ଧୃତରାଷ୍ଟ୍ରଙ୍କର ପଣ୍ଡୁଙ୍କୁ ରାଜ୍ୟକୁ ଫେରାଇବା — ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିନାରାୟଣର ଅଭାବେ ତୁ କାଳକୂଟ ଭକ୍ଷି ।୨୨।
ସ୍ୱାମି କାଶୀପତି ନାଶଗଲା ତୋହୋର କୂଟ ବୁଦ୍ଧି
ଦୟା ସାଗର ନାଥ ତୁ ଶୃଙ୍ଗାର ବାରାନିଧି ।୨୩।
ୟେକା ଚରଣେକ ଚତୁର୍ଭୁଜ ତ୍ରିଲୋଚନ ପଞ୍ଚୁ ଯେ ବଦନ
ନାମ ବିଶ୍ୱନାଥ ତୁ ଗଙ୍ଗାର ରମଣ ।୨୪।
ଖପର କୋଠାର ଘେନି ମହାମତ୍ତ ଭୋଳା
ଡିବି ଡିବି ଡମ୍ୱରୁ ମତୁଆଳ ଖେଳା ।୨୫।
ଚଣ୍ଡିକା ମତୁଆଳ ଯୋଗ୍ନୀ ଘୋର ରଡ଼ି
ପ୍ରେତ ପିଚାଶ ବେତାଳ ମାନନ୍ତ ଘେନି ଖେଡ଼ି ।୨୬।
ରକ୍ତବର୍ଣ୍ଣେ ତ୍ରାସ ସୁନ୍ଦର କପାଳୀ
ରକ୍ତ ବସନ ସିନ୍ଦୂର ରକତ ମନ୍ଦାର ମାଳୀ ।୨୭।
ଅପୂର୍ବକର ନାଟ କୀର୍ତ୍ତି କାଳାନ୍ତ ଭୋଳା
ବୃଷଭ ବାହାନ ନାଥ ତେଜ ଅନର୍ଗଳା ।୨୮।
ଅସାଷ୍ଟମ ମହାତମା କାୟ ମହାମତ୍ତା
ଅଚିନ୍ତା ପୁରୁଷ ନାଥ ପର ଦୁଖେଣ ଚିନ୍ତା ।୨୯।
ସିନ୍ଦୂର ବିଲେପନ ଅଣାକାର ରୂପ
କ୍ଷଣେ ବୃଦ୍ଧ କ୍ଷଣେ କନ୍ଦର୍ପ ସରୂପ ।୩୦।
କେ ମାତ ପିତା କେ ଭାରିଯା କେ ଭଗିନୀ
ନାଚନ୍ତି ଗାବନ୍ତି ଭଣ୍ଡଗୀତ ଘେନି ।୩୧।
କଡ଼ା ଦାଉଣ୍ଡି ଯେ ଟହ ଟହ ଘୁମୁରା
କେ କାହାଳ କରନ୍ତି କେ ନାଚନ୍ତି ତ୍ରିପୁରା ।୩୨।
ତ୍ରିଣାୟେକ ବୀଣାୟେକ ହେରମ୍ୱ ଗଣପତି
ନନ୍ଦୀ ମହାକାଳ ଚଣ୍ଡ ପ୍ରଚଣ୍ଡ ସେନାପତି ।୩୩।
ଜୟନ୍ତକ ଅଜୟନ୍ତକ ଜାତୁ ମଲ୍ଲ କ୍ଷେତ୍ରପାଳ
ଉନମତ୍ତର କାଳ କାଦମ୍ୱରୀ ପାନେ ମତ୍ତ ଭୋଳ ।୩୪।
ଧୁଧୁକାର ତାଣ୍ଡବ ପରପଞ୍ଚ ଯେ ଯୋଗୀ
ଅବଧୂତ ନାଥ ପିଙ୍ଗଳ ବଇରାଗୀ ।୩୫।
ବଳି ଭୋଜା ମାୟେଂସ ଭୋଜା ଆବର ପୋଡ଼ାବଳି
ଶଉର୍ଯ୍ୟବନ୍ତ ଭୋଳାନାଥ ନାନା ରଙ୍ଗେଣ କେଳି ।୩୬।
ଗିରିଜାର ବଲ୍ଲଭ ମହା ଭଇରବ ମୂରତି
ଶୂଦ୍ରମୁନି ସାରୋଳା ଦାସର ଅଟଇ ପ୍ରକୃତି ।୩୭।
ସ୍ୱାମୀ ଯାବତ ଚନ୍ଦ୍ର ଦିବାକର କାଳ
ତୋହୋର ଲୟ ମୋର ହୃଦରେ ସମ୍ଭାଳ ।୩୮।
ମୁହିଂ ମହାଭାରଥ ଯେ କହିବି ଆଦି ପର୍ବ
ଦୁତୀୟ ଖଣ୍ଡ ୟେ ଅପୂର୍ବ ରସ ଭାବ ।୩୯।
ଶତଶୃଙ୍ଗ ପର୍ବତର ବର୍ଣ୍ଣନା
