ସୁଦାମାର ପୁଷ୍ପମାଲ୍ୟ ଦାନ ଓ ବର ପାଇବା — ଚିତ୍ତବୋଧ ବା ଚିତ୍ତବିନୋଦ (ଦ୍ୱିତୀୟ ଭାଗ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଦିଅ ରାମ ଗୋପାଳଙ୍କୁ ବାଛି ପୁଷ୍ପମାନ ।
ଏହାଶୁଣି ସୁଦାମା ଯେ ରାମ ପାଶେ ଯାଇ
ଜାଈ ଯୁଈ ଆଦି ନାନା ପୁଷ୍ପମାନ ଦେଇ ।
ଅତି ସୁନ୍ଦର ଭାବରେ ତାଙ୍କୁ ବେଶ କଲା
ନାନା ପୁଷ୍ପମାଳମାନ ଗଳେ ଲମ୍ବାଇଲା ।
ଜଣେ ଜଣେ ଗୋପାଳଙ୍କୁ ଫୁଲମାଳ ଦେଇ
ନଟବର ବେଶ ସବୁ ସଜାଇଲା ତହିଁ ।
ଯାହାକୁ ଯେମନ୍ତ ବେଶ ଦିଶିବ ସୁନ୍ଦର
ତାହାର ସେ ପୁଷ୍ପେ ଖଞ୍ଜିଦେଲା ଫୁଲମାଳ ।
ଦିଶିଲେ ସୁନ୍ଦର ତିନିପୁର ସେ ମୋହିଲେ
ସେ ମୋହନ ବେଶ ଦେଖି ପୟର ନ ଚଳେ ।
ମୋହନ ବେଶରେ କୃଷ୍ଣ ମୋହିଲେ ଜଗତ
ଦେଖନ୍ତେ ଦେଖଣାହାରୀ ହୋଇବେ ମୋହିତ
ବେଶ କରି ରାମକୃଷ୍ଣ ପାଦରେ ପଡ଼ିଲା
କରପତ୍ର ଯୋଡ଼ିଣ ସେ ଦୂରେ ଉଭା ହେଲା ।
ଉଠାଇ ବୋଲନ୍ତି କୃଷ୍ଣ ତୁ ମୋର ଭକତ
ଏବେ ପାପଗଲା ଦୂର ହୋଇଲୁ ମୁକତ ।
ଅନ୍ତଃକାଳେ ବଇକୁଣ୍ଠେ ଯାଇ ତୁ ବସିବୁ
ଯେତେଦିନ ଆମ୍ଭେ ଥିବୁ ଫୁଲ ଦେଉଥିବୁ ।
କଂସ ଦାସଭାବେ ଉଗ୍ରସେନ ଖଟିଥିବେ
ଅନ୍ତେ ବଇକୁଣ୍ଠ ଯାଇ ସକଳେ ବସିବେ ।
ଆମ୍ଭ ବୋଲକରି ଏବେ ଯାଅ ତୁ ଘରକୁ
ନ ଅଣ୍ଟିଲା ଯେତେ ପୁଲ ଦେଲୁ ତୁ ଆମ୍ଭଙ୍କୁ ।
ତୋ ବାଡ଼ିରେ ଏବେ ଯେତେ ଫୁଲଥିବ ଫୁଟି
ପଠିଆଇ ଦେଇଥବୁ ଯାଅରେ ଲେଉଟି ।
କୃଷ୍ଣ ଆଜ୍ଞାରେ ସୁଦାମା ରୂପ ଚମତ୍କାର
ଦିଶିଲା ତାଦୃଶ ପତ୍ନୀ ହୋଇଲା ସୁନ୍ଦର ।
ସୁଦାମାକୁ ଶ୍ରୀକୃଷ୍ଣଙ୍କର ଯହୁଁ ଦୟା ହେଲା
ନାନା ସମ୍ପତ୍ତିରେ ତାର ମନ୍ଦିର ପୂରିଲା ।
ଯହୁଁ ସେ ସୁଦାମା ନିଜ ଘରଠାକୁ ଗଲା
ଆପଣାର ଘର ସେହି ଚିହ୍ନି ନ ପାରିଲା ।
ଦୂରୁ ଦେଖିଣ ତାହାର ନାରୀ ଗଲା ଧାଇଁ
ଡାକଇ ହେ ସ୍ୱାମୀ ଗୃହେ ନ ଆସ କିମ୍ପାଇଁ ।
ଶୁଣି ସୁଦାମା ଚିତ୍ତରେ ଭୟ କଲା ତାର
ବୋଇଲା ଡାକଇ ମୋତେ ଏ ନାରୀ କାହାର ।
ବଣାହେଲି ମୋର ଘର ନୁହଁଇଟି ଏହି
ଏସୁନ୍ଦରୀ ନାରୀ ମୋତେ ଡାକୁଛି କିମ୍ପାଇଁ ।
ପୁଣି ବିଚାରେ ମୋ ନାରୀ ପ୍ରାୟେ ତ ଦିଶଇ
କି କଥା କହିବି ମୋତେ ବୁଦ୍ଧି ଦିଶୁନାହିଁ ।
ଦେଖିଣ ତାହାର ନାରୀ କହେ ମୃଦୁବାଣୀ
କାହିଁପାଇଁ ସ୍ୱାମୀ ତୁମେ ହୋଇଲ ହେ ତୁନି ।
କାହିଁକି ନ ଆସି ଗୃହେ ଅଛ ଉଭା ହୋଇ
ଶ୍ରବଣେ ସୁଦାମା ମାଳୀ ମନେ ବିଚାରଇ ।
ମୋ ଘରେ ସମ୍ପତ୍ତି ଦେଲେ ନନ୍ଦରନ୍ଦନ
ମୋ ନାରୀକି ରୂପବତୀ ସେହି କଲେ ପୁଣ ।
ଏତେ ବିଚାରି ସୁଦାମା ପୁର ମଧ୍ୟେ ମିଳି
ଦେଖି ନିଜ ମନ୍ଦିରକୁ ମନେ ମନେ ଭାଳି ।
ପୁଣି ବିଚାରିଲା ଧନ୍ୟ ଦେବକୀର ସୁତ
ସାକ୍ଷାତରେ ବ୍ରହ୍ମ ତୁ ହୋ ଅଟୁ ଗୋପୀନାଥ ।
ବୋଇଲା ମାଳତୀ କେହୁ ଏହା ଦେଲା କହ
ଏମାନ ଦେଖି ମୋହର କମ୍ପୁଅଛି ଦେହ ।
ସୁଦାମା ବାକ୍ୟେ ମାଳତୀ ଦିଅଇ ଉତ୍ତର
ବାଇ ହେଲା ମନ ଭ୍ରମ ହେଲା କି ତୁମ୍ଭର ।
ପୁଷ୍ପମାଳ ଘେନି ତୁମେ ରାଜା ପାଶେ ଗଲ
ବାଟରେ କୃଷ୍ଣଙ୍କୁ ଦେଖି ବାଇକି ହୋଇଲ ।
ଏ ସକଳ ଧନ ତୁମ୍ଭେ ଦେଇଛ ପଠାଇ
ଭାର ଭାର କରି ବହୁ ଲୋକ ଗଲେ ଦେଇ ।
ବୋଇଲେ ତୋହର ସ୍ୱାମୀ ଦେଇଛି ପଠାଇ
ଏ ଧନ ରତନ ତୁମ୍ଭେ ଘରେ ରଖ ନେଇ ।
ଜୀବ ଥିବାଯାଏ ତୁମ୍ଭେ ଦରିଦ୍ର ନୋହିବ
ଆଜିଠାରୁ ତୁମ୍ଭେ ଆଉ ବସି ଖାଉଥିବ ।
ତୁମ୍ଭ ସ୍ୱାମୀ ବାଟେ କୃଷ୍ଣ ଦେଖୁଛନ୍ତି ରହି
ଆମ୍ଭଙ୍କୁ ବୋଇଲେ ଘରେ ଦେଇଆସ ଯାଇ ।
ତୁମ୍ଭେ କହୁଛ ଏପରି ଏବେ କାହିଁପାଇଁ
କିବା ତୁମ୍ଭେ ଆଜି କାହିଁ ଖାଇଛ ଗଞ୍ଜାଇ ।
କି ଅବା ଧନକୁ ଦେଖି ହେଲା ମତିଭ୍ରମ
କି ଅବା ତୁମ୍ଭଙ୍କୁ ବାଇ କଲେ କୃଷ୍ଣରାମ ।
ଏମନ୍ତ ଶୁଣି ସୁଦାମା କୃଷ୍ଣଙ୍କୁ ଚିନ୍ତିଲା
ନ କହି କାହାକୁ କିଛି ମଉନେ ରହିଲା ।
ବିଚାରେ ସାକ୍ଷାତେ କୃଷ୍ଣ ଦେବ ନାରାୟଣ
ନିଶ୍ଚୟେ କଂସକୁ ଆସି ଘୋଟିଲା ମରଣ ।
ଏମନ୍ତ ବିଚାରି ଯେତେ ଫୁଲ ଥିଲା ତୋଳି
ଯତ୍ନେ ଗଭାକରି ବସି ଗୁନ୍ଥିଲା ସେ ମାଳୀ ।
