ସାରଳା ମହାଭାରତ ସ୍ୱର୍ଗାରୋହଣ ପର୍ବ
ସାରଳା ଦାସ · ଭାଗ ୨ / ୪
ସମ୍ପୂର୍ଣ୍ଣ ସୂଚୀପତ୍ର
ହିମବନ୍ତ ପର୍ବତେ ଦ୍ରୌପଦୀ, ସହଦେବ, ନକୁଳ, ଅର୍ଜୁନ ଓ ଭୀମଙ୍କର ତନୁତ୍ୟାଗ
ୟେଥୁ ଅନନ୍ତରେ ଯେ ବିଲଂକ ଦେଶ ରାଜାଅଗସ୍ତି ମହରଷିଂକ ଚରଣେ କଲେ ପୂଜା ।୧।ବସନ କୁଣ୍ଡଳ ନବ ରତ୍ନମାଳା ପୁଷ୍ୟ ଚନ୍ଦନ ଦେଇଶତେ ଶହସ୍ର ଦଣ୍ଡ ପ୍ରଳମ୍ବିତ ହୋଇ ।୨।ମୁନିୟେ ଶୁଣିମା ଯୁଝେଷ୍ଠି ସ୍ୱର୍ଗ ଆରୋହଣ କଥାକେବଣ ପ୍ରକାରେ ହୋଇ ଜଣେ ଜଣେ ମଲେ ପଞ୍ଚୁ ମହାରଥା ।୩।ୟେହା ମୋତେ ସଞ୍ଚପି କହିବା ମହାମୁନ୍ୟତବ ମୁଖୁ ଶୁଣି ପାପ ମୋହର ହୋଇବ ଦହନ ।୪।ହିଙ୍ଗୁଲା ପରୀକ୍ଷ ବୋଲି ବୋଇଲେ ବିଶ୍ୱାମିତ୍ରେକର୍ଣ୍ଣ ମହରଷି ଅଛନ୍ତି କର୍ଣ୍ଣକୁଟ ପରବତେ ।୫।କର୍ଣ୍ଣକୁଟ ପର୍ବତେ ବସିଛନ୍ତି କର୍ଣ୍ଣଗଙ୍ଗା ବହି ଆସୁଛନ୍ତି ମେରୁ ସନ୍ନିଧାନ ।୬।ଗଙ୍ଗା ଯମୁନା ସରସ୍ୱତୀ ତିନି ଧାରତିନିହେଂ ପଶୁଛନ୍ତି ସେ ଋଷିଂକ ଗର୍ଭର ।୭।ଦୁଇ କର୍ଣ୍ଣରେ ଦୁଇଧାର କଣ୍ଠରେ ସରସ୍ୱତୀଡ଼ାହାଣ ଜାନୁ ଫୁରି ବାହାର ତିନି ମୃତ୍ତି ।୮।ତପ କରି ସତ୍ୟଯୁଗେ ଆଣିଲେ ଗଙ୍ଗା ଭଗୀରଥିକର୍ଣ୍ଣଋଷି ଗଣ୍ଡୁଷ କଲେ ଗଙ୍ଗା ଯମୁନା ସରସ୍ୱତୀ ।୯।ସେ ଗର୍ଭୁଂ ବହିଣ ଅଛଇ ସତ୍ୟଯୁଗେସହଦେବ କହିଲେ ଯୁଝେଷ୍ଠି ଦେବ ଆଗେ ।୧୦।ତହିଂକି ହେମବନ୍ତ ବିଶାଶୟେ ଯୋଜନମହା ହିମ ତହିଂ ଯେ ପଡ଼ଇ ଅବିଚ୍ଛନ୍ନ ।୧୧।ଘୋଳ ମଛନେ ଯେହ୍ନେ ବାହାର ହୋଅଇ ଫେନସେହିମତି ପ୍ରାୟେ ମେଦିନୀ ଉତପନ୍ନ ।୧୨।ଚାଲନ୍ତେ ଚରଣ ମିଳାଇ ହାତ ମାୟେଂସଦ୍ରୋପତୀ ବୋଲନ୍ତି ଦେବ ୟେଣେ କାର୍ଯ୍ୟ କିସ ।୧୩।ଯୁଝେଷ୍ଠି ବୋଲନ୍ତି ଦେବୀ ଗୋ ଯିବା ହିମବନ୍ତେତହିଂକି ନିକଟ ସ୍ୱର୍ଗ ଦେଖିବା ଦଇବତେ ।୧୪।ଆମ୍ଭର ପଞ୍ଚଭୂତ ଆତ୍ମାହିଂ ଭଗବାନସେ ଯେବେ ତେଜ୍ୟା କରିଗଲେ ୟେ ଭୁବନ ।୧୫।ଆମ୍ଭରଜୀବନେ ଆଉ କିସ ପିରୋଜନଅଥବା ୟେଥେ ଥିଲେ ଅର୍ଜିବା ପାପମାନ ।୧୬।ପବନହୁଂ ବେଗେ ସେ ଚଳନ୍ତି ଯୁଝେଷ୍ଠିହେମବନ୍ତ ପର୍ବତ ଉପରେ ବେଗେ ଉଠି ।୧୭।ସୁମରନ୍ତି ଭଗବାନ ବିଷ୍ଣୁ ଯେ ଦେବତାତୁହି ସେ କାରଣ ନାଥ ବିହନ୍ତା ଉଦ୍ଧରନ୍ତା ।୧୮।କ୍ଷୁଧାରେ ଦ୍ରୋପତୀ ପର୍ବତକୁ ନୁଆରିଲେ ଉଠିଦ୍ରୋପତୀ ବୋଲନ୍ତି ଦେବ ଶୁଣିମା ଯୁଝେଷ୍ଠି ।୧୯।କ୍ଷୁଧା ତୃଷା କଲା ମୋତେ ନୁଆରଇ ଯାଇଆଜକ ରହିବା ୟେଥି ସ୍ୱାମୀ କାଲି ଯିବା ପଥବାହି ।୨୦।ଯୁଝେଷ୍ଠି ବୋଇଲେ ଅନ୍ନେ କାର୍ଯ୍ୟ କିସପୁଣ୍ୟ ଭୁବନ ୟେଥି କରିବା ଉପବାସ ।୨୧।ପ୍ରାଣ ଯେବେ ଆମ୍ଭେ ୟେ ତୀର୍ଥେ କରିବାନା ତ୍ୟାଗଆବର ଶରୀରକୁ କିସ ଦେବା ଭୋଗ ।୨୨।ଆସ ଗୋ ଦ୍ରୋପତୀ ତୁମ୍ଭେ ଅନ୍ନକୁ ନକର ଆଶପର୍ବତ ଉପରେ କରିବା ଅନେକ ଫଳମୂଳ ଗ୍ରାସ ।୨୩।ଆସ ବୋଲି ରାୟେ ଦ୍ରୋପତୀଂକି ଗଲେ ଛାଡ଼ିପାଦ ଢଳି ଦ୍ରୋପତୀ ପଡ଼ିଲେ ମୁହଂ ମାଡ଼ି ।୨୪।ସ୍ୱାମୀ ରଖ ରଖ ବୋଲି ଢଳି ପଡ଼ିଲେକ ସତୀକୋଳ କରି ତୋଳି ବେଳେ ଧଇଲା ମାରୁତି ।୨୫।ହା ହା ପ୍ରିୟା ବୋଲି ଆଲିଙ୍ଗନ କଲାଆଶ୍ୱାସନା କରି ଭୀମ କୋଳରେ ଧଇଲା ।୨୬।ଭୀମସେନ ହାକ ଦିଅଇ ରାୟେ ବାହୁଡ଼ି ଆସପ୍ରାଣର ଭାବିନୀ ତୁମ୍ଭର ହେଉଛି ବିନାଶ ।୨୭।କିମ୍ପେ ଧର୍ମ ନୃପତି ବିମୁଖ କିମ୍ପେ ହେଉଦ୍ରୋପତୀ ମରୁଛି ଉପେକ୍ଷି କିମ୍ପେ ଯାଉ ।