ଚିତ୍ତବୋଧ ବା ଚିତ୍ତବିନୋଦ (ଦ୍ୱିତୀୟ ଭାଗ)
ମହାପୁରୁଷ · ପ୍ରାୟ ୧୪୮୫–୧୫୭୦
- ପଢ଼ିବା ସମୟ
- ୨୭୯ ମିନିଟ୍
- ଶବ୍ଦ
- ୪୪୬୪୨
- ସ୍ଥିତି
- ସାର୍ବଜନୀନ (Public domain)
ମଙ୍ଗଳାଚରଣ
ନମୋ ଗଣେଶ ବିଘ୍ନେଶଗିରିଜା ନନ୍ଦନ ପ୍ରଭୋସର୍ବବିଘ୍ନ ନିହନ୍ତ୍ୟାଶୁସର୍ବସିଦ୍ଧି ପ୍ରଦୋଭବଃ ।କୃପାପାରାବାରଃ ସକଳ ଜଳଦ ଶ୍ରେଣୀ ରୁଚିରୌରମାବାଣୀରାମଷ୍ଣୁ ରଦ୍ମଳପଦ୍ମେ କ୍ଷଣମୁଖ୍ଃସୁରେନ୍ଦ୍ରାରାଧ୍ୟଃତିଗଣ ଶିଖା ଗୀତରଚିତେଜଗନ୍ନାଥଃସ୍ୱାମୀ ନୟନପଥଗାମୀ ଭବତୁମେ । ୨ ।ଯଦା ଧର୍ମଗ୍ଲାନିର୍ଭବତି ମଜଗତାଂ କ୍ଷୋଭକରଣତଦାଲୋକସ୍ୱାମୀ ପ୍ରକଟିତ ବପୁଃ ସେତୁଧୂଗଜଃତତାଂଧାତ ସ୍ୱଚ୍ଛୋନିଗମଗୁଣଗୀତେ ବ୍ରଜପତିଃଶରଣ୍ୟେ ଲୋକେଶୋନାମ ମଭବତୁକୃଷ୍ଣୋପି ବିଷୟଃ । ୩ ।ମକରଧ୍ୱଜ ମତ୍ତମାତଙ୍ଗହରଂକରୀଚର୍ମାସନା ଗବିବୋଧକରଂବରଜାଭୟଶୁକବିଷାଣଧରଂପ୍ରଣମାମି ଶିବଂ ଶିବକଳ୍ପତରୁଂ । ୪ ।ଶରଣମପିସୁରାଣାଂ ସିଦ୍ଧବିଦ୍ୟାଧାରଣଂମୁନିମନୁଜନରାଂ ବ୍ୟାଧିଭିଃ ପୀଡ଼ିତାନାଂନୃପତିଗୃହତାନାଂ ଦସ୍ୟୁଭିସ୍ତା ପିତାନାଂତ୍ୱମାମି ଶରଣମେକା ଦେବୀ ଦୁର୍ଗେ ପ୍ରସୀଦଃ ।
ଗଣେଶଙ୍କ ବନ୍ଦନା
ଜୟ ଜୟ ଲମ୍ବୋଦର ପାର୍ବତୀ ନନ୍ଦନଗଜଦନ୍ତ ମହାକାୟ ସିନ୍ଦୂର ବଦନ ।ଅଯୋନି ସମ୍ଭୂତ ଦେବ ଯୋଗେ ଯୋଗସିଦ୍ଧଜନ୍ତୁପତିଙ୍କି ମୁକତ କଲ ଦେବରାଜ ।ସର୍ବବିଦ୍ୟା ବିଶାରଦ ଚତୁର ପଣରେଭକ୍ଷିଲ ଅମୃତ ଲଡ଼ୁ ଶିବଙ୍କ ତୋଷରେ ।ସର୍ବଦେବ ଅଗ୍ରେ ପୂଜା ଅଟଇ ତୁମ୍ଭରସର୍ବବିଘ୍ନ ନାଶିବାରୁ ନାମ ବିଘ୍ନେଶ୍ୱର ।ତୋ ଦୟାବଳରେ ଦେବ ଶ୍ରୀହରିଙ୍କ ତତ୍ତ୍ୱଲେଖିବାକୁ ଭାଷାବନ୍ଧେ ବଳାଇଛି ଚିତ୍ତ ।ତୋର ଦୟା ହେଲେ ଯାହା କିଞ୍ଚିତ ମାତରଦୀନ ହୀନର ମାଗୁଣି ଏତିକି ମାତର ।
ପାର୍ବତୀଙ୍କ ବନ୍ଦନା
ଜୟ ମାତା ପାର୍ବତୀ ଗୋ ଜଗତ ଜନନୀଜୟ ଜୟ ଆଦ୍ୟାଶକ୍ତି ଦେବୀ ସନାତନୀ ।ମହିଷା ବିନାଶେ ମାଗୋ ଦୁର୍ଗା ଅବତାରଅସୁରବଳ ଧ୍ୱଂସିନୀ ଶିବେ କଲୁ ବର ।ଅନ୍ନପୂର୍ଣ୍ଣା ମହାମାୟୀ ସଂକଟ ତାରିଣୀତ୍ରିଲୋକେ କେ ଶକ୍ୟ ତୋର ମହିମା ବଖାଣିତୋ ସୁଦୟା ଯାହାଠାରେ ହୁଅଇ ଗୋ ମାତଗଜମୂର୍ଖ ହେଲେ ସେହି ହୁଅଇ ପଣ୍ଡିତ ।ତବ ପାଦପଦ୍ମେ ମୋରେ ନିରନ୍ତରେ ଧ୍ୟାନଚିତ୍ତବିନୋଦ ଲେଖିବି ବଳାଇଛି ମନ ।ମୋର ମନୋରଥ ମାତଃ ପୂର୍ଣ୍ଣ ଯେ କରାଅକଣ୍ଠତଟେ ବସି ମୋରେ ପଦ କହିଦିଅ ।ତୁମ୍ଭ ପ୍ରସନ୍ନରୁ ଏହି ଚିତ୍ତବୋଧ ଗ୍ରନ୍ଥଲେଖୁଅଛି ମାତା ମୋର ବଳିଅଛି ଚିତ୍ତ ।ଯହୁଁ ହରି ଗୋପ ଛାଡ଼ିଗଲେ ମଧୁପୁରସେଠାରେ ମାରିବେ ସେହି ଦୁଷ୍ଟ କଂସାସୁର ।ତା ଉତ୍ତାରୁ ଆଉ ବହୁ ରାକ୍ଷସ ମାରିବେଶ୍ରୀକୃଷ୍ଣର ହସ୍ତେ ମରି ମୁକତି ଲଭିବେ ।କଂସର ମରଣ ଶୁଣି ଜରାସନ୍ଧ ବୀରଅଷ୍ଟାଦଶ ବାର ଧାଡ଼ି ଦେବ ସେ ନିକର ।ରାଜସୂୟ ଯଜ୍ଞ ଯୁଧିଷ୍ଠିର କଲାବେଳେଜରାସନ୍ଧ ମରିବ ଯେ ଭୀମର ହସ୍ତରେ ।ଅଷ୍ଟାଦଶ ଦିନ କୁରୁ ସମର ଲଗାଇଧରଣୀ ଭାରା ହରିବେ ଦୁଷ୍ଟଙ୍କୁ ମରାଇ ।ଏହିରୂପେ ନାନା କର୍ମ କରିଣ ଶ୍ରୀହରିଶେଷେ ନିଜ ପୁରେ ଯିବେ ଯଦୁବଂଶ ମାରି ।ଏହିପରି କର୍ମ ଯେ କରିବେ ନରହରିଏକଥା ପ୍ରସନ୍ନେ ମାତଃ କୁହ ବେଗକରି ।ତୁମ୍ଭ ଶ୍ରୀପୟରେ ମୁଁ ଯେ ସର୍ବଦା ନମଇଁଅଚ୍ୟୁତାନନ୍ଦକୁ ମାତଃ କର ବେଗେ ତ୍ରାହି ।
ବୃନ୍ଦାବତୀର ଚେତନା
