ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୭ / ୨୦
ସମ୍ପୂର୍ଣ୍ଣ ସୂଚୀପତ୍ର
ମୁଚୁକୁନ୍ଦ କୋପାନଳରେ କାଳଦମନ ଭସ୍ମ
ଶୁକମୁନି ବୋଇଲେ ହେ ଶୁଣ ପରୀକ୍ଷିତଅମୀୟ ପୀୟୁଷ ଏ ଯେ ଶ୍ରୀହରି ଚରିତ ।ଏମନ୍ତ ପ୍ରକାରେ ତହିଁ ଗଲା କେତେବେଳରଜନୀ ପାହି ହୋଇଲା ପ୍ରଭାତର କାଳ ।ସକଳ ସଇନିମାନେ ଥିଲେ ନିଦ୍ରାଯାଇଭାଙ୍ଗନ୍ତେ ନିଦ୍ରା ସେମାନେ ଉଠିଲେ ଚିତୋଇ ।ମାର ମାର ଧର ଧର ଶବ୍ଦ ଭୟଙ୍କରସମୁଦ୍ର ପରାୟେ ଶୁଭେ ମୁଖରାବ ଘୋର ।ଚାରିଊଣା ଲକ୍ଷେରାଜା ପଦାତି ସହିତେକରେ ଶସ୍ତ୍ର ଧରି ସର୍ବେ ଯାଇଁ ଯେଝାମତେ ।ମାର ମାର ଧର ଧର ଶବ୍ଦ ଘୋରରଡ଼ିପଥରମାନ ପୁରରୁ ପକାଇଲେ ତାଡ଼ି ।ସେହି ପଥର ନେଇଣ ପୋତିଲେଖ ଖଣାଜଣ ଜଣକରେ ଜୟ କରିଣ ପାତନା ।ଝିଙ୍କାଝିଙ୍କି କରି ଉପାଡ଼ିଲେ କାଠମାନକୁରାଢ଼ିରେ କବାଟକୁ କରିଦେଲେ ଚୂର୍ଣ୍ଣ ।ଯେ ଯାହା ରୂପରେ ସର୍ବେ ପଶିଲେ ଝସାଇଅତି ଆନନ୍ଦରେ କେହୁ ଆଗ ଡେଇଁଯାଇ ।ଦେଖିଲେକ ଘରମାନ ହୋଇଅଛି ତୁଚ୍ଛାବିହରନ୍ତି ବଳ ସର୍ବେ ଯେ ଯାହାର ଇଚ୍ଛା ।ପୁଣି ଭାଳନ୍ତି ଅଇଲୁ ଆମ୍ଭେ ଯହିଁପାଇଁସର୍ବଘର ତୁଚ୍ଛା ଏଥେ ଜଣେ କେହି ନାହିଁ ।କେବଳ ମାତ୍ର ରହିଛି ଅଟ୍ଟାଳି ଜଗତୀକନ୍ଦି ବିକନ୍ଦି ଖୋଜନ୍ତି ଆଡ଼ ଚଉକତି ।ଜରାମୁଖ ଚାହିଁ କାଳଦମନ ବୋଇଲାଭୋ ମଇତ୍ର ଏ କଥା ତ ଗହନ ହୋଇଲା ।ଯାହାର ନିମନ୍ତେ ଆସି ଏତେ କଷ୍ଟ ପାଇସର୍ବଘର ତୁଚ୍ଛା କେହି ଜଣେ ଏଥେ ନାହିଁ ।ଅଦୃଷ୍ଟ ଅଶ୍ରୁତ ଏହା ଅସମ୍ଭବ ଭଲାଏତେ ଲୋକ ରାତ୍ରେ ଥିଲେ କିଏ କେଣେ ଗଲା ।ଆମ୍ଭର ଥାଟ ଅଛନ୍ତି ଚଉକତି ବେଢ଼ିକାହିଁ ଲୁଚିଲେ ସେମାନେ ଗଲେ କିବା ଉଡ଼ି ।ଜଣେହେଁ ମନୁଷ୍ୟ ଏଥେ ନାହାନ୍ତି ତ ଭଲାକୀଟ ପତଙ୍ଗାଦି କେହି ଦୃଶ୍ୟତ ନୋହିଲା ।ଜରା ବୋଇଲାକ ମୁହିଁ କହୁଛି ଆଗହୁଁଅନେକ ବାର ସେ ତହୁଁ ଗଲେ କହୁଁ କହୁଁ ।ବଡ଼ ମାୟାବୀ ସେ ଦୁଇଭାଇ ଯେ ଅଟନ୍ତିହାତେ ଧରୁ ଧରୁଁ ସେହୁ ଫୋପଡ଼ାଇ ଯାନ୍ତି ।କୌଣସି ରୂପରେ ତାଙ୍କୁ ନ ପାରିଲୁ ଜିଣିତେଣୁ ମୁଁ ଆସିଛି ତୁମ୍ଭଙ୍କୁ ତ ସଙ୍ଗେ ଘେନି ।ମୋର ବିଦ୍ୟାବୁଦ୍ଧି ସବୁ ସରିଲା ଉପାୟେତୁମ୍ଭେ ଯାଦବ ବଳରେ କରିପାର ଜୟେ ।ତୁମ୍ଭ ବୁଦ୍ଧିବଳେ କାର୍ଯ୍ୟ କିଛି ତ ନୋହିଲାଜନମୁଖେ ଲାଜ ଅପବାଦ ଯେ ମିଳିଲା ।ଯେଉଁ ସମୟରୁ ଗଡ଼ ବେଢ଼ିଲୁଣି ଆସିକାର୍ଯ୍ୟ ସିଦ୍ଧ ହୋଇଥାନ୍ତା ଗଡ଼େ ଥିଲେ ପଶି ।ଭୋ ମଇତ୍ର ତୁମ୍ଭେ ମୋର ନ କରିଲ ବୋଲହେଳେ କାର୍ଯ୍ୟ ନଷ୍ଟ ହେଲା ନୋହିଲା ତ ଭଲ ।ଦମନ ବୋଇଲା ମଲା ଗଲା ଦୁହେଁ ସରିପଣ୍ଡିତ ଲୋକ ତହିଁକି ଶୋଚନା ନ କରି ।ତୁମ୍ଭେ ଆମ୍ଭେ ଦୁଇଜଣ ଯେବେ ଏକ ହୋଇକ୍ଷଣକରେ ଯାଦବଙ୍କୁ ପାରିବା ଯେ ଦହି ।ଲକ୍ଷେପୁର କରି ଗଡ଼ ବେଢ଼ନ୍ତେ ଚୌକତିଏହା ଦେଖିଣ ଗୋପାଳେ କଲେ ମହାଭୀତି ।ପ୍ରାଣର ବିକଳେ ସେହୁ ଲୁଚିଛନ୍ତି ଅବାଚାଲ ନିର୍ବନ୍ଧ କରିଣ ସକଳେ ଖୋଜିବା ।ଏହିରୂପେ ସେହି ଦୁହେଁ ହୋଇ କୁହାକୁହିଶ୍ରୀପୟରେ ବିଜେ କଲେ ଧରାଧରି ହୋଇ ।ପଛରେ ଗୋଡ଼ାଇଛନ୍ତି ଲକ୍ଷେକ ନୃପତିବାଙ୍କ ଗଳି ଥାନମାନ ଲୋଡ଼ି ଚଉକତି ।