ନିଜ ନାରୀକି ଅନାଇ ବୋଲଇ ବଚନ
ଏ ଫୁଲକୁ ନେଇ ଦାଣ୍ଡେ ଚଳ ହୋ ବହନ ।
କୃଷ୍ଣଙ୍କ ଗଳାରେ ଦେଇ ପାଦରେ ପଡ଼ିବୁ
କରଯୋଡ଼ି ତାହାଙ୍କୁ ତୁ ବିନୟେ କହିବୁ ।
ବୋଲିବୁ ହେ ପ୍ରଭୁ ମୋର ନାହାନ୍ତି ନନ୍ଦନ
ଅପୁତ୍ରିକା ହୋଇ ମୋର ଯିବ ଏ ଜୀବନ ।
ନ ଚାହାନ୍ତି ମଧୁ ନରନାରୀ ମୋ ବଦନ
ଦିଅ ପୁତ୍ରଦାନ ମୋତେ ଦେବକୀ ନନ୍ଦନ ।
ନିଃସନ୍ତାନ ହୋଇ ଯେବେ ମରିବି ଗୋସାଇଁ
ଯମ ଦଣ୍ଡରେ ପଡ଼ିବି ରକ୍ଷା ମୋର ନାହିଁ ।
ଆଣ୍ଠୁକୁଡ଼ୀ ହୋଇ ଯେବେ ଥିବି ଏ ସଂସାରେ
ଧିକ୍କ ମୋହର ଜୀବନ କି ବୋଲନ୍ତି ନରେ ।
ନାରୀ ଜନ୍ମ ହୋଇ ପୁତ୍ର ମୁଖ ନ ଦେଖିଲି
ଅପୁତ୍ରୀ ଦୋଷରୁ ପାରିକର ବନମାଳୀ ।
ଶୁଣି ମାଲୁଣୀ ମନରେ ହୋଇଲା ଆନନ୍ଦ
ପୁଷ୍ପ ଡାଲା ଧରିଣ ସେ ଚାଲେ ମନ୍ଦ ମନ୍ଦ ।
ଖଣ୍ଡେ ଦୂରୁ କୃଷ୍ଣରୂପ ଦେଖି ମୋହ ଗଲା
ହସ୍ତରୁ କୁସୁମ ଡାଲା ଭୂମିରେ ପଡ଼ିଲା ।
ମାଲୁଣୀର ମନ କୃଷ୍ଣ ତକ୍ଷଣେ ଜାଣିଲେ
କରୁଣାସାଗର ତାର ଆଗେ ପ୍ରବେଶିଲେ ।
ବୋଇଲେ ଏ କିସ ଆଣିଅଛ ଫୁଲମାଳ
ସୁଦାମାକୁ କହିଥିଲି ନ ଅଣ୍ଟିଲା ଫୁଲ ।
ତେଣୁ ଏ ସୁନ୍ଦରୀ ଫୁଲ ଘେନିଣ ଆସିଛି
ସୁଦାମାର ନାରୀ ଏହୁ ଜଣା ଯାଉଅଛି ।
କାହୁଁ ଆସିଥିଲା ଏହୁ କେମନ୍ତେ ପଡ଼ିଲା
ଏ କଥା ତ ମୋତେ ବଡ଼ ସନ୍ଦେହ ଲାଗିଲା ।
ଏମନ୍ତ ବିଚାରି କୃଷ୍ଣ ତାର କର ଧରି
ବୋଇଲେ ଉଠ ଗୋ ବାଞ୍ଛାପୂର୍ଣ୍ଣ ହେଲାନାରୀ ।
କୃଷ୍ଣଙ୍କୁ ଦେଖି ମାଲୁଣୀ ଫୁଲମାଳ ଧରି
ବେନି ନୟନରୁ ବହିଯାଏ ଅଶ୍ରୁବାରି ।
କୃଷ୍ଣପାଦେ ଲଗାଇଛି ମନ ଚଇତନ
କୃଷ୍ଣଭାବେ ବଶ ହୋଇଗଲା ଅଚେତନ ।
କୃଷ୍ଣର ଗଳାରେ ଫୁଲମାଳ ଦେଲା ନେଇ
ରାମ ପାଶେ ଫୁଲ ଧରି ଭାବେ ଉଭା ହୋଇ ।
ପାଦେ ପଡ଼ି ପୁଣି ଉଠି ଫୁଲମାଳ ଦେଲା
ତଦନ୍ତରେ ନେଇ ଗୋପପୁଅକୁ ମଣ୍ଡିଲା ।
ସ୍ୱାମୀ ତାର ଦେଇଥିଲା ଯେତେ ଫୁଲମାନ
ଯେଉଁ ଯେଉଁ ସ୍ଥାନ ସବୁ ହୋଇଥିଲା ଶୂନ୍ୟ
ଫୁଲରେ ସେ ସ୍ଥାନମାନ ମଣ୍ଡନ କରିଲା
ପୁଣି କୃଷ୍ଣ ପାଦତଳେ ଯାଇଣ ପଡ଼ିଲା ।
ବେନି କରପତ୍ର ଯୋଡ଼ି କହଇ ବଚନ
ଧିକ ଧିକ ପ୍ରଭୁ ମୋର ଯାଉ ଏ ଜୀବନ ।
ନାରୀଜନ୍ମ ପାଇ ଯେବେ ନୋହିଲା ନନ୍ଦନ
ସଂସାରେ ଜନମ ହେବା ମୋର ଅକାରଣ ।
ଅପୁତ୍ରୀ ବୋଲିଣ ମୋତେ ବୋଲିବେ ସମସ୍ତେ
ନ ଚାହିଁବେ କେହି ମୋର ମୁଖକୁ ପ୍ରଭାତେ ।
ପୁତ୍ର ମୁଖ ନ ଦେଖିଣ ଯେଉଁ ପ୍ରାଣୀ ମରେ
ନ ମିଳଇ ବାସ ତାକୁ ପଡ଼େ ସେ ନର୍କରେ ।
ପୁତ୍ର ହେବ ବୋଲି ପରପୁଂସେ ଦେଇ ମନ
ଯେଉଁ ରମଣୀ ସମର୍ପେ ନିଜ ଯଉବନ ।
ପର ବୀର୍ଯ୍ୟରେ ସନ୍ତାନ ଯେବେ ଜାତହୋଇ
କୁଳ ରହିଲା ବୋଲି ସେ ସନ୍ତୋଷ ଲଭଇ ।
ବନ୍ଧୁଭାଇ କୁଟୁମ୍ବ ଯେ ଜାତିକୁଳ ଗୋତ୍ର
ହରଷ ହୁଅନ୍ତି ସର୍ବେ ଦେଖି ନବପୁତ୍ର ।
ପିତୃଦେବତା ହୁଅନ୍ତି ତାରେ କୋପାନଳ
ସକଳ କରନ୍ତି ନାଶ ମିଳି ତାର କୁଳ ।
ସେ ପୁତ୍ର ଅଳପ କାଳ ଜୀବିତ ହୁଅଇ
କାହାକୁ ନ ଡରେ ଧନେ ବଳବାନ ହୋଇ ।
ଧର୍ମ କର୍ମ ନ ଜାଣଇ ପାପେ ହୁଏ ରତ
ନିରତେ ତାହାର ପାପେ ବଢୁଥାଏ ଚିତ୍ତ ।
ନିରତେ କିଛିଦିନରେ ହୁଏ ପ୍ରାଣେ ନାଶ
ନିଅନ୍ତି ଗଳାରେ ଦେଇ ଯମଦୂତେ ଫାଶ ।
କୁଳ ରହିବ ବୋଲିଣ ପରପୁଂସେ ମାତି
ପୁତ୍ର ଜାତ କରଇଟି ଯେବଣ ଯୁବତୀ ।
ମରଣ କାଳରେ ଯମଦୂତେ ଘେନିଯାନ୍ତି
ମାରିଣ ଅନେକ ମାଡ଼ ଦଣ୍ଡ ସେ ଦିଅନ୍ତି ।
ଖଣ୍ଡ ଖଣ୍ଡ କରି ତାର କାଟନ୍ତି ମାଉଁସ
ବୁଲାନ୍ତି ଉଲଗ୍ନ କରି ତାକୁ ଯମଦେଶ ।
ତପତ ଲୁହାରି ବାଡ଼ି ତା ମୁଖେ ଭରନ୍ତି
ପୁଣି ଲୌହ ଛାଟ ତାର ଚକ୍ଷୁରେ ମାରନ୍ତି ।
କୁମ୍ଭୀପାକ ନରକରେ ତାହାକୁ ପକାନ୍ତି
କଣ୍ଟାମୟ ଛାଟେ ପିଟି ଦାଣ୍ଡେ ଘୋଷାଡ଼ନ୍ତି ।
କୁଳ ନ ରହେ ସେ ବ୍ୟକ୍ତି ଦଣ୍ଡେ ହୁଏ ଯୋଗ
ପରପୁରୁଷରେ ଯେହୁ କରେ ରତି ଭୋଗ ।
ଯେବେ ପରପୁରୁଷରେ ପୁତ୍ରଜାତ ହୁଏ
କୁଳ ନ ରହଇ ମାତ୍ର କଳଙ୍କଟି ରହେ ।
ମୁହିଁ ଅପୁତ୍ରିକା ନାରୀ ପୁତ୍ର ଦିଅ ମୋତେ