ପରୀକ୍ଷ ରାଜା ପଚାରେ ବିନୟ କରିଣଆହେ ମୁନିବର କୁହ ସନ୍ଦେହ ଫେଡ଼ିଣ ।ଯେତେବେଳେ ଗଲେ କୃଷ୍ଣ ଅକ୍ରୂର ସଙ୍ଗରେନ ଥିଲା ବୃନ୍ଦା ସେକାଳେ ବରଜ ନଗରେ ।ଯାଇଥିଲେ କରିବାକୁ କୁସୁମ ଚୟନଆଜ୍ଞା ଦେଇଥିଲେ ଯେଣୁ ଯଶୋଦା ନନ୍ଦନ ।ବାହୁଡ଼ି ଆସନ୍ତେ ପଥେ ସଖୀଙ୍କ ମୁଖରୁଶୁଣିଲେ ଗଲେଣି କୃଷ୍ଣ ବରଜ ନଗରୁ ।ପତିପ୍ରାଣା ସାଧବୀ ଯେ ଆହା ନାଥ ବୋଲିଅଜ୍ଞାନ ହୋଇ ପଡ଼ିଲେ ଧରାପରେ ଢଳି ।ଶ୍ରୀମତୀ ସହିତେ ଯେତେ ଗୋପାଙ୍ଗନାଗଣସର୍ବେ ମିଳି କଲେ ନାନା ଉପାୟ ବିଧାନ ।ନ ଆସିଲା ସଂଜ୍ଞା ଯହୁଁ ବୃନ୍ଦାର ଶରୀରେଦେବତା ଏ ବିଚାରନ୍ତି ବିଷାଦ ମନରେ ।କିପରି ହେମାଙ୍ଗୀ ବୃନ୍ଦା ପାଇବେ ଜୀବନକି କରିବେ କୃଷ୍ଣ ଯାଇ ମଥୁରା ଭୁବନ ।କୃପାକରି କହ ଏହି କଥା ସବୁ ମୋତେଶୁଣିଲେ ସଂଶୟ ମୋର ନ ରହିବ ଚିତ୍ତେ ।
ଶ୍ରୀ ଶୁକ ଉବାଚ
ପରୀକ୍ଷିତଙ୍କର ମୁଖୁଁ ଶୁଣିଣ ଏସନହରଷ ଚିତ୍ତେ କହନ୍ତି ଶୁକ ତପୋଧନ ।କୃଷ୍ଣଙ୍କର ମଥୁରା ଗମନ ବାଣୀ ଶୁଣିସଂଜ୍ଞାହୀନ ହୋଇ ବୃନ୍ଦା ଲୋଟିଲା ଧରଣୀ ।ବୃନ୍ଦାକୁ ଧରି ସକଳ ଗୋପୀ ତହିଁ ରହିଶୋକଭରେ କାହାରି ଶରୀରେ ଜ୍ଞାନ ନାହିଁ ।ତେବେ ମଧ୍ୟ ବୃନ୍ଦାବତୀ ପିଣ୍ଡକୁ ସେମାନେଦହନ କରିବେ ବୋଲି ଭାବି ନିଜ ମନେ ।ଚନ୍ଦନକାଷ୍ଠ ବନରୁ ଆଣୁଛନ୍ତି ବହିବୃନ୍ଦାବତୀ ପିଣ୍ଡ ଘେନିଛନ୍ତି କେତେ ଗୋଈ ।ଚଉପାଶେ ବେଢ଼ିକରି ବସିଛନ୍ତି କେତେହା ହା ବୃନ୍ଦା କେଣେ ଗଲୁ ବୋଲନ୍ତି ସମସ୍ତେସେହି ପଥ ଦେଇଣ ନାରଦ ଯାଉଥିଲେଏମନ୍ତ ଘଟଣା ସେହି ସ୍ଥାନରେ ଦେଖିଲେ ।ମନରେଭାବିଲେ ଗୋପୀ ହୋଇଛନ୍ତି ଭୋଳଦହିବାକୁ ଭାବିଛନ୍ତି ବୃନ୍ଦାର ଶରୀର ।ନାରୀ ଜାତି ଗୋପୀମାନେ ନ ଜାଣନ୍ତି କିଛିଶ୍ରୀକୃଷ୍ଣ ବିଚ୍ଛେଦେ ବୃନ୍ଦା ଅଜ୍ଞାନ ହୋଇଛି ।ଯିବି ମଧୁବନ କୃଷ୍ଣ ଦର୍ଶନ କରିବିବୃନ୍ଦାବତୀ କଥାସବୁ କୃଷ୍ଣଙ୍କୁ କହିବି ।ମନରେ ଏକଥା ଭାବି ନାରଦ ଚଳିଲେମଧୁପୁରେ ମଧୁବନେ ପ୍ରବେଶ ହୋଇଲେ ।ନାରଦଙ୍କୁ ଖଣ୍ଡେ ଦୂରୂଁ କୃଷ୍ଣ ଘେନିଗଲେକାହିଁଥିଲ ନାରଦ ହେ ବୋଲି ପଚାରିଲେ ।ନାରଦ ବୋଇଲେ ଗୋପପୁର ଯାଇଥିଲୁତୁମ୍ଭଙ୍କୁ ନ ଦେଖି ସେହି ସ୍ଥାନରୁ ଫେରିଲୁ ।ଦେଖିଲି ଯମୁନା କୂଳେ ଗୋପାଙ୍ଗନା ନାରୀଅପେକ୍ଷା କରି ସେଠାରେ ନ ଥିଲେ ଶ୍ରୀ ହରି ।ଶ୍ରୀମତୀ ଆଦି ସକଳ ହୋଇଛନ୍ତି ଠୁଳଗୋପୀଙ୍କର ନୟନରୁ ବହେ ଅଶ୍ରୁଜଳ ।ଶବ ଗୋଟିଏ ମଧ୍ୟରେ ପକାଇ ଅଛନ୍ତିବୃନ୍ଦାବନରୁ ଚନ୍ଦନ କାଷ୍ଠ ବହୁଛନ୍ତି ।କାନ୍ଦୁଛନ୍ତି ବୃନ୍ଦାବତୀ ବୃନ୍ଦାବତୀ ବୋଲିକେ କାନ୍ଦୁଛି ବୃନ୍ଦା ଆସିଥିଲୁ ଫୁଲତୋଳି ।ଗୋପରେ ଯେପରି ଗୋପୀ ହୋଇଛନ୍ତି ନାଶଶୋଭା ନ ଥିବେ ତା ପରି ଜଣେ ପୀତବାସ ।କୋଳାହଳ ଧ୍ୱନି ଶୁଭେ ଯମୁନାର ତୀରେଏମନ୍ତ କହି ନାରଦ ଅନ୍ତର୍ଦ୍ଧାନ ହେଲେ ।ନାରଦଙ୍କ ମୁଖୁ ଶୁରି ଏମନ୍ତ ବଚନବାକ୍ୟ ନ ସ୍ଫୁରିଲା ପୁଣି ନ ଚଳେ ଚରଣ ।ଶ୍ରୀକୃଷ୍ଣଙ୍କୁ ଗୋପ ମାୟା କଲା ବିମୋହିତଗୋପୀଙ୍କ ମାୟାରେ କୃଷ୍ଣ ହୋଇଲେ ପୀଡ଼ିତତାଙ୍କ ମନ ଯାଇ ବୃନ୍ଦା ପାଶରେ ରହିଲାଯେ ଦିଗେ ଚାହିଁଲେ ବୃନ୍ଦା ରୂପେ ଦେଖାଗଲାମନରେ ବିଚାରି ରାମ ପାଶକୁ ସେ ଯାଇଁବୋଇଲେ ଶୁଣନ୍ତୁ ଏବେ ଭାଇ ହଳସାଇଁ ।ନନ୍ଦ ଗୋପାଳଙ୍କୁ ଘେନି ତୁମ୍ଭେ ଏଥେ ଥାଅମୁଁ ନ ଫେରିବା ପର୍ଯ୍ୟନ୍ତ କେଣିକି ନ ଯାଅ ।କ୍ଷଣେ ରହି ଫଳମୂଳ ଆଣିବଇଁ ମୁହିଁସୁସ୍ଥ ହୋଇବା ହୋ ଆମ୍ଭେ ଫଳମୂଳ ଖାଇ ।ମାମୁଁଙ୍କୁ ଦେଖିବାଯାଏ ମୌନ ହୋଇଥିବାମାମୁଁ ଯାହା ଦେବେ ତାହା ଆନନ୍ଦେ ଖାଇବାଏମନ୍ତ କହି ରାମଙ୍କୁ କୃଷ୍ଣ ତହିଁ ଗଲେମଧୁବନର ମଧ୍ୟରେ ପ୍ରବେଶ ହୋଇଲେ ।ଦେଖିଲେ ବୃନ୍ଦାବନର ପ୍ରାୟ ଶୋଭା ତାରଅଜ୍ଞାନେ ଡାକିଲେ ବୃନ୍ଦା ଆସି ବୃନ୍ଦା ମୋରକେଣେ ଲୁଚିଅଛୁ ମୋତେ ଦେଖା ତୋ ବଦନତୋ ମୁଖ ନ ଦେଖି ମୁହିଁ ତେଜିବି ଜୀବନ ।ମୁହିଁ ମୂଢ଼ପଣ କଲି ତୋତେ ନ କହିଲିଫୁଲ ତୋଳିବା ନିମନ୍ତେ ବନେ ପଠାଇଲି ।ଦେଖିଲି ମୋତେ ମୁଁ ତୋକେ ତୁହି ନ ଦେଖିଲୁନିରାଶ ହୋଇଣ ତୁହି ଜୀବନ ତେଜିଲୁ ।ମୋତେ ନ ଦେଖି ଜୀବନ ହରାଇଲୁ ତୁହିତୋ ଗୁଣ ସୁମରି ମୋର ହୃଦ ହୁଏ ଦହି ।