ଚିତ୍ତବୋଧ ବା ଚିତ୍ତବିନୋଦ (ଦ୍ୱିତୀୟ ଭାଗ)
ଅଚ୍ୟୁତାନନ୍ଦ ଦାସ · ଭାଗ ୮ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
କୁବଳୟା ହସ୍ତୀ ଓ ମାହୁନ୍ତର ବିନାଶ
ଉଗ୍ରସେନକୁ ଅନାଇ କହଇ ରାଜନଚର ପେଶି ରାମକୃଷ୍ଣ ଗୋପାଳଙ୍କୁ ଆଣ ।ନନ୍ଦ ବୃଦ୍ଧ ଅଟଇ ସେ ଥିଲେ ମଧୁବନେନ ଆସିବେ ଗଉଡ଼େଟି କଦାପି ଏ ସ୍ଥାନେ ।ନନ୍ଦ ସଙ୍ଗେ ମଧୁବନେ ଥିଲେ ସେ ସକଳେଆସିବେ କୃଷ୍ଣ ସଙ୍ଗରେ ଅଳପ ଗୋପାଳେ ।ଦୂତେ ଜଣାଇବେ ରାଜା ଅଛଇ ଡକାଇଦର୍ଶନ କରିବେ ଯେବେ ଆସ ବେଗହୋଇ ।ଶୁଣି ଉଗ୍ରସେନ ଚରମାନଙ୍କୁ ଡକାଇବୋଲେ ମଧୁବନୁ କୃଷ୍ଣ ଆଣ ବେଗେ ଯାଇ ।ଉଗ୍ରସେନ ଆଜ୍ଞାପାଇ ଦୂତମାନେ ଗଲେମଧୁବନେ କଂସ ଆଜ୍ଞା କୃଷ୍ଣଙ୍କୁ କହିଲେ ।ବୋଇଲେ ହେ କୃଷ୍ଣ ତୁମ୍ଭେ ବେଗହୋଇ ଆସନନ୍ଦ ସଙ୍ଗେ ମଧୁବନେ ଥାନ୍ତୁ ଗୋପ ଶିଷ୍ୟ ।ରାଜା ଆଜ୍ଞା ଦେଇଅଛି ବିଳମ୍ବ ନ କରଦର୍ଶନ କରିବ ଆସ ଘେନି ହଳଧର ।ଅଳପ ଗୋପାଳ ତୁମ୍ଭ ସଙ୍ଗେ ଯାନ୍ତୁ ତହିଁବିଳମ୍ବ ନ କରି ବେଗେ ଚାଲ ବେନି ଭାଇ ।ଟହ ଟହ ହସେ ଶୁଣି ଦେବକୀ ନନ୍ଦନଗଉଡ଼ଙ୍କ ଭାଗ୍ୟେ ଆଜି ରାଜ ଦରଶନ ।ଗୋପାଳ ମାନଙ୍କୁ ରାଇ କହନ୍ତି ବଚନଥୋକାଏ ସଜ ହୁଅରେ କରିବା ଦର୍ଶନ ।ଏମନ୍ତ ବୋଲିଣ ରାମକୃଷ୍ଣ ବାହାରିଲେବଜାଇଲେ ଶିଘାଂ ବେଣୁ ଆନନ୍ଦ ମନରେ ।ବଜାନ୍ତି ଖେମଟା ତାଳେ ଘେନି ରାମତାଳିମଧୁଦାଣ୍ଡେ ଚଳନ୍ତେ ସେ ପଡ଼େ ହୁଳହୁଳି ।ରାମକୃଷ୍ଣ ପଛେ ପଛେ ସକଳ ଗୋଡ଼ାନ୍ତିଆନନ୍ଦେ ନାୟିକାମାନେ କୃଷ୍ଣଙ୍କୁ ଦେଖନ୍ତି ।ବାଳ ପୁଅମାନଙ୍କୁ ଯେ କାଖେ ଛନ୍ତି ଧରିକୃଷ୍ଣ ନାମେ ବିହ୍ୱଳିତ ସର୍ବ ନରନାରୀ ।ମନେ ମନେ ଭାବନ୍ତି ଏ ଅତି ଆଚମ୍ବିତଏପରି ସୁନ୍ଦର ରୂପ ଦେଖି ଯେ ନାହୁଁତ ।ଏକକୁ ଆରେକ ଚାହିଁ ବୋଲନ୍ତି ବଚନଧରାଇ ଆଣିଛି ୟାକୁ କଂସ ନୃପରାଣ ।