୨୮।ନୁହସି ବିମୁଖ ସ୍ୱାମୀ ଦେଖ ତୋର ବାମାତ୍ରଇଲୋକ୍ୟ ମୋହିନୀ ୟେହୁ ରୂପେଣ ଅନୁପମା ।୨୯।ୟେହାକୁ ଛାଡ଼ିଯିବାକୁ କେମନ୍ତ ମନ ହେଲାପାଷାଣ ଶରୀର ତୁମ୍ଭର ବିଧାତା ଗଢିଲା ।୩୦।ଯୁଝେଷ୍ଠି ବୋଇଲେ ହୋ ଦ୍ରୋପତୀକି ଛାଡ଼ିଆସ ଭୀମଯେ ଯାହାର ଗତିରେ ନିର୍ଜିତ କଲା କର୍ମ ।୩୧।ଆସ ଆସ ଭୀମ ଛାଡ଼ ତାକୁ କୋଳମାୟା ମୋହ ବନ୍ଧନ ଯେ ନୋହଇ ୟେତେବେଳ ।୩୨।କେ କାହାର ସୋଦର କେ କାହାର ଭାରିଜାକେ କାହାର ପୁତ୍ର ବନ୍ଧୁ କେ କାହାର ଆତ୍ମଜା ।୩୩।ଶୁଣିଣ ଭୀମସେନ ବୋଲଇ ଦୁଖମନେୟେଡ଼େକ ନିପ୍ରୋହି କିମ୍ପେ ହୋଇଲୁ ରାଜନେ ।୩୪।ମହା ଭୃତ୍ୟ ପଣେ ୟେ କଲାକ ତୋତେ ସେବାନିକଳଂକ ନିର୍ଦୋଷୀ ୟେହାକୁ କେମନ୍ତେ ଛାଡ଼ି ଯିବା ।୩୫।କୋଟିୟେ ଋଷିନ୍ତ ଘେନି ବ୍ୟାସମୁନିମହା ଅନଳୁଂ ଜାତ କଲେ ଜିଘ୍ନସେନୀ ।୩୬।ସ୍ୱାମୀ ଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମ୍ନ ଅଟନ୍ତି ଯାର ଭ୍ରାଥଅନେକ ସମ୍ଭରେ ୟେହାକୁ ଆମ୍ଭନ୍ତ ଦିଲେଟି ଦ୍ରୋପତ ।୩୭।ୟେକା ସ୍ତିରୀ ୟେ ହୋଇ ସହିଲା ପାଞ୍ଚଂକରି ଆର୍ଦ୍ଦୋଳିୟେହାକୁ ଛାଡ଼ିଯିବାକୁ ତୁମ୍ଭର ସତ କେହେନେକ ବଳି ।୩୮।ସ୍ୱାମୀ ଚାମରୀକି ନିନ୍ଦଇଟି ଯାହାର ୟେ କେଶଲୁବୁଧେ ମଧୁକରେ ଯେ ନ ଛାଡ଼ନ୍ତି ଯାର ପାଶ ।୩୯।କୁସୁମ ନ ଗଚ୍ଛଇ ମଥାକୁ ହୋୟେ ଭାରୀଅଳଂକାର ନ ବହଇ ଶରୀରକୁ ଭରା ପାଇବ ବୋଲି ।୪୦।ଭ୍ରୂଲତା ଶୋଭାବନ ଜାଣି ମଦନର ଚାପଦେଖିଲେ ମନ ତ୍ରାସ କରଇ କନ୍ଦର୍ପ ।୪୧।ସ୍ୱାମୀ ନୀଳେନ୍ଦୀ ଦଳ ଜାଣି ଦିଶଇ ଯାର ଆକ୍ଷିମୁନିଗଣେ ଧ୍ୟାନ ଛାଡ଼ିବେ ଯାହାର ରୂପଦେଖି ।୪୨।ତାମ୍ବୁଳ ବିହୁନେ ୟେ ଅଧର ପଂକୁ ବିମ୍ବୁନସା ଫୁଲ ତିଳ ଜାଣି ମାଣିକ୍ୟ ଦନ୍ତ ସବୁ ।୪୩।କମ୍ବୁ ଜିଣି କରି ସ୍ୱାମୀ କଣ୍ଠ ଯାହାର ଶୋଭାବାହୁ ବେନି ମୃଣାଳ କି କଣୟର ପ୍ରଭା ।୪୪।ସୁବର୍ଣ୍ଣ କୁମ୍ଭ ଜିଣି ୟାହାର କୁଚ ଯୁଗଳସିଂହମଝା ଜାଣି ଯାର ହୃଦୟ ବୃଶାଳ ।୪୫।ଉଲଟ କଦଳୀ ଜାଣି ଦିଶଇତ ବେନି ଜାନୁଶରତ ଚନ୍ଦ୍ର ଜାଣି ଯାହାର ଦିଶେ ତନୁ ।୪୬।ଚମ୍ପା କଢି ଜାଣିଣ ଯାହାର ଅଙ୍ଗୁଷ୍ଠିକୁନ୍ଦ ପାଖୁଡ଼ା ଜାଣି ଦଶ ଲହ ଉକୁଟି ।୪୭।ସ୍ୱମୀ ଚାଲନ୍ତେଣ ଶୋଭା ଯେ ମତ୍ତଗଜ ଠାଣିବଚନ ସୁଲଳିତ ଯେ ଅଣ୍ଡିର କୋକିଳ ଜିଣି ।୪୮।ସ୍ୱାମୀ ୟେତେକ ଲକ୍ଷଣ ଜାଣି ଅଗ୍ନିରୁ ହେଲେ ଜାତକେମନ୍ତେ ଛାଡ଼ିବାକୁ ବଳଇ ତୁମ୍ଭର ସତ୍ୟ ।୪୯।ସେମାବଂଶକୁ ୟେ ଶତେ ଗୁଣ ଗରୁ ହଂସୀଆବର ଭୋ ଦେବ ୟେ ତୁମ୍ଭର ପାଟବଂଶୀ ।୫୦।ସ୍ୱାମୀ ପ୍ରିୟବନ୍ତୀ ପୁତ୍ରବନ୍ତୀ ରାଜାର ନନ୍ଦିନୀଅନେକ ଯାଗଯଗ୍ୟଂ କଲ ୟେହାନ୍ତ ତ ଘେନି ।୫୧।ସ୍ୱାମୀ ପ୍ରିୟବତୀ ଭାର୍ଯ୍ୟାକୁ ୟେଡ଼େକ ନିର୍ଦ୍ଦୟାଧର୍ମରାଜା ପଣ କେଣେ ଗଲା ପାଷାଣ କଲ ହିୟା ।୫୨।ଆମ୍ଭନ୍ତ ତେଜ୍ୟା କରି ଯିବଟି କାହିଂକିପ୍ରିୟବତୀ ତେଜ୍ୟା କଲେ ଧର୍ମ ରହେ ଟିକି ।୫୩।ଯୁଝେଷ୍ଠି ବୋଇଲେ କହିଲୁ ନିଜ ଗୁଣଅବଶ୍ୟ ୟେହାର ଅଛଇ ଅବିଗୁଣ ।୫୪।ୟେହାର ଛାର ପାଇଂ ଭାଇରେ ୟେତେ ତୋର ଶୋକୟେହା ଛାର ପାପୀରେ ଅଟଇ ଘୋର ନର୍କ ।୫୫।ପର ଉପୁଗାରୀ ହୋୟେ ସର୍ବଦା ଯାର ଚିତ୍ତତାହାକୁ ଜାଣିମା ସିନା ପରମ ପଣ୍ଡିତ ।୫୬।