କାଳଅଗ୍ନି ନାଥ ପୂଜିଣ କୁରୁନାଥେବିଜେ ସୋମବଂଶୀ ମଳୟ ବସନ୍ତ ପର୍ବତେ ।୧।ଶତଶିଂଗ ନାମେଣ ଦେଖିଲେ ଯେବଣ ଗିରିଶୁଦ୍ଧ ସୁବର୍ଣ୍ଣ ଘଟଣ ଯୋଜନ ଶତେ ଚାରି ।୨।ତହିଂ ଉପରେ ଯେ ଅଛଇ ରସ କୂପଅଷ୍ଟ ଲୋହ ପକାଇଲେ ବିବିଧ ରତ୍ନରୂପ ।୩।ବୃକ୍ଷ ଶ୍ୱେତ ବର୍ଣ୍ଣ ପତ୍ରେ ଧବଳ ବର୍ଣ୍ଣପୁଷ୍ପ କନକ ବର୍ଣ୍ଣ ଉଦୟେ ଯେହ୍ନେ ଜହ୍ନ ।୪।ବେନି ଶତ ଯୋଜନ ଉତ୍ସର୍ଗ ଚାରିଶତ ଯୋଜନ ପୋତାତହିଂର ଉପରେ ଯେ ଯାଗ କଲେ ଦକ୍ଷଧାତା ।୫।ସେ ପର୍ବତେ ବାଟ ଅଛି ପାତାଳ ଭୁବନକୁଈଶାନ ଶିଖେ ଉଠିଲେ ଯାଇ ଆକାଶ ଭୁବନକୁ ।୬।ଜମ୍ୱୁଦୀପର ୟେ ମଧ୍ୟ ସ୍ଥାନ ଯେ ଅଟଇପଞ୍ଚତିରିଶ ଧାରା ଗଙ୍ଗା ସେ ପର୍ବତେ ଫୁଟଇ ।୭।ତହୁଂ ସେ ଉତପତ୍ତି ହୋଇଛନ୍ତି ସର୍ବ ନଦୀମେରୁ ଆବୃତ ହୋଇ ସଙ୍ଗମ ମଉଦଧି ।୮।ଶତେକ ଶିଂଗ ଅଛଇ ସେ ପର୍ବତ ଉପରେସୁବର୍ଣ୍ଣର ଶିଂଗ ବସଇ ସେ ଈଶାନ୍ୟା ଦିଗରେ ।୯।ବଇଡୁର୍ଯ୍ୟ ଶିଂଗ ବସଇ ଦକ୍ଷିଣ ଭାଗ କତିହୀରା ଶିଂଗ ବସଇ ପଶ୍ଚିମ ମୂରତି ।୧୦।ମାଣିକ୍ୟର ଜ୍ୟୋତି ଶିଂଗ ଉତ୍ତରେ ବସଇମରକତ ଶିଂଗ ବାୟବ୍ୟ କୋଣେ ପ୍ରକାଶଇ ।୧୧।ନୀଳା ଶିଂଗ ବସଇ ନଇଋତ କୋଣେଅଷ୍ଟ ରତ୍ନ ଶିଂଗ ଅଛଇ ଅଗ୍ନି କୋଣେ ।୧୨।ୟେକ ୟେକ ଶିଂଗ ଯେ ଦ୍ୱାଦଶ ଯୋଜନ ସ୍ଥଳୀଶତେ ଯୋଜନ ଉତ୍ସର୍ଗ ପାଞ୍ଚ ଯୋଜନ ଅଗୁଳି ।୧୩।ଈଶାନ୍ୟ କୋଣେଣ ବସଇ ଦିବାକରନୈଋତ କୋଣେ ବସଇ ଶଶଧର ।୧୪।ମେଘେ ବିଶ୍ରାମ କରନ୍ତି ବାୟବ୍ୟର କୋଣେଅଗ୍ନି କୋଣେ ବିଶ୍ରାମ କରନ୍ତି ଦେବ ନାରାୟଣେ ।୧୫।ଈଶାନ୍ୟ ଶିଂଗ କୋଣେ ଯେ ଆକାଶକୁ ପନ୍ଥବାୟବ୍ୟ ଶିଂଗ କୋଣେ ବସନ୍ତି ବିଶ୍ୱନାଥ ।୧୬।ମେରୁର ଅନୁଜ ଯେ ଶତଶିଂଗ ଗିରିଶ୍ରୀରାମଚନ୍ଦ୍ରଙ୍କ କାର୍ଯ୍ୟେ ତ୍ରେତୟା ଯୁଗେହନୁମନ୍ତ ନେଲା ଯେ ଉପାଡ଼ି ।୧୭।ସୁସଞ୍ଚ ପର୍ବତ ବୋଲି ଶ୍ରୀରାମ ଦୟା କଲେଅଙ୍ଗଦକୁ କହି ତାକୁ ଲୁଚାଇ ଥୋଇଲେ ।୧୮।ସ୍ୱାମୀଙ୍କର ଆଗ୍ୟାଂୟେ ତାହା ଅଙ୍ଗଦ ଫିଙ୍ଗି ଦିଲାଜମ୍ୱୋଦୀପ ମଧ୍ୟସ୍ଥାନେ ଯାଇଣ ପଡ଼ିଲା ।୧୯।ଆଦି ଈଶାନ୍ୟେ ଯେ ଶତଶିଂଗ ଗିରିଅଳକା ଭୁବନକୁ ଅଗୁଳି ଗୁଣଚାରି ।୨୦।