ସାରଳା ମହାଭାରତ ସ୍ୱର୍ଗାରୋହଣ ପର୍ବ
ସାରଳା ଦାସ · ଭାଗ ୩ / ୪
ସମ୍ପୂର୍ଣ୍ଣ ସୂଚୀପତ୍ର
ଯୁଧିଷ୍ଠିରଂକ ନର୍କ ଦର୍ଶନ ଓ ଛୟାଣୋଇ ସହସ୍ର ରାଜାଙ୍କ ମୁକ୍ତି
ବଇବସୁତ ମୁନି ଅଗସ୍ତିଂକି କଲେ ପୂଜାହେମବନ୍ତ ପର୍ବତ ଉପରେ ଉଠିଲେ ଯୁଝେଷ୍ଠି ମହାରାଜା ।୧।ଦେବତାମାନଙ୍କୁ ଦେଖିଲେ ସେ ଯେବେଆକାଶକୁ ପୁଣି ଗମନ୍ତି କେବଣ ଭାବେ ।୨।ଶୁଣ ବଇବସୁତମନୁ ବଦୟନ୍ତି ବ୍ରହ୍ମବେତ୍ତାତୁ ଯାହା ପୁଛାକଲୁ ହେମବନ୍ତର ବାରତା ।୩।ପୂର୍ବେ ହେମଗିରି ଲକ୍ଷେକ ଯୋଜନସେ ପର୍ବତ ଉପରେ ବସଇ ପ୍ରଭାକର ରାଜନ ।୪।ତହୁ ସେ ଉଦୟ ହୋଇ ଦିନକରତିମିର ତୁଟଇ ସେ ଉଦୟ କରତାର ।୫।ଅନନ୍ତଗିରି ସେ ବସଇ ଦକ୍ଷିଣ କୋଣେସେହି ପର୍ବତ ଯେ ୟେହି ପରମାଣେ ।୬।ତହିଂର ଉପରେ ବସନ୍ତି ଅନନ୍ତ ନାରାୟଣେପଶ୍ଚିମେ ମେରୁଗିରି ୟେହି ଯେ ପ୍ରମାଣେ ।୭।ସେ ପର୍ବତର ଉପରେ ବସାଇ ସୁରପତିଉତ୍ତରେ କପିଳାସ କନ୍ଦରେ ୟେହି ମୂର୍ତ୍ତି ।୮।ସେ ପର୍ବତ ଉପରେ ବସନ୍ତି ସଦାଶିବୟେହିଚାରି ପର୍ବତ ଯେ ଆକାଶ ଅଧା ସ୍ୱର୍ଗ ।୯।ୟେ ଚାରି ପର୍ବତ ତଳେ ନବଦୀପ ସପତ ସାଗର ପୃଥୀୟେ ପର୍ବତ ଚାରି ଚାରି ଦିଗ ଆବୋରି ଅଛନ୍ତି ।୧୦।ସେ ହେମବନ୍ତ ପର୍ବତ ଉପରେ ଉଠିଣ ଯୁଝେଷ୍ଠିମଧ୍ୟ ଭୁବନକଇଂ କଲେକ ଦେବ ଦୃଷ୍ଟି । ୧୧।ତହିଂର ଉପରେ ଅଛଇ ଜୀର୍ଣ୍ଣକୂପତହିଂରେ ପଡିଛନ୍ତି ଛୟାଣୋଇ ନୃପ ।୧୨।ଯୁଝେଷ୍ଠି ଦେବ ଦ୍ରଶନେ ପାଇଲେ ସଦଗତିନରକରୁ ତରିଲେ ସେ ସକଳ ନୃପତି ।୧୩।ଅଗସ୍ତିଂକି ପୁଛାକଲେ ବଇବସୁତ ମନୁରାଜାକେବଣ ଯୋଗେ ନର୍କ ଗତି ପାଇଲେ ଛୟାଣୋଇ ରାଜା ।୧୪।ଅଗସ୍ତି ବୋଲନ୍ତି ଦ୍ରିଯୋଧନ କତିରେ ଯେତେ ରାଜା ଥିଲେପ୍ରଥମ ଦିନେ ପଡା ମାଗନ୍ତେ ସେ ଶରଣ ପଶିଲେ ।୧୫।ନିସତ ହୋଇଣ ସେ ପଡିଲେ ସାଂଗ୍ରାମେତେଣୁ କରି ଆକାଶେ ପଶିତ ନଦିଲେ ଦେବ ଯମେ ।୧୬।ଜୀର୍ଣ୍ଣ କୂପ ଭିତରେ ଲାଇଲା ସବୁନ୍ତିସେ ଦିନ ଯୁଝେଷ୍ଠିଂକି ଦେଖି ପାଇଲେ ନର୍କୁଂ ସଦଗତି ।୧୭।ପ୍ରତକ୍ଷେ ଧର୍ମଦେବ ତାଂକ ବନ୍ଧନ ଦେଖିପରମ ଗତିପାଇଲେ ସେ ପାପାନ୍ତ ଉପେଖି ।୧୮।ଆକାଶେଣ ଥାଇ ଯେ ଧର୍ମନୃପତିନର୍କ ଦ୍ରଶନ କିମ୍ପା ପାଇଲେ ହୋ ଅଗସ୍ତି ।୧୯।ଅଗସ୍ତି ବୋଇଲେ ହୋ ଶୁଣ ମନୁରାୟେସତ୍ୟେଣ ସଂସାର ପାଳିଲେ ଧର୍ମରାୟେ ।