ଚିତ୍ତବୋଧ ବା ଚିତ୍ତବିନୋଦ (ଦ୍ୱିତୀୟ ଭାଗ)
ଅଚ୍ୟୁତାନନ୍ଦ ଦାସ · ଭାଗ ୪ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ଶ୍ରୀକୃଷ୍ଣଙ୍କୁ କୁବୁଜା ଗନ୍ଧଚନ୍ଦନ ଦେବା, କୁବୁଜାର ସୁନ୍ଦର ରୂପ
ଶୁକମୁନି କହୁଛନ୍ତି ପରୀକ୍ଷ ଆଗରେଏଣିକି ଯାହା ଘଟିଲା ଶୁଣ ମଧୁପୁରେ ।ଶ୍ରୀକୃଷ୍ଣ ଚରିତ ଏହୁ ଅସମ୍ଭବ ଗୀତପଢ଼ିଲେ ଶୁଣିଲେ ଜନେ ହୋଇବେ କୃତାର୍ଥ ।ଜନ୍ମଜନ୍ମାନ୍ତର ପାପ ଅଙ୍ଗରୁ ନାଶିବଅନ୍ତକାଳେ ବଇକୁଣ୍ଠ ଭୋଗ ଯେ ମିଳିବ ।ଏବେ ଶୁଣ ଶ୍ରୀକୃଷ୍ଣ ଯେ କରିଲେଟି ଯାହାବୁଝାଇ ତୁମ୍ଭ ଆଗରେ କହୁଛି ମୁଁ ତାହା ।ମଥୁରାଦାଣ୍ଡେ ଶ୍ରୀକୃଷ୍ଣ କରନ୍ତି ଗମନବଜାଇଣ ନାନା ବାଦ୍ୟ କରି ବଂଶୀସ୍ୱନ ।ଆନନ୍ଦରେ ଗାଲତୁରୀ ଗୋପାଳେ ମାରନ୍ତିଧୀରେ ଧୀରେ ମଥୁରାର ଦାଣ୍ଡେ ସେ ଚାଲନ୍ତିଉଛୁଳଇ ମଧୁପୁର କୃଷ୍ଣ ବାଜଣାରେଶୁଣି କୁବୁଜା ବିଚାର କଲା ତା ମନରେ ।କୃଷ୍ଣ ଆଜି ରଜକକୁ ଚାପୋଡ଼େ ମାଇଲେଛିଡ଼ିଣ ପଡ଼ିଲା ମୁଣ୍ଡ ଅବନୀର ତଳେ ।ଜୁର କଲେ ସବୁ ରାଜା ଅଙ୍ଗଲାଗି ବାସପିନ୍ଧିକରି ରାମକୃଷ୍ଣ ହୋଇଛନ୍ତି ବେଶ ।ରାଜା ଲାଗି ଚନ୍ଦନ ମୁଁ ଆଜି ଘେନି ଯିବିରାମ କୃଷ୍ଣଙ୍କର ଅଙ୍ଗେ ଲେପନ କରିବି ।ଏମନ୍ତ ବିଚାରି ମନେ ସୁଗନ୍ଧ ଚନ୍ଦନକର୍ପୂର କସ୍ତୁରୀ ଚୂଆ ତହିଁ ଗୋଳାଇଣ ।ନାନା ଜାତି ସୁବାସିତ ଗନ୍ଧ ସେ ଧଇଲାଦେବଙ୍କ ଭଣ୍ଡାରୁ କଂସ ଯାହା ଆଣିଥିଲା ।ବିଷ୍ଣୁ ଲାଗି ଚନ୍ଦନ ଯେ ଆଣିଥିଲା ବେଳେସେ ଚନ୍ଦନ ରଖିଥିଲା କୁବୁଜା ଯତ୍ନରେ ।ପେଡ଼ିରେ ପୁରାଇ ସେହୁ ମସ୍ତକେ ଧଇଲାଶ୍ରୀକୃଷ୍ଣଙ୍କୁ ଦେବ ବୋଲି ଶ୍ରଦ୍ଧା କରି ଗଲା ।ପୃଷ୍ଠଭାଗେ କୁଜ ତାର ହୋଇଅଛି ଭାରିବୟସ ଷୋଳ ସତର ସ୍ୱଭାବେ ବାଙ୍ଗରୀ ।ବାମନ ଶରୀର ତାର କନକ ବରନଛୋଟ ପାଦ ପଲ୍ଲବ ତା କୁରଙ୍ଗୀ ନୟନ ।ମୁଣ୍ଡରେ ପେଡ଼ିକୁ ବହି ଚାଲେ ଆଡ଼ ଟେରେକୁଜର ଓଜନେ ଚାଲି ନ ପାରଇ ଖରେ ।ମନ୍ଦ ମନ୍ଦ ହୋଇ ଦାଣ୍ଡେ ଦାଣ୍ଡେ ଗଲା ନାରୀକୃଷ୍ଣଙ୍କୁ ଦେଖିବା ପାଇଁ ହୋଇଛି ଆତୁରୀ ।ଦୂରୁ ଦେଖି କୁବୁଜାକୁ ଗୋପାଳେ ହସିଲେଏମନ୍ତେ କୁରୂପା ନାରୀ ଦେଖିନାହୁଁ ଡୋଳେଦେଖ ଏହାର ଦେହକୁ କୁଜ ଅଧେ ଭାରିକେମନ୍ତେ ସେ ଚାଲୁଅଛି କିସ ମୁଣ୍ଡ ଧରି ।ଶ୍ରୀକୃଷ୍ଣ ଡାକନ୍ତି ଆସ ଆସ ଗୋ କୁବୁଜାକୁହ କାହାର ବଧୂ ତୁ କାହାର ଭାରିଯାକିବେପାର କରି ପୋଷୁ ଉଦର ତୋହରକି ଦ୍ରବ୍ୟ ବହିନେଉଛୁ କହ ଗୋ ସତ୍ୱର ।କୃଷ୍ଣ ବଚନେ କୁବୁଜା କରଇ ଉତ୍ତରବୋଇଲା ଭୋ ସ୍ୱାମୀ କାହିଁ ପାଇବି ମୁଁ ବରନାହିଁ ମୋର ଭାଇବନ୍ଧୁ ନାହିଁ ସହୋଦରନାହିଁ ମୋର ପିତାମାତା ନାହିଁ ମୋର ବରକେବଳ ମୁଁ ଆଶ୍ରା କରିଅଛି ଚକ୍ରଧରକୁରୂପ ଦେଖି ନୋହିଲେ କେହି ମୋର ବରଦୂରୁ ଦେଖିଲେ କରନ୍ତି ଘୃଣା ମୋତେ ନରେଦେଖ ଗୋପାଳେ ହସନ୍ତି ରହି ତା ପାଶରେବାଲ୍ୟ ସମୟରୁ ମୋର ପିତା ମାତା ଦୁଇକଂସ ରାଜା ପାଶେ ମୋତେ ସମର୍ପିଲେ ନେଇବାଲ୍ୟକାଳୁ ପିତାମାତା କରିଛି ମୁଁ ଗ୍ରାସସେହିଦିନୁ ମୋତେ ପାଳୁଅଛି ରାଜା କଂସ ।