ଚିତ୍ତବୋଧ ବା ଚିତ୍ତବିନୋଦ (ଦ୍ୱିତୀୟ ଭାଗ)
ଅଚ୍ୟୁତାନନ୍ଦ ଦାସ · ଭାଗ ୬ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ପ୍ରିୟବତୀ ଓ ତାର ପୁତ୍ରାଦିର ଜୀବଦାନ
ଶୁକମୁନି କହୁଛନ୍ତି ଶୁଣ ପରୀକ୍ଷିତଶ୍ରୀକୃଷ୍ଣ ଚରିତ ଏ ଯେ ସାକ୍ଷାତେ ଅମୁତ ।ଏହା ଶୁଣି ଭବାର୍ଣ୍ଣବୁ ତରିଯିବେ ପ୍ରାଣୀମୁକତିଦାୟକ ଏହୁ ଅପୂର୍ବ କାହାଣୀ ।ଶ୍ରୀକୃଷ୍ଣଙ୍କଠାରୁ ବର ପାଇ ସେ ମାଲ୍ୟାଣୀତୋଷଚିତ୍ତେ ନିଜ ଗୃହେ ଗଲା ସେହୁ ପୁଣି ।ଏଣେ ରାମକୃଷ୍ଣ ଗୋପପୁତ ସହିତରେନାନା ବାଦ୍ୟ ବଜାଇଣ ବାହାର ହୋଇଲେ ।ଦମା ରବା ଆଦିକରି ଖୋଳ କରତାଳବଂଶୀ ବୀଣା କାହାଳୀ ଯେ ମଦିରା ମର୍ଦ୍ଦଳ ।ଆନନ୍ଦରେ ବଜାଇଣ ରୋପାଳ ଚଳିଲେମଧୁନାରୀମାନେ ଦେଖି ପ୍ରମୋଦ ଭଜିଲେ ।ନ ମାନନ୍ତି ମାତାପିତା ଶ୍ୱଶୁର ଦେବରଧାଇଁ ଆସୁଛଚି ଶୁଣି ବାଜଣା କୃଷ୍ଣର ।ଦେଢ଼ଶୁର ମଳାଶୁର ଭର୍ତ୍ତା ନ ମାନନ୍ତିକେବଳ କୃଷ୍ଣ ଦର୍ଶନ ଆଶେ ଧାଇଁଛନ୍ତି ।ନିଜ ପର ଜ୍ଞାତି ଗୋତ୍ର ନ ମାନନ୍ତି କେହିଦେଖନ୍ତି ସକଳେ କୃଷ ଦାଣ୍ଡେ ଉଭାହୋଇ ।ହାଟ ବାଟ ଘାଟମାନ ସବୁ ଶୁନ୍ୟ ହେଲାମଥୁରାରେ ପ୍ରତିପୁର ହୋଇଅଛି ମେଲା ।ସର୍ବେ ଉଭାହୋଇ ଦେଖୁଛନ୍ତି କୃଷ ମୁଖକେ କାହାକୁ ବୋଲେ ସଖୀ ଭଲକରି ଦେଖ ।ମଧୁପୁରେ ପ୍ରିୟବତୀ ନାମେ ନାରୀ ଥିଲାବାର ବରଷରେ ସେହୁ ପୁତ୍ର ଜାତ କଲା ।ବସି ପାକସିଦ୍ଧ କରୁଥିଲା ତାର ଘରେନିଜର ଶିଶୁପୁତ୍ରକୁ ଧରିଣ କୋଳରେ ।ଗୀତ ଗାଇ ପୁତ୍ରକୁ ସେ କରାଏ ଶୟନବନାଉଥିଲା ପରିବା ହେବାକୁ ବ୍ୟଞ୍ଜନ ।କୃଷ୍ଣଙ୍କୁ ଦେଖିବା ପାଇଁ ତା ନଣନ୍ଦ ଗଲାଏ ସମୟେ ବଂଶୀସ୍ୱନ ତା କର୍ଣ୍ଣେ ବାଜିଲା ।ଛନ୍ନଛନ୍ନ ମନ ତାର କୃଷ୍ଣ ଦେଖିବାକୁକହି ନ ପାରିଲେ ସେହୁ ବଚନ କାହାକୁ ।ଶାଶୁକୁ ବୋଇଲା ତୁମ୍ଭ ନାତିକୁ ଗୋଧରମୁଁ ଦେଖି ଆସଇ ଯାଇ ନନ୍ଦର କୁମର ।କୃଷ୍ଣଙ୍କୁ ଦେଖି ଏକ୍ଷଣି ଆସିବି ମୁଁ ଫେରିଶାଶୁ ବୋଇଲା ତୁ ଅଟୁ ଭୁଆସୁଣୀ ନାରୀ ।ବାଳକୁ ଛାଡ଼ି ତୋର ଦେଖିବାକୁ ମନସବୁଦିନେ ନଗଲା ଲୋ ତୋର ଧୁର୍ତ୍ତପଣ ।ବାର ବରଷରେ ପୁତ୍ର କରିଅଛୁ ଜାତଏହାକୁ ବରଜି କୃଷ୍ଣ ଦେଖିବାକୁ ଚିତ୍ତ ।ଏମନ୍ତ କହି ବୋହୂକୁ ଶାଶୁ ମନାକଲାନିଜେ କୃଷ୍ଣ ଦେଖିବାକୁ ଦାଣ୍ଡକୁ ସେ ଗଲା ।ଯହୁଁ ପ୍ରିୟବତୀ କୃଷ୍ଣ ବାଜଣା ଶୁଣିଲାଚିତ୍ତ ଭ୍ରମ ହେଲା ତାର ଦେହୁ ଜ୍ଞାନ ଗଲା ।ହା ହା କୃଷ୍ଣ ବୋଲି ସେହୁ କରଇ ରୋଦନସର୍ବେ ଗଲେ କୃଷ୍ଠ ଦେଖି ଗୃହ କରି ଶୂନ୍ୟ ।କୃଷ୍ଣଭାବେ ପ୍ରିୟବତୀ ଅଜ୍ଞାନ ହୋଇଲାପରିବା ବୋଲି ସେ ତାର ପୁଅକୁ କାଟିଲା ।ତୁଳା ପ୍ରାୟ ମାଂସକୁ ସେ ଖଣ୍ଡ ଖଣ୍ଡ କରିରନ୍ଧନ ପାତ୍ରରେ ନେଇ ତାହାକୁ ଯେ ଭରି ।ମୁଖେ ହା ହା କୃଷ୍ଣ ବୋଲି ଉଚ୍ଚରେ ବୋଲଇନୟନରୁ ଅଶ୍ରୁଧାର ତାର ଯାଏ ବହି ।ନ ପାରଇ ଉଠି କୃଷ୍ଣ ଭାବେ ହୋଇ ଭୋଳକୃଷ୍ଣଙ୍କୁ ନ ଦେଖିବାରୁ ପରାଣ ଚଞ୍ଚଳ ।ଏ ସମୟେ ଶାଶୁ ଆସି ଦେଖି ହେଲା ଭୀତଦେଖିଲା ଚାରିଆଡ଼ରେ ପଡ଼ିଛି ରକତ ।ବୋହୂର କୋଳରେ ପୁତ୍ର ଦେଖିଲା ସେ ନାହିଁବିକଳେ କାନ୍ଦଇ ବୋହୂ କୃଷ୍ଣ ମନେ ଧ୍ୟାୟି ।ପୁତ୍ରକୁ ନ ଦେଖି ଶାଶୁ ଗମ୍ଭୀରିକି ଗଲାଖୋଜି ଖୋଜି ପୁତ୍ରକୁ ସେ କାହିଁ ନ ଦେଖିଲାପୁଣି ବୋହୂକୁ ବୋଲଇ କାହିଁ ପୁତ୍ର ତୋରକିଏ ନେଇଗଲା ତୋର ବାଳୁତ କୁମର ।କିବା କୃଷ୍ଣ ଦେଖିବାକୁ ବାପ ତାର ନେଲାକହଲୋ ରାଣ୍ଡର ଝିଅ ପୁତ୍ର କାହିଁ ଗଲା ।କିମ୍ପାଇ ଲୋ ପୋଡ଼ାମୁହିଁ କରୁଛୁ ରୋଦନକେଣେ ରଖିଅଛୁ ତୋର ଦେଖାଅ ନନ୍ଦନ ।କାହାର ରକତ ତୋର ଲାଗିଅଛି ହାତଟୋପା ଟୋପା ହୋଇ ଦେଖ ପଡ଼ିଛି ରକତଶାଶୁର ବଚନ ବୋହୂ ନ ଶୁଣଇ କିଛିକେବଳ ମନ ତାହାର କୃଷ୍ଣପାଦେ ଅଛି ।ଶାଶୁ ବୋଲେ ପ୍ରିୟବତୀ ହୋଇଲୁ କି ବାଇପୁତ୍ର କେଉଁଆଡ଼େ ଗଲା କାନ୍ଦୁଛୁ କିମ୍ପାଇଁ ।ପୁଣି ବୋହୂ କର୍ଣ୍ଣ ପାଶେ ଉଚ୍ଚରେ ଡାକିଲାକୃଷ୍ଣନାମେ ଭୋଳହୋଇ ବୋହୂ ପାଶୋରିଲାକୃଷ୍ଣ ବୋଲି ପୁତ୍ର ନାମ ଉଚ୍ଚରେ ଡାକିଲାବାରେ ଦେଖାଦିଅ ପୁତ୍ର ଆସିଣ ବୋଇଲା ।କୃଷ୍ଣ କୃଷ୍ଣ ବୋଲି ପୁତ୍ର ନିରତେ ଡାକଇହାହା ପୁତ୍ର ଜଗବନ୍ଧୁ କେଣେ ଗଲୁ ତୁହି ।ସକଳେ ଶୁଣିଲେ ପୁତ୍ର ନାମେ କରେ ଶୋକପ୍ରିୟବତୀ ହୃଦୟରେ ଏକା କୃଷ୍ଣ ଦକ ।ଶୁଣି ଶାଶୁ ବୋଲେ ତୋର ପୁତ୍ର ଗଲା କାହିଁକାହିଁକି ଲୋ ପୁତ୍ରନାମେ କାନ୍ଦୁଅଛୁ ତୁହି ।ଶୁଣିଣ ସେ ପ୍ରିୟବତୀ କରଇ ରୋଦନନାତି ନାତି ବୋଲି ବୁଢ଼ୀ କାନ୍ଦେ ଘନଘନ ।ରନ୍ଧନ କନ୍ଦିରେ ପଶି ନାତିକୁ ଖୋଜିଲାକନ୍ଦି ବିକନ୍ଦିରେ ପଶି ନିରୀକ୍ଷଣ କଲା ।ଦେଖିଲା ଚୁଲୀ ଉପରେ ଭାଣ୍ଡ ମଧ୍ୟେ ରହିଖଣ୍ଡ ଖଣ୍ଡ ହୋଇ ପୁତ୍ର ସିଝୁଅଛି ତହିଁ ।ପ୍ରିୟବତୀ ବାହୁଡ଼ିଣ କାନ୍ଦେ ପୁତ୍ର ବୋଲିପୁତ୍ର ବୋଲି କୃଷ୍ଣ ନାମ ଧରି କାନ୍ଦେ ବାଳୀ ।ଜ୍ଞାନ ତାର ନାହିଁ କୃଷ୍ଣଭାବେ ସେହି ଭୋଳସ୍ୱାମୀ ତା ଭାଣ୍ଡ ଦର୍ଶନେ ହୋଇଲା ବିକଳ ।