ଚିତ୍ତବୋଧ ବା ଚିତ୍ତବିନୋଦ (ଦ୍ୱିତୀୟ ଭାଗ)
ଅଚ୍ୟୁତାନନ୍ଦ ଦାସ · ଭାଗ ୭ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
କୃଷ୍ଣର ବରରେ ପ୍ରିୟବତୀର ସ୍ୱାମୀ ପୁତ୍ରସହ ବୈକୁଣ୍ଠ ପ୍ରାପ୍ତି
ପରୀକ୍ଷ ଆଗରେ କହୁଛନ୍ତି ଶୁକମୁନିସତୀ ପ୍ରିୟବତୀ କଥା ଅପୂର୍ବ କାହାଣୀ ।ଶ୍ରଦ୍ଧାରେ ଶୁଣିବ ଯେହୁ ହୋଇବ ମୁକତପରମ ପବିତ୍ର ଏ ଯେ ଚିତ୍ତବୋଧ ଗୀତ ।ଏଥୁଅନନ୍ତରେ ତୁହୋ ଶୁଣ ନରମଣିରାଜା ଉଗ୍ରସେନ ନାନା ଦ୍ରବ୍ୟମାନ ଘେନି ।ଚଳଇ ମଥୁରାଦାଣ୍ଡେ ପ୍ରିୟବତୀ ପାଶେଆଗେ ମଙ୍ଗଳ ମହୁରୀ ବାଜଇ ହରଷେ ।ମଣିମା ମଣିମା ବୋଲି ଉଚ୍ଚେ କରି ସ୍ୱନଆଗେ ଆଗେ ଚାଲିଛନ୍ତି ରାଜଦୂତଗଣ ।ମଧୁପୁର ନାରୀମାନେ ବୋଲନ୍ତି ଉଚ୍ଚାଟେଚାଲଗୋ ଦେଖିବା ସତୀ ଯମୁନାର ଘାଟେ ।ରାଜା ଉଗ୍ରସେନ ଯାଉଅଛି ଗୋ ତହିଁକିଆମ୍ଭେ ଦେଖିଯିବା ଚାଲ ଭୟ ଗୋ କାହିଁକି ।ଏମନ୍ତ ବୋଲି ସକଳେ ନଦୀକୂଳେ ମିଳିଗୋପାଳଙ୍କୁ ଘେନି ରାମ ସଙ୍ଗେ ବନମାଳୀ ।ପ୍ରିୟବତୀ ପୁତ୍ର ଧରିଛନ୍ତି ପୀତବାସଉଭା ହୋଇଛନ୍ତି ସେହୁ ପ୍ରିୟବତୀ ପାଶ ।ଦୁରୁ ଦେଖି ଉଗ୍ରସେନ ହୋଇଲା ହରଷମନେ ବିଚାରିଲା ଏହୁ ଦେବକୀର ଶିଷ୍ୟ ।ପୁଣି ବିଚାରେ ଜନମ ଦିନ ଦେଖିଥିଲିଆଠ ବରଷରେ ପୁଣି ଆଜ ମୁଁ ଦେଖିଲି ।କଂସ କହିବାରୁ ସିନା ଆସିଲି ମୁଁ ଏଥିତାହା ହେତୁରୁ ଦେଖିଲି ଦେବ ଶିରୀପତି ।ବାଟ ଛାଡ଼ ବୋଲି ଡାକ ପଡ଼ୁଅଛି ତହିଁଦେଖୁ ଦେଖୁ ଉଗ୍ରସେନ ପାଶରେ ମିଳଇ ।ଯହିଁ ଶ୍ରୀକୃଷ୍ଣ ତାହାକୁ ନୟନେ ଦେଖିଲେଏହୁ ଉଗ୍ରସେନ ବୋଲି ରାମଙ୍କୁ କହିଲେ ।ମାନ୍ୟଧର୍ମ ଆଚରିବା ଉଚିତ ଆମ୍ଭରିଦେବକୀ ରୋହିଣୀ ସିନା ଅଟେ ଗର୍ଭଧାରୀ ।ଉଗ୍ରସେନ ତାହାଙ୍କର ଅଟନ୍ତି ସେ ତାତଇନ୍ଦୁମତୀରି ଗର୍ଭରୁ ହୋଇଅଛି ଜାତ ।ଆମ୍ଭ ସହୋଦର ଅଜା ଏ ସିନା ଅଟଇଆଗେ ମାନ୍ୟ କରିବା ହେ ଆମ୍ଭେ ବେନିଭାଇଏମନ୍ତ ବୋଲିଣ ରାମ ସଙ୍ଗେ ଚକ୍ରଧରଉଗ୍ରସେନ ପାଦତଳେ କଲେ ନମସ୍କାର ।ଦେଖି ଆନନ୍ଦ ଉଠାଇ ରାଜା ଉଗ୍ରସେନକୋଳକରି ରାମମୁଖେ ଦିଅଇ ଚୁମ୍ବନ ।ବେନି ନୟନରୁ ତାର ଲୋତକ ଗଳଇକୃଷ୍ଣଙ୍କୁ ସେ କୋଳକରି ବଚନ ବୋଲଇ ।ଆଜି ଦେଖିଲି ତୁମ୍ଭଙ୍କୁ ଦେବକୀ ନନ୍ଦନଫିଟାଅ ମାତାପିତାଙ୍କ ଶାଙ୍କୋଳୀ ବହନ ।ଦୁଷ୍ଟ କଂସ ଦେବକୀକୁ ବହୁକଷ୍ଟ ଦେଲାତୋତେ ଦେଖି ସେ ଦେବକୀ କଷ୍ଟ ପାଶୋରିଲ ।ବୋଲେ ଆଗୋ ପ୍ରିୟବତୀ ଧନ୍ୟ ତୋର ସ୍ୱାମୀକୃଷ୍ଣଙ୍କୁ ନୟନେ ଦେଖି ହେବ ସହଗାମୀ ।ଏତେ ବୋଲି ରାଜା ପ୍ରିୟବତୀ ପାଦେ ପଡ଼ିଖଣ୍ଡଦୂରେ ଉଭାହୋଇ କରପତ୍ର ଯୋଡ଼ି ।ଦେଖି ଉଗ୍ରସେନକୁ ସେ ବୋଲେ ପ୍ରିୟବତୀତୁ ଯେ ଉଗ୍ରସେନ ମଧୁପୁର ଚକ୍ରବର୍ତ୍ତୀଏ କୃଷ୍ଣଙ୍କୁ ଏହା ତୁହି ସିନା ଅଛୁ ଚିହ୍ନିସାକ୍ଷାତରେ ବ୍ରହ୍ମା ଏ ଯେ ଅଟେ ନୀଳମଣି ।ଯେତେବେଳେବସୁଦେବ ଗୋପେ ଘେନିଗଲାପ୍ରତ୍ୟକ୍ଷରେ ନାରାୟଣ ରୂପ ଦେଖାଗଲା ।ଶଙ୍ଖ ଚକ୍ର ଗଦା ପଦ୍ମ ନୟନେ ଦେଖିଲୁତେବେ ତୁ ଗୋପେ ଯିବାକୁ ବାଟ ଛାଡ଼ିଦେଲୁଶୁଣି ଏ ବଚନ ଉଗ୍ରସେନ ବିଚାରଇମହାସତୀ ନୋହିଲେ ଜାଣନ୍ତା ଏହା କାହିଁ ।ମୁଁ ଜାଣଇ ବସୁଦେବ ଜାଣନ୍ତିଟି ଏହାଅନ୍ୟତ୍ର ନଥିଲେ କେହି ଜାଣିବାକୁ ତାହା ।ଏ ସମୟେ ପ୍ରିୟବତୀ ପୁଣି ବୋଲେ ଶୁଣକୃଷଙ୍କୁ ମୁଁ ଦେଉଅଛି ମୋହର ନନ୍ଦନ ।ମୋ ଶାଶୁ ଶ୍ୱଶୁର ଦେଢ଼ଶୁର ଆଦି ଯେତେପିତା ମାତା ଭାଇବନ୍ଧୁ ଅଛନ୍ତି ସମସ୍ତେ ।ଏମାନେ ଶ୍ରୀକୃଷ୍ଣଠାରୁ ନେବେ ଏହି ସୁତଭିଆଇଲେ ଦ୍ୱନ୍ଦ୍ୱ ଦଣ୍ଡଦେବୁ ନରନାଥ ।ଏତେ କହି ପୁତ୍ରକୁ ସେ କୃଷ୍ଣ ହସ୍ତେ ଦେଲାବେନିକର ଯୋଡ଼ି କୃଷ୍ଣପାଦରେ ପଡ଼ିଲା ।ଦେଖି ଉଗ୍ରସେନ ତାହା ହୋଇଲା ଚକିତବୋଲେ ଧନ୍ୟ ପ୍ରିୟବତୀ ଧନ୍ୟ ତାତମାତ ।ଧନ୍ୟ ତୋହର ଚିତ୍ତକୁ କୃଷ୍ଣପାଦେ ଦେଲୁଏ ମଧୁଭୁବନେ ତୁହି ଯଶ ଅରଜିଲୁ ।କୋଟିକୋଟି ଜନ୍ମେ ଯୋଗୀଧ୍ୟାନେନ ଦେଖିଲେଯାର ପାଦଲାଗି ଶିବ ଯୋଗଧ୍ୟାନ କଲେ ।ତୁ ସେ ପାଦପଦ୍ମକୁ ଗୋ ହୃଦେ ଅଛୁ ଧରିମୁଁ ତ ତୋ ଚରଣ ରେଣୁ ସଙ୍ଗେ ନୁହେଁ ସରି ।ଏବେ ପ୍ରିୟବତୀ ତୋର ସ୍ୱାମୀ କାର୍ଯ୍ୟକରତୋ ପୁତ୍ରକୁ ଦେଲୁ ମୋର ନାହିଁ ଅଧିକାର ।ନିଜ ପୁତ୍ର ମାତା ପିତା ପାରନ୍ତି ତ ବିକିଆମ୍ଭ ଅଧିକାର କିଛି ନାହିଁ ଗୋ ତହିଁକି ।ତୋ ପୁତ୍ରକୁ ଦେଲୁ ତୁହି ମୋର ଅଛି କିସତୋ ଦେବର ଶାଶୁ ଆଦି ଅଛନ୍ତି ତୋ ପାଶସେମାନେ ନ କହି କିଛି ହୋଇଛନ୍ତି ତୁନିତୋ ପୁତ୍ରକୁ ଦେଲୁ ତୁହି ଦଣ୍ଡିବି କି ଘେନି ।ପ୍ରଜା ଅଧିକାର ଥାଏ ଭୂମିପରେ ସିନାମାତାପିତା ଅଧିକାରେ ଥାନ୍ତି ପୁତ୍ରକନ୍ୟା ।କା ଭୂମି ହରିଲେ କେହୁ ଦଣ୍ଡଦେଉ ତାକୁପୁତ୍ର ଦୁହିତାରେ କିଛି ନାହିଁ କହିବାକୁ ।ରାଜା ବାକ୍ୟେ ପ୍ରିୟବତୀ ବୋଇଲେ ବଚନପାଟଚୁଡ଼ୀ ସିନ୍ଦୂରକୁ ତୁ ଦିଅ ହେ ରାଜନ ।ପ୍ରିୟବତୀ ବାକ୍ୟ ଶୁଣି ଉଗ୍ରସେନ କହିକଥାଏ କହୁଛି ଏବେ ଶୁଣ ସହୀ ତୁହି ।ବହୁତ ରତ୍ନ ବସନ ଦେବୁ ଆମ୍ଭେ ତୋତେତୋର ପୁତ୍ର ନାତି ସୁଖୀ ହୋଇେବ ସମସ୍ତେ ।ବାରଖଣ୍ଡ ଗ୍ରାମ ତୋତେ ଦେବଇଁ ଯେ ମୁହିଁସତୀ ନ ଯାଅ ମୋ ବାକ୍ୟ ଘେନାକର ତୁହି ।ଆତ୍ମହତ୍ୟା ନ କର ତୁ ଆଗୋ ପ୍ରିୟବତୀଦୁଃଖୀ ନୋହିବେ ତୋହର ସନ୍ତାନ ସନ୍ତତି ।ଉଗ୍ରସେନ ବଚନରେ ପ୍ରିୟବତୀ କହିକେମନ୍ତେ କହୁଛ ରାଜା ହୋଇଲୁକି ବାଇ ।ସ୍ୱାମୀ ମୋର ନାରୀହତ୍ୟା ପାତକେ ପୀଡ଼ିତତେଣୁ ନରକେ ପଡ଼ିବେ କହିଲେ ଅଚ୍ୟୁତ ।ମୁଁ ଯେ ପୁତ୍ର ନାତି ଧରି ସୁଖେ ବିଳସିବିସାକ୍ଷାତେ ବ୍ରହ୍ମ ଏ କୃଷ୍ଣ ଆଉ ତ ପାଇବି ।ଏବେ ଯେବେ ସତୀ ଯିବି ଶୁଣ ହେ ରାଜନମୋ ସ୍ୱାମୀ ବସିବେ ଯାଇ ବୈକୁଣ୍ଠ ଭୁବନ ।ନାରୀହତ୍ୟା ପାତକରୁ ହୋଇବେ ସେ ପାରିଆତ୍ମହତ୍ୟା ପାପ ସିନା ହୋଇବ ମୋହରି ।ସ୍ୱାମୀ ତ ବସିବେ ଯାଇ ବଇକୁଣ୍ଠ ପୁରେଯା ହେବାର ହେବ ସିନା ମୋହର ଉପରେ ।ନାରୀ ହୋଇ ସ୍ୱାମୀକି ଯେ ନକରେ ଉଦ୍ଧାରତା ଜୀବନ ଅକାରଣ ଅଟେ ନରବର ।ନାନା ଦୁଃଖ ଭୋଗୀ ଯେହୁ ସ୍ୱାମୀକି ତାରଇସେ ଉତ୍ତମା ନାରୀ ବୋଲି ବେଦରେ ଭାଷଇମୁଁ ପଛେ କୁମ୍ଭୀପାକରେ ପଡ଼ିବି ରାଜନମୋ ସ୍ୱାମୀ ଯାଆନ୍ତୁ ଆଗ ବୈକୁଣ୍ଠ ଭୁବନ ।ନ କର ତୁ ମୋତେ ସତ୍ୟଭଗ୍ନ ବଳାତ୍କାରେସେ ପାଇଁ ଶୋଚନା ମୋର ନାହିଁଟି ମନରେ ।ବଳାତ୍କାର କରି ଯେବେ ଛାଡ଼ି ତୁ ନ ଦେବୁନିଶ୍ଚୟ ତୁ ଅଭିଶାପ ମୋଠାରୁ ଭୋଗିବୁ ।ମରିବ ତୋହର ପୁତ୍ର କହୁଅଛି ସତ୍ୟମୋ କହିବା କଥା ମିଛ ନୁହେଁ ନରନାଥ ।ଶୁଣି ଉଗ୍ରସେନ ରାଜା କରଇ ବିଚାରଏଯେ ମହାସତୀ ବାକ୍ୟ ନ ରଖିବ ମୋର ।ବିରକ୍ତ କଲେ ଏହାକୁ କିଛି ଫଳ ନାହିଁଅକାରଣେ ଅଭିଶାପ ଭୋଗିବ କିମ୍ପାଇଁ ।ଏମନ୍ତ ବିଚାରି ରାଜା ଆନନ୍ଦ ହୋଇଲାପାଟଶାଢୀ ସିନ୍ଦୂର ଯେ ରତ୍ନଚୂଡ଼ୀ ଦେଲା ।ଦେଖି ପ୍ରିୟବତୀ ଅତି ଆନନ୍ଦିତା ହୋଇପଟେକ ପିନ୍ଧିଣ ପଟେ ଉପରେ ପକାଇ ।ଲଲାଟେ ସିନ୍ଦୂର ଦେଇ ରତ୍ନଚୂଡ଼ୀ ପିନ୍ଧିନାନା ଜାତି ପୁଷ୍ପମାଳ ଶିରେ ଚୂଳ ବାନ୍ଧି ।ଗଳାରେ ତୁଳସୀମାଳ ନେଇ ସେ ପିନ୍ଧିଲାକରପତ୍ର ଯୋଡ଼ି କୃଷ୍ଣ ଆଗେ ଉଭା ହେଲା ।ବୋଇଲା ନନ୍ଦ ନନ୍ଦନ ମୋ ବିନୟ ଶୁଣମାଗୁଅଛି କଥା ଏକ ଦିଅ ତୁ ବହନ ।ସତ୍ୟକଲେ ମାଗିବି ମୁଁ ପାଦେ ପଡ଼ୁଅଛିତାର ବାକ୍ୟ ଶୁଣି ସତ୍ୟ କଲେ ନନ୍ଦବତ୍ସି ।ପୁଣି ଶ୍ରୀକୃଷ୍ଣ ବୋଇଲେ ଯେ ତୋହର ଇଚ୍ଛାତାହା ମାଗି ଘେନ ପୂର୍ଣ୍ଣ କରିବା ତୋ ବାଞ୍ଛା ।ପ୍ରିୟବତୀ ବୋଲେ ପ୍ରଭୁ ଦୟା ଯେବେ କଲଦିଅ ତୋ ଗଳାରୁ କାଢ଼ି ତୁଳସୀର ମାଳ ।ତୋହର ଅଧରାମୃତ ଦିଅ ଦଇତାରୀମୋ ଆଗରେ ବିଜେକର ଶଙ୍କ ଚକ୍ରଧାରୀ ।ଦ୍ୱିଭୁଜ ମୁରଲୀ ରୂପଧାରୀ ଦେଖି ତୋରକୋଟି ଜନ୍ମର ପାତକ କ୍ଷୟ କଲି ମୋର ।କରିବାକୁ ଚତୁର୍ଭୁଜ ମୂର୍ତ୍ତି ଦରଶନମରଣ କାଳରେ ମୋର ବଳିଅଛି ମନ ।ଦେଖିଅଛି ସେ ରୂପ ତୋ ଅଜା ଉଗ୍ରସେନମୋହଠାରେ ଦୟା ଥିଲେ ଦେଖା ଭଗବାନ ।ଯହୁଁ ଉଗ୍ରସେନ ରାଜା ଏମନ୍ତ ଶୁଣିଲାବିଚାରେ ଏ ଗୁପ୍ତକଥା କେମନ୍ତେ ଜାଣିଲା ।ମୁଁ ଜାଣଇ ଜାଣେ ଉଗ୍ରସେନ ଓ ତା ଜ୍ୱାଇଁଅନନ୍ତ ଜାଣନ୍ତି ଆଉ କେହି ନ ଜାଣଇ ।ତିନିଜଣ ଭିନ୍ନ ଅନ୍ୟ ନ ଥିଲେ ତ କେହିଏବେ ପ୍ରିୟବତୀ ଦେଲା ସେକଥାକୁ କହି ।ଏମନ୍ତ ବିଚାରି କୃଷ୍ଣ ଦେଖି ହେଲା ଭୋଳଜାଣିଲେ ତାହାର ମନ ପ୍ରଭୁ ଆଦିମୂଳ ।ପ୍ରିୟବତୀର ବଚନେ କାଢ଼ି ଗଳାହାରନିଜେ ବାନ୍ଧିଲେ ତାହାର ଶିରେ ବେଣୁଧର ।ପୁଣି କାଢ଼ିଣ ଗଳାରୁ ତୁଳସୀର ମାଳପ୍ରିୟବତୀର ଗଳାରେ ଦେଲେ ଆଦିମୂଳ ।ଉଗ୍ରସେନକୁ ବୋଇଲେ ଶୁଣ ଅଜା ତୁହିନାନା ଭୋଗ୍ୟ ଉପହାର ଅଣାଅ ତୁ ଯାଇ ।କୃଷ୍ଣ ଆଦେଶେ ଅଣାଇ ଉପହାରମାନବୁଝାଇ ବ୍ରାହ୍ମଣ ହସ୍ତେ ଆଣେ ଉଗ୍ରସେନ ।ଦେଖି ଗୋପାଳଙ୍କୁ ଆଜ୍ଞାଦେଲେ ଦାମୋଦରବେଗେ ବ୍ରାହ୍ମଣଙ୍କଠାରୁ ଆଣ ଉପହାର ।କଷ୍ଟ ଆଦେଶେ ଗୋପାଳେ ଆଣିଲେତ ବେଗେଆନନ୍ଦେ ଥୋଇଲେ ନେଇ ରାମକୃଷ୍ଣ ଆଗେପୁଣି କୃଷ୍ଣ ବୋଇଲେରେ ଚଉପାଶେ ବସଭୁଞ୍ଜିଣ ଏମାନେ ସବୁ ହୁଅରେ ସନ୍ତୋଷ ।ନିଜେ ରାମକୃଷ୍ଣ ବେନି ମଧ୍ୟରେ ବସିଲେଭୁଞ୍ଜିଲେ ଗୋପାଳମେଳେ ମନ ଆନନ୍ଦରେ ।ପ୍ରିୟବତୀକି ଶ୍ରୀକୃଷ୍ଣ ସ୍ନେହେ ଅନାଇଲେଭାବେ ପ୍ରିୟବତୀ କୃଷ୍ଣ ନାମ ଉଚ୍ଚାରିଲେ ।ଅତି ଭାବେ ଭୋଳହୋଇ ହାହାକାର କଲାରାମକୃଷ୍ଣ ମଧ୍ୟରେ ସେ ଯାଇଣ ବସିଲା ।ଶ୍ରୀକୃଷ୍ଣ ମୁଖରୁ ନାନା ଉପହାରମାନଏବେ ପ୍ରିୟବତୀ ଆଣି କରଇ ଭୋଜନ ।ପ୍ରିୟବତୀ ସଙ୍ଗେ ଭାବେ ଭୁଞ୍ଜନ୍ତି ଶ୍ରୀହରିଭୁଞ୍ଜୁଛନ୍ତି ହଳଧର ବୋଲି ହରି ହରି ।ଦେଖି ଉଗ୍ରସେନ ରାଜା କାନ୍ଦେ ଭାବ ଭୋଳେକୃଷ୍ଣ ସୁମରି ବସିଲା ଗୋପାଳଙ୍କ ମେଳେ ।କୃଷ୍ଣ ସଙ୍ଗେ ଆନନ୍ଦେ ସେ କରଇ ଭୋଜନପାଦଧୂଳି ପ୍ରିୟବତୀ ହୁଅଇ ଭୂଷଣ ।ପୁଣି କୃଷ୍ଣ ପାଦତଳେ ପଡ଼ି ଗଡ଼େ ଖାଲିଆନନ୍ଦେ ଉଠିଲା ସେହୁ ହରି ହରି ବୋଲି ।ସକଳେ ଗଲେ ଆନନ୍ଦେ ଯମୁନାର କୂଳବଜାଇ ଶଙ୍ଖ ମହୁରୀ ଶୁଭେ କୋଳାହଳ ।ନାନାଜାତି ବାଦ୍ୟମାନ ଗମ୍ଭୀରେ ବାଜଇଧୀରେ ଧୀରେ ପ୍ରିୟବତୀ ଗହଣେ ଚଳଇ ।ହରିବୋଲ ଧ୍ୱନିରେ ଯେ ପୁରଇ ଆକାଶସତୀ ଶିରେ ରତ୍ନ ବୃଷ୍ଟି କରଇ ନରେଶ ।ବିଜେ ଶଙ୍ଖ ଚକ୍ର ଗଦା ପଦ୍ମଧରି ହରିଚଳେ ପ୍ରିୟବତୀ ତାଙ୍କୁ ଦରଶନ କରି ।