ସେକାଳରେ ସ୍ୱାମୀ ମୋର ଏ କୁଜ ନଥିଲାଯେଣୁ କଂସ ରାଜା ମୋତେ ଶ୍ରଦ୍ଧାରେ ରଖିଲାକଂସ ଗନ୍ଧକାରୀ ପଣେ ଶାଢ଼ୀ ମୋତେ ଦେଇତାହାକୁ ଚନ୍ଦନ ଲାଗି ନିତି ମୁଁ କରଇ ।ଯାହାପଡ଼ି ଦିଏ ମୋତେ ତାହା ମୁଁ ଭୁଞ୍ଜଇସହସ୍ର ଜଣକୁ ଖାଇ ଏକା ଅଛି ମୁହିଁ ।ବିହି ମୋର ଭାଲପଟେ ଏହା ଅଛି ଲିହିବିଧାତା କରିଲା କଥା କେ ଆନ କରଇ ।କୃଷ୍ଣ କହୁଛନ୍ତି ଆଗୋ ଶୁଣ ତୁ କୁବୁଜାକଂସର ଅଟଇ ମୁହିଁ ସୋଦର ଭଣଜା ।ରାଜାର ଲାଗି ଚନ୍ଦନ ସବୁ ମୋତେ ଦିଅତୋ ଭଣଜାନେଲେ ବୋଲି ତାରଆଗେ କହ ।ମୋତେ ଦେବା କଥା ଯେବେ ମାମୁଁଙ୍କୁ କହିବୁଶାଢ଼ୀ ସୁନାବଳା ଦେଲେ ସନ୍ତୁଷ୍ଟ ହୋଇବୁ ।କୃଷ୍ଣ ବଚନେ କୁବୁଜା ଯୋଡ଼ି ବେନିକରବୋଲଇ ହେ କୃଷ୍ଣ ତୁମ୍ଭେ ଶୁଣ ମୋ ଉତ୍ତରଏ ଚନ୍ଦନ ପେଡ଼ି ପୁଣି ନୁହଇ ରାଜାରବହୁତ କାଳୁ ସମ୍ପାଦି ରଖିଥିଲି ଘର ।ଏ ଗନ୍ଧ ଚନ୍ଦନ କଂସ ସ୍ୱର୍ଗୁ ଆଣିଥିଲାଦେବଙ୍କ ଭଣ୍ଡାର ଦ୍ରବ୍ୟ ବୋଲି କହୁଥିଲା ।ଶ୍ରବଣେ କଂସ ମୁଖରୁ ଜାଣି ମୁଁ ମନରେଦେବାଙ୍ଗ ଚନ୍ଦନ ବୋଲି ରଖିଲି ଯତ୍ନରେ ।ଏବେ ତୁମ୍ଭ ଅଙ୍ଗେ ଏହା କରିବି ଲେପନଅଶେଷ ଜନ୍ମର ପାପ ହେବ ମୋ ଦହନ ।ଅସୁର ପାଦରେ ଆଉ ନ ସେବିବି ମୁହିଁଫିଟାଇଲା ଗନ୍ଧ ପେଡ଼ି ଏ ବଚନ କହି ।କର୍ପୂର କସ୍ତୁରୀ ସହ ଅଗୁରୁ ଚନ୍ଦନକୃଷ୍ଣଙ୍କ ଅଙ୍ଗେ ଲେପିଲା କରି ଯତନ ।ଲଲାଟେ ଲଲାଟ ପାଟି କଣ୍ଠେ କଣ୍ଠ ହାରକୃଷ୍ଣ ଅଙ୍ଗକୁ ଯେମନ୍ତେ ଦିଶିବ ସୁନ୍ଦର ।ଦର୍ପଣ ଧରିଣ କୃଷ୍ଣ ଆଗେ ଦେଖାଇଲାପୁଣି ପିଠିପରେ ସେହୁ ଚନ୍ଦନ ବୋଳିଲା ।ଦେଖି ଶ୍ରୀକୃଷ୍ଣ ମନରେ ହୋଇଲେ ସନ୍ତୋଷବୋଇଲେ କୁବୁଜା ରାମ ଅଙ୍ଗେ ଦିଅ ବାସ ।ବଳରାମ ଅଙ୍ଗେ କୃଷ୍ଣ ଆଜ୍ଞାରେ ବୋଳିଲାଲଲାଟ କଣ୍ଠରେ ପୁଣି ପୃଷ୍ଠପରେ ଦେଲା ।ଗୋରଚନା ଚିତାଦେଇ ସେ ଆନନ୍ଦ ମନେଦେଖାଇଲା ଦରପଣ ଶ୍ରୀରାମ ବଦନେ ।ଦେଖିଣ ବଳରାମ ଯେ ହୋଇଲେ ଆନନ୍ଦବୋଇଲେ କୁବୁଜା ଦିଅ ଗୋପାଳଙ୍କୁ ଗନ୍ଧ ।ବଳରାମ ବଚନେ ସେ ଗୋପାଳଙ୍କୁ ଦେଲାଜଣ ଜଣ କରିଣ ଯେ ସୁବେଶ କରିଲା ।ଚନ୍ଦନ ଘେନି ଗୋପାଳେ ହୋଇଲେ ଆନନ୍ଦହରଷରେ କୁବୁଜାକୁ ଡାକନ୍ତି ଗୋବିନ୍ଦ ।କୁବୁଜା କୁବୁଜା ବୋଲି ଡାକିଲେ ଉଚ୍ଚରେଶୁଣି ସେ ଡାକ ବୋଲନ୍ତି ମଧୁପୁର ନରେ ।ବୋଇଲେ ଧନ୍ୟ କୁବୁଜା ଧନ୍ୟ ତୋ ଜୀବନକୃଷ୍ଣର ଶ୍ରୀଅଙ୍ଗେ ତୁହି ଲେପିଲୁ ଚନ୍ଦନ ।ବିରୂପ ତୋହର ଦେଖି ନକରି ସେ ଦୂରଶ୍ରଦ୍ଧାକଲେ ତୋତେ କିମ୍ପା ସେ ନନ୍ଦକୁମର ।ଦୂରୁ ଦେଖି କଂସ ତୋତେ କରଇ ଭର୍ତ୍ସନାତୋ ରୂପକୁ ଦେଖିଣ ସେ ହସୁଥାଏ ସିନାମଥୁରା ପୋଏ ଦାଣ୍ଡରେ ଦେଖିଲେ ହସନ୍ତିକୁବୁଜା କୁବୁଜା ବୋଲି ଡାକ ସେ ଦିଅନ୍ତି ।ଏହିପରି ନରନାରୀ କୁହାକୁହି ହେଲେକୁବୁଜା ମନର ଭାବ ଶ୍ରୀକୃଷ୍ଣ ଜାଣିଲେ ।ବିଚାରିଲେ କୁବୁଜା ତ ଅଟେ ମୋର ନାରୀଶାପ ପାଇ ଜାତ ହୋଇଅଛି ମଧୁପୁରୀ ।କୁବୁଜାକୁ ଏବେ ତାର ନିଜ ରୂପ ଦେବିଅଭିଶାପରୁ ତାକୁ ମୁଁ ଉଦ୍ଧାର କରିବି ।ଏମନ୍ତ ବିଚାରି କୃଷ୍ଣ କୁବୁଜାକୁ ଡାକିଚିବୁକ ଧରିଣ ବାମକରେ ଦେଲେ ଟେକି ।