୨୦।ଧର୍ମହୁଂ ଆନ ନକହନ୍ତି ଧର୍ମବାଣୀତେଣୁ ସେ ଖଟିଲେ ଶଙ୍ଖ ଚକ୍ର ପାଣି ।୨୧।ମହାଭାରତ ଯୁଦ୍ଧେ ନମରଇ ଦ୍ରୋଣକରେ ସହସ୍ର ଥିଲେ ତାଙ୍କୁ କେହି ଜିଣି ନୋହେ ରଣ ।୨୨।ଅସସ୍ତମା ହତ ବୋଲି ଶୁଣଇ ଯେବେ କର୍ଣ୍ଣେତେବେ ସହସ୍ର ଛଡାଇ ଜିଣଇ ତାକୁ ରଣେ ।୨୩।ପାଣ୍ଡବେ କୂଟ ଉପାୟେ ଯେ କଲେ ରାତିଭୀମସେନ ମାଇଲା ଅଶ୍ୱସ୍ତମା ନାମେ ହାଥୀ ।୨୪।ଅଶ୍ୱସ୍ତମା ରଥ ଧରି ଭୀମସେନ ଫିଙ୍ଗିଦିଲାସରସ୍ୱତୀ ନଦୀତୀରେ ଯାଇଂ ଅଶ୍ୱସ୍ତମା ପଡିଲା ।୨୫।ଅଶ୍ୱସ୍ତମା ହତ ବୋଲି ଶୁଭିଲାକ ବାଣୀଥାଠେ ଲୋଡି ଦ୍ରୋଣେ ଯେ ନପାଇଲେ ଦ୍ରୋଣୀ ।୨୬।କୁରୁପାଣ୍ଡବେ ବେନି ଥାଠେ ପଚାରିଲେ ଗୁରୁସମସ୍ତେ ବୋଇଲେ ଅଶ୍ୱସ୍ତମା କୁରୁପତି ଆଉ କାହିଂ ଲୋଡିପାରୁ ।୨୭।ଯୁଝେଷ୍ଠି ଦେବକଇଂ ଚାହିଂ ପଚାରିଲେ ଦ୍ରୋଣବାବୁ ଅଶ୍ୱସ୍ତମା ହତ ତୁମ୍ଭେ ସତ କରି ଜାଣ ।୨୮।ଅଶ୍ୱସ୍ତମା ହତ ବୋଲି ବୋଇଲେ ଯୁଝେଷ୍ଠିନର କିମ୍ବା ଗୁଞ୍ଜର ବୋଲି ନଜାଣଇ ତଥି ।୨୯।ଆନ ଆଉ ଯୁଝେଷ୍ଠିଂକର ପାତକ ନାହିଂ କିଛିୟେତେକ ମାତ୍ର ମିଥ୍ୟା ଧର୍ମସୁତ କହିଅଛି ।୩୦।ତତ ଦୋଷ କରି ନରକ ଦରଶନୟେଣୁ ଦେଖିଣ ମୁକତି ଗତି ପାଇଲେ ରାଜାମାନ ।୩୧।ଶ୍ୱାନରୂପେ ଧର୍ମଙ୍କର ପ୍ରବେଶ, ଯୁଧିଷ୍ଠିରଙ୍କର ଇନ୍ଦ୍ରଙ୍କ ସ୍ତବ, ବ୍ୟାଘ୍ର ଦର୍ଶନ ଓ କଳିଯୁଗର ନିର୍ଯ୍ୟାତନାଶୁଣିଣ ସାନନ୍ଦ ହୋଇଲେ ବଇବସୁତ ମନୁ ରାଜାପାଦାର୍ଘ୍ୟ ଦିଲେ ଯେ ଅଗସ୍ତି ବ୍ରହ୍ମଦୁଜା ।୧।ଭ୍ରାତା ସୋଦର ନାହିଂ ୟେକା ହୋଇଲେ ଯୁଝେଷ୍ଠିକେବଣ କୃତ୍ୟ କଲେ ସେ ହେମବନ୍ତ ଶିଖରେ ଉଠି ।୨।ଶୁଣ ହୋ ମହାରାଜା ବଦୟନ୍ତି ବ୍ରହ୍ମଯତିଚାହାନ୍ତି ଯୁଝେଷ୍ଠି ଦେବ ଦିଶଇ ଶୂନ୍ୟ ଚଉକତି ।୩।ବନ୍ଧୁ ସୋଦର ମରାଇ ହୋଇଲି ମୁଂ ୟେକାଅଣ ମନୁଷ୍ୟରେମୁଂ ହୋଇଲଇଂ ଲେଖା ।୪।ଯୁଝେଷ୍ଠିଂକ ଦୋଷ ଶୂନ୍ୟ ଦେଖି ଧର୍ମ ଦଇବତେଶ୍ୱାନେକ ହୋଇଯାଇଂ ଭେଟିଲେ ନିଜ ସୁତେ ।୫।ଶୁଣ ହୋ ଚଇତନ ଶୁକ୍ଳାମ୍ବର ଶରୀର ଯେ ଶ୍ୱାନ ରୂପକାୟେଧବଳ କମଳ ଶୁଦ୍ଧସଷ୍ଟିକ ପରାୟେ ।୬।ଅଦଭୁତେ କାହୁଂ ଯୁଝେଷ୍ଠି ଛାମୁରେଣ ଭେଟିଦେଖିଣ ଆଶ୍ରିଜ ଯେ ଧର୍ମରାୟେ ଯୁଝେଷ୍ଠି ।୭।ୟେ ମହା ହେମ ଲାଗି ଦେହ ମିଳାଇବାର ଭଳିୟେଡ଼େ ହେମ ଥାନରେ ଆସି ଶ୍ୱାନ କେମନ୍ତେ ମିଳି ।