ସାରଳା ମହାଭାରତ ସ୍ୱର୍ଗାରୋହଣ ପର୍ବ
ସାରଳା ଦାସ · ଭାଗ ୪ / ୪
ସମ୍ପୂର୍ଣ୍ଣ ସୂଚୀପତ୍ର
ଯୁଧିଷ୍ଠିରଙ୍କର ଧର୍ମ ପରୀକ୍ଷା ଓ ସ୍ୱଶରୀରେ ସ୍ୱର୍ଗଗମନ
ୟେଥୁ ଅନନ୍ତରେ ବିଲଂକ ଦେଶ ରାଜାଅଗସ୍ତିଂକ ପଦ୍ମପାଦେ କଲା ଦିବ୍ୟପୂଜା ।୧।ବସନ କୁଣ୍ଡଳ ଚନ୍ଦନ ପୁଷ୍ୟମାଳା ଦେଇଶତ ସହସ୍ର ଦଣ୍ଡ ପ୍ରଳମ୍ବ ହୋଇ ଶୋଇ ।୨।ଶୁଣିମା ମୁନି ହେ ଯୁଝେଷ୍ଠି ଦେବଂକର ସ୍ୱର୍ଗାରୋହଣ କଥାକିସ ପ୍ରତିଉତ୍ତର ଦିଲେ ଇନ୍ଦ୍ର ଯେ ଦେବତା ।୩।ଶୁଣ ହୋ ମହାରାଜା ବଦୟନ୍ତି ଅଗସ୍ତିଯୁଝେଷ୍ଠିଂକି କୋଳ କରି ଧଇଲେ ସୁରପତି ।୪।ବାବୁରେ ପିତା ଆଗ୍ୟାଂ ଦିଲେ ତୁ ଯିବାରେ ଆକାଶପୁଷ୍ୟେକ ବିମାନେ ବସି ବେଗେ ଯିବା ଆସ ।୫।ତ୍ରିଦଶ ଦେବତାୟେ ଯେ ବସିଛନ୍ତି ସ୍ୱର୍ଗେତୋତେ ବାଟ ଚାହିଂଛନ୍ତି ଚାଲ ଯିବା ବେଗେ ।୬।ଯୁଝେଷ୍ଠି ବୋଇଲେ ନାଶକଲି ମୁଂ ସୋଦରୟେକା ହୋଇ କେମନ୍ତେ ଯିବଇଂ ଅମର ।୭।ଇନ୍ଦ୍ର ବୋଇଲେ ବାବୁ ତୋହେର ସୋଦାର ଚାରି ଭ୍ରାଥେଦେବ ସଭାୟେ ବସିଛନ୍ତି ସକୁଟୁମ୍ବେ ଶ୍ରୀକୃଷ୍ଣ ସହିତେ ।୮।ପୁଷ୍ୟେକ ବିବାନେ ବିଜେ କରିବା ବିଳମ୍ବ ନକର ତୁହିତୋହୋର ଯିବାକୁ ସେ ଅଛନ୍ତି ବାଟ ଚାହିଂ ।୯।ଇନ୍ଦ୍ର ଦେବତା ବଚନେ ଯୁଝେଷ୍ଠି ଉଠିଲେ ଧାତିକାରେଶୁକ୍ଳାମ୍ବର ଶ୍ୱାନକୁ ଧଇଲେ କୋଳରେ ।୧୦।ଇନ୍ଦ୍ରଦେବତା ବୋଇଲା ୟେ ଦେଖୁ ଦେଖୁଂ ଶ୍ୱାନଯେତେକ ବସ୍ରେ ଛୁଇଂ ତେତେ ବସ୍ରେ ସ୍ରାହାନ ।୧୧।ଯାତ୍ରା ଯୋଗେ ବୋଇଲେ ଅଯାତ୍ରା ହୋଅଇପାଦରଜ ପଡନ୍ତେଣ ଅବେଳକେ ଆଷ୍ୟ ତୁଟଇ ।୧୨।ଯୁଝେଷ୍ଠି ଦେବଂକ ମନ ବିଡିବା ନିମନ୍ତେଜାଣିମାନା ଧର୍ମ ଅଛଇ ୟେହାଂକର କେତେ ।୧୩।ଇନ୍ଦ୍ର ଜାଣଇ ସେ ଶ୍ୱାନ ଅଟଇ ଧର୍ମଦେବତାଧର୍ମର କଷଣ ନିମନ୍ତେ ୟେସନେକ କଥା ।୧୪।ଯୁଝେଷ୍ଠି ଦେବଂକ ମନ ବିଡିବା ନିମନ୍ତକୁଅନେକ ଭ୍ରଚ୍ଛନାମାନ ଇନ୍ଦ୍ର ବୋଇଲା ଶ୍ୱାନକୁ ।୧୫।ୟେହି ସେ ଦେବ ବିବାନ ଦେଖ ହୋ ଯୁଝେଷ୍ଠିଶ୍ୱାନ ପାମର ଯିବ କେସନେକ ଉଠି ।୧୬।ଯୁଝେଷ୍ଠି ବୋଇଲେ ଦେବ ଶୁଣିମା ମଘବାନବଡାଇ ମହତ୍ତ୍ୱ ୟେ ଅଟଇ ଦେବ ଶ୍ୱାନ ।