ବାମପାଦେ କୁବୁଜାର ବାମପାଦ ମାଡ଼ିତକ୍ଷଣେ କୁବୁଜା ଅଙ୍ଗୁ ପାପ ଗଲା ଛାଡ଼ି ।କୁରୂପ ତେଣିକି ଗଲା ହେଲା ମନୋହରସୁନ୍ଦର ପଣରେ ରମ୍ଭା ନୁହେଁ ପଟାନ୍ତର ।କୁବୁଜା ସୁନ୍ଦର ପଣେ ଜଗତ ମୋହିଲାଅଙ୍ଗରେ ତାହାର ଲକ୍ଷ୍ମୀତେଜ ପ୍ରକାଶିଲା ।ଦେଖଣାହାରୀ ଦେଖିଣ ସ୍ତବ୍ଧ ହୋଇଲେବିସ୍ମୟ ହୋଇ କୃଷ୍ଣର ମୁଖକୁ ଚାହିଁଲେ ।କେ ବୋଲଇ ନାରାୟଣ ଏ କୃଷ୍ଣ ଅଟଇଆବର ଏକଥା କିଏ କରିବା ପାରଇ ।କେ ବୋଲଇ ଭାବବତୀ ପୁତ୍ର ଗୋ ଜୀଇଁଲାଏକ ଚାପୋଡ଼େ ରଜକ ମୁଣ୍ଡ ଛିଡ଼ି ମଲା ।ଦେଖ ଏବେ କୁବୁଜାର କୁଜ ଗଲା କାହିଁସୁନ୍ଦର ପଣେ ଏହାକୁ ସମ ନାହିଁ କେହି ।ମଥୁରା ନାରୀଙ୍କ ମୁଖୁଁ ଏ ବଚନ ଶୁଣିକହନ୍ତି କୁବୁଜା ମୁଖ ଚାହିଁ ବେଣୁପାଣି ।ଏବେ ତ କୁବୁଜା ଯାଅ ଆପଣା ମନ୍ଦିରଆମ୍ଭେ ଯାଇ ଦେଖି ଆସୁ ମଥୁରା ନଗର ।କୃଷ୍ଣର ବଚନ ଶୁଣି କୁବୁଜା ବୋଲଇକୃଷ୍ଣପାଦେ ପଡ଼ି ବେନିକର ସେ ଯୋଡ଼ଇ ।ବୋଲଇ ଭୋନାଥ ମୋତେ ଦେଲୁ ନବତନୁଏବେ କିମ୍ପାଇଁ ବୋଲୁଛ ଯାଅ ଏହି ସ୍ଥାନୁ ।କେଉଁଆଡ଼େ ଯିବି କାହିଁ ରହିବି ଗୋସାଇଁକେଉଁ କୁଳ ଅଛି ମୋର କହ ଭାବଗ୍ରାହୀ ।ସୁନ୍ଦର ଶରୀର ନବ ଯଉବନ ଦେଲୁକେ କରିବ ଭୋଗ ଏହା ଯାଅ ଯାଅ ବୋଲୁ ।ବିଜେକର ମୋ ମନ୍ଦିରେ ତାହା ଭୋଗକରଏତେବୋଲି ଧଇଲା ସେ କୃଷ୍ଣର ଅଞ୍ଚଳ ।ପୁଣି ବୋଇଲା କୃଷ୍ଣ ମୁଁ ଅଟେ ତୋର ଦାସୀବହୁଦିନ ପରେ ଭେଟ ପାଇଅଛି ଆସି ।ଜଗତ କରୁଛ ପରା ତୁମ୍ଭେ ଆତଜାତଅସୁର ମାରିବାପାଇଁ ହୋଇଅଛ ଜାତ ।ଏବେ ତୋ ଚତୁରପଣ ଛାଡ଼ ଭାବଗ୍ରାହୀଏ ନବ ଯୌବନ ଭୋଗ କର ଆସି ତୁହି ।କୁବୁଜା ବଚନଶୁଣି ଦେବ ଚକ୍ରପାଣିବୋଲନ୍ତି ମୋ ସଙ୍ଗେ ଆସିଛନ୍ତି ହଳିପାଣି ।ପୁଣି ଗୋପାଳେ ଅଛନ୍ତି ଦେଖଗୋ କୁବୁଜାମୋ ଅଞ୍ଚଳ ଛାଡ଼ି ଆଜ ଘରକୁ ତୁ ଯା ଯା ।ମଧୁପୁର ନାରୀମାନେ ଦେଖନ୍ତି ନୟନେଏଠାରେ ଅଛନ୍ତି ପୁଣି ରାଜଦୂତମାନେ ।ହସିବେ ସକଳେ ତୁ ଗୋ ନ ଗଲେ ମନ୍ଦିରେମୋର ବୋଲକରି ତୁ ଗୋ ଯାଅ ନିଜପୁରେ ।ମାମୁଁଙ୍କୁ ଦର୍ଶନ କରି ତୋ ପୁରକୁ ଯିବିତୋ କାମନା ପୂର୍ଣ୍ଣକରି ଏଠାକୁ ଆସିବି ।କୃଷ୍ଣ ମାୟାକୁ କୁବୁଜା ଜାଣିବ ବା କାହୁଁବିନୟେ ବୋଇଲେ ପୁଣି ଆହେ ମହାବାହୁ ।ପଦ୍ମପାଦ ଛୁଇଁ ମୁଁ ଯେ ନିୟମ କରୁଛିନ ଯିବୁ ମନ୍ଦିରେ ମୋର ଯେବେ ପଦ୍ମଆଖି ।ତେଜିବି ଜୀବନ ନିଶ୍ଚେ ନାରୀହତ୍ୟା ହେବମୋର ଏ ବଚନ ସତ୍ୟ କହୁଛି ମାଧବ ।ଏମନ୍ତେ କହି କୁବୁଜା କୃଷ୍ଣପାଦେ ପଡ଼ିଆନନ୍ଦମନେ ଗୃହକୁ ଗଲା ସେ ବାହୁଡ଼ି ।ନାନା ଶୋଭା ପୂର୍ଣ୍ଣ ତାର ଦେଖିଲା ଭୁବନବିଚାରିଲା ଏ ତ ସବୁ ଗୋବିନ୍ଦ ଭିଆଣ ।ଆପଣା ମନରେ ବସି କରଇ ବିଚାରସତେ ଆସିବେ ଏପୁରେ ଦେବ ଦାମୋଦର ।ଏତେ ବିଚାରି କୁବୁଜା ଆନନ୍ଦେ ରହିଲାନିଶ୍ଚିନ୍ତରେ ବସି ପାଦପଦ୍ମ ଧ୍ୟାନ କଲା ।ଅଚ୍ୟୁତ ଦାସ କହଇ ବିମନ ନ ହୁଅନିଶ୍ଚୟ ଆସିବେ ତୋର ଘରେ ନନ୍ଦପୁଅ ।
ତେଜବତୀର ଜୀବନଦାନ