ତୋର ଭାବ ମୋତେ ସଖୀ ହୋଇଲା ସ୍ୱପନତୋର ଗୁଣମାନ ଦେଖି ଦେହ ହେବ କ୍ଷୀଣ ।ନିରତେ ବେନି ନୟନେ ତୁହି ଖେଳା କରୁତୁ କେଣେ ଗଲୁ ଗୋ ମୋତେ ଏକା ଛାଡ଼ିଗଲୁକାହା ଆଗେ ହୃଦ ବ୍ୟଥା କହିବି ଏକାନ୍ତେକାହାର କହିବା କଥା ଯିବଇଁ ପରତେ ।କାହା ଲାଗି ରାଧା ଆଗେ କହୁ କଟୁଛନ୍ଦକାହା ଲାଗି ରାଧା ମୋର କରିଥିବ ଦ୍ୱନ୍ଦ୍ୱ ।ଗୋପୀଙ୍କି ଲୁଚି ମୁଁ ଆଉ କା ଘରକୁ ଯିବିକାହା ସଙ୍ଗେ ରତିରସେ ରାତି ପୁହାଇବି ।ମୋ ଅଧରାମୃତ ନେଇ କେ କରିବ ପାନରତି କାଳରେ ମୋ ମୁଖେ କେ ଦେବ ଚୁମ୍ବନକେ ପୂର୍ଣ୍ଣିମା ଚାନ୍ଦ ଦେଖି କରି ଆଲିଙ୍ଗନରତି ଅସମ୍ଭାଳେ କିଏ କରିବ ଉଲଗ୍ନ ।ଆଗୋ ବୃନ୍ଦାବତୀ ମୋର ହୃଦହାର ଅଟୁହୃଦରେ ମାୟା ନ ରଖି ମୋର ପାଦେ ଖଟୁ ।ରାଧାଠାରୁ ବଳି ସ୍ନେହ କରୁ ତୁ ଅଧିକଏବେ ବୃନ୍ଦାବତୀ କରିଗଲୁ ତୁ ନିରେଖ ।ବିଶ୍ୱାସ କରି ମୋ କାନ୍ଧେ ଥରେ ବସିଥିଲୁକଚାଡ଼ି ଛାଡ଼ି ମୁଁ ଗଲି ମନୁ ପାଶୋରିଲୁ ।ମୋହର ସେ ଦୋଷ ତୁହି ମନରେ ନ ଧରିପୁଣି ମୋ କଥା ବିଶ୍ୱାସ ଥିଲୁ ତୁହି କରି ।ସବୁଦିନ କଥା ତୁ ଗୋ ଠୁଳ କରିଥିଲୁଠକିଲେ ଶ୍ରୀକୃଷ୍ଣ ବୋଲି ଜୀବନ ତେଜିଲୁ ।ଜାଣୁ ଜାଣୁ ହସ୍ତରେ ମୁଁ ତୋତେ କଲି ବଧତୁ ଯେବେ ମରିଲୁ ବୃନ୍ଦା ସରିଲା ଗୋ ସଧ ।ଗୋପକୁ ନ ଯିବି ନ ଚାହିଁବି କାହା ମୁଖରାଧା ସଙ୍ଗେ ନ କରିବି ନୋହୁ ପଛେ ସୁଖ ।ଏମନ୍ତ ବୃନ୍ଦାର ଗୁଣ ଭାବି ଭାବଗ୍ରାହୀବେନି ନୟନରୁ ତାଙ୍କ ଅଶ୍ରୁ ଯାଏ ବହି ।ପୁଣି ବୃନ୍ଦାବତୀ ଭାବ ମନରେ ଭାବିଲେମଞ୍ଚେ ନ ରହିବି ବୋଲି ମନରେ ପାଞ୍ଚିଲେ ।ଏବେ ବିଧାତା ମୋଠାରେ ମନ୍ଦ ଗୋ ପାଞ୍ଚିଲାଏବେ ବିଧାତା ମୋହର ସଙ୍ଗ ଛଡ଼ାଇଲା ।କଂସ ମାରିବାରେ ମୋର ଆଉ କାର୍ଯ୍ୟ ନାହିଁନିଜ ଧାମେ ଯିବି ଏବେ ସତ୍ୟ କଲି ମୁହିଁ ।ଏମନ୍ତ ଭାବେ ବୃନ୍ଦାର ଗୁଣକୁ ସୁମରିନିଶ୍ଚଳ ଯୋଗଧ୍ୟାନରେ ରହିଲେ ଶ୍ରୀହରି ।ନିରାକାର ବିଷ୍ଣୁଙ୍କୁ ସେ ହୃଦେ କଲେ ଧ୍ୟାନଶ୍ରୀକୃଷ୍ଣ ବହ୍ମରନ୍ଧ୍ରରେ ଲଗାଇଲେ ଧ୍ୟାନ ।କମ୍ପିଲା ତିନି ଭୁବନ ମେଘ ଆଚ୍ଛାଦିଲାଦିବାକର ଆକାଶରେ ଚକିତେ ରହିଲା ।ଦେବଗଣ ଭୀତ ହୋଇ ଗଲେ ଇନ୍ଦ୍ର ପାଶବୋଇଲେ ଯୋଗ କରୁଛି କେବଣ ପୁରୁଷ ।ସୁରପତି ତାହା ଶୁଣି ଉଠିଲା ଝଟତିଦେବଙ୍କୁ ଘେନିଣ ଗଲା ପିତାମହ କତି ।ବ୍ରହ୍ମାଙ୍କ ପାଦତଳେ ନମସ୍କାର କଲାବେନି କର ଯୋଡ଼ିଣ ସେ ବିନୟ କହିଲା ।ବୋଇଲା ଭୋ ତାତ ମଧୁପୁର ଘୋରବନେକେବଣ ପୁରୁଷ ବସିଅଛି ଯୋଗଧ୍ୟାନେ ।ବିଷ୍ଣୁ ତେଜ ଅଙ୍ଗ ତାର ଦିଶୁଛି ପ୍ରଖରକିଏ ଜାଣେ ଯୋଗବଳେ ଦହିବ ତ୍ରିପୁର ।ଶୁଣି ପିତାମହ ଧ୍ୟାନ ବଳରେ ଜାଣିଲେକୃଷ୍ଣ ନିଜେ ଧ୍ୟାନ ଯୋଗେ ଅଛନ୍ତି ଦେଖିଲେ ।ତକ୍ଷଣେ ଦେବଙ୍କୁ ଧରି ଗଲେ ମଧୁବନମିଳିଲେ ତକ୍ଷଣେ ସ୍ଥାନେ ଛନ୍ତି ନାରାୟଣ ।କରଯୋଡ଼ି ସ୍ତୁତି ଉଚ୍ଚାରିଲେ ବେଦବରଦୟାକର ପ୍ରଭୁ ତୁମେ କରୁଣା ସାଗର ।ଜଗତ ତୋ ଶରୀରରୁ କରିଛୁ ସମ୍ଭୁତଦେବାସୁର ନରଙ୍କୁ ତୁ କରିଅଛୁ ଜାତ ।ଚଉଦ ଭୁବନ ଜୀବଜନ୍ତୁ ଆଦି ଯେତେତୋ ଲୋମମୂଳରୁ ଜାତ ହୋଇଲେ ସମସ୍ତେତୁ ସିନା ସକଳ ଭୂତେ ଅଛୁ ବାସ କରିତୁହି ଜୀବ ହୋଇ ସର୍ବଘଟେ ଅଛୁ ପୁରି ।ପରମ ରୂପେ ତୋ ସର୍ବ ଘଟରେ ବିଶ୍ରାମସରିଯାଉଅଛି ଯାହା କରୁଛ ସୃଜନ ।ତୁହି ନ ରଖିଲେ ଆମ୍ଭେ ହୋଇଲୁ ନିରେଖତୋ ପାଦେ ଶରଣ ଗଲୁ ଯୋଗଧ୍ୟାନ ରଖ ।ଅସୁରେ ଆମ୍ଭଙ୍କୁ ମାରି କରିବେ ନିଧନଦେବଙ୍କ ଭଣ୍ଡାର ସବୁ କରିବେ ହରଣଦେବଙ୍କ ଭୋଗ ପଦାର୍ଥ ସମୁଦ୍ରେ ଫିଙ୍ଗିବେଦେବନାରୀମାନଙ୍କୁ ସେ ବଳେଣ ହରିବେ ।ବ୍ରହ୍ମାର ପଦକୁ ମୋତେ ଦେଲୁ ଦାମୋଦରକାହାକୁ ଧରି ମୁଁ ଏବେ କରିବି ସଂସାର ।ପୂର ଭାରା ଉଶ୍ୱାସ ଯେବେ ନ କରିବୁଅସୁର ନ ମାରି ଯେବେ ନିଜ ଧାମେ ଯିବୁ ।