ତହିଁପଛେ ଉଗ୍ରସେନ ଭାବେ ହୋଇ ଭୋଳଚାଲନ୍ତେ ମଥୁରାଦାଣ୍ଡେ ଶୁଭଇ ଚହଳ ।ଆସ ଆସ ଚାଲ ଚାଲ ଚାଲ ବୋଲି ଉଠେ ଧ୍ୱନିସେହି ଘୋର କୋଳାହଳେ କମ୍ପଇ ମେଦିନୀପ୍ରିୟବତୀ ଶଙ୍ଖ ଚକ୍ର ଗଦା ପଦ୍ମଧାରୀନାରାୟଣ ରୂପ ଏକା ଦେଖିଲା ସୁନ୍ଦରୀ ।ଉଗ୍ରସେନ ଦେଖେ ଏକା ଆଉ ଯେତେଜନେଦ୍ୱିଭୁଜ ମୁରଲୀଧାରୀ ଦେଖନ୍ତି ନୟନେ ।ନାରାୟଣ ରୂପ ଗୋଟି କେହି ନ ଦେଖନ୍ତିସମସ୍ତେ ସେ ନନ୍ଦସୁତ ବୋଲି ଦେଖୁଛନ୍ତି ।ପ୍ରିୟବତୀ ପୁଅ କୃଷ୍ଣ କାଖେ ଛନ୍ତି ଧରିଘର ବର ତେଜି ଦେଖୁଛନ୍ତି ମଧୁନାରୀ ।ସତୀ ପ୍ରିୟବତୀକି ଯେ ଦେଖନ୍ତି ନୟନେଧନ୍ୟ ଧନ୍ୟ ବୋଲି ସର୍ବେ ବୋଲନ୍ତି ବଚନେହରିଧ୍ୱନି କଂସ ଯହୁଁ କର୍ଣ୍ଣରେ ଶୁଣିଲାକାହିଁର ଶବଦ ବୋଲି ଚମକି ଉଠିଲା ।ଦାସୀମାନଙ୍କୁ ସେ ଚାହିଁ ବୋଲଇ ବଚନଗୋଳମାଳ ଶୁଭଇ କି ଦେଖିଲେ ସ୍ୱପନ ।ଦାସୀମାନେ ବୋଲୁଛନ୍ତି ଶୁଣିମା ଭୋ ରାୟେସତୀ ଯାଏ ପ୍ରିୟବତୀ ନାହିଁ କିଛି ଭୟେ ।ତାତ ଉଗ୍ରସେନ ତହିଁ ବିଜେ କରିଛନ୍ତିଶୁଣି ପଲ୍ୟଙ୍କୁ ଉଠିଲା କଂସ ନରପତି ।ପ୍ରାଚୀର ଉପରେ କଂସ ଚାହିଁଲା ନିରେଖିଧାଇଁଛନ୍ତି ମଧୁପୁର ନର ନାରୀ ଦେଖି ।ସତୀ ପ୍ରିୟବତୀକି ସେ ନୟନେ ଦେଖିଲାଅଗ୍ନିସମ କାନ୍ତି ଦେଖି ନୟନ ବୁଜିଲା ।ପୁଣି ଚକ୍ଷୁ ଫିଟାଇ ସେ ଦେଖିଲା ଅସୁରଗୋପାଳ ବାଳକ ମେଳେ କୃଷ୍ଣ ହଳଧର ।ଉଗ୍ରସେନ ସହ ମଧୁପୁର କନଗଣଅପଲକେ ଚାହିଁଛନ୍ତି ସତୀର ବଦନ ।ଅନ୍ତର୍ଯ୍ୟାମୀ କୃଷ୍ଣ କଂସ ଦେଖିବା ଜାଣିଲେତେରଛି ନୟନେ ଚାହିଁ ଅଳପ ହସିଲେ ।ଦେଖିଲେ ଅସୁର ରହିଅଛି ଭୟ ଚିତ୍ତେଜଳକା ପରାୟେ ଚାହିଁଅଛି ବେନିନେତ୍ରେ ।ମନରେ ବିଚାରି ଦେବ ମାୟା ଆରମ୍ଭିଲେଯେତେ ଥିଲେ ସର୍ବେ ପ୍ରାୟ କୃଷ ଦେଖାଗଲେଭୟରେ ଲେଉଟି କଂସ ପଲ୍ୟଙ୍କେ ବସିଲାକେମନ୍ତେ ମାରିବି କୃଷ୍ଣ ବୋଲି ସେ ଭାବିଲା ।ମହାଦୁଃଖେ ମୁଖମାଡ଼ି କଲା ସେ ଶୟନନିଦ୍ରା ନ ମାଡ଼ଇ ନେତ୍ରେ ମନ ଛନ ଛନ ।ଏଥୁଅନ୍ତେ ପ୍ରିୟବତୀ ଯମୁନାର କୂଳେଦେଖିଲା ମଧୁସୂଦନ ଜଳଇ ଅନଳେ ।ଅନଳର ତେଜ ଦିଶେ ଅତି ବଳିୟାରପଶି ନ ପାରନ୍ତି ତାର ପାଶେ ନାରୀନର ।ଦରଶନେ ପ୍ରିୟବତୀ ଜ୍ଞାନ ହରାଇଲାକୃଷ୍ଣ ମୁଖ ଦେଖି ପୁଣି ସଚେତ ହୋଇଲା ।ପୁଣି ସ୍ୱାମୀର ବଦନ ଦେଖିଲା ନୟନେଦେହରୁ ଉଡ଼ିଲା ଜ୍ଞାନ ପଡ଼ିଲା ଅଜ୍ଞାନେ ।ଶଙ୍ଖଧ୍ୱନି କୃଷ୍ଣ ଯହୁଁ କଲେ ଘନ ଘନପ୍ରିୟବତୀ କର୍ଣ୍ଣେ ଶୁଣି ପାଇଲା ଚେତନ ।ଯମୁନାର ଜଳ ଯହିଁ ହୋଇଛି ସ୍ଥକିତସେହିଠାରେ ପ୍ରିୟବତୀ ହେଲା ଉପଗତ ।ରାଜାକୁ ବୋଇଲେ ନାବ ଆଣ ବେଗକରିଯମୁନାରେ ଆଜ କରିଥିବି ନାବକେଳି ।ନାଉରୀକି ଉଗ୍ରସେନ ଉଚ୍ଚରେ ଡାକିଲାରାଜା ଆଜ୍ଞାରେ ନାଉରୀ ନାବକୁ ଆଣିଲା ।ପ୍ରିୟବତୀ ବୋଇଲା ହେ ଶୁଣ ଭାବଗ୍ରାହୀଆଗକରି ନାବପରେ ବିଜେକର ତୁହି ।ଉଗ୍ରସେନ ରାଜା ନାବପରେ ବିଜେକରୁତୋ ସଙ୍ଗରେ ନାବଖେଳି ତରିବ ମାୟାରୁ ।ପ୍ରିୟବତୀ ବଚନରେ ନାବେ ବିଜେ ହରିତାହାର ପୁତ୍ରକୁ ହରି କାଖେ ଛନ୍ତି ଧରି ।ଉଗ୍ରସେନ ରାଜାଯାଇ ନାବରେ ବସିଲାଭାଇ ଦେବରଙ୍କୁ ଧରି ସତୀହିଁ ଚଢ଼ିଲା ।ଯମୁନା ଜଳରେ ନାବ ଖେଳେ ଆନନ୍ଦରେହରି ହରି ବୋଲି ଧ୍ୱନିକରେ ନିରନ୍ତରେ ।ନାବ ଖେଳିସାରି ସେହୁ କୂଳରେ ମିଳିଲାବ୍ରାହ୍ମଣମାନଙ୍କୁ ବହୁ ସ୍ୱର୍ଣ୍ଣ ଦାନ କଲା ।ଅନ୍ନ ବସ୍ତ୍ରଦାନ ମଧ୍ୟ କଲା ସେ ବହୁତଆତ୍ମଘାତୀ ପାତକରୁ ହେବାକୁ ମୁକତ ।ଏହିପରି ନାନା ଦାନ କଲା ପ୍ରିୟବତୀଏମନ୍ତ ସମୟେ କୃଷ୍ଣ ବୋଲନ୍ତି ଗୋ ସତୀ ।କଥାଏ କହୁଛି ମୁହିଁ ମନଦେଇ ଶୁଣସ୍ୱଭାବେ ବାଳକ ମୁହଁ ବୟସରେ ସାନ ।ଅଛନ୍ତି ନନ୍ଦ ଯଶୋଦା ଦେବକୀ ଅଛନ୍ତିବାସୁଦେବ ହିଁ ଅଛନ୍ତି ଶୁଣିଅଛୁ ସତୀ ।ବିବାହ ମୁଁ କରିନାହିଁ ପତ୍ନୀ ମୋର ନାହିଁଜଗତେ ବୋଲିବେ ପୁତ୍ର ପାଇଲାଏ କାହିଁ ।ପତ୍ନୀ ନଥିଲେଟି ପୁତ୍ର ନ ରଖିବ କେବେବଳେ ଯେହୁରଖେପିତାଯୋଗ୍ୟ ନୁହେଁ ତେବେ ।ସ୍ୱାମୀ ନଥିଲେ ନାରୀଟି ପୁତ୍ର ନ ପାଳଇବଳେସେ ପାଳଇ ଯେବେ କାହିଁଯୋଗ୍ୟନୋହିଁ ।ସ୍ୱାମୀ ଯେବେ ପତ୍ନୀକି ଗେ । ଆଜ୍ଞା ଦେଇଥିବତେବେ ତା ଆଜ୍ଞାରେ ନାରୀ ନନ୍ଦନ ପାଳିବ ।ନୁହଇଁ ଉଚିତ ତୋର ପୁତ୍ର ନିଅ ତୁହିବିବାହ ନକରି ପୁତ୍ର ପାଳିବି ମୁଁ କାହିଁ ।ପ୍ରିୟବତୀକି ଏମନ୍ତ ବାକ୍ୟ କୃଷ୍ଣ କହିତାହାର ନନ୍ଦନ ତାର କୋଳେ ଦେଲେନେଇଦେଖି ପ୍ରିୟବତୀ ମନେ କ୍ରୋଧ ଜାତକଲାକେଡ଼େ ମାୟାଧର କୃଷ୍ଣ ଅଟ ତୁ ବୋଇଲା ।ପୁତ୍ରକୁ ଧରିଣ ମୁଖେ ଦେଲା ସେ ଚୁମ୍ବନବୋଇଲା ହେ ଶୁଣ ତୁମ୍ଭେ ମଥୁରା ରାଜନ ।ତୁମ୍ଭେ ମଧ୍ୟ ନରନାରୀମାନେ ସର୍ବେ ଶୁଣକୃଷ୍ଣପାଦେ ଯେବେ ମୋର ଥାଏ ପଞ୍ଚମନ ।କୃଷ୍ଣପଦ ବିନୁ ଯେବେ ଆନ ନ ଜାଣଇଯେବେ ଶ୍ରୀକୃଷ୍ଣ ନାମକୁ ହୃଦେଥିବି ଧ୍ୟାୟି ।ଯେବେ ସତ ମନେ ମୁହିଁ ପୁତ୍ରଥିବି ଦେଇଯେବେ ଏ ସଂସାରେ ସତ୍ୟଧର୍ମ ଥାଏ ରହି ।ଯେବେ ମୁଁ ଅଟଇ ସତ୍ୟ ସତ୍ୟ ମୋ ବଚନନ ରହିବି ଏ ପୁତ୍ରକୁ ଧରି କଦାଚନ ।କହୁଅଛି ସର୍ବଜନେ ଶୁଣ ମୋ ବଚନକୃଷ୍ଣ ଦେଖୁ ଦେଖୁ ଭସ୍ମହେଉଏ ନନ୍ଦନ ।ଯେବେ ବ୍ରହ୍ମା ବିଷ୍ଣୁ ରୁଦ୍ର ବାସବ ଆସିବେଏ ପୁତ୍ରକୁ ଜୀବଦାନ ଦେଇ ନ ପାରିବେ ।ମୁହିଁ ପ୍ରିୟବତୀ ଯେବେ ଅଟେ ମହାସତୀଏ ପୁତ୍ର ପାଉଁଶ ହେଉ ରହୁ ମୋ କୀରତି ।ଯହୁଁ ପ୍ରିୟବତୀ କ୍ରୋଧେ ଏମନ୍ତ ବୋଇଲାତାର କୋଳେ ପୁତ୍ରତାର ପାଉଁଶ ହୋଇଲା ।ଦେଖି ମଧୁପୁର ଜନେ ହାହାକାର କଲେଧନ୍ୟ ପ୍ରିୟବତୀ ମହାସତୀ ଗୋବୋଇଲେ ।ପ୍ରିୟବତୀ କୋଳକୁ ଶ୍ରୀକୃଷ୍ଣ ଦେଲେ ଚାହିଁନନ୍ଦନ ନାହିଁ ପାଉଁଶ କୋଳେ ଅଛି ରହି ।ପୁତ୍ରର ଭସ୍ମକୁ ସତୀ ଅଙ୍ଗେ ହୁଏ ବୋଳିରୋଦନ କରଇ ପୁଣି ହା ହା କୃଷ୍ଣ ବୋଲି ।ସତୀର କୋଳରୁ ଭସ୍ମ ନିଜ କରେ ଧରିକାହିଁ ଗଲୁ ପୁତ୍ର ବୋଲି କାନ୍ଦନ୍ତି ଶ୍ରୀହରି ।ଗୁଣ ସୁମରି ମହୀରେ ପୁଣି ସେ ଲୋଟନ୍ତିଧନ୍ୟ ଧନ୍ୟ ପ୍ରିୟବତୀ ବୋଲିଣ ବୋଲନ୍ତି ।କୃଷ୍ଣର ରୋଦନ ଶୁଣି ସ୍ତବ୍ଧ ହଳପାଣିକ୍ଷଣେ ସେ ମଉନ ହୋଇ ମନେ ମନେ ଗୁଣି ।ବୋଇଲେ ପୁତ୍ରକୁ ସିନା ଦେବେ ଭସ୍ମକଲେସ୍ୱର୍ଗପୁର ପାଇବି କି ଆଜ ରସାତଳେ ।ସତୀର ପୁତ୍ରକୁ କୃଷ୍ଣ ସୀତାକୋଳେ ଦେଲାମଲାବେଳେ ନନ୍ଦନକୁ କୋଳେ ନ ଧଇଲା ।ଦେଖୁ ଦେଖୁ କୋଳେପୁତ୍ର ହୋଇଲା ପାଉଁଶଏବେ ତାର ଗୁଣ ଗୁଣି କାନ୍ଦେ ପୀତବାସ ।ଆଜି ମୁଁ ସମୁଦ୍ରେ ମଧୁପୁର ପ୍ରକାଇବିସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ଏକ ମୁଁ କରିବି ।ଲଙ୍ଗଳ ଧଇଲେ ଏତେବୋଲି ହଳଧରବୁଲାଇଲେ ରେରେକାର କରି ସେ ମୂଷଳ ।ଆଜ ଦେବ ତୁମ୍ଭେ ସ୍ୱର୍ଗ ପାରିବ କି ରହିବାଳୁତ ଭାଇକି ମୋର କଷ୍ଟ ଅଛ ଦେଇଅତି ଶରଧାରେ ସେହୁ ପୁତ୍ର ଥିଲା ରଖିସେ ପୁତ୍ର ନାଶିଲ ତୁମ୍ଭେ ତହିଁ କୃଷ୍ଣ ଦେଖି ।କାନ୍ଦୁଅଛି କୃଷ୍ଣ କେତେ ବିକଳ ଯେ ହୋଇବାଳକାଳୁ ମୁଁ ତାହାର ଶୋକ ଦେଖିନାହିଁ ।ବଳରାମ କ୍ରୋଧେ ଦେବେ ହେଲେ ଥରହରଆସିଲ ତାହାଙ୍କୁ ଧରି ବ୍ରହ୍ମା ମଧୁପୁର ।ସ୍ତବ ପଢ଼ି କୃଷ୍ଣ ମୁଖ ଚାହିଁ କୁଶଧରବୋଇଲେ ଭୋଦେବ ଶେଷହେଲା ସ୍ୱର୍ଗପୁର ।ବଳରାମ କ୍ରୋଧେ ଆଉ ରହିବେ କି ଦେବେସରିଲା ତୋ ଖେଳଘର ନ ରଖିବୁ ଯେବେ ।ପ୍ରିୟବତୀକୁ ତୁ ସତୀ କଲୁ ଦଇତାରୀନ ପାରୁ ସତୀ ବଚନ ଆମ୍ଭେ ଆନ କରି ।ଏବେ ବଳରାମ କ୍ରୋଧେ ଗଲୁ ଦେବଗଣନ କାନ୍ଦ ତୁ ଭାବଗ୍ରାହୀ ବୋଧକର ରାମ ।ଦେବଙ୍କ ବଚନେ କୃଷ୍ଣ କ୍ରୋଧ ସମ୍ଭାଳିଲେରାମଙ୍କ ପାଶକୁ ଯାଇ ପ୍ରବୋଧି କହିଲେ ।ଶ୍ରୀକୃଷ୍ଣ ମାୟାରେ ରାମ ହୋଇଲେ ମୋହିତଯାହାର ମାୟାରେ ହୁଏ ବ୍ରହ୍ମାଣ୍ଡ ଚାଳିତ ।ସେ ମାୟା ରାମଙ୍କ ଅଙ୍ଗେ ପ୍ରବେଶିଲେ ବଳେଶ୍ରୀକୃଷ୍ଣଙ୍କ ଚାଟୁବାକ୍ୟେବୋଧ ସେ ହୋଇଲେଶୁନ୍ୟରେ ଥାଇଣ ଦେବ ଆନନ୍ଦ ହୁଅନ୍ତିପ୍ରିୟବତୀର ସତୀତ୍ୱ ଦେଖିବା ବୋଲନ୍ତି ।ମଧୁ ନରନାରୀ କୃଷ୍ଣ ମାୟାରେ ମୋହିତସତୀ ଦେଖିବାରେ ଅଛି ସମସ୍ତଙ୍କ ଚିତ୍ତ ।କୃଷ୍ଣପାଦେ ପ୍ରିୟବତୀ ନମସ୍କାର କଲାନିସ୍ତରିଲି ପ୍ରଭୁ ବୋଲି ବିନୟେ ବୋଇଲା ।ପ୍ରଦକ୍ଷିଣ କରିଣ ସେ ଗଲା ସ୍ୱାମୀ କତିଅନୁକ୍ଷଣେ କୃଷନାମ ବୋଲେ କୁନ୍ଦବନ୍ତୀ ।ଚିତାନଳ ଉପରକୁ ଚଢ଼େ ଧୀରେ ଧୀରେଶ୍ରୀକୃଷ୍ଣ ମୁଖ ଚାହିଁଣ ବୋଲଇ ମଧୁରେ ।କରପତ୍ର ଯୋଡ଼ି ବୋଲେ ଶୁଣ ଚକ୍ରପାଣିକହିଲ କି ନାରୀହତ୍ୟା କଲା ତୋର ସ୍ୱାମୀ ।ନାରୀହତ୍ୟା ମହାପାପ ଯେଉଁ ଜନ କରେଇହପରେ ସୁଖନାହିଁ ପଡ଼େ ତମଘୋରେ ।ଏବେ ସ୍ୱାମୀକି ମୋହର କର ହେ ଉଦ୍ଧାରତୁ ସିନା ପାପନାଶନ ଅଟୁ ଦାମୋଦର ।ନାରୀ ଜାତି ହୋଇ ପାପ କଲି ମୁଁ ବହୁତମୋର ପାପ ଦହନ ତୁ କର ଗୋପୀନାଥ ।ପୁଣି ସେ ବିନୟ ଭାବେ ବୋଲେ କୃଷ୍ଣ ଶୁଣମୋର ଦୋଷ କ୍ଷମାକର ଦେବକୀ ନନ୍ଦନ ।ବାଳକ ହତ୍ୟାକଲି ସେ ଦୋଷ ନ ଲାଗିଲାତୋ ଆଜ୍ଞାରେ ପୁତ୍ର ମୋର ଜୀବନ ପାଇଲା ।ମୋତେ ଜୀବଦାନ ତୁହିଁ ଦେଲୁ ଦଇତାରୀତୋତେ ପୁତ୍ରକୁ ମୋହର ଦେଲି ସତ୍ୟକରି ।ମୋର ଭାଇ ବନ୍ଧୁ ସର୍ବେ ନକହିଲେ କିଛିଦେଖୁଥିଲେ ତୋ ପାଶରେ ରହି ନନ୍ଦବତ୍ସି ।ତୁ ଯେ ମୋତେ ମହାସତୀ କଲୁ ନାରାୟଣପୁଣି ତୋର ବଚନକୁ କଲୁ ତୁହି ଆନ ।ବୋଇଲୁ ବିବାହ କରି ନାହିଁ ମୁଁ ବାଳୁତକିପରି ପାଳିବି ଆଉ ନେବ ତୋର ସୁତ ।ଏମନ୍ତ ବୋଲିଣ ପୁତ୍ର ଦେଲୁ ମୋର କୋଳେମୋର କୋଳୁ ପୁତ୍ର ଏବେ ଗଲା ଯମଆଳେ ।ମୋ ବଚନେ ସେ କୁମର ହୋଇଲା ପାଉଁଶମୋର ଅଭିଶାପ ଏବେ ଘେନ ପୀତବାସ ।ଅନେକ ନାରୀ ତୋହର ହେବେ ଭାବଗ୍ରାହୀଷୋଳ ସହସ୍ର ଉପରେ ଅଷ୍ଟ ପାଟଦେଈ ।ବହୁତ ସନ୍ତାନ ଜାତ ହୋଇବେ ତୋହରଏ ପୁତ୍ର ତହିଁରେ ଜ୍ୟେଷ୍ଠ ହେବ ଦାମୋଦର ।ମୁଁ ଯେଦେଖୁ ଦେଖୁ ମୋର ପୁତ୍ର କୋଳେମଲାତୋତେ ଦେଖୁଥିଲା ଯେଣୁ ପାଦ ନ ଲାଗିଲା ।ସେହିପରି ତୋର ବହୁ ପୁତ୍ର ଜାତ ହେବେଦେଖୁଥିବୁ ତୋର ଆଗେ ସମସ୍ତେ ମରିବେ ।ମୋ ପୁତ୍ରତୋକୋଳେଜନ୍ମ ଜ୍ୟେଷ୍ଠପୁତ୍ର ହେବବଳରେ ତାହାକୁ ସମ ନୋହିବେ ବାସବ ।କ୍ଷଣକରେ ତିନିପୁର ପାରିବ ସେ ଜିଣିତ୍ରିଭୁବନରେ ଅଜୟ ହେବ ବୀରମଣି ।