ଚିତ୍ତବୋଧ ବା ଚିତ୍ତବିନୋଦ (ଦ୍ୱିତୀୟ ଭାଗ)
ଅଚ୍ୟୁତାନନ୍ଦ ଦାସ · ଭାଗ ୩ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ମଥୁରା ଦାଣ୍ଡରେ ଶ୍ରୀକୃଷ୍ଣଙ୍କର ଗମନ ରଜକ ବିନାଶ,
ଭାବବତୀ ପୁତ୍ରକୁ ଜୀବଦାନ
ପରୀକ୍ଷ କହନ୍ତି ଶୁଣ ଆହେ ବ୍ରହ୍ମପତିମଥୁରାକୁ ଯାଇ କୃଷ୍ଣ କଲେ କେଉଁ ରୀତି ।ଶୁଣ ଶୁକ ମୁନିବର କହନ୍ତି ବଚନଭାଗବତ ବାଣୀ ହରିବଂଶ ଏ ପୁରାଣ ।ଶ୍ରୀକୃଷ୍ଣ କହନ୍ତି ବୃଦ୍ଧ ଗୋପାଳମାନଙ୍କୁନନ୍ଦ ସଙ୍ଗେ ଯିବ ତୁମ୍ଭେ ମଥୁରାପୁରକୁ ।ମଧୁପୁର ଯାଇଁ ଆମ୍ଭେ ଏକ୍ଷଣି ଦେଖିବୁଗୋପାଳଙ୍କ ସଙ୍ଗେ ଆମ୍ଭେ ଏକ୍ଷଣି ଫେରିବୁ ।ଏତେ ବୋଲି ଗୋପାଳଙ୍କୁ କୃଷ୍ଣ ସଙ୍ଗେ ଧରିଧୀରେ ଧୀରେ କଲେବିଜେ ଦେବ ଦଇତ୍ୟାରୀବାଜଣା ବଜାନ୍ତି ନାନା ରଙ୍ଗେ ଆନନ୍ଦରେମତ୍ତଭରେ ନାଚି ବଂଶୀ ବଜାନ୍ତି ସୁସ୍ୱରେ ।ରଙ୍ଗଗଜା ଡାଳ ସେହୁଶିରେ ଖୋସିଛନ୍ତିହରି ହରି ବୋଲି ସେହୁ ଆନନ୍ଦେ ନାଚନ୍ତି ।ରାମତାଳି ସଙ୍ଗେ ଶଙ୍ଗା ବୀର ତୂରୀ ନାଦବୀଣା ରବ କାହାଳୀରେ ହୁଏ ସିଂହନାଦ ।କରତାଳି ବଜାନ୍ତି ସେ ଶୁଭେ କିଣି କିଣିବାଦ୍ୟର ଶବଦେ କମ୍ପୁଅଛି ପୁର ତିନି ।ଆନନ୍ଦେ ମଥୁରା ଦାଣ୍ଡେ କରନ୍ତି ଗମନନୂପୁର ଶବଦ କମ୍ପେ ମଥୁରା ଭୁବନ ।କଟିରେ କିଙ୍କିଣୀ ତହିଁ ମଧୁରେ ବାଜଇକୃଷ୍ଣ ମନ୍ଦହାସ ମଧୁପୁରକୁ ମୋହଇ ।ନୃସିଂହ ରୂପକୁ ସେହି ରାମ ଛନ୍ତି ଧରିସେ ନୃସିଂହ ରୂପ ଦେଖି କମ୍ପେ ବସୁନ୍ଧରୀ ।ମଧୁପୁର ଦେଖି କୃଷ୍ଣ କହନ୍ତିରେ କଂସଭୋଗକରି ନ ପାରିଲୁ ବୃଥା ଗଲୁ ନାଶ ।ଏ ମଧୁପୁରକୁ ତୁହି ନୋହୁ ଆରେ ଯୋଗ୍ୟଏ ପୁର କରିବ ଆରେ ଉଗ୍ରସେନ ଭୋଗ ।ଏମନ୍ତ ବିଚାରି କୃଷ୍ଣ କଲେ ନୃତ୍ୟଗୀତନଗରର ନାରୀମାନେ ଧାଇଁଲେ ସମସ୍ତ ।ରୁଣ୍ଡ ହୋଇକରି ଦେଖୁଛନ୍ତି ସର୍ବ ନାରୀକେ ବୋଲଇ ବେଗେ ଚାଲ ଦେଖିବା ଶ୍ରୀହରିଏହି ସମୟେ ରଜକ ରାଜାର ବସନଭାରବହି ରାଜଦାଣ୍ଡେ କରଇ ଗମନ ।ରଜକକୁ ଦେଖି କୃଷ୍ଣ ମନେ ବିଚାରିଲେକାହାର ବସନ ଏହୁ ନେଉଛୁ ବୋଇଲେ ।ତାକୁ ଦେଖି କୃଷ୍ଣ ଡାକଦ୍ୟନ୍ତି ଆସବୋଲିନଶୁଣି ରଜକ ସୁଖେ ଯାଉଅଛି ଚାଲି ।ପୁଣି କୃଷ୍ଣ ଡାକଦ୍ୟନ୍ତି ଆଣ ହେ ବସନଶୁଣି କ୍ରୋଧରେ ରଜକ କହଇ ବଚନ ।ଗୋପବୋଲି ମଧୁପୁର ଭାବିଛ ଗୋପାଳେକିମ୍ପା ଡାକ ତୁମ୍ଭେ ଭୟ ନାହିଁକି ମନରେ ।ରାଜା ଲାଗି ମୁହିଁ ନିତି ବାସ ପଖାଳଇରାଜାଙ୍କ ଛାମୁରେ ନେଇ ନିତି ମୁଁ ଦିଅଇ ।ରଜକ ବଚନ ଶୁଣି ବୋଲନ୍ତି କହ୍ନାଇଆମ୍ଭଙ୍କୁ ବସନ ଖଣ୍ଡେ ଦେଇଯାଅ ତୁହି ।ଧନୁଉତ୍ସବ ଯାତ୍ରା ଆମ୍ଭେ ଦେଖିବାର ପାଇଁକଂସମାମୁଁ ଆମ୍ଭଙ୍କୁ ଯେ ଆଣିଛି ଡକାଇ ।ଶୁଣି ରଜକ କ୍ରୋଧରେ ବୋଲଇ ବଚନସବୁ ଜାତିରୁ ଗଉଡ଼ ଜାତି ଅଟେ ହୀନ ।ନୀଚ ଜାତିଙ୍କର ଭାର ବୁହାରେ ଗଉଡ଼କଟୁବାଣୀ କହ ତୁମ୍ଭେ ଅଟ ବଡ଼ ରାଢ଼ ।ଖୁଡ଼ୀ ମାଈଁ ଭଉଣୀଙ୍କୁ ନକରି ବିଚାରବଡ଼ଘର ଝିଅବୋହୂ ବଳାତ୍କାରେ ହର ।ଏତ ଗୋପପୁର ନୁହେଁ ଶୁଣ ନନ୍ଦସୁତଯେତେ ଦୂତ ପେଶିଲା ତୁ ସବୁକଲୁ ହତ ।ସେହିକଥା ମନେରଖ ଆଣିଅଛି ଧରିବିଚାରିଛୁ କି ଗୋପକୁ ସତେ ଯିବୁ ଫେରି ।ରଜକ ବଚନେ କୃଷ୍ଣ ବୋଲନ୍ତି ଉତ୍ତରବୋଲନ୍ତି ରଜକ ଛାଡ଼ି ଗୁମାନ ତୋହର ।ଦେବକୀ ସୁତ ମୁଁ ଅଟେ ଭଣଜା ରାଜାରଅକ୍ରୂରକୁ ପେଶି ଆଣିଅଛି ମଧୁପୁର ।ଆମ୍ଭପାଇଁ ଧନୁଯାତ୍ରା ମାମୁଁ ଅଛି କରିଆମ୍ଭେ ସିନା ଭୋଗ କରିବୁରେ ମଧୁପୁରୀ ।ମନରୁ ଛାଡ଼ ତୋହର ଯେତେକ ଗାରିମାନ ବିଚାରି ମନେ କିଛି ଦିଅ ବାସ ସିନା ।ତୁଯାଇ ମାମୁଁ ଆଗରେ କହ ଯା ମୋହରବୋଲିବୁ ବସନ ନେଲେ ଭଣଜା ତୁମ୍ଭର ।