୮।ଯୁଝେଷ୍ଠି ବୋଇଲେ ମୁଂ ହୋଇଲି ନିରେଖାୟେ ଶ୍ୱାନ ଗୋଟି ମୋତେ ହୋଇଲାକ ସାଖା ।୯।ୟେତେକ ଭାଳି ଦେବ ଆରୋହଣ ବାଟ ତଳେବସିଣ ଧର୍ମରାଜ ଯେ ବିଚାରନ୍ତି ବିକଳେ ।୧୦।ଶ୍ୱାନ ଗୋଟି ବସିଲା ଯୁଝେଷ୍ଠିଂକ କତିଦେଖିଣ ସନ୍ତୋଷ ହେଲେ ଧର୍ମ ମହୀପତି ।୧୧।ସେ ବନସ୍ତ ଭିତରୁ ଧାଇଂଲା ବ୍ରାଘବରଶ୍ୱାନକୁ ଭେଟିଲା ଯାଇଂ କରିବ ଆହାର ।୧୨।ବ୍ରାଘକଇଂ ଦେଖିଣ ଶ୍ୱାନ ହୋଇଲା ବଇକୁଲ୍ୟମୁଖ ତୋଳି ରୋବଇ ସେ ହୋଇଣ ଆକୁଳ ।୧୩।ତାହା ଦେଖି ଯୁଝେଷ୍ଠିଂକର ବଇକୁଲ୍ୟ ମନଭୋ ଧର୍ମଦେବତା ମୋତେ ରଖ ନିରଞ୍ଜନ ।୧୪।ସାଖା ସୋଦର ସମସ୍ତ ନାଶଗଲାତାହାଂକୁ ବିକଳ ମୋର ମନରେ ନୋହିଲା ।୧୫।ୟେ ଶ୍ୱାନର ବଇକୁଲ୍ୟେ ମୁଂ ଜୀଇବଇଂ ଆଉ କାହିଂୟେହାର ଆରତେ ଚିନ୍ତା ମୋର ଦେହୀ ।୧୬।ୟେ ମୋହର ଆତ୍ମା କିମ୍ପା ଦହିଜ ନୋହିଲାୟେହାର କଷ୍ଟ ଦେଖି ମୋର ଆତ୍ମା ବିସର୍ଜିଲା ।୧୭।ୟେତେକ ବୋଲିଣ ରାଜା ଧର୍ମର ନନ୍ଦନଶୋକେଣ ଆକୁଳ ହୋଇଲେ ଆରତ ପଞ୍ଚୁମନ ।୧୮।ଯୁଝେଷ୍ଠିଂକ ଆକୁଳ ବିକଳ ଦେଖିଣ ଯେ ଶ୍ୱାନଡରେଣ ଥରହର ସେ ରୋବଇ ଘନଘନ ।୧୯।ଶ୍ୱାନର ଆକୁଳ ଦେଖି ଉଠିଲେ ଧର୍ମସାଇଂବନସ୍ତର ଡାକ ଘେନି ଓଗାଳିଲେ ଯାଇ ।୨୦।ଶ୍ୱାନର ଆରତ ଦେଖି ଚିନ୍ତା ଧର୍ମ ରାୟେଶ୍ୱାନକୁ ଆବୋରି କରି ବସିଲେ ୟେକାୟେ ।୨୧।ଯାହାର ପ୍ରାକର୍ମେ ମୁଂ ପାଇଲି ରାଜ୍ୟଭାରତାହାର ଚିନ୍ତା ମୋର ନବସିଲା ହୃଦର ।୨୨।ପ୍ରିୟବତୀ ଭରିଜା ମୋହର ନାଶ ଗଲାତାହାକଇଂ ହାଦେ ମୋର ଦୟାତ ନବସିଲା ।୨୩।ୟେହାକଇଂ ଛାଡିଲେ ୟେତ ହୋଇବ ନିରେଖୟେହିକ୍ଷଣି ୟେହାକୁ କରିବ ବ୍ରାଘ ଭକ୍ଷ ।୨୪।ୟେହାକୁ ବିନାଶ କଲେ ମୋହର ଧର୍ମନାଶଜୀଇଂବାରୁ ମରଣ ମୋର ହୋଇବ ପଉରୋଷ ।୨୫।ଭୀମ ଅର୍ଜୁନ ଭାଇମାନେ ହୋଇଲେ ବଡ଼ଛତ୍ରୀତାହାଂକର ବାଣେ ଦୁଷ୍ଟମାନନ୍ତ ଗଞ୍ଜିଲେ ଯେ ପୃଥୀ ।୨୬।ସେ ମୋର ସୋହଦରମାନେ ବିନାଶ ହୋଇଲେତାହାଂକୁ ହୃଦରେ ଦୟା ମୋର ନବସିଲା ଭଲେ ।୨୭।ମୋହର ନାସ୍ତି କଲେ ଏହାର ପ୍ରାଣନେବକେବଣ ଧର୍ମମୋର ହୋଇବାକ ତେବ ।୨୮।ୟେଥୁ ଅନନ୍ତରେ ସେ ବିଲଙ୍କା ଦେଶ ରାଜାଅଗସ୍ତିଙ୍କ ପାଦପଦ୍ମେ କଲେ ଦିବ୍ୟପୂଜା ।୨୯।ଭୋ ଦେବ ଚାରିପାଣ୍ଡବ ଦ୍ରୋପତୀ ହେମବନ୍ତେକେବଣ କୃତ୍ୟ କଲେ କହିବ ତପୋବନ୍ତେ ।