ଛାଡ଼ି ଆସ ଭୀମରେ ଦ୍ରୋପତୀ ବଡ଼ ପାପୀୟେହା ଛାର ପାପ କର୍ମ ଶୁଣରେ ଅଦ୍ୟାପି ।୫୭।ମଧ୍ୟ ଭୁବନରେ ୟେହୁ କରି ନାହିଂ ଧର୍ମୟେଥେ ସେ ଜାଣିମାନା କାହାର କେତେ ପୁଣ୍ୟ ।୫୮।ଯେ ଯାହାର ପୁଣ୍ୟ ଘେନି ଯାଏ ସିନା ସ୍ୱର୍ଗଆରେ ଭୀମସେନ ଛାଡ଼ ଦ୍ରୋପତୀକୁ ମାର୍ଗ ।୫୯।ଶୋକ କଲେ କାୟା ତୁହି ହାରିବୁ ନ ଜାଣିଛାଡ଼ରେ ଭୀମସେନ ଧର୍ମ କର ତୁ ହାନି ।୬୦।କେ ୟେଥେ ଅମର ହୋଇ ରହିବରେ ଭାଇପୁଣ୍ୟ କରିଥିଲେ ୟେଥେ ଦୁଖନ୍ତ ନ ପାଇ ।୬୧।ପାପରେ ନର୍କ ଯାଇ ପୁଣ୍ୟରେ ସ୍ୱର୍ଗ ପଥୟେଥେ ଜାଣିମାନା ବନବାସ କେମନ୍ତ ।୬୨।ଭୀମସେନ ବୋଇଲା ତୁମ୍ଭେ ତ ଧର୍ମ ଜାଣକିସ ପାତକ ୟେହାର କୁହ ହେ ଧର୍ମରାଣ ।୬୩।ଯୁଝେଷ୍ଠି ବୋଇଲେ ହୋ ୟେହାର ପାପ ଭାରୟେ ମହାପାପୀ ପୁଣ ଶୁଣରେ ବ୍ରିକୋଦର ।୬୪।ୟେତ ସହଜେ ପଞ୍ଚୁପାଣ୍ଡବଂକ ନାରୀଅଭୟଂକରୀ ହୋଇ ଅଟଇ ଦୁରାଚାରୀ ।୬୫।ସହୟେ ସେନେହେ ୟେ ନ କରଇ ତୁମ୍ଭରଆବର ମଧ୍ୟମଟି ୟେ କରଇ ମୋହର ।୬୬।ୟେ ଛାରକୁ ତୋର ୟେଡ଼େକ ମୁହାଂସଆମ୍ଭର ବିଚାର ୟେହାକୁ ଧର୍ମ କିସ ।୬୭।ୟେଣୁ ସେ ୟେହାକୁ ହୋୟେ ମୃତୁ ପରାପତପୁଣ୍ୟ ଥିଲେ ଯାଆନ୍ତାନା ଆମ୍ଭର ସଙ୍ଗତ ।୬୮।ୟେତେ ବୋଲି ଯୁଝଷ୍ଠି ଯାଆନ୍ତି ଆଗସରିଦେଖୁଂ ଦେଖୁଂ ଦ୍ରୋପତୀ ସେଠାରେ ପ୍ରାଣ ହାରି ।୬୯।ଯୁଝେଷ୍ଠି ବୋଇଲେ ସେ ଦ୍ରୋପତୀ ବଡ଼ ଦୋଷୀସୋଦର ପଣେ କଉରବନ୍ତ ଅମରଷି ।୭୦।ପଞ୍ଚଦଶ ବରଷ କେଶ ବନ୍ଧନ ନକଲାଅନେଶ୍ୱତ ଭାଇନ୍ତ ବଧ କରି କେଶତ ବାନ୍ଧିଲା ।୭୧।ୟେ ମହା ମହାପାପୀକି ତୁରେ ଛାଡ଼ ମୋର ଭାଇୟେ ଦୋଷ ଘେନିଣ ସେ କେହୁ ସ୍ୱର୍ଗ ଯାଇ ।୭୨।ଭୀମ ବୋଇଲା ସ୍ୱାମୀ ୟେଡ଼େକ ନିର୍ଦ୍ଦୟେଆମ୍ଭନ୍ତ ଛାଡ଼ିଣ ୟେବେ ନଯାଅ ଧର୍ମରାୟେ ।୭୩।ନିର୍ମୋହ ଶରୀର ୟେ ବିକୃତ ତୋର ମନସହୋଦ୍ର ଛାଡ଼ିଣ ହେ ନଯାଅ ଧର୍ମ ନାନ ।୭୪।ୟେମନ୍ତ କହି ଭୀମ ଛାଡ଼ିଲେକ ଦ୍ରୋପତୀଦଇବର ବିଯୋଗେ ନିର୍ମୋହ ପଞ୍ଚୁପତି ।୭୫।ଲେଉଟି ମୁଖକୁ ଚାହିଂଲେ ଧର୍ମସୁତତହୁଂଣ ଗବନ କରନ୍ତି ୟେ ପଞ୍ଚୁଭ୍ରାଥ ।୭୬।ପବନହୁଂ ବେଗେଣ ଯୁଝେଷ୍ଠି ଦେବ ଯାଇପଞ୍ଚଯୋଜନ ୟେକା ନିମିଷେକେ ଗମଇ ।୭୭।ଚାରିଭାଇ ପଛେ ପଛେ କରନ୍ତି ଗବନସହଦେବ ଚାଲି ନୁଆରି ବିକଳ ତାର ମନ ।୭୮।ଭୋ ରାଜଦେବ ୟେଥେ ଆଜକ ରହିବାକାୟା ସୁସ୍ଥ କରି ଆମ୍ଭେ କାଲି ପ୍ରଭାତରୁ ଯିବା ।୭୯।ୟେତେ ବୋଲି କାକର ଝୁଣ୍ଟିଣ ପଡ଼ିଲାରଖ ରଖ ଧର୍ମ ବୋଲି ସହଦେବ ଡ଼ାକ ଦିଲା ।୮୦।ବଜ୍ର ଉପରେ ଯେହ୍ନେ ପଡ଼ିଲା ନିରିଘାତୟେସନେକ ଶଦ୍ଦ କଲା ମାତ୍ରୀ ଦେବୀ ସୁତ ।୮୧।ସହଦେବ ପଡ଼ନ୍ତେ ଭୀମସେନ ଚାହିଂଲାହା ହା ଭାଇ ବୋଲି କୋଳ କରିଣ ଧଇଲା ।୮୨।ଭୀମସେନ କୋଳ କରି ଧରନ୍ତେ ମନ୍ତ୍ରବୀରକ୍ଷଣେ ବିଶ୍ରାମ କର ହେ ଯୁଝେଷ୍ଠି ନୃପବର ।୮୩।ମନ୍ତ୍ରୀ ଚୂଡ଼ାମଣି ୟେଥେ ସହଦେବ ଅଚେତଲେଉଟି ଚାହାଂକିନା ହୋ ପଣ୍ଡୁରାଜା ସୁତ ।୮୪।ହେ ରାଜା ଯୁଝେଷ୍ଠି ତୁମ୍ଭେ କ୍ଷଣକେ ବିଶ୍ରାମସହଦେବ ପ୍ରାଣ ଦେଖ ହରିନେଲା ଯମ ।୮୫।ଯାହାର ବୁଦ୍ଧି ବଳେ ଜିଣିଲ ସର୍ବ ପୃଥୀବିବେକ ସୁଗୁଣବନ୍ତ ମହାମନ୍ତ୍ରୀ ଆଗତ କହନ୍ତି ।୮୬।ୟେହାକୁ ଛାଡ଼ିବାକୁ ସତ କେମନ୍ତ ବଳିଲାରହ ରହ ବୋଲି ଭୀମସେନ ହାକ ଦିଲା ।୮୭।ୟେତେ ନିଷ୍ପ୍ରୋହୀ କେହ୍ନେ ହୋଇଲ ଗୋସାଇଂନ୍ତଚାହାଂ ଲେଉଟି ପଡ଼ିଛି ସହଦେବ ଭ୍ରାଥ ।