ଫିଟୁ ମୋର ବନ୍ଧ୍ୟାଦୋଷ ଦେଖନ୍ତୁ ସମସ୍ତେ ।
ଭାବେ ଗଦଗଦ ନେତ୍ରୁ ଅଶ୍ରୁଜଳ ଗଳେ
ଏମନ୍ତ କହି ପଡ଼ିଲା ପୁଣି ପାଦତଳେ ।
ବୋଲଇ ହେ ପ୍ରଭୁ ମୋତେ ବାରେ ଦୟାକର
ଜଗତେ ବୋଲନ୍ତି ଅଟୁ ତୁ ଦୟାସାଗର
ଦୟାକରି ସ୍ୱାମୀ ସିନା କଲୁ ଧନ ଦାନ
ଅସୁନ୍ଦର ଦିଶେ ପୁର ନଥାଇ ନନ୍ଦନ ।
ଯେତେକ ସମ୍ପଭି ଦେଲୁ ସବୁ ଅକାରଣ
ଆମ୍ଭ ଅନ୍ତେ ଶତ୍ରୁ ସିନା ଖାଇବେ ସେ ଧନ ।
ଭୋ ବ୍ରହ୍ମାଣ୍ଡନାଥ ମୋତେ ଯେବେ କଲ ଦୟା
କେବଳ ସନ୍ତାନ ଦିଅ ମାଗୁଅଛି ଏହ ॥
ଏମନ୍ତ ବୋଲି ମାଲୁଣୀ ଭାବେ ହେଲା ଭୋଳବିହ୍ୱଳିତେ ପଡ଼ିଲା ସେ କୃଷ୍ଣ ପାଦତଳ ।ବୋଲଇ ହେ ତ୍ରାହିକର ଦେବକୀର ସୁତମୁଁ ତୋର ଦାସୀର ଦାସୀ ଅଟେ ଗୋପୀନାଥଧନ ସମ୍ପତ୍ତିରେ ମୋର କିଛି କାର୍ଯ୍ୟ ନାହିଁଯେବେ ଦେଇଅଛ ତାହା ନିଅ ହେ ଫେରାଇ ।ନଗ୍ରେ ଭିକ୍ଷା ମାଗି ପଛେ ଉଦର ପୋଷିବିପୁତ୍ର ବିନା ତୋତେ ମୁହିଁ ଆନ ନ ମାଗିବି ।ଯେମନ୍ତ ମୁଁ ଅପୁତ୍ରିକା ଦୋଷୁ ହେବି ପାରିତେମନ୍ତ କରୁଣା ମୋତେ କର ଦଇତ୍ୟାରୀ ।ମାଲୁଣୀ ବଚନେ କୃଷ୍ଣ ମନରେ ଭାବିଲେଏହାର ହୃଦରେ ଜ୍ଞାନ ଜନ୍ମିଲା ବୋଇଲେ ।ଥରେ ମାତ୍ର ମନ ଦେଖି ଏହାଙ୍କୁ ବିଡ଼ିବାକେମନ୍ତ ଭକତି କରେ ସେ କଥା ବୁଝିବା ।ବୋଇଲେ ମାଲୁଣୀ ଏବେ ଶୁଣ ମନଦେଇତୋରର କର୍ମେ ପୁତ୍ର ନାହିଁ କାହୁଁ ମୁଁ ଦେବଇଁ ।କୃଷ୍ଣ ବଚନେ ମାଲୁଣୀ ବୋଲଇ ବଚନଗୋପପୁରେ କଲ ଯାହା ବାଜିଛି ମୋ କର୍ଣ୍ଣ ।ଆହୁରି ମୁଁ ମଧୁପୁରେ ପ୍ରତ୍ୟକ୍ଷେ ଦେଖିଲିକାହିଁକି ଭଣ୍ଡାଅ ମୋତେ ମିଛେ ବନମାଳୀ ।ଅନ୍ତୁଡ଼ିଶାଳରେ କୃଷ୍ଣ ନାଶକଲ ଯାଇନନ୍ଦ ବୁଡ଼ିଗଲା ଜଳୁ ଆଣିଲ ଜୀଆଇଁ ।ବ୍ରହ୍ମା ନେଲା ବତ୍ସାବାଳ ତୋହର ଚୋରାଇତୋ ଅଙ୍ଗୁ କେମନ୍ତ ଜାତ କଲୁ ଭାବଗ୍ରାହୀ ।ନ ଚିହ୍ନିଲେ କେହି ଗୋପୀଗୋପାଳ ସହିତେଇନ୍ଦ୍ର ବଜ୍ର ବରଷିଲା ଗୋପେ ଦିନା କେତେ ।ଟେକିଲୁ ତୁ ଗୋବର୍ଦ୍ଧନ କରେ ନନ୍ଦବଳାଇନ୍ଦ୍ର ହାରି ତୋର ପାଦେ ଶରଣ ପଶିଲା ।ଏ ମଥୁରାପୁରେ ଏବେ ଲୀଳା ତୁ କରିବୁଅସୁର ବିନାଶି ଧରା ଭାରା ନିବାରିବୁ ।ତୁ ଯେ ବୋଲୁଅଛୁ ପୁତ୍ର କର୍ମେ ନାହିଁ ମୋରତୋ ତହୁଁ ବଡ଼ କେ ଅଛି କହ ମୋ ଆଗର ।ଛପନ କୋଟି ଜୀବର ହୃଦେ ତୁହି ଥାଉଯେ ଯାହା ଭାବଇ ମନେ ତାହ । ତାକୁ ଦେଉ ।ଭାବକୁ ନିକଟ ତୁହି ଅଭାବକୁ ଦୂରବିଧାତା ସେବଇ ନିତି ତୋହର ପୟର ।କେମନ୍ତ ବୋଇଲୁ ମୋର କର୍ମେ ନାହିଁ ସୁତତୋର ମୁଖୁଁ ଶୁଣି ମୁହିଁ ହେଲି ଆଚମ୍ବିତ ।ବୋଲନ୍ତି ତାର ବଚନ ଶୁଣି ଦାମୋଦରଶୁଣଗୋ ମାଲ୍ୟାଣୀ ତୁହି ବଚନ ମୋହର ।ତା ଶୁଣି ମାଲ୍ୟାଣୀ କୃଷ୍ଣ ପାଦେପଦ୍ମ ପଡ଼ିବିନୟେ ହୋଇଲା ଉଭା ବେନିକର ଯୋଡ଼ି ।ବୋଲଇ ହେ ପ୍ରଭୁ ଯେବେ ଦୟାକଲ ମୋତେଅନ୍ୟ ନ ମାଗଇ ପୁତ୍ର ମାଗୁଅଛି ତୋତେ ।ବୋଲନ୍ତି ମାଲୁଣୀବାକ୍ୟ ଶୁଣି ଭାବଗ୍ରାହୀମାଗିଲୁ ତୁ ପୁତ୍ର ଯେବେ ଶୁଣ ମୁଁ କହଇ ।ଦାନ ଧର୍ମ ତୀର୍ଥ ବ୍ରତମାନ କରୁଥିବୁସବୁକାଳେ ଅନ୍ନ ଜଳ ଦାନ ଦେଉଥିବୁ ।ପର ଉପକାର ତୁହି କରୁଥିବ ନିତିପରଠାରେ ହିଂସା ନବହିବ ତୋର ମତି ।ପରଦୁଃଖ ଦେଖି ଦୁଃଖୀ ହୋଇବୁ ମାଲ୍ୟାଣୀଆତଙ୍କ କାଳେ ପରକୁ ସାହା ହେବୁ ପୁଣି ।ନ କରିବୁ କ୍ଷୁଧା ତୃଷାତୁରଙ୍କୁ ନିରାଶଅତି ଦେଖିଲେ ତୁହି କରିବୁ ସନ୍ତୋଷ ।ନ କହିବୁ ତୁ ନିଷ୍ଠୁର ବଚନ କାହାକୁସମାନ ଦେଖିବୁ ତୁହି ପର ଆପଣାକୁ ।ବିଷ୍ଣୁଙ୍କର ପାଦପଦ୍ମେ ଚିତ୍ତ ଦେଇଥିବୁସାଧୁଙ୍କ ଚରଣ ରେଣୁ ଅଙ୍ଗରେ ବୋଳିବୁ ।ବିଷ୍ଣୁପାଦ ଚିନ୍ତି ମନେ ବୁଲୁଥିବୁ ତୁହିବିଷ୍ଣୁ ପାଦେ ସଦାଥିବୁ ଚିତ୍ତକୁ ବୁଡ଼ାଇ ।ବିଷ୍ଣୁପାଦପଦ୍ମକୁ ତୁ ସ୍ୱାମୀ ବୋଲି ଧରବିଷ୍ଣୁର ପାଦକୁ ପୁତ୍ର ବୋଲି ଆଶ୍ରାକର ।ଦୁଃଖରେ କରିବୁ ଯେତେ ଧନ ଉପାର୍ଜନବିଷ୍ଣୁପାଦେ ତାହା ସବୁ କରିବୁ ଅର୍ପଣ ।ବିଷ୍ଣୁର ପାଦପଦ୍ମକୁ ମଣି ତାତ ମାତବିଷ୍ଣୁ ପାଦେ ସମର୍ପିବୁ ତୁ ଲାଜ ମହତ ।ବିଷ୍ଣୁର ପାଦକୁଦୀକ୍ଷାଗୁରୁ ତୁ କରିବୁବିଷ୍ଣୁ ନାମ କର୍ଣ୍ଣେ ତୁ ତ ନିତି ଶୁଣୁଥିବୁ ।