ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୧୪ / ୨୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଜରାସନ୍ଧର ମୋହ ଏବଂ ବଳଦେବଙ୍କର ଗୋପପୁରେ ପ୍ରବେଶ
ବଦନ୍ତି ଯେ ଇଦଂ ପ୍ରତିବାକ୍ୟ ଶୁକମୁନିଶୁଣ ହୋ ପରୀକ୍ଷ ରାଜା ହରିବଂଶ ଧ୍ୱନି ।ଏଥୁ ଅନନ୍ତରେ ବଳଦେବଙ୍କର କଥାସଂକ୍ଷେପ କରି କହିବା ଶୁଣ ମହାରଥା ।ଗୋମତ ପର୍ବତ ତଳେ ରାଜାମାନେ ଥିଲେଜରାସନ୍ଧ ବନ୍ଦୀ ହେବା ପ୍ରତ୍ୟକ୍ଷେ ଦେଖିଲେ ।ସମଦଣ୍ଡ ନଷ୍ଟ ହେଲେ ଧନହେଲା ଜୂରଯେ ଯାହା ରାଜ୍ୟକୁ ଗଲେ ସର୍ବ ଦଣ୍ଡଧର ।ଏକେତ ଚଇତ୍ର ମାସ ତାତି ଗୁରୁତରଶଙ୍କା ମନରେ କରିଣ ସର୍ବ ନୃପବର ।ଖରତରେ ପଳାଇଲେ ଛାଟିପିଟି ହୋଇଯେ ଯାହାର ନଗରରେ ପ୍ରବେଶିଲେ ଯାଇ ।ଜରାସନ୍ଧ ଜାକି କାଖେ ରାମ ଚଳିଗଲେରଇବତ ପର୍ବତରେ ଯାଇଣ ମିଳିଲେ ।ଗଙ୍ଗାର ଦକ୍ଷିଣ କୂଳେ ଗିରି ବିତପନଚାରି ଯୋଜନ ଦୀର୍ଘ ଯେ ପ୍ରତି ଦ୍ୱିଯୋଜନ ।ସେ ଗିରିତଳେ ମିଳିଲେ ରେବତୀର ପତିମନେ ବିଚାରନ୍ତି ଜରା ମରିବ ଏ ଘାନ୍ତି ।ଏକ ହସ୍ତରେ ଅଛଇ ହଳ ଯେ ମୂଷଳକାଖରୁ ଆଣି ଧଇଲେ ଜରାସନ୍ଦ ବାଳ ।ଊର୍ଦ୍ଧ୍ୱେ ବୁଲାଇଣ ତାକୁ କଚାଡ଼ନ୍ତି ରୋଷେଅଦଭୂତେ ଶବ୍ଦଗୋଟା ଶୁଭିଲା ଆକାଶେ ।ଭୋ ବଳରାମ ସ୍ୱାମୀ ହେ କୋପକର ଶାନ୍ତିଜରାସନ୍ଧ ପ୍ରାଣଦାନ ଦିଅ ଯେ ଏ ଘାନ୍ତି ।ଏହାରେ ଦେବକାର୍ଯ୍ୟ ତ ଅଛି ହାଦେ ଜାଣତେବେ ସଂସାରର ଭାରା ହେବ ନିବାରଣ ।ତୁମ୍ଭେ ଦେବ ଯେ ଅନାଦି ପୁଂସ ବିଶ୍ୱମୟେଯୋଗିଜନମାନେ ତୋତେ କରୁଥାନ୍ତି ଲୟେ ।ତୁମ୍ଭର କୋପରେ ବର୍ତ୍ତିବ କି ଜରାସନ୍ଧବାରେ ରକ୍ଷାକର ସ୍ୱାମୀ ପ୍ରଭୁ ସଦାନନ୍ଦ ।ଦେବଙ୍କ ସ୍ତୁତିରେ ସ୍ୱାମୀ ସନ୍ତୋଷ ହୋଇଲେବୁଲାଇ ବୁଲାଇ ତାକୁ ଫୋପଡ଼ାଇ ଦେଲେ ।ଶିମିଳି ତୁଳା ପରାୟେ ଉଡ଼ିଣ ସେ ଗଲାତିନିଶତ ଯୋଜନରେ ଯାଇଣ ପଡ଼ିଲା ।ଦେବଗିରି ନାମେ ତହିଁ ପର୍ବତ ଯେ ଗୋଟିଭୈରବୀ ଧାର ତହିଁରୁ ଯମୁନାକୁ ଫୁଟି ।ପାଞ୍ଚ ଯୋଜନ ପର୍ଯ୍ୟନ୍ତେ ଘରଗ୍ରାମ ନାହିଁଉଡ଼ିଣ ଜରାସନ୍ଧ ଯେ ପଡ଼ିଲାକ ତହିଁ ।ଖୁଣ୍ଟରୁ ଫିଟିଲେ ଯେହ୍ନେ ଅଣାୟତ୍ତ ଭେଳାପଡ଼ି ତହିଁ ମୂର୍ଚ୍ଛା ଗଲା ନୃପ ଅନର୍ଗଳା ।ରଜନୀ ହୁଅନ୍ତେ ଲାଗେ ଚନ୍ଦ୍ରମା କିରଣଜରାସନ୍ଧ ଦେହେ ଆସି ପଶିଲା ଜୀବନ ।ସଚେତ ହୋଇଣ ଉଠି ବସେ ନୃପସାଇଁଦଶଦିଗକୁ ଚାହିଁଲା ପାଶେ କେହି ନାହିଁ ।କେତେବେଳେ ଜ୍ଞାନପାଇ ଗଲାକ ପଳାଇଭଗ୍ନବଳ ଭେଟ ପାଞ୍ଚ ଦିବସରେ ଯାଇ ।ଅମନାତ୍ୟ ପୁରୋହିତ ମନ୍ତ୍ରୀର ସହିତେନିଜ ରାଜ୍ୟେ ପ୍ରବେଶିଲା ଯାଇଣ ତୁରିତେ ।ଜରାକୁ ଫିଙ୍ଗେ ଦେଇଣ ସେ ପ୍ରଭୁ ମୂଷଳୀଗୋପ ନଗରୀ ସୀମାରେ ଯାଇ ବେଗେ ମିଳି ।ଯମୁନା ନଦୀ କୂଳରୁ କେତେଦୂର ଗଲେଗୋଧିକା ଘାଟରେ ଯାଇ ପ୍ରବେଶ ହୋଇଲେ ।ଦେଖିଲେ ମାଧବୀ ଲତା ଅତି ପରିମଳଅବସନ୍ତରେ ବସନ୍ତ ବହେ ସୁଶୀତଳ ।ଫଳିତ ପୁଷ୍ପ ତରୁ ଏ ଅତି ଶୋଭାମାନପଲ୍ଲବି ଦିଶନ୍ତି ଯେହ୍ନେ ଚଇତ୍ର କାନନ ।