ବିଶ୍ୱକର୍ମାର ଘଟନ ମଥୁରା ନଗରୀବିଚିତ୍ର ପୁର ଯେସନେ ବାରସ୍ୱତୀ ପୁରୀ ।ଶ୍ରଦ୍ଧା ପାଇଣ ଦେଖନ୍ତି ସର୍ବ ଦଣ୍ଡଧାରୀଧନ୍ୟ ଏ ମଥୁରା ବୋଲି ପରଶଂସା କରି ।କୋଟିପାଦେ ଲକ୍ଷ୍ମୀ ଏଥେ ବିଜେ କରିଛନ୍ତିଏ ପୁରକୁ ତେଜିବାକୁ ହେଲା କେହ୍ନେ ମତି ।ଏସନକ ବିଚାରିଣ ଧାତିକାରେ ଗଲେନବରର ସିଂହଦ୍ୱାରେ ଯାଇଣ ମିଳିଲେ ।ଦେଖିଲେ ସକଳ ଶୋଭା ପାଏ ଦିବ୍ୟପୁରଦ୍ୱାଦଶ ତାଳଉତ୍ସର୍ଗ ଅଟେ ସିଂହଦ୍ୱାର ।କାଙ୍କୁଲା ବାଘମୁହାଁ ଯେ କମଳର ଶିରାଚନ୍ଦ୍ରମଣ୍ଡଳ ଜ୍ୟୋତିକୁ ଧବଳର ଧାରା ।ଉଭା ତ୍ରୋଣା ମେଲା କାନ୍ଥ ମଣ୍ଡଣି ଉପରେନେତ ପତାଙ୍ଗ ଉଡ଼ଇ ତହିଁ ନିରନ୍ତରେ ।ହାଟ ଦାଣ୍ଡ ପରିମଳ ରମଣୀୟ ସ୍ଥାନଦେଖିଣ ମୋହ ହୋଇବେ ସର୍ବ ଯୋଗୀଜନ ।କାଠ ଅରଗଳି ଫେରି ଭିତରକୁ ପଶିଦେଖିଲେ ସେ ପୁରେ ବାଳ କୁମରେକ ବସି ।ନୀଳେନ୍ଦିବର ପରାୟେ ବିରାଜଇ ତନୁନିର୍ମଳ ଆକାଶେ ଯେହ୍ନେ ଉଦେ ଇନ୍ଦ୍ରଧନୁ ।ମସ୍ତକରେ ଦିବ୍ୟଚୂଳ ବର୍ହିପୁଚ୍ଛ ଜିଣିକନ୍ଧମୂଳ ପରିଯନ୍ତେ ଲମ୍ବିଅଛି ବେଣୀ ।ବାହୁରେ ବାଜୁବନ୍ଧ ଯେ କର୍ଣ୍ଣରେ କୁଣ୍ଡଳଶ୍ରୀଭୁଜେ କଙ୍କଣ ଗଳେ ନବରତ୍ନ ମାଳ ।ଲଲାଟରେ ଚିତା ମୃଗନାଭିର କସ୍ତୁରୀହୃଦୟରେ ବନମାଳା ଅତ୍ୟନ୍ତ ମାଧୁରୀ ।ଝୀନବାସ ପରିଧାନ ହୋଇଛନ୍ତି ଅଙ୍ଗେବିଦ ମୁଦି କଙ୍କଣାଦି ସ୍ୱର୍ଣ୍ଣହାର ସଙ୍ଗେ ।ଗୋଡ଼େ ଗୋଡ଼ବଳା ବାନ୍ଧି ଅଛନ୍ତି ବାହୁଟିମଣି ମାଣିକ୍ୟ ମୁକୁତା ହୀରା କୋଟି କୋଟି ।ଅପୂର୍ବ ବାଳ ମୂରତି କନ୍ଦରପ ଶୋଭାସିଂହଦ୍ୱାର ମାଡ଼ିବସି ସେ ଦେବାଧିଦେବା ।ପାଦରେ ପାଦ ଛନ୍ଦିଣ ବସି ପଦ୍ମାସନେପୂର୍ବକୁହିଁ ମୁଖକରି ବିଜେ ଭଗବାନେ ।ଦେଖି ତାଙ୍କୁ ମୋହ ହେଲେ ସର୍ବ ମହୀପାଳଏକଦୃଷ୍ଟି କରିଣ ସେ ଚାହିଁଲେ ସକଳ ।ଜରା କାଳଦମନକୁ ଚାହିଁଣ ପୁଚ୍ଛଇଦେଖ ହେ ମଇତ୍ର ଏହା ଅପୂର୍ବ ଅଟଇ ।ରାଜ୍ୟଯାକ ଲୋଡ଼ିଲୁ ଯେ ବୁଲି ସବୁଠାରେକାହାରିକି ଜଣେ ମାତ୍ର ନ ଦେଖି ନେତ୍ରରେ ।ଆମ୍ଭମାନଙ୍କୁ ଦେଖି ଏ ନ କରଇ ଭୟେଆରମ୍ଭେ ବସିଅଛଇ ସିଂହଠାଣି ପ୍ରାୟେ ।ନଖ ମୁଖ ନାସିକା ୟା ଅତ୍ୟନ୍ତ ସୁସଞ୍ଚନାହିଁ ପଟାନ୍ତର ୟାକୁ ସ୍ୱର୍ଗପୁର ମଞ୍ଚ ।କେତେକାଳ ଧାତା ବସି ଗଢ଼ିଲା ୟା ଦେହବାହୁନିବା କେତେ ୟାର ରୂପଗୁଣଚୟ ।ଭ୍ରୂଲତା ମଦନଧନୁ କାମ ପଞ୍ଚବାଣଶର ଖଞ୍ଜିଲେ ବିନଷ୍ଟ ହେବ କାମୀପ୍ରାଣ ।ଇଷ୍ଟ ବାନ୍ଧବ ଏହାର କେହି ନାହିଁ ସଖାସର୍ବେ ପଳାଇଣ ଗଲେ ରହିଅଛି ଏକା ।କେ ଏହାର ପିଅର କେ ଅଟେ ୟାର ମାତୟାକୁ ଛାଡ଼ିଯିବା କେହ୍ନେ ବଳିବଟି ଚିତ୍ତ ।ଜରା ବୋଇଲା ଆମ୍ଭେ ତ ଆସୁ ଅତି ବେଗେନେଇ ନ ପାରି ପୁତ୍ର କେ ପଳାଇଲା ମାର୍ଗେ ।ଜୀବନ ବିକଳେ ତେଜିକରି ପୁତ୍ର ଭାର୍ଯ୍ୟାପଳାଇଲା ଧନ ଗୃହ କରିଣ ସେ ତେଜ୍ୟା ।କେବଳ ପ୍ରାଣ ଘେନିଣ ପଳାଇ ବିକଳେଶରୀର ରଖନ୍ତି ଲୋକ ବିପତ୍ତିର କାଳେ ।ଚୌରାଶୀ କୋଟି ଯାଦବେ ଥିଲେ ଗୃହ ବେଢ଼ିଅସମ୍ଭାଳ ହୋଇ ଗଲେ ଏ ବାଳକ ଛାଡ଼ି ।କେବଣ ନୃପତି ବୋଲେ ବଦନକୁ ଚାହିଁଆମ୍ଭଙ୍କୁ ଏ ନରପରି କେବେ ଦିଶୁନାହିଁ ।କିମ୍ଭୁତ ମାୟା ଏହାର ଜାଣି ତ ନ ପାରିକେବଣ ଦେବତା ଅବା ହୋଇ ଦେହଧାରୀ ।