ମରାଇବ ବୋଲି ସବୁ କଥା ଭିଆଇଛିପ୍ରଥମରେ କୁବଳୟା ହସ୍ତୀକି ରଖିଛି ।କେତେବେଳେ କୁବଳୟା ପଥ ନ ଛାଡ଼ିବନିଶ୍ଚୟ ସେ ଏହି ଦୁଇଭାଇଙ୍କି ନାଶିବ ।ସେ ହସ୍ତୀ ପାଖରୁ କେହ୍ନେ ଯିବ ଏ ଉବୁରିଏ ସୁନ୍ଦର ଦୁଇଭାଇ ନିଶ୍ଚେ ଯିବେ ମରି ।ଯଦି ଦଇବ ବଳରେ ତହୁଁ ଉଦ୍ଧରିବେତାପରେ ମଲ୍ଲମାନଙ୍କ ହାବୁଡ଼େ ପଡ଼ିବେ ।ମଲ୍ଲଗଣେ ଏକୁ ଏକ ମହାବଳୀ ଜାଣତାଙ୍କ ହସ୍ତେ ନିଶ୍ଚେ ଯିବ ଏହାଙ୍କର ପ୍ରାଣ ।ଏ ସୁନ୍ଦର ବାଳକ ଦୁହିଁଙ୍କି ମାରିବାକୁମନ କରିଅଛି ଧର୍ମ ଛାଡ଼ିଲା କଂସକୁ ।କେମନ୍ତେ ତାହାର ମନ ଚାଲିଛି ଏଥିରେଧର୍ମ ସହି ବିକି ଆଉ ଏମନ୍ତ କଥାରେ ।ଫାଟିଯାରେ ଛାତି ବେଗେ ଫୁଟିଯା ନୟନଦେଖି ନ ପାରିବୁ ଆମ୍ଭେ ଏହୁ କଥାମାନ ।ଏ ଦେଶ ଛାଡ଼ିଣ ଚାଲ ଅନ୍ୟ ଦେଶେ ଯିବାଏପରି ଅଧର୍ମ ଦେଶେ ରହି ନ ପାରିବା ।ସତେ କଂସର ମରଣ ଦୈବ ଘଟାଇବଅନ୍ୟାୟ ଅଧର୍ମ ଏହି ଦେଶୁ ଦୂର ହେବ ।ଏହିପରି କଥା ମଧୁପୁର ନାରୀମାନେବିକଳ ହୋଇ ଭାବନ୍ତି ଦେଖି ଅନ୍ୟୋଅନ୍ୟେଚକ୍ଷୁରୁ ଲୋତକଧାର ଯାଉଅଛି ବହିରାଜଦାଣ୍ଡେ ଦେଖୁଛନ୍ତି ସର୍ବେ ରୁଣ୍ଡ ହୋଇ ।ଆଗେ ଆଗେ ରାମକୃଷ୍ଣ କରନ୍ତି ଗମନପଛରେ ଗମନ୍ତି ସକଳ ଗୋପାଳଗଣ ।ରାଜା ସିଂହଦ୍ୱାରେ ଯାଇ ହୋଇଲେ ପ୍ରବେଶଦେଖି କୁବଳୟା ଗଜ ହୋଇଲା ହରଷ ।ରାମକୃଷ୍ଣ ବେନିଭାଇ ଗଜକୁ ଦେଖିଲେଦ୍ୱାରଛାଡ଼ କୁବଳୟା ବୋଲି ସେ ବୋଇଲେ ।ଡାକି ଆଣିଛି ଅକ୍ରୂର ମାମୁଁ ପାଶେ ଯିବୁତାହାଙ୍କୁ ଦର୍ଶନକରି ଗୋପକୁ ଫେରିବୁ ।ପୁଣି କୁବଳୟା ଗଜ ବୋଇଲା ବଚନଦ୍ୱାର ନ ଛାଡ଼ିବି ମୁହିଁ ଶୁଣରେ ନନ୍ଦନ ।ବାଳକ ତୁ ଅଟୁ ବୋଲି ତୋତେ ଦୟାକଲିଫେରିଯାଅ ଗୋପପୁରେ ଧର୍ମେ ଡାକଦେଲି ।ନ ଫେରିଲେ ଆଜି ତୋତେ କରିବି ମୁଁ ନାଶଯାଆ ଫେରି ତୋତେ ମାରି ପାଇବି କି ଯଶଲୋକ ବୋଲିବେ ଅଟଇ ଗଜ ବଳୀୟାରରାମକୃଷ୍ଣ ବେନିଭାଇ ବାଳୁତ କୁମର ।