିଲେ ଜିଣିଜଗତେ ହସିବେ ସବୁ ଲୋକ ଏହା ଶୁଣି ।ବୀର ମହାବୀର ରଥୀ ସର୍ବେ ମିଳିଅଛଜଣ ଜଣକରେ ହେବ ଇନ୍ଦ୍ର ସମକଚ୍ଛ ।ପାଇଲେ ଶତ୍ରୁକୁ ସର୍ବେ ଉପାୟରେ ମାରନୋହିଲେ ସବୁଙ୍କୁ ମାରିବଟି ଦାମୋଦର ।ଆଜହୁଁ ବିକ୍ରମ ତାର ହୋଇଲାଣି ଏତେକ୍ଷତ୍ରୀ ହୋଇ ଆମ୍ଭେ ତାହା ସହିବା କେମନ୍ତେ ।ଏଥିପାଇଁ ପଛେ ଧନ ଜୀବନ ଛାଡ଼ିବାରାମକୃଷ୍ଣ ନ ମାଇଲେ ବାହୁଡ଼ି ନ ଯିବା ।କ୍ଷତ୍ରୀଙ୍କ ବଚନ ଅଟେ ପାଷାଣରେ ଗାରଯେ ଯାହା ପ୍ରତିଜ୍ଞା ପାଳି ଉଠି ଧାତିକାର ।ଏହା ଶୁଣି ରାଜାମାନେ କୋପେ ଗରଜିଲେସାଜରେ ସଇନ୍ୟ ବୋଲି ଉଠି ଆଜ୍ଞାଦେଲେ ।ଆଜ୍ଞା ପରମାଣେ ସମଦଣ୍ଡ ହେଲେ ସଜଚାରିଊଣା ଲକ୍ଷେ ରାଜା ସୈନ୍ୟ ଅଶ୍ୱ ଗଜ ।ବଜ୍ରନାଭ ଉଠି ବୋଲେ ଜରାସନ୍ଧ ଆଗେବହୁତ ସୈନ୍ୟ ଦେଖିଲେ ପଳାନ୍ତି ସେବାଗେ ।ଉପାୟ ନ କରି ତୁମ୍ଭେ ବିକ୍ରମ ଦେଖାଅଜିଣି ନ ପାରିଣ ତେଣୁ କାର୍ଯ୍ୟ ହାନି ପାଅ ।ମୂଷା ମାରିବାକୁ ଗଜଦନ୍ତ ସାଜି ଆଣିଅନିମିତ୍ତେ ଭ୍ରମିହୁଅ କାରଣ ନ ଜାଣି ।ନାନା ନଟକୂଟ ମାୟା ଜାଣଇ ସେ ହରିମାୟାଯୁଦ୍ଧ କଲେ ସିନା ତାକୁ ଜିଣିପାରି ।ଅଙ୍ଗଭର ହୋଇ କଥା ଲାଗିଲାକ ମୋତେମାରିବି ତୁମ୍ଭର ଶତ୍ରୁ କହୁଛି ନିଶ୍ଚିତେ ।ଏଠାରେ ନିଶ୍ଚିନ୍ତ ହୋଇ ଥାଅ ତୁମ୍ଭେ ରହିଥୋକେ ସୈନ୍ୟ ସଙ୍ଗେ ଘେନି ଯାଉଅଛି ମୁହିଁ ।ଠିକଣା ସ୍ଥାନରେ ନେଇ ଭେଟାଇବ ଚାରଦେଖିଲା ମାତ୍ରକେ ପ୍ରାଣ ଘେନିବି ତାହାର ।କାର୍ଯ୍ୟ ସିଦ୍ଧି ହେଲେ ବାର୍ତ୍ତା ଦେବି ମୁଁ ପଠାଇକ୍ଷଣେ ନ ରହିଣ ତୁମ୍ଭେ ଯିବ ବେଗହୋଇ ।ଜରାସନ୍ଧ ବୋଇଲା ମୁଁ ପଛେ ପଛେ ଥିବିଭାଗୁଡ଼ି ପଡ଼ିଲେ ଧାତିକାରେ ଓଗାଳିବି ।ଏତେ ବିଚାରି ସଇନି ରୁହାଇ ସକଳଥୋକାଏ ବାଛି ସଙ୍ଗତେ ଘେନି ଶ୍ରେଷ୍ଠ ବଳ ।ନିଜ ଶସ୍ତ୍ର ଧରି ବଜ୍ରନାଭ ନରପତିଆଗୁଆଣି ଥାଟରେ ସେ ନେଇ ସେନାପତି ।ପଛେ ଚଳେ ଜରାସନ୍ଧ ଛାଡ଼ି ଏକଯୂଣପାରୁଶରେ ଖଟିଛନ୍ତି ନରପତିଗଣ ।ଶ୍ୱେତଛତ୍ର ଚାମର ଯେ ପୁଷ୍ପଧୂପକାଠିବାସ୍ତରି ନିଯୋଗ ମୂଳେ ସୈନ୍ୟ ଲକ୍ଷକୋଟି ।ଏସନ ସମ୍ଭାରେ ବିଜେ ମଗଧ ନୃମଣିପାଦଭରେ ଦଲ ଦଲ କମ୍ପଇ ଧରଣୀ ।ଡଗର କଢ଼ାଏ ବାଟ ଚାଲି ଆଗେ ଆଗେସମଦଣ୍ଡ ଘେନି ବଜ୍ରନାଭ ଚଳେ ବେଗେ ।ନୃପତିମାନଙ୍କୁ ଘେନି ସଙ୍କୋଚନ ବତ୍ସିଯୋଜନ ଛଡ଼ାରେ ପଛେ ଥାଟେ ରହିଅଛି ।ଏଥୁଅନ୍ତରେ ପର୍ବତ ଶିଖେ ଉଭାହୋଇଦେଖିଲେ ପରଶୁରାମ ଦିବ୍ୟ ଦୃଷ୍ଟି ଦେଇ ।ଦେଖିଲେ ସିନ୍ଧୁ ଲହରୀ ପରାୟେକ ଥାଟଖାଲ ଡିଙ୍ଗର ପର୍ବତ କାହିଁ ନାହିଁ ବାଟ ।ଘାଇ ଭାଙ୍ଗିଲେ ଯେସନେ ମାଡ଼ିଆସେ ଜଳଭୟଙ୍କର ରୂପେ ତେହ୍ନେ ଆସନ୍ତି ଯେ ବଳ ।ବ୍ୟାଘ୍ର ଭାଲୁ ଓଟ ଗଧ ମୈଂଷି ପରେ ଚଢ଼ିବିକରାଳ ରୂପ ଧରି ଆସୁଛନ୍ତି ମାଡ଼ି ।ପର୍ଶୁରାମ ବୋଇଲେକ ଶୁଣ ବନମାଳୀବଜ୍ରନାଭ ଆଗୁଆଣି ସୈନ୍ୟ ଆଗେ ଚଳି ।ବହୁ ପ୍ରତିଜ୍ଞା କରନ୍ତି ଯୁଦ୍ଧେ ପରିଘାଇମନ କରନ୍ତି ତୁମ୍ଭଙ୍କୁ ଜିଣିବାର ପାଇଁ ।ବଡ଼ାଇ ଦୁର୍ଭର ସେହୁ ବଳବନ୍ତ ଦୈତ୍ୟେମୃତ୍ୟୁ ନାହିଁ ତାହାଙ୍କର ଦେବାସୁର ହସ୍ତେ ।