ନାନାପକ୍ଷୀ ଜନ୍ତୁ ତହିଁ କରୁଛନ୍ତି ଧ୍ୱନିପକ୍ୱଫଳମାନ ଝଡ଼ି ପଡ଼ନ୍ତି ଅବନୀ ।କ୍ରୀଡ଼ୁଛନ୍ତି ମଧୁକରେ ପୁଷ୍ପ ଗନ୍ଧବାସେମୟୂର କୁମ୍ଭାଟୁଆ ଯେ ଡାକନ୍ତି ଚୌପାଶେ ।କୁଞ୍ଜବନ ନେତ୍ରେ ଦେଖି ଦେବ କାମପାଳପୂର୍ବର କଥାମାନ ଯେ ସୁମରି ସକଳ ।ସଂଗ୍ରାମ ଭୂମିରେ ବହୁ ପରିଶ୍ରମ ପାଇକଦମ୍ବ ତରୁ ତଳରେ ମିଳିଲେ ସେ ଯାଇ ।ସୁବର୍ଣ୍ଣ ଚଉଁରା ପରେ ଯାଇଣ ବସିଲେତରୁକୁ ତିନିବାରେ ସେ ପ୍ରଦକ୍ଷିଣ କଲେ ।ଶରୀରରେ ତୃଷା ତାଙ୍କୁ ବହୁଅଛି କଣ୍ଟିଡାହାଣ ହସ୍ତେ ଲଙ୍ଗଳୁ କାଢ଼ି ଫାଳଗୋଟି ।ଆକର୍ଷଣ ମୁନ ଘେନି ହାଣି ତରୁତ୍ରୋଟେଝରିଲା କଦମ୍ବ ରସ ପିଇ ମନହୃଷ୍ଟେ ।ଶୁଦ୍ଧ ଶୁକଳ ବରନ ଗୋକ୍ଷୀରର ଜଳଗଡ଼ୁନଳା ପରି ହୋଇ ଝରେ ଝର ଝର ।ଦକ୍ଷିଣ ହସ୍ତେ ପାତିଲେ ସେ ମୂଷଳ ଧାରୀତୃଷା ଖଣ୍ଡିବା ଆଶାରେ ଭକ୍ଷି କାଦମ୍ବରୀ ।କ୍ଷଣେ କ୍ଷଣେ ବିଶ୍ରାମିଣ ପିଅନ୍ତି ସଲିଳଏମନ୍ତେ ବସନ୍ତେ ରବି ଅସ୍ତ ମେରୁତଳ ।ଲାଗିଲା ଧାତୁ ମାତୁ ଯେ ଘୋଟେ ବ୍ରହ୍ମରନ୍ଧ୍ରହୋଇ ଅଚେତନ ଘୁମାଇଲେ ରାମଚନ୍ଦ୍ର ।କହୁଁ କହୁଁ କାଦମ୍ବରୀ ଲାଗିଲା ଘୁମୁଟିଅଚେତନ ହୋଇ ସ୍ୱାମୀ ପଡ଼ି ମହୀ ଲୋଟି ।କଦମ୍ବର ମୂଳେ ଦେବ ନିଦ୍ରା ଗଲେ ଯହୁଁଗୋପାଳେ ଆସିଣ ରୁଣ୍ଡ ହୋଇଲେକ ତହୁଁ ।ନନ୍ଦ ଉପନନ୍ଦ ସୁନନ୍ଦ ଯେ ଚନ୍ଦ୍ରସେଣାଆବର ମହାଖୁଡ଼ ଯେ ଗୋଷ୍ଠର ଯାତନା ।ଏରୂପେ ଗୋପାଳମାନେ ମିଳିଲେକ ପାଶେବଳଦେବ ବିହ୍ୱଳିତ କାଦମ୍ବରୀ ରସେ ।କଦମ୍ବ ବୃକ୍ଷରେ ହଳ ମୁଷଳ ଯେ ଡେରିମତ୍ତଭୋଳେ ଅଚେଷ୍ଟାରେ ନିଦ୍ରିତ ଯେ ହଳୀ ।କଣ୍ଠତଟ ନୀଳବର୍ଣ୍ଣ ଶୋଭାକୁ ଧରଇଷୋଳକଳା ସୂର୍ଯ୍ୟଜ୍ୟୋତି ଯେହ୍ନେ ବିକାଶଇ ।ଧବଳ ପର୍ବତ ପ୍ରାୟେ ହୋଇ ଦେବ ସ୍ୱାମୀପଶ୍ଚିମକୁ ଶିରକରି ଶୋଇଛନ୍ତି ଭୂମି ।ଦେଖିଣ ଗୋପାଳେ ଏକୁଁ ଆରେକ ବିଚାରିକିମ୍ଭୁତ ମାୟାଟି ଏହା ଜାଣିତ ନ ପାରି ।ଅକ୍ରୂର ସଙ୍ଗତେ ରାମକୃଷ୍ଣ ଚଳିଗଲେଏତେଦିନ ଗଲା ଗୋପେ ଲେଉଟି ନଇଲେ ।ଥୋକେ ଗୋପାଳେ ବୋଲନ୍ତି କୃଷ୍ଣଛନ୍ତି କାହିଁଥୋକେ ବୋଲନ୍ତି ଅବା ସେ ଗଲେଣି ପଳାଇ ।ଥୋକାଏ ବାଟ ଚାଲନ୍ତି ଥୋକେ ଚଢ଼ି ଗଛେଥୋକେ ବୋଲନ୍ତି ଅବା ସେ ଆସୁଛନ୍ତି ପଛେ ।ଥୋକାଏ ଧାମନ୍ତି ଖଣ୍ଡେ ଦୂରେ ଏଣେତେଣେକେ ବୋଲନ୍ତି ଅବା ଲୁଚା ଦେଇଛନ୍ତି ବଣେ ।କେ ବୋଲନ୍ତି ଖୋଜିବା ହେ ଚାଲଘରେ ଯାଇଆନ ବାଟ ଅବା ସେହୁ ଗଲେ ଆଗ ହୋଇ ।ଥୋକାଏ ଗୋପାଳମାନେ ଏମନ୍ତ ବିଚାରିନନ୍ଦରାଜା ମନ୍ଦିରକୁ ଧାଇଁ ଶୀଘ୍ରକରି ।ଗୋପ ନଗର ଭିତରେ ଛନ୍ତି ଯେତେ ଜନରାମକୃଷ୍ଣ ଅଇଲେଣି ବୋଲି ହୃଷ୍ଟମନ ।ଦେଖିବେ ବୋଲି କରିଣ କଲେ ହାଲହୋଳିମଦନରେ ଅଚେତନ ସର୍ବ ଗୋପବାଳୀ ।କେହୁ ଅସମ୍ଭାଳେ ଏକ ଆରେକକୁ ପୁଚ୍ଛିକେ ବୋଲଇ ସଖି ଆଗେ କୃଷ୍ଣ କାହିଁ ଅଛି ।କେହୁ ବୋଲଇ ଭୋ ସଖି ଶୁଣିଲି ଏକ୍ଷଣିକଦମ୍ବ ମୂଳରେ ଛନ୍ତି ହଳୀ ବେଣୁପାଣି ।ଏହାଶୁଣି ଲୋକମାନେ ବେଗେ ଧାଇଁଯାଇଦେଖିଲେ କଦମ୍ବମୂଳେ ହଳୀ ଛନ୍ତି ଶୋଇ ।ଏହା ଦେଖିଣ ଗୋପୀଏ ଖରଶ୍ୱାସ ଛାଡ଼ିନୟନ ଥନଥନ ଯେ ହୃଦେ ହସ୍ତ କୋଡ଼ି ।