କ୍ରୋଧେ ପ୍ରିୟବତୀକି ସେ ପାଦେ ପ୍ରହାରିଲାତୁ ଲୋ ରାକ୍ଷସୀ ପୁତ୍ରକୁ ମାଇଲୁ ବୋଇଲା ।ତୋ ମୁଖ ନ ଚାହିଁ ଆଜି ପକାଇବି ମାରିଏମନ୍ତ ବୋଲି ମାଇଲା ପୁଣି ନାତ ଚାରି ।ପ୍ରିୟବତୀ ହୃଦେ ପୀଡ଼ା ନ ଲାଗିଲା କିଛିଯେଣୁ କୃଷ୍ଣଭାବରେ ସେ ଭୋଳ ହୋଇଅଛି ।ନ ଶୁଣଇ ସେହୁ ପୁଣି ନ ଦେଖେ ନୟନେସ୍ୱାମୀର ବଚନ ତାର ନ ପଶଇ କର୍ଣ୍ଣେ ।କ୍ରୋଧେ ତେଣୁ ସ୍ୱାମୀ ତାର ଖଡ଼ଗ ଆଣିଲାପ୍ରିୟବତୀକି ସେ ତହିଁ ବେନିଖଣ୍ଡ କଲା ।ଛିଡ଼ିଲା ତାହାର ମୁଣ୍ଡ ହେଲା ଖଣ୍ଡ ଖଣ୍ଡଜୀବନ ଗଲା ପଡ଼ିଲା ତଳେ ମୃତ ପିଣ୍ଡ ।ଦେଖି ମଧୁନରନାରୀ ହାହାକାର କଲେକାହା ପାଇଁ ନାରୀହତ୍ୟା କଲୁରେ ବୋଇଲେଚାଲଗୋ ଏଠାରେ ଆମ୍ଭେ କେହି ନ ରହିବାଚାଣ୍ଡାଳର ମୁଖ ଆଉ କେମନ୍ତେ ଚାହିଁବା ।କୃଷ୍ଣ ଦେଖୁଥିଲୁ କିମ୍ପା ଏ ବୁଢ଼ୀ ଡାକିଲାକେ ମାଇଲା ନାତିକି ତା କିଛି ନ କହିଲା ।ପୁତ୍ରକୁ ଡାକିଲା ଯେଣୁ ଆସିଲା ତା ପୁତ୍ରନବୁଝି ସେ ଭାରିଯାକୁ ପ୍ରାଣେ କଲା ହତ ।ପୁଣି ବୋଇଲେରେ ମୂର୍ଖ କି ବୁଝିଲୁ ତୁହିଅକାରଣେ ପ୍ରିୟବତୀ ହାଣିଲୁ କିମ୍ପାଇଁ ।କେ ଜାଣେ ପୁତ୍ରକୁ କେହୁ ଖଣ୍ଡ ଖଣ୍ଡ କଲାପୁତ୍ରକୁ ତ ପ୍ରିୟବତୀ ଜାତ କରିଥିଲା ।ମାତା ହୋଇ ପୁତ୍ରକୁ କି ନାଶକଲା ସେହିନବୁଝି ଚାଣ୍ଡାଳ ତାକୁ ମାଇଲୁ କିମ୍ପାଇଁ ।କେ ବୋଲଇ ମଥୁରାରେ ଉତ୍ସବ ଲାଗଇଗୋପରୁ ଆସିଅଛନ୍ତି ରାମକୃଷ୍ଣ ଦୁଇ ।କେମନ୍ତେ ବା ପ୍ରିୟବନ୍ତ ପୁତ୍ର ନାଶକଲାପୁତ୍ର ପୁତ୍ର ବୋଲି ସେ ତ ବସି କାନ୍ଦୁଥିଲା ।ଜଣାଯାଏ କେହୁ ତାର ଘରେ ପଶିଥିଲାଶାଶୁ ନଣନ୍ଦ କାହାକୁ ଯହୁଁ ନ ଦେଖିଲା ।ପ୍ରିୟବତୀକି ସେ ବଳେ ହରି ଲୋଡୁଥିଲାନାହିଁ ବୋଲିବାରୁ ରାଗେ ପୁତ୍ରକୁ ମାରିଲା ।ସ୍ୱଭାବେ ଅବଳା ଜାତି ତାର କେଉଁ ବଳକାନ୍ଦୁଥିଲା ଗୃହେ ବସି ହୋଇଣ ବିକଳ ।ଏମନ୍ତ ବଚନ ପ୍ରିୟବତୀ ସ୍ୱାମୀ ଶୁଣିହା ପୁତ୍ର ବୋଲିଣ ସେହୁ ଲୋଟୁଇ ଧରଣୀ ।ମୁହଁ ଚାଣ୍ଡାଳ ପତ୍ନୀକି ନବୁଝି ମାଇଲିକିପରି ମଲା ତାଠାରୁ ପଦେ ନ ବୁଝିଲି ।ନାରୀ ହତ୍ୟା କଲି ପୁତ୍ର ମିଳିବ ବା କାହିଁରାଜା ଶୁଣିଣ ଶାଙ୍କୋଳୀ ଦେବ ମୋତେନେଇନ ଚାହିଁବେ ମୋର ମୁଖ ମଧୁ ନରନାରୀପ୍ରିୟବତୀ ଭାଇବନ୍ଧୁ ହୋଇବେ ବଇରୀ ।ଜ୍ଞାତି ବନ୍ଧୁମାନେ ମୋତେ ଆଉ ନ ଲୋଡ଼ିବେସମାଜ ମଧ୍ୟରୁ ମୋତେ ଦୂର କରିଦେବେ ।ଯାହାଘରେ ଗଲେ ମୋର ନ ଚାହିଁବେ ମୁଖନାରୀହତ୍ୟା କଲୁ ବୋଲି ବୋଲିବେ ପ୍ରତ୍ୟକ୍ଷସମସ୍ତଙ୍କଘରୁ ନିନ୍ଦା କଥା ମୁଁ ଶୁଣିବିଦାଣ୍ଡରେ ମୁଣ୍ଡଟେକି ମୁଁ ଚାଲି ନ ପାରିବି ।ଏଡ଼େ ନିଲ୍ଲର୍ଜ ପୁରେ ମୁଁ ବଞ୍ଚିବି କିମ୍ପାଇଁମରିବାର ଭଲ ବୋଲି ମନରେ ଭାଳଇ ।ଗମ୍ଭିରୀ ଭିତରୁ ତାର ପଲ୍ୟଙ୍କ କାଢ଼ିଲାପ୍ରିୟବତୀ ଗଣ୍ଡିମୁଣ୍ଡ ତହିଁରେ ରଖିଲା ।ପୁତ୍ର ଥିବା ଭାଣ୍ଡ ନେଇ ସେଠାରେ ଥୋଇଲାନୂତନ ବସନ ତାର ପରେ ଘୋଡ଼ାଇଲା ।ମାତାକୁ ବୋଇଲା ମଧୁଦାଣ୍ଡେ ଯାଅ ତୁହିକୃଷ୍ଣ ଦେଖୁଛନ୍ତି ଆମ୍ଭ ଯେତେ ବନ୍ଧୁଭାଇ ।ସେମାନଙ୍କୁ ବେଗ ହୋଇ ହକାରି ଆଣିବୁଏ କଥାମାନ କାହାକୁ କିଛି ନ କହିବୁ ।ତାହା ଶୁଣି ଅନ୍ୟ ଜନମାନେ ଯେତେ ଥିଲେହରି ହରି ବୋଲି ସର୍ବେ ବାହାର ହୋଇଲେ ।ରାଜଦୂତମାନେ ଆସି ପ୍ରବେଶିଣ ତହିଁ ।ପଚାରନ୍ତି ଏ ଗହଳି ଶୁଭୁଅଛି କାହିଁ ।ଏ ଘରେ ମଧୁସୂଦନ ଅଟେ ଅଧିକାରୀକିମ୍ପାଇଁ ତା ଘରୁ ଉଠେ କ୍ରନ୍ଦନର ହୁରି ।ନାରୀମାନେ ବୋଇଲେ ହେ ଶୁଣ ରାଜା ଚରପୁତ୍ର ସହ ଭାରିଜାଟି ମଲା ଆଜି ତାର ।ତେଣୁ ସେ ଗୃହରେ ବସି ରୋଦନ କରଇଆମ୍ଭେ କି କହିବୁ ତୁମ୍ଭେ ବୁଝ ନିଜେ ଯାଇଁ ।ଏତେ କହି କୃଷ୍ଣଙ୍କୁ ସେ ଦେଖିବାକୁ ଗଲେମଧୁସୂଦନର ମାତା ଧାଇଁଛି ବିକଳେ ।ଯହୁଁ ମଧୁନାରୀମାନେ ହୋଇଲେ ଅନ୍ତରମାତାହିଁ ଯାଇଛି ଶୂନ୍ୟ ହୋଇଛି ମନ୍ଦିର ।ଦେଖି ମଧୁସୂଦନ ତା ମନରେ ଭାବିଲାପୁତ୍ର ପତ୍ନୀ ସଙ୍ଗେ ନିଶ୍ଚେ ମରିବି ବୋଇଲା ।ଯେ ଖଣ୍ଡାରେ କାଟିଥିଲା ପ୍ରିୟବତୀ ମୁଣ୍ଡହସ୍ତରେ ଧଇଲା ପୁଣି ସେହି ଖଣ୍ଡା ଖଣ୍ଡ ।ବୋଇଲା ଲୋ ପ୍ରିୟବତୀ କେଉଁଆଡ଼େ ଗଲାପୁତ୍ରକୁ ସଙ୍ଗରେ ନେଇ ମୋତେ ପାଶୋରିଲା ।ପୁତ୍ରପତ୍ନୀ ଗଲେ ଯେବେ ମୁଁ ଥିବି କିମ୍ପାଇଁଏମନ୍ତ ବୋଲିଣ ଗଳେ ଖଡ଼ଗ ଲଗାଇ ।କାଟିଲା ଶରୀର ତାର ହେଲା ବେନିଖଣ୍ଡପତ୍ନୀ ପୁତ୍ର ଶବସହ ପଡ଼ିଲା ତା ମୁଣ୍ଡ ।ପଡ଼ୋଶୀ ଗୃହର ନାରୀମାନେ ପ୍ରବେଶିଲେମାତାପିତା ପୁତ୍ର ମରିଅଛନ୍ତି ଦେଖିଲେ ।ବିକଳେ ଡାକିଲେ ନାରୀମାନେ ତ୍ରସ୍ତ ହୋଇସବଂଶେ ମଧୁସୂଦନ ମଲା ଆସି ତହିଁ ।ଏ ଘରର ଲୋକେ କୃଷ୍ଣ ଦେଖିବାରେ ବାଇକୁଳ ବୁଡ଼ିଲାଣି ଏଣେ ଦେଖିବାକୁ ନାହିଁ ।ତିନି ତିନିଟା ଶବତ ସାହିରେ ପଡ଼ିଲେକେଉଁପରି ଖିଆପିଆ ହୋଇବ ବୋଇଲେ ।ଶୁଣି ରାଜଦୂତମାନେ ତହିଁ ପ୍ରବେଶିଲେସମସ୍ତ ଘଟଣା ଦେଖି ରାଜାଙ୍କୁ କହିଲେ ।