ଏଥୁଅନ୍ତେ ଶୁଣ ଜନେ ଶ୍ରୀକୃଷ୍ଣର ଲୀଳାକୁବୁଜା ଉଦ୍ଧାର କରି ଗଲେ ନନ୍ଦବାଳା ।ମଥୁରା ଦାଣ୍ଡରେ କୃଷ୍ଣ କରନ୍ତି ଗମନନାନାରଙ୍ଗରେ ନାଚନ୍ତି ଗୋପସୁତଗଣ ।ଆନନ୍ଦେ ମୋହନ ବଂଶୀ କୃଷ୍ଣ ବଜାଇଲେମଧୁପୁର ନରନାରୀ ମନକୁ ମୋହିଲେ ।ଘର ବର ତ୍ୟାଗକରି ମଧୁନାରୀମାନେଦେଖନ୍ତି ଦାଣ୍ଡରେ ଆସି କୃଷ୍ଣଙ୍କୁ ନୟନେ ।ଯୁବତୀର ଘରୁ ଶାଶୁ ନଣନ୍ଦଙ୍କୁ ଡରିକେ ନିଜ ସ୍ୱାମୀକି ଡରି ନପାରେ ବାହାରି ।କେବା କୃଷ୍ଣଙ୍କୁ ନଦେଖି କରୁଅଛି ଶୋକକେ ବୋଲେ କେମନ୍ତ ଦେଖିଯିବି କୃଷ୍ଣମୁଖ ।କେ ବୋଲେ କୃଷ୍ଣ ନଦେଖି ଜୀବନ ହାରିବିଛାଡ଼ି ନ ଦିଏ ନଣନ୍ଦ କେମନ୍ତେ ବା ଯିବି ।କେ ବୋଲଇ ସ୍ୱାମୀ ମୋତେ କରିଛି ବାରଣକେମନ୍ତ ଦେଖିବି ଆଉ ଶ୍ରୀକୃଷ୍ଣ ବଦନ ।କାହାକୁ ଥିଲା ତ୍ରିଦୋଷ ଜ୍ୱର ପୀଡ଼ା କରିଆଗୁଁ ଜ୍ଞାନ ହାରି ପଡ଼ିଥିଲା ସେ ସୁନ୍ଦରୀ ।ଲାଗୁ ନଥିଲା ତା ନାଡ଼ୀ ନ ଚଳେ ଚରଣବହୁଥିଲା ମନ୍ଦ ମନ୍ଦ ନାସାରେ ପବନ ।ବନ୍ଧୁ କୁଟୁମ୍ବ ତାହାର କରନ୍ତି ଭାଳେଣିକହି କହୁଥିଲା ଏ ତ ମରିବ ଏକ୍ଷଣି ।ଏକାଳେ କୃଷ୍ଣ ବାଜଣା କର୍ଣ୍ଣରେ ବାଜିଲାଅଜ୍ଞାନରେ ପଡ଼ିଥିଲା ଚମକି ଉଠିଲା ।ପଳାଇ ମଥୁରାଦାଣ୍ଡେ ଦେଖିଲା ସେ ଯାଇଆନନ୍ଦରେ ରାମ କୃଷ୍ଣ ନୟନ ପୁରାଇ ।ପଲ୍ୟଙ୍କରୁ ଉଠିବାକୁ ବଳ ତ ନଥିଲାକୃଷ୍ଣ ବଂଶୀନାଦେ ବଳ ଶରୀରେ ବଢ଼ିଲା ।ତାହା ଦେଖି ସର୍ବେ ତାର ଭଜିଲେ ଆନନ୍ଦବୋଇଲେ ସେ ଯାଇ ଦେଖୁ ଦାଣ୍ଡରେ ଗୋବିନ୍ଦକୃଷ୍ଣର ଗମନ ଦେଖି ଆନନ୍ଦ ହୋଇବନ ମରିବ ବୋହୂ ମୋର ଘରେ ମୋ ରହିବ ।ସେହି ନଗ୍ରେ ଭବଦତ୍ତ ନାମେ ବିପ୍ରବରତେଜବତୀ ନାମେ ଥିଲା କନ୍ୟା ଏକ ତାର ।ପତ୍ନୀର ନାମ ତାହାର ଅଟେ ସୁଲକ୍ଷଣାମାତା ଗୁଣ ଘେନି କନ୍ୟା ଅତି ବିଚକ୍ଷଣା ।ପୂର୍ଣ୍ଣିମା ଚାନ୍ଦକୁ ଜିଣି ତା ମୁଖ ସୁନ୍ଦରଅଗ୍ନିରୁ ବଳି ତା କାନ୍ତି ଅତି ମନୋହର ।ତୀର୍ଥପଣ୍ଡାକୁ ସେ କନ୍ୟା ଭବଦତ୍ତ ଦେଲାବର କନ୍ୟାଙ୍କର ହସ୍ତଗ୍ରନ୍ଥି ପଡ଼ିଥିଲା ।ହୋମ କରୁଥିଲେ ବିପ୍ରେ ବେଦଧ୍ୱନି କରିସମିଧ ତଣ୍ଡୁଳ ଯବ ଅଗ୍ନିକୁଣ୍ଡେ ଭରି ।କୃଷ୍ଣ ବାଦ୍ୟ ଶୁଣି ବିପ୍ରେ ବେଦ ପାଶୋରିଲେକୃଷ୍ଣ କୃଷ୍ଣ ବୋଲି ଭୋଳେ ଆହୁତି ସେ ଦେଲେଘୃତଧାର ପାଇ ତୋଷେ ଜଳେ ହୁତାଶନଅନଳର ତେଜେ ବିପ୍ରେ ଛାଡ଼ିଲେ ଆସନ ।ସ୍ୱାମୀ ସଙ୍ଗତରେ ତେଜବତୀ ବସିଥିଲାକୃଷ୍ଣର ବାଜଣା ତାର କର୍ଣ୍ଣରେ ବାଜିଲା ।ବିଚାରେ କୃଷ୍ଣଙ୍କୁ ମୁହିଁ କେମନ୍ତେ ଦେଖିବିନଦେଖିଲେ ଆଜି ନିଶ୍ଚେ ଜୀବନ ତେଜିବି ।ଆହା ରେ ଦଇବ କେଡ଼େ ମନ୍ଦକୃତ୍ୟ କଲୁଆଜି ମୋର ଭାଲପଟେ ବିଭା ଲେଖୁଥିଲୁ ।ସକଳେ ବୋଲନ୍ତି କୃଷ୍ଣ ଅନ୍ତର୍ଯ୍ୟାମୀ ନାଥମନରେ ଚିନ୍ତିଲେ ତାହା ଜାଣନ୍ତି ଅଚ୍ୟୁତ ।ମାତା ପିତା ବନ୍ଧୁ ଯେତେ ଅଛନ୍ତି ମୋହରଦେଢ଼ଶୁର ଶାଶୁ ଅବା ନଣନ୍ଦ ଦିଅର ।ନାହିଁ ମୋର କାର୍ଯ୍ୟ ତହିଁ କୃଷ୍ଣଙ୍କୁ ଦେଖିବିବିଚାରିଣ ତେଜବତୀ କୃଷ୍ଣ ନାମ ଭାବି ।ବୋଲଇ ହେ କୃଷ୍ଣ ମୋତେ ଦେଖା ତୋ ବଦନତବ ପାଦତଳେ ଆଜି ପଶିଲି ଶରଣ ।ନ ରଖିଲେ ଏବେ ସରିଗଲି ମୁଁ ହେ ହରିରଖି ରଖ ଚକ୍ରଧର ଶୁଣ ମୋ ଗୁହାରି ।