ସ୍ୱପନର ଫଳ କାହିଁ ସଦ୍ଭାବେ ପାଇବୁସତେ ଶ୍ରୀକୃଷ୍ଣଙ୍କୁ ଆମ୍ଭେ ନୟନେ ଦେଖିବୁ ।କାମଦେବ ପରି ଯାର ଜ୍ୟୋତି ଦିଶୁଥିଲାଏକାବେଳକେ ସମସ୍ତ ବିଫଳ ହୋଇଲା ।କେ ବୋଲଇ ଯେବେ ଅଇଲେଣି ସଂକର୍ଷଣନିଶ୍ଚେଁ ଶ୍ରୀକୃଷ୍ଣ ଆସିବେ ବୋଲି ତଥ୍ୟ ଜାଣ ।କେ ବୋଲଇ କଥା ନିଶ୍ଚେଁ ଜାଣିଲଇଁ କିନାନିଦ୍ରା ଭାଙ୍ଗିଲେ ନିୟତ କଥା ଜାଣ ସିନା ।କୁହାକୁହି ହୁଅନ୍ତି ଯେ ଗୋପବାଳୀମାନେବଳଦେବ ଚେତି ଭାବୁଥାନ୍ତି ମନେ ମନେ ।ଯଶୋଦାକୁ ମୁଖ୍ୟକରି ସର୍ବ ଗୋପାଳୁଣୀଶତେପୁର କରି ବେଢ଼ି ଦେଖି ହଳପାଣି ।ନିର୍ମଳ ଆକାଶୁଁ ଯେହ୍ନେ ଖସେ ଶଶଧରକ୍ଷୀର ସମୁଦ୍ର ତଟରେ କିବା ଚକ୍ରଧର ।ତେସନ ସଂଜାତ ଦିଶେ ବଳଦେବ ତନୁଦେଖି ସ୍ତୁତି କଲେ ନାନାବିଧ ଶତମନୁ ।କେତେବେଳେ ଅନ୍ତେ ନିଦ୍ରା ଭାଙ୍ଗୁ ଅନ୍ତର୍ଯ୍ୟାମୀଶ୍ରୀକରେ ନୟନ ମଳି ଚାହିଁ ଦେବସ୍ୱାମୀ ।ସଂଗ୍ରାମର ପରିଶ୍ରମ କାଦମ୍ବରୀ ନିଶାବେଳୁବେଳ ଅଙ୍ଗେ ଆସି ଘୋଟେ ଶ୍ରମଯୋଷାମୁଖ ପଖାଳିଣ ସ୍ୱାମୀ ଲୋଡ଼େ ଜଳ ଭକ୍ଷିଦେଖିଲେ ଯମୁନାନଦୀ ଖଣ୍ଡେଦୂରେ ଅଛି ।ଆକର୍ଷି ଲଙ୍ଗଳ ପୁଣି ଦେଲକ ବଢ଼ାଇସନ୍ନିଧିକୁ ଆଣିଲେ ସେ ଯମୁନା ବୁହାଇ ।କେଶେକ ଓସାର ତାର ଗଭୀର ତ୍ରିତାଳହଳେ ଚକ୍ରପରି ଘୁରାଇଲେ କାମପାଳ ।ଗୋବର୍ଦ୍ଧନ ପର୍ବତରୁ କଦମ୍ବର ଯାଏପାଞ୍ଚକ୍ରୋଶ ପରିଯନ୍ତେ ବାହି ଦେବରାୟେ ।ଗୋପୀ ଗୋପାଳେ ଦେଖିଣ ଅପରୂପ ମଣିପଦ୍ମପାଦ ତଳେ ଖଟି ଯମୁନାର ପାଣି ।ସାନନ୍ଦ ହୋଇଣ ଦେବ ରେବତୀର ପତିନଦୀର ଭିତରେ ପଶି ତୃଷା କଲେ ଶାନ୍ତି ।ରୋହିଣୀ ନନ୍ଦନ ମହାତୃଷାରେ ଆରତପେଟ ଭରି ଜଳପିଇ ତୃଷା କଲେ ଶାନ୍ତ ।ଶରୀର ସୁସ୍ଥ ହୋଇଲା ନିଶାଝୁଙ୍କ ଛାଡ଼ିଦେଖିଲେ ଗୋପୀ ଗୋପାଳେ ପାଶେଛନ୍ତି ବେଢ଼ି ।ନନ୍ଦ ଯଶୋଦା ବୋଇଲେ ବଳଦେବ ଚାହିଁତୁମ୍ଭେ ତ ଅଇଲ କୃଷ୍ଣ ରହିଛନ୍ତି କାହିଁ ।ଅକ୍ରୂର ତୁମ୍ଭଙ୍କୁ ଯେଉଁଦିନ ଘେନିଗଲାସେହିଦିନୁ ଗୋପପୁରେ ଅନ୍ଧାର ଦିଶିଲା ।ସପତାଙ୍ଗେ ଲକ୍ଷ୍ମୀ ଏଥୁ ପଳାଇଲେ ଛାଡ଼ିଅନେକ ପ୍ରମାଦ ଆସି ପଡ଼ିଲାକ ମାଡ଼ି ।ରାଜା ବିହିନେ ତସ୍କର ଖଣ୍ଟ ଖଣ୍ଡାଇତନାନା ଅରିଷ୍ଟି ଏଠାରେ ପଡ଼ିଲା ସନ୍ତତ ।ତିରଣ ନ ପାଇ ଚରି ନ ପାରନ୍ତି ଗାବକ୍ଷୀର ନ ଦିଅନ୍ତି ବତ୍ସାଠାରେ ନାହିଁ ଭାବ ।ଦଣ୍ଡପାଟ ଉତପାତ ଦୁଷ୍ଟଙ୍କର ଡକାଅରକ୍ଷିତ ହେଲୁବାବୁ କେହି ନାହିଁ ସଖା ।ଆମ୍ଭଙ୍କୁ ଯେଦିନୁ ତୁମ୍ଭେ ଦୁହେଁ ଗଲ ଛାଡ଼ିଉପରେ ପର୍ବତ କିବା ପଡ଼ିଥାଇ ମାଡ଼ି ।ଏମନ୍ତେ ନନ୍ଦ ଯଶୋଦା ଦୁହେଁ ଶୋକଭରେସବୁ ବୃତ୍ତାନ୍ତ କହିଲେ ରାମଙ୍କ ଛାମୁରେ ।ଗୋପୀ ପଚାରନ୍ତି କାମପାଳ ମୁଖ ଚାହିଁତୁମ୍ଭେ ତ ଅଇଲ କୃଷ୍ଣ ନଇଲେ କିପାଇଁ ।ଆମ୍ଭମାନଙ୍କୁ ଛାଡ଼ିବା ପାଇଁ ହେଲା ଚିତ୍ତଜଣ ଜଣକରେ ଆମ୍ଭେ ଅଟୁ ସିନା ଭୃତ୍ୟ ।ପଥୁକୀ ପରାୟେ ସର୍ବେ ହେଲୁ ଗୋପନାରୀଏଡ଼େ ବଡ଼ ଆଶା କେହ୍ନେ ଖଣ୍ଡିଲେ ଶ୍ରୀହରି ।ବଳରାମଙ୍କ ଆସିବା ବାର୍ତ୍ତା ତଥ୍ୟପାଇଗୋରକ୍ଷକ ବାଳପୋଏ ଆସି ବେଗେ ଧାଇଁ ।