ସରିଲା ଜଗତ ସରିଗଲେ ଦେବଗଣଦୟିନୀ କରୁଛି ଏବେ ରଖ ଯୋଗଧ୍ୟାନ ।ଏମନ୍ତ ବୋଲିଣ ଧାତା ଯୋଡ଼ି ବେନିକରଅନ୍ତର୍ଯ୍ୟାମୀ କୃଷ୍ଣ ମନ ଜାଣିଲେ ବ୍ରହ୍ମାର ।ବୋଲନ୍ତି ସେ ଚକ୍ରଧର ଚାହିଁଣ ବ୍ରହ୍ମାଙ୍କୁକାହିଁ ପାଇଁ ପିତାମହ ଆସିଲେ ମଞ୍ଚକୁ ।ଆହେ ତାତ ତୁମ୍ଭ ପାଇଁ ମୋର ଅବତାରତୁମ୍ଭ ପାଇଁ ବୈକୁଣ୍ଠରେ ବାସ ନାହିଁ ମୋର ।ନାନା ଯୋନିରେ ମୁଁ ଜାତ ହୁଏ ତୁମ୍ଭ ପାଇଁନାନାକଷ୍ଟମାନ ତୁମ୍ଭ ଯୋଗେ ମୁଁ ସହଇ ।ମୁଁ ଯେବେ ଗୋପୀଙ୍କ ସଙ୍ଗେ ଗୋପଲୀଳା କଲିକଂସ ମାରିବାକୁ ମଧୁପୁର ମୁଁ ଆସିଲି ।ଗୋପୀଏ ନ ଦେଖି ମୋତେ ହୋଇଲେ ନିରାଶକ୍ଷଣେ ଛାଡ଼ି ନାହିଁ ତାଙ୍କୁ ବୃନ୍ଦା ଗଲା ନାଶ ।ନିରାଶ କରିଣ ଗୋପେ ଛାଡ଼ି ମୁଁ ଅଇଲିତେଣୁ ବୃନ୍ଦାବତୀ ମଲା ଆଜି ମୁଁ ଶୁଣିଲି ।ତୁମ୍ଭେ ପଚାରିଲ କୃଷ୍ଣ ଗୋପୀଙ୍କୁ ଛାଡ଼ିଲେଶ୍ରୀକୃଷ୍ଣ ଗୋପୀଙ୍କି ଆଉ ନଦେଖିବେଡୋଳେଶୁଣ ଆହେ ବେଦବର କହୁଅଛି ମୁହିଁଯହିଁ ଗୋପୀ ଥିବେ ମୁହଁ ରହିଥିବି ତହିଁ ।ଶ୍ରୀକୃଷ୍ଣ ଗୋପୀ କେବେ ନୁହନ୍ତି ଭିନ୍ନାଭିନ୍ନଆହେ ଦେବ ତୁମ୍ଭେ ସବୁ କରିଛ ଭିଆଣ ।ମୋହର ଜୀବନ ସିନା ଗୋ ଯେ ଅଛି ରହିକେବଳ ପିଣ୍ଡ ମୁଁ ଧରି ଆସିଅଛି ମହୀ ।ଗୋପୀ ମଲେ ମୁହିଁ ଆଉ ନ ରଖେ ଜୀବନଏକଥା ବିଚାର ନାହିଁ ତୁମ୍ଭେ ଦେବଗଣ ।ଅସୁର ନ ମଲେ ମୋର ହୋଇବ ବା କିସସ୍ୱର୍ଗ ସମ୍ପତ୍ତି ଯେତେକ ହୋଇବ ବିନାଶ ।ଗୋପୀମାନେଯେବେ ମୋର ସଙ୍ଗେସଙ୍ଗ ହୋଇତାହାଙ୍କୁ ଯେବେ ମୁଁ ରଖୁପାରିଲିଟି ନାହିଁ ।ସେ ପାଦେ ସେବାକରିଣ ଗୋପୀ ନାଶ ଯିବେଜଗତରେ ଦୋଷୀ ମୋତେ ଶୁଣିଲେ କହିବେମୁହିଁ ଯେବେ ପୃଥ୍ୱୀ କରୁଅଛି ଆତଯାତମୋତେ ଭଜି କେଉଁ ପରି ମରିବେ ମୋ ଭକ୍ତରମ୍ଭା ମେନକା ସହିତେ ଦେବକନ୍ୟାମାନଯେବେ ସେ ଅସୁରେ ନେବେ ତାହାଙ୍କ ଭୁବନଯେବେ ସେ ଅସୁର ଦେବଭଣ୍ଡାର ଲୁଟିବେନିଜ ପୁରକୁ ସେମାନେ ବଳେ ଯେ ଭାଙ୍ଗିବେମାୟାକରି ମୋତେ ତୁମ୍ଭେ ଅନୁକ୍ଷଣେ କୁହତୁମ୍ଭର ନାରୀ ଧରିଣ ତୁମ୍ଭେମାନେ ରୁହ ।ତୁ ପିତାମହ ମୋହର ବତ୍ସାବାଳ ନେଲୁତୁହି ଇନ୍ଦ୍ର ସାତଦିନ ବଜ୍ର ବରଷିଲୁ ।କାହାକୁହିଁ ତୁମ୍ଭେମାନେ ରଖିଦେବ ନାହିଁକିମ୍ପା ଏହା ଦେଖିବି ମୁଁ ମଞ୍ଚପୁରେ ଥାଇ ।ଯିବି ନିଜ ଧାମକୁ ମୁଁ ନ ଦେଖିବି କିଛିମୋତେ ଭଜିଲେ ପ୍ରାଣୀର ଯଦି ମନ୍ଦ ଅଛି ।ମୋର ନାମ ଧରି ଯେବେ ପ୍ରାଣୀ ନ ତରିବେକିମ୍ପାଇଁ ମଞ୍ଚରେ ବୃଥା ବିହରିବି ତେବେ ।ଯାଅ ହେ ଦେବତାଗଣ ଯେ ଯାହାର ପୁରନିରାକାରଙ୍କୁ ଭଜିବ ହେଉଛି ଉଛୁର ।ଶ୍ରୀକୃଷ୍ଣ ବଚନ ଶୁଣି କହେଁ ବେଦବରବୃନ୍ଦାବତୀ ବର୍ତ୍ତମାନ ହୋଇଛି ଅମର ।ତୁମ୍ଭର ବିଚ୍ଛେଦେ ବୃନ୍ଦା ହୋଇ ମୂର୍ଚ୍ଛାଗତଗୋପୀ ନଚିହ୍ନି ବୋଲନ୍ତି ବୃନ୍ଦା ହେଲେ ହତବୃନ୍ଦାବତୀ ଅଟନ୍ତି ନିତ୍ୟର ଠାକୁରାଣୀସେ କିମ୍ପା ମରିବେ ଶୁଣ ଆହେ ଚକ୍ରପାଣି ।ବ୍ରହ୍ମାଙ୍କ ବଚନେ କୃଷ୍ଣ ବୋଲୁଛନ୍ତି ପୁଣିସେହିଠାରେ ରହିଛନ୍ତି ରାଧା ଠାକୁରାଣୀ ।କରୁଛନ୍ତି ସଂସାରକୁ ସେହି ଆତଯାତଷୋଳସସ୍ର ଗୋପୀ ଛନ୍ତି ତାହାଙ୍କ ଅଗ୍ରତ ।ସେ କିମ୍ପା ଚିହ୍ନିବେ ନାହିଁ ମୃତ ଶବମାନତୁମ୍ଭେ କିମ୍ପା ପିତାମହ କୁହ ଏ ବଚନ ।ଶ୍ରୀକୃଷ୍ଣ ବଚନ ଶୁଣି କହେ ପଦ୍ମଯୋନିଯେତେବେଳେ ନାରୀ ଜାତି ଅଟେ ଠାକୁରାଣୀନାରୀ ଜାତି କେଉଁପରି ମରିବା ଜାଣିବେମୃତପିଣ୍ଡ ଦେଖିଲେ ସେ ଭୟଟି କରିବେ ।ଆଗେ ବିଜେକର ନିଜ ଧାମେ ଆହେ ହରିତୁମ୍ଭ ପଛେ ଯିବେ ସିନା ଯେତେ ତୁମ୍ଭ ନାରୀଗୋପପୁରେ କାହିଁ ଆଗ ପଡ଼ିବ ବିପତ୍ତିଯେତେ ଦିନଯାଏ ଗୋପେ ଅଛନ୍ତି ଶ୍ରୀମତୀ ।ବୃନ୍ଦାବନ ଗୋବର୍ଦ୍ଧନ ଯେତେ ଦିନ ଥିବନିତ୍ୟ ରିଷ୍ଟ ଶାନ୍ତ କରୁଅଛୁ ସର୍ବଦେବ ।