ତାହାଙ୍କୁ ନିର୍ବଳ ଦେଖି ଗଜ ବିନାଶିଲାଏଥିରେ କେଉଁ ପୌରୁଷପଣ ସେ ଲଭିଲା ।ତା ବଚନ ଶୁଣି କହୁଛନ୍ତି ଦାମୋଦରକେଡ଼େ କେଡ଼େ ଦୂତେ ଯାଇଥିଲେ ଗୋପପୁରଶୁଣିଛି ମୁଁ ଆରେ ଗଜ ମୁନିଙ୍କର ତହୁଁବାଳକ ଶାପରେ ଗଜ ହୋଇଅଛି କେହୁ ।ସେ ପୁଣି ଶ୍ରୀ କୃଷ୍ଣ ହସ୍ତେ ହୋଇବେ ନିଧନତେବେ ସିନା ଶାପରୁ ସେ ହେବ ବିମୋଚନବିଦ୍ୟାଦାନ ନ ହେବାରୁ ହୋଇଅଛି ପଶୁମୋତେ ସେହି ଗଜପ୍ରାୟେ ତୁ ସିନାରେ ଦିଶୁ ।ତୁହି ମୂର୍ଖ ଗଜ କିରେ ଶୁଣିନାହୁଁ କର୍ଣ୍ଣେଯେତେ ମଲ୍ଲଯାଇଥିଲେ ସେ ଗୋପଭୁବନେଫେରି ବାରତା କଂସକୁ ନ କହିଲେ କେହିସେହି କଥାମାନ କିରେ କଂସ ମନେ ନାହିଁ ।କଂସର ଅଟଇ ବଳ ସିନା ସେହିମାନେଆଗ ଯାଇ ପଛେଛନ୍ତି ଯିବାକୁ ଗହଣେ ।ତୁହି ଏବେ ଯାଅ ତାଙ୍କ ସଙ୍ଗରେ ରହିବୁକଂସର ଆସନ ଅଟୁ କେମନ୍ତେ ନଯିବୁ ।ରାଜା ସୁକୁମାର ଅଟେ ନ ପାରଇ ଚାଲିଆଗହୋଇ ଯାଅ ତୁମ୍ଭେ ଥାଅ ଅନୁସରି ।ତୋର ପଛେ ରାଜା ସିନା ଯାଉଛିରେ ଆଜଯମପୁର ଦେଖିବୁ ତୁ ଯାଅ ମୂର୍ଖ ଗଜ ।ଶ୍ରୀକୃଷ୍ଣ ବଚନ ଶୁଣି ଗଜ ମନେ ଭାଳିଜାଣିଲା ମୋ ପୂର୍ବକଥା କାହୁଁ ବନମାଳୀ ।ମନୁଷ୍ୟ ନୁହଁଇ ଏଟି ଜଗତ କରତାନୋହିଲେ ଜାଣନ୍ତା କାହୁଁ ଜନ୍ମାନ୍ତର କଥା ।ବିଚାରଇ କଂସ ଆଗେ କହିଥିଲି ମୁହିଁକେ ଶୁଣିଣ କୃଷ୍ଣ ଆଗେ କହିଥିବ ଯାଇଁ ।ତେଣୁ ସିନା କୃଷ୍ଣ ମୋତେ କହିଲା ଦେଖାଇସତକରି କେମନ୍ତେ ବା ଛାଡ଼ିଦେବି ମୁହିଁ ।ଗଜ ଭାବନ୍ତେ ମାହୁନ୍ତ ମନେ କ୍ରୋଧକଲାଧର ଧର ବୋଲି ତୁମ୍ଭେ ଅଙ୍କୁଶ ମାଇଲା ।ଧାଏଁ କୁବଳୟା କ୍ରୋଧେ ହୋଇ ପରଖରଆକର୍ଷଇ ଥୋର ହସ୍ତେ ଧରି ହଳଧର ।ତିଳମନ୍ଦା ତୁଲ୍ୟ ପୃଥ୍ୱୀ ଧରେ ହଳଧରମେରୁଗିରିଠାରୁ ଗରୁ ଯାହାର ଶରୀର ।