ମାମୁଁ ଶୁଣିକରି ଶାଢ଼ୀ ବଳା ତୋତେ ଦେବେଏବେ ମାମୁଁ ବାସଦେଇ କହି ତାଙ୍କଠାବେ ।କୃଷ୍ଣ ବଚନେ ରଜକ କ୍ରୋଧଭର ହେଲାରେ ଗଉଡ଼ ମୂଢ଼ ବାଇ ହୋଇଲବୋଇଲା ।ଆକାଶରେ ଚାନ୍ଦ କିରେ ଧରି ଲୋଡ଼ି କରସ୍ୱର୍ଗର ସମ୍ପଦ ଭୋଗ କରରେ ମଞ୍ଚର ।ରାଜାର ବସନ ପିନ୍ଧିବାକୁ ଇଚ୍ଛାକରଭୟ ନକରି ଗରବ ହୃଦୟରେ ଧର ।ମୂର୍ଖ ଅଟ ଗଉଡ଼ରେ ବିଚାର ନ କରରାଜାର ବସନ ତୁମ୍ଭେ ପିନ୍ଧି ମନେକର ।ଶ୍ୱାନ ହୋଇକରି ସୁଧା କରିବରେ ପାନରାଜା ବାସ ପିନ୍ଧିବାକୁ ବିଚାରିଛି ମନ ।ଶାକର ମୁଖେ ପାଚିଲା କଦଳୀର ଫଳମର୍କଟ ଗଳାରେ କି ସୁନ୍ଦର ମୋତିମାଳ ।ତୁମ୍ଭ ଶରୀରକୁ ପୁଣି ମୋତିମାଳ ବାସପଳାଅ ଗଉଡ଼େ ଯେବେ ପ୍ରାଣେ ଅଛି ଆଶ ।ରଜକ କଟୁ ବଚନେ କ୍ରୋଧ ହଳଧରରେ ରେକାର କରି ସେହୁ ଧଇଲେ ମୂଷଳ ।ରାମଙ୍କୁ ଦେଖି ଶ୍ରୀକୃଷ୍ଣ ଗଲେ ଆଗ ହୋଇଚାପୋଡ଼େ ମାଇଲା ରଜକକୁ ଭାବଗ୍ରାହୀ ।ଛାଡ଼ିଲା ପିଣ୍ଡରୁ ପ୍ରାଣ ଭୂମିରେ ପଡ଼ିଲାତକ୍ଷଣେ ଶ୍ରୀକୃଷ୍ଣ ଅଙ୍ଗେ ସେହୁ ଲୀନ ହେଲା ।ବିଷ୍ଣୁ ଲୋକେ ପୁଷ୍ପରଥେ ରଜକକୁ ନେଇବୈକୁଣ୍ଠପୁରରେ ବିଷ୍ଣୁ ଲୋକରେ ବସାଇ ।ଯାହାକୁ ସେହି ଶ୍ରୀକୃଷ୍ଣ କରୁଣା କରନ୍ତିବୈକୁଣ୍ଠପୁରରେ ବିଷ୍ଣୁପାଦ ସେ ଲଭନ୍ତି ।ଯାହାକୁ କହନ୍ତି କୃଷ୍ଣ କ୍ରୋଧେ ପ୍ରାଣନାଶସେ ପାଦ ଲଭି ବୈକୁଣ୍ଠପୁରେ କରେ ବାସ ।ଶ୍ରୀକୃଷ୍ଣ ମହିମା କେହୁ କରିବ ବଖାଣିଯେ କୃଷ୍ଣ ମହିମା ଦେବେ ନ ପାରନ୍ତି ଜାଣି ।ସେ ଶ୍ରୀକୃଷ୍ଣ ରାକଭୋଗ ବସନ କାଢ଼ିଲେବେନିଭାଇ ବାଛି ବାଛି ତହିଁରୁ ପିନ୍ଧିଲେ ।ରାମଙ୍କ ଅଙ୍ଗକୁ ଶୋଭା ଦିଶେ ଯେଉଁ ବାସବାଛିଣ ପିନ୍ଧିଲେ ରାମ ହୋଇଣ ହରଷ ।ସୁବଳ ସୁଦାମ ଥିଲେ ଯେତେ ଗୋପପୁରେସମସ୍ତେ ବାଛିଲେ ବାସ ଯୋଡ଼ାଏ ଯୋଡ଼ାଏଆନନ୍ଦ ହୋଇ ନୃପତି ବାସକୁ ପିନ୍ଧିଲେହରଷ ହୋଇଣ ମଧୁଦାଣ୍ଡେ ଚଳିଗଲେ ।ରଜକୁ ମାରିବା ଦେଖି ଦୁଷ୍ଟ ଲୋକମାନେଭୟେ ପଳାଇ ସମସ୍ତେ ଗଲେ ଏଣେତେଣେଦେଖି ମଧୁ ନରନାରୀ ମନରେ ଚକିତକେ ବୋଲଇ ଦେଖିବା ଗୋ ଚାଲ ନନ୍ଦସୁତଧାଇଁଣ ହୋଇଲେ ଅସମ୍ଭାଳ ନାରୀମାନେକୃଷ୍ଣଙ୍କୁ ଦେଖି ଆନନ୍ଦ ହୋଇଲେ ସେମାନେକେ ନାରୀ ରନ୍ଧନ ନିଜ ଘରେ କରୁଥିଲାଗୋପ ବାଜଣା ତାହାର କର୍ଣ୍ଣକୁ ଶୁଭିଲା ।ତଳେ ପକାଇ ବାଳକ ଗଲା କୃଷ୍ଣ ଦେଖିଦେଖି କୃଷ୍ଣଙ୍କୁ ପିଛାଡ଼ି ନ ପାରିଲା ଆଖି ।ମଥୁରାଦାଣ୍ଡରେ ରାମ କୃଷ୍ଣଙ୍କୁ ଦେଖିଲାମୋହନ ରୂପ ସେ ଦେଖି ମୋହିତ ହୋଇଲାବିଚାରଇ ଏ ରୂପ ମୁଁ କେବେ ଦେଖି ନାହିଁସାକ୍ଷାତେ ଯେ ବିଷ୍ଣୁ ଏହି ଛନ୍ତି ଜାତହୋଇଶ୍ରୀକୃଷ୍ଣଙ୍କୁ ଦେଖି ତାର ଭ୍ରମ ହେଲା ଚିତ୍ତଭାବବତୀ ଶରୀରରୁ ଜ୍ଞାନ ହେଲା ଜାତ ।ବେନି ନୟନରୁ ତାର ବହେ ଅଶ୍ରୁଧାରଭାବଭରେ କମ୍ପମାନ ହୋଇଲା ଶରୀର ।ହୃଦ ମଧ୍ୟେ କୃଷ୍ଣପାଦ ଧ୍ୟାନ କରୁଅଛିକୃଷ୍ଣନାମ ବିନୁ ତାକୁ ନ ଶୁଭଇ କିଛି ।ଯେବଣ ପୁତ୍ରକୁ ସେହି ଛାଡ଼ି ଆସିଥିଲାସେବାଳକ କାନ୍ଦି କାନ୍ଦି ଚୁଲ୍ଲୀରେ ପଡ଼ିଲା ।ଅନଳର କୋପାନଳେ ହୋଇଲା ଦେହନଫାଟିଗଲା ଅଙ୍ଗ ତାର ଦିଶିଲା ବିବର୍ଣ୍ଣ ।ମସ୍ତକର କେଶ ଯେତେ ସବୁଗଲା ପୋଡ଼ିହାଡ଼ରୁ ମାଉଁସ ତାର ପଡ଼ିଲାକି ଝଡ଼ି ।ପିଣ୍ଡରୁ ଶୀଘ୍ରତାହାର ଛାଡ଼ିଲା ଜୀବନନାହାନ୍ତି ଗୃହରେ କେହି ହୋଇଅଛି ଶୂନ୍ୟ ।ଯହିଁ କୃଷ୍ଣ ରହିଛନ୍ତି ସର୍ବେ ଛନ୍ତି ତହିଁମନରେ ଭାବବତୀର ସ୍ୱାମୀ ବିଚାରଇ ।ପୁତ୍ରକୁ ଆଣିଣ ମୁହିଁ ଦେଖାଇବି ନାଟଶ୍ରୀକୃଷ୍ଣ ନାଟ ଦେଖିଣ ହୋଇବ ଉଚ୍ଚାଟ ।ଏମନ୍ତ ବିଚାରି ଘରେ ବହନ ଆସିଲାନଦେଖି ଭାବବତୀର ଘରେ ସେ ପଶିଲା ।ଡାକିଲା ଭାବବତୀ ଗୋ ଆସ ବେଗକରିଶ୍ରୀକୃଷ୍ଣ ନାଟ ଦେଖିବୁ ପୁତ୍ର ଆସ ଧରି ।