୩୦।କହନ୍ତି ଅଗସ୍ତି ଶୁଣ ହୋ ମହୀପତୀୟେସନେକ ଶୁଣ ଚାରିପାଣ୍ଡବଙ୍କ ରୀତି ।୩୧।ମୃତ୍ତିବନ୍ତ ହୋଇଣ ଛାଡିଲେ କଳେବରପୁଷ୍ୟେକ ବସିଗଲେ ଅମର ସ୍ୱର୍ଗ ପୁର ।୩୨।ଦେଖିଣ ଇନ୍ଦ୍ରଦେବତାଙ୍କୁ ସନ୍ତୋଷ ହୋଇଲେବସିବାକୁ ସ୍ଥାନ ଦିବ୍ୟ ସିଂହାସନ ଦିଲେ ।୩୩।ରତ୍ନ ଅଳଙ୍କାରମାନ ସେ ବିବିଧ ବର୍ଣ୍ଣେ ଦେଇଦେଖିକରି ହରଷ ହୋଇଲେ ଶଚୀ ସାଇଂ ।୩୪।ୟେଥୁ ଅନନ୍ତରେ ଶୁଣ ବିଲଂକ ଦେଶ ରାଜାଅଗସ୍ତିଙ୍କ ଚରଣେ କଲାକ ଦିବ୍ୟପୂଜା ।୩୫।ଭୋ ମୁନି ଯେତେବେଳେ ପାଣ୍ଡବ ତୀର୍ଥବାସୀପରୀକ୍ଷକଇଂ ରାଜ୍ୟ ଦେଇଣ ଧର୍ମଶିଶି ।୩୬।କେମନ୍ତ କରି ସେ ରାଜ୍ୟ କଲେକ ପାଳନକ୍ଷଣେହେଂ ରହୁ ଯୁଝେଷ୍ଠି ସ୍ୱର୍ଗ ଆରୋହଣ ।୩୭।ଶୁଣ ହୋ ରାଜନ ତାହା ବଦନ୍ତି ଅଗସ୍ତିରାଜ୍ୟ ଛାଡି ଆସିଲେ ଯେ ଯୁଝେଷ୍ଠି ନୃପତି ।୩୮ମ୍ଳେକ୍ଷ ରାଜାହିଂ ଆସି ଆବୋରିଲା ପୁରଭ୍ରତଖଣ୍ଡ ରାଜ୍ୟେ ୟେ ପରୀକ୍ଷ ନୃପବର ।୩୯।ପିତା ତାଂକୁ ଦିଲେ ପୂର୍ବ ଜମ୍ବୁଦୀପ ପୃଥୀସମସ୍ତ ନୃପତି ପରୀକ୍ଷ ଚରଣେ ଖଟନ୍ତି ।୪୦।କ୍ଷତ୍ରୀୟ ବୀରବର ସେ ଅଟଇ ମହାରାଜାଆଗ୍ୟାଂୟେ ପ୍ରଶୁରାମ କୃତାନ୍ତେକ ତରିଜା ।୪୧।ରୂପେଣ ମନସିଜ ପ୍ରାକ୍ରମେ ସୁରପତିକ୍ଷମାୟେ ପୃଥୀପତି ବଡ଼ିମାୟେ ମାରୁତି ।୪୨।ଅଭିମନ୍ୟୁ ନନ୍ଦନ ଯେ ପ୍ରତାପୀ ସୋମବଂଶଯାହାର ପିତା ମାତୁଳ ଅଟନ୍ତି ହୃଷୀକେଶ ।୪୩।କୃଷ୍ଣ ପାଣ୍ଡବେ ଯହୁଂ ଗଲେକ ସ୍ୱର୍ଗପଥକଳିଯୁଗର ଦୋଷ ହୋଇଲା ଉପଗତ ।୪୪।ସନ୍ଧ୍ୟା ଦର୍ପଣ ଯେ ଛାଡିଲେ ଦେବ ପିତ୍ରବଣିଜ କର୍ମ କଲେ ଯେ ଯାହା ଅବିହିତ ।୪୫।ଯେ ଯାହାର ନିତ୍ୟକର୍ମ ଛାଡ଼ିଲେ ସହଜବଇଶ୍ୟ କ୍ଷତ୍ରିୟ ଶୁଦ୍ର ବିପ୍ରମାନେ ଅବୀଜ ।୪୬।ବ୍ରାହ୍ମଣେ ବେଦମନ୍ତ୍ର ଯଗ୍ୟଂ ହୋମ ଛାଡ଼ିଅକର୍ମ କରନ୍ତି କେହୁ କୁପଥହିଂ ମାଡି ।୪୭।ମଦ୍ୟ ମତ୍ସଳ ହିଂସା ନିନ୍ଦାରେ ମନ୍ଦବୁଦ୍ଧିସନ୍ଥ ବଚନେ କେହି ନୋହନ୍ତି ପ୍ରବୋଧି ।୪୮।ପ୍ରସବ ସ୍ତିରୀୟେ ଯେ ଇଛନ୍ତି କାମଇଛାଅନୁବ୍ରତେ ଜିଭ୍ୟାରେ ସେ କହୁଥାନ୍ତି ମିଚ୍ଛା ।୪୯।ପିତାକଇଂ ପୁତ୍ରଯେ କରନ୍ତି ଉପହାସନାରୀନ୍ତ ପୁରୁଷମାନେ ନଗଲେ ବିଶ୍ୱାସ ।୫୦।ମାତା ପିତା ତେଜି ପୁତ୍ର ଭାରିଜାର ବଶନିଜ ପୁରୁଷକଇଂ ହୋୟେ ପତ୍ନୀ ଅମରିଷ ।୫୧।