ବିପରୀତ କଥା ଏ ତ ଭଲ ଦିଶୁ ନାହିଁନୋହିଲେ ଏତେଲୋକ ତ ଗଲେ ଅବା କାହିଁ ।ଏମନ୍ତ ବିଚାର କରି ସର୍ବ ନରପତିଶ୍ରୀକୃଷ୍ଣଙ୍କ ଅଗ୍ରତରେ ମିଳିଲେ ଝଟତି ।ମଣିମା ମଣିମା ବୋଲି ଡାକେ ପଡ଼ିହାରୀଦୁଇରାଜା ସଙ୍ଗ ହୋଇ ଯାନ୍ତି ଧରାଧରି ।ପାତ୍ର ମନ୍ତ୍ରୀ ଅମନାତ୍ୟ ବଳ ଚତୁରଙ୍ଗଶ୍ରୀହରିଙ୍କ ରୂପ ଦେଖି ପୁଲକିତ ଅଙ୍ଗ ।ବିଶ୍ୱକୁଟ ରୂପ ଦେଖି ସର୍ବେ ହେଲେ ମୋହିଶ୍ରୀମୁଖକୁ ଉପଲକ୍ଷ୍ୟି ନ ପାରନ୍ତି କେହି ।ପଦ୍ମାସନେ ସିଂହଦ୍ୱାରେ ବିଜେ ଦେବ ହରିରାଜାମାନେ ବେଢ଼ିଛନ୍ତି ଲକ୍ଷେ ପୁର କରି ।ଗହଳରେ ପେଲାପେଲି ହୁଅନ୍ତେ ସରାଗେଏକକୁ ପର କରିଣ ଏକ ଯାଏ ଆଗେ ।କାଳଦମନ ବୋଇଲା ଶୁଣରେ ବାଳୁତସର୍ବେ ପଳାଇଲେ ତୁହି ରହିଲୁ କେମନ୍ତ ।ସକଳ ଯାଦବେ ଏଥୁ ଗଲେକ ପଳାଇକାହିଁ ରହିଛନ୍ତି ତାଙ୍କ ପତା ନ ମିଳଇ ।କାଳଦମନ ମୁଖରୁ ଏସନକ ଶୁଣିଦରହସିତେ ବୋଲନ୍ତି ପ୍ରଭୁ ଚକ୍ରପାଣି ।ଶୁଣ ତୁମ୍ଭେ ସାବଧାନେ ଗୋପାବଳୀ ବଳାଈଶ୍ୱର ବଳେ ଦମନ ଯୁଦ୍ଧେ ଅନର୍ଗଳା ।ତୁମ୍ଭ ସପ୍ତଦଣ୍ଡ ବାହିବାର ବାର୍ତ୍ତା ପାଇଯାଦବମାନେ ରହିଲେ ଦ୍ୱାରକାରେ ଯାଇ ।ପଶ୍ଚିମ ସମୁଦ୍ର ମଧ୍ୟେ ଦୁର୍ଜ୍ଜୟ ଯେ ଗଡ଼ସ୍ୱର୍ଣ୍ଣମୟ କୁଶସ୍ଥଳୀ ଅତିଅନ୍ତ ଗାଢ଼ ।ବଜ୍ର କିଳିଣି ଦେଇଣ ରହିଛନ୍ତି ତହିଁଶ୍ରଦ୍ଧାଥିଲେ ସେହିଠାକୁ ଯାଅ ଏବେ ବାହି ।ଜରାସନ୍ଧ ବୋଲେ ମୁହିଁ ଥିଲି ଗଡ଼ବେଢ଼ିଲୁହାର କବାଟମାନ ଥିଲି ତହିଁ ପାଡ଼ି ।ଏତେ ଲୋକମାନେ ଏଥୁ ଗଲେ କେଉଁବାଟେଦ୍ୱାରୁ ବାହର ହୁଅନ୍ତେ ପଡ଼ି ଥାଟେ ଭେଟେ ।କେଉଁ ଉପାୟେ ଗଲେ ସେ ଲାଗୁଛି ସନ୍ଦେହପାତାଳ ବିବର ବାଟେ ଗଲେ କି ନିଶ୍ଚୟ ।ଚାଲିଗଲେ ଅବଶ୍ୟ ତା ଖୋଜ ପଡ଼ିଥାନ୍ତାକହନ୍ତେ ଦୁର୍ଲ୍ଲଭ ଏହା ନ ଥିଲା ଶୁଣନ୍ତା ।କୃଷ୍ଣ ବୋଇଲେକ ସେହୁ ବିଷ୍ଣୁ ମାୟା କଥାତାହା ସଂକ୍ଷେପି କଥନେ କେହୁ ସାମରଥା ।ଦେବ ନିର୍ମାଣ ଦ୍ୱାରକା ଆଗୁ ହୋଇଥିଲାଗରୁଡ଼ ପିଠି ଉପରେ ତାଙ୍କୁ ବସାଇଲା ।ବସାଇ ପିଠିରେ ପକ୍ଷୀ ଶୂନ୍ୟେ ଗଲା ଉଡ଼ିନେଇଣ ସେ ଦ୍ୱାରକାରେ ସମସ୍ତଙ୍କୁ ଛାଡ଼ି ।କାଳଦମନ ବୋଇଲା ସର୍ବେ ଯେବେ ଗଲେତୁମ୍ଭଙ୍କୁ ଛାଡ଼ି ସଙ୍ଗତେ କିପାଇଁ ନ ନେଲେ ।ଜଗନ୍ନାଥ ବୋଇଲେ ମୁଁ ରହେ ଯହିଁ ପାଇଁସେ କଥା କହିବି ଶୁଣ ସାବଧାନ ହୋଇ ।ଚାରି ଊଣା ଲକ୍ଷେ ରାଜା ଆସିଛି ସକଳଏକ ଏକ ରାଜାଙ୍କର ଦଶକ୍ଷୌଣୀ ବଳ ।ସର୍ବ ରାଜାମାନଙ୍କର ଚରଚାର ପାଇଁଅନ୍ନ ବ୍ୟଞ୍ଜନ ଦେଇ ମୁଁ ତୋଷ କରିବଇଁ ।ଅଶ୍ୱ ଗଜ ପଦାତି ଯେ ଆସିଛ ସମସ୍ତଧର୍ମହାନି ହେବ ଚର୍ଚ୍ଚା ନ କଲେ ଏମନ୍ତ ।ଜରା ବୋଇଲା ମଇତ୍ର ଜାଣ ତଥ୍ୟବାଣୀନୁହଇ ବାଳୁତ ଏହି ଅଟେ ଚକ୍ରପାଣି ।ତୁମ୍ଭେ ତ ନ ଜାଣ କରେ ଏ ବଡ଼ କପଟଏସନକ ବହୁରୂପେ କରୁଥାଇ ନାଟ ।ଏହି ଧରୁଥାଇ ବହୁ ରୂପ ନାନା ବେଶଭଲ ଭଲ ଲୋକେ ଗଲେ ୟାର ଯୋଗୁ ନାଶ ।ଅଶେଷେ ନରପତିଙ୍କ ଗଜାଶ୍ୱ ପଦାତିସମରରେ ନାଶ ଗଲେ ଲକ୍ଷେକ ନୃପତି ।ସତର ବାର ପର୍ଯ୍ୟନ୍ତ ଧରୁ ଧରୁ ଯାଇନିର୍ବନ୍ଧ କରି ଧର ଯେ ଯିବଟି ପଳାଇ ।କାଳଦମନ ବୋଇଲା କାହୁଁ ଆମ୍ଭ ଭାଗ୍ୟଏହା ଯୋଗୁ ଜଗନ୍ନାଥ ପଡ଼ି ଆମ୍ଭ ଆଗ ।