ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୯ / ୧୪
ସମ୍ପୂର୍ଣ୍ଣ ସୂଚୀପତ୍ର
ପଣ୍ଡୁଙ୍କର ମୃଗୟା ଓ ଅଗ୍ନିକାମହାଋଷିଙ୍କର ଶାପପ୍ରଦାନ
ସେ ଦିନ ପଣ୍ଡୁ ଯେ ପଶ୍ଚିମ ପ୍ରଦେଶେଗହନ ବନେ ପଶିଲେ ମୃଗୟାର ରସେ ।୧।ଶତଭିଷା ନକ୍ଷତ୍ରର ଭଗ୍ନ ପାଦ ବେଳେକର୍ମେ ଅର୍ଜିଅଛି ଲେଖନ ଯାହା କପାଳେ ।୨।ଭଗ୍ନପାଦ ବେଳେ ଯେ ବାହାର ହେଲେ ବନେଲୋଡ଼ି ନ ପାଇଲେ ଯେ ଆହାର ଜୀବମାନେ ।୩।ଅଜମିତ ବନେ ଯେ ଭବାନୀ ନାମେ ନଦୀସରସ୍ୱତୀ ଧାରେ ଯେ ଦକ୍ଷିଣ ମୂର୍ତ୍ତି ଭେଦି ।୪।ସେ ନଦୀର ପଶ୍ଚିମ କୋଣେ ଶରବୋଧନ ପର୍ବତଗଙ୍ଗା କୂଳକୁ ସେ ଅଟଇ ଯେ ଯୁଣ ସାତ ।୫।ଜୀବନ ପାଇଣ ମହାଶ୍ରମେ ନୃପବରବିଜୟେ ପଣ୍ଡୁରାୟେ ସେ ପର୍ବତ ଉପର ।୬।ୟେସନେକ ସମୟେ ଯେ ହରିତା ନାମେ ମୃଗୁଣୀତୃଷାୟେ ଅଇଲା ସେ ନଦୀକି ଲୋଡ଼ି ପାଣି ।୭।ଅଗ୍ନିକା ମହଋଷି ତା ଅନ୍ତରୀକ୍ଷେ ଦେଖିଧାତିକାରେ ଯାଇଂ ସେ ଧଇଲେ ମୃଗୁଣୀକି ।୮।ମୃଗୁଣୀର ତୁଲେ ଶୃଙ୍ଗାର କରନ୍ତି ସେ ଯତିଗାଢ ଆଲିଙ୍ଗନେ ସେ ଯେ ଭଜିଲା ବିମତି ।୯।ଋଷିଙ୍କର ଶୃଙ୍ଗାର ସେ ଯେ ମହାଭାରା ତେଜରାବେକ ଦେଲା ସେ ଯେ ଶବଦ ବିସର୍ଜ ।୧୦।ପଣ୍ଡୁ ଶୁଣିଲେ ତାହା ସପତ ଯୋଜନ ଦୂରେଗଣ୍ଡାର ରାବ ପ୍ରାୟେକ ତା ମଣିଲେ ଦଣ୍ଡଧରେ ।୧୧।ଯୁଗତେ ପଣ୍ଡୁ ଯେ ଅଟନ୍ତି ଶବଦଭେଦୀଶବଦକୁ ମହାତମା ଶହସ୍ର ଘେନି ବିନ୍ଧି ।୧୧।ଶବଦକୁ ନାରାଜ ଯେ ଗଲା ଅନ୍ତରୀକ୍ଷେଧାତିକାରେ ପଡ଼ିଲା ମୃଗୁଣୀ ଋଷିର ବଛେ ।୧୨।ଋଷିର ପିଠି କଛେ ପଡ଼ି ହୃଦୟ ଗତେ ଗଳିମୃଗୁଣୀର ହୃଦ ଗତେ ପଡ଼ି ପିଠିକି ନିକିଳି ।୧୩।ୟେକା ନାରାଜକେ ଜଡ଼ିତ ହୋଇଲେକ ବେନିମୃଗୁଣୀକି ଘେନି ଢଳି ପଡିଲେ ମହାମୁନି ।୧୪।ମୃଗ ପଡିଲା ବୋଲି ଧାଇଂଲେ ପଣ୍ଡୁ ନୃପଦେଖିଲେ ନାରାଜ ଘାତେ ଋଷି ହତ ଦର୍ପ ।୧୫।ବାଳପୁଞ୍ଜା ଭିଡ଼ିଣ କଷା ବସନ କାଛଟିଶିରେଣ ଜଟା ଭାର କ୍ଷୀଣତନୁ ଯେ ଭ୍ରୁକୁଟି ।୧୬।ଯାମଳା ବୃକ୍ଷ ଯେହ୍ନେ ଅଟଇ ଅଭିନ୍ନହରଣୀ କୋଳେ ଘେନି ଅଛନ୍ତି ମହାମୁନ୍ୟ ।୧୭।ଦେଖିଣ ଆଶ୍ଚର୍ଯ୍ୟ ହୋଇଲେ ମହାରାଜନିର୍ଧୂମ ଅଗ୍ନି ଜାଣି ମୁନିବର ତେଜ ।୧୮।ମୁଖେ ପାଣି ସିଞ୍ଚିଲେ କୁଞ୍ଜଗଳ ଆଧିପତିଚେତନାପାଇ ସାଷ୍ଟାମ ହୋଇଲେ ବ୍ରହ୍ମଯତି ।୧୯।ପଣ୍ଡୁ ପୁଛା କଲେ ତୁ କେବଣ ମହାତମାୟେଡ଼େ ମହାମୁନିକି କିଂପେ କଷ୍ଠୋର କଲା କାମା ।୨୦।ଶୃଙ୍ଗାର ଆରତେ କି ନ ପାଇଲୁ ସ୍ତିରୀନିର୍ଜନ ସ୍ଥାନ ଦେଖି ହରିଲୁ ମୃଗନାରୀ ।୨୧।କୋପେଣ ଶାପ ଯେ ଦେଲେ ଭଗବନ୍ତଶୃଙ୍ଗାର କାଳେ ମୋତେ କଲୁରେ ଶରଘାତ ।୨୨।ଯୁଗତେ ପର ଶୃଙ୍ଗାର ଭାଙ୍ଗି ତନୁଆରିଲିଙ୍ଗ ଭଗ୍ନକଲେ ବ୍ରହ୍ମହତ୍ୟା ଦୋଷ ସରି ।୨୩।ବିନା ଅପରାଧେ ମୈଥୁନ କାଳେ ଶର ଘାତକଲୁ ପଣ୍ଡୁତୋହୋର ଶୃଙ୍ଗାର କାଳେ ଅକସ୍ମାତେ ଅକାଳ କାଣ୍ଡ ପଡ଼ୁ ।୨୪।ସ୍ତିରୀ ଯୋଗେଣ ତୁ କରନ୍ତେଣ ରତି ।ତୁକୁ ହୋଉରେ ମୋହୋର ପ୍ରାୟେ ଶାସ୍ତି ।୨୫।ରାଗେଣ ଶାପ ବିହଇ ତପୋବନ୍ତପଣ୍ଡୁ ପୁଛା କଲେ ମହାତମା ଥିର ହୋଇ କହ ତଥ୍ୟ ।