ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୮ / ୧୪
ସମ୍ପୂର୍ଣ୍ଣ ସୂଚୀପତ୍ର
ରାଧାଙ୍କର ଜନ୍ମଚରିତ ଓ ତାହାଙ୍କ ଦ୍ୱାରା କର୍ଣ୍ଣ ପ୍ରତିପାଳନ
ଗାଲବର ନନ୍ଦନ ସେ ଅଟଇ ସଂଜୟେରାଧେବୀ ବୋଲିଣ ଯେ ତାହାର ଦୋହିତାୟେ ।୧।ପୂର୍ବ ଜନ୍ମେ ସେ ଅନୁଛାୟା ଅଟଇ ଅପଛରୀବାସବଙ୍କୁ ସ୍ନେହ ଭାବନ କରଇ ଗର୍ବଧରି ।୨।ରାଗେଣ ସୁରନାଥ ଅଭିଷାପ ଭାଷିଯାଆଲୋ ପାମରୀ ହୋଅ ତୁ ମାନଷୀ ।୩।ସଂଜୟେ ମନ୍ତ୍ରୀର ଭାରିଯା ନାମ ତା ଶରଧାସେ ତୋତେ ପାଳୁ ଲୋ ନାମ ତୋର ହୋଉ ରାଧା ।୪।ବାସବର ଶାପ୍ୟେ ସେ ସ୍ୱର୍ଗରୁ ପତିତସେହି ସରୂପେ ସେ ହୋଇଲା ବାଳୁତ ।୫।ସିଂହ ବୃହସ୍ପତି ଯେ ପଡିଥିଲା ଗଉତମୀଅନେକ ଜନେ ତହିଂ ଗଲେ ତୀର୍ଥ ଭ୍ରମି ।୬।ଜନ ଗହନ ମେଳେ ସେ ବାଳୁତ ତହିଂ ଥିଲାସଂଜୟ ମନ୍ତ୍ରୀ ତାହା ତୀର୍ଥରେ ଭେଟିଲା ।୭।ଅନ୍ତରାଳ ହୋଇ ସେ କାନ୍ଦଇ କୁମାରୀଶରଧାବତୀ ଯେ ତାହାକୁ ଧଇଲା କୋଳକରି ।୮।କେହି ତାହାକୁ ମୋହୋର ବୋଲି ବୋଲନ୍ତା ନୋହିଲାସଂଜୟ ଭାରିଯା ତାକୁ ହସ୍ତିନା ଘେନିଣ ଅଇଲା ।୯।ରାଧା ନାମ ଦିଲା ତାହାକଇଂ ଭାଳିସୁନ୍ଦର ଦେଖିଣ ତାକୁ ଯତନେ ପ୍ରତିପାଳି ।୧୦।ସେ ସଂଜୟ ଦୁହିତା ଗଲା ଯମୁନା ସ୍ନାହାନେମଂଜୁଷ ଗୋଟିୟେ ହେଠ ବୁଡ଼ ଦେଖଇ ଜଳର ଉଦଯାନେ ।୧୧।କର ବଢାଇ ଧଇଲା ଦେବୀ ବଡ଼ ଯେ ଶରଧାମଂଜୁଷ ସମେତେ ଘେନି ସେ ବେଗେ ଗଲା ରାଧା ।୧୨।କୂଳରେ ଆଣି ତାହା କଲା ବେନି ଫାଳଦେଖିଲା ବାଳ ଆଦିତ୍ୟ ଜାଣି ଯେ ଦୁଲାଳ ।୧୩।ପୁତ୍ରକୁ କୋଳେ ଘେନି ଗଲାକ ନିଜ ପୁରେସଂଜୟେ ବୋଇଲେ ଆୟି ସମ୍ଭାଳ କୁମରେ ।୧୪।ୟେ ପୁତ୍ର ଗୋଟିକି ତୁ ଗୋ ଆଣିଲୁ ଶରଧାୟେୟେହାର ନାମ ଗୋଟି ଯେ ହୋଇବ ରାଧାୟେ ।୧୫।ଯତ୍ନ କରି କର୍ଣ୍ଣକୁ ପାଳିଲା ସେ ସଂଜୟ କୁମାରୀଅନୁଭବ ନୃପତିକଇଂ କନ୍ୟା ପ୍ରଦାନ କରି ।୧୬।
କୁନ୍ତୀଙ୍କ ସହ ପଣ୍ଡୁଙ୍କର ବିବାହ