ସେ ପର୍ବତ ଉପରେ ରହିଛନ୍ତି ପଣ୍ଡୁ ରାୟେସପତ ଦୀପ ଦିଶଇ ତହିଂ ଥାଇଂ କଲେ ୟେକ ଲୟେ ।୨୧।ସେବା କଲେ ପରସନ୍ନ ହୋଅଇ ପରବତସେ ପର୍ବତେ ଜନମ ହୋଇଲେ ହୋଅନ୍ତି ଶୂରବନ୍ତ ବଳବନ୍ତ ।୨୨।ଧୃତରାଷ୍ଟ ବିଜେ କଲେ ଶତଶିଂଗ ପର୍ବତେପଣ୍ଡୁ ଦ୍ରଶନ କଲେ କୁରୁନାଥର ଅଗ୍ରତେ ।୨୩।କରେଣ ଧାମଣା କାଠର ଧନୁକଣ୍ଟା ବାୟେଂଶର ଗୁଣମଜୁର ପକ୍ଷୀ ଆଭରଣ ଫିରିକି ନାରାଜ ତ୍ରୋଣ ।୨୪।କଣ୍ଠେଣ ଗୁଞ୍ଜରା ମାଳୀ ଲୋହିତ ବର୍ଣ୍ଣ ଆଖିବିଜେ କର୍ଣ୍ଣ କଟାରି ମେଖଳା ଝିଙ୍କ ପକ୍ଷୀ ।୨୫।ବେଣ୍ଟକାର ସରୂପେ ବିଜୟେ ପଣ୍ଡୁ ରାୟେଧୃତରାଷ୍ଟ ଅଗ୍ରତେ କହିଲେ ସଂଜୟେ ।୨୬।ପଣ୍ଡୁ ଦର୍ଶନ କଲେ, ଶୁଣ ଧୃତରାଷ୍ଟେଅନେକ ମଧୁର ବଚନ କହନ୍ତି ରାୟେ ଜ୍ୟେଷ୍ଠେ ।୨୭।ବାବୁ ପରମ କଲ୍ୟାଣ ହୋଉ ହୋଅ ତିରିଜୀବୀ ଆଷ୍ୟଧନ ସନ୍ତାନ ବର୍ଦ୍ଧୁତ ହୋଉ ଚାଣ୍ଡେ ହୋଉ ଯଶ ।୨୮।ବାବୁ ଶୁଣିଲି ମୁଂ ବନସ୍ତେ ଆପତ୍ତି ପଡିଲାକ ତୋତେପାରେଶ୍ୱର ନନ୍ଦନ କହିଲେ ହାଦେ ଆସି ମୋତେ ।୨୯।ଅନେକ ବଇକୁଲ୍ୟ ହୋଇଲା ମୋର ଚିତ୍ତେ ।୩୦।କରପତ୍ର ଯୋଡ଼ିଣ ଯେ ପଣ୍ଡୁ ମହାରଥାସଞ୍ଚପି କହିଲା ହାଦେ ସକଳ ବାରତା ।୩୧।ଭୋ ଭ୍ରାଥ ଅଗ୍ନିକାର ମହାଋଷି ଶାପ୍ୟ ଦିଲାକ ମୋତେଶୃଙ୍ଗାର କାଳେ ଅକାଳ କାଣ୍ଡ ପଡ଼ୁ ହାଦେ ତୋତେ ।୩୨।ଅନେକ ବଇକୁଲ୍ୟ ହୋଇଲେ ଶୁଣି ଧୃତରାଷ୍ଟଧର୍ମ ଆଶ୍ରେ କଲାଲୋକଙ୍କୁ ବାବୁ ପଡ଼ଇ ସଂକଟ ।୩୩।ରାଜ୍ୟକୁ ଯିବା ଚାଲ ବାବୁ ନଥିବା ୟେହୁ ଘୋରବନେଅନେକ ଆପାଦ ବାବୁ ସେ ଥାଇଟି ଅରଣ୍ୟେ ।୩୪।ବୋଲନ୍ତି ପଣ୍ଡୁ ନୃପତି ଶୁଣ ମହାଗ୍ୟାଂତାସ୍ୱାମୀ ତୁମ୍ଭେ କିସ ଜାଣ ୟେ ପର୍ବତ ବାରତା ।୩୫।ସ୍ୱାମି ତୁମ୍ଭେ ବିଜେ କରି ଥାଅ ଯେ ହସ୍ତିନାସେ ପଞ୍ଚୁ କଟକେ ତୁମ୍ଭେ ଯେ ବଜ୍ରସେହ୍ନା ।୩୬।ଅନେକ ବିନୋୟି ହୋଇ ପଣ୍ଡୁ ଯେ ନୃପତିବଡ଼ କୁତୋହଳେ ଫଳ ଯୋଗାଡ଼ ଆଣି ଦିଲେ ଅପ୍ରମିତି ।୩୭।ସନ୍ୟ ସାଗର ଆଦି ଯେତେକ ରାଜାର ତୁଲେ ଥିଲେଆମ୍ୱ ପଣସ କଦଳୀ ଦାରାକ୍ଷ ସମସ୍ତେ ଭୁଞ୍ଜିଲେ ।୩୮।ଅନେକ ଯୋଗାଡ଼ ଦିଲେ ପଣ୍ଡୁ ନରପତିଭୁଞ୍ଜିଣ ସାତ କ୍ଷଉଣୀ ବଳ ହୋଇଲେ ତ୍ରିପୁତି ।