ନ ଛିଡ଼ିବ ନ ପୋଡ଼ିବ ଖଡ଼ଗେ ଅନଳେଶସ୍ତ୍ର ନ ଭେଦିବ ଅଙ୍ଗେ ନ ବୁଡ଼ିବ ଜଳେ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏ କାହିଁ ନ ଡରିବଏମନ୍ତ ଏ ପୁତ୍ର ତୋର ବୀର୍ଯ୍ୟେ ଜାତ ହେବ ।ଏ ପୁତ୍ରକୁ ଦେଖି ତୁହି ଆନନ୍ଦ ହୋଇବୁଏ ପୁତ୍ରର ପୁତ୍ର ହେବ ନୟନେ ଦେଖିବୁ ।ମୋର ପୁତ୍ରକୁ କୋଳରେ କଲୁ ମୋର ହତତୋର ବଂଶ ତୋ ଆଗରେ ହୋଇବେ ନିପାତଏ ପୁତ୍ରକୁ ପ୍ରଭୁ ତୁହି ସ୍ୱହସ୍ତେ ମାରିବୁଚକ୍ର ପେଶି ଏହାର ଯେ ମସ୍ତକ କାଟିବୁ ।ତୋହର ବଂଶକୁ ତୋର ହସ୍ତେ ବିନାଶିବୁଯେବେ ମୁହିଁ ମହାସତୀ ମୋ ଭାଗ୍ୟ ଭୋଗିବୁତୋର ଆଗେ ସ୍ୱାମୀ ପୁତ୍ର ଧରି ହେଲି ହତତୋର ବଂଶ ନାଶ ତୁହି ଦେଖ ଗୋପୀନାଥ ।ଏତେ ବୋଲି ପ୍ରିୟବତୀ କୃଷ୍ଣପାଦ ଧ୍ୟାୟିସ୍ୱାମୀ ଚିତାନଳ ଦେଖି ମୋହଗଲା ସେହି ।ପୁଣି ସଚେତ ହୋଇଣ କୃଷ୍ଣଙ୍କୁ ଚିନ୍ତିଲାନିସ୍ତରିଲି ନିସ୍ତରିଲି ବୋଲି ସେ ବୋଇଲା ।ଗଉରୀ ଭାଣ୍ଡ ଅନଳେ ପକାଇଲା ନେଇବେନିକର ଯୋଡ଼ି ସତୀ ଧର୍ମକୁ ଜଣାଇ ।ବୋଇଲା ଭୋ ଧର୍ମଦେବ ତୁହି ନିରାକାରମୁଁ ନିରେଖ ପ୍ରାଣୀ ମୋତେ ପ୍ରତିକାର କର ।ଏହି ସମୟରେ ଉଗ୍ରସେନ ରାଜା କହିବୋଲଇ ଗୋ ସତ୍ୟବାଦୀ ମହାସତୀ ତୁହି ।ପଚାରନ୍ତି ରାଜ୍ୟ ଭଲମନ୍ଦ ପ୍ରଜାଜନେକଂସର ମଙ୍ଗଳ କଥା କହ ସୁବଦନେ ।ଶୁଣିକରି ପ୍ରିୟବତୀ ବୋଲଇ ବଚନଶୁଣ ରାଜ୍ୟ ଭଲମନ୍ଦ କଥା ଉଗ୍ରସେନ ।ଶୁଣ ରାଜନ ତୋ ଆଗେ କହୁଅଛି ମୁହିଁରାଜ୍ୟ ଭଲମନ୍ଦ ମୋତେ ପଚାରିଲୁ ତୁହି ।ଯେତେବେଳୁ ଆସିଲେଣି ଦେବକୀ କୁମରପଡ଼ିଲାଣି ଶୁଭଦୃଷ୍ଟି ଲକ୍ଷ୍ମୀ ଦେବୀଙ୍କର ।ମଧୁପୁର ଦୁଃଖୀ ହୋଇ କେହି ନ ରହିବେଗ୍ରହମାନେ କାହାକୁ ଯେ ପୀଡ଼ାଟି ନ ଦେବେରୋଗୀ ହୋଇ ଜଣେକେହି ନଥିବେ ଏଠାରେଯେଣୁ ଚକ୍ରଧର ବିଜେ କଲେଣି ଏ ପୁରେ ।ଚାରିମେଘ ମଧୁପୁର ପାଳିବେ ଆନନ୍ଦେଗୋବିନ୍ଦ କୃପାରେ ସର୍ବେ ବିହରିବେ ମୋଦେ ।ଗୋପପୁର ସୁଖଶିରୀ ଆଜହୁଁ ସରିଲାତୁହୋ ଉଗ୍ରସେନ ରାଜା ବିଚାରିଲୁ ଭଲା ।ପୁଣି ବୋଇଲା ସେ କାଲି କଂସ ଯିବ ନାଶକାଲି ତୁହି ମଧୁପୁରେ ହୋଇବୁ ନରେଶ ।ହଂସକ ଡିମ୍ବକ ପୁଣି ପ୍ରାଣେ ହେବେ ହତବୁଡ଼ିବ କଂସର କୁଳ ଶୁଣ ନରନାଥ ।ଜରାସନ୍ଧ ଧାଡ଼ି ଦେବ ଏ ପୁର ତେଜିବେଦ୍ୱାରକାରେ ରହି କୃଷ୍ଣ ଅସୁରେ ନାଶିବେ ।ଏହା କହି କୃଷ୍ଣମୁଖ ଚାହିଁ ସତୀବାଳାହରିହରି ବୋଲି ସୁଖେ ଅଗ୍ନିରେ ପଶିଲା ।ଯହୁଁ ପ୍ରିୟବତୀ ଦେଲା ଅନଳରେ ଝାସଶୂନ୍ୟେ ରହି ଦେବଗଣ ବରଷିଲେ ପୁଷ୍ପ ।ପୁଷ୍ପଯାନେ ପ୍ରିୟବତୀ ସ୍ୱାମୀ ସୁତ ଧରିଜୟ ଜୟନାଦେ ଗଲା ବଇକୁଣ୍ଠ ପୁରୀ ।ଯାଇ ବିଷ୍ଣୁ ପାଦପଦ୍ମେ ଦରଶନ କଲାନାରୀହତ୍ୟା ପାତକରୁ ମଧୁପୁର ହେଲା ।ସ୍ୱାମୀ କାର୍ଯ୍ୟକରି ହେଲା ପ୍ରିୟବତୀ ତୋଷକହଇ ଅଚ୍ୟୁତାନନ୍ଦ ଏ ପବିତ୍ର ରସ ।ଶ୍ରୀକୃଷ୍ଣଙ୍କ ଧନୁଭଙ୍ଗ ଓରଙ୍ଗସଭାରେ ପ୍ରବେଶଶୁଣ ପରୀକ୍ଷିତ ନୃପ ଏଥୁ ଅନନ୍ତରେଶ୍ରୀହରି ଚରିତ ପାପ ନ ରହେ ଅଙ୍ଗରେ ।ପ୍ରିୟବତୀ ସତୀ ଗଲା ସ୍ୱାମୀ ପୁତ୍ର ସଙ୍ଗେକୃଷ୍ଣ ମାୟାରେ ସକଳେ ଦେଖୁଥିଲେ ରଙ୍ଗେ ।ଉଗ୍ରସେନ ତୁଲେ ରାମ କୃଷ୍ଣ ଛନ୍ତି ରହିମଧୁପୁର ନରନାରୀ ଛନ୍ତି ରୁଣ୍ଡ ହୋଇ ।ଚଉପାଶେ ବେଢ଼ି ଦେଖୁଛନ୍ତି ରାମହରିଉଗ୍ରସେନ ସହ ଭାଇବନ୍ଧୁଙ୍କୁ ହକାରି ।ବୋଇଲେ ପ୍ରିୟବତୀର କାର୍ଯ୍ୟକର ଏବେକହିବି ସକଳ କଥା ମୁଁ ଯେ କଂସ ଆଗେ ।ଏ ସମୟେ ରଜକର ନାରୀ ଆସି ତହିଁକାନ୍ଦି କାନ୍ଦି ଉଗ୍ରସେନ ଆଗରେ କହଇ ।ବୋଇଲା ଭୋ ପ୍ରଭୁ ଦେଖ କି ଅନ୍ୟାୟ ହେଲାମୋ ସ୍ୱାମୀ ରାଜାର ଲାଗି ବାସ ଆଣୁଥିଲା ।ଏ କୃଷ୍ଣ ତାହାକୁ ମାରି ବାସକଲା ଜୁରସ୍ୱାମୀ ମଲା କେମନ୍ତେ ମୁଁ ପାଳିବି ଉଦର ।କୁଟୁମ୍ବ ମାରିବେ ମୋର ହୋଇଣ ନିରେଖରାଜା ଥାଉଁ ଛାରଖାର କରେ ଏ କଟକ ।କହିଲେ ବୋଇଲେ ମୁହିଁ ଭଣଜା ରାଜାରଡକାଇ ଆଣିଛି ମୋତେ ମାମୁଁ କଂସାସୁର ।କୁବୁଜାଠାରୁ ଚନ୍ଦନ କଲେ ପୁଣି ଲୁଟିସୁଦାମାଠାରୁ କୁସୁମ ଛଡ଼ାଇ ନେଲେଟି ।ଯା ଶୁଣା ନଥିଲା ତାହା ଗଉଡ଼େ କରନ୍ତିଅଦଭୁତ କଥାଏ କରୁଅଛି ଏଥିଟି ।ବୋଲଇ ମୁଁ ଦେବକୀର ନନ୍ଦନ ଅଟଇକେଉଁଦିନ ଜନ୍ମକଲା ନ ଜାଣିଲୁ କେହି ।ଆମ୍ଭେ ମଧୁନାରୀମାନେ ଜାଣିଲୁ ସକଳଗୋପୁ ଆସି ଏଥି ଷଣ୍ଢ ହୋଇବ ଗୋପାଳ ।ରଜକୀ ବଚନ ଶୁଣି ବୋଲେ ଉଗ୍ରସେନଯାଆଲୋ ରଜକୀ କର ସ୍ୱାମୀକି ଦହନ ।କହନ୍ତି ରାଜାର ମୁଖ ଚାହିଁ ହଳଧରଯାଅ ଯାଅ ଅଜା ଏବେ ତୁମ୍ଭ ନିଜପୁର ।କଂସ ମାମୁଁଙ୍କୁ ଆମ୍ଭର ଜଣାଣ କରିବଦେଖିଲ ଶୁଣିଲ ଯାହ । ବୁଝାଇ କହିବ ।କାଲି ପ୍ରଭାତରେ ଆମ୍ଭେ କରିବୁ ଦର୍ଶନଅକ୍ରୂରକୁ ସଙ୍ଗେ ଧରିଥବୁ ହେ ରାଜନ ।ମାତାପିତାଙ୍କୁ ଆମର ଦେଖିଲେ କହିବୁରାମକୃଷ୍ଣ ମଧୁବନେ ଅଛନ୍ତି ବୋଲିବୁ ।କାଲି ଶାଙ୍କୋଳୀ ତୁମ୍ଭର ପାଦୁ ଫିଟାଇବେକଂସକୁ ଯମପୁର କାଲି ପଠାଇବେ ।ଯାଅ ଅଜା ବୋଲି କୃଷ୍ଣ ଯହୁଁ ଆଜ୍ଞାଦେଲେଶୁଣିଣ ତ ଉଗ୍ରସେନ ଚରଙ୍କୁ କହିଲେ ।ଆରେ ଚରଗଣ ତୁମ୍ଭେ ଶୁଣ ମୋ ବଚନଦିଅରେ ଘୋଷଣା ମଧୁପୁରେ ଏହିକ୍ଷଣ ।ବୋଲିବରେ ଆଜ୍ଞା ଦେଇଛନ୍ତି କଂସାସୁରକାଲି ପ୍ରଭାତରୁ ମଧୁପୁର ନାରୀନର ।ପାତ୍ରମନ୍ତ୍ରୀ ଆଦି ରାଜା ପାରିଷଦଗଣେଶୁଣରେ ମୁଷ୍ଟିକ ସହ ଯେତେ ବୀରମାନେ ।ଦେବକୀ ବସୁଦେବ ଘେନିଣ ଛନ୍ତି ଯେତେବ୍ରାହ୍ମଣ କ୍ଷତ୍ରୀୟ ବୈଶ୍ୟ ଆସିବେ ସମସ୍ତେ ।କାଲି ରଙ୍ଗସଭା ରାଜା ପ୍ରଭାତେ ସାଜିବେରାମକୃଷ୍ଣ ବେନିଭାଇ ଦର୍ଶନ କରିବେ ।ଏମନ୍ତ ବୋଲି ଘୋଷଣା ଦିଆଅରେ ଚାରଶୁଣିଣ ଆନନ୍ଦ ହେଲେ ରାମ ଦାମୋଦର ।ପୁଣି ବୀର ଉଗ୍ରସେନ ଚାରଙ୍କୁ କହିଲାବ୍ରାହ୍ମଣଙ୍କୁ ଘେନି ତୁମ୍ଭେ ଯିବରେ ବୋଇଲା ।ଅପୂର୍ବ ପଦାର୍ଥ ଯେତେ ଦଧି ଦୁଗ୍ଧ ଘୃତଆଣିବ ଉତ୍ତମ ଫଳମୂଳକୁ ତୁରିତ ।ରାନ୍ଧଣା ଯୋଗାଡ଼ ଯେତେ ଭଣ୍ଡାରରୁ ନିଅମଧୁବନେ ନେଇ ରାମକୃଷ୍ଣ ପାଶେ ଦିଅ ।ଏମନ୍ତ ଆଦେଶ ରାଜା ଚାରଗଣେ ଦେଲାରାମକୃଷ୍ଣଙ୍କ ପାଶରୁ ବିଦାୟ ଘେନିଲା ।ତହୁଁ ରାମକୃଷ୍ଣ ବେନି ହୋଇଲେ ବାହାରଭେଟିଲେ ସେ ଯାଇ ଶରାସନ ଥିବା ପୁର ।ଦୂରୁ ଦେଖି ଦ୍ୱାରୀମାନେ ପଥ ଓଗାଳିଲେକିରେ ଗୋପାଳେ କିମ୍ପାଇଁ ଯିବରେ ବୋଇଲେକୃଷ୍ଣ ବୋଇଲେରେ ଦ୍ୱାରୀ ଶୁଣ ମୋ ବଚନଧନୁ ଦେଖିବାକୁ ବଳିଅଛି ଆମ୍ଭ ମନ ।ରାଜାର ଭଣଜା ସିନା କଟାଳ ନକରଡାକିବାରୁ ମାମୁଁ ସିନା ଆସିଛୁ ଏ ପୁର ।ଧନୁଯାତ୍ରା ଭିଆଇଛି ସିନା ଆମ୍ଭ ପାଇଁଛାଡ଼ିଦିଅ ବାଟ ଆମ୍ଭେ ଧନୁ ଦେଖୁ ଯାଇଁ ।କୃଷ୍ଣ ବଚନେ ଦ୍ୱାରୀ କ୍ରୋଧଭର ହେଲେକେଡ଼େ ସାହସ ଗଉଡ଼େ ତୁମ୍ଭର ବୋଇଲେ ।ଜାତିରେ ଗଉଡ଼ ତୁମ୍ଭେ କରି କେତେ ଟାଣରଜକକୁ ମାରି ଜୁର କଲରେ ବସନ ।ସେହିପରି ବିଚାରିଛ ସବୁ କି ମନରେମରିବ ନିଶ୍ଚୟ ଇଷ୍ଟଦେବ ସ୍ମର ଥରେ ।ଏମନ୍ତ କହି ଅସୁରେ କଲେ ରେ ରେକାରରାମ ଅଙ୍ଗେ କଲେ ନେଇ ମୂଷଳ ପ୍ରହାର ।କୃଷ୍ଣ ଅଙ୍ଗେ ପିଟିଲେ ନେଇ ଗଦା କୁନ୍ତଗୋପାଳମାନଙ୍କୁ ଧରି ମାଇଲେ ଦଇତ ।କ୍ରୋଧଭର ହୋଇ ରାମ ମୂଷଳ ପିଟିଲେଭୟରେ ଅସୁରଗଣ ଛାଡ଼ି ପଳାଇଲେ ।ପୁଣିହିଁ ଆରେକ ଦ୍ୱାରେ ହୋଇଲେ ପ୍ରବେଶଅସୁରଙ୍କୁ ବିନାଶିଲେ କ୍ରୋଧେ ପୀତବାସ ।ବେତବାଡ଼ିରେ ଗୋପାଳେ ପିଟିଲେ ଅସୁରପଳାନ୍ତି ଅସୁରବଳ ହୋଇ ଛାରଖାର ।ଯେତେକ ରହିଲେ ତହିଁ ହାରିଲେ ଜୀବନକୃଷ୍ଣ ହସ୍ତେ ମରିଗଲେ ବୈକୁଣ୍ଠ ଭୁବନ ।ଧନୁଘରେ ପଶି କୃଷ୍ଣ ଧନୁ କରେ ଧରିଆନନ୍ଦେ ବାହାର ହେଲେ ସେପୁରୁ ମୁରାରୀ ।ଦେଖଣାହାରୀ ସକଳେ ଦେଖି ପ୍ରଶଂସିଲେଦେଖ ଗୋ ଶ୍ରୀକୃଷ୍ଣ ଧନୁ ଧରିଛନ୍ତି କରେ ।ଧନୁକୁ ଧରିଣ କୃଷ୍ଣ ଦୃଢ଼ ଆମଞ୍ଚିଲେବେନିଖଣ୍ଡ କରି ଧନୁ ଭାଙ୍ଗି ପକାଇଲେ ।ବାହାର ହୋଇଲେ ଧନୁ ଖଣ୍ଡେ କରେ ଧରିବାଳକ ନନ୍ଦନ ଯଥା ଇକ୍ଷୁ ଦଣ୍ଡ ଧରି ।ଆର ଧନୁଖଣ୍ଡ ରାମ କନ୍ଧରେ ବହିଲେଆନନ୍ଦେ ମଥୁରାଦାଣ୍ଡେ ଯାଇ ବିଜେ କଲେ ।ବେନି ଭାଇ ଖଣ୍ଡେ ଖଣ୍ଡେ ଧନୁଛନ୍ତି ଧରିବୁଲନ୍ତି ଗୋପାଳେ ନାନାରଙ୍ଗେ ନୃତ୍ୟକରି ।ମଥୁରାଦାଣ୍ଡରେ ରହି ମଥୁରାର ନାରୀବୋଲନ୍ତି ଦେଖଗୋ କୃଷ୍ଣ ଆସୁଛନ୍ତି ଫେରି ।କେହି ବୋଲେ ଦେଖକୃଷ୍ଣ ଧନୁଗୋ ଭାଙ୍ଗିଲେବେନିଭାଇ ଖଣ୍ଡେ ଖଣ୍ଡେ ହସ୍ତରେ ଧରିଲେ ।କେ ବୋଲେ ବହୁ ଅସୁର ତହିଁ ଜଗିଥିଲେଏ ରାମକୃଷ୍ଣ ତାହାଙ୍କୁ ଜୀବନେ ମାଇଲେ ।କେ ବୋଲେ କେମନ୍ତେ ରାଜା ଏହା ଅଛି ସହିକେବୋଲେ ଏହାକୁ ସେତ ଆଣିଛି ଡକାଇ ।କେହି ବୋଲେ ଶୁଣି ନାହିଁ ଏକଥା ରାଜନଜାଣିଲେଟି ଏହାଙ୍କର ଘେନିବ ଜୀବନ ।କେ ବୋଲଇ ଏହାଙ୍କର ଭରସା ଗୋକେଡ଼େମଧୁପୁର ନାରଖାର କରନ୍ତି ଗଉଡ଼େ ।କୋବୋଲେ ଏ ଦେଖା ହେବେ ରାଜାସଙ୍ଗେ କାଲିଦେଖିବା ସେକାଳେ କୃଷ୍ଣ ଅଟେ କେଡ଼େ ଭଳି ।କେ ବୋଲେ ନୟନ ଆଉ କଣାଗୋ ହୋଇଲେଶୁଣି ଭାବୁଥିଲ ମିଛ ପ୍ରତ୍ୟକ୍ଷେ ଦେଖିଲେ ।କେ ବୋଲଇ ଦେଖିଲଇଁ ସବୁ କଥା ସତଗଉଡ଼େ ଗାରେଡ଼ି ବିଦ୍ୟା ଜାଣନ୍ତି ବହୁତ ।ଇନ୍ଦ୍ରଜାଲ ବିଦ୍ୟାରେ ସେ ଭ୍ରମ କରାଇଲେକାଉଁରୀ ବିଦ୍ୟାରେ ଆମ୍ଭମାନଙ୍କୁ ମୋହିଲେ ।କେବୋଲେ ସଖୀ କେମନ୍ତେ କହୁନୁ ତୁ ଏହାନାଟକାରମାନେ ସିନା ଜାଣନ୍ତି ଗୋ ତାହା ।କେବୋଲେ ସଖୀ କିମ୍ପା କରିବ ଭାବନାଆଜି ରାତି ଶେଷେ ସବୁ ଜଣାଯିବ ସିନା ।ସାନ ତୁଣ୍ଡେ ବଡ଼ କଥା କହିତ ନୁହଁଇଆଜିକ ମାତ୍ରକ ତୁନି ହୋଇଥିବା ରହି ।କାଲି କୃଷ୍ଣ କଂସର ଗୋ ହେବ ରଣଗୋଳକେ ବୋଲଇ ପ୍ରିୟବତୀ କହିଲା ଶୁଣିଲି ।କେ ବୋଲଇ ମହାସତୀ ପ୍ରିୟବତୀ ବାଳାକହିବା ମାତ୍ରକେ ପୁତ୍ର ଭସ୍ମ ହୋଇଗଲା ।କେମନ୍ତେ ବଚନ ତାର ହୋଇବଟି ଆନକହିଛି କଂସର କାଲି ହୋଇବ ମରଣ ।କେ ବୋଲଇ କିମ୍ପାଇଁ ଗୋ ଭାଳ ତୁମ୍ଭେ ମନେକାଲି ସିନା ଆମ୍ଭେମାନେ ଦେଖିବା ନୟନେ ।କେ ବୋଲଇ ସଖୀ ଆଜ ଦେଖିଲି ନୟନେଧୂମକେତୁ ପଡ଼ିଥିଲା ଦକ୍ଷିଣ ଗଗନେ ।କେ ବୋଲଇ ଆଜି ମୁହିଁ ଦିବସେ ଦେଖିଲିଗଗନରେ ଦିଶୁଥିଲା ତାରାଗଣ ଝଳି ।କେ ବୋଲଇ ରାତ୍ରେ ଶ୍ୱାନ କରଇ ରୋଜନକେ ବୋଲେ ଦିବସେ ଶୁଭେ ଶୃଗାଳର ସ୍ୱନ ।କେ ବୋଲଇ ଅର୍ଦ୍ଧରାତ୍ରେ କାକ ରାବଦ୍ୟନ୍ତିନିଶ୍ଚେ ଏ ମଧୁଭୁବନେ ପଡ଼ିବ ବିପତ୍ତି ।କେ ବୋଇଇ ଆଜି ପରା ଘୋର ରଡ଼ିକରିଗୋଟାକଯାକ ସଂସାର ଉଠିଲା ଗୋ ଥରି ।