ସେ ରାମକୁ କୁବଳୟା ନ ପାରଇ ଚାଲିଶୁଣ୍ଢରେ ଭିଡ଼ି ଗର୍ଜଇ କରେ ମହାବଳୀ ।ବାରମ୍ବାର ଥୋର ହସ୍ତେ ରାମଙ୍କୁ ଟାଣିଲାଚଳନ୍ତେ ଶ୍ରୀରାମ ପୃଥ୍ୱୀ ଟଳମଳ ହେଲା ।ଦେଖି ମହାଭୟେ ଗଜ ରାମଙ୍କୁ ଛାଡ଼ିଲାନୟନ ତରାଟି ପୁଣି କୃଷ୍ଣଙ୍କୁ ଚାହିଁଲା ।ବୋଇଲା ଗଉଡ଼ ଆଜି କାହିଁ ପଳାଇବୁମୋର ହସ୍ତେ ପ୍ରାଣଦେଇ ଯମପୁର ଯିବୁ ।ଏତେବୋଲି ଥୋରହସ୍ତେ କୃଷ୍ଣଙ୍କୁ ଧଇଲାକୁମ୍ଭକାର ଚକ୍ରପ୍ରାୟ ତାଙ୍କୁ ବୁଲାଇଲା ।ବୋଲେ ଇଷ୍ଟଦେବତାଙ୍କୁ ସୁମରରେ ତୁହିତୁହିପରା ବଳବନ୍ତ ଅଟୁରେ କହ୍ନାଇ ।ଦେଖି ମଧୁପୁର ଜନେ ବିକଳ ହୋଇଲେଏ ଅନ୍ୟାୟ ପୁରେ ଦଣ୍ଡେ ନଥିବା ବୋଇଲେ ।ଏସ୍ଥାନେ ଅଧମ ସଂଖ୍ୟା ଅଟଇ ବହୁତଶିଶୁହତ୍ୟା କରେ ରେରେ ଦୃମିଳାର ସୁତ ।କେ ବୋଲେ ଦେବକୀ ଷଡ଼ ନନ୍ଦନ ମାଇଲାଶିଶୁହତ୍ୟାକୁ ସେ ତିଳେ ଭୟ ତ ନକଲା ।କେ ବୋଲେ କେଡ଼େ ସୁନ୍ଦର ରାମକୃଷ୍ଣ ଦୁଇମାରୁଅଛି କୁବଳୟା ହୃଦେ ଦୟା ନାହିଁ ।କେ ବୋଲଇ ବଳରାମ ଦେଖନ୍ତି କିମ୍ପାଇଁକୃଷ୍ଣଙ୍କୁ ଧରି ତ ଗଜ ପକାଏ ବୁଲାଇ ।କେହୁବୋଲେ ବେଗେ ଚାଲ ଏଥୁ ପଳାଇବାଶ୍ରୀକୃଷ୍ଣ ମରଣ କିମ୍ପା ନୟନେ ଦେଖିବା ।କେ ଶ୍ରୀରାମ ନାମ ଧରି ପଳାଏ ଦୂରକୁଶୋକଭର ହୋଇଣ କେ ଘୁଞ୍ଚଇ ପଛକୁ ।କେ ବୋଲଇ ରାମ କିମ୍ପା ଏଥେ ଛନ୍ତି ରହିକେ ବୋଲଇ କିମ୍ପାଇଁ ଗୋ ନଗଲେ ପଳାଇ ।କେ ବୋଲଇ ମୋ ଘରେ ଲୁଚିଥାନ୍ତେ ଯେବେଏ ପାମର ଗଜ କିମ୍ପା ମାରନ୍ତା ଗୋ ତେବେ ।କେ ବୋଲଇ ସଖୀ ତୁ ଗୋ ହୋଇଲୁକି ବାଇକଂସର ବଇରୀ ହୋଇ ଲୁଚିବେ ସେ କାହିଁ ।କେଡ଼େ କେଡ଼େ ମାଲମାନେ ଗୋପପୁରେ ଗଲେସମସ୍ତେ ମରିଲେ କେହି ଜଣେ ନ ଫେରିଲେ ।କେ ବୋଲେ କାଲି ରଜକ ମାଇଲେ ଲୋ ସହୀକେ ବୋଲଇ ଯେତେହେଲେ ମନୁଷ୍ୟ ଅଟଇକୁବଳୟା ଗଜ ଅଟେ ଅତି ବଳୀୟାରକ୍ଷଣକ ମଧ୍ୟରେ ବୁଲିପାରେ ତିନିପୁର ।