କରିବୁ ବିଷ୍ଣୁର ପାଦୋଦକ ନିତି ସେବାନ ସେବିବୁ ବିଷ୍ଣୁପାଦ ବିନୁ ଆନ ଦେବା ।ସମ୍ପତ୍ତି ବିପତ୍ତି ବିଷ୍ଣୁପାଦେ ସମର୍ପିବୁଜ୍ଞାନ ଅଜ୍ଞାନ ତୋହର ବିଷ୍ଣୁପାଦେ ଦେବୁ ।ବିଷ୍ଣୁପାଦେ ସମର୍ପିବୁ ଅଙ୍ଗକ୍ଳେଶ ଯେତେବିଷ୍ଣୁପାଦେ ମନ ଦେଉଥିବୁ ଶୁଦ୍ଧଚିତ୍ତେ ।ବିଷ୍ଣୁପାଦେ ପ୍ରକୃତିମାନ ସମର୍ପିବୁବିଷ୍ଣୁପାଦରେ ଇନ୍ଦ୍ରିୟଗଣେ ନିୟୋଜିବୁ ।ତେବେ ତୁ ତ ବଇକୁଣ୍ଠେ ବସିବୁ ମାଲ୍ୟାଣୀବିଷ୍ଣୁ ପାଦପଦ୍ମ ଛଡ଼ା ନକର ଭାଳେଣି ।ଏ କଥାରୁ ବଡ଼ କେବେ ନୁହଇ ତନୟଯେଉଁପାଦ ଆଶ୍ରୟରେ ନାହିଁ ଭବଭୟ ।ଯେବେ ଧରି ନ ପାରିବୁ ଏହା ସୁଲକ୍ଷଣୀଆହୁରି କଥାଏ ତେବେ କହୁଅଛି ପୁଣି ।କେବଳ ହୃଦୟେ ବିଷ୍ଣୁ ନାମ ଧ୍ୟାଉଥିବୁଅତିଥି ଦେଖି ନିରାଶ କେବେ ନ କରିବୁ ।ଥିଲେ ଦେବୁ ନ ଥିଲେ ତୁ ବିନୟେ କହିବୁଯା ଘରେ ମିଳିବ ତାକୁ ଦେଖାଇଣ ଦେବୁ ।ନିଜେ ନ ଦେଲେ ଅନ୍ୟର ଦ୍ୱାରା ଦିଆଇବୁଦେବାଠାରୁ ଅଧିକରେ ଫଳ ତୁ ପାଇବୁ ।କଟୁକଥାମାନ କେବେ ନ କହିବୁ ତୁହିଦୁଷ୍ଟଜନେ ଯେବେ ତାକୁ ମାରିବେ ଗୋଡ଼ାଇ ।ନ ମାର ବୋଲିଣ ତାଙ୍କୁ ବୁଝାଇ କହିବୁନ ମାନିଲେ ତାଙ୍କୁ ତୋର ଅଙ୍ଗ ଦେଖାଇବୁ ।ନିଜେ ମାଡ଼ ଖାଇ ଅନ୍ୟେ ରକ୍ଷା ତୁ କରିବୁପର ନିମନ୍ତେ ଆପଣା ପ୍ରାଣ ସମର୍ପିବୁ ।ପର ଉପକାରେ ସଦା ଦେବୁ ମନପ୍ରାଣଅନ୍ତିମେ ପାଇବୁ ଯାଇ ବଇକୁଣ୍ଠେ ସ୍ଥାନ ।ଗୁପ୍ତେ ଅତିଥିଙ୍କୁ ଦେଉଥିବୁ ତୁ ଆହାରସନ୍ତୋଷ ଲଭିବେ ସେହୁ ଯେମନ୍ତ ପ୍ରକାର ।ନ ଲାଗଇ ବନ୍ଧ୍ୟାଦୋଷ ଏଥୁ ସୁଲୋଚନୀପୁତ୍ର ହୋଇଲେ ବିଷ୍ଣୁଙ୍କୁ ଲଭଇ କି ପ୍ରାଣୀ ।ଆହୁରି କଥାଏ ଶୁଣ କହୁଅଛି ମୁହିଁପରଠାରେ ହିଂସା ଦ୍ୱେଷ ନ ବହିବୁ ତୁହି ।ନ ବଳାଇବୁ କଦାଚ ପରଧନେ ମନସମର୍ପିବୁ ପର ଆତଙ୍କରେ ତୁ ଜୀବନ ।କରୁଥିବୁ ନିତ୍ୟେ ପର ଉପକାରମାନକର୍ଣ୍ଣେ ନ ଶୁଣିବୁ ପର ନିନ୍ଦା ଅପମାନ ।ସକଳ ଧର୍ମରେ ପର ଉପକାର ସାରବଳାଇବୁ ନାହିଁ ପର ନାଶେ ମନ ତୋର ।କ୍ଷୁଧାର୍ତ୍ତ ତୃଷାର୍ତ୍ତ ଜନେ ଦେବୁ ଅନ୍ନ ଜଳନ ଥିଲେ ନ ଦେଲି ବୋଲି ହୋଇବୁ ବିକଳ ।ଦରିଦ୍ର ଦେଖିଲେ ଧନ ବସ୍ତ୍ର ଦାନ ଦେବୁଜଳ ନଥିବା ପଥରେ ପୋଖରୀ ଖେଳିବୁ ।ଦେଉଳ ତୋଳାଇ ବିଷ୍ଣୁ ପ୍ରତିମା ସ୍ଥାପିବୁଏକଥା ନ କରି ପୁତ୍ର ଲୋଡ଼ିକି ପାରିବୁ ।ବିଷ୍ଣୁର ପାଦକୁ ଧନ ପୁତ୍ର ନୁହେଁ ସରିବାଇ ତୁ ନହୁଅ ଆଗୋ ସୁଦାମାର ନାରୀସତ୍ୟ କହୁଅଛି ପୁତ୍ର ଦେବି ସୁଲୋଚନୀବିଷ୍ଣୁ ଭକତିରେ ଏକା କରିବୁ ଭାଳେଣି ।ପଚାରି କହ କହିଲି ତୋତେ ବେନି କଥାଶୁଣି ମାଲୁଣୀ କରଇ ମନେ ତାର ଚିନ୍ତା ।ବିଚାରଇ ଏ ଶ୍ରୀକୃଷ୍ଣ ଭଣ୍ଡୁଅଛି ମୋତେନାନା ଜାତିରେ ଭୁଲାଇ କହୁଅଛି କେତେ ।ବୋଲଇ ହେ କୃଷ୍ଣ ତୁମ୍ଭେ ଶୁଣ ମୋ ବଚନନାରୀଜାତି ଆମ୍ଭେ ଅଟୁ ବଡ଼ ନିଲକ୍ଷଣ ।ତୁ ଯାହା କହିଲୁ ଗୋପୀମାନେ ତା ଜାଣନ୍ତିନାରୀଜାତି ହୋଇ କାହିଁ ଜାଣିବୁ ଭକତି ।ବିଷ୍ଣୁ ବୋଲି ଦିନେ ମୁଁତ ନେତ୍ରେ ଦେଖିନାହିଁମୋତେ ତ ଦେଖିଲେ ବିଷ୍ଣୁ ଯିବେଟି ପଳାଇ ।ଭାବ ଭକ୍ତି କେଉଁପରି ମୋତେ ଜଣା ନାହିଁହରିନାମ ଧ୍ୱନି ଦିନେ କର୍ଣ୍ଣେ ବାଜିନାହିଁ ।ଏବେ ତୁମ୍ଭେ ବୋଲୁଅଛ ବିଷ୍ଣୁପାଦେ ସେବଆଗେ ଦିଅ ପୁତ୍ର ପଛେ ସେବେ ବିଷ୍ଣୁଦେବ ।ଦେଖ ମାଲୁଣୀ ଅଭାଗୀ ମୋକ୍ଷ ନ ଲାଗିଲାକୃଷ୍ଣ ପାଦେ ପଡ଼ି ପୁତ୍ର କେବଳ ମାଗିଲା ।ବହୁତ ସମ୍ପତ୍ତି ପୁତ୍ର ନାତି ହେବେ ମୋରମାଗୁଅଛି ଏହି ବର ହେ ନନ୍ଦ କୁମର ।ପୁଣିହିଁ କୃଷ୍ଣ ବୋଲଇ ଶୁଣ ଗୋ ମାଲୁଣୀତୋର କର୍ମେ ପୁତ୍ର ନାହିଁ କାହୁଁ ଦେବି ଆଣି ।ତୁ ଯେ ବୋଲୁଅଛୁ ପୁତ୍ର ଦିଅ ଦାମୋଦରସମ୍ପଦ କରିବି ଭୋଗ ବଂଶ ରଖି ମୋର ।ମଲାବେଳେ ମୋତେ ସେହୁ ପିଣ୍ଡପାଣି ଦେବପିତୃଗଣଙ୍କୁ ମୋହର ସନ୍ତୋଷ କରିବ ।ସୁଦାମାର ପୁତ୍ର ନାତି ବୋଲିବେ ସକଳେଏଥିପାଇଁ ରେ ସୁନ୍ଦରୀ ଲୋଡୁଛୁ ବିକଳେ ।