ୟେସନେକ ଆଚାର ଯେ ଉପୁଜିଲା ମହୀଅନାଚର କଲେ ସର୍ବେ କଳି ଭୋଗ ହୋଇ ।୫୨।ଡଗରେ ହକାରି ଦିନେ ପୁଚ୍ଛିଲାକ ରାଜାଦେଶ ଉଚିତରେ ସେ ଅଚ୍ଛନ୍ତିନା ପ୍ରଜା ।୫୩।ବ୍ରାହ୍ମଣେ ବେଦ ମନ୍ତ୍ରେ ହୋଅନ୍ତିନା ଧର୍ମଶୀଳବେଉସା ବାଣିଜରେ ହୁଅଇନା କୃଷିଫଳ ।୫୪।ଯେ ଯାହାର କର୍ମରେ ସେ ଅଛନ୍ତିନା ପ୍ରାଣୀଆଉ କିଛି ଅଭାବ ଅଛୁ କି ହୋ ତୁହି ଶୁଣି ।୫୫।ବୋଲି ଚାରଗଣେ ଶୁଣ ହୋ ନରନାହାସବୁହିଂ ଅନୀତି ଦେବ ପଚାରିଲୁଂ ଯାହା ।୫୬।ଯୁଝେଷ୍ଠିଂକ ରାଜ୍ୟରେ ଯେତେକ ଗରୁହଂସୀତୁମ୍ଭର ରାଜପଣେ ନାହିଂତ ୟେକ ଅଂଶୀ ।୫୭।କଳି ପ୍ରବେଶରୁ ତ ହୋଇଲା ଛିଦ୍ରକାଳଆମ୍ଭର କହିତେ ଶକ୍ୟ ନାହିଂ ମହୀପାଳ ।୫୮।ଡଗର ବଚନେ ସେ ନୃପତି ଅସନ୍ତୋଷଇକଳିକାଳ ଦୁଷ୍ଟ ପଶିଲା ମୋହର ଦେଶାଇ ।୫୯।ରାଜାର ଉଦବେଗ ବଡ଼ାଇ କଲା ଚିତ୍ତଗୁପତେ ଛିଦ୍ରକଇଂ ଖୋଜଇ ସେ ନୃପତ ।୬୦।ଗୁପତେ ରାଜାହିଂ ତ ସେ ଦେଶେ ଦେଶେ ବୁଲିପରଜାଂକ ଚେଷ୍ଟା ମାନସେ ମନେ ମନେ ଭାଳି ।୬୧।ଗୁପତେ ରାଜା ଯେ ଦେଶେ ଦେଖିଲା କଳିଯୁଗମନ୍ତ୍ରୀଂକି ଘେନି କଟକେ କରଇ ପ୍ରୀତିଭୋଗ ।୬୨।ତିନିପାଦ ଛେଦଇ ୟେକା ଯେ ବଇଲଗାଈ ଗୋଟିଏ ଯୋଚିଲା ତାହାର ତୁଲ ।୬୩।ଦୁହିଂନ୍ତି ଧରିଣ ଧଂସୁଅଛି ରୋଳିଧରିଣ ଘେନିଣ ଯେ ଚଳଇ ମହୀଆଳୀ ।୬୪।ମହା ଦଗଧେ ଯେ ବୃଷଭ ବିକଳବେନି ନୟନୁଂ ତାର ବହଇ ଅଶ୍ରୁଜଳ ।୬୫।ୟେସନେକ ସମୟେ ଯେ ପରୀକ୍ଷ ମିଳିଲାକଳିକି ଚାହିଂଣ ସେହି କୋପେଣ ବୋଇଲା ।୬୬।ତୋହର ତହୁଂ ମହାପାପୀ ଯେ ନାହିଂ ୟେଥୁ ଆନକିଂକେ ଦୁଖ ଦେଉରେ ବୃଷଭ ପାଦ ହୀନ ।୬୭।ୟେ ସେ ଅବଧ୍ୟ ୟେହା ବଧ୍ୟ କଲୁ କେସନ ମତେୟେ ତୋହର ସତ ବଳିଲା କିମର୍ଥେ ।୬୮।ତୁ ଅବା ବୋଲିବୁ ୟେହା କିମ୍ପେ କଲୁ ପୁଛାନିଜ କର୍ମେ ମୋହ ରତନ ହୋଇ ସ୍ୱଇଛା ।୬୯।ମୁହିଂ ପରୀକ୍ଷ ରାଜନ ନଜାଣୁକି ମୋତେମୋହର ରାଜ୍ୟେ ଅଧର୍ମ କରୁ ତୁହି କେମନ୍ତେ ।୭୦।ମୁହିଂ ସୃଷ୍ଟି ପାଳଣତ ଦେଖିଲି ନୟନେୟେତେ ବୋଲି ବୃଷଭ ସେ କହଇ ବଚନେ ।୭୧।ବୋଲି ବୃଷଭ ତୁ ଶୁଣସି ନୃପବରଯାହା ସେ ପୁଛାକଲୁ ମୁକୁଇ ଆଗୋଚର ।୭୨।କେବଳ କହଇ ମୁଂ ତୁମ୍ଭର ଆଗରମୋହର ଚରିତ ତୁହି ଶୁଣ ନୃପବର ।୭୩।ଶ୍ରୀକୃଷ୍ଣ ପାଣ୍ଡବେ ଯେଉଂଦିନୁ ନିଧନ ହୋଇକଳି ଭୋଗ ରାଜା ହୋଇଲା ଦେଶଇ ।