ଇନ୍ଦ୍ର ବଜ୍ର ନ କାଟଇ ତାହାଙ୍କର ଅଙ୍ଗେବହୁ କପଟ ଜାଣିଛି ସେହୁ ରଣରଙ୍ଗେ ।କଶ୍ୟପଙ୍କ ଅଂଶେ ଜାତ ଦୁଷ୍ଟ ଅସୁରାଧିକୁବେର ପରି ଅଚଳାଚଳ ତା ସମୃଦ୍ଧି ।ଈଶ୍ୱରଙ୍କ ସେବା କରି ପାଇଅଛି ବରକଦାପି ତୁମ୍ଭ ହସ୍ତରେ ନ ମରେ ଅସୁର ।ତୁମ୍ଭେ କି ନ ଜାଣ ଅବା କହିବି ବିଶେଷସର୍ବଜ୍ଞ ଅନ୍ତର୍ଯ୍ୟାମୀ ତ ସୁଜାଣ ପୁରୁଷ ।ଗୋମାତା ଶାପ ତୁମ୍ଭଙ୍କୁ ଅଛି ପୂର୍ବକାଳେଅବଶ୍ୟ ତ ପଳାଇବ ଅଷ୍ଟ ଦଶବାରେ ।ଜରା ଯେତେ ସୈନ୍ୟ ରୁଣ୍ଡ କରିଅଛି ଆଣିଏକା ବାଣକେ ସବୁଙ୍କୁ ପକାନ୍ତି ମୁଁ ହାଣି ।ଦେବକାର୍ଯ୍ୟ ନିମିତ୍ତରେ ଅବହେଳା କରିଅବହେଳେ ଜିଣିପାର ତୁମ୍ଭେ ନରହରି ।କୌତୁକ ପୁରୁଷ ତୁମ୍ଭେ ଅଟ ବିଶ୍ୱବାସୀଓଁକାର ମୂଳମନ୍ତ୍ର ଯେ ପରଂବ୍ରହ୍ମ ରାଶି ।ତୁମ୍ଭେ ତ ସକଳ ଜାଣ କହିବି ମୁଁ କିସନିକଟରେ ବଜ୍ରନାଭ ହୋଇଲା ପ୍ରବେଶ ।ମଗଧେଶ୍ୱର ନୃପତି ତାର ପଛକତିଚାରିଊଣା ଲକ୍ଷେ ରାଜା ସଙ୍ଗରେ ଅଛନ୍ତି ।ପର୍ବତ ତଳକୁ ଦେବ ଦିଅ କିନା ଦୃଷ୍ଟିଜଳତରଙ୍ଗ ପରାୟ ଆସୁଛନ୍ତି ଘୋଟି ।ନିଃଶ୍ୱାସ ମାତ୍ରକେ ଏହି ପର୍ବତ ବେଢ଼ିବେଗଣ୍ଠି ପଡ଼ିଲେ ଅବଶ୍ୟ ସମର କରିବେ ।ଏତେ ବୋଲି ପର୍ଶୁରାମ କଲ୍ୟାଣ ବାଞ୍ଛିଲେଏକମନା ହୋଇ ମହାମନ୍ତ୍ର ସୁମରିଲେ ।ଡଗରା ଯେ ଆଗୁଆଣି ଥାଟେ ରହିଥିଲାଏହି ଦେଖ ବୋଲି ଅଙ୍ଗୁଷ୍ଠିରେ ଦେଖାଇଲା ।ପର୍ବତ ତଳକୁ ସର୍ବେ ଗଲେ ତହୁଁ ଧାଇଁଦେଖିଲେ ବସିଅଛନ୍ତି ରାମ ହରି ତହିଁ ।ବଜ୍ରନାଭ ବୀର ତହୁଁ ମହାକୋପ କଲାଏଘାନ୍ତି କେଣେ ଯିବରେ ବୋଲିଣ ବୋଇଲା ।ନିଶ୍ଚେ ଯମ ପୋଛିଲା ତ ତୁମ୍ଭର ଯେ ପାଞ୍ଜିତୂଳା ପରମାଣେ ମାଂସ ପକାଇବି ପିଞ୍ଜି ।ଏତେ ବୋଲି ଗିରିଯାକ ଶତେପୁର କରିବେଢ଼ିଲେ ମହାକୋପରେ ସର୍ବେ ଅମରାରି ।ତିନିଙ୍କି ଧରିଣ ନେଲେ ରିଷ୍ଟ ଶାନ୍ତ ହେବଜରାସନ୍ଧ ହୃଦୟରୁ ଦକା ଯେ ଛାଡ଼ିବ ।ଡଗରା ବୋଇଲା ଦେବ ସାବଧାନେ ଶୁଣଏ ଖଣ୍ଡଗିରି ପର୍ବତ ବତିଶ ଯୋଜନ ।ଗଣ୍ଡୁକୀ ନଦୀର ଠାରୁ କୋଳାହଳ ଯାଏପାଞ୍ଚଶ ଯୋଜନ ଜଳ ଅକାତ ଯେ ଥାଏ ।ତେଣୁକରି ପର୍ବତରେ ଦ୍ରୁମ ଅତି ଗାଢ଼ତିନି ଯୋଜନ ପର୍ଯ୍ୟନ୍ତେ ଲାଗିଅଛି ବେଢ଼ ।ବଜ୍ରନାଭ ବୋଲେ ସର୍ବେ ପର୍ବତକୁ ଉଠକାତି କୁରାଢ଼ି ଘେନିଣ ବନସ୍ତକୁ କାଟ ।ଆଜ୍ଞା ପାଇ ସଇନି ଯେ ଚଳିଲେ ସତ୍ୱରେକାତି କୁରାଢ଼ି ଘେନିଣ କାଟିଲେ ଯେଝାରେ ।ବଜ୍ରନାଭ ସେନାପତି ଦେଇଅଛି ଧାଡ଼ିସମୁଦ୍ର ପରାୟେ ସୈନ୍ୟ ପଡ଼ୁଛନ୍ତି ମାଡ଼ି ।ହରି ବଳରାମ ପାର୍ଥ ବୃକ୍ଷତଳେ ଥିଲେତିନିହେଁ ଶୂନ୍ୟହସ୍ତରେ ଆସନ ଛାଡ଼ିଲେ ।ଖଣ୍ଡଗିରିଠାରୁ ନଇର୍ଋତ ମୁଖ ହୋଇସମସ୍ତଙ୍କୁ ଦେଖୁ ଦେଖୁ ଗଲେ ପିଠିଦେଇ ।ଖାଲ ଡିଙ୍ଗର ଖଣା ସେ ନ ପାରନ୍ତି ବାରିବନ କିରାତ ପରାୟେ ଯାନ୍ତି ଅପସରି ।ଥୋକେ ଦୂରରେ କଙ୍କଣ ପର୍ବତରେ ଉଠିପଶ୍ଚିମମୁଖେ ସେଠାରୁ ଚଳନ୍ତି ଲେଉଟି ।ବଜ୍ରନାଭ ନୃପତିକି ବେନି କୋଶ ଛଡ଼ାମନ୍ତ୍ରବଳେ ତିନିଙ୍କ ଯେ ହେଲା ଏକ ଭେଡ଼ା ।