ଭାବବତୀର ନାମ ସେ ଉଚ୍ଚରେ ଡାକିଲାତାହାକୁ ନଦେଖି ସେହୁ ବହନ ଫେରିଲା ।ବିଚାରଇ ସେ ବାଳୁତ ପୁତ୍ର ସଙ୍ଗେ ଧରିଯାଉଛି ଗଉଡ଼ ନାଟ ଦେଖି ସଧ କରି ।ଶାଶୁ ଶ୍ୱଶୁର ଥାଆନ୍ତେ ଯେବେ ଘରେ ରହିଯାତ୍ରା ଉତ୍ସବ ନାଟ ସେ ଦେଖନ୍ତା ବା କାହିଁ ।କୁଳ ହୁଆସୁଣୀ ଘରୁ ହୋଇଲା ବାହାରଆପଣାର ନେଇଗଲା ବାଳୁତ କୁମର ।ଆଜି ଏହାଙ୍କୁ ଘରେ ରଖିବି ମୁଁ ନାହିଁଧାଈ ରଖି ପୁତ୍ରକୁ ମୁଁ ଏବେ ପାଳିବଇଁ ।ବାପଘରକୁ ତାହାର ଏବେ ମୁଁ ଛାଡ଼ିବିତାହାର ମାତା ପିତାକୁ ଏମାନ କହିବି ।ବୋଲିବି ହୋଇଲା ତୋର ଝିଅ ଦୋଚାରିଣୀପ୍ରତ୍ୟକ୍ଷେ ଦେଖିଲି ତେଣୁ ଛାଡ଼ିଲି ମୁଁ ଆଣି ।ତୋ ଘରେ ତୋ ଝିଅ ଆଜ ଦିନରୁ ରହିଲାଯହୁଁ ପରପୁରୁଷରେ ତା ମନ ବଳିଲା ।ପର ପୁରୁଷରେ ସେହୁ କରୁ ଘରଦ୍ୱାରଆମ୍ଭ ପିତୃଦେବଠାରୁ ହୋଇଲା ଅନ୍ତର ।ତୋର ଝିଅରେ ମୋହର କାର୍ଯ୍ୟ ନାହିଁ ଆଉପାଇଲୁ ତୋ ଝିଅକୁ ତୁ ରଖ ଗୋ ଆଜହୁଁ ।ଏକା ପୁତ୍ରକୁ ଗୋ ମୋର ପାଳିବି ମୁଁ ନେଇକୁଳଗୋତ୍ର ଦେଖି ହୋଇବି ମୁଁ ଯାଇ ।ଏହା ବିଚାରି ବିଚାରି ଗଲା କୃଷ୍ଣ ପାଶଯହିଁ ଭାଗବତୀ ଥିଲା ହୋଇଲା ପ୍ରବେଶ ।ଦେଖିଲା ଭାବବତୀର କୋଳେ ପୁତ୍ର ନାହିଁମଧୁନାରୀ ମଧ୍ୟରେ ସେ ଅଛି ଉଭାହୋଇ ।କାହାକୁ ନ କହି କିଛି ଫେରିଲା ସେ ଘରଘରେ ପଶି ନ ଦେଖିଲା ବାଳୁତ କୁମର ।ପୁଣି କୃଷ୍ଣ ଥିଲାଠାରେ ପ୍ରବେଶ ହୋଇଲାସକଳ ଯୁବତୀଙ୍କର କୋଳରେ ଦେଖିଲା ।ନଦେଖି ପୁତ୍ରକୁ ତାର ଗୃହକୁ ଆସିଲାଗମ୍ଭୀର ଘରକୁ ଯାଇ ସମସ୍ତ ଖୋଜିଲା ।ନଦେଖି ପୁତ୍ରକୁ ସେହି ମନେ ବ୍ୟସ୍ତ ହୋଇରୋଷାଇ ଘରକୁ ପଦ୍ମନିଧି ଦେଲା ଚାହିଁ ।ଦେଖିଲା ଚୁଲୀର ଦ୍ୱାରେ ପଡ଼ିଛି ନନ୍ଦନଧାଇଁ କୋଳକରି ସେହୁ କରଇ ରୋଦନ ।ଦେଖିଲା ପୁତ୍ରର ଦେହ ଯାଇଅଛି ଜଳିପିଣ୍ଡରେ ଜୀବନ ନାହିଁ ପଡ଼ିଅଛି ଢଳି ।ହା ପୁତ୍ର ବୋଲିଣ ସେହୁ କରଇ ରୋଦନପଡ଼ୋଶୀ ନାରୀଏ ଶୁଣି ତାହାର କ୍ରନ୍ଦନ ।ପଦ୍ମନ ଘରକୁ ଆସି ଦେଖିଲେ ବାଳୁତଅଙ୍ଗ ଜଳି ମୃତ୍ୟୁମୁଖେ ହୋଇଛି ତପତ ।ପଡ଼ୋଶୀ ନାରୀଏ ଦେଖି ବିକଳ ହୋଇଲେଭାବବତୀ ହେତୁପୁତ୍ର ମଲା ଗୋ ବୋଇଲେ ।ଦେଖିଗଲା କୃଷ୍ଣଙ୍କୁ ସେ ପୁତ୍ର ଛାଡ଼ିକରିତେଣୁ ଚୂଲୀପରେ ପୁତ୍ରମଲା ତାର ପଡ଼ି ।ଅଜ୍ଞାନ ଅଟଇ ସେହି ବାଳୁତ ନନ୍ଦନଜନ ପବନ ଅନଳ ତା ପକ୍ଷେ ସମାନ ।ଦେଖ ଭାବବତୀ କେଡ଼େ ମନ୍ଦକୃତ କଲାକୃଷ୍ଣ ଦେଖି ଗଲା କିମ୍ପା ପୁତ୍ରକୁ ନନେଲା ।କୃଷ୍ଣ ଦେଖିବାରେ ମନ କଲା ଭାବବତୀଗୋଟିକ ନନ୍ଦନ ମଲା ସରିଲା ସମ୍ପତ୍ତି ।ବିକଳେ ପଦ୍ମନ ବୋଲେ ଶୁଣ ଆଗୋ ମାଏଜଗିଥା ପୁତ୍ରକୁ ମୋର ମୁଁ ଆସିବା ଯାଏ ।ଭାବବତୀକୁ ମୁଁ ମଧୁଦାଣ୍ଡରୁ ଆଣିବିଯମପୁରେ ତାକୁ ପୁତ୍ର ସଙ୍ଗତେ ପେଶିବି ।ଏତେ କହି କୃଷ୍ଣ ଥିବା ସ୍ଥାନେ ଗଲା ଚଳିଦୂରୁ ଦେଖି ପତ୍ନୀକୁ ସେ କ୍ରୋଧେ ଦେଲା ଗାଳିଛାଟ ଦେଖାଇ ବହୁତ ଗର୍ଜ୍ଜନ କରଇପୁତ୍ରକୁ ଘେନିଣ ଆଜ ସ୍ୱର୍ଗ ଯିବୁ ତୁହି ।ତୋର ଯୋଗୁ ପୁତ୍ର ମୋର ଆଜ ନାଶଗଲାତୁମ୍ଭେ ନାରୀମାନେ ବାଟ ଛାଡ଼ ଗୋ ବୋଇଲାଭାଇବୋହୂ ତାହାର ଯେ ଥିଲା ତହିଁ ରହିଦେଖି ତାହାର ଭିତରେ ନପାରିଲା ଯାଇ ।ଶୁଣି ନାରୀମାନେ ଭାବବତୀକୁ ଆବୋରିଚାଲ ଚାଲ ଭାବବତୀ ଯିବା ତୋର ପୁରୀ ।ପୁତ୍ର ତ ତୋହର ପୋଡ଼ିଗଲା ଗୋ ସୁନ୍ଦରୀନ ଶୁଣଇ ଭାବବତୀ ବଚନ କାହାରି ।କୃଷ୍ଣପାଦେ ମନଦେଇ ହୋଇଅଛି ଭୋଳବେନି ନୟନରୁ ବହିଯାଏ ଅଶ୍ରୁଜଳ ।କେ ବୋଲଇ ପୁତ୍ର ତାର ମରିବାର ଶୁଣିକାନ୍ଦଇ ବିକଳେ ସେତ ଶୁଣେନା କା ବାଣୀ ।କେ ବୋଲେ କଥାଏ ମୋର ଶୁଣ ସର୍ବସହୀକୃଷ୍ଣ ଭାବେ ଭାବବତୀ ଅଛି ଭୋଳ ହୋଇ ।