ପୂର୍ବର ଭାବନା ହେତୁ ହ୍ୱନ୍ତି ଆନନ୍ଦିତସମସ୍ତଙ୍କୁ ଆଶ୍ୱାସନ୍ତି ରେବତୀର ନାଥ ।ପୁଣି ହଳୀ କହନ୍ତି ଯେ ନନ୍ଦମୁଖ ଚାହିଁଭୋ ପିତା ଆମ୍ଭର ଆତ୍ମା ତୁମ୍ଭଠାରେ ରହି ।ଜନନୀ ଜନମ ଭୂଇଁ ଗଙ୍ଗାତଟେ ବାସନିଶ୍ଚୟ ଏହା ପାଆନ୍ତି ପୁଣ୍ୟବନ୍ତ ପୁଂସ ।ଆମ୍ଭର ଜନମଭୂମି ଅଟେ ଗୋପ ସୀମାପଟାନ୍ତର ନାହିଁ ପୁଣ୍ୟ ଭୂମିର ମହିମା ।ନନ୍ଦ ପରି ପିତା ମାତା ଯଶୋଦାର ପରିପୁଣ୍ୟବନ୍ତ ପ୍ରଣୀ ଏହା ଭାଗ୍ୟେ ପାଇକରି ।ରାଜା ଆଜ୍ଞାରେ ଅକ୍ରୂର ରଥେ ଘେନିଗଲାଆମ୍ଭଙ୍କୁ ଦେଖିଣ କଂସ ଜୀବନ ତେଜିଲା ।ବହୁ ଉପଦ୍ରବ ମାତା ଲାଗେ ସେହି ଦିନୁକେ ରଖିବ ଆମ୍ଭଙ୍କୁ ଗୋ ଦଇବର ବିନୁ ।କଂସର ଅଟେ ଶ୍ୱଶୁର ଜରାସନ୍ଧ ରାୟେକୋପେ ଧାଡ଼ି ଦେଲା ସପ୍ତଦଶ ବାର ଯାଏ ।ଚାରି ଊଣା ଲକ୍ଷେ ରାଜା ଘେନିଣ ବାହିଲାଅଥୟ କରି ଆମ୍ଭଙ୍କୁ ବହୁ ଦୁଃଖ ଦେଲା ।ଗୋପାଳେ ବୋଇଲେ ଆମ୍ଭେ ଜାଣିଛୁ ଏମାନଏ ରାଜ୍ୟଯାକେ ପୂରିଲେ ଆସି ତାର ସୈନ୍ୟ ।ତେଣୁ ଆମ୍ଭେ ପାଇଲୁଣି ଅନେକ ଅବସ୍ଥାଆଜଯାଏ ଛାଡ଼ି ନାହିଁ ହୃଦୟରୁ ଚିନ୍ତା ।ରାମ ବୋଇଲେ ଦେଲାଣି ବହୁବାର ଧାଡ଼ିଏହିରୂପେ ଆମ୍ଭେମାନେ ପଳାଉ ଯେ ଛାଡ଼ି ।ଚୌରାଶୀ କୋଟି ଯାଦବେ ଉଗ୍ରସେନ କରିମଧୁବନ ଛାଡ଼ି ଗଲୁ ସର୍ବେ ଯେ ଯାହାରି ।ଆମ୍ଭେ ଦୁଇଭାଇ ଗଲୁ ଆତଙ୍ଗେ ପଳାଇଗୋମତ ଗିରି ଉପରେ ଉଠିଲୁ ଯେ ଯାଇ ।ସେ ପର୍ବତ ପରେ ବହୁ କୁଢ଼ାଇ କାଠନ୍ତପୋଡ଼ିଦ୍ୟନ୍ତେ ଆମ୍ଭେ ତହୁଁ ଅଇଲୁଁ ତୁରିତ ।ମୋର ପଛେ ଥାଇ ଡେଇଁଗଲେ ଦେବହରିକେଣେ ଗଲେ ସେହୁ ମୁଁ ନ ଜାଣେ ତଥ୍ୟକରି ।ନନ୍ଦ ବୋଇଲେ ଏ କଥା ଜାଣୁ ତ ଆଗହୁଁଯେତେ ଅରିଷ୍ଟି ସହିଲ ଧର୍ମ ସାକ୍ଷୀ ହେଉ ।ପୁତନା ଷଣ୍ଢା କଟା ଯାମଳା ଯେ ବକାତୃଣାବର୍ତ୍ତ ଅଘାସୁର ଯେତେ କଂସ ସଖା ।ଏମାନେ କରିଲେ ବାବୁ ଯେତେ ଉପଦର୍ପପ୍ରତ୍ୟକ୍ଷେ ଏମାନ ଆମ୍ଭେ ଜାଣିଛୁ ରେ ବାପ ।ଏହାକହି ମାତା ପିତା ହଳୀ ସଙ୍ଗେ ଘେନିନିଜପୁରେ ପ୍ରବେଶିଲେ ଯାଇ ତତକ୍ଷଣି ।ଗୋପପୁର ନର ନାରୀ ଯେଝା ପୁରେ ଗଲେସୁପକ୍ୱ ପଦାର୍ଥ ମାତା ରାମେ ଭୁଞ୍ଜାଇଲେ ।କଥାରେ ବୋଧ କରିଲେ ସେ ଗୋପିକାବୃନ୍ଦବହୁତ ଆନନ୍ଦ ହେଲେ ଯଶୋଦା ଯେ ନନ୍ଦ ।ଅନ୍ଧକୁ ପ୍ରାପତ ହେଲା କିବା ବେନି ଚକ୍ଷୁନିଧି ପାଇଲା କି ଅବା ଦରିଦ୍ର ଯେ ଭିକ୍ଷୁ ।ତେମନ୍ତେ ସନ୍ତୋଷ ହେଲେ ନନ୍ଦ ଯଶୋବନ୍ତୀକି ଅବା ହୋଇଲା ତାଙ୍କୁ ସପ୍ତନିଧି ପ୍ରାପ୍ତି ।ସ୍ୱର୍ଗପୁରେ ଦେବତାଏ ସାଧୁ ସାଧୁ କଲେଧନ୍ୟ ଗୋପନଗ୍ରେ ନର ନାରୀ ଜନ୍ମ ହେଲେ ।ଚର୍ମ ନୟନେ ଦେଖିଲେ ବ୍ରହ୍ମ ବିଦ୍ୟମାନସପ୍ତ ପୁରୁଷ ତାରିଲେ କର୍ମର ଲିଖନ ।ସର୍ବଗୋପିକା ଗୋପାଳ ଯେଝାପୁରେ ଗଲେଅନ୍ନ ବ୍ୟଞ୍ଜନ ଭୁଞ୍ଜିଣ ସନ୍ତୋଷ ହୋଇଲେ ।ଏହିରୂପେ ତହିଁ ଗତ ହେଲା ଦିନା ଚାରିନନ୍ଦକୁ ବୋଲନ୍ତି ଚାହିଁ ଦେବ ହଳଧାରୀ ।ଭୋ ପିତା ଆମ୍ଭଙ୍କୁ ବଡ଼ ପଡ଼ିଲା କଟାଳପରବତ ପୋଡ଼ିଦେଲା ମଗଧ ଭୂପାଳ ।ଧର୍ମେଣ ମୁହିଁ ତହିଁରୁ ଅଇଲି ଉବୁରିକୃଷ୍ଣ କେଣେ ଗଲେ ଜଣା ନାହିଁ ତଥ୍ୟ କରି ।