୨୬।ତୁ କେ ଟି ୟେମନ୍ତ ହୋଇଲୁ ପରପଞ୍ଚମୃଗେଣ ମାନୁଷେ କାହିଂ ଶୃଙ୍ଗାର ହୋୟେ ସଞ୍ଚ ।୨୭।ଋଷି ବୋଇଲେ ତୁ ଶୁଣ ହୋ ସୋମବଂଶୀବୃହସ୍ପତି ବଂଶେ ଉତପତ୍ତି ପାଠଋଷି ।୨୮।ପାଠ ଋଷିଙ୍କ ତନୁଜ ମୁନି ଅରୁଣତେଜୟେହାଙ୍କର ନନ୍ଦନ କାକୁସ୍ଥ ମହାବୀର୍ଯ୍ୟ ।୨୯।ୟେହାର ନନ୍ଦନ ମୁନି ଯେ ସତ୍ୟତପାତାହାଙ୍କର ନନ୍ଦନ ହୋ ବିଧୂପ ବିରୂପା ।୩୦।ବିରୂପାରନନ୍ଦନଜଳଦମହାଋଷିଜୀମୂତବାହନ ବୋଲି ତାହାର ଯେ ଶିଷି ।୩୧।ଜୀମୂତବାହନଙ୍କର ପୁତ୍ର ଯମନିକ ଯତିଯମନିକର ନନ୍ଦନ ମୁନି ପ୍ରଜାପତି ।୩୨।ପ୍ରଜାପତିର ନନ୍ଦନ ଅଗ୍ନିକାର ମହାଋଷିମୁଇଂ ସେ ଅଗ୍ନିକାର, ବାଳକାଳୁଂ ଋଷି ।୩୩।ଯେତେବେଳେ ମୁଂ ଉପୁଜିଲି ମାତାର ଗରଭୁଂକ୍ଷୀରପାନ ନ କଲି ବଞ୍ଚିଲି ଦିନ ସବୁ ।୩୪।ଜନମହୁଂ ଆହାର ମୁଂ କଲଇଂ ଉପେକ୍ଷାଆହାର ନିଦ୍ରା ମଇଥୁନ ନ କଲଇ ବାଞ୍ଛା ।୩୫।ୟେସନେକେ ବଞ୍ଚିଲି ମୋହୋର ଜନ୍ମଯାକେସମସ୍ତ ଧର୍ମ ଘେନି ମୁଂ ବସିଲି ଘୋରତପେ ।୩୬।ପାଣି ପବନହୁଂ ମୋର ଆନ ନାହିଂ ଭୋଜିଛଡଋତୁ ବଞ୍ଚିଲି ନିରାକାର ତଲୟେ ଭଜି ।୩୭।ୟେକ ଆସନେ ମୋର ସଞ୍ଚୟେ ଚାରିଯୁଗଚାରିଯୁଗ ପୂରିଲେ ମୋହୋର ହୁଅଇ ରାତ୍ରଦିବା ଭୋଗ ।୩୮।ୟେହିମତେଣ ବର୍ତ୍ତିଲି ମୁହିଂ ଯୁଗ ମନୁ ତିନିମୋତେ ସେ ମନୁ ଅର୍ଥ ପଚାରଇ ପଦ୍ମଯୋନି ।୩୯।କାଳ ଅନୀତି ଯହୁଂ ହୋଇଲାକ କଳିଶରୀର ଅବସାନ କଲି ମନଭୋଳି ।୪୦।ୟେସନେକେ ଗଲି ଆକାଶ ଭୁବନକୁକାଳ ବିକାଳ ଦେଖି ଛାଡ଼ି ପଳାଇଲେ ମୁକୁ ।୪୧।ଦୂତଙ୍କର ତ୍ରାସ ଦେଖି ପଚାରଇ ନାଶକରମୁହିଂ ସେ ଅଭୟାରେ ତୁମ୍ଭର କାହାକଇଂ ଡର ।୪୨।ବିନୟ ଭାବ ହୋଇ କହନ୍ତି ଚିତ୍ରଗୁପ୍ତ ବୀରେପ୍ରଣପତ୍ୟ ହୁଅନ୍ତି କୃତାନ୍ତକର ଆଗରେ ।୪୩।ଶୁଣ ଦେବ ଜନ୍ତୁନାଥ ତ୍ରୈଲୋକ୍ୟ ଆଧିପତିଅଗ୍ନିକାର ମହଋଷି ଦେବ ସଞ୍ଜୀବନୀ ପୁରକୁ ଆସିଣ ଅଛନ୍ତି ।୪୪।ଋଷିଙ୍କର ତେଜ ଦିଶଇ କାଳ ଅନଳ ତେଜ ପ୍ରାୟେତ୍ରାସେଣ କିଙ୍କରଗଣେ କରୁଛୁଂ ବଡ଼ ଭୟେ ।୪୫।ମହାଯୋଗ ପୁରୁଷ ସେ ପ୍ରତକ୍ଷେଣ ବ୍ରହ୍ମଦ୍ୱିଜାତେଣୁ କରି ତ୍ରାସେ ପଳାଇଲୁ ଶୁଣ ଜନ୍ତୁରାଜା ।୪୬।ଋଷିଙ୍କି ଦେଖିଣ ଯେ ଉଭା ଜନ୍ତୁପତିବିନୟ ଭକ୍ତି ଭାବେ ପଚାରଇ ସଞ୍ଜୀବନୀ ଚକ୍ରବ୍ରତୀ ।୪୭।ଆହୋ ଅଗ୍ନିକାର ତୁମ୍ଭେ ଯେ ମଞ୍ଚପୁରେ ଥିଲଚିରନ୍ତନ କୀରତି ତୁମ୍ଭେ କିସ କିସ ରୁହାଇଲ ।୪୮।ବଦୟନ୍ତି ମହାତମା କଲୁ ଅନେକ ଧର୍ମଯହୁଂ ସେ ବ୍ରାହ୍ମଣମାନଙ୍କର ନିତ୍ୟକର୍ମ ।୪୯।ଅନେକ ଯାଗଯଗ୍ୟଂ କଲୁ ରାଜାର ନିମନ୍ତେଖଣ୍ଡିଲୁ ମହାପାତେକ ଆପାଦ ଶାନ୍ତି ଅର୍ଥେ ।୫୦।ମେଘେ ଅନାବୃଷ୍ଟି କରନ୍ତି ଯେବଣ କାଳେକୋଟି ହୋମ କରାଇ ବୃଷ୍ଟି କଲୁ ମଞ୍ଚସ୍ଥଳେ ।୫୧।ଋଷିଙ୍କର ବଚନେ ବଦୟନ୍ତି ନାଶକର ଜନ୍ତୁପତିତୁମ୍ଭର ବଂଶକୁ କାରଣ ଅଛନ୍ତି କି ସନ୍ତତି ।୫୨।ଋଷି ବୋଇଲେ ଆମ୍ଭେ ହୋ ଦାରା ସଂଘରିଲୁଅପାର କାଳ ପରିଯନ୍ତେ ଶୃଙ୍ଗାର ଲେଚ୍ଛିଲୁ ।୫୩।