୧୭।ଅନେକ ସୋଦର ଥିଲେ ମୋହୋର ସେ ସାହାଶେଷକାଳେ କେହି ନୋହିଲେ ମୋର ବାହା ।୧୮।ୟେ ଶ୍ୱାନ ଗୋଟି ମୋର ରକ୍ଷା କଲା ଧର୍ମମୋହୋରେ ସଦୟା ଥିଲେ ବିବାନେ ୟେହାକଇଂ ନେମ ।୧୯।ବିବାନେ ନ ବସାଇବ ହୋ ଯେବେ ଦେବ ତାତମୋତେ କିମ୍ପା ସ୍ୱର୍ଗ ହୋଇବ ପରାପତ ।୨୦।ୟେତେ ବୋଲି ଶ୍ୱାନକୁ ଧଇଲେ ବେନି ଭୁଜେଦେବ ବିବାନ ଉପରେ ଯୁଝେଷ୍ଠି ଦେବ ବିଜେ ।୨୧।ଇନ୍ଦ୍ରଦେବତା ଯୁଝେଷ୍ଠିଂକି କଲେ ଅନେକ ପ୍ରଶଂସାସଦା ସଦୟେ ତୋହୋର ବାବୁ ୟେସନେକ ମନୀକ୍ଷା ।୨୨।ସତ୍ୟ ପଣେ ସଂସାର ତୁ ଜିଣିଲୁ ସମସ୍ତପାଷାଣେ ନଲାଗଇ ଯେହ୍ନେ ଜଳଂକର ଘାତ ।୨୩।ଅଭେଦ ସ୍ନେହରେ ଯେହ୍ନେ ନଭେଦଇ ଶରଅନେକ ହତ୍ୟା ଦୋଷ ହୋଇଲା ଦୂରାନ୍ତର ।୨୪।ଶ୍ରୀକୃଷ୍ଣ ଯେ ଭୂପତିତ ହୋଇଲେ ମେଦିନୀସ୍ୱକାୟେ ସ୍ୱର୍ଗକୁ ଯାଇ ନୁଆରିଲେ ଦେହ ଘେନି ।୨୫।ଇନ୍ଦ୍ର ଦେବତା ବୋଇଲେ ଶୁଣ ହୋ ଯୁଝେଷ୍ଠିଚିହ୍ନିକି ନୁଆରିଲ ୟେହି ଶ୍ୱାନ ଗୋଟି ।୨୬।ଯୁଝେଷ୍ଠି ବୋଇଲେ ୟେ ମୋହୋର ଚର୍ମ ଚଛୁଅନ୍ତର୍ଯ୍ୟାମୀ ନୋହଇ କେହ୍ନେ ଗ୍ୟାନ ଇଛୁ ।୨୭।ଇନ୍ଦ୍ର ବୋଇଲେ ଯୁଝେଷ୍ଠି ଯାହାକଇଂ ସୁମରିଲେ ତୋହୋର ମାତନିରାକାର ପୁରୁଷ ୟେ ସେ ଧର୍ମ ଦଇବତ ।୨୮।ଶୂନ୍ୟମାର୍ଗେ ଶବଦ ଶୁଭଇ ଯାହାରଚିହ୍ନ ବର୍ଣ୍ଣ ନଦିଶଇ ୟେ ପ୍ରତକ୍ଷେ ନିରାକାର ।୨୯।ଆଦିହୁଂ ଶୂନ୍ୟ ହୋୟେ ଶୂନ୍ୟରୁ ପବନପବନହୁଂ ଜଳ ଜଳହୁଂ ତାପନ ।୩୦।ତାପନହୁଂ ହେମ ହେମରୁ ବୁଦବୁଦବୁଦବୁଦରୁ ଫେନ ହୋଇଲା ସମ୍ପାଦ ।୩୧।ପବନ ମନ୍ଥନୁ ଫେଣ ଜାତ ଅଣ୍ଡଡିମ୍ବ ଫୁଟିକରି ବିକାଶିଲା ପିଣ୍ଡ ।୩୨।ଶୁଦ୍ଧ ସଷ୍ଟିକ ପ୍ରାୟେ ଯାହାର ରୂପଗୋଟିୟେ ସେ ଧର୍ମଦେବତା ଶୁଣ ଗୋ ଯୁଝେଷ୍ଠି । ୩୩।ସଞ୍ଚପି କରି ଯହୁଂ କହିଲେ ଦେବରାୟେଶ୍ୱାନ ରୂପ ତେଜି ସେ ହୋଇଲେ ଅନ୍ତର୍ଧ୍ୟାୟେ ।୩୪।ଶୂନ୍ୟେ ଥାଇ ଶବଦେକ ବିକାଶିଲେ ବାଣୀବିବାନ ଆରୋହି ତୁମ୍ଭେ ଚଳ ୟେହିକ୍ଷଣି ।୩୫।ଶୂନ୍ୟେ ଥାଇ ଶବଦ ଦିଅନ୍ତି ଦେବ ଧର୍ମସତ୍ୟବାଦୀ ଯୁଝେଷ୍ଠି ତୁ ପୁରୁଷଂକ ଉତ୍ତମ ।