କଥାଏ କହୁଛି ଏବେ ଶୁଣ ମନଦେଇଯେବେ ଅପୁତ୍ରିକା ବୋଲି ଚିନ୍ତାକରୁ ତୁହି ।ତ୍ରେତାଯୁଗେ ଦଶରଥ ଘରେ ଦେବହରିଚାରିମୂର୍ତ୍ତି ହୋଇଣ ଯେ ହେଲେ ଦେହଧାରୀ ।ରାମ ଲକ୍ଷ୍ମଣ ଭରତ ଏ ଚାରି କୁମରତିନିରାଣୀ ଗର୍ଭୁ ଜାତ ଏ ଚାରି କୁମର ।ଯେତେବେଳେ ଦଶରଥ ତେଜିଲେ ଜୀବନପାଶେ ନ ଥିଲେ ତାଙ୍କର ଏ ଚାରି ନନ୍ଦନ ।ପୁତ୍ର ଜାତ କରି ତାଙ୍କ ମୁଖ ନ ଦେଖିଲେଚାରିପୁତ୍ର ଥାଉଁ ଥାଉଁ ପାଣି ନ ପାଇଲେ ।ତାଙ୍କ ତହୁଁ ବଡ଼ କିଲୋ ତୁ ସୁଦାମା ନାରୀକଟାଳ କରୁଛୁ ପୁତ୍ର ଦିଅ ବୋଲିକରି ।ତୋର କର୍ମେ ପୁତ୍ର ନାହିଁ ବୁଝାଇ କହିଲିନ ବୁଝି ହିଁ ପୁଣି ବୋଲୁ ପୁତ୍ର ଦିଅ ବୋଲି ।ପୁତ୍ର ଥିବା ଲୋକମାନେ ନ ପାନ୍ତି କି କଷ୍ଟପୁତ୍ର କି ମାତା ପିତାଙ୍କୁ ନିଏଲୋ ବୈକୁଣ୍ଠ ।ନାହାନ୍ତି କାହାର କେତେ ପୁତ୍ର ମହୀତଳେକାହାର ପୁତ୍ର କାହାକୁ ବଇକୁଣ୍ଠ ନେଲେ ।କେବା ପୁତ୍ର ଧରି ଚିରଦିନ ଅଛି ରହିଏ କଥା ସୁନ୍ଦରୀ କିମ୍ପା ନ ବିଚାରୁ ତୁହି ।ବାଳକେ ଯେସନେ ଖେଳ ଖେଳନ୍ତି ଧୂଳିରେକ୍ଷଣକେ ଭାଙ୍ଗି ତାହାକୁ ଫେରନ୍ତି ସ୍ୱପୁରେ ।ତେସନେ ବିଧାତା ସିନା ସୃଜଇ ସଂସାରପୁଣି ପ୍ରଳୟେ ଏହାକୁ କରେ ନାରଖାର ।ତୁ ଯେ ବୋଲୁଅଛୁ ଅପୁତ୍ରିକା ଯିବି ହୋଇମିଥ୍ୟାକଥା ସତ୍ୟ ବୋଲି ମଣୁ କାହିଁପାଇଁ ।ଯେତେବେଳେ ଯମଦୂତେ ବାନ୍ଧି ଘେନିଯିବେତୋର ପୁତ୍ର ଭାଇବନ୍ଧୁ ରଖିକି ପାରିବେ ।ମୁଁ ଯାହା କହିଲି ସେହିମାନେ ହେଲେ ସାହାତୁହାଇ କହିଲି କିମ୍ପା ନ ବୁଝି ତୁ ଏହା ।କୃଷ୍ଣ ବଚନେ ବିନୟେ ପୁଣି ସେ କହଇଅପୁତ୍ରୀ ଦୋଷ ଖଣ୍ଡିବା ଶକ୍ତି ତୋର ନାହିଁ ।ପୁତ୍ର ବିନା ଆନ କଥା ତୋତେ ମାଗୁ ନାହିଁକିମ୍ପା ଏତେ କଥା ମୋତେ କହ ଭାବଗ୍ରାହୀ ।ପୁଣି କୃଷ୍ଣ ବୋଇଲେ ତୁ ଶୁଣରେ ମାଲ୍ୟାଣୀଗୋପପୁରେ ବେଦରେ ମୁଁ ଯାହା ଅଛି ଶୁଣି ।ତୁ ଏବେ ମନକୁ ଦେଇ ଶୁଣ ମୋ ବଚନବିହି ଲିହିଥିବା କଥା କେ କରେ ଖଣ୍ଡନ ।ତୋ ସ୍ୱାମୀର ଜ୍ୟେଷ୍ଠ ଭ୍ରାତା ପୁତ୍ର ପାଳ ତୁହିନଥିଲେ ତୋ ସାନଭାଇ ପୁତ୍ର ଆଣ ଯାଇଁ ।ତହିଁ ନଥିଲେ ତୋ ଜ୍ଞାତି ଦେଖି ପୁତ୍ର ଆଣକି ଅବା ବନ୍ଧୁର ଘରୁ ଆଣିବୁ ନନ୍ଦନ ।ନଥିଲେ ଜାତିରୁ ପୁତ୍ର ଆଣ ଧନ ଦେଇନିଜ ପୁତ୍ର ତୁଲ୍ୟ ତାକୁ ପାଳ ଯତ୍ନେ ନେଇ ।କୋଳରେ ବସାଇ ତାକୁ ବିଭା ତୁ କରିବୁତୋ ଧନ ସମ୍ପତ୍ତି ତାକୁ ସବୁ ସମର୍ପିବୁ ।ଧର୍ମର ନନ୍ଦନ ତୋର ହୋଇବ ଗୋ ସେହିତୋହରି ଗୋତ୍ରେ ତାହାକୁ ବିଭାଦେବୁ ନେଇପିଣ୍ଡପାଣି ଦେବ ତୋତେ ସ୍ୱର୍ଗକୁ ତୁ ଯିବୁପିତୃଗଣଙ୍କ ସଙ୍ଗରେ ଯାଇଣ ବସିବୁ ।ଜଗତେ ବୋଲିବେ ମାଳୀ ସୁଦାମାର ସୁତଅପୁତ୍ରିକ ଦୋଷ ଯିବ ହୋଇବୁ ମୁକତ ।ଶୁଣି କହଇ ମାଲ୍ୟାଣୀ ବେନିକର ଯୋଡ଼ିପୁଣି ସେହି କୃଷ୍ଣ ପଦ୍ମପାଦ ତଳେ ପଡ଼ି ।ପୁଣି ଉଠି ବେନିକର ମସ୍ତକରେ ଦେଲାଦୋଷ କ୍ଷମାକର ମୋର ଯଶୋଦାର ବଳା ।ବେଦଶାସ୍ତ୍ର କଥା ତୁମ୍ଭେ କହିଲ ଗୋସାଇଁମୁଁ ଶୁଣିଛି କଥା ଏକ ଶୁଣ ଭାବଗ୍ରାହୀ ।ବନ୍ଦୀଘରେ ଦେବକୀର ଗର୍ଭୁ ହୋଇ ଜାତଗୋପେ ନନ୍ଦ ଯଶୋଦାର ହେଲା ପୋଷ୍ୟପୁତ୍ରଆଠବରଷ ଯଶୋଦା ତୁମ୍ଭଙ୍କୁ ପାଳିଲେମୋ ଗର୍ଭରୁ ଜାତ ମୁହିଁ କରିଛି ବୋଇଲେ ।ନାଭି ନାଡ଼ୀ ଲାଗିଥିଲା କଲା ଯେ ପାଳନଜଗତେ ଜାଣିଲେ ହେଲା ନନ୍ଦର ନନ୍ଦନ ।ଏବେ ମଧୁପୁର ନରନାରୀମାନେ ଯେତେଦେବକୀ ସୁତ କୃଷ୍ଣ ବୋଲନ୍ତି ସମସ୍ତେ ।ନନ୍ଦ ଯଶୋଦାର ସୁତ ନ ବୋଲନ୍ତି କେହିଦେବକୀ ବସୁଦେବର ପୁତ୍ର ସିନା ତୁହି ।ଅଷ୍ଟ ବରଷ ପାଳି ସେ ହୋଇଲେ ନିରାଶବୃଦ୍ଧ ସମୟେ ଛାଡ଼ିଲା ତାଙ୍କୁ ପୀତବାସ ।ଏବେ ଦେବକୀ ଦେଖିଣ ସନ୍ତୋଷ ହୋଇବନନ୍ଦ ଯଶୋଦା କିମ୍ପାଇଁ ମନରେ ପଡ଼ିବ ।ତୁମ୍ଭେ ମନରେ ବିଚାର କର ଦାମୋଦରପାଳିବା ପୁତ୍ର କେବେ ହୁଏ ଆପଣାର ।ଆପଣା ଗର୍ଭରୁ ଯେଉଁ ପୁତ୍ର ହେବ ଜାତପରି ପୁତ୍ରନାମେ ସେହୁ ହେବ କି ବିଖ୍ୟାତ ।ପର ପୁତ୍ରରେ ଅପୁତ୍ରୀ ଦୋଷ ଯିବ କାହୁଁକାହିଁପାଇଁ ଭଣ୍ଡି ମୋତେ ଏତେ କଥା କହୁ ।