ବ୍ରହ୍ମାଣ୍ଡର ନାଥ ତୁ ହୋ ଥିବୁ ସିନା ତୁହିରାଧାକୁ ଆଜ୍ଞା ଦେଉଛ ଆଗ ଭାବଗ୍ରାହୀ ।ରାଧା ଗୋପୀମାନେ କେହି ନୁହେଁ ଭିନ୍ନାଭିନ୍ନକିମ୍ପା ଗୋପପୁର ଯିବେ ଯମଦୂତଗଣ ।ଅମ୍ଭେ ଯେତେ ଦେବ ଭୃତ୍ୟଅଟୁ ତୋ ପୟରେସମସ୍ତ ବ୍ରହ୍ମାଣ୍ଡ ଅଛି ତୋହର ଗର୍ଭରେ ।ପୁଣି ବ୍ରହ୍ମା ବୋଲନ୍ତି ହୋ ଶୁଣ ସୁରପତିବେଗ ହୋଇ ଯାଅ ଯହିଁ ଛନ୍ତି ବୃନ୍ଦାବତୀ ।ତୁମ୍ଭେ ବୋଧକରି ଗୋପୀମାନଙ୍କୁ କହିବଚିହ୍ନି ନ ପାରିଲେ ଆନ ରୂପ ହୋଇଯିବ ।କୃଷ୍ଣ ଥିଲେ ଗୋପୀଙ୍କର ନୋହିବ ମରଣକ୍ଷୁଧା ତୃଷା ରତିରସେ ନ ବଳିବ ମନ ।ଅଟନ୍ତି ଶ୍ରୀକୃଷ୍ଣ ଅର୍ଦ୍ଧଅଙ୍ଗ ଗୋପନାରୀସାକ୍ଷାତେ ପରମ ଲକ୍ଷ୍ମୀ ଛନ୍ତି ଅବତରି ।ବ୍ରହ୍ମାର ଆଜ୍ଞାରେ ଇନ୍ଦ୍ର ତକ୍ଷଣେ ଚଳିଲାନିଜ ରୂପ ଗୁପ୍ତକରି ମୁନି ରୂପ ହେଲା ।ଅତି କ୍ଷୀଣ ଶରୀର ସେ ଚାଲି ନ ପାରଇକଷାୟ ବସନ ପିନ୍ଧି ଶିରେ ଜଟା ବହି ।ଗଳାରେ ତୁଳସୀମାଳ କର୍ଣ୍ଣରେ କୁଣ୍ଡଳହସ୍ତେ କମଣ୍ଡଳୁ ଦେହ ଦିଶୁଛି ଧବଳ ।ପାଦରେ କଠାଉ ଅଙ୍ଗେ ବିଭୂତି ତାହାରଚାଲି ନ ପାରନ୍ତି ସେହୁ ହୁଏ ଥରହର ।ଯମୁନା କୂଳରେ ଯାଇ ହୋଇଲା ପ୍ରବେଶଦୂରୁ ଦେଖି ଗୋପୀମାନେ ହୋଇଲେ ହରଷମୁନିଙ୍କୁ ଦେଖିଣ ଗୋପୀ ତାଙ୍କ ପାଶେ ଯାଇବୋଇଲେ ଭୋ ମୁନିବର ଯାଉଅଛି କାହିଁ ।ସୁରପତି ବୋଲୁଛନ୍ତି ଶୁଣ ଗୋପୀମାନେଆମ୍ଭେ ଶୁଣିଲୁ ଶ୍ରୀକୃଷ୍ଣ ଗଲେ ମଧୁବନେ ।ଗୋପପୁର ନରନାରୀ କହିଲେ ଆମ୍ଭଙ୍କୁତେଣୁକରି ଯାଉଅଛୁ ମଥୁରା ପୁରକୁ ।ତୁମ୍ଭେ ଗୋପୀମାନେ ଆଗୋ ହୋଇଛି ମଣ୍ଡଳିମଧ୍ୟରେ କେ ଅଛି ଗୋଈ କହ ଗୋ ଗୁଆକିକାହିଁ ପାଇଁ ତୁମ୍ଭେମାନେ କରୁଛ ରୋଦନଶୁଣି ରାଧିକା ବିକଳେ କହନ୍ତି ବଚନ ।ଭୋ ମୁନି ଆମ୍ଭଙ୍କୁ ଭାବଗ୍ରାହୀ ଛାଡ଼ିଗଲେବୃନ୍ଦାବତୀ କାଲି ଫୁଲ ତୋଳି ଯାଇଥିଲେ ।କୃଷ୍ଣ ଗଲେ ମଧୁପୁରୀ ନ ଦେଖି ନୟନେଶୁଣିବା ମାତ୍ରକେ ସେହୁ ପଡ଼ିଲେ ଅଜ୍ଞାନେ ।ଏତେ ବୋଲିଣ ସେ ରାଈ ମୁନି ପାଦେ ପଡ଼ିବିନୟ ହୋଇଣ ପୁଣି ବେନିକର ଯୋଡ଼ି ।ବୋଲନ୍ତି ହେ ମୁନିବର ଏବେ ଦୟାକଲବୃନ୍ଦା ମଲା କି ଜୀଇଁଛି ଦେଖ ମୁଖ ତାର ।ଆମେ ଗୋପୀ କେବେହେଁଟି ଶବ ଦେଖୁ ନାହିଁମୃତପିଣ୍ଡ କେମନ୍ତ ତ ଚିହ୍ନିବୁ ଗୋସାଇଁ ।କୃଷ୍ଣ ଥିବାଯାଏ ଗୋପେ ଯମ ନ ପଶିଲାଆଜ କୃଷ୍ଣ ଗଲେ ବୃନ୍ଦାକୁଟି ଯମ ନେଲା ।ଏହି ଗୋପପୁରେ ଇନ୍ଦ୍ର ଜଳ ବରଷିଲାଗୋବର୍ଦ୍ଧନ କୃଷ୍ଣ ବାମ କରରେ ଧଇଲା ।ଇନ୍ଦ୍ର ହାରି କୃଷ୍ଣପାଦେ ଶରଣ ପଶିଲାପୁଣି ବତ୍ସା ବାଳକଙ୍କୁ ବ୍ରହ୍ମା ହରିନେଲା ।ବତ୍ସାବାଳକ ଶ୍ରୀକୃଷ୍ଣ ଅଙ୍ଗୁ ଜାତିକରିଦେଖିଲେ ବ୍ରହ୍ମା କୃଷ୍ଣଙ୍କୁ ଯାଇଅଛି ହାରି ।ଯେତେ ଯେତେ ବିପତ୍ତି ସେଗୋପକୁ ପଡ଼ିଲାକୃଷ୍ଣ ଥିବାରୁ ଆମ୍ଭଙ୍କୁ କିଛି ନ ଲାଗିଲା ।ଏତେ ବୋଲିଣ ସେ ରାଈ ମୁନି ପାଦେ ପଡ଼ିବିନୟ ହୋଇଣ ପୁଣି ବେନିକର ଯୋଡ଼ି ।ବୋଲନ୍ତି ହେ ମୁନିବର ଏବେ ଦୟାକରବୃନ୍ଦା ମଲା କି ଜୀଇଁଛି ଦେଖ ମୁଖ ତାର ।ମଲା କି ଜୀବନ ଅଛି ଦେଖିଲେ ଜାଣିବସଂଶୟ ଫିଟାଇ ଆମ୍ଭ ଆଗରେ କହିବ ।ଆଗତ ଭବିଷ୍ୟ ତୁମ୍ଭେ ମୁନିବର ଜାଣଶୁଣିଲେ ଚିତ୍ତ ସଂଶୟ ନାଶିବ ପ୍ରମାଣ ।ଏହା କହି ରାଧା ପଡ଼ି ମୁନି ପାଦତଳେଉଠି ବେନିକର ଯୋଡ଼ି ଦେଲେକ କପାଳେ ।ସୁରପତି ଦେଖି ଭୟ ମନରେ ପାଞ୍ଚଇଯହୁଁ ରାଧା ବେନିକର ଯୋଡ଼ି ଉଭା ହୋଇ ।ବିଚାର କରଇ ଏହି ଅଟେ କମଳିନୀବେନିକର ଯୋଡ଼ି ମୋତେ କହୁଛନ୍ତି ବାଣୀ ।ମୋର ପାଦତଳେ ଯେବେ ରାଧିକା ପଡ଼ିବଘଡ଼ିକେ ସକଳ ଧର୍ମ ମୋର ନାଶଯିବ ।ମୁନି ବୋଲନ୍ତି ଗୋପୀଏ ନୁହଁରେ ବିକଳତୁମ୍ଭେ ଗୋପୀମାନେ ସିନା କୃଷ୍ଣର ସକଳ ।ବ୍ରାହ୍ମଣ କ୍ଷତ୍ରିୟ ଶୂଦ୍ର ପତିତ ଚଣ୍ଡାଳନ ଚିହ୍ନ କିମ୍ପା ଗୋ ତୁମ୍ଭେ ପଡ଼ ପାଦତଳ ।ବଡ଼ ଘରେ ଜାତ ହୋଇ ହୀନପାଦ ଭଜନାରୀ ଜାତି ତୁମ୍ଭେ ଆଗୋ କିଛିହିଁ ନ ବୁଝ ।