୩୬।ତୁ ହେମବନ୍ତ ପର୍ବତେ ହୋଇଲୁ ଆସି ଯହୁଂ ୟେକାତୁ ଦିଗମ୍ବର ହୋଇଲୁ ବାବୁରେ ତୋତେ କେହି ନାହିଂ ସାଖା ।୩୭।ଆମ୍ଭେ ଶ୍ୱାନ ରୂପ ଧଇଲୁଂ ତୋର ଆଗେବିବାନେ ବିଜେ କରି ବେଗେ ଯାଅ ଅମର ସ୍ୱର୍ଗେ ।୩୮।ଭୀମସେନ ଅର୍ଜୁନ ନକୁଳ ସହଦେବସେ ତୋତେ ନଦେଖିଣ ବିସ୍ମୟମତି ଭାବ ।୩୯।ୟେ ଭବସାଗରେ ଉତପତି ପ୍ରଳୟେ ହୋଇପୁଣିହିଂ ଜନମ ହୋଇବ ପଞ୍ଚୁଭାଇ ।୪୦।ୟେତେକ ବୋଲି କରି ଚଳିଲେ ଗଗନେ ନିରାକାରତହୁଂ ବିବାନ ଘେନି ଚଳନ୍ତି ସୁନାଶିର ।୪୧।ବାସବ ପୁତ୍ରମାନେ ଛନ୍ତି ଚଉଷଠି କୋଟିଉଦ୍ଦଣ୍ଡ ପାଟ ଛତ୍ର ଧଇଲେ ଛାମୁରେ ଯୁଝେଷ୍ଠି ।୪୨।ଅମରଗଣମାନେ କରନ୍ତି ଶଙ୍ଖଧ୍ୱନିବେଦ ଅଧ୍ୟାୟ ନଯେ କରନ୍ତି ସର୍ବମୁନି ।୪୩।ଅମର ବିଳାସୁଣୀମାନେ ଚଉଷଠି କୋଟିଦିବ୍ୟ ଅବତାରେ ସେ ଭର ହରଷେ ଖଟି ।୪୪।ତାଳଯନ୍ତ୍ର କଂସାଳ ସପତ ସ୍ୱର ବାଣୀଖଟନ୍ତି ଛାମୁରେ ତହିଂ ଭରହର ଗାୟେଣୀ ।୪୫।ମର୍ଦ୍ଦଳ କଂସାଳମାନ ତାଳରବା ଅଧାଟିପିନାକୀ ସରଗୁଣା ଗଣପତି କୁଣ୍ଡଳ ପାଟି ।୪୬।ଚଞ୍ଚପୁଟ ଚାଞ୍ଚପୁଟ ଘଟିତ ଉଦଘଟିୟେକବଂଶ ମୃଛନା ସପତ ସ୍ୱରେ ଖଟି ।୪୭।ବିଜିଘୋଷ ବୀର ମୃଦଙ୍ଗ ଟମକ ଦୁନ୍ଦୁଭିଗମନ୍ତେ ଶୋଭାବନ ଦିଶିଲା ଦିବି ଭୁବି ।୪୮।ଧର୍ମର ନନ୍ଦନ ଗମନ୍ତେ ସ୍ୱର୍ଗ ପନ୍ଥେଜୟ ଜୟ ଧୁନି କରନ୍ତି ସକଳ ଦଇବତେ ।୪୯।ଶ୍ରୀକରେ ବିଦ୍ୟାଧରୀ ଯେ ଘେନିଣ ଅର୍ଘ୍ୟଥାଳୀସାନନ୍ଦେ ସୁନ୍ଦରୀୟେ ଦିଅନ୍ତି ହୁଳହୁଳି ।୫୦।ଯାନ ବାହାନ ଆରୋହି ଦେବତା ତେତିଶ କୋଟିଆକାଶବାସୀ ବିହନ୍ତା ପୁରୁଷମାନେ ଦିଗପାଳେ କଲେ ପୁଷ୍ୟ ବୃଷ୍ଟି ।୫୧।ଧର୍ମର ନନ୍ଦନ ଯେ ଗମନ୍ତେ ଶୋହିପ୍ରସନ୍ନ ଅବତାରେ ଜଗୁଜନ ମୋହଇ ।୫୨।ଇନ୍ଦ୍ର ଦେବତା କଲେ ଆକାଶ ଉଚ୍ଛବଅମର ସଭାୟେ ବିଜୟେ ଯୁଝେଷ୍ଠି ରାଜଦେବ ।୫୩।ସମୁଦ୍ର ମନ୍ଥନ ଯେ କରିବାର କାଳେଅମୃତ ଆପ୍ୟାନ ଯେହ୍ନେ ହରି ଦିଗପାଳେ ।୫୪।ବିହନ୍ତା ପୁରୁଷମାନେ ଆକାଶେ ଗଲେ ଛାଡିବସିଲେ ଧର୍ମନନ୍ଦନ ଅମର ସ୍ୱର୍ଗ ମାଡି ।୫୫।