ଯମୁନା ଜଳେ ଯେ ପୁତ୍ରକୁ ପକାଇକୋଇନ୍ତା ଦେବୀ ଗଲେ ବିଷାଦପୂର୍ଣ୍ଣ ହୋଇ ।୧।ଶରୀର ସମ୍ଭାଳି ତହୁଂ ଗଲେ ଦେବୀ କୋନ୍ତେଅନ୍ତେଶ୍ୱରେ ପ୍ରବେଶ ହୋଇଲେ ଭୋଜର ଦୁହିତେ ।୨।ଦୁର୍ଭାସାଙ୍କର କଲ୍ୟାଣ ଯେ ପ୍ରତକ୍ଷେ ହୋଇଲାକୁନ୍ତଭୋଜ ନୃପତିର ତିନି ପୁତ୍ର ଉପୁଜିଲା ।୩।କର୍ଣ୍ଣଭୋଜ, ବୀରଭୋଜ, ଆବର ମୁକୁନ୍ଦଭୋଜୟେମନ୍ତେ ଉପୁଜିଲେ ରାଜାର ତିନି ଯେ ଆତ୍ମଜ ।୪।ବଳବନ୍ତ ସୁନ୍ଦର ସେ ଅଟନ୍ତି ଜଗଜିଣାବିଦ୍ୟାରେ କୁଶଳ ହୋଇଲେ ସେ କୁନ୍ତଭୋଜର ଦୁଲଣା ।୫।କାର୍ତ୍ତିକ ମାସ ଶୁକଳ ପକ୍ଷ ବୁଧବାର ଯେ ପୂର୍ଣ୍ଣମୀଆକାମାବଇ ସ୍ନାହାନ ଦିନ ଗଙ୍ଗାକୁ ଗଲେ କୁନ୍ତଭୋଜ ସ୍ୱାମୀ ।୬।ସେହି ଗଙ୍ଗା ସ୍ନାହାନକୁ ଭୀଷ୍ମେ ଯେ ଅଇଲେକୁନ୍ତଭୋଜ ରାଜାତୁଲେ ମଇତ୍ର ହୋଇଲେ ।୭।ଦୁଇଲୋକଙ୍କରହୋଇଲାରୋହିଣୀବୃଷରାଶିମଇତ୍ର ଯୋଗ ହୋଇଲେ ସେ ଗଙ୍ଗା କୂଳେ ବସି ।୮।ପଣ୍ଡୁକୁମର ଯାଇ ଅଛି ଯେ ଭୀଷ୍ମଙ୍କର ତୁଲେକୁମାରୀ ମାନଙ୍କର ତୁଲେ କୋଇନ୍ତାୟେ ଯାଇଥିଲେ ।୯।ପଣ୍ଡୁ ବସିଲେ ଯାଇ ଭୀଷ୍ମଙ୍କର କୋଳେକୋଇନ୍ତାୟେ ବସିଛନ୍ତି କୁନ୍ତଭୋଜର ଜାନୁରେ ।୧୦।ୟେହେନ୍ନେକ ସରୂପ ଦେଖିଲେ ସତ୍ୟବତୀକୁନ୍ତଭୋଜକୁ ପଚାରିଲେ କିୟେ ତୋହୋର ଦୋହିତୀ ।୧୧।ୟେ ଦୋହିତା ବୋଲି ବୋଇଲେ କୁନ୍ତଭୋଜ ରାୟେପ୍ରଣପତ୍ୟ ହୋଇଲେ ଯାଇଂ ସତ୍ୟବତୀଙ୍କର ପାୟେ ।୧୨।ପାରେଶ୍ୱର ବୋଇଲେ ତୁ ଶୁଣ ନରନାଥଆମ୍ଭ ପୁତ୍ର ପଣ୍ଡୁକଇଂ ପ୍ରଦାନ କର ତୁ ତୋହୋର ଦୋହିତ ।୧୩।ଶୁଣିଣ କୁନ୍ତଭୋଜ ସାନନ୍ଦ ହୋଇଲାଦେବଇ ଦୋହିତା ବୋଲି ସତ୍ୟ ଉଚ୍ଚାରିଲା ।୧୪ସେଇ ତୀର୍ଥସ୍ଥାନେ ସେ ଉତ୍ସବ କରାଇଲାବିଭାର ଶୁଭଯୋଗ ଲଗ୍ନ ବେଳ ଧଇଲା ।୧୫।କାଶ୍ୟପ ଗୋତ୍ର ସେ କୁନ୍ତଭୋଜନର ପତିସୋମବଂଶ ଗୋତ୍ରେ ଯେ ବିଚିତ୍ରବୀର୍ଯ୍ୟର ସନ୍ତତି ।୧୬।ଓହୋକୁଳ ଗୋତ୍ର ଉଚ୍ଚାରଣ କଲେ ସତ୍ୟବାକିବିଭା ଶୁଭଯୋଗ କରାବନ୍ତି ପୁରୋହିତ ଉଦ୍ଦାଳକି ।୧୭।ଶୁଭେଣ ପ୍ରଦାନ ଯେ ହୋଇଲା କୁମାରୀପଦ୍ମେକ ରଥ ଯଉତୁକ ଦିଲେକ ଦଣ୍ଡଧାରୀ ।୧୮।ବେନି ପଦ୍ମ ଗଜ ଯେ ଚାରିପଦ୍ମ ହୟେଦ୍ୱାଦଶ ଯୋଜନ ପୃଥୀ ରାଜା ଯଉତୁକ ଦିୟେ ।