ବିନାମେଘେ ଘଡ଼ଘଡ଼ି ଶବଦ ଶୁଭିଲାଏପରି କଥା କେବେ ତ ଦେଖା ଗୋ ନଥିଲାକେ ବୋଲେ ପଣ୍ଡିତ ମୁଖୁଁ ଶୁଣିଅଛି ମୁହିଁଏମାନ ଘଟିଲେ ରାଜା ଅବଶ୍ୟ ମରଇ ।ଦେଶକୁ ଏ ଅମଙ୍ଗଳ ଅଟଇ ନିଶ୍ଚୟଦେଶ ଦୋଷ ନୃପଠାରେ ନ କର ସଂଶୟ ।ନିଶ୍ଚୟ କଂସ ନୃପତି ହୋଇବ ନିଧନଏ କଥାମାନ ସଖୀ ଗୋ ଅଟଇ ପ୍ରମାଣ ।ଏହିପରି ମଧୁପୁର ନାରୀମାନେ ଭାଳିମଧୁବନେ ଲେଉଟିଲେ ରାମ ବନମାଳୀ ।ଆପଣାର ନିତ୍ୟକର୍ମ କାମ ସେ ସାରିଲେମଣୋହି କରିଣ ନନ୍ଦ ଛାମୁରେ ମିଳିଲେ ।କହନ୍ତି ମଥୁରା କଥାମାନ ଭାବଗ୍ରାହୀଶୁଣି ନନ୍ଦ ରାଜା ମନେ ଆନନ୍ଦ ହୁଅଇ ।ମଥୁରାର ନାରୀମାନେ ପଲ ପଲ ହୋଇରାମକୃଷ୍ଣଙ୍କୁ ଦେଖନ୍ତି ମଧୁବନ ଯାଇ ।ଯହୁଁ ସେ ଦିବସଗୋଟି ହେଲା ଅବସାନସମସ୍ତଙ୍କୁ ଚାହିଁଣ କହନ୍ତି ଜନାର୍ଦ୍ଦନ ।ରାତ୍ରି ପ୍ରବେଶିଲା ଏବେ ଯାଅ ଯେଝାଘରେପ୍ରଭାତରୁ ଯିବୁ ଆମ୍ଭେ ମାମୁଁଙ୍କ ଛାମୁରେ ।ମାମୁଁଙ୍କୁ ଦର୍ଶନ କରି ଫେରିଣ ଆସିବୁଦିନ ଚାରି ଏହି ମଧୁବନରେ ରହିବୁ ।ଯାଅହେ ଏଠାରେ କ୍ଷୁଧା ତୃଷାରେ ନ ରହଆମ୍ଭଙ୍କୁ ଦେଖିଣ ତୁମ୍ଭେ ଦୁଃଖ ଯେ ନ ପାଅ ।କୃଷ୍ଣ ମୁଖୁଁ ଶୁଣି ସର୍ବେ ହୋଇଲେ ହରଷବାହୁଡ଼ିଲେ ଆନନ୍ଦରେ ଯେ ଯାହାର ବାସ ।କୃଷ୍ଣ ବୋଇଲେ ଗୋପାଳପୁଅମାନେ ଶୁଣରହିଯିବେ ରାତ୍ରେ ଯେତେ ମଧୁପୁର ଜନ ।ଦଧି ଲବଣୀ ସର ମୁଁ ଭୁଞ୍ଜିବାକୁ ଦେବିଭୟ ନ ଦେଖାଇ ତାଙ୍କୁ ପାଶରେ ରଖିବି ।ପ୍ରଭାତରୁ ସର୍ବେ ସିନା ଯିବେ ତାଙ୍କ ପୁରଆମ୍ଭଙ୍କୁ ଆସି ଦେଖିଣ ହୋଇବେକି ଚୋର ।ଯେବେ ଆସି କଟୁଆଳେ ଏହାଙ୍କୁ ଦଣ୍ଡିବେଆମ୍ଭଙ୍କୁ ଗୋପାଳମାନେ ଉଠାଇବ ତେବେ ।ଏତେ ବୋଲି ରାମକୃଷ୍ଣ କରନ୍ତି ଶୟନଗୋପାଳେ ଜଗିଲେ ଠାବେ ଠାବେ ମଧୁବନକୃଷ୍ଣଙ୍କୁ ଦର୍ଶନ କରି ବୃଦ୍ଧ ଜଣଚାରିଧୀରେ ଧୀରେ ସଦନ ସେ ଯାଉଛନ୍ତି ଫେରି ।ନଗରେ ପ୍ରବେଶ କଲେ ରାତ୍ର ଅର୍ଦ୍ଧଠାରେକଟୁଆଳ ଦେଖି ତାଙ୍କୁ ବାନ୍ଧିଲେ ବେଗରେ ।ବୋଇଲେରେ ଚୋର ତୁମ୍ଭେ ଯାଇଥିଲ କାହିଁସେ ବୋଇଲେ ଆମ୍ଭେମାନେ ଚୋରନୋହୁଭାଇଆମ୍ଭର ପୁତ୍ର ହଜିଲେ ଆମ୍ଭେ ନ ପାଇଲୁମଧୁବନେ ଥିବେ ବୋଲି ଖୋଜି ଯାଇଥିଲୁ ।ରାମକୃଷ୍ଣଙ୍କର ପାଶେ ପଚାରିଲୁ ଯହୁଁସେବୋଇଲେ ତାହାଙ୍କୁତ ଆମ୍ଭେ ଚିହ୍ନି ନାହୁଁ ।ବହୁତ କାଳରୁ ପୋଏ ଏଥି ଆସିଥିଲେଦଣ୍ଡେ ଏଠାରେ ରହି ସମସ୍ତେ ଫେରିଗଲେ ।ତୁମ୍ଭର ବାଳକମାନେ ଥିବେ ତୁମ୍ଭଘରେଯାଅ ବାଳକମାନଙ୍କୁ ଦେଖ ନିଜପୁରେ ।ତାଙ୍କ କଥା ଶୁଣି ଫେରି ଆସୁଅଛୁ ଘରେଚାଲି ନ ପାରିଲୁ ଏହି ଘୋର ଅନ୍ଧକାରେ ।ଚୋର ନୋହୁ ଚାଲ ଏବେ ମଧୁବନେ ଯିବାସତ୍ୟ ମିଥ୍ୟାକଥାମାନ କୃଷ୍ଣଙ୍କୁ ପୁଚ୍ଛିବା ।ଶୁଣି ଚାରଗଣ ଅତି କ୍ରୋଧଭର ହୋଇବୋଲୁଛନ୍ତି କୃଷ୍ଣବଳ ଅଛକିରେ ପାଇ ।ମାଡ଼ମାରି ତାହାଙ୍କୁ ସେ ଦେଲେ ବହୁଶାସ୍ତିସମ୍ଭାଳି ନ ପାରି ବୃଦ୍ଧେ ବୋବାଳି ଛାଡ଼ନ୍ତି ।କେ ବୋଲେ କୃଷ୍ଣଙ୍କୁ କିମ୍ପା ଦେଖିବାକୁ ଗଲିତାହା ଦେଖିବାରୁ ସିନା ଏ ଦଣ୍ଡ ଭୋଗିଲି ।କେ ବୋଲଇ ମୋତେ ଘରେ ମନା କରୁଥିଲାନମାନି ଦେଖି ଆସିଲି ଏ ଦଣ୍ଡ ପଡ଼ିଲା ।କେହୁ ବୋଲଇ କୃଷ୍ଣର ଯେତେ ପରାକ୍ରମଦେଖି ସ୍ୱଚକ୍ଷୁରେ ପୁଣି ହୁଅ ମତିଭ୍ରମ ।ରଜନୀ ପାଇଲେ କଂସ ନେଇ ଦଣ୍ଡ ଦେବକୃଷ୍ଣନାମ ଧଇଲେ ସେ ଅଧିକ ଦଣ୍ଡିବ ।ଶୁଣି ଚାରଗଣେ ଖୁନ୍ଦା ପ୍ରହାରନ୍ତି ମୁଖେକେଉଁ କୃଷ୍ଣରାମ ମୁଖେ ବୋଲଇ ମୂରୁଖେ ।ଖୁନ୍ଦାଘାତରେ ରକତ ହୁଅଇ ବାହାରକେହୁ ବୋଲେ ଅଦୋଷୀରେ କାହିଁପାଇଁ ମାରପୁଣି ବିକଳରେ କୃଷ୍ଣନାମ ଉଚ୍ଚାରିଲେରକ୍ଷାକର ରକ୍ଷାକର ବୋଲି ସେ ଡାକିଲେ ।ମଧୁବନେ ଥାଇ ପ୍ରଭୁ ସେ ଡାକ ଶୁଣିଲେକେ ଡାକୁଛି ବୋଲି ଦେବ ଶଯ୍ୟା ବରଜିଲେଗୋପାଳେ ବୋଇଲେ କେହି ଡାକିବାକୁ ନାହିଁପୁଣି କୃଷ୍ଣ ପଲ୍ୟଙ୍କରେ ପହୁଡ଼ିଲେ ଯାଇ ।ପୁଣି ଚାରଗଣେ ବୃଦ୍ଧଜନଙ୍କୁ ବାନ୍ଧିଲେଅନେକ ପ୍ରକାରେ ମାଡ଼ ତାହାଙ୍କୁ ମାଇଲେ ।ବିକଳରେ ବୃଦ୍ଧମାନେ ପକାନ୍ତି ବୋବାଳିକାହିଁଅଛ ରକ୍ଷାକର ଆସି ବନମାଳୀ ।ବୋଲୁଛନ୍ତି କ୍ରୋଧଭରେ ଚରମାନେ ପୁଣଦେଖାଅରେ ତୁମ୍ଭ କୃଷ୍ଣ କାହିଁଅଛି ପୁଣ ।ରଜନୀ ପାହିଲେ କୃଷ୍ଣ ଦେଖିବ ନୟନେଘୋଷାଡ଼ି ନିଅନ୍ତି ଏହା କହି କଣ୍ଟାବଣେ ।ବାନ୍ଧି ଘୋଷାଡ଼ନ୍ତି କନ୍ଦି ବିକନ୍ଦିରେ ନେଇବୋଲନ୍ତି ତୁମ୍ଭର କୃଷ୍ଣ ନରଖେ କିମ୍ପାଇଁ ।ବୃଦ୍ଧମାନେ ବିକଳରେ କହନ୍ତି ବଚନବେଦ ପୁରାଣରେ ଆମ୍ଭେ କରିଛୁ ଶ୍ରବଣ ।ବିପତ୍ତି କାଳରେ ବିଷ୍ଣୁ ବୋଇଲେ ମୁଖରେପଳାଏ ବିପତ୍ତି ଦୂରୁ ନ ପଶେ ପାଶରେ ।ଯମଦୂତେ ପୁଣି ଦଣ୍ଡ ଦେଇ ନ ପାରନ୍ତିସମାଦର କରି ବିଷ୍ଣୁଦୂତେ ଘେନିଯାନ୍ତି ।ବିଷ୍ଣୁ ଆଗରେ ତାହାକୁ କରାନ୍ତି ପ୍ରବେଶବିଷ୍ଣୁ ଦେଖି କରେ ସେହୁ ବୈକୁଣ୍ଠେ ନିବାସଏବେ ସେହି ବିଷ୍ଣୁ ସିନା କୃଷ୍ଣ ଅବତାରେଶୁଣିଥିଲୁ ରହିଥିଲେ ବରଜ ନଗରେ ।କାଲିଠାରୁ ସେତ ମଧୁପୁରେ ବିଜେକରେଶୁଣିଥିଲୁ ଯାହା ଏବେ ଦେଖିଲୁ ନେତ୍ରରେ ।ଜନ୍ମଜନ୍ମାନ୍ତରେ ଯେତେ ପାପ ଅଙ୍ଗେ ଥିଲାକୃଷ୍ଣଙ୍କୁ ଦେଖିଲୁ ନେତ୍ରେ ସବୁ କ୍ଷୟ ଗଲା ।ତୁମ୍ଭେ ଯମଦୂତେ କେତେ ଦେଉଛରେ ଦଣ୍ଡସେ ବଚନ ଶୁଣି ଦୂତେ ହୋଇଲେ ପ୍ରଚଣ୍ଡ ।ମାର ମାର ବୋଲି ଲୌହଦଣ୍ଡରେ ପିଟିଲେତୁମ୍ଭ ପାପ କୃଷ୍ଣ ଆସି ରଖୁରେ ବୋଇଲେ ।ଦେଖାଅ କୃଷ୍ଣ ତୁମ୍ଭର କାହିଁ ରଖିଅଛଆମ୍ଭଙ୍କୁରେ ତୁମ୍ଭେ ଯମଦୂତ ବୋଲୁଅଛ ।ଶୁଣିକରି ଏକ ବୃଦ୍ଧ କହଇ ବଚନଏପରି ଗାରିମା ପୂର୍ବେ କଲାଟି ହିରଣ୍ୟ ।ସ୍ତମ୍ଭରୁ ନୃସିଂହ ରୂପେ ବାହାରିଲେ ହରିରେରେକାର ଧ୍ୱନିକରି ହିରଣ୍ୟ ବିଦାରି ।ପ୍ରହ୍ଲାଦଙ୍କୁ ସ୍ୱର୍ଗପୁରେ ଇନ୍ଦ୍ରପଦ ଦେଲେଏ କୃଷ୍ଣ ସେ ବିଷ୍ଣୁ ସିନା ଗୋପରେ ବଢ଼ିଲେ ।ପୁଣି ଆଉ ଏକ ବୃଦ୍ଧ ବୋଲଇ ତହିଁରେଗଜ ଡାକ ଦେଲା ଯହୁଁ ଜଳର ଭିତରେ ।ଖେଳ କଉତୁକେ ଲକ୍ଷ୍ମୀ ସଙ୍ଗେ ଭାବଗ୍ରାହୀରହିଥିଲେ ଗଜ ଡାକ କର୍ଣ୍ଣରେ ବାଜଇ ।ବଇକୁଣ୍ଠ ପୁରେ ଯାଇ ଚକ୍ରକୁ ପେଶିଲେକୁମ୍ଭୀରକୁ ମାରି ପ୍ରଭୁ ଗଜ ଉଦ୍ଧାରିଲେ ।ସେହି ବୈକୁଣ୍ଠ ବିଷ୍ଣୁରେ ଏହି ନନ୍ଦସୁତଏ ଯୁଗରେ କୃଷ୍ଣରୂପେ ହୋଇଛନ୍ତି ଜାତ ।ପୁଣି ଏକ ବୃଦ୍ଧ ତହୁଁ କହଇ ବଚନଯେତେବେଳେ ଦ୍ରୌପଦୀଙ୍କୁ ପଡ଼ିଲା କଷଣ ।କୁରୁସଭା ମଧ୍ୟରେ ଯେ ଦୁଃଶାସନ ନେଇବିବସନା କରୁଥିଲା ରାଜା ଆଜ୍ଞା ପାଇ ।କାତରେ ଡାକିଲେ ଦେବୀ ରଖ ଭାବଗ୍ରାହୀକୋଟିବସ୍ତ୍ର ଦେଇ ବିଷ୍ଣୁ ରକ୍ଷାକଲେ ତହିଁ ।ସେହି କୃଷ୍ଣ ନୁହଁନ୍ତି କି ଏହି ନନ୍ଦସୁତଜାଣୁ ଜାଣୁ ନିନ୍ଦା ତାଙ୍କୁ ନ କରରେ ଦୂତ ।ପୁଣି ଏକ ବୃଦ୍ଧ ତହିଁ ବୋଲଇ ବଚନଭାବଗ୍ରାହୀ ନାଥ କୃଷ୍ଣ ଭାବରେ ବନ୍ଧନ ।ଭାବବତୀ ପ୍ରିୟବତୀ କଥାକୁ ଦେଖିଲରଜକ କୁବୁଜା ମାଳୀ ବିଷୟ ଶୁଣିଲ ।ଧନୁ ଭଗ୍ନକଲେ କୃଷ୍ଣ ଦେଖଲେ ନୟନେକାଲି ନିଶ୍ଚେ ଯିବେ ପ୍ରଭୁ କଂସ ଦରଶନେ ।ତୁମ୍ଭେ ଆମ୍ଭଙ୍କୁ କିମ୍ପାଇଁ ଦେଉଅଛ ଦଣ୍ଡବିଳମ୍ବ ନ କରି ମାରି କର ଦି ଦି ଖଣ୍ଡ ।ଶୁଣିଣ ସେ ଚରଗଣ ପ୍ରଜ୍ୱଳିତ ହେଲେକେ ଖୁନ୍ଦାଏ କେ ଚାପୁଡ଼େ କେ ଲାଠି ମାଇଲେକେ ତପତ ଲୌହ ଅଙ୍ଗେ ପକାଇଲେ ନେଇକେହି ତପ୍ତକରି ନେଇ ଦେହରେ ଛାଟଇ ।କାନ୍ଦନ୍ତି ବିକଳ ହୋଇ ଡାକି କୃଷ୍ଣ ବୋଲିହା ହା କୃଷ୍ଣ ବିନା ଦୋଷେ ଯାଉଅଛୁ ସରି ।ଏହାଙ୍କର ନାହିଁ ପ୍ରଭୁ ଟିକିଏ ବିଚାରତୋତେ ଦେଖିବାକୁ ଯାଇ ହୋଇଅଛୁ ଚୋରରଖ ରଖ କୃଷ୍ଣଚନ୍ଦ୍ର ହୋଇଲୁ ଅନାଥକାଟିବେ ଆମ୍ଭର ଶିର ଏ ନିର୍ଦ୍ଦୟ ଦୂତ ।ବିନାଦୋଷେ ଆମ୍ଭେମାନେ ଯାଉଅଛୁ ମରିରକ୍ଷାକର ଏ ସଙ୍କଟୁ ଦେବ ଚକ୍ରଧାରୀ ।ଆକୁଳେ ସେ ଚାରିଜଣ କୃଷ୍ଣ ସୁମରିଲେପାଦପଦ୍ମେ ନେଇ ପଞ୍ଚମନ ଲଗାଇଲେ ।ବୋଇଲେ ହେ ଯେବେ ତୁମ୍ଭେ ନରଖିବ ହରିଦାରୁଣ କଂସର ଦୂତେ ପକାଇବେ ମାରି ।ଏକମନେ କୃଷ୍ଣପାଦେ ଯହୁଁ ଲୟ କଲେମଧୁବନେ ଥାଇ କୃଷ୍ଣ ସେ କଥା ଜାଣିଲେ ।ଅନ୍ତର୍ଯ୍ୟାମୀ ନାଥ ସର୍ବ ଘଟେ ତାର ଘରଭାବକୁ ନିକଟ ସଦା ଅଭାବକୁ ଦୂର ।ଭକ୍ତଙ୍କ ଦୁଃଖ ନ ସହି ଶଯ୍ୟା ବରଜିଲେଉଗ୍ରସେନର ଶୟନ ମନ୍ଦିରେ ମିଳିଲେ ।ରତ୍ନପଲ୍ୟଙ୍କରେ ରାଜା କରିଛି ଶୟନଅଳପ ନିଦ୍ରାରେ ତାର ମୁଦ୍ରିତ ନୟନ ।ଜନ୍ମଦିନ ଯେଉଁ ରୂପ ତାକୁ ଦେଖାଇଲେସେହି ରୂପ ଧରି ଏବେ ପ୍ରବେଶ କରିଲେ ।ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଧରିବିଜେକଲେ ଉଗ୍ରସେନ ମନ୍ଦିରେ ଶ୍ରୀହରି ।ମହକି ଉଠଇ ଅଙ୍ଗ ସୁଗନ୍ଧରେ ପୁରବାଜନ୍ତେ ନାସାରେ ଚାହିଁ ଦେଲା ନରବର ।ଦେଖିଲା ନୟନେ କୃଷ୍ଣ ରୂପ ଉଗ୍ରସେନନ ସ୍ଫୁରଇ ବୁଦ୍ଧି କହି ନ ପାରେ ବଚନ ।ସ୍ୱପନ ନୁହଇ ରାଜା ଦେଖ ସାକ୍ଷାତରେଉଠିବାକୁ ଯତ୍ନକରି ଉଠି ସେ ନ ପାରେ ।ଦେଖାଦେଇ ଭେଳିକି ଯେ ଲଗାଇଲେ ହରିଭ୍ରମବେଶ ବିଷ୍ଣୁରୂପ ଦେଖେ ଦଣ୍ଡଧାରୀ ।ରାଜାର ସର୍ବାଙ୍ଗ କମ୍ପି ଉଠିଲା ଭୟରେଜଳଜଳ ଚାହେଁ ବାକ୍ୟ କହି ସେ ନ ପାରେ ।କୃଷ୍ଣ ବୋଲନ୍ତି ହେ ଅଜା ଶୁଣ ମୋ ବଚନମୋତେ ଦେଖି ଯାଇଥିଲେ ମୋର ଭକ୍ତଗଣବୃଦ୍ଧ ବୟସ ତାଙ୍କର ଅଙ୍ଗେ ବଳ ନାହିଁଦରଶନ କରି ପୁରେ ଫେରୁଥିଲେ ସେହି ।ବହୁ ରାତ୍ର ହେଲା ଯହୁଁ ଚାଲି ନ ପାରିଲେମଧୁନଗରେ ପ୍ରହରୀମାନେ ବୁଲୁଥିଲେ ।ଚୋର ବୋଲି କରିଛନ୍ତି ତାହାଙ୍କୁ ବନ୍ଧନଦେଉଛନ୍ତି ମାଡ଼ମାରି ବହୁତ କଷଣ ।ତୁହି ଏବେ ବେଗକରି ଯାଅ ହେ ରାଜନସେହି ଭକ୍ତମାନଙ୍କର ଫିଟାଅ ବନ୍ଧନ ।ପ୍ରହରୀମାନଙ୍କୁ ତୋର ବନ୍ଧନ କରିବୁଅନେକ କଷଣ ଦେଇ ମାଡ଼ ମରାଇବୁ ।ବନ୍ଦୀ ମନ୍ଦିରେ ତାହାଙ୍କୁ ରଖ ବନ୍ଦୀ କରିମୋ ଭକ୍ତମାନଙ୍କୁ ବନ୍ଦୀ କଲେ ଯେଉଁପରି ।ସେତେବେଳେ ବସୁଦେବ ଦେବକୀ ସଙ୍ଗତେଫିଟିବେ ସକଳ ବନ୍ଦୀ ତହିଁ ଥିବେ ଯେତେ ।ଯେତେବେଳେ ବନ୍ଦୀ ରୂପେ ମୁକୁଳିବେ ଦୂତେଉଠ ମୋ ଭକ୍ତମାନଙ୍କୁ ଫିଟାଅ ତୁରିତେ ।ପାଉଛନ୍ତି ବହୁକଷ୍ଟ ସେମାନେ ରାଜନଏତେ କହି କୃଷ୍ଣ ତହୁଁ ହେଲେ ଅନ୍ତର୍ଦ୍ଧାନ ।କୃଷ୍ଣ ଯହୁଁ ଗଲେ ରାଜା ପାଇଲେ ଚେତନଶଯ୍ୟ ଛାଡ଼ି ଉଠି ରାଜା ଭାବେ ମନେ ମନ ।ଚଉଦିଗକୁ ଅନାଇ କୃଷ୍ଣ ନ ଦେଖଇପୁଣି ବାହାରକୁ ଉଗ୍ରସେନ ଦେଖେ ଯାଇଁ ।ଚକିତେ ଚାରମାନଙ୍କୁ ସଙ୍ଗରେ ଧଇଲାବାଦ୍ୟ ନ ବଜାଇ ରାଜା ଗୁପ୍ତେ ବିଜେ କଲା ।