୮୮।ଯୁଝେଷ୍ଠି ବୋଇଲେ ହୋ ତୁ ଛାଡ ସହଦେବକୁତାହାର ପୁଣ୍ୟେ ସେ ଅଇଲା ସିନା ୟେତେ ଦୂରକୁ ।୮୯।ଯେତେ ପୁଣ୍ୟ କରିଥିଲା ସେ ୟେହୁ ପୃଥୀରେପୁଣ୍ୟ ସରିଲେ ଯିବ ନାହିଂ କି ଯମପୁରେ ।୯୦।ତୋହୋର ଆକୁଳ ହେଲେ ସେ ନପାଇ ଜୀବନକିମ୍ପାଇ ମାୟା ମୋହେ ପଡୁରେ ଭୀମସେନ ।୯୧।ୟେ ବଡ ପାପିଷ୍ଠରେ ଛାଡ ମୋର ଭାଇୟେହାକୁ ସେନେହ ମୋହର ଶରୀରେଣ ନାହିଂ ।୯୨।ୟେହୁ ବଡ ପାତକୀ ଅଟେ କୃତଘ୍ନ ଚାଣ୍ଡାଳଛାଡି ଆସ ଭାଇରେ ଡାକ ଦିଅନ୍ତି ଧର୍ମବାଳ ।୯୩।ଭୀମସେନ ବୋଇଲା ମୁଂ ଛାଡିବି କେମନ୍ତେଛାଡିଯିବାକଇଂ ସତ ନବଳଇ ମୋର ଚିତେ ।୯୪।ଗୁଣବନ୍ତ ଶ୍ରୀବନ୍ତ ଯେ ସୋଦର ପଣ୍ଡିତକେମନ୍ତେ ଛାଡିବି ୟାକୁ ନବଳଇ ସତ ।୯୫।ଲେଉଟି ଚାହାଂକିନା ସହଦେବର ମୁଖଭୋ ପ୍ରାଣନାଥ ୟେବେ ହୋଇଲାଟି ନିରେଖ ।୯୬।ୟେହା ପରା ଭାଇକୁ ତୁ ୟେଥେ ଛାଡ଼ିଯିବୁହେମବନ୍ତ ଶିଖରେ ଯାଇ କିସ ତୁ କରିବୁ ।୯୭।ୟେହାକଇଂ ନଦେଖିଲେ ନରହଇ ମୋର ପ୍ରାଣଦଣ୍ଡକେ ବିଶ୍ରାମ ଆହେ କର ଦେବରାଣ ।୯୮।ଯୁଝେଷ୍ଠି ବୋଇଲେ ହୋ ୟେହୁ ବଡ ଦୋଷୀୟେହା ଛାରକୁ କିମ୍ପା କରୁଚୁ ସମ୍ଭାଷୀ ।୯୯।ଭୀମସେନ ବୋଇଲା ୟେହାର କିସ ଅବିଗୁଣସରୂପ କରି କହ ଦେବ ଛାଡିବି ଯେବେ ପୁଣ ।୧୦୦।ଯୁଝେଷ୍ଠି ଦେବ ବୋଇଲେ ୟେ ଭୂତ ଭବିଷ୍ୟ ଗ୍ୟାଂତାକରକଇଂ ଚାହିଂଲେ ଜାଣଇ ତିନି ଭୁବନ ବାରତା ।୧୦୧।ଜାଣିକରି ନକହଇ ପଚାରିଲେ ଜଣାଇପ୍ରାଣ ଅନ୍ତକାଳେ ନ କହଇ ସଂଦେଶଇ ।୧୦୨।ୟେହୁ ଯେବେ କହିଥାନ୍ତା ପଶାଖେଡର ବେଳେରାଜ୍ୟ ଭାର ଛାଡି କିମ୍ପେ ଯାନ୍ତୁ ବନସ୍ତରେ ।୧୦୩।ୟେହାର ପ୍ରମାଦରେ ପାଇଲି ବଡ଼ ଦୁଖୟେ ମହାପାପୀକୁ ଛାଡ଼ ନୋହସି ବିମୁଖ ।୧୦୪।ୟେହାର ମରଣକୁ ନାହିଁ ମୋର ବଥାଛାଡି ଆସ ଭୀମସେନ ପୋଡୁ ୟେହାର କଥା ।୧୦୫।ଭୀମସେନ ବୋଇଲା ୟେ ମାୟା ମୋହ ଛାଡ଼ିମନ୍ତ୍ରୀବର ଛାଡ଼ି କେହ୍ନେ ଯିବାକ ବାହୁଡ଼ି ।୧୦୬।ସହଦେବ ଭୀମସେନ ଯେତେକ କ୍ରୋଧକଲେକଦାଶ୍ଚିତେ ଯୁଝେଷ୍ଠି ଦେବ ନେଉଟି ନ ଚାହିଂଲେ ।୧୦୭।ଭୀମସେନ ହାକ ଦିଅଇ ଦଣ୍ଡେହେଂ ବିଶ୍ରାମ କରଯୁଝେଷ୍ଠି ବୋଇଲେ ତାକୁ ଛାଡ଼ ସେହିଠାର ।୧୦୮।କଠୋର ବଚନେ ଭୀମସେନ ସହଦେବକଇଂ ଛାଡ଼ିଲାପୁଣିହିଂ ମୁଖ ଚାହିଂ ଅନେକ ଶୋକ କଲା ।୧୦୯।ସହଦେବକଇଂ ହିମଭୂମିରେ ଛାଡ଼ିଣ ଆସନ୍ତେଚଲନ୍ତି ଚାରିଭାଇ ପବନୁଂ ଆପାତେ ।୧୧୦।ଆଗରେ ଯୁଝେଷ୍ଠି ଦେବ ପଛରେ ଅରଜୁନମଧ୍ୟେ ନକୁଳ ପଛେ ପବନ ନନ୍ଦନ ।୧୧୧।ଚଳନ୍ତେ ବନସ୍ତ ହେମେ ଯାଉଛନ୍ତି ମାଡ଼ିହାବୋଡା ଘାତେ ତାଂକ ତରୁବରନ୍ତ ଉପୁଡି ।୧୧୨।ଶତେ ଯୋଜନ ଗମନ୍ତି ନିମିଷକ ମଧ୍ୟେହେମଗିରି ଉପରକୁ ଉଠୁଛନ୍ତି ସାଧେ ।୧୧୩।ମହା ବଇକୁଲ୍ୟ ପୁଣ ନକୁଳହିଂ ହୋଇଲାଭୋ ଦେବ ଯୁଝେଷ୍ଠି ହେ ବୋଲିଣ ଡାକେକ ପୁଣ ଦିଲା ।୧୧୪।ପ୍ରାଣ ବଇକୁଲ୍ୟ ମୋର ନୁଆରଇ ଯାଇଆଜକ ରହି ସମ୍ଭାଳି ନିଅକିନା ଗୋସାଇଂ ।୧୧୫।ୟେ ମୋର ଆତ୍ମାକୁ ଲାଗିଲା ବଡ଼ ମନ୍ଦସମ୍ଭାଳି କରି ମୋତେ ନିଅ ଧର୍ମ ନରେନ୍ଦ୍ର ।୧୧୬।ଯୁଝେଷ୍ଠି ବୋଇଲେ ବାବୁ ନୁହସିରେ ବିକଳଆସ ଆସ ବୋଲି ଉର୍ଦ୍ଧ୍ୱେ ଉଠିଲେ ଧର୍ମଂକର ବାଳ ।୧୧୭।ପ୍ରାଣର ବିକଳେ ସେ ନକୁଳ ଯାଉଥିଲାଚରଣ ଅଥୟ ହେଲା ଝୁଣ୍ଟିଣ ପଡିଲା ।୧୧୮।