ଯଦୁବଂଶେ ଜାତହୋଇ ତୁମ୍ଭେ ଭାବଗ୍ରାହୀଗଉଡ଼ର ଘରେ ପୋଷ୍ୟପୁତ୍ର ହେଲ ଯାଇ ।ତୁ ଏପରି କଥାମାନ କହୁଅଛୁ ମୋତେପୁତ୍ର ନ ଦେଲେ କି ଆଜ ଛାଡ଼ିବି ମୁଁ ତୋତେ ।ମାଲ୍ୟାଣୀ ବଚନେ କୃଷ୍ଣ ଅଳପ ହସିଲେନାରୀଜାତି ପୁଣି ଏଡ଼େ ଅବୁଝା ହୋଇଲେ ।ପୂର୍ବରୁ ଭକତ ମୋର ଏ ନାରୀ ଅଟଇତେଣୁକରି ସିନା ମୋତେ ଏମନ୍ତ କହଇ ।ସୁଦାମା ମାଳୀ ଅଟଇ ମୋହର ଭକତଏହାର ବଚନ ମୋତେ ଲାଗଇ ଅମୃତ ।ପୁଣି ବୋଇଲେ ମାଲ୍ୟାଣୀ ଏକ ମନେ ଶୁଣଯେପରି ଅପୁତ୍ରୀ ଦୋଷ ହୋଇବ ଖଣ୍ଡନ ।ପୁଷ୍କରିଣୀ ଏକ ଯେବେ ଖୋଳାଇ ପାରିବୁବିଷ୍ଣୁ ପାଦପଦ୍ମ ସଦା ଆଶ୍ରୟ କରିବୁ ।ତେବେ ତୁହି ଅପୁତ୍ରିକା ଦୋଷୁହେବୁ ପାରଧନ ତ ଅଭାବ ନାହିଁ ପୁଷ୍କରିଣୀ କର ।ଯେବେ ତୋଳିବୁ ଦେଉଳ ଅବା ଆନନ୍ଦରେବିଷ୍ଣୁର ପ୍ରତିମା ନେଇ ଥାପିବୁ ତହିଁରେ ।ବିଷ୍ଣୁର ପାଦରେ ମନ କରିବୁ ଅର୍ପଣଅପୁତ୍ରିକା ଦୋଷୁ ତେବେ ପାର ହେବୁଜାଣ ।କି ଅବା ସହସ୍ରେ ଚୁତ ବୃକ୍ଷ ଲଗାଇବୁତେବେ ଅପୁତ୍ରି ଦୋଷରୁ ତୁହି ପାରିହେବୁ ।ସହସ୍ରେକ ବୃକ୍ଷଯେବେ ରୋପି ନ ପାରିବୁତେବେ ତୁ ଗୋଟିଏ ଚୁତ ବୃକ୍ଷ ଲଗାଇବୁ ।ଅପୁତ୍ରୀ ଦୋଷରୁ ତେବେହୋଇବୁଲୋ ପାରଆହୁରି କଥାଏ ଶୁଣ କହେ ତୋ ଆଗର ।ଯେବେ କି ଅଶ୍ୱତ୍ଥ ବଟବୃକ୍ଷ ଲଗାଇବୁତେବେ ଯମଦଣ୍ଡରେ ତୁ କେଭେ ନ ପଡ଼ିବୁ ।ଆହୁରି କଥାଏ ମୋର ଶୁଣ ମନଦେଇବସାଇବ ଶୂଳପାଣି ଦେଉଳ ତୋଳାଇ ।ବେନିକର ଯୋଡ଼ି ତାଙ୍କୁ ମାଗିବୁ ତୁ ବରସେହି ସିନା ତୋତେ ଦେଇପାରନ୍ତି କୁମର ।ଅକର୍ମ କର୍ମଦାୟକ ବୋଲନ୍ତି ଜଗତେତାଙ୍କ ଭିନ୍ନ କେବାପୁତ୍ର ଦେଇପାରେ ତୋତେଭାଗ୍ୟରେ ନଥିଲେ ସିନା ପାରନ୍ତି ସେ ଦେଇଅଭାଗ୍ୟର ଭାଗ୍ୟଦାତା ପାର୍ବତୀର ସାଇଁ ।ବିହି ଲିହିଲା ଅକ୍ଷର କରନ୍ତି ସେ ଦାନସେ ଯେ ଭୋଳାନାଥ ଦେଇପାରନ୍ତି ନନ୍ଦନ ।କୃଷ୍ଣବ୍ୟାଧି ଖଣ୍ଡନ ଗୋ ପାରନ୍ତି ସେ କରିଶିବ ସିନା ଦେଇପାରେ ସବୁ ସୁଖ ଶିରୀ ।ମୋହର କହିବା କଥା କରି ତୁ ପାରିଲେଅପୁତ୍ରି ଦୋଷରୁ ତୁହି ପାରିହେବୁ ଭଲେ ।ଯମର ଦଣ୍ଡ ତୋତେ ଗୋ ନ ଲାଗିବ ଆଉବିଷ୍ଣୁ କଥାଛାଡ଼ି ପୁତ୍ର ବୋଲି ଖୋଳି ହେଉ ।କାହାର ତନୟ କେତେ ଅଛନ୍ତି ଲୋ କହତୁହି ବୋଲୁଛୁ ମୋହର ନ ହୋଇଲା ପୁଅ ।ଯେବେ ତୁ ଆଗରୁ ଜାତ କରିଥିଲୁ ସୁତମରିଛନ୍ତି ଯମ ଯେବେ କରିଅଛି ହତ ।କହ ମୋତେ ଯମ ଘରୁ ପୁତ୍ର ଆଣିଦେବିଯୁଗ ଯୁଗକୁ ସଂସାରେ କଥା ରଖିଯିବି ।ପୁତ୍ର ଜାତକରି ଯେବେ ଦେଖିଥିବୁ ନେତ୍ରେଅପୁତ୍ରିକ ଦୋଷ କେବେ ନ ଲାଗିବ ତୋତେ ।ଯେବେ ତୁ ସନ୍ତାନ ଜାତ କେବେ କରି ନାହୁଁତୋ କର୍ମେ ତ ପୁତ୍ର ନାହିଁ ଦେବି ମୁହିଁ କାହୁଁ ।ଦେଇଛନ୍ତି ବିଧାତାକୁ ବିଷ୍ଣୁ ଅଧିକାରଯେ ଯାହା ଲେଖଇ ଭାଲପଟରେ ଯାହାର ।ତାହାର ଲେଖାକୁ କେ ବା କରିବ ଖଣ୍ଡନବୃଥାରେ ଲଗାଉ କାହୁଁ ପାଇବୁ ନନ୍ଦନ ।ମୁହିଁ ତୋତେ ଯେତେ ବୁଝାଇଲି ନ ବୁଝିଲୁମାୟା ପସତାକୁ ତୁହି ଆଶା ବଢାଇଲୁ ।ଯେତେହେଁ କହିଲେ ତୁହି କଟାଳ ଗୋ କରୁସବୁଦିନେ ପୁତ୍ର ଧରିଥିବାରୁ ବିଚାରୁ ।ମଲେ ତୋର ପୁତ୍ରନାତି ତୋତେ ସ୍ୱର୍ଗନେବେମୃତ୍ୟୁକାଳେ ମୁଖେ ବିଷ୍ଣୁ ନିର୍ମାଲ୍ୟ ସେ ତେବେ ।ସବୁକଥା ମିଥ୍ୟା ଅଟେ ଶୁଣ ମନଦେଇମୁନିମାନଙ୍କର ମୁଖୁ ଶୁଣିଅଛି ମୁହିଁ ।ଦ୍ୱାପର ଯୁଗେ ମୋହନ ରୂପ ଧରି ହରିମଧୁପୁରେ ଯଦୁବଂଶେ ହେଲେ ଦେହଧାରୀ ।ଦୃମିଳାର ସୁତକୁ ସେ କରି ପ୍ରାଣେ ନାଶରହି ଦ୍ୱାରକାରେ ନାଶକଲେ ରୁକ୍ଷବଂଶ ।ଷାଠିଏ ସହସ୍ର ପୁତ୍ରନାତି ତାହାଙ୍କରସମସ୍ତଙ୍କ ମଧ୍ୟେ ଶ୍ରେଷ୍ଠ ପ୍ରଦ୍ୟୁମ୍ନ କୁମର ।ସର୍ବେ ନାଶଗଲେ ଏକା ପ୍ରଦ୍ୟୁମ୍ନ ରହିଲାତାହାକୁ ଶ୍ରୀହରି ଚକ୍ର ପେଶି ନାଶ କଲା ।ପୁଣିହିଁ ଶବର ଶରେ ସେହି ହେଲେ ହତକି ହେବ ଥାଇ ତାଙ୍କର ଏତେ ପୁତ୍ରପୌତ୍ର ।ମାଉସୀ ପୁତ୍ର ଦହନ ତାଙ୍କୁ ଆସି କଲାଷାଠିଏ ସହସ୍ର ପୁତ୍ର ମୁଖ ନ ଦେଖିଲା ।