ମୁହିଁ ହୀନ ଜାତି ମୋତେ ନ ଛୁଅଁ ଗୋ କେହିମୋ ପାଦେ ନ ପଡ଼ି ତୁମ୍ଭେ ଯେତେ ଗୋପଗୋଈମୁନିଙ୍କ ବଚନ ଶୁଣି ବୋଲେ ଠାକୁରାଣୀଜାତି ହୀନ ହୋଇଛ ତୁମ୍ଭେ ଦେବମୁନି ।ହୀନ ହୋଇ ଯେବେ ତୁମ୍ଭେ ସକଳ ତେଜିଲେଶ୍ରୀକୃଷ୍ଣ ପାଦେ ନିରତେ ଚିତ୍ତ ନିବେଶିଲେ ।ସକଳ ତେଜିଣ ମାୟା ବନ୍ଧନ କାଟିଲଶ୍ରୀହରିଭକତ ସଂସାରେ କେ ତବ ତୁଲ ।ତୁମ୍ଭର ଦୀକ୍ଷାକୁ ଆମ୍ଭେ କରୁଛୁ ଦୟିନୀବିଳମ୍ବ ନ କରି ମୁନି ଦେଖ ଚନ୍ଦ୍ରାନନୀ ।ବୃନ୍ଦା ନ ବଞ୍ଚିଲେ ସର୍ବେ ତେଜିବୁ ଶରୀରଶୁଣିକରି ସୁରପତି ବୋଲଇ ଉତ୍ତର ।ଆମ୍ଭେ ଏହିଠାରେ ଅଛୁ ଯାଅ ଗୋପୀମାନେକୃଷ୍ଣନାମ ଉଚ୍ଚେ ତୁମ୍ଭେ ଡାକ ବୃନ୍ଦା କର୍ଣ୍ଣେ ।ଶୁଣିକରି ଗୋପୀମାନେ ବୃନ୍ଦା ପାଶେ ଯାଇବୃନ୍ଦା ମୁଖେ ଜଳ ସିଞ୍ଚି କର୍ଣ୍ଣ ଫୁଙ୍କିଦେଇ ।ପୁଣି କର୍ଣ୍ଣଫୁଙ୍କି ବିଞ୍ଚଣାରେ ସେ ବିଞ୍ଚିଲେନାଡ଼ୀକ୍ଷୀଣ ଜଣାଗଲା ସଚେତ ନୋହିଲେ ।ମୁନିଙ୍କ କହନ୍ତି ଡାକି ନୋହିଲେ ସଚେତବସାଇଲେ ନ ବସନ୍ତି ବୃନ୍ଦା ହେଲେ ହତ ।ମୁନି ଶୁଣି ବୋଲନ୍ତି ହେ ଶୁଣ ଗୋପୀକୁଳବୃନ୍ଦା କର୍ଣ୍ଣ ପାଶେ ତୁମ୍ଭେ କୃଷ୍ଣନାମ ବୋଲ ।ମୁନିଙ୍କ ବଚନେ ରାଈ ବୃନ୍ଦା ପାଶେ ଗଲେବୃନ୍ଦା କର୍ଣ୍ଣପୁଟେ କୃଷ୍ଣ ବୋଲି ସେ ଡାକିଲେ ।ବୃନ୍ଦା କର୍ଣ୍ଣପୁଟେ ଯହୁଁ ରାଧିକା ଡାକିଲାବୃନ୍ଦାର ଶରୀର ଲୋମ ଟାଙ୍କୁରି ଉଠିଲା ।ନୋହିଲେ ସଚେତ ହୋଇ ଅଛନ୍ତି ଅଜ୍ଞାନନିରାଶରେ ରାଧା ଯାଇ ମୁନିଙ୍କ ପାଶେଣ ।ବୋଇଲେ ହେ ମୁନିବର ବୃନ୍ଦା ନ ଜୀଅଇଁମଲା ଲୋକକୁ ଡାକିଲେ ଶୁଣିବ ଗୋ କାହିଁ ।ତୁମ୍ଭର ବଚନେ ଆମ୍ଭେ ବୃନ୍ଦାକୁ ଡାକିଲୁଚେତା ନୋହିଲା ତାହାର ନିରାଶେ ଫେରିଲୁ ।ଯେତେ ଚେତାଇଲୁ ତାଙ୍କୁ ନୋହିଲା ଯେ ଜ୍ଞାନତୁମ୍ଭେ ମୁନିବର ଚାଲ ଦେଖ ତା ନୟନ ।ରାଧା ବୋଲନ୍ତି ଗୋଟିଏ କଥା ମୁଁ ଦେଖିଲିବୃନ୍ଦାର କର୍ଣ୍ଣପୁଟରେ କୃଷ୍ଣ ନାମ ନେଲି ।କୃଷ୍ଣନାମ ଶୁଣି ବୃନ୍ଦା ଦେହ ଲୋମମାନଟାଙ୍କୋରି ଉଠିଲା ଅଳ୍ପ ଦେଖିଲି ନୟନ ।ପୁଣି କ୍ଷଣକ ମଧ୍ୟରେ ନିଶ୍ଚଳ ସେ ହୋଇରହିଲେ ଏ କଥା ଏକା ଦେଖିଲଇଁ ମୁହିଁ ।ଶୁଣିକରି ଶଚୀସାଇଁ ବୋଲଇ ବଚନଶ୍ରୀକୃଷ୍ଣ ବିଚ୍ଛେଦେ ବୃନ୍ଦା ହେଲା ହତଜ୍ଞାନ ।କୃଷ୍ଣଙ୍କୁ ନ ଦେଖି ତାର ଜ୍ଞାନ ନାହିଁ ହୃଦେଚାଲ ଗୋ ବୃନ୍ଦାଙ୍କୁ ଏବେ ଦେଖିବାଟି ରାଧେ ।ଏହା କହି ସୁରପତି ବୃନ୍ଦା ପାଶେ ଗଲାତାହାର ମୁଖ ବସନ କାଢ଼ିଣ ଦେଖିଲା ।ନାଟିକା ଚିପି ତାହାର ନାକେ ହସ୍ତ ଦେଇପବନ ଯେ ବହୁଅଛି ମନ୍ଦ ମନ୍ଦ ହୋଇ ।ମୁନି ବୋଇଲେ ବୃନ୍ଦାର ଅଛି ଗୋ ଜୀବନନ ଚିହ୍ନିଣ ଗୋପୀମାନେ କରୁଛ ରୋଦନ ।ନ ହୁଅ ହୋ ଗୋପୀମାନେ କେବେହେଁ ବିକଳବୃନ୍ଦାକୁ ଧରିଣ ତୁମ୍ଭେ ଗୋପପୁରେ ଚଳ ।ଯେତେ ଯୁଗ ଧରଣୀରେ ଥିବା ନନ୍ଦବତ୍ସିତୁମ୍ଭେମାନେ ନ ମରିବ ମୁହିଁ କହୁଅଛି ।ଆଗ ସିନା ନିଜ ଧାମେ ଯିବ ଦଇତାରିତହିଁ ପଛେ ପଛେ ତୁମ୍ଭେ ଯିବ ସ୍ୱର୍ଗପୁରୀ ।ବସୁଦେବ ଦେବକୀ ଯେ ନନ୍ଦ ଯଶୋବନ୍ତୀକୃଷ୍ଣର ଯେତେକି ଥିବେ ଅଙ୍ଗର ଯୁବତୀ ।କୃଷ୍ଣ ଗଲେ ତାଙ୍କ ପଛେ ଯିବ ଗୋ ସମସ୍ତେକୃଷ୍ଣ ଥିବାଯାଏ ଭୟ ନ କରିବ ଚିତ୍ତେ ।କ୍ଷୁଧା ତୃଷ୍ଣା ନିଦ୍ରା କାମ ପୀଡ଼ା ନ କରିବଆଜହୁଁ ଗୋ ଯମଭୟ ଗୋପେ ନ ପଡ଼ିବ ।ଏତେ କହି କମଣ୍ଡଳୁ ଜଳ ନେଲେ ହସ୍ତେଗୋପୀ ଜଳକା ହୋଇଣ ଦେଖନ୍ତି ସମସ୍ତେ ।ବୃନ୍ଦାବତୀ ଅଙ୍ଗରେ ସେ ପକାଇଲେ ନେଇଉଠ ଉଠ ବୃନ୍ଦାବତୀ ବୋଲେ ଶଚୀସାଇଁ ।କମଣ୍ଡଳୁ ଜଳ ବୃନ୍ଦା ଦେହରେ ପଡ଼ିଲାନିଦ୍ରାରୁ ଉଠିଲା ପ୍ରାୟେ ସେ ବୃନ୍ଦା ଉଠିଲା ।ଚଉଦିଗ ଦେଖିଣ ସେ ହୋଇଲା ଚକିତମୁନିଙ୍କି ଦେଖିଣ ତାର ବିଚାରଇ ଚିତ୍ତ ।ଦେଖିଲା ବେଢ଼ିଅଛନ୍ତି ପୁଣି ଗୋପୀଗଣସବୁରି ନେତ୍ରରୁ ଅଶ୍ରୁ ବହେ ଘନଘନ ।