ପଞ୍ଚମନ ତେଜବତୀ କୃଷ୍ଣପାଦେ ଦେଲାବିଭାହୋମ ଘରେ ଥାଇ କୃଷ୍ଣ ଲୟ କଲା ।ଯହୁଁ ତେଜବତୀ କୃଷ୍ଣ ପାଦ କଲା ଧ୍ୟାନଅନ୍ତର୍ଯ୍ୟାମୀ ନାଥ କୃଷ୍ଣ ଜାଣିଲେ ତା ମନ ।ମାୟା ଆଚ୍ଛାଦିଲେ ଅଗ୍ନିକୁଣ୍ଡେ ଭାବଗ୍ରାହୀଉଠିଲା ଯେ ହୁତାଶନ ପ୍ରଜ୍ୱଳିତା ହୋଇ ।ତକ୍ଷଣେ ସେ ତେଜବତୀ ବିହ୍ୱଳିତା ହେଲାଅନଳ ତେଜରେ ତହିଁ ଢଳିଣ ପଡ଼ିଲା ।ଗଇଁଠାଳ ତେଜବତୀ ଉପରେ ପକାଇଅଗ୍ନିପାଶୁ ତୀର୍ଥପଣ୍ଡା ଗଲା ଯେ ପଳାଇ ।ତେଜବତୀ କୃଷ୍ଣପାଦ ଧ୍ୟାନରେ ରହିଲାଧନ୍ୟ ତେଜବତୀ ଭାବେ କୃଷ୍ଣ ବଶ କଲା ।ଅନେକ ଯୁବତୀ ତହିଁ ହୋଇଥିଲେ ଠୁଳଦେଖିଲେ ପ୍ରବଳ ହୋଇ ଜଳଇ ଅନଳ ।ଖଣ୍ଡଦୂରେ ଥାଇ ସର୍ବେ ଦେଖୁଛନ୍ତି ଭୋଳେତେଜବତୀ ପାଶକୁ କେ ଯାଇ ନ ପାରିଲେ ।ଜଳକା ପରାଏ ତାର ବନ୍ଧୁବର୍ଗ ହୋଇଶାଶୁ ଶ୍ୱଶୁର ଜନନୀ ଦେଖୁଛନ୍ତି ରହି ।ଅନଳ ତେଜରେ ପାଶେ ଯାଇ କାନ୍ଦନ୍ତି ବିକଳେହା ହା ତେଜବତୀ ବୋଲି କାନ୍ଦନ୍ତି ବିକଳେ ।କୃଷ୍ଣ ଆସିବାର ବାଦ୍ୟ ବାଜେ ଘନ ଘନସକଳ ଯୁବତୀ ମନ ହେଲା ଛନ୍ନଛନ୍ନ ।ତେଜବତୀକି ଛାଡ଼ି ସେ ଯାଇ ନ ପାରନ୍ତିକେ ବୋଲଇ ଦେଖ ସହୀ ହେଲା ଗୋ ବିପତ୍ତି ।କୃଷ୍ଣଙ୍କୁ ଦେଖିବା ପାଇଁ ମନେ କଲା ଶ୍ରଦ୍ଧାଯାଇଥିଲେ ଏହାକୁ ଗୋ ନ ହୁଅନ୍ତା ବାଧା ।ବିବାହ ଏହାର ଆଜ ହୋମରେ ବସିଛିକୃଷ୍ଣ ଭାବରେ ମୂର୍ଚ୍ଛିତା ହୋଇଣ ପଡ଼ିଛି ।କେ ବୋଲେ ଯୁବା ବୟସ ଭାବ କି ଜାଣିବରତି ରସରେ ଏହାର ମନ ସିନା ଥିବ ।କେ ବୋଲଇ ଅନଳର ତେଜେ ମୋହ ଗଲାବହୁତ ବେଳ ହୋଇଲା ଚେତନା ନୋହିଲା ।ମଲାକି ବଞ୍ଚିଅଛି ଜାଣି ହେଉ ନାହିଁଅଗ୍ନି ତେଜେ ପାଶକୁ ତା ଯାଇ ନ ହୁଅଇ ।କର ଚରଣ ତାହାର ନ ଚଳଇ କିଛିମଲା ପ୍ରାୟ ହୋଇ ତେଜବତୀ ପଡ଼ିଅଛି ।ଏମନ୍ତ ସମୟେ ତେଜବତୀ ଶୋକଭରେହାହାକାର କରିଣ ସେ ପଡ଼ିଲା ଅଗ୍ନିରେ ।ବିହ୍ୱଳିତା ହୋଇ ସେହୁ ଅଜ୍ଞାନେ ପଡ଼ିଲାଅନ୍ତରେ କୃଷ୍ଣ ସୁମରି ଅନଳେ ଝାସିଲା ।ଅନଳେ ପଡ଼ନ୍ତେ କେଶ ବାସ ପୋଡ଼ିଗଲାନାସା ଶ୍ରବଣ ପୋଡ଼ିଣ ବିବର୍ଣ୍ଣ ଦିଶିଲା ।ଯଉବନ ପୋଡ଼ି ତାର ହେଲା ନାରଖାରପିଣ୍ଡରୁ ଛାଡ଼ିଣ ପ୍ରାଣ ହୋଇଲା ଅନ୍ତର ।ସେ ଅନଳେ ତେଜବତୀ ହୋଇଲା ଦହନକୃଷ୍ଣ ଆଜ୍ଞାରେ ଲିଭିଲା ତହୁଁ ହୁତାଶନ ।ଲିଭିଲା ହୁତାଶନ ଯହୁଁ ଦେଖିଲେ ସକଳେତେଜବତୀ ପଡ଼ିଅଛି କୁଣ୍ଡର ମଧ୍ୟରେ ।ଦରଶନେ ସ୍ୱାମୀ ତାର ହାହାକାର କରିଓଟାରିଆଣି ଅନଳୁ ବସେ କୋଳେ ଧରି ।କରାଇ ନବୀନ ବାସ ତାକୁ ଆଭରଣଦେଖି ସୁଲକ୍ଷଣୀ ତେଜବତୀର ମରଣ ।ବୋଲଇ ମୁଁ କେତେ ଦେବାଦେବୀ ପୂଜାକରିକେତେ ଦୁଃଖେ ପାଇଥିଲି ତୋତେ ଲୋ କୁମାରୀଆଜି ମୁଁ ବିବାହ କରି ଦେଉଥିଲି ତୋତେଏକା କରି କେଉଁଆଡ଼େ ଛାଡ଼ିଗଲୁ ମୋତେ ।ହାହା ମୋର ଧନ ବୋଲି କୋଳକଲା ଯାଇକିମ୍ପା ଏତେ କଷ୍ଟ ମୋତେ ଗଲୁ ତୁହି ଦେଇ ।ସକଳେ ବୋଲନ୍ତି ଶୋକେ କିହେଲା କିହେଲାକି ସୁନ୍ଦର ଝିଅ ବିଭାବେଳେ ପୋଡ଼ି ମଲା ।