ବଜ୍ରଘାତ ଜାଣି ସେ ପଡ଼ିଲା ଭୂମିରଅଚେବନ ଆତ୍ମା ହେଲା ମାଦ୍ରୀର କୁମର ।୧୧୯।ନକୁଳ ପଡିଲା ଯେହୁଂ ଭୀମସେନ ଦେଖିଲାଆରେ ମୋହର ନକୁଳ ବୋଲିଣ କୋଳ କଲା ।୧୨୦।ଭୋ ଦେବ ଯୁଝେଷ୍ଠି କ୍ଷଣକେ ବିଶ୍ରାମ କରନକୁଳ ଅଚେବନ ହୋଇଲା ଶରୀର ।୧୨୧।ଲେଉଟି ତୁମ୍ଭେ ଥରେ ଚାହଂଟି ଧର୍ମବାଳଅତି ସୁନ୍ଦର ୟେହି ସୁକୁମାର ନକୁଳ ।୧୨୨।ତାହା ଶୁଣି ଭୀମସେନ ଯୁଝେଷ୍ଠିଂ କି ବୋଇଲାୟେହାକୁ ଛାଡିଯିବ ସତ କେହ୍ନେ ବଳିଲା ।୧୨୩।କୁନ୍ତର ମୁନେ ୟେଟି ଧରିଲା ବସୁନ୍ଧରିଛତ୍ରପ୍ରାୟେ କରିଣ ତୋଳିଲା ମହାବଳୀ ।୧୨୪।ଅତି ସୁକୁମାର ଅଟଇ ୟେହା ଅଙ୍ଗଲକ୍ଷେ ରାଜାଂକ ଉପରେ ୟେ ବୋଲାଇ ଭୁଜଙ୍ଗ ।୧୨୫।ବଂଶରେ ଧାର୍ମିକ ହୋୟେ ପ୍ରାକର୍ମେ ବଳିଷ୍ଠକୁମାର ମୁଖେ ୟେହାକଇଂ ଆକାଶେ ଅଛି ପାଟ ।୧୨୬।ବଇମାତ୍ରୀ ସୁତ ବୋଲି ଧଇଲେ ଅବା ଚିତ୍ତେଆମ୍ଭ ତହୁଂ ସେନେହ କରିଥାଅ ଯେ ୟେହାନ୍ତେ ।୧୨୭।ଧର୍ମେଣ ନିର୍ଜିତ ସ୍ୱାମୀ ଅଟଇ ଯାର ଦେହୟେବେ ସୋଦର ଛାଡି ହୋଇଲତ ନିରିମୋହ ।୧୨୮।ନକୁଳ ସହଦେବ ପଡିଲେ ଚଛୁବେନିତାହାଂକ ନିଧନେ କେହ୍ନେ ଥିବା ୟେ ଦେହ ଘେନି ।୧୨୯।କ୍ଷଣେହେଂ ତାକୁ ନଛାଡ଼ ତୁମ୍ଭେଧର୍ମ ଯେ ଯୁଝେଷ୍ଠିବୋଲ ନକୁଳ ସହଦେବ ମୋହର ଗଳାକଣ୍ଠି ।୧୩୦।କେବଣ ଭୂତ ଆସି ପଶିଲା ତୋ ହୃଦରେୟେତେ ନିଷ୍ଠୁର କିନା ହୋଇଲ ଦଣ୍ଡଧରେ ।୧୩୧।ମାଛି ଗୋଟି ବସିଲେ ଯାହାର ହୃଦଗତେଲେପନ କରେ ଅଙ୍ଗ ଚନ୍ଦନ ପଳେଶତେ ।୧୩୨।ପୁଣି ବୋଇଲେ ବ୍ରିକୋଦର ଶୁଣିମା ଦେବ ଯୁଝେଷ୍ଠିନକୁଳକୁ ଦେଖିଣ ମୂର୍ଦ୍ଧନା ମୋର ଫାଟି ।୧୩୩।ଦେଖୁ ଦେଖୁ ସେ ନକୁଳ ପ୍ରାଣହିଂ ହାରିଲାପଥର କାକର ୟେ ଚାଲିତ ନୁଆରିଲା ।୧୩୪।ପଦ୍ମ ଦଳ ଲୋଚନ ଯାର ଅତିଅନ୍ତ ମାନ ଦେହିକାମଦେବ ଯାହାକୁ ହିଂ ସରିସମ ନୋହି ।୧୩୫।ଜଗ ବନ୍ଦନ ଭାଇକି ଯାଉଛି ଛାଡିଲେଉଟି ଚାହାଂ ଦେବ ମୁଖ ବକ୍ର କରି ।୧୩୬।ୟେତେ ବୋଲି ଭୀମସେନ ମହା ଶୋକଭରେଉଚ୍ଚେ ରୋବଇ ସେ ପବନକୁମରେ ।୧୩୭।ଯୁଝେଷ୍ଠି ବୋଇଲେ ଭୀମ ନକର ରୋଦନକିସ ସୁନ୍ଦର ହୋୟେ ମରଣକୁ ଆଗମନ ।୧୩୮।ଆପଣା ସୁନ୍ଦରପଣ ଆପଣେ ଦେଖାଇୟେତେକ ପାତକୀ କିମ୍ପେ ରହିଥିବେ ମହୀ ।୧୩୯।ଆତ୍ମା ବଡାଇପଣେ ଆପଣେ ନାଶଯାଇସେ ମହାପାତକୀକିରେ ଛାଡ଼ି ଆସ ଭାଇ ।୧୪୦।ତାହାର ଦୋଷେ ସେହୁ ପ୍ରାଣନାଶ ଗଲାୟେତେବଡ ପାପୀ ଗୋଟା ଅଗ୍ୟାନେଣ ମଲା ।୧୪୧।ଯୁଝେଷ୍ଠି ବୋଇଲେ ଭୀମସେନ ନଲଗାଇ ମୁହାସନକୁଳକୁ ଛାଡ଼ି ତୁ ବହନ ହୋଇ ଆସ ।୧୪୨।ମାୟା ମୋହେ ପଡ଼ି କରିତୁ ନୋହସି ଅନ୍ଧକାରଜଳବିନ୍ଦୁ ପ୍ରାୟେକ ଯେ ଜୀବନହିଂ ଅଥିର ।୧୪୩।ୟେଥକୁ ମୁହୂର୍ତ୍ତେ ଅହଂକାର ମୂଢ଼ପ୍ରାଣୀଅଗ୍ୟାନ ମୋହରେ ତୁ ପଡୁ କିମ୍ପେନଜାଣି ।୧୪୪।ଯେତେ ପୁଣ୍ୟ ଅରଜିଲା ତେତେ ଦୂରହିଂ ଅଇଲାଆତ୍ମାକୁ ପ୍ରଶଂସା କଲେ ଆପଣେହେଂ ମଲା ।୧୪୫।ୟେତେ ବଡ ପାପୀରେ ଅଟଇ ମୋର ଭାଇୟେହାର ମହିମାଂ ଶୁଣ କହଣା ନଯାଇ ।୧୪୬।ମୋତେ ବୋଇଲା ଗର୍ବେ ମୁହିଂତ ରାଜେଶ୍ୱରମତ୍ତଗର୍ବ ପଣ କରି କହିଲା ଅପାର ।୧୪୭।ୟେ ପୃଥୀରେ ମତ୍ତଗର୍ବ ହିଂସା ଯେ କରଇଯମରାଜା ପାଞ୍ଜିରେ ସେହୁ ଅପହାରଇ ।୧୪୮।ନକୁଳ ଛାଡି ତୁ ଆସ ମୋର ଭାଇଯେତେ କାନ୍ଦିବୁ ଆଉ ଜୀବନ ନପାଇ ।୧୪୯।ହେମାଞ୍ଚଳେ ନକୁଳ ଶୁଆଇ ଭୀମସେନଡାଳପତ୍ର ଲୁଚିୟେ ଉପରେ ଆବରଣ ।