ବଜ୍ରନାଭ ରାଜା ଲୋକେ ଗୋଡ଼ାନ୍ତି ଦରାଣ୍ଡିବୋଲନ୍ତି ଅଦ୍ଭୁତେ ଗଲେ ଦେଖୁଁ ଦେଖୁଁ ଭଣ୍ଡି ।ଥୋକାଏ ବୋଲନ୍ତି ଉହାଡ଼ରେ ଥିବେ ପଶିଯତନେ ନିର୍ବନ୍ଧ କରି ଖୋଜ ସର୍ବେ ଆସି ।ଥୋକାଏ ବୋଲନ୍ତି ଆଜ ପଳାଇଲେ ଭଲାସୁଭାଗ୍ୟ ଦଶା ତାଙ୍କର ନିଶ୍ଚୟ ହୋଇଲା ।ପଟୁଆରେ ରହି ଯେବେ କରିଥାନ୍ତେ ରଣତେବେ ଜଣାଯାନ୍ତା ସିନା ତାଙ୍କ ବଡ଼ପଣ ।ଥୋକାଏ ବୋଲନ୍ତି ଆମ୍ଭେ ଜାଣୁଁ ନା ସକଳଏହିପରି ଭଣ୍ଡାଇଣ ଗଲେ ବହୁ ବେଳ ।ଫାଶ ପାତିଲେ ନିଶ୍ଚଳ ହୁଏ କି ପବନବାଲି ପକାଇଲେ ସିନ୍ଧୁ ହୁଏ କି ବନ୍ଧନ ।ହାତ ବଢ଼ାଇଲେ ଚନ୍ଦ୍ର କିଏ ଧରି ପାରିଆକାଶ କି ମାପିହୁଏ ବୁଦ୍ଧିରେ କାହାରି ।କେ ଅବା ଜାଣନ୍ତି ଯେ ରାମ କୃଷ୍ଣସମପ୍ରତ୍ୟକ୍ଷେ ନାରାୟଣ ମାନବ ରୂପେ ଜନ୍ମ ।ତାହାଙ୍କୁ ଜିଣିବା ପାଇଁ କାର ଶକ୍ତି ନାହିଁକାର୍ଯ୍ୟ ନୋହିବା ମରିବା ସିନା ଦୁଃଖ ପାଇ ।ଏସନରୂପେ ବିଚାର କରେନ୍ତେଣ ଖରଜରାସନ୍ଧ ନରପତି ମିଳିଲା ସେଠାରେ ।ବଜ୍ରନାଭ ନରପତି କହେ ସବୁ ବାଣୀସ୍ତମ୍ଭୀଭୂତ ହେଲା ଶୁଣି ମଗଧ ନୃମଣି ।ବୋଲେ ତାହାଙ୍କର ମାୟା ଜାଣିଲି ସକଳଏହିମତି ଭଣ୍ଡାଇଣ ଗଲେ ବହୁବେଳ ।ଅନେକ ପ୍ରକାରେ ମୁହିଁ କରିଲଇଁ ବୁଦ୍ଧି ।କଉଣସି ପରକାରେ ନୁହେଁ କାର୍ଯ୍ୟ ସିଦ୍ଧି ।ସମସ୍ତ ଜିଣିଲି ଗୋପାଳଙ୍କୁ ବୁଦ୍ଧି ନାହିଁଗଞ୍ଜି ହେଲି ବହୁବାର ଲଜ୍ଜା ପାଇଲଇଁ ।ଏହିଠାରେ ରହିବା ଯେ ସୁସ୍ଥ ହୋଇ ସର୍ବେଯହିଁ ଅଛନ୍ତି ବାରତା ପାଇବଟି ଜବେ ।ଏତେ ବୋଲିଣ ସଇନି ରହିଲେ ସେଠାରେଅଚ୍ୟୁତ ଦାସ ଭଜଇ ହରି ନିରନ୍ତରେ ।କ୍ରମାନ୍ୱୟେ ଜରାସନ୍ଧର ଏକାଦଶ ଠାରୁ ପଞ୍ଚଦଶ ବାର ଯାଏ ଧାଡ଼ିଏଥୁ ଅନନ୍ତରେ ରାମକୃଷ୍ଣ ଫାଲଗୁନିଅଗମ୍ୟ ବନେ ଗମନ୍ତି ସଙ୍ଗ ହୋଇ ତିନି ।କଞ୍ଚନ ପର୍ବତ ଜିଣି ଥୋକେଦୂର ଗଲେଗୋମତୀ ନଦୀ ତୀରରେ ବ୍ୟାସଙ୍କୁ ଭେଟିଲେ ।ହସ୍ତେ ଦଣ୍ଡ କମଣ୍ଡଳୁ କାଖେ କୁଶବିଡ଼ିଧୋତି ଉତ୍ତରୀ ପ୍ରୋକ୍ଷଣି ଆଉ ବେଦକାଣ୍ଡି ।ତମ୍ଭା ପ୍ରୋକ୍ଷଣି ଖଡ଼ଗ କୁଶବଟୁ ଗୋଟିକପିଳାମଳ ବିଭୂତି ଅଙ୍ଗରେ ଚହଟି ।ମାଥେ ଦିବ୍ୟଜଟା ବେନି କର୍ଣ୍ଣରେ କୁଣ୍ଡଳକାଖେ କୃଷ୍ଣାଜିନ ବାମହାତେ କମଣ୍ଡଳ ।ଶଙ୍ଖ ଗୋକ୍ଷୀର ପରାୟେ ରାଜେ ଦିବ୍ୟତନୁନିର୍ମଳ ମେଘ ଯେସନେ ଉଦେ ହୁଏ ଭାନୁ ।ଅଠାଶୀ ସହସ୍ର ଶିଷ୍ୟ ସଙ୍ଗେ ମହାଜ୍ଞାତାରାମହରି ଆଗେ ମିଳିଗଲେ ବ୍ରହ୍ମବେତ୍ତା ।ଦେଖିଣ ସାନନ୍ଦ ହେଲେ ହଳୀ ବନମାଳୀସାଷ୍ଟାଙ୍ଗ ହୋଇ ଛାମୁରେ କଲେ ନିଉଛାଳି ।ଅର୍ଜ୍ଜୁନ ସହିତେ ମୁନି ପାଦତଳେ ନମିଆମ୍ଭଙ୍କୁ ସୁଦୟା କର ଆହେ ତପିମଣି ।ବହୁରୂପେ ସ୍ତୁତି କଲେ ଶିରେ ଦେଇ କରଉଭୟ କୁଶଳ ବାର୍ତ୍ତା ପୁଚ୍ଛି ମୁନିବର ।ଭଲେ ଅଛନ୍ତି ନା ବନ୍ଧୁ କୁଟୁମ୍ବ ସୋଦରସମସ୍ତ କୁଶଳ ବୋଲି ଭଣି ଦାମୋଦର ।ଆସନ ପାଦାସନରେ ମୁନିଙ୍କୁ ପୂଜିଲେପବିତ୍ର ଗଙ୍ଗାଜଳରେ ପାଦ ପଖାଳିଲେ ।ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ମୁନିବରପ୍ରତ୍ୟକ୍ଷେ ବ୍ରହ୍ମମୂରତି ମଞ୍ଚେ ଅବତାର ।ତୁମ୍ଭର ଯେ ପଣନାତି ପଣ୍ଡୁ ନରପତିଅମଳାନ ସୋମବଂଶୀ ଶୁଦ୍ଧପୂତ ଜାତି ।ଯୁଧିଷ୍ଠି ଭୀମାର୍ଜ୍ଜୁନ ନକୁଳ ସହଦେବପଣ୍ଡୁନନ୍ଦନ ଏ ପାଞ୍ଚ ପାଣ୍ଡବ ଜାଣିବ ।ଆମ୍ଭର ମାଉସୀ କୁନ୍ତଭୋଜର ନନ୍ଦିନୀକୁନ୍ତୀର ନନ୍ଦନ ଏହି ବୀର ଫାଲ୍ଗୁନି ।ଭୋ ମୁନି ଭୂତ ଭବିଷ୍ୟ ସବୁକଥା ଜାଣବେଦଶାସ୍ତ୍ରଜ୍ଞାତା ତୁମ୍ଭେ ଅଟ ନାରାୟଣ ।ବହୁକାଳୁଁ ବୁଲୁଅଛୁ ଜରାସନ୍ଧ ଡରେରାଜ୍ୟ ତେଜି ବୁଲେ ପାର୍ଥ ଆମ୍ଭ ସଙ୍ଗତରେ ।ଭୋ ମହାତମା ଅର୍ଜ୍ଜୁନେ ସଙ୍ଗତରେ ନିଅଯୁଧିଷ୍ଠି ଆଗରେ କହି କୁଇନ୍ତାକୁ ଦିଅ ।ଏତେ ବୋଲିଣ ବ୍ୟାସଙ୍କ କରେ ସମର୍ପିଲେପଶ୍ଚିମ ମୁଖରେ ତହୁଁ ଦୁହେଁ ଚଳିଗଲେ ।ମାଳତୀ ନାମରେ ନଦୀ ବହେ ପୁଣ୍ୟଜଳମତ୍ସ୍ୟଦେଶ ପାଟଣାର ସେ ଦକ୍ଷିଣ କୂଳ ।ପୂର୍ବେ ଜଇମିନିଙ୍କର ଆଶ୍ରମ ଯେ ଥିଲାତହିଁ ପ୍ରବେଶ ହୋଇଲେ ଯାଇ ନନ୍ଦବଳା ।ସେଠାରେ ଦେଉଳ ଏକ ଅତି ପରିମଳମତ୍ସ୍ୟ ମାଧବ ନାମରେ ଦେବ ତହିଁ ଠୁଳ ।ରାତ୍ରିକାଳେ ସେ ମଣ୍ଡପେ ରହି ନନ୍ଦବତ୍ସିସ୍ତୁତି ଆରମ୍ଭ କରିଲେ ନିଜ ଶୁଭବାଞ୍ଛି ।ସେ ସ୍ତୁତିରେ ଦେବଙ୍କର କମ୍ପିଲା ଆସନପ୍ରବେଶ ହୋଇଲେ ରାମକୃଷ୍ଣ ସନ୍ନିଧାନ ।ସୁପକ୍ୱ ଦ୍ରବ୍ୟନ୍ତ ଯୋଗାଇଲେ ସେ ସକଳସାନନ୍ଦେ ମଣୋହି କଲେ କୃଷ୍ଣ କାମପାଳ ।ଆଚମନ ଅବଶେଷ ତାମ୍ବୁଳ ଭୁଞ୍ଜିଲେପଥଶ୍ରାନ୍ତ ପାଇକରି ସେଠାରେ ଶୋଇଲେ ।ଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନିବେଦବ୍ୟାସ ଅର୍ଜ୍ଜୁନକୁ ସଙ୍ଗତରେ ଘେନି ।ମନପବନ ଦଣ୍ଡକୁ ଆରୋହିଣ ମୁନିବାରୁଣାବନ୍ତ କଟକେ ମିଳିଲେ ସେ କ୍ଷଣି ।କୁନ୍ତୀ ସହିତେ ପାଣ୍ଡବମାନେ ଛନ୍ତି ତହିଁଅର୍ଜ୍ଜୁନେ ଘେନି ମିଳିଲେ ବେଦବ୍ୟାସ ଯାଇ ।ଦେଖିଣ ସର୍ବେ ଉଠିଲେ ଆସନକୁ ଛାଡ଼ିଶତେସସ୍ର ଦଣ୍ଡବତ ପାଦପଦ୍ମେ ପଡ଼ି ।ତା ଦେଖିଣ ବ୍ରହ୍ମବେତ୍ତା ସନ୍ତୋଷ ହୋଇଲେଜଣେ ଜଣେ ସମସ୍ତଙ୍କୁ କଲ୍ୟାଣ ବାଞ୍ଚିଲେ ।କୁନ୍ତୀଙ୍କୁ ଚାହିଁଣ ମୁନି କହିଲେକ ବାଣୀତୁମ୍ଭେ ମୋର କୁଳବଧୂ ସତୀ ଶିରୋମଣି ।ପଞ୍ଚ ଦିଗପାଳ ଆଦି ତୁମ୍ଭ ପୁଣ୍ୟବଳେପ୍ରତ୍ୟକ୍ଷେ ପଞ୍ଚ ଦେବତା ଜାତ ମହୀତଳେ ।ଏ ତୁମ୍ଭ କଷ୍ଟ ଫେଡ଼ିବ ନିବାରିବ ଶଙ୍କାମାନ ଉଦ୍ଧରିବ ଏହୁ କୁଳଦୀପ ଏକା ।ଏ ପୁତ୍ର ପ୍ରସାଦେ ନାହିଁ କାହାକୁହିଁ ଭ୍ରାନ୍ତିଅଚଳାଚଳ ସମ୍ପଦ ମିଳିବ ଏ ଘାନ୍ତି ।ଆବର ପ୍ରତ୍ୟକ୍ଷେ ଯାହା ଦେଖିଲି ନୟନଜଗନ୍ନାଥ ଆତ୍ମା ଜାଣ ଅଟନ୍ତି ଅର୍ଜ୍ଜୁନ ।ଜଗନ୍ନାଥ ବନ୍ଧୁୟାଙ୍କୁ ସହାୟ ଅଛନ୍ତିତାଙ୍କ ପାଶେ ଥିଲେ ନାହିଁ ଉପଦ୍ରବ ଭୀତି ।କେତେ ଜନ୍ମେ ଯେବେ ବହୁପୁଣ୍ୟ କରିଥାଇକୁଳ ବିଖ୍ୟାତ ତନୟ ସେହୁ ନିଶ୍ଚେଁ ପାଇ ।କୁନ୍ତୀ ବୋଇଲେ ଭୋ ମୁନି ତୁମ୍ଭହେତୁ ସିନାଛେଉଣ୍ଡ ପୁତ୍ରଙ୍କୁ ମୋର ଦିଅ ବଜ୍ରସେହ୍ନା ।କୌରବ ଏହାଙ୍କଠାରେ ଶତ୍ରୁଭାବ ବହିନିରନ୍ତର ଛିଦ୍ର ପାଞ୍ଚି ରହିଛନ୍ତି ଚାହିଁ ।