ପୁଣି ତେଜବତୀ ସ୍ୱାମୀ ଦଇବ ସୁମରିବୋଲେ ଯୁବାକାଳେ ମୋର ପତ୍ନୀ ନେଇ ହରିବିଧି ନାମ ବହି କିମ୍ପା ଅବିଧି ତୁ କଲୁଭୋଗ ନ କରାଇ ଯାହା ଦେଖାଇ ହରିଲୁ ।ଯୁବାକାଳେ ପତ୍ନୀକଷ୍ଟ ଦେଲୁ ତୁ କିମ୍ପାଇଁଜାଣିଲି ବିବେକ ତୋର ତିଳେ ମାତ୍ର ନାହିଁ ।ବନ୍ଧୁମାନେ ତାର ତହିଁ ଯେତେ ଆସିଥିଲେତେଜବତୀ ଶବ ଦେଖି ସକଳେ କାନ୍ଦିଲେ ।ମଉନରେ କାବ୍ୟକାରୀମାନେ ଗଲେ ଫେରିକାନ୍ଦି ଦେଖଣାହାରୀଏ ଗଲେ ଯେଝା ପୁରୀ ।ତେଜବତୀ ସ୍ୱାମୀ ତହୁଁ ବୋଲଇ ବଚନଆସ ତେଜବତୀକୁ ହୋ କରିବା ଦହନ ।ଶ୍ୱଶୁର ସ୍ୱାମୀ ଦେବର ଆଉ ବନ୍ଧୁ ଯେତେଶୋକେ ତେଜବତୀ ଘେନି ଚଳିଲେ ସମସ୍ତେନାରାୟଣ ନାମକୁ ସେ ଉଚ୍ଚରେ ବୋଇଲେକାନ୍ଦି କାନ୍ଦି ମାତା ପିତା ପଛେ ପଛେ ଗଲେ ।ନାରାୟଣ ନାମ ଶୁଣି ଜାଣି କାମପାଳଦୂରୁ ଡାକଦେଲେ ଉଠ ଉଠରେ ଗୋପାଳ ।ଛାଡ଼ିଦିଅ ବାଟ ଶବ ନେଉଛନ୍ତି ବହିଭଲମନ୍ଦ ବିଚାର ତ କୃଷ୍ଣ କରୁ ନାହିଁ ।ବୋଲନ୍ତି ଶ୍ରୀକୃଷ୍ଣ ଶୁଣ ଭାଇ ହଳଧରବିଚାର ତ ନାହିଁ ମଧୁ ନର ନାରୀଙ୍କର ।ଜୀଅନ୍ତାକୁ ମୃତ ବୋଲି ନେଉଛନ୍ତି ବହିଏମନ୍ତ ପୁରରେ ଆମ୍ଭେ ରହିବା କିମ୍ପାଇଁ ।ଛାମୁକୁ ଚାଲ ହେ ବେଗେ ଦର୍ଶନ କରିବାମଧୁପୁରେ ନ ରହିଣ ଗୋପପୁରେ ଯିବା ।ଜାଣି ନ ପାରିଲେ କୃଷ୍ଣ ମାୟା ହଳସାଇଁଗୋପାଳଙ୍କୁ ବୋଇଲେ ରେ ଯାଅ ବେଗହୋଇଶବ ବୋହି ନେଉଥିଲା ଲୋକେ ଅଟକାଅତୁ ରେ କୃଷ୍ଣ ବେଗେ ଯାଇ ତାହାକୁ ଜୀଆଁଅଯହୁଁ ମଧୁପୁର ଜନେ ଏମନ୍ତ ଶୁଣିଲେରଖହୋ ତେଜବତୀକି ବୋଲି ଡାକଦେଲେ ।ଏହିକ୍ଷଣି କୃଷ୍ଣ ମୁଖୁ ଶୁଣିଲଇଁ ଯାହାରାମ ଆଜ୍ଞାରେ ଶ୍ରୀକୃଷ୍ଣ କରିବଟି ତାହା ।ତେଜବତୀ ଭାଗ୍ୟ ଥିଲେ ଜୀବନ ପାଇବକୃଷ୍ଣ କହିବା କଥା ତ ଆନ ଗୋ ନୋହିବ ।ଏମନ୍ତ ସମୟେ ଯାଇ ସେଠାକୁ ଗୋପାଳେବୋଇଲେ ହୋ ତୁମ୍ଭେମାନେ ଶବ ରଖ ତଳେ ।ଦେଖୁ ଦେଖୁ ଶବ ପାଶେ ଶ୍ରୀକୃଷ୍ଣ ମିଳିଲେରଖ ହୋ ଶବକୁ ଆମ୍ଭେ ଦେଖିବା ବୋଇଲେ ।କୃଷ୍ଣଙ୍କୁ ବେଢ଼ିଣ ମଧୁ ନରନାରୀମାନେଚକିତ ଭାବରେ ସର୍ବେ ଦେଖନ୍ତି ନୟନେ ।ଶବକୁ ବହି ଯାଉଥିଲେ ଯେଉଁମାନେନଚଳେ ଚରଣ ଥକ୍କା ହୋଇଲେ ସେମାନେଠେଲାଠେଲି ହୋଇ ମଧୁପୁର ଜନମାନେଦେଢ଼ଶୁର ଭାଇବୋହୂ ମେଳ ଏକସ୍ଥାନେ ।ନ ଚିହ୍ନି ଦେଢ଼ଶୁରକୁ ଭାଇବୋହୂ ବୋଲେଭିତରକୁ ଚାଲ ଯିବା ଦେଖିବା ହୋ ଭଲେ ।ଦେଖି ଦେଢ଼ଶୁର ଲାଜେ ଆଡ଼ ହୋଇଯାଇକେ ଭାବିକି ନ ଚିହ୍ନିଣ ବୋଲଇ ଭିଣୋଇ ।ପୁଣି ହିଁ ମୁଖକୁ ଚାହିଁ ନ କହଇ କଥାକେହୁ ନିଜ ପତି ଦେଖି ଲାଜେ ପୋତେ ମଥା ।କେହୁ ବୋଲେ ତେଜବତୀ ଆଜି ମରିଅଛିଜୀଆଁଇବି ବୋଲି କୃଷ୍ଣ ପ୍ରତିଜ୍ଞା କରୁଛି ।ସାମାନ୍ୟ ସାହସ କି ଗୋ କରୁଅଛି ଏହିଏ କଥା ଦେଖିବା ଆଉ ଶୁଣା ନାହିଁ କାହିଁ ।ଏପରି ହୁଅନ୍ତେ କୁହାବୁହି ମଧୁନାରୀଶବକୁ ଚାହିଁ କହନ୍ତି କୃଷ୍ଣ ଧୀରକରି ।କିହୋ ମଧୁନରନାରୀ ରହିଲ ମଉନେକହ କାହିଁକି ଏହାକୁ ନେଉଅଛ କେଣେ ।କେଉଁପରି ମରିଛି ଏ କହ ସତ୍ୟକରିକାହିଁପାଇଁ କାନ୍ଦୁଅଛି ଏହି ବୃଦ୍ଧା ନାରୀ ।କିସ ନାମ ଏହାର ଗୋ କାହିଁ ଏହା ଘରମୃତପିଣ୍ଡ ପରାୟେ ତ କରିଛି ବାହାର ।