ରାଧାକୁ ଦେଖିଣ ବୋଲେ ରହି ବୃନ୍ଦାବତୀକେବଣ ସ୍ଥାନରୁ ଆସି ଅଛନ୍ତି ଏ ଯତି ।ସୁନ୍ଦରପଣେ ନ ଥିବେ ସମ ତିନିପୁରକେଜାଣି ସ୍ୱର୍ଗରୁ ଆସିଛି କି ପୁରନ୍ଦର ।କପଟ କରି କି ଅବା ହୋଇ ମୁନି ବେଶନିଶ୍ଚୟ ଅଟଇ ଏହି ସ୍ୱର୍ଗର ନରେଶ ।ମାୟାରେ ଏଠାକୁ ସେହି ଆସିଛନ୍ତି ଜାଣଏହିପରି ପରତେ ହୁଅଇ ମୋର ମନ ।ପୁଣି ବୋଲୁଛନ୍ତି ବୃନ୍ଦା ଦିଶେ ଏହା ରୂପଆମ୍ଭ ମନ ଜାଣି ଆସିଅଛି କି କନ୍ଦର୍ପ ।ପ୍ରବୋଧିବାକୁ ଶ୍ରୀକୃଷ୍ଣ ଛନ୍ତି ପଠିଆଇପୁଣି ବୋଲନ୍ତି କି ଅବା ଏହି ଗୋ କହ୍ନାଇ ।ପୁଣି ବୋଲୁଛନ୍ତି ମୋତେ ଦିଶେ ମୁନିବରଗୋପ୍ୟ କରିଛି ଏହାର ନିଜର ଶରୀର ।ବୃନ୍ଦାବତୀ ବାକ୍ୟ ଶୁଣି ଇନ୍ଦ୍ର ବିଚାରଇଲକ୍ଷ୍ମୀନୋହିଲେ ଚିହ୍ନନ୍ତେ ମୋତେ ସେହୁ କାହିଁସାକ୍ଷାତେ ପରମ ଲକ୍ଷ୍ମୀ ଅଟେ ବୃନ୍ଦାବତୀଏମନ୍ତ ମନେ ବିଚାର କଲା ସୁରପତି ।କେମନ୍ତେ ଏଠାରୁ ମୁହଁ ଯିବି ଗୋପପୁରବ୍ରହ୍ମାଦି ଦେବତା ଥିବେ ଶ୍ରୀକୃଷ୍ଣ ପାଶର ।ବାରତା କହି କୃଷ୍ଣଙ୍କୁ ସ୍ୱର୍ଗେ ଚଳିଯିବିମାରିବେ ଅସୁର କୃଷ୍ଣ ନୟନେ ଦେଖିବି ।ଏତେ ବିଚାରିଣ କୃଷ୍ଣ ରାଧାକୁ ବୋଲଇତୁମ୍ଭର ସଙ୍ଗେ ଆମ୍ଭର ଥିବା ନ ଯୋଗାଇ ।ଯମୁନା ଜଳରେ ଆମ୍ଭେ ସ୍ନାହାନ କରିବୁଏଠାରେ ଆଉ ଆମ୍ଭେ ରହି ନ ପାରିବୁ ।ଶ୍ରୀରାଧା ବୋଇଲେ ମୁନି ତୁମ୍ଭ ଦୟା ଘେନିବୃନ୍ଦା ଜୀବନ ଲଭିଲା ଏ ସ୍ଥାନରେ ପୁଣି ।କଲ୍ୟାଣ କରନ୍ତୁ ମୁନି ଶ୍ରୀକୃଷ୍ଣ ଆସନ୍ତୁଯାହା ଭାବିଛନ୍ତି ତାହା ସିଦ୍ଧ ଯେ କରନ୍ତୁ ।ମହାମୁନି ବୋଇଲେ ଯେ ନିଶ୍ଚେ ସିଦ୍ଧ ହେବଯାଉଛି ସ୍ନାନ କରିବି ହେଲାଣି ବିଳମ୍ବ ।ଏତେ ବୋଲି ସୁରପତି ତହୁଁ ଚଳିଗଲାଯମୁନାରେ ସ୍ନାନ କରି ଗୋପୀଙ୍କି ଲୁଚିଲା ।ବୃକ୍ଷ ଉହାଡ଼ରେ ଥାଇ ଦେଖେ ସୁରପତିମୁନିଙ୍କି ନ ଦେଖି ତହିଁ ଗୋପର ଯୁବତୀ ।ଗୋପୀଦେଖି ବୋଲନ୍ତି ଯେ ମୁନିଗଲେ କାହିଁଯମୁନାରେ ବୁଡ଼ିଣ ସେ ବାହାରିଲେ ନାହିଁ ।ବୃନ୍ଦା ବୋଇଲେ ହେ ସଖୀ କହିଲି ମୁଁ ସତମୁନି ନୁହେ ସେହିଁ ଅଟେ ଶ୍ରୀକୃଷ୍ଣର ଦୂତ ।କହ ଗୋ ରାଧେ ତୁମ୍ଭର କୃଷ୍ଣ ଗଲେ କାହିଁସେ ଗଲେ ମଥୁରାକୁ ତୁ ନ ଗଲୁ କିମ୍ପାଇଁ ।ସହଜେ ତୁ ମଧୁପୁର ନିତି ଯାଉଥାଉଦଧିଲବଣୀ ସର ତୁ ନିତି ବିକିଯାଉ ।କୃଷ୍ଣ ଗଲେ ଏବେ ତୁହି ନଗଲୁ ଗୋଡ଼ାଇତାହା ମୁଖ ଦେଖିବାକୁ ଗୋପେ ଅଛୁ ରହି ।ମୁଁ ସିନା କୃଷ୍ଣ ବଚନେ ଫୁଲ ତୋଳିଗଲିକୃଷ୍ଣ ମଧୁପୁର ଗଲେ ତାଙ୍କୁ ନ ଦେଖିଲି ।କହ ରାଧେ କୃଷ୍ଣ କହିଛନ୍ତ କି କି ମାନଗୁପତ ପ୍ରୀତି ମୋହର ଶୁଣିଛୁ କି କର୍ଣ୍ଣ ।ଗୁପତ ନ କରି ମୋତେ କହ ସତ କରିମୋ ଗୁପତକଥା ତୋତେ କହିଥିବେ ହରି ।ଦେଖ ଗୋ ରାଧିକା ଗୋପେ ସର୍ବେଛନ୍ତିପୁରିନନ୍ଦ ଯଶୋଦା କିପରି ଛନ୍ତି ଦେହ ଧରି ।ଏକା ଶ୍ରୀକୃଷ୍ଣ ମୋହର ଛାଡ଼ିଗଲେ କେଣେମୁଁ କାହୁଁ ଦେଖିବି ଆଉ ତାହାଙ୍କୁ ନୟନେ ।ହୃଦୟର ହାର ମୋତେ କରିଥିଲେ ହରିମଥୁରା ଗଲେ ଶ୍ରୀକୃଷ୍ଣ ମୋତେ ଲୁଚିକରି ।ଠକି କରି ମୋତେ ସେହୁ ଗଲେ ମଧୁପୁରକୃଷ୍ଣ ଗୁଣ ଗୁଣି ବୃନ୍ଦା କାନ୍ଦେ ସେ ଠାବର ।ରାଧା ବୋଲନ୍ତି ଗୋ ବୃନ୍ଦା ନ କାନ୍ଦ ତୁ ଆଉକୃଷ୍ଣଙ୍କୁ ଲୋଡ଼ିଲେ ଆଉ ପାଇବଟି କାହୁଁ ।ଯାହାର ଶ୍ରୀକୃଷ୍ଣ ସେ ଗୋ ନେଲା ନିଜ ଘରେଆମ୍ଭ ଭାଗ୍ୟଥିଲାଯାକ ଥିଲେ ଆମ୍ଭ କୋଳେ ।ବିଧାତା ଲିଖିତ ବୃନ୍ଦା କେ କରିବ ଆନଭାଲପଟେ ଯାହା ଧାତା କରିଛି ଲିଖନ ।ପ୍ରାତଃକାଳରୁ ଆମର ବେଳ ବୁଡ଼ିଗଲାଆମର ନବଯୌବନ ଅକାରଣ ହେଲା ।ଏ ଯୁବାକାଳେ ଗୋ ଆମ କୃଷ୍ଣେ କଲୁ ଆଶସକଳ ତେଜି କୃଷ୍ଣଙ୍କୁ କରିଲୁ ବିଶ୍ୱାସ ।କୃଷ୍ଣ ସିନା ପର ଅଟେ ଆମେ ଗୋପନାରୀସବୁଦିନେ କୃଷ୍ଣ କାହୁଁ ହୁଅନ୍ତେ ଆମ୍ଭରି ।