ଚାରିଊଣା ଲକ୍ଷେ ରାଜା ସଙ୍ଗେ ଆମ୍ଭ କଳିଏକୁ ଆର ସମର୍ଥ ଯେ ବଳେ ମହାବଳୀ ।ପରବତ ପୋଡ଼ିଦେଲା କୃଷ୍ଣଛନ୍ତି ଏକାସଙ୍ଗତରେ କେହି ନାହିଁ ଶସ୍ତ୍ର ନାହିଁ ସଖା ।ଆପେ ପଛେ ଥାଇ ପେଷି ଦେଲେ ଆଗ ମୋତେନ ପୁଣ ପ୍ରମାଦ ପଡ଼େ ଭୟ ହୁଏ ଚିତ୍ତେ ।ଚାରିଦିନ ହେଲା କୃଷ୍ଣଚନ୍ଦ୍ରେ ନାହିଁ ଦେଖିପଞ୍ଚଭୂତ ଆତ୍ମା ମୋର ହୁଏ ମହାଦୁଃଖୀ ।ପ୍ରମାଦ ଭୂମିରେ ମୁହିଁ ଅଛି ତାଙ୍କୁ ଛାଡ଼ିଚାରି ଊଣା ଲକ୍ଷେ ରାଜା ପର୍ବତକୁ ବେଢ଼ି ।କାର୍ଯ୍ୟ କାରଣ ଅର୍ଥରେ ଯାକୁ ବାଟ ଚାହିଁଅବଶ୍ୟ ଖଣ୍ଡେ ଦୂରରୁ ପାଛୋଟିଣ ଯାଇ ।ଏତେଦିନ ହେଲା ନଇଲେକ ଦେବରାୟେପଥ ଅନୁସରିବା ନା ଭେଟହେବା ଯାଏ ।ତୁମ୍ଭେ ଆମ୍ଭ ମାତା ପିତା ଜୀବ ଅଧିକାରୀତୁମ୍ଭର ଗୁଣମାନ କି ପାସୋରିଣ ପାରି ।ଯହିଁ ଥିଲେ ଆମ୍ଭେ ତୁମ୍ଭ ପୁତ୍ର ଅଟୁ ସିନାସବୁବେଳେ ମନେ ଥିବୁ ନ କର ଶୋଚନା ।ଏ ଗୋପ ଆବୋରି ତୁମ୍ଭେ ଥାଅ ସ୍ଥିର ହୋଇଜଗବନ୍ଧୁଙ୍କୁ ଘେନିଣ ଆସେ ଶୀଘ୍ର ଯାଇ ।ନନ୍ଦ ବୋଇଲେ ବାପରେ ବିଳମ୍ବ ନ କରଦୁଇ ଭାଇ ଭେଟ ହୋଇ ଆସ ଧାତିକାର ।ଅନ୍ନ ବ୍ୟଞ୍ଜନ ସଂଯୁକ୍ତ କରିଥିବି ଚାହିଁରଜନୀ ଦିବସ ଥିବୁଁ ଉଜାଗର ହୋଇ ।ତୁମ୍ଭର ଶ୍ରୀମୁଖ ବାରେ ଦେଖିଲୁ ଏ ଘାନ୍ତିଶ୍ରୀକୃଷ୍ଣ ଦେଖିଲେ ହେବ ଆମ୍ଭ ମନ ଶାନ୍ତି ।ଉଦ୍ଧବ ତହୁଁ ବହୁତ ପ୍ରତିଜ୍ଞାକୁ କରିଯେତେ ଶୀଘ୍ର ଆଣ ଯାଇ ତୁମ୍ଭେ ଦେବହରି ।ହଳୀ ବୋଇଲେ ପ୍ରତିଜ୍ଞା ଶୁଣ ଏବେ ମୋରଅବଶ୍ୟ ବେନି ଭାଇତ ଆସିବୁଁ ସତ୍ୱର ।ଗୋପୀ ଗୋପାଳ ସମସ୍ତ ପ୍ରବୋଧନା କରିବାହାର ହୋଇଲେ ତହୁଁ ଦେବ ହଳଧାରୀ ।ପାଦୁକା ମନ୍ତ୍ର ବଳରେ ଧାତିକାରେ ଗଲେମଧୁବନ ନିକଟରେ ଯାଇ ପ୍ରବେଶିଲେ ।ନମିଲେ ଯେ ଉଗ୍ରସେନ ଇନ୍ଦୁମତୀ ପାଦେସର୍ବ ଯାଦବମାନଙ୍କୁ ମାନ୍ୟ କରି ହାଦେ ।ବସୁଦେବ ପୁରେ ଯାଇ ଆନନ୍ଦେ ରହିଲେସଂଗ୍ରାମର ବାର୍ତ୍ତା ଦେବ ସକଳ କହିଲେ ।ସେ ବଳରାମଙ୍କ ପାଦେ ସଦା ମୋ ଭକତିଅଚ୍ୟୁତ ଦାସ କବିକି ଦିଅ ସଦଗତି ।
କୃଷ୍ଣଙ୍କର ମଥୁରାପୁରେ ପ୍ରବେଶ
ଏଥୁଅନ୍ତେ ଶୁକମୁନି ପରୀକ୍ଷିତେ ଚାହିଁବୋଇଲେ କହିବା ନୃପ ଶୁଣ ମନ ଦେଇ ।ବାରୁରାବନ୍ତ ପୁରକୁ କୃଷ୍ଣ ଯାଇଥିଲେପାଣ୍ଡବଙ୍କ ସଙ୍ଗେ ଥୋକେ ଦିନ ବିହରିଲେ ।ଜରାସନ୍ଧ ସଙ୍ଗ ଛାଡ଼ି ମାନ ଚକ୍ରବର୍ତ୍ତୀହସ୍ତିନା କଟକେ ଯାଇ ମିଳିଲା ତଡ଼ତି ।ଭୀଷ୍ମଦ୍ରୋଣ ଅଶ୍ୱତ୍ଥାମା ଭୂରିଶ୍ରବା କର୍ଣ୍ଣବାହ୍ଲିକ ଯେ ଜୟଦ୍ରଥ ଦୁଷ୍ଟ ଦୁଃଶାସନ ।ଅଠର କ୍ଷଉଣୀ ବଳ ଜରା ସଙ୍ଗେ ଥିଲେଅପଚୟ ପାଇ ନିଜ ରାଜ୍ୟରେ ମିଳିଲେ ।ସନ୍ଧ୍ୟାବକାଶେ ଆସ୍ଥାନେ ବିଜେ କୁରୁସାଇଁଏହି ସମୟେ ଡଗରା ବାର୍ତ୍ତା ଦେଲା ନେଇ ।ଭୋ ଦେବ ମାନଗୋବିନ୍ଦ ସାବଧାନେ ଶୁଣବାରୁଣାବନ୍ତ କଟକେ ଛନ୍ତି ନାରାୟଣ ।ଶୁଣି ସନ୍ତୋଷ ହୋଇଲା କୁରୁ ନୃପମଣିପୁରୋହିତେ ବୋଲେ ଯିବ ଜଇନ୍ତା ଏକ୍ଷଣି ।ବାରୁଣାବନ୍ତରେ କୃଷ୍ଣ ଅଛନ୍ତି ଯେ ରହିଆମ୍ଭ ବୋଇଲା ବୋଲିଣ ଆଣିବ ମଣାଇ ।ଶୁଣି ଧୌମ୍ୟ ପୁରୋହିତ ତତକ୍ଷଣେ ଗଲେଜଇନ୍ତା ଦେଖି ବାରୁଣାବନ୍ତରେ ମିଳିଲେ ।