ଭୀଷ୍ମ ଦ୍ରୋଣ ଭୂରିଶ୍ରବା ଅଶ୍ୱତ୍ଥାମା କର୍ଣ୍ଣଚିରଦିନୁ ଖାଇଛନ୍ତି କୌରବଙ୍କ ଅନ୍ନ ।ପହିଜ କରନ୍ତି ତେଣୁ ସେ ତାଙ୍କର ପାଇଁମୋ ପୁତ୍ରଙ୍କୁ ସାହା ହୋଇ ଜଣେ କେହି ନାହିଁବଡ଼ ପୁଣ୍ୟବତୀ ସ୍ତିରୀ ଅଟନ୍ତି ଗାନ୍ଧାରୀକୋଟିଲକ୍ଷ୍ମୀ ଭୋଗ କରେ ଧୃତରାଷ୍ଟ୍ର ବରି ।ଆପଣା ଗର୍ଭରୁ ଶତେ ପୁତ୍ର କଲେ ଜାତସେ କୁମରେ ସର୍ବଗୁଣେ ତ୍ରୈଲୋକ୍ୟ ବିଖ୍ୟାତମୁହିଁ ମନ୍ଦଭାଗୀ କେଉଁ ପାପ କଲି ଅବାସ୍ୱାମୀ ଯମପୁରେ ଗଲେ ହୋଇଲି ବିଧବା ।ଛେଉଣ୍ଡ ହୋଇଲେ ମୋର ପାଞ୍ଚଗୋଟି ପୁତ୍ରଜନ୍ମକାଳୁଁ ଦୁଃଖିନୀ ମୁଁ ଦୈବ ଘଟସୂତ୍ର ।ବ୍ୟାସ ବୋଇଲେ ମାତ ଗୋ ନ କର ତୁ ଚିନ୍ତାତୋହର ସମାନେ କେହି ନାହିଁ ପୁଣ୍ୟବନ୍ତା ।ପ୍ରତ୍ୟକ୍ଷରେ ପଞ୍ଚଦେବ ଗର୍ଭୁ କଲୁ ଜନ୍ମଖଣ୍ଡିଲୁ ଦୁର୍ଗତିମାନ ଛେଦି ପାପକର୍ମ ।ଆଉ ଅଳ୍ପଦିନେ ମାଗୋ ଦେଖିବୁ ପ୍ରତ୍ୟକ୍ଷତ୍ରୈଲୋକ୍ୟ ଭିତରେ ତୋର ପୁତ୍ରେହେବେ ଦକ୍ଷଏସନ କହିଣ ମୁନି ଅନ୍ତର୍ଦ୍ଧାନ ହେଲେଶୁଣ ପରୀକ୍ଷିତ ଶୁକମୁନି ଯେ ବୋଇଲେ ।ଏଥୁ ଅନନ୍ତରେ କଥା ଶୁଣ ଦିବ୍ୟରୀତିମର୍ତ୍ତ୍ୟପୁରେ ରହିଥିଲେ ହଳୀ ଲକ୍ଷ୍ମୀପତି ।ଡଗରା କହିଲା ଜରାସନ୍ଧ ଆଗେ ଯାଇପୁଣି ସମଦଣ୍ଡ ଘେନି ଅଇଲା ସେ ବାହି ।ଚାରିଊଣା ଲକ୍ଷେ ରାଜା ଜରାସନ୍ଧ ଘେନିରାତ୍ରେ ମତ୍ସ୍ୟଦେଶେ ଆସି ବେଢ଼ିଲେ ସଇନି ।ଜାଣିଲେ ତା ଜଗତ୍କର୍ତ୍ତା ଲକ୍ଷ୍ମୀଦେବୀ ସାଇଁତରତରେ ପଳାଇଲେ ଭୟେ ବେନି ଭାଇ ।ଅଶ୍ୱେକ ଆରୋହି ଜରାସନ୍ଧ ନରପତିଶତେ ଯୋଜନ ପର୍ଯ୍ୟନ୍ତ ଧାଏଁ ପଛକତି ।ପୁଣି କେତେଦୂରେ ପ୍ରଭୁ ଅଦୃଶ୍ୟ ହୋଇଲେପୁନରପି ଖଣ୍ଡେଦୂରେ ଲଗାଲଗି ହେଲେ ।ଧରୁ ଧରୁ ପେଲି ଦେଇ ସ୍ୱାମୀ ଚାଲିଯାନ୍ତିଅନ୍ଧ ଆଗେ ନିଧିପରି ଅଦୃଶ୍ୟ ହୁଅନ୍ତି ।କପିଳ ପର୍ବତ ତଳେ କୁଶନାମେଦେଶଶଶୀଭୂଷଣ ରାଜାର ତହିଁ ରତ୍ନକୋଷ ।ଶତେ ଯୋଜନ ଆୟତ ସେହୁ ଦୀର୍ଘପ୍ରତିପଞ୍ଚାଶ ଅର୍ବୁଦ ଘର ତହିଁ ନାନାଜାତି ।ଦେବୀ ନଦୀକୂଳେ ସେହି କଟକ ଶୋଭଇତହିଁ ବିଶ୍ରାମ କରିଲେ ରାମହରି ଯାଇ ।ପୁନରପି ଜରାସନ୍ଧ ଆସେ ଦଣ୍ଡବାହିକାହିଁ ଗଲେ ରାମ ହରି ବୋଲିଣ ଖୋଜଇ ।ଅନ୍ତର୍ଯ୍ୟାମୀ ନାରାୟଣ ତାହା ଜାଣିପାରିନିକଟେ ଥାଟ ଦେଖିଣ ଗଲେ ଅପସରି ।ଚୌରାଶୀ ଯୋଜନଯାଏ ଜରା ଗୋଡ଼ାଇଲାକୌଣସି ପ୍ରକାରେ ତାଙ୍କୁ ନ ଧରି ନ ପାରିଲାପୁଣି କେତେ ଦୂର ଯାଇ ହୋଇଲେ ଗୁପତଚତୁର୍ଦ୍ଦଶ ଧାଡ଼ି ଏଥେଁ ହେଲା ସମାପତ ।କାଳିଞ୍ଜନ ଗିରି ତଳେ କୁନ୍ତ ନାମେ ନଦୀମହେନ୍ଦ୍ର ପର୍ବତୁ ଯାଏ ଈଶାନକୁ ଭେଦି ।ତହିଁ ନିତ୍ୟକର୍ମ ସାରି କୃଷ୍ଣ କାମପାଳପଦ୍ମବନ ଦେଶେ ଗଲେ ବେନି ଘଡ଼ି ବେଳ ।ପଦ୍ମକେଶରୀ ବୋଲିଣ ତହିଁର ନୃପତିବଡ଼ଇ ଧାର୍ମିକ ସେ ଯେ ଅଟେ ଶୁଦ୍ଧ ଜାତି ।ଜରାସନ୍ଧ ସଙ୍ଗେ ସୈନ୍ୟ ଘେନି ସେ ଯାଇଛିଥାଟ ସୈନ୍ୟ ନାହିଁ ଦେଶ ତୁଚ୍ଛା ହୋଇଅଛି ।ବୀରବାହୁ ନାମେ ତାର ପୁତ୍ର ଅଗ୍ରଲେଖାକଟକ ରକ୍ଷା କରିଣ ରହିଛି ସେ ଏକା ।ବେନି ଭାଇ ପ୍ରବେଶିଲେ ତା ନଗରେ ଯାଇବାଟକୁ ପାଛୋଟି ଆସେ ପୁତ୍ର ବାର୍ତ୍ତା ପାଇ ।