୧୯।ପାଞ୍ଚଲକ୍ଷ ପାଟଛତ୍ର ଆଲମ୍ୱ ୟେକ ଲକ୍ଷ ଅନେକ ବାଦ୍ୟଯଉତୁକ ଦିଲା ରାଜା ପରମ ସାନନ୍ଦ ।୨୦।ଶତେ ପଦ୍ମ ଗୋଧନ ଦିଲାକ ନୃପମଣିଚଉବିଂଶ ଧନ ଭଣ୍ଡାର ଦାନ ଦିଲାକ ଆଣି ।୨୧।ଭୀଷ୍ମେ ବୋଇଲେ ଶାୟେଂତନୁକୁ ଅତି ବିନୟେ କରିଅପୁତ୍ରିକ ଦୋଷୁଂ ମୁଂ ନୋହିବି ଦଣ୍ଡଧାରୀ ।୨୨।ଭୂରିଶ୍ରବାୟେ ତ ନ ପଶିବେ ରାଜ୍ୟପଦେଧୃତରାଷ୍ଟ ନାଶ ଗଲେ ସେ ହେଲେ ଚକ୍ଷୁ ଅନ୍ଧେ ।୨୩।ବିଦୁର ବିଚକ୍ଷଣ ସେ ଅଟଇ ଅନ୍ୟ ଜାତିପଣ୍ଡୁଙ୍କୁ କରାଇବା କି ପଞ୍ଚୁ କଟକେ ଚକ୍ରବ୍ରତୀ ।୨୪।ପାରେଶ୍ୱର ବୋଇଲେ ତୁ ସତ କି ମିଛ କହୁପଣ୍ଡୁଙ୍କୁ ରାଜପଦ ଦିଲେ ତୁ ନିକି ଅମରିଷ ବହୁ ।୨୫।ଭୀଷ୍ମେ ବୋଇଲେ ମୋର ଚିତ୍ତେ ଆନ ନାହିଂସତ୍ୟ ସତ୍ୟ ବାକ୍ୟେ ଦୃଢ ବ୍ରତ କଲି ମୁହିଂ ।୨୬।ପାରେଶ୍ୱର ଶାୟେଂତନୁ ଶୁଣି ପରମ ସାନନ୍ଦ ହୋଇଲେରାଜ୍ୟେଣ ଅବିଷେକ ପଣ୍ଡୁଙ୍କୁ କରାଇଲେ ।୨୭।ବ୍ୟାସେ ବଶିଷ୍ଠେ ମାରକଣ୍ଡେ ଆଦି କରିପୂର୍ଣ୍ଣ ଅର୍ଘ୍ୟ ଦିଲେ ସମସ୍ତ ତପଚାରୀ ।୨୮।ଅନେକ ଯାଗଯଗ୍ୟଂ କଲେ ପୂର୍ଣ୍ଣ ଯେ ଆହୂତିକୋଟିୟେ ତୀର୍ଥ ଘେନି ପୁଷ୍କର କ୍ଷେତ୍ର ଆଧିପତି ।୨୯।ଅବିଷେକ କଲେକ ନେଇ ପଣ୍ଡୁ କୁମରର ଶିରେଜୟ ଜୟ ବାଣୀ ଯେ ଶୁଭିଲା ତିନିପୁରେ ।୩୦।ବିଭା ଅବିଷେକ କଲେ କଳପ ବଟ ତଳେନରେନ୍ଦ୍ର ପଦ ଦିଲେ ପଣ୍ଡୁଙ୍କୁ ଶୁଭବେଳେ ।୩୧।ସମଦଣ୍ଡ ଘେନିଣ ଚଳନ୍ତି ନିଜଦେଶେପୁରଜନମାନେ ଯେ ଅନେକ ହରଷେ ।୩୨।କାଶୀଦେଶର ରାଜା ନାମ କାଶୀଶ୍ୱରଅନୁମତି ନାମେଣ ଥିଲା ଦୋହିତା ତାହାର ।୩୩।ବିଦୁରକୁ ପ୍ରଦାନ କରାଇଲେ ଅନୁମତି ଯୁବତୀସେ କାଶୀଶ୍ୱର ରାଜା ଯେ ଅଟଇ ବୈଶ୍ୟ ଜାତି ।୩୪।ଅନ୍ଧ ପଣ୍ଡୁ ବିଦୁର ହୋଇଲେ ତିନି ଭ୍ରାଥେପଣ୍ଡୁ ରାଜା ପଦେ ବସିଲେ ଧର୍ମ ଅର୍ଥେ ।୩୫।ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତିତ୍ରୈଲୋକ୍ୟେ ବିଦିତ ହୋଇଲା ସେ ପଣ୍ଡୁ ନରପତି ।୩୬।ଧାର୍ମିକ ବିବେକ ଦୟାଳୁ ସେ ପଣ୍ଡୁ ମହାରାଜାଦାନେ ଶୂରବନ୍ତା ସେ ଦେବ ବିପ୍ରେ ବଡ଼ ପୂଜା ।୩୭।ହବିର୍ଭାଗ ଦିଅଇ ରାଜା ଅନୁବ୍ରତେଣ ଆହୂତିନିଯୋଗ ଭିଆଣ ରାଜଯୋଗ କରୁଥାଇ ନିତି ।୩୮।ଭୀଷ୍ମେ ବିଦ୍ୟାଗୁରୁ ହୋଇଲେ ପଣ୍ଡୁଙ୍କୁଅନେକ ବିଦ୍ୟା ଯେ ଶିଖାଇଲେ ତାହାଙ୍କୁ ।୩୯।ଶାହାସ୍ର ବିଦ୍ୟା ଉତ୍ତମ ଧନୁସାର ବିଦ୍ୟାମାଲବିନ୍ଧା ବିଡ଼ମ୍ୱଣ ପଦ ମନ୍ତ୍ରସିଦ୍ଧା ।୪୦।ୟେମନ୍ତେ ମହାଭିଗ୍ୟଂ କ୍ଷତ୍ରୀବର ଅଟଇବୁଦ୍ଧିବନ୍ତେ ବଳବନ୍ତେ ଅଷ୍ଟାଦଶ ବୟେଂଶ ଖଟଇ ।୪୧।ଗୁଣବନ୍ତ ଭାଗ୍ୟବନ୍ତ ପଣ୍ଡିତ କ୍ଷତ୍ରି ମହାଯୋଧୀସତ୍ୟ ବିବାଦୀ ନୋହଇ ସମସ୍ତ କଲା ସାଧି ।୪୨।ସୂର୍ଯ୍ୟବଂଶ ରାଜା ଋତୁପନ୍ନ ନୃପତିପଣ୍ଡୁ ରାଜାକୁ ଖଟଇ ସେ ଅନୁବ୍ରତୀ ।୪୩।ଗଙ୍ଗାବଶିଂକ ରାଜା ଭୀଷ୍ମ ମହାରଥାଆଗିଆଣି ଥାଠେ ସେ ଚଳଇ ପ୍ରତିଗ୍ୟାଂ ସାମରଥା ।୪୪।ହଇହୟ ବଂଶ ରାଜା ରୁଦ୍ରଦେବ ମହାମଲ୍ଲତିରିଶ ଲକ୍ଷ ଯୋଦ୍ଧା ଘେନି ଖଟଇ ପଣ୍ଡୁ ନୃପତିର ତୁଲ ।୪୫।ଅନ୍ଧେକ ଦେଶର ରାଜା ଅଟଇ ବିରୂପାକ୍ଷଡାହାଣ ପଖାୟେ ଖଟନ୍ତି କ୍ଷତ୍ରୀ ନବଲକ୍ଷ ।୪୬।ଭୋଜ ବଂଶର ନୃପତି ବିଷ୍ଣୁଭୋଜସେନପଞ୍ଚୁଲକ୍ଷ ଯୋଦ୍ଧା ଘେନି ଖଟଇ ପଣ୍ଡୁରାଜାର ସନ୍ନିଧାନ ।୪୭।ବ୍ରହ୍ମଦେଶର ଠାକୁର ମଦନସେନ ବ୍ରହ୍ମସମଦଣ୍ଡ ଘେନି ଖଟଇ ସେ ମହା ସମ୍ଭରେଣ ।୪୮।ରୁଦ୍ରବଂଶର ରାଜା ଭଇରବ ନୃପତିସେହି ପଣ୍ଡୁଙ୍କୁ ଖଟଇ ପରମ ସାନନ୍ଦ ମତି ।୪୯।କାକୁସ୍ଥ ବଂଶର ନୃପତି ଇନ୍ଦ୍ରପାଦସେହି ଖଟଇ ନୃପତି ସୋମବଂଶ ନରେନ୍ଦ୍ର ।୫୦।ନବଦୀପେ ସପତ ସାଗରେ ଯେତେ ରାଜାସୋମବଂଶ ନୃପତିଙ୍କି ସମସ୍ତେ କରନ୍ତି ପାଦପୂଜା ।୫୧।ୟେମନ୍ତେ ପଣ୍ଡୁଙ୍କୁ ଖଟନ୍ତି ଅଷ୍ଟାଦଶ ବଂଶସ୍ୱର୍ଗ ତୁଲ୍ୟ ସେ ବାରୁଣାବନ୍ତ ଦେଶ ।୫୨।ଅନେକ ସମ୍ଭରେ ସେ ଖଟନ୍ତି ମହାରାଜେଅନେକ ସନ୍ୟ ଘେନି ମଧ୍ୟ ସ୍ୱାର୍ଗେ ବିଜେ ।୫୩।ପାରେଶ୍ୱର ଶାୟେଂତନୁ ଗାଧି ଜମଦଗ୍ନିୟେହାନ୍ତ ସେବା କରଇ ସେ ଶୁଭ ଅନକୂଳ ଘେନି ।୫୪।ୟେହାଙ୍କର ପୁତ୍ରେ ଯେ ବ୍ୟାସେ ବିଶ୍ୱାମିତ୍ରେପ୍ରଶୁରାମ ଭୀଷ୍ମେ ଅଟନ୍ତି ଚାରିଭ୍ରାଥେ ।୫୫।ୟେହାନ୍ତ ଆରାଧନା କରନ୍ତି ନୃପ ପଣ୍ଡୁସମସ୍ତେହେଂ ବାଞ୍ଛା କରନ୍ତି ପଣ୍ଡୁର ଆପାଦ ଖଣ୍ଡୁ ।୫୬।ସପତ ଦୀପା ପୃଥୀରେ ଥାପିଲେ ପାରିଦଣ୍ଡଶବଦ ଭେଦୀ ଶର ପେଷନ୍ତେ ପୃଥିବୀ ନବଖଣ୍ଡ ।୫୭।ଜମ୍ୱୋଁଦୀପ ବାରରାଷ୍ଟ୍ର ଛତିଶ ମଣ୍ଡଳେପାଶେକ ପାରିଦଣ୍ଡ ଯେ ଖଟନ୍ତି ସର୍ବକାଳେ ।୫୮।ଧୃତରାଷ୍ଟ ରହିଲେ ହସ୍ତିନା ଭୁବନେଭୂରିଶ୍ରବାଙ୍କୁ ବସାଇଲେ ଇନ୍ଦ୍ରପ୍ରଶସ୍ତ ସ୍ଥାନେ ।୫୯।ଭୀଷ୍ମେ ବସିଲେ ଯେ ଯମପ୍ରଶସ୍ଥ ସ୍ଥାନ ମାଡ଼ିଜଇନ୍ତା ରାଜ୍ୟେ ପଣ୍ଡୁରାଜା ବସିଲେବାରୁଣାବନ୍ତେ ବିଦୁରଙ୍କୁ ଛାଡ଼ି ।୬୦।ଦେଖ ହୋ ପଣ୍ଡୁରାଜାର ଭାଗ୍ୟବନ୍ତ ପଣସୋଦର ସମ୍ଭାଳି ଦିଗବିଜୟେ କରଇ ଆପଣ ।୬୧।ଧ୍ୱଂସଇ ରିପୁ ଦର୍ପ ରଖଇ ତପୀଜନଦଇତ ଦାନବର ଉପଦର୍ପ ନାହିଂ ତ୍ରିଭୁବନ ।୬୨।ମାଢମୂଳ କରି ଯେ ଯଯାତି ଭିଆଇଲେମାଢକବାଟି କରି ପଣ୍ଡୁରାୟେ ସିରିଜିଲେ ।୬୩।ବାଟିୟେ ଯେ ଚଷଇ ପଉଟିୟେ ଦିଅଇ ସଞ୍ଜାଦ୍ୱାଦଶ ଫଳ ଅରଜି ସୁଖେଣ ଦିନ ଖଟନ୍ତି ପରାଜ ।୬୪।ଅନେକ ଧନ ଧାନ୍ୟ ସମ୍ପଦ ଅଚଳିସାଧୁ ସାଧୁ ଧୁନି ସମସ୍ତେହେଂ ପଣ୍ଡୁଙ୍କୁହିଂ ବୋଲି ।୬୫।
ପଣ୍ଡୁଙ୍କର ବନେ ଅବସ୍ଥିତି ଓ ରାଜ୍ୟ ପରିଚାଳନା
ତୁଳମାସ ପଞ୍ଚମୀ ଦିନ ପଣ୍ଡୁ ବିଜେକଲେ ହସ୍ତିନାକୁଧୀର ଧୀର ହୋଇ ଯାଉଛନ୍ତି ଧୃତରାଷ୍ଟଙ୍କୁ ଦ୍ରଶନ କରିବାକୁ ।୧।ଧୃତରାଷ୍ଟ ବୋଲୁଛନ୍ତି ଗାନ୍ଧାରୀ ଅଗ୍ରତେକିଂପାଇ ବ୍ୟାସମୁନି ଜାତ କଲେ ଆବର ଯେ ମୋତେ ।୨।ପଣ୍ଡୁରାୟେ ତାହା ଶୁଣିଲେ ପୁରକ ଅନ୍ତରେଧୀରେଣ ତୁନୀ ହୋଇ ଶୁଣନ୍ତି ସେହିଠାରେ ।୩।ଗାନ୍ଧାରୀ ପୁଚ୍ଛା କଲେ ଧୃତ ଯେ ରାଷ୍ଟଙ୍କୁୟେତେ ବିରସ କଲ ସ୍ୱାମୀ କିଂପାଇ ମନକୁ ।୪।ଧୃତରାଷ୍ଟ ବୋଇଲେ ତୁ ଶୁଣ ଗୋ ଗାନ୍ଧାରୀସାବତ ସଂପଦ ହାଦେ ଦେଖିତ ନୁଆରି ।୫।ମୁହିଂ ଅଟଇ ଜ୍ୟେଷ୍ଠ ପଣ୍ଡୁ ଅଟଇ କନିଷ୍ଠ ସାନୁଜପୃଥିବୀରେ ବିକାଶିଲା ପଣ୍ଡୁର ବଳବୀର୍ଯ୍ୟ ।୬।ଅନେକ ସଂପଦ ତାର କହିତ କି ପାରିମରଣ ୟେହାଉଂ ଭଲ ସହିତ ନୁଆରି ।୭।ଭଲ ଦିନ ଖୋଜ ଗୋ ପ୍ରାଗ ତୀର୍ଥ ଯିବାତ୍ରିବେଣୀ ସଂଗମେ ହାଦେ ଶରୀର ଝାସିବା ।୮।ଛତ୍ରୀପଣ ହୋଇଣ ଯେବେ ପର ପୋଷଣ କରିରାଜା ହୋଇ ଯେବେ ସଂଗ୍ରାମେ ଭୟେ କରି ।୯।ଦେବତା ହୋଇ ଯେବେ ପରରେ ନିର୍ଦ୍ଦୟାତୀର୍ଥ ହୋଇ ଯେବେ ହୋଅଇ ସେ ମାୟା ।୧୦।ସୁନ୍ଦର ସ୍ତିରୀ ଯେବେ ହୁଅଇ ଦୁର୍ଭାଗୀଇନ୍ଦ୍ରିୟ ନିଗ୍ରହଣ ନୋହଇ ଯେବଣ ଯୋଗୀ ।୧୧।ପଣ୍ଡିତ ହୋଇ ଯେବେ ନୋହିବ ଉପାୟବନ୍ତମହାତମାଙ୍କର ବଚନେ ୟେତେକ ଜୀବନ ବିଅର୍ଥ ।୧୨।ଗାନ୍ଧାରୀ ବୋଇଲେ ଯୁଗତ ୟେହୁ କଥାକପାଳ ନିହିତ କି ହୋଇବ ଅନ୍ୟଥା ।୧୩।ଯାହା ସେ ଅରଜି ନାଥ ତାହା ହାଦେ ଭୁଞ୍ଜିସମସ୍ତେ ପୁଣ୍ୟବନ୍ତ ନୋହନ୍ତି ମୃତ୍ୟୁ ମଣ୍ଡଳ ମଝି ।୧୪।ସ୍ୱାମୀ ସୁକୃତ ବୋଲିଣ ଯେବଣ ପୁରୁଷନାନା ରୂପ ଧରଇ ସେ ନୋହଇ ପ୍ରାଣନାଶ ।୧୫।ଖଣ୍ଡିଆ କୁବୁଜା ଯେ ଅପାରଗ ଛୋଟାବଳବନ୍ତ କେ ଖୁର୍ପ କେ ଉଚ୍ଛର୍ଗ କେହୁ ମୋଟା ।୧୬।ସୁନ୍ଦର ପୁରୁଷ ସେ କ୍ଷତ୍ରିୟ ପଣ୍ଡିତ ପୁରୁଷକ୍ଷଣେ ବାତୁଳ ସେ କ୍ଷଣେ ହରଷ ବିରସ ।୧୭।ଚେତନା ପୁରୁଷ ସେ ଚେତି ନଚେତଇ କ୍ଷଣେସକଳ ବ୍ରହ୍ମାଣ୍ଡକୁ ସେ ପୁରୁଷ ୟେକା ଜଣେ ।୧୮।କୁତୋହଳେ ଖେଳୁଥାଇ ସେ ନାନା ରୂପ ଧରିକ୍ଷଣେ ଗୋରା କ୍ଷଣେ କଳା ଶ୍ୟାମଳ ରୂପେ ଅବତରି ।୧୯।କ୍ଷଣେ ଖଣ୍ଡ ପାଙ୍ଗୁଳ କ୍ଷଣକେ ହୋଅଇ ଅନ୍ଧନାନା ବର୍ଣ୍ଣ ରୂପକୁ ତାହାର ଯେ ସଧ ।୨୦।ସେ ସୁକୃତ ମହାତମା ଯେତେବେଳେ ଧରିଥାଇ ଯେବଣ ରୂପଉତ୍ତପତି ମାନବମାନେ ହୁଅନ୍ତି ସେହି ଯେ ସରୂପ ।୨୧ଛାଡ଼ ମେଲ ତୁ ଅଭିମାନ ରାୟେ ନ ଭାଳ ନ ଚିନ୍ତଦୁଖ ସୁଖ ସ୍ୱାମୀ ହୃଦଗତେ କରିଥାଅ ୟେକତ୍ୱ ।୨୨।ବାହିଜ ପରର ଦେଖି ନୋହିବା ବିକଳସୁଦଶା କୁଦଶା ହୋ ଅଳ୍ପ ହୋୟେ କାଳ ।୨୩।ଚଇତନ ପୁରୁଷକୁ ନାଥ ୟେକତ୍ୱ କରାପଣ୍ଡୁଙ୍କୁ ପର ବୋଲି ଶରୀର ନ ହରା ।୨୪।ୟେ ସଂସାରଯାକ ଯେହୁ କରଇ ୟେକତତେବେ ସେ ତରି ୟେଥୁଂ ହୁଅଇ ମୁକତ ।୨୫।ଧୃତରାଷ୍ଟ ବୋଇଲେ ତୁ କହିଲୁ ନା ୟେମନ୍ତପର ସଂପଦ ଦେଖି ମୁଂ ନପାରଇରେ ସଂଘାତ ।୨୬।ଗାନ୍ଧାରୀ ବୋଇଲେ ଯେ ଅଟଇ ୟେ କଥାପାପୀଲୋକଙ୍କୁ ସେ ହୋଅଇ ଅନେକ ଅବସ୍ତା ।୨୭।ବିଚାର ନାୟେକ ଯେ ଅଟଇ ଜନ୍ତୁପତିଆକାଶେଣ ବିଚାରଇ ସେ ମଞ୍ଚେଣ ଦିଅଇ ଶାସ୍ତି ।୨୮।ପାଙ୍ଗୁଳ ବଧିର ଖଣ୍ଡଣ କୁବୁଜ ଅଦୃଷ୍ଟିଯମର ଶାସ୍ତିମାନ ଦେବ ଅଟଇ ସବୁଟି ।୨୯।ଜନମୁଂ ୟେମାନେ ବିକଟ ବାୟିମନ୍ଦ ପ୍ରକୃତି ୟେମାନେ ନପାରନ୍ତି କୁଶଳ ସହି ।୩୦।ଡିଙ୍ଗର ସ୍ୱଭାବ ସେ ହିଂସା ଯେ ପ୍ରକୃତିଆପଣେ ବକ୍ର ୟେ ପର ସଂପଦ ଦେଖି ନୁଆରନ୍ତି ।୩୧।ପରନିନ୍ଦା ପରହିଂସା ପରମାଦ ଛାଡ଼ ହୋ ଧୃତରାଷ୍ଟଅନିତ୍ୟ ସଂସାର ୟେ ମାୟା ଚିତ୍ରପଟ ।୩୨।ଲୋଭ ମୋହ କାମ କ୍ରୋଧ ଅହଂକାର ହିଂସାୟେହା ଦୂର କରି ନାଥ କର ନିକଳଙ୍କ ମନୀଷା ।୩୩।ଅନେକ ବାଗେଣ ଯେ ତିଆରଇ ଗାନ୍ଧାରୀଶାନ୍ତି ମନ ଆତ୍ମା ନୋହିଲା ତାହାରି ।୩୪।ଧୃତରାଷ୍ଟ ଗାନ୍ଧାରୀର ୟେମନ୍ତ ବୋଲିବାର ସମୟେତୁନୀ ହୋଇ ସମସ୍ତ ଶୁଣୁଛନ୍ତି ପଣ୍ଡୁରାୟେ ।୩୫।ପଣ୍ଡୁ ମହାରାଜାଙ୍କର ଧୃତରାଷ୍ଟ୍ରଙ୍କସହିତ ସାକ୍ଷାତ ଓ ମାଦ୍ରୀ ସହ ବିଭାଧାତିକାରେ ବିଜେ କଲେ ପଣ୍ଡୁରାଜ ସ୍ୱାମୀଧୃତରାଷ୍ଟଙ୍କର ଚରଣେ ହୋଇଲେ ପରିଣାମି ।୧।ଗାନ୍ଧାରୀ ଅନ୍ତର ହୋଇଲେ ଦେଖିଣ ରାଜାଙ୍କୁସଂଜୟେ କହିଲେ ରାଜା ଧୃତ ଯେ ରାଷ୍ଟଙ୍କୁ ।୨।ପଣ୍ଡୁ ବିଜେକଲେ ହୋ ଶୁଣ ଧୃତରାଷ୍ଟବାଞ୍ଛାସିଦ୍ଧ ହୋଉ ବୋଇଲେ ମନରେ ମହାତୁଷ୍ଟ ।୩।ପଣ୍ଡୁ ବୋଇଲେ ତୁ ହୋ ଶୁଣସି କୁରୁପତିମୁହିଂ କେଉଂଣ ବାଗେ ତୁମ୍ଭଙ୍କୁ ନୋହିଲି ଭଗତି ।୪।ତୋହୋର ଭଗତେ ମୁଂ ବ୍ରତଇ ସର୍ବକାଳେତୁ ମୋତେ ପାପ ମନ ଧଇଲୁ ବକ୍ଷ ସ୍ଥଳେ ।୫।ସ୍ୱାମୀ ମୋହୋର ସଂପଦ ଦେଖି ଉଷତ ନୋହିଲୁସାବତ ସଂପଦ ବୋଲି ସେ ମୋତେ ଯେ ବୋଇଲୁ ।୬।ଅମନାତ୍ୟ ପୁରୋହିତେ ସେ ହକାରିଲେ ନୃପତିଭୂରିଶ୍ରବା ଶାୟେଂତନୁ ଭୀଷ୍ମ ମହାରଥୀ ।୭।ଆଜହୁଂ ସଂକଳ୍ପ ମୋର ହୋଇଲା ନିୟମଧୃତରାଷ୍ଟଙ୍କୁ ସମର୍ପିଲି ଦଣ୍ଡ ସମସ୍ତ ରାଜ୍ୟଧର୍ମ ।୮।ୟେ ପଞ୍ଚୁ କଟକେ ସ୍ୱାମୀ ତୁହି ସେ ଅଧିକାରୀସଂସାର ପାଳିଣ ତୁ ଭୋଗ କର ବସୁନ୍ଧରୀ ।୯।ସଂଜୟେ କହିଲେ ହୋ ଅନ୍ଧ କାହିଂ ନୃପୟେହାରେ ଧ୍ୱଂସି ହୋଅଇ କି ରିପୁ ବଳ ଦର୍ପ ।୧୦।ପଣ୍ଡୁ ବୋଇଲେ ମୁଂ ବନସ୍ତରେ ଥିବିପଞ୍ଚୁ କଟକ ରାଜ୍ୟ ମୁଂ ନିତ୍ୟେହେଂ ଭ୍ରମିବି ।୧୧।ଦୁଷ୍ଟ ଚୋର ଦାନେବ ମୁଂ ସମସ୍ତ ମାରିବିଧୃତରାଷ୍ଟ ଆଗ୍ୟାଂ ମୁଂ ଶିରରେ ଧରିଥିବି ।୧୨।ମୋହୋର ତହୁଂ ଅଧିକ ଭଗତି ହୋଇଥିବ ସଭିୟେଂ ଧୃତରାଷ୍ଟଙ୍କୁଅନୀତି ହୋଇଲେ କହିବ ଯାଇଂ ମୁକୁ ।୧୩।ଧୃତରାଷ୍ଟଙ୍କୁ ରାଜ୍ୟ ଦେଇ ପଣ୍ଡୁ ଯେ ନୃପତିରାଜ୍ୟରୁ ବାହାର ହୋଇଲେ ତୁଲେଣ ଦେବୀ କୁନ୍ତୀ ।୧୪।ଭ୍ରମଇ ନରନାଥ ଗହନ ବିପିନେମହା ପରିମଳ ଦିଶନ୍ତି ଉଚ୍ଚ ବୃକ୍ଷମାନେ ।୧୫।ୟେମନ୍ତେଣ ପଣ୍ଡୁ ଭ୍ରମଇ ଘୋରବନେହସ୍ତିନାର ଶାନ୍ୟ ଭାଗେ ବୃନ୍ଦା ଅର୍କବନେ ।୧୬।ଯମୁନା ନଦୀ ଯେ ବହଇ ଉତ୍ତରଗାମୀଶତଶିଂଗ ପର୍ବତରେ ରହିଲେ ପଣ୍ଡୁଦେବ ସ୍ୱାମୀ ।୧୭।ପାର୍ବଣ ଜୋତିଷପୁର ରାଜା ଭଗବାନମଦନାବତୀ ବୋଲି ତାହାର ଭାରିଯା ବିଦ୍ୟମାନ ।୧୮।ବନେ ମୃଗୟା ବିନୋଦ ସେ କରଇ ଭଗବାନ ନୃପତିମାଦ୍ରି ବୋଲିଣ ତାହାର ଦୁହିତା ଉତପତ୍ତି ।୧୯।ବନେଣ ଭ୍ରମନ୍ତେ ସେ ପଣ୍ଡୁଙ୍କୁ ଭେଟିଲାମାଦ୍ରୀ କନ୍ୟାକୁ ରାୟେ ପ୍ରଦାନ କରିଦିଲା ।୨୦।ଅନେକ ସମ୍ଭର୍ବେ ରାଜା ଦିଲାକ କୁମାରୀକୋଇନ୍ତା ମାଦ୍ରୀଙ୍କି ଘେନି ପଣ୍ଡୁ ରହିଲେ ଶତଶିଂଗ ଗିରି ।୨୧।ବେନି ଭାରିଯାନ୍ତ ଘେନି ପଣ୍ଡୁ ବିହଡ଼ନ୍ତି ବନେଯମପ୍ରଶସ୍ତ, ଇନ୍ଦ୍ରପ୍ରଶସ୍ତ, ହସ୍ତିନା, ବାରୁଣା,ଜଇନ୍ତା ଭ୍ରମଇ ପ୍ରତିଦିନେ ।୨୨।ପ୍ରତିଦିନ ଦୁଷ୍ଟ ରାକ୍ଷସମାନନ୍ତ ମାରଇ ଯେ ଖେଦିଆପଣେ ଦୁଖେ ପଡ଼ଇ ଧୃତରାଷ୍ଟଙ୍କୁ ରାଜ୍ୟପରସିଦ୍ଧି ।୨୩।ସିଂଘ ଶୁକଳ ତ୍ରୟୋଦଶୀ ଶଉରୀ ଯେ ବାରଶତ ଭିଷା ନକ୍ଷତ୍ର ଅଟଇ ବେଳ ଦଣ୍ଡ ତେର ।୨୪।ତୈତିଳ ନାମେ କରଣ ଶୂଳ ନାମେ ଯୋଗସିଂଘ ସଂକରାନ୍ତିକି ଅଣତିରିଶ ଦିନ ଭୋଗ ।୨୫-୧୬୧୯।