ଏହିପରି କୁହାକୁହି ହେଲେ ନରନାରୀକୃଷ୍ଣଙ୍କୁ ଧରିଛି ଗଜ ମନେ ଆଣ୍ଟ କରି ।ପୁଣି କୁମ୍ଭକାର ଚକ୍ର ପରାୟେ ବୁଲାଇମଲୁରେ ଗଉଡ଼ ବୋଲି ଉଚ୍ଚେ ଡାକଦେଇ ।ଆଜହୁଁ କଂସର ମନୁ ଭୟ ଦୂର ହେଲାଆଜୁ ଦେବକୀର ଅଷ୍ଟଗର୍ଭ ଯେ ପୂରିଲା ।ଏମନ୍ତ ବୋଲି କୃଷ୍ଣଙ୍କୁ ବୁଲାଇ ପ୍ରଖରେଶୂନ୍ୟକୁ ଅନାଇ ଫିଙ୍ଗିଦେଲା ରାଗଭରେ ।ଚାହୁଁ ଚାହୁଁ ଶୂନ୍ୟେ କୃଷ୍ଣ ଲୀନ ହୋଇଗଲେକୁବଳୟା ଗର୍ଭମଧ୍ୟେ ଯାଇ ପ୍ରବେଶିଲେ ।କେହି ନ ଜାଣିଲେ ଦେବ ରହିଲେ ଗୋପନେହାହାକାର କରୁଛନ୍ତି ମଧୁପୁର ଜନେ ।କୁବଳୟା ଚଉପାଶେ ବୁଲିଣ ଖୋଜଇମାୟାଧର ପୁରୁଷଙ୍କୁ ପାଇବ ସେ କାହିଁ ।ପୁଣି ଥୋର ହସ୍ତେ ନିଜପଟେ ଦରାଣ୍ଡଇନପାଇ କୃଷ୍ଣଙ୍କୁ ଚକ୍ରପ୍ରାୟ ସେ ବୁଲଇ ।ସେ କୃଷ୍ଣ ହସ୍ତୀର ଗର୍ଭେ ଅଛନ୍ତି ଗୋପନେଉଦର ଲାଗଇ ଭାରି ନ ଦେଖେ ନୟନେ ।କୃଷ୍ଣଙ୍କୁ ନ ଦେଖି ସର୍ବେ ହୁଅନ୍ତି ବିକଳକେଡ଼େ ମୂର୍ଖ ହସ୍ତୀ ଫିଙ୍ଗି ଦେଲା ନନ୍ଦବାଳ ।କେ ବୋଲଇ କୁବଳୟା ବୁଲଇ କିମ୍ପାଇଁକୃଷ୍ଣଙ୍କୁ ମାରିବାପାଇଁ ହୋଇଅଛି ବାଇ ।କେବୋଲେ କୃଷ୍ଣଙ୍କୁ ଯେବେ ମାଇଲାଗୋସହୀତାହାଙ୍କର ମୃତପିଣ୍ଡ ଗୋଟି ଗଲା କାହିଁ ।କେବୋଲେ କୃଷ୍ଣଙ୍କୁ ଯେବେ ନାଶ କରିଥାନ୍ତାକାହିଁପାଇଁ କୁବଳୟା ଖୋଜି ବୁଲୁଥାନ୍ତା ।କେ ବୋଲଇ ବଳରାମ କିମ୍ପା ଚାହିଁଛନ୍ତିକେ ବୋଲେ କୃଷ୍ଣ ନଦେଖି ଭାବନା କରନ୍ତି ।କେ ବୋଲଇ କୁବଳୟା ହୋଇଲାଣି ବାଇକୃଷ୍ଣଙ୍କୁ ମାରି ଖୋଜଇ ପାଇବ ଗୋ କାହିଁ ।କୃଷ୍ଣଙ୍କୁ ନ ଦେଖି ଗଜ ମନରେ ବିଚାରେଏ ବଡ଼ ଆଶ୍ଚର୍ଯ୍ୟକଥା ଦେଖିଲେ ଏଠାରେ ।ମଲା କି ବଞ୍ଚିଲା କୃଷ୍ଣ ନ ପାରିଲି ଜାଣିକାହିଁପାଇଁ ରହନ୍ତି ସେ ଏତେବେଳେ ପୁଣି ।କାହିଁପାଇଁ ପେଟ ମୋର ଲାଗୁଅଛି ଭାରିଦରାଣ୍ଡି ଖୋଜିଲି କେତେ ନ ପାଇଲି ହରି ।ପୁଣି ସେ ପେଟକୁ ତାର ଦରାଣ୍ଡି ଖୋଜଇନ ପାଇ କୃଷ୍ଣଙ୍କୁ ଚକ୍ରପ୍ରାୟ ସେ ବୁଲଇ ।