ରାମକୃଷ୍ଣଙ୍କୁ ଭକ୍ତିରେ ଆସି ଘେନିଗଲାଆପଣା ନବରେ ଯାଇ ପ୍ରବେଶ ହୋଇଲା ।ଅଷ୍ଟରତ୍ନ ସିଂହାସନେ ବସାଇଲା ନେଇନିଜେ ତଳେ ଉଭା ହେଲା କାଖେ କରଦେଇ ।କର ଯୋଡ଼ିଣ ଛାମୁରେ କଲା ବହୁ ସ୍ତୁତିଜୟ ହରି ବଳରାମ ଜୟ ବିଶ୍ୱମୂର୍ତ୍ତି ।ସ୍ୱାମୀ ସ୍ଥାବର ଜଙ୍ଗମ ଆଦି ଚାରିଖାନିତୁମ୍ଭ ଅଙ୍ଗୁଆଣି ଧାତା ନିର୍ମାଣିଲା ପୁଣି ।ସର୍ବଦେବ ପରେ ଶ୍ରେଷ୍ଠ ତୁମ୍ଭେ ଅନ୍ତର୍ଯ୍ୟାମୀଅନୁଗ୍ରହ କର ନାଥ ଚରଣେ ନମାମି ।ତୁମ୍ଭେ ସୃଷ୍ଟି କର୍ତ୍ତା ତୁମ୍ଭଙ୍କୁ ତ ସବୁ ଜଣାନ ଜାଣିଣ ଯୋଗିମାନେ ହେଉଛନ୍ତି ବଣା ।ଅଶେଷ କୋଟି ବ୍ରହ୍ମାଣ୍ଡ ଯା ଆଜ୍ଞାରେ ଜାତଲିଙ୍ଗଭୂତ ଆତ୍ମା ତୁମ୍ଭେ ପୁରୁଷ ମହତ ।ଶରଣପଞ୍ଜର ନାଥ ଦୁଃଖିଜନ ବନ୍ଧୁଅପାର ମହିମା ତବ ପାଦପଦ୍ମେ ବନ୍ଧୁ ।ଦେବତାଙ୍କ ପରେ ତୁମ୍ଭେ ଅଟ ଶିରୋମଣିପୃଥିବୀ ରକ୍ଷଣ କରେ ସର୍ବ କର୍ମ ଜାଣି ।ଅଜ୍ଞାନୀ ପାମର ଛାର ଜରା ମନ୍ଦବୁଦ୍ଧିସପ୍ତାଙ୍ଗରେ ନାଶଯିବ ହୋଇ ତବ ବାଦୀ ।ଏହିପରି ସ୍ତୁତି କଲା ସେ କୁମରମଣିସାନନ୍ଦ ହୋଇଲେ ହଳୀ କୃଷ୍ଣ ତାହା ଶୁଣି ।ହରି ବୋଇଲେ ତୁହି ତ ବାଳୁତ କୁମରଆଜହୁଁ ଏଡ଼େ ଧାର୍ମିକ ଧନ୍ୟ ଜନ୍ମ ତୋର ।ଏଥୁଅନ୍ତେ ସୂପକାର ଜଣାଇଲା ଯାଇପାକ ସିଦ୍ଧ ହେଲା ସ୍ୱାମୀ କରିବା ମଣୋହି ।ତତକ୍ଷଣେ ଦୁଇଭାଇ ଭୋଜନେ ବସିଲେସୁପକ୍ୱ ବ୍ୟଞ୍ଜନ ସୂପକାର ପରଷିଲେ ।ଚୌରାଶୀ ବ୍ୟଞ୍ଜନ ଭୁଞ୍ଜି ରାମ ହୃଷୀକେଶବିଡ଼ିଆ ଲାଗି ହୋଇର ଲଭିଲେ ସନ୍ତୋଷ ।ଏଥୁ ଅନନ୍ତରେ ଜରାସନ୍ଧର ଆଗରଦେଶାଉର ବାରତାକୁ ଜଣାଏ ସତ୍ୱର ।ଭୋ ଦେବ ସାବଧାନେ ହେ ଶୁଣ ନୃପମଣିନିର୍ଣ୍ଣୟ ବାରତା ଆମ୍ଭେ ଅଇଲୁଟି ଶୁଣି ।ପଦ୍ମକେଶରୀ ଦେଶରେ ଯାଇ ରାମ ହରିଲୁଚିଣ ଅଛନ୍ତି ତୁମ୍ଭ ଭୟେ ଯାଇ କରି ।ଶୁଣି ଜରାସନ୍ଧ ରାଜା ଆନନ୍ଦ ହୋଇଲାପଦ୍ମକେଶରୀ ରାଜାଙ୍କୁ ପାଶେ ଡକାଇଲା ।ଶୀଘ୍ର ଆଣିଦେବୁ ବସୁଦେବର କୁମରଆହୋ ପଦ୍ମକେଶରୀ ତୁ ଚଳ ଧାତିକାର ।ତୁମ୍ଭ ରାଜ୍ୟରେ ଅଛନ୍ତି କୃଷ୍ଣ କାମପାଳକପଟ ପ୍ରୀତି କରିବୁ ବାବୁ କ୍ଷଣକାଳ ।ମୁହିଁ ଯାଇ ଶୀଘ୍ର ତହିଁ ପ୍ରବେଶ ହୋଇବିଧାତିକାରେ ରାମକୃଷ୍ଣ ଯାଇଣ ବାନ୍ଧିବି ।ଶୁଣି ପଦ୍ମକେଶରୀ ଯେ ଗଲା ଶୀଘ୍ରହୋଇସାତଦିନେ ନିଜ ରାଜ୍ୟେ ପ୍ରବେଶିଲା ଯାଇ ।ନବରେ ପ୍ରବେଶ ଯାଇ ହେଲା ମହୀପାଳସାଷ୍ଟାଙ୍ଗରେ ପଡ଼େ ରାମକୃଷ୍ଣ ପାଦତଳ ।କରପତ୍ର ଯୋଡ଼ି ରାଜା ବହୁ ସ୍ତୁତି କଲାବୋଲେ ମୋ ନବରେ ସ୍ୱାମୀ ଚରଣ ପଡ଼ିଲା ।ଯେ ପାଦକୁ ସନକାଦି କରୁଥାନ୍ତି ଲୟେସେ ପାଦପଦ୍ମକୁ ଦେଖି ଖଣ୍ଡିଲି ମୁଁ ଭୟେ ।ତୁମ୍ଭେ ଦେବ ଆଦି ତୁମ୍ଭେ ଦେବ ଯେ ଅନାଦିତୁମ୍ଭେ ଦେବ ଜଳ ସ୍ଥଳ ତୁମ୍ଭେ ଶୂନ୍ୟଭେଦୀ ।ତୁମ୍ଭେ ସୃଜିଅଛ ଏହି ଚରାଚର ମହୀନମସ୍ତେ ହେ ଜଗନ୍ନାଥ ପ୍ରଭୁ ଭାବଗ୍ରାହୀ ।ଭୁଲୋକ ଯେ ଭୁବଲୋକ ସ୍ୱର୍ଗ ଲୋକ ଆଦିଏ ତୁମ୍ଭର ବିଶ୍ୱକାୟା ଘୋଟିଛି ଅନାଦି ।