ଦେଖିଣ ପ୍ରହରୀ ଦୁହେଁ ପାଦତଳେ ପଡ଼ିକହନ୍ତି ବିନୟ ଭାବେ ବେନିକର ଯୋଡ଼ି ।ଭୋ ଦେବ ମଣିମା ଆମ୍ଭେ ଧରିଅଛୁ ଚୋରବୁଲୁଥିଲେ ନିଶାଅର୍ଦ୍ଧେଏମାନେ ନଗର ।ବୋଇଲେ ସେ ଶ୍ରୀକୃଷ୍ଣଙ୍କୁ ଦେଖି ଯାଇଥିଲୁଆମ୍ଭେ ବୃଦ୍ଧ ଅନ୍ଧକାରେ ଚାଲି ନ ପାରିଲୁ ।ପୁଣି ବୋଇଲେ ଆମ୍ଭର ବାଳକ ହଜିଲେଶ୍ରୀକୃଷ୍ଣଙ୍କୁ ପଚାରନ୍ତେ ଏମନ୍ତ କହିଲେ ।ତୁମ୍ଭ ଘରେ ତୁମ୍ଭ ପୁତ୍ର ଛନ୍ତି ଯାଅ ଫେରିଭିନ୍ନ ଭିନ୍ନ କଥା ଯହୁଁ କହିଲେ ଏ ଚାରି ।ବାନ୍ଧି ତାହାଙ୍କୁ ଅନେକ ମାଡ଼ ତାଙ୍କୁ ଦେଲେକଣ୍ଟାବନେ ଘୋଷଡ଼ାଇ ଜଳେ ବୁଡ଼ାଇଲେ ।ଉଗ୍ରସେନ ବୋଇଲାରେ ଶୁଣ ଏବେ ଚରେଆନଦେଶର ଲୋକ କି ଅଛନ୍ତି ଏ ପୁରେ ।ଯେବେ ବା ଆନ ଦେଶରୁ ଆସିଛନ୍ତି ସେହିକେବେ ବି ତୁମ୍ଭ ତାଙ୍କର ଦେଖାଦେଖି ନାହିଁ ।କିଅବା ଗୋପରୁ ଆସିଛନ୍ତି ସେହିମାନେଚିହ୍ନିଣ କିମ୍ପାଇଁ ତାଙ୍କୁ ରଖିଛ ବନ୍ଧନେ ।ଶୁଣିଣ ପ୍ରହରୀମାନେ ରାଜାର ବଚନବୋଲନ୍ତି ନୁହନ୍ତି ସେତ ଗୋପପୁର ଜନ ।ମଥୁରାପୁରର ଲୋକ ପ୍ରାୟ ସେ ଦିଶନ୍ତିକୃଷ୍ଣର ବଡ଼ାଇ କଥାମାନ କହୁଛନ୍ତି ।ମାଡ଼ ଖାଇଲେ ଅଧିକ କୃଷ୍ଣଙ୍କୁ ଡାକନ୍ତିମଧୁପୁର ଜନ ହୋଇ ଗଉଡ଼େ ଭଜନ୍ତି ।କହୁଛନ୍ତି ଗଉଡ଼ଙ୍କ କଥା ନିରନ୍ତରେଏହି ରୂପେ ରାଜା ଆଗେ କହିଇ ଡଗରେ ।ଶୁଣି ଉଗ୍ରସେନ ବୋଲେ ତାହାଙ୍କୁ ହୋ ଆଣବୁଝିବା ତାଙ୍କର ଜାତି କୁଳ ବିବରଣ ।ଉଗ୍ରସେନଙ୍କ ବଚନେ ବୃଦ୍ଧଙ୍କୁ ଆଣିଲେବାନ୍ଧିକରି ରାଜା ପାଶେ ଉଭା କରାଇଲେ ।କୋପେ ଚରଙ୍କୁ ବୋଲଇ ରାଜା ଉଗ୍ରସେନଚିହ୍ନିବା ଏହାଙ୍କୁ ବେଗେହୁଳା ଜାଳି ଆଣ ।ରାଜାର ବଚନେ ଚର ହୁଳାଜାଳି ବେଗେଦେଖାଇଲେ ବନ୍ଦୀଙ୍କୁ ସେ ଉଗ୍ରସେନ ଆଗେ ।ସେମାନଙ୍କୁ ଦେଖି ଦୂତେ କହେ ଉଗ୍ରସେନକିମ୍ପା ମାଇଲରେ ତୁମ୍ଭେ ଏ ତ ବୃଦ୍ଧଜନ ।ଆରେ ମୂଢ଼ ଏମାନେ ତ ମଧୁପୁର ଜନକାହିଁପାଇଁ ଏହାଙ୍କୁ ରେ କରିଛ ବନ୍ଧନ ।ବେଗେ ଏହାଙ୍କୁ ବନ୍ଧନୁ ଫିଟାଅ ବୋଇଲାଆନ ଚରଙ୍କୁ ଅନାଇ ରାଜା ଆଜ୍ଞା ଦେଲା ।ବୋଇଲାରେ ଏହି ଦୁହେଁ ମନ୍ଦକର୍ମ କଲେଏ ବୃଦ୍ଧମାନଙ୍କୁ ଧରି ଅଦୋଷେ ଦଣ୍ଡିଲେ ।ଏହାଙ୍କ ଚରଣେ ଏବେ ଦିଅରେ ଶାଙ୍କୋଳିମାରରେ ଅନେକ ମାଡ଼ ଦେଖନ୍ତୁ ବିଚାରି ।ବନ୍ଦୀଘରେ ନେଇ ତୁମ୍ଭେ ଏହାଙ୍କୁରେ ରଖନିର୍ଦ୍ଦୋଷ ଜନଙ୍କୁ ଏହୁ ଦେଲେ ବଡ଼ଦୁଃଖ ।ଚାରକୁ ଅନାଇ ଆଜ୍ଞାଦେଲା ଉଗ୍ରସେନଏମାନଙ୍କୁ ଛାଡ଼ିଆସ ତାହାଙ୍କ ଭବନ ।ରାଜା ଆଜ୍ଞା ପାଇ ଚାରେ ବାହାର ହୋଇଲେସନ୍ତୋଷ ଲଭିଣ ବୃଦ୍ଧେ ଯେଝା ପୁରେ ଗଲେ ।ଉଗ୍ରସେନ ତହୁଁ ଯାଇ କରଇ ଶୟନଦେବାଳୟ ଶଙ୍ଖଧ୍ୱନି ଶୁଭେ ଘନ ଘନ ।ନିଦ୍ରାରୁ ଉଠିଣ ରାଜା ପ୍ରାତଃକୃତ୍ୟ କଲାଦେବକୀର ବନ୍ଦୀଘରେ ଯାଇ ପ୍ରବେଶିଲା ।ପିତାକୁ ଦେଖି ଦେବକୀ ହୁଅଇ ବିକଳବେନି ନୟନରୁ ତାର ବହେ ଅଶ୍ରୁଜଳ ।ଉଗ୍ରସେନ ବୋଲେ ଶୁଣ ଶ୍ରୀକୃଷ୍ଣ ଜନନୀଗୋପପୁରୁ ଆସିଛନ୍ତି ରାମକୃଷ୍ଣ ବେନି ।ଆଜି କଂସାସୁର ସଙ୍ଗେ ହୋଇବ ଯେ ଭେଟଆଜିଠାରୁ ଫିଟିବ ଗୋ ତୁମ୍ଭର ସଙ୍କଟ ।ରାଜ୍ୟର ପ୍ରଜା ଏମାନେ ଚୋରହେଲେ କେହ୍ନେକୃଷ୍ଣ ଦେଖିବାକୁ ଗଲେ ଯେବେ ମଧୁବନେ ।ମୋତେ ନ କହି ଏହାକୁ ଏଡ଼େ ଦଣ୍ଡଦେଲତୁମ୍ଭେ ଚରେ ମଧୁବନେ ରାଜା କି ହୋଇଲ ।ଦଣ୍ଡୁଆସି ହୋଇ ତୁମ୍ଭେ ଦଣ୍ଡ ଯେବେଦେଲକଂସକୁ ନୃପତି କରି ତୁମ୍ଭେ କି ରଖିଲ ।ହୀନ ଜାତି ହୋଇ ପୁଣି ବଡ଼ଲୋକ ମାରରହିବେ କି ଲୋକେ କଲେ ଏତେ ଅତ୍ୟାଚାର ।ରାଜାଙ୍କୁ ନିନ୍ଦା ଦିଆଉଛନ୍ତି ଏହୁ ଚାରେଶୁଣିଲେ ବୋଲିବେ କିସ ଆନଦେଶ ନରେ ।ବୋଲିବେ ସେ ମଧୁପୁରେ ଅନ୍ୟାୟ ହେଉଛିନିର୍ଦ୍ଦୋଷୀ ଲୋକଙ୍କୁ ରାଜା ବୃଥାରେ ଦଣ୍ଡୁଛି ।ଘେନିଯାଅ ଏ ଚାରିଙ୍କି ମାରି ବହୁ ମାଡ଼ବାନ୍ଧିକରି ବନ୍ଦୀଘରେ ବେଗେ ନେଇ ଛାଡ଼ ।ଏତେବୋଲି ଉଗ୍ରସେନ ସେ ଚାରି ବୃଦ୍ଧଙ୍କୁବନ୍ଦୀରୁ ଫିଟାଇ କହେ ଚାଟୁବଚନକୁ ।ତାଙ୍କ କର ଧରି ରାଜା ନିଜ ପୁରେ ନେଲାଅନେକ ରତ୍ନବସନ ଉପହାର ଦେଲା ।ବୋଇଲା ହେ ତୁମ୍ଭେମାନେ ନଧରିବ ଦୋଷନ ଚିହ୍ନିଣ ଚାରଗଣେ କରିଛନ୍ତି ରୋଷ ।ବିନାଦୋଷରେ ତୁମ୍ଭଙ୍କୁ ଯେଣୁ ବନ୍ଦୀକଲେତହିଁର ପରାଭବଟି ସେମାନେ ପାଇଲେ ।କୃଷ୍ଣ ବୋଇଲେ ଯିବ ମୋ ମାତାର ଛାମୁକୁବିନୟ ବଚନ ମୋର କହିବ ତାହାଙ୍କୁ ।ପୁତ୍ରରୂପେ ମୁଁ ତାହାର ଗର୍ଭହେଲି ଜାତମାମୁଁ ଦେଲା ଗର୍ଭକଷ୍ଟ ତାହାକୁ ବହୁତ ।ଭାଇବୋଲି ନବୋଇଲେ ତାହାଙ୍କୁ ସେ କିଛିଏବେ ତାଙ୍କ ଗର୍ଭୁ ମୁହିଁ ଜାତ ହୋଇଅଛି ।ମୋତେ ଦେଖି କାଲି ମାମୁଁ ଯିବେ ଯମପୁରଯାଦବ ଦୁଷ୍ଟଙ୍କୁ ଘେନି ସଙ୍ଗେ ତାହାଙ୍କର ।ଭାଇ ଭାଇ ବୋଲି କାନ୍ଦିବେ ଜନନୀଭ୍ରାତୃଶନ୍ୟ କାଲିଠାରୁ ହୋଇବେ ସେ ପୁଣି ।ବିହି ଲିହିଥିଲା ଭାଲେ ପାଇଲେ ସେ କଷ୍ଟଷଡ଼ପୁତ୍ର ନାଶଗଲେ ବଂଶ ହେବ ନଷ୍ଟ ।ଏବେ ମୋ ଭାଇଙ୍କ ସଙ୍ଗେ ତା ଭାଇ ରହିବେମାମୁଁ ଭଣଜା ସେ ଏକସ୍ଥାନେ ବିଳସିବେ ।କିଛିଦିନେ ମାତା ମଲାପୁତ୍ରକୁ ପାଇବେକେବେହଁ ଭାଇ କଂସକୁ ଆଉ ନ ପାଇବେ ।କାଲି ରଙ୍ଗ ସଭା ମାତା ପିତା ଯିବେ ଦେଖିଭାଇର ମରଣ ତହିଁ ଦେଖିହେବେ ସୁଖୀ ।ଏମନ୍ତ ବୋଲିଣ ପୁତ୍ରେ କହିଛନ୍ତି ତାରମୋତେ ବୋଇଲେ ତୋ ପୁତ୍ର ଯିବ ଯମପୁର ।ଦେବକୀର ପୁତ୍ରକଷ୍ଟ କାଲି ଦୂରେ ଯିବତୋତେ କାଲିଠାରୁ ଅଜା ପୁତ୍ରକଷ୍ଟ ଦେବ ।ଆଜି ନିଶ୍ଚୟ ତୋହର ଫିଟିବ ଶାଙ୍କୋଳୀକହି ପଠାଇ ଅଛନ୍ତି ଯେଣୁ ବନମାଳୀ ।କାଲି ଆସି ମଧୁପୁରେ କୃଷ୍ଣ ଯାହାକଲେଦେବେ ଅଗୋଚର କଥା ଦେଖିଲି ଯା ଡୋଳେବୋଲଇ ଦେବକୀ ଶୁଣି ପିତାର ବଚନସତେ କି ଜୀବନେ ଅଛି ମୋହର ନନ୍ଦନ ।ସତେକି ଦେଖିବି ତାର ଚନ୍ଦ୍ରମା ବଦନଏମନ୍ତ ବୋଲି ଦେବକୀ କରଇ ରୋଦନ ।ଗୋପଛାଡ଼ି କାହିଁପାଇଁ ଆସି ଲେ ଏ ପୁରେକଂସ କଥାମାନ ମୋର ପଡ଼ଇ ମନରେ ।ଦେଖିଲେ କୃଷ୍ଣଙ୍କ ପ୍ରାଣ କରିବ ସେ ନାଶତେଣୁ ମୁଁ ଲୁଚାଇ ରଖିଥିଲି ନନ୍ଦ ପାଶ ।ଜନ୍ମକରି ତାକୁ ପାପନେତ୍ରେ ଦେଖିନାହିଁଅଷ୍ଟବରଷ ହୋଇଲା ଭୁଲିଅଛି ମୁହିଁ ।ଏବେ ମାରିବାକୁ କଂସ ଆଣିଛି ଡକାଇଶୁଣି ଉଗ୍ରସେନ ରାଜା ହସ ହସ ହୋଇ ।ବୋଇଲା ଦେବକୀ ଯେଉଁ କୃଷ୍ଣ ପୁତ୍ର ତୋରଅସୁର ମାରିବା ପାଇଁ ତାର ଅବତାର ।ନୁହଁ ତୁ ବିକଳ ଆଜି କଂସକୁ ମାରିବେବେନିଚରଣୁ ତୋହର ଶାଙ୍କୋଳୀ ଫେଡ଼ିବେ ।ଏତେକହି ଉଗ୍ରସେନ ତହୁଁ ଚଳିଗଲାକଂସ ଶୟନ ମନ୍ଦିରେ ପ୍ରବେଶ ହୋଇଲା ।ପୁର ଭିତରକୁ ଯାଇ ଦେଖେ ନରବରବିସ୍ମୟେ ବସିଛି କଂସ ପଲ୍ୟଙ୍କ ଉପର ।କି ଉପାୟେ କୃଷ୍ଣଙ୍କୁ ମୁଁ ପକାଇବି ମାରିଏହି ଚିନ୍ତାରେ ହୃଦୟ ହେଉଅଛି ଘାରି ।ପିତାଙ୍କୁ ଦେଖିଣ କଂସ ପଲ୍ୟଙ୍କୁ ଉତୁରିବୋଇଲେ ଶ୍ରୀକୃଷ୍ଣ କଥା କହ ହେ ବିସ୍ତାରି ।କଂସ ମନ ଭୟ ଜାଣି କହେ ଉଗ୍ରସେନତୋ କଥାରେ ଗଲି ପ୍ରିୟବତୀ ସନ୍ନିଧାନ ।ଦେଖିଲି ଶ୍ରୀରାମକୃଷ୍ଣ ଗୋପାଳ ସହିତେଚାରମାନେ ଆସି ଭୟେ ଜଣାଇଲେ ମୋତେ ।କୃଷ୍ଣ ହଳଧର ମୋତେ ଦେଲେ ସେ ଚିହ୍ନାଇଦେଖି ପାଦତଳେ ମୋର ପଡ଼ିଲେ ସେ ଦୁଇବୋଇଲେ ହେ ସତୀ ଯାଉଅଛି ପ୍ରିୟବତୀଗୋପପୁରେ ଥାଇ କେତେ ଦେଖିନାହିଁ ସତୀ ।ମାମୁଁ ସିନା ଆଜି ଆଣିଅଛି ବୋଲି ଡାକିତାହାଙ୍କ ଦୟାରୁ ସତୀ ପାରିଲୁଟି ଦେଖି ।କାଲିକି ଦର୍ଶନ ଆମ୍ଭେ ମାମୁଁଙ୍କୁ କରିବୁଧନୁଯାତ୍ରା ଦେଖି ଗୋପପୁରେ ଫେରିଯିବୁ ।ଏମନ୍ତ ସମୟେ ଆସି ରଜକର ନାରୀକାନ୍ଦି କାନ୍ଦି ମୋର ଆଗେ କଲା ସେ ଗୁହାରି ।ବୋଇଲା ଏ କୃଷ୍ଣ ମୋର ସ୍ୱାମୀକି ମାଇଲାରାଜାର ଲାଗି ବସନ ସବୁ ଜୁର କଲା ।ନଦେଲେ ମୋ ସ୍ୱାମୀ ଯହୁଁ ଚାପୋଡ଼େ ମାଇଲାଛିଡ଼ିଲା ତାହାର ମୁଣ୍ଡ ଭୂମିରେ ଲୋଟିଲା ।ଗଲା ତାର ଜୀବନ ତା ପିଣ୍ଡ ଅଛି ପଡ଼ିକହିଲା ରଜକୀ ଯହୁଁ ବେନିକର ଯୋଡ଼ି ।ପାଶେ ଥିଲେ ରାମକୃଷ୍ଣ ଶୁଣିଲେ ବଚନମାମୁଁ ଡାକିବାରେ ଆମ୍ଭେ ଆସିଛୁ ରାଜନ ।ଆମ୍ଭ ସ୍ୱଇଚ୍ଛାରେ ଆମ୍ଭେ ଆସି ନାହୁଁ ଏଥିମାମୁଁ ଡାକିବାରୁ ଆସିଅଛୁ ଯାତ୍ରା ଦେଖି ।ଗଉଡ଼ ଜାତି ଆମ୍ଭର ଧନଦ୍ରବ୍ୟ ନାହିଁଉତ୍ତମ ବସନ ଆମ୍ଭେ ପାଇବୁଟି କାହିଁ ।ବନେ ବନେ ବୁଲି ଆମ୍ଭେ ବାଛୁରୀ ଚରାଉବୁହାଭାତ ଖାଇ ଆମ୍ଭେ ବନେ ରହିଥାଉ ।ପିନ୍ଧିବା ପାଇଁ କି ଇଛା କଲୁ ମାମୁଁ ବାସମାଗିଲୁ ନ ଦେଇ କଲା ବହୁତ ଝିଙ୍ଗାସ ।ତେଣୁ ଠେଲିଦେଲି ତାକୁ ମନେବହି ରୋଷଦୁର୍ବଳ ଥିଲା ରଜକ ପଡ଼ି ଗଲା ନାଶ ।ପିନ୍ଧିଲୁ ଯାତ୍ରା ଦେଖିବା ପାଇଁ ମାମୁଁ ବାସଶୁଣ ହୋ ଅଜା ଆମ୍ଭର କିଛି ନାହିଁ ଦୋଷ ।ଦେଖିବା ପାଇଁକି ଶୋଭା ନଗରେ ପଶିଲୁଭାବବତୀ ଭାବେ ମୃଗ ହୋଇଲା ଦେଖିଲୁ ।ଯହୁଁ ଚେତା ହେଲା ତହୁଁ ହୋଇଲୁ ବାହାରପୁଣି ଚଳିଲୁ ଆନନ୍ଦେ ନଗର ଭିତର ।ପଥେ ଯାଉଁ କୁବୁଜା ଯେ ପଡ଼ିଲା ନୟନେ ।ତା ପ୍ରପଞ୍ଚ ରୂପ ଦେଖି ବିଚାରିଲୁ ମନେ ।ଆମ୍ଭ ମାମୁଁ କଂସର ଏ ଅଟେ ଗନ୍ଧକାରୀଘୃଣା କରୁଥିବ ଏହା ରୂପ ଦେଖିକରି ।ତେଣୁ ତାହାକୁ ସୁନ୍ଦର ମୂର୍ତ୍ତି ଆମ୍ଭେ କଲୁମାମୁଁ ଆଗେ କୁବୁଜାଲୋ କହ ତୁ ବୋଇଲୁ ।ଯେଣୁ କୁବୁଜାର କୁଜ ସୁନ୍ଦର ହୋଇଲାମାମୁଁ ଲାଗି ଚନ୍ଦନ ସେ ଆମ୍ଭ ଅଙ୍ଗେ ଦେଲା ।ତଦନ୍ତରେ ଆମ୍ଭେ ଦାଣ୍ଡେ ଦାଣ୍ଡେ ଯାଉଥିଲୁତେଜବତୀ ମୃତପିଣ୍ଡ ପଥରେ ଦେଖିଲୁ ।ଆମ୍ଭ ଦୃଷ୍ଟି ପଡ଼ନ୍ତେ ସେ ପାଇଲା ଜୀବନପଶି ତହୁଁ କିଛିଦୂର କରନ୍ତେ ଗମନ ।ସୁଦାମା ମାଳୀ ଆମ୍ଭଙ୍କୁ ଫୁଲ ଆଣିଦେଲାତାହାର ଯୁବତୀ ଆସି ବହୁ ସେବା କଲା ।ତାରି ବାଞ୍ଛା ପୂର୍ଣ୍ଣକରି ତହୁଁ ଆମ୍ଭେ ଗଲୁପ୍ରିୟବତୀ ପତିପୁତ୍ର ମରଣ ଦେଖିଲୁ ।ତଦୁତ୍ତାରେ ଧନୁଘର ଦେଖିଲୁ ନୟନେବେଢ଼ିଲେ ଆମ୍ଭଙ୍କୁ ଆସି ଜଗୁଆଳମାନେ ।ନ ଛାଡ଼ିଲେ ବାଟ ସଙ୍ଗେ ଦ୍ୱନ୍ଦ୍ୱ ଭିଆଇଲେଠେଲାଠେଲି ହେଉ ବହୁଲୋକ ନାଶଗଲେ ।ଘର ଭିତରୁ ଧନୁକୁ ଆଣିଲି ମୁଁ ଧରିପୁରୁଣା ବାଂଶରେ ମାମୁଁ ଥିଲେ ଧନୁକରି ।ହସ୍ତେ ଧରୁ ଧରୁ ସେ ଯେ ବେନିଖଣ୍ଡ ହେଲାବହୁତ କାଳର ଧନୁ ଆଗୁଁ ଭାଙ୍ଗିଗଲା ।ଉଗ୍ରସେନ କଥା ଶୁଣି କଂସ ମୂର୍ଚ୍ଛାଗଲାମୃତପିଣ୍ଡ ପରା ହୋଇ ସ୍ଥକିତ ରହିଲା ।କର ଚରଣ ତାହାର ନ ଚଳଇ କିଛିମୁଖୁଁ ବଚନ ନ ସ୍ଫୁରେ କଳା ପଡ଼ିଅଛି ।