୩୯।ମଣୋହି ସାରିଣ ଯେ ଆଞ୍ଚୋବନ କୟେକର୍ପୂର ତାମ୍ୱୋଳ ଯେ ଭୁଞ୍ଜିଲେ କୁରୁ ରାୟେ ।୪୦।ଭୀଷ୍ମ ଭୂରିସର୍ବା ସଂଜୟେ ବିଦୁରସମଦଣ୍ଡ ଘେନି ବିଜୟେ ନିଜ ପୁର ।୪୧।ଥୋକାୟେକ ଦୂର ପଣ୍ଡୁ ପାଛୋଟି ଅଇଲେରତିକାମ ବୋଲିଣ ପର୍ବତ ତଳୁ ବାହୁଡିଲେ ।୪୨।ଚଳନ୍ତି ଧୃତରାଷ୍ଟ ଥାଠ ସେନା ଘେନିହସ୍ତିନା ଭୁବନେ ଯାଇ ପ୍ରବେଶ ସଇନି ।୪୩।
ପଣ୍ଡୁ ଓ କୁନ୍ତୀଙ୍କ ଆଳାପ, ଅଗସ୍ତିଙ୍କ
ଆଗମନ ଓ ଉପଦେଶପଣ୍ଡୁ ରହିଲେ ଯେ ଶତଶିଂଗ ପର୍ବତେପାକାପରଶ ଯେ ହୋଇଲେ ଦେବୀ କୋନ୍ତେ ।୧।ଶୁଦ୍ଧ ସ୍ନାହାନ କଲେ ସେ ପଞ୍ଚମ ଦିବସେରାତ୍ରେ ବିଜେ କଲେ ପଣ୍ଡୁରାଜାୟେ ପାଶେ ।୨।ପଣ୍ଡୁ ବୋଇଲେ ଶୁଣସି ରେ ପ୍ରାଣସଖିମୋର କର ଧରି ତୁ ହୋଇଲୁ ମହାଦୁଖୀ ।୩।କୋଇନ୍ତାୟେ ବୋଇଲେ ସ୍ୱାମୀ ବିକଳ ନୋହିବାମୁହିଂ ରଜବତୀ ମୋତେ ଆକଟ କରାଇବା ।୪।ପରମ ସାଧବୀ ଯେ ସୁଗ୍ୟାନୀ ଭାରିଯାତାହାର ଶରୀର ଆକର୍ଷଣ କଲେ ପଣ୍ଡୁରାଜା ।୫।ଯୁବତୀ ପତି ଯେତେବେଳେ ୟେକ ଯୋଗ ହୋଇଲାପ୍ରତାପୀ କାମଦେବ ସେ ଅନେକ କଠୋର କଲା ।୬।ପଣ୍ଡୁ ଇଚ୍ଛା କଲେ ଯହୁଂ ସେ ଶୃଙ୍ଗାରଧାତିକାରେ କୋଇନ୍ତାୟେ ତହୁଂ ହୋଇଲେ ବାହାର ।୭।କୋଇନ୍ତାୟେ ତୁସ୍ତିକରନ୍ତି ପିତୃ ଯେ ଲୋକଙ୍କୁସ୍ୱାମୀର ଅଭିଶାପ ହୋଇଲା ବଞ୍ଚିଲୁ ଶୃଙ୍ଗାରକୁ ।୮।ତୁମ୍ଭର ଚରଣ କରୁଅଛୁଂ ଆମ୍ଭେ ସେବାୟେଥକୁ ମହାତମା ମୋତେ କୋପ ନ କରିବା ।୯।ବଞ୍ଚିଲେ ଶୃଙ୍ଗାର ଛାଡ଼ିଲେ ରତି ଆଶାସଂକଳ୍ପ କରିଣ ଯେ ଛାଡ଼ିଲେ ମନୀଷା ।୧୦।ରତି ଇଚ୍ଛା ନ କଲେ ସେ ମହତ ସାଧବୀସ୍ୱାମୀର ନିମନ୍ତେ କରି ଶୃଙ୍ଗାର ମନେଣ ନ ଭାବି ।୧୧।କୋଇନ୍ତାୟେ ତିଆରିଲେ ମାଦ୍ରୀଙ୍କି ହକାରିକେତେ କାଳ ବଞ୍ଚିବାଟି ଯୁବା ବୟସ ଧରି ।୧୨।ମାଦ୍ରୀ ବୋଇଲେ ତୁମ୍ଭେ ନ ଭାଳ କିଛି ଲଜ୍ଜାସ୍ୱାମୀର ଅର୍ଜିଲା ସିନା ଭୁଞ୍ଜଇ ଭାରିଯା ।୧୩।କାହାକଇଂ ଦୋଷ କରିଅଛୁଂ ଅର୍ଜିଅଛୁଂପାପଅକାରଣେ ନାଶ ଗଲାନି ଆମ୍ଭର ଯେ ତପ ।୧୪।ଇଦଂ ପ୍ରତିବାଚ ଅଗସ୍ତି ଶୁଣ ହୋ ଦଣ୍ଡଧାରୀକର୍ମ ଆଦରିଣ ସେ ରହିଲେ ବେନି ନାରୀ ।୧୫।