୭୪।କଳି ଡରେଣ ହୋଇ ଯେ ଗାବ ରୂପଗୋଡ଼ାଇ ଧଇଲା ଯାଇଂ କଳି ନୃପ ।୭୫।ମୁହିଂ ଧର୍ମ ଯେ ବୃଷଭ ରୂପ ହୋଇୟେ କଳିମାୟା ମୋତେ ଧଇଲା ଗୋଡ଼ାଇ ।୭୬।ମୋହର ଯେ ସତ୍ୟ ଶଉଚ ଦୟା କ୍ଷମା ଧଇଲା ଚଉପାଦସତ୍ୟ ଛାଡ଼ିଣ ୟେ ତିନିପାଦ କଲା ମୋର ଛେଦ ।୭୭।ଶୁଣି ପରୀକ୍ଷ ବୋଇଲେ ମୁଂ ଯାଉଥିଲି ଲୋଡିଯୋଗେଣ ତୁହି ୟେବେ ମୋହର ଆଗେ ପଡି ।୭୮।ୟେତେ ବୋଲି ଖଡଗ ଯେ ଝାଡି ଦିଲାକ ବୀରତୋତେ ମୁଂ ମାରନ୍ତେରେ ଜଗତ ଉପୁଗାର ।୭୯।ମୋହର ବଳବୀର୍ଯ୍ୟ ତୁ ଦେଖିଲୁରେ ଊଣାତେଣୁ ତୁ ମୋହରଦେଶେ କରୁରେ ଗଞ୍ଜଣା ।୮୦।ଡରେ କଳିଯୁଗର କମ୍ପଇ ଶରୀରମୁଂ ତୋତେ ଶରଣ ମୋତେ ରଖ ନୃପବର ।୮୧।ମୋତେ ମାରନ୍ତେଣ ତୋହର ପିରାଜନ ନାହିଂଆଗ୍ୟାଂ ମୋତେ ଦିଅନି ମୁଂ ଥିବଇଟି କାହିଂ ।୮୨।ମୋହୋର ଆୟିଷ୍ୟ ଘେନି ଯୁଝେଷ୍ଠି ରାଜନରାଜ୍ୟ ତେଜି ବନସ୍ତେ ସେ କଲେକ ଗବନ ।୮୩।ତାହାଂକର ଦୟାରେ ମୁଂ ଦେଶେ ବିହରଇତୋହର ରାଜ୍ୟରେ ନପଶି କିମ୍ପାଇ ବଞ୍ଚଇ ।୮୪।ତୁ ମୋତେ ହୋ ଦୟା ରାଜା କରିବୁନା ୟେବେବିଚାରି ଆଗ୍ୟାଂ ମୋତେ ଦେବାକ ନୃପଦେବେ ।୮୫।ଶୁଣିଣ ବିଚାରନ୍ତି ଯେ ପରୀକ୍ଷ ରାଜନପ୍ରାଣ ବିକଳରେ ଯେବେ ତୁରେ ପଶିଲୁ ଶରଣ ।୮୬।ତୋତେ ଯେବେ ରକ୍ଷା ମୁଂ କରିବିଟି କଳିମୋହୋର ରାଜ୍ୟ ଛାଡି ଯାଅତୁ ଆନ ପନ୍ଥେ ଚଳି ।୮୭।କଳି ବୋଇଲା ତୁମ୍ଭେ ସକଳ ଦେଶେ ଅଧିକାରୀଦିଅ ମୋତେ ଠାବ ୟେବେ ମନରେ ବିଚାରି ।୮୮।ଉତ୍ତରା ନନ୍ଦନ ଯେ ବୋଇଲେ ମନେ ଭାଳିୟେ ମୋର ବଚନେ ଯେବେ ଥିବୁ ପ୍ରତିପାଳି ।୮୯।ଯାହାର ମାତ୍ରା ହୀନ ଆଧ୍ୟାନ କରେ ମହୀସେ ମୂର୍ଖର ଅଙ୍ଗେ ଆରୋହଣ କର ତୁହି ।୯୦।କଳି ବୋଇଲା ହୋଇଣ କୃତାଞ୍ଜଳିୟେଠାରେ ରହିଲେ ସହିପାରିବ କି ସେ ମୋହର ଆର୍ଦ୍ଦୋଳି ।୯୧।ଅନେକ କୁଟୁମ୍ବ ବନ୍ଧୁ ମୋହର ଅଛଇସକୁଟୁମ୍ବେ ୟେଠାରେ ରହିତେ ନଗଛଇ ।୯୨।ଅନୂରୁପ ଜାଣି ତୁମ୍ଭେ ବୋଲ ହୋ ନୃପତିକାହିଂ ବିଶ୍ରାମ ହୋ କରିବଇଂ ନିତି ।୯୩।ପରୀକ୍ଷ ବୋଇଲେ ମଦ ଗଞ୍ଜାଇ ଜୁତୟେତେଠାବେ ତୁ ବିଶ୍ରାମ କରିବୁ ଅବିରତ ।୯୪।ୟେତେସ୍ଥାନେଣ ତୁହି ଦିବାରାତ୍ରେ ଥିବୁମମ ଆଗ୍ୟାଂ କେବେହେଂ ଭ୍ରଷ୍ଟ ଯେ ନକରିବୁ ।୯୫।ପରୀକ୍ଷର ଆଗ୍ୟାଂ ଘେନି କଳିଯୁଗ ଗଲାଧର୍ମ ଧରଣୀ ଯେ ଦୁହିନ୍ତି ଛାଡ଼ିଦିଲା ।