ଅଚେତନ ହୋଇଣ ସେ ପଲ୍ୟଙ୍କେ ବସିଲାଦେଖି ଉଗ୍ରସେନ ତାର ଅଙ୍ଗ ଝୁଲାଇଲା ।ସୁଶୀତଳ ନୀର ଆଣି ମୁଖରେ ସିଞ୍ଚଇକର୍ଣ୍ଣପୁଟେ କଂସ କଂସ ବୋଲି ସେ ଡାକଇ ।ହା ହା ରବେ ମୁଦୁସଲୀ ବ୍ୟଜନ ଚାଲନ୍ତିନାନା ଉପାୟରେ ବହୁକ୍ଷଣେ ଉଠେ ଚେତି ।କିଛିକ୍ଷଣ ବସି ପୁଣି କହଇ ବଚନହେ ତାତ ଶୁଣ ମୋହର କଥା ଦେଇ ମନ ।ରାମକୃଷ୍ଣ ବେନିଭାଇ ଗୋପେ ଫେରିଯାନ୍ତୁମଧୁପୁରେ ସେମାନେ ଯେ କ୍ଷଣେ ନ ରୁହନ୍ତୁ ।ଭଣ୍ଡାରରୁ ନିଅ ତୁମେ ରତନ ବସନରାମ କୃଷ୍ଣଙ୍କର ଯହିଁ ତୁଷ୍ଟ ହେବ ମନ ।ଗୋପାଳମାନଙ୍କୁ ଯାଇ କରାଅ ସନ୍ତୋଷଯେ ଯାହା ମାଗିବ ତାହା ଦିଅ ହେ ନରେଶ ।ନନ୍ଦ ଯାହା ବୋଲିବେ ହେ ଦେବୁ ତାତ ତୁହିଭଣ୍ଡାରେ ନଥିଲେ ରାଜ୍ୟୁ ଦିଅ ହେ କିଣାଇ ।କୃଷ୍ଣ ଗୋପକୁ ଗଲେ ତୁ ହୋଇବୁ ରାଜନସତ୍ୟ କହୁଅଛି ପିତା ଛୁଇଁ ତୋ ଚରଣ ।ଉଗ୍ରସେନ ବୋଇଲେରେ ଶୁଣ ପୁତ୍ର କଂସଦେଖାନଦେଲେ ସଂସାରେ କରିବେ ରହସ୍ୟ ।କାହିଁପାଇଁ କଂସ କୃଷ୍ଣେ ଦେଖାଦେଲା ନାହିଁକେମନ୍ତ ଫେରିବେ ରାମକୃଷ୍ଣ ବେନିଭାଇ ।ଯେଉଁପରି ନନ୍ଦରାଜା ଗୋପକୁ ଅଇଲାକେମନ୍ତ କଂସର କଥା ଅନ୍ୟଥା ହୋଇଲା ।ଏମନ୍ତେ କହି କରିବେ ଲୋକେ ଉପହାସଲୁପ୍ତ ହୋଇବ ତୋହର ଏ ବିପୁଳ ଯଶ ।କାଲି ରଙ୍ଗ ସଭାତଳେ ଦେଖିବୁରେ କଂସରାମକୃଷ୍ଣ ବେନିଭାଇ କରିବି ମୁଁ ନାଶ ।ଆଜି ଏକ କଥା କର କଂସ ରାଜା ତୁହିମଣ୍ଡାଅ ରଙ୍ଗ ସଭାକୁ ଆଦେଶ ଦିଆଇ ।ପାତ୍ରମନ୍ତ୍ରୀମାନେ ସର୍ବେ କରନ୍ତୁ ଦର୍ଶନକ୍ଷଣେମାତ୍ର ରହି ତାଙ୍କୁ କହିବୁ ବଚନ ।ସର୍ବେ ଯାଇ ପୁରୁ ବେଶଭୂଷା ପିନ୍ଧି ଆସଆନନ୍ଦ ମନରେ ରଙ୍ଗସଭା ମଧ୍ୟେ ବସ ।ତେବେ ମଧୁ ନରନାରୀ ପାତ୍ରମନ୍ତ୍ରୀଗଣଆନନ୍ଦ ହୋଇବେ ଶୁଣି ତୋହର ବଚନ ।ଶୁଣି କଂସରାଜ ଉଗ୍ରସେନର ବଚନଜଗତୀ ଉପରେ ଯାଇ ମିଳିଲା ତକ୍ଷଣ ।ପାତ୍ରମନ୍ତ୍ରୀ ଅମାତ୍ୟ ଯେ କଲେ ଦରଶନରାଜାକୁ ଦେଖି ସକଳେ ଆନନ୍ଦିତ ମନ ।ଯେ ଯାହା ପୁରକୁ ଗଲେ ପାତ୍ରମନ୍ତ୍ରୀମାନେଦେଖି କଂସ ରାଜା ତହୁଁ ଚଳିଲା ତକ୍ଷଣେ ।ଅନ୍ତଃପୁରେ ଯାଇକରି ହୋଇଲା ପ୍ରବେଶନିତ୍ୟକର୍ମ ସାରି ଭୁଞ୍ଜି ବସିଲା ସେ କଂସ ।ଉଗ୍ରସେନ ରାଜା ନିଜ ମନ୍ଦିରକୁ ଗଲାନିତ୍ୟକର୍ମ ସାରି ମଣୋହିରେ ବିଜେକଲା ।କଂସକୁ ଅନ୍ନବ୍ୟଞ୍ଜନ ନ ରୁଚଇ କିଛିକେବଳ କୃଷ୍ଣ କଥା ତା ହୃଦୟ ଦହୁଛି ।କୃଷ୍ଣକଥା ହୃଦେ ତାର ହେଉଅଛି ଖେଳନ ଭୁଞ୍ଜିଣ ଅନ୍ନ କିଛି ଉଠେ ମହୀପାଳ ।ପଲ୍ୟଙ୍କେ ବସିଣ କଂସ କରଇ ବିଚାରକେମନ୍ତେ ମୁଁ ରାମକୃଷ୍ଣ କରିବି ସଂହାର ।ହେତୀ ପ୍ରହେତୀ ସହିତ ସର୍ବ ନାରୀମାନେଯେ ଯାହା ସେବାରେ ଆସି ଲାଗିଲେ ତକ୍ଷଣେଶୟନ କରଇ ରାଜା ନ ମାଡ଼ଇ ନିଦବାହାରକୁ ଆସି ବସି ସାଉଁଳଇ ପାଦ ।ପୁଣି ପଲ୍ୟଙ୍କରେ ଯାଇ କରଇ ଶୟନନ ଆସଇ ନିଦ୍ରା ତାର ମନ ଛନ୍ନଛନ୍ନ ।କେବଳ ଦେଖି କୃଷ୍ଣଙ୍କୁ ଅଛି ଭୟକରିତେଣୁ ତାହାର ନିଶ୍ୱାସ ଉର୍ଦ୍ଧ୍ୱେ ଯାଏ ଉଡ଼ି ।ପୁଣି ଯାଇ ପଲ୍ୟଙ୍କରେ ଶୟନ କରିଲାଅଳପ ନିଦ୍ରାରେ ତାର ନୟନ ଘାରିଲା ।ଦିବସରେ ସ୍ୱପନ ଯେ ଦେଖିଲା ରାଜନଶ୍ରଦ୍ଧାକରି ପିନ୍ଧିଅଛି ରକତ ବସନ ।ରକ୍ତମନ୍ଦାର କୁସୁମ ଅଛି ମାଳକରିରକତ ଚନ୍ଦନ ଅଙ୍ଗେ ହୋଇଅଛି ବୋଳି ।ତୈଳ ଜରଜର ତାର ହୋଇଅଛି ଦେହମହିଷଯାନେ ଦକ୍ଷିଣେ କରଇ ବିଜୟ ।ଏମନ୍ତ ସ୍ୱପନ ଦେଖି ନିଦ୍ରା ତା ଭାଙ୍ଗିଲାପଲ୍ୟଙ୍କରେ ବସି ଚଉଦିଗକୁ ଚାହିଁଲା ।ମନେ ବିଚାରିଲା ଏତ ଅଶୁଭ ସ୍ୱପନମାରିବେ ନିଶ୍ଚୟ ମୋତେ ଦେବକୀ ନନ୍ଦନ ।କାହାକୁ ନ କହି କିଛି ଶୟନ କରିଲାପୁଣି ଦିବସରେ ନିଦ୍ରା ନୟନେ ଘାରିଲା ।ପୁଣି ସ୍ୱପନ ଦେଖିଲା ସେହି ରାଜା କଂସନିଜ ଯୁବତୀ ମୁକୁଳା କରିଅଛି କେଶ ।କଂସର ମୁଖକୁ ଚାହିଁ ରୋଦନ କରଇଏମନ୍ତ ଦେଖିଣ ରାଜା ଉଠେ ଚେତାପାଇ ।ମନରେ ତାହାର ସେହି ପୁଣି ଭୟକଲାନିଶ୍ଚୟ ମାରିବି କୃଷ୍ଣ ମନରେ ପାଞ୍ଚିଲା ।ବାରମ୍ବାର ସ୍ୱପ୍ନ ଯହୁଁ ଦେଖିଲା ଶୟନେବିସ୍ମୟ ଭଜିଣ ସେହୁ ବସିଲା ମଉନେ ।ସଚେତ ହୋଇଣ କଂସ ପଲ୍ୟଙ୍କେ ବସିଲାହେତୀ ପ୍ରହେତୀ ଦୁହିଁଙ୍କୁ ପାଖକୁ ଡାକିଲା ।ବୋଇଲା ଗୋ ସଖୀ ମୁହିଁ ଦେଖିଲି ସ୍ୱପନକରିଛି ମୁଁ ଅଙ୍ଗେ ରକ୍ତ ପୁଷ୍ପ ଆଭରଣ ।ତୈଳ ଜର୍ଜରିତ କାୟା ମହିଷ ବାହନେଗମଇ ମୁଁ ଦକ୍ଷିଣକୁ ଦେଖିଲି ସ୍ୱପନେ ।ପୁଣିହିଁ ସ୍ୱପନ ଏକ ଦେଖିଲିରେ ସଖୀମୁକୁଳିତ କେଶ ହୋଇଥିଲୁ ଚନ୍ଦ୍ରମୁଖୀ ।ପଡ଼ିଥିଲା ତୋଲାବଣ୍ୟ ମୂରତି ମଳିଣମୋ ମୁଖକୁ ଚାହିଁ କରିଥିଲୁ ତୁ ରୋଦନ ।ପୁଣି ଆଉ ବାରେ ଏକ ସ୍ୱପନ ଦେଖିଲିମଧୁବନରୁ ଆସିଲେ ରାମ ବନମାଳୀ ।ସିଂହଦ୍ୱାରେ ଆସି ମୋର ହୋଇଲେ ପ୍ରବେଶକୁବଳୟା ଗଜ ମୋର ମିଳୁ ତାଙ୍କ ପାଶ ।ଗଜଦନ୍ତ ଉପାଡ଼ି ସେ ମାହୁନ୍ତେ ମାରିଲେଦ୍ୱିତୀୟ ଦ୍ୱାରେ ଆସି ସେ ପ୍ରବେଶ କରିଲେ ।ଚାଣୁର ମୁଷ୍ଟିକ ତାଙ୍କ ସଙ୍ଗେ କରି ରଣକୃଷ୍ଣର ହସ୍ତରେ ଦୁହେଁ ତେଜିଲେ ଜୀବନ ।ପୁଣି ରଙ୍ଗସଭା ତଳେ କଲେ ସେ ପ୍ରବେଶଦେଖିଣ ଦେବକୀ ମୋତେ ଦେଲା ଉପଦେଶତାର କଥା ନ ମାନି ମୁଁ କ୍ରୋଧଭର ହେଲିଜଗତୀ ଉପରୁ ମୁହିଁ କୃଷ୍ଣଙ୍କୁ ଦେଖିଲି ।ଖସିପଡ଼ି ତହିଁପରୁ ଗଲା ମୋ ଜୀବନସେକ୍ଷଣି ଶୂନ୍ୟରୁ ଖସି ଆସିଲା ବିମାନ ।ତହିଁ ପରେ ବସି ମୁଁ ଗୋ ସ୍ୱର୍ଗପୁରେ ଗଲିଏ କୃଷ୍ଣ ରୂପକୁ ମୁଁ ଗୋ ସ୍ୱର୍ଗରେ ଦେଖିଲି ।ପୁଣି ସ୍ୱପନରେ ମୁହିଁ ଦେଖିଲି ଗୋ ସହିଦେବକୀ ବସୁଦେବର ଶାଙ୍କୋଳୀ ଫିଟାଇ ।ତାତ ଉଗ୍ରସେନକୁ ଗୋ କଲେ ସେ ରାଜନତୁମ୍ଭଙ୍କୁ କରିଲେ ବୋଧ ଦେବକୀ ନନ୍ଦନ ।ଏମନ୍ତ ସ୍ୱପନ ଆଜି ଦେଖିଲି ଗୋ ମୁହିଁସେହି ସମୟରୁ ମୋତେ ନିଦ ନ ମାଡ଼ଇ ।ରାଜାର ମୁଖୁଁ ଏମନ୍ତ ଶୁଣି ବେନି ରାଣୀକରପତ୍ର ଯୋଡ଼ିଣ ସେ କହୁଛନ୍ତି ବାଣୀ ।ବୋଇଲେ ହେ ତୁମ୍ଭେ ଯାହା ଦେଖିଲ ସ୍ୱପନଆମ୍ଭ ସେହି ସ୍ୱପ୍ନ ଆଜ ଦେଖିଲୁ ରାଜନ ।ବିନୟ କରିଣ ଆମ୍ଭେ କହୁଛୁ ଭୋ ନାଥଅନାଥ ନ କର ତୁମ୍ଭେ ଉଗ୍ରସେନ ସୁତ ।ଦେବକୀ ବସୁଦେବଙ୍କୁ ଅଣାଅ ତୁରିତସମସ୍ତେ ମିଳିଣ ତାଙ୍କୁ କହିବା ବହୁତ ।ବେନି ଚରଣୁ ତାଙ୍କର ଶାଙ୍କୋଳି ଫେଡ଼ିବାବିନୟ ଭାବ ଦେଖାଇ ତାହାଙ୍କୁ କହିବା ।ପୁତ୍ର ଦୁହିଁଙ୍କୁ ଚରଣେ ପକାଇବୁ ନେଇଆମ୍ଭ ହସ୍ତ ତାଙ୍କ ହସ୍ତେ ଦେବୁ ତୁ ଧରାଇ ।ଆମ୍ଭେ ଦେବକୀର ପାଦତଳରେ ପଡ଼ିବୁବିନୟ କରିଣ ତାଙ୍କୁ ବହୁତ କହିବୁ ।କରିବେ ନିଶ୍ଚୟ ଦୟା ସେହୁ ଆମ୍ଭଠାରେଶରଣ ପଶିବୁ ଯେଣୁ ତାର ପାଦତଳେ ।ବୋଲିବୁ ଗୋ ତୁମ୍ଭ ପାଦେ ପଶିଲୁ ଶରଣରଖ ବା ନରଖ ଇଚ୍ଛା ଯେ ତୁମ୍ଭର ମନ ।ତୁମ୍ଭେ ମଧ୍ୟ ଦେବକୀକୁ କହିବ ଏସନଭଉଣୀ ମୋ ଜୀବ ରଖ ଦୋଷକୁ ନ ଘେନ ।ତୁମ୍ଭେ ତାହାଙ୍କର ଯେଣୁ ଅଟ ସାନଭାଇବସୁଦେବ ଯେଣୁ ଅଟେ ତୁମ୍ଭର ଭିଣୋଇ ।ଅବଶ୍ୟ ସେ ତୁମ୍ଭଠାରେ ସୁଦୟା କରିବେଦୟାଳୁ ପୁରୁଷ ସେହି ଜାଣିଅଛୁ ଆମ୍ଭେ ।ଆମ୍ଭେ ବୋଲିବୁ ଶ୍ରୀକୃଷ୍ଣ ଗୋପେ ଫେରିଯାନ୍ତୁଭଣ୍ଡାରରୁ ଯେତେ ଇଚ୍ଛା ତେତେ ଧନ ନ୍ୟନ୍ତୁ ।ଯେ ରୂପେ ବୁଝିବେ ସେହି ସେ ରୂପେ କହିବୁଯେମନ୍ତ ଫେରିବେ କୃଷ୍ଣ ତେମନ୍ତେ କରିବୁ ।ଦେବକୀ ବଚନ କୃଷ୍ଣ ଭାଙ୍ଗି ନ ପାରିବେଅବଶ୍ୟ ତାଙ୍କ ବଚନେ ଗୋପକୁ ଫେରିବେ ।କହିବା ନନ୍ଦକୁ ଆମ୍ଭେ ବିନୟ ବଚନଅଟଇ ବହୁକାଳର ସେ ବୃଦ୍ଧ ରାଜନ ।ସେ ନନ୍ଦ କୃଷ୍ଣଙ୍କୁ ନିଶ୍ଚେ କହିବ ବୁଝାଇଆନ ନ କରିବେ ତାର ବଚନ କହ୍ନାଇ ।ଶରଣ ପଶିବା ଆମ୍ଭେ ତାଙ୍କ ପାଦଗତେତାଙ୍କ ଦୟା ହେଲେ ଏଥି ରହିବା ନିଶ୍ଚିନ୍ତେ ।ସେ ତ ମାନବ ନୁହନ୍ତି ସ୍ୱୟଂ ଦେବହରିଶୁଣିଛ ତ ତାଙ୍କ କଥା ରହି ମଧୁପୁରୀ ।ତାହା ସଙ୍ଗେ ବଇରୀ ତୁ ନୁହ ଦଣ୍ଡଧାରୀଏତେ ବୋଲି କଂସପାଦେ ପଡ଼ିଲେ ସୁନ୍ଦରୀ ।ଉଠ ଉଠ ବୋଲି କଂସ ତାଙ୍କୁ ଉଠାଇଲାଆଶ୍ୱାସି ବେନି ନାରୀଙ୍କି ପାଶେ ବସାଇଲା ।ବୋଇଲା ଗୋ ସଖି ଏବେ ଶୁଣ ମୋ ବଚନଜିଣିଲି ମୁଁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଭୁବନ ।ମୋର ଭୟେ ତୁମ୍ଭଙ୍କୁ ଯେ ପିତା ବିଭାଦେଲାମୋର ତପୋବଳେ ବ୍ରହ୍ମା ବରଦ ହୋଇଲା ।ବୋଇଲା ଭଣଜା ଦେଖି ମରିବୁରେ ତୁହିନୋହିଲେ ତୋତେ ଜିଣନ୍ତା ତିନିପୁରେ ନାହିଁ ।ମରିବୁ ନାହିଁ ତୁହିରେ ହୋଇବୁ ଅମରଏମନ୍ତ ପ୍ରକାରେ ବ୍ରହ୍ମା ଦେଇଅଛି ବର ।କେଉଁପରି ଭଣଜାକୁ କରିବି ବିଶ୍ୱାସଯେତେ ମୁଁ ପେଶିଲି ଚର ସବୁଗଲା ନାଶ ।ଏବେ ମଥୁରାପୁରରୁ ଆଣିଛି ଡକାଇମାରି ମୋ ରଜକ ଧନୁ ଭାଙ୍ଗିଲେଣି ସେହି ।ଆଉ ଯେତେ କଥାମାନ ମଧୁପୁରେ କଲାତାତ ଉଗ୍ରସେନ ମୋତେ ସବୁ ବୁଝାଇଲା ।ତୁମ୍ଭେ ବୋଲୁଅଛ ଚାଲ ଶରଣ ପଶିବାବସୁଦେବ ଦେବକୀର ବନ୍ଧନ ଫେଡ଼ିବା ।କିମ୍ପାଇଁ ସେ ମୋତେ ଆଉ କରିବେ ବିଶ୍ୱାସମୁଁ ତାଙ୍କର ଷଡ଼ପୁତ୍ର କରିଅଛି ନାଶ ।ତାଙ୍କ ପାଦେ ପୁତ୍ର ନେଇ କଲେ ସମର୍ପଣତେବେ କିଗୋ ଆମ୍ଭର ସେ ପାଞ୍ଚିବେ କଲ୍ୟାଣପୁତ୍ରଶୋକ ତାଙ୍କ ମନୁ ନଥିବ ଗୋ ଛାଡ଼ିମୋ ପୁତ୍ର ମରଣ ପାଞ୍ଚୁଥିବେ ଷୋଳଘଡ଼ି ।ଚିନ୍ତିତ ନୁହଁ ମାରିବି ମୁହିଁ କୃଷ୍ଣରାମତୁମ୍ଭେ ତ ଦେଖୁଛ ନେତ୍ରେ ମୋର ପରାକ୍ରମ ।ଆଜି ଯେବେ ରାମକୃଷ୍ଣ ମାରି ନ ପାରିବିବୀରଙ୍କର ବାନା ନାମ କିମ୍ପା ବୋଲାଇବି ।ଯେବେ ରାମକୃଷ୍ଣ ଆଜି ମାରିବଇଁ ମୁହିଁଆଉ ତ ମରଣ ମୋତେ ନୋହିବ ଗୋ ସହୀ ।ଅମର ହୋଇ ମୁଁ ଯୁଗେ ଯୁଗେ ରହିଥିବିକିପାଇଁ ମୁଁ କୃଷ୍ଣପାଦେ ଶରଣ ପଶିବି ।କରିବେ ରାଜାଏ ଶୁଣି ମୋତେ ଉପହାସଶତ୍ରୁମାନେ ଶୁଣିଣ ଗୋ ଭଜିବେ ହରଷ ।ଆହୁରି କଥାଏ ମୋତେ ବ୍ରହ୍ମା ଅଛି କହିଦେବକୀର ଗର୍ଭେ ବିଷ୍ଣୁ ଜନ୍ମିବେ ଗୋ ସହି ।ରେ ସଜନି ! ସେହୁ ଯେବେ ଅଟେ ନାରାୟଣତାର ହସ୍ତେ ମଲେ ମୋର ହୋଇବ କାରଣ ।ପୂରୁବ ଶାପରୁ ନିଶ୍ଚେ ହୋଇବି ମୁକତଅସୁର କୁଳରେ ଆଉ ନ ହୋଇବି ଜାତ ।ପୂର୍ବ ପାତକ ନାଶି ମୁଁ ବିଷ୍ଣୁଙ୍କୁ ସେବିବିଏହା ଛାଡ଼ିଣ କିମ୍ପାଇଁ ଶରଣ ପଶିବି ।ଯେବେ କୃଷ୍ଣ ବିଷ୍ଣୁ ନୁହେଁ ଡରିବି କିମ୍ପାଇଁମାରିବି ରାମକୃଷ୍ଣଙ୍କୁ ଦେଖିଲେ ରେ ସହି ।ଏତେ ବୋଲି କଂସ ଖଣ୍ଡା ଧରିଣ ଉଠିଲାରେରେକାର ଧ୍ୱନିକରି ନେତ୍ର ବୁଲାଇଲା ।କଂସର ପ୍ରତାପ ତହିଁ ଦେଖି ନାରୀମାନେକିଛି ନ କହିଣ ସର୍ବେ ରହିଲେ ମଉନେ ।