ଅଣଦୋଷୀ ମହାତମା ନୁଆରିଲା ଦୋଷ ବାଛିବିଚାରଇ ନାଶକର ୟେଥେଂ ଶାସ୍ତି ଅଛି ।୫୪।ୟେଡ଼େ ଭିଗ୍ୟଂ ମହାତମା ହୋଇ କିଂପେ କଲୁ ୟେଡ଼େ କୃତ୍ୟସନ୍ତାନ ନଥିଲେ ସକଳ ଧର୍ମ ଅଟଇ ବିଅର୍ଥ ।୫୫।ସନ୍ତାନ ଉପୁଜାଇଂ ସେ ନାନା ଧର୍ମକର୍ମ କରିତୃତୀୟ ବୟସେ ଯେ ହୋଇ ତପଚାରୀ ।୫୬।ସନ୍ତାନ ବିହୁନେ ସକଳ ଧର୍ମ ଦୂରକରିପରମ ପଣ୍ଡିତ ପୁରୁଷ ହୋଇ ତୁ ୟେହା କିଂପେ ନ ବିଚାରି ।୫୭।ଯମର ବଚନେ ବଦୟନ୍ତି ମହାମୁନିଚତୁର୍ଥ ବୟସେ ଶୃଙ୍ଗାର ଇଚ୍ଛିଲୁ କନ୍ୟାୟେ ପ୍ରଦାନୀ ।୫୮।ତାହାର ତୁଲେ ଅନେକ କଲୁ ଯେ ରମଣଯେତେ ଶୃଙ୍ଗାରଟି ସମସ୍ତ ହୋଇଲା ଅକାରଣ ।୫୯।ନାଶକର ବୋଇଲେ ତୁ ଯେ ଗ୍ୟାନେଣ ଉତ୍ତମକୁସ୍ଥାନେ ପଡ଼ିଲେ ମହାତ୍ମା ନାଶଯାଇ ସକଳ ଯେ ଧର୍ମ ।୬୦।ସେ ଭାରିଯାର ତହିଂ ଯେବେ ନ ଉପୁଜିଲା ସନ୍ତତିଅନ୍ୟ କନ୍ୟାୟେ କିଂପାଇଂ ପ୍ରଦାନ ନୋହିଲୁ ମହାଯତି ।୬୧।ଋଷି ପ୍ରତିବାଚ ଆମ୍ଭେ ହୋଇଲୁ ପଞ୍ଚୁବିଭାକାହାରି ତହିଂ ପୁତ୍ର ନୋହିଲା ରେ ବାବା ।୬୨।ନାଶକର ବୋଇଲା ୟେବେ ସନ୍ତାନ ନୋହିଲା ୟେତେ ମତେବୀର୍ଯ୍ୟ ତରଳ ହୋଇଲା ୟେ ଚତୁର୍ଥ ବୟସ ଅନ୍ତେ ।୬୩।ପଞ୍ଚଦଶ ପରିଯନ୍ତେ ବାଳୁତ ହୋଇଥାଇଂବିଂଶ ପଞ୍ଚ ବରଷେ ଶୃଙ୍ଗାର ଇଚ୍ଛଇ ।୬୪।ନାନା ସୁନ୍ଦର ହୋଇଥାଇଂ ପଞ୍ଚତିରିଶ ବରଷ ପରିଯନ୍ତେମହାମତ୍ତ ହୋଇଥାଇ କାହିଂ ନ ଲେଖଇ ଦର୍ପଅର୍ଥେ ।୬୫।ପଞ୍ଚତିରିଶ ବରଷ ଉତ୍ତାରେ ଛାଡ଼ଇ ସେ ସେମାନବିଚକ୍ଷଣ ବୁଦ୍ଧି ଦିଶଇ ଇଚ୍ଛଇ ସନ୍ତାନମାନ ।୬୬।ଚାଳିଶ ବରଷ ଯହୁଂ ହୋଅଇ ବୟସତରୁଣ ବୁଦ୍ଧି ଆସି ହୋଅଇ ପ୍ରକାଶ ।୬୭।ଧନ ସନ୍ତାନ ଇଚ୍ଛଇ ଆପଣେ ଆପେ ପୁଣିଦେବତା ବ୍ରାହ୍ମଣେ ଭଗତି ମାତା ପିତା ଜାଣି ।୬୮।ଚାଳିଶ ଯାଇଣ ଯେ ପଞ୍ଚାଶ ବରଷ ପ୍ରବେଶବୀର୍ଯ୍ୟ ପତନ ହୋଅଇ ନିଜ ତନୁ ଆଳସ୍ୟ ।୬୯।ଷାଠିୟେ ବରଷ ହୋଅନ୍ତେଣ ପ୍ରାଣୀକାମ ଚନ୍ଦ୍ର ଛାଡ଼ଇ ସେ ରହଇ ଠାବ ଜାଣି ।୭୦।ସତୁରି ବରଷ ହୋଇଲେ ହୋଅଇ ମତିଭୋଳାବୀର୍ଯ୍ୟ ନାଶ ଗଲା ହୋ ତହିଂ ନାହିଂ କାମ କଳା ।୭୧।ଅଶୀ ବରଷ ହୋଇଲେ ଚିତ୍ତ ଭ୍ରମଇ ଯେ ସବୁତହିଂ ସନ୍ତତି ଲୋଡ଼ିଲେ ଆଉ କାହିଂ ସେ ପାଇବୁ ।୭୨।ଅପରାପର ନ ଚିହ୍ନଇ ନଉ ଯେ ବରଷେକୁଟୁମ୍ୱେ ଭ୍ରାନ୍ତି କରଇ ସୋଦର ନ ଚିହ୍ନଇ ପାଶେ ।୭୩।ଶତେ ବରଷେ ହୋଇଲେ ହୋଅଇ ବାଳ ଭୋଳାସେ ପ୍ରାଣୀଙ୍କର ଲୋଡିଲେ ଆଉ କାହିଂ ରତି ମେଳା ।୭୪।ଶୁଣ ହୋ ଅଗ୍ନିକାର କହଇ ମୁହିଂ ତୁକୁୟେ ମାୟାପଟଳ ଅଟଇ ଯେ ୟେ କଳିଯୁଗକୁ ।୭୫।ମହାତ୍ମା ପୁରୁଷ ହୋଇ ନ ପାରିଲୁ ତଥ୍ୟ ଜାଣିଅଦଉଡିରେ ବନ୍ଧନ ହୋଇ ନାଶ ଗଲେ ସର୍ବପ୍ରାଣୀ ।୭୬।ମଧ୍ୟପୁରେ ଉତପତ୍ତି ହୋଇଲେ ସନ୍ତାନ ହିଂ ସେ ମୂଳସନ୍ତାନ ନଥିଲେ ସମସ୍ତ ଧର୍ମ ହିଂ ନିଷ୍ଫଳ ।୭୭।ତୁମ୍ଭେ ସେ ଭିଆଇଲ ୟେହା ଆଦି ଅନ୍ତ କରିମୋହୋର ହାଥେ ଦିଲ ତ୍ରିଗୁଣ ଦଉଡ଼ି ।୭୮।ଯୁଗତେଣ ପୁତ୍ର ଜାତ ନୋହିଲା ମହଋଷିହଠ କର୍ମ ଶାହାସ୍ରେ କିଂପେ ନୁଆରିଲ ପଶି ।୭୯।ଷଟକର୍ମ ଶାହାସ୍ରେ ଯେ ଭିଆଇଲେ ବିଶ୍ୱାମିତ୍ରେୟେକ ଭାରିଯାରେ ପୁତ୍ର ନଉପୁଜିଲେ ଭିଆଇବ ଛଡ଼ ଅର୍ଥେ ।୮୦।ମୁକୁଇ ଆସି ବୋଇଲେ ଶୁଣସି ରେ ଯମଛଡ଼ କର୍ମେ ଉପୁଜାଇଲେ ଦେବୁତାକୁ ମୋକ୍ଷ କର୍ମ ।୮୧।ବିଭାଇ ଭାରିଯାରେ ଯେବେ ନ ଉପୁଜିବ ସନ୍ତତିପରର ଫଳିଲା ସ୍ତିରୀ ଯେବେ ହୁଅଇ ରଜବତୀ ।୮୨।ଦୂତିକା ପେଷିଣ ତାହା ତହିଂ ଧନ ଦେଇପାକାଶୁଦ୍ଧ ସ୍ନାନ ଦିନେ ପର ତୁଲେ ଶୃଙ୍ଗାର କରାଇ ।୮୩।ତହିଂ ମହାତମା ଯେବେ ନ ଉପୁଜଇ ସନ୍ତାନଯାହାର ବୃତ୍ତି ନାହିଂ ସେ ଭୂମି କିଣି ଉପୁଜାଇବ ଶସ୍ୟମାନ ।୮୪।ସେ ଶସ୍ୟ ଭୋଗ କରିବ ନାହିଂ କି ସେ ପ୍ରାଣୀବିଶ୍ୱାମିତ୍ରଙ୍କ ଶାହାସ୍ରେ ୟେସନେକ ପରମାଣି ।୮୫।ତେଣେ ହେଂ କାରଣ ନା ହୁଅନ୍ତା ତୁମ୍ଭଙ୍କୁଅଳପେ ବୁଦ୍ଧି ହୋଅନ୍ତା ନା ମୋତେ ଜିଣିବାକୁ ।୮୬।ଅଗ୍ନିକାର ଋଷି ବୋଇଲେ ତାହିଂ ଅପାର ଆମ୍ଭେ କଲୁତେମନ୍ତେ ହେଂ ପୁତ୍ର ଜାତ କରି ତନୁଆରିଲୁ ।୮୭।ତାହା ଶୁଣି ବିରସ ଯେ ହୋଇଲେ ଜନ୍ତୁ ଈଶୟେଡ଼େ ବଡ଼ ମହାତମା ହୋଇଲୁ ନର୍କ ବାସ ।୮୮।ଆରେକ ଉପାୟେ କି କରି ନପାରିଲୁ ମହାମୁନ୍ୟେଧନ ଦେଇ ପୋଷି ନୁଆରିଲୁ କି ପରର ନନ୍ଦନେ ।୮୯।ତାହାକୁ ବିଭାକଲେ ଧର୍ମ ପାଞ୍ଚଭାଗ ହୁଅନ୍ତାଭାଗେ ତୁମ୍ଭଙ୍କୁ ଚତୁର୍ଥ ଭାଗ ପିତାଙ୍କୁ ଲାଗନ୍ତା ।୯୦।ତେଣେ ହେଂ କାରଣ ହୁଅନ୍ତା ତୁମ୍ଭଙ୍କୁବଂଶକୁ କାରଣ ହୁଅନ୍ତା ସଂକେତ କରିବାକୁ ।୯୧।ତୁମ୍ଭେ କି ନଜାଣ ମୁଂ କିସ କହିବଇଂ ତୁମ୍ଭଙ୍କୁ ।୯୨।ଋଷି ବୋଇଲେ ହୋ ତାହାହିଂ ଆମ୍ଭେ କଲୁଧନ ଦେଇ ପୁତ୍ରେକ ଅତି ଯତ୍ନେଣ ପୋଷିଲୁ ।୯୩।ୟେସନେକ ଆମ୍ଭର କର୍ମେ ଅଛି ଅରଜିଲାବିଭାକାଳେ ସେ ପୁତ୍ରହିଂ ପଡ଼ିନାଶଗଲା ।୯୪।ଋଷିଙ୍କର ବଚନେ ବିଷାଦ ନାଶକରକାଳ ବିକାଳକୁ ରାଇଣ ବୋଇଲେ ଜନ୍ତୁଙ୍କ ଈଶ୍ୱର ।୯୫।ଆହୋ ପୁତ୍ର ଦୋହିତା ଯେବେ ୟେହାର ମଞ୍ଚେ ନାହିଂକୁମ୍ଭୀପାକ ନରକେ ପକାଅ ୟେହାଙ୍କୁରେ ନେଇ ।୯୬।ଯମର ବଚନ ଶୁଣି କାଳଯେ ବିକାଳକୋପାନଳ ହୋଇ ଧଇଲେ ସେ ଅଗ୍ନିକାର ଋଷିଙ୍କର ବାଳ ।୯୭।ଋଷିଙ୍କର ଅବସ୍ଥା ଯେ ଦେଖିଲେ ଧର୍ମଲୋକେଆରେ ରହ ରହ ବୋଲିଣ ଉଚ୍ଚସ୍ୱରେ ଦେଲେ ଡାକେ ।୯୮।ଋଷିଙ୍କର କେଶ ଛଡ଼ାଇଲେ ଆସି ପ୍ରସନ୍ନେ ନିରାକାରେଆହୋ ନାଶକର ଆମ୍ଭଙ୍କୁ ଦେବୁ କି ଉପୁଗାରେ ।୯୯।ୟେ ପଣ୍ଡିତ ମହାମୁନି ଅଟଇ କଳ୍ପଋଷିବେଳକ ମହାତମା ୟେହାକୁ ଉପୁଗାର କରସି ।୧୦୦।ଆରେକ ଜନ୍ମ ଗୋଟି ୟେବେ ଛାଡସି ୟେହାଙ୍କୁମଞ୍ଚପୁରେ ପୁତ୍ର ଜାତ କରି ୟେ ଆସନ୍ତୁ ସ୍ୱର୍ଗକୁ ।୧୦୧।ଯମର ଆଗ୍ୟାଂୟେ ଯେ ଶାସ୍ତି ଦେଉଥିଲେଧର୍ମ ଆତ୍ମା ଲୋକେ ତାହାଙ୍କୁ ଶାନ୍ତି କରାଇଲେ ।୧୦୨।ନାଶକର ଦେବତା ପ୍ରତିବାଚ ଯାଅ ମଧ୍ୟ ସ୍ୱର୍ଗେପୁତ୍ର ଜାତ କରି ମହାତ୍ମା ହୋ ଆସସି ତୁହି ବେଗେ ।୧୦୩।ବନ୍ଧନୁଂ ପଳାଇ ଆସନ୍ତି ବ୍ରହ୍ମଋଷିଚିତ୍ରଗୁପତେ ତିଆରନ୍ତି ମୁନିଙ୍କି ଗୋଡ଼ାଇ ବେଗେ ଆସି ।୧୦୪।ଜପ ତପମାନ ତୁମ୍ଭର ଛାଡ଼ ହୋ ମହଋଷିସମସ୍ତ ତେଜ୍ୟା କରି ମୁନି ହେ ସନ୍ତାନ ଜାତ କରସି ।୧୦୫।ବଦୟନ୍ତି ମୁନିବର ଶୁଣ ହୋ ପଣ୍ଡୁରାୟେୟେସନେକ ଗତି ମୋତେ ହୋଇଲା ଯମର ସଭାୟେ ।୧୦୬।ଧର୍ମେଣ ଅଇଲି ମୁଂ କୁଟୁମ୍ୱ ଜାତ ଅର୍ଥେବିଶ୍ରମି ଭାଳି ବସିଲି ମୁଂ ବିଝଂଗିରି ପରବତେ ।୧୦୭।ମନୁଷ୍ୟେ ଶୃଙ୍ଗାର ମୁଂ କଲଇଂ ଅପ୍ରମିତଅନେକ ବାଗେଣ ପୁତ୍ର କୁଟୁମ୍ୱ ନୋହିଲାକ ଜାତ ।୧୦୮।ୟେସନେକ ସମୟେ ହରିତା ନାମେ ମୃଗୁଣୀଶୋଷରେ ଅଇଲା ସେ ଆହାର କରିପାଣି ।୧୦୯।ୟେ ମୃଗୁଣୀ ହାଦେ ଅଟଇ ପବିତ୍ର ଜୀବୟେହାର ଚର୍ମ ଆସନ କରନ୍ତି ସଦାଶିବ ।୧୧୦।ୟେଣୁ ସେ ଶୃଙ୍ଗାର କଲଇ ମୁଂ ଇଚ୍ଛାସନ୍ତାନ ଜାତ ଅର୍ଥେ କଳ୍ପିଲା ମନବାଞ୍ଛା ।୧୧୧।ପାଣିଆହାର କରି ଲେଉଟନ୍ତେ ମୃଗୁଣୀଆକ୍ରେଷି ଧଇଲି ମୁଂ ବେଣ୍ଟକାର ଭାବ ଜାଣି ।୧୧୨।ଶୃଙ୍ଗାର ଇଛନ୍ତେ ସନ୍ତାନ ଜାତ ଅର୍ଥେବେନି ଜନ ନାଶଗଲୁ ତୋହୋର ଶରଘାତେ ।୧୧୩।ତୁ ମହାରାଜା ପଞ୍ଚୁ କଟକେ ଆଧିପତିନାରାଜ କାଢ ମହାତମା ହୋ ପାଇଲୁନି ବଡ଼ ଶାସ୍ତି ।୧୧୪।ଋଷିର ବଚନେ ଯେ ଧଇଲେ ନାରାଜବାମକର ପିଠିରେ ଦେଇ ମାଡିଲା ମହାରାଜ ।୧୧୫।ନାରାଜ କାଢଇ ସେ ଗାଢେଣ ଉକ୍ଷୁଡ଼ିପ୍ରାଣତ୍ୟାଗ ହୋଇଲା ମହାତମା ଭୂମିରେଣ ପଡ଼ି ।୧୧୬।ହରିତା ମୃଗୁଣୀ ଆବର ଅଗ୍ନିକାର ମହାଋଷିବୀର୍ଯ୍ୟ ପତନେ ହୋଇଲା ମୃଗୁଣୀ ଗର୍ଭବାସୀ ।୧୧୭।ଦୁହିଙ୍କର ଆତ୍ମା ଅବସାନ କାଳେଗର୍ଭରୁ ପୁତ୍ରେକ ଯେ ପଡିଲା ମହୀତଳେ ।୧୧୮।ମୃଗର ଶରୀର ତାହାର ମଣିଷର ମୁଣ୍ଡ ଗୋଟିସେ ପୁତ୍ର ଦେଖିଣ ପ୍ରାଣ ଛାଡ଼ିଲେ ତପନିଷ୍ଠି ।୧୧୯।କୃତାନ୍ତକ ଦେଖି କଲେ ଅନେକ ଯେ ପୂଜାସ୍ୱର୍ଗ ଆସ୍ଥାନେ ବସାଇଲେ ନେଇଣ ବିଡ଼ୋଜା ।୧୨୦।ଯେବଣ ପୁତ୍ର ହାଦେ ଜାତ ହୋଇଲା ଋଷିଙ୍କର ବୀର୍ଯ୍ୟେକୋଳେଣ ଧଇଲେ ତାହା ପଣ୍ଡୁ ମହାରାଜେ ।୧୨୧।ଆକାଶବାଣୀ ପଡିଲା ପଣ୍ଡୁ ମହାରାଜାଙ୍କୁମୃଗଋଷି ବୋଲି ନାମ ଦିଅ ସେ ପୁତ୍ରକୁ ।୧୨୨।ଶୁଖିଲା କାଠ କୁଢାଇ ଚିତା ଆରୋପଣଋଷିମୃଗୁଣୀ ଦୁହିଙ୍କି ଦହନ କଲେକ ଆପଣ ।୧୨୩।ମୃଗୟା କୁମର ଘେନିଗଲେ ଶତଶିଂଗ ପର୍ବତେବେନି ଭାରିଯାଙ୍କ ମୁଖ ନଚାହିଂଲେବ୍ରହ୍ମହତ୍ୟା ଦୋଷ ନିମନ୍ତେ ।୧୨୪।କୋଇନ୍ତାୟେ ପଚାରିଲେ ଶୁଣ ସ୍ୱାମୀ ମହାଗ୍ୟାଂତାଧାର୍ମିକ ବିବେକ ପଣ୍ଡିତ ସତ୍ୟବ୍ରତା ।୧୨୫।ହେଠ ମାଥ ହୋଇ ସ୍ୱାମୀ କଥା କିଂପେ ଯେ ନ କହୁକେବଣ ଦ୍ରୋହକଲୁ ଆମ୍ଭର ବଦନ ନ ଚାହୁଂ ।୧୨୬।ପଣ୍ଡୁ ବୋଇଲେ ତୁମ୍ଭେ ଅଟ ମହାଗ୍ୟାନୀବେନି ବଂଶେ ଉତପତ୍ତି ତୁମ୍ଭେ ମହାବ୍ରହ୍ମ ଘେନି ।୧୨୭।ମୁହିଂ ମହାପାତକ କଲି ଶୁଣସି ଗୋ କୋଇନ୍ତାମୃଗୟା ବିନୋଦେ ହାଦେ ମୁହିଂ କଲି ବ୍ରହ୍ମହତ୍ୟା ।୧୨୮।ଅଗ୍ନିକାର ମହାଋଷିଙ୍କି ମାଇଲି ଶୃଙ୍ଗାର କାଳେକୋପେଣ ମହାତ୍ମା ମୋତେ ଶାପ ଦିଲେ ପ୍ରାଣତ୍ୟାଗ ବେଳେ ।୧୨୯।ଶୃଙ୍ଗାର କାଳେ ଅଦୋଷେ ନାରାଜ କଲୁ ପଣ୍ଡୁତୋହୋର ଶୃଙ୍ଗାର କାଳେ ଅକାଳ କାଣ୍ଡ ପଡ଼ୁ ।୧୩୦।ୟେଡ଼େ ହତ୍ୟା କଲି ଶୁଣ ଗୋ ଭୋଜର କୁମାରୀତେଣୁ ସେ ବିରସ ହୋଇ ବୁଲଇ ଦିଗାମ୍ୱରୀ ।୧୩୧।କୋଇନ୍ତାୟେ ବୋଇଲେ ତୁମ୍ଭେ ଶୁଣ ଗୋ ପ୍ରାଣନାହାଦଇବ କୃତ ଲେଖନ ସ୍ୱାମୀ କରିଅଛି ଯାହା ।୧୩୨।ଆପଣେ ଯାହା କରି ସ୍ୱାମୀ କର୍ମ ତାକୁ ବୋଲିତୁମ୍ଭର କିସ ଗଲା ସ୍ୱାମୀ ମୁହିଂ ହାଦେ ନାଶ ଗଲି ।୧୩୩।ୟେ ପୁତ୍ର ଗୋଟି ସ୍ୱାମୀ ଅଟଇ କାହାରପଣ୍ଡୁ ବୋଇଲେ ୟେ ଅଗ୍ନିକାରମହାଋଷିଙ୍କର ।୧୩୪।ମୃଗ ମହଋଷି ବୋଲି ୟେ ପୁତ୍ରର ନାମ ଗୋଟିଅବସାନ କାଳେ ମୋତେ ସମର୍ପିଲେ ତପନିଷ୍ଠି ।୧୩୫।କୋଇନ୍ତାୟେ ବୋଇଲେ ତୁମ୍ଭେ ଶୁଣ ପ୍ରାଣନାଥଅଗ୍ନିକାର ବୋଲି ସେ କେବଣ ଭଗବନ୍ତ ।୧୩୬।ୟେତେ ବଡ଼ ମହାଋଷି ହୋଇ କର୍ମ ନ ଆଦରିଲାକୋପ ନ ସଂଘରି ତୋତେ ଲେଉଟି ଶାପ ଦିଲା ।୧୩୭।ଧୃତରାଷ୍ଟଙ୍କୁ ରାଜ୍ୟ ସମର୍ପିଲୁ ଧର୍ମ ଅର୍ଥେଧର୍ମ ଝିଘାଂସ ଆସି ତୋତେ ହୋଇଲା ଯଥା ଅର୍ଥେ ।୧୩୮।କର୍ମକୁ ଆଦରି ଯେ ରହିଲେ ଘୋରବନେତହୁଂ ମୃଗୟା ନ ଯାଇ ପଣ୍ଡୁ ଯେ ରାଜନେ ।୧୩୯।ବ୍ୟାସଙ୍କୁ ସୁମରଣା କଲେ ପଣ୍ଡୁ ଯେ ନୃପତିମହାବ୍ରହ୍ମ ଋଷି ଆସି ମିଳିଲେ ତତ କ୍ଷଣାନ୍ତି ।୧୪୦।ସଂଗତେଣ ଅଛନ୍ତି ଷାଠିୟେ ସହସ୍ର ଶିଷିଶତଶିଂଗ ପର୍ବତେ ମିଳିଲେ ବ୍ୟାସ ମହଋଷି ।୧୪୧।ବଧୂନ୍ତ ଘେନି ପ୍ରଣପତ୍ୟ ହୋଇଲାକ ପଣ୍ଡୁବ୍ୟାସ କଲ୍ୟାଣ କଲେ ତୋତେ ବନସ୍ତେ ପ୍ରମାଦ ନ ପଡ଼ୁ ।୧୪୨।ଆସନ ପାଦାସନ ଦେଇ ପଣ୍ଡୁରାୟେମସ୍ତକେ କର ଦେଇ ପୁଣ ପୁଣ ବିନୟେ ।୧୪୩।ଶ୍ରୀବ୍ୟାସେ ଆଗ୍ୟାଂ ଦିଲେ ଶୁଣ ରେ ନନ୍ଦନକେମନ୍ତେ ବନେ ପଶିଲୁ କିସ ଅଭିମାନ ।୧୪୪।ଇନ୍ଦ୍ରପ୍ରଶସ୍ତ ରାଜ୍ୟ ବାବୁ ଛାଡ଼ିଲୁ କେମନ୍ତେପଣ୍ଡୁ ବୋଇଲେ ଭୋ ତାତ ଧୃତରାଷ୍ଟଙ୍କ ନିମନ୍ତେ ।୧୪୫।ଅନ୍ଧ ହୋଇଣ ସେ ରାଜପଦକୁ କଲେ ଇଚ୍ଛାମୁହିଂ ବୋଇଲି ହୋ ଭ୍ରାଥ ଭୋଗ କର ମନବାଞ୍ଛା ।୧୪୬।ଧୃତରାଷ୍ଟଙ୍କୁ ରାଜ୍ୟ ଦେଇ ଭୋ ତାତ ପଶିଲି ଘୋରବନେଅନୁବ୍ରତେ ବଞ୍ଚଇ ଅଟବ୍ୟା ଗହନେ ।୧୪୭।ମାରଇ କଉଣପ ରଖଇ ତପିଜନେଅନୁବ୍ରତେ ଭ୍ରମଇଂ ମୁଂ ଖଟଇ କଟକ ପଞ୍ଚୁସ୍ଥାନେ ।୧୪୮।ବଦୟନ୍ତି ବ୍ୟାସେ ତୁ ହୋ ସାଧୁ ସହୋଦରଧୃତରାଷ୍ଟଙ୍କୁ ରାଜ୍ୟଦେଇ ଅବସ୍ଥା ପାଉ ବନସ୍ତର ।୧୪୯।ପଣ୍ଡୁ ବୋଇଲେ ମୁନି ହେ ଶୁଣିମା ମୋର କଷ୍ଟଅଗ୍ନିକାର ମହାଋଷିଙ୍କି ମୁଂ କଲଇ ପ୍ରାଣେ ଭ୍ରଷ୍ଟ ।୧୫୦।ବ୍ରହ୍ମହତ୍ୟା ଦୋଷ ମୁଂ ବସାଇଲି ମୋର କାୟେଭୋ ବ୍ରହ୍ମଋଷି ମୋତେ କହିବା ଯେଣେ ପାତେକ ହେବ କ୍ଷୟେ ।୧୫୧।ସୁବର୍ଣ୍ଣର ସିଂହାସନେ ବିଜେ କଲେ ବ୍ୟାସେବ୍ୟାସଙ୍କର ଛାମୁରେ ଉଭା ସର୍ବ ଶିଷ୍ୟେ ।୧୫୨।ରତ୍ନଝରିରେ ନୀର ଘେନି ମୁନିପାଦ ପଖାଳିଲେ ନୃପତିଅନେକ ପୂଜା କଲେ ବିନୟ ଭଗତି ।୧୫୩।ବ୍ୟାସେ ବୋଇଲେ ତୁ ହୋ ନଭାଳ ନୃପମଣିଅଗ୍ନିକାର ମହାଋଷିଙ୍କି ଶରଘାତ କଲୁ ତୁ ନଜାଣି ।୧୫୪।ଅଗ୍ୟାନୀ ଲୋକର ହୋ ବହୁତ ଦୋଷ ଯେ ନଥାଇବ୍ୟାସେ ପଣ୍ଡୁକୁ ଶାନ୍ତି କରାନ୍ତି ଧର୍ମ ଶାସ୍ତ୍ର କଥା କହି ।୧୫୫।ଅଗ୍ନିକାର ମହାଋଷି ଅର୍ଜିଲା ୟେ କୀରତିପୂର୍ବର ନିର୍ମିଲା ତାର କପାଳ ଘଟ ସୂତ୍ରି ।୧୫୬।ପଣ୍ଡୁ ବୋଇଲେ ବ୍ରହ୍ମବେତ୍ତା ମୁନି ଭୂତ ଭବିଷ୍ୟ ମହାଗ୍ୟାଂନୀକେବଣ ପାତକେ ଦୂଷିତ ହୋଇଲେ ଅଗ୍ନିକାର ମୁନି ।୧୫୭।ବ୍ୟାସେ ବୋଇଲେ ବାବୁ ଶୁଣ ପଣ୍ଡୁନୃପସତ୍ୟଯୁଗର ବାରତା ତୋତେ କହିବଇଂ ସରୂପ ।୧୫୮।ଶୁଣ ସାବଧାନେ ହୋ ଅପାର କାଳର କଥାକର୍ମକଳ୍ପ ନାମ ସତ୍ୟଯୁଗର ବାରତା ।୧୫୯।କୁଶ ଦୀପର ରାଜା ଯେ ଅନଙ୍ଗସେନ ନୃପତିତାହାର ଭାରିଯା ନାମ ଅଟଇ ରତ୍ନାବତୀ ।୧୬୦।ରାଜା ହୋଇଣ ସେ ଅଟଇ ମହାଗ୍ୟାଂତାଜିତ ଇନ୍ଦ୍ରିୟ ପଣେ ସାଧନ ତାର ୟେକଇ ବନିତା ।୧୬୧।ସ୍ୱାମୀ ଅପାର କଲା ସେ ଯତସତ କ୍ରିୟାଅନୁରାଧା ନକ୍ଷତ୍ରେ ଜାତ ତାର ପ୍ରିୟା ।୧୬୨।ଯାହାର ନକ୍ଷତ୍ର ଅଟଇ ଅନୁରାଧାସ୍ତିରୀ ହୋଇଲେ ଦୋଚାରୀ କାମରେ ଶରଧା ।୧୬୩।ପୁରୁଷ ହୋଇଣ ସେ ତେଜଇ ସର୍ବ ଧର୍ମଅଷ୍ଟ ନକ୍ଷତ୍ରେ ସେ ଅଟଇ କଳା କାମ ।୧୬୪।ଅଶ୍ୱିନୀ ରୋହିଣୀ ପୁଷ୍ୟା ଅନୁରାଧାସ୍ୱାତୀ ଶ୍ରବଣା ଶତଭିଷା ରେବତୀ କାମ ବାଧା ।୧୬୫।ଅଷ୍ଟ ନକ୍ଷତ୍ରେ ଯେବେ ଉପୁଜଇ ସ୍ତିରୀଅନୁବ୍ରତେ କାମ ବାଧା ସେ ଅଟଇ ଦୋଚାରୀ ।୧୬୬।ୟେ ଅଷ୍ଟ ନକ୍ଷତ୍ରେ ଯେବେ ଉପୁଜଇ ପୁରୁଷ ସ୍ତିରୀଅନୁବ୍ରତେ କାମ ବାଇ ହୁଅନ୍ତି ଅନ୍ୟାଚାରୀ ।୧୬୭।ସେ କୁଶଦୀପର ରାଜା ଅଟଇ ସତ୍ୟବାଦୀଭାରିଯା ପରଦାରେଣୀ ସେ ରାଜ୍ୟେଣ ପରସିଦ୍ଧି ।୧୬୮।ସକଳ ତପ ଧର୍ମ ସେ ନ ଛାଡ଼ଇ ରାୟେଜିତ ଇନ୍ଦ୍ରିୟ ପଦ ତାର ୟେକା ଭାରିଯାୟେ ।୧୬୯।ଆବର ପ୍ରଦାନ ସେ ନୋହଇ ଦଣ୍ଡଧାରୀୟେକା ଭାରିଯାୟେ ତାହାର ସେହି ସେ ମନୋହାରୀ ।୧୭୦।ଭାରିଯାକୁ ତିଆରଇ ସେ ଭଟ୍ଟ ମିଶ୍ରନ୍ତ ବସାଇପରଦାରା ଦୋଷେ ସ୍ତିରୀଙ୍କି ମୁକତି ଗତି ନାହିଂ ।୧୭୧।ଶୁଣିମା ପରିଯନ୍ତେ ସେ ଘେନିଥାଇ ହୃଦେରାଜା ଅନ୍ତର ହୋଇଲେ ସେ ଚଳଇ କାମଖେଦେ ।୧୭୨।ଅନେକ ବାଗେ ନୃପତି ତିଆରଇ ଦିବାରାତ୍ରେପୁରାଣ ବାକ୍ୟ ଶୁଣାଇଲା ଦ୍ୱାଦଶ ବରଷ ପରିଯନ୍ତେ ।୧୭୩।ଯେ ସେ ପାପ ଆଚରଇ ଅଟେ ମନ୍ଦଜାତିକେବେହେଂ ସେ ନ ଛାଡିଲା ଅନୀତି ପ୍ରକୃତି ।୧୭୪।ଅନେକ ଭୋଗ ଦେଇଣ ଯତନେ ପ୍ରତିପାଳିପରଦାରାଉଂ ଆନେ ନ ରସେ ଜଞ୍ଜାଳୀ ।୧୭୫।ମକର ସଂକ୍ରାନ୍ତିକି ଗଲେ ସମୋଦ୍ର ସ୍ରାହାନେଅଗ୍ନିକାର ଋଷିଙ୍କି ଦେଖିଲେ ଘୋରବନେ ।୧୭୬।ସଂଗେଣ ଅଛଇ ତାର ଅନେକ ପୋଇଲିଝଡ଼ା ବାକୁଟିଆଣି ଚାଙ୍ଗଡ଼ାୟିତ ମୁଦୁସୁଲୀ ।୧୭୭।ଶୁଣ ହୋ ମହାରାଜ ସ୍ତିରୀଙ୍କର ପ୍ରକୃତିସେ ଋଷିଙ୍କି କୋଳ କରି ଧଇଲା ଯାଇ ଝାତି ।୧୭୮।ଦଣ୍ଡ କମଣ୍ଡଳ ମୁନିଙ୍କର ପକାଇଲା ଉଛୁଡ଼ିଆକ୍ରେଷି କୋଳ କରି ଧଇଲା ଭୁଜରେ ଭୁଜ ଭିଡ଼ି ।୧୭୯।ବୋଲଇ ଶିଂଶୁପା ଗଛ ତଳକୁ ଆସ ଯତିମୁଇଂ ରାଜକନ୍ୟା ମୋତେ ଦିଅସି ସୁରତି ।୧୮୦।ଅପାର ସ୍ତିରୀ ଅଛନ୍ତି ସେ ପୁରୁଷ ଅଟଇ ୟେକାଦେଖିଣ ବ୍ରହ୍ମଋଷି ହୋଇଲେ ତାଟକା ।୧୮୧।କୋପେଣ ମହାତମା ଛଡ଼ାଇଦେଲେ ପେଲିବିସ୍ମୟେ ହୋଇଣ ମୁନି ନାରାୟଣ ନାରାୟଣ ବୋଲି ।୧୮୨।ମୁଖେ ଚୁମ୍ୱନ ଦେଇଣ ବୋଲଇ ଶତଶ୍ରିୟାବୁକୁ ଶୀତଳାଇ ଖାଇଲେ ଗଳା କୁଣ୍ଡିଆଉ କିରେ ଯତିୟା ।୧୮୩।ଯଦ୍ୟପି ବିପ୍ର ତୁ ଅଟୁସି ଯୁଗତେସୁଲଭ ଭୋଜନ ଦେଖିଲେ ପଳାଉ କେମନ୍ତେ ।୧୮୪।ମୁହିଂ ରାଜାର ଭାରିଯା ରାଜାର କୁମାରୀମୋହୋର ଅଙ୍ଗ ଲାଗି ପାତକ ଗଲାନି ତୋହୋରି ।୧୮୫।କିଛିହିଂ ନ ବୋଲି ଚଳି ନ ପାରନ୍ତି ଅଗ୍ନିକାରଉଚ୍ଚେ ଡାକ ଦିଲା ହୋ ଅନଙ୍ଗସେନ ପ୍ରତିକାର କର ।୧୮୬।ଶବଦଭେଦୀ ସେ ଯେ ଅନଙ୍ଗସେନ ରାୟେପାଦୁକାମନ୍ତ୍ର ମୌଷଧୀ ଜାଣଇ ସେ ମିଳିଲା ଅନ୍ତର୍ଦ୍ଧାୟେ ।୧୮୭।ଦେଖିଲା ମହଋଷିଙ୍କି ଧରି ଅଛି ଆପଣାର ରାଣୀଦେଖିଣ ରାଗେ ଅଧର ଯେ କଂପାଇଲା ନୃପମଣି ।୧୮୮।ମହଋଷି ବୋଲନ୍ତି ୟେ କେବଣ ରାକ୍ଷସୀତୋହୋର ଥାଆନ୍ତେ ୟେ ମୋତେ କଟାଳ କରଇ ଆସି ।୧୮୯।କୋପେଣ ରାଣୀର କେଶ ଧଇଲା ନୃପମଣିବିଜେ କର୍ଣ୍ଣକଟାରୀ ଘେନି ପକାଇଲା ହାଣି ।୧୯୦।ମହଋଷି ଗଲେ ତହୁଂ ମହୋଦଧି ସ୍ନାହାନେବିଜେ କଲେ ନରପତି ଆପଣା ଭୁବନେ ।୧୯୧।ଯମ ଧର୍ମ ପୁରାଣେ ବିଚାର ହୋଇଲାଯମ ବୋଇଲା ରାଜା ସ୍ତିରୀ ହତ୍ୟା କଲା ।୧୯୨।ଅନୁଆଗ୍ୟାଂ ହୋଇଲେ ୟେ ଅଗ୍ନିକାର ମହଋଷିତାହାର ଡାକ ଦିଲେ ରାଜା ହୋଇଲାକ ଆସି ।୧୯୩।ଯମ ବିଚାରେଣ ରାଜା ମହଋଷିୟେ ଦୁହେଂ ହୋଇଲେ ଯେ ସ୍ତିରୀ ହତ୍ୟା ଦୋଷୀ ।୧୯୪।ଯମ ଧର୍ମ ପୁରାଣେ ପୁଣ ବିଚାର ହୋଇଲାରାଜା ମହଋଷିଙ୍କି ହତ୍ୟା ଦୋଷ ନ ଲାଗିଲା ।୧୯୫।ଭାରିଯା ହୋଇ ଯେବେ ହୋଇଲା ପରଦାରାୟେଣୀସ୍ୱାମୀ ଦଣ୍ଡିବ ନାହିଂକି ? ଦୋଷ ପରିମାଣି ।୧୯୬।ଯୁଗତେଣ ରାଜା ଆବର ସେ ତାହାର ପ୍ରିୟାଦୋଷକୁ ସେ ଶାସ୍ତି ଦିଲା ପାପ ନ ବୋଲିବା ତାହା ।୧୯୭ଋଷି ତ୍ରାସ କଲେ ରାକ୍ଷାସୁଣୀ ପ୍ରାୟେ ମଣିତାହାର ଉପରେ ଦୋଷଗଲା ସେ ଅଟଇ ପରଦାରାୟେଣୀ ।୧୯୮।ଋଷିଙ୍କି ଶୃଙ୍ଗାର ସେ କଳ୍ପିଲା ଅନୁକ୍ରମେବନେଣ ଉପୁଜୁ ମୃଗୁଣୀ ରୂପ ଜନ୍ମେ ।୧୯୯।ଅଗ୍ନିକାର ମହଋଷିଙ୍କି ଯେବେ ଇଚ୍ଛିଲା ରତି କରିମୃଗୁଣୀ ରୂପେ ଋଷିଙ୍କର ହୋଉ ମନୋହାରୀ ।୨୦୦।ଋଷିରେଣ ନାଶ ଯେବେ ହୋଇଲା ଯୁବତିୟେ କନ୍ୟା ଯୋଗେ ନାଶଯାଉ ଅଗ୍ନିକାର ମହାଯତି ।୨୦୧।ମୃଗୁଣୀ ଋଷି ଦୁହିଙ୍କରି ଶୃଙ୍ଗାର ଯେ ସରିପଣ୍ଡୁରାଜାୟେ ୟେହାଙ୍କୁ ନାରାଜ ଘାତକରି ।୨୦୨।ସ୍ତିରୀ ହତ୍ୟା ପାତକ ଯେ ଅଗ୍ନିକା ମହାଋଷିଙ୍କର ଥିଲାପଣ୍ଡୁଙ୍କର ନାରାଜ ଘାତେ ତାହାଙ୍କର ସମସ୍ତ କ୍ଷୟ ଗଲା ।୨୦୩।ବ୍ୟାସେ କହିଲେ ତୁ ଶୁଣ ରାୟେ ପଣ୍ଡୁଦେବତାଙ୍କର ସଞ୍ଚିତ ତୁ କିଂପାଇ ଧର୍ମ ଛାଡୁ ।୨୦୪।ପଣ୍ଡୁ ବୋଇଲେ ମୋତେ କୋପେଣ ଶାପ ଦିଲାଶୃଙ୍ଗାର ବେଳେ ତୋତେ ଅକାଳ କାଣ୍ଡ ପଡୁରେ ବୋଇଲା ।୨୦୫।ୟେସନେକ ବୋଲିଣ ଶାପଦିଲା ମୁକୁବ୍ୟାସେ ବୋଇଲେ ବଡ଼ ଦୁର୍ଭାର ଶାପ ଦିଲା ତୁକୁ ।୨୦୬।ବ୍ୟାସେ ବୋଇଲେ ୟେ ହୋଇଲା ମହାକଷ୍ଟତପି ଲୋକଙ୍କର ଶାପ କେବେହେଂ ନ ଲେଉଟ ।୨୦୭।ବ୍ୟାସେ ତିଆରନ୍ତି ପଣ୍ଡୁଙ୍କୁ ୟେକାନ୍ତେ ବସାଇବାବୁ ଦୁର୍ଭାସାଙ୍କର ମହାମନ୍ତ୍ର କୋଇନ୍ତାୟେ ଛନ୍ତି ପାଇ ।୨୦୮।ବଧୂମାନଙ୍କୁ ତୁ ନ ଧରିବୁ ହିଂସାୟେବାବୁ ସନ୍ତାନ ଉପୁଜାନ୍ତୁ ଯେଝାର ଉପାୟେ ।୨୦୯।ବାବୁ ସ୍ତିରୀ ସେ ଅଟନ୍ତି ଅନେକ ବୁଦ୍ଧିମନ୍ତୀଉପାୟେଣ କରି ହାଦେ ଜାତ ସେ କରନ୍ତି ସନ୍ତତି ।୨୧୦-୧୮୨୯।