କେ ବୋଲେ ମନକୁ ମୋର ଏହା ନ ଆସଇକେ ବୋଲେ କା ମନକଥା କେ ଜାଣିଛି ସହୀ ।କେ ବୋଲେ ଶ୍ରୀକୃଷ୍ଣ ପାଶେ ଛିଡ଼ା ହୋଇଥିଲାମୁଖ ଚାହିଁ ଭୋଳ ହୋଇ ପୁତ୍ର ପାଶୋରିଲା ।କେ ବୋଲେ ପୁତ୍ରକୁ ଚାଲ ଦେଖିବୁରେ ସହୀସ୍ୱାମୀର ଦଣ୍ଡକୁ ଭୟ କରୁ କାହିଁପାଇଁ ।ପୁଣି ପୁତ୍ର ହେବ ତୋର ବୟସ ନବୀନହୋଇଥିଲା ବାରବର୍ଷେ ତୋହର ନନ୍ଦନ ।ଚାଲ ଯିବା ସଖୀ ତୁରେ ନ ହୁଅ ବିକଳଏମନ୍ତ କହି ସକଳେ ତହିଁ ହେଲେ ଠୁଳ ।ଦେଖିଲେ ଭାବବତୀର ନାହିଁ ଚଇତନଦେଖି ସକଳ ନାୟିକା ବିଚାରନ୍ତି ମନ ।କେ ବୋଲେ ପୁତ୍ର ଚିନ୍ତାରେ ହୋଇଛି ଏସନକେ ବୋଲେ ପତିକି ଡରି ହେଲା ଅଚେତନକେହି କହେ ମାତା ପୁତ୍ର ଏକାଦିନେ ମଲେକେ ବୋଇଲା ଏହା ସେହୁ ମାଗି ଆସିଥିଲେ ।କେ ମୁଖରେ ଜଳ ସିଞ୍ଚି କର୍ଣ୍ଣରେ ଫୁଙ୍କିଲାଉଠ ଉଠ ଭାବବତୀ ବୋଲି ଡାକଦେଲା ।ଭାବବତୀ କୃଷ୍ଣପାଦେ ହୃଦେ ଧ୍ୟାନ କରିକାନ୍ଦଇ ଆକୁଳ ହୋଇ ନେତ୍ରୁ ବହେ ବାରି ।ଦେଖି ମଧୁନାରୀମାନେ କଲେ ଆଲିଙ୍ଗନକୃଷ୍ଣ ଭାବେ ଭାବବତୀ କରଇ ରୋଦନ ।ମହା କୋଳାହଳ ଧ୍ୱନି ଉଠିଲା ସେଠାରେସ୍ଥକିତ ହୋଇଣ ତହିଁ ରହିଲେ ଗୋପାଳେ ।ତାହା ଶୁଣି କୃଷ୍ଣଚନ୍ଦ୍ର ପଚାରନ୍ତି ମନଭାବଗ୍ରାହୀ ନାଥ ସଦା ଭାବରେ ବନ୍ଧନ ।ଭାବବତୀ ଭାବେ ଭୋଳ ଜାଣିଲେ ଶ୍ରୀହରିତକ୍ଷଣେ ମିଳିଲେ ଯହିଁ ରୁଣ୍ଡ ସର୍ବନାରୀ ।ବୋଇଲେ ସର୍ବେ କିମ୍ପାଇଁ ହୋଇଅଛ ଠୁଳକିମ୍ପାଇଁ ତୁମ୍ଭର ନେତ୍ରୁ ବହେ ଅଶ୍ରୁଜଳ ।କିମ୍ପାଇଁ ଯୁବତୀ ଏକ ମୂର୍ଚ୍ଛାଗତ ଏଥିକିଏବା ବିହିଲା ଦଣ୍ଡ କହ ଗୋ ଝଟତି ।କି ରୋଗ ଏହାର ଅବା ଥିଲା ବାଲ୍ୟକାଳୁକହଗୋ ସଂଶୟ ଯାଉ ଆମ୍ଭର ମନରୁ ।ଶୁଣି ମଧୁନାରୀମାନେ କହନ୍ତି ବିଚାରିବୋଇଲା ହେ କୃଷ୍ଣ ଏହା ପୁତ୍ର ଗଲା ମରି ।ଦେଖିବାକୁ ଭାବବତୀ ତୁମ୍ଭଙ୍କୁ ଆସିଲାଅଜ୍ଞାନ ପୁତ୍ର ଚୁଲ୍ଲୀରେ ପଡ଼ି ତାର ମଲା ।ଭାବବତୀ ଶୁଣି ତାହା ହେଲା ଅଚେତନଯେତେହେଁ ଡାକିଲେ କେଭେ ନ କହେ ବଚନକେବଳ ବହୁଛି ବେନି ନେତ୍ରୁ ଅଶ୍ରୁଧାରଶୋକଭରେ ଅଙ୍ଗ ତାର ହୁଏ ଥରହର ।ଶୁଣି ଭାବଗ୍ରାହୀ ଭାବବତୀ ପାଶେ ଗଲେକରୁଣା ନୟନେ ଦେବ ତାହାଙ୍କୁ ଚାହିଁଲେ ।ମଥୁରା ନାରୀଙ୍କୁ ଚାହିଁ ବୋଲନ୍ତି ବଚନଯାହା ମୁଁ କହୁଛି ତୁମ୍ଭେ ମନଦେଇ ଶୁଣ ।ଯେବେ ଗୋ ଏହାର ପୁତ୍ର ହୋଇଲା ନିଧନପୁତ୍ରମଲା ବୋଲି ଯେବେ କରୁଛି ରୋଦନ ।ମଲା ପୁତ୍ର କାହିଁ ଆଉ ପାଇବ ଜୀବନଅକାରଣେ ଭାବବତୀ କରୁଛି ରୋଦନ ।ତୁମ୍ଭେ ମଧ୍ୟ ନାରୀମାନେ ଶୁଣ ମୋ ବଚନବଞ୍ଚିବ ନାହିଁ ଏ ପୁତ୍ର କହୁଛି ପ୍ରମାଣ ।ଏ ଭାବବତୀ ବହୁତ ପୁତ୍ର ପ୍ରସବିବଯେଉଁ ପୁତ୍ର ମଲା ଆଉ ତାକୁ ନ ପାଇବ ।ଯେବେ ଭାବବତୀ ମୋର ଭାବେ ଚିତ୍ତଦେଇକାନ୍ଦୁଥିବ ମୋ ପାଦକୁ ହୃଦମଧ୍ୟେ ଧ୍ୟାୟି ।ନୋହିବ ତାହାର ପୁତ୍ର କଦାଚ ନିଧନତୁମ୍ଭେ ସର୍ବନାରୀମାନେ ଶୁଣ ମୋ ବଚନ ।ଘରକୁ ନିଅ ତାହାର ଦେଖୁପୁତ୍ର ମୁଖମୋତେ ଦେଖିକାହିଁକି ସେ ହୋଇବ ନିରେଖ ।ମୋତେ ଦେଖି ଯେବେ ଆସିଥିଲା ଭାବବତୀତାର ପୁତ୍ର ମଲେ ମୋର ହୋଇବ ଅକୀର୍ତ୍ତିମାମୁଁ ଶୁଣିଲେ ବହିବେ ମୋହଠାରେ ରୋଷଦେଖୁଛତ ତୁମ୍ଭେମାନେ ନାହିଁ ମୋର ଦୋଷ ।ତୁମ୍ଭେ ଗୋ ଭାବବତୀକି ସଙ୍ଗେ ଘେନିଯାଅଘରକୁ ନେଇ ତାହାର ପୁତ୍ରକୁ ଦେଖାଅ ।ସ୍ୱାମୀକି ଏହାର ତୁମ୍ଭେ ବୁଝାଇ କହିବଶୋଚନା କରିଲେ ପୁତ୍ର ଫେରିକି ଆସିବ ।ପୁତ୍ର କଷ୍ଟଦିଏ ବଡ଼ ମାତାକୁ ଯନ୍ତ୍ରଣାମାତାର ହୃଦୟ ପୁତ୍ରକଷ୍ଟ କରେ ଚୂନା ।ପୁତ୍ରର ଶୋକରେ ମାତା ତେଜଇ ଜୀବନଜୀବନ ପଛକେ ଯାଏ ନ ଦେଖେ ନନ୍ଦନ ।ଏତେ ବୋଲି କୃଷ୍ଣ ଭାବବତୀ କର ଧରିବୋଇଲେ ଭାବବତୀ ଗୋ ଯାଅ ନିଜପୁରୀ ।