ଦେଖିଲେ ନାନା ପ୍ରକାରେ କରିବାଟି ନାଶଯାଦବେ ଜୀବନେ ଥାଇ କରିବେ ବା କିସ ।ଜରା ବୋଇଲା ମିତ ନ କର ଭ୍ରାନ୍ତି ମନଏହି ଶ୍ରୀକୃଷ୍ଣ ଅଟଇ ବଳଦେବ ସାନ ।ଚାରି ଊଣା ଲକ୍ଷେ ରାଜା ଘେନି ତୁମ୍ଭେ ବାହିଆନ କେ ରହିବ ଆଗେ ଏଡ଼େ ଭରସାହିଁ ।ଶବଦେ କମ୍ପୁଅଛଇ ଚରାଚର ସୃଷ୍ଟିଆନ ଲୋକ ହୋଇଲେ ଯେ ହୃଦ ଯାନ୍ତା ଫାଟି ।ବାଳୁତ ପୁଅର କାହିଁ ଭରସା ଏଡ଼େକଆଣ୍ଟେ ବଚନ କହିବ ହୋଇଣ ଉତ୍ସୁକ ।କୃତାନ୍ତକ ପ୍ରାୟ ଦିଶୁଅଛି ୟାର କାୟେଏହି ଯଶୋଦାନନ୍ଦନ କଂସ କଲା କ୍ଷୟେ ।ଜରା ବାକ୍ୟ ଶୁଣି କାଳଦମନ ପଚାରିକେ ତୁମ୍ଭର ପିତାମାତା କହ ତଥ୍ୟ କରି ।ଶ୍ରୀହରି ବୋଇଲେ ମୋର ବସୁଦେବ ପିତାଉଗ୍ରସେନର ନନ୍ଦିନୀ ଆମ୍ଭ ନିଜ ମାତା ।ବାଳୁତ କାଳରେ ଆମ୍ଭେ ଥିଲୁ ନନ୍ଦଘରେମଥୁରାରେ ଜନ୍ମ ହୋଇ ବଢ଼ିଲୁ ଗୋପରେ ।କାଳଦମନ ବୋଇଲା ଅଧିକ ନ କହକଥାର ଚାତୁରି ଶୁଣି ହୋଇଲଇଁ ମୋହ ।ସର୍ବଶୁଭେ ହେଲା ତୁମ୍ଭ ଆମ୍ଭ ଭେଟାଭେଟିଆମ୍ଭେ ଆସିଅଛୁ ତୁମ୍ଭ ନିମିତ୍ତ ଜାଣଟି ।କାର୍ଯ୍ୟସିଦ୍ଧି ହୋଇଲା ଯେ ଫିଟିଲା ସଙ୍କଟଅନେକ ଭାଗ୍ୟରେ ଆମ୍ଭେ ପାଇଅଛୁ ଭେଟ ।ଛୟାଣୋଇ ସସ୍ରରାଜା ଚତୁରଙ୍ଗ ବଳତୁମ୍ଭ ହେତୁ ବହୁ କଷ୍ଟ ପାଇଲେ ସକଳ ।ଏବେ ଆମ୍ଭର କାର୍ଯ୍ୟ ତ ହୋଇଲାକ ସିଦ୍ଧିବାହାସ୍ଫୋଟ ମାରି ହସେ ସେହି ନୃପନିଧି ।ଜରାସନ୍ଧ ବୋଲେ ମିତ ବିଚାରୁଛ କିସଏହି କୃଷ୍ଣ ଲାଗି ମୋର ହେଲା ସବୁ ନାଶ ।ଏକା ନାଶିଲା ଏ ଚାରି ଊଣା ଲକ୍ଷେ ବଳଏହା ହେତୁ ନାଶ ହେଲା କଂସରାଜା କୁଳ ।ଏହାକୁ ଦେଖି ମୋହର ପୋଡ଼ୁଅଛି ମନଏ ମୋର ପିତୃ ବଇରୀ ଅଟେ ନନ୍ଦନାନ ।ଭୋ ମଇତ୍ର ଏହାକୁଟି ଉପ୍ରୋଧ ନ କରନ ପୁଣ କହୁଁ କହୁଁ ଏ ଯାଏ ଧାତିକାର ।କାଳଦମନ ବୋଇଲା ବାଇ ପ୍ରାୟ କହୁଜାଲେ ପଡ଼ିଥିବା ମୀନ ଉବୁରିବ କାହୁଁ ।ଏତେବେଳ ପରିଯନ୍ତେ ନୋହିଥିଲା ଭେଟଏବେ ପଡ଼ିଅଛି ନିଶ୍ଚେଁ ପଡ଼ିବ ସଙ୍କଟ ।ଆଖି ଆଗରେ ବିଧାତା କଲାଣି ଯେ ଆଣିଏହାର ମାୟା ବୁଝିଣ ଅଇଲି ମୁଁ ଜାଣି ।ସାର୍ଥକ ହୋଇଲା କାର୍ଯ୍ୟ ନିଶ୍ଚେଁ ହେବ ସିଦ୍ଧିପ୍ରାଣେ ନ ମାରି ଜୀବନ୍ତା ନେବଇଁ ମୁଁ ବାନ୍ଧି ।ସମୟେକ ବନ୍ଦିରେ ଯେ ନେଇଣ ରଖିବାଦୋଷ ଦେଖିଣ ଏହାକୁ ନିତି ଦଣ୍ଡୁଥିବା ।କୃଷ୍ଣ ମୁଖ ଦେଖି କାଳଦମନ ବୋଇଲାନିଶ୍ଚୟ କାଳ ତୋହର ସମାପତ ହେଲା ।ସୁମର ଗଉଡ଼ ଏବେ ତୋର ପିତା ମାତାସୁମର ଗଉଡ଼ ତୋର ଯେ ଇଷ୍ଟ ଦେବତା ।ଏତେ ବୋଲି ଉପରକୁ ପଡ଼େ ବେଗେ ଧାଇଁଜଗନ୍ନାଥ ଉଭା ହେଲେ ଖଣ୍ଡେ ଦୂରେ ଯାଇ ।ବିଜୁଳି ପରାୟେ ଖସିଲେକ ଚକ୍ରଧରସର୍ବ ରାଜାମାନେ ଦେଖି ହେଲେ ଚମତ୍କାର ।ଫାଶରେ ଯେଉଁ ରୂପରେ ବାୟୁ ନୋହେ ଧରିତେସନ ସଂଜାତ କରି ଖସିଗଲେ ହରି ।କାଳଦମନ ବୋଇଲା ମଲାବେଳେ ପ୍ରାଣୀଅବଶ୍ୟ ନିସତ ହୁଏ ସର୍ବେ ଏହା ଜାଣି ।ଯେ ଯାହାର କର୍ମଫଳ ଅବଶ୍ୟ ଭୁଞ୍ଜଇମୋହର ଛାମୁକୁ ତୁହି ଲୋଡ଼ୁକିରେ ଯାଇ ।ଅନିମିତ୍ତେ କଷ୍ଟ ତୁରେ ପାଇବୁଟି ଆଜନିସତ ହୋଇବାରେ ତ କିଛି ନାହିଁ କାର୍ଯ୍ୟ ।କ୍ଷତ୍ରିୟ କୁଳରେ ଜନ୍ମି ମରଣକୁ ଡରିଶତେ ଜନ୍ମ ପରିଯନ୍ତେ ଗଉରବେ ପଡ଼ି ।