ମୁଖେ ଅଗ୍ନି ଦେବା ପାଇଁ ନ ଥିଲେ ନନ୍ଦନନ ଦେଖି କାହାର ମୁଖ ଗଲା ତାଙ୍କ ପ୍ରାଣ ।ଗୋଟିଏ ମାତ୍ରକ କଥା କରୁଥିଲେ ସେହିବିଷ୍ଣୁର ନାମକୁ ଅହୋରାତ୍ର ଥିଲେ ଧ୍ୟାୟି ।ନାନାଦି ସତ୍କାର୍ଯ୍ୟ କରୁଥିଲେ ନିରନ୍ତରକୁଟୁମ୍ବ ପୋଷଣେ ମନ ସର୍ବଦା ତତ୍ପର ।ତଥାପି ବିଷ୍ଣୁର ନାମ ଜପିଲେ ତକ୍ଷଣେନ ହୁଅଇ ଅଭିରୁଚି ଶୟନେ ଭୋଜନେ ।ମରଣ ସମୟେ ବିଷ୍ଣୁ ନାମ ସୁମରିଲେଭୟକରି ଅଗ୍ନି ତାଙ୍କ ଶବ ନ ଦହିଲେ ।ହସ୍ତପଦ ପୋଡ଼ି ଯହୁଁ ଗଣ୍ଡି ନ ପୋଡ଼ିଲାଭୟରେ ମାଉସୀ ପୁଅ ସମୁଦ୍ରେ ମେଳିଲା ।ବିଷ୍ଣୁର ନାମକୁ ଯେଣୁ ଜପୁଥିଲା ସେହିକୂଳରେ ଲାଗିଲା ଶବ ଜ୍ୟୋତିର୍ମୟ ହୋଇ ।ବହୁ ପ୍ରଳୟରେ ସେହୁ ପିଣ୍ଡ ନୁହେଁ କ୍ଷୀଣନୀଳଗିରି ଶିଖେ ଏବେ ପାଇଅଛି ସ୍ଥାନ ।ଆପଣାର କଥାମାନ କହି ଗୋପୀନାଥଭୁଲାଇ ନାନା ରୂପରେ ମୋହିଲେ ତା ଚିତ୍ତକୃଷ୍ଣ ବଚନେ ମାଲୁଣୀ କହୁଲ ବଚନକିମ୍ପା ମୋତେ ଭୁଲାଉଛୁ ଦେବକୀ ନନ୍ଦନ ।ମାଗୁଛି କେବଳ ପୁତ୍ର ନାହିଁ ଅନ୍ୟ ଚିନ୍ତାତୁ କହିଲୁ ଯେତେ କଥା ସବୁ ସିନୀ ବୃଥା ।ଗତି ମୁକ୍ତି ନ ଇଚ୍ଛଇ ସ୍ୱର୍ଗେ କାର୍ଯ୍ୟ ନାହିଁକହିଲୁ ଦ୍ୱାପର କଥା ମୋତେ ଭାବଗ୍ରାହୀ ।କହୁଛି କଥାଏ ମୁହିଁ ଶୁଣ ଦାମୋଦରମୋତେ ପରା ବୋଳୁଅଛ ବିଷ୍ଣୁ ସେବାକର ।ମୁଁ ଶୁଣିଛି ତୁମ୍ଭେ ପରା ଅଟ ନାରାୟଣଆଉ କେଉଁଠାରେ ବିଷ୍ଣୁ ଅଛି ତୋହ ଭିନ୍ନ ।ତୋହ ନାମ ଧରି ଜନେ ଭବୁ ହୋନ୍ତି ପାରତୋ ପାଦ ଧ୍ୟାୟି ବଞ୍ଚନ୍ତି ବିରଞ୍ଚି ଶଙ୍କର ।ତୋର ଶ୍ରୀମୁଖକୁ ଚାହିଁ ଦୁସ୍ତରୁ ତରନ୍ତିତୋହର ନିର୍ମାଲ୍ୟ ଖାଇ ଲଭନ୍ତି ମୁକତି ।ତୋ ଚରଣେ ଆଶ୍ରାକରି ବୁଲନ୍ତି ଭକତେତୋହର ନାମ ଗାୟନ କରୁଥାନ୍ତି ନିତ୍ୟେ ।ତୁମ୍ଭେ ଯେବେ ବିଷ୍ଣୁ ନୁହଁ ହେ ନନ୍ଦକୁମରକି ନିମନ୍ତେ ବ୍ରହ୍ମା ଆସିଥିଲେ ଗୋପପୁର ।କାହିଁକି ସ୍ୱର୍ଗରୁ ଆସିଥିଲେ ସୁରପତିକଇଳାସୁ କିମ୍ପା ଆସିଥିଲେ ପଶୁପତି ।କେଉଁପରି ଭାବବତୀ ନନ୍ଦନ ବଞ୍ଚିଲାକିପରି କୁବୁଜା ଏଡ଼େ ସୁନ୍ଦରୀ ହୋଇଲା ।କେଉଁପରି ତେଜବତୀ ପାଇଲା ଜୀବନମୋତେ ସିନା ଭଣ୍ଡୁଅଛ ନନ୍ଦର ନନ୍ଦନ ।ତୁ ସାକ୍ଷାତେ ବିଷ୍ଣୁ ତୋତେ ଦେଖିଲେ ତରନ୍ତିଦେଖି ନ ପାରିଲେ ନର ମନରେ ଚିନ୍ତନ୍ତି ।ଚିନ୍ତିଲା ମାତ୍ରକେ ଯାଇ ବୈକୁଣ୍ଠେ ବସଇତୋତେ ଦେଖିଲେ ପାପ କି ଅଙ୍ଗେ ପାରେରହିଡୁ ବିଷ୍ଣୁ ସାକ୍ଷାତେ ତୋର ଚରଣ ଧରିଲିମୋର ହସ୍ତ ଧରି ତୁମ୍ଭେ ଉଠାଇଲ ହରି ।ତୁମ୍ଭର ଶ୍ରୀହସ୍ତ ମୋର ଅଙ୍ଗରେ ଲାଗିଲାତବ ଶ୍ରୀମୁଖ ଆଜ୍ଞା ମୋ କର୍ଣ୍ଣରେ ବାଜିଲା ।ଏ ତୁମ୍ଭ ଲାବଣ୍ୟ ରୂପ ନୟନେ ଦେଖିଲିବିନୟ ଭାବରେ ପୁଣି ଦୁଃଖ ଜଣାଇଲି ।ତୁମ୍ଭର ବାକ୍ୟରୁ ମୁହିଁ ପ୍ରତ୍ୟୁତ୍ତର କଲିତବ ପାଦପଦ୍ମକୁ ମୁଁ ନିରେଖି ଚାହିଁଲି ।ତୁମ୍ଭେ ଯହିଁ ଥାଅ ସ୍ୱାମୀ ସେହି ମୁକ୍ତିସ୍ଥାନତୁମ୍ଭେ ଯହିଁ ଥାଅ ସେହି ବୈକୁଣ୍ଠ ଭୁବନ ।ତୁ ଗତି ମୁକତି ଆଉ ରଖିଅଛୁ କାହିଁକାହିଁ ବା ରଖିଛୁ ବଇକୁଣ୍ଠପୁର ନେଇ ।ଆଉ ବିଷ୍ଣୁ ରଖିଅଛି କେଉଁଠାରେ କହଏ କପଟ କଥା ଛାଡ଼ି ପୁତ୍ର ମୋତେ ଦିଅ ।ତୁମ୍ଭଙ୍କୁ ଦେଖିଲାବେଳୁ ହେଲିଣି ମୁକତନ କହି ବହୁତ କଥା ମୋତେ ନନ୍ଦସୁତ ।ଏପରି ବଚନ ଯହୁଁ ମାଲ୍ୟାଣୀ କହିଲାସ୍ଥକିତ ଭାବେ ରହିଲେ ତହିଁ ନନ୍ଦବଳା ।ବିଚାରିଲେ ଏ ତ ମୋର ଅଟଇ ଭକତକିମ୍ପାଇଁ ବା ନ ଜାଣିବ ଭୂତ ଭବିଷ୍ୟତ ।ତାହାର ହୃଦରେ ଯହୁଁ ମାୟା ବିସ୍ତାରିଲେଭକ୍ତି ଜାତ ହୁଅନ୍ତେ ସେ ପଡ଼େ ପାଦତଳେ ।ବୋଇଲା ଭୋ ପ୍ରଭୁ ମୋତେ କର ପ୍ରତିକାରଦିଶୁଅଛି ମୋତେ ଦଶଦିଗ ଅନ୍ଧକାର ।ମୁକତି ଯାଚିଲା ମୋତେ ତାହା ମୁଁ ଏଡ଼ିଲିପୁତ୍ର ଦିଅ ବୋଲି ବୃଥା କଟାଳ ମୁଁ କଲି ।ଅବଳାମତି ଆମ୍ଭର ବୁଦ୍ଧି ବଳ ନାହିଁନିନ୍ଦିତ କଥାରେ ମନ ସର୍ବଦା ଚଳଇ ।ମତ୍ତଗର୍ବେ ଆମ୍ଭେ ଭଲ ମନ୍ଦ ନ ବିଚାରୁପୁତ୍ର ପତି ଭାଇବନ୍ଧୁ ସର୍ବ ଦୂର କରୁ ।ଜାତି କୁଳ ତେଜି ପରପୁଂସେ ଦେଉ ମନମୁଁ କାହୁଁ ଚିହ୍ନିବି ମୋର ବୁଦ୍ଧି ଅଟେ ହୀନ ।