ଏମନ୍ତ ସକଳ ନାରୀ ଭାବବତୀ ଧରିଧୀରେ ଧୀରେ ପ୍ରବେଶିଲେ ଯାଇ ତାର ପୁରୀପଛେ ଭାବବତୀ ସ୍ୱାମୀ କରଇ ଗମନବିଚାରଇ ଗଉଡ଼େ କି କଲେ ମନ୍ଦକର୍ମ ।ଗଉଡ଼ଙ୍କ ହେତୁରୁ ମୋ ପୁତ୍ର ନାଶଗଲାଏବେ ମୋର କୁଳଗୋତ୍ର ସବୁ ନାଶଗଲା ।ମୋ ଆଗରେ ଭାବବତୀ କର ସେ ଧଇଲେମଧୁପୁର ନାରୀମାନେ ସର୍ବେ ତହିଁ ଥିଲେ ।ଏବେ ମୋତେ ନିନ୍ଦାଭାଷା ସକଳେ କହିବେତୋ ନାରୀହସ୍ତ ଗୋପାଳ ଧଇଲେ ଗରବେଏମନ୍ତ ଭାବବତୀର ସ୍ୱାମୀ ମନେ କଲାନିଜ ନାରୀ ସଙ୍ଗେ ଆସି ଗୃହରେ ମିଳିଲା ।ଏଥୁଅନ୍ତେ ଭାବବତୀ ନିଜ ଦ୍ୱାରେ ମିଳିଉଚ୍ଚରେ ଅଜ୍ଞାନରେ ପାରଇ ବୋବାଳି ।ଯେଉଁ ନାରୀମାନେ ତାର ପୁତ୍ର ଜଗିଥିଲେଭାବବତୀ କାନ୍ଦ ଶୁଣି ବାହାର ହୋଇଲେ ।ଦ୍ୱାରେ ରହି ଭାବବତୀ ସେମାନଙ୍କୁ ଚାହିଁବୋଇଲା ମୋ ପୁତ୍ର କାହିଁଅଛି ଦେଖା ସହୀ ।ପୁଣି ଚିତ୍ତଭ୍ରମରେ ସେ କହେ ନାନାବାଣୀହା ହା କୃଷ୍ଣଚନ୍ଦ୍ର ବୋଲି ଲୋଟଇ ଧରଣୀ ।ପୁଣି ଡାକଇ ହେ କୃଷ୍ଣ ଆସ ବେଗକରିତୁମ୍ଭଙ୍କୁ ନ ଦେଖି ମୁହିଁ ଯାଉଅଛି ସରି ।ଅନ୍ତର୍ଯ୍ୟାମୀ ନାଥ କୃଷ୍ଣ ତାର ମନ ଜାଣିସର୍ବଦା ଭାବରେ ବସ ଦେବ ଚକ୍ରପାଣି ।ବିଚାରିଲେ ଭାବବତୀ ମୋହଠାରେ ମନଦେଇଅଛି ହେବ କିମ୍ପା ତୋ ପୁତ୍ର ନିଧନ ।ଏତେ ବୋଲି ତା ଭାବରେ କୃଷ୍ଣ ହେଲେ ବଶପୁଣି ଡାକେ ଭାବବତୀ ଆସ ପୀତବାସ ।ପୁତ୍ର ମରିବାରୁ ସେହୁ ନକରେ ଶୋଚନାଦେଇଅଛି ମନ କୃଷ୍ଣ ପାଦେ ନବାଙ୍ଗନା ।କୃଷ୍ଣଙ୍କୁ ସୁପୁତ୍ର ପ୍ରାୟେ ମଣିକରେ ଭାବଭାବବତୀ ମନ ତହିଁ ଜାଣିଲେ ମାଧବ ।ଦୟାକରି ପୁତ୍ରକୁ ତା ଦେଲେ ଜୀବଦାନତକ୍ଷଣେ ଉଠିଲା ସେହୁ ବାଳୁତ ନନ୍ଦନ ।ଯହୁଁ ସେ ଜୀବନଦାନ କଲେ ନନ୍ଦବଳାଦ୍ୱିତୀୟ କୃଷ୍ଣ ପ୍ରାୟେ ତା ତେଜ ବିକାଶିଲା ।ବାଳୁତ ସେ କାନ୍ଦି କାନ୍ଦି କରି ଆଣ୍ଠୁ ଆଇମାତାମାତା ବୋଲିଣ ସେ ଉଚ୍ଚରେ କାନ୍ଦଇ ।ପଡ଼ିଣ କାନ୍ଦଇ ପୁଣି ଉଠିଣ କାନ୍ଦଇବରଷ ପୁରି ତ ନାହିଁ ଠିଆହେବ କାହିଁ ।କାନ୍ଦି କାନ୍ଦି ମାତାପାଶେ ଆସନ୍ତେ ନନ୍ଦନଦେଖିଣ ସକଳ ଜନେ ଆନନ୍ଦିତ ମନ ।ଖଣ୍ଡେଦୂରୁ ଭାବବତୀ ପୁତ୍ରକୁ ଡାକିଲାଆସହେ ଶ୍ରୀକୃଷ୍ଣ ମୋର ଜୀବନ ବୋଇଲା ।ଯହୁଁ ଆସ ଆସ ବୋଲି ଡାକିଲା ଯୁବତୀକାନ୍ଦି କାନ୍ଦି କୁମର ଯେ ଗଲା ତାର କତି ।ପୁତ୍ର ଦେଖି ଭାବବତୀ ଆନନ୍ଦିତ ହୋଇକୋଳେ ଧରି ମୁଖେ ତାର ଚୁମ୍ବନ ଦିଅଇ ।କ୍ଷୀର ପିଆଇ ପୁତ୍ରକୁ ଆନନ୍ଦ ତା ମନକୃଷ୍ଣ ମାୟା କଲେ ଯହୁଁ ବଞ୍ଚିଲା ନନ୍ଦନ ।ପୁତ୍ରକୁ ତାହାର ଯେଉଁମାନେ ଜଗିଥିଲେବଞ୍ଚିବା ଦେଖି ସେମାନେ ଚମକି ପଡ଼ିଲେ ।ବୋଇଲେ ଏକଥା କାହିଁ ଦେଖା ତ ନଥିଲାମଲା ପୁତ୍ର କିପରି ଗୋ ଜୀବନ ପାଇଲା ।ପଦ୍ମନ ଦେଖି ପୁତ୍ରକୁ ଆଶ୍ଚର୍ଯ୍ୟ ହୋଇଲାମୋର ବଡ଼ ଭାଗ୍ୟ ଦେଖ ମୋ ପୁତ୍ର ଜୀଇଁଲାମଲା ପୁତ୍ର କେଉଁପରି ପାଇଲା ଜୀବନଦେଖୁଥିବା ଲୋକମାନେ ବିଚାରନ୍ତି ମନ ।କୃଷ୍ଣ କହିଲାର କଥା ହୋଇଲାଟି ସତଭାବବତୀ କୃଷ୍ଣ ପାଦେ ଦେଇଥିଲା ଚିତ୍ତ ।ତେଣୁକରି ପୁତ୍ର ତାର ଜୀବନ ପାଇଲାଶ୍ରୀକୃଷ୍ଣ ସାକ୍ଷାତେ ବିନୁ ଏବେ ଜଣାଗଲା ।ଆହୁରି କଥାଏ ସେ ତ କହିଥିଲେ ସହୀକେ ଜାଣି ତୁମ୍ଭର ମନେ ରହିଛି କି ନାହିଁ ।ଯେବେ ଭାବବତୀ ପୁତ୍ରଶୋକେ ହତଜ୍ଞାନହୋଇଥିବ ନ ବଞ୍ଚିବ ତାହାର ନନ୍ଦନ ।ଭାବବତୀ ମନ ଏବେ ଜଣାଗଲା ସହୀକୃଷ୍ଣଭାବେ ବଶ ହୋଇଥିଲା ମୋହଯାଇ ।ତେଣୁ ଭାବବତୀ ଭାବେ କୃଷ୍ଣ କଲା ବଶତେଣୁ ତାହାର ନନ୍ଦନ ନୋହିବଟି ନାଶ ।ଶତେଗୁଣ ବଳି ତାର ରୂପ ଗୋ ହୋଇଲାଭଲା ଭାବବତୀ କୃଷ୍ଣ ପାଦେ ମନଦେଲା ।କେ ବୋଲଇ ସଖୀ ଶୁଣୁଥିଲା ଯାହା କର୍ଣ୍ଣପ୍ରତ୍ୟକ୍ଷ ଭାବରେ ଏବେ ଦେଖିଲା ନୟନ ।