ୟେମନ୍ତ ସମୟେ ଭୀମ ଅର୍ଜୁନ ନକୁଳ ସହଦେବଆସ୍ଥାନ ତଳେ ବିଜୟେ ଚାରି ଯେ ପାଣ୍ଡବ ।୫୬।ଯଦ୍ୟପି ଅମରେ ସେ ପାଇଲେ ଦିବ୍ୟପୂଜାୟେକା ହୋଇ ବିସୋଇଲେ ଯୁଝେଷ୍ଠି ଦେବରାଜା ।୫୭।ଭୀମ ଅର୍ଜୁନର ଯହୁଂ ଦେଖିଲେ ବଦନନକୁଳ ସହଦେବଂକୁ ଦେଖି ହରଷିତ ମନ ।୫୮।ଶୁଣ ବଇବସୁତ ମନୁ ଅଗସ୍ତି ବୋଇଲେପୁଣ ଯୁଝେଷ୍ଠି ଦେବ ଦ୍ରିଯୋଧନକୁ ଦେଖିଲେ ।୫୯।ଶତେଭ୍ରାଥାଂକ ସହ ମାନଗୋବିନ୍ଦ ବୀରେପନ୍ନଗା ନାରାୟଣ ବସିଛି ସ୍ୱର୍ଗ ପୁରେ ।୬୦।ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲେୟ ଯେ ଶଂକୁନିବସିଲେ ଅମରେ ଯେ ନକ୍ଷତ୍ରଗଣ ଘେନି ।୬୧।ମହାଭାରଥ ଯୁଦ୍ଧେ ପଡିଲେ ଯେତେ ଜନସତ ହେଉକି ନିସତ ହେଉ ପାଇଲେ ବୃନ୍ଦଅର୍କ ଭୁବନ ।୬୨।କୃଷ୍ଣ ଯେ ସାରଥୀ ପଣେ ଥିଲେ ଅର୍ଜୁନର ରଥେତାହାନ୍ତ ଦେଖି ସମସ୍ତେ ସର୍ଗ ପରପତେ ।୬୩।ଋଣଯାଗ କଲେ ସେ ଶ୍ରୀକୃଷ୍ଣର ପରସାଦେବ୍ରାହ୍ମଣ ହେଉ କି ଚଣ୍ଡାଳ ହେଉ ନକ୍ଷତ୍ର ହୋଇ ଭବେ ।୬୪।ସଞ୍ଜୟେ ବିଦୁର ଲକ୍ଷ୍ମଣକୁମାର ଅଭିମନ୍ୟୁପଞ୍ଚାଳ କୁମର ଘଟୋତ୍କଚ ଅଳମ୍ବୁଷର ତନୁ ।୬୫।ବିରାଟ ଦ୍ରୋପଦ ଶଂଖ ଶ୍ୱେତ ଉତ୍ତରଶ୍ରୀଖଣ୍ଡି ଧୃଷ୍ଟଦ୍ୟୁମ୍ନ ଅନେକ ନୃପବର ।୬୬।ଲୋହସୁର ଅଞ୍ଜନ ପ୍ରଭାବ ହିଡିମ୍ବେକଲକ୍ଷେ ରାଜା ତୁଲେ କଉଣୋପ ଅନେକ ।୬୭।ଗୋସିଂହ ମୟେ ମୟେସିଂହ ବସୁବର ମୟେନିକକୁମ୍ବ ନିକୁମ୍ବ ତୁଲେ ରାକ୍ଷସ ବଳ ୟେକ ।୬୮।ଦନ୍ତବକ୍ର ଶିଶୁପାଳ ମଦନ ପୁଣ୍ଡରୀକବଜ୍ରନାଭ ବାଣାସୁର ଦାସ ରାକ୍ଷକ ତାଠକ ।୬୯।ମୋଢାସୁର ନାରକା ତ୍ରିକାଳ ବାସୁଦେବଶତଧନୁକୁ ସେ ଦେଖିଲେ ଧର୍ମଦେବ ।୭୦।ସମସ୍ତ ବଂଶ ଦେଖିଲେ ଧର୍ମ ବଚ୍ଛେୟେକା ମାତ୍ର ଧୃତ୍ରରଷ୍ଟ୍ରକଇଂ ନେଦଖିଲେ ପ୍ରତକ୍ଷେ ।୭୧।କୁରୁ ପାଣ୍ଡବ ସମର କଲେ ଯେତେ ଓହୋ ବଳ ସନ୍ୟ ଘେନିଲକ୍ଷେ ରାଜା ତୁଲେ ପଡିଲେ ଯେତେକ ସଇନି ।୭୨।ମୃତୁ ମଣ୍ଡଳେ ଯେହ୍ନେ ହେଉଥିଲେ ଆତ ଯାତସେହି ସରୂପରେ ସର୍ଗେ ବସିଲେସମସ୍ତ ।୭୩।ଶୁଣହେ ସୁଗ୍ୟଂ ଜନେ ମହାଭାରଥ ପୁଣ୍ୟ ରାଶିପଢନ୍ତେ ଶୁଣନ୍ତେ ୟେହି ସରୂପେ ସ୍ୱର୍ଗବାସୀ ।