ନିହନ୍ତା ବିହନ୍ତା ନାଥ ତୁମ୍ଭେ ମୋକ୍ଷପାନଶୁଭାଶୁଭକର୍ତ୍ତା ତୁମ୍ଭଠାରୁ ନାହିଁ ଆନ ।ସ୍ୱାମୀ ଅଜ୍ଞାନ ପାମର ଜରାସନ୍ଧ ଛାରନ ଜାଣି ତୁମ୍ଭ ସଙ୍ଗରେ କରଇ ସମର ।କୃପାସିନ୍ଧୁ ନାଥ ତୁମ୍ଭେ ଶରଣପଞ୍ଜରକାର୍ଯ୍ୟ ନିମନ୍ତେ ସହୁଛ ଅସୁର ଦୁର୍ଭାର ।ନିହନ୍ତା ବିହନ୍ତା ନାଥ ହେ ଧର୍ମ ପୁରୁଷତୁମ୍ଭେ ଇଚ୍ଛା କଲେ ଜରାସନ୍ଧ ଯିବ ନାଶ ।ତୁମ୍ଭେ ଅନୁଗ୍ରହ କରି ଅଇଲ ମୋ ପୁରେଡଗରା ବାର୍ତ୍ତା କହିଲା ରାଜାର ଆଗରେ ।ତହିଁ ନିମନ୍ତେ ପେଷିଲା ମୋତେ ଆଗକରିବୋଇଲା ତୁ ରାମକୃଷ୍ଣ ଦିଅ ଆଣି ଧରି ।ଦଣ୍ଡେ ବିଶ୍ରାମ ନ କରି ପେଷିଲାକ ବେଗେସଇନି ଘେନିଣ ପଛେ ଆସୁଛି ବୈରାଗେ ।ଶ୍ରୀକୃଷ୍ଣ ବୋଇଲେ ପଦ୍ମକେଶରୀ କି ଚାହିଁଲକ୍ଷେ ଜରାସନ୍ଧ ହେଲେ ମୋର ଭୟ ନାହିଁ ।ସବୁ ରାଜାଙ୍କର ସୈନ୍ୟ ପରାଇ ମୁଁ ମାରିଦେବକାର୍ଯ୍ୟ ପାଇଁ ମାତ୍ର ଅଛି ଅପସରି ।ଏସନକ ବିଚାର ସେ କରନ୍ତେଣ ବସିଡଗରା ପୁଣି ବାରତା କହିଲାକ ଆସି ।ଭୋ ଦେବ ସାବଧାନରେ ଶୁଣିମା ଗୋସାଇଁସମଦଣ୍ଡ ଘେନି ଜରା ଆସୁଅଛି ବାହି ।ଚାରି ଊଣା ଲକ୍ଷେ ନରପତିଙ୍କ ସଇନିପାଦଭରେ କମ୍ପମାନ ସକଳ ମେଦିନୀ ।ଷାଠିଏ ଯୋଜନ ମାଡ଼ି ଆସୁଅଛି ଥାଟଖାଲ ଡିଙ୍ଗର ଭାଙ୍ଗିଣ ସବୁ ହେଲା ବାଟ ।ଏହିକ୍ଷଣି କଟକକୁ ବେଢ଼ିବେ ଭୋ ଦେବଜଗନ୍ନାଥ ବୋଇଲେକ ତହୁଁ କି ମିଳିବ ।ଅନିମିତ୍ତେ ଦ୍ୱନ୍ଦ୍ୱ କରିବାଟି କିସ ଅର୍ଥେଏହା କହି ବାହାରିଲେ ହଳୀ ଜଗନ୍ନାଥେ ।ପଦ୍ମକେଶରୀ ରାଜା ତା ସୁକୁଟୁମ୍ବ ଘେନିରାମକୃଷ୍ଣ ପାଦେ ପଡ଼ି ହୋଇଲା ଦଇନୀ ।ତାହାକୁ ରୁହାଇ ତହିଁ ହଳୀ ବନମାଳୀରାଜ୍ୟରୁ ବାହାର ନଇର୍ଋତ କୋଣେ ଚଳି ।ଜରାସନ୍ଧ ରାଜା ଦଣ୍ଡ ଘେନି ଆସୁଥିଲାମାଲ୍ୟବନ୍ତ ପର୍ବତରେ ଦୂତ ଜଣାଇଲା ।ଭୋ ଦେବ ସାବଧାନରେ ଶୁଣ ନୃପସାଇଁଯହିଁ ନିମନ୍ତେ ଆସୁଛ ତୁମ୍ଭେ ସୈନ୍ୟ ବାହି ।ପଦ୍ମକେଶରୀ ରାଜ୍ୟରେ ରାମକୃଷ୍ଣ ଥିଲେତୁମ୍ଭର ଯିବାର ସେହୁ ବାରତା ପାଇଲେ ।ଏହିକ୍ଷଣି ବାହାରିଣ ଗଲେ ଦେବ ତହୁଁଏ ମାଲ୍ୟବନ୍ତ ପର୍ବତେ ଲୁଚି କହୁଁ କହୁଁ ।ମଗଧେଶ୍ୱର ବୋଇଲା ମୋର ଏଡ଼େଭାଗ୍ୟସତେ କିବା ରାମକୃଷ୍ଣ ପଡ଼ିବେ ମୋ ଆଗ ।ଡଗରା ବୋଇଲା ଆମ୍ଭେ ପଦ୍ମଦଳେ ଥିଲୁରାମକୃଷ୍ଣ ପଳାଇବା ନୟନେ ଦେଖିଲୁ ।ଯେ ଯାହା ପାଖରେ ତୁମ୍ଭେ ଜଗିଥାଅ ଗାଢ଼ଶତେ ପୁର କରି ମାଲ୍ୟବନ୍ତ ଗିରି ବେଢ଼ ।ରାଜାର ଆଜ୍ଞାରେ ସୈନ୍ୟ ପର୍ବତ ବେଢ଼ିଲେଆଡ଼ତିଆ ଅନୁସରି ଚୌପାଶେ ଲୋଡ଼ିଲେ ।ଗିରି ଖୋଲ ଖଣା ଚାରିପାଶ ଅନୁସରିଅନେକ ଯତ୍ନେ ଲୋଡ଼ନ୍ତି ତହିଁ ରାମ ହରି ।ରାମକୃଷ୍ଣ ସନ୍ଦେଶ ନ ପାଇଲେକ ଲୋଡ଼ିଜରାସନ୍ଧ ଅଗ୍ରତରେ କହିଲେ ବାହୁଡ଼ି ।ଶୁଣି ମଗଧ ଈଶ୍ୱର ହେଲା ମହାରୋଷପରିତାପେ ବୋଇଲେ ସେ ଚାହିଁ ଦମଘୋଷ ।ଆମ୍ଭେ ଅନେକ ପ୍ରକାରେ କଲୁ ନାନା ବୁଦ୍ଧିକୌଣସି ପ୍ରକାରେ ନୋହିଲା ତ କାର୍ଯ୍ୟ ସିଦ୍ଧି ।ବଡ଼ଇ ମାୟାଧର ସେ ରାମ ବନମାଳୀଧରି ନ ପାରିଲା ତାଙ୍କୁ ଆସୁ ମୋହ ଭଳି ।