ପାଣ୍ଡବନ୍ତ ଘେନି ବିଜେ ପ୍ରଭୁ ଯଦୁସାଇଁଏ ସମୟେ ଚାର ବାର୍ତ୍ତା କହିଲାକ ଯାଇଁ ।ତୁମ୍ଭ ପାଶେ ବିଜେ କଲେ ଧୌମ୍ୟ ପୁରୋହିତଶୁଣିକରି କୃଷ୍ଣଚନ୍ଦ୍ର ହେଲେ ଆନନ୍ଦିତ ।ତହୁଁ ଧୌମ୍ୟ ପୁରୋହିତେ ପ୍ରବେଶ ହୋଇଲେଦେଖି ପଞ୍ଚପାଣ୍ଡବେ ଯେ ତାଙ୍କୁ ମାନ୍ୟ କଲେ ।ଦୁର୍ଯ୍ୟୋଧନ ବାର୍ତ୍ତା ଜଣାଇଲେ ଜଗନ୍ନାଥେଶୁଣିଣ ବହୁ ସନ୍ତୋଷ ହେଲେ ଲକ୍ଷ୍ମୀକାନ୍ତେ ।ହସ୍ତିନାକୁ ବିଜେ କଲେ ପାଣ୍ଡବନ୍ତ ଘେନିବେଳ ସାତ ଘଡ଼ିରେ ସେ ମିଳିଲେ ତକ୍ଷଣି ।ଗୋବିନ୍ଦ ବିଜୟ ବାର୍ତ୍ତା ପାଇ କୁରୁରାୟେବାଟକୁ ପାଛୋଟି ଆସେ ତହୁଁ ସେ ଥୋକାଏ ।ଶ୍ୱେତ ଚାରିପାଶେ ମଧୁବନ ତୋଟାଗୋଟିସେ ସ୍ଥାନେ ସକଳେ ଯାଇ ହେଲେ ଭେଟାଭେଟି ।ସୋମବଂଶର ବୃଦ୍ଧ ଯେ ଭୀଷ୍ମ ମହାରଥୀକର୍ଣ୍ଣ ଅଶ୍ୱତ୍ଥାମା ଦ୍ରୋଣ ଛନ୍ତି ତହିଁ କତି ।ଦୁର୍ଯ୍ୟୋଧନ ଦୁଃଶାସନ ସହ ଶତେ ଭାଇନଗ୍ର ଭିତରକୁ ସର୍ବେ ବିଜେକଲେ ଯାଇ ।ଥୋକାଏ ଦିନ ରହିଣ ତହିଁ ବଂଶୀଧାରୀବୀରବର ଅର୍ଜ୍ଜୁନକୁ ସଙ୍ଗେ ଘେନିକରି ।ସତ୍ୱରେ ମିଳିଲେ ଯାଇ ଦମଘୋଷ ଦେଶେବନ୍ଧୁପଣରେ ପ୍ରବେଶି ସେଠାରେ ହରଷେ ।ଦମଘୋଷ ଭାରିଯା ଦୈବକୀ ନାମେ ନାରୀଶିଶୁପାଳ ମାତା ଉଗ୍ରସେନର କୁମାରୀ ।ଯୁକତରେ ଅଟନ୍ତି ସେ କୃଷ୍ଣଙ୍କ ମାଉସୀସାଷ୍ଟାଙ୍ଗରେ ପ୍ରଣିପତ୍ୟ ହେଲେ ବିଶ୍ୱବାସୀ ।ଦେଖି ସୁରଗଣେ ତହିଁ କଲେ ସାଧୁ ସାଧୁପାଟବଂଶୀ ରାଜା ଦମଘୋଷ ତୁମ୍ଭ ବନ୍ଧୁ ।ଦମଘୋଷ ନିଉଛାଳି କରେ ପାଦତଳେସଙ୍ଗରେ ଅଛଇ ତାର ପୁତ୍ର ଶିଶୁପାଳେ ।ରାମକୃଷ୍ଣ ନିନ୍ଦା ସେହୁ କରେ ଅନୁକ୍ଷଣେଅଂଶାବତାର ହୋଇଣ ଅଛି ଆଦ୍ୟଜନ୍ମେ ।ତାଳୁରେ ନୟନ ତାର ଅଛଇ ଗୁପତେଧାଈଗଣେ ଜାଣନ୍ତି ତା ଜାଣନ୍ତି ଅଚ୍ୟୁତେ ।କେଶ ଭିତରେ ବନ୍ଧନ ନୟନ ଦିଓଟିଚାହିଁଲେ ଦିଶଇ ତାକୁ ଚରାଚର ସୃଷ୍ଟି ।ଭୁବଲୋକ ମହଲ୍ଲୋକ ସ୍ୱର୍ଲୋକ ସହିତେଚାହିଁଲେ ଦିଶଇ ତାକୁ ଚରାଚର ଯେତେ ।ଯେବଣ ନୟନ ଗୁପ୍ତେ ବ୍ରହ୍ମା ଛନ୍ତି ସର୍ଜିଶ୍ରୀକୃଷ୍ଣ ଚାହିଁବା ମାତ୍ରେ ହୋଇଗଲା ବୁଜି ।ସେହୁ ଗୁପତ ହୁଅନ୍ତେ ସେ ଶିଶୁପାଳରହୋଇଲାକ ହୀନବୀର୍ଯ୍ୟ ପୁରୁଷାର୍ଥ ତାର ।ତାଦେଖି ଲୋକେ ବୋଇଲେ ଆରେକକୁ ତହୁଁକଳଙ୍କ ଛାଡ଼ିଣ ଗଲା ଚନ୍ଦ୍ରମାର ଦେହୁଁ ।ଏଡ଼େ ବଡ଼ କୁମରର ଗୁପ୍ତବ୍ୟାଧି ଗଲାବିପରୀତ କଥା ଏହା ଶୁଣା ତ ନ ଥିଲା ।ଏସନ ଦେଖିଣ ସର୍ବେ ସାନନ୍ଦ ହୋଇଲେପରୀକ୍ଷିତ ନୃପତିଙ୍କୁ ଶୁକ ଯେ ବୋଇଲେ ।ଯେ ଦିନ ଜନ୍ମିଲା ଦମଘୋଷର କୁମରଦେଖିଲେ ତିନୋଟି ନେତ୍ର ଶିରେ ଅଛି ତାର ।ଛାମୁରେ ମିଳିଲେ ଆସି ନାରଦ ମହର୍ଷିଦେଖି ଦମଘୋଷ ତାଙ୍କୁ ବିନୟରେ ଭାଷି ।କିମ୍ଭୁତ ମାୟା ହେ ମୁନି କାହିଁଅଛ ଦେଖିବିପରୀତ କଥା ନର ଶିରେ ଏକ ଆଖି ।ନାରଦ ବୋଇଲେ ତହୁଁ ଏସନକ ବାଣୀଏ ନୟନ ପ୍ରସାଦରେ ପୁତ୍ର ଜଗଜ୍ଜିଣି ।ଆବର ବଚନ ଏକ କହିଥିବା ତଥ୍ୟକା ଆଗେ ନ କହି ଏହା ରଖିବ ଗୁପତ ।ଯାହାର ଦୃଷ୍ଟିମାତ୍ରକେ ନେତ୍ର ଯିବ ଲୁଚିତାର ହସ୍ତେ ଏହା ମୃତ୍ୟୁ ହେବ ଅଛି ସଞ୍ଚି ।