୭୪।ଶ୍ରୀମହାଭାରଥ ଅମୃତ ରସ ବାଣୀତୃଷାରେ ରୋଚନ୍ତି ଯେହ୍ନେ ସୁଶୀତଳ ପାଣି ।୭୫।କର୍ଣ୍ଣରେ ପିବନ୍ତେ ୟେ ନିର୍ମଳ ହୋୟେ କାୟେପାପ କଳୁଷ ତଲେ ଯମକୁ କିମ୍ପା ଭୟେ ।୭୬।ଯେବଣ ମହାଭାରଥ ଚାରି ବେଦର ଅର୍ଥମୁଂ ତାହା ବଞ୍ଚାଇଲି ସୃଜନ ଜନହିତ ।୭୭।ଯେବଣ ଜନେ ଶୁଣନ୍ତି ଶ୍ରୀମହାଭାରଥ ବାଣୀପାପାଧି ମହାପାପ ଖଣ୍ଡନ୍ତି ଚକ୍ରପାଣି ।୭୮।ଅପୁତ୍ରିକ ଜନେ ପାବନ୍ତି ପୁତ୍ରଗତିଅମୋକ୍ଷ ମୋକ୍ଷ ହୋନ୍ତି ପାବନ୍ତି ସଦଗତି ।୭୯।ଧର୍ମ ଅର୍ଥ କାମ ମୋକ୍ଷ ଯାହାର ଯିସ ବାଞ୍ଛାଶ୍ରୀମହାଭାରଥ ଶୁଣି ପୂରାଅ ମନୀଷା ।୮୦।ଆସ୍ୟ ଧନ ବର୍ଦ୍ଧୁତ ହୋଅଇ ଶୁଣିଲେ ଶୁଦ୍ଧ ଚିତ୍ତେବିଷ୍ଣୁଲୋକେ ବସନ୍ତି ପୁରାଣ ଉକତେ ।୮୧।ଜୟ ତୁ ନାରାୟଣ ସୃଷ୍ଟିର କରତାଯେବଣ ଜନେ ଶୁଣନ୍ତି ବିଷ୍ଣୁର ଭଗତା ।୮୨।ଜୟ ତୁ ଦାମୋଦର କେଶବ ତୋର ନାମଗଳିତ ସୁଧା ରସ ସଞ୍ଚିତ ଚଉଧର୍ମ ।୮୩।ଖେଡ଼ କଉତୁକେ ନାଥ ଯମୁନାର ତଟେସମସ୍ତ କଉତୁକ ବିଷ୍ଣୁ ରସ ଭେଟେ ।୮୪।ଜୟ ତୁ ଦାମୋଦର କେଶବ ତୋର ନାମକେୟୂର କଂକଣ ୟେ ବିବିଧ ହାରମାନ ।୮୫।କିଂଶୁକ ପୁଷ୍ୟ ଚୂଳ ବିଚିତ୍ର କୁସୁମରେ ଜଡ଼ିଚୂଳର ଚାରିପାଖେ ମୟୂର ଚନ୍ଦ୍ରିକା ବେଢି ।୮୬।ଯାମଳା ଅର୍ଜୁନ ବେନି ଭାଙ୍ଗିଲୁ ଅବହେଳେଶକଟାସୁର ଯେ ଭାଞ୍ଜିଲୁ ପାଦ ରୋଳେ ।୮୭।ଗୋଗୋଷ୍ଠରେ ପଶି ଷଣ୍ଢାସୁର ଦର୍ପ ଗଞ୍ଜିବକା ବିଦାରିଣ ମୁଷ୍ଟିକାସୁର ଭଞ୍ଜି ।୮୮।ଚାଣୁର ଅବା କଦମ୍ବା ଅସୁର ଦର୍ପ ଧ୍ୱସିଂନୟନେ ଦେଖିଣ ନାଶ କଲା କଂସ କେଶୀ ।୮୯।କମଳ ତୋଳନ୍ତେ ଯେ କାଳୀୟ ନାଗ ଦଳିବଇନେତ୍ର ପ୍ରାସାଦେ ବିଷ ଅଙ୍ଗୁ ହରି ।୯୦।ଅକ୍ରୂରକୁ ନିଜଦେହ ଦେଖାଇଲ ଭଗତିପ୍ରସନ୍ନ ରୂପ ଦେଖି ପାଇଲା ପରମ ଗତି ।୯୧।ଧନୁ ଉଚ୍ଛବରେ ଦେଖି ବାରେ ହୋଇଲା ତୋହର ଇଚ୍ଛାଜଗତୀରୁ ପଡ଼ିଣ ଯେ କଂସାସୁର ଗଲା ମୃଛା ।୯୨।ଗୋସିଂହ ମୟେସିଂହ ବଜ୍ରସିଂହ ସଉନିକିକୁମ୍ଭ ନିକୁମ୍ଭ ଯେ ମୟେସୁର ଦନ୍ତବକ୍ର ।୯୩।ବଜ୍ରନାଭ କାଳଦମନ ପୁଣ୍ଡରିକବାଣାସୁର ସୁରନାଭ ଦାସ ରାଜା ତାରାଖ୍ୟ ।