ହୋଇଛି ମଧୁସୂଦନ ନିଜେ ବେନି ଖଣ୍ଡକଟା ହୋଇଅଛି ମଧ୍ୟ ତାର ନାରୀ ମୁଣ୍ଡ ।ବାଳୁତ କୁମର ତାର ଖଣ୍ଡ ଖଣ୍ଡ ହୋଇଭାଣ୍ଡର ଭିତରେ ସିଦ୍ଧ ହୋଇଅଛି ରହି ।ମନ୍ଦିର ତାହାର ଶୂନ୍ୟ ହୋଇଛି ଦେଖିଲୁପଡ଼ୋଶୀ ନାରୀଙ୍କଠାରୁ ସମସ୍ତ ଶୁଣିଲୁ ।ଶୁଣିକରି ଉଗ୍ରସେନ ହୋଇଲେ ଚକିତବୋଇଲେ ପ୍ରତ୍ୟକ୍ଷେ ଦେଖିଥିଲେ କହ ସତ ।କେବେ ତ ମଧୁଭୁବନେ ଏମନ୍ତ ନଥିଲାଶ୍ରବଣେ ଏକଥା ମୋତେ ଆଶ୍ଚର୍ଯ୍ୟ ଲାଗିଲା ।କହୁଛନ୍ତି ଦୂତେ ଶୁଣି ଉଗ୍ରସେନ ବାଣୀପ୍ରତ୍ୟକ୍ଷେ ଦେଖିଲୁ ନେତ୍ରେ ଶୁଣ ନରମଣି ।କେଣେ ପ୍ରିୟବତୀ ଶାଶୁ କାନ୍ଦି କାନ୍ଦି ଗଲାଭାଇବନ୍ଧୁମାନଙ୍କୁ ସେ ଡାକିଣ ଆଣିଲା ।ପ୍ରିୟବତୀ ଘରେ ଭାଇବନ୍ଧୁମାନେ ଗଲେମାତା ପିତା ପୁତ୍ର ମରିଅଛନ୍ତି ଦେଖିଲେ ।ନିଜେ ପ୍ରିୟବତୀ ହୋଇଅଛି ବେନି ଖଣ୍ଡବେନି ଖଣ୍ଡ ହୋଇଅଛି ତା ସ୍ୱାମୀର ମୁଣ୍ଡ ।ଖଣ୍ଡ ଖଣ୍ଡ ହୋଇକରି ପୁତ୍ରଟି ତାହାରଅଗ୍ନିସିଦ୍ଧ ହୋଇକରି ରହିଛି ଭାଣ୍ଡର ।ପ୍ରିୟବତୀର ଦେବର ଭାଇବନ୍ଧୁ ଯେତେରାଜା ଆଗେ କହିବାକୁ ଗଲେ ସେ ସମସ୍ତେଉଗ୍ରସେନ ଆଗରେ ସେ ସକଳ କହିଲେଚାର ମୁଖୁ ଶୁଣି ରାଜା ମିଥ୍ୟା ମଣୁଥିଲେ ।ବନ୍ଧୁମାନେ କହିବାରୁ କଥା କଲେ ସତଦୁଇଙ୍କୁ ବୋଇଲେ ଯାଅ ଏହାଙ୍କ ସଙ୍ଗତ ।ବନ୍ଧୁମାନେ କନ୍ଧେ ଶବ ବହିଣ ଆସିବେତୁମ୍ଭେ ନ ଛୁଇଁବ ଆମ୍ଭ ପାଶକୁ ଆଣିବେ ।ସାଇ ପଡ଼ିଶାଙ୍କୁ ତୁମ୍ଭେ ଆଣିବ ହକାରିକେବଳ ଆସିବେ ପୁଂସେ ନ ଆସିବେ ନାରୀ ।ଗୋପପୁର ଆସିଛନ୍ତି ଆଜରେ ଗୋପାଳେସେମାନେ କି ପଶି ଏମାନଙ୍କୁ ନାଶକଲେ ।କିବା ମଧୁସୂଦନର ନାରୀ ପ୍ରିୟବତୀପର ପୁରୁଷର ସଙ୍ଗେ ଥିଲା ସେହୁ ମାତି ।ଦେଖିଣ ମଧୁସୂଦନ ବେନିଖଣ୍ଡ କଲାପୁତ୍ରସହ ନିଜ ଦେହ ଖଣ୍ଡ ଖଣ୍ଡ କଲା ।ଯାଅ ଚାରଗଣ ତୁମ୍ଭେ ଆଣ ବେଗହୋଇନେତ୍ରେ ନ ଦେଖିଲେ ମନେ ପରତେ ନୁହଇ ।ଉଗ୍ରସେନ ବାକ୍ୟେ ଚର ସହ ବନ୍ଧୁମାନେତତକ୍ଷଣ ଗଲେ ପ୍ରିୟବତୀର ଭୁବନେ ।ପଲ୍ୟଙ୍କ ଉପରେ ମଧୁସୂଦନକୁ ଥୋଇତା ପାଶେ ପ୍ରିୟବତୀକି ରଖିଦେଲେ ନେଇ ।ତହିଁପରେ ପୁତ୍ରକୁ ସେ ବହିଣ ମୁଣ୍ଡରେଧୀରେ ଧୀରେ ଗଲେ ସର୍ବେ ମଥୁରା ଦାଣ୍ଡରେଆଗପଛେ ରାଜଦୂତମାନେ ଛନ୍ତି ରହିକାନ୍ଦୁଛନ୍ତି ପ୍ରିୟବତୀ ମାତା ପିତା ଭାଇ ।ସାହି ପଡ଼ିଶାମାନଙ୍କୁ ଦୂତଗଣେ ଧରିଆଣୁଛନ୍ତି ଉଗ୍ରସେନ ଆଜ୍ଞା ଅଛି କରି ।ମଥୁରା ଦାଣ୍ଡରେ ଶବ ଆଣୁଛନ୍ତି ବହିବାଟ ଛାଡ଼ ବୋଲି ରାଜଦୂତେ ଡାକଦେଲେ ।ମଥୁରାରେ ନରନାରୀ କୃଷ୍ଣ ଦେଖୁଥିଲେମଢ଼ଖଟ ଦେଖି ସର୍ବେ ଦୂରେ ପଳାଇଲେ ।ଗୋପାଳଙ୍କୁ ଦେଖି ଦୂତ ବୋଲେ ଆଡ଼ ହୁଅକ୍ଷଣମାତ୍ର ତୁମ୍ଭେମାନେ ବାଟ ଛାଡ଼ିଦିଅ ।ଶବ ନେଉଅଛୁ ପଛେ ଆସରେ ଗୋପାଳେଶବଘଟ ଦେଖି ରାମକୃଷ୍ଣ ଡାକଦେଲେ ।ବୋଇଲେ ପଛକୁ କୃଷ୍ଣ ଅନାଅରେ ତୁହିଯୋଡ଼ାଏ ଶବ କାହିଁରେ ନେଉଛନ୍ତି ବହି ।ଆଡ଼ ହୁଅ କୃଷ୍ଣ ଶବ ନିଅନ୍ତୁରେ ବହିବୋଲନ୍ତି ରାମ ବଚନ ଶୁଣି ଭାବଗ୍ରାହୀ ।କାହିଁକି ଏ ଶବ ଘେନିଯାନ୍ତି ଚାରଗଣେପଛେ ଭାଣ୍ଡ ଏକ ବହିଅଛି କିମ୍ପା ଜଣେ ।ବିପରୀତ କଥା ଏ ତ ଅଟେ ହଳଧାରୀବାଟ ଛାଡ଼ିଦେବା ଆମ୍ଭେ କଥା ବୁଝିକରି ।ଶ୍ରୀକୃଷ୍ଣ ବଚନେ ରାମ ହୋଇଲେ ମଉନଗୋପାଳଙ୍କୁ ଡାକି କୃଷ୍ଣ ବୋଲନ୍ତି ବଚନ ।ବେଢ଼ରେ ଗୋପାଳେ ଶବ ଦିଅ ନାହିଁ ଛାଡ଼ିକୃଷ୍ଣ ବଚନେ ଗୋପାଳେ ଚଉପାଶେ ବେଢ଼ିରାଜଦୂତମାନଙ୍କୁ ସେ ସେଠାରେ ରୋକିଲେଦେଖି ରାଜଦୂତମାନେ କ୍ରୋଧଭର ହେଲେ ।ବୋଇଲେ ଗଉଡ଼େ ତୁମ୍ଭେ ହୋଇଲାକି ବାଇଜାଣିଲୁ ମରିବା ପାଇଁ ଆସିଅଛି ଧାଇଁ ।ଏମନ୍ତ ସମୟେ କୃଷ୍ଣ ସେଠାରେ ମିଳିଲେକିହୋ ଭାଇ କିମ୍ପା କ୍ରୋଧ ହେଉଛ ବୋଇଲେନ କହ କିମ୍ପାଇଁ ତୁମ୍ଭେ କିସ ନେଉଅଛପଚାରିଲେ କିମ୍ପା ତୁମ୍ଭେ ମାରି ଗୋଡ଼ାଉଛ ।ଦୁଇଗୋଟି ଖଟ କିମ୍ପା ନେଉଅଛ ବହିଖଟର ଉପରେ କେଉଁମାନେ ଛନ୍ତି ରହି ।ପଛେ ଏକ ଭାଣ୍ଡ କିମ୍ପା ନେଉଅଛ କହପଚାରିଲେ କ୍ରୋଧଭରେ ମାରି ତ ଗୋଡ଼ାଅଶୁଣି ରାଜଦୂତମାନେ କ୍ରୋଧଭର ହେଲେତୁ ଆମ୍ଭର ରାଜା କିହୋ କହିବୁ ତୋଠାରେଉଗ୍ରସେନ ହୋଇଅଛି ବାହାରେ ରାଜନକଂସ ନୃପତିର ପିତା ଅଟନ୍ତି ସେ ପୁଣ ।ତାହାର ଦୂତ କହିବୁ ଆମ୍ଭେ ତୋତେ କାହିଁବାଟ ଛାଡ଼ିରେ ଗଉଡ଼େ ଯିବୁ ବେଗହୋଇ ।ଶୁଣି ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ଦୂତଗଣଅଟଇ ସିନା ଆମ୍ଭର ଅଜା ଉଗ୍ରସେନ ।ଆମ୍ଭେ ଗୋପେ ଗଲାବେଳେ କହିଥିଲୁ ଯାହାକହରେ ରାଜାଙ୍କୁ କାଲି କରିବୁଟି ତାହା ।ଆଜରେ ମାମୁଁ ଆମ୍ଭଙ୍କୁ ଆଣିଛି ଡକାଇସୋଦର ଭଣଜା ତାର ଆମ୍ଭେ ବେନିଭାଇ ।ତୁମ୍ଭେରେ ଉଗ୍ରସେନକୁ କହ ବେଗକରିବୋଲିବ ଗୋପରୁ ଆସିଛନ୍ତି ରାମହରି ।ଧନୁଯାତ୍ରା ଦେଖିବାକୁ ଡକାଇଛି କଂସସେ ଆସି ମଧୁବନରେ କରିଛନ୍ତି ବାସ ।ଗୋପାଳଙ୍କୁ ଘେନି ରାମକୃଷ୍ଣ ଆସିଛନ୍ତିଆନନ୍ଦ ମନରେ ମଧୁପୁର ଦେଖୁଛନ୍ତି ।