୧୫୦।ହେଠ ମୁଖ ହୋଇ କରି ପଡିଅଛି ବୀରକେବଳ ପବନ ତାର ଅଛଇ ଶରୀର ।୧୫୧।କ୍ଷଣକରେ ଆତ୍ମା ଚାହୁଂ ଚାହୁଂ ବିସର୍ଜନନକୁଳେ ଶୁଆଇ କରି କରନ୍ତି ଗବନ ।୧୫୨।ଆଗରେ ଯୁଝେଷ୍ଠି ହେଲେ ମଧ୍ୟରେ କିରିଟୀପଛରେ ଭୀମସେନ ପବନ ନନ୍ଦନଟି ।୧୫୩।ପବନହୁଂ ବେଗେ ଅନ୍ତରୀକ୍ଷେ କରଇ ଗମନହେମାଞ୍ଚଳେ ଗବନ ହୋଇଲେ ଧର୍ମନାନ ।୧୫୪।ଅଗମ୍ୟ ବିପୁଣ୍ୟ ସେ ଅଟଇ ଅନ୍ଧକାରପାଷାଣ ଝୁଣ୍ଟି ଭୂମି ହେମ ହୋୟେ ଅପହାର ।୧୫୫।ଅଶକତେ ଅରଜୁନ ନୁଆରଇ ଯାଇଯୁଝେଷ୍ଠିକିଂ ଚାହିଂ ରହି ବଚନ ବୋଲଇ ।୧୫୬।ଭୋ ସ୍ୱାମୀ ଅଶକତ ହୋଇଲା ମୋର କାୟେକ୍ଷଣକ ବିଶ୍ରାମ କର ଆହୋ ଦେବରାୟେ ।୧୫୭।ସମ୍ଭାଳି ନିଅ ହେ ପଥ ଅଛି ଅଳପ ଦୂରକ୍ଷଣକେ ବିଶ୍ରାମ ତୁମ୍ଭେ କର ହେ ଦଣ୍ଡଧର ।୧୫୮।ଯୁଝେଷ୍ଠି ବୋଇଲେ ତୁ ରେ ଆସୁ ଥାଅ ଭାଇୟେତେ ବୋଲି ଯୁଝେଷ୍ଠି ଯେ ବେଗ ବେଗ ହୋଇ ।୧୫୯।ଗମନ୍ତି ଯୁଝେଷ୍ଠି ଦେବ ପବନହୁଂ ଖରହେମଗିରି ମଧ୍ୟରେ ଗମନ୍ତି ସୁରେଶ୍ୱର ।୧୬୦।ଯାନ୍ତେଣ ପାଦ ବିଭୋଳିତ ପଡିଲା ଅରଜୁନମୋତେ ରକ୍ଷାକର ଦେବ ଯୁଝେଷ୍ଠି ରାଜନ ।୧୬୧।ୟେତେ ବୋଲି ପଡ଼ିଲା ସେ ବାସେବ କୁମରଭୋ ଦେବ ଯୁଝେଷ୍ଠି ବାରେ ପ୍ରତିକାର କର ।୧୬୨ଅର୍ଜୁନ ପଡିଲା ଯହୁଂ ଭୀମସେନ ତ ଦେଖିଲାଆରେ ମୋର ଭାଇ ବୋଲି କୋଳରେ ଧରିଲା ।୧୬୩।ଆହାରେ ମୋ ପ୍ରାଣ ସଖା ତୁ ଭାଇ ବୋଲିକାନ୍ଦନ୍ତି ଯୁଝେଷ୍ଠି ଦେବ ଯାନ୍ତି ହେମ ପେଲି ।୧୬୪।ଅର୍ଜୁନକୁ ଭୀମସେନ କୋଳେ ଅଛି ଧରିକାନ୍ଦଇ ମାରୁତି ଅର୍ଜୁନ ଗୁଣ ସୁମରି ।୧୬୫।ଦେଖ ଦେଖ ଯୁଝେଷ୍ଠି ପଡିଲା ଫାଲଗୁନିଯାହାର ବାହୁବଳେ ୟେକ ଚ୍ଛତ୍ର ମେଦିନୀ ।୧୬୬।ଜଗୁଜନ ସୁନ୍ଦର ଜଗତ ହିତକାରୀଅଗ୍ନିକି ତୋଷ କଲା ଖାଣ୍ଡେବ ଦହନ କରି ।୧୬୭।ନିର୍ବାତ କବଚ ଯେ ମାରିଲା କଉଣୋପସ୍ୱର୍ଗରେ ସୁର ରାଜା କଲାକ ସୁରାଧିପ ।୧୬୮।ଗୋସିଂହ ବଧ କରି ଦ୍ୱାରିକା କଲୁ ରକ୍ଷାକୁମ୍ଭେକ ବଧ କଲୁ କପିଳାସକୁ ହେଲୁ ସାଖା ।୧୬୯।ଲକ୍ଷେକ ନୃପତି ତୁ ଜିଣିଲୁ ବାହୁବଳେସପତ ଦ୍ୱୀପ ପୃଥୀ ଧଇଲୁ ଧନୁ ହୁଳେ ।୧୭୦।ଶର ସାଗର ମଧ୍ୟେ ସେତୁବନ୍ଧ ବାନ୍ଧିହନୁମନ୍ତ ପ୍ରଶଂସିଲା ଶିରେ ମୁକୁଟ ବାନ୍ଧି ।୧୭୧।ଦେଖହେ ଅର୍ଜୁନ ତୋର ପଡିଲା ତୋର ଶାଖାକ୍ଷଣହେଂ ବିଶ୍ରାମ କର ୟେହାକୁଂ ମୁଖ ଦେଖା ।୧୭୨।ୟେହା ପରା ଭାଇକି କେହ୍ନେ ଛାଡି ଯିବାହେମାଞ୍ଚଳ ଯାଇଂ ସ୍ୱାମୀ କିସ ଭୋଗ କରିବା ।୧୭୩।ଦେଖ ତୋର ଭାଇ ୟେ ନିଧନ ଅର୍ଜୁନୟେହାକୁ ଛାଡିବାକୁ କେସନେ ବଳିଲା ତୋର ମନ ।୧୭୪।ୟେତେବୋଲି ଆଲିଙ୍ଗନ କରଇ ଭୀମସେନଅର୍ଜୁନ ମୁଖଚାହିଂ କରଇ ସେ ରୋଦନ ।୧୭୫।ଚନ୍ଦ୍ର ବଦନ ମୁଖ ପରିମୁଣ୍ଡା ଯାଇପଦ୍ମଦଳ ଲୋଚନ ବୁଜି ନିଚେଷ୍ଟ ହେଲୁ ଭାଇ ।୧୭୬।ପ୍ରାଣର ବଲ୍ଲଭ ତୁ ଜଗତ ହିତକାରୀବଜ୍ରେଣ ନିର୍ଜିତ ହୋୟେ ଶରୀର ତୋହରି ।୧୭୭।ୟେଥିରେ ମୃତ୍ୟୁ ତତେ ବିଧାତା ଆଣି ଦିଲାୟେ ମୋହର ପ୍ରାଣ ନଯାଇ କିମ୍ପାଇଂ ରହିଲା ।୧୭୮।ପ୍ରାଣର ବଲ୍ଲଭ ତୁହି ଯାଉଛୁ ନକହିୟେକେ ୟେକେ ସମସ୍ତେ ଶୋଇଲ ନିଚେଷ୍ଟ ହୋଇ ।୧୭୯।ନିର୍ଦ୍ଦୟା ନିରପେକ୍ଷ ଯୁଝେଷ୍ଠି ନୃପବରଶରୀରେ ଦୟାତ ନ ବସଇ ତାହାଂକର ।୧୮୦।ଅର୍ଜୁନକୁ ଭୀମସେନ ସ୍ନେହ ଶୋକକଲା ଯେତେମୁଂ କିସ କରିବଇଂ ଶାହାସ୍ର ସଂଗତେ ।