ୟେଥୁ ଅନନ୍ତରେ ଶୁଣ ହୋ ନୃପରାୟେଶ୍ରୀମହାଭାରଥ ଶୁଣି ପାତେକ କର କ୍ଷୟେ ।୧୬।ଦାରା ସଂଘରିଲେ ପତି ଯେ ପତନୀସ୍ୱାମୀ ଶଯ୍ୟାଗତ ନୋହିଲେ ଯୁଗତେ ବରଷ ତିନି ।୧୭।ଶତଶିଂଗ ପର୍ବତେ ବିଜୟେ ପଣ୍ଡୁରାଜା ସ୍ୱାମୀକୋଇନ୍ତାୟେ ମଦନାବତୀ ଅଛନ୍ତି ପାରୁଶେ ଚାମର ଘେନି ।୧୮।ବସନ୍ତ ଋତୁ ବୈଶାଖ ମାସ ଶୁକଳ ଯେ ପକ୍ଷଅଗସ୍ତି ଭେଟିଲେ ଯାଇଂ ସେ ପଣ୍ଡୁଙ୍କୁ ପ୍ରତକ୍ଷ ।୧୯।ଶୁକଳ ପକ୍ଷ ତୃତୀୟା ଆବର ଅର୍କବାରକୃତ୍ତିକା ନକ୍ଷତ୍ର ଭୋଗ ସେ ଦିନର ।୨୦।ତତ୍ତୁଲ୍ୟ ନାମେ କରଣ ଅତିଗଣ୍ଡ ନାମେ ଯୋଗମେଷ ସଂକ୍ରାନ୍ତିକି ବେନି ଦିବସ ଯେ ଭୋଗ ।୨୧।ସେ ଦିନ ବିଜେକଲେ ଅଗସ୍ତି ମହାଋଷିତୁଲେଣ ଅଛନ୍ତି ତାହାଙ୍କର ଚାଳିଶ ସହସ୍ର ଶିଷି ।୨୨।ଅଗସ୍ତିଙ୍କି ଦେଖିଣ ସାନନ୍ଦ ପଣ୍ଡୁରାଜାପାଦାର୍ଘ୍ୟ ଦେଇଣ ଯେ ମୁନିଙ୍କି କଲେ ପାଦପୂଜା ।୨୩।ବସନ କୁଣ୍ଡଳ ଆବର ବଇଜୟନ୍ତୀ ମାଳାସାନନ୍ଦେଣ ଦିଲେ ନେଇ ସେ ଅମ୍ୱାଳିକାର ବଳା ।୨୪।ମୁନିଙ୍କରପାଦ ଉଦକ ଜଳ ଆଣିଶିରରେ ନିବେଶିତ ପଣ୍ଡୁରାୟେ ପୁଣି ।୨୫।କୃଷ୍ଣାଞ୍ଜନ ଛାଲ ଗୋଟିୟେ ଗୋଟିୟେ ଆଣିଆସନେ ବସିଲେ ବାଳଖିଲ୍ୟା ସକଳ ଯେ ମୁନି ।୨୬।କୁଶଳ ବାରତା ଯେ ପଚାରନ୍ତି ବ୍ରହ୍ମଚାରୀକ୍ଷମେଣ ବ୍ରତି ଅଛୁ ନା ପଞ୍ଚୁ କଟକେ ଅଧିକାରୀ ।୨୭।ସୋଦ୍ରିମା ପଣ ତୋର ଜାଣିଲୁ ଆମ୍ଭେ ତଥ୍ୟଧୃତରାଷ୍ଟ ଅଟଇ ତୋର ଅଦକ୍ଷ ଅଯୋଗ୍ୟ ଜ୍ୟେଷ୍ଠଭ୍ରାଥ ।୨୮।ତାହାଙ୍କୁ ଦକ୍ଷ କରାଇଲୁ ଆପଣା ସ୍ୱାର୍ଥ ପଦେଆପଣେ ବନଗାମୀ ହୋଇଲୁ ସୋଦର ପରମାଦେ ।୨୯।ୟେ ସମସ୍ତ ଯିବ କଥାହିଂ ସେ ରହିଥିବଦୟାଳୁ ଘଟକୁ ଧର୍ମ କେମନ୍ତେଣ ଛାଡ଼ିବ ।୩୦।ପରତେ ଗ୍ୟାନୀ ପିଣ୍ଡ ଅଟୁ ତୁ ରାୟେ ପଣ୍ଡୁଅନ୍ଧକୁ ରାଜ୍ୟ ଦେଇ ତୁ ବନସ୍ତେ ଦୁଖ ପଡ଼ୁ ।୩୧।ଅଇରି ଦର୍ପ ମାନ ନିଶୋଧନ କରୁ ରାଜାସଂସାର ଜନ ରଖି ସୁଖେଣ ପାଳୁ ପ୍ରଜା ।୩୨।ସାଧୁ ଜୀବନ ଗୋଟି ପଣ୍ଡୁ ଅଟଇ ତୋହୋରିରାଗ ମୋହ ଅହଙ୍କାର ପକାଇଲୁ ଦୂରକରି ।୩୩।ସାବତେଣ ସଂପଦ ଦେଲୁ ନୋହଇ ସେ କ୍ଷମସତ୍ୟେଣ ସଂସାର ପାଳିଲୁ ଜିଣିଲୁ ସବୁ ଧର୍ମ ।୩୪।