ତୁମ୍ଭେ ଗତି ମୁକତିର ଅଟ ଅଧିକାରୀସକଳ ଘଟରେ ତୁମ୍ଭେ ସିନା ଅଛି ପୁରି ।ତୁମ୍ଭେ ସିନା ଏ ଜଗତ କର ଆତଯାତତୁମ୍ଭେ ସିନା ଅଟ କୃଷ୍ଣ ଜଗତର ନାଥ ।ତୁମ୍ଭେ ସିନା କଉଣପ କୁଳ ସଂହାରିବତୁମ୍ଭେ ପତିତ ଚାଣ୍ଡାଳ ଉଦ୍ଧାର କରିବ ।ପତିତାରୁ ହୀନ ମୁହିଁ ଚାଣ୍ଡାଳରୁ ହୀନପତିତ ଚାଣ୍ଡାଳ ସଙ୍ଗେ ନୁହଇ ସମାନ ।ପତିତପାବନ ବୋଲି ଉଡ଼େ ବାନା ତୋରନିନ୍ଦା ହୋଇବଟି ମୋତେ ନ କଲେ ଉଦ୍ଧାର ।ପତିତ ତାରଣେ ଯେବେ ଇଚ୍ଛା ତୋରି ନାହିଁପତିତପାବନ ବାନା କିମ୍ପା ଅଛି ବହି ।ମଲେ ମୋତେ ନ ଛୁଇଁବେ ଶକୁନି ଶୃଗାଳପାତକିନୀ ହେତୁ ହେବି ଅଭକ୍ଷ ତାଙ୍କର ।ଯେଉଁ ଶ୍ମଶାନରେ ମୋର ଶବ ଥିବ ପଡ଼ିନଛୁଇଁବେ ପିପିଲିକା ଯିବ ସିନା ସଢ଼ି ।ଦୁର୍ଗନ୍ଧ ହେ ତୁ ରୁ ଦୂରେ ପଳାଇବେ ନରେବୋଲିବେ ପାପୀ ପଡ଼ିଛି ନ ଯା ସେ ବାଟରେଶ୍ୱାନମାନେ ଦେଖି ମଧ୍ୟ ପଳାଇବେ ଡରିକହ କେମନ୍ତେ ଏଭବୁ ହୋଇବି ମୁଁ ପାରି ।ପୁଣି ମୃଦୁ ଗଦଗଦେ କୃଷ୍ଣପାଦେ ପଡ଼ିପଛଘୁଞ୍ଚା ଦେଇ ପୁଣି କରପତ୍ର ଯୋଡ଼ି ।ବୋଲଇ ଭୋ କୃଷ୍ଣ ମୁହିଁ ଅପରାଧ କଲିତୋ ବଚନ ଏହି ପୁତ୍ର ସ୍ନେହେ ବଳାଇଲି ।ହେ ପ୍ରଭୁ ସେ ଦୋଷ ମୋର କରନ୍ତୁ ଖଣ୍ଡନପୁଣି ଟହଟହ ହସି ଦେବକୀ ନନ୍ଦନ ।ବୋଇଲେ ମାଲ୍ୟାଣୀ ତୁ ଗୋ କହିଲୁଟି ଯାହାଦେବତାମାନଙ୍କୁ ଅଟେ ଅଗୋଚର ତାହା ।ଅତି ପତିତ ବୋଲି ତୁ ବୋଇଲୁ ଏ ବାଣୀଲାଗିରହିଲା ସେ ମୋର ହୃଦେ ହୋଇ ମଣି ।ଚାଣ୍ଡାଳରୁ ହୀନ ବୋଲି ବୋଇଲୁ ଯେ ତୁହିଆତ୍ମାକୁ ଏପରି ତୁଚ୍ଛ ମଣୁଛୁ କିମ୍ପାଇଁ ।ଚାଣ୍ଡାଳ ଚାଣ୍ଡାଳୁ ଯେବେ ହୋଇଯାଏ କେହିଅନ୍ତକାଳେ ଯେବେ ମୋର ନାମକୁ ଭଜଇ ।ତାହାର ଶରୀର କିମ୍ପା ଛୁଇଁବ ଗୋ ଯମସେ କିମ୍ପାଇଁ ଚାଣ୍ଡାଳଙ୍କ ସଙ୍ଗେ ହେବ ସମ ।ମୋ ନାମକୁ ମୁଖେ ଧରି ମୋ ନାମକୁ ଚିନ୍ତେପ୍ରକାଶି ନପାରି ଦୁଃଖେ ଭାବ ଅନ୍ତର୍ଗତେ ।ଅତି ଚାଣ୍ଡାଳ ହୋଇବ ସେ ବା କାହିଁପାଇଁଚାଣ୍ଡାଳ ବୋଲି ତାହାକୁ ଯେଉଁ ପ୍ରାଣୀ କହି ।ସେମାନେ ଅତି ଚାଣ୍ଡାଳେ ଗଣନୀୟ ହେବେତାଙ୍କୁ ନେଇ ଯମଦୂତେ ବହୁ ଦଣ୍ଡ ଦେବେ ।ମୋହଠାରୁ ଅଟେ ବଡ଼ ଭକତ ମୋହରତୁ ମାଲ୍ୟାଣୀ ମୋର ଭକ୍ତପାଦେ ସେବାକର ।ଏବେ ଗୋ ମାଲ୍ୟାଣୀ ଯାଅ ତୁ ନିଜ ମନ୍ଦିରଜୀବ ଥିବାଯାଏ ନାନା ସୁଖ ଭୋଗକର ।ବହୁତ ହୋଇବେ ପୁତ୍ର ନାତି ଗୋ ତୋହରବିଷ୍ଣୁପାଦେ ଶୁଦ୍ଧଚିତ୍ତେ ଦୃଢ଼ ଭକ୍ତି କର ।ଅନ୍ତକାଳେ ସ୍ୱାମୀ ସଙ୍ଗେ ବଇକୁଣ୍ଠେ ଯିବୁଦିବ୍ୟସ୍ଥାନ ବିଷ୍ଣୁପାଦ ତଳରେ ପାଇବୁ ।କୃଷ୍ଣ ବଚନେ ମାଲ୍ୟାଣୀ ଗଲା ନିଜଘରଯାହା ଲୋଡ଼ୁଥିଲା ତାହା ପାଇଲା ନିକର ।ଶ୍ରୀହରି ପାଦରେ ସେବା ଯାହାର ଅଟଇତାହାର କେବଣ କଥା ଅପ୍ରାପତ ହୋଇ ।ଧନ୍ୟ ସୁଦାମାର ନାରୀ କେତେ ତପକରିଶ୍ରୀକୃଷ୍ଣଙ୍କ ଗଳେ ମାଳାଦେଲା ବେଗକରି ।ଭକ୍ତିବାକ୍ୟେ ଶ୍ରୀକୃଷ୍ଣଙ୍କୁ ବଶ ସେ କରିଲାଶ୍ରୀକୃଷ୍ଣଙ୍କ ବାକ୍ୟେ ପ୍ରତିଉତ୍ତର ସେ ଦେଲା ।ମାୟାଧର ତା ସଙ୍ଗରେ ମାୟା କରିଥିଲେତେଣୁ ନାନାକଥା ତାକୁ ଭୁଲାଇ କହିଲେ ।କଦାପି ଶୁଣିଲା ନାହିଁ ସୁଦାମାର ନାରୀଶ୍ରୀକୃଷ୍ଣଙ୍କୁ ବଚନରେ ବଶ ସେହୁ କରି ।ନନ୍ଦପୁତ୍ର ଆଦିକନ୍ଦ ନେଲା ସେ ବହନଦେଖ ସେ ନାରୀର ପୂର୍ବ ତପସ୍ୟାର ଗୁଣ ।ପରୀକ୍ଷିତ ନୃପ ଆଗେ ଶୁକ ମହାଯତିଆନନ୍ଦ ଭାବରେ ଏହି ବିଷୟ ଶୁଣନ୍ତି ।ଶୁଣିକରି ପରୀକ୍ଷିତ ହୋନ୍ତି କୃତ୍ୟ କୃତ୍ୟମୁନିଙ୍କ ପୟରେ ସେହୁ ହେଲେ ପ୍ରଣମିତ ।ସାଧୁ ସୁଜ୍ଞଜନେ ଏହା ଶୁଣ କର୍ଣ୍ଣଦ୍ୱାରେନିଶ୍ଚୟ ଗତି ମୁକତି ଲଭିବ ଅନ୍ତରେ ।ଜନ୍ମଜନ୍ମାନ୍ତରେ ପାପ ହୋଇବ ଛେଦନଶ୍ରୀକୃଷ୍ଣ ଚରଣେ ଯାର ରହିଥିବ ମନ ।ଶ୍ରୀକୃଷ୍ଣ ଚରିତ ଏହା ସୁଧାମୟ ବାଣୀପଠନ ଶ୍ରବଣେ ତରିଯାଅ ସର୍ବେ ଶୁଣି ।ଏ ଚିତ୍ତବିନୋଦ ଚିତ୍ତବୋଧ ଯେ କରିବଅଙ୍ଗରେ କଳୁଷ ଆଉ କେଭେ ନ ରଖିବ ।ଚିତ୍ତରୁ ସଂଶୟମାନ କରିବ ବିନାଶ ।ପ୍ରାଣୀଙ୍କହିତେ ଲେଖିଲେ ଶ୍ରୀ ଅଚ୍ୟୁତ ଦାସ ।