୯୪।ମୂଢାଶୁର ନାରକା ପ୍ରତ୍ୟକ୍ଷେ ଯେ ଜାରାକୃତକେଶୀ ସହିତେ ଯେ ନାଶିଲା ଅସୁରା ।୯୫।ଦୁର୍ଯ୍ୟୋଧନ ମୂଳେ ଲକ୍ଷେକ ରାଜା ନାଶିପୃଥୀର ଭାରାଭର ଆପଣେ ଉଶ୍ୱାସି ।୯୬।ନିଜର ବଂଶ ସ୍ୱାମୀ ଆପଣେ ନାଶ କରିଖେଡ଼ଲୀଳା ଭାବିଣ ନୀଳଗିରି ବିଜେକରି ।୯୭।ପରମ ଆତ୍ମା ନିରଞ୍ଜନ ଆପଣେ ଦେବ ଗୋପ୍ୟପିଣ୍ଡ ଆତ୍ମା ନୀଳଗିରି ବଉଦ ଶରୀର ସରୂପ ।୯୮।ହେ ବୁଧଜନେ ଯାବତ ପୁଣ୍ୟ ତାବତ ଭଜ ହରିମହାଘୋର ନର୍କରୁ ସେହି ସେ କରିବ ପାରି ।୯୯।ଶ୍ରୀନାରାୟଣ ଦେବଂକ ଚରଣେ ଲୟେ ଘେନିବଦୟନ୍ତି ସାରୋଳାଦାସ ଗ୍ରନ୍ଥିକ ଶୂଦ୍ରମୁନି ।୧୦୦।କୃପାଜଳ ନନ୍ଦିନୀ ଯେ ନର୍ମଦା ସରସ୍ୱତୀପଚ୍ଛିମ କୋଶଳେ ଗୋ ହୋଇଲ ଉତପତ୍ତି । ୧୦୧।ସଂସାର ସାଗର ଯେ କଳିକାଳ ଫାସିଯାହାର ନାମ ଧରନ୍ତେ ହରଇ ପାପରାଶି ।୧୦୨।ଯେବଣ ମହାଭାରଥ ମୁନିଂକର ପୁଣ୍ୟ ବାକ୍ୟତାହା ଲେଖନ କରିବାକୁ କିସ ମୋର ଶକ୍ୟ ।୧୦୩।ନୋହୋଇ ପଣ୍ଡିତ ମୁଂ ନଜାଣଇ ଶାସ୍ରବିଦ୍ୟାଜନମେ ଜନମେମୂର୍ଖ ମୁହିଂ ନ ଜାଣଇ ପଦ ସିଦ୍ଧା ।୧୦୪।ଜପମନ୍ତ୍ର ଶାସ୍ର ମୁଂ ନଜାଣଇ କିଛିୟେସନେକ ଆଗ୍ୟାଂ ମୋତେ ଦିଲେକ କାମାକ୍ଷୀ ।୧୦୫।ହେ ବୁଧଜନେ ଜମ୍ବୋଦୀପେ ଭ୍ରଥଖଣ୍ଡ ଓଡ୍ରରାଷ୍ଟ୍ରମଣ୍ଡଳେଠାବ କଣୟାବ୍ରତୀ ନଗ୍ର ଚନ୍ଦ୍ରଭାଗା ନଦୀ କୂଳେ ।୧୦୬।ମହୋଦଧି ଉତ୍ତର ତଟେ ପ୍ରଶୁରାମଙ୍କ ପାଟଣାପ୍ରଶୁରାମ ପୂଜା କଲେ ଯେବଣ ପ୍ରତିମା ।୧୦୭।ପ୍ରତକ୍ଷେ ଭବାନୀ ସେହି ଶ୍ରୀଚଣ୍ଡୀ ସାରଳେସେ ମୋର ତୁଳସୀମାଳା ହୋଇ ଲୁଳୁ ବକ୍ଷସ୍ଥଳେ ।୧୦୮।ହେ ପଣ୍ଡିତଜନେ ପ୍ରସନ୍ନ ହୋଇଲେ ପିଙ୍ଗଳାସେ ସର୍ବମଙ୍ଗଳା ହୃଦେ ମୋର ହାରା ।୧୦୯।ମୁଂ ତାହାର ପୁତ୍ର ହୋଇ ସେ ମୋହୋର ମାତକର ଅନୁଗ୍ରହ ମତେ ତୁଳସାର କାନ୍ତ ।୧୧୦।ସେହି ମାଳା ମୋହର ଗଳାରେ ଅଛି ଭରିଯେବର ନାମ ଧରି ସଂସାର ଜନେ ତରି ।୧୧୧।ବାଳୁତ ରୂପ ମୁହିଂ ତାର ପ୍ରତକ୍ଷେ ଦେଖଇସେ ଯାହା କହଇ ମୁଂ ତାହା ଲେଖଇ ।୧୧୨।ସେ ସାରଳା ପ୍ରସନ୍ନେ ହୋଇଲା ମୋର ଗ୍ୟାନଅଷ୍ଟାଦଶ ପର୍ବ ଗ୍ରନ୍ଥ କଲଇ ଲେଖନ ।