ମଧୁ ନରନାରୀଙ୍କର ବାକ୍ୟ ରାମ ଶୁଣିମନେ ବିଚାରନ୍ତି କାହିଁଗଲା ନୀଳମଣି ।ଅନେକକ୍ଷଣ ହୋଇଲା ତାକୁ ନ ଦେଖିଲିଏମନ୍ତ ବିଚାରି କ୍ରୋଧଭର ହେଲେ ହଳୀ ।ବୋଇଲେରେ କୁବଳୟା କୃଷ୍ଣ ଗଲା କାହିଁବହୁତ ବେଳରୁ ତାର ଏଥି ଦେଖାନାହିଁ ।ଯେବେ ତୋର ଜୀବନରେ ଆଶା ଅଛି ଗଜଦେଖାଅ ଦେଖାଅ କାହିଁଛନ୍ତି ଦେବରାଜ ।ଏମନ୍ତ ବୋଲିଣ ରାମ ରେରେକାର କଲେକୁବଳୟା ଦନ୍ତ ବେନି କରିରେ ଧଇଲେ ।ଦେଖି ସୁନାମ ମାହୁନ୍ତ ପିଟିଲା ଗଜକୁଏତେବେଳେ କୁବଳୟା ମାରରେ ରାମଙ୍କୁ ।ଯହୁଁ ସେ ମାହୁନ୍ତ କଲା ଗଜକୁ ଆଘାତଧରିବାକୁ ରାମଙ୍କୁ ସେ ଟେକେ ଥୋର ହସ୍ତ ।ଦନ୍ତଧରି ରହିଛନ୍ତି ଯେଣୁ ହଳସାଇଁଆଗ ପଛକୁ ସେ ଗଜ ଚଳି ନ ପାରଇ ।ଦେଖି ରାମ ତାର ଦନ୍ତ କ୍ରୋଧରେ ଉପାଡ଼ିସୁନାମ ମସ୍ତକେ ନେଇ ଦେଲେ ତା କଚାଡ଼ି ।ସେ ଆଘାତେ ପ୍ରାଣ ତେଜି ମାହୁନ୍ତ ପଡ଼ିଲାଦବଯାନେ ବସି ବଇକୁଣ୍ଠ ପୁରେ ଗଲା ।ଆର ଦାନ୍ତ କ୍ରୋଧେ ଉପାଡ଼ିଲେ ହଳଧରକୃଷ୍ଣଙ୍କୁ ନଦେଖି ମନେ ହୋଇଲେ ଆକୁଳ ।ଦନ୍ତ ଉପାଡ଼ନ୍ତେ ହସ୍ତୀ ହୋଇଲା ବିକଳମୁଖରୁ ଶୋଣିତ ତାର ବହେ ଧାର ଧାର ।ପୁଣି କୁବଳୟା କ୍ରୋଧେ କୃଷ୍ଣଙ୍କୁ ଖୋଜଇଗର୍ଭ ମଧ୍ୟେ ଛନ୍ତି କୃଷ୍ଣ ପାଇବ ସେ କାହିଁ ।ରାମ ଡାକଦେଲେ ଆରେ କୁବଳୟା ଶୁଣବେଗେ ଶ୍ରୀକୃଷ୍ଣଙ୍କୁ ମୋର ଦେଖାଅ ହେ ପୁଣ ।ଏତେ ବୋଲି କ୍ରୋଧଭରେ ଲଙ୍ଗଳକୁ ଧରିହସ୍ତୀର ଗର୍ଭରେ ଥାଇ ଜାଣିଲେ ମୁରାରୀ ।ବଳରାମ କ୍ରୋଧେ ମଧୁପୁର ଯିବ ନାଶଗଜ ଗର୍ଭରୁ ବାହାର ହେଲେ ପୀତବାସ ।ଦୂରେ ଉଭା ହୋଇ ଡାକିଲେରେ କୁବଳୟାକାହାକୁ ଖୋଜରେ ଗଜ ହୋଇଲୁକି ବାୟା ।ଦେଖିଣ ସକଳ ଜନ ହୋଇଲେ ସ୍ତବ୍ଧକୃଷ୍ଣଙ୍କୁ ଦେଖନ୍ତେ ରାମ ଶାନ୍ତ କଲେ କ୍ରୋଧ ।ଡାକିଲେ କୃଷ୍ଣରେ ଗଜ ମାର ବେଗେ କରିବଡ଼ ଦୁଷ୍ଟ ଗଜ ଏ ଯେ ପେଶ ଯମପୁରୀ ।