ପୁଣି କଂସ ପଲଙ୍କରେ ପହୁଡ଼ିଲା ଯାଇଫରିଖଣ୍ଡା ଧରି ପୁଣି ଝମକି ଉଠଇ ।ଏମନ୍ତ ଦେଖିଣ ଅନ୍ତଃପୁରର ଯୁବତୀଭୟେ ଥରହର ହୋଇଗଲେ ପଚ୍ଛକତି ।ପୁଣି କଂସ ବାହାରକୁ କରଇ ଗମନବ୍ରାହ୍ମଣମାନଙ୍କୁ ଡାକିଦେଲା ବହୁ ଦାନ ।ବୋଇଲା ଦେଖିଲି ମୁହିଁ ଅସାର ସ୍ୱପନସେ ଦୋଷ ମୋହର ଯାଉ ଦେଉଅଛି ଦାନଦାନକରି ପୁଣି ରାଜା ମିଳେ ଅନ୍ତଃପୁରେସକଳ ରାଣୀମାନଙ୍କୁ ହକାରି ପାଶରେ ।ହେତୀ ପ୍ରହେତୀ ଦୁହିଁଙ୍କୁ ପାଶେ ବସାଇଲାଆଜି ରଙ୍ଗସଭା ମୁଁ ଗୋ କରିବି ବୋଇଲା ।ମାରିବି ରାମକୃଷ୍ଣଙ୍କୁ ଶୁଣ ସଖିମାନେଏଥିରେ ସଂଶୟ ତୁମ୍ଭେ ନ କର ଗୋ ମନେ ।ଆଜି ସକଳେ ସୁବେଶ ତୁମ୍ଭେ ହୋଇଥିବକୃଷ୍ଣ ମଲେ ଦେଖାଇବି ଯାଇଣ ଦେଖିବ ।ଯେବେ କୃଷ୍ଣଙ୍କୁ ମୁଁ ଆଜ ମାରି ନ ପାରିବିତେବେ ତାହାର ହସ୍ତରେ ଜୀବନ ହାରିବି ।ତୁମ ଆମ୍ଭର ସଜନୀ ଦେଖା ଗୋ ଏତିକିମନେ କରୁଥିବ ମୋତେ ଶରତ ଚନ୍ଦ୍ରମୁଖୀ ।ଏତେକହି କଂସ ତହୁଁ ହୋଇଲା ବାହାରବୀରବେଶେ ବସିଲା ସେ ଜଗତୀ ଉପର ।ମଞ୍ଚପରେ ଫରିଖଣ୍ଡା ଧରି ଝମକାଇଫରଫର ନିଶାଦାଢ଼ି ତାହାର ଉଡ଼ଇ ।ମନ୍ତ୍ରୀମାନଙ୍କୁ ଯେ କଂସ କହଇ ବଚନରଙ୍ଗସଭାକୁ ଡକାଇ ଆଣ ସର୍ବଜନ ।ମାଲ ମାହୁନ୍ତ ମାତଙ୍ଗ ସକଳ ହକାରିବିନୟଭାବ ଦେଖାଇ ବୋଲେ ଦଣ୍ଡଧାରୀ ।ଶୁଣ ଆରେ କୁବଳୟା ଯାହା ମୁଁ କହଇବିପତ୍ତି କାଳରେ ମୋର ସଖା ଅଟୁ ତୁହି ।ଦିଗବିଜେ କାଳେ ତୋତେ ସ୍ୱର୍ଗକୁ ମୁଁ ନେଲିତୋହରି ବଳରେ ମୁହିଁ ଦେବଙ୍କୁ ଜିଣିଲି ।ପାତାଳେ ପଶିଲି ସିନା ମୁଁ ତୋହରି ବଳେହେଳେ ଜୟକଲି ଯେତେଥିଲେ ସେପାତାଳେମର୍ତ୍ତ୍ୟକୁ ଜିଣିଲି ତୋତେ ସଙ୍ଗେ ଘେନି ମୁହିଁମହା ମହା ବୀରମାନ ସଂହାରିଲୁ ତୁହି ।ଇନ୍ଦ୍ରଗଜ ଐରାବତ ତୋତେ ନୁହେଁ ସରିକ୍ଷଣକରେ ମେରୁଗିରି ପାରୁ ତୁ ବିଦାରି ।ଏତେକାଳେ ଆସି ମୋତେ ବିପତ୍ତି ପଡ଼ିଲାଦେବକୀର ସୁତ ମୋର ବଇରୀ ହୋଇଲା ।ଏବେ କୁବଳୟା ସିଂହଦ୍ୱାର ତୁ ଜଗିବୁରାମକୃଷ୍ଣ ବେନିଭାଇ ଛାଡ଼ି ତୁ ନ ଦେବୁ ।ମାରିବୁ ଉପ୍ରୋଧ ଛାଡ଼ି ନ ରଖିବୁ ମାୟାବାଳକ ବୋଲି ତାହାକୁ ନ କରିବୁ ଦୟା ।ଆଦେଶିଲା ମାହୁନ୍ତକୁ ବେଗ ଯାଅ କଂସକୃଷ୍ଣଙ୍କୁ ଯେସନେ ଗଜ କରେ ପ୍ରାଣେ ନାଶ ।କୃଷ୍ଣଙ୍କୁ ଦେଖିଲେ କୁବଳୟାକୁ ଚାଳିବୁଯେମନ୍ତ ମରଇ କୃଷ ତେମନ୍ତ କରିବୁ ।ଏତେବୋଲି ମାହୁନ୍ତକୁ ଶାଢ଼ୀବଳା ଦେଲାଦେଖି କୁବଳୟା କଂସ ଆଗରେ କହିଲା ।ବୋଇଲା ହେ ରାଜା ଶୁଣ ମୋହର ବଚନପୂର୍ବେ ବିଦ୍ୟା ନଗ୍ରେ ମୁହିଁ ହୋଇଥିଲି ଜନ୍ମପଣ୍ଡିତ ପଣେ ନୋହିଲେ କେହି ମୋତେ ସରିବ୍ରାହ୍ମଣ ଘରେ ମୁଁ ଥିଲି ଜନ୍ମଲାଭ କରି ।ଚାରିଦିଗେ ମୋର ନାମ ହୋଇଲା ବିଖ୍ୟାତପୁତ୍ର ନାତି ମୋହର ତ ହୋଇଲା ବିଖ୍ୟାତ ।ମୋଠାକୁ ବହୁତ ଶିଷ୍ୟମାନେ ଯେ ଆସିଲେବିଦ୍ୟାଦାନ ଦିଅବୋଲି ମୋତେ କଟାଳିଲେମୋରପାଦେ ପଡ଼ି କେତେକଲେ ସେ ବିନତିଶିଷ୍ୟକର ବୋଲି ମୋତେ କଲେ ବହୁସ୍ତୁତି ।ପଣ୍ଡିତ ପଣେ ଗର୍ବିତ ହୋଇଲା ମୋ ମନସେମାନଙ୍କୁ କହିଲି ମୁଁ ନିଷ୍ଠୁର ବଚନ ।ନକଲି ମୁଁ ବିଦ୍ୟାଦାନ କାହାକୁ ଅକ୍ଷରେବହୁତକାଳ ଅପେକ୍ଷା କଲେ ସେ କୁମରେ ।ନିରାଶ ହୋଇଣ ସର୍ବେ ମୋର ଦ୍ୱାରୁଗଲେଯହୁଁ କିଛି ଶାସ୍ତ୍ର ମୋର ମୁଖୁଁ ନ ଶୁଣିଲେ ।ବୟସରେ ବାଳୁତ ସେ ଶାପଦେଲେ ମୋତେଗଜମୁର୍ଖ ହୁଅ ବୋଲି ବୋଇଲେ ସମସ୍ତେ ।ଅସୁର ଗୃହରେ ବନ୍ଦୀ ହୋଇ ତୁ ରହିବୁଯୁଗଯୁଗାନ୍ତରେ ମହାମୂର୍ଖ ହୋଇଥିବୁ ।ତାଙ୍କ ମୁଖୁଁ ଶୁଣିଣ ମୁଁ ସ୍ତବ୍ଧ ହୋଇଲିବହୁତ ବିନୟ ହୋଇ ତାହାଙ୍କୁ କହିଲି ।ପୁଣି ମୋ ବିନୟ ଭାବ ଯହୁଁ ସେ ଦେଖିଲେଅସୁର ଗୃହରେ ନିଶ୍ଚେ ରହିବୁ ବୋଇଲେ ।କୃଷ୍ଣ ଅବତାର ଧରି ବିଷ୍ଣୁ ଜାତ ହେବେଉଦ୍ଧାର ହୋଇବୁ ତୋତେ ମାରିବେ ସେ ଯେବେଏହିପରି ପୂରୁବରୁ ଶାପ ଅଛି ମୋତେଆନ ହସ୍ତେ ନ ମରିବି କହୁଅଛି ତୋତେ ।କୃଷ୍ଣ ଯେବେ ବିଷ୍ଣୁ ମୁହିଁ ତା ହସ୍ତେ ମରିବିପୂରୁବ ଶାପରୁ ଏବେ ପାର ହୋଇଯିବି ।ଯେବେ କୁବଳୟା ମଲା ଶୁଣିବୁ ହେ କଂସତେବେ ତୋର ଜୀବନର ଛାଡ଼ିବୁ ତୁ ଆଶ ।ଜାଣିବୁ ସାକ୍ଷାତେ କୃଷ୍ଣ ଅଟେ ନାରାୟଣବଞ୍ଚିବାକୁ ଇଚ୍ଛାକଲେ ପଶିବି ଶରଣ ।ଆହୁରି କଥାଏ ମୁହିଁ କହିବିରେ କଂସମୋ ସଙ୍ଗେ ସମାନକଲୁ ଯଶୋଦାର ଶିଷ୍ୟ ।ତୋରଲେଶେ ବୁଦ୍ଧିନାହିଁ ହୋଇଲୁ ତୁ ବାଇସିଂହ ସଙ୍ଗେ ଶୃଗାଳକୁ ସମ କଲୁ ତୁହି ।ଦେଖିଲି ବିଚାର ତୋର ଅଟେ ବଡ଼ ହୀନମଞ୍ଜାରୀ ଅଙ୍ଗରେ ମୂଷା କଲୁ ତୁ ସମାନ ।କୃଷ୍ଣ ସିନା ମୂଷାରେ ମୁଁ ଅଟଇ ମଞ୍ଜରୀମଣ୍ଡୁକର ସଙ୍ଗେ ସର୍ପ କଲୁ ସମସରି ।ମୁଁ ଅଟେ ସର୍ପମଣ୍ଡୁକ ଦେବକୀର ସୁତତାସଙ୍ଗେ ଲଢ଼ିଲେ ମୋତେ ନିନ୍ଦିବେ ଜଗତ ।କୃଷ୍ଣ ଅଟେ ଛାଗଳ ମୁଁ ଅଟେ ବାଘଛୁଆଅନେକ ସେ ଦେଖି ମୋତେ ହେବ ଅଚାବୁଆଗଜର ସଙ୍ଗେ ଗଜକୁ ଯେବେ ତୁ ଲଢ଼ାନ୍ତୁକୁବଳୟା ପରାକ୍ରମ ତେବେ ତୁ ଦେଖନ୍ତୁ ।ପୂର୍ବେ ତୁ ବୋଇଲ ମୋତେ ବାଳକକୁ ମାରଜାଣିଲି ମୁଁ କଂସ ତୋର ନାହିଁରେ ବିଚାର ।ମୁଁ କେମନ୍ତେ ସେ ବାଳକ ତନୟ ମାରିବିତାହାକୁ ମାରିଲେ ମୁହିଁ ପାତକୀ ହୋଇବି ।ବାଳକ ଶାପରୁ ମୁହିଁ ଗଜମୁର୍ଖ ହୋଇଅସୁର ଗୃହରେ ବନ୍ଦୀ ହୋଇଅଛି ମୁହିଁ ।ଏବେ ଯେବେ ବାଳକ ତୋ ବୋଲରେମାରିବିଆଉ କି ଜନମ ମୁହିଁ ସଂସାରେ ଲଭିବି ।କଂସ ଶୁଣି ବୋଇଲେରେ ଶୁଣ କୁବଳୟାଏତେବେଳେ କାହିଁପାଇଁ କହୁଅଛୁ ଏହା ।କୃଷ୍ଣଙ୍କୁ ବୋଇଲୁ ତୁରେ ବାଳୁତ ନନ୍ଦନସେ କୃଷ ଅଟଇ ମେରୁଗିରିର ସମାନ ।ତୁରେ କୁବଳୟା ସିନା ହସ୍ତୀ ନାମ ବହିତୋର ମନେ ବଳୀୟାର ହୋଇଅଛୁ ତୁହି ।ଯେବେ ତୁ ରାମକୃଷ୍ଣଙ୍କୁ ପାରିବୁରେ ମାରିଏ ମଥୁରାପୁରେ ତୁରେ ହେବୁ ଅଧିକାରୀ ।କୃଷ୍ଣ ମାଇଲେ ବାଳୁତ ହତ୍ୟା ହେବ ମୋରଅନ୍ତୁଡ଼ିଶାଳେ ପୁତନା ମାଇଲା ସେ ମୋର ।ତାହାକୁ ଅବଳା ବଧ କିମ୍ପା ନ ଲାଗିଲାତାଠାରେ କିମ୍ପାଇଁ ଦୟା ତିଳେ ସେ ନ କଲା ।ମୁଁ ତୋତେ ଅଷ୍ଟରତ୍ନରେ କରିବି ଜଡ଼ିତମଧୁପୁରେ ତୋ ସମ୍ମାନ ବଢ଼ିବ ବହୁତ ।ସ୍ୱର୍ଗକୁ ନେଇଣ ଇନ୍ଦ୍ରପଦେ ବସାଇବିଇନ୍ଦ୍ରସମ୍ପଦ ତୋତେ ମୁଁ ଭୋଗ କରାଇବି ।ରାଜା ବାକ୍ୟେ କୁବଳୟା ବୋଇଲେ ବଚନବନେ ରହି ଡାଳପତ୍ର କରେ ମୁଁ ଭୋଜନ ।ଇନ୍ଦ୍ରଭୋଗରେ ମୋହର କାର୍ଯ୍ୟ ନାହିଁ ସେତେଆମ୍ଭଙ୍କୁ ନୃପତିମାନେ ରଖାନ୍ତି ବନସ୍ତେ ।ବଳେ ରାଜାମାନେ ଅଷ୍ଟରତ୍ନରେ ଜଡ଼ାନ୍ତିବଳେ ପୀଠପରେ ଶେଜ ଶୁପାତି ଜପାନ୍ତି ।ଘଣ୍ଟା ଘାଗୁଡ଼ି ସେ ବେଳେ କରନ୍ତି ଭୂଷଣନାନା ପୁଷ୍ପେ ପୁଣି ଅଙ୍ଗ କରନ୍ତି ମଣ୍ଡନ ।ଆମ୍ଭ ଘେନି ରାଜପୁର ସୁନ୍ଦର ଦିଶଇଆମ୍ଭେ ଯହିଁ ଥିବୁ ଲକ୍ଷ୍ମୀ ତହିଁ ଥାନ୍ତି ରହି ।ଆମ୍ଭଙ୍କୁ ଅଛନ୍ତି ଲକ୍ଷ୍ମୀ ବେନିହସ୍ତେ ଧରିସେହି ଲକ୍ଷ୍ମୀ ଅଟନ୍ତି ଯେ ବିଷ୍ଣୁ ମନୋହାରୀ ।ବଳେ ସୁରେନ୍ଦ୍ର ଆମ୍ଭଙ୍କୁ କରିଛି ବାହନତୁ ବୋଲୁଛୁ ତୋତେ ଦେବି ମୁଁ ଅଷ୍ଟରତନଜାଣିଲି ମୁଁ ତୋତେ ଆଉ ବୁଦ୍ଧି ନ ଦିଶଇଆରେ କଂସ ମୂର୍ଖପଣ କରୁ କାହିଁପାଇଁ ।ଦେବକୀର ଷଡ଼ପୁତ୍ର ବିନାଶ ତୁ କଲୁଶିଶୁହତ୍ୟା ମହାପାପ ମନେ ନ ଭାବିଲୁ ।ସୋଦର ଭଣଜା ତୋର ଅଟେ ବନମାଳୀଭିଣୋଇ ଭଗ୍ନୀଙ୍କ ପାଦେ ଦେଇଛୁ ଶାଙ୍କୋଳୀଏବେ ବୋଲୁଅଛୁ ରାମକୃଷ୍ଣଙ୍କୁ ତୁ ମାରସମଦୋଷୀ କରି ଲୋଡ଼ ମୋତେ ତୁ ସଙ୍ଗର ।ତୋର ବୋଲ ନ କରିବି ଯେବେ ଦଣ୍ଡଧାରୀତେବେ ମୁଁ ନିଶ୍ଚୟ ତୋର ହୋଇବି ବଇରୀ ।ତୋ ଅନ୍ନେ ପାଳିତ ହୋଇ ନକଲେ ତୋକାର୍ଯ୍ୟଅବଶ୍ୟ ସଂସାର ମୁଖେ ପାଇବି ମୁଁ ଲାଜ ।ମୋତେ ତୁ କି ରାଜା ଆଉ ରଖିବୁ ଏପୁରେତୋହର ଆଦେଶେ ମୋତେ ମାରିବେ ଅସୁରେଅସୁରଙ୍କ ହସ୍ତେ ମରି ଅଗତି ଲଭିବିବାଳକ ଶାପରୁ ଆଉ ଉଦ୍ଧାର ନୋହିବି ।କୃଷ୍ଣରୂପେ ବିଷ୍ଣୁ ଯେବେ ହୋଇଛନ୍ତି ଜାତତାଙ୍କ ହସ୍ତେ ମଲେ ହେବି ବୈକୁଣ୍ଠ ପ୍ରାପତ ।ଯେବେ ସେହି ନାରାୟଣ ନୋହିଥିବେ କଂସଏହିକ୍ଷଣି ତା ଜୀବନ କରିବଇଁ ନାଶ ।ଏତେ କହି କୁବଳୟା କରଇ ଗର୍ଜନତାହାର ଗର୍ଜନେ ପୃଥ୍ୱୀ କମ୍ପେ ଘନଘନ ।ବୋଇଲେରେ କଂସ ଆଜ ମୁଁ ତୋର ବଇରୀମାରିବି ଅବଶ୍ୟ କରିଅଛି ସତ୍ୟକରି ।ନତୁବା ସେ ଯେବେ ହୋଇଥାଏ ନାରାୟଣତାରି ପାଦପଦ୍ମେ ଯାଇ ପଶ ତୁ ଶରଣ ।ଏତେ କହି କୁବଳୟା ତହୁଁ ଚଳିଗଲାପ୍ରଥମ ଦ୍ୱାରରେ ଯାଇ ପ୍ରବିଷ୍ଟ ହୋଇଲା ।ଆଷାଢ଼ ମେଘକୁ ଜିଣି ଗର୍ଜନ କରଇମଥୁରାର ନରନାରୀ ଚିହ୍ନି ସେ ଛାଡ଼ଇ ।ପୁଣି ମୁଷ୍ଟିକ ଚାଣୁର ବୀରଙ୍କୁ ହକାରିଶାଢ଼ୀ ସୁନାବଳା ଦେଇ କହେ ଦଣ୍ଡଧାରୀ ।ବୋଇଲା ରଙ୍ଗସଭାର ତଳେ ବସିଥିବରାମକୃଷ୍ଣ ବେନିଭାଇ ଦେଖିଲେ ମାରିବ ।ବାହୁବଳେ ତୁମ୍ଭେ ସ୍ୱର୍ଗପୁରକୁ ଜିଣିଲତୁମ୍ଭଙ୍କୁ ଦେଖିଲେ ଭୟେ କମ୍ପେ ସୁନାଶୀର ।ଏ କୃଷ୍ଣ ତୁମ୍ଭର ପାଶେ କିଞ୍ଚିତ ଅଟଇଉପ୍ରୋଧ ନକରି ନାଶ କର ବେନିଭାଇ ।ବାଳୁତ ପୁଅ ସେ ଗୋପପୁରେ ରହିଥାଇଁମାଲ ବିନ୍ଧାଣ ସମର ଜାଣିବେ ସେ କାହିଁ ।ଯେମନ୍ତେ ମରନ୍ତି ସେହୁ ସେହିପରି ମାରଉପରୋଧ ଛାଡ଼ି ତାଙ୍କୁ ଦୟା ଯେ ନ କର ।ଏମନ୍ତ ସମୟ ଆମ୍ଭେ ପାଇବା ହୋ କାହୁଁପାଶକୁ ଆସିଅଛନ୍ତି ନ ଛାଡ଼ିବା ଆଉ ।ରଙ୍ଗସଭା ମଧ୍ୟେ ତୁମ୍ଭେ ବସିଥିବ ମାଲେମାରିବ ରାମକୃଷ୍ଣଙ୍କୁ କଳେ କଉଶଳେ ।ପୁଣି ବୋଲଇ ତୁମ୍ଭେରେ ସ୍ୱର୍ଗପୁରେ ଗଲମୋ ପୃଷ୍ଠ ରକ୍ଷକ ହୋଇ ଇନ୍ଦ୍ରକୁ ଜିଣିଲ ।ତୁମ୍ଭଙ୍କୁ ଘେନିଣ ମୁହିଁ ଦିଗବିଜେ କାଳେପୃଥିବୀ ସାଧିଲି ସିନା ତୁମ୍ଭ ଭୁଜବଳେ ।ତୁମ୍ଭ ବାହୁବଳରେ ମୁଁ ହୋଇଲି ରାଜନତୁମ୍ଭବଳେ ଏକଛତ୍ର କଲି ତ୍ରିଭୁବନ ।ତୁମ୍ଭେ ଥିଲେ ଜିଣିବାକୁ ମୋତେ କେହି ନାହିଏବେ ରାମକୃଷ୍ଣଙ୍କୁରେ ବେଗେ ମାର ଯାଇ ।ଶୁଣି ଚାଣୁର ମୁଷ୍ଟିକ ହେଲେ ଆଗୁସାରଆମ୍ଭେ ଥାଉଁ କାହାକୁ ହୋ ତୁମ୍ଭେ ଭୟକର ।କିମ୍ପାଇଁ ଗୋପକୁ ଆଗ ନ ପେଶିଲୁ ରାୟେଏ ମଧୁପୁରେ ମାରିବୁ ଦେବକୀର ପୋଏ ।ଆମ୍ଭର ସମାନ ସେ କି ହୋଇବ ରାଜନତୁ କି ଦେଖିନାହୁଁ ଆମ୍ଭ ବଳବୀର୍ଯ୍ୟ ପଣ ।କ୍ଷଣକେ ପାତାଳ ମର୍ତ୍ତ୍ୟ ସ୍ୱର୍ଗପାରୁ ଦହିକେ ଅବା ରାମକୃଷ୍ଣଙ୍କୁ ଗଣନା କରଇ ।ଏଥିପାଇଁ ଭୟ ତୋର ହୃଦେ ନିରନ୍ତରଆଜି ପେଶିବୁ ଦେବକୀ ସୁତ ଯମପୁର ।