ନନ୍ଦ ବୁଡ଼ି ମଲା କୃଷ୍ଣ ଆଣିଲେ ଜୀଆଇଁଏବେ ଭାବବତୀ ପୁତ୍ର ଦେଲେ ସେ ବଞ୍ଚାଇ ।ମଧୁପୁର ଜନ ତାହା କହୁଥିଲେ ମିଛଏବେ ନେତ୍ରଭରି ତାହା ଦେଖିଲେ ଗୋ ସ୍ୱଚ୍ଛ ।କେ ବୋଲଇ ଭାବବତୀ ମୋହଗଲା ବେଳେକୃଷ୍ଣଙ୍କୁ ଦେଖିଲି ମୁହିଁ ନେତ୍ରେ ଯେତେବେଳେ ।କେ ବୋଲଇ ଗହଳରେ ହେଉ ଠେଲାଠେଲିକୃଷ୍ଣ ଅଙ୍ଗେ ମୋର ଅଙ୍ଗ ଲାଗିଲା ଦେଖିଲି ।କେ ବୋଲଇ ମୋପଛୁକେ ଠେଲାଦେଲା ମାରିକୃଷ୍ଣର ଉପରେ ମୁହିଁ ଝୁଣ୍ଟିଣ ପଡ଼ିଲି ।କିଛି ମୋତେ ନକହି ସେ ହସି ମନ୍ଦମନ୍ଦଚଳିଲେ ଭାବବତୀର ପାଶକୁ ଗୋବିନ୍ଦ ।କେ ବୋଲେ ଅଞ୍ଚଳ ତାର ଭୂମି ଲୋଟିଥିଲାସାଉଁଟି ଧାଇଁଲି ମୋତେ କିଛି ନ କହିଲା ।କେ ବୋଲେ କଟୀରୁ ବଂଶୀ ପଡ଼ିଲା ଦେଖିଲିଗୋଟାଇ କୃଷ୍ଣର ହସ୍ତେ ଧରାଇ ମୁଁ ଦେଲି ।କେ ବୋଲେ ତାମ୍ବୁଳ ପିକ ଅଧରୁ ପଡ଼ିଲାଦେଖଗୋମୋଶାଢ଼ୀରେ ତା ଲାଗିଛି ବୋଇଲାକେ ବୋଲେ କେଡ଼େ ମଧୁର ବଚନ କହଇକୋକିଳ ସ୍ୱନରୁ ବଳି ମଧୁର ଶୁଭଇ ।କେ ବୋଲଇ ଭାବବତୀ ଧନ୍ୟ ତୋ ଜୀବନତୋତେଦେଖି ଆସିଥିଲେ ନନ୍ଦର ନନ୍ଦନ ।ତୋ ଯୋଗେ ଦେଖିଲୁ ଆମ୍ଭେ ନୟନ ପୁରାଇଏକକୁ ଅନେକ ନାରୀ ଏସନ କହଇ ।ଶ୍ରୀକୃଷ୍ଣଙ୍କ ବଂଶୀ ସ୍ୱର ଶୁଭିଲା ଏ କାଳେପୁଣି ଭାବବତୀ ତାର ସ୍ୱାମୀପାଶେ ବୋଲେ ।ଏହି ପୁତ୍ର ନିଅ କୃଷ୍ଣ ପାଦତଳେ ଦିଅବୋଲିବ ହେ କୃଷ୍ଣ ତୁମ୍ଭେ ଏ ବାଳକ ନିଅ ।ଭାବବତୀ ବଚନରେ ବୋଲଇ ପଦ୍ମନଏ ବାଳକ ତୋହର ଗୋ ଅଟଇ ନନ୍ଦନ ।ଏ କୁମର ନିଅ ତୁହି କୃଷ୍ଣପାଶେ ଦେବୁତୋର ମନେ ଯାହାଥିବ ତାହା ତୁ କରିବୁ ।ସ୍ୱାମୀର ବଚନେ ପୁତ୍ର ଭାବବତୀ ନେଲାକୃଷ୍ଣ ଥିବାଠାରେ ଯାଇ ପ୍ରବେଶ ହୋଇଲା ।ଦୂରୁ ଦେଖି ତାକୁ ହରି ବିଚାରନ୍ତି ମନେଏ ତ ଭାବବତୀ ଫେରି ଆସୁଅଛି ଏଣେ ।ପୁତ୍ର ମଲାରୁ ପଦ୍ମନ କ୍ରୋଧେ ଡାକିନେଲାକେମନ୍ତେ ସେ ପୁତ୍ର ତାର ଜୀବନ ପାଇଲା ।ଦେଖ ଆସୁଛି ପୁତ୍ରକୁ ଧରି ଭାବବତୀକହୁ କହୁ ଭାବବତୀ ମିଳେ କୃଷ୍ଣ କତି ।ଶ୍ରୀକୃଷ୍ଣ ପାଦେ ପୁତ୍ରକୁ ଥୋଇଦେଲା ନେଇବିନୟ ହୋଇଣ କରି ଯୋଡ଼ିଣ କହଇ ।ବୋଲଇ ଭୋ କୃଷ୍ଣ ତୁମ୍ଭେ ଏ ନନ୍ଦନ ନିଅମୋର ଦୋଷ କ୍ଷମାକର ଦେବକୀର ପୁଅ ।ବୋଇଲେ ଭାବବତୀର ବାକ୍ୟେ ଦାମୋଦରଘେନି ତୋ ପୁତ୍ରକୁ ଏବେ ଯାଅ ନିଜପୁର ।ନ ପାଇବୁ ଦୁଃଖ ତୁ ଗୋ ସୁଖରେ ରହିବୁଅନ୍ତଃକାଳେ ଯାଇ ବିଷ୍ଣୁପାଦ ତୁ ଲଭିବୁ ।ଏମନ୍ତ କହି ଶ୍ରୀକୃଷ୍ଣ ତହୁଁ ଚଳିଗଲେଚାଲନ୍ତି ଗୋପାଳେ ରାମ ସଙ୍ଗେ କୁତୂହଳେ ।ମଥୁରାର ନରନାରୀ ଆସୁଛନ୍ତି ଧାଇଁକୃଷ୍ଣଙ୍କୁ ଦେଖିବା ପାଇଁ ମନେ ଗର୍ବ ବହି ।ନୟନେ କଜ୍ଜ୍ୱଳ କେଉଁ ସଖୀ ରଞ୍ଜୁଥିଲାକୃଷ୍ଣ ବଂଶୀସ୍ୱନ ଶୁଣି ବେଗି ସେ ଧାଇଁଲା ।ବାମ ନୟନେ କଜ୍ଜ୍ୱଳ ରଞ୍ଜିଥିଲା ସେହିଦକ୍ଷିଣ ନୟନେ ଆଉ ଘେନିପାରି ନାହିଁ ।ଧାଇଁ ରାମକୃଷ୍ଣ ମଧୁଦାଣ୍ଡରେ ଦେଖିଲାଏକ ନାରୀ ଦେଖି ତାକୁ ବହୁତ ହସିଲା ।କେହୁ ସ୍ନାନ କରି ଆସି ବାସ ପିନ୍ଧୁଥିଲାଅଧେକ ପିନ୍ଧି ଅଧେକ ପିନ୍ଧି ନ ପାରିଲା ।ମୁକୁଳା କୁନ୍ତଳ ମୁଣ୍ଡେ ବାସ ନାହିଁ ତାରକୃଷ୍ଣଙ୍କୁ ଦେଖିବ ବୋଲି ଆସଇ ଚଞ୍ଚଳ ।ଚିତ୍ତଭ୍ରମେ କାହାକୁ ସେ ଚିହ୍ନି ନ ପାରଇଦିଅର ବୋଲିଣ ଦେଢ଼ଶୁର ମୁଖ ଚାହିଁ ।ଦେଖିଲା ସେ ଦେଢ଼ଶୂର ମୁଖକୁ ଅନାଇଲଜ୍ଜାଭରେ ମୁଖ ପୋତି କିଛି ନ କହଇ ।କେ ବସି ସ୍ୱାମୀ ଚରଣ ଧରି ଚାପୁଥିଲାପଡ଼ୋଶୀ ଯୁବତୀ ଆସି ତାହାକୁ ଡାକିଲା ।ଆସ ଆସ କୃଷ୍ଣଙ୍କୁ ଗୋ ଦେଖିଯିବା ସଖୀଧାଇଁଲା ସ୍ୱାମୀର ପାଦ ଛାଡ଼ି ଚନ୍ଦ୍ରମୁଖୀ ।କେ ନିଜ ସ୍ୱାମୀକୁ ଆଣି ଅନ୍ନ ଦେଉଥିଲାଅଧେକ ଦେଇ ଅଧେକ ତଳେ ପକାଇଲା ।