ଶତ ସହସ୍ର ଦଣ୍ଡ ପ୍ରଣମିତ ପଣ୍ଡୁ ଯେ ନୃପତିତୁମ୍ଭର ପ୍ରସାଦେ ସମସ୍ତ ସାଧୁ ହେ ଅଗସ୍ତି ।୩୫।ପଣ୍ଡୁ ପ୍ରତିବାକ୍ୟ ମୁନି ହେ ମୁଂ କଲି ମନ୍ଦ କୃତ୍ୟଋଷି ମୃଗୀ ସଙ୍ଗମ ଅଛି କି ୟେମନ୍ତ ।୩୬।ଅଗସ୍ତି ବୋଇଲେ ହୋ ତପି ଲୋକମାନେବଳବପୁ ବୟସେ ଯେ ଥାନ୍ତି ଘୋର ବନେ ।୩୭।କାମଦେବ ବୋଲି କରି ସେ ଯେବଣ ପୁରୁଷଇବତିଶ କଳା ଘେନିଣ ସେ ସବୁରି ଦେହେ ବସଇ ।୩୮।ତୈଲୋକ୍ୟେ ଜିଣିବାକୁ କେ ସମାନ ନାହିଂ ସେ କାମକୁସେହି ସେ ନାଶ କରଇ ସମସ୍ତ ତପିମାନଙ୍କୁ ।୩୯।ଯହିଂ ଧର୍ମ ତହିଙ୍କି ଦିଗୁଣ ଯୋଚଇ ଶରଦୁଲଭ ଗୋଟିୟେ ଅଛି କାମକୁ ଜିଣିମାକୁ କୋଟିକର ।୪୦।ସେ କାମ ଯେତେବେଳେ କରଇ ଉନୁମତ୍ତକେ କାହାର ଗଉରୋବ କେ କାହାର ମାନି ତ ।୪୧।ବନସ୍ତରେ ସ୍ତିରୀନ୍ତ ସେ ପାଇବେ କାହିଂ ଲୋଡ଼ିକେ ବିନ୍ଦୁ ପକାନ୍ତି ହସ୍ତରେ ରେତ କରି ।୪୨।ପଂକୁ କଦଳୀର ଚୋପା ଲାଇଣ କେ କରଇ ରତିତେମନ୍ତେ ହେଂ ଢାଳି କରି ରେତ ପକାବନ୍ତି ।୪୩।କେ ମୃତ୍ତିକା ଖଣ୍ଡିରେ ଜଳା ଗୋଟିୟେ କରିପକାଇ ମହାରସ ଭିତରେ ପତ୍ରଭରି ।୪୪।କେ ଗାଈ ମଇଂଷୀ କେ ଅବା ମେଷ ଛେଳିନାନା ପ୍ରକାରେ କରନ୍ତି ରତି ରସ କେଳି ।୪୫।ମୃଗୁଣୀ ଜୀବ ତ ପବିତ୍ର ହୋଇଲାଅମେଣ୍ଟଣ ତପୀ ୟେମନ୍ତେଣ ନାଶ ଗଲା ।୪୬।ପଣ୍ଡୁ ବୋଇଲେକ ଅଗ୍ନିକାର ମହଋଷିମୃଗୁଣୀ ୟେକ ଘେନି ସେ ରମଇ ବନେ ପଶି ।୪୭।ଶବଦ ଶୁଣି ମୁଂ ନାରାଜ କଲି ବୃଷ୍ଟିଋଷି ମୃଗୁଣୀ ଦୁହେଂ ଯେ ନାରାଜେଣ ଫୁଟି ।୪୮।ରାଗେଣ ଶାପ୍ୟ ଦିଲା ମୋତେ ମୁନିଗରୁଶୃଙ୍ଗାର କାଳେ ତୋତେ ଅକାଳ କାଣ୍ଡ ପଡୁ ।୪୯।ଜନ୍ମତ ନିଷ୍ଫଳ ହୋଇଲା ନାଶ ଗଲା ବଂଶକହିବା ଅଗସ୍ତି ହୋ ମୋତେ ପ୍ରତିକାର କିସ ।୫୦।ଅଗସ୍ତି ବୋଇଲେ ସେ ନୁହଇଟି ମତି ଭୋଳାନାଶକର ଶାସ୍ତିରେ ମୃଗୁଣୀ ସଂଗେ ମେଳା ।୫୧।ଦୁରାପଦ ଶାପ ତୁ ଯେ ପାଇଲୁ ମହାରାଜାନାଶ ଯିବୁଟି ରାଜା ଶୃଙ୍ଗାର ରସେ ନ ଯା ।୫୨।କୋଇନ୍ତା ମାଦ୍ରୀ ବେନି ରାଣୀନ୍ତ ହକାରିତୁ ଆପଣେ ଆଗ୍ୟାଂ ଦେବୁ ନା ତିଆରି ।୫୩।କେଉଂଣ ବାଗେ ଗୋ ଉତପତ୍ତି ହୋଅଇ ସନ୍ତତିତହିଂକି କାରଣ ତୁମ୍ଭେ କର ବେନି ଯେ ଯୁବତୀ ।