କୃଷ୍ଣଙ୍କୁ ଦେଖିଣ ଗଜ କରଇ ଗର୍ଜନମହା କ୍ରୋଧେ ମୁଣ୍ଡ ଟେକି କରଇ ଗମନ ।ଧାଇଁ ଆସି କୃଷ୍ଣ ତାର ଲାଞ୍ଜକୁ ଧଇଲେକୁରାଳ ଚକ୍ର ପରାଏ କ୍ରୋଧେ ବୁଲାଇଲେ ।ଧରିବା ପାଇଁକି ତାକୁ ଗଜ ମନେ କରେବୁଲାନ୍ତି ଶ୍ରୀକୃଷ୍ଣ ଯେଣୁ ଧରି ସେ ନ ପାରେ ।ଯେଣିକି ଟାଣନ୍ତି କୃଷ୍ଣ ବୁଲଇ ସେ ତେଣେତାର ପଛେ ବୁଲନ୍ତି ଯେ କୃଷ୍ଣ ଏଣେତେଣେ ।ମଲା କୁବଳୟା ବୋଲି କ୍ରୋଧେ ଡାକଦେଲେତୋ ଇଷ୍ଟଦେବତା ଗଜ ଚିନ୍ତରେ ଏକାଳେ ।ଦେଖି ମଧୁ ନରନାରୀ ହୋଇଲେ ମଉନଜଡ଼ ପ୍ରାୟେ ହୋଇଛନ୍ତି ନସ୍ଫୁରେ ବଚନ ।ଘନ ଘନ କୁବଳୟା କରିଣ ଗର୍ଜନକୃଷ୍ଣଙ୍କୁ ଧରି ନ ପାରି ଭାଳେ ମନେ ମନ ।ଫେରି ଫେରି ଶ୍ରୀକୃଷ୍ଣଙ୍କୁ ଧରି ମନେ କରେବୁଲାନ୍ତି ଶ୍ରୀକୃଷ୍ଣ ରଥୀ ନ ପାରଇ ସ୍ଥିରେ ।ମନେ ଭବେ ଶ୍ରୀକୃଷ୍ଣର ଅପ୍ରମିତ ବଳରାମଠାରୁ କୋଟିଗୁଣେ ଅଟଇ ପ୍ରବଳ ।ନୋହିଲେକି ମାଇଲେ ଏ ଦୁର୍ଦ୍ଦାନ୍ତ ଅସୁରଏହାର କରରୁ ନାହିଁ ଆଜି ତ ନିସ୍ତାର ।ମାନବ ନୁହଇ ଏତ ସ୍ୱୟଂ ନାରାୟଣଘେନିବ ନିଶ୍ଚୟ ଆଜି କଂସର ଜୀବନ ।ଶରଣ ମାଗିଲେ ନିଶ୍ଚେ ଛାଡ଼ିଦେବ ମୋତେତିନିପୁରେ ଠାବ ନ ମିଳିବ କଦାଚିତେ ।ବୋଲିବ ତାହାର ଏହୁ ଖାଉଥିଲା ଅନ୍ନବିପତ୍ତି କାଳରେ ତାକୁ ଛାଡ଼ିହେଲା ଭିନ୍ନ ।ଯମ ନେଇ କୁମ୍ଭୀପାକେ ପକାଇବ ମୋତେଏ ତ ନାରାୟଣ ନିଶ୍ଚେ ମଲେ ଏହା ହସ୍ତେ ।ପୂର୍ବ ଅଭିଶାପରୁ ମୁଁ ହେବି ଆଜି ପାରଏତେ ବୋଲି କୁବଳୟା ଗର୍ଜେ ବାର ବାର ।ବିରାଟ ମୂରତି କୃଷ୍ଣ ଧଇଲେ ସେଠାରେଗଜର ଲାଞ୍ଜକୁ ଧରି ବୁଲାନ୍ତି ଶୂନ୍ୟରେ ।ଦେଖି ନରନାରୀମାନେ ଆଚମ୍ବିତ ହେଲେଧନ୍ୟ ହୋ ଶ୍ରୀକୃଷ୍ଣ ତୋର ମହିମା ବୋଇଲେ ।ଚକ୍ରାକାରେ ବୁଲାଇଣ ଦେଲେ ତାକୁ ଛାଡ଼ିଶୂନ୍ୟରୁ ପଡ଼ଇ ଗଜ ତଳେ ମୁଖ ମାଡ଼ି ।