ଶୁଣି ମଧୁନାରୀମାନେ କହନ୍ତି ବିଚାରିଶୁଣ ଆହେ ନନ୍ଦସୁତ ବିଚର ଆମ୍ଭରି ।ଭଗଦତ୍ତ ବିପ୍ରର ଏ ଦୁହିତା ଅଟଇଆଜି ତୀର୍ଥପଣ୍ଡାକୁ ଏ ଥିଲା ବିଭାହୋଇ ।ବିବାହ ମଣ୍ଡପେ ବସି ହୋମ କଲାବେଳେଆମ୍ଭେମାନେ ମିଳି ସର୍ବେ ଦେଖୁଥିଲୁ ଡୋଳେବେଦମନ୍ତ୍ରରେ ବ୍ରାହ୍ମଣ ଦିଅନ୍ତି ଆହୁତିପିତା ମାତା ଭାଇ ବନ୍ଧୁ ଥିଲେ ତାର କତି ।ଘୃତ ପାଇ ହୁତାଶନ ଜଳିଲା ତେଜରେସହି ନ ପାରି ସକଳେ ପଳାଇଲୁ ଦୂରେ ।ତୀର୍ଥପଣ୍ଡା ମଧ୍ୟ ତାହା ସହି ନ ପାରିଲାତେଜବତୀକି ଛାଡ଼ି ସେ ପଳାଇଣ ଗଲା ।ତେଜବତୀ ଅଗ୍ନିତେଜ ସହି ନ ପାରିଲାମୋହ ପାଇ କୃଷ୍ଣ ବୋଲି ଅନଳେ ପଡ଼ିଲା ।ଉଚ୍ଚେ କୃଷ୍ଣ କୃଷ୍ଣ ବୋଲି ବୋଲଇ ତୁଣ୍ଡରେଶୁଣିଅଛୁ ଯେତେ ଲୋକ ଥିଲୁ ସେହିଠାରେ ।ଯହୁଁ ଅନକେ ପଡ଼ିଲା ଏହି ତେଜବତୀଲିଭିଲା ଅନଳ ତାକୁ ଆଣିଲେ ଝଟତି ।ଦେଖିଲୁ ଜୀବନ ତାର ଯାଇଅଛି ଛାଡ଼ିଦେହ ଗୋଟାଯାକ ତାର ଯାଇଅଛି ପୋଡ଼ି ।ତେଣୁ ବହି ନେଉଛନ୍ତି କରିବେ ଦହନଗୋଡ଼ାଇ ତା ପିତାମାତା କରନ୍ତି ରୋଦନ ।କୃଷ୍ଣ ବୋଇଲେ ଶୁଣ ଗୋ ସକଳ କାମିନୀମୋର ନାମ ଧରି କିମ୍ପା ମରିବ ଏ ପୁଣି ।ମାମୁଁ ଶୁଣିଲେ ଏ କଥା ନିଶ୍ଚେ ଧରିନେବେନ ବୁଝି ସେ କିଛି ମୋତେ ବହୁଦଣ୍ଡ ଦେବେ ।ଏବେ ମଧୁନରନାରୀ ଶୁଣ ମୋ ବଚନଯେବେ ହୋମାନଳେ ହୋଇଥାଏ ଏ ଦହନକେଭେ ନ ଜୀଇଁବ ତାକୁ କର ଗୋ ଦହନହୋଇଛି ସଫଳ ମାତ୍ର ତାହାର ଜୀବନ ।ମଲାବେଳେ ମୋର ନାମ ଧରିଛି ମୁଖରେଯମଦଣ୍ଡ ନାହିଁ ଯିବ ବଇକୁଣ୍ଠ ପୁରେ ।ଆହୁରି କଥାଟି ଶୁଣିଥାଅ ମଧୁନରେମୋର ଭାବ ଯେବେ ଜାତ ହେଲା ତା ହୃଦରେମୋ ଭାବରେ ଅଚେତନ ହୋଇ ରହିଥିଲାମୋର ନାମଧରି ଯେବେ ଅଗ୍ନିରେ ପଡ଼ିଲା ।ତେବେ ସେ ମରିବ କିମ୍ପା ହେଲ ତୁମେ ବାଇରଖ କାହାକୁ ଏଠାରେ ଦେଖିବିରେ ମୁହିଁ ।ଶ୍ରୀକୃଷ୍ଣ ବଚନେ ତେଜବତୀକି ରଖିଲେଅଙ୍ଗବାସ କାଢ଼ି ହରି ତାହାକୁ ଦେଖିଲେ ।ଅଙ୍ଗ ଗୋଟିଯାକ ତାର ଯାଇଅଛି ପୋଡ଼ିନାସା ଶ୍ରବଣ ସହିତେ ପଡ଼ିଥିଲା ଛିଡ଼ି ।ଯଉବନ ତାହାର ଯେ ଜଳି ଯାଉଥିଲାପାଦରେ ଅଙ୍ଗୁଳି କେଶ ମୁଣ୍ଡରେ ନଥିଲା ।ମଧୁପୁର ନରନାରୀ ଦେଖିଣ ନୟନେଆଣୁଥିଲେ କରିବାକୁ ଦହନ ଶ୍ମଶନେ ।ନାମଧରି ଡାକଦେଲେ ଯହୁଁ ନାରାୟଣଦ୍ୱିତୀୟ ଇନ୍ଦିରା ପ୍ରାୟ ଦିଶିଲା ତା ବର୍ଣ୍ଣ ।ତିନିପୁର ଜିଣି ରୂପ ଦିଶିଲା ସୁନ୍ଦରଦେଖି ମଧୁନରନାରୀ ହେଲେ ଚମତ୍କାର ।କେବଳ ଜୀବନ କାହିଁ ନ କହ ବଚନଚିତ୍ର ପ୍ରତିମା ପରାୟେ ଦିଶେ ସୁଶୋଭନ ।ଶ୍ରୀକୃଷ୍ଣ ବୋଇଲେ ତେଜବତୀ ଏବେ ଶୁଣବିଭା ହୋମାନଳେ ଯେବେ ହୋଇଲ ଦହନ ।ତେବେ ବଇକୁଣ୍ଠେ ତୁହି ଯାଅ ତେଜବତୀଏ ମଧୁନଗରେ ତୋର ରହୁ ଗୋ କୀରତି ।ଆହୁରି କଥାଏ ଶୁଣ ତୁହି ତେଜବତୀମୋ ନାମକୁ ହୃଦେ ତୁହି ଯେବେ ଥିଲୁ ଚିନ୍ତି ।ମୋ ରୂପକୁ ଦେଖିବାକୁ ଯେବେ ଶ୍ରଦ୍ଧା କଲଲମୋତେ ନ ଦେଖିଣ କିମ୍ପା ଅନଳେ ଝାସିଲୁ ।ଯୁଗେଯୁଗେ ମୋର ନାମ ସତ୍ୟ ଅଟେ ଯେବେକେମନ୍ତେ ଅନଳେ ଦଗ୍ଧ ହୋଇବୁଗୋ ତେବେ ।ଉଠ ଉଠ ତେଜବତୀ ବିଳମ୍ବ ନକରତୋତେ ଦେଖି ଆନନ୍ଦିତ ହେଉ ମଧୁପୁର ।