କାଲି ସିନା ରାଜାକୁ ସେ କରିବେ ଦର୍ଶନତୁମ୍ଭଙ୍କୁ କରିବେ ଦେଖା ଦେବକୀ ନନ୍ଦନ ।ଅଷ୍ଟ ବରଷ ସେ ଗୋପପୁରରେ ବଢ଼ିଲେମାମୁଁଘରେ ରହିବାକୁ ଏବେ ସେ ଆସିଲେ ।ଆଜି କି ନଗର ଦେଖିଯିବେ ଭାବଗ୍ରାହୀଆମ୍ଭଙ୍କୁ କହିଲେ ଅଜା ଆଗେ କହ ଯାଇ ।ତୁମ୍ଭେ ଫେରିବା ଯାଏରେ ଶବ ଯାଅ ରଖିଜଗିଥାଅ ଜଣେ କେହି ନ ପାରିବେ ଦେଖି ।ଉଗ୍ରସେନ ରାଜା ଯାହା ତୁମ୍ଭଙ୍କୁ ବୋଲିବେଦେଖାଇବାକୁ କହିଲେ ଦେଖାଇବ ତେବେ ।ବୋଲିବ ଶବକୁ ଆମ୍ଭେ ଆଣିଥିଲୁ କହିକୃଷ୍ଣ ରଖିଛନ୍ତି ସେ ଶବକୁ ଅଟକାଇ ।ଆମ୍ଭେ ଯେତେ କହିଲୁ ସେ ଛାଡ଼ିଦେଲେ ନାହିଁତେଣୁ ତୁମ୍ଭର ପାଶକୁ ଆସିଲୁ ଜଣାଇ ।ସେ ଆସି ବୋଇଲେ ଘେନିଯିବା ତା ଛାମୁକୁଶୁଣିକରି ଦୂତଙ୍କର ଆସିଲା ମନକୁ ।ବେନି ଦୂତ ଉଗ୍ରସେନ ଛାମୁକୁ ଚଳିଲେତାହାଙ୍କର ପାଦେ କରଯୋଡ଼ି ଜଣାଇଲେ ।ଭୋଦେବ ତୁମ୍ଭ ଆଜ୍ଞାରେ ଆମ୍ଭେମାନେ ଗଲୁପ୍ରିୟବତୀ ସ୍ୱାମୀ ପୁତ୍ର ଘେନି ଆସୁଥିଲୁ ।ସାହି ପଡ଼ିଶୀଏ ସର୍ବେ ସଙ୍ଗେ ଆସୁଥିଲେଦେଖି ଓଗାଳିଲେ ରାମ ଶ୍ରୀକୃଷ୍ଣ ଗୋପାଳେଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ କହ କିସ ନିଅଆମ୍ଭେ ବୋଇଲୁ ତୁମ୍ଭେ ତ ନୁହ ରାଜା ପୁଅ ।ତୁ ଆମ୍ଭ ଠାକୁର ନୋହୁ ତୋତେ ନ କହିବୁଉଗ୍ରସେନ ଛାମୁକୁରେ ତୋତେ ବାନ୍ଧିନେବୁ ।ଶ୍ରୀକୃଷ୍ଣ ବୋଇଲେ ଚାରଶୁଣ ମୋ ବଚନସୋଦର ଅଜା ଆମ୍ଭର ରାଜା ଉଗ୍ରସେନ ।ଗୋପକୁ ଯିବା ସମୟେ ଦେଖିଛି ଅଜାଙ୍କୁଆଠବରଷ ହୋଇଲା ଦେଖିନାହିଁ ତାଙ୍କୁ ।କହିଥିଲେ ଯାହା ତାହା ନ ଥିବ ତା ମନେକାଲି ମୁହିଁ କରିବି ସେ କଥାଏ ଭୁବନେ ।ମାମୁଁ ମୋର ଅଟେ ଇନ୍ଦୁମତୀର କୁମରସୋଦର ଭଣଜା ମୁହିଁ ଅଟଇ ତାହାର ।ଆମ୍ଭ ପାଇଁ ଧନୁଯାତ୍ରା କରିଛି ଭିଆଣକାଲି ଆମ୍ଭେ ମାମୁଁଙ୍କୁରେ କରିବୁ ଦର୍ଶନ ।କାଲିଠାରୁ ଆମ୍ଭେ ଅଜା ପାଶରେ ଖଟିବୁସେ ଯାହା ଆଜ୍ଞା କରିବେ ତାହା କରୁଥିବୁ ।ଆଜି ତୁମ୍ଭେ କି କି ଦ୍ରବ୍ୟ ନେଉଛରେ କହିନ ଦେଖାଇଲେ ସେ ଦ୍ରବ୍ୟ ଛାଡ଼ିଦେବୁ ନାହିଁ ।ଗଉଡ଼ ହୋଇ ସେ ଏଡ଼େ କରନ୍ତି ସାହସଆଜ୍ଞାଦେଲେ କରିବୁ ହୋ ତାଙ୍କୁ ପ୍ରାଣେ ନାଶରାମକୃଷ୍ଣ ବେନିଭାଇ ଜୀବନେ ମାରିବୁଗୋପାଳମାନଙ୍କୁ ଆମ୍ଭେ ଘଉଡ଼ାଇ ଦେବୁ ।ଏମନ୍ତ ସମୟେ ପୁଣି ଆସି ଏକଚରକରପତ୍ର ଯୋଡ଼ି କହେ ରାଜାର ଛାମୁର ।ବୋଲେ ଅଗୋଚର କଥା ଶୁଣିମା ଭୋଦେବଗଉଡ଼ ହୋଇଣ କୃଷ୍ଣ କରେ କେଡ଼େ ଗର୍ବ ।ବହୁତ ପ୍ରକାରେ ମୋତେ ପଚାରିଲା ସେହିବେନି ଶବ ବେନି ଖଟପରେ ଛନ୍ତି ଶୋଇ ।ଏ ଭାଣ୍ଡ ଭିତରେ କିସ କହ ଚାରଭାଇକାହିଁକି ଏ ଭାଣ୍ଡ ତୁମ୍ଭେ ନେଉଅଛ ବହି ।ଅଟକାନ୍ତେ କହିଲି ମୁଁ ତାହାର ଆଗରଏ ଭାଣ୍ଡରେ ଅଛି ପ୍ରିୟବତୀର କୁମର ।ବାଳୁତ ପୁତ୍ରକୁ କେହି ଖଣ୍ଡ ଖଣ୍ଡ କରିଏ ଭାଣ୍ଡ ମଧ୍ୟରେ ତାକୁ ରଖିଅଛି ଭରି ।ଶୁଣି କୃଷ୍ଣ କରତାଳି ମାରିଣ ହସିଲାତୁମ୍ଭେ ମଧୁପୁର ଲୋକ ବାଇରେ ବୋଇଲା ।ଜୀଅନ୍ତା ପୁତ୍ରକୁ ଭାଣ୍ଡେ ଅଛରେ ପୁରାଇମଲା ବୋଲି ତାକୁ କେହି ନେଉଅଛରେ ବହି ।ଉଗ୍ରସେନ ଦେଖିଲେଟି ଦେବେ ବହୁ ଦଣ୍ଡମଲାବୋଲି ତାକୁ କହି ବହିନିଅ ପିଣ୍ଡ ।ଏମନ୍ତେ ତାହାର ମୁଖୁ ଶୁଣି ସର୍ବଜନମୋତେ ବୋଇଲେ ସେ ଭାଣ୍ଡ ଦେଖାରେବହନ ।ତୋ ଆଜ୍ଞା ନ ପାଇ ଆମ୍ଭେ ଭାଣ୍ଡ ନ ଫେଡ଼ିଲୁଏବେ ସେ କୃଷ୍ଣର କଥା ତୋ ଆଗେ କହିଲୁ ।ଶୁଣି ଉଗ୍ରସେନ ବେନି ନୟନ ବୁଜିଲାକୃଷ୍ଣର ରୂପକୁ ମନେ ସୁମରଣା କଲା ।ସାକ୍ଷାତରେ ବ୍ରହ୍ମରୂପା ଦେଖିଲା ନୟନେଯେଉଁ ରୂପ ଦେଖିଥିଲା ସେ ଜନମ ଦିନେ ।ପ୍ରିୟବତୀ ଶବ ଦାଣ୍ଡେ ଓଗାଳି ଅଛନ୍ତିତାହା ଶୁଣି ଉଗ୍ରସେନ ମନେକଲା ଭୀତି ।ଚାରଗଣଙ୍କୁ ଚାହିଁ ସେ ବୋଇଲା ବଚନଯାଅରେ ଦୂତେ ଅଛନ୍ତି କୃଷ୍ଣ ଯେଉଁ ସ୍ଥାନ ।ଯାହା ସେ ବୋଲିବେ ତାହା ନ କରିବ ଆନବୋଲିବ ଅଜା ତୁମ୍ଭର ଆସିବେ ଏକ୍ଷଣ ।ବୋଲିବେ ଅଜା ତୁମ୍ଭର ଏମନ୍ତ କହିଛିତୋ ମନକୁ ଯାହା ଆସେ କର ନନ୍ଦବତ୍ସି ।ଯାଅ ଦୂତେ ତୁମ୍ଭେମାନେ ନ ରହ ଏଠାରେଯାହା କରିବେ କହିବ ତାହା ମୋ ଆଗରେ ।କରିବ ନାହିଁଟି ଦ୍ୱନ୍ଦ୍ୱ କହିଣ କୁଭାଷାଯେବେ ରେ ଦୂତେ ତୁମ୍ଭର ପ୍ରାଣେ ଅଛି ଆଶା ।ଶୁଣିକରି ଦୂତମାନେ ସ୍ତବ୍ଧ ହୋଇଲେଉଗ୍ରସେନ ଆଜ୍ଞାରେ ସେ କ୍ଷଣକେ ଉଠିଲେ ।ଦୂତଙ୍କର ମୁଖସବୁ ପଡ଼ିଛି ମଳିନଶ୍ରୀକୃଷ୍ଣଙ୍କୁ ଦେଖିଣ ସେ ବୋଲନ୍ତି ବଚନ ।ଦେଖ ହେ ଶ୍ରୀକୃଷ୍ଣ ତୁମ୍ଭେ ଆସ ବେଗକରିଏ ପଲ୍ୟଙ୍କେ ପ୍ରିୟବତୀ ପଡ଼ିଅଛି ମରି ।ଆର ପଲ୍ୟଙ୍କରେ ସ୍ୱାମୀ ମୃତପିଣ୍ଡ ତାରଭାଣ୍ଡେ ପୁରି ରହିଅଛି ନନ୍ଦନ ତାହାର ।କେଉଁପରି ହରାଇଲେ ତିନିଜଣ ପ୍ରାଣଆମ୍ଭେ ତା ନ ଜାଣୁ କିଛି ତୁମ୍ଭେ କୃଷ୍ଣ ଶୁଣ ।ରାଜା ବୋଇଲେ ଶ୍ରୀକୃଷ୍ଣ ଯେମନ୍ତ କରିବସବୁକଥାମାନ ଆସି ମୋ ଆଗେ କହିବ ।ଏବେ ବେଗ ହୋଇ ଆସ ଦେଖ ବେନିଭାଇନ ଦେଖିବ ଯେବେ ଆମ୍ଭେ ଘେନିଯିବୁ ରହି ।କୃଷ୍ଣ ବୋଇଲେରେ ଦୂତ ବାଇକି ହୋଇଲଭାଣ୍ଡର ଭିତରେ ମଡ଼ା କେବେ ଦେଖିଥିଲ ।ମଧୁପୁର ନରନାରୀ ରାଜଦୂତମାନେକଂସ ଉଗ୍ରସେନ ଆଦି ଅଛ ଯେତେ ଜନେ ।ଏ ମଧୁପୁରେ ତୁମ୍ଭର ନାହିଁ ବିଜ୍ଞଜନଚିହ୍ନିପାରୁନାହଁ ମଲା ଜୀଅନ୍ତା କେସନ ।ଶିଶୁଟିକୁ ଶ୍ମଶାନକୁ ନେଉଅଛ ବହିଶିଶୁହତ୍ୟାକୁ ତୁମ୍ଭର ତିଳେ ଭୟ ନାହିଁ ।କୃଷ୍ଣ କଥା ଶୁଣିଦୂତେ ବୋଲନ୍ତି ବଚନରେ ଗୋପାଳେ କୁହ କୃଷ୍ଣ ଅସହ୍ୟ ବଚନ ।ଆମ୍ଭେ ସର୍ବେ ପ୍ରିୟବତୀ ପୁତ୍ରକୁ ଦେଖିଲୁମରି ଭାଣ୍ଡେ ରହିଅଛି ବହିଣ ଆଣିଲୁ ।ଖଣ୍ଡ ଖଣ୍ଡ ହୋଇ ତାର ପିଣ୍ଡ ରହିଅଛିମତୁଆଲ ନୋହୁ ଆମ୍ଭେ ଦେହେ ଜ୍ଞାନ ଅଛି ।ତୁମ୍ଭେ ସିନା ମତୁଆଳ ଗଉଡ଼ ଅଜ୍ଞାନମଲାଲୋକ କେଉଁପରି ପାଇଲା ଜୀବନ ।କେଉଁଠାରେ ଶୁଣାଅଛି ଏହି କଥାମାନମଲାଲୋକ କାହିଁ ପୁଣି ଲଭଇ ଜୀବନ ।ଶୁଣି କୃଷ୍ଣ କ୍ରୋଧକରି ବୋଲନ୍ତି ବଚନଆମ୍ଭେ ମତୁଆଲ ପରା ତୁମ୍ଭେ ଜ୍ଞାନୀଜନ ।ଦେଖରେ ଫିଟାଇ ଭାଣ୍ଡ ଆଣରେ ବାଳକତେବେ ସିନା ଜଣାଯିବ କିଏ ଭଲ ଲୋକ ।ଏ ରାଜ୍ୟରେ ରାଜା ଯେବେ ବିବେକୀ ହୁଅନ୍ତୁ ।ଜୀଅନ୍ତା ବାଳକ ମଲା ବୋଲି କି ଆଣନ୍ତା ।ଉଗ୍ରସେନ ରାଜାର ତ ନାହିଁରେ ବିବେକଆଣବେଗେ ଦୂତେ ଆମ୍ଭେ ଦେଖୁ ସେବାଳକ ।ଶ୍ରୀକୃଷ୍ଣ ବଚନେ ଦୂତେ କରନ୍ତି ଉତ୍ତରକାହିଁପାଇଁ ମଡ଼ା ଆମ୍ଭେ ଧରିବୁ ହୋ କର ।ତାହାର ଆମ୍ଭର ଜାତି ଅଟେ ଭିନ୍ନ ଭିନ୍ନତାହାକୁ କିମ୍ପାଇଁ ଆମ୍ଭେ ଛୁଇଁବୁ ହୋ ପୁଣ ।ଆମ୍ଭ ଜାତି ନେବାକୁରେ ଗଉଡ଼ ବସିଛହୀନଜାତି ବୋଲି ତୁମ୍ଭେ ଏମନ୍ତ ବୋଲୁଛ ।ଶୁଣି କୃଷ୍ଣ ବୋଲନ୍ତିରେ ନ ଛୁଅଁ କେ ତୁମ୍ଭେଶୁଣରେ ଶ୍ରୀକୃଷ୍ଣ ଦୂରୁ ଡାକୁଅଛୁ ଆମ୍ଭେ ।ଡାକିଲେ ଶ୍ରୀକୃଷ୍ଣ ଆସ ଜଗବନ୍ଧୁ ତୁହିଭାଣ୍ଡ ମଧ୍ୟେ ଶୋଇଅଛୁରେ ବାବୁ କାହିଁ ପାଇଁ ।ନ ଆସିଲେ ମଧୁଜନେ କରିବେ ଦହନଅକାରଣ ବାଳକରେ ନ ହରା ଜୀବନ ।କୃଷ୍ଣ ଡାକ ଶୁଣି ଶିଶୁ ଭାଣ୍ଡରେ ରୋଦଇମାଆ ବୋଲି ଜଗବନ୍ଧୁ ଉଚ୍ଚେ ଡାକ ଦେଇ ।ଥିଲେ ତହିଁ ମଧୁପୁର ନରନାରୀ ଯେତେବାଳକ ରୋଦନ ଶୁଣି ସ୍ତବଧ ସମସ୍ତେ ।ବହିଥିବା ଲୋକ ଭୟେ ରଖିଲା ଭୂମିରେବାଳକ ରୋଦଇ ଯହୁଁ ଶୁଣିଲା କର୍ଣ୍ଣରେ ।ଶୁଣି ମଧୁନାରୀଙ୍କର ବଦନ ନିରେଖିବୋଲନ୍ତି ଶ୍ରୀକୃଷ୍ଣ ତୁମ୍ଭେ ଶୁଣ ଶଶୀମୁଖୀ ।ଆଣ ଗୋ ପ୍ରିୟବତୀକି ରଖ ମୋ ଆଗରେଶୁଣି ବାଳକ ସକଳେ ରଖିଲେ ସେଠାରେ ।କୃଷ୍ଣ ବୋଇଲେ ହେ ନରନାରୀମାନେ ଶୁଣଯେବେ ହୋଇଅଛି ପ୍ରୟବତୀର ମରଣ ।ଯେବେ ସେହି ମୋ ଭାବରେ ହୋଇଥିଲା ମୂକମୋତେ ଦେଖିବାକୁ ଯେବେ କରୁଥିଲା ଶୋକମୋଠାରେ ନିବେଶି ଚିତ୍ତ ମତିଭ୍ରମ ହେଲାଦେଖିବାକୁ ଯେବେ ମୋତେ ତା ଶ୍ରଦ୍ଧା ବଢିଲାନ ପାରିଲା ଦେଖି ଶାଶୁ ନଣନ୍ଦଙ୍କୁ ଡରିବିହ୍ୱଳିତ ହୋଇ ପୁତ୍ରେ ପକାଇଲା ମାରି ।ଯେବେ ଏହି କଥାମାନ ସତ୍ୟ ଗୋ ଅଟଇନ ମରି ଉଠିବ ପ୍ରିୟବତୀ ଚେତା ପାଇ ।ଆବର କଥାଏ ତୁମ୍ଭେ ଶୁଣ ଚାରମାନେଏ ମଧୁସୁଦନ ମୋତେ ଭାବୁଥିଲେ ମନେ ।ମରିବ ସେ କିମ୍ପାଇ ରେ ଅକାଳ ମରଣେଅବଶ୍ୟ ସେ ବଞ୍ଚିବରେ ଆମ୍ଭର ବଚନେ ।ଯେବେ ପ୍ରିୟବତୀ ମୋର ଭାବରେ ନ ଥିବକାଟିଲାର ମୁଣ୍ଡ ତାର କେଭେ ନ ବଞ୍ଚିବ ।ନ ବଞ୍ଚିଲେ ନେବ ରାଜା ପାଶେ ଚାରଗଣେଦଣ୍ଡ ବହିବରେ ତୁମ୍ଭେ ଚିହ୍ନି ଦୋଷୀଜନେ ।ଏତେ ବୋଲି ପ୍ରିୟବତୀ ଶବ କୃଷ୍ଣ ଚାହିଁଛିଡ଼ନ୍ତା ମୁଣ୍ଡ ତାହାର ଗଣ୍ଡିରେ ଲଗାଇ ।ବୋଇଲେ ଗୋ ପ୍ରିୟବତୀ ବେଗହୋଇ ଉଠପୁତ୍ର କାନ୍ଦୁଅଛି ତୋର ପୋଡୁଛି ତା ପେଟ ।ଘରକୁ ନିଅ ତାହାକୁ ଦିଅ କ୍ଷୀର ପାନଉଠ ଗୋ ଦେଖନ୍ତୁ ତୋତେ ମଧୁପୁର ଜନ ।ବେଢ଼ିଛନ୍ତି ରାଜଦୂତେ ତୋର ଚଉପାଶମାତା ପୁତ୍ର ଉଠ ବେଗେ କରାଅ ସନ୍ତୋଷ ।ତହୁଁ ପ୍ରିୟବତୀ କୃଷ୍ଣ ବଚନ ଶୁଣିଲାଶ୍ରୀକୃଷ୍ଣଙ୍କର କର ଯହୁଁ ତା ଅଙ୍ଗେ ଲାଗିଲା ।ଭାଣ୍ଡର ଭିତରେ ପୁତ୍ର କାନ୍ଦେ ଉଚ୍ଚ ସ୍ୱରେପ୍ରିୟବତୀ ପଲ୍ୟଙ୍କରୁ ଉଠିଲା କାତରେ ।ପଲ୍ୟଙ୍କେ ବସି କୃଷ୍ଣଙ୍କୁ ଖୋଜେ ଚଉପାଶଡାକେ ବାପ ଜଗବନ୍ଧୁ ବେଗ ହୋଇ ଆସ ।ତୁ ମୋର ଦୁଃଖୀସଙ୍ଖାଳୀ କେଣେ ଅଛୁ ରହିଶ୍ରୀକୃଷ୍ଣ ଦେଖିବୁ ଏବେ ଆସ ବେଗ ହୋଇ ।ଏମନ୍ତ ବୋଲି ସେ ଚାରିଆଡ଼କୁ ଚାହିଁଲାମଧୁନାରୀ ସହ ରାଜଦୂତଙ୍କୁ ଦେଖିଲା ।ପୁଣି ରାମକୃଷ୍ଣ ରୂପ ଦେଖିଲା ନୟନେଲଜ୍ଜାଭରେ ମୁଖପୋତି ବସିଲା ମଉନେ ।ପଲ୍ୟଙ୍କ ଉପରୁ ବାଳା ନ ପାରିଲା ଉଠିକେଶ ବାସ ଅସମ୍ଭାଳ ଭୂମିପରେ ଲୋଟି ।ପୁଣି ଦେଖିଲା ଦେବର ଦେଢ଼ଶୁର ଭାଇଲାଜେ ମୁଖପୋତି ସେହୁ ମଉନେ ବସଇ ।ପୁଣି ଅଳପ କରିଣ ଦେଖିଲା ଅନାଇକିଛିଦୂରେ ଭାଣ୍ଡଟା ଅଛି ଥୁଆହୋଇ ।ଭାଣ୍ଡରେ ବାଳକ ଆଣ୍ଟେ କରଇ ରୋଦନଶୁଣିକରି ପ୍ରିୟବତୀ ଭାଳେ ତାର ମନ ।ଲଜ୍ଜା ପାଇ ପ୍ରିୟବତୀ ମୁଖ ଫେରାଇଲାସ୍ୱାମୀ ତାର ପଲ୍ୟଙ୍କରେ ପଡ଼ିଛି ଦେଖିଲା ।ମୁଖ ପୋତି ପ୍ରିୟବତୀ ନ କହଇ କିଛିଶ୍ରୀକୃଷ୍ଣ ଚଳିଲେ ଭାଣ୍ଡ ଯହିଁ ରହିଅଛି ।ଭାଣ୍ଡ ଭିତରୁ ପୁତ୍ରକୁ କାଖରେ ଧରିଲେନ କାନ୍ଦରେ ପୁତ୍ର ବୋଲି ମୁଖେ ଚୁମ୍ବଦେଲେ ।ପିତା ପୁତ୍ର ଭାଣ୍ଡେ ବହି ଆଣେ ନନ୍ଦସୁତଦେଖି ମଧୁନରନାରୀ ହେଲେ ଆଚମ୍ବିତ ।ରାଜା ଚାରଗଣ ମନେ ବିଚାର କରନ୍ତିଜଳକା ପରି ଶ୍ରୀକୃଷ୍ଣ ମୁଖକୁ ଅନାନ୍ତି ।ବୋଲନ୍ତି ଅଟଇ ଏ ତ ଅଦ୍ଭୁତ କାହାଣୀମଲା ପ୍ରାଣୀ ଉଠିଲେ ତ ଏହା ଡାକ ଶୁଣି ।ଦେଖା ଶୁଣା ନଥିଲା ଏକଥା କେବେ କାହିଁଖଣ୍ଡ ଖଣ୍ଡ ହୋଇ ପୁତ୍ର ଭାଣ୍ଡେ ଥିଲା ରହି ।ବେନି ଖଣ୍ଡ ହୋଇ ପ୍ରିୟବତୀ ପଡ଼ିଥିଲାଶ୍ରୀକୃଷ୍ଣ ତା ଗଣ୍ଡି ମୁଣ୍ଡ ନେଇ ଲଗାଇଲା ।ପ୍ରତ୍ୟକ୍ଷରେ ଆମ୍ଭେ ପୁରବାସୀ ଦେଖିଥିଲୁପ୍ରିୟବତୀ ସ୍ୱାମୀ ପୁତ୍ର ଶବ ବହିନେଲୁ ।ରାଜାକୁ କହିଲେ ପ୍ରିୟବତୀ ବନ୍ଧୁଗଣେଆମ୍ଭେ ମଧ୍ୟ କହିଥିଲୁ ରାଜା ସନ୍ନିଧାନେ ।କୃଷ୍ଣ କେମନ୍ତେ ତାହାକୁ ଦେଲାଟି ଜୀଆଇଁପ୍ରତ୍ୟକ୍ଷେ ଦେଖିଲୁ ଆମ୍ଭେ ଉଠିଲେ ଚିଆଇଁ ।ପୁଣି ଏକ ଚାର ତହୁଁ କହିଲା ସଧୀରେବୋଇଲା କଥାଏ ମୋର ଆସୁଛି ମନରେ ।ସେ ଯେବେ ତୁମ୍ଭ ସକଳ ମନକୁ ଆସିବମୋ କହିଲା କଥା ଯେବେ ସକଳ ଘେନିବ ।ଚାଲ ଆମ୍ଭେ ପ୍ରିୟବତୀ ସ୍ୱାମୀକୁ ଦେଖିବାବେନି ଖଣ୍ଡ ହୋଇଥିଲା ବିଶ୍ୱାସ କରିବା ।ଏହା କହି ପାଶେ ଗଲେ ମଧୁସୂଦନରତା ସାନଭାଇକି ଚାହିଁ ଆଦେଶିଲେ ଚର ।ଫିଟାଅ ମଧୁସୂଦନ ଅଙ୍ଗରୁ ବସନଦେଖିବା କେମନ୍ତେ ଗଲା ଏହାର ଜୀବନ ।ଶୁଣି ସେ ଅଙ୍ଗରୁ ଦେଲା ବାସ ଦୂର କରିଦେଖିଲେ ସକଳ ମଧୁପୁର ନରନାରୀ ।ରାଜଦୂତମାନେ ମଧୁସୂଦନେ ଦେଖିଲେମୁଣ୍ଡ ଛିଣ୍ଡି ଗଣ୍ଡି ପଡ଼ିଅଛି ପଲ୍ୟଙ୍କରେ ।ରକତେ ପଲ୍ୟଙ୍କ ଅଛି ଜର ଜର ହୋଇଦେଖିଲେ ତା ପ୍ରିୟବତୀ ପଲ୍ୟଙ୍କରେ ଥାଇ ।ଆପଣାର ସ୍ୱାମୀ ବେନି ଖଣ୍ଡ ହୋଇଅଛିଦେଖିଣ ତାହାର ବୁଦ୍ଧି ନ ସ୍ଫୁରଇ କିଛି ।ପୁଣି ସେହି ନିରେଖିଲେ ସ୍ୱାମୀର ବଦନଗଣ୍ଡିମୁଣ୍ଡ ପଡ଼ିଛଇ ହୋଇ ଭିନ୍ନ ଭିନ୍ନ ।କିଛି ନ କହି ମନରେ କରଇ ବିଚାରପୁଣି ଜ୍ଞାନ ଉପୁଜିଲା ତାହାର ଶରୀର ।ପୁତ୍ରକୁ ଧରିଛି ଯେହୁ ବ୍ରହ୍ମାଣ୍ଡର ନାଥକେମନ୍ତେ ବୁଝିବି ମୁହିଁ ଏ ସବୁ ବୃତ୍ତାନ୍ତ ।ଏତେ ବିଚାରି କୃଷ୍ଣଙ୍କୁ ହୃଦେ ଧ୍ୟାନ କଲାପଞ୍ଚମନ ତାର କୃଷ୍ଣପାଦେ ନିବେଶିଲା ।ପୁଣି ପ୍ରିୟବତୀ ଚଉପାଶକୁ ଅନାଇମନେ ବିଚାରଇ ଏହା ଉଚିତ ନୁହଇ ।ମୁଁ କିମ୍ପା ଏଠାରେ ବସିଥିବି ପଲ୍ୟଙ୍କରେକିମ୍ପା ଦେଖୁଥିବେ ମୋତେ ବେଢ଼ି ନାରୀନରେଏହିପରି ପ୍ରିୟବତୀ ଭାବେ ମନେ ମନେତେଣେ ମଧୁସୂଦନକୁ ଦେଖି ଚାରଗଣେ ।ବୋଲନ୍ତି ଦେଖିଲା କଥା କେହ୍ନେ ହେଲା ମିଛଦଣ୍ଡେ ରହ ଦେଖିଯିବା ଶ୍ରୀକୃଷ୍ଣ ଚରିତ ।କରିବ ସେ କି ଉପାୟ ତାହା ଦେଖିଯିବାତେବେ ସିନା ରାଜା ଆଗେ ସକଳ କହିବା ।ଏମନ୍ତ ବିଚାରି ଦୂତେ ହୋଇଲେ ମଉନଧରିଛନ୍ତି କୃଷ୍ଣ ପ୍ରିୟବତୀର ନନ୍ଦନ ।ପ୍ରିୟବତୀ ପାଶରେ ସେ ହୋଇଲେ ପ୍ରବେଶବୋଲନ୍ତି ସୁନ୍ଦରୀ ପଲ୍ୟଙ୍କରୁ ଉଠିଆସ ।ଏ ତୋହର ପୁତ୍ର ନିଅ ଆନ ନ ବିଚାରିମୋ ସ୍ୱାମୀର କାର୍ଯ୍ୟକର ଗଲାଣି ତ ମରି ।ତୁହି ମରିଥିଲୁ ତୋର ପୁତ୍ର ମରିଥିଲାମୋର ଭାବେ ଥିଲୁ ଯେଣୁ ଜୀବନ ପଶିଲା ।ମୋର ଭାବେ ଥାଇ ପୁତ୍ର ମୁଣ୍ଡକତୁ କାଟିଲୁତେଣୁ ତୋ ପୁତ୍ରକୁ ଆମ୍ଭେ ଜୀବନ ତ ଦେଲୁ ।କୃଷ୍ଣଙ୍କ ବଚନ ଶୁଣି ପ୍ରିୟବତୀ ଉଠିଭାବେ ଗଦଗଦ ହୋଇ ପାଦପଦ୍ମେ ଲୋଟି ।ବେନିକର ଯୋଡ଼ି ସେହୁ ବଚନ ବୋଲଇପୁତ୍ର କାହୁଁ ପାଇବି ମୁଁ ଶୁଣ ଭାବଗ୍ରାହୀ ।ସେ ପୁତ୍ର ତୋହର ଅଟେ ନିଅ ତୁ ବହନମୋହର ସ୍ୱାମୀକି ଏବେ ଦିଅ ଜୀବଦାନ ।ଆତ୍ମଘାତୀ ହେଲେ ସ୍ୱାମୀ ଯେବେ ମୋର ଘେନିନ ବଞ୍ଚିଲେ ସେ ତ ହେବି ମୁଁ ସହଗାମିନୀ ।ତୋ ମୁଖକୁ ଦେଖୁ ଦେଖୁ ଯେବେ ମୁଁ ମରିବିସ୍ୱାମୀକି ସଙ୍ଗରେ ଧରି ବୈକୁଣ୍ଠେ ବସିବି ।ଏ ସୁଖ ଛାଡ଼ି ମାୟାରେ ପଡ଼ିବି କିମ୍ପାଇଁଜଗବନ୍ଧୁ ହେଲା ତୋର ପୁତ୍ର ଭାବଗ୍ରାହୀ ।ଝାସ ଦେଇ ଅଗ୍ନିରେ ତୋ ମାୟାରୁ ତରିବିଯୁଗ ଯୁଗାନ୍ତରେ ମୁହିଁ କଥା ରଖିଥିବି ।ପ୍ରିୟବତୀ ବଚନରେ ବୋଲନ୍ତି ଶ୍ରୀପତିତୋର ସ୍ୱାମୀ ତୋତେ ମାରି ହୋଇଲାପାତକୀନ ବୁଝିଣ ଯାହା ତୋତେ ଜୀବନେ ମାଇଲାତେଣୁ ସ୍ତିରୀହତ୍ୟା ଦୋଷ ତାହାକୁ ଲାଗିଲା ।ଗୋ ବ୍ରାହ୍ମଣ ହତ୍ୟା ନାରୀହତ୍ୟା ଶିଶୁବଧସକଳ ପାପରୁ ବଳି ଅଟେ ପରମାଦ ।ସୁବର୍ଣ୍ଣ ହରାଏ ଯେହୁ କରେ ସ୍ୱର୍ଣ୍ଣ ଚୋରିପାଇଲାର ସୁବର୍ଣ୍ଣ ଯେ ରଖେ ଗୋପ୍ୟ କରି ।ଏ ପାଞ୍ଚ ପାପରୁ ଆଉ ବଡ଼ ପାପ ନାହିଁଏ ପାପରେ ପାପୀ ତୋର ସ୍ୱାମୀ ଅଛି ହୋଇଏ ପଞ୍ଚ ପାପକୁ ମୁହିଁ ଡରଇ ନିରତେତୋହର ସ୍ୱାମୀକି ରଖିପାରୁ ତୁ ଯେ ମତେ ।ମୁଁ କିମ୍ପାଇଁ କାର୍ଯ୍ୟରେ ଗୋ ବାଧାଦେବି ତୋରକୃଷ୍ଣ ବାକ୍ୟେ ସତ୍ୟବତୀ ଯୋଡ଼ି ବେନିକର ।ତୁ କିମ୍ପାଇଁ ମାୟା ମୋତେ କରୁ ଚକ୍ରପାଣିତୋର ନାମ ଧରି ଭବ କୂପୁ ତରେ ପ୍ରାଣୀ ।ତୁ ପାତକ ନାଶି ପ୍ରଭୁ ପତିତ ଉଦ୍ଧାରତୋ ନାମ ଧରିଲେ ଡରି ପାପ ଯାଏ ଦୂର ।ଗୋରୁବଧ ବ୍ରହ୍ମବଧ ଶିଶୁବଧ ଯେତେନାରୀ ହତ୍ୟା ସୁବର୍ଣ୍ଣାଦି ହରଣ ସହିତେ ।ଜଗତରେ ଯେ ଯେତେକ ପାପ କରିଥାଇଭକ୍ତିଭରେ ଯେବେ ତୋର ନାମ ଉଚ୍ଚାରଇ ।ତେବେ ସେ ଆନନ୍ଦେ ଏ ସଂସାରୁ ପାରିହେବତୋର ଆଗେ ପାପ କାହିଁ ରହିବ କେଶବ ।ପତିତ ପାବନ ବାନା ଦୀନଜନ ସାଇଁଭାବରେ ସର୍ବଦା ବଶ ଅଟୁ ଭାବଗ୍ରାହୀ ।ଆରତେ ଡାକିଲେ ତୁହି କର୍ଣ୍ଣେ ଡେରିଥାଉଚକ୍ରପାଣି ବିପଦକୁ ନାଶୁ ମହାବାହୁ ।ଆତଙ୍ଗ କାଳରେ ଯେହୁ ତୋତେ ଭାବେମନେରକ୍ଷାକର ତାକୁ ରଣେ ଅନଳେ କାନନେ ।ରାଜଦ୍ୱାରେ ତାହା କୁଟି ସଙ୍କଟ ପଡ଼ଇଚିନ୍ତିଲେ ତୋତେ ସେ ପ୍ରାଣୀ ଦୁସ୍ତରୁ ତରଇ ।ନାନା ସଙ୍କଟେ ପଡ଼ିଲେ ତୋତେ ଯେ ଚିନ୍ତଇ ।ତୁ ତାହାର ମନ ଜାଣିପାରୁ ଭାବଗ୍ରାହୀ ।ମୋତେ ବୋଲୁ ତୋର ସ୍ୱାମୀ ନାରୀ ହତ୍ୟାକଲାମହାପାତକୀରେ ସେହୁ ଗଣନା ହୋଇଲା ।ଦୂରେ ଥାଇ ତୋତେ ଯେହୁ ଚିନ୍ତେ ହୃଦୟରେଘୋର ଦୁସ୍ତରୁ ତରଇ ନ ପଡ଼େ ନର୍କରେ ।ତୁ ମୋହର ସ୍ୱାମୀ ପାଶେ ଅଛୁ ଉଭାହୋଇତୋତେ ଦେଖି ପାପଶୂନ୍ୟ ହୋଇଲାଟି ସେହିଆମ୍ଭେ ପାତକୀ ତୋ ନାମ ପାତକନାଶନତୋ ଆଗେ ମୋ ସ୍ୱାମୀ ପାପ ହେଲାଣି ଦହନଛିନ୍ନଶିର ମୋର କନ୍ଧେ କିମ୍ପାଇଁ ଯୋଡ଼ିଲୁମଲା ପୁତ୍ରକୁ ମୋହର କିମ୍ପା ଜୀଆଇଲୁ ।ଏବେ ମୋତେ କାହିଁପାଇଁ କରୁଛୁ ନିରାଶନ ବର୍ତ୍ତିଲେ ସ୍ୱାମୀ ଦେବି ଅନଳେ ମୁଁ ଝାସ ।ତୁ ବ୍ରହ୍ମ । ତୋ ପାଦ ଛୁଇଁ ନିୟମ କରୁଛିଝାସିବି ଅନଳେ ନିଶ୍ଚେ ଶୁଣ ନନ୍ଦବତ୍ସି ।ନ ବଞ୍ଚିବେ ପ୍ରଭୁ ଯେବେ ମୋ ଜୀବନ ସ୍ୱାମୀତାହାଙ୍କୁ ଘେନି ମୁଁ ନିଶ୍ଚେ ହେବି ସହଗାମୀ ।ସତ୍ୟ ସତ୍ୟ ତିନିବାର ସିତ୍ୟ ଅଟେ ମୋରତୁ ସତ୍ୟ ବକତା ସତ୍ୟ ନ ଭାଙ୍ଗ ତୋହର ।ବୋଲନ୍ତି ପ୍ରିୟବତୀର ବାକ୍ୟେ ଦଇତ୍ୟାରୀନାରୀହତ୍ୟା ପାତକ ମୁଁ ନ ପାରଇ ହରି ।ଏ ପୁତ୍ରକୁ ଧରି ଘର କରିବୁ ତୁ ସୁଖେକାହିଁକି ଲୋ ପ୍ରିୟବତୀ ଭାଳୁଅଛୁ ଶୋକେ ।ଜାଣୁ ଜାଣୁ ଅପଘାତ ଯେ ଜନ କରଇଜହର ମହୁରା ଖାଇ ଯେ ପ୍ରାଣ ତେଜଇ ।ଅହିଫେନ ଧାତୁରାଦି ଯେ କରେ ସେବନନାନାଜାତି ବିଷଖାଇ ତେଜେ ଯେ ଜୀବନ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ତାକୁ ନାହିଁ ବାସସ୍ଥାନ ନ ଦିଶଇ ତାକୁ ପୃଥିବୀ ଆକାଶ ।କ୍ଷୁଧା ତୃଷାରେ ଜୀବନ ନିରତେ ଦହଇଯହିଁ ଗଲେ ତାର ମୁଖେ ଅଗ୍ନି ବରଷଇ ।ତପତ ବାଲିରେ ସେହି ଚାଲି ନପାରଇପଛେ ପଛେ ଯମଦୂତେ ପିଟନ୍ତି ଗୋଡ଼ାଇ ।ବିହି ଯେତେଦିନ ଲିହିଥାଏ ତା କପାଳେତେତେଦିନ ଦୁଃଖଭୋଗି ନାନା ସ୍ଥାନ ବୁଲେ ।ଶୁଣ ପ୍ରିୟବତୀ ବାଣୀ ଆତ୍ମହତ୍ୟା କଲେ ।ସେ ପ୍ରାଣୀର ମୁକ୍ତି ଆଉ ନାହିଁ କେଉଁଠାରେଆହୁରି କିଥାଏ ମୁହିଁ କହୁଅଛି ତୋତେମୋ ବୋଲକରି ତୁ ଯାଅ ସ୍ୱାମୀର ସଙ୍ଗତେ ।ନ ଭାଳ ମନେ ତୁ କିଛି ରାଜାକୁ କହିବିତୋର ପୁତ୍ର ନାତି ଆଦି ସୁଖୀ କରାଇବି ।ସୁଖୀ ହୋଇ ରହିବେ ସେ ନ ହୋଇବେ ଦୁଃଖୀନହୁଅ ସହଗାମିନୀ ମୋର କଥା ରଖି ।ତୁ କହିଲେ ତୋ ସ୍ୱାମୀକି କରିବେ ଦହନରବି ଅସ୍ତହେଲେ ବାସିମଡ଼ା ହେବ ଜାଣ ।ମୁକ୍ତି ଦେବାପାଇଁ ତୋର ବିଚାର ମନରେବାସିମଡ଼ା ହେଲେ ସେ ତ ପଡ଼ିବ ନର୍କରେ ।ତୋତେ ବିଭାହୋଇ ଯମଦଣ୍ଡ ସେ ଲଭିବଏତେ ବନ୍ଧୁଭାଇ ଥାଇ ହୋଇଲା କି ଲାଭ ।କୃଷ୍ଣର ବଚନେ ପ୍ରିୟବତୀ ଭାବେ ମନେକୃଷ୍ଣଭାବେ ଅଶ୍ରୁଜଳ ପୁରଇ ନୟନେ ।ରାମକୃଷ୍ଣ ନାମକୁ ଯେ ହୃଦେ ଅଛି ଧରିଭାଇବନ୍ଧୁମାନଙ୍କୁ ସେ ଡାକେ ଧୀର କରି ।ନିଅ ସ୍ୱାମୀକି ମୋହର କର ଯା ଦହନସହଗାମୀ ହେବି ମୁହିଁ ସତ୍ୟ ମୋ ବଚନ ।ଥୋକାଏ ଯାଅରେ ତୁମ୍ଭେ ରାଜାଙ୍କର ତହିଁତାଙ୍କ ଆଗେ ସବୁକଥା କହିବ ବୁଝାଇ ।ଆଣିବାର ପାଟଶାଢ଼ୀ ଚନ୍ଦନ ସିନ୍ଦୂରବୋଲିବ କୃଷ୍ଣଙ୍କୁ ତାର ଦେଲା ସେ କୁମର ।ଯାଅ ଯାଅ ଚାରଗଣ ମୋ ଭାଇ ସଙ୍ଗତେକହିବ କଂସକୁ ତୁମ୍ଭେ ଦେଖିଲରେ ଯେତେ ।ବୋଲିବରେ ପ୍ରିୟବତୀ କହିଛି ବଚନସତୀ ଯାଉଅଛି ଚାଲ ଦେଖିବ ନୟନ ।ଦଣ୍ଡେମାତ୍ର ପ୍ରିୟବତୀ ଆଜି ଦେଖିଥିବକାଳ ଦଶଦଣ୍ଡଠାରେ ପୁଣି ଭେଟ ହେବ ।ଶୁଣି ଚରଗଣ ପ୍ରିୟବତୀ ଭାଇ ଘେନିଉଗ୍ରସେନର ଛାମୁରେ ମିଳିଲେ ସେକ୍ଷଣି ।ଉଗ୍ରସେନକୁ ଦେଖି ସେ ପାଦରେ ପଡ଼ିଲେବେନି କର ଯୋଡ଼ିକରି ବିନୟେ କହିଲେ ।ଯାହାକଲେ କୃଷ୍ଣ ସବୁ କହିଲେ ବୁଝାଇପ୍ରିୟବତୀ କଥା ମଧ୍ୟ ତାହାପରେ କହି ।ଶୁଣି ଉଗ୍ରସେନ ତହୁଁ ତୁରିତେ ଉଠିଲାକଂସର ଶୟନଠାରେ ଯାଇ ପ୍ରବେଶିଲା ।ଦେଖିଲା ସେ ବୀରକଂସ କରିଛି ଶୟନଡାକିଲେ ସେ ବେଗେ ଉଠ ଉଠରେ ନନ୍ଦନପିତାଙ୍କୁ ଦେଖିଣ କଂସ ଦୁରିତେ ଉଠିଲାପାଦେ ପଡ଼ି ପଲ୍ୟଙ୍କରେ ଅଙ୍କେ ବସାଇଲା ।ବୋଇଲା ହୋ ତାତ ତୁମ୍ଭେ ଆସିଲ କିମ୍ପାଇଁବେଗକରି କହ ମୋତେ ସଂଶୟ ଫିଟାଇ ।ଉଗ୍ରସେନ ବୋଇଲେରେ ଶୁଣ କଂସ ତହିଁପ୍ରିୟବତୀ ସ୍ୱାମୀ ମଲା ଶୁଣିଥିଲି ମୁହିଁ ।ସ୍ୱାମୀ ସଙ୍ଗେ ଏବେ ସେହି ଯାଉଅଛି ସତୀଚାରକୁ କହିଲା ଯାଇ କହ ରାଜା କତି ।ବୋଇଲା ସେ ପାଟଶାଢ଼ୀ ସିନ୍ଦୂର ଆଣିବଦେଖି ଆସିବାପାଇଁକି ରାଜାକୁ କହିବ ।ମଥୁରାର ନରନାରୀ ଦେଖନ୍ତି ବହୁତଗୋପର ଗୋପାଳମାନେ ଦେଖନ୍ତି ସମସ୍ତ ।ତୁ ରାଜା ଦେଖିବାପାଇଁ ବିଜେକର ଏବେତୋର ମନବେଦନା ତୁ ପଚାରିବୁ ଯେବେ ।କହିବ ସେ ମହାସତୀ ନିଶ୍ଚେ ସତ୍ୟକଥାଛାଡ଼ିବ ମନରୁ ତୋର ଶୁଣି ସର୍ବକଥା ।ଶୁଣି କଂସରାଜା ଉଗ୍ରସେନ କର ଧରିବୋଇଲା ହେ ତାତ ତୁମ୍ଭେ ଯାଅ ବେଗକରି ।ଭଣ୍ଡାରୁ ସିନ୍ଦୂର ଶାଢ଼ୀ ରତ୍ନଚୁଡ଼ୀ ନିଅପ୍ରିୟବତୀକି ଯେ ତୁମ୍ଭେ ମଣ୍ଡନ କରାଅ ।ସେ ଯାହା ମାଗୁଛି ନିଅ ଭଣ୍ଡାରୁ ସଜାଡ଼ିବୋଲିବ ପଚାରିଅଛି କଂସ କରଯୋଡ଼ି ।ରାଜ୍ୟ ଭଲମନ୍ଦ କଥା କହ ମହାସତୀକହ ତୁ ରାଜାର ସବୁ ବିପତ୍ତି ସମ୍ପତ୍ତି ।ସେହି ମହାସତୀ ଯାହା କହିବେ ହୋ ତାତମୋର ଆଗେ ଆସି ତୁମ୍ଭେ କହିବ ସମସ୍ତ ।ଗଉଡ଼େ ଅଛନ୍ତି ତହିଁ ନ ଯିବଇଁ ମୁହିଁଆବର କଥାଏ ତାତ ତୁମ୍ଭଙ୍କୁ କହଇ ।କାଲିହୁଁ ମଥୁରା ଭାର ତୁମ୍ଭେ ଯେ ସମ୍ଭାଳମନକୁ ଆସିବ ଯାହା ତାହା ତୁମ୍ଭେ କର ।ମଧୁପୁରରେ ଘୋଷଣା ଦିଅ ହେ ବଜାଇପାତ୍ରମନ୍ତ୍ରୀମାନେ ତହିଁ ସର୍ବେ ଥିବେ ରହି ।ଚାଣୁର ମୁଷ୍ଟିକ ଗଜ ଆଦି ମାଲ ଥିବେଯେମନ୍ତେ ଶ୍ରୀକୃଷ୍ଣ ଦେଖି ଦୂରୁ ତ୍ରସ୍ତ ହେବେ ।ଦେବକୀ ବସୁଦେବ ଯେ ଥିବେ ତହିଁ ବସିଅଷ୍ଟମଲ୍ଲ ଭାଇ ପୁତ୍ର ତହିଁଥିବେ ଆସି ।ଏହିପରି ଭାବେ ରଙ୍ଗସଭା କରାଇବପଣ୍ଡିତମାନଙ୍କ ସହ ଥିବେଟି ଗାର୍ଗବ ।ଅକ୍ରୂରକୁ ପେଶି ରାମକୃଷ୍ଣ ତୁ ଆଣିବୁଦେବଙ୍କୁ ଦୁର୍ଲ୍ଲଭ କରି ସଭା ମଣ୍ଡାଇବୁ ।ଏହିପରି ଆଜ୍ଞା କଂସ ଉଗ୍ରସେନେ ଦେଇବୋଇଲା ଭୋ ତାତ ତୁମ୍ଭେ ଯାଅ ବେଗହୋଇକଂସର ବଚନ ଶୁଣି ଉଠି ଉଗ୍ରସେନସିଂହଦ୍ୱାରେ ଆସି ସେହୁ ମିଳିଲେ ତକ୍ଷଣ ।ଚାରମାନଙ୍କୁ ଅନାଇ ବୋଲେ ଉଗ୍ରସେନପ୍ରିୟବତୀ ବନ୍ଧୁଭାଇ ଯାଅରେ ବହନ ।ସଜାଅରେ କାଷ୍ଠ ନିଅରେ ରାଜ୍ୟରୁରାଜା ଆଜ୍ଞା କହି କାଷ୍ଠ ନେଇ ପ୍ରତିଘରୁ ।ଶାଢ଼ୀ ସିନ୍ଦୂର ଘେନି ମୁଁ ଯାଉଛି ଏକ୍ଷଣିବିଳମ୍ବ ନ କରି ଦୂତେ ଯାଅ ବେଗେ ପୁଣି ।ରାଜା ଆଜ୍ଞାରେ ସେ ଗଲେ ବେଗ ବେଗ ହୋଇପ୍ରିୟବତୀ ଆଗରେ ସେ କହିଲେ ବୁଝାଇ ।ବୋଇଲେ ତୁ ଶୁଣ ଶୁଣ ଆଗୋ ପ୍ରିୟବତୀତୋ ହଂସଗମନ ରାଜା ଦେଖି ଆସୁଛନ୍ତି ।ତୋର ଭାଇ ବନ୍ଧୁମାନେ ସାଜୁଛନ୍ତି ସହଶୁଣି ରୋମାଞ୍ଚିତ ହେଲା ପ୍ରିୟବତୀ ଦେହ ।ନିରତେ ଡାକଇ କୃଷ୍ଣ ମୋତେ ତ୍ରାହିକରବୋଲନ୍ତି ଯେ ଚାର ମୁଖୁଁ ଶୁଣି ହଳଧର ।ରଖ ବାଳକ ଶ୍ରୀକୃଷ୍ଣ ମଧୁବନେ ଯିବାରାଜା ଆସିବେ ଏଠାକୁ ଆମ୍ଭେ କିମ୍ପା ଥିବା ।ରାଜାର ବଚନେ ପ୍ରିୟବତୀ କର୍ଣ୍ଣେ ଶୁଣିବେନିକର ଯୋଡ଼ି ଶ୍ରୀକୃଷ୍ଣଙ୍କୁ କହେ ପୁଣି ।ଶୁଣ ଦେବ ଦଇତ୍ୟାରୀ ମୋର ନିବେଦନକାହିଁ ନଥିବେ ମୋ ଭଳି ଅଭାଗିନୀ ଜନ ।ମୋ ସ୍ୱାମୀକି ଧରି ସହଗାମିନୀ ମୁଁ ହେବିତବ ମୁଖ ଚାହିଁ ବଇକୁଣ୍ଠପୁରେ ଯିବି ।ତୁମ୍ଭେ ତେବେ କାହିଁପାଇଁ ଯିବ ମଧୁବନତୁମ୍ଭେ ଗଲେ ତୁମ୍ଭ ସଙ୍ଗେ କରିବି ଗମନ ।ଏ ପୁତ୍ରକୁ ଦେଲି ମୁହିଁ କିମ୍ପା ଫେରିନେବିକଦାପି ମୁଁ ସତ୍ୟଭଗ୍ନ କରି ନ ପାରିବି ।ପ୍ରିୟବତୀ ବାକ୍ୟ ଶୁଣି ନନ୍ଦର ନନ୍ଦନବୋଇଲେ ଗୋ ପ୍ରିୟବତୀ ଶୁଣ ମୋ ବଚନ ।ଏ ପୁତ୍ରକୁ ଯେବେ ମୋତେ ଦେଲ ପ୍ରିୟବତୀଶୁଣିଲେ ସେ କଂସ ମୋତେ ଦେବ ବହୁଶାସ୍ତି ।ତୋ ଶାଶୁ ଶ୍ୱଶୁର ସିନା ହୋଇଲେ ନିରାଶବୃଦ୍ଧକାଳେ ମାତାପିତା ହେବେ ଅସନ୍ତୋଷ ।ତୋର ବନ୍ଧୁଗଣ ସର୍ବେ ନିରାଶା ଭଜିବେପ୍ରିୟବତୀ ବଂଶ ନାଶ କଲାଟି ବୋଲିବେ ।ଏବେ ପ୍ରିୟବତୀ ତହିଁ ମୋର ବୋଲ କରତୋ ପୁତ୍ରକୁ ଦିଅ ନେଇ ତୋ ଶାଶୁକୋଳରବୋଲିବୁ ତୁମ୍ଭର ପୁତ୍ର ଅଟଇ ଗୋ ଏହିଏ ପୁତ୍ରକୁ ଘେନି ପୁତ୍ର କଷ୍ଟ ଭୁଲ ତୁହି ।ପୁତ୍ରର ପାଲଟେ ପୁତ୍ର ପାଇଲୁ ଗୋ ତୁହିଜାଣୁ ଗୋ ମଧୁସୂଦନ ଏ ପୁତ୍ର ଅଟଇ ।ତେବେ ତୋତେ ପ୍ରଶଂସିବେ ମଧୁନାରୀମାନେଧନ୍ୟ ଧନ୍ୟ ପଦପ୍ରାପ୍ତ ହେବୁ ଏ ଭୁବନେ ।ଶୁଣି ପ୍ରିୟବତୀ କୃଷ୍ଣ ପାଦତଳେ ପଡ଼ିବିନୟଭାବେ ସେ କହେ ବେନିକର ଯୋଡ଼ି ।ଭୋ ପ୍ରଭୁ ଦୟାସାଗର ଦୟା ମୋତେ କରସ୍ୱାମୀ ସଙ୍ଗେ ଅନଳେ ମୁଁ ଦହିବି ଶରୀର ।ଏ ପୁତ୍ର ତୋହର ସିନା ଯାହା କର ତୁହିମରି ଜୀଇଁବା କଥା ତୋତେ ସେ ଲାଗଇ ।ବନ୍ଧୁଗଣ ଯେବେ ମୋତେ ନିନ୍ଦାଟି କରିବେନ ଦେଖିବି ନ ଶୁଣିବି ପଛରେ କହିବେ ।ରାଜାହିଁ ଦଣ୍ଡିବ ଯେତେ ଦଣ୍ଡୁପଛେ ମୋତେସତୀକଲୁ ଅସତୀ ମୁଁ ହୋଇବି କେମନ୍ତେ ।କୃଷ୍ଣଙ୍କୁ ବିନୟକରି ବୋଲେ ପ୍ରିୟବତୀନ ଭାଙ୍ଗ ମୋ କଥା ପ୍ରଭୁ ଯିବଇଁ ମୁଁ ସତୀ ।ଏହିପରି ପ୍ରିୟବତୀ କୃଷ୍ଣଙ୍କୁ କହଇମାୟାରେ ଶ୍ରୀକୃଷ୍ଣ ତାକୁ ଅଛଇ ଭୁଲାଇ ।ଶୁକମୁନି କହୁଛନ୍ତି ପରୀକ୍ଷା ଅଗ୍ରତହରିବଂଶ ସମ୍ଭୂତ ଏ ଚିତ୍ତବୋଧ ଗୀତ ।ବହୁବାର ରାଧାନାମ ଉକତ ଏଥିରେସେ ନାମ ଅଚ୍ୟୁତାନନ୍ଦ ଭାବଇ ଚିତ୍ତରେ ।ପଢ଼ିଶୁଣି କରି ନରେ ଲଭ ମହାତୋଷନ ଧରିବେ ସାଧୁଜନେ ମୋର କିଛି ଦୋଷ ।