କେସନେ ବୋଲନ୍ତି ତୋତେ ଯଦୁବଂଶ ଜାତବସୁଦେବ ପିତା ତୋର ଦେବକୀ ଯେ ମାତ ।ସେହି କଥାମାନ ଅଟେ ତୋର ସବୁ ମାୟାନିଶ୍ଚେଁ ଜାଣିଲି ତୁମ୍ଭର ଗଉଡ଼ ବିଷୟା ।ତୁହି ଯେବେ କ୍ଷତ୍ରି ବୀର୍ଯ୍ୟେ ହୋଇଥାନ୍ତୁ ଜାତତେବେ ତୁହି ନ ହୁଅନ୍ତୁ ମରଣେ ନିସତ ।ଏହା କହି ଧନୁଗୁଣ ଟଙ୍କାର ସେ କଲାନାଗ ପାଶଶର ବେଗେ ମନରେ ସ୍ମରିଲା ।ଏସନ ସ୍ୱରୂପ ଦେଖି ଲକ୍ଷ୍ମୀଦେବୀ ସାଇଁଭାବିଲେ ଆମ୍ଭ ହସ୍ତରେ ୟାର ମୃତ୍ୟୁ ନାହିଁ ।ପ୍ରସନ୍ନରେ ବର ଦେଇଛନ୍ତି ଉମାସାଇଁଜାତ କରିଛନ୍ତି ୟାକୁ ଯାଦବଙ୍କ ପାଇଁ ।ପରିଶ୍ରମ ପାଇବା ନା ନ ହୋଇବ କାର୍ଯ୍ୟକପଟେ ପ୍ରାଣ ଏହାର ଘେନିବଇଁ ଆଜ ।ଏସନ ବିଚାର କରି ଦେବ ଚକ୍ରପାଣିକାଳଦମନକୁ ଚାହିଁ କହି ମଞ୍ଜୁବାଣୀ ।ତୁ କାଳଦମନ ଅଟୁ ରାଜାଧିଙ୍କ ରାଜାଚାରି ଊଣା ଲକ୍ଷେ ରାଜା କରି ପାଦପୂଜା ।ଅଭିସାରିକା ଲକ୍ଷଣେ ହୋଇଅଛୁ ଜନ୍ମତୋହ ଭଳି ଲୋକ କେହ୍ନେ ଲଙ୍ଘିବଟି ଧର୍ମ ।ଜାଣୁଛୁ ଏକାକୀ ଆମ୍ଭ କରେ ଶସ୍ତ୍ର ନାହିଁଧନୁରେ ଶର ତୁ ପୂରାଇଲୁ କିସ ପାଇଁ ।ତୁହି କି ଭଲରେ ଜାନୁ ସଂଗ୍ରାମର ବିଧିଶୂରବନ୍ତ ଶକ୍ତା ତୁହି କ୍ଷତ୍ରୀ ଗୁଣନିଧି ।ଛୟାଣୋଇ ରାଜାଙ୍କର ଯେତେକ ସଇନିଜରାସନ୍ଧ ରାଜା ସବୁ ଆଣିଅଛି ଘେନି ।ରଥୀ ମହାରଥୀ ଆଦି ରଣେ ଅନର୍ଗଳଜଣକେ ଜିଣି ପାରନ୍ତି ସ୍ୱରଗ ପାତାଳ ।ଏକା ଜଣକୁ ତୁମ୍ଭେ ତ ସର୍ବେ ବେଢ଼ିଅଛବିଶେଷରେ ଧର୍ମପଥ ଛାଡ଼ିବାକୁ ଇଚ୍ଛ ।ସତ୍ୟେ ରହିଅଛି ଚରାଚର ଏ ଜଗତସତ୍ୟେ ଚନ୍ଦ୍ର ସୂର୍ଯ୍ୟ ହେଉଛନ୍ତି ଆତଯାତ ।ସତ୍ୟରେ ସମୁଦ୍ର ପୁଣି ନ ଲଙ୍ଘଇ କୂଳସତ୍ୟରେ ମେଘମାନେ ଯେ ବରଷନ୍ତି ଜଳ ।ସାତ ବାର ସତାଇଶ ନକ୍ଷତ୍ର ଯେ ତିଥିସତ୍ୟେ ଆତଯାତ ସିନା ହେଉଅଛି ପୃଥ୍ୱୀ ।ତାର ବାର ଯୋଗ ଆଦି କରଣ ସହିତେସତ୍ୟେ ଆତଯାତ ହେଉଅଛନ୍ତି ସମସ୍ତେ ।ସତ୍ୟେ ବେଦ ବେଦାନ୍ତାଦି ସାଧି ସର୍ବ କର୍ମତୁହି ମହାରାଜା ହୋଇ ଛାଡ଼ୁ କେହ୍ନେ ଧର୍ମ ।କାଳଦମନ ସନ୍ତୋଷ ଜଗନ୍ନାଥ ବୋଲେବୋଇଲା ଜଣ ଜଣକେ ସଂଗ୍ରାମ ମୋ ତୁଲେ ।ଚାରିଊଣା ଲକ୍ଷେ ରାଜା ଅଛୁଟି ପ୍ରମାଣଜଣ ଜଣକର ବିନୁ ନ କରିବୁ ରଣ ।ଏ ଆମ୍ଭର ସତ୍ୟ ସତ୍ୟ ତିନିବାର ସତ୍ୟକାହା ସଙ୍ଗରେ ଯୁଝିବ ଆଗ ହେ କୁହତ ।ଜଗନ୍ନାଥ ବୋଇଲେ ମୁଁ ଅଖଡ଼େ ପଡ଼ିଛିଜଣ ଜଣକେ ବାହାର ହୁଅ ବେଗେ ବାଛି ।ହାତୀ ରଥୀ ଅଶ୍ୱାରୋହୀ ପଦାତି ସହିତେଚାରି ଊଣା ଲକ୍ଷେ ରାଜା ଅଛ ଯେ ସମସ୍ତେ ।ଧର୍ମପଥେ ଚାଲ ମୂର୍ଖପଣ ନ ଆଚରକାଳଦମନ ବୋଇଲା କେତେ ଦୃଢ଼ କର ।ଜରାସନ୍ଧ ବୋଇଲା ହୋ କର ପୀଢ଼ କେତେତୁମ୍ଭ ଆମ୍ଭର ସମର ହୋଇବ ଯୁକତେ ।ମୀନର ଗଳାରେ ଏବେ ଲାଗିଅଛି ଫାଶୀନ ପୁଣ ହେମନ୍ତ କରି ଯାଉଁ ହାତୁଁ ଖସି ।କାଳଦମନ ବୋଇଲା ସର୍ବେ ହୁଅ ଦୂରମୋହର ଆଗରେ ଆସି କରୁ ସେ ସମର ।ତୁମ୍ଭମାନଙ୍କର କାର୍ଯ୍ୟ ନୋହିବଟି ଜାଣଯେଝାମତେ ସର୍ବେ ପାଇଅଛ ଲାଜ ପୁଣ ।ଶୁଣି ଅପସରି ଗଲେ ସର୍ବେ ଦଣ୍ଡଧାରୀଶସ୍ତ୍ର ଛାଡ଼ି ହୋଇଲେକ ସେ ଦେଖଣାହାରୀ ।କେଉଁ ଯୁଦ୍ଧ କରିବା ହୋ କାଳଦମ୍ନ ଭଣେଶ୍ରୀହରି ବୋଇଲେ ମାଲଯୁଦ୍ଧ ମୋ ପ୍ରମାଣେ ।