ପରର ପ୍ରୀତିରେ ମାତି ସବୁ ପାଶୋରିଲୁସବୁଦିନେ ଗୋ ଆମେ ଆଶା ବଢ଼ାଇଲୁ ।ପରର ପ୍ରୀତିରୁ ଆଉ ନାହିଁ ବଡ଼ ସୁଖସେ ପ୍ରୀତିରୁ ବଳି ଆଉ ନାହିଁ ବଡ଼ ଦୁଃଖ ।ସ୍ନେହ ଥିବାଯାଏ ଆଗ ପଛ ନ ବିଚାରେଛାଡ଼ିଦେଲେ ସ୍ନେହ ଭାବି ଝୁରି ଝୁରି ମରେ ।ଆମ୍ଭେ ସିନା କୃଷ୍ଣ ସଙ୍ଗେ କରିଥିଲୁ ପ୍ରୀତିଗୋପେ ଯେତେ ଛନ୍ତି କିମ୍ପା ଝୁରି ମରୁଛନ୍ତି ।ଗୋପପୁରରେ ନିରତେ ଶୁଭୁଛି ରୋଦନକୃଷ୍ଣ ଗୁଣ ଗୁଣି ଆମ୍ଭେ ହାରିବା ଜୀବନ ।କୃଷ୍ଣ ଗଲେ ମଧୁପୁରେ ଆମ୍ଭେ ଭାବୁଥାଇଁଆମ୍ଭର କପାଳେ ଏହା ଲିହି ଥିଲା ବିହି ।ବିଧାତା ସିନା ସଖୀ ଗୋ ଅଟେ ଅବିବେକଏ ନବଯୌବନ ଏବେ ଦିଏ ବଡ଼ ଦୁଃଖ ।ଆମ କପାଳେ ଘେନି କେ ନ ହେଉ ଜନମଧିକ ଆମ ଜନ୍ମ ଧିକ ଧିକ ଆମ କର୍ମ ।ସକଳ ତେଜି ଶ୍ରୀକୃଷ୍ଣ ସଙ୍ଗରେ ମାତିଲୁଛାଡ଼ିଯିବେ ବୋଲି କୃଷ୍ଣ ଜାଣିତ ନ ଥିଲୁ ।ନିର୍ଦ୍ଦୟ ପୁରୁଷ ସେହୁ ଅଟେ ଦଇତ୍ୟାରୀଏବେ ମରିଗଲେ ସେହୁ ମନେ ନ ବିଚାରି ।ଏତେ କହି ବୃନ୍ଦା ମନ ବୋଧିଲେ ସେ ରାଈକୋଳକଲେ ବୃନ୍ଦାକୁ ସେ ଶୋକଭର ହୋଇ ।ଚାଲ ଆଗେ ବୃନ୍ଦାବତୀ ଗୋପପୁର ଯିବାକାନ୍ଦିଲେ କି ଆଉ ଆମ୍ଭେ କୃଷ୍ଣଙ୍କୁ ପାଇବା ।ମାୟା ଛାଡ଼ିଣ ଶ୍ରୀକୃଷ୍ଣ ଗଲେ ଗୋ ଆମ୍ଭରଏକା ନନ୍ଦରାଜାକୁ ଗୋ ନେଲେ ସଙ୍ଗତର ।କେଜାଣି କି ବିଚାର ସେ କରିଲେ ମନରବୃଦ୍ଧାକାଳେ ଯଶୋଦାକୁ କରିଗଲେ ଦୂର ।ଆମ୍ଭମାନଙ୍କର ମାୟା ତାଙ୍କୁ ନ ଲାଗିଲାପାଷାଣୁ କଠିନ ତାର ହୃଦୟ ହୋଇଲା ।ଏତେ ବୋଲି ବୃନ୍ଦା କର ଧରି ଚନ୍ଦ୍ରାବଳୀଯମୁନାରେ ସ୍ନାନସାରି ଗୋପପୁରେ ଚଳି ।ଖଣ୍ଡେ ଦୂରୁ ନନ୍ଦ ଘର ଦେଖି ବୃନ୍ଦାବତୀବୋଲନ୍ତି ନନ୍ଦଘର ତୁ ଦେଖ ଗୋ ଶ୍ରୀମତୀ ।ଗୋପପୁର ନାରଖାର ଦିଶୁଛି ଗୋ ଦେଖଗୋପପୁରରେ ଚାହିଁବି ମୁହିଁ କାହା ମୁଖ ।ନନ୍ଦର ଘରକୁ ମୁହିଁ କେବେହେଁ ନ ଯିବିଯଶୋଦାକୁ ଦେଖିଲେ ମୁଁ କିସ ବା କହିବି ।ଶ୍ରୀକୃଷ୍ଣର ନିତ୍ୟଲୀଳା ସ୍ଥାନମାନ ମୁହିଁନୟନେ ଦେଖିଲେ ମୋର ହୃଦ ହେବ ଦହି ।ନ ଯିବି ମୁଁ କୃଷ୍ଣ ଘର ଗୋପକୁ ନ ଯିବିବୃନ୍ଦାବନେ ଆଜହୁଁ ମୁଁ ବିହାର କରିବି ।ଚାଲ ଆଗୋ ରାଈ ତୀର୍ଥେ ଭ୍ରମଣ କରିବାଶ୍ରୀକୃଷ୍ଣ ଆସିବାଯାଏ ବନେ ବିହରିବା ।ରାଈ କହୁଛନ୍ତି ତୁ ଲୋ ଶୁଣ ବୃନ୍ଦାବତୀନବଦିନ କଣ୍ଟକରି କୃଷ୍ଣ ଯାଇଛନ୍ତି ।ନବଦିନ ଯାକ ଚାଲ ଗୋପପୁରେ ଥିବାକୃଷ୍ଣ ନ ଆସିଲେ ତୀର୍ଥେ ଗମନ କରିବା ।ଗୋପପୁଏ ଯାଇଛନ୍ତି କିମ୍ପାଇଁ ରହିବେନନ୍ଦକୁ ସଙ୍ଗରେ ଧରି ଅବଶ୍ୟ ଫେରିବେ ।ରାଧାର ବଚନେ ବୃନ୍ଦା କରନ୍ତି ରୋଦନହା ହା କୃଷ୍ଣ ବୋଲି ଗୋପୀ କରନ୍ତି ଗମନ ।ବିକଳେ ସମସ୍ତେ ଗୋପୀମାନେ ଚଳିଗଲେସେ ଯାହା ମନ୍ଦିରେ ଯାଇ ପ୍ରବେଶ ହୋଇଲେ ।ରାତ୍ରଦିନେ କୃଷ୍ଣ ଭାବି କରନ୍ତି ଗାୟନଶୟନେ ଭୋଜନେ କୃଷ୍ଣ ନାଚଇ ନୟନ ।କୃଷ୍ଣ ଗୁଣ ଗୁଣି ଗୋପୀ ତନୁ କ୍ଷୀଣ କଲେକେବଳ ଜୀବନମାତ୍ର ରହିଲା ଶରୀରେ ।ବାତୁଳ ପରାୟେ ଡାକ ଦ୍ୟନ୍ତି ଗୋପୀମାନେଆସ ଶ୍ରୀକୃଷ୍ଣ କରିବା ରାସ ବୃନ୍ଦାବନେ ।କେଉଁ ଗୋପୀ ବାଟେ ବସିରହଇ ଅନାଇଡାକେ ବତ୍ସା ସଙ୍ଗେ ଘେନିଆସ ହେ କହ୍ନାଇ ।ବାତୁଳ ପ୍ରାୟେ ବୁଲନ୍ତି ଗୋପୀ ଏଣେତେଣେସବୁବେଳେ କୃଷ୍ଣ କୃଷ୍ଣ ବୋଲନ୍ତି ବଚନେ ।ଏହିପରି ଗୋପୀମାନେ ଗୋପରେ ରହିଲେକୃଷ୍ଣ ପାଦପଦ୍ମେ ନେଇ ମନକୁ ରଖିଲେ ।ଅଚ୍ୟୁତଦାସର ମନ ହୋଇଣ ଅସ୍ଥିରଶ୍ରୀକୃଷ୍ଣ ଚରଣେ ଯାଇଁ କରିଲା ସେ ଘର ।ସାଧୁଜନମାନେ ମୋର ଦୋଷ ନ ଧରିବଏଣିକି କହିବ ଯେଉଁ ମଥୁରାର ଭାବ ।
ସମ୍ବନ୍ଧିତ ରଚନା
ହରିବଂଶ (ତୃତୀୟ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ
ହରିବଂଶ (ପଞ୍ଚମ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି