ଚିତ୍ତବୋଧ ବା ଚିତ୍ତବିନୋଦ (ଦ୍ୱିତୀୟ ଭାଗ)
ଅଚ୍ୟୁତାନନ୍ଦ ଦାସ · ଭାଗ ୨ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
କଂସରମୋହ ଓ ଦେବୀଙ୍କୁ ଆରାଧନା
ଶୁଣହେ ସୁବୁଦ୍ଧି ଜନେ କହେ ବ୍ୟାସସୁତପରୀକ୍ଷିତ ଆଗରେ କହନ୍ତି ଭାଗବତ ।ସାତଦିନ ମଧ୍ୟେ ଭାଗବତ ହେଲା ଶେଷରାଧା ବୋଲି ବେନିକ୍ଷର ନ କଲେ ପ୍ରକାଶ ।ଯହୁଁ ପରୀକ୍ଷିତ ଯେ କହନ୍ତି ଶୁଣ ଯତିରାଧା ନାମ ବିନା ମନ ନୋହିଲା ତୃପତି ।ବେନି ଦଣ୍ଡେ ଯିବି ମୁହିଁ ଆଜ ସ୍ୱର୍ଗପୁରଯେବେ ଦୟାକର ମୋତେ ଆହେ ମୁନିବର ।ଦ୍ୱାଦଶ ସ୍କନ୍ଧରେ ବ୍ରହ୍ମଜ୍ଞାନ ଅଟେ ବାଣୀଶୁଣିଲି ତୁମ୍ଭ ମୁଖରୁ ଗଙ୍ଗାତୀରେ ପୁଣି ।ତା ମଧ୍ୟରୁ ହରିବଂଶ ହୋଇଲା ବିଖ୍ୟାତରାଧାର ନାମ ନ ଶୁଣି ଅବୋଧ ମୋ ଚିତ୍ତ ।ରାଧା ନାମକୁ ଅଚ୍ୟୁତ ହୃଦରେ ଭାଳିଲାହରିବଂଶ ଭାବି ଚିତ୍ତବୋଧ ଗ୍ରନ୍ଥ କଲା ।ସୃଷ୍ଟି ସର୍ଜ୍ଜନା ମାନବ ବିଷ୍ଣୁ ଜାତହୋଇରାଧା ଜାତ ଗୋପଲୀଳା କରିବାର ପାଇଁ ।ଅକ୍ରୂର ଗମନେ ରାଧା ହୋଇଲେ ବିରସକୃଷ୍ଣ ବିଚ୍ଛେଦରେ ବୃନ୍ଦା ହେଲେ ପ୍ରାଣନାଶ ।ଅକ୍ରୂରର ବିଷ୍ଣୁ ତେଜେ କଂସ ବିହ୍ୱଳିତଯେଉଁ ଯେଉଁ କୃତ୍ୟ ତହୁଁ କଲେ ନନ୍ଦସୁତ ।ଭାବବତୀର ଉଦ୍ଧାର ସୁଦାମା ମାଲୁଣୀତେଜବତୀର ଉଦ୍ଧାର କଲେ ବେଣୁପାଣି ।କୁବୁଜାକୁ ଉଦ୍ଧାରି ସେ ପ୍ରୀତିବନ୍ତ ବାଣୀଧନୁକୁ ଭାଙ୍ଗି ଫେରିଲେ ରାମକୃଷ୍ଣ ବେନି ।ଚାଣୁର ମୁଷ୍ଟିକ କୁବଳୟା ମହାମଲ୍ଲରଙ୍ଗସଭା ତଳେ ଉଭା ହେଲେ ଆଦିମୂଳ ।ଦେଖି କଂସ ଅସୁରର ଜୀବ ହେଲା ନାଶବସୁଦେବ ଦେବକୀ ଯେ ହୋଇଲେ ହରଷ ।ଫିଟିବ ଶାଙ୍କୋଳୀ ଯାଇଁ ମନବୋଧ କରିଗ୍ରାମର ଦେବୀମାନଙ୍କୁ ପୂଜିବେ ଶ୍ରୀହରି ।ଉଗ୍ରସେନ ମଧୁପୁରେ ହୋଇବେ ରାଜନଏହି ବିଷୟ ଏଣିକି କରିବି ଲିଖନ ।ମାୟାମୁନି ହୋଇ ଇନ୍ଦ୍ର ଗୋପୀଙ୍କ ପାଶରୁବିଦାୟ ହୋଇଣ ଗଲା ସ୍ନାନ କାରଣରୁ ।ଯେଣେ ଯାଇ ଏକ ବୃକ୍ଷ ଅନ୍ତର୍ଗତେ ରହିଗୋପୀଙ୍କ ବିଷୟମାନ ମନରେ ଭାବଇ ।ବୃକ୍ଷପାଶେରହି ଇନ୍ଦ୍ର ଗୋପୀ ଭାବି ଦେଖିବିଚାରଇ କୃଷ୍ଣ ଗଲେ ଗୋପୀଙ୍କି ଉପେକ୍ଷି ।କେଉଁପରି କୃଷ୍ଣ ଗୋପୀ ଭାବି ମୁରୁଛିବେଏ ଗୋପୀ ଭାବକୁ ସମାନ ହୋଇବୁ ଆମ୍ଭେ ।ପୁଣି ଭାବେ ଧନ୍ୟ ଗୋପୀ ବଶ କଲ କରିଯେ କୃଷ୍ଣ ପାଦକୁ ମୁନି ନ ପାରନ୍ତି ଧରି ।ଯେଉଁ ବ୍ରହ୍ମ ହୋଇଅଛି ମର୍ତ୍ତ୍ୟେ ଅବତାରତାହାକୁ ନିତି ଭାବି ନପାଏ ବେଦବର ।ଯେ ବ୍ରହ୍ମକୁ ନିତି ଧ୍ୟାନ କରନ୍ତି ଶଙ୍କରସେହି ବ୍ରହ୍ମ ବଶ ସିନା ହେଲା ଗୋପୀଙ୍କର ।ଯେ ବ୍ରହ୍ମକୁ ମୁନିମାନେ ନ ଦେଖି ନୟନେଲୟ ଲଗାଇଣ ଥାଇ ସେହୁ ଅନୁକ୍ଷଣେ ।ସେ ବ୍ରହ୍ମ ସଙ୍ଗରେ ଲୀଳା କରନ୍ତି ଏମାନେତିନିପୁରେ ନ ଥିବେ କେ ଏହାଙ୍କ ସମାନେ ।ବରୁଣ କୁବେର ଆଦି ଯେତେ ଦେବଗଣବ୍ରହ୍ମାଙ୍କୁ ନିତି ସେମାନେ କରୁଛନ୍ତି ଧ୍ୟାନ ।ତୁମ୍ଭେ ଗୋପୀମାନେ ବ୍ରହ୍ମ କରି ଆଲିଙ୍ଗନଧନ୍ୟ ହେଲେ ଗୋପୀ ଧନ୍ୟ ତୁମ୍ଭର ଜୀବନ ।ତୁମ୍ଭେ ଗୋପୀମାନେ କେତେ ତପ କରିଥିଲମନୁଷ୍ୟ ହୋଇଣ ବ୍ରହ୍ମା ପୟରେ ସେବିଲ ।ସେ ଶ୍ରୀକୃଷ୍ଣ ବ୍ରହ୍ମ ତୁମ୍ଭେ ଚିହ୍ନିବ ଗୋ କାହିଁଯେବଣ କୃଷ୍ଣ କିଛି ଆଦ୍ୟ ଅନ୍ତ ନାହିଁ ।ଧନ୍ୟ ଧନ୍ୟ ଗୋପୀମାନେ ତୁମ୍ଭର ଜୀବନହୃଦ ପାଦପଦ୍ମେ ତୁମ୍ଭେ ଲୟ କଲ ମନ ।ତୁମ୍ଭ ମନ ଯେବେ ନାହିଁ କୃଷ୍ଣ ପାଦତଳେକିମ୍ପା କୃଷ୍ଣ ତୁମ୍ଭ ଲାଗି ଯୋଗଧ୍ୟାନ କଲେ ।ଏମନ୍ତ ଭାବିଣ ସୁରପତି ତହୁଁ ଗଲାମୁନିରୂପ ତେଜି ନିଜ ରୂପ ସେ ଧଇଲା ।ଯହିଁ ଶ୍ରୀକୃଷ୍ଣ ଅଛନ୍ତି ପ୍ରବେଶିଲା ତହିଁଦେଖିଲା ଯେ ଦେବଗଣ ଛନ୍ତି ତହିଁ ରହି ।କୃଷ୍ଣ ପାଦତଳେ ପଡ଼ି ଯୋଡ଼ି ବେନିକରବୋଲଇ ତୁମ୍ଭର ମାୟା ଅଟେ ଅଗୋଚର ।ଗୋପୀଙ୍କଗାବକୁ ଆମ୍ଭେ ଦେବେ ନୋହୁସରିକିଏ ଜାଣେ ଗୋପୀକା ସେ ଛନ୍ତି ଅବତରି ।ଗୋପୀଙ୍କ ଭକତି ପ୍ରଭୁ ନ ଜାଣିବେ କେହିଗୋପୀଙ୍କ ସଙ୍ଗରେ ଆମ୍ଭେ ସମ ହେବୁକାହିଁ ।ଧନ୍ୟ ଗୋପୀମାନେ ସେ ତୁମ୍ଭଙ୍କୁ ବଶ କଲେଗୋପୀଙ୍କୁ ନ ଦେଖି ତୁମ୍ଭେ ରହି ମହୀତଳେ ।ବୃନ୍ଦା ମୋହେ ପଡ଼ିଥିଲା ତୁମ୍ଭଙ୍କୁ ସୁମରିତୋ ନାମ କର୍ଣ୍ଣରେ ଶୁଣି ଚେତିଲା ସୁନ୍ଦରୀ ।ରମ୍ଭା ଆଦି ଦେବକନ୍ୟା ତ ସମ ନୋହିବେଦେଖିଲା ମାତ୍ରକେ ଯୋଗୀ ଧ୍ୟାନ ଉପେକ୍ଷିବେ ।ବୃନ୍ଦାର ତେଜକୁ ରାଧା ନୁହେଁ ସମତୁଲସାକ୍ଷାତେ ସେ ଲକ୍ଷ୍ମୀ ଜାତ ରହି ମହୀତଳ ।ତୁମ୍ଭର ଦୟାରୁ ସର୍ବ ସଖୀଙ୍କି ଦେଖିଲିସହସ୍ର ନୟନେ ମୁହିଁ ଚାହିଁ ନ ପାରିଲି ।ଗୋପୀଙ୍କ ବେନି ନୟନୁ ବହେ ଅଶ୍ରୁଧାରକୃଷ୍ଣ କୃଷ୍ଣ ବୋଲି ମୁଖେ କରନ୍ତି ଉଚ୍ଚାର ।ତୁହି ତାହାଙ୍କର ଭାବ ତେଜିଦଇତ୍ୟାରୀକେମନ୍ତେ ରହିବୁ ମନେ ଭାବଇ ମୋହରି ।ଗୋପୀମାନଙ୍କୁ ମୁଁ ପୁଣି ବୁଝାଇ କହିଲିଗୋପକୁ ଗୋପୀଏ ଗଲେ ତହୁଁ ମୁଁ ଫେରିଲି ।ଏତେ ବୋଲି କୃଷ୍ଣପାଦେ ପଡ଼ି ବ୍ରଜଧାରୀବୋଲଇ ଦୂରିତ ମୋର ନାଶିବ ଶ୍ରୀହରି ।କୃଷ୍ଣଙ୍କ ଆଜ୍ଞାରେ ଉଠି ତହିଁ ପୁରନ୍ଦରକିଙ୍କର ପରାୟେ ବସି ରହିଲା ସେଠାର ।ବେଦବର ମୁଖ ଚାହିଁ ବୋଲନ୍ତି ଗୋବିନ୍ଦଏହାଶୁଣି କୃଷ୍ଣ ମନ ହୋଇଲା ଆନନ୍ଦ ।ତୁମ୍ଭେ ଦେବଗଣ ଯାଅ ଯେ ଯାହା ଭୁବନଅସୁର ମାଣିଣ ମୁହିଁ ଯିବି ନିଜ ଧାମ ।ଶୁଣିଣ ସକଳ ଦେବେ ଆନନ୍ଦ ହୋଇଲେଶ୍ରୀକୃଷ୍ଣଙ୍କ ପାଦେ ପଡ଼ି ମେଲାଣି ମାଗିଲେ ।ଯେ ଯାହାର ପୁରେ ଯାଇ ହୋଇଲେ ପ୍ରବେଶକୃଷ୍ଣକଥା ଭାବି ମନେ ହୋଇଲେ ହରଷ ।ମଧୁବନେ ଯାଇ କୃଷ୍ଣ ହୋଇଲେ ପ୍ରବେଶକେହି ନ ଜାଣିଲେ ମାୟା କଲେ ପୀତବାସ ।ମାୟାଧର କୃଷ୍ଣ ମାୟା ଜାଣନ୍ତି ବହୁତମାୟାରେ ମୋହିନୀ ଯାର ହୋଇଛି ଜଗତ ।ଶ୍ରୀକୃଷ୍ଣ ଗୋପାଳେ ମଧୁବନରେ ରହିଲେମଥୁରାଦାଣ୍ଡେ ଅକ୍ରୂର ରହୁବରେ ଗଲେ ।ମଥୁରାର ନରନାରୀଅକ୍ରୂରକୁ ଦେଖିବୋଲନ୍ତି ଗୋପରୁ ଫେରିଅଛନ୍ତି ଗୋ ସଖୀ ।ଦେଖ ଅକ୍ରୂରର ତେଜ ଦିଶଇ ପ୍ରଖରସାକ୍ଷାତେ ସେ ବିଷ୍ଣୁ ତେଜ ଧରିଛି ଅକ୍ରୂର ।ଦେଖ କୃଷ୍ଣଙ୍କୁ ଅକ୍ରୂର ଆଣୁଥିଲା ପରାତୁଚ୍ଛା ରଥଧରି ସେହୁ କେମନ୍ତେ ଫେରିଲା ।ଥୋକାଏ ବୋଇଲେ କଂସ କରିବ ଯେ ରୋଷଥୋକାଏ ବୋଇଲେ ଶୁଣି ହୋଇବ ହରଷ ।ଆଗରେ ଅକ୍ରୂର ଆସେ ପଛେ ସେ ଆସିବେଆଗହୋଇ ନୃପତିଙ୍କୁ ଦର୍ଶନ କରିବେ ।ତେଣୁକରି ଆଗହୋଇ ଆସଇ ଅକ୍ରୂରଦ୍ୱାରୀକୁ କହିଲା କୃଷ୍ଣେ ଛନ୍ତି ମଧୁପୁର ।ଏହିପରି ନରନାରୀ ହେଲେ କୁହାକୁହିଅକ୍ରୂର ପ୍ରବେଶ ହେଲା ସିଂହଦ୍ୱାରେ ଯାଇଁ ।ଦ୍ୱାରୀ ଯାଇଣ ରାଜାଙ୍କୁ କହିଲା ସନ୍ଦେଶଅକ୍ରୂର ଆସିଣ ଅଛି ସିଂହଦ୍ୱାର ପାଶ ।ଦ୍ୱାରୀମୁଖୁ ଶୁଣି କଂସ ଜଗତୀ ତେଜିଲାତାହାକୁ ନୃପତିଶୁଣି ସନ୍ଦେଶ ପୁଛିଲା ।ରାଜା ବୋଇଲା ଦ୍ୱାରୀକି ଅକ୍ରୂର ଦେଖିଲୁଆଉ କିଏ କିଏ ଛନ୍ତି କିମ୍ପା ନ କହିଲୁ ।ପ୍ରହରୀ ବୋଇଲେ ଦେବ ଆନ କେହି ନାହିଁରହୁବରରେ ଅକ୍ରୂର ଏକା ଅଛି ରହି ।କଂସ ଶୁଣି ଏ ବଚନ ହୋଇଲା ବାହାରଦେଖିଲା ରଥର ଦ୍ୱାରେ ଅଛଇ ଅକ୍ରୂର ।ମନ୍ତ୍ରୀମାନେ ରାଜାଙ୍କର ପଛରେ ଅଛନ୍ତିମଥୁଭାର ନରନାରୀ ତହୁଁ ଦେଖୁଛନ୍ତି ।କଂସକୁ ଦେଖି ଅକ୍ରୂର ରଥୁ ଓହ୍ଲାଇଲାବେଗ ହୋଇ ଯାଇ ପଦେ ଦଣ୍ଡବତ କଲା ।ଅକ୍ରୂରକୁ ବିଷ୍ଣୁଦେଖି କଂସ ଭୟ କଲା ମନେକାଳଦେବତା ପରାୟେ ଦିଶିଲା ନୟନେ ।ଅକ୍ରୂରକୁ ବିଷ୍ଣୁତେଜ କୃଷ୍ଣ ଦେଇଥିଲେନ ଜାଣଇ ଅକ୍ରୂର ଯେ କୃଷ୍ଣ ମାୟାକଲେ ।ବିଷ୍ଣୁ ନିର୍ମାଲ୍ୟ ଅକ୍ରୂର ଗର୍ଭେ ଥିଲା ତହୁଁବିଷ୍ଣୁତେଜ ପ୍ରକାଶିଲା ତାର ଅଙ୍ଗ ତହୁଁ ।ଘୃତ ଯେହ୍ନେ ଅଗ୍ନି ତେଜେ ହୁଏ ତରଳିତଅକ୍ରୂର ତେଜରେ କଂସ ହୋଇଲା ତେମନ୍ତ ।ବିଷ୍ଣୁ ତେଜ ଅକ୍ରୂରକୁ ଦେଇଛନ୍ତି ହରିଅକ୍ରୂର ତେଜରେ କଂସ ଜ୍ଞାନ ତାର ହାରି ।ବିହ୍ୱଳିତ ମନ ହୋଇ ହେଲା ଅନୁମାନବାୟା ପ୍ରାୟ ହେଲା କଂସ ନ ଛନ୍ନଛନ୍ନ ।ନିଜ ହୃଦୟରେ ତାର କିଛି ନାହିଁ ଜ୍ଞାନଦେଖୁଥିଲେ ମଧୁପୁର ନରନାରୀଗଣ ।ସମସ୍ତ ଶ୍ରୀକୃଷ୍ଣ ପ୍ରାୟେ କଂସକୁ ଦିଶିଲେଅକ୍ରୂରକୁ ଯହୁଁ କୃଷ୍ଣ କଳା ଦେଇଥିଲେ ।ଏତ କୃଷ୍ଣ ଆସିଛନ୍ତି ଭୟ କରି ମୋତେଶରଣ ପଶୁଛି ମୋର ବେନି ପାଦଗତେ ।କଂସବୋଲେ ଉଠି ଆହେ ଦେବକୀ ତନୟକାହିଁପାଇଁ ମନରେ ତୁ କରୁଅଛୁ ଭୟ ।କିମ୍ପାଇଁ ଡରିଣ ମୋତେ ଗୋପରେ ରହିଲୁଦେବକୀ ବସୁଦେବକୁ କିମ୍ପାଇଁ ମୁର୍ଚ୍ଛିଲୁ ।ପୂତନା ଆଦି ଯେତେକ ଦୂତ ମୁଁ ପେଶିଲିକେହି ନ ଫେରିଲେ ମୁହିଁ ବାର୍ତ୍ତା ନ ପାଇଲି ।ସୋଦର ଭଣଜା ମୋର ଅଟୁ ବନମାଳୀଏବେ ପିତାମାତାର ତୁ ଫିଟାଅ ଶାଙ୍କୋଳୀ ।ଉଗ୍ରସେନ ତାତ ମୋର ଗଲେ ମଧୁପୁରହଂସକ ଡିମ୍ବକ ବେନି ମୌଳା ଭାଇ ତୋରମାଈଁମାନଙ୍କୁ ହୋ ତୁହି ଦୟା ରଖିଥିବୁକାଲି ଦିଗବିଜେ ଆମ୍ଭେ ନିଶ୍ଚୟ କରିବୁ ।କଂସର ହୃଦେ ଅଜ୍ଞାନ ଶୁଣି ଜାତ ହେଲାଦେଖୁ ଦେଖୁ ଅକ୍ରୂରକୁ ପୁଣି ସେ ବୋଇଲା ।ତୋତେ ଆଜି ମାରି ମୁହିଁ ନେବି ତୋ ଜୀବନଆଜି ଦେବକୀ ତୋହର ଦେଖୁରେ ମରଣ ।ଯେତେଯେତେ ଦୂତ ଗୋପେ ପେଶିଲଇଁ ମୁହିଁକେତେ କଷ୍ଟ ଗୋପପୁରୁ ଆସିଅଛୁ ତୁହି ।ଯେତେ କଷ୍ଟରେ ଅକ୍ରୂର ଆଣିଅଛି ତୋତେଗୋପକୁ ଫେରିବୁ ବୋଲି କରିଛୁ ପରତେ ।ଭୟରେ ପଡୁ ତୁହିରେ ମୋ ପୟରେ ଆଜଏବେ ଗୋପପୁର କଥା ମନରୁ ତୁ ତେଜ ।କରିବୁ ତୁ ମଧୁପୁରେ ରହି ନାରଖାରବାଳିକାକୁ ମୂର୍ଖପଣ ଶୁଣିଛି ତୋହର ।ଏତେ ବୋଲି କଂସ ଖଣ୍ଡା ଝଲକାଇ କରେବୋଲଇ ଉଠରେ କୃଷ୍ଣ ହାଣିବି ସତ୍ୱରେ ।ମରିବାବେଳେ ନିସତି ହେଉ କାହିଁପାଇଁଯେତେକ ଚାର ମାଇଲୁ ମନେ କିରେ ନାହିଁ ।ପୁତନା ତୋର ମାଉସୀ ତାକୁ ତୁ ମାଇଲୁଗୋପେ ହୋଇ ନାନା ଅନ୍ୟାୟ ତୁ କଲୁ ।ତୋ ଷଡ଼ ଭାଇଙ୍କି ତୁହି ନୟନେ ଦେଖିବୁଭାଇମାନଙ୍କର ସଙ୍ଗେ ସୁଖେ ହିଁ ରହିବୁ ।ଛାଡ଼ ମୋର ପାଦ ତୁରେ ଇଷ୍ଟଦେବାସୁରଏତେବୋଲି ଖଣ୍ଡା ଝମକା ଏ କଂସାସୁର ।କଂସ ପାଦେ ପଡ଼ି ମନେ ଭାବଇ ଅକ୍ରୂରବୁଦ୍ଧିଭ୍ରମ ହେଲା କଂସ ଯିବ ଯମପୁର ।ଶ୍ରୀକୃଷ୍ଣ ବଚନ ଏବେ ହୋଇଲାଣି ସତକାଲି ଶ୍ରୀକୃଷ୍ଣ କଂସକୁ ମାରିବେ ନିୟତ ।ଯେବେ କଂସ ପାଦତଳୁ ଉଠିବିନି ମୁହିଁମାରିବ ନିଶ୍ଚୟ କଂସ ହୃଦେ ଜ୍ଞାନ ନାହିଁ ।ଅଜ୍ଞାନରେ କୃଷ୍ଣ ବୋଲି ବୋଲୁଅଛି ମୋତେଆଗପଛକୁ ବିଚାର ନାହିଁ ତାର ଚିତ୍ତେ ।ଏମନ୍ତ ଭାବି ଅକ୍ରୂର ରହିଲା ମଉନେକଂସ ପାଦେ ପଡ଼ି ଚିନ୍ତେ ଶ୍ରୀକୃଷ୍ଣଙ୍କୁ ମନେ ।ଦେଖି ମଧୁପୁର ଜନେ ଚକିତ ହୋଇଲେବାଇ ହୋଇଲାଣି କଂସ ମରିବ ବୋଇଲେ ।ହେତି ପ୍ରହେତି ଦେଖିଣ ବିଚାରନ୍ତି ମନଦେଖ ହେ ଅକ୍ରୂର କିମ୍ପା ମାରୁଛି ରାଜନ ।ବିପରୀତ କଥା କାହିଁ ଦେଖିଲୁଣି ନାହିଁବିନୟ ପଣେ ଅକ୍ରୂର ପାଦେ ଅଛି ଶୋଇ ।ବୁଦ୍ଧିଭ୍ରମ ହୋଇଲାଣିଜ୍ଞାନ ନାହିଁ କିଛିକୃଷ୍ଣ ବୋଲି ଅକ୍ରୂରକୁ ମାରି ପକାଉଛି ।ରାମକୃଷ୍ଣ ଆଣିବାକୁ ଗୋପକୁ ପେଶିଲାସେ ଦୁହିଁଙ୍କୁ ଆଣି ମଧୁବନରେ ରଖିଲା ।ଅକ୍ରୂର ଆସିଲା ଏବେ ତାକୁ କହିବାକୁଦର୍ଶନ ଦେବା ମାତ୍ରକେ ମାରୁଛି ତାହାକୁ ।ହେତି ପ୍ରହେତି ବିକଳେ ହୋନ୍ତି କୁହାକୁହିକଂସର କ୍ରୋଧକୁ ଦେଖୁଛନ୍ତି ତୁନି ହୋଇ ।ପୁଣି ଅକ୍ରୂର ମୁଖକୁ ଚାହିଁଲା ରାଜନବୋଇଲାରେ କୃଷ୍ଣ କିମ୍ପା ହୋଇଲୁ ମଉନ ।କ୍ରୋଧଭରେ ଚାରି ମୁଖ ଚାହିଁ କଂସାସୁରବୋଲେ ବେଗେ ଯାଇଆଣଯୋଦ୍ଧାଙ୍କୁ ମୋହରମନ୍ତ୍ରୀମାନଙ୍କୁ ଚଞ୍ଚଳ ଆଣ ତୁ ହକାରିମଧୁପୁରରେ ଯେତେକଛନ୍ତି ନରନାରୀ ।ଉଗ୍ରସେନ ତାହାଙ୍କୁ ତୁ ଆଣ ବେଗେ ଯାଇଁଅନ୍ତଃପୁର ନାରୀଙ୍କିଟି କହିବ ବୁଝାଇ ।ଆଜ ଗୋ ଦେଖିବ ଚାଲ କୃଷ୍ଣ ହେବ ହତଯମପୁର ଯିବ ଆଜ ଦେବକୀର ସୁତ ।ଦେବକୀ ବସୁଦେବଙ୍କୁ ଆଣ ବନ୍ଦୀଘରୁବାଦ୍ୟକାର ବାଦ୍ୟମାନ ବଜାନ୍ତୁ ଦୂରରୁ ।ଆନନ୍ଦେ କରିଣ ଶଙ୍ଖଧ୍ୱନି ମଧୁପୁରଦେଖନ୍ତୁ ସମସ୍ତ ଜନ କୃଷ୍ଣ ମରିବାର ।ଷଡ଼ପୁତ୍ର ଦେବକୀର କଲି ପ୍ରାଣେ ବଧଏବେ କୃଷ୍ଣଙ୍କୁ ମାରିଲେ ପୂରିବ ମୋ ସଧ ।ବିଜୁଳି କହିବା କଥା ଏବେ ହେଲା ସତନାରଦଙ୍କ କଥା ମୁହିଁ ଭାବେ ଅନ୍ତର୍ଗତ ।ଏବେ ଶ୍ରୀକୃଷ୍ଣ ଆସିଣ ପ୍ରାଣର ବିକଳେଶରଣ ସମ୍ଭାଳ ବୋଲି ପଡ଼େ ପାଦତଳେ ।ବିଳମ୍ବ ନ କରି ଚାଣ୍ଡେ ଆଣରେ ହକାରିଶୁଣିକରି ଚାରଗଣ ଗଲେ ମଧୁପୁରୀ ।ହାଟେବାଟେ ମଧୁପୁରେ ଯାହାକୁ ଦେଖିଲେରାଜା ଆଜ୍ଞା ଚାଲ ବୋଲି ସବୁଙ୍କୁ କହିଲେ ।ଦେବକୀ ବସୁଦେବଙ୍କୁ ବନ୍ଦୀଘରୁ ଆଣିଉଗ୍ରସେନସହିତରେ କଂସ ଆଜ୍ଞା ଶୁଣି ।ନାନା ଜାତି ବାଜଣା ବାଜିଲା ଚଉପାଶସିଂହଦ୍ୱାରରେ ସମସ୍ତେ ହୋଇଲେ ପ୍ରବେଶ ।ଯେ ଯହିଁ ଶୁଣିଲେ ସେହି ଧାଇଁଲେ କାତରେଘନ ଘନ ଶଙ୍ଖଧ୍ୱନି ଶୁଭେ ଉଚ୍ଚ ସ୍ୱରେ ।ସ୍ୱର୍ଗ ଦେବଗଣ ଶୁଣି ହୋଇଲେ ସ୍ତବଧବ୍ରହ୍ମା ମଥୁରାକୁ ଚାହିଁ ପାଇଲେ ବିଷାଦ ।ଶୂନ୍ୟେ ଥାଇ ମଧୁପୁର ଦେଖି ଦେବଗଣକଂସପାଦେ ପଡ଼ିଅଛି ସଫଳା ନନ୍ଦନ ।ଖଣ୍ଡା ଝମକାଇ କଂସ କ୍ରୋଧଭର ହୋଇବିହ୍ୱଳିତ ହୋଇ ତାର ଦେହେ ଜ୍ଞାନ ନାହିଁ ।ଅଜ୍ଞାନେ ଅକ୍ରୂରକୁ ସେ ନ ପାରଇ ଚିହ୍ନିକୃଷ୍ଣ ବୋଲି ଅକ୍ରୂରକୁ ଜାଣୁଛି ସେ ପୁଣି ।ମଧୁପୁରଯାକ ସେହି ଆଣିଛି ଡକାଇକୃଷ୍ଣ ବୋଲି ଅକ୍ରୂରକୁ ଆନନ୍ଦିତ ହୋଇ ।ଶଙ୍ଖଧ୍ୱନି କରି ସେହି ଧରି ନାନା ବାଦ୍ୟଜାଣିଲୁ କଂସକୁ ନିଶ୍ଚେ ପଡ଼ିଲା ପ୍ରମାଦ ।ମାରିବେ କଂସକୁ ହରି ଭୟ ହେବ ଦୂରଆଜିଠାରୁ ନିଶ୍ଚିନ୍ତେ ରହିବ ସ୍ୱର୍ଗପୁର ।ଏମନ୍ତ ବିଚାରି ଦେବେ ଗଲେ ଯେଝାପୁର ।ଶୁଣି ତେଣିକି ହୋଇଲା ଯେଉଁ ସମାଚାରଅକ୍ରୂରକୁ କୃଷ୍ଣ ବୋଲି କଂସ ବିଚାରିଲାମାରିବ ବୋଲିଣ ସେହୁ ଖଡ଼ଗ ଉଞ୍ଚାଇଲା ।ଅକ୍ରୂର ତା ପାଦତଳେ ପଡ଼ିଥିଲା ଜାଣଏକଥା ମଧୁପୁରରେ ପ୍ରଘଟ ହୋନ୍ତେଣ ।ଅକ୍ରୂରର ପୁତ୍ର କର୍ଣ୍ଣେ ସେ କଥା ବାଜିଲାକଦାପି ତାହାର ମନ ସ୍ଥିର ଯେ ନୋହିଲା ।ଆକୁଳ ହୋଇଣ ସେହୁ ଧାଇଁଲା ସତ୍ୱରପ୍ରବେଶ ହୋଇଲା ଯାଇ କଂସ ସିଂହଦ୍ୱାର ।ପିତାର ସନ୍ଦେଶ ସେହୁ କର୍ଣ୍ଣରେ ଶୁଣିଣଆକୁଳ ଭାବେ ଆସିଛି ସେଠାବକୁ ପୁଣ ।ଦେଖିଲା ପିତା ପଡ଼ିଛି କଂସର ପୟରେବିଚାର କରେ ଅକ୍ରୂର କୁମର ମନରେ ।ପୁଣି ଦେଖିଲା ସେ କଂସ ଅଛି ଖଣ୍ଡାଧରିବିଚାରେ ମୋ ପିତା ଗୋପେ କିବାଦୋଷକରିକିଅବା କୃଷ୍ଣଙ୍କୁ କଂସ ଭର୍ତ୍ସନା କରିଲାସେହିକଥା ଆସି କେହି କଂସକୁ କହିଲା ।କିଅବା ପିତା ମୋହର କଲା ଅପରାଧସେହିକଥା କଂସ ଶୁଣି କରିଅଛି କ୍ରୋଧ ।ଖଣ୍ଡରେ କାଟିବ ଏହି ମୋ ପିତାର ଶିରକହିଲେ ଏହାର କ୍ରୋଧ ହେବ ବଳିୟାର ।ଏତେ ବିଚାରିଣ କଂସ ଚରଣେ ପଡ଼ିଲାଅପରାଧ କରି କ୍ଷମା ଭୋ ନୃପ ବୋଇଲା ।ଶରଣ ତୋ ପାଦତଳେ ରଖ ହୋ ରାଜନଯେତେ ଅପରାଧ ତାତ କରେ ତୋ ଚରଣ ।ଦାସ ଯେବେ ଅପରାଧ ପ୍ରଭୁରେ କରଇସେ ଯେବେ ଶରଣ ପାଦତଳେ ପଶେ ଯାଇ ।ପ୍ରଭୁଠାରେ ଦୋଷ ଅଟେ ନିତ୍ୟ ଅପରାଧୀଏବେ କ୍ରୋଧ କରି ତୋର ନ ସ୍ଫୂରଇ ବୁଦ୍ଧି ।ପ୍ରଭୁପଣେ ଥାଇ ଯେହୁ କ୍ଷମା ନ ଆଚରେଦୁର୍ଜନ ବୋଲି ତାହାକୁ ବୋଲନ୍ତି ସଂସାରେ ।ଏତେ ବୋଲି ପାଦେ ପଡ଼ି ଅକ୍ରୂର ନନ୍ଦନଅଜ୍ଞାନେ ମୋହିତ କଂସ ନଦେଖେ ନୟନ ।ଚିତ୍ତଭ୍ରମେ ମନ ତାର ହୋଇଅଛି ଚଞ୍ଚଳଯେତେ କହିଲେ ନଶୁଭେ କର୍ଣ୍ଣକୁ ତାହାର ।କେବଳ ମନ ତାହାର କୃଷ୍ଣ ମାରିବାରେସମସ୍ତେ ଶ୍ରୀକୃଷ୍ଣ ପ୍ରାୟେ ତାହାକୁ ଦିଶିଲେ ।ପୁଣି କଂସ ବୋଲେ ସେହି ଅକ୍ରୂର ସୁତକୁବଳରାମ ଆସିଲାଣି ମୋ ପାଦ ତଳକୁ ।କୃଷ୍ଣ ମାରିବାର ଯହୁଁ କର୍ଣ୍ଣରେ ଶୁଣିଲାତେଣୁକରି ମୋ ପାଦରେ ଆସି ଏ ପଡ଼ିଲା ।ବିହ୍ୱଳିତ ହୋଇକରି ବୋଲଇ ବଚନଗଉଡ଼ ପିଲାଏ ଲୁଚିଥିଲେ କେଉଁ ସ୍ଥାନ ।ଶୁଣି ତୁ ଭାଇ ମରଣ ଆସିଅଛୁ ଧାଇଁଏହା କି ଗୋପପୁର ବିଚାରୁଛୁ ତୁହି ।ତୁମ୍ଭେ ବେନିଭାଇ ଗୋପେ ହୋଇଥିଲ ଷଣ୍ଢଆଜି କରିବି ତୁମ୍ଭର ମାଂସ ଖଣ୍ଡ ଖଣ୍ଡ ।ଆଜିଠାରୁ ମଧୁପୁର ମୋ କଳଙ୍କ ଗଲାଭଲ ଦଇବ ତୁମ୍ଭଙ୍କୁ ଆଜି ଭେଟାଇଲା ।ରାମକୃଷ୍ଣ ବେନି ଭାଇ ଯିବ ଯମପୁରଇଷ୍ଟ ଦେବତା ତୁମ୍ଭର ସୁମରଣା କର ।ବ୍ରହ୍ମା ଶଙ୍କର ଯେତେକ ଛନ୍ତି ଦେବଗଣବୈକୁଣ୍ଠ ତେଜି ଆସିବେ ଯେବେ ଭଗବାନ ।ସେମାନେ ତୁମ୍ଭଙ୍କୁ କେହି ରଖି ନ ପାରିବେସଥ୍ୟ ଏ କଥା ତୁମ୍ଭଙ୍କୁ ମାରିବି ମୁଁ ଏବେ ।ଅକ୍ରୂର ଶୁଣିଣ ମନେ କରଇ ବିଚାରଆଜି ନିଶ୍ଚେ ଅଜ୍ଞାନ ହୋଇଲା କଂସାସୁର ।ମୋତେ ନ ଚିହ୍ନିଲା ମୋର ପୁତ୍ରକୁ ନ ଚିହ୍ନିବୋଲୁଅଛି ଏହି ରାମକୃଷ୍ଣ ଭାଇ ବେନି ।ଭ୍ରମ ହେଲା ଚିତ୍ତ ତୋର ନ ଚିହ୍ନେ କାହାକୁମାରିବି ବୋଲି ଗର୍ଜ୍ଜନ କରୁଛୁ ଆମ୍ଭଙ୍କୁ ।ଜାଣିଲି ମୁଁ କୃଷ୍ଣ ନେବେ ଏହାର ଜୀବନମଲାବେଳେ କଂସାସୁର କରେ କେଡ଼େ ଟାଣଉଠିଲେ ମାରିବ ପଡ଼ିଥିଲେ ନାହିଁ କାର୍ଯ୍ୟପିତା ପୁତ୍ରକୁ ମାରିବ ବୋଲୁଅଛି ଆଜ ।ପିତା ପୁତ୍ର ଦୁହେଁ ଆଜ ଆମ୍ଭେ ଗଲୁ ନାଶଅଜ୍ଞାନରେ ଅନ୍ଧ ହୋଇଅଛି ରାଜା କଂସ ।ଧୀରେ ଧୀରେ ଅକ୍ରୂର ତା ପୁତ୍ରକୁ ବୋଲଇନ ଉଠିବୁ ପୁତ୍ର କଂସ ହୋଇଅଛି ବାଇ ।ଉଠିଲେ ମାରିବ ନିଶ୍ଚେ କାହିଁୟା ବିଚାରଶ୍ରୀକୃଷ୍ଣ ପେଶିବେ ୟାକୁ ଆଜି ଯମପୁର ।କଂସ ପାଦତଳେ ପଡ଼ି ଥାଅରେ ନନ୍ଦନପାରିବୁ ଯେବେ କୃଷ୍ଣଙ୍କୁ ମନେକର ଧ୍ୟାନ ।ଏମନ୍ତ କଥା ଅକ୍ରୂର ପୁତ୍ରକୁ ବୋଇଲାଅନ୍ତର୍ଗତେ ଶ୍ରୀକୃଷ୍ଣଙ୍କ ନାମ ସେ କରିଲା ।ବୋଇଲା ଭୋ ପ୍ରଭୁ ତୁମ୍ଭେ ଜଗତ ଜୀବନମୁଁ ତୁମ୍ଭ ଦାସର ଦାସ ପଶୁଛି ଶରଣ ।ତୁ ଦୟାସାଗର ମୋତେ ବାରେ ଦୟାକରପିତାପୁତ୍ର ଦୁହିଙ୍କି ଯେ ମାରେ କଂସାସୁର ।ନ ରଖିଲେ ଭାବଗ୍ରାହୀ ଗଲୁ ଏବେ ସରିବିନା ଦୋଷରେ ଆମ୍ଭଙ୍କୁ ପକାଉଛି ମାରି ।ଆମ୍ଭ ଦୁହିଁଙ୍କୁ ରକ୍ଷାକର ହେ ଲକ୍ଷ୍ମୀସାଇଁତୁମ୍ଭେ ନ ରଖିଲେ ନାଶଗଲୁ ଭାବଗ୍ରାହୀ ।ଅଜ୍ଞାନେ ରହିଛି କଂସ ତାର ଜ୍ଞାନ ନାହିଁନିରନ୍ତରେ ତବ ପାଦେ ମନ୍ଦ ସେ ପାଞ୍ଚଇ ।ମୋତେ ଆଜ୍ଞାଦେଲା ରାମକୃଷ୍ଣ ଗୋପୁ ଆଣଏବେ ତୋ ଆସିବା ଶୁଣି ହେଲା ଛନ୍ନଛନ୍ନ ।ତୋଟାଳିଆ ଆସି କଂସ ଆଗରେ କହିଲାତୁମ୍ଭ ଆସିବା ସମ୍ବାଦ ସେହି ଯେ ଶୁଣିଲା ।ଆହେ ଭାବଗ୍ରାହୀ ମୋତେ ମଥୁରା ପେଶିଲୁକଂସକୁ ବାରତା କହ ଯାଇ ତୁ ବୋଇଲୁ ।ତବ ଆଜ୍ଞା ଶୁଣି କଂସ ଛାମୁକୁ ଅଇଲିକଂସ ରାଜାଙ୍କୁ କହିବୁ ଦ୍ୱାରୀକୁ ବୋଇଲି ।ଦ୍ୱାରୀ ମୁଖୁ ଶୁଣି କଂସ ହୋଇଲା ବାହାରରାମକୃଷ୍ଣ ବୋଲି ଛେଦୁଅଛି ଆମ୍ଭ ଶିର ।ନ ଚିହ୍ନେ ଆମ୍ଭଙ୍କୁ ଚିତ୍ତେ ଜ୍ଞାନ ନାହିଁ ତାରକଂସକୁ ଦେଖିଣ ପାଦେ ପଡ଼ିଲି ତାହାର ।ମୋ ଉପରେ ଯହୁଁ କ୍ରୋଧ କରିଲା ରାଜନଭୟ କଂସପାଦେ ମୋର ପଡ଼ିଲା ନନ୍ଦନ ।ଦେହେ ଜ୍ଞାନ ନାହିଁ ତାର ହୋଇ ମତିଭ୍ରମଆମ୍ଭଙ୍କୁ ବୋଲୁଛି ସେହି କୃଷ୍ଣ ବଳରାମ ।ଏତେ ବୋଲି କଂସରାୟ ଖଣ୍ଡା ଝମକାଏଏ କଷ୍ଟୁ ଆମ୍ଭଙ୍କୁ ଏବେ ରଖ ଦେବରାୟେ ।ପୁତ୍ରକୁ ନ ମାରୁ ମୋତେ ମାରୁ ପଛେ କଂସତୁମ୍ଭର ପାଦେ ଶରଣ ରଖ ପୀତବାସ ।ଅକ୍ରୂର ଚିନ୍ତିଲା ଯହୁଁ ମନେ ନାରାୟଣଅନ୍ତର୍ଯ୍ୟାମୀ ନାଥ ଜାଣି ଅକ୍ରୂରର ମନ ।ଉଗ୍ରସେନ ହୃଦୟରେ ଆସି ବିଜେ କଲେକଂସର ଗର୍ବ ଦେଖିଣ ଉଗ୍ରସେନ ବୋଲେ ।ଅଜ୍ଞାନରେ କଂସ ହୋଇଅଛି ବିହ୍ୱଳିତନ ଚିହ୍ନଇ ଅକ୍ରୂରକୁ ଚଞ୍ଚଳ ତା ଚିତ୍ତ ।କ୍ରୋଧଭରେ ଅକ୍ରୂରକୁ ଖଣ୍ଡା ଝମକାଇବୋଲଇ ଉଠରେ ରାମକୃଷ୍ଣ ବେନିଭାଇ ।ଦେବକୀ ଗର୍ଭରୁ କୃଷ୍ଣ ହୋଇଅଛି ଜାତଦେଖିବ ଦେବକୀ ଆଜ ଯିବୁ ଯମପଥ ।ବକା ଅଘା ଆଦି ଯେତେ ଗଲେ ଗୋପପୁରମାଇଲୁ ଶ୍ରୀକୃଷ୍ଣ ତୁହି ଭରସା ମୋହର ।ପୁତନା ମାରି ତୁହି ତୋ ହୃଦେ ନାହିଁ ଭୟଏବେ ତୋର ମରଣକୁ ଦେଖୁ ତାଙ୍କ ପୁଅ ।ତୋହର ମରଣେ ତାଙ୍କ ମନ ହେଉ ତୋଷତାଙ୍କ ପିତା ଶତ୍ରୁ ତୁହି ହୋଇବୁ ନାଶ ।ହରଷ ହୋଇବ ତୁମ୍ଭ ମରଣକୁ ଦେଖିଆଜହୁଁ ମଥୁରା ନରନାରୀ ହେବେ ସୁଖୀ ।ପାଦେ ପଡ଼ିଲେ ମୁଁ ଆଜ ଛାଡ଼ିବି କି ତୋତେଏହି କଥା ମନେ କିରେ କରିଛୁ ପରତେ ।ଉଠି ଆରେ ରାମ କୃଷ୍ଣ ନ ହୁଅ ନିସତମାରିବି ତୁମ୍ଭଙ୍କୁ ଆଜ କରିଛି ମୁଁ ସତ୍ୟ ।ଦେବକୀ ଅଷ୍ଟମ ଗର୍ଭ ଅଟେ ମୋ ବଇରୀପାଦେ ପଡ଼ିଲେ ତୋତେ କି ଛାଡ଼ିବି ନ ମାରି ।କପଟ କରିଣ ତୋତେ ବସୁଦେବ ନେଲାଗୋପପୁରେ ନନ୍ଦ ଘରେ ଲୁଚାଇ ରଖୁଲା ।ନନ୍ଦ ଯଶୋମତୀ ତୋତେ ଥିଲେ ପ୍ରତିପାଳିଅଷ୍ଟମ ବରଷେ କାଳ ପୂରିଲା ତୋହରି ।ସର ଲବଣୀ ଖାଇ ତୁ ହୋଇଅଛୁ ମୋଟମୋର ହାତେ ତୋର ଆଜି ହେବ ମୁଣ୍ଡକାଟ ।ଏମନ୍ତ ବୋଲିଣ କଂସ ପ୍ରଜ୍ଜ୍ୱଳିତ ହେଲାଆରକ୍ତ ବର୍ଣ୍ଣ ତାହାର ନୟନ ଦିଶିଲା ।ଫରଫର ନିଶ ଦାଢ଼ି ଉଡ଼ଇ ତାହାରବୋଲେ ଯେତେ ଅଛ ମଧୁପୁର ନାରୀନର ।ଅନ୍ତଃପୁର ନାରୀଗଣ ଯେତେ ଅଛି ରହିମନ୍ତ୍ରୀମାନେ ସକଳ ହେ ଥାଅ ସାକ୍ଷୀ ହୋଇବସୁଦେବ ଦେବ ବୀର ସୋଦର ଯେ ଅଛଉଗ୍ରସେନ ତାତ ମୋର ଦେଖ ଯେ ପ୍ରତ୍ୟକ୍ଷ ।ଉଠାଇଲି ତାହାଙ୍କୁ ମୁଁ ନ ଉଠିଲେ ବେନିପାଦେ ପଡ଼ିଥାନ୍ତୁ ଏବେ ପକାଇବି ହାଣି ।ମୋ ପାଦତଳେ ପୁରିଲା ଏହାଙ୍କର କାଳସାକ୍ଷୀ ଥାଅ ତୁମ୍ଭେମାନେ ଦଶଦିଗପାଳ ।ଏତେ ବୋଲି ଖଣ୍ଡା ଝମକାଇ ଧରି କଂସବାମକରେ ଧରିଲା ଯେ ଅକ୍ରୂରର କେଶ ।ଦେଖି ମଧୁନରନାରୀ ହାହାକାର କଲେଅକ୍ରୂରକୁ କଂସ କିମ୍ପା ମାରୁଛି ବୋଇଲେ ।କୃଷ୍ଣ ବୋଲି ଅକ୍ରୂରର ଧରିଅଛି ବାଳପିତା ପୁତ୍ରଙ୍କର ଶିର କାଟିବ ଏ ଖଳ ।ଅଦୋଷୀ ଅଟନ୍ତି କିଛି ଦୋଷତାଙ୍କ ନାହିଁବାଇ ହୋଇ ତାଙ୍କ ଶିର କାଟେ ଭୋଜସାଇଁକେ ବୋଲଇ ମନ୍ତ୍ରୀ କିମ୍ପା ଦେଖନ୍ତି ନୟନବାରଣ କରନ୍ତି ନାହିଁ କିମ୍ପାଇଁ ରାଜନ ।ରାଜପାଟ ମହାଦେଈ ନ କହେ ରାଜାକୁବିନାଦୋଷେ କାହିଁପାଇଁ ମାରେ ଅକ୍ରୂରକୁ ।ଅଦୋଷୀ ମାରି ଜୀବନ ରାଜା କେତେଦିନରାଜାହେଲେ କେହ୍ନେ ତାକୁପାର ଯିବ ପୁଣ ।କେ ବୋଲଇ ଉଗ୍ରସେନ ରାଜା ହୋଇଥିଲୁଏଡ଼େ ଅନ୍ୟାୟ ତୋହର କେବେ ନ ଦେଖିଲୁ ।ଦେଖ ଦେଖ ଏବେ ତୋର ଧର୍ମ ଗଲା ନାଶବିନାଦୋଷେ ଅକ୍ରୂରକୁ କରୁଅଛି ନାଶ ।ଧିକ ତୁମ୍ଭର ଜୀବନ ଧିକ୍କ ଜନ୍ମ ଆଉତୁମ୍ଭେ ଥାଉଁ ମଧୁପୁର ଅନାସ୍ଥା ଆଜହୁଁ ।ଏ ଦୁଷ୍ଟ କଂସକୁ ଯାହା କରିଛି ରାଜନରାଜ୍ୟଭାର ଦେଇ ତାକୁ ହୋଇଲା ମଉନ ।ମଧୁନାରୀମାନେ ଏବେ ହୋଇଲେ ବିକଳଦେଖିଣ ନ ଛାଡ଼େ କଂସ ଅକ୍ରୂରର ବାଳ ।ନଗ୍ରନାରୀଙ୍କ ବଚନ ଶୁଣି ଉଗ୍ରସେନବିଚାରେ ମନେ କଂସର ହୋଇଲା ମରଣ ।ଯେବଣ କରରେ ଖଣ୍ଡା ଧରିଛି ରାଜନସେ ହସ୍ତ ଧରିଲା ଯାଇ ଶୀଘ୍ର ଉଗ୍ରସେନ ।କିରେ କିରେ କଂସ ବାଇହୋଇଲୁ ବୋଇଲାଆଜି କିରେ ଧାତାଆସି ତୋତେ ବାମହେଲାକିରେ କଂସ ତୋର ମୁଣ୍ଡେ ଭୂତ ଲାଗିଅଛିକିଅବା ବ୍ରହ୍ମରାକ୍ଷସ ତୋ ମୁଣ୍ଡେ ବସିଛି ।ବିଧାତା ଆଜି କି ତୋତେ ହୋଇଅଛି ବାମଜ୍ଞାନ ନାଶ ହେଲା ତେଣୁ ହେଲୁ ମତିଭ୍ରମ ।ବେନିଚକ୍ଷୁ ଥାଉଁ କିରେ ହୋଇଅଛୁ କଣାଦେଖୁ ଦେଖୁ ବାଟ ତୁରେ ହେଉଅଛୁ ବଣା ।ତୋର ବୋଲେ ଅକ୍ରୂର ଯେ ଗୋପପୁରଗଲାରାମକୃଷ୍ଣ ଆଣି ମଧୁବନରେ ରଖିଲା ।କୃଷ୍ଣର ସନ୍ଦେଶ ତୋତେ ଆସିଲାକ କହିଦ୍ୱାରୀକୁ ପେଶିଲା ତୋର ସମ୍ବାଦ ଦିଆଇ ।ଦ୍ୱାରୀ ମୁଖରୁ ଶୁଣିଣ ଆସିଲୁ ତୁରିତଅକ୍ରୂର ଦେଖିଣ ତୋତେ ଯୋଡ଼ି ବେନି ହସ୍ତ ।ତୋର ପାଦତଳେ ପଡ଼ି କରୁଛି ଦର୍ଶନପୁତ୍ରକୁ ଧରି ଅକ୍ରୂର ପଡ଼ିଛି ଚରଣ ।ବୁଦ୍ଧି କେଣେ ଗଲା ତୋର ତାକୁ ନଚିହ୍ନିଲୁଅକ୍ରୂର ପୁତ୍ରକୁ ରାମକୃଷ୍ଣ ତୁ ମଣିଲୁ ।ଦିଗବିଜେ କରି ସ୍ୱର୍ଗ ଆଦି ପୁର ତିନିବୁଦ୍ଧି ବଳରେ କଂସ ତୁ ଦେବଗଣ ଜିଣି ।ଏବେ ସେହି ବୁଦ୍ଧି ତୋର କେଉଁଆଡ଼େ ଗଲାବାଇ ହେଲୁ କଂସ ଏବେ ତୋ ବୁଦ୍ଧି ଭ୍ରମିଲା ।ତେଣୁ ସେ ଅକ୍ରୂର ଗୋପପୁର ଯାଇଥିଲା ।ଶ୍ରୀକୃଷ୍ଣ ସନ୍ତୋଷ ତାକୁ ବିଷ୍ଣୁ ତେଜ ଦେଲା ।ସେ ତେଜକୁ ବାଇ ଯେବେ କୃଷ୍ଣକୁ ଦେଖିବୁଖଣ୍ଡା ତୋହର ହସ୍ତରୁ ଝଡ଼ିବ ମରିବୁ ।ଦୁର୍ଗା କହିଗଲେ ଯାହା ତାହା ପାସୋରିଲୁନାରଦ କହିବା କଥା କର୍ଣ୍ଣେ ନ ଶୁଣିଲୁ ।ଦେବକୀ ଅଷ୍ଟମ ଗର୍ଭେ ହେବ ଯେଉଁ ସୁତତାହାର ହସ୍ତରେ ତୁହି ହେବୁପ୍ରାଣେ ହତ ।ଏବେ ଦେବକୀ ଅଷ୍ଟମ ଗର୍ଭର ନନ୍ଦନଅଷ୍ଟମ ବରଷ ଏବେ ହୋଇଛି ସମ୍ପୂର୍ଣ୍ଣ ।ଏ ତୋତେ ମନ୍ଦ ବୁଦ୍ଧି ଦେଲାରେ ଶିଖାଇଗାପରୁ ଶ୍ରୀକୃଷ୍ଣ କିମ୍ବା ଆଣିଲୁ ଡକାଇ ।ପାଷାଣ ଫିଙ୍ଗି କିମ୍ପାଇଁ ପାତିଲୁ ତୁ ଶିରଜଳନ୍ତା ଅନଳ କଲୁ ମୁଖରେ ଆହାର ।ଏବେ ଏକ ବୁଦ୍ଧିଅଛି ଶୁଣରେ ରାଜନଅକ୍ରୂରଠାରେ ପ୍ରୀତି ତୁ କରିହେ ବହନ ।କୃଷ୍ଣଙ୍କୁ ମଧୁବନୁ ଫେରାଇ ସେ ନେବଅମର ହୋଇବୁ କଲେ କୃଷ୍ଣେ ପ୍ରୀତିଭାବ ।ମୁହିଁ ଅଟେ ତୋର ତାତ ମୋର ବୋଲକରଏହି ମଧୁପୁର କଂସ ଅନାଥ ନକର ।ଶ୍ରୀକୃଷ୍ଣ ପାଶେ ଶରଣ ଏବେ ପଶ ଯାଇରଖିବେ ଶରଣ ଗଲେ ତୋତେ ଭାବଗ୍ରାହୀ ।ଶରଣ ପଞ୍ଜର ବାନା ଅଟଇ ତାହାରଯେ ଭାବଇ ହୃଦୟରେ ତାହାର ପୟର ।ହେତିପ୍ରହେତି ଯେତେକ ମୋର ବଧୂଗଣତୋରବିନା ଅନାଥ ସେ ହେବେ ନିଶ୍ଚେ ଜାଣ ।ମଥୁରାର ନରନାରୀ ଯେତେକ ଅଛନ୍ତିତୋ ବିନା ଅନାଥ ସେହୁ ହୋଇବେ ନୃପତି ।ଛାଡ଼ ମନୁ କ୍ରୋଧ ଆଉ ନୁହ ହତଜ୍ଞାନଅଜ୍ଞାନ ନହୋଇ ତୁହି ସ୍ଥିର କର ମନ ।ଉଗ୍ରସେନର ବଚନ ଶୁଣି ଯେ ରାଜନଏକଥା ଶୁଣିଲେ ମଧ୍ୟ ଗୋପପୁର ଜନ ।ଶୁଣିଣ ଏକଥା କଂସ କ୍ରୋଧ ଦୂର କଲାମଉନ ହୋଇ ରହିଲା ଦୃମିଳାର ବଳା ।ଯହୁଁ ଉଗ୍ରସେନ କଥା ହୃଦରେ ପଶିଲାଅଜ୍ଞାନ ଯାଇଣ ସଦଜ୍ଞାନ ପ୍ରକାଶିଲା ।ଚିତ୍ତଭ୍ରମ ଗଲା ତାର ଜ୍ଞାନ ହେଲା ଜାତଚଉଦିଗକୁ ଚାହିଁଣ ହୋଇଲା ଚକିତ ।ସ୍ୱପନ ପରାୟେ କଂସ ସବୁ ପାସୋରିଲାଶଙ୍ଖଧ୍ୱନି ବାଦ୍ୟ ଯହୁଁ କରେ ଶୁଣିଲା ।ଦେଖିଲାକ ମଧୁପୁର ନରନାରୀ ଯେତେଅନ୍ତଃପୁର ନାରୀମାନେ ଅଛନ୍ତି ସମସ୍ତେ ।ଦେଖୁଛନ୍ତି ମନ୍ତ୍ରୀମାନେ କଂସକୁ ସମସ୍ତେଅକ୍ରୂରର ସୁତ ପଡ଼ିଅଛି କଂସ ପାଦେ ।ଅକ୍ରୂର କେଶକୁ ଧରିଅଛି ବାମକରେଦକ୍ଷିଣ କରେ ଧରିଛି ଖଣ୍ଡା କୋପଭରେ ।ସମ୍ମୁଖରେ ଉଗ୍ରସେନ ଅଛି ଉଭା ହୋଇବନ୍ଦୀହୋଇ ବସୁଦେବ ଦେବକୀ ଅଛଇ ।ଉଗ୍ରସେନକୁ ଚାହିଁଣ ବୋଲଇ କାତରେକାହିଁପାଇଁ ନଗ୍ରଯାକ ଅଛନ୍ତି ଏଠାରେ ।କାହିଁପାଇଁ ବାଦ୍ୟଶଙ୍ଖ ବାଜେ ଘନ ଘନକାହିଁପାଇଁଛନ୍ତି ଅନ୍ତଃପୁର ନାରୀଗଣ ।କାହିଁକି ମନ୍ତ୍ରୀମାନେ ଛନ୍ତି ମୌନ ହୋଇହୁଳହୁଳି କିମ୍ପା ମଧୁପୁରରେ ପଡ଼ଇ ।କଂସର ବଚନ ଶୁଣି କହେ ଉଗ୍ରସେନହୋଇଲୁଣି ଚିତ୍ତଭ୍ରମ ତୁହିରେ ଅଜ୍ଞାନ ।ତୋହର ଆଜ୍ଞାରେ ସର୍ବେ ହୋଇଛନ୍ତି ଠୁଳଦେଖ ଅଜ୍ଞାନେ କାହାର ଧରିଅଛୁ ବାଳ ।ଉଗ୍ରସେନ ବଚନରେ ହେତୁ ହୋଇ କଂସଅକ୍ରୂରର ମୁଖଦେଖି ଛାଡ଼ିଦେଲା କେଶ ।କୋଳାଗ୍ରତେ ଅକ୍ରୂରକୁ ଆଲିଙ୍ଗନ କଲାମନଦୁଃଖ ନକର ତୁ ବୋଲିଣ ବୋଇଲା ।ଆଶ୍ୱାସ ବଚନ ତାକୁ ଅନେକ କହିଲାଅକ୍ରୂର ପୁତ୍ରକୁ ପାଦତଳୁ ଉଠାଇଲା ।ମୁଖେ ଚୁମ୍ବ ଦେଇକରି ଦେହ ଆଉଁଷଇବୋଇଲା କିମ୍ପାଇଁ ମୋର ପାଦେଥିଲୁ ଶୋଇ ।ପୁଣି କହିଲାରେ ସୁତ ମନ୍ଦବୁଦ୍ଧି କଲିତୁହି ମୋର ପୁତ୍ର ତୋତେ ପାପ ମୁଁ ଚିନ୍ତିଲି ।ଖଣ୍ଡାଧରି ତୋତେ ମୁହଁ ମାରୁଥିଲି ବଳାତୋର ହୃଦ ମୋତେ କୃଷ୍ଣ ପ୍ରାୟେକ ଦିଶିଲା ।ତୁହି ରାମ ପ୍ରାୟେ ମୋତେ ଦିଶିଲୁ ନନ୍ଦନମତିଭ୍ରମ ହେଲା ମୋର ହୋଇଲି ଅଜ୍ଞାନ ।ମୋ ତାତ କହିବାମାତ୍ରେ ପାଇଲି ଚେତନାମୋର ଦୋଷ ନ ଧରିବୁ ତୁ ମୋ ବାପସିନାନିଜର ଘରକୁ ତୋର ଯାଅରେ ନନ୍ଦନମାତା କାନ୍ଦୁଥିବ ତୋର ଧ୍ୟାୟି ଗୁଣମାନ ।ଅକ୍ରୂରର କର ଧରି ବୋଲଇ ରାଜନବୋଲଇ ଅକ୍ରୂର ତୁହି ଶୁଣ ମୋ ବଚନ ।କାହିଁପାଇଁ ଚିତ୍ତଭ୍ରମ ଆଜି ମୋ ହୋଇଲା ।କେଜାଣି ବିଧାତା ମୋତେ କେଉଁବୁଦ୍ଧି ଦେଲାଦିଶିଲୁ ଦେବକୀ ସୁତ ପ୍ରାୟ ତୁହି ମୋତେତେଣୁକରି ହୃଦେଭୟ ହେଲା ମୋର ତୋତେ ।ପୁଣି ସେହୁ ନଗରର ନାରୀଙ୍କୁ ଦେଖିଲାଯେ ଯାହା ଘରକୁ ତୁମ୍ଭେଯାଅଗୋ ବୋଇଲା ।ଶୁଣି ଅନ୍ତଃପୁର ନାରୀଗଲେ ଅପସରିମନ୍ତ୍ରୀମାନେ ତହୁଁ ଗଲେ ମନେ ଭୟକରି ।ଉଗ୍ରସେନକୁ ଚାହିଁଣ ବୋଲଇ ରାଜନନନ୍ଦ ରାମ କୃଷ୍ଣ ତିନି ଛନ୍ତି ମଧୁବନ ।ଭଣ୍ଡାରରୁ ସଞ୍ଚାମାନ ବେଗେ ତାଙ୍କୁ ଦିଅସନ୍ତୋଷ ହେବେ ଖାଇଲେ ଗୋପପୁର ପୁଅ ।ଏତେ କହି ଅକ୍ରୂରର କର ଧରି କଂସଅନ୍ତଃପୁର ମଧ୍ୟେ ଯାଇ ହୋଇଲା ପ୍ରବେଶ ।ରାଜଭୋଗ୍ୟ ଅଳଙ୍କାର ମାନ ସେ ଆଣିଲାଅକ୍ରୂର ଅଙ୍ଗରେ ନେଇ ଆଭରଣ କଲା ।ଦେବାଙ୍ଗ ବସନ କଂସ ପିନ୍ଧାଇଲା ନେଇଅଷ୍ଟରତ୍ନରେ ମଣ୍ଡିଲା ଅକ୍ରୂରର ଦେହୀ ।କର୍ପୂର କସ୍ତୁରୀ ତାର ଅଙ୍ଗରେ ବୋଳିଲାସୁବାସିତ ପୁଷ୍ପମାଳ କଣ୍ଠେ ଲମ୍ବାଇଲା ।ହେତି ପ୍ରହେତିକି କଂସ କହଇ ବଚନଅକ୍ରୂରର ପାଦେ ସେବ ଯେତେ ନାରୀଗଣ ।ହଂସକ ଡିମ୍ବକ ପୁଣି ପୁତ୍ର କର ଧରିଅକ୍ରୂର ହସ୍ତରେ କଂସ ସମର୍ପଣ କରି ।ବେନିକର ଯୋଡ଼ି ନିଜେ ଆଗେ ଉଭା ହେଲାତାହା ଦେଖି ଅକ୍ରୂରର ଭୟ ଉପୁଜିଲା ।ବୋଇଲା ରାଜନ ତୁହି ହୋଇଲୁ କି ବାଇଅନୀତି କଥାମାନ ତୁ କରୁଛୁ କିମ୍ପାଇଁ ।ନ କରିବି ଯେବେ ମୁହିଁ ଯାହା ଆଜ୍ଞା ଦେବୁତୋର ଭୃତ୍ୟ ସିନା ମୁହିଁ ଦଣ୍ଡ ତୁ ବିହିବୁ ।ଯେବେ ତୁହି ରାଜା ହୋଇ ଯୋଡୁ ବେନିକରଜାଣିଲି ପେଶିବୁ ମୋତେ ନିଶ୍ଚେ ଯମପୁର ।ଅକ୍ରୂର ବଚନ ଶୁଣି କହେ କଂସରାୟେତୋତେ ସିନା ମୁହିଁ ଆଜି ମାଗୁଛି କଥାଏ ।ମଧୁପୁରେ ଆଜିଠାରୁ ହେଲୁ ଯୁବରାଜନିଶ୍ଚିନ୍ତରେ ଭୋଗକର ତୋତେ ଦେଲି ରାଜ୍ୟହଂସକ ଡିମ୍ବକ ଯେତେ ରାଣୀ ଛନ୍ତି ମୋରମୋ ଭାବକୁ ଖଟିଥିବେ ତୋ ପାଦ ତଳର ।ମଧୁପୁର ଜନ ପ୍ରଜା ଧନ ଆୟମାନଆଜିଠାରୁ ତୋତେ ମୁହିଁ କଲି ସମର୍ପଣ ।ଏତେ ବୋଲି କଂସ ରାଜା କହେ ନମ୍ର ହୋଇଶୋକଭରେ ତା ନୟନୁ ଲୋତକ ଗଳଇ ।ବୋଲଇ ଆଜହୁଁ କିଣା ହେଲି ମୁଁ ତୋହରକାକୁସ୍ଥ ହୋଇଣ କଂସ ଯୋଡ଼ି ବେନିକର ।ଅକ୍ରୂରକୁ ବୋଲେ କଥାଏ ମାଗୁଛି ତୋତେମାଗିବି ମୁଁ ତୋତେଯାହା ତାହା ଦେବୁ ମୋତେକାହାକୁ କହିବୁ ନାହିଁ ମନେଥିବୁ ରଖିମାଗିବି ଦେବୁ ଏଥିକି ଧର୍ମ ଅଛି ସାକ୍ଷୀ ।ସତ୍ୟକରି ଯେବେ ମୋର ପାଦକୁ ଛୁଇଁବୁତେବେ ମୁଁ ମାଗିବି ମୋତେ ଆନ ନ କରିବୁ ।ମୁହିଁ ଦୋଷ କଲି ତୋତେ ଯାହା ମାରୁଥିଲିଚିତ୍ତଭ୍ରମ ହେଲା ମୋର ଜାଣି ନ ପାରିଲି ।ମୋହର ତାତ ସଚେତ କରାଇଲେ ଯହୁଁଅଜ୍ଞାନ ମୋହର ଗଲା ଜ୍ଞାନ ଉଦେ ତହୁଁ ।ସେହି କଥାମାନ ତୁହି ମନରେ ନ ଧରଆଜହୁଁ ଶରଣ ମୁହିଁ ଗଲି ତୋ ପୟର ।ଅକ୍ରୂର ବୋଲେ ସମସ୍ତ ପାରେ ମୁହିଁ କରିରାମ କୃଷ୍ଣ ବେନିଭାଇ ନ ପାରିବି ମାରି ।ଦେଖିଲୁ ତ ଯେତେ ଯେତେ ଦୂତ ପେଶିଥିଲୁକୃଷ୍ଣ ସଭିଙ୍କୁ ମାଇଲା ବାର୍ତ୍ତା ନ ପାଇଲୁ ।ମୋତେ ବୋଇଲେ କୃଷ୍ଣଙ୍କୁ କର ପ୍ରାଣେନାଶତୋଆଜ୍ଞାରେ ଆସିଲେ ମୋସଙ୍ଗେ ମଧୁଦେଶସାକ୍ଷାତେ ବ୍ରହ୍ମ ଅଟନ୍ତି ସେହି ବେନିଭାଇଆମ୍ଭେ ମାଇଲେ ତାଙ୍କର କେବେ ମୃତ୍ୟୁନୋହି ।ଏ କଥାକୁ ଛାଡ଼ି ମୋତେ ମାଗ ତୁ ରାଜନଦେବଇ ମାଗିବୁ ଯାହା ସତ୍ୟ ମୋ ବଚନ ।ଅକ୍ରୂର ମୁଖରୁ କଂସ ଏ ବଚନ ଶୁଣିବୋଲଇ ଶୁଣ ଅକ୍ରୂର ମନ୍ତ୍ରୀ ଚୂଡ଼ାମଣି ।ମୋର ଆଜ୍ଞା ଘେନି ତୁହି ଗୋପପୁର ଗଲୁମଧୁବନେ ଆଣି ସେହି କୃଷ୍ଣଙ୍କୁ ରଖିଲୁ ।ଭଲ କଥା କଲୁ ଭିତରକୁ ନ ଆଣିଲୁଗଉଡ଼ଙ୍କ କଥା ଜାଣି ବାହାରେ ରଖିଲୁ ।ହୁରି ଜୁରି କରନ୍ତେ ଯେ ପଶିଣ ନଗରଏବେ କଥାଏ ଅକ୍ରୂର ମୋର ବୋଲକର ।ରତ୍ନ ବସନ ବହୁତ ଭଣ୍ଡାରରୁ ମୋରସୂପକାରମାନେ ବୋହି ନ୍ୟନ୍ତୁ ଉପହାର ।ବତ୍ସା ଧେନୁମାନ ବୋଲି ନିଅ ତୁ ବହୁତରାମ କୃଷ୍ଣ ଦେଇକରି ତୋଷକର ଚିତ୍ତ ।ସବୁ ଗୋପାଳଙ୍କୁ ତୁହି ଦେବୁ ଅଳଙ୍କାରଯାହାକୁ ଯେମନ୍ତ ସଜ ଦିଶିବ ସୁନ୍ଦର ।ଦେବାଙ୍ଗ ବସନ ନେଇ ତାଙ୍କୁ ପିନ୍ଧାଇବୁବହୁତ ସର ଲବଣୀ ତାଙ୍କୁ ନେଇ ଦେବୁ ।ଦଧିସର ଲବଣୀରେ ଗଉଡ଼େ ସନ୍ତୋଷପୃଥୁଳା ଧେନୁ ଦେଖିଲେ ହୋଇଯିବେ ତୋଷବୋଲିବ ରାଜା ତୁମ୍ଭଙ୍କୁ ହୋଇଲେ ହରଷମୋର ଅଜ୍ଞାନେ ଆସି ଭାଙ୍ଗିଲେ ମଧୁଦେଶ ।ଆଜୁ ଗୋପପୁର କର ନ ଦେବଟି କିଛିନିଶ୍ଚିନ୍ତରେ ଥାନ୍ତୁ ଗୋପେ ଦେବକୀର ବତ୍ସି ।ଦେବକୀ ବସୁଦେବର ଚରଣ ଶାଙ୍କୋଳୀ ।ଫିଟାଇ ଦେଉଛି ମୁହିଁ ନେଇ ବନମାଳୀ ।କହିବୁ ଗୋପକୁ କଂସ ପେଶିଥିଲା ଦୂତଗୋପୀମାନେ ବାର୍ତ୍ତାଦେଲେ ମୋପାଶେ ଏମନ୍ତଶ୍ରୀକୃଷ୍ଣଙ୍କୁ ବାହୁଡ଼ାଇ ଦେବେ ରାୟ କଂସନହେଲେ ସ୍ତ୍ରୀହତ୍ୟା ନେବେ ହୋଇବୁ ବିନାଶତେଣୁ କଂସରାଜା ଯେ କ୍ରୋଧକୁ କଲେ ଦୂରତୁମ୍ଭେ ଗୋପେ ଫେରିଯାଅ ବୋଲିଛନ୍ତି ଗୀରବୋଇଲା ରହୁବରରେ ରାମକୃଷ୍ଣ ନେବୁଗୋପରେ ଯଶୋଦାଗୋପୀ ଆଗରେତୁ ଦେବୁବସୁଦେବ ଦେବକୀକୁ ନେବୁ ସଙ୍ଗତରବିଶ୍ୱାସ କରିଛି କୃଷ୍ଣ ତୋତେରେ ଅକ୍ରୂର ।ଯେତେ ଦୂତ ଗଲେ ଗୋପେ ସମସ୍ତ ମାଇଲାତୋର କଥା ସତ କରି ଯେ ସିନା ଆସିଲା ।ଅନେକ ପ୍ରକାର କହି କୃଷ୍ଣ ଫେରାଇବୁନ ଜାଣିବେ କୃଷ୍ଣ ଯେଉଁପରି ତୁ କରିବୁ ।ତୁହି ହୋ ଅକ୍ରୂର ମୋତେ ଉପକାର କରଯେମନ୍ତେ ଫେରିବେ ରାମକୃଷ୍ଣ ଗୋପପୁର ।ଯାହା କହିଥିଲେ ଦୁର୍ଗା ହେଲା ତା ଘଟଣକୃଷ୍ଣଙ୍କୁ ବରଷ ଅଷ୍ଟ ହୋଇଛି ସମ୍ପୂର୍ଣ୍ଣ ।ଯେବେ ଗୋପପୁର ଆଜ କୃଷ୍ଣ ଫେରିଯିବେଅଷ୍ଟମ ବରଷ ଗଲେ ମୋତେ ସେ ମାରିବେ ।ଗୋପପୁରେ ଆଉ ଦୂତ ପଠାଇବି ନାହିଁକାହିଁପାଇଁ ମଧୁପୁର ଆସିବେ ସେ ଧାଇଁ ।କାହିଁପାଇଁ ସେହି ମୋତେ କରିବେଟି ନାଶକୃଷ୍ଣଙ୍କୁ ଆଜହୁଁ ମୁହିଁ କରିବି ବିଶ୍ୱାସ ।ଅପ୍ରେତଚ ରଷି ଶାପ ଦେଇଛନ୍ତି ସିନାଗୋପକୁ ଗଲେ ମୋହର ଫାଟିବ ମୂର୍ଦ୍ଧନା ।ଶ୍ରୀକୃଷ୍ଣଙ୍କୁ ମଧୁପୁର ଆଉ ନ ଡାକିବିଗଉଡ଼ଙ୍କ ସଙ୍ଗେ ମୁହିଁ ପ୍ରୀତି ବଢ଼ାଇବି ।ଯେମନ୍ତ ଶ୍ରୀକୃଷ୍ଣ ଆଦି ଗୋପକୁ ଫେରିବତେମନ୍ତ କଥା ଅକ୍ରୂର ତୁମ୍ଭେଟି କରିବ ।ସେହି ଭାବ କହି କଂସ ଅକ୍ରୂରକୁ କହିକଂସର ବଚନ ଶୁଣି ଅକ୍ରୂର ଭାବଇ ।ଶ୍ରୀକୃଷ୍ଣଙ୍କୁ ଫେରାଇଲେ ନ ଫେରିବେ ସେହିଶୂନ୍ୟେ ଦୈବବାଣୀ ମୁହିଁ କର୍ଣ୍ଣେ ଶୁଣିଛଇଁ ।ଦେବଙ୍କୁ ଅସୁରେ ଯହୁଁ କରିଲେ ଆକ୍ରାନ୍ତତହୁଁ ନରଦେହେ ବିଷ୍ଣୁ ହୋଇଛନ୍ତି ଜାତ ।ମାରିବେ ଅସୁରକୁଳ ତାରି ଭକ୍ତଜନକେମନ୍ତେ ଫେରିବେ କୃଷ୍ଣ ମୋ କଥାରେ ପୁଣାକୃଷ୍ଣ କହିଛନ୍ତି କାଲି କଂସକୁ ମାରିବିମୋ ପିତା ଚରଣୁ ମୁହିଁ ଶାଙ୍କୋଳୀ ଫେଡ଼ିବି ।ଉଗ୍ରସେନକୁ ଏଠାରେ କରିବି ନୃପତିଏମନ୍ତ ବୋଲିଣ କୃଷ୍ଣ ମୋତେ କହିଛନ୍ତି ।କଂସେ ଭୟ କରି ପୁଣି କହଇ ଅକ୍ରୂରକଥାଏ କହିବି ମୁହିଁ ଶୁଣ ନୃପବର ।ଶରଣ ପଞ୍ଜର ବାନା କୃଷ୍ଣର ଅଟଇମୋ ବୋଲେ ଶରଣ ପଶ ଆହେ ଭୋଜସାଇଁଶରଣ ପଶିଲେ ତୋର ନାହିଁ ଭୟ ଭ୍ରାନ୍ତିମଧୁପୁରେ ନିଶ୍ଚିନ୍ତରେ ଥିବ ହେ ନୃପତିଶ୍ରୀକୃଷ୍ଣ ଯାହା ବୋଲିବେ ତାହା ତୁ କରିବୁତେବେ ସିନା କୃଷ୍ଣଙ୍କୁ ତୁ ଫେରାଇ ପାରିବୁ ।ତେବେ ସିନା ତୋତେ କରିପାରିବେ ଅମରମନୁ କ୍ରୋଧ ଛାଡ଼ି ତୁହି ମୋର ବୋଲ କର ।ଜାଣୁ ଜାଣୁ ଅନଳରେ ନ ପଶ ଧସାଇଶରଣ ପଶିଲେ କୃଷ୍ଣ ରହିବେଟି ନାହିଁ ।ସେ କୃଷ୍ଣ ଭକ୍ତବତ୍ସଳ ଜାଣନ୍ତି ସକଳେଦ୍ରୋହ ଅରଜିଛୁ ଆମ୍ଭେ ତାହାର ପାଶରେ ।ଅକ୍ରୂର ବଚନ ଶୁଣି କଂସ ପ୍ରଜ୍ୱଳିତକ୍ରୋଧେ ଥରହର ତନୁ ଆରକ୍ତ ତା ନେତ୍ର ।ନିଶ ଫରଫର ଉଡ଼େ ତାର କ୍ରୋଧଭରେଖଣ୍ଡା ଝମକାଇ ସେହୁ ରେରେକାର କରେ ।ବୋଇଲା ଅକ୍ରୂର ଆରେ ପ୍ରତାପ ମୋ ଦେଖମାରିବି ରାମକୃଷ୍ଣଙ୍କୁ ପାରିଲେ ତୁ ରଖ ।କହିଲି କୃଷ୍ଣଙ୍କୁ ତୁହିଁ ଫେରା ଗୋପପୁରତୁ ବୋଲୁଶରଣ ପଶ କୃଷ୍ଣର ପୟର ।ଜିଣିଲି ପାତାଳ ମଞ୍ଚ ସ୍ୱର୍ଗ ବାହୁବଳେଶରଣ ପଶିବି କିମ୍ପା ଗୌଡ଼ ପାଦଦଳେ ।ଗଉଡ଼ ସିନା ମୋହର ଅଟନ୍ତି ବଇରୀଦେଖିବୁ ଅକ୍ରୂର ଆଜ ପକାଇବି ମାରି ।ପୁତନା ଅଘା ବକାର ପ୍ରାୟ ଅଛୁ ମଣିବେନି ଭାଇଙ୍କର ଶିର ପକାଇବି ହାଣି ।ଏତେକ ବୋଲିଣ ଖଣ୍ଡା ଝମକାଏ ରାୟେପ୍ରତାପ ଦେଖି ଅକ୍ରୂର ମନେ ଚିନ୍ତେ ଭୟେ ।କିଛି ନ କହି କଂସକୁ ହୋଇଲା ମଉନମନେ ବିଚାରେ ଏହାର ହୋଇଲା ମରଣ ।ବେଳୁବେଳ ବଢ଼ି କଂସ କରଇ ପ୍ରତାପଗର୍ଜନରେ ଅନ୍ତଃପୁର ହୋଇଲା ପ୍ରକମ୍ପ ।ପୁଣି ରେରେକାର କରି ଗର୍ଜ୍ଜନ କରିଲାମଲୁରେ ଶ୍ରୀକୃଷ୍ଣ ବୋଲି ଉଚ୍ଚରେ ଡାକିଲା ।ଗର୍ଜ୍ଜନରେ ମଧୁପୁର ହେଲା ଥରହରଏ ଗର୍ଜନ ଶୁଣି ନନ୍ଦ ହୋଇଲେ କାତର ।ଗୋପାଳେ ଭୟରେ ରାମକୃଷ୍ଣ କୋଳକଲେଚକିତ ହୋଇଣ କୃଷ୍ଣ ଚୌଦିଗ ଚାହିଁଲେ ।ଅଳାଳେ ମେଘ ଗର୍ଜନ ମନରେ ଭାବିଲେନିର୍ଘାତ ପଡ଼ିଲା କଂସ ମରିବ ଏ କାଳେ ।ଏଣେ ଅନ୍ତର୍ଯ୍ୟାମୀ ନାଥ ମନରେ ଜାଣିଲେଅନ୍ତଃପୁରେ କଂସକ୍ରୋଧେ ଗର୍ଜ୍ଜିଲା ବୋଇଲେ ।ଅକ୍ରୂର କଥା ଶୁଣି ସେ କ୍ରୋଧଭର ହେଲାଜାଣିଲି କଂସର ମୃତ୍ୟୁକାଳ ପ୍ରବେଶିଲା ।ମରିବାର କାଳେ କଂସ କରଇ ଗର୍ଜ୍ଜନନିଶ୍ଚେ କାଲି ଏହୁ ଯିବ ଯମର ଭୁବନ ।କଂସ ଗର୍ଜ୍ଜନ ଶୁଣିଲେ ସ୍ୱର୍ଗଦେବ ଯହୁଁକଂସ ମଲା ବୋଲି ମଧୁପୁରେ ଗଲେ ତହୁଁ ।ଦେବଗଣ ମଧୁବନେ କୃଷ୍ଣଙ୍କୁ ଦେଖିଲେକୃଷ୍ଣଙ୍କୁ ଦେଖିଣ ଦେବ ତହୁଁ ବାହୁଡ଼ିଲେ ।ପାତାଳେ ବାସୁକୀ ଶୁଣି ହୋଇଲା ଚକିତଭାବିଲେ ଯେ ମଧୁପୁରେ ପଡ଼ିଲା ନିର୍ଘାତ ।କଂସ ମଲା ବୋଲି ସର୍ବେ ମନେ ବିଚାରିଲେଆଜୁ ତିନିପୁର ଭୟ ଗଲା ମନେକଲେ ।ପୁଣି କଂସରାୟେ ମନେ କ୍ରୋଧ ଶାନ୍ତି କଲାହେତି ପ୍ରହେତିକୁ ଆଣି କୋଳେ ବସାଇଲା ।ଚାଟୁବଚନେ କହଇ ଚାହିଁ ଅକ୍ରୂରକୁଭୟେ ଉତ୍ତର ନଦିଏ ଅକ୍ରୂର କଂସକୁ ।ଦୁଇରାଣୀ କରଯୋଡ଼ି କଂସକୁ କହିଲେତହୁଁ କଂସ ନୃପ ନିଜ କୋପ ଶାନ୍ତ କଲେ ।ଭୋ ନାଥ ଆମ୍ଭମାନଙ୍କୁ ତୁମ୍ଭେ ଦୟାକରହଂସକ ଡିମ୍ବକ ତୋର ବାଳୁତ କୁମର ।ଶ୍ରୀକୃଷ୍ଣ ସଙ୍ଗରେ ଦ୍ୱନ୍ଦ୍ୱ ନକର ହୋ ରାୟେସୋଦର ଭଣଜା ତୁମ୍ଭ ଦେବକୀ ତନୟେ ।ଜଗତେ ବୋଲନ୍ତି କୃଷ୍ଣ ସ୍ୱୟଂ ନାରାୟଣଅସୁରକୁ ମାରିବାକୁ ହୋଇଅଛି ଜନ୍ମ ।ବାପଘରେ ଥାଇ ଆମ୍ଭେମାନେ ଅଛୁ ଶୁଣିଦେବକୀର ଗର୍ଭେ ଜାତହେବ ଚକ୍ରପାଣି ।ଭାରତ ମଣ୍ଡଳ ସେହୁ ଭିଆଣ କରିବେଦୁଷ୍ଟ ଜନମାନଙ୍କୁ ସେ ସମୂଳେ ନାଶିବେ ।ଶାପରୁ ଅସୁରମାନେ ହୋଇଛନ୍ତି ଜାତକୃଷ୍ଣ ହସ୍ତେ ମରି ସେହୁ ହୋଇବେ ମୁକତ ।ପୃଥ୍ୱୀ ଭାରା ଉଶ୍ୱାସି ସେ କୁଳ ସଂହାରିବେତେବେ ରାମକୃଷ୍ଣ ବେନି ନିଜ ଧାମେ ଯିବେ ।ବେଦରୁ ସମ୍ଭୂତ ଏହୁ ବ୍ରହ୍ମାର ବଚନଶୁଣିଥିଲୁ କର୍ଣ୍ଣେ ଯାହା ଦେଖିଲୁ ନୟନ ।ନକର କୃଷ୍ଣେ ଅପ୍ରୀତି ପାଦେ ପଡୁଅଛୁନକର ଅନାଥ କର ଯୋଡ଼ିଣ ମାଗୁଛୁ ।ଅନ୍ତଃପୁରେ ତୁମ୍ଭେ ରହିଥାଅ ହେ ରାଜନଅକ୍ରୂର ପେଶି ଆଣିଛି ଦେବକୀ ନନ୍ଦନ ।ଭଣଜା ଆମ୍ଭର ସେହି ତା ପାଦେ ପଡ଼ିବୁଚାଟୁ ବଚନ କହିଣ ବାହୁଡ଼ାଇ ଦେବୁ ।ହେତି ପ୍ରହେତି ବଚନ କଂସରାୟ ଶୁଣିବୋଲଇ ଶୁଣ ହେ ଜରାସନ୍ଧର ନନ୍ଦିନୀ ।ବୋଇଲା ବେଦରେ ତାହା ଶୁଣିଅଛୁ ଆମ୍ଭେଦେବକୀ ଗର୍ଭରେ ଜାତ ନାରାୟଣ ହେବେ ।ଅସୁରମାନଙ୍କୁ ସେହି କରି ପ୍ରାଣେ ହତଶ୍ରୀକୃଷ୍ଣ ହସ୍ତରେ ମରି ହୋଇବେ ମୁକତ ।ସେ କୃଷ୍ଣ ଅଟନ୍ତି ଯେବେ ସ୍ୱୟଂ ନାରାୟଣତାହାର ହସ୍ତରେ ମଲେ ହୋଇବି କାରଣ ।ମୋହର ଭାଗ୍ୟରେ ଯେବେ ଧାତା ଅଛି ଲିହିଅବଶ୍ୟ କୃଷ୍ଣଙ୍କୁ ଦେଖି ମରିବି ଗୋ ମୁହିଁ ।ଜାଣିଛି କହିଲେ ମୋତେ ଦୁର୍ଗା ସେ ଦିନରୁନାରଦ କହିବା କଥା ନ ଯାଏ ମନରୁ ।ବେଦରେ ଗୋ ତୁମ୍ଭେମାନେ ଯାହା ଅଛ ଶୁଣିସେ କଥା ଦଇବ ଏବେ ଘଟାଇଲା ଆଣି ।ବୀରପଣ ଏବେ ମୋର କେଣେ ଯିବ ଉଡ଼ିଶରଣ ପଶିବି ମୁହିଁ କୃଷ୍ଣ ପାଦେ ପଡ଼ି ।ଅବଶ୍ୟ ମଞ୍ଚରେ ଯେହୁ ଜନମ ହୁଅଇନ ରହଇ କାଳ କାଳ ଅବଶ୍ୟ ମରଇ ।ମୂଳ ସିନା ମରିବାର ନ ଜାଣନ୍ତି କେହିମିଥ୍ୟା କଥାରେ ପଡ଼ିଣ ଭ୍ରମୁଥାନ୍ତି ମହୀ ।ମାୟାରେ ମଜ୍ଜିଣ ସର୍ବେ ବୋଲୁଥାନ୍ତି ମୋରମରିବାର ବେଳେ କେହି ନ ଯାନ୍ତି ସଙ୍ଗର ।ନାରାୟଣ ଯେବେ ସେହି ତା ହସ୍ତେ ମରିବିପୂର୍ବର ଶାପରୁ ମୁହିଁ ତେବେ ପାରି ହେବି ।କୃଷ୍ଣକୁ ଫେରାଇ ଦିଅ ଅକ୍ରୂରେ କହିଲିତୁମ୍ଭେମାନେ ଶୁଣିଅଛି ଯାହା ମୁଁ ବୋଇଲି ।ତୁମ୍ଭେ ଦୁହେଁ ଯାଇ ଏବେ ଅକ୍ରୂରକୁ କହଗୋପପୁରକୁ ଫେରାଇ ଦେଉ ନନ୍ଦପୁଅ ।ଶୁଣିଣ ହେତି ପ୍ରହେତି ଅକ୍ରୂରକୁ ଚାହିଁବେନିକର ଯୋଡ଼ି ସେହୁ ନମ୍ରଭାବ ବହି ।ବୋଲନ୍ତି ଅକ୍ରୂର ତୁମ୍ଭେ ଆମ୍ଭ କଥା ଘେନଗୋପକୁ ଫେରାଇ ଦିଅ ଦେବକୀ ନନ୍ଦନ ।ତୁମ୍ଭର କହିବା କଥା ଶ୍ରୀକୃଷ୍ଣ ଘେନିବେତୁମ୍ଭ ବୋଲେ ଗୋପକୁ ସେ ନିଶ୍ଚେ ଫେରିଯିବେ ।ହେତି ପ୍ରହେତି ବଚନ ଶୁଣିଣ ଅକ୍ରୂରବୋଲେ ମହାଦେଈ ମୁହିଁ ତୁମ୍ଭ ପରିଚାର ।ରାଜାକୁ କହିଲ ତୁମ୍ଭେ କିଛି ନ କହିଲେମୁଁ କହିଲି କିନ୍ତୁ କ୍ରୋଧ ମୋହଠାରେ କଲେ ।ଏବେ ମହାଦେଈ ତୁମ୍ଭେ କରୁଛ କଟାଳଏତେ କହି ମନେକଲେ ଅକ୍ରୂର ବିଚାର ।କରପତ୍ର ଯୋଡ଼ିକରି କହେ ମହାଦେଈଆଉଥରେ ରାଜା ଆଗେ ତୁମ୍ଭେ କହ ଯାଇ ।ଅକ୍ରୂର ରାଣୀଙ୍କ କଥା ଭାଙ୍ଗି ନ ପାରିଲାରାଜାଙ୍କ ଛାମୁରେ ଯାଇ ପୁଣି ଉଭା ହେଲା ।ବୋଇଲା ଭୋଦେବ କଂସ ପ୍ରତାପୀ ତୁ ରାୟେଅପରାଧ କ୍ଷମାକର କହିବି କଥାଏ ।ଅକ୍ରୂର ବଚନେ କଂସ କହନ୍ତି ତକ୍ଷଣହୃଦୟରୁ ଭୟ ଛାଡ଼ି କହ କଥାମାନ ।କଂସ ବଚନେ ଅକ୍ରୂର ଯୋଡ଼ି ବେନିକରବୋଲଇ ଭୋ ଦେବ କହେ ଶୁଣ ନୃପବର ।ଦୁଷ୍ଟଲୋକେ ଶୁଣିକରି ଭୟକୁ ଛାଡ଼ିବେଦେବଗଣ ଶୁଣିକରି ଭୟ ଉପେକ୍ଷିବେ ।ନଗ୍ର ନର ନାରୀମାନେ ବହୁ ନିନ୍ଦା ଦେବେରାଜାମାନେ ଶୁଣିକରି ନିନ୍ଦାକୁ ରଖିବେ ।ବାଳୁତ ଅଟନ୍ତି ରାମକୃଷ୍ଣ ବେନିଭାଇମାରିବ ବୋଲିଣ କଂସ ଆଣିଲା ଡକାଇ ।ଦେଖା ଦେଇନାହିଁ ମରିବାକୁ ଭୟକଲାଗୋପପୁରକୁ କୃଷ୍ଣଙ୍କୁ ଫେରାଇ ସେ ଦେଲା ।ଦେବକୀ ବସୁଦେବର ଶାଙ୍କୋଳି ଫିଟାଇକୃଷ୍ଣଙ୍କୁ ଦେଇ ଶରଣ ଗଲା ଭୋଜସାଇଁ ।ଶତ୍ରୁମାନେ ଶୁଣିକରି ହୋଇବେ ଉଷତମଧୁପୁର ଧାଡ଼ିଦେବେ ସେମାନେ ବହୁତ ।କରିବେ ରାମକୃଷ୍ଣଙ୍କୁ ଧରି ସେହୁ ମେଳଭାଙ୍ଗିବେ ମଧୁପୁରକୁ କୃଷ୍ଣ ଅବହେଳ ।ଦେଖିଲେଟି ବକା ଅଘାସୁର ଗଲେ ଯେତେଯାମଳା ପୁତନା ପ୍ରାଣ ଦେଲେ ସେ ସମସ୍ତେ ।ଶୁଣିଥିଲେ ବ୍ରହ୍ମା ବତ୍ସା ନେଇଥିଲା ହରିନିଜ ଅଙ୍ଗୁ ବତ୍ସା ଜାତ କଲା ସେ ଶ୍ରୀହରି ।ଶୁଣିଥିଲା ଗୋପେ ଇନ୍ଦ୍ର ବଜ୍ର ବରଷିଲାବାମକରେ ଗୋବର୍ଦ୍ଧନ ଗିରି ସେ ଟେକିଲା ।କାଳୀ ଦଂଶିଲା କୃଷ୍ଣଙ୍କୁ ନୋହିଲା ସେ ନାଶଏବେ ମୁହିଁ କହୁଅଛି ଶୁଣ ଆହେ କଂସ ।ପ୍ରଭାତେ ସଭା ମଣ୍ଡନ ଆମ୍ଭେ କରାଇବାମଥୁରା ନଗ୍ରେ ଘୋଷଣା ଆମ୍ଭେ ଦିଆଇବା ।ସକଳଠୁଳ ହୋଇବେ ନରନାରୀମାନେଏକତ୍ର ହୋଇଣ ଥିବେ ପାତ୍ରମନ୍ତ୍ରୀଗଣେ ।ଯୋଦ୍ଧାମାନେ ସର୍ବେ ତହିଁ ଶସ୍ତ୍ର ଥିବେ ଧରିଚାଣୁର ମୁଷ୍ଟିକ ମଲ୍ଲ ଥିବେ ସେ ଆବୋରି ।କୁବଳୟା ଗଜ ଆମ୍ଭେ ରଖିଥିବା ଦ୍ୱାରେବସୁଦେବ ଦେବକୀକୁ ରଖିଥିବା ତଳେ ।ଦେବଙ୍କୁ ଦୁର୍ଲ୍ଲଭ ସଭା କରିବା ମଣ୍ଡିତସେ ସଭାକୁ ଦେଖି କୃଷ୍ଣ ହେବେ ଆନନ୍ଦିତ ।ପଟାର ଉପରେ ତୁମ୍ଭେ ଥିବ ବିଜେକରିଢାକା ବାଜୁଥିବ ହେ ମଣିମା ଦଣ୍ଡଧାରୀ ।ଉଗ୍ରସେନ ତାତ ତୋର ପାଶେ ଥିବ ରହିତାହାର ଆଜ୍ଞାକୁ ସର୍ବେ ଥିବୁ ବାଟ ଚାହିଁ ।ମଧୁବନ ରାମକୃଷ ଆଣିବା ହକାରିନ କହିବେ କେହି କିଛି ନେବୁ ଆଜ୍ଞା କରି ।ସେ ରାମକୃଷ୍ଣଙ୍କୁ ତୁହି ପାଛୋଟି ଆଣିବୁଜଗତୀ ଉପରେ ତୋର ପାଶେ ବସାଇବୁ ।ସଭାକୁ ଚାହିଁ ବୋଲିବୁ ଦେବକୀର ସୁତଦେଖିବାକୁ ମାଈଁମାନେ ଶ୍ରଦ୍ଧା କଲେ ଚିତ୍ତ ।ଗୋପପୁରକୁ ଅକ୍ରୂର ତେଣୁକରି ଗଲାରାମକୃଷ୍ଣ ନନ୍ଦ ଗୋପାଳଙ୍କୁ ସେ ଆଣିଲା ।ଯହୁଁ ରାମକୃଷ୍ଣ ଦୁହେଁ ମଥୁରା ଆସିଲେଗୋପୀମାନେ ଶ୍ରୀକୃଷ୍ଣଙ୍କୁ ନ ଦେଖି ବିକଳେ ।କାନ୍ଦନ୍ତି ଯଶୋଦା ମୁହିଁ ବାରତା ପାଇଲିଭାଗ୍ୟଥଲା ଭଣଜାକୁ ମୋହର ଦେଖିଲି ।ରାମକୃଷ୍ଣ ଦେଖି ଦେଖି ହୋଇଲା ପବିତ୍ରମୋ ଭଉଣୀ ଦେଖିକରି ହୋଇବ କୃତାର୍ଥ ।ଫିଟାଅ ଶାଙ୍କୋଳି ରାମ କୃଷ୍ଣଙ୍କୁ ଦେଖିବେଆଜିଠାରୁ ରାମକୃଷ୍ଣ ସଙ୍ଗତେ ରହିବେ ।ନନ୍ଦ ଯଶୋଦା ଗୋପାଳେ ଭଗ୍ନୀ ବସୁଦେବଯାଆନ୍ତୁ ଗୋପପୁରକୁ ନିଶ୍ଚିନ୍ତେ ରହିବ ।ଆଜୁ ଗୋପପୁର କର ଦେବନାହିଁ କିଛିତୁମ୍ଭେମାନେ ଭୋଗକର ମୁହିଁ ଦେଉଅଛି ।ମୋତେ ବୋଲିବ ଅକ୍ରୂର ଆଣ ରହୁବରରାମକୃଷ୍ଣ ଚଢ଼ି ଏବେ ଯିବେ ଗୋପପୁର ।ବହୁତ ଦିଅ ଅଡ଼ାଇ ଧେନୁ ବତ୍ସାମାନଭଣ୍ଡାରୁ ବୁହାଇ ଦିଅ ରତନ ବସନ ।ଜଣ କଣ କରି ହେଜି ଦେଇ ଶାଢ଼ୀମାନନ ଅଣ୍ଟିଲେ ଭଣ୍ଡାରରୁ ଅଣାଇବ ଧନ ।ରାମକୃଷ୍ଣଙ୍କୁ ତୋ ନିଜ ହସ୍ତେ ପିନ୍ଧାଇବୁଯହିଁରେ ଆନନ୍ଦ କୃଷ୍ଣ ତାହା କରିଦେବୁ ।କସ୍ତୁରୀ ଚନ୍ଦନ ଆଦି ଅଙ୍ଗେ ଦେବୁ ବୋଳିସୁବାସ ପୁଷ୍ପମାଳକୁ ଅଙ୍ଗେ କରି ମାଳୀ ।ଅନ୍ତଃପୁର ମଧ୍ୟୁ ନେଇ ତୁ ସର ଲବଣୀମାଈଁମାନେ ଭୁଞ୍ଜାଇବେ ବୋଲି ନୃପମଣି ।ବୋଲିବୁ ନିଅ ଅକ୍ରୂର ଶ୍ରୀକୃଷ୍ଣଙ୍କୁ ଏବେଗୋପପୁରେ ଛାଡ଼ିଦେଇ ଆସ ଯାଇ ବେଗେ ।ଚାଲିଗଲେ ପଥଶ୍ରମ ପାଇବେଟି ଏହୁଭଣଜା ବାଳୁତ ମୋର ଚାଲିବେ ବା କାହୁଁ ।ଅପୂର୍ବପଦାର୍ଥମାନ ଭଣ୍ଡାରରୁ ଦିଅଗୋପୀମାନେ ଦେଖିଲେ କରିବେ ଯହିଁ ସ୍ନେହ ।ତୋହର ଆଜ୍ଞାରେ ମୁହିଁ ଆଣି ରହୁବରଅପୂର୍ବ ପଦାର୍ଥମାନ ରଖିବି ତହିଁର ।ଯାହାକୁ ଦେଖିଲେ ଲୋଭ କରିବେଟି ହରିସେ ପଦାର୍ଥ ରଖିଦେବି ମୁହିଁ ଯତ୍ନକରି ।ଅନେକ ପ୍ରକାରେ ତୁହି କୃଷ୍ଣଙ୍କୁ କହିବୁରହୁବର ପୁରେ ତାଙ୍କୁ ବସାଇଣ ଦେବୁ ।ଦେବକୀ ବସୁଦେବଙ୍କୁ ରଥରେ ବସାଇକର ଯୋଡ଼ି କହିବୁ ତୁ ନମ୍ର ଭାବ ବହି ।ତକ୍ଷଣେ ଗୋପକୁ ମୁହିଁ ରହୁବର ନେବିଅନେକ ପ୍ରକାରେ ତାଙ୍କୁ ବାଟରେ କହିବି ।ଯେମନ୍ତେ ମଥୁରା କୃଷ୍ଣ କେବେ ନ ଆସିବେନିଶ୍ଚିନ୍ତଭାବେ ଏଠାରେ ଥିବୁରାଜା ତେବେ ।ଏମନ୍ତ କଲେ ଶ୍ରୀକୃଷ୍ଣ ହୋଇବି ହରଷସକଳ ଜନେ କରିବେ ତୋତେ ପଉରୁଷ ।ଅକ୍ରୂର କହିଲା କଥା ଶୁଣି ରାଜା କଂସତତକ୍ଷଣେ ବୋଲଇଲା ସେ ହୋଇଣ ହରଷ ।ଭଲା ବୁଦ୍ଧି ମନ୍ତ୍ରୀବର ଅଟଇ ତୋହରନୋହିଲେ କି ରାମକୃଷ୍ଣ ଆସନ୍ତେ ସଙ୍ଗର ।ଅକ୍ରୂର ତୋହର କଥା ହୋଇଲା ବିଶ୍ୱାସତେଣୁକରି ଆସିଲେ ତୋ ବୋଲେ ମଧୁଦେଶଦୁଇ ଭାଇଙ୍କର ଦେଖା ନ କରିବ ଯେବେସକଳେ ଅବଶ୍ୟ ମୋତେ ନିନ୍ଦାଟି କରିବେ ।କହିଲେ ଅକ୍ରୂର ଯାହା ଅବଶ୍ୟ କରିବିତୋ କହିବା କଥା ମୁହିଁ କେଭେ ନ ଲଘିଂବି ।ଏତେବୋଲି କଂସ ଅକ୍ରୂରର କର ଧରିବୋଇଲା ଅକ୍ରୂର ତୁମ୍ଭେ ଯାଅ ନିଜପୁରୀ ।ନିତ୍ୟକର୍ମସାରି ତୁହି ଆସି ପ୍ରଭାତରୁରାମକୃଷ୍ଣଙ୍କୁ ଆଣିବୁତୁ ମଧୁବନରୁ ।ଏତେବୋଲି ରାଜ ଅକ୍ରୂରକୁ ଆଗକରିଅକ୍ରୂର ପଛେ ପଛେ ଗଲେ ଦଣ୍ଡଧାରୀ ।କଂସ ପଛେ ଅନ୍ତଃପୁର ନାରୀମାନେ ଗଲେଆଉ ଲୋକମାନେ ତାଙ୍କ ପଛରେ ଚଳିଲେ ।ସିଂହଦ୍ୱାରେ ଯାଇକରି ହୋଇଲେ ପ୍ରବେଶଅକ୍ରୂର କଥାକୁ ଶୁଣି ସର୍ବେ ହେଲେ ତୋଷ ।ବାଦ୍ୟକାରକୁ ଡକାଇ କହେ କଂସରାୟେପାତ୍ରମନ୍ତ୍ରୀମାନଙ୍କୁ ଡକାଇ ଆଜ୍ଞା ଦିଏ ।ବୋଲେ ବାଦ୍ୟକାର ତୁମ୍ଭେ ବାଜଣା ବଜାଅପାତ୍ରମନ୍ତ୍ରୀ ଯେତେ ଅଛ ଆସି ଠୁଳ ହୁଅ ।ଅକ୍ରୂରକୁ ନେଇ ଘରେ ଛାଡ଼ ହୋ ବୋଇଲାଆଜହୁଁ ଅକ୍ରୂର ପାତ୍ର ପଣେ ବଡ଼ ହେଲା ।ଆଜ୍ଞା ପାଇ ବାଦ୍ୟକାର ବାଜା ବଜାଇଲେରାଜଦାଣ୍ଡେ ଅକ୍ରୂରକୁ ଘରକୁ ତା ନେଲେ ।ଅକ୍ରୂରକୁ ଘରେ ଛାଡ଼ି ଶାଢ଼ୀ ବଳା ପାଇଯେ ଯାହାର ପୁରକୁ ସେ ଗଲେ ହୃଷ୍ଟହୋଇମଥୁରାର ନରନାରୀ ଅକ୍ରୂରକୁ ଦେଖିକେ ବୋଇଇ ଅକ୍ରୂରକୁ ଦେଖ ଆରେ ସଖି ।କେହୁ ବୋଲେ ଅକ୍ରୂରକୁ ରାଜା ମାରୁଥିଲାପୁଣି କି ବିଚାରି ପାତ୍ରପଣେ ବଡ଼ କଲା ।କେହି ବୋଇଇ ଏମନ୍ତ ନୁହେ ଆରେ ସହୀକୃଷ୍ଣ ଆସିବାର ଶୁଣି କଂସ ଚେତା ନାହିଁ ।କେ ବୋଲଇ ସଖୀ ଆଗେ ନୁହଇ ଏମନ୍ତକଂସର କଥାକୁ ତୁମ୍ଭେ ନକର ଗୋ ସତ ।ଏହିପରି ନରନାରୀ କୁହାକୁହି ହେଲେସିଂହଦ୍ୱାରଠାରୁ କଂସ ଅନ୍ତଃପୁରେ ଗଲେ ।ନିତ୍ୟକର୍ମ ସାରି ସେହି ଇଷ୍ଟଦେବୀ ପାଶକରଯୋଡ଼ି ପାଦେ ପଡ଼ି କହେ ରାଜା କଂସ ।ବୋଲଇ ଭୋ ମାତା ମୋତ କର ଅନୁଗ୍ରହକେମନ୍ତେ ମାରିବି ମୁହିଁ ଦେବକୀର ପୁଅ ।ଯେବେ ମୁହିଁ ରାମକୃଷ୍ଣ ଆଜି ଗୋ ମାରିବିଲକ୍ଷେକ ମଇଁଷି ମାଗୋ ବଳିଭୋଜା ଦେବି ।ଲକ୍ଷେ ମେଣ୍ଢା ଦେବି ମୁଁ ପ୍ରସନ୍ନ ହୁଅ ମୋତେଲକ୍ଷେକ ଛାଗଳ ଦେବି ତୋହର ଅଗ୍ରତେ ।ଲକ୍ଷେ ମନ୍ଦାର ତୋ ଶିରେ ମାଗୋ ଚଢ଼ାଇବିରଙ୍ଗ ପାଟଶାଢ଼ୀ ମାଗୋ ତୋ ଶିରେ ମୁଁ ଦେବିକପାଳେ ସିନ୍ଦୂର ରଙ୍ଗ ଚୂଡ଼ି ଦେବି ହାତେଲକ୍ଷେ ନରବଳି ଦେବି ଦୟାକରି ମୋତେ ।ରଙ୍ଗସଭା ତଳରେ ମୁଁ କୃଷ୍ଣଙ୍କୁ ମାରିବିକୃଷ୍ଣର ରକତ ମାଗୋ ତୋ ଶିରରେ ଦେବି ।ନାନାପରକାରେ ପଣା ଦେବି ତୋତେ ମୁହିଁବିବିଧ ନୈବେଦ୍ୟ ଭୋଗ କରିବି ତୋଠାଇଁପୁଣି ବୋଲେ ହେବୀମାଗୋ ମୋ ବିନୟଘେନଅମର ଦେବି ଗୋ ମାତଃ ଦିଅ ବରଦାନ ।ନ ଛିଡ଼ିବି ଖଡ଼ଗେ ନ ପୋଡ଼ିବି ଅନଳେନ ବୁଡ଼ି ମରିବି ମୁହିଁ ସପତ ସାଗରେ ।ମାରିବି ଶ୍ରୀକୃଷ୍ଣ ରାମ ଦୟାକର ମୋତେତୋହ ପ୍ରସନ୍ନେ ଜଗତ ଜିଣିଲି କିଞ୍ଚିତେ ।ଏତେବୋଲି କଂସ ଦେବୀ ଚରଣେ ପଡ଼ିଲାଶରଣାଗତରେ ରଖ ବୋଲିଣ ବୋଇଲା ।କଂସର ଉତ୍କଣ୍ଠା ଦେଖି ଦେବୀ ବିଚାରିଲେମଲାବେଳେ କଂସ ସ୍ୱର୍ଗପୁର ଭୋଗକଲେ ।ଯାହାପାଇଁ ବିଷ୍ଣୁ ନରଦେହ ଛନ୍ତି ବହିସେ ବୋଲୁଅଛି ଅମର ହୋଇବଇଁ ମୁହିଁ ।ବିଚାରିଲେ ଚିତ୍ରପଟ ମାଗୁଅଛି କଂସଦେବି ଚିତ୍ରପଟେ ଯିବ ବିଶ୍ୱକର୍ମା ପାଶ ।ଏତେକ ବିଚାରି ଦେବୀ ଗଲେ ସ୍ୱର୍ଗପୁରେବିଶ୍ୱକର୍ମା ଭୁବନରେ ମିଳିଲେ ସତ୍ୱରେ ।ଦେଖିକରି ବିଶ୍ୱକର୍ମା ଆସନୁ ଉଠିଲେଗଉରବ କରି ଦିବ୍ୟାସନେ ବସାଇଲେ ।ବେନିକର ଯୋଡ଼ିଣ ସେ ବୋଲଇ ବଚନକେଉଁ କାର୍ଯ୍ୟପାଇଁ ମାତଃ କରିଲ ଗମନ ।ଶୁଣିଣ ବିଶ୍ୱକର୍ମାକୁ ମହାମାୟା କହିକଟାଳ କରୁଛି ମୋତେ ଆଜି ଭୋଜସାଇଁ ।ଶ୍ରୀକୃଷ୍ଣର ବାଲ୍ୟଲୀଳା କଂସର ମରଣସେହିରୂପେ ଚିତ୍ରପଟ କର ତୁ ଲିଖନ ।ଦିଅ ମୋତେ କଂସକୁ ମୁଁ ନେଇଦେବି ଆଜସେହିରୂପେ ଚିତ୍ରପଟ ଦେଲେ ବ୍ରହ୍ମାଙ୍କ ତନୁଜ ।ଚିତ୍ରପଟ ଧରି କଂସ ଆଗେ ଉଭାହେଲେଉଠ ଉଠ ବୋଲି ଦେବୀ କଂସକୁ ବୋଇଲେ ।ଆରେ କଂସ ତୁହି ଆଉ ନହୁଅ ଅଜ୍ଞାନଧାତା ଲେଖିଅଛି ଯାହା ନ ହୋଇବ ଆନ ।ଧାତା ଦେଲା ବର ତୋର ମନୁ ପାଶୋରିଲୁପୁଣି ବୋଲୁଅଛୁ ମୋତେ ଅମର ନକଲୁ ।ଯାଅ ଆରେ କଂସ ତୋର ଶିର ନ ଛିଡ଼ିବନୀଳ ଭୁଜ ବ୍ରହ୍ମଶକ୍ତି ପୀଡ଼ା ନ କରିବ ।ଜଳ ଅନଳ ପବନ ବହି ନ ପାରିବେତୋର ଅଙ୍ଗେ ବାଜି ବ୍ରହ୍ମଶର ଚୂର୍ଣ୍ଣହେବେ ।ପାଶୁପତ ବାଜି ଦେହେ ହେବ ଅକାରଣଲଙ୍ଗଳ ଚକ୍ର ମୂଷଳେ ନହେବ ମରଣ ।ଯେଉଁ କଥା ତୋତେ ଆଗେ କହିଥିଲା ବିହିସେହିକଥା ଚିତ୍ରପଟେ ଦେଇଅଛି ଲିହି ।ନିଅ ଚିତ୍ରପଟ ତୁହି ଯାଅ ସଦନକୁଶୟନ ମନ୍ଦିରେ ରଖୁଥିବୁ ଏ ଚିତ୍ରକୁ ।ଯେଉଁରୂପେ ଦେଖି ତୋର ହୋଇବ ମରଣସେ ରୂପକୁ ଚିତ୍ରପଟେ କର ତୁ ପଠନ ।ଆନରେ ତୋହର ମୃତ୍ୟୁ ନୋହିବରେ କଂସଯୁଦ୍ଧ ନ ଜିଣିବେ କେହି ଦୃମିଳାର ଶିଷ୍ୟ ।ଏତେ କହି ମହାମାୟା ମଉନ ହୋଇଲେଆପଣାର ଆସନରେ ନିଶ୍ଚିନ୍ତେ ରହିଲେ ।ଦେବୀ ଆଜ୍ଞା ପାଇ କଂସ ଉଠିଲା ତଡ଼ତିଚିତ୍ରପଟ ଦେଖିକରି ଫେରିଲା ନୃପତି ।ଶୟନ ମନ୍ଦିରେ ଯାଇ ତକ୍ଷଣେ ମିଳିଲାରତ୍ନପଲଙ୍କରେ ବସି ଚିତ୍ରକୁ ଦେଖିଲା ।ଦେଖିଲା ଚିତ୍ରପଟରେ ହୋଇଛି ଲିଖନପ୍ରଥମରେ ଲେଖାଅଛି ଗୋପର ଭୁବନ ।ଦେଖିଲା ଅନ୍ତୁଡ଼ି ଘରେ ଶ୍ରୀକୃଷ୍ଣ ଅଛନ୍ତିପୁତନାଠାରୁ ଶ୍ରୀକୃଷ୍ଣ କ୍ଷୀର ପିଉଛନ୍ତି ।ପୁତନା ମଲା ତାହାର ପ୍ରାଣ କେଣେ ଗଲାପୁଣି ଗୋପୀ କୃଷ୍ଣ ମିଳି କଲେ ବାଲ୍ୟଲୀଳା ।ପୁଣି ଯେ ଯାମଳା ବକାସୁରକୁ ମାଇଲେପୁଣି ବତ୍ସାସୁର ମଲା ଦେଖିଲା ସେ ଡୋଳେ ।ପୁଣି ଦେଖିଲା ଶକଟା ହୋଇଅଛି ବଧପୁଣି ଦେଖିଲା ମାଇଲେ ଷଣ୍ଢା ଆଦିକନ୍ଦ ।ପୁଣି ଅଜଗର ଗର୍ଭୁ ହୋଇଲେ ବାହାରପୁଣି ଦେଖିଲା ମାଇଲେ ସେହୁ ତୃଣାସୁର ।ପୁଣି ଦେଖିଲା ବକାର ଗର୍ବ ଚୂର୍ଣ୍ଣକଲେପୁଣି ଦେଖିଲା ମନ୍ଦର ଧରିଛନ୍ତି କରେ ।ପୁଣି ଦେଖିଲା ଜଳରେ ନନ୍ଦ ବୁଡ଼ିମଲେଜଳର ମଧ୍ୟରୁ କୃଷ୍ଣ ନନ୍ଦକୁ ଆଣିଲେ ।ପୁଣି ଦେଖିଲା ବତ୍ସାକୁ ବ୍ରହ୍ମା ନେଲା ହରିଦେଖିଲା ବତ୍ସାସଙ୍ଗେ ଭୁଞ୍ଜନ୍ତି ଶ୍ରୀହରି ।ଠାବେଠାବେ ଗୋପଲୀଳା ହେଉଛି ଦେଖିଲାପୁଣି ଚିତ୍ରପଟକୁ ସେ ଲେଉଟାଇ ଦେଲା ।ଅସୁନ୍ଦର ହୋଇ ରହିଅଛି ମଧୁପୁରଚଉଦିଗ ମେଘ ଘୋଟି ଦିଶେ ଭୟଙ୍କର ।ବିଜୁଳିଝଟକ ତେଜେ ବାଟ ନ ଦିଶଇବସୁଦେବର ମୁଣ୍ଡରେ କୃଷ୍ଣ ଛନ୍ତି ରହି ।ଉଗ୍ରସେନ ନ ଛାଡ଼ିଣ ବାଟ ଓଗାଳିଛିମାରିବି ବୋଲି ସେ ଖଣ୍ଡା ଝମକି ଉଠୁଛି ।ପୁଣି ଦେଖିଲା ଦେବକୀ ଅଟେ ମୂର୍ଚ୍ଛାଗତଜନମ ହୋଇକରି ସେ କାନ୍ଦଇ ଦୁହିତ ।ଦେଖିଲା କଂସ ଦେବକୀ ଆକୁଳକୁ ଜାଣିଶିଳାପରେକଚାଡ଼ଇ କନ୍ୟା ନୃପମଣି ।ଚରଣ ଛାଡ଼ନ୍ତେ ଦୁର୍ଗା ଶୂନ୍ୟେ ଉଡ଼ିଗଲେଚକିତହୋଇଣ କଂସ ଶୂନ୍ୟେଚାହେଁ ଡୋଳେଶୁନ୍ୟରେ ଥାଇ ବିଜୁଳି କହଇ ବଚନଯେ ମାରିବ ତୋତେ ସେ ଅଛି ଗୋପଭୁବନପୁଣି ଦେଖିଲା ଚିତ୍ରରେ ଲେଖାଅଛି ହୋଇକୃଷ୍ଣ ଆସିବା ଦେଖି ସନ୍ତାପୀ ହେଲେ ରାଈ ।କାଳିନ୍ଦୀ ପାଖେ ଅକ୍ରୂର କୃଷ୍ଣଙ୍କୁ ଦେଖିଲାଅକ୍ରୂର ମଧୁବନରେ ଆସି ପହଞ୍ଚିଲା ।ମଧୁବନରେ ଅକ୍ରୂର ରଖି ଗୋପାଳଙ୍କୁଆସିଅଛି କହିବାକୁ ବାରତା କଂସକୁ ।ପୁଣି ସେ ଦେଖିଲା ଗୋପ ବୃନ୍ଦା ହତଜ୍ଞାନଦେଖିଲା ଶ୍ରୀକୃଷ୍ଣ କରୁଛନ୍ତି ଯୋଗଧ୍ୟାନ ।ପୁଣି ଦେବେ ଶ୍ରୀକୃଷ୍ଣଙ୍କୁ ସ୍ତୁତି ଉଚ୍ଚାରିଲେବୃନ୍ଦାବତୀକୁ ସଚେତ ଇନ୍ଦ୍ର କରାଇଲେ ।ପୁଣି ଦେଖିଲା ଅକ୍ରୂର କେଶ କଂସ ଧରିମାରିବ ବୋଲି ଝମକେ କଂସ ଦଣ୍ଡଧାରୀ ।ପୁଣି ଦେଖିଲା ସେ କଂସ ଅକ୍ରୂରକୁ ନେଇଅନ୍ତଃପୁର ମଧ୍ୟେ ସେହୁ ବସାଇ କହ୍ନାଇ ।ପୁଣି ସେ ହେତି ପ୍ରହେତି କଂସ ପାଦତଳେବିନୟ ହୋଇଣ ସେହୁ କହନ୍ତି ବିକଳେ ।ପୁଣି ଦେଖ କଂସ ଉଗ୍ରସେନ ଚାରଗଣଅଦୋଷରେ ବାନ୍ଧିଛନ୍ତି ସେ ଚାରି ବ୍ରାହ୍ମଣ ।ଦେଖିଲା ମଧୁପୁରରେ ଶ୍ରୀକୃଷ୍ଣ ପଶିଲେଚାପୋଡ଼େ ମାରି ରଜକ ମୁଣ୍ଡ ଛିଡ଼ାଇଲେ ।ପୁଣି ମଧୁପୁର ଦାଣ୍ଡେ କରନ୍ତି ଗମନଭାବବତୀ ପୁତ୍ରକୁ ସେ ଦେଲେ ଜୀବଦାନ ।ଶୁଣି ସେ କୁବୁଜା ଗନ୍ଧ କୃଷ୍ଣଙ୍କୁ ଲେପିଲାକୃଷ୍ଣ ହସ୍ତ ଲାଗି ସେହି ସୁନ୍ଦର ଦିଶିଲା ।ପୁଣି ତେଜବତୀକି ଯେ ଦେଲେ ଜୀବଦାନଦେଖିଲା ସୁଦାମ ଫୁଲେ କରି ଆଭରଣ ।ପୁଣି ଚିତ୍ରପଟ କଂସ ଦେଖିଲା ନୟନପ୍ରିୟବତୀ ପତି ପୁତ୍ର ପାଇଲେ ଜୀବନ ।ଚିତ୍ରପଟକୁ ଦେଖିଣ ପୁଣି ରାୟେ କଂସଧନୁ ବେନି ଖଣ୍ଡ କରି ଭାଙ୍ଗେ ପୀତବାସ ।ପୁଣି ଦେଖିଲା ଦ୍ୱାରରେ କୁବଳୟା ମାରିଚାଣୁର ମୁଷ୍ଟିକ ଦୁହେଁ ପଡ଼ିଛନ୍ତି ମରି ।ପୁଣି ସେ ଦେଖିଲା ରଙ୍ଗସଭା ତଳେ ହରିଗୋପାଳ ପୁଅଙ୍କ ସଙ୍ଗେ ଛନ୍ତି ବିଜେକରି ।ପୁଣି ସେ ଦେଖିଲା କଂସ ଜଗତି ଉପରୁକୃଷ୍ଣଙ୍କୁ ଦେଖିଣ ପ୍ରାଣ ଛାଡ଼ିଲା ପିଣ୍ଡରୁ ।ପୁଣି ଦେଖିଲା ଭୂମିରେ କଂସ ଅଛି ପଡ଼ିକରୁଛନ୍ତି ବୋଧ ମାଈଁମାନଙ୍କୁ ଶ୍ରୀହରି ।ମଧୁପୁରେ ଉଗ୍ରସେନ ହୋଇଛି ରାଜନପୁଣି ସେ ଦେଖିଲା ଅଷ୍ଟମଲ୍ଲଙ୍କ ନନ୍ଦନ ।ଦେଖିଲା ଡିମ୍ବକ ମଲେ ମାଲ ଅଷ୍ଟସୁତେଚିତ୍ରପଟେ ଦେଖି ଏହା ବିଚାରଇ ଚିତ୍ତେ ।ଚିତ୍ରପଟ ଦେଖି କଂସ କରଇ ବିଚାରଦେଖିଲା କୃଷ୍ଣ ହସ୍ତରେ ମୃତ୍ୟୁ ଅଛି ମୋର ।ମୋ ଇଷ୍ଟଦେବତା ମୋତେ ପ୍ରତ୍ୟକ୍ଷେଦେଖାଇଦୁର୍ଗା ସ୍ୱର୍ଗ ଗଲେ ମୋତେ ଯାହା ଯାହା କହିବ୍ରହ୍ମା କହିଲେ ଶ୍ରୀକୃଷ୍ଣ ହସ୍ତରେ ମରିବୁସୋଦର ଭଣଜା ତୋର ବିଶ୍ୱାସ ନଯିବୁ ।ଏ ଚିତ୍ରପଟ ପ୍ରତ୍ୟକ୍ଷେ ଦେବୀ ଯେ ବିହିଲେମୋ ମୃତ୍ୟୁ ଯହିଁରେ ଅଛି ତାହା ଦେଖାଇଲେ ।ବଂଶ ମୋର ନାଶଯିବ ଲେଖାଅଛି ତହିଁଦେବୀ ଆଜ୍ଞାକୁ କେମନ୍ତେ ମିଛ କରିବଇଁ ।ଦିଗବିଜେବେଳେତୋଷେଦେବୀ ଦେଲେବରତୁ ଜିଣିବୁ ବୋଲି ଆଜ୍ଞା ଦେଲେ ତିନିପୁର ।ଦେବୀଙ୍କର ଆଜ୍ଞା ମୋତେ ନୋହିଲା ମେଣ୍ଟନଏବେ ସେହି ଦେବୀ ଦେଖିଦେଲେ ମୋ ମରଣଏହିପରି କଂସ ରାଜା ମନରେ ଭାବିଲାପୁଣି ସେ ଚିତ୍ରପଟକୁ ନିରେଖି ଦେଖିଲା ।ଯହିଁରେ ଦେଖିଲା ସେହି ଦେବକୀର ସୁତସେ ଶ୍ରୀକୃଷ୍ଣ କଂସକୁ ଯେ କରୁଛନ୍ତି ହତ ।ବିସ୍ମୟ ହୋଇଣ ଚିତ୍ରପଟକୁ ରଖିଲାତତକ୍ଷଣେ ଅନ୍ତପୁରେ ପ୍ରବେଶ ହୋଇଲା ।ମଣୋହିରେ ବସି ସେହୁ କରଇ ବିଚାରନ ରୁଚଇ ଅନ୍ନ ତହୁଁ ହୋଇଲା ବାହାର ।ପୁଣି ରତ୍ନ ପଲଙ୍କରେ ପହୁଡ଼ିଲା ଯାଇଁତହିଁ ଛଟପଟ ହୁଏ ନିଦ୍ରା ନ ହୁଅଇ ।କେବଳ ମନ ତାହାର କୃଷ୍ଣ ମାରିବାରେବାହାରକୁ ଯାଇ ପୁଣି ପଶଇ ଭିତରେ ।ଏହିପରି ଭାବେ କଂସ ହୁଅଇ ଅସ୍ଥିରଅଚ୍ୟୁତ ଦାସ କହଇ ନାହିଁ ତୋ ନିସ୍ତାର ।