୫୪।ଶାହାସ୍ର ପୋଥି ଫେଇ ମୁନି ଶୁଣାନ୍ତି ବେନି ରାଣୀସନ୍ତାନକୁ ଉପାୟ କର ଗୋ ଭୋଜର ଦୁଲଣୀ ।୫୫।ଯତନେ ପର ରେତ ନକଲ ତହିଂ ଇଚ୍ଛାସନ୍ତାନ ନିମନ୍ତେ କରିବ ନାହିଂ କିଗୋ ମନବାଞ୍ଛା ।୫୬।ସ୍ୱାମୀଙ୍କି ସଂକୋଚ ଗୋ ନକର ମାହେଶ୍ୱରୀପୁତ୍ର ଉପୁଜାଇ ଗୋ ଲଭ ସ୍ୱର୍ଗପୁରୀ ।୫୭।ଅଗସ୍ତି ବୋଇଲେ ଗୋ ଶୁଣ ଦେବୀ କୋନ୍ତେଦୁର୍ଭାସାଙ୍କ ମହାମନ୍ତ୍ର ଅଛି ତୋହୋର ଯେ ହସ୍ତେ ।୫୮।ମାନବ ଇଚ୍ଛିଲେ ଗୋ ହୋଇବ ଦୋଚାରୀଦେବତାନ୍ତ ଇଛା କର ଗୋ ହୁଅ ରତିକାରୀ ।୫୯।ଦେବକଳା ଘେନି ଗୋ ଦେବେ ହୁଅନ୍ତି ଜନମଛାଡ଼ିବ ଦୁପାତକ ଉଦିତ ହେବ ଧର୍ମ ।୬୦।କୋଇନ୍ତା ବୋଇଲେ ତୁମ୍ଭେ ଗୁରୁ ପରମ ଗୁରୁତୁମ୍ଭର ଆଗ୍ୟାଂ କେ ଅନ୍ୟସ୍ତା କରିପାରୁ ।୬୧।ଅଗସ୍ତି ବୋଇଲେ ମା ଗୋ ୟେହେନେକ ଅଛି ପୂର୍ବେତୁମ୍ଭେ କିଛି ଅନ୍ତର ନଧର ମନେ ୟେବେ ।୬୨।ଆଗୋ ସ୍ତିରୀଙ୍କର ଧର୍ମ ଗୋ ଅଟଇ ଯୁଗତିସ୍ୱାମୀର ବୀର୍ଯ୍ୟେ ଯେବେ ନ ଉପୁଜଇ ସନ୍ତତି ।୬୩।ଆଗୋ ପରଦାର କରାଇ ଗୋ ଉପୁଜାଇ ବଂଶସ୍ୱାମୀର ଅଭିଶାପ ତୁମର କିସ ଦୋଷ ।୬୪।ତୁମ୍ଭର ଉପର ବଂଶେ ସନ୍ତତି ବିହୁନେଦେଖିଲଟିକି କେମନ୍ତେ କଲେ ଶାଶୁମାନେ ।୬୫।ବ୍ୟାସେ ଅଟନ୍ତିଟିକି ତାହାଙ୍କର ଜ୍ୟେଷ୍ଠ ଶଶୁରତାହାନ୍ତ ଘେନି ପୁଣ ଇଛିଲେ ଶୃଙ୍ଗାର ।୬୬।ଅନ୍ଧ ପଣ୍ଡୁ ବିଦୁର ଉପୁଜିଲେ ତିନିଭ୍ରାଥେତୁ ଅର୍ଣ୍ଣପୂର୍ଣ୍ଣା ମା ଗୋ ଯୁଗତେ ଥାଅ ୟେଥେ ।୬୭।ୟେବେ ଯାଉଅଛୁଂ ଆମ୍ଭେ ଆସିବୁଂ ସମୟେଆମ୍ଭର ଗୋଚରେ ଦେବୁଟି ତୋହୋର ତନୟେ ଗୋ ମାୟେ ।୬୮।କୋଇନ୍ତାକୁ ବୋଇଲେ ମା ଗୋ ଆମ୍ଭର ବୁଦ୍ଧିକରଅବିଭାଇତ କାଳେ ତୁ ଇଛିଲୁ ଶୃଙ୍ଗାର କରତାର ।୬୯।କର୍ଣ୍ଣ ଜନ୍ମ ହୋଇଲାଟି ଆଦିତ୍ୟଙ୍କର ବୀର୍ଯ୍ୟେରାଧେବ ପାଳିଲାଟି ସେହୁ ତୋହୋର ଆତ୍ମଜେ ।୭୦।କୋଇନ୍ତାୟେ ବୋଇଲେ ମୁନିହେ ତୁମ୍ଭେ କାହିଂଥିଲୟେ ମୋହୋର ମନ୍ତ୍ର ପରୀଖ ତୁମ୍ଭେ କେମନ୍ତେ ଜାଣିଲ ।୭୧।ଅଗସ୍ତି ପ୍ରତିବାଚ ଆମ୍ଭେ ଭୂତ ଭବିଷ୍ୟ ଗ୍ୟାଂତାପୁରାଣେ ସ୍ରିଜିଅଛୁଂ ଆଗତ ଭବିଷ କଥା ।୭୨।