୯୬।ବାହୁଡି ବିଜେ ରାଜା ଅନ୍ତପୁରେ ଆସିପ୍ରଜାପାଳନ କଲେ ଅଭିମନ୍ୟୁ ଶିଷି ।୯୭।ଆରଦିନ ରାଜା ଯେ ଦଳ ବଳ ସାଜିଦିଗବିଜେ କଲେ ରାଜା ସାନନ୍ଦ ମନେ ହେଜି ।୯୮।ପୃଥୀରେ ଭ୍ରମଣ ଯେ କରଇ ନୃପତିଭ୍ରଥଖଣ୍ଡ ନବ ସହସ୍ର ଆଦିପତି ।୯୯।ସକଳ ସ୍ଥାନରେ ରାଜା କରଇ ଗବନକଳି ଶାପେ ଶାନ୍ତି ସକଳ ଜୀବମାନ ।୧୦୦।ବିଷ୍ଣୁର ମହିଂମା ଯେ ସକଳ ଦେଶେ କହିବ୍ରାହ୍ମଣ ପୁରାଣେ ଯେ ଶୂଦ୍ରେ ଗୀତଗାଇ ।୧୦୧।ପୃଥିବୀ ଗୁହାରି କଲା ଯେବଣ ମତେକେସନେକେ ଦେବେ ଉପୁଜିବେ ମଞ୍ଚଗତେ ।୧୦୨।ଦେବକୀ ଗର୍ଭେ କୃଷ୍ଣ କେବଣ ମତେ ସ୍ଥିତିସଂକ୍ରିଷେଣ ରୋହିଣୀ ଗର୍ଭେ ଉତପତି ।୧୦୩।ବାଳ ଅବତାର କୁତୂହୋଳ ଦେବ ହରିବିବିଧ ପ୍ରକାରେ ୟେହା ଗୀତେଣ ବିଚାରି ।୧୦୪।ଅଘା ଶକଟା ବକା ଧେନୁକା ଯେ ବତ୍ସାସୁରପୁତନା ତ୍ରୋଣାବର୍ତ୍ତ କେଶୀ କୁବଳୟା କରିବର ।୧୦୫।କଂସରାଜା ନାରକା ବାଣ ବଜ୍ରନାଭ କାଳଦମନକାହ୍ନା ଅବତାରେ ଯେ ନାଶିଲେ ୟେ ଅସୁରମାନ ।୧୦୬।ପାଣ୍ଡବଂକ ବଳବୀର୍ଯ୍ୟ କହନ୍ତି ଶାହାସ୍ର ବିଧାନେଯେମନ୍ତ ପ୍ରକାରେ ନାଶିଲେ ରାଜା ଦ୍ରିଯୋଧନେ ।୧୦୭।ଶୁଣିଣ ପରୀକ୍ଷ ଯେ ହୋଇଲେ କୃତକୃତକିସେ ବଚନୟେ ଶୁଭଇ ଅଦଭୁତ ।୧୦୮।ପିତାବତ୍ସଳ ୟେ ଅଜାଂକର କୀରତିଶୁଣିଣ ପରମ ସାନନ୍ଦ ସେ ହୋଇଲେ ନୃପତି ।୧୦୯।ମନେ ବିଚାରନ୍ତି କଳିକାଳ ସାଧ୍ୟକଲି ଯହୁଂୟେ ଧର୍ମ ବାସନାମାନ ଗୋବିନ୍ଦ ଶୁଣିଲଇଂ ତହୁଂ ।୧୧୦।ବାହୁଡି ଆସି ରାଜା ନିଜ ଭୁବନେ ପରବେଶସିଦ୍ଧଚଣ୍ଡୀ ଚରଣେ ଶରଣ ଶୁଦ୍ରମୁନି ସାରୋଳଦାସ ।୧୧୧।ୟେଥୁ ଅନନ୍ତରେ ଯେ ବିଲଂକ ଦେଶ ରାଜାଅଗସ୍ତିଂକ ଚରେଣ କଲେକ ଦିବ୍ୟପୂଜା ।୧୧୨।ପରୀକ୍ଷ ରାଜା କଥା ଶୁଣିଲି ମହାମୁନିୟେବେ କହ ଯୁଝେଷ୍ଠିଂକ ସ୍ୱର୍ଗ ଆରୋହଣ ବାଣୀ ।୧୧୩।ଯୁଝେଷ୍ଠିଂକ ଛାମୁରେ ଯେ ବିଜେ ଧର୍ମସାଇଂନିରୋପି ଚାହାଂଇ ଯେ ଯୁଝେଷ୍ଠିଂକ ବଦନଇ ।୧୧୪।ସାଖା ସୋହଦ୍ର ପୁତ୍ରବାନ୍ଧବ ମୋହୋର କେହୁ ନାହିଂଦିଗ ନଦିଶଇ ଯିବି ଯେ ମୁହିଂ କାହିଂ ।୧୧୫।ବଇବସୁତ ମନୁ ଶ୍ରୋତା ୟେ ବଦୟନ୍ତି ବ୍ରହ୍ମବେତ୍ତାଯୁଝେଷ୍ଠିଂକ ମନେ ନାହିଂ ଭାଇଂକର ଚିନ୍ତା ।୧୧୬।ଯୁଝେଷ୍ଠି ବିସରନ୍ତେ ଜାଣିଲେ ଦେବ ପିତାଇନ୍ଦ୍ରକଇଂ ହକାରିଣ ଆଗ୍ୟାଂ ଦିଲେକ ବିଧାତା ।