୧୧୩।ସାରଳାଚଣ୍ଡୀ ଚରଣେ ମୋହୋର ହୋୟେ ସେବାସାରୋଳାଦାସକୁ ଅନୁଗୃହ କରିବା ।୧୧୪।ସିଦ୍ଧସାରଳା ଚଣ୍ଡୀ ଚରଣେ ଅଭ୍ୟାସସେବଇ ଶୂଦ୍ରମୁନି ସାରୋଳ ନିଜ ଦାସ ।୧୧୫।ଅଷ୍ଟାଦଶ ପୁରାଣ ଯେ ହୋଇଲା ସଂପୂର୍ଣ୍ଣପଢିଲେ ଶୁଣିଲେ ଯେ ହୋଅଇ ବହୁତ ପୁଣ୍ୟ ।୧୧୬।‘ଛ’ ପୋଥି ପାଠ (ତତ୍ ସଙ୍ଗେ ସଙ୍ଗେ ଝ, ଡ, କ, ଥ, ଣ, ଟ, ଠ – ପୋଥିରେଅଛି)ୟେଥୁ ଅନନ୍ତରେ ବିଲଙ୍କା ଦେଶ ରାଜାଅଗସ୍ତିଂକ ଚରଣେ କଲା ପାଦପୂଜା ।୧।ବସନ କୁଣ୍ଡଳ ରତ୍ନମାଳ ଫୁଲ ଚନ୍ଦନ ଦେଇଶତେ ସହସ୍ର ଦଣ୍ଡ ପ୍ରଳମ୍ବିତ ହୋଇ ।୨।ମୁନିୟେ ଶୁଣିମା ପାଣ୍ଡବଂକ ସ୍ୱର୍ଗ ଆରୋହଣ କଥାକେବଣ ପ୍ରକାରେ ଗଲେ ପଞ୍ଚୁ ମହାରଥା ।୩।ୟେହା ମୋତେ ସଞ୍ଚପି କହିବା ମହାମୁନିତେବେ ସେ ଜାଣିବି ମୁଂ ତୁମ୍ଭର ବଚନେ ଶୁଣି ।୪।ବଦନ୍ତି ଅଗସ୍ତି ଶୁଣ ହୋ ମହୀପାଳେତହୁଂ ଯାଇ ପାଣ୍ଡବେ ମିଳିଲେ ସରଜୂ ନଦୀତୀରେ ।୫।ସହଦେବ କହିଲେ ଯୁଝେଷ୍ଠିଂକ ଆଗେଶୁଣିମା ହେଉ ଦେବ ୟେଥିର ପ୍ରସ୍ତାବେ ।୬।ୟେ ଠାବକୁ ହେମବନ୍ତ ବିଶାଶତେ ଯୋଜନମହା ହେମ ପଡ଼ଇ ମହୀ ଅବିଚ୍ଛନ୍ନ ।୭।ଶୁଣିଣ ବିସ୍ମୟେ ଯେ ଯୁଝେଷ୍ଠି ମହାରାଜେଭାଇନ୍ତ ଘେନିଣ ଦେବ ହେମବନ୍ତଙ୍କୁ କରିଣ ବିଜେ ।୮।ଘୋଳ ମନ୍ଥାନରୁ ଯେହ୍ନେ ବାହାର ହୋୟେ ଫେନସେହିମତି ପ୍ରାୟେ ହୋୟେମହୀ ଯେ ଉଦଯାନ ।୯।ଚାଲନ୍ତେଣ ଚରଣ ମିଳାୟେ ହାଡ଼ ମାଂସଦ୍ରୋପତୀ ବୋଇଲେ ୟେଣେ ଅଛଇ କାର୍ଯ୍ୟ କିସ ।୧୦।ୟେହିଠାରୁ ଦେବ ଚାଲ ବାହୁଡ଼ିଣ ଯିବାୟେଡ଼େ ପ୍ରମୋଦ ବନେ କିମ୍ପାଇ ପଶିବା ।୧୧।ନାନା ତୀର୍ଥ କରି ବାହୁଡ଼ିଣ ଯିବା ଚାଲହେମ ଲାଗିଣ ତନୁ ହୋଇଲା ଅଥିର ।୧୨।ଦ୍ରୋପତୀ ବାକ୍ୟ ଶୁଣି ଯୁଝେଷ୍ଠି ବୋଲନ୍ତିହେମବନ୍ତ ପର୍ବତକୁ ଯିବା ମହାସ୍ୱତୀ ।୧୩।ତହିଂକି ନିକଟ ସରଗ ଦେଖିବା ଦେବତାନ୍ତଆମ୍ଭର ପଞ୍ଚଭୂତ ଆତ୍ମା ଠାକୁର ଜଗନ୍ନାଥ ।୧୪।ସେ ଯେବେ ପ୍ରାଣ ବିସର୍ଜନ ଆମ୍ଭର କିସ ବ୍ରତିବାୟେ ହେମବନ୍ତ ପର୍ବତେ ପ୍ରାଣ ବିସର୍ଜିବା ।୧୫।