ଏମନ୍ତ ବୋଲି ବହୁତ ପ୍ରତିଜ୍ଞା ସେ କଲେଦେଖି ରଙ୍ଗ ସଭା ଜନେ ସ୍ତବଧ ହୋଇଲେ ।ରାଜା ଉଗ୍ରସେନ ଏହି ସମୟ ଆସିଲାକଂସ ଥିବାଠାରେ ଯାଇ ପ୍ରବେଶ ହୋଇଲା ।ଦେଖିଣ ଉଗ୍ରସେନକୁ କହଇ ରାଜନସିଂହଦ୍ୱାରେ କୁବଳୟା ଆବୋରିଲା ଜାଣ ।ଚାଣୁର ମୁଷ୍ଟିକ ବେନି କହିଛି ହକାରିବେନି ମାଲ ଥିବେ ରଙ୍ଗସଭାକୁ ଆବୋରି ।ଶୁଣନ୍ତେ ଉଗ୍ରସେନର ମନକୁ ଅଇଲାଯାଅ ଚାଣୁର ମୁଷ୍ଟିକ ବୋଲି ସେ ବୋଇଲା ।ରାଜାର ଆଜ୍ଞାକୁ କେଭେ ନ କରିବ ଆନରାମକୃଷ୍ଣ ବେନିଙ୍କିରେ ନ ମଣିବ ସାନ ।ଶୁଣି ଚାଣୁର ମୁଷ୍ଟିକ ଉଠି ବେଗେ ଯାଇରାଜାପାଦେ ପଡ଼ି ରଙ୍ଗସଭାକୁ ସେ ଚାହିଁ ।ଦେଖି କଂସରାଜା ଶାଢ଼ୀ ସୁନାବଳା ଦେଲାଅଷ୍ଟରତନେ ତାହାଙ୍କ ଅଙ୍ଗ ଜଡ଼ାଇଲା ।ଚନ୍ଦନ ଲେପନ ଅଙ୍ଗେ ପୁଷ୍ପମାଳା ଦେଲାଅଙ୍ଗରେ ବୁଲାଇ ହସ୍ତ ଶିରେ ଚୁମ୍ବଦେଲା ।ସୁଦାମ ତୁଲ୍ୟରେ ତୁମ୍ଭେ ଅଟ ମୋର ଭାଇତୁମ୍ଭ ଭରସାରେ ମଧୁପୁର ମୁଁ ଭୋଗଇ ।ଯେବେ ରାମକୃଷ୍ଣ ଆଜି ପାରିବାରେ ମାରିତୁମ୍ଭେ କରିବରେ ଭୋଗ ଅଧେ ମଧୁପୁରୀ ।କଂସ ମୁଖୁଁ ଶୁଣି ମାଲେ ନିଶେଦେଲେ ହସ୍ତଆଜି ଦେଖିବୁ ସେ ଆମ୍ଭେ କେଡ଼େ ବଳବନ୍ତ ।ଏତେବୋଲି ରଙ୍ଗସଭା ତଳରେ ବସିଲେବିଚାରନ୍ତି କୃଷ୍ଣ କିମ୍ପା ବିଳମ୍ବ କରିଲେ ।ଦିଶନ୍ତି ସେ କାଳଦେବ ପ୍ରାୟେ ବେନି ମାଲେଅରୁଣ ଉଦୟେ ନୀଳ ମେଘ କି ଘୋଟିଲେ ।ଯେତେ ମଧୁନରନାରୀ ଦେଖିଣ ଆସନ୍ତିମାଲଙ୍କୁ ଦେଖିଣ ଭୟେ କିଛି ନ କହନ୍ତି ।ପୁଣି କଂସ କହେ ଉଗ୍ରସେନ ମୁଖ ଚାହିଁଦେବକୀ ବସୁଦେବଙ୍କୁ ବେଗେ ଆଣ ଯାଇ ।ଦେଖନ୍ତୁ ସେ ପୁତ୍ର ରାମକୃଷ୍ଣଙ୍କ ମରଣଅଷ୍ଟମଗର୍ଭ ତାଙ୍କର ହୋଇବ ସମ୍ପୂର୍ଣ୍ଣ ।ଗୋପପୁରେ ବାସୁଦେବ ଚୋରାଇ ରଖିଲାଏବେ ଆସି ତାଙ୍କ ସୁଖ ଦେଖ ସେ ବୋଇଲାଖଣ୍ଡା ଫରି ଧରି କଂସ କ୍ରୋଧେ ଝମକାଇମନେ ମନେ ଉଗ୍ରସେନ ଦେଖିଣ ହସଇ ।ଚାରମାନଙ୍କୁ ରାଇ ସେ ବୋଲଇ ବଚନଆଣରେ ଦେବକୀ ବସୁଦେବଙ୍କୁ ବହନ ।ଆଗେ ପଛେ ରହିଥିବ ତୁମ୍ଭେ ଚାରଗଣେବସାଇବ ଆଣି ରଙ୍ଗସଭାରେ ଯତନେ ।ଆଜ୍ଞାପାଇ ତତକାଳେ ଗଲେ ଚାରଗଣେଯହିଁଛନ୍ତି ବସୁଦେବ ଦେବକୀ ବନ୍ଧନେ ।ଦ୍ୱାରୀମାନଙ୍କୁ ସେ ଯାଇ କହନ୍ତି ବଚନଫିଟାଅ ଦେବକୀ ବସୁଦେବଙ୍କ ବନ୍ଧନ ।କଂସ ଆଜ୍ଞା ଦେଇଅଛି ସଭାକୁ ଯେ ଯିବେତା ଆଜ୍ଞାରେ ଯାଇଛନ୍ତି ସକଳ ଯାଦବେ ।ଆଜି ରଙ୍ଗସଭା ସାଜି ଅଛନ୍ତି ରାଜନଆଜି ଶ୍ରୀକୃଷ୍ଣ କରିବେ କଂସକୁ ଦର୍ଶନ ।ରଙ୍ଗସଭାରେ ଦେବକୀ ବସୁଦେବ ଥିବେଅଷ୍ଟମଗର୍ଭ ତାଙ୍କର ପୁରିବା ଦେଖିବେ ।ମରିବେ ଶ୍ରୀକୃଷ୍ଣ ରାମ ଯିବେ ଯମପୁରଏହି ପରି ଆଜ୍ଞା ଦେଇଛନ୍ତି କଂସାସୁର ।ଚରଙ୍କ ବଚନେ ଦ୍ୱାରୀ କବାଟ ଫିଟାଇକହିଲେ ଦେବକୀ ବସୁଦେବ ଆଗେ ଯାଇ ।ବୋଇଲେ ରାଜାର ଆଜ୍ଞା ଚାଲ ବେଗହୋଇତୁମ୍ଭଙ୍କୁ ନେବାକୁ ଚରେ ଦ୍ୱାରେଛନ୍ତି ରହି ।ଶୁଣିଣ ଦେବକୀ ତହୁଁ ବାହାରି ବହନଦେଖି ପଚାରନ୍ତି ଚାରମାନଙ୍କୁ ବଚନ ।କାହିଁପାଇଁ କଂସରାଜା ଡକାଇଛି ଏବେକହ ଆରେ ଚାରମାନେ ଶୁଣିଅଛି ଯେବେ ।ଦୂତେ ବୋଇଲେ ଆମ୍ଭେ ତ କିଛି ଶୁଣିନାହୁଁମିଛକଥା ତୁମ୍ଭ ଆଗେ କହିବୁ ଗୋ କାହୁଁ ।ବସୁଦେବକୁ ଦେବକୀ ଏହା ଶୁଣି କହିମୋ ବାମ ନୟନ ନାଥ କିମ୍ପାଇଁ ସ୍ଫୁରଇ ।ଦେବକୀକି ବସୁଦେବ କହନ୍ତି ବଚନଗତ ନିଶିରେ ସଖୀ ମୁଁ ଦେଖିଲି ସ୍ୱପନ ।ଶ୍ୱେତ ହସ୍ତୀପରେ ଉଗ୍ରସେନ ବସିଛନ୍ତିଶ୍ୱେତ ପୁଷ୍ପମାଳା ଗଳା ଶୋଭା ବଢ଼ାଉଛି ।ଶ୍ରୀଅଙ୍ଗେ ଶ୍ୱେତ ଚନ୍ଦନ ହୋଇଅଛି ବୋଳିଶ୍ୱେତ ଚାମର ପଡ଼ଇ ତାଙ୍କର ମଉଳି ।ଆଗରେ ଜୟ ଶଙ୍ଖ ଗୋ ବାଜେ ଘନଘନପୂର୍ବ ଦିଗକୁ ସେ କରୁଅଛନ୍ତି ଗମନ ।ରାମକୃଷ୍ଣ ବେନିଭାଇ ବେନିପାଶେ ଛନ୍ତିଗୋପାଳେ ଉନ୍ମତ୍ତେ ନାନାରଙ୍ଗରେ ନାଚନ୍ତି ।ଆଗେ ବାଜେ ନାନାବାଦ୍ୟ ମଙ୍ଗଳ ମହୁରୀସୁବର୍ଣ୍ଣର ଝରି ଘେନି ଚଳଇ ପ୍ରହରୀ ।ଶ୍ୱେତ ପାଟଛତ୍ର ଶିରଉପରେ ଉଡ଼ଇମଣିମା ମଣିମା ବୋଲି ଖୁଣ୍ଟିଆ ଡାକଇ ।ରାମକୃଷ୍ଣ ହରିଲେ ଯେ କଂସର ଜୀବନତେଣୁକରି ଉଗ୍ରସେନ ହୋଇଲେ ରାଜନ ।ଆମ୍ଭ ବେନି ଚରଣୁ ଗୋ ଫିଟିଲା ଶାଙ୍କୋଳୀଏମନ୍ତ ସମୟେ ମୁଁ ଯେ ସଚେତ ହୋଇଲି ।ଏତେ କହି ପତିପତ୍ନୀ ଉଠି ଧୀରେ ଧୀରେଚଳନ୍ତି ମଥୁରାଦାଣ୍ଡେ ଦୁଃଖିତ ଚିତ୍ତରେ ।ବ୍ରହ୍ମାଣ୍ଡନାଥର ପିତାମାତା ଯେ ଅଟନ୍ତିପ୍ରହରୀ ବେଷ୍ଟିତ ହୋଇ ସେ ଶୁଣି ଚଳନ୍ତି ।ଯାହାକୁ ଦେଖିଲେ ବ୍ରହ୍ମା କରଇ ଭକତିସୁରଗଣ ସହ ସ୍ତବ କରେ ଶଚୀପତି ।ସେ ପୁଣ୍ୟଜନଙ୍କୁ କଂସ ଦିଅଇ କଷଣଧନ୍ୟ ଧନ୍ୟ ବିଧାତା ହୋ ତୋହର ଲିଖନ ।ରଙ୍ଗସଭା ତଳେ ଯାଇ ହୋଇଲେ ପ୍ରବେଶଜଗତୀ ଉପରେ ଥାଇ ଦେଖେ ରାଜା କଂସ ।ବସିଅଛି ଉଗ୍ରସେନ ରାଜା ମୁଖ ପୋତିହାହାକାର କରୁଛନ୍ତି ମଥୁରା ଯୁବତୀ ।କେହୁ ବୋଲଇ ଦେଖ ଗୋ ଦେବକୀ କଷଣରାମକୃଷ୍ଣଙ୍କର ଏବେ ଦେଖିବେ ମରଣ ।ଦେବକୀର କଷ୍ଟମାନ କହି ଗୋ ନୁହଇଧନ୍ୟ ଏ ଦେବକୀ କେତେ କଷ୍ଟ ଅଛି ସହି ।ବେନି ଚରଣେ ଶାଙ୍କୋଳୀ ପୁଣି ପୁତ୍ର କଷ୍ଟଦେବକୀର ଦୁଃଖ ସବୁ ଦୁଃଖରୁ ଗରିଷ୍ଠ ।ନାରୀହୋଇ ଜନମ ଗୋ ଯେ ଅବା ଲଭିବଦେବକୀର ଲଗ୍ନେ କେଭେ ଜନମ ନୋହିବ ।ଏହାର କଷଣ ସଖୀ ନ ପଡୁ କାହାକୁଦେଖ ରାମକୃଷ୍ଣ କଂସ ଆଣେ ମାରିବାକୁ ।ନିଶ୍ଚୟ ଆଜି ତାହାକୁ ମାରିବ ଏ କଂସଦେଖିବେ ଦେବକୀ ବସୁଦେବ ପୁତ୍ର ନାଶ ।ମଧୁ ନରନାରୀମାନେ ବିକଳ ହୁଅନ୍ତିସେମାନଙ୍କ କଥା ଶୁଣି ଦେବକୀ ଭାବନ୍ତି ।ବିଚାରିଲେ କଂସ ଆଜି କୃଷ୍ଣଙ୍କୁ ମାରିବଆମ୍ଭଙ୍କୁ ଡକାଇଅଛି ତାହା ଦେଖାଇବ ।କଂସକୁ ଚାହିଁ ଦେବକୀ ବୋଲନ୍ତି ବଚନତୁ ମୋର କନିଷ୍ଠ ଭାଇ ଶୁଣରେ ରାଜନ ।ଅଷ୍ଟଗର୍ଭ ନାଶକଲୁ ନ କହିଲୁ କିଛିନ ମାର କୃଷ୍ଣଙ୍କୁ ଏବେ ପାଦେ ମୁଁ ପଡୁଛି ।ତାର ମୁଖ ଦେଖି ସର୍ବ ଦୁଃଖ ପାଶୋରିବିତୋ ପାଦେ ତାକୁ ଦାସ ରୂପେ ଖଟାଇବି ।ସୋଦର ଭଣଜା ସେ ରେ ଅଟଇ ତୋହରପାଦେ ପଡୁଅଛି ମୋତେ ପୁତ୍ର ଦାନକର ।ତୋର ପାଦେ ସେବାକରି ତୋରପାଶେ ଥିବତୁ ଯହିଁକି ପେଶିବୁରେ ତହିଁକି ସେ ଯିବ ।ତୋର କହିଲା କଥାକୁ ନ କରିବ ଆନତାକୁ ଧରି ତୋର ପାଦେ ପଶିବି ଶରଣ ।ନ ମାର ତାହାକୁ ଭାଇ ମୋ ବିନୟ ଘେନତୋର ଦୋଷ କରି ନାହିଁ ବାଳୁତ ନନ୍ଦନ ।ଏତେ ବୋଲି କଂସ ପାଦେ ଦେବକୀ ପଡ଼ିଲେପୁଣି ଉଠି ବେନିକର ଯୋଡ଼ି ଉଭାହେଲେ ।ମାୟାବେଶ ବସୁଦେବ ନ ପାରିଲା ଜାଣିପ୍ରତ୍ୟକ୍ଷ ନୟନେ ଦେଖ ଦେଖ ଚକ୍ରପାଣି ।ବୋଲେ ବସୁଦେବ ଶୁଣ ହେ କଂସ ରାଜନମୁଁ ଜ୍ୟେଷ୍ଠ ଭିଣୋଇ ଦିଅ ମୋତେ ପୁତ୍ରଦାନବୃଦ୍ଧକାଳେ ଆଉ ମୋତେ ନ ଦିଅ ତୁ କଷ୍ଟଏ ପୁତ୍ରକୁ ଦେଇ ମୋର ମନ କର ତୁଷ୍ଟ ।ଏତେବୋଲି ବସୁଦେବ ପଡ଼େ ପାଦତଳେସାଧୁଲୋକମାନେ ଦେଖି କୁହାକୁହି ହେଲେ ।ଏ ବଡ଼ ଅନ୍ୟାୟ ଜ୍ୟେଷ୍ଠ ଭଉଣୀ ଭିଣୋଇଦେଖ କଂସ ପାଦ ତଳେ ପଡ଼ିଛନ୍ତି ସେହି ।ଜ୍ୟେଷ୍ଠ ହୋଇ କନିଷ୍ଠକୁ ଯେବେ ନ ଡରଇବଡ଼ହୋଇ ଯେବେ ସାନ ପାଦରେ ପଡ଼ଇ ।କଂସପକ୍ଷେ ବସୁଦେବ ସ୍ୱଂୟ ନାରାୟଣଦେଖ ସେ ଧରିଅଛନ୍ତି କଂସର ଚରଣ ।କଂସର ଜ୍ୟେଷ୍ଠ ଭଗିନୀ ଦେବକୀ ଅଟଇଇନ୍ଦୁମତୀ ସମାନ ସେ କଂସ ପକ୍ଷେ ହୋଇ ।ଦେଖ ସେ କଂସର ପାଦତଳେ ପଡ଼ିଅଛିଉଠ ବୋଲି ପଦେମାତ୍ର କଂସ ନ କହୁଛି ।ଏଡ଼େ ନିଷ୍ଠୁର ହୃଦୟ ଏହାର ଅଟଇନିଶ୍ଚୟ ଏହାକୁ ଏବେ ଛାଡ଼ିଲାଣି ବିହି ।ଏ କଂସକୁ ଆଜି ନିଶ୍ଚେ ଶ୍ରୀକୃଷ୍ଣ ମାରିବେଏଡ଼େ ଅନ୍ୟାୟ କିପରି ବିଧାତା ସହିବେ ।ଏତେବୋଲି ନରନାରୀ ହୁଅନ୍ତି ବିକଳପଡ଼ିଅଛି ବସୁଦେବ କଂସ ପାଦତଳ ।ଦେଖିଙ୍କସ କ୍ରୋଧଭର ହୋଇଣ ବୋଲଇବେନି ନୟନ ତରାଟି ନିଶକୁ ମୋଡ଼ଇ ।ଖଣ୍ଡା ଝମକାଏ କଂସ ମହା କ୍ରୋଧଭରେବସୁଦେବ ମୁଖ ଚାହିଁ ବୋଲଇ ଉଚ୍ଚରେ ।ଆରେ ଆରେ ବସୁଦେବ ଶୁଣ ମୋ ବଚନଗୋପରେ ଲୁଚାଇ ରଖୁଥିଲୁ ତୁ ନନ୍ଦନ ।ତୁ ଏବେ ତାହାର ମୃତ୍ୟୁ ସ୍ୱଚକ୍ଷୁରେ ଦେଖପୁଣି କହେ କ୍ରୋଧେ ଚାହିଁ ଦେବକୀର ମୁଖ ।ବୋଇଲା ଦେବକୀ ମୋର ଭଗିନୀ ତୁ ହୋଇମୋର ମୃତ୍ୟୁ ଦେଖିବାକୁ ଅଛୁ ବାଟ ଚାହିଁ ।ନାନାରୂପେ ତୋର ପାଦେ ପଡ଼ି ମୁଁ କହିଲିଅଷ୍ଟମଗର୍ଭୁ ମୋହର ବଇରୀ ବୋଇଲି ।ତାହା ନ ମାନି ଗୋପରେ ଲୁଚାଇଲୁ ନେଇଦେଖିବାକୁ ଗଲେ ଯେତେ ମାଇଲା ସେ ତହିଁ ।ଆଗହୁଁ ଦେବକୀ ଯେବେ ଜାଣିଥାନ୍ତା ତାହାକିମ୍ପାଇଁ ନନ୍ଦ ଯଶୋଦା ହୋଇଥାନ୍ତେ ସାହା ।ଗୋପରୁ ଡକାଇ ସଙ୍ଗେ ରଖିଥାନ୍ତି ତେ ।ରବେନିଚରଣେ ଶାଙ୍କୋଳୀ ପିନ୍ଧାଇ ତାଙ୍କର ।ତୁ ଦେବକୀ ଭାଇ ବୋଲି ଉପ୍ରୋଧ ନ କଲୁବନ୍ଦୀଘରେ ଥାଇ ମୋର ମରଣ ପାଞ୍ଚିଲୁ ।ଏବେ ବୋଲୁଅଛୁ ମୋର ପୁତ୍ରକୁ ତୁ ରଖକାଲି ମାଇଲା ତୋ ପୁତ୍ର ମୋହର ରଜକ ।ମୋହର ଧନୁକୁ ପୁଣି ବେନି ଖଣ୍ଡ କଲାହାଟବାଟ ଦାଣ୍ଡ ଘାଟ ସବୁ ଜୁର କଲା ।କେଉଁ ମୁଖେ କହୁଛୁ ତୁ ମୋ ପୁତ୍ର ନ ମାରଭଗିନୀ ପୁତ୍ରକୁ ମାରି ଅଧର୍ମ ନ କର ।ତୋର ଭଉଣୀ ପୁତନା ଦେଖିବାକୁ ଗଲାଅନ୍ତୁଡ଼ିଶାଳେ ତୋ ପୁତ୍ର ତାହାକୁ ମାଇଲା ।ମାଉସୀ ବୋଲି ସେ ତାକୁ ଉପ୍ରୋଧ ନ କଲାମୋଠାରେ ଜନମକାଳୁ ବଇରୀ ହୋଇଲା ।ଷଣ୍ଢା ବକା ଅଘା ଆଦି ଯେତେ ଦେଖିଗଲେତୋର ହେତୁରୁ ମୋର ଫେରି ସେ ନଇଲେ ।ତୋ ପୁତ୍ର ମାଇଲା ତାଙ୍କୁ ବଂଶ ଯିବ ନାଶକେମନ୍ତେ ତୋତେ ମୁଁ ଆଉ କରିବି ବିଶ୍ୱାସ ।କିଛି ନ କହିଣ କିମ୍ବା ରହୁ ତୁନି ହୋଇଆଜି ଯମପୁରେ ତାକୁ ପଠାଇବି ମୁହିଁ ।ଦେଖ ତୁ ଆଜି ତୋହର ପୁତ୍ରର ମରଣଆଜ ଦେଖିଥାଉ କୃଷ୍ଣରୂପ ତୋ ନୟନ ।ତାଙ୍କ ଷଡ଼ଭାଇଙ୍କି ଲୋ ସେ ଦେଖିବେ ଯାଇରହିବେ ସକଳ ଭାଇ ଏକଠାବ ହୋଇ ।ତୋର ଦୁଃଖମାନ ସବୁ ଭାଇଙ୍କି କହିବକେତେକ ଦିନ ଅନ୍ତରେ ତୁମ୍ଭେ ପୁଣି ଯିବ ।ଆଜହୁଁ ଅଷ୍ଟମଗର୍ଭ ହୋଇବ ସମ୍ପୂର୍ଣ୍ଣଆଜ ମୋତେ କିଛି ତୁ ଲୋ ନ କହ ବଚନ ।କପାଳେ ଦଇବ ତୋର ଏହି ଅଛି ଲେଖିପୁତ୍ର ତୁ ଲୋଡ଼ିଲେ କାହୁଁ ପାଇବୁ ଦେବକୀ ।ପୁଣି ବସୁଦେବ ମନେ କରନ୍ତି ବିଚାରଯେତେ ରୂପେ ବୁଝାଇଲେ ନ ବୁଝେ ଅସୁର ।ବିଧାତା ବିପକ୍ଷ ଆସି ହୁଅଇ ଯାହାକୁଭଲ କଥାମାନ ମନ୍ଦ ଦିଶଇ ତାହାକୁ ।ବିଚାରିଣ ବସୁଦେବ ହୋଇଲେ ମଉନକିଛି ନ କହି ଦେବକୀ ଭାଳେ ମନେ ମନ ।ଭୂମିକି ଅନାଇ ଦେବୀ କାନ୍ଦଇ ବିକଳେଅନୁକ୍ଷଣେ ପୁତ୍ର ଚିନ୍ତାନଳେ ହୃଦଜଳେ ।