୧୧୭।ପୁଷ୍ୟେକ ବିମାନ ଘେନି ବେଗେ ଯାଆସି ସହସ୍ରାକ୍ଷହେମବନ୍ତ ବଟ ତଳେ ଯୁଝେଷ୍ଠି ଅଛନ୍ତି ପ୍ରତକ୍ଷ ।୧୧୮।ବିମାନେ ବସାଇଣ ବେଗେ ଆଣ ତାହାଅମରଧର୍ମ ସମାନେ ପୂଜାକର ଧର୍ମ ନାହା ।୧୧୯।ପିତାର ଆଗ୍ୟାଂୟେ ଯେ ବିନୟେ ସସ୍ରଯୋନିହେମବନ୍ତେ ବିଜେ କଲେ ଅମରଗଣନ୍ତ ଘେନି ।୧୨୦।ବାସବ ଦେବତାକଇଂ ଦେଖିଣ ଯୁଝେଷ୍ଠିବଟତଳୁ ଦେବ ଆସନ ଛାଡିଣ ବେଗେ ଉଠି ।୧୨୧।ବାସବ ଦେବତାଂକୁ ଯେ ବିନୟେ ଭଗତିଜୟ ତୁ ସୁନାଶିର ବୃନ୍ଦାର୍କ ଚକ୍ରବ୍ରତୀ ।୧୨୨।ଆବର୍ତ୍ତେକ ସମ୍ବର୍ତ୍ତେକ ଦ୍ରୋଣ ମୂଳ ପୁଷ୍କରୟେମାନେ ଭୃତ ପଣେ ଚରଣେ ସେବନ୍ତି ଯାହାର ।୧୨୩।ଅଗ୍ନିବାଣ ନିର୍ଘାତବାଣ ବଜ୍ରସୂଚୀ ବଜ୍ରବାଣଆଦ୍ରାବଳୀବାଣ ଅର୍ଦ୍ଧଚନ୍ଦ୍ରବାଣ ପୁଣ ।୧୨୪।ୟେ ଶହସ୍ରମାନ ତୋର ହାଥରେ ଚଳଇଅନନ୍ତକୋଟି ବ୍ରହ୍ମାକୁ ରକ୍ଷାପାଳ ତୁହି ।୧୨୫।ସ୍ୱାମୀ ହେଳେଣ ବାନ୍ଧିଲୁ ତୁ ଶୂନ୍ୟ ଅଣଚାଷତପନ ତାପନ ଧାପନ ନାହିଂ ନା ଅବକାଶ ।୧୨୬।ପରମ ବ୍ରହ୍ମଧର୍ମ କର୍ମେଣ ହୋୟେକ କାମଦେବଂକର ଉତ୍ତର ଇନ୍ଦ୍ର ତୋର ନାମ ।୧୨୭।ପଞ୍ଚଦଶ କୋଟି ଅନନ୍ତ କୋଟି ରେଖାପଞ୍ଚବିଂଶ ପ୍ରକୃତିର ଅଟୁ ତୁ ଦେବ ସାଖା ।୧୨୮।ତେ ତହୁଂ ବିତ୍ରକେ ଆନକେ କରିବ ଲେଖାତୁହି ସେ ଜଗତ ଶୟଳ ପୂରାଅ ମନୋବାଞ୍ଛା ।୧୨୯।ସ୍ୱାମୀ ମାତାର ଅବିକାରେ ସୋଦର ଶିର କାଟିଜଗୁଜନ ମୋହିନୀ ଅମର ବିଳାସୁଣୀ ଚଉଷଠୀ କୋଟି ।୧୩୦।ମହାନାଗ ଆରୋହଣ କଳ୍ପ ପୁଷ୍ୟମାଳୀବ୍ରହ୍ମାଣ୍ଡର ନାଥ ସ୍ୱାମୀ ଜୟ ତୁ ଆଖଣ୍ଡଳି ।୧୩୧।ସ୍ୱାମୀ ଦିନକର ସଙ୍ଗେ ହରିଲୁ ଋଷିପତ୍ନୀସେ ଅଣ୍ଡ ଛାଡିଣ ଶରୀରେ ହୋଇଲା ସସ୍ରଯୋନି ।୧୩୨।ସ୍ୱାମୀ ଚଉଷଠୀ କୋଟି ନାୟେକା ଅମର ବିଳାସୁଣୀଅନିର୍ଯ୍ୟାପ କ୍ରୀଡାୟେ ଅନିର୍ଯ୍ୟାପ ରମଣୀ ।୧୩୩।ସ୍ୱାମୀ ଜମ୍ବୁଦତ୍ୟକୁ ମାରି କଉଣୋପ ଦର୍ପଭଞ୍ଜାଗଜରାଜ ଆରୋହଣ ଆରମ୍ଭ ମହାତେଜା ।୧୩୪।ସ୍ୱାମୀ ଦିବି ଭୁବନ ନାୟେକ ଇନ୍ଦ୍ର ଯେ ଦେବତାତୁହି ସେ ଚରାଚର ପାଳନ୍ତା ଉଦ୍ଧାରନ୍ତା ।୧୩୫।ଶରଣ ଜନ ସୁଦୃଦ ଦୁର୍ଜନ ବଳଗଞ୍ଜାସୁର ସିଦ୍ଧ ନାଗ ଲୋକେ ତୁହି ସେ ଦେବାଧିଦେବ ରାଜା ।୧୩୬।ଶ୍ରୀଇନ୍ଦ୍ରଦେବତାର ଚରଣ ତଳେ ସେବିବଦୟନ୍ତି ଶୂଦ୍ରମୁନି ସାରୋଳଦାସ କବି ।୧୩୭।