୧୮୧।ଯୁଝେଷ୍ଠି ବୋଇଲେ ଭୀମ ସରୂପ ୟେହି କଥାମରନ୍ତେ ଆତ୍ମାକୁ ସେ ନଦିଅଇ ବ୍ୟଥା ।୧୮୨।ଯଦ୍ୟପି ରୋଦନ କରିବୁ ଶିର କୋଡିଚେତନା ପାଇଣ ସେ ଜୀଇଂବ ବାହୁଡି ।୧୮୩।ବହୁତ ପୁଣ୍ୟମାନ ଅଛି ୟେହାର କଲାତେଣୁ କରି ଅର୍ଜୁନ ୟେତେ ଦୂର ଅଇଲା ।୧୮୪।ୟେ ଯେ ମହତ ଲୋକ ପରକୁ ଉପୁଗାରୀତେଣୁ ଉଠିଣ ଅଇଲା ହେମଗିରି ।୧୮୫।ଅର୍ଜୁନକୁ ଶୁଆଇରେ ଆସ ମୋର ଭାଇଅପାର ଶୋକ କଲେ ଅର୍ଜୁନ ଜୀଇଂନାଇଂ ।୧୮୬।ୟେ ବଡ଼ ଦୋଷୀ ଆରେ ଅଟଇ ମାରୁତିପାପୀ ଜନ ସିନା ଅଳପେ ନାଶ ଯାନ୍ତି ।୧୮୭।ଆହୋ ଭୀମସେନ ୟେ ମତ୍ତଗର୍ବ ବହଇଆପଣା ପହିଜ୍ୟପଣ ଆପଣେ କହୁଥାଇ ।୧୮୮।ବୋଇଲା ୟେକଛତ୍ର କଲଇଂ ମୁଂ ମେଦିନୀଆପଣାର ପ୍ରତଗ୍ୟାଂ କହଇ ଫାଲଗୁନି ।୧୮୯।ୟେ ମୋର ବଳରେ ଯୁଝେଷ୍ଠି ଭାରୟେକାଙ୍ଗେ ମେଦିନୀ ସିନା ଅର୍ଜିଲା ମୋହର ।୧୯୦।ୟେମନ୍ତେ ବୋଲିଣ ସେ କରଇ ଗାରିମାୟେହି ସେ ପାପୀରେ ବଡ ଅଟଇ ମୂଢଆତ୍ମା ।୧୯୧।ଶୋକ ନକର ଆଉ ଆସ ତୁରେ ମାରୁତିଆପଣାର ମରଣ ସୋଦରେ କିସ ପ୍ରୀତି ।୧୯୨।ଭୀମସେନ ବୋଇଲେ ତୁମ୍ଭେ ଏତିକି ନିର୍ଦ୍ଦୟାଆମ୍ଭକୁ ଛାଡି ଯିବୁ ଧରିବୁ ତୋର କାୟା ।୧୯୩।ଯୁଝେଷ୍ଠି ବୋଇଲେ ତୁ ନକର ମୁହାଂସଅର୍ଜୁନକୁ ଶୁଆଇ ବହନ ହୋଇଆସ ।୧୯୪।ଜଗତ ତାରିଣ ସ୍ୱାମୀ ୟେ ସଂସାରୁ ଗଲେଆମ୍ଭେ କିସ ମାନବ ସ୍ୱାମୀ ଧରିବା ଦେହ ଭଲେ ।୧୯୫।ଶୁଣି କରି ଭୀମସେନ ଅର୍ଜୁନକଇଂ ଛାଡିଯୁଝେଷ୍ଠିକି ଗୋଡାଇ ଅମାର୍ଗ ପଥ ମାଡି ।୧୯୬।ପୁଣି ବୋଇଲ ଭୀମ କିମ୍ପାଇ ଛାଡିଯିବହେମଗିରି ପରେ ଯାଇ କି ସୁଖ ପାଇବ ।୧୯୭।ହସିଣ ଯୁଝେଷ୍ଠି ଦେବ ବୋଲନ୍ତି ଧୀର ବାଣୀଆସରେ ବିମୋହିତ ତୁ ନୋହସି ବୀରମଣି ।୧୯୮।ମୃତୁ ମଣ୍ଡଳେ ଜାତ ହୋଇଲେ ଅବଶ୍ୟ ଯେ ମରିଦେହ ଘେନି ସ୍ୱର୍ଗକୁ ଯାଇ ତ ନୁଆରି ।୧୯୯।କିମ୍ପାଇ ମିଛକୁ ତୁରେ କ୍ରୋଧ କରୁ ବାବୁଆପଣେ ଭୀମ ତୁରେ ଯାଇତ ନୁଆରିବୁ ।୨୦୦।ଯୁଝେଷ୍ଠିକଂ ବଚନେ ଭୀମ କ୍ରୋଧ ବାଣୀୟେସନେକ ଦଇବ ଯେ ଅଛଇ ନିର୍ବାଣୀ ।୨୦୧।ଅନେକ ପ୍ରକାରେ ସ୍ୱାମୀ କଲୁ ତୋର ସେବାୟେବେ ମୋତେ ଛାଡ଼ି ତୁମ୍ଭେ ୟେକା ହୋଇ ନଯିବା ।୨୦୨।ଆମ୍ଭନ୍ତ ଛାଡିବାକୁ ତୋର କେହ୍ନେ ବଳିଲା ସତକେବଣ ଦୟିତ ହୋ ହରିଲା ତୋର ଚିତ୍ତ ।୨୦୩।ଯୁଝେଷ୍ଠି ବୋଇଲେରେ ଶୋକ ନକର ତୁ ଭୀମତୁମ୍ଭେ ଚାରିହେଂ ମୋ ଆତ୍ମାରୁ ଅଭିନ୍ନ ।୨୦୪।ଯେ ଯାହା ଅର୍ଜଇ ବାବୁ ସେ ତାହା ଭୁଞ୍ଜଇଆପଣେ ପୁଣ୍ୟ କଲେ ପରନ୍ତ ନଦିଅଇ ।୨୦୫।ଯଦ୍ୟପି ତୁମେ ମୋର ସୋଦର ପଞ୍ଚଭୂତସବୁଂକୁ ହିଂ ହୋଇଛି ମରଣ ବିପରୀତ ।୨୦୬।ଛାଡି କରି ଅର୍ଜୁନକୁ ଆସ ବାବୁ ଭଲେଭୀମସେନ ବୋଇଲେ ମୋତେ ନିଅ ତୁମ୍ଭ ତୁଲେ ।୨୦୭।ମୋହର ବିହୁନେ ତୁମ୍ଭେ ନଯାଅ ୟେକସରତୋହର ପାଦତଳେ ସେବା ହେଉତ ମୋହର ।୨୦୮।ମୋତେ ଅନୁରାଗ ହେ କର ଧର୍ମସୁତୟେକାୟେ ନଯାଅ ଧରିନିଅ ମୋର ହାତ ।୨୦୯।ୟେକାୟେ ପ୍ରାଣ ହେ ତୁମ୍ଭେ ହାରିବ ନରେଶ୍ୱରମୁହିଂ ତୁମ୍ଭ ସଙ୍ଗତରେ ଥିବଇଂ ନୃପବର ।୨୧୦।ୟେ ଗିରିବରେ ତୁମ୍ଭେ କେହେନେକେ ନେବି ଭାଇତୋହର ଆତ୍ମା ଅସମ୍ଭାଳ କେମନ୍ତେ ପାରିବୁ ତୁ ଯାଇ ।୨୧୧।ମୋହର ଥାନ୍ତେ ତୁମର କାହାକଇଂ ଡରଛାଡି ନଯାଅ ପ୍ରଭୁ ମୁଂ ତୁମ୍ଭ ସୋଦର ।୨୧୨।