ଶୁଣିଣ କାଳଦମନ ସନ୍ତୋଷ ହୋଇଲାସମସ୍ତ ଶସ୍ତ୍ରମାନଙ୍କୁ ରଥରେ ଥୋଇଲା ।ବୀରବେଶେ କର୍ଣ୍ଣାଞ୍ଚଳ ଆୟମାନ ଛାଡ଼ିତ୍ରିକସି ବସନ ଛନ୍ଦେ ଅତି ଆଣ୍ଟେ ଭିଡ଼ି ।କାନ୍ଧରୁ ପଇତା କାଢ଼ି ବାନ୍ଧିଲା ଅଣ୍ଟାରେଅଷାଢ଼ୁଆ ସୂତା କାଢ଼ି ଭିଡ଼ିଲା ଗଳାରେ ।ବିନ୍ଧାଣ ଗତି କରିଣ ହେଲା ବୀର ଉଭାଭୟଙ୍କର ବଦନ ତା ମନ୍ଦରର ପ୍ରଭା ।ଶ୍ରୀକୃଷ୍ଣ ଉପରେ ବୀର ପଡ଼ିଲାକ ଧାଇଁହୁଂକାର କରି ବିଧାଏ ମାରେ ଆଣ୍ଟେ ନେଇ ।ଶ୍ରୀକୃଷ୍ଣଙ୍କ ଅଙ୍ଗେ ବାଜେ ଯେହ୍ନେ ବଜ୍ରାଘାତତାହା ସମ୍ଭାଳିଣ ଦୂରେ ଉଭା ଜଗନ୍ନାଥ ।ଦେଖି ଧାଏଁ କୋପେ କାଳଦମନ ନୃପତିଆଉ ଏକ ବିଧା ମାରେ ନେଇକରି ଛାତି ।ପୁଣି ବଜ୍ର ବିଧାମାରେ ନେଇଣ ପିଠିରେଶ୍ରୀକୃଷ୍ଣ ନିବାରିଲେ ତା ବିଚିତ୍ର ଗତିରେ ।ତତକ୍ଷଣେ ଅଦୃଶ୍ୟ ଯେ ହେଲେ ଦେବହରିପୁଣି ଖଣ୍ଡେଦୂରେ ଯାଇ ନିଜ କାୟା ଧରି ।କାଳଦମନ ଦେଖିଣ ଧାଏଁ ଅତି ବେଗେନିମିଷକେ ମିଳେ ଆସି ଶ୍ରୀକୃଷ୍ଣଙ୍କ ଆଗେ ।ରଟମଟ ଘୋର ଦନ୍ତ ଭୟଙ୍କର ରୂପେଜଗବନ୍ଧୁଙ୍କୁ ଚାହିଁଣ ବୋଲେ ପରିତାପେ ।କ୍ଷତ୍ରିୟ ଧର୍ମ ଛାଡ଼ି ତୁ ହୋଇଲୁ ନିସତସମ୍ମୁଖ ସମରେ ଆଜ ବୁଝିବାକ ତତ୍ତ୍ୱ ।ଦେହେ ଦେହ ଲଗାଇଣ ସମର କରିବାକିଏ ସେ ହାରିବ କିଏ ଜିଣିବ ଜାଣିବା ।ଜଗନ୍ନାଥ ବୋଇଲେକ ଯୁଦ୍ଧର ଏ ରୀତିଚୂହାଣ ବୁଲାଣ ଆଉ ନାହାଣ ଏମନ୍ତି ।ଯୁକତେ କରିବା ଆମ୍ଭେ ଆଗ ମାଲବନ୍ଧକପଟେ କହନ୍ତି ଏହି କଥା ଯେ ଗୋବିନ୍ଦ ।ତେଣୁ ଆମ୍ଭେ ଅପସରି ଯାଉ ପୁଣି ପୁଣିଦଗା ଦେଇଣ ପଳାଉ ଆମ୍ଭେ ଏହା ଜାଣି ।ଧାଇଁଲେ ଫୁଟିବୁ ଏହା ଜାଣୁ ଆମ୍ଭେ ଭଲେତୁହି ତ ନ ଛାଡ଼ିବୁଟି ନିସତ ହୋଇଲେ ।ଲାଗେ ଲାଗେ ଗୋଡ଼ାଇବୁ ପ୍ରତ୍ୟକ୍ଷରେ ତୁହିଲାଗି ହୋଇଲେକ ଆମ୍ଭେ ଯାଉ ତ ପଳାଇ ।ଏତେ ବୋଲି ଧାତିକାରେ ଧାଇଁ ଦେବ ହରିଶୂନ୍ୟେ ଶୂନ୍ୟଚିରା ମାରି ଯାନ୍ତି ଅପସରି ।ବିଚାର କରନ୍ତି ଦେବେ ଥାଇ ସ୍ୱର୍ଗପୁରେଆମ୍ଭର ଦଶା ଫେରିବ ନିଶ୍ଚୟ ଏ ବାରେ ।ଏତେ ବୋଲି ଧୀର କରି ଚାହିଁ ଦେବବୃନ୍ଦପିଠି ଦେଇଣ ପଳାନ୍ତି ଅପେ ଆଦିକନ୍ଦ ।କାଳଦମନ ବୋଇଲା ଦୃଢ଼େ ପୀଢ଼ କରିଚୋର ପରାୟେ ପଳାଉ କେହ୍ନେ ନରହରି ।ଏତେ ବୋଲି ଧାମଇଁ ସେ ଅତ୍ୟନ୍ତ ପ୍ରଖରେଶ୍ୟମଳ ପକ୍ଷୀ ପରାୟେ ଉଠି ଧାତିକାରେ ।ପଛରେ ଗୋଡ଼ାଇଚନ୍ତି ସର୍ବ ନୃପରାୟେତେଜ ଲାଗୁଅଛି ପଞ୍ଚାଶତ କ୍ରୋଶଯାଏ ।ଶୁଣ ପରୀକ୍ଷ ରାଜନ ସୂତମୁନି ଭଣିଅତି ଭାଗ୍ୟେ ଭାଗବତ ପୁରାଣର ଧ୍ୱନି ।କହୁ କହୁ ବହୁଦୂରେ ପଳାଇ ଶ୍ରୀହରିମାୟାଧର ପୁରୁଷକୁ ଧରି କେବା ପାରି ।କାଳଦମନ ଗୋଡ଼ାଏ କରି ପ୍ରାଣ ପୀଢ଼ହସ୍ତରେ ହସ୍ତ ବଜଇ ଗୋଡ଼େ ବାଜେ ଗୋଡ଼ ।ଗୋଡ଼ାଉଁ ଗୋଡ଼ାଉଁ ହରି ଉଛୁଡ଼ି ପଳାନ୍ତିଫୁଟି ରହିଣ ଥୋକାଏ ଦୂରେ ଚାହିଁ ଦ୍ୟନ୍ତି ।ମାୟଧର ସ୍ୱାମୀ ସମସ୍ତଙ୍କୁ ମାୟା କଲେଏକା ଘଡ଼ିକେ ସହସ୍ର ଯୋଜନ ଯେ ଗଲେ ।ପଶ୍ଚିମରାଷ୍ଟ୍ର ଯେ ତୁଙ୍ଗଭଦ୍ରା ନଦୀକୂଳେଇନ୍ଦ୍ରଗିରି ନାମେ ତହିଁ ପର୍ବତର ତଳେ ।ଭରଦ୍ୱାଜ ମହାଋଷି ମଠ କରିଥିଲେମୟ ନାମେ ବିଶ୍ୱକର୍ମା ପୁର ନିର୍ଭାଇଲେ ।ନିହାର ଘେନି କୁନ୍ଦିଲେ ସେ ପର୍ବତ ଗୋଟିମନ୍ଦିର ରଚିଲେ ତହିଁ ଅତି ସୁନ୍ଦରଟି ।କୋଶେ ଆୟତନ ତାର ମଧ୍ୟ ମହାସଞ୍ଚନାହିଁ ପଟାନ୍ତର ତାକୁ ସ୍ୱର୍ଗ ଆଦି ମଞ୍ଚ ।ପଞ୍ଚନଳ ଆୟତନ ବଖରା ଗୋଟିଏବଖରାକୁ ବଖରା ଯେ ଅତି ଶୋଭାପାଏ ।ହୀରା ଲୀଳା ବଇଡ଼ୁର୍ଯ୍ୟ ଲୁଳେ ପନ୍ତି ପନ୍ତିମଣି ମାଣିକ୍ୟ ପାତିଆମାନ ଶୋଭାପାନ୍ତି ।ଗଜଦନ୍ତର ପିତୁଳି ପୋହଳାର କାଠିସୁରଙ୍ଗ ପାଟକେଶର ଶୋଭାରେ ପ୍ରକଟି ।ସ୍ଫଟିକ ପାବଚ୍ଛ ପୀଢ଼ ସ୍ୱର୍ଣ୍ଣ ଜ୍ୟୋତିର୍ମୟେଶତେ ଚନ୍ଦ୍ରକାନ୍ତି କିବା ହୋଇଛି ଉଦୟେ ।ଚନ୍ଦ୍ରାତପ ପରେ ଇନ୍ଦ୍ର ଗୋବିନ୍ଦର କମରସାଣର ପାନପତ୍ର ଶତେବାନି ହେମ ।ନେତ ପତନି ସିନ୍ଧୁଆ ଶାଢ଼ୀ ଯେ ମାଞ୍ଜିଷ୍ଠବସନ୍ତ କାଳର ରଙ୍ଗ ମାଧବୀର ପାଟ ।ରଙ୍ଗ ଶୁକଳ ଚାମର ଦିବ୍ୟ ପଦ୍ମକାନ୍ତିମଣି ମାଣିକ୍ୟ ମୁକୁତା କେଶର ଶୋଭନ୍ତି ।ଜାଈ ଯୂଈ ମଲ୍ଲୀ ଚମ୍ପା ଆଦି ଶତଦଳଅମଳାନ ସୁରଗନ୍ଧ ପୁଷ୍ପ ଧଣ୍ଡାମାଳ ।ଆମ୍ବ ପଣସ କଦଳୀ ଜାମୁ ନଟୀକାଳଇକ୍ଷୁ ଦାରାକ୍ଷ ପଇଡ଼ ଆଉ ଜାତିଫଳ ।ଖଜୁରୀ ବଦରୀ ଆଦି ଡାଳିମ୍ବ କଇଥଅମୃତ ପଦାର୍ଥମାନ ଅଛଇ ବହୁତ ।ସେ ଭୁବନ ମଧ୍ୟେ ଏକ ମଣ୍ଡପ ଶୋଭଇମଧ୍ୟାହ୍ନେ ଆଦିତ୍ୟ ପ୍ରାୟେ ଜ୍ୟୋତି ବିରାଜଇ ।ତହିଁ ମଧ୍ୟରେ ବିଚିତ୍ର ପଲ୍ୟଙ୍କ ପ୍ରମାଣିହଂସୁଲି ସୁପାତି ଶେଯ ହୋଇଛି ବିଛଣି ।ତହିଁପରେ ସେବତୀର ପାଖୁଡ଼ାକୁ ସିଞ୍ଚିକର୍ପୂର ଗୁଣ୍ଡି ତା ପରେ ଯତନରେ ବିଞ୍ଚି ।ଏମନ୍ତ ଅପୂର୍ବ ଶଯ୍ୟା ପଟାନ୍ତର ନାହିଁସେ ପଲ୍ୟଙ୍କେ ମୁଚୁକୁନ୍ଦ ଛନ୍ତି ନିଦ୍ରା ଯାଇ ।ଅନେକ କାଳରୁ ତହିଁ ଶୋଇଣ ଅଛନ୍ତିଆଠସସ୍ର ବର୍ଷଯାଏ ନିଦ୍ରିତ ସେ ଅତି ।ତେତିଶକୋଟି ଦେବତା ଛନ୍ତି ବରଦେଇତେଣୁକରି ଅଚେଷ୍ଟାରେ ନିଦ୍ରା ଛନ୍ତି ଯାଇ ।ଇଷ୍ଟବନ୍ଧୁ କୁଟୁମ୍ବାଦି ସହୋଦର ସଖାସନ୍ନିଧେ କେହି ନାହାନ୍ତି ଶୋଇଛନ୍ତି ଏକା ।ବାହାରରେ ପଡ଼ିହାରୀ ଦ୍ୱାର ଅଛି ଜଗିଶ୍ରୀକୃଷ୍ଣ କାଳଦମନ ଧାଇଁ ଅତି ବେଗି ।ପର୍ବତ ବେନି କୋଶରୁ ଚଉଦ ପହଣ୍ଡବିଚିତ୍ର ଦ୍ୱାର ଫିଟିଛି ତହିଁ ଦିବ୍ୟ ଦାଣ୍ଡ ।ନିରିମଳ ପଥ ଅପୂରୁବ ଦାଣ୍ଡ ପାଇଶ୍ରୀକୃଷ୍ଣ ଦମନ ଦୁହେଁ ଯାଉଛନ୍ତି ଧାଇଁ ।ଥୋକେ ଦୂରେ ଦେଖିଲେ ସେ ବିବରର ଦ୍ୱାରଛାମୁରେ ଅଛଇ ସିଂହ ଅତି ଶୋଭାକର ।ଅପୂର୍ବ ମଣ୍ଡଳ ତାର ଦ୍ୱାର ଦିବ୍ୟପଡ଼ାନବ ରତନେ ନିର୍ମାଣ କବାଟର ପୁଡ଼ା ।ଆଗରୁହୁଁ ଫିଟି ଦିଶୁଅଛି ମେଲା ବାଟପୁଡ଼ାକୁ ପୁଡ଼ା ଫିଟିଛି ପଡ଼ିଛି କବାଟ ।ଶ୍ରୀ ଜଗନ୍ନାଥ ପଳାନ୍ତି ଗୋଡ଼ାଏ ସେ ବୀରଧରଣୀ ନ ସହେ ଦନୁଜଙ୍କ ପାଦଭର ।ସଙ୍ଗେ ସଙ୍ଗେ ଗୋଡ଼ାଇଛି ନ ରହିଣ କାହିଁସତ୍ୟ କରିଛନ୍ତି ଶସ୍ତ୍ର ନ ଧରିବେ କେହି ।କାଳଦମନ ଗୋଡ଼ାଏ ରୋଷେ ପଛେ ପଛେହାତେ ହାତ ବାଜି ପଳାବନ୍ତି ଶିରୀବତ୍ସେ ।କେତେକ ଦୂରରେ ଯାଇ ଅଦୃଶ୍ୟ ହୁଅନ୍ତିଆଡ଼ଭଙ୍ଗୀ ଦେଇ ଖଣ୍ଡେଦୂରେ ଉଭା ହ୍ୱନ୍ତି ।ସର୍ବେ ଦେଖୁଛନ୍ତି ଧାଇଁଯାନ୍ତି ବିଶ୍ୱବାସୀଦୁଆର ଜିଣିଣ ସେହୁ ଭିତରକୁ ପଶି ।କାଳଦମନ ଶ୍ରୀକୃଷ୍ଣ ଦେହ ଲଗାଲଗିଅପୂର୍ବ ଗୃହେ ପଶନ୍ତି ଯାଇ ବେଗି ବେଗି ।ପେଲାପେଲି ହୋଇ ପଶି ଥୋକାଏ ନୃପତିଦେଖଣାହାରିଏ ଠିଆ ହୋଇଣ ଦେଖନ୍ତି ।ରଥ ଗଜ ଅଶ୍ୱ ସଙ୍ଗେ ନାହିଁତ କାହାରଠଣାବଣା ସନ୍ଧିଆଦି ଜଗି ଯେ ଯାହାର ।ଏହିପରି ଥୋକେଦୂର ଗଲେ ଲକ୍ଷ୍ମୀସାଇଁଦେଖିଲେ ତା ମଧ୍ୟେ ମୁଚୁକୁନ୍ଦ ଛନ୍ତି ଶୋଇ ।ଅପୂର୍ବ ପଲ୍ୟଙ୍କ ପରେ ଶୋଇଣ ଅଛନ୍ତିଅଚେଷ୍ଟାରେ ଘୋରନିଦ୍ରା ସେହି ଯାଇଛନ୍ତି ।ଦଣ୍ଡେମାତ୍ର ଛିଡ଼ାହୋଇ ପବନ ଆଘାତେମଣ୍ଡପ ପରେ ଉଠିଲେ ଯାଇ ଜଗନ୍ନାଥେ ।ଉଲୁକ ମନ୍ତ୍ର ସୁମରି ଦେହ ଗୋପ୍ୟ କଲେଡାହାଣ ସ୍ତମ୍ଭରେ ଯାଇ ଲୁଚିଣ ରହିଲେ ।କାଳଦମନ ଗୋଡ଼ାଇଅଛି ଯେ ନିଠାଇଧାଇଁ ମଣ୍ଡପ ଉପରେ ଉଠି ବେଗେ ଯାଇ ।ଚାରିକତି ଚାହଇଁ ସେ କାହିଁ ନ ଦିଶଇଦେଖିଲେ ପଲ୍ୟଙ୍କେ ପୁରୁଷେକ ଅଛି ଶୋଇ ।ନୀଳେନ୍ଦିବର ପରାୟେ ବିରାଜଇ ତନୁନୀଳମେଘେ ଉଦେ କିବା ହୁଏ ଇନ୍ଦ୍ରଧନୁ ।ଦ୍ୱିତୀୟ କୃଷ୍ଣ ପରାୟ ଶରୀର ଦିଶଇଜାଜ୍ୱଲ୍ୟମାନ ଜ୍ୟୋତିରେ ଦେହ ବିକାଶଇ ।ନିମିଷେ ଭେଟିଲା ଯାଇ ସେ କାଳଦମନଛାତି ଦକଦକ ତାର ମନ ଛନ୍ନଛନ୍ନ ।ନିଶ୍ଚୟେ ଜାଣିଲା ଏହି ନନ୍ଦନ ତନୟେମୋ ଛାମୁରୁ ଅଇଲାକ ଏତେଦୂର ଯାଏ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ମୁଁ କ୍ଷଣେ ପାରେ ବୁଲିମୋହର ନାମରେ ପଡ଼େ ପୃଥିବୀରେ ହୁରି ।ଏ ବାଳଛେଉଣ୍ଡା କଷ୍ଟ ଦେଲା ଏତେବେଳଏବେ ସେ ଏହାର ନିଶ୍ଚେଁ ପୂରିଲାତ କାଳ ।ଏତେଦୂର ଧାଇଁ ଫୁଟି ନ ପାରନ୍ତେ ଚଳିନିଶ୍ଚେଷ୍ଟ ହୋଇ ଏ ସ୍ଥାନେ ଶୁଏ ବନମାଳୀ ।ପୁଣି ବିଚାରଇ ଅବା ମୋହେ ନିଦ୍ରା ଗଲାଆସୁ ଆସୁ ଏତେ ବେଗେ କିପରି ଶୋଇଲା ।ପୁଣି ବିଚାରଇ ମନେ ମଲା ଧାଇଁ ଧାଇଁକି ଅବା ଏ କପଟରେ ମହାନିଦ୍ରା ଯାଇ ।ନିଦ୍ରିତ ପ୍ରାଣୀ ମାଇଲେ ପାପ ଶାସ୍ତ୍ରପଥେଏମନ୍ତେ ବିଚାରି ଅବା ଶୋଇଛି ନିସତେ ।ପୁନରପି ବିଚାରିଲା କିବା ରାଜଯୋଗମୃତ୍ୟୁକାଳେ ମିଳେ ଇନ୍ଦ୍ର ସମ୍ପଦର ଭୋଗ ।ଯେଝାର ଭକ୍ଷ ପାଇଲେ ଅବଶ୍ୟ ତା ଖାଇବୋଲେରେ ଛେଉଣ୍ଡାମୋତେ ଏମନ୍ତ ଭଣ୍ଡାଇ ।ତୋ ନିମନ୍ତେ ଏତେ ରାଜା ଆସି ଶ୍ରମପାଇଏହା କହି କର୍ଣ୍ଣମୂଳେ ବିଧାମାରେ ନେଇ ।କାଳଦମନ ବିଧାରେ ବହୁକଷ୍ଟ ପାଇନିଦ୍ରାଭଗ୍ନେ ମୁଚୁକୁନ୍ଦ ଚାହିଁ ଆଖିଫେଇ ।ରୋମ ଟାଙ୍କୁରନ୍ତେ ଦେହ ଲାଗିଲାକ ପ୍ରାସକାଳଦମନ ତତ୍କ୍ଷଣେ ହୋଇଲା ପାଉଁଶ ।ଦେବାଧିଦେବଙ୍କ ଶ୍ରେଷ୍ଠ ଯେଉଁ ଦେବ ହରିତାହାଙ୍କ ମାୟାରୁ କେବା ଯିବଟି ଉବୁରି ।ଅଶେଷ ମହିମା ଯାର କହି ଅନ୍ତ ନୋହିକେବଣ କଥାକୁ କରି ନ ପାରନ୍ତି ସେହି ।ଆତ୍ମାର ଆତ୍ମା ସେ ଥାନ୍ତି ଚରାଚର ଦେହୀନବଖଣ୍ଡ ମଦିନୀ ଯା ଆୟତେ ଅଛଇ ।ଯା ଆଜ୍ଞାରେ ହେଉଅଛି ସୃଷ୍ଟି ଆତଯାତଜଳ ସ୍ଥଳ ପୃଥ୍ୱୀ ଯାର କୃପାରେ ସମ୍ଭୂତ ।ନିତ୍ୟାଚାର ବେଭାର ଯା ସର୍ବଠାରେ ସର୍ପଆଗହୁଁ ନିର୍ମାଣ ତାହା କରିଥାନ୍ତି ଘଞ୍ଚ ।ଭିଆଇ ଅଛନ୍ତି କାଳ କାମ ନିଦ୍ରା ଯେହିତ୍ରିଗୁଣ ନିର୍ମାଣ କରିଛନ୍ତି ଯେ ଗୋଡ଼ାଇ ।ଗୁଣ ଦୋଷ ଅନ୍ୟୋଅନ୍ୟ ଯେହୁ କରିପାରେଦୋଷ ଗୁଣ ବାଛି କାର୍ଯ୍ୟ କରେ ନିରନ୍ତରେ ।ଅଶେଷ ବିଶ୍ୱ ସଂସାର ଯାର ଖେଳାଲୀଳାସଂସାରାବ୍ଧି ତରଣରେ ଯାର ନାମ ଭେଳାସେ ଦେବ ପଦ୍ମପାଦରେ ଲୁଳୁ ମୋର ମାଥଅଚ୍ୟୁତ ଦାସ ଭଣଇ ଶ୍ରୀହରି ଚରିତ ।