ଚାରି ଊଣା ଲକ୍ଷେ ରାଜା ଚତୁରଙ୍ଗ ବଳମୋହର ନିମନ୍ତେ ସର୍ବେ କଲେ ଅଙ୍ଗଛଳ ।ରଥୀ ମହାରଥୀ ସୈନ୍ୟ ପଦାତି ସହିତେଅମନାତ୍ୟବୃନ୍ଦ ମୋର ରହିଛନ୍ତି କେତେ ।ଜନମୁଖେ ଅପକୀର୍ତ୍ତି ହେଲା ମୋତେ ଲାଜଶ୍ରମ ମାତ୍ର ପାଇଲଇଁ ନୋହିଲା ତ କାର୍ଯ୍ୟ ।ଆବର ରାଜପଣରେ ନାହିଁ ମୋର ଇଚ୍ଛାକରିବଇଁ ଦେଶାନ୍ତର ବହି ଋଷି ଦୀକ୍ଷା ।ଅନେକ ବଧୂ ମୋହର ହୋଇଲେ ବିଧବାରାଜ୍ୟକୁ ଗଲେ ମୋତେକି ବୋଲିବେ ସେ ଅବାସରିଲାକ ପୁରୁଷାର୍ଥ ହେଲେ ମହାପାପୀଏ ରାଜାଗଣେ ମୋତେ ନ ମାନିବେ କଦାପି ।ଜରାସନ୍ଧ ମୁଖୁଁ ଏହି ବଚନକୁ ଶୁଣିକରଯୋଡ଼ି କହେ ଦମଘୋଷ ନୃପମଣି ।ତୁ ରାଜାଧିରାଜେଶ୍ୱର ଅଟୁ ମହାବୀରପରମ ପଣ୍ଡିତ ତୁମ୍ଭେ ଅତ୍ୟନ୍ତ ଚତୁର ।ତୁମ୍ଭେ ତ ଆପଣେ ଜାଣ ଏହା ନୃପଶ୍ରେଷ୍ଠୀହାରିବା ଜିଣିବା କ୍ଷତ୍ରୀଙ୍କର ବେଭାରଟି ।ଦଣ୍ଡ ଭେଦି ସାମ ଆମ୍ଭେ ବିଚାରିବା ପୁଣିଉପାୟ ବଳରେ ସିନା ଶତ୍ରୁ ହୋଏ ଜିଣି ।ଯେଉଁ ଶତ୍ରୁକୁ ନ ପାରି ପରାକ୍ରମ କରିସମୟେ କୌଶଳେ ତାକୁ ଯତ୍ନେ ସାଧ୍ୟକରି ।ସାମାନ୍ୟ ଶତ୍ରୁ ତୋହର ନୋହେ ଯଦୁନାହାଜାଣୁ ନା କି କେତେ କର୍ମ କରିଅଛି ଯାହା ।ଅତି ବଳବନ୍ତ ଅଟେ ମହାରାଜା କଂସଅଷ୍ଟମଲ୍ଲ ସହିତରେ କଲା ତାକୁ ନାଶ ।ସାନ୍ଦୀପନି ଘରକୁ ସେ ପାଠ ପଢ଼ିଗଲେଚତୁର୍ଦ୍ଦଶ ଦିବସରେ ସକଳ ଶିଖିଲେ ।ଷଡ଼ପୁତ୍ର ମରିଥିଲେ ସାନ୍ଦୀପନିଙ୍କରଯମପୁରୁ ଆଣି ତାକୁ ଦେଲେ ପୁନର୍ବାର ।ରୁକ୍ମିଣୀ ହରଣ କାଳେ କି କଥା ନ କଲେଲକ୍ଷେ ରାଜାଙ୍କ ମୁଖରେ କାଳି ଲଗାଇଲେ ।ତର୍କ ତାର୍କରେ ତାହାଙ୍କୁ ଧରି ଅବା ପାରିନୋହିଲେ ସାଧ୍ୟ ନୁହନ୍ତି କେବେ ରାମ ହରି ।ପଞ୍ଚଦଶ ବାର ଏବେ ହେଲା ଆମ୍ଭ ଧାଡ଼ିକଉଣସିମତେ ସେହୁ ଧରା ତ ନ ପଡ଼ି ।ଏ ମୋହର ବଚନକୁ ମାନ ମହାରାୟେସମୟେକ କୋପ ଶାନ୍ତି କରିବା ଉପାୟେ ।ଲେଉଟି ସମରାଜ୍ୟକୁ ଚାଲ ବେଗେ ଯିବାଚତୁର୍ମାସ୍ୟା ସାରି ପୁଣି ବାହୁଡ଼ି ଆସିବା ।ସାତମାସ ହେଲା ଆମ୍ଭେ ହେଲୁଣି ନିର୍ବଳଚରଣା ନ ପାଇ ଘୋଡ଼ା ହସ୍ତୀଏ ଦୁର୍ବଳ ।ଦେଖ ଏବେ ଚତୁର୍ମାସ୍ୟା ହେଉଛି ପ୍ରବେଶସର୍ବ ରାଜାମାନେ ଯାନ୍ତୁ ଯେ ଯାହାର ଦେଶ ।ସମରରେ ପଡ଼ିଛନ୍ତି ଅପ୍ରମିତ ବଳପୁଣି ଭିଆଇବେ ନୃପେ ଗଲେ ତା ସକଳ ।ଶୁଣିଣ ମଗଧେଶ୍ୱର ସନମତ କଲେସମସ୍ତ ରାଜାଏ ତାମ୍ବୁଳାଦି ଲାଗି ହେଲେ ।ଅନେକ ପ୍ରକାରେ ରାଜା କହେ କରଯୋଡ଼ିଚତୁର୍ମାସ୍ୟା ଶେଷେ ତୁମ୍ଭେ ଆସିବ ବାହୁଡ଼ି ।ରାମ କୃଷ୍ଣଙ୍କର ଯୋଗୁ ପାଇଲଇଁ ଲାଜସମସ୍ତଙ୍କୁ ଲାଗେ ସିନା ଅପମାନ ବୋଝ ।ଜରାସନ୍ଧଠାରୁ ରାଜାଗଣେ ଆଜ୍ଞାପାଇଯେ ଯାହାର ରାଜ୍ୟକୁ ସେ ଗଲେ ବିଦାହୋଇ ।ଅଙ୍ଗବଳ ସୈନ୍ୟ ଘେନି ଜରାସନ୍ଧ ରାୟେମଗଧ ଦେଶରେ ଯାଇ ପରବେଶ ହୁଏ ।ଇତି ଶ୍ରୀହରିବଂଶ ଏ ଧାଡ଼ି ଖଣ୍ଡ ପର୍ବପଞ୍ଚଦଶ ଧାଡ଼ି ଜରାସନ୍ଧ ଉପଦ୍ରବ ।ପବିତ୍ର ଶ୍ରୀଭାଗବତ ଗ୍ରନ୍ଥ ପୁଣ୍ୟମୟେଇଦଂ ଦ୍ୱାଦଶ ଅଧ୍ୟାୟ ସମାପତ ହୋଏ ।ଅଜ୍ଞାନ ମୁରୁଖ ଦୀନ ମୁଁ ଅଚ୍ୟୁତଦାସକେବଳ ଶ୍ରୀହରି ପଦ୍ମପାଦେ ମୋର ଆଶ ।