ୟେବେ ତୋତେ ହୋ କହୁଅଛୁଂ ଆଗତକୁଧର୍ମେଣ ପୁତ୍ର ଗୋ ପ୍ରାପତ ହେବ ତୁକୁ ।୭୩।ପବନେଣ ପୁତ୍ର ହୋଇବ ସମ୍ଭୂତଇନ୍ଦ୍ରଦେବତା ତହୁଂ ଗୋ ପୁତ୍ରେକ ହେବ ଜାତ ।୭୪।କର୍ଣ୍ଣକୁ ବୋଇଲେ ଗୋ ତୋର ହୋଇବ ପୁତ୍ରଚାରିପୁଣିହିଂ ଯୁଝେଷ୍ଠି ଭୀମ ଅର୍ଜୁନ ତିନି ନାମ ଧରି ।୭୫।ଯୁଝେଷ୍ଠି ହାଦେ ଯେ ପ୍ରତକ୍ଷେ ହୋଇବାକ ବ୍ରହ୍ମାଭୀମସେନ ହୋଇବ ଯେ ଈଶ୍ୱର ମହାତମା ।୭୬।ଅର୍ଜୁନ ହୋଇବ ଯେ ପ୍ରତକ୍ଷେ ବିଷ୍ଣୁନାଥୟେମନ୍ତେ ବ୍ରହ୍ମା ବିଷ୍ଣୁ ଶିବ ହୋଇବେ ତିନି ପୁତ୍ରେ ଜାତ ।୭୭।ମାଦ୍ରୀଙ୍କି ଦୟା କରିବୁଟି କୋନ୍ତଭୋଜର ଦୁଲାଳୀୟେହାକୁହିଂ ଦେବୁଟି ବେଳେ ଦୁର୍ଭାସାଙ୍କ ମନ୍ତ୍ର ଜପାମାଳି ।୭୮।ୟେହାର ତହୁଂ ଜାତ ହୋଇବ ପୁତ୍ର ବେନି ଗୋଟିଭାରାଭର ନିବାରିଣ କରିବେ ୟେ ନବସୃଷ୍ଟି ।୭୯।ମା ଗୋ ୟେ କଥା ଅନ୍ତର ନୋହଇଟି ଆନଆମ୍ଭର ଶପତଟି ନ ଧର ଆନମନ ।୮୦।ସୁଲକ୍ଷଣୀ ଆଶିଷ ଦେଲେ ମହାତ୍ମା ଅଗସ୍ତିକୁଶ ଶେଜ୍ୟା ଗୋଟିୟେ ଦେଲେ ଦେବୀଙ୍କି ମନ୍ତ୍ରି ।୮୧।ୟେ ଶେଜ୍ୟାରେ ଶୋଇଣ ଦୁର୍ଭାସାଙ୍କର ମହାମନ୍ତ୍ରେଯାହାକୁ ସଂକେତ କରିବୁ ସେ ଭେଟିବ ଯୁଗତେ ।୮୨।ମୋହନ ଅଞ୍ଜନ ଦିଲେ ଯେ ମଦନାକୁୟେହାନ୍ତ ଘେନି ମୋହ ତୁ ଅଶ୍ୱିନୀ କୁମାରଙ୍କୁ ।୮୩।ସୁକୁମାର ସୁନ୍ଦର ସେ ସଗ୍ୟାଂର ଅଟଇ ଚାଟକୁମାର ସମ୍ମୁଖେ ଯାକୁ ଅଛି ଆକାଶେ ପାଟ ।୮୪।ସେ ବେନି କୁମାର ଗୋ ତୋତେ ଅନଙ୍ଗ ଭୋଗ କରାଇବେବେନି ପୁତ୍ରେ ଉପୁଜିବେ ନାମ ଦେବୁ ନକୁଳ ସହଦେବେ ।୮୫।ସହଦେବ ବୋଲିଣ ତୋର ଯେବଣ ପୁତ୍ରଗୋଟିଭୂତଭବିଷ୍ୟ ତାହାକୁ ଦିଶିବ ନବସୃଷ୍ଟି ।୮୬।ଅନେକ ପୁଣ୍ୟଧର୍ମ ସେ କରିବେ ଦ୍ୱାପରେଚିରାନ୍ତନ କୀର୍ତ୍ତି ରୁହାଇବେ ସେ ମଧ୍ୟ ଭୁବନରେ ।୮୭।କୋଇନ୍ତାକୁ ଭଗତି ଗୋ ହୋଇଥାଅସି ମଦନାମା ଗୋ କୋଇନ୍ତା ୟେହାକୁ ଦୟା କରିଥିବୁଟିୟେ ତୋହୋର ଦାସୀ ସିନା ।୮୮।ଅଗସ୍ତିଙ୍କ ବଚନେ ସେ ହୋଇଲେ ପରମ ଶାନ୍ତିଛାଡ଼ିଲେ ଦୋଷାଦୋଷମାନ ହୋଇଣ ନିଭ୍ରାନ୍ତି ।୮୯।ପଣ୍ଡୁରାଜା କୋଇନ୍ତା ମାଦ୍ରୀ ଘେନି ହୋଇଲେ ପରିଣାମିସେଠାରୁ ଅନ୍ତର୍ଧାନହୋଇଲେ ଅଗସ୍ତି ମହାମୁନି ।୯୦।