ଏସନ ସନ୍ଦୋ ମୁନି ପୂର୍ବୁଛନ୍ତି କହିଚକ୍ଷୁତାର ଲୀନ ହେଲା କୃଷ୍ଣମୁଖ ଚାହିଁ ।ମାଉସୀ ବୋଲନ୍ତି ବାବୁ ଶୁଣ ନନ୍ଦସୁତତିନିକାଳ କଥା ତୁହି ଭଲରେ ଜାଣୁ ତ ।ନ ଜାଣି ଅପ୍ରୀତି କଲା ଦୁଷ୍ଟରାଜା କଂସକାହାକୁ ଦୋଷ ଦେବା ସେ ଅଳ୍ପେ ଗଲାନାଶ ।ବାବୁ ମୋର ପୁତ୍ର ଶିଶୁପାଳ ବଡ଼ଦୁଷ୍ଟତୁମ୍ଭ ସଙ୍ଗତେ ଅପ୍ରୀତି କରେ ଯେ ପାପିଷ୍ଠ ।ବାବୁ ତୁମ୍ଭଙ୍କୁ ଅଧିକ କହିବଇଁ କିସକ୍ଷମା କରିବୁରେ ବାବୁ ତାର ଦଶଦୋଷ ।ହରି ବୋଇଲେ ପାଳିବି ଶତେବାର ଯାଏତିନିବାର ସତ୍ୟକଲି ସହିବି ଗୋ ମାୟେ ।ଏଥୁ ବଳି ଦୋଷ ଯେବେ କରିବ ତୋ ସୁତଦଣ୍ଡକୁ ଶାସ୍ତି ପାଇବ ଜାଣ ଏହା ଏହା ତଥ୍ୟ ।ଦଇବକୀ ବୋଲେ ତୁମ୍ଭେ ଅଟ ମାୟାଧରତୁମ୍ଭର ମହିମା ବ୍ରହ୍ମା ଶିବେ ଅଗୋଚର ।ଜଗନ୍ନାଥ ବୋଇଲେ ଗୋ ଯେଝାର କରମଦୋଷାନୁରୂପରେ ଦଣ୍ଡ ଦିଏ ସିନା ଧର୍ମ ।ଦଇବକୀ ବୋଲେ ମୁହିଁ ଜାଣଇନା ବାବୁସନାତନ ପୁଂସ ତୁମ୍ଭେ ଭିଆଇଛ ସବୁ ।ପୋଡ଼ୁ ମୋହର କରମ କେଉଁ ପାପ କଲିଦିଗପାଳ ପୁତ୍ର ଅର୍ଜି ଅକାରଣ ହେଲି ।ଏତେ ବୋଲି ଚଳିଗଲେ ଆପଣା ଭବନଦ୍ୱାଦଶ ଦିବସ ତହିଁ ରହି ଜନାର୍ଦ୍ଦନ ।ଅର୍ଜ୍ଜୁନକୁ ସଙ୍ଗେ ଘେନି ମଥୁରା ବିଜୟେନମସ୍କାର କଲେ ଯାଇ ଉଗ୍ରସେନ ପାୟେ ।ତଦନ୍ତରେ ଗଲେ ବସୁଦେବଙ୍କ ମନ୍ଦିରଯଥାବିଧିରେ ସେ ମାନ୍ୟ କଲେ ଯେ ଯାହାର ।ଚୌରାଶୀ କୋଟି ଯାଦବ କୃଷ୍ଣ ଆଗେ ମିଳିଯେଝା ଅନୁରୂପେ ମାନ୍ୟ କଲେ ବନମାଳୀ ।ଯଥାନୁକ୍ରମେ ରହିଲେ ସେ ଯାଦବବୃନ୍ଦସଙ୍ଗତେ କ୍ରୀଡ଼ା କରନ୍ତି ଦେବ ସଦାନନ୍ଦ ।ଧନ୍ୟ ସେହି ମଧୁବନ ଧନ୍ୟ ଗୋପନାରୀସ୍ଥାବର ଜଙ୍ଗମ କୀଟ ପତଙ୍ଗ ଯେ କରି ।ପ୍ରତ୍ୟକ୍ଷେ ଚର୍ମନୟନେ ଦେଖି ଦେବରାୟେନିରଞ୍ଜନ ନିରାକାର ପ୍ରଭୁ ବିଶ୍ୱମୟେ ।ଧନ୍ୟ ସେ ଦ୍ୱାପର ଯୁଗ ବିଷ୍ଣୁ ଜନମିଲେଧନ୍ୟ ଧନ୍ୟ ସେ ସମୟେ ଯେତେ ଜନ୍ତୁଥିଲେ ।ନିରାକାର ବିଷ୍ଣୁ ଅବତାର ଦେହବନ୍ତକଳ୍ପାଦି ପୁରୁଷ ଯାର ନାହିଁ ଆଦି ଅନ୍ତ ।ଦ୍ୱାପରର ଭାରାଭର ନିବାରିବା ଅର୍ଥେଚତୁର୍ଦ୍ଧାରୂପରେ ଜନ୍ମ ଲଭି ପୁଣ୍ୟପଥେ ।ବିଷ୍ଣୁ ବଳଦେବ ଅନିରୁଦ୍ଧ ଯେ ପ୍ରଦ୍ୟୁମ୍ନପ୍ରକୃତ ଅବ୍ୟକ୍ତ ପୁରୁଷ ଏ ଚାରିଜନ୍ମ ।ମନପବନ ଯେ ଚିଆଁ ଚଇତନ୍ୟ ମୂଳେସହଜେ ଉଜାଣି ଯାର ଲାଗି କର୍ମବଳେ ।ଅଚ୍ୟୁତାନନ୍ଦ ବାନା ଯେ ନିରନ୍ତରେ ବହିଜଗତଚ୍ୟୁତ ହୋଇଲେ ଯାର ଚ୍ୟୁତି ନାହିଁ ।ସୃଷ୍ଟି ପାତନା ଯାହାର ଖେଳଘର ନାଟତ୍ରିଗୁଣ ରଜ୍ଜୁବନ୍ଧନେ ସର୍ବେ କରି ମୋଟ ।ଚାରିଖାନି ଚାରିବାନି ମୂଳେ ଜନ୍ତୁ ଜୀବଜଳ ସ୍ଥଳ ପୂରିଣ ଯେ ଅଛଇ ସରବ ।ଶ୍ରୁତି ସ୍ମୃତି ପ୍ରକୃତିରେ ବିଚାରିଣ ମୋକ୍ଷଧର୍ମ ଅଧର୍ମ ବୋଲିଣ ଅଟେ ବେନିପକ୍ଷ ।ଧର୍ମରୁ ଜାତ କରିଲେ ଦେବତା ସକଳଅଧର୍ମରୁ ଜାତ ହେଲେ ସର୍ବ ଦୁଷ୍ଟବଳ ।ଏମାନଙ୍କୁ ଜାତକରି ଅଛନ୍ତି ଯେ ପୁଣିଲେଉଟି ସଂହାର କରେ ଯଥାକାଳ ଜାଣି ।ଶତ୍ରୁ ମିତ୍ର ଉଦାସିତା ନାହିଁ ନା ଯାହାରିତେଣୁକରି ଶଙ୍ଖ ଚକ୍ର ଗଦା ଅବଧାରୀ ।ସନ୍ଥଜନ ପ୍ରତିପାଳି ଦୁଷ୍ଟ କରି ନାଶପୃଥିବୀର ଭାରାଭର କରିବେ ଉଶ୍ୱାସ ।