ତା ମୁଖୁଁ ବାହାର ହେଲା ପ୍ରବଳ ଅନଳପୂର୍ବ ଅଭିଶାପରୁ ସେ ହୋଇଗଲା ପାର ।ଦିବ୍ୟ ଶରୀର ବହିଣ ସ୍ୱର୍ଗ ଚଳିଗଲାଶ୍ରୀକୃଷ୍ଣ ରୂପକୁ ଯେଣୁ ନୟନେ ଦେଖିଲା ।ପ୍ରାଣ ଗଲାବେଳେ ଗଜ କରିଲା ଗର୍ଜନତାହାର ଗର୍ଜନେ କମ୍ପିଗଲା ତ୍ରିଭୁବନ ।ଜଗତୀ ଉପରେ କଂସ ଥାଇଣ ଶୁଣିଲାଚକିତ ଭାବରେ ଚଉଦିଗକୁ ଚାହିଁଲା ।ଉଗ୍ରସେନକୁ ଚାହିଁ ସେ ବୋଲଇ ବଚନଶୁଣିବେ କି ତାତ ଶୁଭେ କାହାର ଗର୍ଜନ ।ଏମନ୍ତ ସମୟେ ଚର ଆସି ପ୍ରବେଶିଲାବେନିକର ଯୋଡ଼ି ରାଜା ପାଶେ ଜଣାଇଲା ।ରାମକୁ ଦେଖିଣ କୁବଳୟା କୋପ କଲାଧରି ଓଟାରନ୍ତେ ତିଳେ ଚାଲି ନ ପାରିଲା ।ତାକୁ ଛାଡ଼ି ଶ୍ରୀକୃଷ୍ଣଙ୍କୁ ଦରାଣ୍ଡି ଧଇଲାମଲୁରେ ଶ୍ରୀକୃଷ୍ଣ ବୋଲି ଶୂନ୍ୟେ ଫିଙ୍ଗିଦେଲାଖଣ୍ଡଦୂରେ ପଡ଼ି କୃଷ୍ଣ ଡାକିଲେ ଗଜକୁକ୍ରୋଧଭରେ ଗଲା ଗଜ ତାହାଙ୍କ ପାଖକୁ ।ଦେଖିଣ ଶ୍ରୀକୃଷ୍ଣ ତାର ଧଇଲେ ଲାଞ୍ଜକୁଚକ୍ରସମ ବୁଲାଇଲେ ଶୂନ୍ୟରେ ଗଜକୁ ।ଗଜ କେଭେ ଶ୍ରୀକୃଷ୍ଣଙ୍କୁ ଧରି ନ ପାରିଲାଭୂମିରେ ତ ତାର ପାଦ କେଭେ ନ ଲାଗିଲା ।ଗଜକୁ ଧରି ଶ୍ରୀକୃଷ୍ଣ ବୁଲାଇ ବୁଲାଇଡାକନ୍ତି ମଲୁରେ ଦୁଷ୍ଟ ଇଷ୍ଟ ଚିନ୍ତ ତୁହି ।ଏହା କହି ଛାଡ଼ିଦେଲେ ଲାଞ୍ଜ ତାର ଯହୁଁଭୂମିରେ ପଡ଼ିଣ ପ୍ରାଣତ୍ୟାଗ କଲା ସେହୁ ।ଶ୍ରବଣେ କଂସ ରାଜାର ଉଡ଼ିଲା ସାହସଉଗ୍ରସେନଙ୍କୁ ଅନାଇ ବୋଲେ ନରଈଶ ।କୁବଳୟା ପରାକ୍ରମ ଜାଣୁ ତାର ତୁହିମାନବ କି ପାରେ ତାକୁ ଶୂନ୍ୟରେ ବୁଲାଇ ।ପୁଣି କୁବଳୟା ପ୍ରାଣ କେଉଁପରି ଗଲାଏକଥା ଶୁଣନ୍ତେ ମୋତେ ଆଶ୍ଚର୍ଯ୍ୟ ଲାଗିଲା ।ଏହିରୂପେ କହି କଂସ ଚିତ୍ତେ ଭୟ କରିବୋଲେ ନିଶ୍ଚୟ ଶ୍ରୀକୃଷ୍ଣ ଅଟେ ଦେବହରି ।ଦୈତ୍ୟ ମାରିବା ପାଇଁକି ହେଲା ଅବତାରକାହାବଳେ କୁବଳୟା ଯାନ୍ତା ଯମପୁର ।କୁବଳୟା କଥା ଭାବି ହୁଅଇ ବିକଳଅନ୍ତରେ ଜଳଇ ସର୍ବନାଶୀ କ୍ରୋଧାନଳ ।