କଳିଯୁଗ ଘଟି ବର୍ଦ୍ଧୁତ ପାପମାନଆମ୍ଭ ଜୀବନେ ଆବର କିସ ପ୍ରୟୋଜନ ।୧୬।ଅଥବା ମର୍ତ୍ତ୍ୟେ ଗଲେ ଅର୍ଜିବା ପାପମାନୟେମନ୍ତ କହି ଦେବ କରନ୍ତା ଗମନ ।୧୭।ପବନହୁଂ ବେଗ ଯେ ଚଳନ୍ତି ଯୁଝେଷ୍ଠିହେମବନ୍ତ ପରବତ ଉପରକୁ ଉଠି ।୧୮।ସୁମରନ୍ତି ଭଗବାନ ବିଷ୍ଣୁ ଯେ ଦେବତାତୁହି ସେ କାରଣ ନାଥ ଅନ୍ୟ ନାହିଂ ରଖନ୍ତା ।୧୯।କ୍ଷୁଧାରେ ଦ୍ରୋପତୀ ପର୍ବତକୁ ନୁଆରିଲେ ଉଠିତହୁଂ ବୋଇଲେ ଦେବ ଶୁଣିମା ଯୁଝେଷ୍ଠି ।୨୦।କ୍ଷୁଧା ପିପାସେ ମୁଂ ଚାଲିତ ନୁଆରଇଆଜକ ରହିବା ୟେଥେ କାଲି ଯିବା ଗୋସାଇଂ ।୨୧।ଯୁଝେଷ୍ଠି ବୋଇଲେ ଅନ୍ୟ କିସ କାର୍ଯ୍ୟ ଆସପୁଣ୍ୟ ଭୁବନେ ୟେଥେ କରିବା ଉପବାସ ।୨୨।ପ୍ରାଣ ଯେବେ ଆମ୍ଭର କରିବାନା ତ୍ୟାଗଆବର ଶରୀରକୁ କିସ ଦେବା ଭୋଗ ।୨୩।ଆସ ଆସବୋଲି ରାୟେଦ୍ରୋପତୀକୁ ଗଲେ ଛାଡ଼ିପଦ ଝୁ ଣ୍ଟିଦ୍ରୋପତୀ ଗଲେ ମୁହଂମାଡ଼ି ।୨୪।ସ୍ୱାମୀ ରଖ ରଖ ବୋଲି ପଡ଼ିଲେକସତୀକୋଳ କରି ତାଂକୁ ଯେ ଧଇଲେ ମାରୁତି ।୨୫।ଭୀମ ଡ଼ାକ ଦିଅଇ ରାୟେ ବାହୁଡ଼ିଣ ଆସପ୍ରାଣର ଭାବେନୀ ତୁମ୍ଭର ହେଉଅଛି ପ୍ରାଣେ ନାଶ ।୨୬।ବୋଲନ୍ତି ଦ୍ରୋପତୀକି ଛାଡ଼ ଛାଡ଼ ଭୀମଯେ ଯାହା ଅରଜଇ ସେ ନିୟତ ତାର କର୍ମ ।୨୭।ଆସ ଆସ ଭୀମ ଛାଡ଼ ତାକୁ କୋଳମାୟା ମୋହ ବନ୍ଧନ ନୋହଇ ୟେତେ ବେଳ ।୨୮।ଶୁଣିଣ ଭୀମସେନ ବୋଲଇ ଦୁଖମନୟେତେ ନିପ୍ରୋହି କିମ୍ପେ ହୋଇଲେ ଧର୍ମନାନ ।୨୯।ମହା ଭୂତ ପଣେ ସେ ତୋତେ କଲେ ସେବାନିଷ୍କଳଂକ ନିର୍ଦ୍ଦୋଷୀ ୟେ ୟେହାକୁ କେମନ୍ତେ ମୃଛିବା ।୩୦।ସ୍ୱାମୀ କୋଟିୟେ ତୀର୍ଥ ଘେନି ବ୍ୟାସ ମହଋଷିମହାଅନଳ ଭେଦୀ ଯାହାର ରୂପ ଦିଶି ।୩୧।ସ୍ୱାମୀ ଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମନ ଅଟଇ ଯାର ଭାଇଅନେକ ସମ୍ଭରେ ଆମ୍ଭନ୍ତ ଦିଲା ନରସାଇଂ ।୩୨।ସ୍ୱାମୀ ୟେକା ତିରୀକେ ସହିଲା ପଞ୍ଚ ଭ୍ରାଥଂକ ଆର୍ଦ୍ଦୋଳିୟେହାକଇଂ ଛାଡ଼ିଯିବାକୁ କେହେନେକେ ସତ ବଳି ।୩୩।ସ୍ୱାମୀ ମନସିଜ ଚାମର ଜାଣି ଏହାର କେଶଲୁବୁଧେ ମଧୁକର ନଛାଡ଼ନ୍ତି ପାଶ ।୩୪।