ଲବଣ ସମୁଦ୍ର ତଟେ ଶୋହେ ନୀଳଗିରିଚତୁର୍ଦ୍ଧାରୂପରେ ତହିଁ ବିଜେ ଦେବହରି ।କଳ୍ପବଟ ନିକଟରେ ପ୍ରାସାଦ ଶୋଭନପୁଷ୍କର ମଣ୍ଡପ ତଳେ ରତ୍ନ ସିଂହାସନ ।ସେ ସିଂହାସନ ଉପରେ ବିଜେ ଦେବରାଜଛାମୁରେ ଗରୁଡ଼ ଯତି ବିନତା ଆତ୍ମଜ ।ଲକ୍ଷ୍ମୀ ସରସ୍ୱତୀ ଆଉ ବିଳମ୍ବ ଯେ ଦେବୀକୋଟି ବିଦ୍ୟାଧରୀ ପୁଣି ଅନନ୍ତ ଭୈରବୀ ।ସନକ ସନାତନର ମୂଳେ ଦେବ କୋଟିବାରବ୍ରତ ବାରତୀର୍ଥ ପାଦେ ଛନ୍ତି ଖଟି ।ଏକବାରେ ଦରାନେ ଖଣ୍ଡେ ସର୍ବଭୟେପାପାଧିପାପ ବିଧ୍ୱଂସ ଚାରିଯୁଗ ଯାଏ ।ସର୍ବାଳଙ୍କାର ଭୂଷଣ ଯାହାର ଶରୀରଗନ୍ଧ ପୁଷ୍ପ ଆଭରଣ ନାନା ପରକାର ।ହୀରା ନୀଳା ପ୍ରବାଳ ଯେ ବୈଡୁର୍ଯ୍ୟ ମୁକୁତାଶତେବାନି ହେମ ମାଣିକ୍ୟରେ ମୋତିମୁକ୍ତା ।ଧୂପ ଦୀପ ନଇବେଦ୍ୟ ସୁଧା ଷଡ଼ରସନାନାରଙ୍ଗରେ ଭୋଗନ୍ତି ଯେବଣ ପୁରୁଷ ।ଏକେ ନାଟ ବହୁବାର ତୀର୍ଥଯାତ୍ରା ମୂଳେଇନ୍ଦ୍ର ସମ୍ପଦ ବହଇ ପାଦପଦ୍ମ ତଳେ ।ନମସ୍ତେ ସେ ଜଗବନ୍ଧୁ ସର୍ବ ଅନ୍ତର୍ଯ୍ୟାମୀରାଗ ମୋହ ଅହଙ୍କାର ବିବର୍ଜିତ ସ୍ୱାମୀ ।ଲକ୍ଷ୍ମୀର ବଲ୍ଲଭ ସ୍ୱାମୀ ଶାରଦାବିଳାସଶ୍ରୀପଦେ ଭକ୍ତି କରେ ଅଚ୍ୟୁତାନନ୍ଦ ଦାସ ।କର୍ଣ୍ଣକୁହିଁ ଏ ଅମୃତ ସୁଧାରସ ବାଣୀପଦେ ପଦେ ମୁକ୍ତିପଥ ଧାତା ଦିଏ ଆଣି ।ଅତିଭାଗ୍ୟେ ଭାଗବତ ସାରସ୍ୱତ ଗ୍ରନ୍ଥଅଷ୍ଟାଦଶ ପୁରାଣ ଏ ବେଦାନ୍ତ ମୋକ୍ଷାର୍ଥ ।ପାପ ହରଣରେ ହରିବଂଶ ହରିକୀର୍ତ୍ତିଜ୍ଞାନସଂହିତା ପରେ ଏ ଅଟେ ବିଷ୍ଣୁସ୍ମୃତି ।ଯେଉଁ ବିଷ୍ଣୁ ନାମ ସୁମରନ୍ତେ ଏକବାରମାୟା ମୋହ ସଂସାରରୁ ହୋଇଯାନ୍ତି ପାର ।ଯେ ଯାହାନୁରୂପେ ବଳ ଭିଆଇ ଯେଝାରେଏତେ ଯୋଗ ଭିଆଇଲେ ଯେ ଦେବ ମର୍ତ୍ତ୍ୟରେ ।ମଧୁବନ ପୁରେ ରହି କୃଷ୍ଣ କାମପାଳଉଗ୍ରସେନ ଆଦି ସେବା କରନ୍ତି ସକଳ ।ଇନ୍ଦ୍ରଦେବ ଦେଲେ ଦଶସହସ୍ର ନାୟିକାଅମର ବିଦ୍ୟାଧରର ମୂଳେ ଇନ୍ଦୁରେଖା ।କିନ୍ନରୀ ଅପ୍ସରୀ ସର୍ବେ ଅଂଶ ଅବତାରଜନ୍ମ ଜନ୍ମାନ୍ତରେ ସେହୁ ଦାସୀ ଶ୍ରୀବିଷ୍ଣୁର ।ତାହାନ୍ତ ଘେନିଣ କ୍ରୀଡ଼ାକରି ଦେବରାୟେବସୁଦେବର ମନ୍ଦିରେ ଥାନ୍ତି ସର୍ବଦାଏ ।ସମସ୍ତେ ସେହି ଦେବୀଙ୍କୁ କରୁଥାନ୍ତି ସେବାଅନ୍ଥଃପୁରର ଭିତରେ ଥାନ୍ତି ନବଯୁବା ।ସୁନାସ ପୁତ୍ର ସୁରଥ ନାମରେ କୁମରଟିକାଇତ ଜେନା ସେହୁ ରାଜ୍ୟକୁ ଉଦ୍ଧାର ।ଇନ୍ଦୁମତୀ ଦେବକୀର ଅଷ୍ଟ ଅଷ୍ଟ ପୁତ୍ରସପତାଙ୍ଗେ ରହିଥାନ୍ତି ପାସୋରିଣ କଷ୍ଟ ।ସାତବଂଶ ଯାଦବ ଚୌରାଶୀ କୋଟି ବଳକୁବେର ସମାନ ଧନବନ୍ତ ସେ ସକଳ ।ବହୁ ଶୂଦ୍ର କ୍ଷତ୍ରୀ ବୈଶ୍ୟ ଆଉ ନାନାଜାତିସମସ୍ତେ ସୁଖରେ ଥାନ୍ତି ନାହିଁ ଭୟ ଭ୍ରାନ୍ତି ।ଶ୍ରୀକୃଷ୍ଣଙ୍କ ପଞ୍ଚଆତ୍ମା ଅଟେ ଫାଲଗୁନିସବୁବେଳେ ଅର୍ଜ୍ଜୁନକୁ ସଙ୍ଗତରେ ଘେନି ।ସାନ୍ଦୀପନିଙ୍କ ନିକଟ ବିଦ୍ୟା ଶିକ୍ଷା ଯାହାଏକାଙ୍ଗେ ପାର୍ଥେ କହିଲେ କୃଷ୍ଣଚନ୍ଦ୍ର ତାହା ।ନରନାରାୟଣ ରୂପେ ହୋଇ ଅବତାରଏହି ନିବାରିବେ ମହୀଦେବୀ ଭାରାଭର ।ହରିବଂଶ ପୁରାଣର ବାଣୀ ପୁଣ୍ୟମୟେଇଦଂ ତ୍ରୟୋଦଶ ଅଧ୍ୟା ସମାପତ ହୁଏ ।