କୃଷ୍ଣର ବାଜଣା ଶୁଣି ଧାଇଁଲା ଯେ ଖରେଚକିତ ଭାବେ ତା ସ୍ୱାମୀ ଦେଖେ ନୟନରେ ।କେ ନଣନ୍ଦ ସଙ୍ଗତରେ କରୁଥିଲା କଳିକୃଷ୍ଣର ବାଜଣା ଶୁଣି ତାର ପାଦେ ପଡ଼ି ।ନ କହିବ ତୁମ୍ଭ ଭାଇ ଆଗରେ ଗୋ ସହୀକୃଷ୍ଣଙ୍କୁ ଦେଖି ଏଣିକି ଫେରିବି ଗୋ ମୁହିଁ ।ଶୁଣି ନଣନ୍ଦ ତାହାକୁ କ୍ରୋଧରେ କହଇକିଲୋ କଳିହୁଡ଼ି ତୋର ମୁଖେ ଲାଜନାହିଁ ।ବାପଘରୁ ଆସିଛୁ ତୁ କାଲି ଆମ୍ଭ ଘରକୁଳ ଭୁଆସୁଣୀ ହେବୁ କେମନ୍ତେ ବାହାର ।ପିତା ମାତା ଏ ବୁଦ୍ଧିକି ଅଛନ୍ତି ଶିଖାଇମହତକୁ ତୋହର ଲୋ ତିଳେ ଭୟନାହିଁ ।ମୋ ଭାଇ ଆସିଲେ ଆଜି ଏକଥା କହିବିବହୁତ ମାଡ଼ ମୁଁ ଆଜି ତୋତେ ମରାଇବି ।ନାସିକା ଶ୍ରବଣ ତୋର କାଟି ମୋର ଭାଇଆଜି ତୋର ବାପଘରେ ଛାଡ଼ିଦେବେ ନେଇ ।କ୍ରୋଧରେ ଏମନ୍ତ ଯହୁଁ ନଣନ୍ଦ କହିଲାଭୟରେ ଗମ୍ଭିରୀ ଘରେ ଭାଉଜ ପଶିଲା ।କୃଷ୍ଣ କୃଷ୍ଣ ବୋଲିଣ ଯେ ମନରେ ଭାବଇନ ଦେଖିଲି ପ୍ରଭୁ କେଡ଼େ ଅଭାଗିନୀ ମୁହିଁ ।ଧିକ ଧିକ ଜୀବନ ମୋ ଏହିକ୍ଷଣି ଯାଉଶ୍ରୀକୃଷ୍ଣ ପଦ ପଙ୍କଜ ନ ଦେଖିଲା ଯହୁଁ ।ଏମନ୍ତ ବିଚାରି ବାଳା କୃଷ୍ଣଙ୍କୁ ଭାବିଲାମନ ଚଇତନ କୃଷ୍ଣ ପାଦେ ସମର୍ପିଲା ।ବିଚାରେ ନଣନ୍ଦ ମୋତେ ଭଗାରୀ ହୋଇଲାକୃଷ୍ଣ ଦେଖିବାକୁ ମୋତେ ମନା ସେହୁକଲା ।ଏ ନଣନ୍ଦ ଲାଗି ମୁହିଁ ମରିବି ଜୀବନେଯେବେ ନ ଦେଖିବି ଆଉ କୃଷ୍ଣଙ୍କୁ ନୟନେ ।ଦଉଡ଼ି ଦେବାକୁ ଗଲେ ପଶିଲା ସେ ଘରେକୃଷ୍ଣ ଚିନ୍ତି ଆଣି ଲଗାଇଲା ସେ ଗଳାରେ ।ଅନ୍ତର୍ଯ୍ୟାମୀ ନାଥ ତାର ମନକୁ ଜାଣିଲେନଣନ୍ଦ ମନେ ଉତ୍କଣ୍ଠା ଜାତ କରାଇଲେ ।ନଣନ୍ଦ ନାମରେ କୃଷ୍ଣ ବଂଶୀ ବଜାଇଲେଆସ ଆସ ସଖି ବୋଲି ବଂଶୀରେ ଡାକିଲେ ।ତକ୍ଷଣେ ମନ ତାହାର ହେଲା ଛନଛନ୍ନକୃଷ୍ଣଙ୍କୁ ଦେଖି ଯିବାକୁ ହୋଇଲା ଉଚ୍ଛନ୍ନ ।ଭାଉଜକୁ ଡାକଇ ସେ ଅଜ୍ଞାନ ହୋଇଣକୃଷ୍ଣ ଦେଖିଯିବ ପରା ଆସ ଗୋ ବହନ ।ବୋଲେ ଆସ ଭାଉଜ ଗୋ ଗମ୍ଭିରୀ ଭିତରୁକୃଷ୍ଣଙ୍କୁ ଦେଖିବା ଆମ୍ଭେ ଯାଇଁ ବହୁଦୂରୁ ।ନଣନ୍ଦ ବଚନେ କୋପେ ଭାଉଜ ବୋଲଇପୋଡ଼ିଲା ଘାଆରେ ଚୂନ ଲଗାଉ କିମ୍ପାଇଁ ।ଭାଉଜ ବାକ୍ୟେ ନଣନ୍ଦ ବିନୟ କହିଲାବହୁତ ବଚନ ଆଜ ନ କୁହ ଗୋ ବାଳା ।ଚାଲ ଚାଲ ସଖୀ ଦେଖିଯିବା ରାମ ହରିଦେଖୁଛନ୍ତି ମିଳି କେତେ ଭୁଆସୁଣୀ ନାରୀ ।ବିଳମ୍ବ ନ କରି ଚାଲ ଚାଲ ବେଗେ ଯିବାନୟନେ ରାମକୃଷ୍ଣଙ୍କୁ ଦେଖି ଗୋ ଫେରିବା ।ନଣନ୍ଦ ବଚନେ କୋପେ ଭାଉଜ ବୋଲଇକିମ୍ପାଇଁ ନଣନ୍ଦ ତୁମ୍ଭେ ହୋଇଅଛ ବାଇ ।ତୁ ତ ଭୁଆସୁଣୀ କାଲି ଶାଶୁଘର ଯିବୁଆଜି କିପରି ମଥୁରା ଦାଣ୍ଡେ ଠିଆହେବୁ ।ଗେରସ୍ତ ଦିଅର ତୋର ଥିବେ ଯହିଁ ରହିଶାଶୁ ନଣନ୍ଦ ତୋହର ଦେଖୁଥିବେ ଯାଇଁ ।ତୋତେସେମାନେ ନିଶ୍ଚୟେ ଦେଖିବେ ସେଠାରେମୋତେ ଦେଖିଲେ ତ ଆଉ ନରଖିବେ ଘରେ ।ତୋହେତୁରୁ ମୋତେ ଦାଣ୍ଡଠିଆ କରିଦେବେମୋର ବାପମାଆ ମୋତେ ଭର୍ତ୍ସନା କରିବେ ।ଦେଖି ନ ଯିବି ମୁଁ କୃଷ୍ଣ ତହିଁ କାର୍ଯ୍ୟ ନାହିଁତୋ ମନହିଁ ଆସୁଅଛି ଯେବେ ଦେଖଯାଇଁ ।ଶୁଣିଣ ନଣନ୍ଦ ତାର ପାଦରେ ପଡ଼ିଲାଏମନ୍ତ ସମୟେ ଶାଶୁ ସେଠାରେ ମିଳିଲା ।ଦୂରୁ ଦେଖିଣ ବୋହୂକୁ ଗାଳି ସେ ଦିଅଇବୋଲେ ମୋ ଝିଅତୋ ପାଦେ ପଡ଼ିଛି କିମ୍ପାଇଁକାଲି ଆସିଣ ଏଡ଼େ ଲୋ ଗରବ ତୋହରକି କଥାରେ ମୋ ଝିଅକୁ କଲୁ ନାରଖାର ।କିଲୋ ଚାଣ୍ଡାଳୁଣୀ ଝିଅ ଡର ତୋତେ ନାହିଁମାଡ଼ ମରାଇବି ତୋତେ ମୋ ପୁଅକୁ କହି ।କହ କିମ୍ପା ପଡ଼ିଛି ମୋ ଝିଅ ତୋ ପାଦରେପଙ୍କିଳ ହୋଇଛି ଗଣ୍ଡ ଲୋତକର ଧାରେ ।ଏମନ୍ତ ବୋଲି ବୋହୁକୁ ଶାଶୁ ଦେଲା ଗାଳିଶାଶୁ କଥା ଶୁଣି ପାଦ ବୋହୂର ନ ଚଳି ।ଶାଶୁକୁ କହଇ ବୋହୂ ଭୟକରି ଧୀରେନଣନ୍ଦକୁ ଉଠାଇଣ ଧରିଅଛି କରେ ।