ଶ୍ରୀକୃଷ୍ଣ ବଚନ ଯହୁଁ କର୍ଣ୍ଣରେ ପଡ଼ିଲାଉଠି ତେଜବତୀ କୃଷ୍ଣ ମୁଖକୁ ଚାହିଁଲା ।ଲଜ୍ଜାଭରେ ପଲଙ୍କରୁ ଉଠି ନ ପାରଇଅନ୍ତରେ କେବଳ କୃଷ୍ଣ ନାମ ଅଛି ଧ୍ୟାୟି ।ଦେଖିଲା ପୁରିଅଛନ୍ତି ବହୁ ନରନାରୀପୁଣି ଅଛନ୍ତି ଗୋପାଳ କୃଷ୍ଣ ହଳଧାରୀ ।ତେଜବତୀର ଜନନୀ ବସି କାନ୍ଦୁଥିଲାଧାଇଁଯାଇ ତାକୁ ଆଣି କୋଳେ ବସାଇଲା ।ମୁଖେ ଚୁମ୍ବଦେଇ ସେ ପଲଙ୍କୁ ଉଠାଇଲଜ୍ଜାହୁଡ଼ି ତେଜବତୀ କୃଷ୍ଣ ପାଶେ ଯାଇ ।ପ୍ରଦକ୍ଷିଣ କରିଣ ସେ ପାଦତଳେ ପଡ଼ିବିନୟ ଭାବରେ କହେ ବେନିକର ଯୋଡ଼ି ।ବୋଲଇ ଭୋ ପ୍ରଭୁ ମୋର ପ୍ରତିକାର କରଶରଣ ପଞ୍ଜର ବାନା ରଖ ତୋ ପୟର ।ବୋଲୁଛନ୍ତି ମନ୍ଦ ମନ୍ଦ ହସି ଦାମୋଦରଏ ଜୀବନେ ସୁଖୀ ହୋଇ ଥାଅ ମଧୁପୁର ।ଅନ୍ତକାଳେ ବିଷ୍ଣୁପାଦ ଯାଇ ତୁ ଲଭିବୁଯାଅ ତେଜବତୀ ସ୍ୱାମୀ ଚରଣ ସେବିବୁ ।ଏତେ କହି କୃଷ ରାମ ଗୋପାଳଙ୍କୁ ଘେନିମଥୁରା ଦାଣ୍ଡରେ ବିଜେକଲେ ଭାଇ ବେନି ।ମଧୁପୁର ନରନାରୀ କୃଷ୍ଣ ଗୁଣ ଗାଇଦେଖିବାକୁ ଧାଇଁଛନ୍ତି ଉର୍ଦ୍ଧ୍ୱଶ୍ୱାସ ହୋଇ ।ହଟିଆ ପସରା ଛାଡ଼ି କୃଷ୍ଣଙ୍କୁ ଦେଖନ୍ତିପଥିକ ଦେଖି ପଥରେ ଚାଲି ନ ପାରନ୍ତି ।ଡାକେ କେ ନାରୀକୁ ସ୍ୱାମୀ କ୍ରୋଧଭର ହୋଇଗଉଡ଼ଙ୍କୁ ଦେଖିବାକୁ ଆସିଅଛି ଧାଇଁ ।ଶୁଣି ନାହୁଁ କିଲୋ ଗୋପେ କୃଷ୍ଣ ଯାହା କଲାଖୁଡ଼ୀ ଦେଠେଇ ଯେ ଭାଇ ବୋହୂକୁ ହରିଲା ।କେ କାହା ମାତାକୁ ପୁଣି ଉଚ୍ଚରେ ଡାକଇଭୁଆସୁଣୀ ବୋହୂକୁ ତୁ ଆଣିଛୁ ଦେଖାଇ ।ମୁଖେ ଲାଳ ନାହିଁ ବଡ଼କୁଳେ ହୋଇ ଜାତଶାଶୁ ବୋହ୍ରୂଙ୍କୁ ଆଜ ମୁଁ କରିବି ଲୋ ହତ ।ଏ ମଧୁପୁରେ ଜାତିରେ ଅଟଇ ମୁଁ ଶ୍ରେଷ୍ଠଆଜି ମୋର ବଡ଼ପଣ ତୁମ୍ଭେ କଲ ନଷ୍ଟ ।ତୁ ଗର୍ଭଧାରିଣୀ ମାଆ ଅଟୁ ଲୋ ମୋହରନୋହିଲେ ପେଶନ୍ତି ଏହିଠାରେ ଯମପୁର ।କେ ବୋଲଇ ଜନନୀଗୋ ବାଇ ତୁ ହୋଇଲୁଯୁବା ଝିଅକୁ ଧରିଣ ଦେଖି ତୁ ଅଇଲୁ ।ଭଉଣୀକି ଦେଖି ତହିଁ ଗାଳି ସେ ଦିଅଇଶାଶୁ ନଣନ୍ଦକୁ କିଲୋ ଭୟ ତୋର ନାହିଁ ।କେ ନିଜ ନାରୀ ପଣତ ଧରି ଓଗାଳଇନ ଯାଏ ଲୋ କୃଷ୍ଣ ଦେଖି କହୁଅଛି ମୁହିଁ ।ଯେତେ ଭର୍ତ୍ସନା କରନ୍ତି ମଧୁପୁର ନରେନ ଶୁଶନ୍ତି ମଧୁନାରୀ ସେ କଥା କର୍ଣ୍ଣରେ ।ଆବାଳ ବୃଦ୍ଧ ବନିତା ଯେତେ ନରନାରୀରାଜଦାଣ୍ଡେ ଉଭାହୋଇ ଦେଖୁଛନ୍ତି ହରି ।ହାଟବାଟ ଆଦି ସବୁ ଲୋକମାନେ ଛାଡ଼ିକୃଷ୍ଣଙ୍କୁ ଦେଖିବା ପାଇଁ ପଡ଼ୁଛନ୍ତି ମାଡ଼ି ।ଯେ ଯେତେ କହିଲେ କର୍ଣ୍ଣେ ନ ଶୁଣନ୍ତି କେହିଉବୁରା ଉବୁରି ହୋଇ ଯାଉଛନ୍ତି ଧାଇଁ ।ହାଟବାଟ ପେଣ୍ଠ ଆଦି ଥିଲା ଯେତେ ସ୍ଥାନଲୋକ ଗହଳରେ ସବୁ ହୋଇଗଲା ପୂର୍ଣ୍ଣ ।କେ କୋଠା ଉପରେ କେହି ଛାତର ଉପରେକେହୁ ପାଚେରୀରେ କେହୁ ଗଛର ଉପରେ ।ଏହିପରି ନରନାରୀ ଦେଖନ୍ତି ହର୍ଷରେଶ୍ରୀକୃଷ୍ଣ ମଧୁରମୂର୍ତ୍ତି ଦେଖନ୍ତି ନେତ୍ରରେ ।ଯେତେ ଦେଖୁଥିଲେ ଚକ୍ଷୁ ଫେରି ନ ଆସଇକୃଷ୍ଣଭାବେ ମୁଗ୍ଧ ହୋଇଛନ୍ତି ସର୍ବେ ତହିଁ ।ଜୟ ପତିତ ତାରଣ ଦୀନଜନ ବନ୍ଧୁଏ ଦୀନ ଅଚ୍ୟୁତ ଦାସ ତୋର ପାଦ ବନ୍ଦୁ ।