ଯୂଝେଷ୍ଠି ବୋଇଲେ ତୋତେ କେହେନେକେ ନେବି ଭାଇତୋହର ଆତ୍ମା ଅସମ୍ଭାଳ କେମନ୍ତେ ପାରିବୁ ତୁ ଯାଇ ।୨୧୩।ତୋହର ଥିଲେ ମୋତେ ବହୁତ ହିଂ ଜଞ୍ଜାଳତୁ ମୋତେ ଭୀମସେନରେ ନକର କଟାଳ ।୨୧୪।ୟେ ତୋର ଆତ୍ମା ତୋତେ ହିଂ ଅଗୋଚରକ୍ଷଣକେ ପ୍ରାଣ ଅଛି ତୋହର କଳେବର ।୨୧୫।ବଇଦସୁତ ମନୁ ବୋଇଲେ ଅଗସ୍ତିକି ଆଗୟେମନ୍ତେ ଭୀମକୁ ହିଂ ନକଲେ ଅନୁରାଗ ।୨୧୬।ଆଗେଣ ଯୁଝେଷ୍ଠି ପଛରେ ଭୀମସେନହେମାଞ୍ଚଳେ ଅର୍ଜୁନକଇଂ ଛାଡି କରନ୍ତି ଗବନ ।୨୧୭।ଯୁଝେଷ୍ଠି ଅନୁସରି ଭୀମ ଯାଉଥିଲାପାଦ ଖସିଲା ହିମେ ଭୀମସେନହିଂ ପଡିଲା ।୨୧୮।ଭୀମସେନ ପଡିଲା ବଜ୍ରଘାତହିଂ ଜାଣିଭଇରୋବ ନାଦ ପ୍ରାୟେ ଶୁଭିଲା ଘୋର ବାଣୀ ।୨୧୯।କିଅବା ମନ୍ଦରଗିରି ଭାଞ୍ଜିଣ ପଡିଲାତେସନେକ ପ୍ରାୟେ ହୋଇ ଶବଦ ଶୁଭିଲା ।୨୨୦।ଭୀମ ବୋଇଲା କ୍ଷଣେ ବିଶ୍ରାମି ମୋତେ ନିଅସିୟେତେ ବଡ ଦୟାଳୁ ହୃଦରେ ନିର୍ଦ୍ଦୟା ନୁହସି ।୨୨୧।ଭୋ ଧର୍ମରାୟେ ମୋତେ ପ୍ରତିକାର କରତୁମ୍ଭର ତୁଲେ ମୋତେ ନିଅ ହେ ନୃପବର ।୨୨୨।ମୋହର ପରା ଭାଇକି ହେ ୟେଠାରେ ଛାଡିକରି ଯାଇକେସନେ ଛାଡି ତୁମ୍ଭେ ଯାଉଛ ଧର୍ମସାଇଂ ।୨୨୩।ନିଶ୍ଚୟେ ଜାଣିଲି ତୁମ୍ଭେ ନିର୍ଦ୍ଦୟା ହୋଇଲତଭୋ ଯୁଝେଷ୍ଠି ରାୟେ ମୁଂ ତୋହର ଶରଣାଗତ ।୨୨୪।ଆକୁଳ ଦେଖିଣ ଧର୍ମେ ଚାହିଂଲେ ଲେଉଟିହସି ପ୍ରତିବଚନ କହୁଛନ୍ତି ଯୁଝେଷ୍ଠି ।୨୨୫।ଯେ ଯାହାର ପୁଣ୍ୟ ଘେନି ସ୍ୱର୍ଗପୁର ଯାଅଆସି ଆସି ଯେବେ ନୁଆରିଲୁ ତୁନିହୋଇ ଶୁଅ ।୨୨୬।ଦେଖୁ ଦେଖୁ ଭୀମସେନ ହୋଇଲା ମୋହଗତଭୋ ଦେବ ଯୁଝେଷ୍ଠି ମୁଂ ରହିଲଇଂ ଏଥ ।୨୨୭।ଦଶ ସହସ୍ର ମତ୍ତହାଥୀର ପ୍ରାକର୍ମ ଯାହାରୟେଡ଼େକ ପ୍ରାକର୍ମ କେଣେ ଗଲାକ ତୋହର ।୨୨୮।ଶୁଣ ହୋ ମନୁରାୟେ ବଦନ୍ତି ଅଗସ୍ତି ବ୍ରହ୍ମବେତ୍ତାପୁଣିହିଂ ଉଠିଲା ସେହି ପବନର ପୁତା ।୨୨୯।ଯୁଝେଷ୍ଠି ଡାକଦିଅନ୍ତି ଆସ ଆସ ହୋ ବହନବାମ ଅଙ୍ଗ ଭରା ଦେଇ ଯାଉଛି ଭୀମସେନ ।୨୩୦।ଯୁଝେଷ୍ଠି ବୋଇଲେ ତୁହି ପାରୁ ଯେବେ ଚାଲିଶେଷକାଳ ହେଲାଣି ଆସୁଛି ହେମ ପେଲି ।୨୩୧।ପବନ ଆପାତେନ ଯୁଝେଷ୍ଠି ଦେବ ଆଗଯୁଝେଷ୍ଠିଂକି ଗୋଡ଼ାଇ ଭୀମସେନ ବେଗ ବେଗ ।୨୩୨।ହେମବନ୍ତ ଶିଖ ଆଉ ଅଛି ଅଳ୍ପ ଦୂରରଡି ଶବଦ ଦେଇ ପଡିଲା ବ୍ରିକୋଦର ।୨୩୩।ଭୋ ଦେବ ଯୁଝେଷ୍ଠି ଆହେ ରକ୍ଷା ମୋତେ କରୟେ ମୋହର ଆତ୍ମା ହୋୟେ ମୋତେ ଅଗୋଚର ।୨୩୪।ନିଆସି ସମ୍ଭାଳି ସ୍ୱାମୀ ଦୟିନୀ ଘେନ ମୋହରଭୋ ଦେବ ଯୁଝେଷ୍ଠି କ୍ଷଣକେ ବିଶ୍ରାମ କର ।୨୩୫।ଅନେକ ବଇକୁଲ୍ୟ କେତେହେଂ ତୁ ହୋଉଆର ଅଙ୍ଗରେ ଆସ କିମ୍ପାଇଂ ଦୁଃଖ ପାଉ ।୨୩୬।ଯୁଝେଷ୍ଠିଂକ ବୋଲେ ଦକ୍ଷିଣ ଅଙ୍ଗେ ପେଲିଲାବଜ୍ରଘାତ ଜାଣିକରି ବ୍ରିକୋଦର ପଡ଼ିଲା ।୨୩୭।ମୋହ ହୋଇଣ ସେ ପଡିଲା ମହୀ ଲୋଟିହେମବନ୍ତ ଶିଖରେ ଯାଇଂଣ ଉଠିଲେ ଯୁଝେଷ୍ଠି ।୨୩୮।ମହା ବଇକୁଲ୍ୟ ସେ ରହିଲା ଭୀମସେନଚାରିସୋଦରେ ତହିଂ ହୋଇଲେକ ନିଧନ ।୨୩୯।ହେମଗିରି ଶିଖରେ ଯୁଝେଷ୍ଠି ଦେବ ଉଠିମନେ ବଇକୁଲ୍ୟ ହୋଇଣ ମହାକଷ୍ଟି ।୨୪୦।ପଚାଶ ସହସ୍ର ଯୋଜନ ତଳକୁ ଚାହିଂଲେଭୀମସେନ ସହିତେ ଚାରିଭାଇ ରହିଲେ ।୨୪୧।ତ୍ରିଦଶ ଦେବତାୟେ ଦେଖନ୍ତେ ଗଗନ ପଥେସାଧୁ ସାଧୁ ସେହି ହୋ ହେମଗିରି ପରବତେ ।୨୪୨।ଦେଖନ୍ତି ଯୁଝେଷ୍ଠି ଦେବ ଆକାଶ ସ୍ୱରୂପଦେବ ଦୁନ୍ଦୁଭି ବାଦ୍ୟ ଶୁଭଇ ଅନରୂପ ।୨୪୩।