ବୋଲଇ କହିଲେ ତୁମ୍ଭ ଝିଅ ମୋତେ ଯାହାମୋ ମନକୁ ନ ଆସିଲା ମନାକଲି ତାହା ।ବୋଇଲେ ଚାଲ କୃଷ୍ଣଙ୍କୁ ଦୁହେଁ ଦେଖିଯିବାଲୁଚିକରି ଯାଇ କୃଷ୍ଣ ଦେଖିଣ ଫେରିବା ।ମୁଁ ବୋଇଲି କାଲି ତୁମ୍ଭେ ଯିବ ଶାଶୁଘରଦେଖିଲେ ତୁମ୍ଭଙ୍କୁ ଲୋକେ ହସିବେ ସେଠାରନ ମାନିଣ ସେ କଥାକୁ କରନ୍ତି କଟାଳନାସ୍ତି କରନ୍ତେ ପଡ଼ିଲେ ମୋରି ପାଦତଳ ।ଶାଶୁ ଶୁଣିଣ ବୋହୂକୁ ବୋଲଇ ବଚନବାପଘର ଝିଅ ଯାତ୍ରା ଦେଖିଗଲେ ପୁଣ ।ତୋର ଦୋଷ ହୁଅଇ କି ନଯିବ କାହିଁକିବାପଘରେ ଯାଇ ଯାତ୍ରା ତୁ ଦେଖିନାହୁଁ କି ।ବୋହୂ ବୋଲଇ ଗୋ ତୁମ୍ଭେ ବୁଝି ଭଲମତେଦୁହେଁ ଦେଖିଯିବା ପାଇଁ କହିଲେ ସେ ମୋତେଶାଶୁ ବୋଲଇ ମୋ ଝିଅ ଦେଖିବ କି ଆଉ ।ମୁଁ ଜଗିଛି ଘର ତୁମ୍ଭେ ଯାଅ ଝିଅବୋହୁ ।ବହୁତ ଅଛନ୍ତି କୁଳ ଭୁଆସୁଣୀମାନେଦେଖୁଛନ୍ତି କୃଷ୍ଣଙ୍କୁ ମୁଁ ଦେଖିଲି ନୟନେ ।ଶାଶୁର ବଚନେ ମନ ଆନନ୍ଦ ସେ କଲେନଣନ୍ଦ ଭାଉଜ ଦୁହେଁ କୃଷ୍ଣ ଦେଖିଗଲେ ।କେହି ବସି ଖୋସା ଖୋସୁଥିଲା ନିଜ ଘରେକୃଷ୍ଣ ବଂଶୀସ୍ୱନେ ଶୁଣି ଗଲା ଧାତିକାରେ ।କେଶ ମୁକୁଳା କାହାର ମହୀରେ ଲୋଟଇମଥୁରା ଦାଣ୍ଡେ କୃଷ୍ଣଙ୍କୁ ଦେଖିଲା ସେ ଯାଇ ।ବାଳକକୁ ପଲ୍ୟଙ୍କେ କେ ଧରିଥିଲା ଶୋଇକୃଷ୍ଣ ଆଗମନ ସ୍ୱପ୍ନ ପ୍ରାୟ ସେ ମଣଇ ।ମଥୁରା ଦାଣ୍ଡରେ ଯହୁଁ ଚହଳ ଶୁଭିଲାବାଳକକୁ ଛାଡ଼ି ସେହୁ ଚମକି ଉଠିଲା ।କେଶ ବାସ ଅସମ୍ଭାଳେ ବେଗେ ଗଲା ଧାଇଁମଥୁରା ଦାଣ୍ଡରେ କୃଷ୍ଣ ଦେଖିବାର ପାଇଁ ।ଆନନ୍ଦ ମନରେ ରାମକୃଷ୍ଣଙ୍କୁ ଦେଖିଲାମୋହନ ମୂରତି ଦେଖି ମୋହିତ ହୋଇଲା ।ଏ ପ୍ରକାରେ ମଧୁପୁର ନାରୀମାନେ ତହିଁକୃଷ୍ଣ ଦର୍ଶନ ନିମନ୍ତେ ବିହ୍ୱଳିତା ହୋଇ ।ପତିତନୟଙ୍କୁ ଛାଡ଼ି ହୋଇ ଅସମ୍ଭାଳକୃଷ୍ଣଙ୍କୁ ଦେଖି ମଥୁରା ଦାଣ୍ଡେ ସେ ସକଳ ।ଶ୍ରୀକୃଷ୍ଣ ରୂପ ଲାବଣ୍ୟ ଦେଖିଣ ସେମାନେଭାବନ୍ତି ବିଧାତା ଗଢ଼ିଥିଲା କେତେଦିନେ ।କାହିଁ ସେ ସୁନ୍ଦର ରୂପ ଲୁଚି ରହିଥିଲେଯୁବତୀ ମୋହିବା ପାଇଁ ଏଠାକୁ ଆସିଲେ ।ମନେ ମନେ ନିଜକୁ ସେ ଧିକ୍କାର କରନ୍ତିଭାଗ୍ୟ ନାହିଁ ୟାଙ୍କ ସଙ୍ଗେ କରିବାକୁ ପ୍ରୀତି ।କାମେ ଭୋଳ ହେଲେ ମଧୁପୁରର ଯୁବତୀଏକକୁ ଆରେକ ଏହା କୁହାକୁହି ହୋନ୍ତି ।ପୁଣି କଂସକୁ ଧିକ୍କାର କରନ୍ତି କାମିନୀଏହାଙ୍କୁ ମାରି କି ଯଶ ଲଭିବୁରେ ପୁଣି ।କେମନ୍ତେ ତୋହର ହାତ ବଳିବରେ ସତେମାରିବା ନିମନ୍ତେ ଧରି ଆଣିଅଛୁ ଏଥେ ।ଧିକ ତୋର ବୁଦ୍ଧିବଳ ଧିକ ତୋ କୌଶଳତାହାଙ୍କୁ ମାରିବା ପାଇଁ କରିଛୁ ବିଚାର ।ମାଳ କୁବଳୟା ଗଜ ଆଦି ରଖି ଦ୍ୱାରେମାରିବା ଉପାୟ କରୁ ନାନା ପରକାରେ ।ଏପରି ଲାବଣ୍ୟ ରୂପ ଦେଖିବୁରେ କାହିଁତୋପରି ନିଷ୍ଠୁର ତିନି ଜଗତରେ ନାହିଁ ।ଏ ରାଜ୍ୟରେ ଧାତା କାହିଁପାଇଁ ବାସ ଦେଲାଏପରି କଥା ଆମ୍ଭଙ୍କୁ କିମ୍ପା ଶୁଣାଇଲା ।ଚାଲଗୋ ଏ ରାଜ୍ୟେ ଆମ୍ଭେ ଆଉ ନ ରହିବାଏପରି ନିଷ୍ଠୁର କଥା କର୍ଣ୍ଣେ ନ ଶୁଣିବା ।ଏ ପାପୀ କଂସକୁ ମନ୍ଦ ହେଲାଣି ଦଇବକେମନ୍ତେ ଏହାକୁ ଆଉ ଧରମ ସହିବ ।ଭଣଜାକୁ ମାରିବାକୁ କରିଛି ବିଚାରଫୁଟିଯାଉ ଆଖି ଛାତି ଫାଟିଯାଉ ତାର ।ଏମନ୍ତ ପ୍ରକାରେ ମଧୁପୁର ନାରୀଗଣେକଂସକୁ ଧିକ୍କାର କରନ୍ତି ସେ ମନେମନେ ।ଥୋକେ ନାରୀ ଏହିକଥା ଭାବିଣ ମନରେକୃଷ୍ଣଙ୍କୁ ଦର୍ଶନ କରି ଫେରିଲେ ସେ ଘରେ ।ଥୋକେ ନାରୀ କୃଷ୍ଣପାଦେ ଲୟ ଲଗାଇଣମଥୁରା ଦାଣ୍ଡରେ ହୋଇଲେ ଅଚେତନ ।ଥୋକେ ନାରୀ କୃଷ୍ଣଙ୍କର ରୂପ ଦେଖିକରିହତଜ୍ଞାନ ହୋଇଲେ ସେ କାମେ ହୋଇ ଘାରି ।ଅଚ୍ୟୁତ ଦାସ ସେ ରୂପ ଦେଖି ମଧୁପୁରେଦାସପଣେ ରହିଲା ନାରୀଙ୍କ ମେଳରେ ।